Our government is working tirelessly to ensure no family remains without a LPG connection: PM Modi
The growing number of women entrepreneurs is a blessing for our society: PM Modi in Aurangabad
Our government is committed to further encourage more women to become entrepreneurs and provide them all the support they need: PM Modi

ଭାରତ ମାତା କୀ-ଜୟ

ଭାରତ ମାତା କୀ-ଜୟ

ମଞ୍ଚରେ ଉପସ୍ଥିତ ସମସ୍ତ ମହାନୁଭବ ଏବଂ ଦୂର-ଦୂରାନ୍ତରରୁ ଏଠାକୁ ଆସିଥିବା ମାଆମାନେ, ଭଉଣୀମାନେ ଏବଂ ସାଥୀଗଣ । ମୁଁ ସେଠାରେ ଦେଖୁଛି, ଅନେକ ଦୂର ପର୍ଯ୍ୟନ୍ତ ଭଉଣୀମାନେ ଠିଆ ହୋଇଛନ୍ତି, ବୋଧହୁଏ ସେମାନଙ୍କୁ କିଛି ଦେଖା ଯାଉ ନଥିବ ମଧ୍ୟ । କିନ୍ତୁ ଏହା ପରେ ମଧ୍ୟ ଏତେ ଅଧିକ ସଂଖ୍ୟାରେ ଆପଣମାନଙ୍କର ଆସି ପହଞ୍ଚିବା, ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା, ମୁଁ ହୃଦୟ ସହିତ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଆପଣମାନେ ସମସ୍ତେ ଦେଶର ବିକାଶରେ ଆମର ଗାଁ, ଗଣ୍ଡାକୁ, ନିଜର ପରିବାରକୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ବହୁତ ବଡ଼ ଭୂମିକା ତୁଲାଉଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦେଶକୁ ସଶକ୍ତ କରୁଥିବା ନୂତନ ଭାରତ ନିର୍ମାଣରେ ଲାଗି ପଡ଼ିଥିବା ଆପଣ ସମସ୍ତ ଭଉଣୀମାନଙ୍କୁ ମୁଁ ପ୍ରଣାମ କରୁଛି ଆଉ ଭଉଣୀ ପଙ୍କଜାଙ୍କୁ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ଆଜି ଔରାଙ୍ଗାବାଦର ବିକାଶ ସହିତ ଜଡ଼ିତ ଏକ ପ୍ରମୁଖ ଭବନର ଉଦଘାଟନ କିଛି ସମୟ ପୂବରୁ କରାଯାଇଛି । ଔରାଙ୍ଗାବାଦର ଉଦ୍ୟୋଗ ସହରର ସାଂକେତିକ ଭବନ ଏବେ ସେବା ପାଇଁ ପ୍ରସ୍ତୁତ ରହିଛି । ନୂତନ ଔରାଙ୍ଗାବାଦର ଏହି ଉଦ୍ୟୋଗ ନଗରର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭବନ ହେବ । ଏହି ପ୍ରାସାଦରୁ ସପୂର୍ଣ୍ଣ ଶିଳ୍ପ ସହରର ଅନେକ ବ୍ୟବସ୍ଥାଗୁଡ଼ିକର ସଞ୍ଚାଳନ ହେବ ।

ସାଥୀଗଣ, ଔରାଙ୍ଗାବାଦ ନୂତନ ସ୍ମାର୍ଟ ସିଟି ହେବାକୁ ଯାଉଛି । ଦେଶର ଔଦ୍ୟୋଗିକ ଗତିବିଧିର ମଧ୍ୟ ବଡ଼ କେନ୍ଦ୍ର ହେବାକୁ ଯାଉଛି । ଦିଲ୍ଲୀ–ମୁମ୍ବାଇ ଶିଳ୍ପାଞ୍ଚଳ କରିଡରର ମଧ୍ୟ ଏହା ହେଉଛି ଏକ ପ୍ରମୁଖ ଅଂଶ । ଅନେକ ବଡ଼ ବଡ଼ କମ୍ପାନୀ ଏଠାରେ କାର୍ଯ୍ୟ କରିବା ଆରମ୍ଭ କରି ସାରିଛନ୍ତି । ଆଗାମୀ ଦିନରେ ଆହୁରି ମଧ୍ୟ କମ୍ପାନୀ ସବୁ ଆସିବେ । ଏହିସବୁ କମ୍ପାନୀଗୁଡ଼ିକ ଏଠାକାର ଲକ୍ଷ ଲକ୍ଷ ଲୋକମାନଙ୍କୁ ରୋଜଗାରର ନୂତନ ସୁଯୋଗ ଦେବ ।

ସାଥୀଗଣ, ଔରାଙ୍ଗାବାଦ ଆଜି ଆହୁରି ଏକ ବହୁତ ବଡ଼ ସିଦ୍ଧିର ସାକ୍ଷୀ ହେବାକୁ ଯାଉଛି । ଏହି ସିଦ୍ଧି ହେଉଛି ଆପଣମାନଙ୍କର, ଦେଶର କୋଟି କୋଟି ଭଉଣୀଙ୍କର ।

ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ 8 କୋଟି ମାଗଣା ଗ୍ୟାସ ସଂଯୋଗ ଦେବାର ଯେଉଁ ସଂକଳ୍ପ ଆମେ ନେଇଥିଲୁ, ତାହା ଆଜି ଏହି ମଞ୍ଚରେ ଏହି ଲକ୍ଷ ଲକ୍ଷ ଭଉଣୀଙ୍କ ଉପସ୍ଥିତିରେ ହେଉଛି । କେବଳ ସିଦ୍ଧି ହିଁ ହୋଇନାହିଁ ବରଂ ନର୍ଦ୍ଧାରିତ ସମୟର 7 ମାସ ପୂର୍ବରୁ ହିଁ ଏହି ଲକ୍ଷ୍ୟକୁ ଆମେ ହାସଲ କରିପାରିଛୁ ।

ଏହି 8 କୋଟି ସଂଯୋଗ ମଧ୍ୟରୁ ପ୍ରାୟ 44 ଲକ୍ଷ, କେବଳ ମହାରାଷ୍ଟ୍ରରେ ଦିଆଯାଇଛି । ଏହି ଉପଲବ୍ଧି ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଦେଶର ସେହି ପ୍ରତ୍ୟେକ ଭଉଣୀଙ୍କୁ, ଯାହାଙ୍କୁ ଧୂଆଁ କବଳରୁ ମୁକ୍ତି ମିଳିଛି, ବହୁତ-ବହୁତ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି । ମୁଁ ସମଗ୍ର ଦେଶର ସେହି ସାଥୀମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି ଯେଉଁମାନେ ଏହି ଯୋଜନାକୁ ସଫଳ କରାଇବାରେ ବହୁତ ପରିଶ୍ରମ କରିଛନ୍ତି, ସାହାଯ୍ୟ କରିଛନ୍ତି ।

ସାଥୀଗଣ, ଧୂଆଁରେ ରୁନ୍ଧି ହେଉଥିବା ନିଜର ଗରିବ ଭଉଣୀମାନଙ୍କୁ ସହାୟତା କରିବା ପାଇଁ ପ୍ରଥମ ପାଞ୍ଚ କୋଟି ଗ୍ୟାସ ସଂଯୋଗ ମାଗଣାରେ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଗତ ବର୍ଷ ମାର୍ଚ୍ଚ ମାସରେ ଏହି ଲକ୍ଷ୍ୟକୁ ସଂମ୍ପ୍ରସାରଣ କରି ଆଠ କୋଟି କରି ଦିଆଗଲା । ନିର୍ବାଚନ ସମୟରେ ମୁଁ ଯେତେବେଳେ ମଧ୍ୟ ଆପଣ ମାନଙ୍କ ଗହଣକୁ ଆସିଥିଲି, ତ ଏହି ଲକ୍ଷ୍ୟକୁ ହାସଲ କରାଯିବା କଥା କହିଥିଲି । ମୋତେ ଆତ୍ମସନ୍ତୋଷ ମିଳୁଛି କି ସରକାର ଗଠନ ହେବାର 100 ଦିନ ଭିତରେ ହିଁ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଯାଇଛି ।

ସାଥୀଗଣ, ଏହି କାର୍ଯ୍ୟ କେବଳ ଗ୍ୟାସ ସଂଯୋଗ ଦେବାରେ ହିଁ ସୀମିତ ନଥିଲା । ଏଥିପାଇଁ ଆହୁରି ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଗଲା, ସାମୁହିକ ଭାବରେ କାର୍ଯ୍ୟ କରାଗଲା । ଏଥିପାଇଁ ଏକ ବହୁତ ବଡ଼ ଭିତ୍ତିଭୂମିର ଆବଶ୍ୟକତା ଥିଲା, ଯାହାକୁ କି ବହୁତ ହିଁ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରାଗଲା । ଏଥିପାଇଁ ଯେଉଁ 10 ହଜାର ନୂତନ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଗଲା ଯାହା ଫଳରେ ଗ୍ୟାସ ସିଲିଣ୍ଡରର ଅଭାବ ନରହୁ । ସରକାର ବନ୍ଦରଗୁଡ଼ିକର ଆଖପାଖରେ ଟର୍ମିନାଲର କ୍ଷମତା ବୃଦ୍ଧି କରିବା ସହିତ ହିଁ ଗ୍ୟାସ ପାଇପ୍ ଲାଇନ ନେଟୱର୍କର ସଂପ୍ରସାରଣ ମଧ୍ୟ କଲେ ।

ସାଥୀଗଣ, ଆମର ପ୍ରୟାସ ରହିଛି କି ଏବେ ଦେଶରେ ଗୋଟିଏ ମଧ୍ୟ ଏଭଳି ପରିବାର ନ ରହୁ ଯେଉମାନଙ୍କ ପାଖରେ ଏଲ୍ପିଜି ସଂଯୋଗ ପହଞ୍ଚି ପାରିନଥିବ । ଏହା ସହିତ ଏହି ଯୋଜନାକୁ ଆହୁରି ସୁବିଧାଜନକ କରିବା ପାଇଁ 5 କିଲୋଗ୍ରାମର ସିଲିଣ୍ଡରକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ଦେଶର ଅନେକ ଅଞ୍ଚଳରେ ପାଇପ୍ ମାଧ୍ୟମରେ ଗ୍ୟାସ ପହଞ୍ଚାଇବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।

ଭାଇ ଓ ଭଉଣୀମାନେ, ଏବେ ଏକ ବହୁତ ବଡ଼ ଲକ୍ଷ୍ୟକୁ ନେଇ ଆମେ ଆଗେଇ ଚାଲିଛୁ, ଯାହାର ସିଧାସଳଖ ସମ୍ପର୍କ ଆପଣମାନଙ୍କ ସହିତ ରହିଛି, ଦେଶର କୋଟି କୋଟି ଭଉଣୀମାନଙ୍କ ସହିତ ରହିଛି । ଆପଣମାନଙ୍କୁ ସମସ୍ତ ଭଉଣୀଙ୍କୁ ପାଣି ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଏହାର ଅନୁଭବ ମୋତେ ଭଲ ଭାବେ ଜଣାଅଛି । ଦେଶର ପ୍ରତ୍ୟେକ ଭଉଣୀଙ୍କୁ ଏହି ଅସୁବିଧାରୁ ମୁକ୍ତି ପ୍ରଦାନ କରିବା ପାଇଁ ହିଁ ‘ଜଳ ଜୀବନ ମିଶନ’ର ଶୁଭାରମ୍ଭ କରାଯାଇଛି । ଏହି ମିଶନ ମାଧ୍ୟମରେ, ଜଳ ସଂରକ୍ଷଣ କରିବା ପାଇଁ, ପ୍ରତ୍ୟେକ ଘରକୁ ଜଳ ଯୋଗାଇ ଦେବା ପାଇଁ ସମଗ୍ର ଦେଶ ସଂକଳ୍ପବଦ୍ଧ ହୋଇଛି । ଏହା ସ୍ଥିର କରାଯାଇଛି କି ଆଗାମୀ 5 ବର୍ଷ ମଧ୍ୟରେ ପ୍ରାୟ ସାଢ଼େ 3 ଲକ୍ଷ କୋଟି ଟଙ୍କା ଏହି ଜଳ ଜୀବନ ଅଭିଯାନରେ ଖର୍ଚ୍ଚ କରାଯିବ ।

ଆପଣମାନେ ବୋଧହୁଏ ଶୁଣିଥିବେ ସମାଜବାଦୀ ନେତା ମନୋହର ଲୋହିୟା ମହୋଦୟ 60-70 ଦଶକରେ ସଂସଦରେ ଏକ ଭାଷଣ ଦେଇଥିଲେ । ସେ କହିଥିଲେ କି ହିନ୍ଦୁସ୍ଥାନର ମହିଳା ମାନଙ୍କର ଦୁଇଗୋଟି ପ୍ରମୁଖ ସମସ୍ୟା ରହିଛି । ତାହାର ସମାଧାନ ଆମକୁ ତତ୍କାଳ କାର୍ଯ୍ୟ କରିବା ଦରକାର । ଏହି କଥା 60-70 ଦଶକରେ କୁହାଯାଇଥିଲା, ଏହା ହେଉଛି ଲୋହିୟା ମହାଶୟଙ୍କ ଦ୍ୱାରା କୁହା ଯାଇଥିବା କଥା । କେଉଁ ଦୁଇଟି ସମସ୍ୟା କହିଥିଲେ ସେ, ସେ କହିଥିଲେ ହିନ୍ଦୁସ୍ଥାନର ମହିଳାମାନଙ୍କର ପ୍ରମୁଖ ଦୁଇଗୋଟି ସମସ୍ୟା ରହିଛି, ଗୋଟିଏ ହେଉଛି ଶୌଚାଳୟ ଏବଂ ଅନ୍ୟଟି ପାଣି । ଅର୍ଥାତ ମହିଳାମାନଙ୍କ ପାଇଁ ଶୌଚାଳୟ ନାହିଁ, ଆଉ ମହିଳାମାନେ ଘର ଚଳାଇବା ପାଇଁ ପାଣି ଉପଲବ୍ଧ ହେଉନାହିଁ । ଯଦି ଏହି ଦୁଇଟି ସମସ୍ୟାର ସମାଧାନ କରିଦେବା ତ ଏହି ଦେଶର ମହିଳାମାନେ ଦେଶର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଶକ୍ତି ଭାବେ ବାହାରିବେ । ଲୋହିୟା ମହାଶୟ ତ ଚାଲିଗଲେ, ଅନେକ ସରକାର ଆସିଲେ ଏବଂ ଚାଲିଗଲେ, ନେତାମାନେ ମଧ୍ୟ ଆସିଲେ ଏବଂ ଚାଲିଗଲେ, ଆମେ ହିଁ ହେଉଛୁ ଜଣେ ସେଭଳି ଯିଏ ନିଷ୍ପତ୍ତି ନେଲୁ କି ପ୍ରତ୍ୟେକ ଘରେ ଶୌଚାଳୟ ମଧ୍ୟ ହେବ ଏବଂ ପ୍ରତ୍ୟେକ ଘରେ ପାଣି ମଧ୍ୟ ହେବ ।

ମରାଠାୱାଡ଼ାର ଏହି କ୍ଷେତ୍ର ତ, ଏମିତି ମଧ୍ୟ ଏହାର ବଡ଼ ଲାଭାର୍ଥୀ ହେବାକୁ ଯାଉଛି ଏବଂ ଆପଣମାନେ ସମସ୍ତେ ଦେବେନ୍ଦ୍ର ମହାଶୟଙ୍କ ସରକାର ସହିତ ମିଳିମିଶି ଯେଉଁ ପ୍ରୟାସ କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ଏବେ ଦେବେନ୍ଦ୍ର ମହାଶୟ ବିସ୍ତୃତ ଭାବେ, ତାଙ୍କ ମନରେ କ’ଣ ସ୍ୱପ୍ନ ରହିଛି ଏହି କ୍ଷେତ୍ରରେ ଜଳ ପହଞ୍ଚାଇବା ପାଇଁ, ଏହାର ବିସ୍ତୃତ ଭାବେ ବର୍ଣ୍ଣନା ଆପଣଙ୍କ ସମ୍ମୁଖରେ କରିଛନ୍ତି । ମରାଠାୱାଡ଼ାରେ ଯେଉଁ ପ୍ରଥମ ୱାଟର ଗ୍ରୀଡ଼ ନିର୍ମାଣ କରାଯାଉଛି, ସେହି ଚେଷ୍ଟା ହେଉଛି ପ୍ରଶଂସନୀୟ । ଏହି ଗ୍ରୀଡ଼୍ ଯେତେବେଳେ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଯିବ ତ ଏହି କ୍ଷେତ୍ରରେ ଜଳର ଉପଲବ୍ଧି ବୃଦ୍ଧି ପାଇବ । ପ୍ରତ୍ୟେକ ଗାଁକୁ ପାନୀୟ ଜଳ ଯୋଗାଣ, ପ୍ରତ୍ୟେକ କୃଷି କ୍ଷେତକୁ ଜଳ ପହଞ୍ଚାଇବାରେ ଏହାଦ୍ୱାରା ସାହାଯ୍ୟ ମିଳିବ ।

ସାଥୀଗଣ, କୃଷକମାନଙ୍କୁ ଜଳସେଚନର ସୁବିଧା ଦେବାଠାରୁ ନେଇ ଅନେକ ପଦକ୍ଷେପ କେନ୍ଦ୍ର ଏବଂ ରାଜ୍ୟର ସରକାର ଉଠାଉଛନ୍ତି । ପ୍ରତ୍ୟେକ କୃଷକ ପରିବାରଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ସହାୟତା, 60 ବର୍ଷର ବୟସ ପରେ କୃଷକଙ୍କୁ ପେନସନର ସୁବିଧା, ପଶୁଧନକୁ ସୁସ୍ଥ ରଖିବା ପାଇଁ ଟୀକାକରଣ ଅଭିଯାନ, ଏଭଳି ଅନେକ ପ୍ରୟାସ କରାଯାଉଛି ।

ଭାଇ ଓ ଭଉଣୀମାନେ, ଗାଁର ଆର୍ଥିକ ସ୍ଥିତି ସୁଦୃଢ଼ କରିବାରେ ଆପଣମାନଙ୍କ ଯୋଗଦାନ ହେଉଛି ବହୁତ ପ୍ରଶଂସନୀୟ । ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ସଞ୍ଚୟ ଦଳ ଭାବେ ଆପଣମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହାଦ୍ୱାରା ଆପଣମାନଙ୍କର ସଶକ୍ତୀକରଣ, ଆର୍ଥିକ ସଶକ୍ତୀକରଣ ତ ହେଉଛି ହିଁ, ପରିବାରର ସ୍ଥିତି ମଧ୍ୟ ସୁଧୁରୁଛି । ଯେତେବେଳେ ପରିବାର ଆର୍ଥିକ ରୂପରେ ସଶକ୍ତ ହୋଇଥାଏ, ତ ଦେଶର ଶକ୍ତି ନିଜକୁ ନିଜେ ବୃଦ୍ଧି ପାଇଥାଏ ।

ସାଥୀଗଣ, ଦେଶର ବିକାଶରେ ଆପଣମାନଙ୍କର ଏହି ଭୂମିକାକୁ ଲକ୍ଷ୍ୟକରି ବିଗତ ପାଞ୍ଚ ବର୍ଷରେ ଏହି ଆନ୍ଦୋଳନକୁ ସଂପ୍ରସାରଣ, ଆହୁରି ଅଧିକ ସଂପ୍ରସାରଣ କରିବା ପାଇଁ ବିଶେଷ ପ୍ରୟାସ କରାଯାଇଛି । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଆଜୀବିକା ମିଶନ ମାଧ୍ୟମରେ ମହିଳାଙ୍କ ପାଇଁ ଉଦ୍ୟମଶୀଳତାର ନୂତନ ସୁଯୋଗ ସୃଷ୍ଟି କରାଯାଉଛି । ନୂତନ ଭାରତରେ ଆମେ ମହିଳା କଲ୍ୟାଣରୁ କିଛି ଆଗକୁ ବାହାରି ଯାଇ ମହିଳାଙ୍କ ନେତୃତ୍ୱରେ ରାଷ୍ଟ୍ର କଲ୍ୟାଣ ବିଷୟରେ ଚିନ୍ତା କରି ଆଗକୁ ବଢ଼ୁଛୁ ।

ଏହା ହେଉଛି କାରଣ କି ଏ ବର୍ଷ ବଜେଟରେ ସ୍ୱୟଂ ସହାୟକ ସମୂହଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ମହିଳା ସ୍ୱୟଂ ସହାୟକ ସମୂହଙ୍କ ପାଇଁ ସୁଧ ଉପରେ ଯେଉଁ ରିହାତି ମିଳୁଥିଲା, ଏହାକୁ ଏବେ ସମଗ୍ର ଦେଶରେ ଲାଗୁ କରାଯାଉଛି । ଏଭଳି ସମୁଦାୟ ଯାହା ପାଖରେ ଜନ-ଧନ ବ୍ୟାଙ୍କ ଖାତା ରହିଛି, ସେମାନଙ୍କୁ 5 ହଜାର ପର୍ଯ୍ୟନ୍ତ ଓଭର ଡ୍ରାଫ୍ଟର ଅତିରିକ୍ତ ସୁବିଧା ମିଳିବ । ଏବେ କୌଣସି ସାହୁକାରଙ୍କଠାରୁ ଅଧିକ ସୁଧରେ ଋଣ ଆଣିବାକୁ ପଡ଼ିବ ନାହିଁ । ଅର୍ଥ ଏହା ଯେ ଯଦି ଆପଣଙ୍କ ଖାତାରେ ଗୋଟିଏ ହେଲେ ମଧ୍ୟ ଟଙ୍କା ଜମା ନାହିଁ, ତେବେ ମଧ୍ୟ ଆପଣ 5 ହଜାର ଟଙ୍କା ନିଜର ଆବଶ୍ୟକତା ପାଇଁ ସେଥିରୁ କାଢି ପାରିବେ । ଏହା ହେଉଛି ଏକ ପ୍ରକାରର ସହଜ ଋଣ, ଯାହାର ସୁବିଧା ଜନ-ଧନ ବ୍ୟାଙ୍କ ଖାତା ଥିଲେ ଆପଣଙ୍କୁ ମିଳିପାରିବ ।

ସେହିଭଳି ଭାବେ ମୁଦ୍ରା ଯୋଜନା ମାଧ୍ୟମରେ ମଧ୍ୟ ପ୍ରତ୍ୟେକ ସ୍ୱୟଂ ସହାୟକ ସମୁହର ଜଣେ ସଦସ୍ୟଙ୍କୁ 1 ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ । ଏହାଦ୍ୱାରା ଆପଣଙ୍କୁ ଆପଣଙ୍କର ବ୍ୟବସାୟ ଆରମ୍ଭ କରିବା କିମ୍ବା ତାହାକୁ ବଢ଼ାଇବାରେ ସାହାଯ୍ୟ ମିଳିପାରିବ ।

ସାଥୀଗଣ, ମୁଦ୍ରା ଯୋଜନା ଭଉଣୀମାନଙ୍କୁ ଉଦ୍ୟମୀ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଏହି ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ପ୍ରାୟ 20 କୋଟି ଋଣ ବଣ୍ଟା ଯାଇସାରିଛି । ଏଥିମଧ୍ୟରୁ ପ୍ରାୟ 14 କୋଟି ଋଣ ଆମର ଭଉଣୀ ଓ ଝିଅଙ୍କ ହାତକୁ ଯାଇଛି । ମହାରାଷ୍ଟ୍ରରେ ମଧ୍ୟ ମୁଦ୍ରା ଯୋଜନା ମାଧ୍ୟମରେ ଥିବା ଦେଢ଼ କୋଟି ହିତାଧିକାରୀଙ୍କ ମଧ୍ୟରୁ ଶହେ ପଚିଶ କୋଟି ହିତାଧିକାରୀ ହେଉଛନ୍ତି ଆମ ମାଆ ଓ ଭଉଣୀମାନେ । ମହିଳା ଉଦ୍ୟମଶୀଳତା କ୍ଷେତ୍ରରେ ଆସୁଥିବା ଏହି ପରିବର୍ତ୍ତନକୁ ଆମକୁ ଆହୁରି ଦ୍ରୁତତର କରିବାକୁ ହେବ, ଆହୁରି ସୁଦୃଢ଼ କରିବାକୁ ହେବ । ଏଥିପାଇଁ ସରକାରୀ ସ୍ତରରେ ଯେଉଁ କିଛି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ନିଶ୍ଚିତ ଭାବେ ସେହି ପଦକ୍ଷେପ ଗ୍ରହଣ କରାଯିବ ।

ସାଥୀଗଣ, ସ୍ୱୟଂ ସହାୟତା ସମୂହ ରୂପରେ ଆପଣ ଆର୍ଥିକ ସଶକ୍ତୀକରଣର ସୁଦୃଢ଼ ମାଧ୍ୟମ ତ ଅଟନ୍ତି, ଆପଣମାନେ ମଧ୍ୟ ହେଉଛନ୍ତି ସାମାଜିକ ପରିବର୍ତ୍ତନର ପ୍ରମୁଖ ପ୍ରହରୀ । ଝିଅମାନଙ୍କର ଜୀବନ ବଞ୍ଚାଇବାଠାରୁ ନେଇ, ତାଙ୍କର ପାଠପଢ଼ା ଏବଂ ସେମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବା ପାଇଁ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି । ଏଠାରେ ଦେବେନ୍ଦ୍ର ମହାଶୟଙ୍କ ସରକାର ଏ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । କିନ୍ତୁ କେବଳ ସରକାରୀ ଯୋଜନା ଏବଂ ଆଇନ ହିଁ ଏଥିପାଇଁ ପର୍ଯ୍ୟାପ୍ତ ନୁହେଁ । ଆମମାନଙ୍କୁ ଝିଅମାନଙ୍କ ପ୍ରତି ସମାଜର ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଏଥିରେ ଆପଣ ଭଉଣୀ ଏବଂ ଝିଅମାନଙ୍କର ଭୂମିକା ମଧ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ ।

ନିକଟରେ ଆପଣ ଦେଖିଛନ୍ତି କି ମୁସଲମାନ ଭଉଣୀମାନଙ୍କୁ ତିନି ତଲାକର କୁପ୍ରଥାରୁ ମୁକ୍ତି ଦେବା ପାଇଁ ଏକ କଡ଼ା ଆଇନ ତିଆରି କରାଯାଇଛି । ଏବେ ଆପଣମାନଙ୍କୁ ସମାଜ ଭିତରେ ଏହି ଆଇନକୁ ନେଇ ଜାଗରଣ ସୃଷ୍ଟି କରିବାକୁ ହେବ ।

ସାଥୀଗଣ, ସମୟ ପୂର୍ବରୁ ଆମେ ଯେତେବେଳେ ଲକ୍ଷ୍ୟ ହାସଲ କରି ନେଇଥାଉ ତ ବଡ଼ ବଡ଼ ସଂକଳ୍ପକୁ ସିଦ୍ଧ କରିବାର ସାହସ ଆପେ ଆପେ ବୃଦ୍ଧି ପାଇଥାଏ । ଯେତେବେଳେ ବିଶ୍ୱାସନୀୟତା ସହିତ କାର୍ଯ୍ୟ କରାଯାଇଥାଏ, ଯେତେବେଳେ ସ୍ପଷ୍ଟ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରାଯାଇଥାଏ, ତ ପ୍ରୟାସରେ ମଧ୍ୟ କୌଣସି ଊଣା ରହି ନଥାଏ । ଏବେ ଚନ୍ଦ୍ରଯାନକୁ ନେଇ ଯାହା କିଛି ମଧ୍ୟ ହେଲା ଆପଣମାନେ ସେ କଥା ସହିତ ପରିଚିତ ଥିବେ ।

ଆମ ବୈଜ୍ଞାନିକମାନେ ଏକ ବଡ଼ ଲକ୍ଷ୍ୟ ହାସଲ କରିବାର ପ୍ରୟାସ କରିଥିଲେ, କିନ୍ତୁ ସେଥିରେ ଏକ ବାଧା ଆସିଗଲା । ଏହି ମିଶନ ପାଇଁ ବୈଜ୍ଞାନିକମାନେ ବହୁ ସମୟ ଧରି ପରିଶ୍ରମ କରୁଥିଲେ ।

ଭାଇ ଓ ଭଉଣୀମାନେ, କାଲି ରାତିରେ ଏବଂ ଆଜି ସକାଳେ ମୁଁ ସେମାନଙ୍କ ଗହଣରେ ଥିଲି । ସେମାନେ ଭାବବିହ୍ୱଳ ହୋଇ ପଡ଼ୁଥିଲେ, କିନ୍ତୁ ଏହା ସହିତ ମଧ୍ୟ ଦୃଢ଼ ସାହସରେ ଭରି ରହିଥିଲେ କି ଏବେ ଆହୁରି ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ହେବ, ଯାହା ହେଲା ସେଥିରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବାକୁ ହେବ । ଇସ୍ରୋ ଭଳି ପ୍ରତିବଦ୍ଧତା ସହିତ ହିଁ ଦେଶକୁ ଆଗକୁ ବଢ଼ାଇ ନିଆ ଯାଇପାରେ, ଲୋକମାନଙ୍କର ଜୀବନକୁ ସହଜ କରାଯାଇପାରେ ।

ସାଥୀଗଣ, ଭିନ୍ନ ଭିନ୍ନ କ୍ଷେତ୍ରରେ ଏହିଭଳି ଭାବେ ହିଁ ଦୃଢନିଶ୍ଚୟ ଲୋକଙ୍କର ପ୍ରତିବଦ୍ଧତା ରହିଥିବାରୁ ଦେଶର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ବିଜୁଳି ପହଞ୍ଚାଇବା, 8 କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦେବା, ଏଭଳି ଅନେକ କାର୍ଯ୍ୟ ସମୟ ପୂର୍ବରୁ ପୂରଣ କରାଯାଇଛି । ଏବେ ଖୁବ ଶୀଘ୍ର ସମଗ୍ର ଦେଶ ନିଜକୁ ଖୋଲାରେ ମଳ ମୁକ୍ତ ଘୋଷଣା କରିବା ଆଡ଼କୁ ଗତି କରୁଛି ।

ମୋର ବିଶ୍ୱାସ ରହିଛି କି 2022ରେ, ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷ ପର୍ବ ପାଳନ କରୁଥିବା, ସେତେବେଳ ପାଇଁ ଆମେ ଯେଉଁ ସବୁ ସଂକଳ୍ପ ଗ୍ରହଣ କରିଛେ, ସେସବୁ ନିଶ୍ଚିତ ଭାବେ ପୂରଣ ହେବ ।

ଭାଇ ଓ ଭଉଣୀମାନେ, 2022 ପର୍ଯ୍ୟନ୍ତ ପ୍ରତ୍ୟେକ ଗରିବଙ୍କୁ ପକ୍କା ଘର ଦେବା ଲକ୍ଷ୍ୟ ଆଡ଼କୁ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ଏ ପର୍ଯ୍ୟନ୍ତ ଦେଶର ଗାଁ ଏବଂ ସହରରେ ପ୍ରାୟ 1 କୋଟି 80 ଲକ୍ଷ ଘର ନିର୍ମାଣ ହୋଇସାରିଛି । ହିତାଧିକାରୀ ସେଥିରେ ରହିବା ପାଇଁ ଚାଲିଗଲେଣି । କେତେ ଲୋକ ଆମକୁ ପଚାରନ୍ତି କି ଗରିବଙ୍କ ପାଇଁ ଗୃହ ଯୋଜନା ତ ଆଗରୁ ମଧ୍ୟ ଚାଲି ଆସୁଥିଲା, କିନ୍ତୁ ଆପଣ ଏଥିରେ ଅଲଗା କ’ଣ କରିଛନ୍ତି ?

ସର୍ବ ପ୍ରଥମେ ତ ମୁଁ ଏହା ଜଣାଇବାକୁ ଚାହୁଁଛି କି ଆମେ ଏହି କଥାକୁ ବୁଝିଥିଲୁ କି ଆମେ ଗୃହ ନୁହେଁ, ବରଂ ଘରର ନିର୍ମାଣ କରିବା, ଚାରି କାନ୍ଥରେ ଘେରା ହୋଇଥିବା ଗୃହ ନୁହେଁ, ଆପଣଙ୍କ ସ୍ୱପ୍ନର ଘର ତିଆରି କରିବୁ । ଆମେ ଏପରି ଘର ତିଆରି କରିବାକୁ ଚାହିଁଛୁ ଯେଉଁଠାରେ ସମସ୍ତ ସୁବିଧା ମଧ୍ୟ ଉପଲବ୍ଧ ହୋଇଥିବ । ଅର୍ଥାତ ଘର ନାମରେ କେବଳ ଚାରି କାନ୍ଥ ଠିଆ କରିବାର ଉପାୟରୁ ଭିନ୍ନ କିଛି ଉନ୍ନତ ଧରଣର କାର୍ଯ୍ୟ ଆମକୁ କରିବାର ଆବଶ୍ୟକତା ଥିଲା । ଆମର ଚେଷ୍ଟା କମରୁ ଅତି କମ୍ ସମୟ ମଧ୍ୟରେ, ଅତି ଅଧିକ ବ୍ୟୟ ନ କରି ଅଧିକରୁ ଅଧିକ ସୁବିଧା ମାନ ଦେବା, ଏହା ଆମର ଉଦ୍ଦେଶ୍ୟ ଥିଲା ।

ସାଥୀଗଣ, ଆମ ସରକାର ଯେଉଁ ଘର ନିର୍ମାଣ କରିଛନ୍ତି, ସେଥିପାଇଁ କୌଣସି ସ୍ଥିରୀକୃତ ମାଧ୍ୟମ ଆପଣେଇ ନାହୁଁ କି ଯାହାକୁ ଆମେ କାଗଜ ଉପରେ ନକ୍ସା ଅଙ୍କନ କରି ଦେଲୁ, ସେହିଭଳି ଘର ସମଗ୍ର ଦେଶରେ ନିର୍ମାଣ ହେବା ଦରକାର । ଆଜ୍ଞା ନୁହେଁ, ବରଂ ଏହା ବଦଳରେ ଆମେ ଘର ନିର୍ମାଣ ବେଳେ ସ୍ଥାନୀୟ ଲୋକମାନଙ୍କର ଆବଶ୍ୟକତା ଏବଂ ସେଠାକାର ଲୋକଙ୍କର ଇଚ୍ଛାକୁ ମଧ୍ୟ କେନ୍ଦ୍ରରେ ରଖିଲୁ, ତାହାକୁ ଧ୍ୟାନରେ ରଖି  ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କଲୁ । ଘରେ ସବୁ ପ୍ରକାରର ମୌଳିକ ସୁବିଧା ଉପଲବ୍ଧ ହେଉ, ଏଥିପାଇଁ ଆମେ ବିଭିନ୍ନ ସରକାରୀ ଯୋଜନାଗୁଡ଼ିକୁ ଏହା ସହିତ ଯୋଡ଼ିଦେଲୁ । ଫଳରେ ସେହି ଘରଗୁଡ଼ିକରେ ବିଜୁଳି, ଗ୍ୟାସ ସଂଯୋଗ, ଶୌଚାଳୟ ଏବଂ ଏଭଳି ସମସ୍ତ ସୁବିଧାମାନ ମଧ୍ୟ ଏହା ସହିତ ମିଳିପାରିବ ।

ଏସବୁ ଘର ଲୋକମାନଙ୍କର ଆଶା ଆକାଂକ୍ଷା ଅନୁସାରେ ନିର୍ମାଣ ହୋଇପାରୁ ଏଥିପାଇଁ ଆମେ ଆପଣମାନଙ୍କ ଆବଶ୍ୟକତାକୁ ଶୁଣିଲୁ । ଏହା ପରେ ନା କେବଳ ଘରର ଆୟତନକୁ ବଢ଼ାଗଲା ବରଂ ନିର୍ମାଣ ରାଶିରେ ମଧ୍ୟ ବୃଦ୍ଧି କରାଗଲା । ଏହି ପ୍ରକ୍ରିୟାରେ ସ୍ଥାନୀୟ କାରିଗର ଏବଂ ଶ୍ରମିକମାନଙ୍କୁ ସାମିଲ କରାଗଲା, ଯେପରି ଅନେକ ମହିଳା, ଆଜି ଯେପରି ଝାଡ଼ଖଣ୍ଡ ଯିବେ ତ ରାଣୀମିସ୍ତ୍ରୀ ଶବ୍ଦ ଆପଣଙ୍କୁ ଶୁଭିବ । ଅନ୍ୟ କୌଣସି ଅତିରିକ୍ତ ବ୍ୟୟ ବିନା, କମରୁ ଅତି କମ୍ ସମୟ ମଧ୍ୟରେ ଘରର ହସ୍ତାନ୍ତର ହେଉ, ଏହା ଉପରେ ମଧ୍ୟ ଆମେ ଧ୍ୟାନ ଦେଲୁ । ଏଥିପାଇଁ, ଏଥିପାଇଁ ଟେକ୍ନୋଲୋଜିକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଆପଣାଇବାକୁ ହେଲା ।

ଭାଇ ଓ ଭଉଣୀମାନେ, ଆମେ ସେହି ଲୋକମାନଙ୍କର ସ୍ୱପ୍ନକୁ ମଧ୍ୟ ବଳ ପ୍ରଦାନ କରିବାକୁ ଚେଷ୍ଟା କରିଛୁ, ଯେଉଁମାନେ ନିଜେ ନିଜର ଘର କିଣିବା ପାଇଁ ଇଚ୍ଛା କରୁଛନ୍ତି । ଶସ୍ତା ଗୃହକୁ ଆହୁରି ଅଧିକ ପ୍ରୋତ୍ସାହନ ଦେବା ପାଇଁ ସରକାର ଗୃହ ଋଣ ଉପରେ ଦେଢ଼ ଲକ୍ଷ ସୁଧ ଉପରେ ଆୟକରରେ ଅତିରିକ୍ତ ଛାଡ଼ ଦେବାର ବ୍ୟବସ୍ଥା କଲେ, ଫଳରେ ମଧ୍ୟମ ବର୍ଗର ଲୋକ ନିଜର ଘର ନିର୍ମାଣ କରି ପାରନ୍ତୁ ।

ସାଥୀଗଣ, ଆମର ଗୁରୁତ୍ୱ ପାରଦର୍ଶିତା ଉପରେ ମଧ୍ୟ ରହିଲା । ଗୃହ ନିର୍ମାଣର ଭିନ୍ନ ଭିନ୍ନ ସ୍ତରର ଛବିଗୁଡ଼ିକୁ ଅନ ଲାଇନ ଅପଲୋଡ଼୍ କରାଗଲା । ପାରଦର୍ଶି ଉପାୟରେ ପ୍ରଶାସନକୁ ସଠିକ ବିବରଣୀ ପ୍ରଦାନ କରାଗଲା । କେବଳ ଏତିକି ନୁହେଁ, ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ପାରଦର୍ଶିତାର ଖୁବ୍ ଅଭାବ ଥିଲା । ଏହା ଫଳରେ ଘର କିଣୁଥିବା ଲୋକଙ୍କୁ ଖୁବ୍‌ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥଲା । ସରକାର ରେରା ଆଇନ ଆଣି ଘର କିଣୁଥିବା ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାର କାର୍ଯ୍ୟ କରିଛନ୍ତି । ଆଜି ଅଧିକାଂଶ ରାଜ୍ୟରେ ରେରା ଆଇନ ବିଜ୍ଞପ୍ତି (ନୋଟିଫାଏ) ଜାରି କରାଯାଇସାରିଛି । ଟ୍ରିବ୍ୟୁନାଲ ମଧ୍ୟ କାର୍ଯ୍ୟ କରୁଛି । ଏହି ପ୍ରକଳ୍ପ ମାଧ୍ୟମରେ ଲକ୍ଷ ଲକ୍ଷ ନୂତନ ଫ୍ଲାଟର ନିର୍ମାଣ କରାଯାଉଛି ।

ମୋଟାମୋଟି ଭାବେ କହିବାକୁ ଗଲେ ଦେଖିବା ତ ଗୃହକୁ ନେଇ ଆମେ ସାମଗ୍ରିକ ଅଭିବ୍ୟକ୍ତି ଦ୍ୱାରା କାର୍ଯ୍ୟ କରିଛୁ । ଯଦି ଆମେ ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଗୋଟିଏ ଗୋଟିଏ ଯୋଜନା ସହିତ ସାମ୍ନାକୁ ଆସିଥାନ୍ତେ, ତ ଏତେ ବଡ଼ ସଫଳତା ମିଳିବା କଷ୍ଟକର ହୋଇ ପଡ଼ିଥାଆନ୍ତା । ବୃହତ ଆକାରରେ ସମାଧାନ ସେତେବେଳେ ହିଁ ସମ୍ଭବ ଯେତେବେଳେ ସମସ୍ତ ବିଭାଗ, ସମସ୍ତ ନିଷ୍ପତ୍ତି, ଏକ ବୃହତ ଲକ୍ଷ୍ୟକୁ ଚିନ୍ତାକରି କରାଯିବ । ସମସ୍ତ ମନ୍ତ୍ରଣାଳୟ ଏବଂ ସମସ୍ତ ଯୋଜନା ମିଶି ଗୋଟିଏ ଧାରରେ କାର୍ଯ୍ୟ କରିବେ । ଏହା ହିଁ ଆମ ସରକାରଙ୍କର କାର୍ଯ୍ୟକଳାପର ପରିଚୟ ଭାବେ ରହିଛି, ଖଣ୍ଡ ଖଣ୍ଡ ଭାବେ ନୁହେଁ ସାମଗ୍ରିକ ଭାବେ ଚିନ୍ତା କରନ୍ତୁ ଆଉ ସମସ୍ତଙ୍କୁ ଏକାଠି କରି କାର୍ଯ୍ୟ କରନ୍ତୁ ।

ସାଥୀଗଣ, ବିଗତ 5 ବର୍ଷରେ ସ୍ୱଚ୍ଛତାରୁ ନେଇ ବ୍ୟାଙ୍କରେ କାରବାର ପର୍ଯ୍ୟନ୍ତ, ସମାଜର ବ୍ୟବହାରରେ ପରିବର୍ତ୍ତନକୁ ନେଇ ଯେତେ ମଧ୍ୟ ଜନ ଆନ୍ଦୋଳନ ହୋଇଛି, ସେଥିରେ ଆପଣମାନେ ସମସ୍ତେ ଖୁବ୍ ଭଲ ଭାବେ ଯୋଗଦାନ କରିଛନ୍ତି । ଏହା ହେଉଛି କାରଣ କି ଆଗାମୀ 5 ବର୍ଷ ପାଇଁ ମଧ୍ୟ ଯେଉଁ ସଂକଳ୍ପ ନିଆଯାଇଛି, ସେଗୁଡ଼ିକର ସିଦ୍ଧି ପାଇଁ ଆପଣମାନଙ୍କ ଉପରେ ମୋର ବହୁତ ବିଶ୍ୱାସ ରହିଛି । ଏହି ବିଶ୍ୱାସ ନିରନ୍ତର ସୁଦୃଢ଼ ହେବ, ଏହି କାମନା ସହିତ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

ଧନ୍ୟବାଦ ଏବଂ ଏତେ ଅଧିକ ସଂଖ୍ୟାରେ ପର୍ବ ଦିନମାନଙ୍କରେ ମାଆ ଭଉଣୀମାନଙ୍କୁ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିବା, ଏହା ହେଉଛି ଆମ ପାଇଁ ନିଜକୁ ନିଜ ମଧ୍ୟରେ ଏକ ଶକ୍ତିର ଅନୁଭୂତି । ଏହି ମାତୃଶକ୍ତିକୁ ପ୍ରଣାମ କରି ମୁଁ ମୋର ବକ୍ତବ୍ୟକୁ ସମାପ୍ତ କରୁଛି । ମୋ ସହିତ ନିଜର ଦୁଇ ହାତକୁ ଉପରକୁ ଉଠାଇ ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ-

ଭାରତ ମାତା କୀ-ଜୟ

ଭାରତ ମାତା କୀ-ଜୟ 

ଭାରତ ମାତା କୀ-ଜୟ 

ଭାରତ ମାତା କୀ-ଜୟ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Remains World's Most Popular Leader With 68% Approval Rating: Survey

Media Coverage

PM Modi Remains World's Most Popular Leader With 68% Approval Rating: Survey
NM on the go

Nm on the go

Always be the first to hear from the PM. Get the App Now!
...
PM to visit Uttar Pradesh on 28th March
March 26, 2026
PM to inaugurate Phase I of Noida International Airport developed with an investment of around ₹11,200 crore
Noida International Airport planned as a Multi-Modal Transport Hub with seamless integration across road, rail, metro, and regional transit systems
Airport also incorporates a Multi-Modal Cargo Hub, designed to handle over 2.5 lakh metric tonnes annually, expandable to around 18 lakh metric tonnes
Airport to initially have a passenger handling capacity of 12 million passengers per annum (MPPA), with scalability up to 70 MPPA

Prime Minister Shri Narendra Modi will visit Uttar Pradesh on 28 March 2026. At around 11:30 AM, he will undertake a walkthrough of the Terminal Building of Noida International Airport at Jewar, Gautam Buddha Nagar. Thereafter, at around 12 noon, Prime Minister will inaugurate Phase I of Noida International Airport and address a public gathering on the occasion.

The inauguration of Noida International Airport marks a significant milestone in India’s journey towards becoming a global aviation hub. The airport, envisioned as a major international gateway for the National Capital Region (NCR), represents a major step in strengthening the country’s airport infrastructure and enhancing regional and international connectivity. Noida International Airport has been developed as the second international airport for the Delhi NCR region, complementing Indira Gandhi International Airport. Together, the two airports will function as an integrated aviation system, easing congestion, expanding passenger capacity, and positioning Delhi NCR among leading global aviation hubs.

Noida International Airport is among the largest greenfield airport projects in India. Phase I of Noida International Airport has been developed at a total investment of around ₹11,200 crore under a Public–Private Partnership (PPP) model. The airport will initially have a passenger handling capacity of 12 million passengers per annum (MPPA), with scalability up to 70 MPPA upon full development. It features a 3,900-meter runway capable of handling wide-body aircraft, along with modern navigation systems including Instrument Landing System (ILS) and advanced airfield lighting to support efficient, all-weather, round-the-clock operations.

The airport also incorporates a robust cargo ecosystem, including a Multi-Modal Cargo Hub, featuring an Integrated Cargo Terminal and logistics zones. The cargo facility is designed to handle over 2.5 lakh metric tonnes annually, expandable to around 18 lakh metric tonnes, and includes a dedicated 40-acre Maintenance, Repair, and Overhaul (MRO) facility.

Designed as a sustainable and future-ready infrastructure project, Noida International Airport aims to operate as a net-zero emissions facility, integrating energy-efficient systems and environmentally responsible practices. Its architectural design draws inspiration from Indian heritage, incorporating elements reminiscent of traditional ghats and havelis, thereby blending cultural aesthetics with modern infrastructure.

Strategically located along the Yamuna Expressway, Noida International Airport is planned as a multi-modal transport hub with seamless integration across road, rail, metro, and regional transit systems, ensuring efficient connectivity for passengers and cargo.