India and Portugal are connected by culture: PM Modi
India is now among the fastest growing countries in the world: PM
Appreciate people of Portugal for partaking in Yoga Day celebrations with great enthusiasm: PM
In the field of space, our scientists have done great work. Recently 30 nano satellites were launched: PM

ମତେ ଏଠାକୁ ଆସିବାର ସୁଯୋଗ ମିଳିଲା ଆଉ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମହୋଦୟ, ପର୍ତ୍ତୁଗାଲର ସରକାର, ଏଠାକାର ଲୋକମାନେ ଆମର ସ୍ୱାଗତ-ସମ୍ମାନ କଲେ ସେଥିପାଇଁ ମୁଁ ସେମାନଙ୍କ ନିକଟରେ ବହୁତ କୃତଜ୍ଞ ଏବଂ ଏହି ସ୍ୱାଗତ-ସମ୍ମାନ ଜଣେ ବ୍ୟକ୍ତିର ନୁହେଁ, ଏ ହେଉଛି ଶହେ ପଚିଶ କୋଟି ହିନ୍ଦୁସ୍ତାନୀଙ୍କର ସ୍ୱାଗତ ।

ଏହି ରାଧାକୃଷ୍ଣ ମନ୍ଦିର ଗୋଟିଏ ପ୍ରକାରେ ହେଉଛି ଏଠାକାର ସାମାଜିକ ଚେତନାର ପ୍ରତୀକ । ସବୁ ସଂପ୍ରଦାୟର ଲୋକ ସେମାନଙ୍କର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ କରିବା ପାଇଁ ମତେ ସୌଭାଗ୍ୟ ମିଳିଛି । କୌଣସି ଭେଦଭାବ ନାହିଁ ଆଉ ଏହା ହେଉଛି ଭାରତର ବିଶେଷତ୍ୱ, ଏହି ବିବିଧତା ଏହାହିଁ ଭାରତର ପରିଚୟ ଆଉ ଏହା ହେଉଛି ଭାରତର ଶକ୍ତି ।

ବିଗତ ଦିନରେ ପର୍ତ୍ତୁଗାଲ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଏକ ବହୁତ ବଡ଼ ଦୁର୍ଘଟଣା ହୋଇଥିଲା । କେତେ ନିର୍ଦ୍ଦୋଷ ଲୋକ ସେହି ନିଆଁର ଶିକାର ହୋଇଗଲେ । ଯେଉଁ ଲୋକମାନଙ୍କର ମୃତ୍ୟୁ ହେଲା, ସେହି ସମସ୍ତଙ୍କ ପ୍ରତି ମୁଁ ଆଦରର ସହିତ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରୁଛି ଆଉ ସେମାନଙ୍କ ନିକଟ ସଂପର୍କୀୟଙ୍କୁ ପରମାତ୍ମା ଶକ୍ତି ଦିଅନ୍ତୁ, ଏହି ପ୍ରାର୍ଥନା କରୁଛି ।

ପର୍ତ୍ତୁଗାଲର ଭାରତୀୟ ସାଂସ୍କୃତିକ ପରମ୍ପରା ସହିତ ଏକ ସଂପର୍କ ରହିଆସିଛି, ଖୁବ ନିକଟତର ରହିଛି । କିନ୍ତୁ ଗୁଜରାଟ ସହିତ ତାଙ୍କର ଏକ ବିଶେଷ ସଂପର୍କ ରହିଛି । ଆମେ ସମସ୍ତେ ଶୁଣି ଆସିଛୁ କି ଭାସ୍କୋଡ଼ାଗାମା ଯେବେ ଭାରତରେ ପହଂଚିଲେ, ତ କୁହାଯାଏ - ଜଣେ ଗୁଜରାଟୀ କାଞ୍ଜି ମାଲମ୍ ସେ ଭାସ୍କୋଡ଼ାଗାମାଙ୍କୁ  ମାର୍ଗଦର୍ଶନ କରାଇଥିଲେ ଏବଂ ତାଙ୍କ ସାହାଯ୍ୟରେ ସେ, ଭାସ୍କୋଡ଼ାଗାମା ଭାରତରେ ପହଂଚିଥିଲେ । କାଞ୍ଜି ମାଲମ୍ ଗୁଜରାଟରୁ ବାହାରିଲେ, ଆଫ୍ରିକାରେ ବସବାସ କଲେ, ସେଠାରେ ଗୋଟିଏ ବନ୍ଦରରେ ତାଙ୍କର ଭାସ୍କୋଡ଼ାଗାମାଙ୍କ  ସହିତ ସାକ୍ଷାତ ହେଲା ଏବଂ ସେହିଠାରୁ ଭାରତ ଯିବାର ତାଙ୍କର ଯାତ୍ରା ପ୍ରସ୍ତୁତ ହେଲା । ଏହି ପ୍ରକାରରେ କାଞ୍ଜି ମାଲମଙ୍କ ମାଧ୍ୟମରେ ସମଗ୍ର ୟୁରୋପର ଭାରତ ସହିତ ବ୍ୟବସାୟିକ ସମ୍ବନ୍ଧ ଆରମ୍ଭ ହୋଇଗଲା ଏବଂ ପର୍ତ୍ତୁଗାଲରେ ତାହାର ବଡ଼ ମହତ୍ୱ ରହିଛି । ଏହି ସମ୍ପର୍କ ଯାହା ସହିତ ଆମର ରହି ଆସିଛି, ତାହା ହେଉଛି ପୁରୁଣା ସମ୍ପର୍କ ।

ଏହି କଥା ଠିକ୍ ଯେ 70 ବର୍ଷରେ ପ୍ରଥମ ଥର ହିନ୍ଦୁସ୍ଥାନରୁ କୌଣସି ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଭ୍ରମଣ ପାଇଁ ଏଠାକୁ ଆସିଛନ୍ତି ଆଉ ଏହି ସୌଭାଗ୍ୟ ମୋତେ ମିଳିଛି । ଯେବେ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିଲେ ତ ସେ ଏଠାକୁ ଆସିଥିଲେ, କିନ୍ତୁ ସେହି ସମୟରେ ତାଙ୍କର ଯାତ୍ରା ଦ୍ୱିପାକ୍ଷିକ ଭ୍ରମଣ ରୂପେ ନଥିଲା, ୟୁରୋପୀୟ ସଂଘର ଏକ ସମ୍ମେଳନ ପାଇଁ ସେ ଆସିଥିଲେ । ମୋତେ ଆଜି ଏହି ସୌଭାଗ୍ୟ ମିଳିଛି ଆସିବାର ଏବଂ ଅନେକ ବିଷୟ ଯେପରି ପ୍ରଧାନମନ୍ତ୍ରୀ ମହୋଦୟ କହିଲେ, ଅନେକ ବିଷୟରେ ଆଲୋଚନା ହେଲା, ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଏବଂ ଭାରତ ଆଉ ପର୍ତ୍ତୁଗାଲ କାନ୍ଧରେ କାନ୍ଧ ମିଶାଇ ଆମ ଦୁହିଁଙ୍କ ପାଖରେ ଯେଉଁ ଅନୁଭବ ଅଛି, ଦୁହିଁଙ୍କ ପାଖରେ ଯେଉଁ ଶକ୍ତି ଅଛି, ଦୁହିଁଙ୍କର ଯେଉଁ ଆବଶ୍ୟକତା ରହିଛି, ତାକୁ ନେଇ ଆଗକୁ ବଢ଼ିବା ଦିଗରେ  କେତେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ପର୍ତ୍ତୁଗାଲର ମହାନ ନେତା ଶ୍ରୀ ମାରିଓ ସୋରେସ 1992ରେ ଭାରତର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରୂପେ ଆସିଥିଲେ । ତାଙ୍କ ସମୟରେ ଭାରତ ଏବଂ ପର୍ତ୍ତୁଗାଲର ସମ୍ପର୍କକୁ ଏକ ନୂତନ ଉର୍ଜା, ନୂଆ ଚେତନା ମିଳିଥିଲା ଆଉ ଯେବେ ପ୍ରଧାନମନ୍ତ୍ରୀ ମହୋଦୟ ଭାରତରେ ଥିଲେ ତାଙ୍କର ସ୍ୱର୍ଗବାସ ହୋଇଥିଲା, ତ ଭାରତର ଲୋକମାନେ ପ୍ରବାସୀ ଭାରତୀୟ ଦିବସରେ ସାମୁହିକ ଭାବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ଆଦରର ଭାବ ପର୍ତ୍ତୁଗାଲ ସହିତ ଜାରି ରହିଛି । ବିଗତ ଦିନମାନଙ୍କରେ ମୋତେ ଏଠାକାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଉ ଏବେକାର ଜାତିସଂଘ ମହାସଚିବ ଶ୍ରୀମାନ ଏଣ୍ଟୋନିଓ ଗୁଟେରେସଙ୍କ ସହିତ ଋଷିଆରେ ଦେଖା କରିବାର ସୁଯୋଗ ମିଳଥିଲା ଆଉ ମୁଁ ଏତେ ଖୁସି ଥିଲି କି ତାଙ୍କ ସହିତ କଥାହେବାରେ, ସେ ଯୋଗ ଉପରେ ଏତେ ବିସ୍ତୃତ ଭାବେ ମୋ ସହିତ ଆଲୋଚନା କଲେ । ସେ କହିଲେ ମୋ ପରିବାରର ସମସ୍ତ ବ୍ୟକ୍ତି ଯୋଗ ସହିତ ଯୋଡ଼ି ହୋଇଛନ୍ତି । ଯୋଗ ପ୍ରତି ତାଙ୍କର ଆଦର ଭାବ ଆଉ ଆଜି ମଧ୍ୟ ମୁଁ ଦେଖିଲି ଯେ ଏଠାକାର ନାଗରିକମାନେ ଯୋଗର ବହୁତ ଭଲ ପ୍ରଦର୍ଶନ ଏଠି କଲେ । ଓଁକାର ମନ୍ତ୍ରର ଜପ କଲେ, ଓଁ ନମଃ ଶିବାୟ ଜପ କଲେ । ଆଉ ଯୋଗକୁ ମୁଁ.. ଆଜି ପ୍ରଧାନମନ୍ତ୍ରୀ ମହୋଦୟ ମୋ ସହିତ ଆଲୋଚନା କରୁଥିଲେ ସମଗ୍ର ସ୍ୱାସ୍ଥ୍ୟ ରକ୍ଷାର, ପ୍ରତିଷେଧକ ସ୍ୱାସ୍ଥ୍ୟ ରକ୍ଷା, କମ୍ ଖର୍ଚ୍ଚରେ ସ୍ୱାସ୍ଥ୍ୟ ରକ୍ଷାର ଆଉ ସେହି ସବୁ ମଧ୍ୟରେ ସେ ବଡ଼ ଆତ୍ମବିଶ୍ୱାସର ସହିତ କହୁଥିଲେ କି ଆମେ ପର୍ତ୍ତୁଗାଲରେ ଯୋଗ ମାଧ୍ୟମରେ କଲ୍ୟାଣର ଆନ୍ଦୋଳନ ଏବଂ ବିଦ୍ୟାଳୟରେ ମଧ୍ୟ ଯୋଗ ମାଧ୍ୟମରେ ପିଲାମାନଙ୍କୁ ପ୍ରଶିକ୍ଷିତ କରିବା ଦିଗରେ ଆଗକୁ ବଢ଼ୁଛନ୍ତି । ମୁଁ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ଯେ ପର୍ତ୍ତୁଗାଲ ଯୋଗର ଆନ୍ଦୋଳନକୁ ଆଗକୁ ବଢ଼ାଇବାରେ ସମଗ୍ର ୟୁରୋପରେ ପର୍ତ୍ତୁଗାଲ ଆଗରେ ରହିଛି, ଆଉ ଗତ 21 ଜୁନରେ ମଧ୍ୟ ଯେତେବେଳେ ଆନ୍ତର୍ଜାତିକ ଯୋଗ ଦିବସ ହେଲା । ସମଗ୍ର ବିଶ୍ୱ ଯୋଗ ପାଳନ କରୁଥିଲା, ସେହି ସମୟରେ ପର୍ତ୍ତୁଗାଲ ମଧ୍ୟ ବହୁତ ବଡ଼ ସଂଖ୍ୟାରେ ଉତ୍ସାହ ଏବଂ ଉଦ୍ଦିପନା ସହିତ ସେଥିରେ ସାମିଲ ହୋଇଥିଲେ । ମୁଁ ପର୍ତ୍ତୁଗାଲର ଯୋଗ ପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।  ଆଉ ମାନବ କଲ୍ୟାଣ ପାଇଁ ଶୂନ୍ୟ ଖର୍ଚ୍ଚରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗର ଯେଉଁ ଆନ୍ଦୋଳନ ଚାଲୁ ରହିଛି, ତାକୁ ଯେବେ ପ୍ରଧାନମନ୍ତ୍ରୀ ମହୋଦୟ ନିଜେ ଆଶୀର୍ବାଦ ପ୍ରଦାନ କରୁ ଅଛନ୍ତି, ମୋର ବିଶ୍ୱାସ ପର୍ତ୍ତୁଗାଲର ଆଗାମୀ ଯୁବ ପିଢ଼ୀଙ୍କ ଜୀବନ ପାଇଁ ଏହା ତାଙ୍କର ବହୁତ ବଡ଼ ଉପହାର ହେବାକୁ ଯାଉଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଲୋକ ତାଙ୍କୁ ସ୍ମରଣ କରିବେ ।

ପର୍ତ୍ତୁଗାଲ ଷ୍ଟାର୍ଟ ଅପ୍ ଦୁନିଆରେ ନିଜର ନାଁ କଲା । ଏଠାକାର ଯୁବକ ତାଙ୍କର ପ୍ରତିଭା ଏବଂ ସରକାରଙ୍କ ସକ୍ରିୟ ନୀତି କାରଣରୁ ଷ୍ଟାର୍ଟ ଅପ୍ ଆନ୍ଦୋଳନକୁ ଏକ ବହୁତ ବଡ଼  ଶକ୍ତି ମିଳିଛି । ଏବଂ ପର୍ତ୍ତୁଗାଲ ଗୋଟିଏ ପ୍ରକାରେ ଷ୍ଟାର୍ଟ ଅପ୍ ର ବହୁତ ବଡ଼ ସୃଜନଶୀଳ କେନ୍ଦ୍ର ହୋଇ ପାରିବ । ଆଜି ଭାରତ ଓ ପର୍ତ୍ତୁଗାଲ ମିଶି ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଯେଉଁଥିରେ ଷ୍ଟାର୍ଟ ଅପ୍ କ୍ଷେତ୍ରରେ, ନୂତନ ଅନ୍ୱେଷଣ କ୍ଷେତ୍ରରେ କାମ କରୁଥିବା ଯୁବକ ମିଶିକରି ନିଜର ଅନୁଭୂତି ବାଣ୍ଟି, ନିଜର ଉପଲବ୍ଧି ବାଣ୍ଟି ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବା ଦିଗରେ ଆଗକୁ ବଢ଼ନ୍ତୁ । ବିଗତ ଦିନ ମାନଙ୍କରେ ଯେବେ ଏଠି ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମ ହୋଇଥିଲା ଭାରତରୁ ସାତ ଶହରୁ ଅଧିକ ଷ୍ଟାର୍ଟ ଅପ୍ କୁ ନେଇ କାମ କରୁଥିବା ଲୋକେ ନୂତନ ଅନ୍ୱେଷଣ କ୍ଷେତ୍ର ସହିତ ଯୋଡ଼ି ହୋଇଥିବା ସମସ୍ତ ଯୁବକ ଏଠାକୁ ଆସିଥିଲେ ଏବଂ ଗୋଟିଏ ବଡ ପ୍ରେରଣାଦାୟୀ କାର୍ଯ୍ୟକ୍ରମ, ଗୋଟିଏ ବଡ଼ ପ୍ରେରଣା ଦେବା ଭଳି କାମ ଏଠାରେ ହୋଇଥିଲା ।

ପର୍ତ୍ତୁଗାଲ କ୍ରୀଡ଼ା ଜଗତରେ ମଧ୍ୟ ଭାରତ ସହିତ ଯୋଡ଼ି ହୋଇଛି । ଆଉ ଯେବେ ଖେଳର ଚର୍ଚ୍ଚା ଆସେ ତ କ୍ରିଷ୍ଟିୟାନୋ ରୋନାଲଡୋ ତାଙ୍କୁ କିଏ ମନେ ପକାଇ ନଥାଏ । ଏହିଭଳି କ୍ଷମତା ସମ୍ପନ୍ନ ଲୋକ ଫୁଟବଲ୍ ଦୁନିଆ ପାଇଁ ପ୍ରେରଣା ଅଟନ୍ତି । ଭାରତରେ ମଧ୍ୟ ରୋନାଲଡୋଙ୍କ ନାମ ଶୁଣୁ ଶୁଣୁ ଫୁଟବଲ୍ ଖେଳାଳୀଙ୍କ ମଧ୍ୟରେ ଏକ ନୂତନ ଉର୍ଜା ଓ ଚେତନା ଆସି ଯାଇଥାଏ । ତ ଇଏ ଗୋଟିଏ ପ୍ରକାରରେ ଏଭଳି ଅନେକ କ୍ଷେତ୍ର ଅଛି ଯେଉଁଠାରେ ଆମେ ବହୁତ କିଛି କାମ ମିଳିମିଶି କରିପାରିବା । ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି । ଆମେ ବିଶ୍ୱର ସବୁ ସମୁଦାୟକୁ ନିଜ ସହିତ ନେଇ କରି ଚାଲିବା ବାଲା ସ୍ୱଭାବର ଦେଶ । ଆମେ ସମସ୍ତେ ମିଳିମିଶି ନା କେବଳ ଭାରତ ଏବଂ ପର୍ତ୍ତୁଗାଲର ହିତ କରିବା, କିନ୍ତୁ ଆମେ ସବୁ ମିଳିମିଶି ଦୁନିଆର ଭଲ ମଧ୍ୟରେ ନିଜର ବହୁତ ବଡ଼ ଯୋଗଦାନ ଦେଇ ପାରିବା ଆଉ ଆଜି ସେହି ଅବସରରେ ମୁଁ ଦେଖୁଛି,ଏଠାକାର ଶକ୍ତିକୁ ମୁଁ ଅନୁଭବ କରି ପାରୁଛି ।

ଭାଇ ଓ ଭଉଣୀମାନେ ଭାରତ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବିକାଶର ନୂତନ ଶିଖରକୁ ଅତିକ୍ରମ କରୁଅଛି । ଭାରତ ହେଉଛି ଭାଗ୍ୟଶାଳୀ, ସେ ଆଜି ଭରପୁର ଯୁବବର୍ଗଙ୍କ ଦେଶ । ଭାରତର ଶତକଡ଼ା 65 ଭାଗ ଜନସଂଖ୍ୟା ହେଉଛି 35ରୁ କମ୍ ବୟସର । ଯେଉଁ ଦେଶ ପାଖରେ ଏଭଳି ଯୁବକ ଥା’ନ୍ତି, ସେହି ଦେଶର ସ୍ୱପ୍ନ ମଧ୍ୟ ଯୁବ ସୁଲଭ ହୋଇଥାଏ ଆଉ ସେହି ଯୁବକ ସ୍ୱପ୍ନଗୁଡ଼ିକର ସାମର୍ଥ୍ୟ ମଧ୍ୟ ଅଲଗା କିଛି ହୋଇଥାଏ । ଆଉ ତାକୁ ନେଇକରି ଭାରତ ନୂତନ ସୀମାକୁ ଅତିକ୍ରମ କରିବା ଦିଗରେ ଆଗକୁ ବଢ଼ୁଛି । ଆଜି ପ୍ରତ୍ୟେକ କ୍ଷେତ୍ରରେ ଭାରତ ବିକାଶର ଶୀର୍ଷ ଆଡ଼କୁ ଛୁଉଁଛି ।

ବିଗତ ତିନି ବର୍ଷ ଧରି ମୋତେ ଦେଶରେ ପ୍ରଧାନ ସେବକ ରୂପେ କାର୍ଯ୍ୟ କରିବାର ସୁଯୋଗ ମିଳିଛି ଆଉ ଆପଣମାନେ ଅନୁଭବ କରୁଥିବେ ଆପଣଙ୍କ ପାଖରେ ଖବର ପହଁଚୁଥିବ ଆଉ ଆଜିକାଲି ତ ସାମାଜିକ ଗଣ ମାଧ୍ୟମ କାରଣରୁ ବହୁତ କିଛି କଥା ଖୁବ୍ ସହଜରେ ମିଳି ଯାଉଛି । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଥିବେ ଯେଉଁମାନେ ବୋଧହୁଏ ନରେନ୍ଦ୍ର ମୋଦୀ ଆପ୍ କୁ ନିଜ ମୋବାଇଲରେ ଡାଉନଲୋଡ୍ କରିଥିବେ । କରି ନାହାନ୍ତି ତ ନିଶ୍ଚିତ କରି ନିଅନ୍ତୁ । ମୁଁ ପ୍ରତି କ୍ଷଣ, ପ୍ରତି କ୍ଷଣ ଆପଣଙ୍କ ପକେଟରେ ରହୁଛି । ଆପଣଙ୍କ ମୋବାଇଲ ଫୋନରେ ଉପଲବ୍ଧ ରହୁଛି । ଭାରତର ପ୍ରତ୍ୟେକ ଗତିବିଧିର ପରିଚୟ, କେତେ ଦୃତ ଗତିରେ ବିକାଶ ହେଉଛି, କେଉଁ କ୍ଷେତ୍ରରେ ବିକାଶ ହେଉଛି ଆପଣମାନଙ୍କୁ ମିଳି ପାରିବ ।

ମହାକାଶ ଜଗତରେ ଭାରତର ଯୁବକମାନେ, ଭାରତର ବୈଜ୍ଞାନିକମାନେ ଚମତ୍କାର କରି ଦେଖାଇ ଦେଲେ । ଗତକାଲି ହିଁ 30 ନାନୋ-ଉପଗ୍ରହ ଉତକ୍ଷେପଣ କରିବାର କାର୍ଯ୍ୟ ଭାରତର ମହାକାଶ ବିଜ୍ଞାନୀମାନେ କରିଛନ୍ତି । କିଛି ଦିନ ପୂର୍ବରୁ ଆମର ମହାକାଶ ବିଜ୍ଞାନୀମାନେ ବିଶ୍ୱ ରେକର୍ଡ କରିଥିଲେ । ଏକାସଙ୍ଗେ 104 ଉପଗ୍ରହକୁ ଉତକ୍ଷେପଣ କରି ଭାରତ ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଥିଲା, ଏହି ଶକ୍ତି ଭାରତ ପାଖରେ ଅଛି ତ ଭାରତ ଏକ ନୂତନ ଶକ୍ତିର ସହିତ, ସାମର୍ଥ୍ୟର ସହିତ ବିକାଶର ନୂତନ ଶିଖରକୁ ଅତିକ୍ରମ କରିପାରୁଛି ।

ଆର୍ଥିକ କ୍ଷେତ୍ରରେ ମଧ୍ୟ ଅନେକ ନୂଆ-ନୂଆ ପରିବର୍ତ୍ତନ ଆସୁଛି । ନିୟମରେ ପରିବର୍ତ୍ତନ ଆସୁଛି । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ କେତେ ଦ୍ୱାର ଖୋଲି ଦିଆଯାଇଛି । ଭାରତରେ ଏକବିଂଶ ଶତାବ୍ଦୀ ଅନୁକୂଳ ବିନିର୍ମାଣ ହେଉ । ଆମର ରେଳ, ସଡ଼କ ଏକବିଂଶ ଶତାବ୍ଦୀ ଅନୁକୂଳ ବିଶ୍ଵ ମାନାଙ୍କ (global benchmark) ଭଳି କିପରି ହେବ ସେହି ଦିଗରେ ଏବେ ଭାରତ କ୍ରମାଗତ ଭାବେ ପ୍ରୟାସ କରୁଛି । ଦ୍ରୁତ ଗତିରେ ଆଗକୁ ବଢୁଛି ।

ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ପୂର୍ବ ଅପେକ୍ଷା ବହୁତ ବଡ଼ମାତ୍ରାରେ ବିଶ୍ୱର ଧ୍ୟାନ ଆକର୍ଷିତ କରିଛି । ଭାରତକୁ ଜାଣିବା, ସ୍ୱିକୃତୀ ଦେବା, ଭାରତରୁ କିଛି ପାଇବା ଏହା ବିଶ୍ୱରେ ଏକ ଆକର୍ଷଣର କେନ୍ଦ୍ର ପାଲଟି ଯାଇଛି । ବିଗତ ଏକ ବର୍ଷରେ ହିଁ ବହୁତ ବଡ଼ମାତ୍ରାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଭାରତରେ ବଢ଼ି ଚାଲିଛି । ପ୍ରତ୍ୟେକ କ୍ଷେତ୍ରରେ ଭାରତ ବିକାଶର ନୂତନ ଶିଖରକୁ ଅତିକ୍ରମ କରିପାରୁଛି ।

ଆଉ ମୋର ବିଶ୍ୱାସ ଅଛି କି ବିଶ୍ୱରେ ଖେଳେଇ ହୋଇ ରହିଥିବା ମୋର ଭାରତୀୟ ସମୁଦାୟର ଭାଇ-ଭଉଣୀମାନେ ଏବଂ ଆମେ ଖୁସି ଯେ ଭାରତୀୟ ଯେଉଁଠାକୁ ଯାଇଛନ୍ତି ସେଠାରେ ନିଜ ପରମ୍ପରାକୁ ବଜାୟ ରଖିଛନ୍ତି । ନିଜ ସାଂସ୍କୃତିକ ପରମ୍ପରାକୁ ଅତୁଟ ରଖିଛନ୍ତି । ଏଠାରେ ବହୁତ ଲୋକ ଥିବେ  କିଏ ଦୁଇ ପିଢିର ହୋଇଥିବେ, କିଏ ତିନି ପିଢିର ହୋଇଥିବେ, କିଏ ନୂତନ ପିଢିର ହୋଇଥିବେ, କିନ୍ତୁ ଆଜି ମଧ୍ୟ ନିଜର ସେହି ମହାନ ପରମ୍ପରା ପ୍ରତି ସେତିକି ଗର୍ବ କରୁଥିବେ । କିନ୍ତୁ ତା ସହିତ ଯେଉଁ ମାଟିର ରୁଟି ଖାଉଛନ୍ତି, ଯାହାର ଲୁଣ ଖାଉଛନ୍ତି ସେହି ଦେଶ ପାଇଁ ମଧ୍ୟ ମନ ପ୍ରାଣ ସହିତ କାମ କରିଥାନ୍ତି । ଆପଣମାନେ ପର୍ତ୍ତୁଗାଲ ପ୍ରତି ମଧ୍ୟ ସେହି ଭାବର ସହିତ କାର୍ଯ୍ୟ କରୁଛନ୍ତି, ସମର୍ପଣ ଭାବର ସହିତ କାର୍ଯ୍ୟ କରୁଛନ୍ତି । ଆଉ ଦୁନିଆରେ ଯେଉଁଠିକୁ-ଯେଉଁଠିକୁ ଭାରତୀୟ ଯାଇଛନ୍ତି, ସେହି ସମାଜ ସହିତ ମିଳି ମିଶି ଯାଇ, ସେହି ସମାଜର ବିକାଶ ମଧ୍ୟରେ ନିଜର ଯୋଗଦାନ ଦେବା, ଯେତେ ବି ସକାରାତ୍ମକ କରିବାର ଅଛି, ତାହା କରିବା, ନିଜ ପରମ୍ପରାଗୁଡିକୁ ପାଳନ କରି ଚାଲିବା ଏହା ଭାରତୀୟ ସମାଜର ବିଶେଷତ୍ୱ ରହିଛି । ସର୍ବ-ସମାବେଶୀ ହେଉଛି ଆମର ସ୍ୱଭାବ, କାରଣ ଭାରତରେ ଆମର ଲାଳନ-ପାଳନ ହେଇଛି ଯେଉଁ ଦେଶରେ ଶହେ ଭାଷାରେ କଥା କୁହାଯାଏ । ଯେଉଁ ଦେଶ ଭିତରେ 1700ରୁ ଅଧିକ ଉପଭାଷା ରହିଛି, ଯେଉଁ ଦେଶରେ ପ୍ରତ୍ୟେକ 20 ମାଇଲ ପରେ ଖାଇବା-ପିଇବାରେ ନୂଆ ସ୍ୱାଦ ମିଳିଥାଏ । ଏହି ସବୁ ବିଶେଷତ୍ୱ ମଧ୍ୟରେ ସେମାନେ ପାଳିତ ହୋଇଛନ୍ତି ବଢିଛନ୍ତି । ସେମାନେ ଦୁନିଆର ପ୍ରତ୍ୟେକ ବିବିଧତାକୁ ନିଜ ଭିତରେ ସମାହିତ କରିବାର ସାମର୍ଥ୍ୟ ରଖିଥାନ୍ତି ଆଉ ସେହି ସଂସ୍କାର କାରଣରୁ ଆଜି ବିଶ୍ୱରେ ଏକ ସଂସ୍କୃତି ସମାଜ ଭାବେ, ଏକ ଗ୍ରହଣ ଯୋଗ୍ୟ ସମାଜ ଭାବେ ଭାରତୀୟ ସମାଜ ନିଜର ସ୍ଥାନ ସୃଷ୍ଟି କରି ପାରିଛି । ଏହି କାର୍ଯ୍ୟ ଆପଣମାନେ କରିଛନ୍ତି, ଆପଣମାନଙ୍କ ପୂର୍ବ ପୁରୁଷମାନେ କରିଛନ୍ତି । ଏକ ପ୍ରକାରେ ଭାରତର ପ୍ରକୃତ ରାଷ୍ଟ୍ରଦୂତ ଭାବେ ଆପଣ ସମସ୍ତେ ମୋର ଭାରତବାସୀ କାମ କରୁଛନ୍ତି । ମୁଁ ଆପଣମାନଙ୍କୁ ଅନ୍ତରର ସହି ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଆଜି ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳିଲା । ବହୁତ ବହୁତ ଧନ୍ୟବାଦ । ଆପଣ ସମସ୍ତଙ୍କୁ ମୋ ତରଫରୁ ବହୁତ-ବହୁତ ଶୁଭକାମନା । ବିବା ପର୍ତ୍ତୁଗାଲ ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.