ମହାମହିମ ରାଷ୍ଟ୍ରପତି ମହୋଦୟ, ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ ଏବଂ ଆଜି ଯେଉଁମାନଙ୍କୁ ଏହି ସମ୍ମାନ ମିଳିଲା, ସେ ସମସ୍ତେ ସମାଜ ପ୍ରତି ସମର୍ପିତ ମହାନୁଭବ । ମୁଁ ସର୍ବପ୍ରଥମେ ଆପଣମାନଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି, କାରଣ କାର୍ଯ୍ୟକ୍ରମ ସାମାନ୍ୟ ବିଳମ୍ବରେ ଆରମ୍ଭ ହେଲା କାରଣ ମୁଁ ଅନ୍ୟ ଏକ କାମରେ ବ୍ୟସ୍ତ ରହିଯାଇଥିଲି ଯେଉଁ କାରଣରୁ ମୋତେ ଆସିବାରେ ବିଳମ୍ବ ହେଲା, ମୁଁ ସେଥିପାଇଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି । ଆଜି ଗାନ୍ଧୀ ଶାନ୍ତି ପୁରସ୍କାର ଲାଗି ଯେଉଁ ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଛି, ଏକ ପ୍ରକାରରେ ଚଳିତବର୍ଷ ଗୁରୁତ୍ୱପୂର୍ଣ୍ଣ କାରଣ ପୂଜ୍ୟ ବାପୁଙ୍କ 150ତମ ଜୟନ୍ତୀ ଦେଶ ଏବଂ ବିଶ୍ୱ ଆୟୋଜନ କରୁଛି ଏବଂ ପୂଜ୍ୟ ବାପୁ ଆଜୀବନ ଯେଉଁ କଥାକୁ ନେଇ ବଂଚିଥିଲେ, ଯାହାକୁ ସେ ନିଜ ଜୀବନରେ ଉତାରି ପାରିଥିଲେ ଏବଂ ଯାହାକୁ ସାମାଜିକ ଜୀବନରେ ସଂସ୍କାରିତ କରିବା ଲାଗି ଯେଉଁମାନେ ଅବିରତ ଉଦ୍ୟମ କରିଥିଲେ, ସେପରି କାମକୁ ନେଇ, ଯେଉଁ ସଂଗଠନ ସମର୍ପିତ, ଯେଉଁ ଲୋକମାନେ ସମର୍ପିତ, ସେମାନେ ଏହି ସମ୍ମାନ ଲାଗି ଚୟନ ହୋଇଛନ୍ତି । କନ୍ୟାକୁମାରୀର ବିବେକାନନ୍ଦ କେନ୍ଦ୍ର ହେଉ, ଏକକ ବିଦ୍ୟାଳୟ ହେଉ, ଏହା ସାମାଜିକ ଜୀବନର ଶେଷ ଧାଡ଼ିରେ ବସିଥିବା ଲୋକମାନଙ୍କୁ ଶିକ୍ଷା ଏବଂ ସଂସ୍କାର ଲାଗି ନିରନ୍ତର ପ୍ରୟାସ କରିଚାଲିଛନ୍ତି । ସମାଜ ଲାଗି ସମର୍ପଣ ଭାବ ନେଇ କାମ କରୁଥିବା ବହୁତ ବଡ଼ ଶୃଙ୍ଖଳା ସେମାନେ ନିର୍ମାଣ କରିଛନ୍ତି । ଆଜି ଏହି ସମ୍ମାନ ଅବସରରେ ମୁଁ ସେମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଯେତେବେଳେ ଗାନ୍ଧୀଜୀଙ୍କୁ ପଚରାଗଲା ତ’ ଥରେ ସେ କହିଥିଲେ ଯେ ସ୍ଵଚ୍ଛତା ଏବଂ ସ୍ୱାଧୀନତା ଉଭୟ ମଧ୍ୟରୁ ମୋତେ ଯଦି ପ୍ରଥମେ କୌଣସିଟି ପସନ୍ଦ କରିବାର ଥିଲା, ତ’ ମୁଁ ସ୍ୱଚ୍ଛତାକୁ ପସନ୍ଦ କରିବି ଏବଂ ପୂଜ୍ୟ ବାପୁଙ୍କ ସେହି ସ୍ୱପ୍ନ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଦେଶର କୌଣସି କୋଣରେ ମଧ୍ୟ ଯେଉଁମାନେ ସ୍ୱଚ୍ଛତା ଲାଗି, ଶୌଚାଳୟ ଲାଗି ନିଜକୁ ନିୟୋଜିତ କରିଛନ୍ତି, ସେ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସମ୍ମାନନୀୟ । ଏବଂ ସେହି କଥାକୁ ଆଗକୁ ବଢ଼ାଇବା ଲାଗି ସୁଲଭ ଶୌଚାଳୟ ଯେପରି କାର୍ଯ୍ୟ କରୁଛି, ତାଙ୍କୁ ମଧ୍ୟ ଆଜି ଅଭିନନ୍ଦନ କରିବାର ଅବସର ମିଳିଛି । ଅକ୍ଷୟ ପାତ୍ର ମାଧ୍ୟମରେ ଦେଶର ବାଳକମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳୁ, ସରକାରଙ୍କର ଏହା ସବୁ ରାଜ୍ୟରେ ଚାଲୁଥିବା ଗତିବିଧି । ଏହାକୁ ପେସାଦାରୀର ଏକ ସ୍ପର୍ଶ ଦେବା ଲାଗି ପ୍ରୟାସ ଅକ୍ଷୟ ପାତ୍ର କରିଛି ଏବଂ ମୋତେ କିଛି ଦିନ ପୂର୍ବରୁ ବୃନ୍ଦାବନ ଯାଇ ତିନି କୋଟି ଥାଳି ପରଷିବାର ସୌଭାଗ୍ୟ ମିଳିଥିଲା । ଭାରତ ସରକାର ମଧ୍ୟ କୁପୋଷଣ ବିରୋଧରେ ଏକ ବହୁତ ବଡ଼ ବ୍ୟାପକ ଯୋଜନା ସହିତ ଏକ ମିଶନ ଭାବେ କାମ କରୁଛନ୍ତି, କାରଣ ଭାରତର ଶୈଶବ ସୁସ୍ଥ ହେଲେ, ଭାରତ ସୁସ୍ଥ ରହିବ ଏବଂ ଏହି ଭାବନାକୁ ନେଇ ଏସବୁ ପ୍ରୟାସଗୁଡ଼ିକରେ ଜନଭାଗୀଦାରୀ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ସରକାରଙ୍କ ପ୍ରୟାସରେ ଯେତେବେଳେ ଜନଭାଗୀଦାରୀ ଯୋଡ଼ି ହୋଇଥାଏ, ସେତେବେଳେ ଏହାର ଶକ୍ତି ବୃଦ୍ଧି ପାଇଥାଏ ।

ମହାତ୍ମା ଗାନ୍ଧୀଙ୍କ ଜୀବନର ସଫଳତାରେ ସବୁଠୁ ବଡ଼ କଥା ଯାହା ଥିଲା, ସ୍ୱାଧୀନତା ଲାଗି ଜୀବନ ବାଜି ଲଗାଇ ଦେବାର ପରମ୍ପରା କେବେହେଲେ ଏ ଦେଶରେ ବନ୍ଦ ହୋଇନାହିଁ । ଯେତେବର୍ଷ ଧରି ଗୋଲାମୀ ରହିଥିଲା, ସେତିକି ବର୍ଷ କ୍ରାନ୍ତିବୀର ମଧ୍ୟ ସୃଷ୍ଟି ହୋଇଚାଲିଥିଲେ । ଏହା ଏ ଦେଶର ବିଶେଷତ୍ୱ, କିନ୍ତୁ ଗାନ୍ଧୀଜୀ ସ୍ୱାଧୀନତାକୁ ଜନ-ଆନ୍ଦୋଳନରେ ପରିଣତ କରିଦେଇଥିଲେ । ସମାଜ ଲାଗି ଯେକୌଣସି କାମ କଲେ ସେଥିରୁ ସ୍ୱାଧୀନତା ଆସିପାରିବ, ଏହି ଭାବନା ସେ ସୃଷ୍ଟି କରିଥିଲେ । ଜନ-ଭାଗୀଦାରୀ, ଜନ-ଆନ୍ଦୋଳନ, ସ୍ୱାଧୀନତାର କାଳରେ, ସ୍ୱାଧୀନତାର ଲଢ଼େଇ ସମୟରେ ଯେତିକି ମହାତ୍ମ୍ୟମୟ ଥିଲା ସେତିକି ହିଁ ସମୃଦ୍ଧ-ସୁଖୀ ଭାରତ ଲାଗି ମଧ୍ୟ ଆବଶ୍ୟକ । ଏହା ମଧ୍ୟ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ଯେ ଜନ-ଭାଗଦୀରୀ ଏବଂ ଜନ-ଆନ୍ଦୋଳନ ସହିତ ଆମେ ପୂଜ୍ୟ ବାପୁଙ୍କ ସ୍ୱପ୍ନକୁ ପୂରଣ କରି ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ଏବଂ 2022ରେ ସ୍ୱାଧୀନତାର 75 ବର୍ଷ ପାଳନ ସେଥିପାଇଁ ଆମେ ସଂକଳ୍ପ ନେଇ ଆଗକୁ ବଢ଼ିବା । ପୂଜ୍ୟ ବାପୁ ଜଣେ ବିଶ୍ୱ ମାନବ ଥିଲେ । ସ୍ୱାଧୀନତାର ଆନ୍ଦୋଳନରେ ଏତେ ବ୍ୟସ୍ତତା ସତ୍ୱେ ମଧ୍ୟ ସେ ସପ୍ତାହକୁ ଗୋଟିଏ ଦିନ ରକ୍ତପିତର ଶିକାର ଲୋକମାନଙ୍କ ସେବାରେ ନିୟୋଜିତ ହେଉଥିଲେ । କୁଷ୍ଠ ଲାଗି ନିଜକୁ ସମୟ ଦେଉଥିଲେ, ନିଜେ କରୁଥିଲେ । କାରଣ ସମାଜରେ ଯେଉଁ ମାନସିକତା ଥିଲା, ତା’କୁ ବଦଳାଇବା ପାଇଁ । ସସ୍କାବା ଜୀ ପାଖାପାଖି ଚାରି ଦଶନ୍ଧି ଧରି ଏହି କାମରେ ଲାଗି ରହିଛି । କୁଷ୍ଠ ବିରୋଧରେ ଏକ ଜନ-ଜାଗରଣ ସୃଷ୍ଟି ହୋଇଛି । ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ରକ୍ତପିତ କାରଣରୁ ସମାଜରେ ବଂଚିତ କରାଯାଇଛି, ସେମାନଙ୍କ ଯନ୍ତ୍ରଣାକୁ ବୁଝି ଏବଂ ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାର ପ୍ରୟାସ କରିଛନ୍ତି ତ’ ସେ ସମସ୍ତ ପ୍ରୟାସକୁ ସମ୍ମାନିତ କରିବା, ପୂଜ୍ୟ ବାପୁଙ୍କ ପ୍ରତି ଏକ ସଚ୍ଚା ଶ୍ରଦ୍ଧାଞ୍ଜଳିର ପ୍ରୟାସ । ଗାନ୍ଧୀଙ୍କ 150ତମ ଜୟନ୍ତୀ ଯେତେବେଳେ ଆମେ ପାଳନ କରୁଛେ ତ’ ଏହା ବିଶ୍ୱ ମାନବ, ଏହି ରୂପରେ ବିଶ୍ୱ ତାଙ୍କୁ ଜାଣୁ ଏବଂ ଖୁସିର କଥା ଯେ ଏଥର ପୂଜ୍ୟ ବାବୁଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ”, ବିଶ୍ୱର ପାଖାପାଖି 150ଟି ଦେଶର କଳାକାର ଯେଉଁମାନେ ଭାରତର କୌଣସି ଭାଷା ଜାଣନ୍ତି ନାହିଁ, ସେମାନେ ସେହି ଢଙ୍ଗରେ “ବୈଷ୍ଣବ ଜନ ତୋ ତେନେ କହିୟେ” ଏହି ଭଜନ ଗାଇଥିଲେ ଏବଂ 150ଟି ଦେଶର ଗାୟକ “ବୈଷ୍ଣବ ଜନ” ଗାଇଛନ୍ତି । ୟୁ ଟୁବରେ ଆପଣ ଯଦି ଦେଖିବେ ତ’ ଏତେ ବଡ଼… ଅର୍ଥାତ ଭାରତର ପରିଚୟ କିପରି ସୃଷ୍ଟି ହେଉଛି, କିପରି ବଢ଼ୁଛି, ଭାରତର ସ୍ୱୀକୃତି କିପରି ବଢ଼ୁଛି ଏବଂ ଗାନ୍ଧୀଙ୍କ ଆଦର୍ଶ ଆଜି ମାନବ କଲ୍ୟାଣ ଲାଗି କେତେ ଉପକାରୀ । ଏହା ବିଶ୍ୱ ସ୍ୱୀକାର କରିବାରେ ଲାଗିଛି । ଏଥିପାଇଁ ଏବେ ହିନ୍ଦୁସ୍ତାନର ପ୍ରତ୍ୟେକ ଶିଶୁଙ୍କ ପାଇଁ, ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହାଠାରୁ ବଡ଼ ଗର୍ବର କଥା ଆଉ କ’ଣ ହୋଇପାରେ । ପୁଣିଥରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ଶୁଭକାମନା ଦେଉଛି । ପୂଜ୍ୟ ବାପୁଙ୍କ ଚରଣରେ ପ୍ରଣାମ କରି, ବିନମ୍ର ଶ୍ରଦ୍ଧାଞ୍ଜଳି ଦେଇ ମୁଁ ମୋର ବାଣୀକୁ ବିରାମ ଦେଉଛି । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi