Our Government is working with the mantra of ‘Sabka Saath Sabka Vikas’: PM Modi
In just 100 days since its inception over 7 lakh poor patients have been benefited through Ayushman Bharat Yojana: PM Modi
130 crore Indians are my family and I’m is committed to working for their welfare: PM Modi

ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆଜି ପ୍ରଧାନସେବକ ଭାବେ ମୁଁ ପୁଣି ଥରେ ଆପଣମାନଙ୍କ ମଧ୍ୟକୁ ଆସିଛି । କିନ୍ତୁ ତାହା ପୂର୍ବରୁ ମଧ୍ୟ ଏହି ଦାମନ ହେଉ, ଦିୟୁ ହେଉ, ସିଲଭାସା ହେଉ, ଏଠାକାର ଗାଁ ହେଉ ଏସବୁ ମୋ ପାଇଁ କିଛି ନୂଆ ନୁହେଁ । ବହୁତଥର ଏଠାକୁ ଆସିବାର ସୁଯୋଗ ମୋତେ ମିଳିଛି । ଦାଦ୍ରା ନଗର ହାବେଳି ଏବଂ ଦାମନ ଦିୟୁର ରାସ୍ତା ଉପରେ କେବେ ସ୍କୁଟରରେ ବୁଲିବାର ମଧ୍ୟ ସୁଯୋଗ ମିଳୁଥିଲା । ଏଠାକାର ଖାଦ୍ୟ-ପେୟ,ରୀତି-ନୀତି, ଏଠାକାର ନାଗଳି, ସବୁକିଛି ଯେତେବେଳେ ଏଠାକୁ ଆସୁଛି ତ ପୁରୁଣା କଥା ସବୁ ମନେ ପଡ଼ିଥାଏ । ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଛି ।

ସାଥୀଗଣ, 2017 ଅପ୍ରେଲ ମାସରେ ଯେତେବେଳେ ମୁଁ ଆପଣମାନଙ୍କ ଗହଣକୁ ଆସିଥିଲି ତ ଅନେକଗୁଡ଼ିଏ ଯୋଜନାର ଶିଳାନ୍ୟାସ କରିଥିଲି । ମୁଁ ଖୁସି ଯେ ଏତେ କମ୍ ସମୟ ମଧ୍ୟରେ ଅଧିକାଂଶ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ସାରିଛି ଆଉ ସେଥି ମଧ୍ୟରୁ କେତେଗୁଡ଼ିଏ ଆଜି ଲୋକାର୍ପଣ କରାଯାଉଛି । ଆଜି ଆଉ ଥରେ ପୁଣି ଆପଣମାନଙ୍କ ଗହଣରେ ଅଛି ତ, ଏଠାରେ 1400 କୋଟି ଟଙ୍କାରୁ ଅଧିକ ବ୍ୟୟର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏସବୁ ପ୍ରକଳ୍ପଗୁଡ଼ିକ, ଏଠାକାର ଯୋଗାଯୋଗ, ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି, ପରମ୍ପରା ଏସବୁ ଅନେକ ଦିଗ ସହିତ ଜଡ଼ିତ ଏଠାକାର ଉଦ୍ୟୋଗଗୁଡ଼ିକୁ ପ୍ରେତ୍ସାହନ ଦେବା ପାଇଁ ଆଜି ଏଠାରେ ନୂତନ ଶିଳ୍ପ ନୀତି ଏବଂ ନୂତନ ଆଇଟି ନୀତିର ମଧ୍ୟ ଶୁଭାରମ୍ଭ କରାଯାଇଛି । ନୂତନ ବର୍ଷ ଅବସରରେ ଏସବୁ ଉପହାରଗୁଡ଼ିକ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ।

ଭାଇ ଓ ଭଉଣୀମାନେ, ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶର ମନ୍ତ୍ରକୁ ନେଇ ଚାଲୁଥିବା କେନ୍ଦ୍ର ସରକାର ହେଉଛନ୍ତି ବିକାଶର ପଞ୍ଚଧାରା ପାଇଁ ସଂପୂର୍ଣ୍ଣ ରୂପେ ସମର୍ପିତ । ପିଲାମାନଙ୍କର ପାଠପଢ଼ା,ଯୁବକମାନଙ୍କୁ ରୋଜଗାର, ବୟସ୍କମାନଙ୍କୁ ଔଷଧ, କୃଷକମାନଙ୍କୁ ଜଳସେଚନ ଏବଂ ସାଧାରଣ ଜନତାଙ୍କର ଅଭିଯୋଗର ଶୁଣାଣି ଏହା ହେଉଛି ଆମ ପାଇଁ ବିକାଶର ରାଜମାର୍ଗ । ଏହା ଦେଖିକରି ମଧ୍ୟ ମୁଁ ଖୁସି ଅନୁଭବ କରୁଛି ଯେ ବିଗତ ପାଞ୍ଚ ବର୍ଷରେ ଦାମନ, ଦିୟୁ ଆଉ ଦାଦ୍ରା ନଗର ହାବେଳୀର ବିକାଶ ନୂତନ ଶୀଖରରେ ପହଂଚିଛି । ଏ ଦୁଇଟି କ୍ଷେତ୍ରର ହିଁ ଏକ ନୂତନ ପରିଚୟ ସୃଷ୍ଟି ହୋଇଛି । ଅନେକଗୁଡ଼ିଏ ବିଷୟରେ ଏ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ବ୍ୟବସ୍ଥାରେ ଅପୂର୍ଣ୍ଣତାରୁ ବାହାରକୁ ବାହାରି ପୂର୍ଣ୍ଣତା ଆଡ଼କୁ ଆଗେଇ ଚାଲିଛନ୍ତି । ଆଜି ଦାମନ, ଦିୟୁ ଆଉ ଦାଦ୍ରା ନଗର ହାବେଳୀ ଦୁଇଟି ଯାକ ହିଁ ନିଜକୁ ଖୋଲାରେ ମଳମୁକ୍ତ ଘୋଷିତ କରି ସାରିଛନ୍ତି । ଆଜି ଦୁଇଟି ଯାକ କ୍ଷେତ୍ରରେ ହିଁ ପ୍ରତ୍ୟେକ ଘରେ ଏଲପିଜି ସଂଯୋଗ ରହିଛି ଆଉ ଦୁଇଟି ଯାକ ଅଂଚଳକୁ ହିଁ କିରୋସିନି ମୁକ୍ତ ଘୋଷିତ କରାଯାଇ ସାରିଛି । ଆଜି ଦୁଇଟି ଯାକ କେନ୍ଦ୍ରଶାସିତ ଅଂଚଳର ସମସ୍ତ ଘରେ ବିଜୁଳି ସଂଯୋଗ ରହିଛି । ପାନୀୟଜଳର ସଂଯୋଗ ରହିଛି । ଆଜି ଦୁଇଟି ଯାକ କ୍ଷେତ୍ରରେ ରହୁଥିବା ସେହି ଗରିବ ଲୋକ,ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ପାଇବାକୁ ଯୋଗ୍ୟ ଥିଲେ, ସେମାନଙ୍କୁ ଘର ପାଇଁ ମଞ୍ଜୁରି ଦିଆଯାଇଛି । ଆଜି ଦୁଇଟି ଯାକ କ୍ଷେତ୍ରର ସେହି ଲୋକ ଯେଉଁମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳିବାର ଅଛି, ସେମାନଙ୍କ ପାଇଁ ଗୋଲ୍ଡ କାର୍ଡ ଜାରି କରାଯାଇ ସାରିଛି ।

ସାଥୀଗଣ, ଯଦି ମୁଁ ବିଗତ ତିନି ବର୍ଷର କଥା କହିବି ତ ଏହି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ପ୍ରାୟ ନଅ ହଜାର କୋଟି ଟଙ୍କାର ନିବେଶ କରାଯାଇଛି । ନଅ ହଜାର କୋଟି ଟଙ୍କା ଆପଣ କଳ୍ପନା କରିପାରିବେ ଏବେ ଆମର ଏହି ଅଂଚଳ କେଉଁଠାରୁ ଯାଇ କେଉଁଠି ପହଂଚିଯିବ । ଏହି ଧନ ରାଶିରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । କେତେକ ସମ୍ପୂର୍ଣ୍ଣ ହୋଇଯାଇଛି । ଏହି ଶୃଙ୍ଖଳରେ ଆଜି ଏଠାରେ ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଆପଣମାନଙ୍କର ଏକ ବହୁତ ପୁରୁଣା ଦାବି ମଧ୍ୟ ପୂରଣ ହୋଇଛି । ଦାଦ୍ରା ନଗର ହାବେଳି ଦାମନ ଏବଂ ଦିୟୁକୁ ସ୍ୱାଧୀନତାର ଏତେ ଦଶକ ପରେ ନିଜର ପ୍ରଥମ ମେଡିକାଲ କଲେଜ ମିଳିଲା । ଆଜି ପର୍ଯ୍ୟନ୍ତ ଦୁଇଟି ଯାକ କେନ୍ଦ୍ର ଶାସିତ ରାଜ୍ୟକୁ ବର୍ଷରେ କେବଳ 15ଟି ଆସନ ଭିନ୍ନ ଭିନ୍ନ ସ୍ଥାନରେ ମିଳୁଥିଲା । ଏବେ ପ୍ରୟାସ କରାଯାଇ 150ଟି ସିଟ୍ ପର୍ଯ୍ୟନ୍ତ ସ୍ଥାନ ଏହି ନୂତନ ମେଡିକାଲ କଲେଜରେ ଆରମ୍ଭ ହୋଇଛି । ଏହାର ଅର୍ଥ ଏହା ନୁହେଁ କି ଆଗକୁ ଯାଇ ଦେଢ଼ ଶହରେ ହିଁ ଅଟକିଯିବ । ଯେଭଳି ଭାବେ କାମ ଆଗେଇବ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସେହି ଅନୁସାରେ ବୃଦ୍ଧି ପାଇବ ।

ଭାଇ ଓ ଭଉଣୀମାନେଏହା ମଧ୍ୟ ପ୍ରୟାସ କରାଯାଉଛି କି ସମୟ ନଷ୍ଟ ନ କରି ଏହି ବିକଳ୍ପ ବିଲ୍ଡିଂରେ ଚଳିତ ବର୍ଷଠାରୁ ମେଡିକାଲ କଲେଜ ଆରମ୍ଭ କରାଯିବ । ମୋତେ ମଧ୍ୟ ଅବଗତ କରାଯାଇଛି କି ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସିଲଭାସାରେ ପାରା ମେଡିକାଲର ପ୍ରାୟ ଅଢ଼େଇ ଶହ ଏବଂ ଦାମନରେ ନର୍ସିଂର 50 ସିଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ପ୍ରୟାସ ଦ୍ୱାରା ଏଠାକାର ଯୁବ ବନ୍ଧୁମାନଙ୍କୁ ଲାଭ ତ ମିଳିବ ହିଁ, ଏଠାକାର ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବାରେ ମଧ୍ୟ ସହାୟକ ହେବ ।

ସାଥୀଗଣ, 200 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି କଲେଜ ବ୍ୟତୀତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ଯେଉଁ ନେଟୱାର୍କ ଏଠାରେ ସୃଷ୍ଟି କରାଯାଉଛି, ତାହାଦ୍ୱାରା ସାଧାରଣ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ମଧ୍ୟ ଘର ପାଖରେ ମିଳିବା ସମ୍ଭବ ହେବ । ଆୟୂଷ୍ମାନ ଭାରତ ଯୋଜନା ଅଧୀନରେ ଏଭଳି 15 ଡଜନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମଧ୍ୟ ଏଠାରେ ଲୋକାର୍ପଣ କରାଯାଇଛି ।

ଭାଇ ଓ ଭଉଣୀମାନେ, କିଛି ସମୟ ପୂର୍ବରୁ ଏଠାରେ ଆୟୂଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତା’ର କିଛି ହିତାଧିକାରୀଙ୍କୁ କାର୍ଡ ଦିଆଗଲା । ବିଶ୍ୱର ଏହି ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସେବା ଯୋଜନାର ଚର୍ଚ୍ଚା ଆଜି ସାରା ସଂସାରରେ ହେଉଛି । ଲୋକମାନେ ଏହାକୁ ମୋଦୀ କେୟାର କହୁଛନ୍ତି । କାରଣ ହେଉଛି ଏହା କି ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଦିନ ଦେଶରେ ପ୍ରାୟ 10 ହଜାରରୁ ଅଧିକ ରୋଗୀଙ୍କ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଉଛି । ଏବେ ଏହାକୁ 100 ଦିନରୁ କିଛି ଅଧିକ ସମୟ ହୋଇଛି । ଏତେ କମ୍ ସମୟରେ ହିଁ ପ୍ରାୟ 7 ଲକ୍ଷ ଗରିବ ରୋଗୀଙ୍କର ଚିକିତ୍ସା ଡାକ୍ତରଖାନାରେ ହୋଇ ସାରିଛି ।

ସାଥୀଗଣଔଷଧ ସହିତ ପାଠପଢ଼ାର ସୁବିଧାର ମଧ୍ୟ ସମ୍ପ୍ରସାରଣ କରାଯାଉଛି । କିଛି ସମୟ ପୂର୍ବରୁ ଏଠାରେ ଶିକ୍ଷା ସହିତ ଜଡ଼ିତ ନୂତନ ସଂସ୍ଥାନ ଆପଣମାନଙ୍କୁ ସମର୍ପିତ କରାଯାଇଛି । ଦିୟୁର ଶିକ୍ଷା କେନ୍ଦ୍ର (Education Hub), ଏଥିରେ ସମସ୍ତ ପ୍ରକାରର ବ୍ୟବସ୍ଥା ଏଠାକାର ଯୁବକମାନଙ୍କୁ ଘର ପାଖରେ ଭଲ ଶିକ୍ଷା ଉପଲବ୍ଧ କରାଇବାରେ ସାହାଯ୍ୟ କରିବ ।

ଭାଇ ଓ ଭଉଣୀମାନେ, ଔଷଧ ଏବଂ ପାଠପଢ଼ା ସହିତ ସରକାର ଏହା ମଧ୍ୟ ସୁନିଶ୍ଚିତ କରୁଛନ୍ତି କି କୌଣସି ମଧ୍ୟ ଗରିବ ବାସହୀନ ହୋଇ ନ ରୁହନ୍ତୁ । ବିନା ଛାତରେ ସେ ଜୀବନ ନ କାଟନ୍ତୁ,ସେମାନଙ୍କର ରହିବା ପାଇଁ ପକ୍କା ଘର ହେଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗାଁ ଏବଂ ସହରର ଗରିବ ଲୋକମାନଙ୍କୁ ନିଜର ପକ୍କା ଘର ଯୋଗାଇ ଦେବା ପାଇଁ ଏକ ବ୍ୟାପକ ଅଭିଯାନ ସାରା ଦେଶରେ ଚାଲୁ ରହିଛି । ଏହି ସଂକଳ୍ପ ଆଡ଼କୁ ଆଉ ଏକ ପାଦ ବଢ଼ାଇ ଦାଦ୍ରା ନଗର ହାବେଳି ଏବଂ ଦିୟୁ ଦାମନରେ ଆଜି ଅନେକ ଘରର ଲୋକାର୍ପଣ କରାଯାଇଛି । ଏହା ବ୍ୟତୀତ ନୂତନ ଘରର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କିଛି ସମୟ ପୂର୍ବରୁ କରାଯାଇଛି । ଯେଉଁଥିରେ ଦାମନର ଶିଳ୍ପାଂଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ପରିବାରଗୁଡ଼ିକ ପାଇଁ ନିର୍ମାଣ ହୋଇଥିବା ଆବାସ ପ୍ରକଳ୍ପ ମଧ୍ୟ ସାମିଲ ହୋଇଛି । ଆଜି ଯେଉଁମାନଙ୍କର ଘରର ସ୍ୱପ୍ନ ପୂରଣ ହୋଇଛି ଆଉ ଯେଉଁମାନଙ୍କର ଘରର ନିର୍ମାଣ ଆରମ୍ଭ ହୋଇଛି, ସେମାନଙ୍କୁ ମୋ ତରଫରୁ ହୃଦୟପୂର୍ବକ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ନୂତନ ବର୍ଷରେ ନୂତନ ଘରର ସ୍ୱପ୍ନ ପୂରଣ ହୋଇଛି ।

ସାଥୀଗଣ, ବିଗତ ସାଢ଼େ ଚାରି ବର୍ଷରେ ଦାଦ୍ରା ନଗର ହାବେଳି ଭଳି ଛୋଟରୁ ଛୋଟ ଅଂଚଳରେ ଏକ ହଜାରରୁ ଅଧିକ ସହରୀ ଗରିବ ଆବାସ ପାଇଁ କାର୍ଯ୍ୟ କରାଯାଇଛି, ନିର୍ମାଣ କରାଯାଇଛି । ବିଗତ ସାଢ଼େ ଚାରି ବର୍ଷରେ ଯେଉଁ ପ୍ରତିବଦ୍ଧତାର ସହିତ ଯେଉଁ ଗତି ଏବଂ ମାନଦଣ୍ଡରେ ଗରିବଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ତାହା ହେଉଛି ଅଭୂତପୂର୍ବ । ପୂର୍ବ ସରକାର ଯେଉଁଠି ନିଜର ପାଞ୍ଚ ବର୍ଷ ମଧ୍ୟରେ କେବଳ 25 ଲକ୍ଷ ଘର ନିର୍ମାଣ କରି ପାରିଥିଲେ, ସେଠାରେ ଆମ ସରକାର 5 ବର୍ଷରେ ଏକ କୋଟି ପଚିଶ ଲକ୍ଷରୁ ଅଧିକ ଘର ନିର୍ମାଣ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି । କେଉଁଠି 5 ବର୍ଷରେ 25 ଲକ୍ଷ ଆଉ କେଉଁଠି 5 ବର୍ଷରେ 1 କୋଟି 25 ଲକ୍ଷରୁ ଅଧିକ ।

ଭାଇ ଓ ଭଉଣୀମାନେ, ଏହା ମଧ୍ୟ କେବଳ ଚାରି କାନ୍ଥ ମଧ୍ୟରେ ହିଁ ନୁହେଁ, ଏଥିରେ ସୌଭାଗ୍ୟ ଯୋଜନା ଅଧିନରେ ମାଗଣା ବିଜୁଳି ସଂଯୋଗ ମଧ୍ୟ ମିଳିଛି । ଶୌଚାଳୟ ମଧ୍ୟ ରହିଛି । ରୋଷେଇ ଘରକୁ ଉଜ୍ଜ୍ୱଳା ଯୋଜନା ଅଧିନରେ ମାଗଣା ଏଲପିଜି ସଂଯୋଗ ମଧ୍ୟ ଦିଆଯାଇଛି । ଦାଦ୍ରା ନଗର ହାବେଳିର କଥା କହିବା ତ ଏଠାରେ 13 ହଜାର ଭଉଣୀଙ୍କୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇ ସାରିଛି । ଏହିପରି ସମସ୍ତ ସୁବିଧାଗୁଡିକ ଗରିବମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ସାବ୍ୟସ୍ତ ହୋଇଛି । ସାଥୀଗଣ, ସାଧାରଣ ମଣିଷଙ୍କ ଜୀବନ ସରଳ ଏବଂ ସୁଗମ ହେଉ ଏଥିପାଇଁ ଦେଶରେ ସ୍ମାର୍ଟ ବ୍ୟବସ୍ଥାମାନ ନିର୍ମାଣ କରାଯାଉଛି । ସିଲଭାସା ଏବଂ ଦିୟୁ ସହରକୁ ସ୍ମାର୍ଟ ସିଟି କରିବା ପାଇଁ ଅନେକ ଯୋଜନାଗୁଡିକ ଉପରେ କାର୍ଯ୍ୟ ଚାଲୁ ରହିଛି । ଏଠାକାର ସଡ଼କ ହେଉ, ଗଳିକନ୍ଦି ହେଉ,ପରିମଳର ବ୍ୟବସ୍ଥା ହେଉ, ପରିଷ୍କାର-ପରିଚ୍ଛନ୍ନତାର ସୁବିଧା ହେଉ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରାଯାଉଛି । କିଛି ସମୟ ପୂର୍ବରୁ ସ୍ମାର୍ଟ ସିଟି ସହିତ ଜଡିତ ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି ।

ସାଥୀଗଣ, ସିଲଭାସା ତ ଏହି ସମଗ୍ର ଅଂଚଳର ଆର୍ଥିକ କାର୍ଯ୍ୟକଳାପର ହେଉଛି ଉର୍ଜ୍ଜାକେନ୍ଦ୍ର,ଅନେକଗୁଡ଼ିଏ ଉଦ୍ୟୋଗ ଏଠାରେ ରହିଛି ଆଉ ଭବିଷ୍ୟତରେ ମଧ୍ୟ ଏଠାରେ ଉଦ୍ୟୋଗ ପାଇଁ ଅନେକ ସମ୍ଭାବନା ରହିଛି । ସିଲଭାସା ନଗରନିଗମର ଭବନ ହେଉ, ସ୍ୱରେଜ ପରିଚାଳନା ପ୍ଲାଂଟ ହେଉ,ଯୋଗାଯୋଗକୁ ସୁଗମ କରିବା ଭଳି ପ୍ରକଳ୍ପ ହେଉ, ଏହି ସମସ୍ତ ଏଠାକାର ଜୀବନକୁ ସହଜ କରିପାରିବ ।

ସାଥୀଗଣ, ସିଲଭାସା ସହିତ ଦାମନ ଏବଂ ଦିୟୁ ମଧ୍ୟ ବିକାଶକୁ ଗତି ଦେଉଛନ୍ତି । ଦାମନ ଗଙ୍ଗା ଉପରେ ନିର୍ମିତ ନୂତନ ସେତୁ, ନୂତନ ପରିମଳ ଲାଇନ୍ ଏବଂ ପରିଚାଳନା ପ୍ଲାଂଟ ଭଳି ସୁବିଧାଗୁଡ଼ିକ ଦ୍ୱାରା ଦାମନବାସୀଙ୍କ ଜୀବନ ସୁଗମ ହେବାକୁ ଯାଉଛି । ସେହିପରି ଭାବେ ମୋଟି ଦାମନରେ ନିର୍ମାଣ ହୋଇଥିବା ସମୁଦ୍ର ସୁରକ୍ଷା ପ୍ରାଚୀର ସମୁଦ୍ରର ଲହଡିରୁ ଆପଣମାନଙ୍କୁ ସୁରକ୍ଷା ପ୍ରଦାନ କରିବ । ଏହାଦ୍ୱାରା ମୃତ୍ତିକା କ୍ଷୟ ସମସ୍ୟା ବହୁତ କମ୍ ହେବ । ସାଥୀଗଣପୂର୍ବଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ତ ଅନେକ ଆଦିବାସୀ ପରିବାରଗୁଡ଼ିକୁ ଜମିର ପଟା ବିତରଣ କରାଯାଇଥିଲା । ଆଜି ମଧ୍ୟ କିଛି ସାଥୀମାନଙ୍କୁ ଜମି ଅଧିକାରର ସ୍ଵତ୍ତ୍ଵ ଦେବାର ସୁଯୋଗ ମୋତେ ମିଳିଛି ।

ଭାଇ ଓ ଭଉଣୀମାନେଜମି ହେଉ, ବନଜାତ ଦ୍ରବ୍ୟ ହେଉ, ପଢ଼ା-ଲେଖା ହେଉ, କ୍ରୀଡ଼ା ସହିତ ଜଡ଼ିତ ପ୍ରତିଭା ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆଦିବାସୀମାନଙ୍କର କଲ୍ୟାଣ ପାଇଁ ବ୍ୟାପକ ପ୍ରୟାସ କରାଯାଉଛି । ବନ୍ଧନ ଯୋଜନା ଅଧୀନରେ ବନଜାତ ଦ୍ରବ୍ୟର ଯେଉଁ ମୂଲ୍ୟଯୁକ୍ତ କରାଯାଉଛି ଆଉ ତାହାର ଉପଯୁକ୍ତ ପ୍ରଚାର-ପ୍ରସାର ପାଇଁ ସାରା ଦେଶରେ କେନ୍ଦ୍ର ନିର୍ମାଣ କରାଯାଉଛି । ଯେଉଁ ବନଜାତ ଦ୍ରବ୍ୟ ଆଦିବାସୀ ଭାଇ ଭଉଣୀମାନେ ସଂଗ୍ରହ କରୁଛନ୍ତି, ତାକୁ ଉପଯୁକ୍ତ ମୂଲ୍ୟ ମିଳିପାରୁ । ଏଥିପାଇଁ ସହାୟକ ମୂଲ୍ୟର ପରିସର ବୃଦ୍ଧି କରାଯାଇଛି ।

ସାଥୀଗଣ, ଆଦିବାସୀମାନଙ୍କର ରୋଜଗାର ସହିତ ସଂସ୍କୃତିର ସଂରକ୍ଷଣ ପାଇଁ ମଧ୍ୟ ଗୁରୁତ୍ୱର ସହିତ ପ୍ରୟାସ କରାଯାଉଛି । ଆଜି ମଧ୍ୟ ଏଠାରେ ଇତିହାସ ଏବଂ ସାଂସ୍କୃତିକ ପରମ୍ପରା ସହିତ ଜଡ଼ିତ ଅନେକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ସାଂସ୍କୃତିକ କେନ୍ଦ୍ର ହେଉ, ପୁରାତନ ଦୁର୍ଗର ସଂରକ୍ଷଣ ହେଉ, ଦିୟୁରେ ଆଇଏନଏସ ଖୁଖରୀ ସହିତ ଜଡ଼ିତ ସ୍ମାରକ ସ୍ଥଳ ହେଉ, ଏହା ନିଶ୍ଚିତ ଭାବେ ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ଏବଂ ତାହାର ପ୍ରଚାର ପ୍ରସାରରେ ସିଦ୍ଧି ସାବ୍ୟସ୍ତ ହେବାକୁ ଯାଉଛି ।

ସାଥୀଗଣ, ସଂସ୍କୃତି ଏବଂ ଗୌରବ, ଇତିହାସର ଏହି ସ୍ମାରକ ଆମ ଭାବନାର ତ ହେଉଛି ପ୍ରହରୀ,ଯୁବକମାନଙ୍କ ପାଇଁ ରୋଜଗାରର ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରୁଛି । ଏହା ପର୍ଯ୍ୟଟନକୁ ଶକ୍ତି ଦେଇଥାଏ । ଦାଦ୍ରା ଏବଂ ନଗର ହାବେଳିରେ ପର୍ଯ୍ୟଟନ ପାଇଁ ବହୁତ ସମ୍ଭାବନା ରହିଛି । ଏହି ଅଂଚଳକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି ।ସିଲଭାସାରେ ନିର୍ମାଣ ହେଉଥିବା ଦାମନ ଗଙ୍ଗା ରିଭର ଫ୍ରଣ୍ଟ ପଛରେ ଏହି ଭାବନା ମଧ୍ୟ ରହିଛି । ଏବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆଉ ଏକ ଆକର୍ଷଣର କେନ୍ଦ୍ର ଏଠାରେ ପ୍ରସ୍ତୁତ ହୋଇ ରହିଛି । ଏହା ବ୍ୟତୀତ ଏଠାରେ 200 ବର୍ଗ କିଲୋମିଟରର ସଂରକ୍ଷିତ ବନାଂଚଳ ମଧ୍ୟ ରହିଛି । ଏହି ବନାଂଚଳ ପର୍ଯ୍ୟଟନ ଉଦ୍ୟୋଗ ପାଇଁ ବରଦାନ ସାବ୍ୟସ୍ତ ଭଳି ହୋଇଛି । ମଧୁବନ ଡ୍ୟାମରଜଳଧାରଣ ଅଂଚଳରେ ଜଳକ୍ରୀଡ଼ାର କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦିଆଯାଇ ପାରିବ । ଦାଦ୍ରା ଏବଂ ନଗର ହାବେଳିରେ ଇଂଟରନେଟ ଯୋଗାଯୋଗ ମଧ୍ୟ ଉନ୍ନତ ଧରଣର ହେଉ, ଏଥିପାଇଁ ମଧ୍ୟ ଏଠାରେ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଆଉ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମାଗଣା ୱାଇ-ଫାଇ ସୁବିଧା ଯୋଗାଇ ଦେବାର ପ୍ରୟାସ ଚାଲୁ ରହିଛି ।

ସାଥୀଗଣପର୍ଯ୍ୟଟନ ସହିତ ପାରମ୍ପରିକ ରୋଜଗାରର ସାଧନ ଏବଂ ସଂସାଧନଗୁଡ଼ିକୁ ମଧ୍ୟ ଦୃଢ଼ତା ପ୍ରଦାନ କରାଯାଉଛି । ନୀଳ ବିପ୍ଳବ ଯୋଜନା ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କର ଆୟ ବୃଦ୍ଧି କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ମତ୍ସ୍ୟଜୀବୀ ଭାଇଭଉଣୀଙ୍କ ପାଇଁ ମାଛ ଧରିବା ସହଜ ହେଉ,ବଜାର ପର୍ଯ୍ୟନ୍ତ ପହଂଚାଇବା ସହଜ ହେଉ, ଏଥିପାଇଁ ଚେଷ୍ଟା କରାଯାଉଛି । ମତ୍ସ୍ୟଜୀବୀମାନଙ୍କର ପାରମ୍ପରିକ ଡଙ୍ଗାଗୁଡ଼ିକୁ ଆଧୁନିକ ମୋଟର ବୋଟରେ ପରିବର୍ତିତ କରିବାର କାର୍ଯ୍ୟ ଚାଲୁ ରହିଛି । ମତ୍ସ୍ୟ ଉତ୍ପାଦନଠାରୁ ନେଇ ବ୍ୟବସାୟ ପର୍ଯ୍ୟନ୍ତ ବ୍ୟବସ୍ଥାଗୁଡ଼ିକୁ ଉନ୍ନତ ଧରଣର କରିବା ପାଇଁ,ମତ୍ସ୍ୟଜୀବୀମାନଙ୍କୁ ସହଜ ଏବଂ ଶସ୍ତା ଋଣ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ପ୍ରସ୍ତୁତ କରାଯାଇଛି । ଏହି ପାଣ୍ଠି ମାଧ୍ୟମରେ ପ୍ରାୟ ସାଢ଼େ ସାତ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଭାଇ ଓ ଭଉଣୀମାନେଆଜି ଗରିବମାନଙ୍କ ପାଇଁ, ଆଦିବାସୀମାନଙ୍କ ପାଇଁ, ମଧ୍ୟମବର୍ଗଙ୍କ ପାଇଁ ଯେତେଗୁଡ଼ିଏ ମଧ୍ୟ ଯୋଜନା ଚାଲୁ ରହିଛି, ତାହା ମୂଳରେ ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ ଏହା ହେଉଛି ଆମର ପ୍ରେରଣା, ଯେତେବେଳେ କି ସେହି ଦଳ ଯିଏ ଦଶକ ଦଶକ ଧରି ଦେଶରେ ସରକାର ଚଲାଇଲା, ସେ ପ୍ରତ୍ୟେକ କାର୍ଯ୍ୟରେ ନିଜର ଅଥବା ନିଜ ପରିବାରର ସମ୍ଭାବନାକୁ ଦେଖୁଥିଲା । ଏହା ହେଉଛି କାରଣ କି ସେଠାରେ କାମଠାରୁ ଅଧିକ ନାମ ଉପରେ ଗୁରୁତ୍ୱ ଦିଆଯାଇଛି ।

ସାଥୀଗଣ, ଏହି ପୁରୁଣା ସରକାରୀ ସଂସ୍କାରର ଅଭ୍ୟାସକୁ ଆମେ ବଦଳାଇ ଦେଇଛୁ । ଆମେ ନାମ ବଦଳରେ କାମ ଉପରେ ଧ୍ୟାନ ଦେଇଛୁ । ଆଜି ସରକାରୀ ଯୋଜନାଗୁଡିକର ନାମ କ’ଣ ହୋଇଛି,ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା,ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା,ଏଭଳି ଅନେକ ଯୋଜନା ରହିଛି, କିନ୍ତୁ କେଉଁଠାରେ ମଧ୍ୟ ମୋଦୀର ନାମ ନାହିଁ । ଏହା ଦର୍ଶାଉଛି କି ଆମର ଆମର ଉଦ୍ଦେଶ୍ୟ ବା ଆଭିମୁଖ୍ୟ ଜନତାଙ୍କ ବିକାଶ ପାଇଁ ରହିଛି, ପରିବାରର ବିକାଶ, ନାଁ ହି ଆମ ସଂସ୍କୃତିରେ ଅଛି, ନା ହିଁ ହେଉଛି ଆମର ଉଦ୍ଦେଶ୍ୟ । ଆଉ ମୋ ପାଇଁ ତ ଏହା ହେଉଛି ଶହେ ପଚିଶ କୋଟି ଦେଶବାସୀ, ଏମାନେ ହିଁ ହେଉଛନ୍ତି ମୋର ପରିବାର ଆଉ ଏହି ଶହେ ପଚିଶ କୋଟି ଦେଶବାସୀଙ୍କ କଲ୍ୟାଣ ହିଁ ମୋ ପାଇଁ କଲ୍ୟାଣର ମାର୍ଗ ।

ସାଥୀଗଣ, ଏହି ସ୍ପଷ୍ଟ ଆଭିମୁଖ୍ୟ ଆଉ ସ୍ପଷ୍ଟ ନୀତି ସେମାନଙ୍କୁ ଟିକେ ଅଡ଼ୁଆ ଲାଗୁଛି । ମୋଦୀ ସରକାର ପୁରୁଣା ସଂସ୍କାରଗୁଡ଼ିକୁ କାହିଁକି ବଦଳାଉଛନ୍ତି, ଏହାଦ୍ୱାରା ସେମାନଙ୍କୁ ଅସୁବିଧା ହେଉଛି । ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସେମାନଙ୍କୁ କଷ୍ଟ ଲାଗୁଛି, କାହିଁକି ମୋଦୀ ଭ୍ରଷ୍ଟାଚାର ବିରୁଦ୍ଧରେ ଏତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କରିବା ଦରକାର କି ଦରକାର ନୁହେଁ,ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ିବା ଦରକାର କି ଦରକାର ନୁହେଁ? ଦେଶକୁ ଭ୍ରଷ୍ଟାଚାରରୁ ମୁକ୍ତ କରିବା ଦରକାର କି ଦରକାର ନୁହେଁ? ଏମାନଙ୍କୁ ଏଇଥିପାଇଁ ସମସ୍ୟା ହେଉଛି କି କ୍ଷମତାର ଗଳିକନ୍ଦିରେ ବୁଲିବାବାଲା ମଧ୍ୟସ୍ଥିଙ୍କୁ ମୋଦୀ କାହିଁକି ବାହାରକୁ ବିଦା କରିଦେଉଛନ୍ତି । ଏମାନଙ୍କୁ କାହିଁକି କ୍ରୋଧ ଲାଗୁଛି କି ମୋଦୀ ଗରିବମାନଙ୍କର ଅଧିକାର ଛଡ଼ାଇ ନେଉଥିବା, ସେମାନଙ୍କ କଂଟ୍ରୋଲ ସାମଗ୍ରୀ,ସେମାନଙ୍କର ଭତ୍ତା, ସେମାନଙ୍କୁ ମିଳୁଥିବା ଅଧିକାର ଏହାକୁ ହଡ଼ପ୍ କରି ନେଉଥିବା ମଧ୍ୟସ୍ଥି ତଥା ଦଲାଲମାନଙ୍କୁ କାହିଁକି ବିଦା କରିଦେଉଛନ୍ତି । ଆଉ ନିଜର ଏହି କ୍ରୋଧ କାରଣରୁ ଏବେ ସେହି ଲୋକମାନେ ମହାଗଠବନ୍ଧନ ବା ମହାମେଂଟ ଗଢ଼ିବାକୁ ପ୍ରୟାସ କରୁଛନ୍ତି । ପରିସ୍ଥିତି ଏପରି ହୋଇଛି କି ଯେଉଁମାନେ ପ୍ରଥମରୁ ପାଣି ପିଇ- ପିଇ କଂଗ୍ରେସକୁ ଗାଳି ଦେଉଥିଲେ, ସେମାନେ ମଧ୍ୟ ଗୋଟିଏ ମଂଚକୁ ଆସିଯାଇଛନ୍ତି ।

 

ସାଥୀଗଣ, ଏହି ମହାମେଂଟ କେବଳ ମୋଦୀଙ୍କ ବିରୁଦ୍ଧରେ ହିଁ ନୁହେଁ, ଏହା ହେଉଛି ଦେଶର ଜନତାଙ୍କ ବିରୁଦ୍ଧରେ । ଏବେ ତ ସେମାନେ ସଂପୂର୍ଣ୍ଣ ଭାବେ ଆସି ହିଁ ନାହାଁନ୍ତି । କିନ୍ତୁ ଭାଗବଂଟା ଉପରେ ମୂଲଚାଲ ଚାଲିଛି, ହିସାବକିତାବ ଚାଲିଛି, ଦିଆନିଆ ଚାଲିଛି, ଏହା ମଧ୍ୟ ଦେଶର ଯୁବକମାନେ, ଦେଶର କୃଷକ, ଦେଶର ମହିଳା, ପ୍ରଥମ ଥର ଭୋଟ ଦେବାକୁ ଥିବା ଆମ ଦେଶର ଯୁବକମାନେ ଏହି କଥାକୁ ବହୁତ ସୂକ୍ଷ୍ମତାର ସହିତ ଦେଖୁଛନ୍ତି ଆଉ ଏହି ଲୋକମାନଙ୍କ ଆଖିରେ କେହି ଧୂଳି ପକାଇ ପାରିବେ ନାହିଁ ।

ସାଥୀଗଣ, ଏହି ଲୋକମାନଙ୍କର ଦୁନିଆ ମୋଦୀଙ୍କୁ ଘୃଣା କରିବାରେ ଆରମ୍ଭ ହୋଇଥାଏ ଆଉ ମୋଦୀଙ୍କୁ ଗାଳି ଦେଇ ଶେଷ ହୋଇଥାଏ । ମୋ ଦୁନିଆ, ମୋ ସକାଳ, ଶହେ ପଚିଶ କୋଟି ଦେଶବାସୀଙ୍କ କଲ୍ୟାଣର ସଂକଳ୍ପ ସହିତ ହୋଇଥାଏ ଆଉ ସାରା ଦିନ ଝାଳ ବୁହାଇ ଯେତେବେଳେ ରାତିରେ ଶୋଇବାକୁ ଯାଇଥାଏ, ଆଜି କେତେ ଭଲ କାମ କଲି, ତାହା ଉପରେ ଧ୍ୟାନ ଦେଇଥାଏ । ଏହା ହେଉଛି ମୋର ଆଦି, ଏହା ହିଁ ହେଉଛି ମୋର ଅନ୍ତ । ସେମାନଙ୍କର ଦୁନିଆ ନିଜ ପରିବାରକୁ ନିଜ ଭାଇ-ପୁତୁରାଙ୍କୁ ଆଗକୁ ବଢ଼ାଇବାରେ କେନ୍ଦ୍ରିତ ହୋଇଥାଏ, ଆଉ ବଡ଼ ଗର୍ବର ସହିତ ଘୋଷଣା କରାଯାଉଛି । ଭାଇ ଓ ଭଉଣୀମାନେ, ମୋର ଦୁନିଆ ତ ହେଉଛି ଶହେ ପଚିଶ କୋଟି ଦେଶବାସୀ ଆଗକୁ ବଢ଼ନ୍ତୁ, ସେଥିପାଇଁ ସମର୍ପିତ । ସେମାନଙ୍କର ଦୁନିଆରେ ଭାରତର ବିକାଶ ପାଇଁ ଦୃଷ୍ଟିଭଙ୍ଗୀ ନାହିଁ । ଭାରତର ବିଷ୍ୟତର କଥା ନାହିଁ, ଏ କ୍ଷେତ୍ରରେ ମୋର ପ୍ରୟାସ ହେଉଛି ଭାରତକୁ ଏକବିଂଶ ଶତାବ୍ଦୀରେ ଦୁନିଆର ସର୍ବଶ୍ରେଷ୍ଠ ଦେଶ ଭାବେ ନିର୍ମାଣ କରିବା ।

ଭାଇ ଓ ଭଉଣୀମାନେ, ନିଜର ପରିବାର, ନିଜ ଶାସନତନ୍ତ୍ରକୁ ବଂଚାଇବା ପାଇଁ ଏମାନେ କେତେ ମେଂଟ କରନ୍ତୁ ନା କାହିଁକି, ସେମାନେ କେଉଁଠାକୁ ପଳାଇଯାଇ ପାରିବେ ନାହିଁ । ସେମାନଙ୍କର ଦୁଷ୍କର୍ମ ସେମାନଙ୍କ ପଛେ ପଛେ ରାସ୍ତାରେ ଧାଇଁ ଚାଲିବ । ସେମାନେ ବଂଚି ପାରିବେ ନାହିଁ । କେବଳ ମୋଦୀର ବିରୋଧ ସେମାନଙ୍କର ସ୍ୱାର୍ଥପର ରାଜନୀତିକୁ ସମ୍ବାଦପତ୍ରରେ ସ୍ଥାନ ଦେଇଦେବ । ମିଡ଼ିଆରେ ଚମକି ଉଠିବେ । କିନ୍ତୁ ଦେଶର ଜନତାଙ୍କ ହୃଦୟରେ, ଦେଶକୁ ନଷ୍ଟଭ୍ରଷ୍ଟ କରୁଥିବା ଲୋକ କେବେ ମଧ୍ୟ ସ୍ଥାନ ପାଇ ପାରିବେ ନାହିଁ । ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ବୋଧହୁଏ ଜଣା ନାହିଁ, ଯେଉଁଲୋକ ଜନତାଙ୍କଠାରୁ ଦୂରେଇ ଯାଇଥାଆନ୍ତି, ଜନତା ଯେତେବେଳେ ସେମାନଙ୍କର ମନ ବଦଳାଇ ଦେଇଥାଆନ୍ତି, ଯେତେବେଳେ ସେମାନଙ୍କର ପାଦ ତଳୁ ମାଟି ଖସିବାରେ ଲାଗିଥାଏ, ତ ଆକୁଳ-ବ୍ୟାକୁଳ ହୋଇ ଯାଇଥାନ୍ତି । ଏବେ କୋଲକାତାରେ ଆପଣମାନେ ଦେଖନ୍ତୁ… ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର କେବଳ ଜଣେ ମାତ୍ର ବିଧାୟକ ଅଛନ୍ତି, କେବଳ ମାତ୍ର ଜଣେ, କେତେ? ଜଣେ, କିନ୍ତୁ ସେଠାରେ ବିଜେପିଠାରୁ ବଂଚିବା ପାଇଁ ସଂପୂର୍ଣ୍ଣ ହିନ୍ଦୁସ୍ଥାନର ସମସ୍ତ ଲୋକ ଏକାଠି ହୋଇ ଯାଇଛନ୍ତି । ଜଣେ ଏମଏଲଏ ଥିବା ଦଳ, ତାଙ୍କ ନିଦ ହଜାଇ ଦେଇଛି, କାରଣ ଆମେ ହେଉଛୁ ସତ୍ୟର ମାର୍ଗରେ ଚାଲୁଥିବା ଲୋକ । ଜଣେ ଏମଏଲଏ ରହିଥିବା ସତ୍ତ୍ୱେ ମଧ୍ୟ ହିନ୍ଦୁସ୍ଥାନର ସମସ୍ତ ରାଜନେତା ସେଠାରେ ଏକାଠି ହୋଇକରି ବଂଚାଅ, ବଂଚାଅ, ବଂଚାଅର ନାରା ଲଗାଉଛନ୍ତି । ମୁଁ ପଶ୍ଚିମ ବଙ୍ଗର ଜନତାଙ୍କୁ ଶୁଭେଚ୍ଛା ଜଣାଉଛି, ମୁଁ ପଶ୍ଚିମ ବଙ୍ଗର ଭାରତୀୟ ଜନତା ପାର୍ଟିକୁ ଶୁଭେଚ୍ଛା ଜଣାଉଛି କି କେବଳ ଜଣେ ଏମଏଲଏ, ଏତେ ଛୋଟିଆ ଦଳରେ ରହି ଖରାପ କାର୍ଯ୍ୟ କରୁଥିବା ଲୋକଙ୍କ ନିଦ ହଜାଇ ଦେଇଛି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି, ଭୟରେ ସେମାନେ ଏକାଠି ହୋଇଛନ୍ତି ।

ଭାଇ ଓ ଭଉଣୀମାନେ, ଏହି ଲୋକମାନେ କେବଳ କ୍ଷମତା ଲୋଭୀ ନୁହଁନ୍ତି, ପଶ୍ଚିମବଙ୍ଗ ହେଉ,କେରଳ ହେଉ, ପ୍ରତିଟି ପଦକ୍ଷେପରେ ହେଉଛନ୍ତି ଅତ୍ୟାଚାରୀ । ଯେଉଁ ପଶ୍ଚିମବଙ୍ଗରେ ରାଜନୈତିକ ଦଳକୁ ତାଙ୍କ କାର୍ଯ୍ୟକ୍ରମ କରିବା ପାଇଁ କଟକଣା ଜାରି କରି ଦିଆଯାଉଛି । ସମସ୍ତ ପ୍ରକାରର ଗଣତାନ୍ତ୍ରିକ ପ୍ରକ୍ରିୟା କରାଯାଉଛି । ଗଣତନ୍ତ୍ରର ଶ୍ୱାସରୁଦ୍ଧ କରିଦିଆଯାଉଛି, ପୁଣି ସେଠାରେ ଏକାଠି ହୋଇ ଲୋକତନ୍ତ୍ରକୁ ବଂଚାଇବା ପାଇଁ ଭାଷଣ ଦେଉଛନ୍ତି, ସେତେବେଳେ ମୋତେ ଏତିକି ହିଁ କହିବାର ଅଛି କି ଯେତେବେଳେ ସମଗ୍ର ପଶ୍ଚିମବଙ୍ଗର ଚିତ୍ର ଦେଖୁଛି ତ, ମୁଁ ଏତିକି କହିବି କି ଗଣତନ୍ତ୍ରର ଶ୍ୱାସରୁଦ୍ଧ କରୁଥିବା ଲୋକ ପଂଚାୟତ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରୁଥିବା ଲୋକଙ୍କୁ ମୃତ୍ୟୁମୁଖକୁ ପଠାଇ ଦେଉଥିବା ଲୋକ, ଯେତେବେଳେ ଗଣତନ୍ତ୍ର ବଂଚାଇବାର କଥା କହୁଛନ୍ତି, ସେତେବେଳେ ଦେଶର ଲୋକମାନଙ୍କ ପାଟିରୁ ବାହାରୁଛି, ବାଃ..ଏହା ହେଉଛି କି ପ୍ରକାରର ଦୃଶ୍ୟ । ସାଥୀଗଣ, ଏହି ଲଢ଼େଇ ହେଉଛି ସକରାତ୍ମକ ଚିନ୍ତାଧାରା ଏବଂ ନକରାତ୍ମକ ଦୃଷ୍ଟିଭଙ୍ଗୀ ମଧ୍ୟରେ । ଏହି ଲଢ଼େଇ ହେଉଛି ବିକାଶ ଏବଂ ଭ୍ରଷ୍ଟାଚାର ମଧ୍ୟରେ, ଏହି ଲଢ଼େଇ ହେଉଛି ଜନତା ଏବଂ ମହାମେଂଟ ମଧ୍ୟରେ । ଭାଇ ଓ ଭଉଣୀମାନେ, ସକରାତ୍ମକ ଚିନ୍ତାଧାରା ସହିତ ଉପଯୁକ୍ତ ପ୍ରୟାସ ହିଁ ହେଉଛି ନୂତନ ଭାରତର ନିର୍ମାଣର ପଥ । ଏହି ପଥରେ ଆମେ ସମସ୍ତଙ୍କୁ ଦେଶର ପ୍ରତ୍ୟେକ ଜନତାଙ୍କୁ ଦ୍ରୁତ ଗତିରେ ଚଲାଇବାର ଅଛି, ଏହି ସକରାତ୍ମକ ଭାବନା ନୂତନ ବର୍ଷରେ ଆମର ମନ- ମସ୍ତିଷ୍କରେ ଦେଶର କୋଣ ଅନୁକୋଣରେ ବୃଦ୍ଧି ପାଉଛି । ଏହି କାମନା ସହିତ ଦେଶକୁ ନୂତନ ଶିଖରକୁ ନେଇଯିବା ପାଇଁ ନିଷ୍ପତ୍ତିସହିତ ଆମେ ଆଗକୁ ବଢ଼ୁଛୁ, ଆଉ ଭାଇ ଓ ଭଉଣୀମାନେ ଆପଣମାନେ ଦେଖୁଛନ୍ତି ସକାଳୁ ହିଁ ଚାଲିଛି । ଭାରତର ସେନାଙ୍କୁ ‘ମେକ୍ ଇନ୍ ଇଣ୍ଡିଆ’ର ଲାଭ ମିଳୁ, ଭାରତର ସେନା ନିକଟରେ ଦେଶରେ ନିର୍ମିତ ହୋଇଥିବା ଶକ୍ତିଶାଳୀ ତୋପ ରହୁ, କେବେ ସକାଳେ ଯାଇ ସେମାନଙ୍କ ବିଷୟରେ ଚିନ୍ତା କରୁଛି ଦେଶର ସେନାର ଶକ୍ତି ବୃଦ୍ଧି ପାଇଁ, ତ ଆଜି ଏବେ ଏଠାରେ ଦାମନ ଦିୟୁରେ ଆସି ଏଠାକାର ଜନତାଙ୍କ ସୁରକ୍ଷା ବିଷୟରେ, ଏଠାକାର ଯୁବପିଢିଙ୍କୁ ମେଡିକାଲ କଲେଜ ମିଳୁ, ଏଥିପାଇଁ କାର୍ଯ୍ୟ କରୁଛି । ଭାଇ ଓ ଭଉଣୀମାନେ କୋଲକାତାରେ ଲୋକ ମିଳିମିଶି ଦଳ ବଂଚାଇବାର ଯୋଗାଡ଼ରେ ଲାଗି ପଡ଼ିଛନ୍ତି ଆଉ ମୁଁ ଆପଣମାନଙ୍କ ଗହଣକୁ ଆସି ଦେଶକୁ ଆଗକୁ ଆଗେଇ ନେବା ପାଇଁ ମନ- ପ୍ରାଣ ଦେଇ ଲାଗି ପଡ଼ିଛି, ଏହି ପାର୍ଥକ୍ୟ ଖୁବ୍ ସ୍ପଷ୍ଟ ହେଉଛି ବନ୍ଧୁଗଣ । ଏହି ପାର୍ଥକ୍ୟ ଖୁବ୍ ସ୍ପଷ୍ଟ ହେଉଛି । ସେମାନେ ନିଜକୁ ବଂଚାଇବାର ସାହାରା ଖୋଜୁଛନ୍ତି, ମୁଁ ଦେଶକୁ ଆଗକୁ ବଢ଼ାଇ ନେବାରେ ସମସ୍ତଙ୍କ ସହିତ,ସମସ୍ତଙ୍କର ବିକାଶକୁ ନେଇ ଚାଲିଛି । ଆଉ ଆଜି ଏତେ ଛୋଟ ଦ୍ୱୀପ ଦାମନ ଦିୟୁରେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଆପଣମାନେ ଯେଉଁ ଆଶୀର୍ବାଦ ଦେଲେ, ଯେଉଁ ସ୍ନେହ ଦେଲେ, ତାହା ହେଉଛି ହିନ୍ଦୁସ୍ଥାନର ବାସ୍ତବ ମନୋଭାବ । ଏହି ଦାମନ ଦିୟୁ ହେଉଛି ଏକ କ୍ଷୁଦ୍ର ଭାରତ । ହିନ୍ଦୁସ୍ଥାନର ଏପରି କୌଣସି କୋଣ ନାହିଁ, ଯେଉଁଠାର ଲୋକ ଏଠାରେ ରହୁ ନଥିବେ । ମୁଁ ଏବେ ଆସୁଥିଲି, ମୁଁ ଗାଡ଼ିରେ ଆସୁଥିଲି, କିନ୍ତୁ ଦୁଇ ପଟରେ ଏକ ଛୋଟ ଭାରତ ମୁଁ ଦେଖିଲି, ହିନ୍ଦୁସ୍ଥାନର ପ୍ରତ୍ୟେକ ରାଜ୍ୟର ଲୋକ ନିଜ ନିଜର ପାରମ୍ପରିକ ପୋଷାକ ପରିଧାନ କରି ଠିଆ ହୋଇଥିଲେ, ମୁଁ ପାଦରେ ଚାଲି ଚାଲି ଯାଇ ସେମାନଙ୍କୁ ପ୍ରଣାମ କରି ଆପଣମାନଙ୍କ ଗହଣରେ ଆସି ପହଂଚିଗଲି ଭାଇମାନେ, କାରଣ ଆମକୁ ଦେଶକୁ ଆଗକୁ ବଢ଼ାଇ ନେବାର ଅଛି ।

ଭାଇ ଓ ଭଉଣୀମାନେ, ଦଳ ପାଇଁ ମରିବା-ମାରିବା ଭଳି ବହୁତ ଲୋକ ଥିବେ, ଦେଶ ପାଇଁ ମରିବା-ମାରିବା ଆମମାନଙ୍କ ଭଳି ଲୋକ ଆପଣମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ, ଆପଣମାନଙ୍କ ନିକଟରେ ସମର୍ପିତ ହୋଇ ରହିଛୁ । ଆପଣମାନଙ୍କ ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ ଦେଉଛି । ମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ…

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Bharat’s Data Centre Moment: From digital consumer to trusted technology power

Media Coverage

Bharat’s Data Centre Moment: From digital consumer to trusted technology power
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning Gold Medals at the 56th International Physics Olympiad (IPhO) 2026
July 13, 2026

The Prime Minister, Shri Narendra Modi has congratulated the Indian contingent of Kanishk Jain, Riddhesh Anant Bendale, Rishit Garg, Shresth Suraiya and Svarit Joshi for winning Gold Medals at the 56th International Physics Olympiad (IPhO) 2026 held in Bucaramanga, Colombia.

The Prime Minister said that their feat reflects yet another example of the limitless potential of the nation’s Yuva Shakti and their passion for science and research.

Shri Modi also noted that, over the last decade, Indian students have performed exceptionally well in the various editions of this platform.

The Prime Minister wrote on X;

“An outstanding performance by our youngsters!

Congratulations to the Indian contingent of Kanishk Jain, Riddhesh Anant Bendale, Rishit Garg, Shresth Suraiya and Svarit Joshi for winning Gold Medals at the 56th International Physics Olympiad (IPhO) 2026 held in Bucaramanga, Colombia.

Their feat reflects yet another example of the limitless potential of our Yuva Shakti and their passion towards science and research. Equally commendable is the fact that in the last decade, our students have performed exceptionally well in the various editions of this platform.”