Jharkhand: PM inaugurates and laid the foundation of a slew of projects in the health, education, water supply and sanitation sectors
The Central government is focusing on the health of the people of Jharkhand: PM
There were only three medical colleges since independence in the state before and now three more have been added: PM in Jharkhand

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ମଞ୍ଚ ଉପରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ବିଶାଳ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବାକୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ହଜାରିବାଗର ମୋର ପ୍ରିୟ ଭାଇ ଓ ଭଉଣୀଗଣ, ମୁଁ ପୂର୍ବରୁ ବି ହଜାରିବାଗ ଆସିଛି, ଆପଣମାନେ ଢ଼େର୍‌ ମାତ୍ରାରେ ମୋତେ ଆଶୀର୍ବାଦ ଦେବାକୁ ଆସିଛନ୍ତି, କିନ୍ତୁ ମୋତେ ଏକଥା କହନ୍ତୁ ଯେ ପ୍ରତିଥର ପୂର୍ବ ଥରର ରାଲିର ରେକର୍ଡ଼ କାହିଁକି ଭାଙ୍ଗି ଦେଉଛି ? ସବୁ ରେକର୍ଡ଼ କାହିଁକି ତୁଟି ଯାଉଛି ? ଆଜି ମୁଁ ଦେଖୁଛି ଯେ ଯେଉଁମାନେ ଏ ମଞ୍ଚ ପ୍ରସ୍ତୁତ କରିଛନ୍ତି, ସେମାନେ ଭାବିଥିବେ ଯେ ଏପଟକୁ ମଞ୍ଚ ନିର୍ମାଣ କରିବି ଯେମିତି ସଭାସ୍ଥଳ ଭରା ଭରା ଦିଶିବ । କିନ୍ତୁ ସେପଟକୁ ତ ଏହାଠାରୁ ଅଧିକ ଲୋକ ମୋତେ ଦୃଶ୍ୟ ହେଉଛନ୍ତି । ଏତେ ବିଶାଳ ସଂଖ୍ୟାରେ ଆପଣମାନେ ଏଠାକୁ ଆସିବା, ଏତେ ମାତ୍ରାରେ ମୋତେ ସ୍ନେହପୂର୍ଣ୍ଣ ଆଶୀର୍ବାଦ ଦେବା, ଆମକୁ ଆପଣମାନଙ୍କ ପାଇଁ ଦିନ ରାତି ଦୌଡ଼ି ଦୌଡ଼ି କାର୍ଯ୍ୟ କରିବାକୁ ଶକ୍ତି ଯୋଗାଉଛି । ଆପଣମାନଙ୍କ ଲାଗି କାମ କରିବାକୁ ପ୍ରେରଣା ଦେଉଛି । ଝାଡ଼ଖଣ୍ଡର ମାଟି ହେଉଛି ବିପ୍ଳବର ମାଟି । କ୍ରାନ୍ତିବୀରମାନଙ୍କ ମାଟି । ଭଗବାନ ବିରସା ମୁଣ୍ଡାଙ୍କ ନେତୃତ୍ୱରେ ଏଠାରେ ଚାଲିଥିବା ବିପ୍ଳବ ଓ ବିଦ୍ରୋହ ସ୍ୱାଧୀନତା ସଂଗ୍ରାମ  କିମ୍ବା ସତ୍ୟାଗ୍ରହର ସଂକଳ୍ପ ଏହି ମାଟିକୁ ଅନେକ ସେନାନୀ ଦେଇଛି । କ୍ରାନ୍ତିବୀରମାନଙ୍କୁ  ଜନ୍ମ ଦେଇଛି । ମୁଁ ଏହି ମାଟିର ସୁପୁତ୍ର ସହିଦ ବିଜୟ ସୋରେନଙ୍କୁ ପୁଣି ଥରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।  ମୁଁ ଗୁମଲାରେ ଉପସ୍ଥିତ ତାଙ୍କ ପରିବାରକୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।  ତାଙ୍କର ସନ୍ତାନମାନେ ବେଶ୍‌ ବାହାଦୂରୀର ସହ ସେହି ସମୟକୁ ସାମ୍ନା କରିଛନ୍ତି । କୃତଜ୍ଞତା ଦୃଷ୍ଟିରୁ ପ୍ରତ୍ୟେକ ପଦକ୍ଷେପରେ, ପ୍ରତ୍ୟେକ ସ୍ତରରେ, ଏକ ଅଭିଭାବକ ରୂପରେ ଆମକୁ ତାଙ୍କର ପରିବାରର ଦେଖାଶୁଣା କରିବାକୁ ପଡ଼ିବ ।

ସାଥୀଗଣ, ଆଜି ମୁଁ ଏଠାରେ ଝାଡ଼ଖଣ୍ଡର ବିକାଶ ପାଇଁ ବିଗତ ସାଢ଼େ ଚାରି ବର୍ଷ ଭିତରେ ଯେଉଁସବୁ ବିକାଶମୂଳକ କାର୍ଯ୍ୟ କରାଯାଇଛି, ସେସବୁକୁ ଅଧିକ ଗତି ପ୍ରଦାନ କରିବା ସକାଶେ ଏଠାକୁ ଆସିଛି । ମେଡ଼ିକାଲ କଲେଜ ବିଲ୍ଡିଂ, ହସ୍ପିଟାଲ, ଇଂଜିନିୟରିଂ କଲେଜ, ପାନୀୟ ଜଳ ସମସ୍ୟାରୁ ମୁକ୍ତି ଦେବାପାଇଁ ଉଦ୍ଦିଷ୍ଟ ପାଇପ ଲାଇନ, ନମାମି ଗଙ୍ଗେ ପ୍ରୋଜେକ୍ଟର ଶିଳାନ୍ୟାସ ଏବଂ ଲୋକାର୍ପଣ ଦ୍ୱାରା ଏଠାକାର ଭିତ୍ତିଭୂମିଗତ ସୁବିଧା ସୁଦୃଢ଼ ହୋଇପାରିବ । ଏହାର ମୂଳଭୂତକୁ ଶକ୍ତି ମିଳିପାରିବ । ମୁଁ ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ମୁଁ ଏଠାକାର ହଜାର ହଜାର କୃଷକ ଭାଇମାନଙ୍କୁ ବି ଅଭିନନ୍ଦନ  ଜଣାଉଛି, ଯେଉଁମାନଙ୍କୁ ସ୍ମାର୍ଟ ଫୋନ କିଣିବା ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ।

ସାଥୀଗଣ, ଝାଡ଼ଖଣ୍ଡ  ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା, ଆୟୁଷ୍ମାନ ଭାରତ, ପିଏମଜେର ଶୁଭାରମ୍ଭର ସାକ୍ଷୀ ହୋଇ ରହିଛି । ଆପଣମାନଙ୍କ ସମସ୍ତଙ୍କ ଆଶୀର୍ବାଦ ଫଳରେ ଏହି ଯୋଜନା ଆଜି ସମଗ୍ର ଦେଶରେ ଲକ୍ଷ ଲକ୍ଷ ଗରିବ ପରିବାରଙ୍କୁ ବେମାରୀରୁ ମୁକ୍ତି ପ୍ରଦାନ କରୁଛି । ଏହି ଯୋଜନାର ଲାଭ ଝାଡ଼ଖଣ୍ଡକୁ ବି ହୋଇଛି । ଏଠାକାର 57 ହଜାର ଗମ୍ଭୀର ଭାବେ ବେମାର ଲୋକଙ୍କୁ ସେଭଳି ସ୍ଥିତିରୁ ଆରୋଗ୍ୟ କରିବା ସକାଶେ ମାଗଣାରେ ସେମାନଙ୍କର ଚିକିତ୍ସା କରାଯାଇସାରିଛି । ନିକଟରେ ଗଣମାଧ୍ୟମରେ ମୁଁ ଦେଖିଛି ଯେ ଜାମସେଦପୁରରେ ଆୟୁଷ୍ମାନ ଯୋଜନା ସହାୟତାରେ ଦେଶରେ ଟ୍ୟୁମରର ଦ୍ୱିତୀୟ ବୃହତ୍ତମ ଅପରେସନ୍‌ କରାଯାଇଛି । ମୁଁ କିଛି ସମୟ ପରେ ଏହି ଯୋଜନାର ଅନେକ ଲାଭାର୍ଥୀମାନଙ୍କୁ ଭେଟି ସେମାନଙ୍କର ଏ ସଂପର୍କରେ ଅନୁଭବ କ’ଣ ତାହା ସେମାନଙ୍କ ମୁହଁରୁ ଶୁଣିବି, ସେମାନଙ୍କ ସହ ବାର୍ତ୍ତାଳାପ କରିବି ।

ସାଥୀଗଣ, ଝାଡ଼ଖଣ୍ଡରେ ସ୍ୱାସ୍ଥ୍ୟସେବାଗୁଡ଼ିକୁ ମଜଭୁତ କରିବା ସକାଶେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସହ ମିଳିମିଶି ନିରନ୍ତର ପ୍ରୟାସ ଜାରି ରଖିଛି । ଦେଓଧରରେ ଏମ୍ସ ପ୍ରତିଷ୍ଠା କରାଯିବା ଦ୍ୱାରା ଆଜି ତିନୋଟି ଜିଲ୍ଲା, ଦୁମକା, ହଜାରିବାଗ ଏବଂ ପଲାମୁରେ ମେଡ଼ିକାଲ କଲେଜର ଉଦଘାଟନ ଆମର ଏହି ପ୍ରୟାସର ପରିଣାମ । କେବଳ ତିନି ବର୍ଷ ପୂର୍ବରୁ ସ୍ଥିତି ଏଭଳି ଥିଲା ଯେ ଝାଡ଼ଖଣ୍ଡରେ ତିନିଟି ମେଡ଼ିକାଲ କଲେଜ ଥିଲା, କିନ୍ତୁ ଆଜି ଆପଣମାନେ ଦେଖନ୍ତୁ ଯେ ଗୋଟିଏ ଦିନରେ ଏଠାରେ ତିନି ତିନିଟି ମେଡ଼ିକାଲ କଲେଜ ଖୋଲିଛି । ଏହିସବୁ ମେଡ଼ିକାଲ କଲେଜମାନଙ୍କରୁ ଏଠାକାର ଯୁବକଯୁବତୀମାନେ ଏହିଠାରେ ମେଡ଼ିକାଲ ପାଠ ପଢ଼ିବାର ବିକଳ୍ପ ତ ମିଳିବ, ଏଥିସହ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସେବା ଓ ସୁବିଧା ମଧ୍ୟ ଉପଲବ୍ଧ ହୋଇପାରିବ । ଏଥି ସହ ହଜାରିବାଗ, ଦୁମକା, କଲାମୁ ଏବଂ ଜାମସେଦପୁରରେ 500 ବେଡ଼ କ୍ଷମତା ବିଶିଷ୍ଟ ହସପିଟାଲର ମଧ୍ୟ ଶିଳାନ୍ୟାସ କରାଯାଇଛି ।

ଭାଇ ଓ ଭଉଣୀଗଣ, ସ୍ୱାସ୍ଥ୍ୟର ସିଧା ସମ୍ବନ୍ଧ ପାନୀୟ ଜଳ ସହ ସଂଶ୍ଳିଷ୍ଟ, ସ୍ୱଚ୍ଛତା ସହ ସଂଶ୍ଳିଷ୍ଟ । ଝାଡ଼ଖଣ୍ଡରେ ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରିବା ସକାଶେ ସରକାର ନିରନ୍ତର ପ୍ରୟାସ କରି ଆସୁଛନ୍ତି । ଆମ ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟ କର ଗୋଟିଏ କିମ୍ବା ଦୁଇଟି ନୁହେଁ, 350ଟି ପରିଯୋଜନାରେ କାର୍ଯ୍ୟ କରୁଛନ୍ତି । ଏଭଳି 11ଟି ପ୍ରୋଜେକ୍ଟର ଉଦଘାଟନ ଏବଂ ଶିଳାନ୍ୟାସ ଏବେ କିଛି ସମୟ ପୂର୍ବରୁ କରିବାର ସୌଭାଗ୍ୟ ମୋତେ ମିଳିଛି ।

ଭାଇ ଓ ଭଉଣୀଗଣ, ଆଜି ଏଠାରେ ଜଳସେଚନ ସହିତ ସଂଶ୍ଳିଷ୍ଟ ଅନେକ ପ୍ରକଳ୍ପ, ଏହାର ମଧ୍ୟ ଶୁଭାରମ୍ଭ କରାଯାଇଛି । ସେସବୁ ସଂପୂର୍ଣ୍ଣ ହେଲେ ହଜାରିବାଗ ସହ ରାମଗଡ଼, ପାଲାମୁ, ଗୋଡ଼ା, ପଶ୍ଚିମ ସିଂହଭୂମ କ୍ଷେତ୍ରର ହଜାର ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍ଧ କରାଯାଇପାରିବ । ପୂର୍ବଥର ଯେତେବେଳେ ମୁଁ ପାଲାମୁ ଯାଇଥିଲି ତ ଦଶନ୍ଧି ଦଶନ୍ଧି ଧରି ଅଟକି ରହିଥିବା ମଣ୍ଡଳ ଡ଼୍ୟାମ୍‌ ଏବଂ ଉତ୍ତର କୋଏଲ ପରିଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସମସ୍ତ ପ୍ରକଳ୍ପ ଏଠାକାର କୃଷକ ଭାଇମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ସୁନିଶ୍ଚିତ ।

ସାଥୀଗଣ, ଝାଡ଼ଖଣ୍ଡ ଓ କେନ୍ଦ୍ର ସରକାର ମଧ୍ୟରେ ବିହନ ଠାରୁ ନେଇ ବଜାର ପର୍ଯ୍ୟନ୍ତ ଅଭିଯାନକୁ କାର୍ଯ୍ୟରେ ପରିଣତ କରିବା ସକାଶେ ପ୍ରୟାସ ଜାରି ରହିଛି । ଆଜି କୃଷକ ପରିବାରମାନଙ୍କୁ ଦେବାର ଯୋଜନାର ଶୁଭାରମ୍ଭ କରାଯାଇଛି । କିଛି କୃଷକଙ୍କୁ ଏଥିପାଇଁ ଚେକ୍‌ ବଣ୍ଟନ କରାଯାଇଛି । ଏହି ଯୋଜନା ଦ୍ୱାରା ପ୍ରଦେଶର 27 ଲକ୍ଷ କୃଷକଙ୍କ ଫାଇଦା ପହଞ୍ଚିବ । ଏହି ସ୍ମାର୍ଟ ଫୋନ ଦ୍ୱାରା ଏବେ ସେମାନେ ସେମାନଙ୍କର ଫସଲ ବିକ୍ରୀ ସହ ଜଡ଼ିତ ଡ଼ିଜିଟାଲ କାରବାର ସହଜସାଧ୍ୟ ହୋଇପାରିବ । ସେମାନେ ପାଣିପାଗର ଖବର ସ୍ମାର୍ଟ ଫୋନ ଜରିଆରେ ପାଇପାରିବେ, କୃଷି କର୍ମ ସଂପର୍କର ନୂଆ ନୂଆ ପଦ୍ଧତି ଓ ପ୍ରଯୁକ୍ତି ସଂପର୍କରେ ସୂଚନା ପାଇପାରିବେ ଏବଂ ଏଥିସହ ସରକାରଙ୍କ ଅନ୍ୟ ଯୋଜନାଗୁଡ଼ିକ ସହ ବି ସିଧାସଳଖ ସଂଯୁକ୍ତ ହୋଇପାରିବେ ।

ସାଥୀଗଣ, କେନ୍ଦ୍ର ସରକାର ହୁଅନ୍ତୁ ଅଥବା ଝାଡ଼ଖଣ୍ଡ ସରକାର, କୃଷକମାନଙ୍କୁ, ଗରିବ ଲୋକମାନଙ୍କୁ ଦଲାଲମାନଙ୍କ ଠାରୁ ମୁକ୍ତ କରିବାଲାଗି ଏହା ଆମର ଧେୟ ହୋଇଛି ।

ଏହି କାରଣ ଯୋଗୁ ରାସନ ଠାରୁ ନେଇ ଛାତ୍ରବୃତ୍ତି ପର୍ଯ୍ୟନ୍ତ, ପେନସନ୍‌ ହୋଇଥାଉ ଅବା ଅନ୍ୟ ଯେକୌଣସି ପ୍ରକାର ସରକାରୀ ସାହାଯ୍ୟ ସହଯୋଗ, ଏବେ ସେସବୁ ସିଧାସଳଖ ଲାଭାର୍ଥୀମାନଙ୍କ ବ୍ୟାଙ୍କ ଜମାଖାତାକୁ ପଠାଇ ଦିଆଯାଉଛି । ନିକଟରେ ଏହି ଅଭିଯାନକୁ ବିସ୍ତାର କରାଯାଇ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଏକ ବିରାଟ ଯୋଜନା ପ୍ରସ୍ତୁତ କରାଯାଇଛି । ଆମ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛି । ଏହା ଅଧୀନରେ ଏଭଳି କୃଷକମାନଙ୍କୁ ଯେଉଁମାନଙ୍କ ନିକଟରେ ପାଞ୍ଚ ଏକର ଅଥବା ତା’ଠାରୁ କମ୍‌ ଚାଷଜମି ରହିଛି ସେମାନଙ୍କ ବ୍ୟାଙ୍କ୍‌ ଜମାଖାତାକୁ ସିଧା ଅର୍ଥ ହସ୍ତାନ୍ତରଣ କରାଯିବ । ଆଗାମୀ ଦଶ ବର୍ଷରେ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଆମ ସରକାର କୃଷକମାନଙ୍କ ବ୍ୟାଙ୍କ୍‌ ଜମାଖାତାରେ ପୈଠ କରିବ । ଏହି ଅର୍ଥରେ ସେମାନେ ଉପଯୁକ୍ତ ସମୟରେ ବିହନ କିଣିପାରିବେ, ଔଷଧ କିଣିପାରିବେ, ସାର କିଣିବାରେ ସେମାନଙ୍କୁ ଏହି ଅର୍ଥ ବିଶେଷ ସହାୟକ ହେବ ଏବଂ ସେମାନଙ୍କୁ ଆଉ ସାହୁକାରମାନଙ୍କ ଚାରିକଡ଼େ ଚକ୍କର କାଟିବାକୁ ପଡ଼ିବନାହିଁ କି ସେମାନଙ୍କ ଠାରୁ ଚଢ଼ା ସୁଧ ହାରରେ ଟଙ୍କା କରଜ ନେବାକୁ ପଡ଼ିବନାହିଁ । ଏଥିରୁ ସେମାନଙ୍କୁ ମୁକ୍ତି ମିଳିବ । ଏହାଦ୍ୱାରା ଦେଶର ପ୍ରାୟ 12 କୋଟି କୃଷକଙ୍କୁ ଲାଭ ମିଳିବ ।  ଝାଡ଼ଖଣ୍ଡର 22 ଲକ୍ଷ କୃଷକ ପରିବାରଙ୍କୁ ଏଥିରୁ ସିଧା ଲାଭ ମିଳିବାକୁ ଯାଉଛି ।

ସାଥୀଗଣ, ସବକା ସାଥ, ସବକା ବିକାଶ ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ କେନ୍ଦ୍ର ସରକାର ଗରିବମାନଙ୍କୁ, ବଂଚିତମାନଙ୍କୁ , ଶୋଷିତ, ଆଦିବାସୀମାନଙ୍କୁ, ମହିଳାମାନଙ୍କୁ, ଯୁବକମାନଙ୍କୁ , ସମାଜର ପ୍ରତ୍ୟେକ ବର୍ଗଙ୍କୁ ସଶକ୍ତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଚିନ୍ତାଧାରା ଫଳରେ ଆଜି ଦୁଇଟି ବିରାଟ ଶିକ୍ଷା ସଂସ୍ଥାନର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଏଥିରୁ ଗୋଟିଏ ମହିଳାମାନଙ୍କ ସହ ସଂଶ୍ଳିଷ୍ଟ  ଏବଂ ଅନ୍ୟଟି ଆମର ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ । ରାମଗଡ଼ଠାରେ ମହିଳ ଇଂଜିନିୟରିଂ କଲେଜର ଆଜି ଉଦଘାଟନ କରାଯାଇଛି । ସେହିଭଳି ହଜାରିବାଗଠାରେ ଆଚାର୍ଯ୍ୟ ବିନୋବା ଭାବେ ବିଶ୍ୱବିଦ୍ୟାଳୟଠାରେ ସେଣ୍ଟର ଫର୍‌ ଟ୍ରାଇବାଲ ଷ୍ଟଡ଼ିଜର ଶିଳାନ୍ୟାସ କରାଯାଇଛି ।

ସାଥୀଗଣ, ଝାଡ଼ଖଣ୍ଡ ମହିଳା ସଶକ୍ତିକରଣ ଦିଗରେ ସର୍ବଦା ଅଗ୍ରଣୀ ରହିଆସିଛି । ହଜାରିବାଗର କନ୍ୟା କ୍ୟାପ୍ଟେନ୍‌ ସୁରଭି ଗଣତନ୍ତ୍ର ଦିବସ ପରେଡ଼ରେ ବାଇକରେ ଯେଉଁ ଚିତ୍ତାକର୍ଷକ ପ୍ରଦର୍ଶନ କରିଛନ୍ତି, ତାହାର ଚର୍ଚ୍ଚା ସମଗ୍ର ଭାରତରେ ହେଉଛି । ରାମଗଡ଼ର ମହିଳା ଇଞ୍ଜିନିୟରିଂ କଲେଜ ବି କ୍ୟାପ୍ଟେନ ଶିଖା ସୁରଭି ଭଳି ଅନେକ କନ୍ୟାମାନଙ୍କୁ ଦେଶକୁ ଉପହାର ଦେବାକୁ ଯାଉଛି ଯିଏ କି ନୂତନ ଭାରତର ନୂତନ ସଂସ୍କାରର ସୃଜନ କରିବ । ଏହା ପୂର୍ବ ଭାରତର ପ୍ରଥମ ଏବଂ ସମଗ୍ର ଦେଶରେ ତୃତୀୟ କଲେଜ ଯେଉଁଠାରେ କେବଳ ବାଳିକାମାନଙ୍କୁ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରାଯାଉଛି ।

ଭାଇ ଓ ଭଉଣୀଗଣ,  କେନ୍ଦ୍ର ସରକାର ଆଦିବାସୀ ସମାଜରକୁ ଶିକ୍ଷା ଓ କୌଶଳ ସହ ଯୋଡ଼ିବା ସକାଶେ ବି ନିରନ୍ତର ପ୍ରୟାସ ଜାରି ରଖିଆସିଛି । ତାହା ସ୍କୁଲ ଶିକ୍ଷା ହୋଇଥାଉ ଅଥବା ଉଚ୍ଚ ଶିକ୍ଷା, ଆଦିବାସୀ ସମାଜର ଯୁବସାଥୀଗଣଙ୍କୁ ସକଳ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଆଚାର୍ଯ୍ୟ ବିନୋବା ଭାବେ ବିଶ୍ୱବିଦ୍ୟାଳୟ ଠାରେ ଜନଜାତି ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ହେବାପରେ ଏଠାକାର ସମାଜ ଓ ସଂସ୍କୃତି ସଂପର୍କରେ ସବିସ୍ତାର ଜାଣିବା ଏବଂ ଆଗାମୀ ପିଢ଼ି ପର୍ଯ୍ୟନ୍ତ ସମାଜର ସଂସ୍କାରକୁ ପହଞ୍ଚାଯିବା କାର୍ଯ୍ୟକୁ ବେଶ୍‌ ସହଯୋଗ ମିଳିପାରିବ ।

ଏହି ଭଳି ଭାବେ ଝାଡ଼ଖଣ୍ଡ ସହିତ ଦେଶର ସମସ୍ତ ଆଦିବାସୀ କ୍ଷେତ୍ରରେ ଏକଲବ୍ୟ ମଡ଼େଲ ସ୍କୁଲ୍‌  ଖୋଲାଯାଉଛି । ଝାଡ଼ଖଣ୍ଡରେ ଏଭଳି ଦୁଇ ଡ଼ଜନ ବିଦ୍ୟାଳୟ ପ୍ରଥମରୁ ଆରମ୍ଭ ହୋଇସାରିଛିଏବଂ ଅନ୍ୟ ପ୍ରାୟ 70ଟି ଏଭଳି ଧରଣର ନୂତନ ବିଦ୍ୟାଳୟ ଖୋଲାଯିବା ଦିଗରେ କାର୍ଯ୍ୟ ଜାରି ରହିଛି ।

ସାଥୀଗଣ,  ଆଦିବାସୀ କ୍ଷେତ୍ରରେ କ୍ରୀଡ଼ାର ସୁବିଧା ପାଇଁ ଥିବା ସୁବିଧାକୁ ଅଧିକ ମଜଭୁତ କରାଯାଉଛି ଯଦ୍ୱାରା ଆମର ଜନଜାତିର ଯୁବା କ୍ରାଡ଼ାବିତମାନେ ଆହୁରି ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରିପାରିବେ । ଝାଡ଼ଖଣ୍ଡରେ ତ ତୀରନ୍ଦାଜ ସମେତ ଅନେକ ଖେଳକୁ ଦେଶକୁ ଅନେକ ଅନେକ ବଡ଼ ପ୍ରତିଭାଙ୍କୁ ଉପହାର ଦେଇଛି । ଏମିତିରେ ତ ଝାଡ଼ଖଣ୍ଡର ଯୁବକମାନଙ୍କ ଏଭଳି ଶକ୍ତି ଆଗାମୀ ଦିଗରେ ଆହୁରି ଉଜ୍ଜ୍ୱଳ ଭାବେ ସାମ୍ନାକୁ ଆସିବ ।

ସାଥୀଗଣ, ଆଜି ଏଠାରେ ଶିଶୁମାନଙ୍କ ପୋଷଣ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହା ମାଧ୍ୟମରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପିଲାମାନଙ୍କୁ ପ୍ୟାକେଟରେ କ୍ଷୀର ଦିଆଯାଉଛି । ଏହା ଦ୍ୱାରା ଗରିବ ଓ ଆଦିବାସୀ ସମାଜର ପିଲାମାନେ କୁପୋଷଣ ସମସ୍ୟାରୁ ମୁକ୍ତି ପାଇପାରିବେ ଏବଂ ଯାହା ଆମର ମୁଖ୍ୟମନ୍ତ୍ରୀଜୀ ଏବେ ସୂଚୀତ କରୁଥିଲେ, ଏହି ଯୋଜନାର ନାମ କାହ୍ନା ଦୁଗ୍ଧ ଯୋଜନା ଅର୍ଥାତ୍‌, ଏକ ପ୍ରକାର ଭଗବାନ କୃଷ୍ଣଙ୍କୁ ସେମାନେ ଏକପ୍ରକାର ସ୍ମରଣ କରିଛନ୍ତି । ସେତେବେଳର  ଦୁଧ ଓ ଲହୁଣିକୁ ସ୍ମରଣ କରିଛନ୍ତି । ମୁଁ ଆଶା କରୁଛି ଯେ ଏହି କାହ୍ନା ଦୁଗ୍ଧ ଯୋଜନା ଦ୍ୱାରା ଏଠାକାର ଶିଶୁମାନେ ସୁସ୍ଥ ହୁଅନ୍ତୁ, ଏଭଳି ସୁସ୍ଥ ହୁଅନ୍ତୁ ଯେ ପୂରା ଦେଶର ମସ୍ତକ ଗର୍ବରେ ଉଚ୍ଚ ହୋଇଉଠଉ । କେନ୍ଦ୍ର ସରକାର ଯେଉଁ ରାଷ୍ଟ୍ରୀୟ କୁପୋଷଣ ବିରୋଧୀ ଅଭିଯାନ ଚଳାଇଛନ୍ତି, ତାହାକୁ ବି ଏହି ଯୋଜନାରୁ ଶକ୍ତି ମିଳିବ ।

ସାଥୀଗଣ, ଶିକ୍ଷା, କୌଶଳ ଏବଂ ପୋଷଣ ସହ ଆଦିବାସୀ ନାୟକମାନଙ୍କୁ ସମ୍ମାନ ଦେବା ସକାଶେ ସ୍ୱାଧୀନତା ପ୍ରତି ସେମାନଙ୍କର ଥିବା ଅନେକ ଯୋଗଦାନକୁ ଭବିଷ୍ୟତ ପିଢ଼ିଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ସକାଶେ ବି ଅନେକ ପ୍ରୟାସ କରାଯାଉଛି । ଝାଡ଼ଖଣ୍ଡରେ ନିର୍ମିତ ହେଉଥିବା ବିରସା ମୁଣ୍ଡା ସଂଗ୍ରହାଳୟ ଏହାର ପ୍ରମାଣ । ଏହି ସଂଗ୍ରହାଳୟ ମହାନ ଆଦିବାସୀ ସ୍ୱତନ୍ତ୍ରତା ସେନାନୀ ବିର୍ସା ମୁଣ୍ଡାଙ୍କ ଭଳି ନାୟକଙ୍କ ପରିଚୟକୁ ସମୃଦ୍ଧ କରିବ । ଏଭଳି ଅନେକ ସଂଗ୍ରହାଳୟ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ସ୍ଥାପନ କରାଯାଉଛି ଯେଉଁଥିରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଏହି ସଂଗ୍ରହାଳୟ ଆମର ଆଦିବାସୀ ନାୟକମାନଙ୍କୁ ଆମକୁ ସ୍ମରଣ କରାଇବ ଏବଂ ଏଥିସହ ସେଗୁଡ଼ିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ।

ସାଥୀଗଣ, ମୁଁ ଆନନ୍ଦିତ ଯେ ଝାଡ଼ଖଣ୍ଡ ସ୍ୱଚ୍ଛତା ଦିଗରେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛି । ସାଢ଼େ ଚାରିବର୍ଷ ପୂର୍ବରୁ ଯେଉଁଠି ସ୍ୱଚ୍ଛତାର ମାତ୍ରା କେବଳ 20 ପ୍ରତିଶତ ଥିଲା, ସେଠାରେ ଏବେ ଝାଡ଼ଖଣ୍ଡ ନିଜେ ବିଦ୍ୟାଳୟକୁ ମୁକ୍ତାକାଶ ଶୌଚମୁକ୍ତ ରାଜ୍ୟରେ ପରିଣତ କରିପାରିଛି । ରଘୁବର ଦାସଜୀ, ତାଙ୍କର ପୂରା ଟିମ୍‌, ତାଙ୍କର ପ୍ରଶାସନର ସମସ୍ତ ଛୋଟ ବଡ଼ ଅଧିକାରୀ ଓ ସହଯୋଗୀମାଙ୍କୁ ମୋ ତରଫରୁ ଲକ୍ଷ ଲକ୍ଷ ଅଭିନନ୍ଦନ । ରେକର୍ଡ଼ ସମୟରେ 33 ଲକ୍ଷରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି, ଏହା ନିଶ୍ଚିତ ଭାବେ, ମୋତେ ଯାହା ସୂଚୀତ କରାଯାଇଛିଯେ ହଜାରିବାଗର ରେକର୍ଡ଼ ଏଥିରେ ଉତ୍ତମ ରହିଛି, ତାହା ଏକ ପ୍ରଶଂସନୀୟ ସାଫଲ୍ୟ । ଏଠାରେ ସବୁଠାରୁ କମ୍‌ ସମୟ ଭିତରେ ସର୍ବାଧିକ ଶୌଚାଳୟ ନିର୍ମାଣ କରାଯାଇଛି । ଏହି ଉପଲବ୍ଧ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ  ଜଣାଉଛି ।

ସାଥୀଗଣ, ନଦୀର ଜଳକୁ ସଫା କରିବା ଲାଗି ଅନେକ ପ୍ରକଳ୍ପର ଆଜି ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ସାହିବଗଞ୍ଜ ସିୱର ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟନ କରାଯାଇଛି ଏବଂ ରାମଗଡ଼ ସିୱର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଆଜି ଶୁଭାରମ୍ଭ କରାଯାଇଛି । ନମାନୀ ଗଙ୍ଗେ ପ୍ରକଳ୍ପ ଅଧୀନରେ ଜଳ ପ୍ରକ୍ରିୟାକରଣ ସହ ଘାଟମାନଙ୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଉଛି । ମଧୁସୂଦନ ଘାଟର ସୌନ୍ଦର୍ଯ୍ୟକରଣ  କାମ ଇତି ମଧ୍ୟରେ ସଂପୂର୍ଣ୍ଣ ହୋଇସାରିଛି । ଏହି ସବୁ କାର୍ଯ୍ୟ, ଏହି ସବୁ ପରିଯୋଜନା ଏଇଥିପାଇଁ ହୋଇପାରୁଛି କାରଣ ସାଢ଼େ ଚାରିବର୍ଷ ପୂର୍ବରୁ ଆପଣମାନେ କେନ୍ଦ୍ରରେ ଏକ ପୂର୍ଣ୍ଣ ବହୁମତ ସରକାରକୁ ଚୟନ କରିଥିଲେ ।

ମୁଁ ଦେଶର ବିକାଶ ପାଇଁ, ଦେଶର ପ୍ରତ୍ୟେକ କ୍ଷେତ୍ରର ବିକାଶ ସକାଶେ, ପୂର୍ଣ୍ଣ ନିଷ୍ଠାର ସହ, ସଂପୂର୍ଣ୍ଣ ସଚ୍ଚୋଟ ଭାବେ, ଦିନ ରାତି ଯେତେ ବି କାର୍ଯ୍ୟ କରିପାରିବି, ତାହା କରିବାରେ ସାମାନ୍ୟ ହେଳା କରିବି ନାହିଁ । ଆପଣମାନଙ୍କ ଆଶୀର୍ବାଦ ଏମିତିରେ ତ ମୋ ଉପରେ ରହିଛି, ଏହି କାମନା ସହିତ ମୁଁ ମୋର ବକ୍ତବ୍ୟ ସମାକ୍ତ କରୁଛି ।

ମୋ ସହିତ ଦୁଇ ହାତମୁଠା ବନ୍ଦ କରି ସଂପୂର୍ଣ୍ଣ ଶକ୍ତିର ସହ ଉଦଘୋଷଣା କରନ୍ତୁ-

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India exports $140 million worth of goods to UK at zero duty on Day 1 of trade pact implementation

Media Coverage

India exports $140 million worth of goods to UK at zero duty on Day 1 of trade pact implementation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings of Lord Jagannath
July 16, 2026

The Prime Minister, Shri Narendra Modi, shared a Sanskrit Subhashitam, seeking blessings of Lord Jagannath on the sacred occasion of Rath Yatra:

“देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥"

Shri Modi also expressed the hope that the divine grace of Lord Jagannath would infuse new energy into the lives of all countrymen.

The Prime Minister posted on X:

महाप्रभु जगन्नाथ की रथ यात्रा के पावन अवसर पर मेरी कामना है कि उनका आशीर्वाद हम सभी पर सदैव बना रहे। उनकी दिव्य कृपा से सभी देशवासियों के जीवन में नई ऊर्जा का संचार हो।

देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥