ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ 18,000 ରୁ ଅଧିକ ଗ୍ରାମରେ ବିଜୁଳି ସଂଯୋଗ ପହଞ୍ଚିନଥିଲା ,ଯାହା ଦୁର୍ଭାଗ୍ୟଜନକ ଥିଲା :ପ୍ରଧାନମନ୍ତ୍ରୀ ମୋଦୀ
2005 ରେ ୟୁପିଏ ସରକାର 2009 ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଗାଁକୁ ବିଜୁଳି ସଂଯୋଗ କରିବାର ପ୍ରତିଶୃତ ଦେଇଥିଲେ ,କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷ ତ ଏହାକୁ ଗୋଟିଏ ପାଦ ଆଗକୁ ବଢ଼ାଇ ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ କଥା କହିଥିଲେ,କିନ୍ତୁ ନିଜର ପ୍ରତିଶୃତି ପୁରା କରିନଥିଲେ :ପ୍ରଧାନମନ୍ତ୍ରୀ ମୋଦୀ
ମୁଁ ଲାଲକିଲ୍ଲାରୁ କହିଥିଲି ,ଦେଶର ପ୍ରତ୍ୟେକ ଗାଁକୁ ବିଦ୍ୟୁତିକରଣ କରାଯିବ । ସରକାର ତୁରନ୍ତ ଏହାର କାର୍ଯ୍ୟ ଆରମ୍ଭ କରିଥିଲେ :ପ୍ରଧାନମନ୍ତ୍ରୀ
18,000 ମଧ୍ୟରୁ ପାଖାପାଖି 14,500 ଏଭଳି ଗାଁ ପୂର୍ବ ଭାରତରେ ଅବସ୍ଥିତ ଥିଲା ଯେଉଁଠି ବିଦ୍ୟୁତିକରଣ ପହଞ୍ଚିନଥିଲା ,ଆମେ ତାହାକୁ ପରିବର୍ତ୍ତନ କରିଦେଇଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ

ଆଜି ମୋତେ ଦେଶର ସେହି 18 ହଜାର ଗାଁ’ର ବନ୍ଧୁ, ଆପଣମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଛି,ଯେଉଁଠି ପ୍ରଥମଥର ପାଇଁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି  । ଅନ୍ଧକାରରେ ଶତାବ୍ଦୀ ଶତାବ୍ଦୀ ବିତିଗଲା ଏବଂ ବୋଧହୁଏ ଚିନ୍ତା ମଧ୍ୟ କରି ନ ଥିବେ ଯେ ଆପଣମାନଙ୍କ ଗାଁ କେବେ ଆଲୋକିତ ହେବ କି ନ ହେବ  । ଆଜି ମୋ ପାଇଁ ଏହା ମଧ୍ୟ ଖୁସିର କଥା ଯେ ମୋତେ ଆପଣମାନଙ୍କ ଖୁସିରେ ସାମିଲ ହେବାର ସୁଯୋଗ ମିଳୁଛି  । ଆପଣଙ୍କ ମୁଖମଣ୍ଡଳରେ ହସ ବିଜୁଳି ଆସିବା ପରେ ଜୀବନରେ ଆସିଥିବା ପରିବର୍ତ୍ତନ ର ଗାଥା ଦର୍ଶାଉଛି ଯାହା ବହୁତ ବଡ କଥା  । ଯେଉଁମାନେ ଜନ୍ମ ହେବାପରଠାରୁ ଆଲୋକ ଦେଖିଆସିଛନ୍ତି, ଯେଉଁମାନେ କେବେ ଅନ୍ଧକାର କଣ ଦେଖି ନାହାଁନ୍ତି କି ଏହାର ଅନୁଭବ ମଧ୍ୟ କରିନାହାଁନ୍ତି, ତାଙ୍କୁ ଏହା ଜଣାନାହିଁ ଯେ ଅନ୍ଧକାର ଦୂର ହେବାର ଅର୍ଥ କଣ  । ରାତିରେ ବିଜୁଳି ଥିବା ଘରେ କିମ୍ବା ଗାଁ’ରେ ଏହାର ଅର୍ଥ କଣ  । ଯେଉଁମାନେ କେବେ ମଧ୍ୟ ଅନ୍ଧକାର ଭିତରେ ଜୀବନ ବିତାଇନାହାଁନ୍ତି, ସେମାନଙ୍କୁ ଜଣା ପଡୁନାହିଁ  । ଆମ ଉପନିଷଦରେ କୁହାଯାଇଛି ଯେ ‘ତମସୋ ମା ଜ୍ୟୋତିର୍ଗମୟ  ।’ ଅର୍ଥାତ ଅନ୍ଧକାରରୁ ଆଲୋକ ଆଡକୁ ନେଇଚାଲ  ।

ଆଜି ମୋତେ ଦେଶର ସେହି ଲୋକମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଛି,  ଯେଉଁମାନେ ନିଜ ଜୀବନରେ ଅନ୍ଧକାର ରୁ ଆଲୋକ ଆଡକୁ ଯିବା ପାଇଁ ନିଜର ଯାତ୍ରା ନିର୍ଣ୍ଣୟ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି  । ଶତାବ୍ଦୀ ଶତାବ୍ଦୀ ଧରି  ଅନ୍ଧକାର ପରେ ଏକ ପ୍ରକାରର ସେହି ଗାଁ ର ଜୀବନ ଏବେ ଆଲୋକିତ ହୋଇପାରିଛି  । ଆମକୁ ଦିନର 24 ଘଣ୍ଟା ମିଳୁଛି  । ମୋ ପାଖରେ ମଧ୍ୟ 24 ଘଣ୍ଟା ରହିଛି, ଆପଣମାନଙ୍କ ପାଖରେ ମଧ୍ୟ 24 ଘଣ୍ଟା ରହିଛି  । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ ସମୟର ଅଧିକରୁ ଅଧିକ ସଦୁପଯୋଗ ହେଉ, ଯାହାଦ୍ୱାରା ଆମ ନିଜର,ଆମ ପରିବାରର, ଆମ ସମାଜ ଏବଂ ରାଷ୍ଟ୍ର ବିକାଶ ର ରାସ୍ତା ପ୍ରସ୍ତୁତ ହେଉ   । କିନ୍ତୁ ଆପଣମାନଙ୍କ 24 ଘଣ୍ଟା ମଧ୍ୟରୁ 10 ରୁ 12 ଘଣ୍ଟା ସରିଯାଏ, ସେତେବେଳେ ଆପଣ କଣ କରିପାରିବେ  । ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଯେ ମୋଦୀ ଜୀ କଣ ସବୁ ପଚାରୁଛନ୍ତି  ।  ଏବଂ ଏହା କିପରି ସମ୍ଭବ ହେବ ଯେ କାହା ପାଖରେ ଗୋଟିଏ ଦିନରେ 24 ଘଣ୍ଟା ସ୍ଥାନରେ ମାତ୍ର 12 କି 14 ଘଣ୍ଟାର ସମୟ ଥିବ  । ଦେଶବାସୀ ଆପଣମାନଙ୍କୁ ଏହା ସତ୍ୟ ନ ପ୍ରତୀତ ହେଉ ମାତ୍ର, ଆମ ଦେଶର ସୁଦୂର ପଛୁଆ ଅଂଚଳରେ ହଜାର ହଜାର ଗାଁ ରେ ରହୁଥିବା ଲକ୍ଷ ଲକ୍ଷ ପରିବାରଦଶନ୍ଧି ଦଶନ୍ଧି ଧରି ଏହି ଜୀବନ ବିତାଇଛନ୍ତି  । ଏଭଳି ଗାଁ ଯେଉଁଠି ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ବିଦ୍ୟୁତ ପହଂଚି ନ ଥିଲା ଏବଂ ସେଠାରେ ରହୁଥିବା ଲୋକମାନଙ୍କ ଜୀବନ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟୋଦୟ ମଧ୍ୟରେ ସୀମିତ ହୋଇ ରହିଥିଲା  । ସୂର୍ଯ୍ୟଙ୍କ ଆଲୋକ ହିଁ ସେମାନଙ୍କ କାର୍ଯ୍ୟ କରିବାର ସମୟ ଧାର୍ଯ୍ୟ କରୁଥିଲା  ।  ଏହା ପିଲାମାନଙ୍କ ପାଠପଢା ହେଉ, ରୋଷେଇ ହେଉ, ଖାଦ୍ୟ ଖୁଆଇବା ହେଉ କିମ୍ବା ଘରର ଅନ୍ୟ ଛୋଟ ବଡ କାମ ହେଉ  । ଦେଶକୁ ସ୍ୱାଧୀନତା ପ୍ରାପ୍ତ ହେବାର କେତେ ଦଶଂଧି ବିତି ସାରିଲାଣି  । କିନ୍ତୁ ଆପଣମାନଙ୍କୁ  ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଯେତେବେଳେ ଆମେ ସରକାର ଗଢିଥିଲୁ ସେତେବେଳେ ଦେଶର 18,000 ରୁ ଅଧିକ ଗାଁ ଏଭଳି ଥିଲା ଯେଉଁଠାରେ ବିଜୁଳି ସଂଯୋଗ ହିଁ ନ ଥିଲା  । ବଡ ଆଶ୍ଚର୍ଯ୍ୟ ଲାଗୁଛି ଏହା ଚିନ୍ତା କରି ଯେ ଏପରି କି ବାଧକ ଥିଲା ଯେ ଯାହାକୁ ପାର କରି ବିଗତ ସରକାରମାନେ ଅନ୍ଧାରରେ କାଳାତିପାତ କରୁଥିବା ହଜାର ହଜାର ଗାଁ କୁ ବିଜୁଳି ସଂଯୋଗ ଦେଇପାରି ନ ଥିଲେ  । ବିଗତ ସରକାରମାନେ ବିଜୁଳି ପହଂଚାଇବାର ଅନେକ ପ୍ରତିଶୃତି ଦେଇଥିଲେ, କିନ୍ତୁ ସେହି ପ୍ରତିଶୃତିକୁ ପୂରା କରାଗଲା ନାହିଁ  । ସେ ଦିଗରେ କୌଣସି କାର୍ଯ୍ୟ ହୋଇନଥିଲା  । 2005 ଅର୍ଥାତ ପାଖାପାଖି ଆଜିଠାରୁ 13 ବର୍ଷ ପୂର୍ବେ ସେହି ସମୟରେ କଂଗ୍ରେସ ସରକାର ଥିଲା  । ମନମୋହନ ଜୀ ପ୍ରଧାନମନ୍ତ୍ରୀ ଥିଲେ ଏବଂ ସେ 2009 ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଗାଁ କୁ ବିଜୁଳି ସଂଯୋଗ କରିବାର ପ୍ରତିଶୃତ ମଧ୍ୟ ଦେଇଥିଲେ ଏବଂ 2009 ମଧ୍ୟରେ ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ କଥା କହିଥିଲେ  । ଭଲ ହୋଇଥାଆନ୍ତା ନିଜକୁ ନିଜେ ସଚେତନ ଏବଂ ଜନହିତକର ଭାବୁଥିବା ଲୋକମାନେ ଥାଆନ୍ତିା  । ସେ 2009 ରେ ଗାଁ କୁ ଯାଇ ପଚରାପଚରୀ କରିଥାନ୍ତେ, ରିପୋର୍ଟ ପ୍ରସ୍ତୁତ କରିଥାନ୍ତେ, ସିଭିଲ ସୋସାଇଟି ର କଥା କହିଥାନ୍ତେ,ତାହେଲେ ବୋଧହୁଏ 2009 ନ ହେଉ 2010ରେ ହୋଇଥାନ୍ତା 2011 ରେ ହୋଇଥାନ୍ତା, କିନ୍ତୁ ସେହି ସମୟରେ ପ୍ରତିଶୃତି ପୂରା ହୋଇପାରିଲା ନାହିଁ  । ଏହା ପ୍ରତି କେହି ମଧ୍ୟ ଗୁରୁତ୍ୱ ଦେଲେ ନାହିଁ  । ଏବଂ ଆଜି ଯେତେବେଳେ ପ୍ରତିଶୃତିଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ ସେତେବେଳେ ଏଥିରେ ଭୂଲ ଭଟକା ଖୋଜିବାର ପୟାସ କରାଯାଉଛି  । ମୁଁ ମାନୁଛି ଯେ ଜନତନ୍ତ୍ର ର ଶକ୍ତି ଅଛି  । ଆମେ ଭଲ କରିବା ପାଇଁ ଲଗାତାର ପ୍ରୟାସ କରିବା ଏବଂ ଯେଉଁଠି କିଛି ଭୂଲ ଦେଖିବା ସେଠାରେ ତାକୁ ସାମ୍ନାକୁ ଆଣି ଠିକ କରିବାର ପ୍ରୟାସ କରିବା  । ଯେତେବେଳେ ଆମେ ସମସ୍ତ୍ରେ ମିଶି କାମ କରୁଛୁ, ସେତେବେଳେ ଉତ୍ତମ ପରିଣାମ ପ୍ରାପ୍ତ କରିହେଉଛି  ।

15 ଅଗଷ୍ଟ, 2015 ରେ ମୁଁ ଲାଲକିଲ୍ଲାରୁ କହିଥିଲି  । ଏବଂ ଆମେ ଲକ୍ଷ୍ୟ ପ୍ରସ୍ତୁତ କରିଥିଲୁ ଯେ ଆମେ ଏକ ହଜାର ଦିନ ମଧ୍ୟରେ ଦେଶର ପ୍ରତ୍ୟେକ ଗାଁ ରେ ବିଜୁଳି ସଂଯୋଗ କରିବୁ  । ସରକାର ତୁରନ୍ତ ଏହାର କାର୍ଯ୍ୟ ଆରମ୍ଭ କରିଥିଲେ  । ଏଥିରେ କୌଣସି ପ୍ରକାରର ଭେଦଭାବ କରି ନାହାଁନ୍ତି  । ଉତ୍ତର ରୁ ଦକ୍ଷିଣ ପର୍ଯ୍ୟନ୍ତ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ସ୍ଥାନରେ ଯେଉଁ ଗାଁ ବିଜୁଳି ସଂଯୋଗରୁ ବଂଚିତ ଥିଲେ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ସେଠାରେ ବିଜୁଳି ସଂଯୋଗର କାର୍ଯ୍ୟ  କରିବାରେ ଆମେ ଲାଗି ପଡିଥିଲୁ  । ଏହି ଯୋଜନାରେ ଗ୍ରାମାଂଚଳରେ ବିଜୁଳି ସପ୍ଲାଇ ସମ୍ବନ୍ଧୀତ ସମସ୍ତ ଦିଗକୁ ସାମିଲ କରାଯାଇଥିଲା  । ଏହି ଯୋଜନାରେ ଗାଁ, ବସ୍ତିଗୁଡିକର ବିଦ୍ୟୁତୀକରଣ ସହିତ ଆବଣ୍ଟନ ବ୍ୟବସ୍ଥାକୁ ମଜବୁତ କରିବା ଏବଂ କୃଷକମାନଙ୍କୁ ବିଜୁଳି ଯୋଗାଣ ପାଇଁ ସ୍ୱତନ୍ତ୍ର ଫିଡରର ବ୍ୟବସ୍ଥାକୁ ମଧ୍ୟ ଆରମ୍ଭ କରାଗଲା  । ଏହା ମଧ୍ୟ ସୁନିଶ୍ଚିତ କରାଗଲା ଯେ ଦେଶର ସମସ୍ତ ଗ୍ରାମାଂଚଳ ଏବଂ ତାହା ସହ ସଂଯୁକ୍ତ ବସ୍ତିଗୁଡିକ ଛୋଟ ହେଉ ବା ବଡ ସେମାନଙ୍କୁ ଏହି ଯୋଜନାରେ ଗୋଟିଏ ପରେ ଗୋଟିଏକୁ ସାମିଲ କରନ୍ତୁ ଏବଂ ଆଲୋକର ବିସ୍ତାର ସ୍ୱତଃପ୍ରୋତ ଭାବେ ହୋଇଯିବ  ।

କୌଣସି ଗାଁ କିମ୍ବା ବସ୍ତି ର ଜନସଂଖ୍ୟା ଯେତେ କମ ହେଉ, ବିଜୁଳି ସୁବିଧାରୁ ବଂଚିତ ନ ରୁହନ୍ତୁ ଏହି ଲକ୍ଷ୍ୟକୁ ନେଇ କାର୍ଯ୍ୟ କରୁଛୁ  । ଯେଉଁଠାରେ ଗ୍ରୀଡ ସହିତ ସଂଯୋଗ ସମ୍ଭବ ହେଉ ନ ଥିବ ସେହି ଗାଁ ଗୁଡିକରେ ଏବଂ ସେହି ବସ୍ତିଗୁଡିକରେ ଅଫଗ୍ରୀଡ ମାଧ୍ୟମରେ ବିଜୁଳି ଯୋଗାଣ ର ବ୍ୟବସ୍ଥା କରାଯାଉଛି  । 28 ଏପ୍ରିଲ 2018 ଏହା ଭାରତର ବିକାଶ ଯାତ୍ରାରେ ଏକ ଐତିହାସିକ ଦିନ ଭାବେ ସ୍ମରଣ କରାଯିବ  । ମଣିପୁର ର ଲାଇସଂଙ୍ଗ ଗାଁ ପାୱାର ଗ୍ରୀଡ ସହିତ ସଂଯୋଗ ହେବାର ଅନ୍ତିମ ଗ୍ରାମ ଥିଲା  । ଏହି ଦିନ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର କ୍ଷଣ ଥିଲା  । ଏବଂ ମୁଁ ଖୁସି ଯେ ଆଜି ଶେଷରେ ଏଠାରେ ବିଜୁଳି ସଂଯୋଗ ହୋଇପାରିଲା  । ସେହି ଲାଇସଙ୍ଗ ଗ୍ରାମର ଲୋକମାନଙ୍କ ସହିତ ମୁଁ ଆଲୋଚନା କରିବାକୁ ଚାହୁଁଛି  । ସର୍ବପ୍ରଥମେ ସେମାନଙ୍କ ଠାରୁ ଶୁଣିବା,ସେମାନଙ୍କର କ’ଣ କହିବାର ଅଛି, ଏହା ମଣିପୁରର ସେନାପତି ଜିଲାରେ ଅବସ୍ଥିତ ……..

ଦେଖନ୍ତୁ ମୋର ଶ୍ରଦ୍ଧେୟ ଦେଶବାସୀଗଣ ଏବେ ଆମେ ଅଲଗା ଅଲଗା ଅନୁଭୂତି ଶୁଣିଲେ କିଭଳି ବିଜୁଳି ସଂଯୋଗ ହେବା ପରେ ସେମାନଙ୍କ ଜୀବନ ସୁଃଖଦ ହୋଇପାରିଲା  । ଯେଉଁ 18,000 ଗାଁ ରେ ବିଜୁଳି ପହଂଚି ପାରିନଥିଲା  । ସେ ମଧ୍ୟରୁ ଅଧିକାଂଶ ଗାଁ ବହୁ ଦୂର ଦୂରାନ୍ତରେ ରହିଛି  । ପର୍ବତ ଅଂଚଳର ବରଫାବୃତ୍ତ ପାହାଡରେ, ଘନ ଜଙ୍ଗଲରେ ଘେରରେ ଅବା ଉଗ୍ରବାଦୀ ଏବଂ ନକ୍ସଲୀ ଗତିବିଧି ଯୋଗୁଁ ଅଶାନ୍ତ କ୍ଷେତ୍ରରେ ଅବସ୍ଥିତ ଥିଲା  । ଏହି ଗ୍ରାମାଂଚଳକୁ ବିଜୁଳି ସଂଯୋଗ ପ୍ରଦାନ କୌଣସି ବଡ ଆହ୍ୱାନଠାରୁ କମ ନ ଥିଲା  । ଏହା ସେହି ଗାଁ ଯେଉଁଠାରେ ଯିବା ଆସିବାର ସୁବିଧା ଉପଲବ୍ଧ ନାହିଁ ଏବଂ ସେଠାରେ ସହଜରେ ପହଂଚି ହେଉ ନଥିଲା  । ଅନେକ ଏଭଳି ଗାଁ ରହିଛି ଯେଉଁଠାରେ ପହଂଚିବା ପାଇଁ ତିନି ରୁ ଚାରି ଦିନ ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ପଡିଥାଏ । ବିଦ୍ୟୁତ ଉପକରଣଗୁଡିକ ଭିନ୍ନ ଭିନ୍ନ ମାଧ୍ୟମରେ ଘୋଡା ଜରିଆରେରେ, ଖଚ୍ଚର ଜରିଆରେ ରେ,କାନ୍ଧରେ ନେଇ ଡଙ୍ଗାରେ ନିଆଯାଇଥିଲା  । ଅନେକ ଗାଁ ଯେମିତିକି ଜାମ୍ମୁ ଏବଂ କାଶ୍ମୀର ର 35ଟି ଗାଁ ତଥା ଅରୁଣାଂଚଳ ପ୍ରଦେଶର 16 ଟି ଗାଁ କୁ ହେଲିକପ୍ଟର ଜରିଆରେ ଆବଶ୍ୟକ ଉପକରଣଗୁଡିକ ପହଂଚା ଯାଇଥିଲା  । ମୁଁ ମାନୁଛି ଯେ ସରକାରଙ୍କ ଅନୁଭୂତି ନାହିଁ  । ଏହା ସେହି ପ୍ରତ୍ୟେକ ବ୍ୟକ୍ତିଙ୍କ ଉପଲବ୍ଧି, ସେହି ଗ୍ରାମବାସୀଙ୍କ ଉପଲବ୍ଧି, ଯେଉଁମାନେ ଏହି କାର୍ଯ୍ୟ ସହିତ ସାମିଲ ହେଲେ ଅବା ସରକାରଙ୍କ ସେହି ଛୋଟ ବଡ କର୍ମଚାରୀ ଯେଉଁମାନେ ଦିନ ରାତି କଷ୍ଟ କରିଥିଲେ  । ଖୁଣ୍ଟ ଉଠେଇ ଉଠେଇ କଷ୍ଟ କରିଥିଲେ  । ସରକାରଙ୍କର ସେହି ଛୋଟ ଛୋଟ କର୍ମଚାରୀମାନଙ୍କର ଏହା କାର୍ଯ୍ୟ  । ଇଲେକ୍ଟ୍ରିସିଆନ ହୁଅନ୍ତୁ, ଟେକନିସିଆନ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ  । ଏହି କାର୍ଯ୍ୟ ସହ ସାମିଲ ଲୋକମାନଙ୍କର ଅଥକ ପ୍ରୟାସର ପରିଣାମ ଆଜି ଆମେ ହିନ୍ଦୁସ୍ତାନର ପ୍ରତ୍ୟେକ ଗାଁ କୁ ଆଲୋକ ପହଂଚାଇପାରିଛୁ । ମୁଁ ସେହି ସମସ୍ତ ଲୋକମାନଙ୍କୁ ସମସ୍ତ ଦେଶବାସୀଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି  । ସେମାନଙ୍କୁ ମୋର ଶୁଭକାମନା  ।

ଆପଣମାନେ ଦେଖନ୍ତୁ ମୁମ୍ବାଇର କଥା ଯେତେବେଳେ ଉଠେ, ସେତେବେଳେ ଆମେ ବଡ ବିଲ୍ଡିଂ ଆଲୋକମାଳାରେ ସୁସଜ୍ଜିତ ସହର ଏବଂ ରାସ୍ତା ଆମ ମାନସପଟରେ ଭାସିଉଠେ  । ମୁମ୍ବାଇର କିଛି ଦୂରରେ ଏଲିଫ୍ୟାଣ୍ଟା ଦ୍ୱୀପ ଅବସ୍ଥିତ  । ଏହା ପର୍ଯ୍ୟଟନର ଏକ ବହୁତ ବଡ ଆକର୍ଷଣୀୟ କେନ୍ଦ୍ର  । ଏଲିଫାଣ୍ଟା ର ଗୁମ୍ଫାଗୁଡିକ ୟୁନେସ୍କୋ ର ବିଶ୍ୱ ଐତିହ୍ୟରେ ସ୍ଥାନିତ ହୋଇଛି  । ସେଠାରେ ଦେଶ ବିଦେଶରୁ ବିଶାଳ ସଂଖ୍ୟାରେ ପର୍ଯ୍ୟଟକ ପ୍ରତିଦିନ ଆସନ୍ତି  । ମୋତେ ଏହା ଜାଣି ଆଶ୍ଚର୍ଯ୍ୟ ଲାଗୁଛି ଯେ ମୁମ୍ବାଇ ର ଏତେ ପାଖରେ ଅବସ୍ଥିତ ଏବଂ ପର୍ଯ୍ୟଟନର ଏତେ ବଡ କେନ୍ଦ୍ର ହେବା ସତ୍ତ୍ୱେ ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ଏଲିଫାଣ୍ଟା ଦ୍ୱୀପର ଗାଁ ରେ ବିଜୁଳି ସଂଯୋଗ ପହଂଚି ନ ଥିଲା ଏବଂ ନାଁ ମୁଁ କେବେ ସମ୍ବାଦପତ୍ରରେ ପଢିଛି, ନା ଟିଭିରେ ବଡ ବିଶେଷ କାର୍ଯ୍ୟକ୍ରମ ହୋଇଛି ଯେ ସେହି ସ୍ଥାନ ଅନ୍ଧକାରମୟ  । କାହାର ଚିନ୍ତା ନ ଥିଲା  । ହଁ, ଏବେ ଖୁସି ଲାଗୁଛି ଯେ ଏବେ ଆମେ କାମ କରୁଛୁ ଦେଖି ଲୋକମାନେ ସେଠାରେ ପହଂଚୁଛନ୍ତି ଆଉ କହୁଛନ୍ତି ବାମ ପଟେ ଲାଇନ ଆସିନାହିଁ,ଡାହାଣ ପଟେ ଆସିନାହିଁ, ପଛ ପଟେ ଆସିଛି, ଆଗ ପଟେ ଆସିନାହିଁ , ଛୋଟ ଆସିଛି, ବଡ ଆସିଛି  । ସବୁକିଛି ହେଉଛି  । ଯଦି ଏହି ବ୍ୟବସ୍ଥା ପୂର୍ବରୁ ହୋଇଥାନ୍ତା ତେବେ  । କେହି ମଧ୍ୟ ଚିନ୍ତା କରିପାରୁଛନ୍ତି ଯେ 70 ବର୍ଷ ପର୍ଯ୍ୟନ୍ତ ଆମ ପର୍ଯ୍ୟଟକ ସ୍ଥଳୀ ଏଲିଫାଣ୍ଟା ଦ୍ୱୀପ ଗାଁ ର ଲୋକମାନେ ଅନ୍ଧାରରେ କାଳାତିପାତ କରୁଥିଲେ  । ସମୁଦ୍ରରେ କେବୁଲ ବିଛେଇ ସେ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ପ୍ରଦାନ କରାଯାଇଛି  । ଆଜି ସେହି ଗାଁ ଗୁଡିକରେ ଅନ୍ଧକାର ଦୂରେଇ ଯାଇଛି  । ଯେତେବେଳେ ଲକ୍ଷ୍ୟ ମଜବୁତ ଏବଂ ସ୍ୱଚ୍ଛ ଥିବ, ମନ ସ୍ୱଚ୍ଛ ଥିବା ଏବଂ ନୀତି ସ୍ପଷ୍ଟ ଥିବ, ତାହେଲେ କଠିନରୁ କଠିନ ଲକ୍ଷ୍ୟ ହାସଲ କରିହେବ  ।

ଆସନ୍ତୁ ଯିବା ଅନ୍ୟ କିଛି ଅଂଚଳକୁ, ଆସନ୍ତୁ ସର୍ବ ପ୍ରଥମେ ଝାଡଖଣ୍ଡ ଯିବା ……

ଦେଖନ୍ତୁ ଭାଇ ଓ ଭଉଣୀମାନେ ବିଗତ ସରକାରମାନେ  ଦେଶର ପୂର୍ବ କ୍ଷେତ୍ରଗୁଡିକର ବିକାଶ ଉପରେ କୌଣସି ପ୍ରକାର ଗୁରୁତ୍ୱ ପ୍ରଦାନ କରି ନ ଥିଲେ  । ଏହି କ୍ଷେତ୍ର ବିକାଶ ଏବଂ ବିଭିନ୍ନ ସୁବିଧାରୁ ବଂଚିତ ରହିଲା  । ଏହା ଏହି କଥାରୁ ଜଣାପଡେ ଯେ ଦେଶର 18,000 ରୁ ଅଧିକ ଗାଁ ଯେଉଁଠାରେ ବିଜୁଳି ସଂଯୋଗ ହୋଇ ନ ଥିଲା  । ସେଗୁଡିକ ମଧ୍ୟରୁ ଏହି ପରିସଂଖ୍ୟାନ ଦେଶକୁ ଆଶ୍ଚର୍ଯ୍ୟ ଚକିତ କରିଦେବ  । 18,000 ମଧ୍ୟରୁ 14,582 ଅର୍ଥାତ ପ୍ରାୟ 15,000 ଏଭଳି ଗାଁ ଥିଲା ଯାହା ଆମ ପୂର୍ବ କ୍ଷେତ୍ରରେ ଅବସ୍ଥିତ ଏବଂ ସେମାନଙ୍କ ମଧ୍ୟରୁ ଅର୍ଥାତ 14,582ଗାଁ  ମଧ୍ୟରୁ 5790 ଅର୍ଥାତ ପ୍ରାୟ 6000 ଗାଁ ଉତ୍ତର ପୂର୍ବରେ ଅବସ୍ଥିତ, ପୂର୍ବାଂଚଳ ର ଥିଲା ପୂର୍ବୋତ୍ତର ଭାରତର କ୍ଷେତ୍ରର ଥିଲା  । ଆପଣମାନେ ଦେଖନ୍ତୁ, ଏହା ଆପଣମାନେ ଟିଭି ରେ ଦେଖୁଥିବେ, ମୁଁ ତାହାର ନକ୍ସା ରଖିଛି  । ଯାହା ଲାଲ-ଲାଲ ଭଳି ଦେଖାଯାଉଛି, ଏହିସବୁ କ୍ଷେତ୍ର ଅନ୍ଧକାରରେ ଥିଲା  । ଏବେ ମୋତେ କୁହନ୍ତୁ ଯଦି ସମସ୍ତଙ୍କ ଭଲ କରିବା ପାଇଁ ଚିନ୍ତା କରିଥାନ୍ତେ ତାହେଲେ ଏଭଳି ସ୍ଥିତି କଣ ଉପୁଜିଥାଆନ୍ତା  । କିନ୍ତୁ ସେଠାରେ ଲୋକମାନଙ୍କ ସଂଖ୍ୟା କମ ରହିଛି ସଂସଦୀୟ ସିଟ ମଧ୍ୟ କମ ରହିଛି  । ସେହି ସରକାରମାନଙ୍କୁ ଏହିସବୁ ଅଂଚଳରୁ କିଛି ଲାଭ ଦିଶୁନଥିଲା  । ଦେଶର ସେବା ରାଜନୈତିକ ଫାଇଦା ସହ ସଂଯୁକ୍ତ  ହୋଇ ନ ଥାଆନ୍ତା  । ଦେଶର ସେବା ଦେଶବାସୀମାନଙ୍କ ପାଇଁ ହୋଇଥାଏ ଏବଂ ମୋର ସର୍ବଦା ଏହା ଭାପଦା ରହିଛି ଯେ ଭାରତ ବିକାଶ ଯାତ୍ରାରେ ଆହୁରୀ ଆଗକୁ ଯିବ ଯେତେବେଳେ ଆମ ପୂର୍ବ କ୍ଷେତ୍ରରେ ବସବାସ କରୁଥିବା ଲୋକମାନଙ୍କର ଏଠାକାର ସମାଜର ସନ୍ତୁଳିତ ବିକାଶ ମଧ୍ୟ ଦୃତ ଗତିରେ ହେବ  ।

ଯେତେବେଳେ ଆମ ସରକାର ଗଠନ ହୋଇଥିଲା ଏହି ଲକ୍ଷ୍ୟକୁ ନେଇ ଆଗକୁ ଯାଇଥିଲୁ ଏବଂ ଆମେ ପୂର୍ବୋତ୍ତରକୁ ବିକାଶ ର ମୁଖ୍ୟ ଧାରାରେ ସାମିଲ କରିବା ଦିଗରେ ମୁଁ ପ୍ରୟାସ ଆରମ୍ଭ କରିଥିଲି  । ସେଥିପାଇଁ ସର୍ବପ୍ରଥମେ ଆବଶ୍ୟକ ଥିଲା ଯେ ସେଠାକାର ଗ୍ରାମାଂଚଳରେ ବିଜୁଳି ସଂଯୋଗ ଏବଂ ମୋତେ ଖୁସି ଲାଗୁଛି ଯେ ଆଜି କେବଳ ପୂର୍ବ ଭାରତର ବରଂ ଦେଶର ପ୍ରତ୍ୟେକ ଗାଁରେ ବିଜୁଳି ସଂଯୋଗ ହୋଇପାରିଛି  । ଗ୍ରାମାଂଚଳର ଅନ୍ଧକାର ଦୂର ହୋଇସାରିଛି  । ବିଜୁଳି ସଂଯୋଗ ହେବା ପରେ କଣ ହୁଏ  । ଜୀବନରେ କିଭଳି ଭାବେ ପରିବର୍ତ୍ତନ ଆସେ  । ଆପଣମାନଙ୍କଠାରୁ ଅଧିକ ଏ ବିଷୟରେ କିଏ ଜାଣିପାରିବ  । ମୋର ଦେଶବାସୀଙ୍କ ପାଖରୁ ଅନେକ ପତ୍ର ମିଳୁଛି  । ଲୋକମାନେ ମୋତେ ନିଜର ଅନୁଭୂତି ଜଣାନ୍ତି  । ମୋତେ ତାଙ୍କ ପତ୍ର ପଢି ଅନେକ କିଛି ଶିଖିବାକୁ ମିଳୁଛି  ।

ଆପଣମାନେ କଳ୍ପନା କରିପାରୁଛନ୍ତି ଯେ ବିଜୁଳି ସଂଯୋଗ ହେବା ଦ୍ୱାରା ଗ୍ରାମାଂଚଳରେ ରହୁଥିବା ସାଧାରଣ ଜନତାଙ୍କ ମଧ୍ୟରେ କେତେ ପରିବର୍ତ୍ତନ ଆସିଛି  । ଏବେ ଗ୍ରାମାଚଳର ଲୋକମାନଙ୍କୁ ସମୟ ଅନୁସାରେ ଅନ୍ଧକାରର ନୁହେଁ ଏମାନଙ୍କ ନିଜର ଅଧିକାର ଥାଏ  । ଏବେ ସୂଯ୍ୟାସ୍ତରେ କେବଳ ସୂର୍ଯ୍ୟ ଅସ୍ତ ଯାଉଛନ୍ତି ଲୋକମାନଙ୍କ ଦିନ ଅସ୍ତ ହେଉନାର୍ହି  । ପିଲାମାନେ ଦିନ ସରିବା ପରେ ମଧ୍ୟ ବଲ୍ୱର ଆଲୋକରେ  ସୁବିଧାରେ ପାଠ ପଢିପାରୁଛନ୍ତି  । ଗ୍ରାମାଂଚଳର ମହିଳାମାନଙ୍କୁ ସଂନ୍ଧ୍ୟା କିମ୍ବା ଦ୍ୱିପ୍ରହରରୁ ପ୍ରସ୍ତୁତ କରିବାକୁ ପଡୁଥିବା ରାତ୍ରି ଭୋଜନ ଏବେ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରି ଶୀଘ୍ର ଶୀଘ୍ର ଖାଇବା ପାଇଁ କୁହାଯାଉଛି  । ସେହିସବୁଠାରୁ ମୁକ୍ତି ମିଳିଛି  । ହାଟ, ବଜାର ରାତିରେ ଡେରୀ ପର୍ଯ୍ୟନ୍ତ ଖୋଲାଯାଇପାରୁଛି  । ମୋବାଇଲ ଚାର୍ଜ କରିବା ପାଇଁ ଦୂର ଦୂରାନ୍ତରେ ଥିବା କୌଣସି ଦୋକାନ ଖୋଜିବାକୁ ପଡୁନାହିଁ  । ଏବେ ରାତିରେ ଅନ୍ୟ ଗାଁ ରେ ମୋବାଇଲ ଛାଡି ଆସନ୍ତୁ ଏବଂ ସକାଳେ ନେବାକୁ ଆସନ୍ତୁ ଏବଂ ସେହି ଫୋନରେ ରାତିରେ କେହି ଅସୁବିଧା କରିଦେବ, ତାହେଲେ ଆପଣ ଅପରାଧୀ ହୋଇ ଜେଲ ଯାଆନ୍ତି  । କେଉଁ ପ୍ରକାରର ଅସୁବିଧା ଥିଲା । ଜାମ୍ମୁ-କାଶ୍ମୀରର ଲୋକମାନେ ଆମ ଭିତରେ ରହିଛନ୍ତି ଆସନ୍ତୁ, କାରଣ ସେଠାରେ ପାହାଡରେ ବଡ କଷ୍ଟ କରି ଆବଶ୍ୟକ ସାମଗ୍ରୀ ହେଲିକପ୍ଟର ଜରିଆରେ ପଠାଇବାକୁ ପଡିଥିଲା, ମୁଁ ଚାହିଁବି ଯେ ଜାମ୍ମୁ-କାଶ୍ମୀରର ମୋର ଭାଇ ଓ ଭଉଣୀମାନଙ୍କଠାରୁ ମୁଁ କିଛି କଥା ଶୁଣିବାକୁ ଚାହୁଁଛି  ।

ଦେଖନ୍ତୁ ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଆଜି ଆମ ସହିତ ଜଡିତ, ସେମାନେ ଜାଣିପାରିଛନ୍ତି ଯେ ଯେତେବେଳେ ବିକାଶ ହୁଏ ସେତେବେଳେ ଜୀବନ ଉପରେ କେତେ ପ୍ରଭାବ ପଡିଥାଏ  । କେତେ ବଡ ପରିବର୍ତ୍ତନ ହୋଇଥାଏ  । ଆଜି ଦେଶର ପ୍ରତ୍ୟେକ ଗାଁରେ ବିଜୁଳି ପହଂଚିପାରିଛି  । କିନ୍ତୁ ଆମେ ଏତିକିରେ ସନ୍ତୁଷ୍ଟ ହେଇଯିବା, ତାହା ନୁହେଁ,ଏଥିପାଇଁ ଏବେ ଗାଁ ରୁ ଆଗକୁ ଯାଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀ ଙ୍କ ଅନ୍ତ୍ୟୋଦୟ ର ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାର ଏହି ଦେଶର ପ୍ରତ୍ୟେକ ଘରକୁ ଆଲୋକିତ କରିବାର ସଂକଳ୍ପ କରିଛନ୍ତି ଏବଂ ଏହି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସହଜ ବିଜୁଳି ଘର ଯୋଜନା ଯାହାର ଛୋଟ ଶବ୍ଦ ହେଉଛି ସୌଭାଗ୍ୟ ଯୋଜନା ଏହାର ଶୁଭାରମ୍ଭ କରାଯାଇଥିଲା  । ଏହି ଯୋଜନାରେ ବାକି ଥିବା ଘର, ଗାଁ ରେ ହେଉ ବା ସହରରେ, ବିଜୁଳି ସଂଯୋଗ ଉପଲବ୍ଧ କରାଯାଉଛି  । ଏବଂ ଏହା ଜରିଆରେ ଚାରି କୋଟି ଗରିବ ପରିବାରଙ୍କୁ ବିଜୁଳି ସଂଯୋଗ ଉପଲବ୍ଧ କରାଇବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ  । ଏବଂ ଆମେ ଏଥିପାଇଁ ଏକ ମିଶନ ମୋଡରେ କାର୍ଯ୍ୟ କରୁଛୁ  । ଏ ପର୍ଯ୍ୟନ୍ତ ଏହି ଯୋଜନାରେ ପ୍ରାୟ 80, 85, 90 ଲକ୍ଷରୁ ଅଧିକ ଘରେ ବିଜୁଳି ସଂଯୋଗ କରାଯାଇଛି  । ଗରିବ ପରିବାରଙ୍କ ପାଇଁ ବିଜୁଳି ସଂଯୋଗ ସଂପୂର୍ଣ୍ଣ ମାଗଣାରେ କରାଯାଉଛି  । ସକ୍ଷମ ପରିବାରଙ୍କୁ କେବଳ 500 ଟଙ୍କା ଦେବାକୁ ହେବ, ଯାହାକୁ ବିଜୁଳି ସଂଯୋଗ ପରେ 10ଟି ସରଳ କିସ୍ତିରେ ଆପଣ ବିଜୁଳି ବିଲ ସହିତ ପ୍ରଦାନ କରିପାରିବେ । ଘରକୁ ବିଜୁଳି ସଂଯୋଗ ଦେବାର ଲକ୍ଷ୍ୟକୁ ଧାର୍ଯ୍ୟ ସମୟସୀମା ମଧରେ ସଂପୂର୍ଣ୍ଣ କରିବା ପାଇଁ ଆଧୂନିକ ଟେକନିକର ମଧ୍ୟ ବ୍ୟବହାର କରାଯାଉଛି  । ଅତି କମରେ ସମୟ ଅନୁସାରେ ଲୋକମାନଙ୍କ ଘର ପର୍ଯ୍ୟନ୍ତ ବିଜୁଳି ସଂଯୋଗ ପହଂଚୁ ଏଥିପାଇଁ ଗ୍ରାମାଂଚଳରେ କ୍ୟାମ୍ପ ମଧ୍ୟ ଲଗାଯାଉଛି  । ଯେଉଁଠାରେ ସେହି ସ୍ଥାନରେ ସମସ୍ତ ପ୍ରକ୍ରୀୟ ପୂରା କରି ନୂତନ ସଂଯୋଗକୁ ସ୍ୱୀକୃତି ପ୍ରଦାନ କରାଯାଉଛି  ।

ଏହାବ୍ୟତୀତ ଦୂରସ୍ତ ଏବଂ ଦୁର୍ଗମ କ୍ଷେତ୍ରରେ ବସବାସ କରୁଥିବା ପରିବାରମାନଙ୍କ ପାଇଁ ସୌର ଶକ୍ତି, ସୂର୍ଯ୍ୟ ଶକ୍ତି ଆଧାରିତ ପ୍ରଣାଳୀଗୁଡିକର ପ୍ରାବଧାନ ମଧ୍ୟ କରାଯାଇଛି  । ମୁଁ ମାନୁଛି ଯେ ବିଜୁଳି କେବଳ ଆଲୋକର ପୂର୍ତ୍ତିକରୁନାହିଁ, ବିଜୁଳି ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରୁଛି  । ଏନର୍ଜୀ ଉର୍ଜା ଏହା ଏକ ପ୍ରକାରର ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରିବାର ଏକ ଉତ୍ତମ ସାଧନ ମଧ୍ୟ ହୋଇପାରିବ  । ଗାଁ-ଗାଁ ରେ ପହଂଚିଥିବା ଆଲୋକ କେବଳ ସୂର୍ଯ୍ୟ ଅସ୍ତ ହେବାପରେ ଅନ୍ଧାରକୁ ଦୂର କରୁନାହିଁ, ଏହି ଆଲୋକ ଗାଁ ଏବଂ ଗ୍ରାମାଂଚଳର ଲୋକମାନଙ୍କ ଜୀବନରେ ଉନ୍ନତିର ଶକ୍ତି ଭରି ଦେଉଛି  । ଏବଂ ଏହାର ପ୍ରମାଣ ହେଉଛି ଆପଣଙ୍କର ଏହି କଥା, ଯେଉଁମାନଙ୍କୁ ଏହି ପରିବର୍ତ୍ତନ ପରେ ଆପଣମାନେ ଅନୁଭବ କରିଛନ୍ତି ଏବଂ ଆମ ସହିତ ଏହାକୁ ଏଠାରେ ବାଣ୍ଟିଛନ୍ତି  । ପୂରା ଦେଶ ଆପଣଙ୍କ କଥା ଶୁଣିଛି  । ଅନେକ ଗାଁ ଏବେ ମଧ୍ୟ ବାକି ରହିଛି, ସମୟ କମ ରହିଛି, ସଂସଦ ଚାଲିଛି ମୋତେ ପହଂଚିବାକୁ ପଡିବ କିନ୍ତୁ କିଛି ଗାଁ କୁ ନମସ୍କାର କରିବାକୁ ଚାହିଁବି  । ବସ୍ତରକୁ ନମସ୍କାର, ଅଲିରାଜପୁରକୁ ନମସ୍କାର, ସିହୋରକୁ ନମସ୍କାର, ନବପଡାକୁ ନମସ୍କାର, ସୀତାପୁରକୁ ନମସ୍କାର ଏବଂ କେବେ କେବେ ଆପଣମାନେ ଟିଭି ରେ ଦେଖୁଥିବେ, ସମ୍ବାଦପତ୍ରରେ ପଢୁଥିବେ ଆମ ବିରୋଧୀମାନଙ୍କ ଭାଷଣ ଶୁଣୁଥିବେ । ବିରୋଧୀଙ୍କ ଗାଥା ପ୍ରଚାର କରୁଥିବା ଶୁଶୁଥିବେ  । ସେମାନେ କହୁଛନ୍ତି ଯେ ଦେଖନ୍ତୁ ଏତେ ଘରେ ବିଜୁଳି ନାହିଁ,ସେତେ ଘରେ ବିଜୁଳି ନାହିଁ  । ଆପଣମାନେ ଏହା ଭାବନ୍ତୁ ନାହିଁ ଯେ ଆମ ପାଇଁ  ଟିପ୍ପଣୀ ବା ଆମର ସରକାରଙ୍କ ପାଇଁ  ଟିପ୍ପଣୀ  । ଏହା ବିଗତ 70 ବର୍ଷ ଧରି ଯେଉଁ ସରକାରମାନଙ୍କ ଶାସନ ଥିଲା ତାଙ୍କ ପାଇଁ ଏହା ଟିପ୍ପଣୀ  । ଏହା ଆମର ଆଲୋଚନା ନୁହେଁ ଏହା ତାଙ୍କର ସମାଲୋଚନା ଯାହା ଏତେ କାମ ବାକି ଅଛି ବୋଲି ଦର୍ଶାଉଛି  । ଆମେ ତ ସେଗୁଡିକୁ ପୂରା କରିବାର ପ୍ରୟାସ କରୁଛୁ  ।

ଏବଂ ସେଥିପାଇଁ ଯଦି ଚାରି କୋଯି ପରିବାରରେ ବିଜୁଳି ନାହିଁ, ତାହେଲେ ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ଘରେ ପୂର୍ବରୁ ବିଜୁଳି ଥିଲା, ଆପଣଙ୍କ ଗାଁ ରେ ପୂର୍ବରୁ ବିଜୁଳି ଥିଲା ଏବଂ ମୋଦୀ ସରକାର ଆସି ଏହି ସଂଯୋଗ କାଯି ଦେଇଥିଲେ, ବିଜୁଳି ଖୁଣ୍ଟ ଉପାଡି ନେଇଯାଇଥିଲେ, ତାର ସବୁକୁ ନେଇଯାଇଥିଲେ, ଏହା ନୁହେଁ  । ପୂର୍ବରୁ କିଛି ହିଁ ନ ଥିଲା  । ଆମେ ଲଗେଇବାର ପ୍ରୟାସ କରୁଛୁ  । ଏବଂ ଏଥିପାଇଁ ଯେଉଁ ଲୋକମାନେ ଉତ୍ସାହିତ ହୋଇ ଆମ ବିରୋଧୀ ଆମକୁ ଗାଳି ଦେଇଚାଲିଛନ୍ତି, ସେହି ପରିବାରରେ ବିଜୁଳି ପହଂଚି ନାହିଁ, ତା ଘରେ ବିଜୁଳି ପହଂଚି ନାହିଁ, ସେଠି ବିଜୁଳି ଖୁଣ୍ଟ ଲାଗିଲା ନାହିଁ  । ପୂର୍ବରୁ ଏଠି କିଏ ମଧ୍ୟ ଲଗାଇ ନ ଥିଲେ  । ଆମେ ପ୍ରୟାସ କରୁଛୁ ଏବଂ ଆପଣମାନେ ସହଯୋଗ କଲେ ଏବଂ ଛୋଟ ଛୋଟ ଲୋକ ଯେଉଁମାନେ ପରିଶ୍ରମ କରିଥିଲେ ଆମେ ତାଙ୍କୁ ନିରାଶ କରିବାର କାମ ନ କରୁ  । ମୋଦୀଙ୍କୁ ଯେତେ ଗାଳି ଦେବାର ଅଛି ଦିଅନ୍ତୁ  । କିନ୍ତୁ ଗାଁ କୁ ଅନ୍ଧକାର ମୁକ୍ତ କରିବା ପାଇଁ ଛୋଟ ଛୋଟ ଲୋକମାନେ ପରିଶ୍ରମ କରୁଛନ୍ତି  । ସେମାନଙ୍କ ମାନ ସମ୍ମାନ ଆମେ ବୃଦ୍ଧି କରିବା, ସେମାନଙ୍କର ଆମେ ଗୌରବ ବଢାଇବା, ସେମାନଙ୍କ କାର୍ଯ୍ୟରେ ଗର୍ବ ଅନୁଭବ କରିବା, ଏଥିପାଇଁ ଆମେ ସମସ୍ତେ ପ୍ରୟାସ କଲେ ଦେଶରେ ଯେଉଁ ସମସ୍ୟା ରହିଛି ଗୋଟିଏ ପରେ ଗୋଟିଏ ସମସ୍ୟାରୁ ଆମେ ଆମ ଗାଁ କୁ, ଆମ ପରିବାରକୁ, ଆମ ଦେଶକୁ ଦୂର କରିପାରିବା  । କାରଣ ଶେଷରେ ଏହା ହେଉଛି ଆମ ସମସ୍ତଙ୍କ କାମ  । ସମସ୍ୟାକୁ ଗଣିବା ବା ଗଣାଇବା ଆମର କାମ ନୁହେଁ  । ଆମ କାମ ସମସ୍ୟାଗୁଡିକରୁ ମୁକ୍ତି ପାଇବାର ରାସ୍ତା ଖୋଜିବା  ।

ମୋର ବିଶ୍ୱାସ ଯେ ପରମାତ୍ମା ଆମ ସମସ୍ତଙ୍କୁ ଶକ୍ତି ପ୍ରଦାନ କରିଛନ୍ତି  । ଆମ ଲକ୍ଷ୍ୟ ସ୍ପଷ୍ଟ ଓ ନିଷ୍କପଟ  । ଆପଣମାନଙ୍କ ପ୍ରତି ଆମ ହ୍ରଦୟରେ ଏତେ ଶ୍ରଦ୍ଧା ରହିଛି ଯେ ଆମେ ଆପଣମାନଙ୍କ ପାଇଁ ଯେତେ କାମ କଲେ ମଧ୍ୟ କମ  । ଆମେ କରିଚାଲିବୁ  । ମୁଁ ଶେଷରେ ଆପଣମାନଙ୍କୁ ଏକ ଭିଡିଓ ମଧ୍ୟ ଦେଖାଇବାକୁ ଚାହୁଁଛି  । ଆସନ୍ତୁ ଆମେ ଗୋଟିଏ ଭିଡିଓ ଦେଖିବା ଏହାପରେ ମୁଁ ନିଜ ବକ୍ତବ୍ୟ ସମାପ୍ତ କରିବି  । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review measures being taken in the context of ongoing West Asia Conflict
April 01, 2026
Interventions across agriculture, fertilizers, shipping, aviation, logistics and MSMEs to mitigate emerging challenges discussed
Supply diversification for LPG and LNG, fuel duty reduction and power sector measures reviewed to ensure stability of essential supplies
Steps being taken to ensure stable prices of essential commodities and strict action against hoarding and black-marketing
Control Rooms set up for constant monitoring and interaction with States/UTs on prices and enforcement of Essential Commodities Act
Various efforts being taken to ensure fertilizer supply such as maintaining Urea Production and coordination with overseas suppliers for DAP/NPKS supplies
PM assesses availability of critical needs for the common man
PM discusses availability of fertilisers in the country and steps being taken to ensure its availability in the Kharif and Rabi seasons
PM directs that all efforts must be made to safeguard the citizens from the impact of this conflict
PM underlines the need for timely & smooth flow of authentic information to the public to prevent misinformation and rumour mongering
Enough coal stock exists which shall serve power needs adequately in coming months

Prime Minister Shri Narendra Modi a special of the Cabinet Committee on Security (CCS) to review measures taken by various Ministries/Departments and also discussed further initiatives to be taken in the context of the ongoing West Asia conflict, at 7 Lok Kalyan Marg today. This was the second special CCS meeting on this issue.

Cabinet Secretary briefed about the action taken to ensure supply of petroleum products, particularly LNG/LPG, and sufficient power availability. Sources are being diversified for procurement of LPG with new inflows from different countries. Similarly, Liquefied Natural Gas (LNG) is being sourced from different countries. He further briefed that LPG prices for domestic consumers have remained the same and Anti-diversion enforcement to curb hoarding and black marketing of LPG is being conducted regularly.

Initiatives have also been taken to expand Piped Natural Gas connections. Measures like exempting the gas-based power plants with a capacity of 7-8 GW from gas pooling mechanism and increasing of rake for positioning more coal at thermal power stations etc. have also been taken to ensure availability of power during the peak summer months.

Further, interventions proposed to be taken for emerging challenges in various other sectors such as agriculture, civil aviation, shipping and logistics were also discussed.

Various efforts like maintaining urea production to meet requirements, coordinating with overseas supplies for DAP/NPKS suppliers are being taken to ensure fertilizer supply. State governments are being requested to curb black marketing, hoarding, and diversion of fertilizers through daily monitoring, raids, and strict action.

The retail prices of food commodities have been stable over the past one month. Control Rooms have been set up for constant monitoring and interaction with States/UTs on prices and enforcement of Essential Commodities Act. The prices of agricultural products , vegetables and fruits are also being monitored.

Efforts to globally diversify our sources for energy, fertilizers and other supply chains, and international initiatives for securing safe passage of vessels through the strait of Hormuz and ongoing diplomatic efforts are being taken.

Enhanced coordination, real-time communication, and proactive measures across central, state, and district levels to drive effective information dissemination and public awareness amid the evolving crisis is being undertaken.

Prime Minister assessed the availability of critical needs for the common man. He discussed availability of fertilisers in the country and steps being taken to ensure its availability in the Kharif and Rabi seasons. He said that all efforts must be made to safeguard the citizens from the impact of this conflict. Prime Minister also emphasised smooth flow of authentic information to the public to prevent misinformation and rumour mongering.

Prime Minister directed all concerned departments to take all possible measures to ameliorate the problems of citizens and sectors affected by the ongoing global situation.