An active Opposition is important in a Parliamentary democracy: PM Modi
I am happy that this new house has a high number of women MPs: PM Modi
When we come to Parliament, we should forget Paksh and Vipaksh. We should think about issues with a ‘Nishpaksh spirit’ and work in the larger interest of the nation: PM

ନମସ୍କାର ବନ୍ଧୁଗଣ!

ନିର୍ବାଚନ ପରେ ନୂତନ ଲୋକସଭା ଗଠନ ହେବା ପରେ ଆଜି ପ୍ରଥମ ଅଧିବେଶନ ଆରମ୍ଭ ହେଉଛି । ଅନେକ ନୂତନ ସାଥିମାନଙ୍କ ସହିତ ପରିଚୟ ହେବାର ଏକ ଅବସର ସୃଷ୍ଟି ହୋଇଛି ଏବଂ ଯେତେବେଳେ ନୂତନ ସାଥି ଜଡିତ ହୋଇଥାନ୍ତି, ସେତେବେଳେ ସେମାନଙ୍କ ସହିତ ନୂତନ ଊର୍ଜା, ନୂତନ ଉତ୍ସାହ, ନୂତନ ସ୍ୱପ୍ନ ମଧ୍ୟ ଯୋଡି ହୋଇଥାଏ । ଭାରତର ଲୋକତନ୍ତ୍ରର ବିଶେଷତା କ’ଣ, ସବୁ ନିର୍ବାଚନରେ ଆମେ ଏହା ଅନୁଭବ କରିଥାଉ । ସ୍ୱାଧୀନତା ପରେ ସଂସଦ ନିର୍ବାଚନରେ ସର୍ବାଧିକ ମତଦାନ, ସର୍ବାଧିକ ମହିଳା ପ୍ରତିନିଧି ନିର୍ବାଚିତ ହେବା, ପୂର୍ବ ତୁଳନାରେ ବହୁ ଅଧିକ ମାତ୍ରାରେ ମହିଳା ମତଦାତା ମତଦାନ କରିବା ଭଳି ଅନେକ ବିଶେଷତାରେ ଏହି ନିର୍ବାଚନ ପୂର୍ଣ୍ଣ । ଅନେକ ଦଶକ ପରେ ଏକ ସରକାରକୁ ଦ୍ୱିତୀୟ ଥର ପୂର୍ଣ୍ଣ ବହୁମତ ସହିତ ଏବଂ ପୂର୍ବରୁ ଅଧିକ ଆସନ ସହିତ ଜନତା-ଜନାର୍ଦ୍ଦନ ସେବା କରିବାର ଅବସର ପ୍ରଦାନ କରିଛନ୍ତି । ଗତ ପାଞ୍ଚ ବର୍ଷରେ ଆମର ଅନୁଭବ ରହିଛି କି ଯେତେବେଳେ ସଦନ ଚାଲିଛି, ଉତ୍ତମ ବାତାବରଣ ମଧ୍ୟରେ ଚାଲିଛି, ସେତେବେଳେ ଦେଶ ହିତ ସମ୍ବନ୍ଧୀୟ ନିର୍ଣ୍ଣୟ ମଧ୍ୟ ବହୁତ ଭଲ ହୋଇଛି । ଏହି ଅନୁଭବ ଆଧାରରେ ମୁଁ ଆଶା କରୁଛି କି ଆମେ ସମସ୍ତ ଦଳ ଉତ୍ତମ ଚର୍ଚ୍ଚା, ଜନହିତ ସମ୍ବନ୍ଧୀୟ ନିର୍ଣ୍ଣୟ ଏବଂ ଜନଆକାଂକ୍ଷା ପୁରଣ କରିବା ଦିଗରେ ଆଗକୁ ବଢ଼ିବା । ଏହି ବିଶ୍ୱାସ ରହିଛି । ଆମେ ଆମ ଯାତ୍ରା ଆରମ୍ଭ କରିଥିଲୁ ‘ସବକା ସାଥ ସବକା ବିକାଶ’ରୁ । ମାତ୍ର ଦେଶର ଜନତା ‘ସବକା ସାଥ ସବକା ବିକାଶ’ ଭିତରେ ଏକ ଅଦ୍ଭୁତ ବିଶ୍ୱାସ ଭରି ଦେଇଥିଲେ ଏବଂ ଏହି ବିଶ୍ୱାସକୁ ନେଇ ସାମାନ୍ୟ ଜନତାର ଆଶା-ଆକାଂକ୍ଷାକୁ, ସ୍ୱପ୍ନକୁ ପୁରଣ କରିବା ପାଇଁ ସଂକଳ୍ପ ନେଇ ଆମେ ନିଶ୍ଚିତ ଭାବେ ଆଗକୁ ବଢ଼ିବାର ପ୍ରୟାସ କରିବୁ ।

ଲୋକତନ୍ତ୍ରରେ ବିପକ୍ଷ ରହିବା, ବିପକ୍ଷ ସକ୍ରିୟ ହେବା, ବିପକ୍ଷ ସାମର୍ଥ୍ୟବାନ ହେବା ହେଉଛି ଲୋକତନ୍ତ୍ରର ଅନିବାର୍ଯ୍ୟ ସର୍ତ୍ତ ଏବଂ ମୁଁ ଆଶା କରୁଛି କି ପ୍ରତିପକ୍ଷର ଲୋକ ସଂଖ୍ୟା ଚିନ୍ତା ଛାଡି ଦିଅନ୍ତୁ । ଦେଶର ଜନତା ସେମାନଙ୍କୁ ଯେଉଁ ସଂଖ୍ୟା ଦେଇଛନ୍ତି, ଦେଇଛନ୍ତି । ମାତ୍ର ଆମ ପାଇଁ ସେମାନଙ୍କର ସମସ୍ତ ଶବ୍ଦ ମୂଲ୍ୟବାନ, ସେମାନଙ୍କ ସମସ୍ତ ଭାବନା ମୂଲ୍ୟବାନ । ଆମେ ଯେତେବେଳେ ସଂସଦର ଚୌକି ଉପରେ ବସୁ ସେତେବେଳେ ପକ୍ଷ-ବିପକ୍ଷ ଅପେକ୍ଷା ନିରପେକ୍ଷ ଭାବନା ଅଧିକ ମହତ୍ୱ ରଖିଥାଏ । ଆଉ ମୋର ବିଶ୍ୱାସ ରହିଛି ଯେ ପକ୍ଷ ଆଉ ବିପକ୍ଷ ଭାବେ ବାଣ୍ଟି ହେବା ପରିବର୍ତ୍ତେ ନିରପେକ୍ଷ ଭାବେ ଜନକଲ୍ୟାଣକୁ ପ୍ରାଥମିକତା ପ୍ରଦାନ କରି ଆମେ ଆଗାମୀ 5 ବର୍ଷ ପାଇଁ ଏହି ସଦନର ଗରିମାକୁ ବୃଦ୍ଧି କରିବାରେ ପ୍ରୟାସ କରିବା । ମୋର ବିଶ୍ୱାସ ଯେ ପୂର୍ବ ତୁଳନାରେ ଆମ ସଦନ ଅଧିକ ପରିଣାମକାରୀ ରହିବ ଏବଂ ଜନହିତ କାମରେ ଅଧିକ ଉର୍ଜା, ଅଧିକ ଗତି ଏବଂ ଅଧିକ ସାମୁହିକ ଚିନ୍ତନର ଅବସର ମିଳିବ ।

ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନୁରୋଧ କି ସଦନରେ ଅନେକ ସଦସ୍ୟ ଅତି ଉତ୍ତମ ବିଚାର ରଖିଥା’ନ୍ତି, ତର୍କକୁ ପ୍ରାଣବନ୍ତ କରିଥା’ନ୍ତି, ମାତ୍ର ଯେହେତୁ ସେମାନେ ଅଧିକ ରଚନାତ୍ମକ ହୋଇଥାନ୍ତି, ଟିଆରପି ସହିତ ଏହାର ମେଳ ହୋଇନଥାଏ । ମାତ୍ର କେବେ କେବେ ଏପରି ସଦସ୍ୟମାନଙ୍କୁ ଟିଆରପି ଉପରେ ମଧ୍ୟ ଅବସର ମିଳିଥାଏ । ଯଦି ସଦନରେ ସରକାରଙ୍କ ଆଲୋଚନା ମଧ୍ୟ କୌଣସି ସଂସଦ ତର୍କବଦ୍ଧ ଭାବେ କରିଥାଏ ଏବଂ ସେହି କଥା ପହଞ୍ଚିଥାଏ ତେବେ ଏହାଦ୍ୱାରା ଲୋକତନ୍ତ୍ରକୁ ବଳ ମିଳିଥାଏ । ଏହି ଲୋକତନ୍ତ୍ରକୁ ବଳ ପ୍ରଦାନ କରିବା ନେଇ ଆପଣମାନଙ୍କ ସମସ୍ତଙ୍କଠାରୁ ମୋର ଆଶା ରହିଛି । ଆରମ୍ଭରୁ ତ ଏହି ଆଶାକୁ ନିଶ୍ଚିତ ଭାବେ ପୁରଣ କରିବେ, ମାତ୍ର 5 ବର୍ଷ ଏହି ଭାବନାକୁ ପ୍ରବଳ କରିବାରେ ମଧ୍ୟ ଆପଣମାନେ ଅନେକ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବେ । ଆଉ ଯଦି ସକାରାତ୍ମକ ଭୂମିକା ରହିବ, ସକାରାତ୍ମକ ବିଚାରକୁ ବଳ ଦେବେ ତେବେ ସଦନରେ ମଧ୍ୟ ସକାରାତ୍ମକ ଦିଗରେ ଯିବାରେ ସମସ୍ତଙ୍କ ମନ ବଳିବ । ତେଣୁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି କି 17ତମ ଲୋକସଭାରେ ଆମେ ଏହି ନୂତନ ଉର୍ଜା, ନୂତନ ବିଶ୍ୱାସ, ନୂତନ ସଂକଳ୍ପ, ନୂତନ ସ୍ୱପ୍ନ ସହିତ ମିଳିତ ହୋଇ ଆଗକୁ ଚାଲିବା । ଦେଶର ସାମାନ୍ୟ ଜନତାର ଆଶା-ଆକାଂକ୍ଷାକୁ ପୁରଣ କରିବାରେ ଆମେ କୌଣସି ଅଭାବ ରଖିବା ନାହିଁ । ଏହି ବିଶ୍ୱାସ ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches indigenous silicon photonics tech at IIT Madras in semiconductor self-reliance push

Media Coverage

India launches indigenous silicon photonics tech at IIT Madras in semiconductor self-reliance push
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength