ମହାନ ଉଦ୍ଦେଶ୍ୟ ଏବଂ ପବିତ୍ରତା ସହିତ ସମାଜର କଲ୍ୟାଣ ପାଇଁ ପ୍ରୟାସ କରାଗଲେ ଈଶ୍ୱରୀୟ ସମର୍ଥନ ମିଳିଥାଏ ଏବଂ ସମାଜ ନିଜେ ଏକ ଦିବ୍ୟ ଶକ୍ତିରେ ପରିଣତ ହୁଏ: ପ୍ରଧାନମନ୍ତ୍ରୀ
ନୂତନ ଜାତୀୟ ଶିକ୍ଷା ନୀତି ଦକ୍ଷତା ବିକାଶ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଏ : ପ୍ରଧାନମନ୍ତ୍ରୀ
ସାରାଦେଶର ଭିତ୍ତିଭୂମି ବିକାଶ ରେକର୍ଡ ଗତିରେ ଆଗକୁ ବଢ଼ୁଛି : ପ୍ରଧାନମନ୍ତ୍ରୀ
ଆଜି ବିଶ୍ୱ ଭାରତର ଶ୍ରମ ଏବଂ ପ୍ରତିଭାକୁ ଉଚ୍ଚ ସମ୍ମାନ ଦିଏ ଏବଂ ଏହାର ମୂଲ୍ୟକୁ ସ୍ୱୀକାର କରେ, ଫଳସ୍ୱରୂପ, ବିଭିନ୍ନ ଦେଶରେ ଅନେକ ସୁଯୋଗ ସୃଷ୍ଟି ହେଉଛି : ପ୍ରଧାନମନ୍ତ୍ରୀ
ଭାରତକୁ ସ୍ୱାବଲମ୍ବୀ ହେବାକୁ ପଡିବ; ସମାଜକୁ ଦୃଢ଼ତାର ସହିତ ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ଗ୍ରହଣ କରିବାକୁ ପଡିବ : ପ୍ରଧାନମନ୍ତ୍ରୀ
ସ୍ୱଦେଶୀ ଆନ୍ଦୋଳନ କେବଳ ଶତାବ୍ଦୀ ପୁରୁଣା ସ୍ମୃତିଚିହ୍ନ ନୁହେଁ, ବରଂ ଏହା ଭବିଷ୍ୟତ୍‌କୁ ସୁଦୃଢ଼ କରୁଥିବା ଏକ ଅଭିୟାନ ଏବଂ ଏହାର ନେତୃତ୍ୱ ସମାଜରୁ,ବିଶେଷକରି ଯୁବସମାଜରୁ ଆସିବା ଉଚିତ୍: ପ୍ରଧାନମନ୍ତ୍ରୀ

କେନ୍ଦ୍ର କ୍ୟାବିନେଟର ମୋର ସମସ୍ତ ସହକର୍ମୀ, ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ, ଉପସ୍ଥିତ ସମସ୍ତ ସାଂସଦ, ସମସ୍ତ ବିଧାୟକ, ସରଦାରଧାମର ମୁଖ୍ୟ ଶ୍ରୀ ଗଗଜୀ ଭାଇ, ଟ୍ରଷ୍ଟି ଭି. କେ. ପଟେଲ, ଦିଲୀପ ଭାଇ, ଅନ୍ୟ ସମସ୍ତ ମହାନ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ବିଶେଷକରି ମୋର ପ୍ରିୟ ଝିଅମାନେ ।

ସରଦାରଧାମର ନାମ ଯେତେ ପବିତ୍ର, ଏହାର କାର୍ଯ୍ୟ ମଧ୍ୟ ସେତିକି ପବିତ୍ର । ଆଜି ଝିଅମାନଙ୍କ ସେବା ଏବଂ ସେମାନଙ୍କ ଶିକ୍ଷା ପାଇଁ ଏକ ଛାତ୍ରାବାସ ଉଦ୍‌ଘାଟନ କରାଯାଉଛି । ଯେଉଁ ଝିଅମାନେ ଏହି ଛାତ୍ରାବାସରେ ରହିବେ ସେମାନଙ୍କର ଆକାଂକ୍ଷା ଏବଂ ସ୍ୱପ୍ନ ରହିବ ଏବଂ ସେମାନଙ୍କୁ ତାହା ପୂରଣ କରିବାର ଅନେକ ସୁଯୋଗ ମିଳିବ । କେବଳ ସେତିକି ନୁହେଁ, ଯେତେବେଳେ ଏହି ଝିଅମାନେ ନିଜ ଗୋଡରେ ଠିଆ ହେବେ ଏବଂ ସକ୍ଷମ ହେବେ, ସେତେବେଳେ ସେମାନେ ସ୍ୱାଭାବିକ ଭାବରେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଏବଂ ସେମାନଙ୍କ ପରିବାର ମଧ୍ୟ ସକ୍ଷମ ହେବେ । ତେଣୁ ସର୍ବପ୍ରଥମେ ମୁଁ ସେହି ସମସ୍ତ ଝିଅମାନଙ୍କୁ ଯେଉଁମାନେ ଏହି ଛାତ୍ରବାସରେ ରହିବାର ସୁଯୋଗ ପାଇବେ, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇ ଶୁଭକାମନା ଜଣାଉଛି ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଏହା ମୋର ସୌଭାଗ୍ୟ ଯେ ଆପଣମାନେ ମୋତେ ବାଳିକା ଛାତ୍ରାବାସ ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବାର ସୁଯୋଗ ଦେଇଛନ୍ତି । ଆଜି, ସମାଜର ମହାନ ପ୍ରୟାସ ଯୋଗୁଁ, ୩ ହଜାର ଝିଅ ଉତ୍କୃଷ୍ଟ ବ୍ୟବସ୍ଥା ଏବଂ ସୁବିଧା ସହିତ ଏକ ଭବ୍ୟ କୋଠା ପାଉଛନ୍ତି । ମୋତେ କୁହାଯାଇଛି ଯେ ବରୋଦାରେ ମଧ୍ୟ ୨ ହଜାର ଛାତ୍ରୀଙ୍କ ପାଇଁ ଏକ ଛାତ୍ରାବାସ ନିର୍ମାଣ ଚାଲିଛି ଏବଂ ଏହା ସମାପ୍ତ ହେବାକୁ ଯାଉଛି । ସୁରଟ, ରାଜକୋଟ ଏବଂ ମେହସାଣାରେ ମଧ୍ୟ ଏହି ପ୍ରକାରର ଶିକ୍ଷା, ଶିକ୍ଷଣ ଏବଂ ତାଲିମ ପାଇଁ ଅନେକ କେନ୍ଦ୍ର ନିର୍ମାଣ କରାଯାଉଛି । ଯେଉଁମାନେ ଏହି ପ୍ରୟାସରେ ଯୋଗଦାନ ଦେଉଛନ୍ତି ସେମାନେ ସମସ୍ତେ ଅଭିନନ୍ଦର ପାତ୍ର । କାରଣ ଆମ ଦେଶ ସମାଜର ଶକ୍ତି ସହିତ ପ୍ରଗତି କରିଥାଏ । ଆଜି ଏହି ଅବସରରେ ମୁଁ ସର୍ଦ୍ଦାର ସାହେବଙ୍କ ଚରଣରେ ପ୍ରଣାମ କରୁଛି । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ମୁଁ ସବୁବେଳେ କହୁଥିଲି ଯେ, ଗୁଜରାଟର ବିକାଶ ଭାରତ ପାଇଁ ଅତ୍ୟାବଶ୍ୟକ ଏବଂ ଏହା ଆଜି ଏକ ସଂଯୋଗ ଯେ ଗୁଜରାଟ ମୋତେ ଯାହା ଶିଖାଇଛି, ମୁଁ ଗୁଜରାଟରୁ ଯାହା ଶିଖିଛି, ତାହା ଦେଶର ବିକାଶ ପାଇଁ ବ୍ୟବହାର କରାଯାଉଛି । ଆପଣମାନେ ସମସ୍ତେ ଜାଣନ୍ତି ଯେ ୨୫-୩୦ ବର୍ଷ ପୂର୍ବେ, ଗୁଜରାଟରେ ଅନେକ ପରାମିଟରରେ କିଛି ଚିନ୍ତାଜନକ ବିଷୟ ଥିଲା । ବିକାଶ ସହିତ, ସାମାଜିକ କ୍ଷେତ୍ରରେ ମଧ୍ୟ ଅନେକ ସଂକଟରେ ଗୁଜରାଟକୁ ନିଜର ଶକ୍ତି ବ୍ୟବହାର କରିବାକୁ ପଡିଥିଲା ତଥା ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥିଲା । ଆଉ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ପ୍ରଥମ ଥର ପାଇଁ ମୋ ନଜରକୁ ଆସିଥିଲା ଯେ ଶିକ୍ଷା କ୍ଷେତ୍ରରେ ଝିଅମାନେ ବହୁତ ପଛରେ ଅଛନ୍ତି  ଏବଂ ଏହି କଥା ମୋ ମନକୁ ପ୍ରଭାବିତ କଲା । ଅନେକ ପରିବାର ସେମାନଙ୍କ ଝିଅମାନଙ୍କୁ ସ୍କୁଲ ପଠାଉ ନଥିଲେ । ଯେଉଁମାନେ ସ୍କୁଲରେ ନାମ ଲେଖାଉଥିଲେ ସେମାନେ ମଧ୍ୟ ଶୀଘ୍ର ସ୍କୁଲ ଛାଡୁଥିଲେ । ୨୫ ବର୍ଷ ପୂର୍ବେ ଆପଣମାନେ ସମସ୍ତେ ସମର୍ଥନ କରିଥିଲେ ଏବଂ ସମଗ୍ର ପରିସ୍ଥିତି ବଦଳି ଯାଇଥିଲା । ଆପଣମାନେ ମନେ ରଖିଥିବେ ଯେ, ଆମେ କନ୍ୟା ଶିକ୍ଷା ପାଇଁ ରଥଯାତ୍ରା ବାହାର କରୁଥିଲୁ । ମୋର ମନେ ଅଛି ଯେ, ୧୩,୧୪,୧୫ ଜୁନରେ ତାପମାତ୍ରା ୪୦-୪୨ ଡିଗ୍ରୀ ଥିଲା, ଗାଁକୁ ଯିବାର ଥିଲା ମାନେ ଯିବା, ଘର ଘର ଯିବାର ଥିଲା ମାନେ ଯିବା, ଆମେ ଝିଅମାନଙ୍କୁ ଆଙ୍ଗୁଠି ଧରି ସ୍କୁଲକୁ ଆଣିବାର ଥିଲା ମାନେ ଆଣୁଥିଲୁ । ଆମେ ସ୍କୁଲର ପ୍ରବେଶୋତ୍ସବ ପାଇଁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିଥିଲୁ ଏବଂ ଏହା ମୋର ସୌଭାଗ୍ୟ ଯେ ଏହି କାର୍ଯ୍ୟକ୍ରମ ଆମକୁ ଲାଭାନ୍ୱିତ କରିଛି । ସେଥିପାଇଁ, ଆଜି ଆବଶ୍ୟକତା ଅନୁସାରେ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ନିର୍ମାଣ ହୋଇଛି, ବିଦ୍ୟାଳୟଗୁଡିକୁ ଆଧୁନିକ ସୁବିଧା ମିଳିଛି, ସମସ୍ତ ପ୍ରକାରର ବ୍ୟବସ୍ଥା ବିକଶିତ ହୋଇଛି ଏବଂ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ ସମାଜ ମଧ୍ୟ ବହୁ ଉତ୍ସାହର ସହିତ ଆଗକୁ ଆସି ଅଂଶଗ୍ରହଣ କରିବା ସହ ନିଜର ଦାୟିତ୍ୱ ପୂରଣ କରିଛି । ଏହାର ଫଳସ୍ୱରୂପ ଆଜି ଆମେ ଯେଉଁ ପୁଅ ଏବଂ ଝିଅମାନଙ୍କୁ ସ୍କୁଲରେ ପ୍ରବେଶ କରାଇଥିଲୁ ସେମାନେ ଡାକ୍ତର, ଇଞ୍ଜିନିୟର ହୋଇଛନ୍ତି ଏବଂ ଡ୍ରପ ଆଉଟ ଅନୁପାତ ହ୍ରାସ ପାଇଛି । କେବଳ ସେତିକି ନୁହେଁ, ଗୁଜରାଟର ପ୍ରତ୍ୟେକ କୋଣରେ ଶିକ୍ଷା ପ୍ରତି ଆଗ୍ରହ ଓ ଆକାଂକ୍ଷା ଜାଗ୍ରତ ହୋଇଛି ।

 

ଦ୍ୱିତୀୟ ପ୍ରମୁଖ ଚିନ୍ତା ଥିଲା କନ୍ୟା ଭୃଣ ହତ୍ୟା ପାପ । ଏହା ଆମ ଉପରେ ଏତେ ବଡ କଳଙ୍କ ଥିଲା ଯେ, ଅନେକ ଥର ଆମ ସମାଜ ଏହାକୁ ନେଇ ଚିନ୍ତିତ ହେଉଥିଲା । କିନ୍ତୁ ସମାଜ ମୋତେ ସମର୍ଥନ କରି ଏକ ଆନ୍ଦୋଳନ ଆରମ୍ଭ କରିଥିଲା । ଆମେ ସୁରଟରୁ ଏକ ଶୋଭାଯାତ୍ରା ବାହାର କରି ଉମିଆ ମାତାଙ୍କ ନିକଟକୁ ନେଇଥିଲୁ । ପୁଅ ଏବଂ ଝିଅ ସମାନ - ଏହି ଭାବନାକୁ ଆହୁରି ମଜବୁତ କରିଥିଲୁ । ଆମର ଗୁଜରାଟ ହେଉଛି ଶକ୍ତିର ଉପାସନା କରୁଥିବା ଗୁଜରାଟ । ଏଠାରେ ଆମ ପାଖରେ ଉମିୟା ମାତା, ମାଆ ଖୋଡଲ, ମାଆ କାଳୀ, ମାଆ ଅମ୍ବା, ମା ବହୁଚର ଆଜି ମାଆମାନଙ୍କର ଆଶୀର୍ବାଦ ରହିଛି । ଏପରି ସମାଜରେ ଭୃଣ ହତ୍ୟା ଏକ କଳଙ୍କ ଥିଲା । ଯେତେବେଳେ ଏହି ଭାବନା ସୃଷ୍ଟି ହେଲା ଏବଂ ଆମେ ସମସ୍ତଙ୍କ ସମର୍ଥନ ପାଇଲୁ, ଆଜି ଗୁଜରାଟରେ ପୁଅ ଏବଂ ଝିଅଙ୍କ ସଂଖ୍ୟା ମଧ୍ୟରେ ଥିବା ବିରାଟ ପାର୍ଥକ୍ୟକୁ ଧୀରେ ଧୀରେ ହ୍ରାସ କରିବାରେ ସଫଳ ହୋଇଛୁ ।

ବନ୍ଧୁଗଣ,

ଯେତେବେଳେ ମହାନ ଉଦ୍ଦେଶ୍ୟ ସହିତ ଏବଂ ପବିତ୍ରତାର ସହିତ ସମାଜର ଉନ୍ନତି ପାଇଁ ପ୍ରୟାସ କରାଯାଏ, ସେତେବେଳେ ଈଶ୍ୱର ମଧ୍ୟ ସମର୍ଥନ କରନ୍ତି ଏବଂ ଈଶ୍ୱରଙ୍କ ରୂପରେ ସମାଜ ମଧ୍ୟ ସମର୍ଥନ କରେ, ଆଉ ଫଳାଫଳ ମଧ୍ୟ ପ୍ରାପ୍ତ ହୁଏ । ଆଜି ସମାଜରେ ଏକ ନୂତନ ଜାଗରଣ ଆସିଛି । ଆମେ ଆମ ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ, ସେମାନଙ୍କର ସମ୍ମାନ ବୃଦ୍ଧି କରିବା ପାଇଁ, ସେମାନଙ୍କ ପାଇଁ ସୁବିଧା ତଥା ସୁଯୋଗ ସୃଷ୍ଟି କରିବାକୁ, ବିଶାଳ ଛାତ୍ରାବାସର ନିର୍ମାଣ କରିବାକୁ ନିଜେ ଆଗେଇ ଆସିଛୁ । ଆମେ ଗୁଜରାଟରେ ଯେଉଁ ବୀଜ ବୁଣିଥିଲୁ ତାହା ଆଜି ସାରା ଦେଶରେ– ବେଟି-ବେଟି, ବେଟି ପଢ଼ାଓ ଏକ ଜନ ଆନ୍ଦୋଳନ ପାଲଟିଛି । ମହିଳାମାନଙ୍କ ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ପାଇଁ ଦେଶରେ ଐତିହାସିକ କାର୍ଯ୍ୟ କରାଯାଉଛି । ଆମର ଝିଅମାନେ ଯେତେବେଳେ ଆମେ ଅପରେସନ ସିନ୍ଦୁର କଥା କହୁ ସେତେବେଳେ ଝିଅମାନଙ୍କ ସ୍ୱର ଶୁଭିଥାଏ, ସେମାନଙ୍କର ସାମର୍ଥ୍ୟର କଥା ଆମ କାନରେ ପହଞ୍ଚିଥାଏ, ଗାଁରେ ଲକ୍ଷପତି ଦିଦି, ଲକ୍ଷ ଥିଲା ୩ କୋଟି ଆମେ ୨ କୋଟିରେ ପହଞ୍ଚିଯାଇଛୁ ଏବଂ ଡ୍ରୋନ ଦିଦି ଇତ୍ୟାଦି ସମଗ୍ର ଗ୍ରାମାଞ୍ଚଳରେ ଆମର ଭଉଣୀମାନଙ୍କ ପ୍ରତି ଦେଖିବାର ଦୃଷ୍ଟିକୋଣ ବଦଳି ଯାଇଛି । ବ୍ୟାଙ୍କ ସଖୀ, ବୀମା ସଖୀ ପରି ଅନେକ ଯୋଜନା ଆମର ମାତୃଶକ୍ତି ଦ୍ୱାରା ଆଜି ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଆଗେଇ ନେବା ପାଇଁ କାର୍ଯ୍ୟକାରୀ କରାଯାଉଛି ।

ବନ୍ଧୁଗଣ,

ଶିକ୍ଷାର ସବୁଠାରୁ ବଡ ଉଦ୍ଦେଶ୍ୟ ହେଉଛି ସମାଜରେ ସକାରାତ୍ମକ ଅବଦାନ ଦେଉଥିବା ଲୋକଙ୍କୁ ସୃଷ୍ଟି କରିବା, ଏପରି ଲୋକଙ୍କ କ୍ଷମତା ବଢ଼ାଇବା । ଆଜି ଯେତେବେଳେ ଆମେ ଏସବୁ ବିଷୟରେ ବହୁତ ଦୃତ ଗତିରେ କଥା ହେଉଛୁ, ଏହା ପ୍ରାସଙ୍ଗିକ ହୋଇଗଲାଣି । ଏବେ ଆମ ମଧ୍ୟରେ ଦକ୍ଷତାର ପ୍ରତିଯୋଗିତା ହେବା ଉଚିତ, ପ୍ରତିଭାର ପ୍ରତିଯୋଗିତ ହେବା ଉଚିତ । ଯେକୌଣସି ପରିସ୍ଥିତିରେ, ଦକ୍ଷତା ହେଉଛି ସମାଜର ଶକ୍ତି । ଆଜି ସମଗ୍ର ବିଶ୍ୱରେ ଭାରତର ଦକ୍ଷ ମାନବଶକ୍ତିର ଚାହିତା ବୃଦ୍ଧି ପାଇଛି । ଅତୀତରେ ଦଶନ୍ଧି ଧରି ସରକାର ଶିକ୍ଷା ବ୍ୟବସ୍ଥା ପ୍ରତି ଏହି ଅନିଶ୍ଚିତ ମନୋଭାବ ବଜାୟ ରଖିଥିଲେ । ଆମେ ଏଥିରେ ଏକ ବଡ ପରିବର୍ତ୍ତନ ଆଣିଛୁ, ପୁରୁଣ ବ୍ୟବସ୍ଥାରୁ ବାହାରି ଆମେ ସେହି ପରିସ୍ଥିତିକୁ ପରିବର୍ତ୍ତନ କରୁଛୁ ଏବଂ ଆମେ ଯେଉଁ ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିଛୁ, ଏହି ଜାତୀୟ ଶିକ୍ଷା ନୀତିରେ ସବୁଠାରୁ ବଡ ଗୁରୁତ୍ୱ ଦକ୍ଷତା ଉପରେ, ପ୍ରତିଭା ଉପରେ ଆମେ ସ୍କିଲ ଇଣ୍ଡିଆ ମିଶନ ଆରମ୍ଭ କରିଛୁ । ଏହା ଅଧୀନରେ, ଆମେ ବିଭିନ୍ନ କ୍ଷେତ୍ରରେ କୋଟି କୋଟି ଯୁବକଙ୍କ ପାଇଁ ଦକ୍ଷ ମାନବଶକ୍ତି ପ୍ରସ୍ତୁତ କରିବା ଉପରେ କାମ କରୁଛୁ । ବିଶ୍ୱରେ ଏକ ବଡ ଚାହିଦା ଅଛି - ଆଜି ବିଶ୍ୱର ଏକ ବଡ ଅଂଶ ବାର୍ଦ୍ଧକ୍ୟ ସମସ୍ୟା ଦ୍ୱାରା ଘେରି ରହିଛି । ଏହାକୁ ଯୁବଶକ୍ତିର ଆବଶ୍ୟକତା ରହିଛି ଏବଂ ଭାରତ ବିଶ୍ୱକୁ ଏହା ଦେବାର କ୍ଷମତା ରଖିଛି । ଯଦି ଆମର ଯୁବପିଢ଼ି ଦକ୍ଷ ହେବେ, ତେବେ ସେମାନଙ୍କ ପାଇଁ ଅନେକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହେବ । ସେମାନଙ୍କ ଆତ୍ମବିଶ୍ୱାସ, ଆତ୍ମନିର୍ଭରଶୀଳତା, ଦକ୍ଷତା ଏଥିରୁ ଆସିଥାଏ । ସରକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଏବଂ ଏଥିପାଇଁ ସର୍ବାଧିକ ନିଯୁକ୍ତ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ୧୧ ବର୍ଷ ପୂର୍ବେ ଆମ ଦେଶରେ କେବଳ କିଛି ଷ୍ଟାର୍ଟଅପ ଥିଲେ, ଆଜି ଭାରତରେ ଷ୍ଟାର୍ଟଅପ ସଂଖ୍ୟା ୨ ଲକ୍ଷ ହେବାକୁ ଯାଉଛି । ଏଥିରେ ମଧ୍ୟ ଟାୟାର ୨, ଟାୟାର ୩ ଏବଂ ଛୋଟ ସହରଗୁଡିକରେ ଉଦୀୟମାନ ହେବା ଆରମ୍ଭ ହୋଇଛି । ଆମେ ଏକ ମଦୁରା ଯୋଜନା ଆରମ୍ଭ କରିଥିଲୁ, ବ୍ୟାଙ୍କରୁ ଋଣ ମିଳୁଥିଲା, ଗ୍ୟାରେଣ୍ଟି ବିନା ଋଣ ମିଳୁଥିଲା, ଯାହା ଯୋଗୁଁ ୩୩ କୋଟି ଟଙ୍କା, ଭାବନ୍ତୁ ଯେ, କେବଳ ଆତ୍ମନିଯୁକ୍ତି ପାଇଁ ଯୁବକମାନଙ୍କୁ ୩୩ ଲକ୍ଷ କୋଟି ଟଙ୍କା ଦିଆଯାଇଛି । ଯାହାର ଫଳସ୍ୱରୂପ ଆଜି ଲକ୍ଷ ଲକ୍ଷ ଯୁବକ ଆତ୍ମନିର୍ଭରଶୀଳ ହୋଇଛନ୍ତି ଏବଂ ନିଜ ସହିତ ଅନ୍ୟ ଜଣେ କିମ୍ବା ଦୁଇ ଜଣଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ଆପଣ ଜାଣନ୍ତି, ଏଥର ୧୫ ଅଗଷ୍ଟରେ ମୁଁ ଏକ ଯୋଜନା କହିଥିଲି ଏବଂ ଘୋଷଣା କରିଥିଲି, ଏପରିକି ୧୫ ଅଗଷ୍ଟରେ ଏହା କାର୍ଯ୍ୟକାରୀ ହୋଇଥିଲା । ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ହେଉଛି ଏକ ଲକ୍ଷ କୋଟି ଟଙ୍କାର ଯୋଜନା । ଏହା ଅଧୀନରେ ଯଦି ଆପଣ ଘରୋଇ କ୍ଷେତ୍ରରେ କାହାକୁ ଚାକିରି ଦିଅନ୍ତି, ତେବେ ସରକାର ତାଙ୍କୁ ପ୍ରଥମ ଦରକାର ୧୫ ହଜାର ଟଙ୍କା ଦେବ ।

ବନ୍ଧୁଗଣ,

ଆଜି ଦେଶରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ରେକର୍ଡ ଗତିରେ ଚାଲିଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ଅଧୀନରେ ସୌର ପ୍ରଣାଳୀ ସ୍ଥାପନ କାର୍ଯ୍ୟ ବଡ ପରିମାଣରେ କରାଯାଉଛି । ଭାରତର ଡ୍ରୋନ ଏବଂ ପ୍ରତିରକ୍ଷା ଉଦ୍ୟୋଗ ନିରନ୍ତର ବୃଦ୍ଧି ପାଉଛି । ସରକାରଙ୍କ ସବୁଠାରୁ ଅଧିକ ଧ୍ୟାନ ଏବଂ ଗୁରୁତ୍ୱ ମିଶନ ଉତ୍ପାଦନ ଉପରେ । ଏହି ସମସ୍ତ ଅଭିଯାନ ଗୁଜରାଟରେ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି ।

ବନ୍ଧୁଗଣ, ଆଜି ସମଗ୍ର ବିଶ୍ୱ ଭାରତର ଶ୍ରମ ସହିତ ଭାରତର ପ୍ରତିଭାକୁ ମଧ୍ୟ ସମ୍ମାନ କରୁଛି ଏବଂ ଏହାର ଗୁରୁତ୍ୱ ବୁଝୁଛି । ସେଥିପାଇଁ ବିଶ୍ୱର ବିଭିନ୍ନ ଦେଶରେ ଅନେକ ସୁଯୋଗ ସୃଷ୍ଟି ହେଉଛି । ଆମର ଯୁବପିଢ଼ି ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅନ୍ତରୀକ୍ଷ ଭଳି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉତ୍କର୍ଷତା ସହିତ ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରୁଛନ୍ତି ।

 

ବନ୍ଧୁଗଣ,

ଏଥର ସ୍ୱାଧୀନତା ଦିବସରେ, ଲାଲକିଲ୍ଲାରୁ ମୁଁ ସ୍ୱଦେଶୀ ଉପରେ ବହୁତ ଗୁରୁତ୍ୱ ଦେଇଛି, ବହୁତ ଅନୁରୋଧ କରିଛି, ଭାରତର ଆତ୍ମନିର୍ଭରଶୀଳ ହେବା ଉଚିତ । ଆଜି ସମାଜର ସମସ୍ତ ଲୋକ ମୋ ସମ୍ମୁଖରେ ବସିଛନ୍ତି । ଯଦିଓ ପୂର୍ବରୁ ମୁଁ ଆପଣଙ୍କୁ କାମ ବିଷୟରେ କହିବା ପାଇଁ ଆଶର୍ବାଦ ପାଇଥିଲି, କିନ୍ତୁ ଆଜି ମୁଁ କହିବାକୁ ଚାହୁଁଛି ଯେ ଆପଣ ସମସ୍ତ କାମ କରିଛନ୍ତି ଏବଂ ସେଗୁଡିକୁ ସମାପ୍ତ କରି ମୋତେ ସେହି ସମସ୍ତ କାର୍ଯ୍ୟ ଦେଖାଇଛନ୍ତି । ମୋର ୨୫ ବର୍ଷର ଅଭିଜ୍ଞତା ହେଉଛି ଯେ, ଏପରି କେବେ ଘଟି ନାହିଁ ଯେ, ଆପଣ ମୋର କୌଣସି ଆଶା ପୂରଣ କରିନାହାନ୍ତି, ତେଣୁ ମୋର ଭୋକ ମଧ୍ୟ ଟିକେ ବଢ଼ିଯାଏ । ପ୍ରତ୍ୟେକ ଥର, କିଛି କାମ ଦେବାର ଇଚ୍ଛା ବଢ଼ିଯାଏ । ଆଜି ମୁଁ ବିଶେଷ ଭାବରେ ଗୋଟିଏ କଥା କହିବାକୁ ଚାହୁଁଛି, ଆଜିର ବିଶ୍ୱ ଅସ୍ଥିରତାରେ ଭାରତ ପାଇଁ ସର୍ବୋତ୍ତମ ପଥ ହେଉଛି ଆତ୍ମନିର୍ଭରଶୀଳ ହେବା । ଆତ୍ମନିର୍ଭରଶୀଳ ହେବାର ଅର୍ଥ ହେଉଛି ଆମେ ସ୍ୱଦେଶୀ ଜିନିଷ ପ୍ରତି ଜିଦ ଧରିବା । ମେକ୍ ଇନ୍ ଇଣ୍ଡିଆ ପାଇଁ ଆମର ଉତ୍ସାହ ବଢ଼ିବା ଉଚିତ ।

ସ୍ୱଦେଶୀର ଆନ୍ଦୋଳନ ୧୦୦ ବର୍ଷ ପୁରୁଣା ନୁହେଁ; ଏହା ଏକ ଆନ୍ଦୋଳନ ଯାହା ଆମର ଭବିଷ୍ୟତକୁ ସୁଦୃଢ଼ କରିବ । ଆପଣମାନେ ଏହାର ନେତୃତ୍ୱ ନେବା ଉଚିତ । ଆମ ସମାଜର ଯୁବକମାନେ, ଆମର ପୁଅ ଏବଂ ଝିଅମାନେ ଏହା କରିବା ଉଚିତ । ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଗୋଟିଏ ବିଦେଶୀ ଜନିଷ ମଧ୍ୟ ଆମ ପରିବାରରେ, ଆମ ଘରେ ପ୍ରବେଶ କରିବ ନାହିଁ । ଇତିମଧ୍ୟରେ ମୁଁ ୱେଡ୍ ଇନ୍ ଇଣ୍ଡିଆ ବିଷୟରେ କହିଥିଲି, ସେତେବେଳେ ଅନେକ ଲୋକ ବିଦେଶରେ ବିବାହ ବାତିଲ କରି ଭାରତ ଆସିଥିଲେ, ହଲ୍ ବୁକ୍ କରିଥିଲେ ଏବଂ ଏଠାରେ ବିବାହ କରିଥିଲେ । ଏ ବିଷୟରେ ଥରେ ଆପଣମାନେ ଚିନ୍ତା କରନ୍ତୁ, ଦେଶ ପ୍ରତି ଭାବନା ସ୍ୱୟଂଚାଳିତ ଭାବରେ ସୃଷ୍ଟି ହୁଏ । ମେକ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଆମର ସଫଳତା, ଆମ ଶକ୍ତି । ଆମର ଆଗାମୀ ପିଢ଼ିର ଭବିଷ୍ୟତ ଏଥିରେ ନିହିତ । ତେଣୁ ବନ୍ଧୁଗଣ, ଆପଣମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ଆପଣ ସର୍ବଦା ଭାରତୀୟ ଉତ୍ପାଦ କିଣିବା ଆରମ୍ଭ କରିବେ, ତାପରେ ଗୁଣବତ୍ତା ସ୍ୱୟଂଚାଳିତ ଭାବରେ ଉନ୍ନତ ହେବ । କାରଣ ବଜାରରେ ବଞ୍ଚିବା ପାଇଁ, ସମସ୍ତେ ଭଲ ଉତ୍ପାଦ ତିଆରି କରିବେ, ଭଲ ପ୍ୟାକଜିଂ କରିବେ ଏବଂ କମ ମୂଲ୍ୟରେ ବିକ୍ରି କରିବେ । ଆମର ଟଙ୍କା ବିଦେଶକୁ ଯିବ ତାହା ଆମ ପାଇଁ ଭଲ ନୁହେଁ । ମୁଁ ବିଶ୍ୱାସ କରେ ଯେ ଆପଣମାନେ ସମାଜରେ ସଚେତନତା ସୃଷ୍ଟି କରି ମୁଁ ଆପଣଙ୍କୁ ଦେଇଥିବା ଏହି ଛୋଟ କାମକୁ ସମାପ୍ତ କରିବେ ଏବଂ ଦେଶକୁ ନୂତନ ଶକ୍ତି ଦେବେ ।

 

ମୁଁ ବ୍ୟବସାୟୀମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ, ଏବେ ଆମର ସମାଜ କେବଳ କୃଷକମାନଙ୍କର ନୁହେଁ, ଏହା ବ୍ୟବସାୟୀମାନଙ୍କର ସମାଜରେ ପରିଣତ ହୋଇଛି । ଜଣେ ବ୍ୟବସାୟୀ ଭାବରେ ମୁଁ କହୁଛି ଯେ, ଆମେ ଏକ ବୋର୍ଡ ଲଗାଇବା ଉଚିତ ଯେ, ମୋ ଦୋକାନରେ କେବଳ ସ୍ୱଦେଶୀ ଉତ୍ପାଦ ଉପଲବ୍ଧ, ଯିଏ ସ୍ୱଦେଶୀ ଉତ୍ପାଦ କିଣିବାକୁ ଚାହେଁ, ସେ ଆମ ପାଖକୁ ଆସନ୍ତୁ । ଆମେ କେବଳ ସ୍ୱଦେଶୀ ସାମାଗ୍ରୀ ବିକ୍ରୟ କରିବା ଉଚିତ । ଏହା ମଧ୍ୟ ଦେଶପ୍ରେମ । କେବଳ  ଅପରେସନ ସିନ୍ଦୁର ଦେଶପ୍ରେମ ନୁହେଁ, ଏହା ମଧ୍ୟ ଦେଶପ୍ରେମ । ମୁଁ ମୋର ଏହି ଭାବନା ଆପଣଙ୍କ ନିକଟରେ ପହଞ୍ଚାଉଛି । ଆପଣମାନେ ପ୍ରତିଶୃତି ଦିଅନ୍ତୁ ଯେ, ଆପଣମାନେ ଏଥିରେ ଯୋଗଦାନ ଦେଇ ଏହାକୁ ନିଶ୍ଚିତ ଭାବରେ ଶେଷ କରିବେ । ମୁଁ ବହୁତ କୃତଜ୍ଞ ପେ ମୋତେ ଆପଣମାନଙ୍କ ମଧ୍ୟରେ ରହିବାର ସୁଯୋଗ ମିଳିଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଏବଂ ଝିଅମାନଙ୍କୁ ଅନେକ ଅନେକ ଆଶୀର୍ବାଦ ଦେଉଛି ।

ନମସ୍କାର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India poised to be global hub for small satellites, in-orbit manufacturing

Media Coverage

India poised to be global hub for small satellites, in-orbit manufacturing
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Dr. Bhupen Hazarika on his 100th birth anniversary
September 08, 2026

The Prime Minister, Shri Narendra Modi, paid tribute to legendary Dr. Bhupen Hazarika on his 100th birth anniversary.

The Prime Minister said that Dr. Bhupen Hazarika’s voice carried the soul of Assam and the spirit of the Northeast to the entire nation. He noted that through his music, Dr. Hazarika beautifully gave expression to the thoughts and spirit of countless people and brought people closer.

Shri Modi warmly recalled attending the beginning of Dr. Hazarika’s birth centenary celebrations in Guwahati last year.

The Prime Minister said that Bhupen Da’s life and work will continue to inspire generations.

The Prime Minister wrote on X;

“On his 100th birth anniversary, remembering the legendary Dr. Bhupen Hazarika Ji.

His voice carried the soul of Assam and the spirit of the Northeast to the entire nation.

Through his music he beautifully gave expression to the thoughts and spirit of countless people. His songs brought people closer.

I warmly recall attending the start of his birth centenary celebrations in Guwahati last year. Bhupen Da’s life and work will continue to inspire generations.”