Rulers and governments do not make a nation: PM
A nation is made by its citizens, youth, farmers, scholars, scientists, workforce and saints: PM
The life of a NCC cadet is beyond the uniform, the parade and the camps: PM Modi
The NCC experience provides a sense of mission: PM Modi
NCC cadets can act as catalysts to bring change in society: PM

ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଯୁବ ସାଥୀମାନେ,

ଗଣତନ୍ତ୍ରର ପବିତ୍ର ପର୍ବରେ ଦେଶର କୋଣ-ଅନୁକୋଣରୁ ଆସିଥିବା ଏନସିସି କ୍ୟାଡେଟମାନେ ଲୋକତନ୍ତ୍ର ପ୍ରତି ନିଜର ଶ୍ରଦ୍ଧା, ଭାରତର ଏକତା ପ୍ରତି ଆମର ପ୍ରତିବଦ୍ଧତା, ବିବିଧତାରେ ଏକତାର ସାମର୍ଥ୍ୟର ଅନୁଭୂତିକୁ ଆପଣମାନଙ୍କ ମାଧ୍ୟମରେ ଦେଶ ଓ ଦୁନିଆଁ ଅନୁଭବ କରିଛି । ମୁଁ ଆପଣମାନଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ଓ ଭାରତର ଉତ୍ତମ ନାଗରିକ ହୋଇଥିବାରୁ, ଆଗାମୀ ଦିନରେ ଆପଣମାନେ ନିଜର ବ୍ୟକ୍ତିଗତ ଜୀବନରେ, ସାଧାରଣ ଜୀବନରେ, ରାଷ୍ଟ୍ର ଜୀବନରେ ମଧ୍ୟ ମାନବତାର ଉଚ୍ଚ ଆଦର୍ଶ ପ୍ରତି ଏଭଳି ହିଁ ପ୍ରତିବଦ୍ଧତା ଓ ସର୍ମପଣର ଉଦାହରଣ କାଏମ ରଖିବେ । ଯାହା ଭାରତକୁ ବିଶ୍ୱରେ ଏକ ଅଭିନବ ପରିଚୟ ଦେବାର କାରଣ ହୋଇପାରିବ ।

ଏନସିସି କ୍ୟାଡେଟ୍ ନା କେବଳ ୟୁନିଫର୍ମରେ ନଥାଏ, ପରେଡ୍ ରେ ବି ନଥାଏ, କି କ୍ୟାମ୍ପରେ ନଥାଏ । ଏନସିସି ମାଧ୍ୟମରେ ଏକ ଚେତନାଧର୍ମୀ ଅଭିଯାନର ବୀଜରୋପଣ ହୋଇଥାଏ । ଆମ ଭିତରେ ଏକ ଜୀବନ ଜୀଇଁବାର ଉଦ୍ଦେଶ୍ୟ ତା’ର ସଂସ୍କାରର ଓ ସାମୁହିକ ସଂସ୍କାରର ଏହି ଅବଧି ହୋଇଥାଏ । ଏନସିସି ଯୋଗୁ ନିଜର ଶିକ୍ଷା-ଦୀକ୍ଷା ବ୍ୟତୀତ, ଭାରତର ବିବିଧତା, ଭାରତର ଆଭ୍ୟନ୍ତରୀଣ ଶକ୍ତି, ଭାରତର ବିରାଟ ସାମର୍ଥ୍ୟକୁ ଆମେ ଦର୍ଶନ କରିଥାଉ । ବିଶ୍ୱର ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି ୟେ କିଭଳିକା ଦେଶ, ଯେଉଁଠି 1500 ରୁ ଉର୍ଦ୍ଧ୍ଵ କଥନଶୈଳୀ, 100ରୁ ଉର୍ଦ୍ଧ୍ଵ ଭାଷା, ପ୍ରତ୍ୟେକ 20 କୋଷରେ ଗୋଟିଏ ଲେଖାଏଁ କଥନଶୈଳୀ ବଦଳୁଛି, ବେଶଭୂଷା ଅଲଗା ହେଉଛି, ଖାଦ୍ୟପେୟ ଅଲଗା ହେଉଛି ତା’ସତ୍ତ୍ୱେ ଏକତା ସୂତ୍ରରେ ବନ୍ଧା ହୋଇ ରହିଛନ୍ତି । ହିମାଳୟରେ ଆଘାତ ଲାଗିଲେ କନ୍ୟାକୁମାରୀରେ ଲୁହ ଝରୁଛି । ଏ ଭାବନା ହେଉଛି ଜାତୀୟ ଏକାତ୍ମତାର ଭାବନା । ଭାରତ କୌଣସି ବି କୋଣରେ ଭଲ ହେଲେ, ଦେଶବାସୀ ଖୁସିରେ ପ୍ରଫୁଲ୍ଲିତ ହେଉଛନ୍ତି । ଭାରତ କୌଣସି କୋଣରେ ଅବା ଭାରତୀୟଙ୍କ ଦ୍ୱାରା କେଉଁଠି କିଛି ଖରାପ ହୋଇଗଲେ ଆମକୁ ଏତେ ପୀଡ଼ା ହୁଏ ଯେପରି କି ଆମ ସାମ୍ନାରେ କୌଣସି ଘଟଣା ଘଟିଛି । ଦେଶର କୌଣସି କୋଣରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, ଦେଶ ଏକଜୁଟ ହୋଇ ସେହି ସମ୍ବେଦନାରେ ସାମିଲ ହେଉଛି । ଯନ୍ତ୍ରଣାରେ ଭାଗିଦାରୀ ହେବାକୁ ପ୍ରୟାସ କରିଛି । ଦେଶ ସମ୍ମୁଖରେ ଅନେକ ଚାଲେଞ୍ଜ ଆସିଛି ଆଉ 125 କୋଟି ଦେଶବାସୀ ଉକ୍ତ ଚାଲେଞ୍ଜକୁ ନିଜର ବୋଲି ଭାବି ନିଜର ସାମର୍ଥ୍ୟ ଓ ପରାକ୍ରମରେ ତା’ର ମୁକାବିଲା ପାଇଁ ଭରପୂର ପ୍ରୟାସ କରିଛନ୍ତି । ଏହା ହେଉଛି ଆମ ଦେଶର ନିଜସ୍ୱ ଶକ୍ତି । କୌଣସି ଦେଶ ରାଜା-ମହାରାଜାଙ୍କ ଦ୍ୱାରା ନିର୍ମାଣ ହୁଏନି । ଶାସକଙ୍କ ଦ୍ୱାରା ଦେଶ ଗଠନ ହୁଏନି । ସରକାରଙ୍କ ଦ୍ୱାରା ଦେଶ ଗଢ଼ାଯାଏନି । ଦେଶ ଗଠନ ହୁଏ ସାଧାରଣ ନାଗରିକଙ୍କ ଦ୍ୱାରା, ଶିକ୍ଷକ, କୃଷକ, ଶ୍ରମିକ, ବୈଜ୍ଞାନିକ, ବୁଦ୍ଧିଜୀବୀ, ଆଚାର୍ଯ୍ୟ ଓ ସାଧୁଙ୍କ ଦ୍ୱାରା । ଏକ ଅଖଣ୍ଡ ତପସ୍ୟା ଥାଏ ଯାହା ରାଷ୍ଟ୍ରର ଏହି ବିରାଟ ରୂପକୁ ଧାରଣ କରିଥାଏ । ଆଉ ଆମେମାନେ ଭାଗ୍ୟବାନ ଯେ ହଜାର ବର୍ଷର ଏହି ମହାନ୍ ପରମ୍ପରାର ଆମେମାନେ ଏକ ଜୀବନ୍ତ ଅଂଶ । ଏଥିରେ କିଛି ଯୋଡ଼ିବାର ଦାୟିତ୍ୱ ମଧ୍ୟ ଆମକୁ ମିଳିଛି । ଉକ୍ତ ଦାୟିତ୍ୱକୁ ତୁଲାଇବାକୁ ଯେଉଁ ସଂସ୍କାର ଓ ପ୍ରଶିକ୍ଷଣ ଆବଶ୍ୟକ, ଯେଉଁ ଅନୁଭବ ଦରକାର ତାହା ଏନସିସି ମାଧ୍ୟମରେ ଆମକୁ ମିଳିଛି ।

ମୋର ମଧ୍ୟ ସୌଭାଗ୍ୟ ଥିଲା କି ପିଲାବେଳେ ଏନସିସି କ୍ୟାଡେଟ୍ ଭାବେ ମୋ’ ମଧ୍ୟରେ ଏହି ଚେତନାର ଅଭିଯାନ ଓ ଅନୁଭୂତି ବିକଶିତ ହୋଇଥିଲା । ମୁଁ ଆପଣମାନଙ୍କ ଭଳି ପ୍ରତିଭାବାନ ନଥିଲି କି ଏତେ ତେଜସ୍ୱୀ କ୍ୟାଡେଟ୍ ନଥିଲି । ସେଇଥିପାଇଁ ଦିଲ୍ଲୀ ପରେଡ୍ ଲାଗି କେବେ ମୋ’ର ଚୟନ ହୋଇନଥିଲା । କିନ୍ତୁ ଆପଣମାନଙ୍କୁ ଦେଖି ମୋତେ ଗର୍ବ ଲାଗୁଛି କି ପିଲାବେଳେ ମୋ’ ପାଖରେ ଯେଉଁ ଶକ୍ତି ଥିଲା, ଅନୁଭୂତି ଓ ଅନୁଭବ ଥିଲା, ତା’ତୁଳନାରେ ଆପଣମାନେ ବହୁ ଗୁଣରେ ଆଗରେ ଅଛନ୍ତି । ଏହା ଦେଖି ମୋତେ ଖୁସି ଲାଗୁଛି । ତେଣୁ ଆପଣମାନଙ୍କ ମଧ୍ୟରେ ଆଗକୁ ଯିବାର ସାମର୍ଥ୍ୟ ମଧ୍ୟ ମୋ’ଠୁ ଅନେକଗୁଣରେ ଅଧିକ ବୋଲି ମୋ’ର ଭରସା ଅଛି । ଏହି ଯୁବ ଶକ୍ତି ମଧ୍ୟରେ ଦେଶକୁ ଆଗେଇ ନେବାର ମଧ୍ୟ ସାମର୍ଥ୍ୟ ମଧ୍ୟ ମୋ’ଠୁ ବହୁ ଗୁଣରେ ଅଧିକ ଅଛି । ଏବଂ ଏହା ହିଁ ଦେଶର ଉଜ୍ୱଳ ଭବିଷ୍ୟତ ପାଇଁ ମୋତେ ଆଶ୍ୱସ୍ତ ଓ ନିଶ୍ଚିତ କରାଇଛି ।

ଏନସିସି ଓ ତା’ର କ୍ୟାଡେଟମାନେ ସ୍ୱଚ୍ଛତା ଅଭିଯାନକୁ ଆପଣାଇଥିଲେ । ଦେଶରେ ଯେଉଁଠି ବି ଯିବାର ସୁଯୋଗ ମିଳିଛି ଏନସିସି ସେଠାରେ ଯୋଜନାପୂର୍ବକ ସ୍ୱଚ୍ଛତାର ଅଭିଯାନ ଚଳାଇଛି । ଯେଉଁ ସଂଗଠନ ପାଖରେ 13 ଲକ୍ଷରୁ ଉର୍ଦ୍ଧ୍ଵ କ୍ୟାଡେଟ୍ ଅଛନ୍ତି, ଉକ୍ତ କ୍ୟାଡେଟମାନେ ସ୍ୱୟଂ ସଂଗଠିତ ଶୈଳୀରେ ସ୍ୱଚ୍ଛତା ଅଭିଯାନ ଚଳାଇଛନ୍ତି ଓ ଅନ୍ୟମାନଙ୍କୁ ପ୍ରେରଣା ଦେଉଛନ୍ତି । କିନ୍ତୁ ଜଣେ ନାଗରିକ ଭାବେ, ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ, ଆଖପାଖ ପରିସରରେ, ନିଜର ବନ୍ଧୁଙ୍କ ମଧ୍ୟରେ, ବନ୍ଧୁଙ୍କ ପରିବାରରେ, ସ୍ୱଚ୍ଛତା ଯେଭଳି ଏକ ଆଚରଣ ହେବ ତା’ର ପ୍ରେରଣାଦାୟୀ ଏଜେଣ୍ଟ ଭାବେ ଏନସିସିର ପ୍ରତ୍ୟେକ କ୍ୟାଡେଟ୍ କାମ କରିପାରିବେ । ଏନସିସିର ବ୍ୟବସ୍ଥା ଆଧାରରେ ସ୍ୱଚ୍ଛତା ଏକ ପ୍ରେରକ, କିନ୍ତୁ ନାଗରିକ ଭାବେ ସମାଜରେ ସ୍ୱଚ୍ଛତାକୁ ଆଚରଣ କରାଇବା ନିମନ୍ତେ, ଭାରତର ସ୍ୱଚ୍ଛତାର ଏକ ଚରିତ୍ର ଜଣେ କ୍ୟାଡେଟ୍ ହେବା ଉଚିତ୍ । 2019 ମସିହାରେ ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତୀ ଆମେମାନେ ପାଳନ କରିବାବେଳେ ଦେଶରେ ଅଳିଆ ଆବର୍ଜନା ପ୍ରତି ଲୋକଙ୍କ ମଧ୍ୟରେ ଘୃଣାଭାବ ଆସୁ, ସ୍ୱଚ୍ଛତା ପ୍ରତି ଭଲ ପାଇବା ହେଉ, ସ୍ୱଚ୍ଛତା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଦାୟିତ୍ୱ ହେଉ, ଉକ୍ତ କଥାକୁ ଆଗେଇ ନେବା ପାଇଁ ପ୍ରତ୍ୟେକଙ୍କୁ ଅନେକ କିଛି କରିବାର ଆବଶ୍ୟକତା ରହିଛି । ଏନସିସି କ୍ୟାଡେଟମାନେ ଏତେ ସଂଖ୍ୟାରେ ଅଛନ୍ତି ଓ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ଯୁବକମାନେ ଅଛନ୍ତି, ସେମାନଙ୍କର ଶକ୍ତି-ଆଗ୍ରହ ଓ ଉତ୍ସାହ ଅଛି, ପ୍ରଶିକ୍ଷଣ ବି ଅଛି । ବୋଧହୁଏ ଏହା ହିଁ ସବୁଠାରୁ ବଡ଼ ଶକ୍ତି ଭାବେ ଏହି ସ୍ୱଚ୍ଛତା ଆନ୍ଦୋଳନକୁ ଆଗେଇ ନେଇପାରିବ ।

ଯୁବସୁଲଭ ମନ, ଏମିତିରେ ତ ଭାରତୀୟଙ୍କ ମନ ଟେକ୍ନୋଲଜିକୁ ଖୁବଶୀଘ୍ର ଗ୍ରହଣ କରିନେଉଛି । ଏହି ଦେଶ ଭିତରେ 18ବର୍ଷରୁ ଉର୍ଦ୍ଧ୍ଵ ପ୍ରାୟତଃ ସମସ୍ତ ନାଗରିକଙ୍କର ‘ଆଧାର’ କାର୍ଡ/ନମ୍ବର ଅଛି । ଆଧାର ନମ୍ବର ହେଉ, ବାୟୋମେଟ୍ରିକରେ ସେମାନଙ୍କର ପରିଚୟ ହେଉ, ଏହା ଯେକୌଣସି ରାଷ୍ଟ୍ରର ବହୁତ ବଡ଼ ସମ୍ପତ୍ତି ଯାହା ଆଜି ଭାରତ ପାଖରେ ଅଛି । ଏହି ବିଶିଷ୍ଟ ପରିଚୟ ଆମର ସମସ୍ତ ଯୋଜନାର ଆଧାର ହୋଇପାରିବ ।

ଏବେ ଲୋକମାନେ ଡିଜିଟାଲ ମୁଦ୍ରା ବା କରେନ୍ସି ଆଡ଼କୁ କେମିତି ଯିବେ ଏହାର ଏକ ଅଭିଯାନ ଚାଲିଛି । ଏନସିସି କ୍ୟାଡେଟମାନେ ଏହାକୁ ଆଗେଇ ନେଇଛନ୍ତି । ନୋଟ, ନୋଟର ଛପା, ଛାପିବା ପରେ ନୋଟକୁ ଗାଁ ଗାଁରେ ପହଂଚାଇବାରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଗୋଟିଏ ଏଟିଏମ୍ କୁ ସମ୍ଭାଳିବା ପାଇଁ ୫ଜଣ ଲେଖାଏଁ ପୁଲିସ୍ ମୁତୟନ ହେଉଛନ୍ତି । ଯଦି ଆମେ ଡିଜିଟାଲ ଆଡ଼କୁ ଯିବା ତା’ହେଲେ ଦେଶର କେତେ ଅର୍ଥ ସଂଚୟ ହୋଇପାରିବ ଓ ଉକ୍ତ ଟଙ୍କାକୁ ଆମେ ଗରିବଙ୍କୁ ଘର, ଶିକ୍ଷା ଓ ଔଷଧ ଦେବା ପାଇଁ ଖର୍ଚ୍ଚ କରିପାରିବା । ଗରିବଙ୍କ ପିଲାଙ୍କୁ ଭଲ ସଂସ୍କାର ଦେବାରେ ଏହି ଟଙ୍କା କାମରେ ଆସିପାରିବ । ଯଦି ଆମେ ଦେଶରେ ଡିଜିଟାଲ ପେମେଂଟ୍ ବା ନେଣଦେଣରେ ଅଭ୍ୟସ୍ତ ହେବା, ତା’ହେଲେ ଆମ ପକେଟ୍ ରୁ କିଛି ନଦେଇ ମଧ୍ୟ ଏହା କରିହେବ ।

ବାବା ସାହେବ ଆମ୍ବେଦକରଙ୍କ ମନେ ପକାଇ ଭୀମ(ବିଏଚ୍ଆଇଏମ୍) “ଆପ”କୁ ନିଜ ମୋବାଇଲ ଫୋନ୍ ରେ ଡାଉନ୍-ଲୋଡ କରନ୍ତୁ । ଏହି ଆପ ରେ ଲୋକଙ୍କୁ କାରବାର କରିବାର ଅଭ୍ୟାସରେ ପକାନ୍ତୁ । ନିଜ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଥିରେ ଅଭ୍ୟସ୍ତ କରାନ୍ତୁ । ଯେଉଁଠି ଆମେ କିଣାବିକା କରୁଛେ,ସେଠାର ଦୋକାନୀକୁ ଏହି ଅଭ୍ୟାସରେ ପକାନ୍ତୁ । ଆପଣ କଳ୍ପନା କରିପାରିବେ ନାହିଁ ଯେ ଏହା ଦ୍ୱାରା ଆପଣମାନେ କେତେ ବଡ଼ ସେବା ଦେଶର କରିବେ । ହିନ୍ଦୁସ୍ତାନର ପ୍ରତ୍ୟେକ ନାଗରିକ ଏହି କାମ କରିପାରିବେ ।

ବଦଳୁଥିବା ଯୁଗରେ ପରିବର୍ତ୍ତିତ ଅର୍ଥବ୍ୟବସ୍ଥା ଓ ଟେକ୍ନୋଲଜି ଅଭିମୁଖୀ ସମାଜ ଆଡକୁ ଅଗ୍ରସର ହେଉଥିବାବେଳେ ଭାରତ କ’ଣ ବିଶ୍ୱରେ ପଛରେ ରହିପାରିବ? ଯେଉଁ ଦେଶ ପାଖରେ 65 ପ୍ରତିଶତ ଜନସଂଖ୍ୟା 35 ବର୍ଷରୁ କମ୍ ବୟସର ଅଛନ୍ତି ଆଉ ଜନସଂଖ୍ୟାର ଏହି ବିଭାଜନ ପାଇଁ ହିଁ ଆମେ ବିଶ୍ୱରେ ଛାତି ଫୁଲାଇ, ଆଖିରେ ଆଖି ମିଶାଇ କଥା ହୋଇପାରିଛୁ । ଏହି ଦେଶର 80 କୋଟି ଯୁବକଯୁବତୀ ଯଦି ଅର୍ଥବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆମକୁ ଯୋଗଦାନ କରିବାର ଅଛି ବୋଲି ଥରୁଟିଏ ପ୍ରତିଶ୍ରୁତି ନିଅନ୍ତି, ତା’ହେଲେ ଆପଣ କଳ୍ପନା କରିପାରିବେନି କି ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଠାରୁ ବହୁତ ବଡ଼ କାର୍ଯ୍ୟ ହିନ୍ଦୁସ୍ତାନର ଏହି ଯୁବକଯୁବତୀମାନେ କରିଦେବେ । ପରିବର୍ତ୍ତନ ଆଣିପାରିବେ । ଏନସିସି ମଧ୍ୟ ଏହି ଦାୟିତ୍ୱକୁ ତୁଲାଇଛି । ମୋ’ର ବିଶ୍ୱାସ ଅଛି ଯେ ସେ ଏହାକୁ ପରିପୂର୍ଣ୍ଣ କରିବା ଜାରି ରଖିବେ ।

 

ଏନସିସିର କ୍ୟାଡେଟମାନଙ୍କ ମଧ୍ୟରେ ଦେଶଭକ୍ତି ଭରି ରହିଛି । ଅନୁଶାସନ ହେଉଛି ସେମାନଙ୍କର ବିଶେଷତ୍ୱ । ମିଳିତ ଭାବେ କାମ କରିବା ହେଉଛି ସେମାନଙ୍କର ସ୍ୱଭାବ । ପାଦରେ ପାଦ ମିଶାଇ ଚାଲିବା, କାନ୍ଧରେ କାନ୍ଧ ମିଶାଇ ଚାଲିବା କିନ୍ତୁ ଏକାଠି ମିଶି ଚିନ୍ତା କରିବା, ଆଉ ଚିନ୍ତା କରି ଆଗେଇ ଯିବା ଓ ହାସଲ କରିବା ହିଁ ଏନସିସିର ବିଶେଷତ୍ୱ । ତେଣୁ ଆଜି ଯେତେବେଳେ ବିଶ୍ୱ ଆତଙ୍କବାଦ ଚାଲେଞ୍ଜର ସମ୍ମୁଖୀନ ହୋଇଛି, ସେତେବେଳେ ଆମର ଯୁବ ପୀଢ଼ି ମଧ୍ୟରେ ସମାଜ ଓ ଦେଶ ପ୍ରତି ଆପଣାର ଭାବନା ନିରନ୍ତର ଜାଗ୍ରତ କରିବାକୁ ପଡ଼ୁଛି । ଆମର ଏଠି କୁହାଯାଏ ‘ରାଷ୍ଟ୍ରମ ଜାଗ୍ରୟାମ ବ୍ୟଂ’ । ନିରନ୍ତର ସଚେତନତା । ଏଥିପାଇଁ ସଚେତନ ରହିବାକୁ ପଡ଼ିବ । ଆମ ଆଖପାଖରେ କୌଣସି ଯୁବକଯୁବତୀ ଯଦି କିଛି ଭୁଲ୍ ରାସ୍ତାରେ ଯାଉଥିବେ, ତାଙ୍କୁ ରୋକିବାକୁ ହେବ । ଜୀବନରେ ଏଭଳି କୌଣସି ଖରାପ ଆସିନଥିବ କି ଯାହା ତାକୁ ତ ଧ୍ୱଂସ କରିବ ଆଉ ତା’ର ପରିବାରକୁ ମଧ୍ୟ ନଷ୍ଟ କରିଦେବ । ଆଉ ସମାଜ ପାଇଁ ସେମାନେ ବୋଝ ପାଲଟିଯିବେ । ଯଦି ଆମେ ସଚେତନ ହେବା ତା’ହେଲେ ଆଖପାଖରେ, ନିଜ ସାଙ୍ଗମାନଙ୍କ ମଧ୍ୟରେ ଏହାର ପ୍ରସାର କରିପାରିବା । ସାଙ୍ଗମାନେ ଏନସିସିରେ ଥାଆନ୍ତୁ କି ନାହିଁ, ଆମେ ତାଙ୍କୁ ଚେତନାର ଅଭିଯାନ ମାଧ୍ୟମରେ ଅବା ଜୀବନର ଯେଉଁ ଉଦ୍ଦେଶ୍ୟକୁ ଆମେ ଜାଣିଛେ, ତାହା ସେମାନଙ୍କୁ ଅବଗତ କରାଇବା, ଆଉ ସେମାନେ ବି ଆମ ମାର୍ଗରେ ଚାଲିପାରିବେ ।

ଆଜି ଗଣତନ୍ତ୍ରର ଏହି ପରେଡ୍ ରେ ଏତେ ଦିନଧରି ଆପଣମାନେ ଅନେକ କିଛି ଶିଖିଥିବେ । ଅନେକ ନୂଆ ବନ୍ଧୁ ପାଇଥିବେ । ଭାରତର କୋଣଅନୁକୋଣକୁ ଜାଣିବା ଓ ବୁଝିବାର ସୁଯୋଗ ମିଳିଛି । ଅନେକ ଉତ୍ସାହଜନକ ସ୍ମୃତି ସହ ତୁମେମାନେ ନିଜ ଘରକୁ ଫେରିବାକୁ ଯାଉଛନ୍ତି । ତୁମେମାନେ କେବେ ଫେରିବ ଓ ନିଜର ଅନୁଭୂତି ସେମାନଙ୍କୁ କହିବ ତାହା ତୁମର ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ସାଙ୍ଗମାନେ ଅପେକ୍ଷା କରି ରହିଥିବେ । ଆପଣମାନେ ତ ନିଜର ଫଟୋ ମୋବାଇଲ ଫୋନ୍ ରେ ସେମାନଙ୍କୁ ପଠାଇ ସାରିବେଣି । ମୁଁ ପରେଡ୍ ର ଅମୂକ ସ୍ଥାନରେ ଥିଲି ଆଉ ଆପଣଙ୍କ ସାଙ୍ଗ ମଧ୍ୟ ପରେଡ୍ କୁ ପୁରା ଟିକିନିଖି ଦେଖିଥିବ । ତାକୁ ପରେଡ୍ ଦେଖାଯାଉ କି ନଦେଖାଯାଉ କିନ୍ତୁ ତା’ ଗାଁର ପିଲା ଟିକେ ଦେଖାଯାଉ । ଆମ ସ୍କୁଲର ପିଲା ଦେଖାଯାଉଛି କି ନାହିଁ । ସମଗ୍ର ହିନ୍ଦୁସ୍ତାନର ପ୍ରତ୍ୟେକ କୋଣର ପ୍ରତ୍ୟେକଙ୍କ ନଜର ଆପଣଙ୍କ ଉପରେ ରହିଥିବ । ଏହା କୌଣସି ଛୋଟ ଗୌରବର କଥା ନୁହେଁ । ଏହା ବଡ଼ ଆନନ୍ଦର ମୁହୂର୍ତ୍ତ ହୋଇଥାଏ । ଉକ୍ତ ସ୍ମୃତିଗୁଡ଼ିକୁ ନେଇ ଆପଣମାନେ ଫେରୁଛନ୍ତି, ଆଉ ଏହି ମୂଲ୍ୟବାନ ସମ୍ପଦକୁ କେତେବେଳେ ନଷ୍ଟ ହେବାକୁ ଦେବନି । ତାକୁ ସାଇତି ରଖିବ ଓ ବିକଶିତ କରିବାକୁ ପ୍ରୟାସ କରିବ । ଯେତେ ଭଲ କଥାକୁ ବିକଶିତ କରିବ ଜୀବନ ମଧ୍ୟ ସେତେ ପ୍ରସ୍ଫୁଟିତ ହେବ । ଏହି ମହକ ଆପଣଙ୍କ ଜୀବନରେ ହିଁ ପ୍ରକଟ ହେବ, ଯାହା ଆଖପାଖର ସମଗ୍ର ପରିସରକୁ ପୁଲକିତ ଓ ସୁବାଷିତ କରିବ ।

ଆପଣମାନଙ୍କୁ ସମସ୍ତଙ୍କୁ ମୋର ବହୁତ ବହୁତ ଶୁଭକାମନା । ବିଜୟୀ କ୍ୟାଡେଟମାନଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଏନସିସିକୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.