PM Narendra Modi inaugurates India’s largest cheese factory in Gujarat
Along with ‘Shwet Kranti’ there is also a ‘Sweet Kranti’ as people are now being trained about honey products: PM
Merely talking about the poor is different from working for the poor, something that the NDA government is always doing: PM
I urge you all to integrate people with e-banking, e-wallets: PM
India wants to progress. Corruption and black money is slowing our progress and adversely affecting the poor. These evils have to end: PM
These games of looting the poor and exploiting the middle classes will now be history: PM

ମଞ୍ଚ ଉପରେ ବିରାଜମାନ ସମସ୍ତ ମହାନୁଭବ ଏବଂ ବନାସକାଣ୍ଠାର ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ,

ଆପଣମାନଙ୍କୁ ଲାଗୁଥିବ ଆମ ନରେନ୍ଦ୍ର ଭାଇ ହିନ୍ଦୀରେ କେମିତି କହୁଛନ୍ତି, ଆରେ ଦେଶକୁ ମଧ୍ୟ ଜଣାପଡିବା ଦରକାର କି ବନାସକାଣ୍ଠାର କୃଷକ କିଭଳି କାମ କରୁଛି । ମରୁଭୂମିରେ ଯଦି ଜୀବନ ଭରିଦେବାର ତାକତ ଯଦି ଅଛି, ତ ବନାସକାଣ୍ଠାର କୃଷକ ପାଖରେ ଅଛି, ଉତ୍ତର ଗୁଜୁରାଟର କୃଷକ ପାଖରେ ଅଛି । ଯିଏ ନିଜ ଝାଳ ବୁହାଇ ମାଟିରେ ଜୀବନ ଭରିଦିଏ । ଆଉ ଏଥିପାଇଁ ଦେଶକୁ ଜଣାପଡୁ କି ଏହି ବନାସକାଣ୍ଠା ଜିଳ୍ଲା, ପାକିସ୍ଥାନ ସୀମାରେ ବିନା ପାଣିରେ; ବିନା ବର୍ଷାରେ; ମରୁଭୂମି ଭଳି ଜୀବନ କାଟୁଥିବା ଲୋକ ନିଜ ପରାକ୍ରମରେ ନିଜ ପୁରୁଷାର୍ଥରେ ନିଜ ଭାଗ୍ୟ କେମିତି ବଦଳାଇ ପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟନ୍ତି ଏହି ଜିଲ୍ଲାର ନାଗରିକ; ତାଙ୍କର ପୁରୁଷାର୍ଥ ଅଛି, ଏବଂ ସେମାନଙ୍କର ଅନେକ ସଫଳତା ମଧ୍ୟ ଅଛି ।

ଭାଇମାନେ, ଭଉଣୀମାନେ, ମତେ କୁହାଗଲା ୨୫-୨୭ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କର ବନାସକାଣ୍ଠା ଜିଲ୍ଳାକୁ ଆସିବା ହୋଇଛି । ଭାଇମାନେ, ଭଉଣୀମାନେ ମୁଁ ଆପଣମାନଙ୍କ ମଧ୍ୟକୁ ପ୍ରଧାନମନ୍ତ୍ରୀ ରୂପରେ ନୁହେଁ, ବରଂ ଏହି ମାଟିର ସନ୍ତାନ ଭାବରେ ଆସିଛି । ଏହି ମାଟି ମତେ ବଡ଼ କରିଛି ଆଉ ମୁଁ ଆଜି ବିଶେଷ ରୂପରେ ଆସିଛି, ଶ୍ରଦ୍ଧେୟ ଗଲବାଭାଇଙ୍କୁ, ତାଙ୍କ ତପସ୍ୟାକୁ ପ୍ରଣାମ କରିବା ପାଇଁ ଆସିଛି । ଲକ୍ଷ ଲକ୍ଷ ପ୍ରାଣୀଙ୍କ ତରଫରୁ, ଲକ୍ଷ ଲକ୍ଷ ପରିବାରଙ୍କ ତରଫରୁ, ବନାସକାଣ୍ଠାର ପଡିଆ ଭୂମି ତରଫରୁ ମୁଁ ଆଜି ଗଲବାଭାଇଙ୍କ ଶତାବ୍ଦୀ ସମାରୋହର ଶୁଭାରମ୍ଭରେ ତାଙ୍କୁ ଶତ ଶତ ପ୍ରଣାମ କରୁଛି; ଏହି ସମସ୍ତଙ୍କ ତରଫରୁ ପ୍ରଣିପାତ କରୁଛି ।

ଆପଣ କଳ୍ପନା କରନ୍ତୁ, ଆଜକୁ ୫୦ ବର୍ଷ ପୂର୍ବେ ଯେତେବେଳେ ଗଲବାଭାଇଙ୍କର ବୟସ ୫୦ ବର୍ଷ ଥିଲା, ସେ ଆଠଟି ଛୋଟ ଛୋଟ ଦୁଗ୍ଧ ମଣ୍ଡଳୀ ଆରମ୍ଭ କରିଥିଲେ । ଆଉ ଆଜି କୃଷକମାନଙ୍କ ସହଯୋଗରୁ, ପୁରୁଷାର୍ଥରୁ, ପରିଶ୍ରମରୁ ଆଉ ସେଥିରେ ମଧ୍ୟ ବନାସକାଣ୍ଠାର, ଉତ୍ତର ଗୁଜୁରାଟର ମୋ ମା’ ଭଉଣୀ ମାନଙ୍କର ପୁରୁଷାର୍ଥ କାରଣରୁ, ଯେଉଁମାନେ ପଶୁପାଳନକୁ ପରିବାର ସେବାର ଏକ ଅଂଶ ଭାବେ ଗ୍ରହଣ କରିଛନ୍ତି ସେମାନେ ଶ୍ୱେତ ବିପ୍ଳବ ଆଣି ଆସିଲେ । ଆଜି ମଧ୍ୟ ହେଉଛି ବନାସ ଡ଼ାଏରୀର ସ୍ୱର୍ଣ୍ଣିମ ଜୟନ୍ତୀର ଅବସର । ଏଭଳି ସୁଯୋଗ ଅଟେ କି ଗୋଟିଏ ପଟେ ଏହି ମହାନ ଆନ୍ଦୋଳନର ଜନକ, ଶ୍ୱେତ ବିପ୍ଳବର ଜନକ ଗଲବାଭାଇଙ୍କ ଶତାବ୍ଦୀ, ଆଉ ଆର ପଟେ ତାଙ୍କରି ହାତରେ ଲଗାଯାଇଥିବା ଗଛ, ଆଠଟି ମଣ୍ଡଳୀରୁ ଆରମ୍ଭ ହୋଇଥବବା ଗଛ ଆଜି ବନାସ ଡ଼ାଏରୀ ରୂପରେ ମହାଦ୍ରୁମ ବା ବଟ ବୃକ୍ଷ ହୋଇଯାଇଛି; ତାହାର ସ୍ୱର୍ଣ୍ଣ ଜୟନ୍ତୀର ଏହି ଅବସର । ଆଉ ଏଇଥି ପାଇଁ ଏହି ୫୦ ବର୍ଷରେ ଯେଉଁ ମହାନୁଭବମାନେ ଏହି ବନାସ ଡ଼ାଏରୀକୁ ଚଲାଇଲେ ଆଗକୁ ବଢାଇଲେ ଏହି ଶିଖରକୁ ନେଇଗଲେ, ତାଙ୍କର ଅନେକ ଅଧ୍ୟକ୍ଷ ଆସିଥିବେ, ଅନେକ ପରିଚାଳକ ଆସିଥିବେ, ଅନେକ କର୍ମଚାରୀ ଆସିଥିବେ, ମୁଁ ଆଜି ଏହି ୫୦ ବର୍ଷର ଯାତ୍ରାରେ ଯେଉଁ ସବୁ ଲୋକମାନେ ଯୋଗଦାନ ଦେଇଛନ୍ତି, ସେହି ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ କରୁଛି, ତାଙ୍କୁ ସାଧୁବାଦ ଜଣାଉଛି ।

ଭାଇମାନେ, ଭଉଣୀମାନେ, ଆପଣ ମୁମ୍ବାଇ ଯାଆନ୍ତୁ, ସୁରତ ଯାଆନ୍ତୁ, କୌଣସି ଅନ୍ୟ ଅଞ୍ଚଳକୁ ଯାଆନ୍ତୁ କଷ୍ଟରେ ଜୀବନ ବିତାଇବା ପାଇଁ ଗୁଜୁରାଟରୁ କିଏ ଆସିଛି, ତ ଅଧିକାଂଶ ଜଣା ପଡିଥାଏ କି କଚ୍ଛ ଏବଂ ବନାସକାଣ୍ଠାର ଲୋକ ନିଜ ଗାଁ, ନିଜ ଅଞ୍ଚଳ ଛାଡି ରୋଜଗାର କରିବା ପାଇଁ କେଉଁ ବାହାର ସ୍ଥାନକୁ ଯାଉଥିଲେ, କାରଣ ଏଠାରେ କୌଣସି ପ୍ରାକୃତିକ ସମ୍ବଳ ନ ଥିଲା । ଆଉ ଭାଇମାନେ, ଭଉଣୀମାନେ, ଆମେ ପ୍ରଥମରୁ କହୁଥିଲୁ କି ଯଦି ଥରକ ପାଇଁ ମା’ ନର୍ମଦା ଆମର ଏହି ବନାସର ଧରଣୀକୁ ଆସି ଛୁଇଁ ଯିବ, ମୋ କୃଷକ ମାଟିକୁ ସୁନା କରି ରଖିଦେବ । ଆଜି ସିଏ ବନାସର ଏହି ଶୁଖିଲା ମାଟିକୁ, ମରୁଭୂମି ଭଳି ଏହି ଧରଣୀକୁ, ସୁନାରେ ବଦଳାଇ ଦେଇଛି ।

ମୋର ବରାବର ମନେ ଅଛି, ମୁଁ ନୂଆ ନୂଆ ମୁଖ୍ୟମନ୍ତ୍ରୀ ହୋଇଥାଏ । କେତେ ଗୁଡିଏ ପ୍ରଶ୍ନ ଚିହ୍ନ ମୋ ପାଇଁ ଲାଗୁଥାଏ । ଏହି ମୋଦୀ, ମୁଖ୍ୟମନ୍ତ୍ରୀ କ’ଣ କରିବେ! ଏଇ ତ କେବେ! ଗାଁର ସରପଞ୍ଚ ନ ଥିଲେ! କେବେ ନିର୍ବାଚନ ଲଢି ନାହାନ୍ତି! ଏହାଙ୍କୁ କ’ଣ ଆସିବ! ବଡ ଥଟ୍ଟା କରୁଥିଲେ । ସେହି ସମୟରେ ମୋର ସର୍ବ ପ୍ରଥମ ସାର୍ବଜନିକ କାର୍ଯ୍ୟକ୍ରମ ଦୀଶାରେ ହୋଇଥିଲା, ଏହି ମାଟିରେ ହୋଇଥିଲା, ଏହି ପଡିଆରେ ହୋଇଥିଲା । ଆଉ ତାହା ଥିଲା ଲୋକ କଲ୍ୟାଣ ମେଳା । ଆଉ ସେଇ ଦିନ ମୁଁ ଯେଉଁ ଦୃଶ୍ୟ ଦେଖିଥିଲି ଆଜି ତା ଠାରୁ ଅନେକ ଗୁଣ ବଡ ଦୃଶ୍ୟ ମୋ ଆଖି ସାମ୍ନାରେ ଦେଖୁଛି ।

ଭାଇମାନେ, ଭଉଣୀମାନେ! ମୋର ଠିକ୍ ଭାବେ ମନେଅଛି ବନାସକାଣ୍ଠାର କୃଷକମାନେ ମୋ ଉପରେ ବହୁତ ଅଭିମାନ କରୁଥିଲେ, ରାଗୁଥିଲେ । କେବେ କେବେ ମୋର ପୁତ୍ତଳିକା ଜଳାଉଥିଲେ । ଆଉ ପୁଣି ମୁଁ ସାହସ କରି ସେମାନଙ୍କ ମଧ୍ୟକୁ ଯାଉଥିଲି । ଆଉ ମୁଁ ସେମାନଙ୍କୁ କହୁଥିଲି ଯେ, ଯଦି ବନାସକାଣ୍ଠାର ଭାଗ୍ୟ ବଦଳାଇବାକୁ ଅଛି ତ ଆମକୁ ପାଣି ବଞ୍ଚାଇବାକୁ ପଡିବ, ବିଜୁଳିର ତାର ଛାଡିବାକୁ ପଡିବ । କୃଷକକୁ ବିଜୁଳି ନୁହେଁ ପାଣି ଦରକାର, ଏହି କଥା ମୁଁ ସେତେବେଳେ କହୁଥିଲି ସେମାନଙ୍କର ଅଭିମାନର ପାତ୍ର ହେଉଥିଲି, କିନ୍ତୁ ଇଏ ମୋର ସୌଭାଗ୍ୟ ଅଟେ ଯେ ସେହି ବନାସକାଣ୍ଠା, ସେହି ମୋର ବନାସକାଣ୍ଠାର କୃଷକ, ସେମାନେ ମୋ କଥାକୁ ସହୃଦୟତାର ସହିତ ଗ୍ରହଣ କଲେ, ଆଉ ଆଜି ବୁନ୍ଦା ଜଳସେଚନରେ, ଫୁଆରା ଜଳସେଚନରେ ସଂପୁର୍ଣ୍ଣ ଗୁଜୁରାଟକୁ ଏକ ନମ୍ବର ସ୍ଥାନରେ ଠିଆ କରିଦେଲେ । ମୁଁ ସେହି ସମସ୍ତ କୃଷକମାନଙ୍କୁ, ମୁଁ ଆଜି ସେହି ସମସ୍ତ କୃଷକମାନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି । ସେମାନେ ନା କେବଳ ନିଜର ଭାଗ୍ୟ ବଦଳାଇଲେ ଏହା ନୁହେଁ ସେମାନେ ଆଗାମୀ ଅନେକ ଅନେକ ପିଢିଙ୍କ ଭାଗ୍ୟ ବଦଳାଇଦେଲେ ।

ମୋର ମନେ ଅଛି, ୨୦୦୭ କିମ୍ବା ୦୮ ବର୍ଷ ହେବ, ଏମିତି ଏକ କୃଷକମାନଙ୍କ ପାଇଁ ମୋର କାର୍ଯ୍ୟକ୍ରମ ଥିଲା, ତ ମୁଁ ବନାସକାଣ୍ଠା ଆସିଥିଲି । ଆମର ଜଣେ ବନ୍ଧୁ ଅଛନ୍ତି, ଦିବ୍ୟାଙ୍ଗ ଶ୍ରୀ ଗେନାଜୀ । ଗେନାଜୀ ଆମ ଲାଖନୀ ତହସିଲର ଅଟନ୍ତି । ଗେନାଜୀ ଚାଲି ପାରନ୍ତି ନାହିଁ, ଦିବ୍ୟାଙ୍ଗ ଅଟନ୍ତି, କିନ୍ତୁ ହେଉଛନ୍ତି ବଡ଼ ପ୍ରଗତିଶୀଳ କୃଷକ । ସେ ଏତେ ବଡ ଡାଳିମ୍ବ ଆଣି; ଅନାର ଆଣି ମତେ ସାକ୍ଷାତ କରିବାକୁ ଆସିଥିଲେ, ନଡିଆ ଠାରୁ ମଧ୍ୟ ବଡ ଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୁଁ ତାଙ୍କୁ ପଚାରିଲି ଭାଇ ଏ କମାଲ ଆପଣ କେମିତି କଲେ? କହିଲେ ସାହେବ ଆଜି ତ’ ମୋ ଖେତକୁ ପୂରା ଜିଲ୍ଲାର ଲୋକ ଦେଖିବା ପାଇଁ ଆସୁଛନ୍ତି, ଆଉ ଆପଣ ଦେଖିବେ ଧୀରେ ଧୀରେ ଡାଳିମ୍ବ ଚାଷରେ ବନାସକାଣ୍ଠା ବହୁତ ଆଗେଇ ଯିବ । ଗୋଟିଏ ଗାଁର ହେଉଛନ୍ତି ମୋ ଗେନାଜୀ, ସରକାରୀ ତାଲିକାରେ ଥିବା ଗେନାଜୀ ! ଆସିଥିବେ କେଉଁଠି ବୋଧହୁଏ ବସିଥିବେ । ଆମ ଗେନାଜୀ କେଉଁଠି ବସିଥିବେ । କ’ଣ କମାଲ କରି ରଖି ଦେଲେ, ଭାଇମାନେ, ଭଉଣୀମାନେ ବନାସକାଣ୍ଠାର କୃଷକ, ପ୍ରଗତିଶୀଳ କୃଷକ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଆଉ ଜଣେ ଦୁଇଜଣ କୃଷକ ନୁହନ୍ତି, ଗୋଟିଏ ଆନ୍ଦୋଳନ ଛିଡା ହୋଇଛି । ଆଜି ମଧ୍ୟ ବନାସକାଣ୍ଠାରେ ହେକ୍ଟର ପ୍ରତି ଆଳୁ ଉତ୍ପାଦନର ଯେଉଁ ରେକର୍ଡ କରିଛି ସେହି ରେକର୍ଡ କେହି ଭାଙ୍ଗି ପାରି ନାହାନ୍ତି । ଏହି କାମ ବନାସକାଣ୍ଠା କରି ଦେଖାଇଛି । ଆଜି ବନାସକାଣ୍ଠା ଆଳୁ ପାଇଁ ମଧ୍ୟ ପରିଚିତ ହୋଇଛି ।

ଭାଇମନେ, ଭଉଣୀମାନେ! କୃଷକମାନଙ୍କ ପାଇଁ କିଛି ଜିନିଷ କେମିତି ବରଦାନ ହୋଇଛି । ଗଲବାଭାଇ ଯେତେବେଳେ ଗୋପାଳନ ବା ଡାଏରୀ କାମ ଆରମ୍ଭ କରିଥିଲେ, ଯେଉଁଠି ପାଣି ନ ଥାଇ ମରୁଭୂମି ଥିବ, ୧୦ ବର୍ଷରେ ସାତ ବର୍ଷ ମରୁଡି ହୋଇଥିବ; ଯେଉଁଠି କୃଷକ ଇଶ୍ୱରଙ୍କ ଇଚ୍ଛାରେ ଜୀବନ କାଟୁଥିବ; ତା’ ପାଇଁ ତ ଆତ୍ମହତ୍ୟା ଗୋଟିଏ ମାତ୍ର ପଥ ଭାବେ ବାକିଥାଏ । କିନ୍ତୁ ଏହି ଜିଲ୍ଲା କୃଷକମାନଙ୍କୁ ପଶୁପାଳନ ଆଡକୁ ଟାଣି ନେଲା, ଦୁଗ୍ଧ ପାଳନ ଆଡକୁ ଟାଣି ନେଲା ଏବଂ ପଶୁମାନଙ୍କର ସେବା କରୁ କରୁ, ଦୁଗ୍ଧ କ୍ରାନ୍ତି କରୁ କରୁ ନିଜ ପରିବାରକୁ ଚଳାଇଲା, ପିଲାମାନଙ୍କୁ ପଢାଇଲା ଜୀବନକୁ ଆଗକୁ ନେଇ ଚାଲିଲା ।

ଭାଇ ଓ ଭଉଣୀମାନେ ଏଇ ବନାସକାଣ୍ଠା, ଏଇ ଗୁଜୁରାଟ, ଯିଏ ଶ୍ୱେତ ବିପ୍ଳବର ନେତୃତ୍ୱ ନେଇଥିଲା; ଆଜି ମତେ ଖୁସି ଲାଗୁଛି କି ବନାସ ଡ଼ାଏରୀ ଶ୍ୱେତ ବିପ୍ଳବ ସହିତ ମଧୁର କ୍ରାନ୍ତିର ମଧ୍ୟ ଜୟଶଙ୍ଖ ବଜାଇଛି । ଯେଉଁଠାରେ ଶ୍ୱେତ ବିପ୍ଳବ ହୋଇଥିଲା ସେଠାରେ ଏବେ ମଧୁର କ୍ରାନ୍ତି ବା ବିପ୍ଳବ ହେବାକୁ ଯାଉଛି । ମଧୁ କ୍ରାନ୍ତି ! ମହୁ! ବନାସ ଡ଼ାଏରୀ କ୍ଷୀର ପାଇଁ ଯେପରି ବ୍ୟବସ୍ଥା କରିଛି, କୃଷକମାନଙ୍କୁ ମହୁ ମାଛି ପାଳନ ନିମନ୍ତେ ତାଲିମ ଦେବା ଆରମ୍ଭ କରିଛି । ଆଜି ସେହି ମହୁ ପ୍ରଥମେ ପ୍ୟାକେଜିଂ ହୋଇ ବଜାରରେ ରଖାଯାଇଛି । ମୋର ପୁରା ବିଶ୍ୱାସ ଅଛି ଯେ, ଗୁଜୁରାଟରେ ଯେଉଁ ଡ଼ାଏରୀ ନେଟୱାର୍କ ଅଛି, ଆଉ ପ୍ରାୟ ସବୁ ଜିଲ୍ଲାରେ ଡ଼ାଏରୀ ନେଟୱାର୍କ ଅଛି, କୃଷକମାନଙ୍କର ସମିତିମାନ ପ୍ରତିଷ୍ଠା ହୋଇଛି । କ୍ଷୀର ସହିତ ବିଲରେ ଯଦି ମହୁ ମାଛି ପାଳନକୁ ମଧ୍ୟ କୃଷକମାନେ ଗ୍ରହଣ କରନ୍ତି ତ ଯେମିତି କ୍ଷୀର ଦେବାକୁ ଯାଉଛନ୍ତି, ସେମିତି ମଧୁ ଦେବାକୁ ଯିବେ, ମହୁ ଦେବାକୁ ଯିବେ, ମହୁ ନେଇକରି ଯିବେ, ଆଉ ଡ଼ାଏରୀର ଗାଡ଼ି ଗୁଡିକରେ କ୍ଷୀର ମଧ୍ୟ ଯିବ, ମହୁ ମଧ୍ୟ ଯିବ । ଅତିରିକ୍ତ ଲାଭ, ଅତିରିକ୍ତ ଉପକାର, ଅତିରିକ୍ତ ରୋଜଗାର ଏକ ନୂଆ ରାସ୍ତା, ଗୁଜୁରାଟର ଡ଼ାଏରୀ ମଧ୍ୟ, ସମସ୍ତ କୃଷକ, ଏହି ରାସ୍ତାରେ ଚାଲି ଗୋଟିଏ ଶ୍ୱେତ ବିପ୍ଳବ ସହିତ ମଧୁର କ୍ରାନ୍ତି ମଧ୍ୟ ଆଣିପାରିବେ ଏହା ମୋର ବିଶ୍ୱାସ ଅଛି । ଦୁନିଆରେ ମହୁର ଚାହିଦା ରହିଛି, ବହୁତ ବଡ଼ ବଜାର ମଧ୍ୟ ରହିଛି । ଯଦି ଆମେ ମହୁ ଉତ୍ପାଦନରେ ଆଗକୁ ଚାଲି ଯିବା, ଏବଂ ଯେତେବେଳେ ନର୍ମଦାର ପାଣି ଆସୁଛି । ନର୍ମଦାର ନିକଟତମ ଅଞ୍ଚଳକୁ ତ ବହୁତ ବଡ଼ ମାତ୍ରାରେ ଏହାର ଲାଭ ମିଳୁଛି । ସାର ଉପଯୋଗ କରିବାର କୌଶଳ ବଦଳାଇବାକୁ ପଡୁଛି, କିନ୍ତୁ ବହୁତ ବଡ଼ ମାତ୍ରାରେ ଲାଭ ମିଳିଥାଏ ଆଉ ଯେମିତି ବନାସକାଣ୍ଠାର କୃଷକ ମନ ବଦଳିଛି, ଏହା ମଧ୍ୟ ବଦଳି କରି ରହିବ ଏହା ମୋର ବିଶ୍ୱାସ ଅଛି ।

ଆଜି ବନାସ ଡ଼ାଏରୀ ଅମୂଲ ବ୍ରାଣ୍ଡ ସହିତ ଛେନା ଉତ୍ପାଦନର ଏକ କାରଖାନା ଶୁଭାରମ୍ଭ କରିଛି । ଗୁଜୁରାଟରେ ଯେତେଗୁଡିଏ ଡ଼ାଏରୀ ଏହି ଛେନା ଉତ୍ପାଦନ କାର୍ଯ୍ୟ ଯୋଗୁଁ ଚାଲୁଛି, ଆପଣ ଆଶ୍ଚର୍ଯ୍ୟ ହେବେ ଦୁନିଆରେ କେତେ ଦେଶ ଅଛି, ଯେଉଁମାନେ ଅମୂଲ ବ୍ରାଣ୍ଡର ଛେନା ମାଗୁଛନ୍ତି । ଯେତେ ଉତ୍ପାଦନ ହେଉଛି, ତୁରନ୍ତ ବିକ୍ରି ହୋଇ ଯାଉଛି, ଲୋକ, ଗ୍ରାହକ ମିଳି ଯାଉଛନ୍ତି । ଆଜି ସେଥିରେ ଏକ ଅଭିବୃଦ୍ଧି ବନାସ ଡ଼ାଏରୀ ଦ୍ୱାରା ହେଉଛି, ମୁଁ ସେମାନଙ୍କୁ ଅଭିନନ୍ଦନ କରୁଛି । ଆଜି ଡ଼ାଏରୀ ଏକ ବହୁତ ବଡ଼ ଶୁଭାରମ୍ଭ କରିଛି, କାଙ୍କ୍ରେଜର ଗାଈ, ଏହି ପ୍ରଜାତିର ମୂଲ୍ୟ ଆମେ ସମସ୍ତେ ଜାଣିଛେ, ବୈଜ୍ଞାନିକ କୌଶଳରେ ମଧ୍ୟ ଗିରର ଗାଈ, କାଙ୍କ୍ରେଜର ଗାଈ, ଏହାର ମାହାତ୍ମ୍ୟ ସ୍ୱୀକାର କରିଛି । ଏବେ ଏ-୨ କ୍ଷୀର, ଯେଉଁ କାଙ୍କ୍ରେଜର ଗାଈ କ୍ଷୀର ହେଉଛି ଏକ ବିଶେଷତ୍ୱ, ବିଶେଷ ତତ୍ତ୍ୱ ଅଛି, ଯାହାକୁ ଆଜି ସେମାନେ ବଜାରରେ ରଖିଛନ୍ତି । ଯେଉଁ ସ୍ୱାସ୍ଥ୍ୟ ସଚେତନ ଲୋକମାନେ ଅଛନ୍ତି, ଯେଉଁଠାରେ ପିଲାମାନଙ୍କର ଅପପୃଷ୍ଟିର ସମସ୍ୟା ରହିଛି, ସେହି ପିଲାମାନଙ୍କ ପାଇଁ ଏ-୨ କ୍ଷୀର, କାଙ୍କ୍ରେଜ ଗାଈର ଏ-୨ କ୍ଷୀର ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇ ପାରିବ, ଏଭଳି ଏକ ଭଗୀରଥ କାର୍ଯ୍ୟ ମଧ୍ୟ ଏଠାରେ ଆରମ୍ଭ ହୋଇଛି । ଏଠାରେ କାଙ୍କ୍ରେଜ ଗାଈ ପ୍ରଜାତିର ବିକାଶ କରିବା, ସେଥିରେ ସୁଧାର କରିବା, ତାଙ୍କ କ୍ଷମତାରେ ସୁଧାର ଆଣିବା, ସେହି ଗାଈ ପିଛା ଦୁଗ୍ଧ ଉତ୍ପାଦନ ବଢାଇବା, ସେଥିପାଇଁ ମଧ୍ୟ ବୈଜ୍ଞାନିକ କୌଶଳ ଚାଲିଛି ।

ମୁଁ ବନାସକୁ ଯେତେବେଳେ ଆସିଛି ସେତେବେଳେ ବନାସ ଡ଼ାଏରୀ ଠାରୁ ଚାହିଁବି ଯେ ସେମାନେ ଆଉ ଏକ କାମ ମଧ୍ୟ କରନ୍ତୁ, ଆଉ କରି ପାରିବେ । ବନାସ ହେଉ, ସାମ୍ଭର ଡ଼ାଏରୀ ହେଉ, ଦୁଗ୍ଧ ସାଗର ଡ଼ାଏରୀ ହେଉ; ଏହି ତିନୋଟି ମିଶିକରି ମଧ୍ୟ କରି ପାରିବେ । ଦୁଇଟି ଜିନିଷ ଆମେ ଏମିତି ଉତ୍ପାଦନ କରୁଛୁ, ଆମ କୃଷକ; କିନ୍ତୁ ଆମେ ଶସ୍ତାରେ ବିକ୍ରି କରି ଦେଉଛୁ । ଆଉ ଆମେ ଯେଉଁ ଜଡା ଚାଷ କରୁଛୁ, ଦିବେଲା; ଏରେଣ୍ଡା । ୮୦ ପ୍ରତିଶତ ଚାଷ ଆମର ଏଠି ହେଉଛି, ତାହାର ଉତ୍ପାଦନ । ତାହା ଉପରେ ଏତେ ମୂଲ୍ୟଯୁକ୍ତ ହେଉଛି,ଏତେ ପ୍ରକ୍ରିୟା କରଣ ହେଉଛି । ସାରା ଦୁନିଆର ମହତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନରେ ମହାକାଶ ଯାନର ବୈଷୟିକ ଜ୍ଞାନରେ ଏହି ଜଡା ତେଲରୁ ତିଆରି ଜିନିଷ ସବୁଠାରୁ ସଫଳ ରହିଥାଏ । କିନ୍ତୁ ଆମେ ଯେଉଁମାନେ ଅଛୁ, ଏବେ ମଧ୍ୟ ଆମ ଦିବେଲା, ଏରେଣ୍ଡା ଯାହା କହିବା; ଯେମିତି କି ସେମିତି ବିକି ଦେଉଛୁ । ଏହି ବନାସ, ଦୁଗ୍ଧ ସାଗର, ସାମ୍ଭର ଏକ ଗବେଷଣା କେନ୍ଦ୍ର ତିଆରି କରିବା ଏବଂ ଆମେ, ଆମର କୃଷକ ଯିଏ ଏଠାରେ ଜଡା ଉତ୍ପାଦନ କରୁଛନ୍ତି, ଏରେଣ୍ଡା ଉତ୍ପାଦନ କରୁଛନ୍ତି, ଦିବେଲା ଉତ୍ପାଦନ କରୁଛନ୍ତି, ସେଥିରେ ମୂଲ୍ୟଯୁକ୍ତ କିପରି କରିବା ଆଉ ଆମର ଏ ଦାମୀ ସମ୍ପତ୍ତି ପାଣି ଦରରେ ବାହାରକୁ ଚାଲି ଯାଉଛି, ଏହାକୁ ଆମେ ବଞ୍ଚାଇବା ।

ଅନ୍ୟଟି ହେଉଛି ଇସାବଗୋଲ । ଇସାବଗୋଲର ତାକତ ବହୁତ ବଡ଼ ତାକତ ଅଟେ । ସେଥିରେ ବହୁତ ମୂଲ୍ୟଯୁକ୍ତ କରାଯାଇ ପାରିବ । ଯେତେବେଳେ ଭର୍ଗିଜ କୁରିଏନ ବଞ୍ଚିଥିଲେ, ତ ଶ୍ରୀମାନ କୁରିଏନଜୀଙ୍କୁ ମୁଁ କହିଥିଲି ଯେ ଆପଣ ଇସାବଗୋଲକୁ ମୂଲ୍ୟଯୁକ୍ତ କରିବା ପାଇଁ କାମ କରନ୍ତୁ । ସେ ଆରମ୍ଭ କରିଥିଲେ, ଇସାବଗୋଲର ଆଇସ୍କ୍ରିମ କରିଥିଲେ । ଆଉ ଆଇସ୍କ୍ରିମର ନାମ ଦେଇଥିଲେ ଇସାବକୁଲ୍ । ସେ ସେହି ସମୟରେ ଆନନ୍ଦର ସହିତ ଆରମ୍ଭ କରିଥିଲେ । ଏତେବଡ଼ ବିଶ୍ୱ ବଜାର ଅଛି ଇସାବଗୋଲର । ତା ବିଷୟରେ ମଧ୍ୟ ଯଦି ଆମେ ବୈଜ୍ଞାନିକ କୌଶଳରେ କାମ କରିବା ତାହେଲେ ବହୁତ ବଡ ପରିବର୍ତ୍ତନ ଆଣି ପାରିବା, ଆଉ ଆମକୁ ଆଣିବା ଦରକାର ।

ଭାଇମାନେ, ଭଉଣୀମାନେ, ଏବେ ପୁରା ଦେଶରେ ଏହି କଥାର ଚର୍ଚ୍ଚା ଚାଲୁଅଛି କି ନୋଟଗୁଡିକର କ’ଣ ହେବ? ଆପଣ ମତେ କୁହନ୍ତୁ, ଆଠ ତାରିଖ ପୂର୍ବରୁ ୧୦୦ ଟଙ୍କିଆ ନୋଟର କୌଣସି ମୂଲ୍ୟ ଥିଲା କି? ୫୦ ଟଙ୍କିଆ ନୋଟର କୌଣସି ମୂଲ୍ୟ ଥିଲା କି? ୨୦ ଟଙ୍କିଆ ନୋଟର କୌଣସି ମୂଲ୍ୟ ଥିଲା କି? ଛୋଟ ନୋଟଗୁଡିକୁ କିଏ ପଚାରୁଥିଲେ କି? ସମସ୍ତେ ବଡ଼ ନୋଟକୁ ହିଁ ପଚାରୁଥିଲେ । ହଜାର, ପାଞ୍ଚ ଶହ; ହଜାର, ପାଞ୍ଚ ଶହ; ହଜାର, ପାଞ୍ଚ ଶହ । ଆଠ ତାରିଖ ପରେ ଦେଶ ଦେଖିଲା ୧୦୦ର ମୂଲ୍ୟ କିପରି ବଢି ଗଲା, କିପରି ତା’ର ତାକତ ବଢିଗଲା, ସତେ ଅବା ଜୀବନ୍ୟାସ ପାଇଗଲା ।

ଭାଇମାନେ, ଭଉଣୀମାନେ, ଯେପରି ଆଠ ତାରିଖ ପୂର୍ବରୁ ବଡ଼ ବଡ଼ିଆଙ୍କ ଖାତିର ଥିଲା, ହଜାର ଏବଂ ପାଞ୍ଚଶହକୁ ହିଁ ଗଣା ଯାଉଥିଲା, ୨୦,୫୦,୧୦୦କୁ କେହି ପଚାରୁ ନ ଥିଲେ, ଛୋଟ ଆଡକୁ କେହି ଦେଖୁ ନ ଥିଲେ । ଆଠ ତାରିଖ ପରେ କେହି ବଡ଼ ଆଡକୁ ଦେଖିବାକୁ ପ୍ରସ୍ତୁତ ନୁହନ୍ତି, ସମସ୍ତେ ଛୋଟ ପାଇଁ ପ୍ରସ୍ତୁତ ହୋଇଗଲେ ଭାଇମାନେ । ଏହି ତଫାତ୍ ଆସିଛି ଆଉ ଯେପରି ବଡ଼ ନୋଟ୍ ନୁହେଁ ଛୋଟ ନୋଟର ତାକତ୍ ବଢି ଯାଇଛି; ବଡ଼ ଲୋକମାନଙ୍କର ନୁହେଁ, ଛୋଟ ଲୋକମାନଙ୍କର ତାକତ୍ ବଢାଇବା ପାଇଁ ଏହି ବହୁତ ବଡ ନିର୍ଣ୍ଣୟ ମୁଁ କରିଅଛି । ଦେଶର ଗରିବ, ଦେଶର ସାମାନ୍ୟ ନାଗରିକ, ଯେମିତି ଶହେ ଟଙ୍କିଆର ତାକତ୍ ବଢି ଯାଇଛି ସେହିପରି ଗରିବର ତାକତ୍ ବଢାଇବା ପାଇଁ ମୁଁ ଏହି କାମ କରିଛି । ଆପଣ କଳ୍ପନା କରି ପାରୁଥିବେ ଭାଇମାନେ, ଆପଣ ଦେଖିଥିବେ କିଛି ବି କିଣିବାକୁ ଯିବେ, ନକଲି ନା ଅସଲି ବିଲ୍? ବିଲ୍ ମାଗିବେ ତ ଛୋଟ ବେପାରି ମଧ୍ୟ କହନ୍ତି ନାହିଁ, ନା ବିଲ୍ ଫିଲ୍ ନବାର ଅଛି ତ ଅନ୍ୟ ଦୋକାନକୁ ଯାଅ । ନଗଦ ଦେବାର ଅଛି ତ ନେଇଆସ; ଏମିତି ହିଁ ଚାଲିଲା । ଘର ଦରକାର ଘରବାଲା କହେ ଚେକ୍ ରେ ଏତିକି, ନଗଦରେ ଏତିକି । ଏବେ ସେହି ଗରିବ ଲୋକଟି ନଗଦ ଟଙ୍କା ଆଣିବ କେଉଁଠୁ?

ଭାଇମାନେ, ଭଉଣୀମାନେ! ଏହି ଭଳି ଭାବେ ଟଙ୍କା ଛାପି ଚାଲିଲେ, ଛାପି ଚାଲିଲେ, ଛାପି ଚାଲିଲେ ଆଉ ଦେଶ, ତାହାର ଅର୍ଥତନ୍ତ୍ର, ଏହି ନୋଟ୍ ଗଦା ତଳେ ଦବିବାକୁ ଳାଗିଲା । ଭାଇମାନେ, ଭଉଣୀମାନେ ମୋର ଲଢାଇ ହେଉଛି ଆତଙ୍କବାଦ ବିରୁଦ୍ଧରେ, ଆତଙ୍କବାଦୀଙ୍କୁ ଶକ୍ତି ମିଳିଥାଏ ଜାଲ୍ ନୋଟରୁ । ଆଉ ଆମେ ତ ସୀମା ସେପଟେ କ’ଣ ହେଉଛି, ସମସ୍ତେ ଜାଣନ୍ତି ପଡୋଶୀରେ ହିଁ ରୁହନ୍ତି । କେମିତି କଷ୍ଟ ଆମକୁ ସହିବାକୁ ପଡୁଛି, ଏହି ବନାସକାଣ୍ଠା ପାଟନ ଜିଲ୍ଲାର ଲୋକ ଅଧିକ ଜାଣନ୍ତି ।

ଭାଇମାନେ, ଭଉଣୀମାନେ! ଜାଲ୍ ନୋଟ କାରବାର କରୁଥିବା ଲୋକ, ହିନ୍ଦୁସ୍ଥାନରେ ଯେତେ ହୋ-ହଲ୍ଲା ହେଉଛି ନା ତାଠାରୁ ଅଧିକ ବାହାରେ ହେଉଛି, ଜାଲ୍ ନୋଟ୍ କାରବାର କରୁଥିବା ଲୋକ ବାହାରେ ଅଛନ୍ତି । ନକ୍ସଲବାଦ, ସମସ୍ତ ଯୁବକ ଆତ୍ମସମର୍ପଣ କରି ଫେରି ଆସୁଛନ୍ତି । ସମସ୍ତଙ୍କୁ ଲାଗୁଛି ଯେ ଏବେ ମୁଖ୍ୟଧାରାକୁ ଫେରି ଆସିବା ଦରକାର । ଆତଙ୍କବାଦୀମାନଙ୍କୁ ଯେଉଁଠାରୁ ତାକତ୍ ମିଳୁଥିଲା ସେହି ରାସ୍ତାକୁ ବନ୍ଦ କରିବାରେ ସଫଳ ହୋଇଛୁ । ଏହି ଜାଲ୍ ନୋଟ୍ର କାରବାର, ତାହାର ମୃତ୍ୟୁ କ୍ଷଣ, ଏକ ନିଷ୍ପତ୍ତିରୁ କରାଯାଇଛି, ଭାଇମାନେ, ଭଉଣୀମାନେ । ଭ୍ରଷ୍ଟାଚାର ଓ କଳାଧନରୁ କାହାକୁ କଷ୍ଟ ହେଉଥିଲା? କୌଣସି ବେଇମାନକୁ ନା ତ’ ଭ୍ରଷ୍ଟାଚାର ଦ୍ୱାରା ଅସୁବିଧା ଥିଲା, ନା ତ’ କଳାଧନ ଦ୍ୱାରା ଅସୁବିଧା ଥିଲା । ଯଦି ଏକ ଭ୍ରଷ୍ଟାଚାରୀ ଅନ୍ୟ ଜଣେ ଭ୍ରଷ୍ଟାଚାରୀକୁ କିଛି ଦେବାକୁ ପଡୁଥିଲା ତାହାଲେ ମଧ୍ୟ ଦେଉଥିବା ଭ୍ରଷ୍ଟାଚାରୀ ଦୁଃଖୀ ହେଉ ନ ଥିଲା । ଯଦି କେହି ଦୁଃଖୀ ଥିଲା ତ ସେ ଥିଲା ଏହି ଦେଶର ସଚ୍ଚୋଟ ନାଗରିକ । କିଏ ବ୍ୟସ୍ତ ବିବ୍ରତ ଥିଲା ତ ଏହି ଦେଶର ସଚ୍ଚୋଟ ନାଗରିକ ବିବ୍ରତ ଥିଲା । ୭୦ ବର୍ଷ ଧରି ଏହି ସଚ୍ଚୋଟ ଲୋକମାନଙ୍କୁ, ୭୦ ବର୍ଷ ଧରି ଏହି ସଚ୍ଚୋଟ ଲୋକମାନଙ୍କୁ ଆପଣ ଲୁଟିଲେ, ଆପଣ ବିବ୍ରତ କଲେ, ସେମାନଙ୍କର ବଞ୍ଚିବା କଷ୍ଟକର କରିଦେଲେ । ଆଜି ମୁଁ ଯେତେବେଳେ ସଚ୍ଚୋଟ ମାନଙ୍କ ସହିତ ଠିଆ ହୋଇଛି ତେବେ ସଚ୍ଚୋଟମାନଙ୍କୁ ଉତକ୍ଷିପ୍ତ କରାଯାଉଛି । ଆଉ ମୁଁ ଖୁସି ଯେ ମୋ ଦେଶର ସଚ୍ଚୋଟ ନାଗରିକ ମାନେ, ଲକ୍ଷେ ଥର ଉତକ୍ଷିପ୍ତ କରିବା ପରେ ମଧ୍ୟ ସରକାରଙ୍କର ଏହି ନିଷ୍ପତ୍ତି ସହିତ ରହିଲେ । ମୁଁ ଶହେ ପଚିଶ କୋଟି ଦେଶବାସୀଙ୍କୁ ଶହେ ଥର ଲେଖାଏଁ ପ୍ରଣାମ କରୁଛି ଯେ ଏତେ ବଡ଼ କାମରେ ସେମାନେ ମତେ ସାହାଯ୍ୟ କଲେ ।

ଭାଇମାନେ, ଭଉଣୀମାନେ! ଆଜିକାଲି ବଡ଼ ବୁଦ୍ଧିମାନ ଲୋକ ଭାଷଣ ଶୁଣାଉଛନ୍ତି କି ମୋଦିଜୀ ଆପଣ ଏତେବଡ଼ ନିଷ୍ପତ୍ତି କଲେ କିନ୍ତୁ ଆମେ ବଞ୍ଚିଥିବା ଯାଏ କୌଣସି ଲାଭ ମିଳିବ ନାହିଁ; ମରିବା ପରେ ମିଳିବ । ଭାଇମାନେ, ଭଉଣୀମାନେ ଆମ ଦେଶରେ ଜଣେ ଆମ ଦେଶରେ ଜଣେ ଚାରବାଗ ଋଷି ଥିଲେ । ଏହି ଚାରବାଗ ଋଷି କହୁଥିଲେ:-‘ଋଣଂ କୃତ୍ୱା ଘୃତମ୍ ପିବେତ’ ସେ କହୁଥିଲେ ଆରେ! ମୃତ୍ୟୁ ପରେ କ’ଣ ହେବ କିଏ ଜାଣିଛି? ଯାହା ମଉଜ କରିବାର ଅଛି ଏବେ କରିଦିଅ; ଯାହା ଖାଇବାର ଅଛି ଖାଇଦିଅ, ଘିଅ ପିଇବାର ଅଛି ତ ପିଇ ଦିଅ; ଆନନ୍ଦରେ ବଞ୍ଚି ଚାଲ । ଏହି ଚାରବାଗର ଦର୍ଶନ ଶାସ୍ତ୍ରକୁ କେବେ ବି ହିନ୍ଦୁସ୍ଥାନ ସ୍ୱୀକାର କରି ନାହିଁ । ଆମର ଦେଶ ତ ଏମିତିକା, ବୁଢା ଗରିବ ମାଆ-ବାପା; ପଇସା ବହୁତ କମ୍ ଥିବ ତ ବୁଢା ବାପା ଆଉ ବୁଢି ମାଆ କଥାବାର୍ତ୍ତା ହୁଅନ୍ତି ଯେ ସଂଧ୍ୟାରେ ତରକାରୀ କରିବା ବନ୍ଦ କରି ଦିଅ । କିଛି ପଇସା ବଞ୍ଚିଯିବ ତ ମଲା ପରେ ପିଲାମାନଙ୍କ କାମରେ ଆସିବ । ମୋ ଦେଶ ମରିବା ପରେ ମୋର କ’ଣ ହେବ, ଏ କଥା କେବେ ବି ଚିନ୍ତା କରେ ନାହିଁ; ମୋ ଦେଶ, ମୋ ପରର ପିଢୀ ଗୁଡ଼ିକର କ’ଣ ଭଲ ହେବ, ଏହା ଚିନ୍ତା କରୁଥିବା ମୋ ଦେଶ ଅଟେ । ମୋ ଦେଶ ସ୍ୱାର୍ଥୀ ଲୋକଙ୍କର ଦେଶ ନୁହେଁ । ମୋ ଦେଶର ଚିନ୍ତନ ସୁଖ ପାଇଁ, ନିଜର ସୁଖ ପାଇ ଜୀଇଁଲାବାଲା ନୁହେଁ । ମୋ ଦେଶର ଚିନ୍ତନ ଆଗାମୀ ପିଢୀର ସୁଖ ପାଇଁ ଚାଲିଥାଏ । ଏହି ନୂଆ ଚାରବାଗ ଲୋକ ଯେଉଁମାନେ ଜନ୍ମ ହୋଇଛନ୍ତି ‘ଋଣଂ କୃତ୍ୱା ଘୃତମ୍ ପିବେତ’ ଏହି ଯେଉଁ କଥା କରୁଥିବା ଲୋକ ଅଛନ୍ତି ସେମାନଙ୍କୁ ପଚାଶ ଥର ଭାବିବାକୁ ପଡିବ ।

ଭାଇମାନେ, ଭଉଣୀମାନେ! ଆପଣମାନେ ଦେଖିଥିବେ ପାର୍ଲାମେଣ୍ଟ ଚାଲୁ ନାହିଁ, ଚାଲିବାକୁ ଦିଆଯାଉ ନାହିଁ । ଆମ ଦେଶର ରାଷ୍ଟ୍ରପତି, ସାର୍ବଜନିକ ଜୀବନରେ ଏତେ ଦୀର୍ଘ ଅନୁଭବ ରହିଛି; ଶାସନ ଚଳାଉଥିବା ଶ୍ରେଷ୍ଠତମ ଲୋକମାନଙ୍କ ମଧ୍ୟରୁ ଆମ ରାଷ୍ଟ୍ରପତି ଅନ୍ୟତମ । ସେ ଭିନ୍ନ ରାଜନୈତିକ ଧାରାରେ ବଢିଛନ୍ତି । କିନ୍ତୁ ଦେଶର ସଂସଦରେ ଯାହା କିଛି ବି ହେଉଥିଲା ସେଥିରେ ଏତେ ପୀଡିତ ହୋଇଗଲେ, ଏତେ ଦୁଃଖୀ ହୋଇଗଲେ ଦୁଇ ଦିନ ପୁର୍ବରୁ ତାଙ୍କୁ ସାଂସଦମାନଙ୍କୁ ସାର୍ବଜନିକ ରୂପରେ ରୋକିବାକୁ ପଡିଲା । ବିରୋଧୀ ପକ୍ଷର ନାମ ନେଇ କହିବାକୁ ପଡିଲା । ଆଉ ମୁଁ ଆଶ୍ଚର୍ଯ୍ୟ ଯେ ସରକାର କହୁଛନ୍ତି ଆମେ ଚର୍ଚ୍ଚା ଚାହୁଁଛୁ, ସରକାର କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ କହିବା ପାଇଁ ପ୍ରସ୍ତୁତ ଅଛନ୍ତି, ସରକାର କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଆସି କହିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସେମାନଙ୍କୁ ଜଣା ଅଛି ଯେ ସେମାନଙ୍କର ମିଛ ତିଷ୍ଠି ପାରିବ ନାହିଁ । ଆଉ ଏଥି ପାଇଁ ଚର୍ଚ୍ଚାରୁ ଦୂରେଇ ଯାଉଛନ୍ତି, ଆଉ ଏଥିପାଇଁ ଲୋକସଭାରେ ମତେ କହିବାକୁ ଦିଆଯାଉ ନାହିଁ; ମୁଁ ଜନସଭାରେ କହିବାର ବାଟଟିକୁ ବାଛି ନେଇଛି ଭାଇମାନେ । ଆଉ ଯେଉଁ ଦିନ ସୁଯୋଗ ମିଳିବ ଲୋକସଭାରେ ମଧ୍ୟ ଶହେ ପଚିଶ କୋଟି ଦେଶବାସୀଙ୍କର ସ୍ୱରକୁ ନିଶ୍ଚୟ ପହଞ୍ଚାଇବାର ପ୍ରୟାସ କରିବି ଭାଇମାନେ, ଭଉଣୀମାନେ ।

ଭାଇମାନେ, ଭଉଣୀମାନେ! ମୁଁ ବିରୋଧୀ ଦଳର ମିତ୍ରମାନଙ୍କୁ, ଆଜି ମହାତ୍ମା ଗାନ୍ଧୀଙ୍କ ଏହି ଧରଣୀରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ଧରଣୀରୁ ସାର୍ବଜନିକ ରୂପରେ ଅନୁରୋଧ କରିବାକୁ ଚାହୁଁଛି । ଯେବେ ନିର୍ବାଚନ ହୁଏ, ଯେବେ ନିର୍ବାଚନ ହୁଏ, ଆମେ ସବୁ ଦଳ ଜଣେ ଅନ୍ୟଜଣଙ୍କ ବିରୁଦ୍ଧରେ କହୁ ଆରୋପ ପ୍ରତ୍ୟାରୋପ କରୁ, ଭଲ ଏବଂ ଖରାପ ନୀତି ଗୁଡିକର ଚର୍ଚ୍ଚା କରୁ, ପ୍ରତ୍ୟେକ ପ୍ରକାରରେ ଅନେକ ବିରୋଧୀଙ୍କ ଉପରେ ଯେପରି ଆଘାତ କରାଯାଇ ପାରିବ ସେଥି ପାଇଁ ଚେଷ୍ଟା କରନ୍ତି; ସବୁ ଦଳ କରିଥାନ୍ତି । ଭାରତୀୟ ଜନତା ପାର୍ଟି ମଧ୍ୟ କରିବ, କଂଗ୍ରେସ ମଧ୍ୟ କରିବ, ଅନ୍ୟ ସବୁ ଛୋଟ-ମୋଟ ଦଳ ମଧ୍ୟ; ସମସ୍ତେ କରିବେ । କିନ୍ତୁ ସବୁ ପାର୍ଟି ଗୋଟିଏ କାମ କରନ୍ତି, କ’ଣ? ମତଦାନ ତାଲିକା ଠିକ୍ କରିବା, ଅଧିକରୁ ଅଧିକ ଲୋକ କିପରି ମତଦାନ କରିବାକୁ ଆସିବେ ତାହାର ଚିନ୍ତା କରିବା; ମତଦାତାମାନଙ୍କୁ କିଭଳି ବଟନ ଚିପିବାକୁ ପଡିବ; ତାହ ଶିଖାଇବା, ସବୁ ଦଳ କରିଥାନ୍ତି । ଗୋଟିଏ ପଟେ ତ ନୀତିଗୁଡିକୁ ବିରୋଧ କରିଥାନ୍ତି, ଅନ୍ୟକୁ ପରାଜିତ କରିବା ପାଇଁ ଶକ୍ତି ଲଗାଇଥାନ୍ତି, କିନ୍ତୁ ଅନ୍ୟ ପଟେ ସମସ୍ତେ ମତଦାତା ତାଲିକା ଉପରେ ଧ୍ୟାନ ଦେଇଥାନ୍ତି, ଇଲେକଟ୍ରୋନିକ୍ ଭୋଟିଂ ମେସିନ ଉପରେ ଧ୍ୟାନ ଦେଇଥାନ୍ତି, ମତଦାନ କରିବାକୁ କିପରି ଅଧିକ ଲୋକ ଆସିବେ ଏହା ଉପରେ ଧ୍ୟାନ ଦେଇଥାନ୍ତି, କାହିଁକି? କାରଣ ଲୋକ ଶାସନ ଆମ ସମସ୍ତଙ୍କ ଉତ୍ତର ଦାୟିତ୍ୱ ଅଟେ ।

ମୁଁ ବିରୋଧୀ ପକ୍ଷର ମିତ୍ରମାନଙ୍କୁ କହିବାକୁ ଚାହେଁ, ଆପଣମାନେ ଏହାତ କହିବାକୁ ସାହସ କରୁନାହାନ୍ତି କି ମୋଦି ହଜାର ଏବଂ ପାଞ୍ଚଶହ ଟଙ୍କିଆ ନୋଟ୍ ଫେରାଇ ନିଅନ୍ତୁ କି ଆପଣଙ୍କୁ ଜଣା ଅଛି ଜନତାଙ୍କ ଚିନ୍ତାଧାରା ବଦଳି ଯାଇଛି । ହଁ ! କିଛି ଲୋକ କହିଲେ, ଆଚ୍ଛା ମୋଦିଜୀ ଏହାତ ଠିକ୍ ଅଛି କିନ୍ତୁ ଏମିତି କରନ୍ତୁ ଗୋଟିଏ ସପ୍ତାହ ପାଇଁ ରୋକି ନିଅନ୍ତୁ । କାହିଁକି ଭାଇ! ଏହି ଗୋଟିଏ ସପ୍ତାହରେ କ’ଣ ଯାଦୁ ହୋଇଯିବାର ଥିଲା? ଏହି ଗୋଟିଏ ସପ୍ତାହ ରେକିବାର ଉଦ୍ଦେଶ୍ୟ କ’ଣ ଥିଲା? କିନ୍ତୁ କୌଣସି ଦଳ ଏହା କହୁ ନାହାନ୍ତି କି ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ । ସବୁ ଦଳ କହୁଛନ୍ତି ଠିକ୍ ଭାବେ ଲାଗୁ କରନ୍ତୁ । ମୁଁ ସବୁ ଦଳକୁ କହୁଛି ଯେମିତି ନିର୍ବାଚନ ସମୟରେ ଆମେ ଜଣେ ଅନ୍ୟ ଜଣଙ୍କୁ ଘୋର ବିରୋଧ କରିଥାଉ, କିନ୍ତୁ ମତଦାନ ବୃଦ୍ଧି କରିବା ପାଇଁ ପରିଶ୍ରମ କରିଥାଉ, ମତଦାତା ତାଲିକା ପାଇଁ ପରିଶ୍ରମ କରିଥାଉ, ଇଲେକଟ୍ରୋନିକ୍ ମେସିନର ତାଲିମ ପାଇଁ ପରିଶ୍ରମ କରିଥାଉ, ଆଜି ସମୟର ଆବଶ୍ୟକତା ଅଛି କି ଆପଣ ଖୋଲାଖୋଲି ଭାବେ ମୋର ବିରୋଧ କରନ୍ତୁ, ମୋତେ ସମାଲୋଚନା କରନ୍ତୁ, କିନ୍ତୁ ଲୋକଙ୍କୁ ବ୍ୟାଙ୍କିଙ୍ଗ ବାବଦରେ ଶିଖାଇବା କାମ କରନ୍ତୁ, ଇଲେକଟ୍ରୋନିକ୍ ପଦ୍ଧତିରେ କେମିତି ପଇସା ନିଆଯାଉଛି, ଦିଆ ଯାଉଛି ଏହା ଶିଖାନ୍ତୁ । ଆମେ ସମସ୍ତେ ମିଳିମିଶି ଦେଶର ଭାଗ୍ୟ ବଦଳାଇବାର ଏମିତି ଏକ ଭଲ ଅବସର ଆସିଛି, ଆମେ ସବୁ ସେଇ କାମ କରିବା । ଆଉ ଆପଣ ମଧ୍ୟ ଲାଭ ଉଠାନ୍ତୁ ।

ମତେ ଖୁସି ଲାଗିବ ମୋର ବିରୋଧୀ ଦଳର ଲୋକ ଜନ-ଜନ ମାନଙ୍କୁ ଏହି କାମରେ ଲଗାଇ ଯଦି ରାଜନୈତିକ ଲାଭ ଉଠାଇବେ ତ ଦେଶର ଭଲ ହେବ, ଏଥିରୁ ମୋତେ ଆନନ୍ଦ ମିଳିବ ଭାଇମାନେ । ଆରେ! ରାଜନୀତି ଠାରୁ ଉପରେ ହେଉଛି ରାଷ୍ଟ୍ରନୀତି, ଦଳ ଠାରୁ ବଡ଼ ହେଉଛି ଦେଶ; ଭାଇମାନେ, ଭଉଣୀମାନେ, ଗରିବମାନଙ୍କ ଉପରେ କଥା ହେବା ଭିନ୍ନ କଥା; ଗରିବମାନଙ୍କ ପାଇଁ ନୀତି ପ୍ରସ୍ତୁତ କରି କଠୋରତାର ସହ ଲାଗୁ କରିବା ପାଇଁ ସମର୍ପଣର ଭାବ ଦରକାର ହୋଇଥାଏ, ଆଉ ସମର୍ପିତ ଭାବରେ ଆଜି ଏହି ସରକାର ଆପଣଙ୍କ ସେବାରେ ଲାଗିଛି ।

ଭାଇମାନେ, ଭଉଣୀମାନେ! ମୁଁ ପ୍ରଥମ ଦିନରୁ କହିଛି, ଏହି ନିଷ୍ପତ୍ତି ସାଧାରଣ ନୁହେଁ ଭାଇମାନେ, ଭଉଣୀମାନେ! ବହୁତ କଷ୍ଟକର ନିଷ୍ପତ୍ତି, କଠୋର ନିଷ୍ପତ୍ତି । ଆଉ ମୁଁ କହିଛି ବହୁତ କଷ୍ଟ ହେବ, ମୁଁ କହିଛି ବହୁତ ଅସୁବିଧା ଆସିବ, ଆଉ ୫୦ ଦିନ ଏହି ଅସୁବିଧା ହେବ ହିଁ ହେବ । ଆଉ କଷ୍ଟ ଦିନକୁ ଦିନ ଟିକେ ବଢିଯିବ, କିନ୍ତୁ ୫୦ ଦିନ ପରେ ମୁଁ ହିସାବ-କିତାବ ଲଗାଇଛି, ସେହି ପଦକ୍ଷେପରୁ ଧୀରେ ଧୀରେ, ଧୀରେ ଧୀରେ କରି ପୂର୍ବ ଅବସ୍ଥା ଭଳି ଆଗକୁ ବଢିବ । ୫୦ ଦିନ ପର୍ଯ୍ୟନ୍ତ ଏହି ଅସୁବିଧା ଲାଗି ରହିବ । ୫୦ ଦିନ ପରେ ଆପଣ ନିଜେ ଦେଖନ୍ତୁ ଆପଣଙ୍କ ଆଖି ଆଗରେ ପରିସ୍ଥିତି ସୁଧୁରି ଯାଇଥିବା ଦେଖିବାକୁ ମିଳିବ ।

ଭାଇମାନେ, ଭଉଣୀମାନେ! ଦେଶକୁ ଭ୍ରଷ୍ଟାଚାରରୁ ମୁକ୍ତ କରିବା ପାଇଁ ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ, ଆଉ କିଛି ଲୋକ ଆପଣ ଦେଖି ଥିବେ; ଆଜିକାଲି ସରକାର ବରାବର ପଛରେ ଲାଗି ରହିଛନ୍ତି, ବ୍ୟାଙ୍କବାଲା ଜେଲକୁ ଯାଉଛନ୍ତି; ବଡ଼ ବଡ଼ ବିଡ଼ା ଧରି ପଳାଉଥିବା ଲୋକ ଜେଲ୍ ଯାଉଛନ୍ତି; ଚାରିଆଡେ! ତାଙ୍କୁ ଲାଗୁଥିଲା କି ଠିକ୍ ଅଛି ମୋଦିଜୀ ୧୦୦୦, ୫୦୦ ଟଙ୍କାକୁ ବନ୍ଦ କରି ଦେଉଛନ୍ତି, ଆମେ ପଛ ଦରଜା ବାଟେ କିଛି କରି ନେବା, କିନ୍ତୁ ତାଙ୍କୁ ଜଣା ନ ଥିଲା, ମୋଦୀ ପଛ ଦରଜାରେ ମଧ୍ୟ କ୍ୟାମେରା ଲଗାଇଛନ୍ତି । ଏହି ସମସ୍ତେ ଧରା ପଡିବେ, କେହି ଛାଡ ପାଇବେ ନାହିଁ ଏଠି । ଦୁଇ ମାସ, ତିନି ମାସ, ଛଅ ମାସ, ଯେଉଁମାନେ ଆଠ ତାରିଖ ପରେ ନୂଆ ପାପ କରିଛନ୍ତି, ସେମାନେ ତ କୌଣସି ପରିସ୍ଥିତିରେ ଛାଡ ପାଇବେ ନାହିଁ ଭାଇମାନେ, ଭଉଣୀମାନେ । ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡିବ । ଶହେ ପଚିଶ କୋଟି ଦେଶବାସୀଙ୍କର ସ୍ୱପ୍ନକୁ ଖଣ୍ଡ-ଖଣ୍ଡ କରିବାର ପାପ ଯେଉଁମାନେ କରିଛନ୍ତି ସେମାନେ ଛାଡ ପାଇବେ ନାହିଁ, ଏହା ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ।

ଭାଇମାନେ, ଭଉଣୀମାନେ! ଆପଣମାନେ କଷ୍ଟ ସହିଛନ୍ତି, ଅସୁବିଧା ସହିଛନ୍ତି, ଏବେ ମଧ୍ୟ ସହୁଛନ୍ତି । ଆପଣଙ୍କ ଆଶୀର୍ବାଦ ଦେଶ ପାଇଁ ଏବଂ ଯେଉଁ ଲୋକ କହୁଛନ୍ତି ନା ସଚ୍ଚୋଟ ଲୋକ ଧାଡିରେ ଠିଆ ହେଉଛନ୍ତି, ସଚ୍ଚୋଟ ଲୋକ ନିଜ ପାଇଁ ଠିଆ ହେଉନାହିଁ, ସେ ଦେଶ ପାଇଁ ଠିଆ ହେଉଛି ଭାଇମାନେ, ଭଉଣୀମାନେ; ସେ ଦେଶ ପାଇଁ ଠିଆ ହେଉଛି ।

ଆଉ ଏଥି ପାଇଁ, ଆଜି ଯୁଗ ବଦଳି ଯାଇଛି ଭାଇ । ଗୋଟିଏ ଜମାନା ଥିଲା ଆମ ଜେଜେ-ଜେଜେ ମାଆ, ସେମାନଙ୍କ ଠାରୁ ଶୁଣିବେ ତ କହୁଥିଲେ କି ଆମ ସମୟରେ ତ’ ‘ଚାନ୍ଦିର ଗାଢା ଦୁଇଟି ପେଡା ଏକ ଟଙ୍କାରେ ଦୋକାନରେ ମିଳୁଥିଲା’ କି ଦଳଦଗାଡିର ଚକ ଭଳି ବଡ ଚାନ୍ଦିର ଟଙ୍କା ଆମେ ଦେଖୁଥିଲୁ, ବ୍ୟବହାର କରୁଥିଲୁ । ଭାଇମାନେ, ଭଉଣୀମାନେ! ଏହି ଚାନ୍ଦିର ଟଙ୍କାରୁ ବଦଳି, ବଦଳି କେତେ ଧାତୁ ବଦଳି ଯାଇଛି, ତମ୍ବା ଆସିଲା, ଆଉ ଆସିଲା ତ କେତେ କ’ଣ ଆସିଲା । ଆଉ ଧୀରେ ଧୀରେ କରି ଆମେ କାଗଜକୁ ଚାଲିଗଲୁ, କି ଚାଲିଗଲୁ ନାହିଁ? ଏବେ ମନେ ପଡୁଛି କି ଚାନ୍ଦିର ଟଙ୍କା ହେବ ତେବେ ଟଙ୍କା ଭାବେ ଗଣା ହେବ ମନେ ପଡୁଛି କି? ଏବେ ତ କାଗଜ ଟଙ୍କା ଆମ ଜୀବନର ଅଂଶ ପାଲଟି ଯାଇଛି । କେବେ ଚାନ୍ଦିର ଟଙ୍କା ଥିଲା, ଧୀରେ ଧୀରେ କାଗଜ ଟଙ୍କା ଆସିଗଲା ।

ଭାଇମାନେ, ଭଉଣୀମାନେ! ଏବେ ସମୟ ବଦଳି ଯାଇଛି, ଏବେ ତ ଆପଣଙ୍କ ମୋବାଇଲ ଫୋନ୍ ରେ ହିଁ ଆପଣଙ୍କ ବ୍ୟାଙ୍କ ଆସି ଯାଇଛି । ଆପଣଙ୍କ ବଟୁଆ ମଧ୍ୟ ଆପଣଙ୍କ ମୋବାଇଲ ଫୋନ୍ ରେ ଅଛି । ଆପଣ ଚା’ ପିଇବାକୁ ଯିବେ, ବଟନ୍ ଚିପିବେ, ଚା’ବାଲା ପାଖରେ ପଇସା ପହଞ୍ଚି ଯିବ, ରସିଦ ମିଳିଯିବ । ମଝିରେ ଲୋକ ଚେକ୍ ଦେଉଥିଲେ, ଚେକ୍ ଚିରୁ ଥିଲେ, ଦୁଇମାସ ପରେ ଜଣା ପଡୁଥିଲା କି ଚେକ୍ ଫେରି ଆସିଲା, ପରେ କେସ୍ କୋର୍ଟରେ ରହୁଥିଲା; ଯାହା ସବୁଠାରୁ ଅଧିକ କେସ୍ ଚାଲୁଥିଲା ତାହା ଚେକ୍ ଫେରିଆସିବାର କେସ୍ ଚାଲୁଥିଲା । ଆପଣ ଯୁବକମାନଙ୍କୁ ଧନ୍ୟବାଦ ଆପଣ ବହୁତ ବଡ କାମ ଉଠାଇଛନ୍ତି, ମୁଁ ଆପଣମାନଙ୍କୁ ବଧାଇ ଦେଉଛି ଆଉ ବନାସକାଣ୍ଠା ଜିଲ୍ଲାକୁ ଆପଣ ଇ, ଇ-ବଟୁଆରେ ଯୋଡି ଦିଅନ୍ତୁ ଭାଇମାନେ । ଲୋକଙ୍କୁ ଇ-ମୋବାଇଲ ବ୍ୟାଙ୍କିଙ୍ଗରେ ଯୋଡିବାକୁ ସଫଳ ହେବେ ମୋର ବିଶ୍ୱାସ ଅଛି ।

ଭାଇମାନେ, ଭଉଣୀମାନେ! ଆମେ ଜାଣିଛୁ, କି ଆପଣ ସେହି କାଗଜ ନୋଟରେ ଜମାନା ମଧ୍ୟ ଶେଷ ହେବାକୁ ଯାଉଛି । ଏବେ ତ ଆପଣଙ୍କ ମୋବାଇଲ ଫୋନରେ ଆପଣଙ୍କ ବ୍ୟାଙ୍କ ଅଛି । ଥରେ ବ୍ୟାଙ୍କରେ ଜମା ହୋଇଗଲା, ଆପଣଙ୍କୁ ବ୍ୟାଙ୍କରେ ଧାଡିରେ ଠିଆ ହେବା ଦରକାର ନାହିଁ, ଆପଣଙ୍କୁ ଏଟିଏମ୍ ବାହାରେ ଲାଇନ୍ ଲଗାଇବା ଦରକାର ନାହିଁ, ଆପଣଙ୍କୁ ସମୟ ନଷ୍ଟ କରିବାର ନାହିଁ । ସମ୍ବାଦପତ୍ରରେ ବିଜ୍ଞାପନ ଆସୁଛି, ଟିଭିରେ ବିଜ୍ଞାପନ ଆସୁଛି । ଆପଣ ନିଜ ମୋବାଇଲ ଫୋନରେ, ଯଦି ଆପଣଙ୍କ ପଇସା ବ୍ୟାଙ୍କରେ ରହିଛି, ତ ଆପଣ ଆପଣଙ୍କ ପଇସାରେ ଯାହା କିଣିବାକୁ ଚାହିଁବେ, କିଣି ପାରିବେ । ଚେକ୍ ତ ବାଉନ୍ସ ହେଉଥିଲା, କିନ୍ତୁ ଏଥିରେ ତ ଆପଣ ଯେମିତି ପଇସା ଦେବେ, ତ ସାମ୍ନାରେ ରସିଦ ଆସି ଯାଉଛି, ପଇସା ମିଳିଗଲା ଅବା ପହଞ୍ଚିଗଲା । କିଛି ବାଉଁନ୍ସ-ଫାଉଁନ୍ସ ହେଉ ନାହିଁ, ସେହିଠାରେ ଜଣା ପଡି ଯାଉଛି କି ଟଙ୍କା ଗଲା କି ଗଲା ନାହିଁ ।

ଭାଇମାନେ, ଭଉଣୀମାନେ! ହିନ୍ଦୁସ୍ଥାନ ଦୁନିଆରେ ଦ୍ରୁତ ଗତିରେ ଆଗକୁ ଯିବାକୁ ଚାହୁଁଛି । ଏହି ନୋଟ୍ ବଣ୍ଡଲ୍ ର ଗଦା, ଏହି ନୋଟର ପାହାଡ, ଆମ ଅର୍ଥତନ୍ତ୍ରକୁ ଦବାଇ ଦେଉଛି । କଳାଧନ ଏବଂ ଭ୍ରଷ୍ଟାଚାରୀମାନଙ୍କର ଏହା କାମରେ ଆସୁଛି । ଗରିବର ଶକ୍ତି କମି ଯାଉଛି, ଯେମିତି ହଜାର ଟଙ୍କାର ମୂଲ୍ୟ ଥିଲା, ଶହେ ଟଙ୍କାର ନ ଥିଲା; ବଡ଼ ଲୋକଙ୍କର ଥିଲା, ଗରିବର ନ ଥିଲା; ଆଜି ଗରିବର ମଧ୍ୟ ତାକତ୍ ବଢି ଯାଇଛି, ଶହେ ଟଙ୍କିଆ ନୋଟର ତାକତ୍ ବଢି ଯାଇଛି । ଆଉ ଆପଣ ଯଦି ଇ-ବଟୁଆ ପଢିନେଲେ, ବ୍ୟାଙ୍କର ଧାଡି ଶେଷ କରି ବ୍ୟାଙ୍କକୁ ହିଁ ନିଜ ମୋବାଇଲରେ ନେଇଗଲେ, ଆପଣଙ୍କୁ ବ୍ୟାଙ୍କର ଧାଡିରେ ଯିବାର ନାହିଁ; ବ୍ୟାଙ୍କ ଆପଣଙ୍କ ମୋବାଇଲ ଧାଡିରେ ଠିଆ ହୋଇଯିବ । ମୁଁ ଆପଣଙ୍କୁ ଅନୁରୋଧ କରୁଛି କି , ଦେଶବାସୀଙ୍କୁ ଅନୁରୋଧ କରୁଛି କି, ମିଡିଆର ବନ୍ଧୁମାନଙ୍କୁ ବିଶେଷ ପ୍ରାର୍ଥନା କରୁଛି କି, ମୋଦୀଙ୍କୁ ସମାଲୋଚନା କରିବା ଆପଣଙ୍କର ହେଉଛି ଅଧିକାର, ଆଜି ନିଶ୍ଚୟ କରନ୍ତୁ । ଧାଡିରେ ଯେଉଁମାନେ ଠିଆ ହୋଇଛନ୍ତି ସେମାନଙ୍କୁ କଷ୍ଟ ହେଉଛି, ତାକୁ ଆପଣ ଦେଖାଉଛନ୍ତି; ମୋର କିଛି ଅଭିଯୋଗ ନାହିଁ, କିନ୍ତୁ ତା ସହିତ ଆପଣ ଏହା ମଧ୍ୟ ଶିଖାନ୍ତୁ କି ଏବେ ଧାଡିରେ ଠିଆ ହେବାର ଆବଶ୍ୟକ ନାହିଁ, ବ୍ୟାଙ୍କ ଆପଣଙ୍କ ମୋବାଇଲ ଫୋନର ଧାଡିରେ ଠିଆ ହୋଇଯିବ । ବ୍ୟାଙ୍କବାଲା ଆସିବ କି ମତେ ଆପଣଙ୍କ ଏଠି ରଖି ନିଅନ୍ତୁ, ଏହି ଦିନ ଆସିବାକୁ ଯାଉଛି, ବୈଷୟିକ ଜ୍ଞାନ ଉପଲବ୍ଧ ହେଉଛି, ବ୍ୟବସ୍ଥା ଉପଲବ୍ଧ ହେଉଛି ।

ଭାଇମାନେ, ଭଉଣୀମାନେ! ଏବେ ଦେଶ ଭ୍ରଷ୍ଟାଚାର ସହିବ ନାହିଁ । ଏବେ ଦେଶ ଜାଲ୍ ନୋଟ୍ ସହିବ ନାହିଁ । ଏବେ ଦେଶ କଳାଧନ ସହିବ ନାହିଁ । ଗରିବଙ୍କୁ ଲୁଟିବାର ଖେଳ, ମଧ୍ୟମ ବର୍ଗଙ୍କୁ ଶୋଷଣ କରିବାର ଖେଳ ଏବେ ଚାଲିବ ନାହିଁ, ଆଉ ଏଥିପାଇଁ ମତେ ଆପଣଙ୍କର ଆଶୀର୍ବାଦ ଦରକାର । ଛିଡା ହୋଇ ଦୁଇ ହାତରେ ତାଳି ବଜାଇ ମତେ ଆଶୀର୍ବାଦ ଦିଅନ୍ତୁ, ମୋ ଗୁଜୁରାଟର ଭାଇମାନେ, ଭଉଣୀମାନେ । ମୋ ଦୀଶାର ଭାଇମାନେ, ଭଉଣୀମାନେ ଆଶୀର୍ବାଦ ଦିଅନ୍ତୁ । ପୁରା ଶକ୍ତିର ସହ ଆଶୀର୍ବାଦ ଦିଅନ୍ତୁ ।

ଭାରତ ମାତା କି, ଜୟ

ଭାରତ ମାତା କି, ଜୟ

ଭାରତ ମାତା କି, ଜୟ

ଏହି ଲଢାଇ,ଏହି ଲଢାଇ ହେଉଛି ଭାରତର ଭାଗ୍ୟ ବଦଳାଇବା ପାଇଁ , ଏହି ଲଢାଇ ଭ୍ରଷ୍ଟାଚାରକୁ ଶେଷ କରିବା ପାଇଁ, ଏହି ଲଢାଇ କଳାଧନକୁ ନିଃଶେଷ କରିବା ପାଇଁ, ଏହି ଲଢାଇ ଜାଲ୍ ନୋଟ୍ ରୁ ଦେଶକୁ ମୁକ୍ତ କରିବା ପାଇଁ, ଆଉ ଏଥିରେ ଏହି ବନାସର ଧରଣୀ ମତେ ଆଶୀର୍ବାଦ ଦେଲା, ମୁଁ ଆପଣ ସମସ୍ତଙ୍କ ନିକଟରେ ବହୁତ ବହୁତ କୃତଜ୍ଞ । ଆପଣଙ୍କ ନିକଟରେ ବହୁତ ବହୁତ କୃତଜ୍ଞ । ପୁଣି ଥରେ କୁହନ୍ତୁ ଭାରତ ମାତା କି, ଜୟ, ପୁରା ଶକ୍ତିର ସହିତ କୁହନ୍ତୁ, ପୁରା ଦେଶ ଶୁଣୁଛି ।

ଭାରତ ମାତା କି, ଜୟ

ଭାରତ ମାତା କି, ଜୟ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India trained 85,000 engineers in 4 years under Semicon 2.0: Vaishnaw

Media Coverage

India trained 85,000 engineers in 4 years under Semicon 2.0: Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reaffirms commitment to wildlife conservation on World Wildlife Day; shares Sanskrit Subhashitam
March 03, 2026

The Prime Minister, Shri Narendra Modi said that World Wildlife Day is about celebrating the incredible faunal diversity that enriches our planet and sustains our ecosystems. He said it is a day to acknowledge everyone working towards wildlife protection and reaffirm our commitment to conservation, sustainable practices and protecting habitats so that wildlife continues to thrive.

The Prime Minister noted that India cherishes being home to some of the world’s most extraordinary wildlife. He highlighted that India is home to over 70% of the world’s tiger population, has the largest population of the one-horned rhino and the maximum number of Asiatic elephants. He further stated that India is the only place in the world where the majestic Asiatic lion thrives.

The Prime Minister underlined that the Government has undertaken numerous efforts for wildlife protection. These include the setting up of the International Big Cat Alliance as an exceptional forum to share best practices with fellow nations. Other efforts include initiatives aimed at protecting the Great Indian Bustard, Gharial and Sloth Bear, as well as the translocation of cheetahs.

Emphasising India’s cultural ethos, the Prime Minister said that our scriptures pray for the welfare of all living beings and inspire sensitivity towards wildlife along with conservation. He shared a Sanskrit Subhashitam on this occasion which says-

“निर्वनो वध्यते व्याघ्रो निर्व्याघ्रं छिद्यते वनम्। तस्माद् व्याघ्रो वनं रक्षेद् वनं व्याघ्रं च पालयेत्॥”

The Subhashitam conveys that without forests, tigers perish; and without tigers, forests are destroyed. Therefore, the tiger protects the forest and the forest protects the tiger, underscoring the deep interdependence of nature.

In a series of X posts, Shri Modi said;

“World Wildlife Day is about celebrating the incredible faunal diversity that enriches our planet and sustains our ecosystems. It is a day to acknowledge everyone working towards wildlife protection. We reaffirm our commitment to conservation, sustainable practices and protecting habitats so that our wildlife continues to thrive.”

“We in India cherish the fact that we are home to some of the world’s most extraordinary wildlife. We are home to over 70% of the world’s tiger population. We have the largest population of the one-horned rhino, the maximum Asiatic elephants. India is the only place in the world where the majestic Asiatic lion thrives.”

“The NDA Government has undertaken numerous efforts for wildlife protection. This includes the setting up of the International Big Cat Alliance, an exceptional forum to share best practices with fellow nations. Other efforts include those aimed at protecting the Great Indian Bustard, Gharial, Sloth Bear and translocation of cheetahs.”

“आज World Wildlife Day है। हमारे शास्त्रों में सभी जीवों के कल्याण की कामना की गई है। उनसे हमें वन्यजीवों के संरक्षण के साथ-साथ उनके प्रति संवेदनशील होने की प्रेरणा भी मिलती है। उसका एक उदाहरण यह है… निर्वनो वध्यते व्याघ्रो निर्व्याघ्रं छिद्यते वनम्। तस्माद् व्याघ्रो वनं रक्षेद् वनं व्याघ्रं च पालयेत्॥”