Technology is the bridge to achieve ‘Sabka Saath Sabka Vikas’: PM
Challenge of technology, when converted into opportunity, transformed ‘Dakiya’ into ‘Bank Babu’: PM

ଦେଶର ସାମାଜିକ ଏବଂ ବ୍ୟାବସାୟୀକ ନେତୃତ୍ୱଙ୍କୁ ସଦାସର୍ବଦା ପ୍ରେରଣା ଓ ଶକ୍ତି ଯୋଗାଉଥିବା ରତନ ଟାଟା ମହୋଦୟ,
ତାଙ୍କର ଏହି ପରମ୍ପରାକୁ ଆଗକୁ ବଢାଉଥିବା ଏନ.ଚନ୍ଦ୍ରଶେଖରନ୍ ମହାଶୟ, ରୂପା ମହାଶୟା, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିମାନେ!!

ରତନ ଟାଟା ମହୋଦୟ, ଚନ୍ଦ୍ରଶେଖରନ୍ ମହାଶୟଙ୍କ ସହିତ ସାକ୍ଷାତ ହେବା, ସେମାନଙ୍କ ସହିତ ଆଲୋଚନା କରିବା ସବୁବେଳେ ଏକ ନୂତନ ଅନୁଭବ ଦେଇଥାଏ । ତାଙ୍କ ଉପରେ ଦେଶର ସର୍ବବୃହତ ସଂସ୍ଥାଗୁଡିକୁ ଜଣଙ୍କୁ ନେତୃତ୍ୱ ଦେବାର ଦାୟିତ୍ୱ ଅଛି ।

ଏତେ ବଡ଼ ଦାୟିତ୍ୱ ପରେ ମଧ୍ୟ ସେ ଚାପମୁକ୍ତ ହୋଇ ହସୁଛନ୍ତି, ସେମାନେ କିପରି ରହିପାରୁଛନ୍ତି, ମୋତେ ଲାଗୁଛି ଆଗାମୀ ଦିନରେ ଏହା ଉପରେ ମଧ୍ୟ ଚନ୍ଦ୍ରଶେଖରନ୍ ମହାଶୟଙ୍କୁ ଏକ ପୁସ୍ତକ ଲେଖିବା ଦରକାର । ଆଉ ହଁ, ଏହି ଚିନ୍ତାଧାରା ନେଇ ମୋର କୌଣସି ସତ୍ତ୍ଵାଧିକାର ମଧ୍ୟ ନାହିଁ । ଆପଣ ବିନା କୌଣସି ଚାପରେ ଏହି କାର୍ଯ୍ୟ କରିପାରିବେ !!!

ସାଥୀଗଣ,

ସେ ପୁସ୍ତକ ଲେଖିବେ କି ନାହିଁ, ଏହା ମୁଁ କହିପାରିବି ନାହିଁ କିନ୍ତୁ ହସ ଏବଂ ଚାପମୁକ୍ତ ଚିନ୍ତାଧାରା ଦ୍ୱାରା କ’ଣ ହୋଇଥାଏ, ତାହାର ପରିଣାମ ‘ବ୍ରାଇଡିଜିଟାଲ ନେସନ’ ଭାବେ ଆମ ସାମ୍ନାରେ ଅଛି।

ସକରାତ୍ମକ, ସୃଜନଶୀଳ ଏବଂ, ରଚନାତ୍ମକ ଚିନ୍ତାଧାରା ଦ୍ୱାରା ଦେଶର ସମସ୍ୟାଗୁଡିକର ସମାଧାନ ନିମନ୍ତେ ରାସ୍ତା ସୁଗମ ଯେ ହୋଇଥାଏ ଏହା ହେଉଛି ତାହାର ପରିଣାମ ।

ଏହା ସକରାତ୍ମକ ଭାବନ ଓ ଆଶା ତଥା ନିଜ ପ୍ରତିଭାର ବିକାଶ ଦ୍ଵାରା ହିଁ ଏକ ନବଗଠିତ ଭାରତ ସମ୍ଭବ ।

ମୋର ବିଶ୍ୱାସ ଯେ ଏହି ପୁସ୍ତକ ପ୍ରେରଣାଦାୟୀ । ଭାରତକୁ ତ ଏହା ନିଶ୍ଚୟ ପ୍ରେରଣା ଦେବ, ସମାଜର କିଛି ବୃତ୍ତିଧାରୀ ନିରାଶାବାଦୀଙ୍କୁ ମଧ୍ୟ ନୂତନ ଅଭିବ୍ୟକ୍ତି ଓ ଦୃଷ୍ଟିକୋଣ ପାଇଁ ପ୍ରୋତ୍ସାହିତ କରିବ । ମୁଁ ଚନ୍ଦ୍ରଶେଖରନ୍ ମହାଶୟ ଏବଂ ରୂପା ମହାଶୟାଙ୍କୁ ଏହି ଦୂରଦର୍ଶୀ ସନନ୍ଦ ପାଇଁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଏହି ପୁସ୍ତକ ଏଭଳି ସମୟରେ ଉନ୍ମୋଚିତ ହୋଇଛି, ଯେତେବେଳେ ବୈଷୟିକ ଜ୍ଞାନକୁ ଦିଗଭ୍ରଷ୍ଟ କରିବାର ବହୁତ ବଡ଼ ପ୍ରୟାସ ହେଉଛି । ଭୟର ଏକ ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଉଛି ।

ବିଶେଷତଃ ଭାରତ ପରିପ୍ରେକ୍ଷୀରେ ଟେକ୍ନୋଲୋଜିକୁ ଆମର ଜନସଂଖ୍ୟା ଭିତ୍ତିରେ ବିଭାଜନ ପାଇଁ ପ୍ରୟାସ ହେଉଛି ।

ଏହି ପୁସ୍ତକ ସରକାରଙ୍କର ସେହି ଦୃଷ୍ଟିକୋଣକୁ ଆହୁରି ସୁଦୃଢ କରିଛି, ଯାହା ଅନୁସାରେ ଟେକ୍ନୋଲୋଜି ଯୋଡିବାର କାର୍ଯ୍ୟ କରୁଛି, ଭାଙ୍ଗିବାର ନୁହେଁ ।

ଟେକ୍ନୋଲୋଜି ହେଉଛି ଏକ ସେତୁ, ବିଭାଜନ ନୁହେଁ ।

ଟେକ୍ନୋଲୋଜି ଏବଂ ପ୍ରତିଭା, ହେଉଛି ଶକ୍ତି ବର୍ଦ୍ଧକ, ବିପଦ ନୁହେଁ ।

ଟେକ୍ନୋଲୋଜି, ଆକାଂକ୍ଷା ଏବଂ ଉପଲବଧି ମଧ୍ୟରେ ହେଉଛି ଏକ ସେତୁ ।

ଟେକ୍ନୋଲୋଜି, ଚାହିଦା ଏବଂ ବିତରଣ ମଧ୍ୟରେ ହେଉଛି ଏକ ସେତୁ ।

ଟେକ୍ନୋଲୋଜି, ସରକାର ଏବଂ ପ୍ରଶାସନ ମଧ୍ୟରେ ହେଉଛି ଏକ ସେତୁ ।

ଟେକ୍ନୋଲୋଜି, ସମସ୍ତଙ୍କ ସହିତ ଏବଂ ସମସ୍ତଙ୍କ ବିକାଶ ସହିତ ଯୋଡିବାର ହେଉଛି ଏକ ସେତୁ ।

ସାଥୀଗଣ,

ଏହି ଭାବନା ବିଗତ 5 ବର୍ଷ ଧରି ଆମର କାର୍ଯ୍ୟକାଳ ମଧ୍ୟରେ ରହିଛି ଆଉ ଏହା ହେଉଛି ଭବିଷ୍ୟତ ପାଇଁ ଆମର ଅଭିବ୍ୟକ୍ତି ।
ଏହି ପୁସ୍ତକରେ ବହୁତ ଭଲଭାବେ ଏହା କୁହାଯାଇଛି କି, କୃତ୍ରିମ ବୌଦ୍ଧିକତା, ଯାନ୍ତ୍ରୀକ ଶିକ୍ଷା, ରେବୋଟିକ୍ସ ଭଳି ଆଧୁନିକ ଟେକ୍ନୋଲୋଜି କିଭଳି ବିକାଶର ଉପକରଣ ଭାବେ ସହାୟକ ରୂପେ ସାହାଯ୍ୟ କରିବ ।

ଏହି କଥା ମୁଁ ନିଜ ଅନୁଭବ ଆଧାରରେ କହିପାରିବି । ବିଗତ 5 ବର୍ଷରେ ଟେକ୍ନୋଲୋଜିର ପ୍ରୟୋଗ ଦ୍ୱାରା ଭାରତରେ ପ୍ରଶାସନରେ କିଭଳି ସଂସ୍କାର ଏବଂ ପରିବର୍ତ୍ତନ କରିଛୁ, ତାହା ଆପଣ ଅନୁଭବ କରିପାରୁଥିବେ । ଏହାସବୁ କିପରି ହୋଇ ପାରୁଛି, ଏହାର ଏକ ଉଦାହରଣ ମୁଁ ଆପଣମାନଙ୍କୁ ଦେଉଛି ।

ସାଥୀଗଣ,

ଆମ ଦେଶରେ ଏଲପିଜି ଗ୍ୟାସ ସଂଯୋଗ ଦେବାର ଯୋଜନା, ରିହାତି ଦେବାର କାର୍ଯ୍ୟ ବହୁ ବର୍ଷ ଧରି ଚାଲୁ ରହିଛି ।
ଏତେ ବଡ଼ ଉଜ୍ଜ୍ୱଳା ଯୋଜନା ଆରମ୍ଭ କଲୁ ତ, କିଛି ଲୋକଙ୍କୁ ଲାଗିଲା ଯେ ବୋଧହୁଏ ଏହା ମଧ୍ୟ ସେହିଭଳି ଯୋଜନା ହେବ, ଯାହା ହୋଇ ଆସୁଥିଲା । କିନ୍ତୁ ଏଥିପାଇଁ ଆମେ ଚିନ୍ତାଧାରାକୁ ମଧ୍ୟ ବଦଳାଇଲୁ, ଅଭିବ୍ୟକ୍ତିରେ ମଧ୍ୟ ପରିବର୍ତ୍ତନ କଲୁ ଆଉ ସେଥିରେ ଟେକ୍ନୋଲୋଜିର ପ୍ରବର୍ତ୍ତନ କଲୁ।

ସାଥୀଗଣ,

ଆମେ ପୂର୍ବଭଳି ଚାଲିଥାନ୍ତୁ ତ ପୁଣି କମିଟି ଗଠନ କରାଯାଇଥାଆନ୍ତା, କମିଟିର ବୈଠକ ବସିଥାନ୍ତା, ଭିନ୍ନ ଭିନ୍ନ ହିତାଧାରକଙ୍କ ସହିତ ଆଲୋଚନା ଚାଲିଥାନ୍ତା ଆଉ ଆମେ କେବେ ମଧ୍ୟ ସମୟସୀମା ମଧ୍ୟରେ ପହଞ୍ଚି ପାରି ନଥାନ୍ତୁ । କିନ୍ତୁ କମିଟି ବଦଳରେ ଟେକ୍ନୋଲୋଜି ଭଳି ଅଭିବ୍ୟକ୍ତି ଉପରେ ଆମେ ବିଶ୍ୱାସ କଲୁ ।

ଡାଟା ଇଣ୍ଟେଲିଜେନସି ସହାୟତାରେ ପ୍ରଥମେ ଆମେ ଆମ ପାଖରେ ଥିବା 17 ହଜାର ଏଲପିଜି ବିତରକଙ୍କ ସ୍ଥିତିକୁ ଚିହ୍ନଟ କଲୁ ଆଉ ବହୁତ କମ୍ ସମୟରେ ପୁଣି 10 ହଜାର ନୂତନ କେନ୍ଦ୍ର ପ୍ରସ୍ତୁତ କଲୁ । ଏଥିପାଇଁ ଆମେ ଦେଶର ପ୍ରତ୍ୟେକ ଗାଁକୁ ଡିଜିଟାଲ ପଦ୍ଧତିରେ ରେଖାଙ୍କିତ କଲୁ ।

ଏହି ତଥ୍ୟକୁ ଅନ୍ୟ ଡାଟା ପଏଣ୍ଟରେ, ଯେପରି ବିକ୍ରି ରିପୋର୍ଟ, ଏଲପିଜି ସହିତ ସଂଶ୍ଳିଷ୍ଟ ଜନସଂଖ୍ୟା, ସାମାଜିକ-ଆର୍ଥିକ ସ୍ଥିତି, ସବୁକଛିର ବିଶ୍ଳେଷଣ କରାଗଲା ।

ଲକ୍ଷ ଲକ୍ଷ ଗାଁରୁ ପ୍ରାୟ 64 ଲକ୍ଷ ଡାଇଭର୍ସ ଡାଟା ପଏଣ୍ଟର ବିଶ୍ଳେଷଣ ଆଧାରରେ ସ୍ଥିର କରାଗଲା କି ଏହିସବୁ ବିତରଣ କେନ୍ଦ୍ର କେଉଁଠି – କେଉଁଠାରେ ଖୋଲିବା ଦରକାର । କିନ୍ତୁ ଆମର କାର୍ଯ୍ୟ ଏହିଠାରେ ଶେଷ ହେଲା ନାହିଁ । ଆଉ ଏକ ବଡ଼ ସମସ୍ୟା ଥିଲା ଯାହାର ସମାଧାନ ଟେକ୍ନୋଲୋଜି କରିଦେଲା ।

ଡାସବୋର୍ଡରେ ଆବେଦନ ଏବଂ ବିତରଣର ବାସ୍ତବିକ ସମୟର ନିରୀକ୍ଷଣ ବେଳେ ଜଣାପଡିଲା ଯେ, ବହୁତ ମହିଳାଙ୍କ ଆବେଦନ ନାକଚ ବା ରଦ୍ଦ ହୋଇଯାଉଛି । କାରଣ ସେମାନଙ୍କ ପାଖରେ ବ୍ୟାଙ୍କ ଜମାଖାତା ନ ଥିଲା ।

ଏହି ସମସ୍ୟାରୁ ମୁକୁଳିବା ପାଇଁ ଜନଧନ ଶିବିରମାନ ଆୟୋଜନ କରାଗଲା ଆଉ ଏଭଳି ମହିଳାମାନଙ୍କର ଜମାଖାତା ଖୋଲାଗଲା ।
ପରିଣାମ ଏପରି ହେଲା ଯେ, ଆମେ 3 ବର୍ଷରେ 8 କୋଟି ସଂଯୋଗ ଦେବାର ଯେଉଁ ଲକ୍ଷ୍ୟ ରଖିଥିଲୁ, ତାହାକୁ ନିର୍ଦ୍ଧାରିତ ସମୟ ସୀମାର ଯଥେଷ୍ଟ ପୂର୍ବରୁ ପୂରଣ କରିଦିଆଗଲା ।

ସାଥୀଗଣ,

ଏଇତ ହେଉଛି ନା ଟେକ୍ନୋଲୋଜି ସହିତ ଉପଲବ୍ଧତା ବା ଯୋଗାଯୋଗ ବଢାଇବାର । ଏବେ ମୁଁ ଆପଣମାନଙ୍କୁ ଉପଲବ୍ଧତା ଦ୍ୱାରା ବ୍ୟାବହାରିକ ପରିବର୍ତ୍ତନ ଆଣିବାରେ ଟେକ୍ନୋଲୋଜିର କ’ଣ ଭୂମିକା ରହିଥାଏ ତାହାର ମଧ୍ୟ ଉଦାହରଣ ଦେଉଛି । ଦେଶରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଉପରେ ଆପଣଙ୍କ ପୁସ୍ତକରେ ମଧ୍ୟ ଆଲୋକପାତ କରାଯାଇଛି । ବିଶେଷ କରି ଚିକିତ୍ସା ନ କରିବାର ମାନସିକ ସ୍ଥିତି ଯାହା ଆମ ଦେଶରେ ଦାରିଦ୍ର୍ୟ କାରଣରୁ ରହିଛି, ଅର୍ଥାଭାବ କାରଣରୁ ରହିଛି।

ଆୟୁଷ୍ମାନ ଭାରତ ଯୋଜନା ଏହି ସ୍ଥିତିକୁ ବଦଳାଇବା ଦିଗରେ ବହୁତ ବଡ଼ ଭୂମିକା ତୁଲାଉଛି । ପୂର୍ବରୁ ଯେଉଁ ଗରିବ ଲୋକମାନେ ଏହି ଚିନ୍ତାରେ ଚିକିତ୍ସା କରିବାକୁ ପଛଘୁଞ୍ଚା ହେଉଥିଲେ, ଯେ ସେମାନଙ୍କର ସବୁକିଛି ବିକ୍ରି ହୋଇଯିବ, ସେମାନେ ଏବେ ଡ଼ାକ୍ତରଖାନାରେ ପହଞ୍ଚିବାରେ ଲାଗିଛନ୍ତି । ସେହି ଗରିବ ଲୋକମାନେ ଯେଉଁମାନେ ଘରୋଇ ହାସ୍ପାତାଳର ଦୁଆରପାଖରେ ପହଞ୍ଚିବାକୁ ସଂକୋଚ ବୋଧ କରୁଥିଲେ, ସେମାନେ ଏବେ ସେଠାରେ ପହଞ୍ଚି ପାରୁଛନ୍ତି ।

ଆଜିର ସ୍ଥତି ଏପରି ହୋଇଛି ଯେ, ଗରିବମାନଙ୍କ ମଧ୍ୟରେ ବ୍ୟାବହାରିକ ପରିବର୍ତ୍ତନ ମଧ୍ୟ ଆସିଛି, ଡାକ୍ତରୀ ସେବାର ଚାହିଦା ମଧ୍ୟ ବଢିଛି, ଗରିବମାନଙ୍କର ଚିକିତ୍ସା ମଧ୍ୟ ହେଉଛି ଏବଂ ହାସ୍ପାତାଳକୁ ସରକାରଙ୍କ ପକ୍ଷରୁ ମଧ୍ୟ ଅର୍ଥ ମିଳୁଛି । ଏହା ମଧ୍ୟ ଯଦି ସମ୍ଭବ ହୋଇପାରିଛି ତ କେବଳ ଟେକ୍ନୋଲୋଜି ମାଧ୍ୟମରେ ହୋଇଛି ।

ସାଥୀଗଣ,

ଏହି ଟେକ୍ନୋଲୋଜି ଦ୍ୱାରା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସେବାକୁ ସଂମ୍ପୂର୍ଣ୍ଣ ପ୍ୟାକେଜ ଭାବେ ଆମେ ବିକଶିତ କରୁଛୁ ।

ପୂର୍ବରୁ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦିଆଯାଉ ନଥିଲା, ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେବଳ ମୁଣ୍ଡ ବିନ୍ଧା ଏବଂ ପେଟ କାଟିବା ବା ପେଟ ବଥା ମଧ୍ୟରେ ସିମୀତ ଥିଲା ଆଉ ତୃତୀୟ ପର୍ଯ୍ୟାୟର ସ୍ୱାସ୍ଥ୍ୟସେବା ସଂମ୍ପୂର୍ଣ୍ଣ ଭିନ୍ନ ଧାରାରେ ଥିଲା ।

ଏବେ ଏଥିପାଇଁ ସମଗ୍ର ଦେଶରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ଆଉ ତୃତୀୟ ପର୍ଯ୍ୟାୟର ସ୍ୱାସ୍ଥ୍ୟସେବା ଆଧାରରେ ତାହାର ମୂଳଦୁଆ ବିକଶିତ ହେଉଛି ।

ବହୁତ କମ୍ ସମୟରେ ହିଁ ଏ ପର୍ଯ୍ୟନ୍ତ 21 ହଜାରରୁ ଅଧିକ ଏଭଳି କେନ୍ଦ୍ର ପ୍ରସ୍ତୁତ ହୋଇଯାଇଛି ।

ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ ଯେ ଏତେ କମ୍ ସମୟରେ, ଏହି କେନ୍ଦ୍ରରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଉଚ୍ଚ ରକ୍ତ ଚାପ, ପଚିଶ କୋଟିରୁ ଅଧିକ ମଧୁମେହ, ଦେଢ଼ କୋଟିରୁ ଅଧିକ କର୍କଟ ରୋଗ ଭଳି ମାମଲାର ବିଶ୍ଳେଷଣ କରାଯାଇଛି ।

ପୂର୍ବରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହା ସମ୍ଭବ ହେଉ ନଥିଲା । ଏବେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରୁ ହିଁ ଅଧିକ ଚିକିତ୍ସା ପାଇଁ ଏମାନଙ୍କୁ ଅନ୍ୟ ସ୍ଥାନକୁ ପଠାଯାଉଛି । ଆଉ ତୃତୀୟ ପର୍ଯ୍ୟାୟର ସ୍ୱାସ୍ଥ୍ୟସେବା ନେଟୱାର୍କ ମାଧ୍ୟମରେ ସେଠାକାର ଡାଟା ଆଧାରରେ ସିଧାସଳଖ ଶୀଘ୍ର ଚିକିତ୍ସା ସମ୍ଭବ ହେବାର ଶୁଭାରମ୍ଭ ହୋଇଛି ।

ସାଥୀଗଣ,

ଟେକ୍ନୋଲୋଜି ଏବେ ସେତୁ ପାଲଟିଛି ତ ଆମକୁ ପାରଦର୍ଶୀତା ଏବଂ ସ୍ଥିରୀକୃତ ବିତରଣର ମଧ୍ୟ ସମାଧାନ ମିଳିଛି । ଭାରତରେ ମଧ୍ୟସ୍ଥି ଏବଂ ଦଲାଲଙ୍କ କି ଭୂମିକା ଥିଲା, ତାହା ସହିତ ଆପଣମାନେ ଭଲ ଭାବେ ପରିଚିତ ଅଛନ୍ତି ।

ସରକାର ଦେଶ ଚଳାନ୍ତି,

ମଧ୍ୟସ୍ଥିମାନେ ପ୍ରଶାସନକୁ ଚଳାନ୍ତି,

ଏହାକୁ ଏକ ନିୟମ ଭାବେ ଧରି ନିଆ ଯାଇଥିଲା । ଏଇଥିପାଇଁ ହେଉଥିଲା କାରଣ ଲୋକ ଏବଂ ପ୍ରକ୍ରିୟା ମଧ୍ୟରେ ଦୂରତା ରହିଥିଲା । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ପ୍ରମାଣପତ୍ରର ଏକ ଦୀର୍ଘ ବ୍ୟବସ୍ଥା ଥିଲା, ଯେଉଁଥିରେ ସାଧାରଣ ଲୋକ ଘାଣ୍ଟି ହେଉଥିଲେ ।
ଆଜି ଜନ୍ମଠାରୁ ନେଇ ଜୀବନ ପ୍ରମାଣ ପତ୍ର ପର୍ଯ୍ୟନ୍ତ ଶହ ଶହ ସରକାରୀ ସେବା ଅନଲାଇନରେ ମିଳୁଛି । ଆଜି ସ୍ୱ-ପ୍ରମାଣନ ଦେଶରେ ଏକ ଆଦର୍ଶ ପାଲଟୁଛି । ଏବେ ଆମେ ସ୍ୱ ମୂଲ୍ୟାୟନ, ସ୍ୱ ଘୋଷଣାନାମା ଏବଂ ମୁଖମଣ୍ଡଳ ନ ଦେଖି ଟିକସ ମୂଲ୍ୟାୟନ ଭଳି ବ୍ୟବସ୍ଥା ଯାହା ବ୍ୟବସ୍ଥିତ ଢ଼ଙ୍ଗରେ ଆଗକୁ ବଢ଼ୁଛି ।

ସାଥୀଗଣ,

ଟେକ୍ନୋଲୋଜିର ପ୍ରଭାବଶାଳୀ ବ୍ୟବହାର କିଭଳି ଆହ୍ୱାନଗୁଡିକୁ ସୁଯୋଗରେ ପରିବର୍ତ୍ତିତ କରିଦେଇଥାଏ, ଏହାର ଆଉ ଏକ ଉଦାହରଣ ଅଛି, ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଦେଶର ସବୁଠାରୁ ବଡ଼ ନେଟୱାର୍କ, ଆମର ଡାକଘର ସେବା ଉପରେ ମୋବାଇଲ ଏବଂ ଇଣ୍ଟରନେଟର ପ୍ରସାର ବଢିବା ଦ୍ୱାରା ବନ୍ଦ ହେବାର ବିପଦ ଥିଲା, ଲକ୍ଷ ଲକ୍ଷ ଲୋକଙ୍କର ରୋଜଗାର ସଂକଟ ଜନକ ସ୍ଥିତିରେ ଥିଲା । କିନ୍ତୁ ଆଜି ଟେକ୍ନୋଲୋଜି ଯୋଗୁଁ ହିଁ ପୋଷ୍ଟ ଅଫିସ, ବ୍ୟାଙ୍କିଙ୍ଗ ସେବାର ଡିଜିଟାଲ କାରବାର ଘରେ ପହଞ୍ଚାଇବାର କେନ୍ଦ୍ର ପାଲଟି ଯାଇଛି ।

ସେହିପରି ଗାଁ, ଗାଁରେ ଅନଲାଇନ୍ ସେବା ବିତରଣ କଲାବାଲା ସାଧାରଣ ସେବା କେନ୍ଦ୍ରର ନେଟୱାର୍କ 12 ଲକ୍ଷରୁ ଅଧିକ ଯୁବକଙ୍କୁ ରୋଜଗାର ଦେଉଛି ।

ସାଥୀଗଣ,

ଉଦ୍ୟମୀତାର ଭାବନାକୁ, ଏମଏସଏମଇକୁ ସୁଦୃଢ କରିବା ଏବଂ ସେଗୁଡିକୁ ନିଯୁକ୍ତି ସୁଯୋଗର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କରିବା ପାଇଁ ଯାହା ମଧ୍ୟ ପ୍ରସ୍ତାବ ପୁସ୍ତକରେ ଦିଆଯାଇଛି, ସେଥିରେ ମଧ୍ୟ ମୁଁ ମୋଟାମୋଟି ଭାବେ ସହମତ ଅଛି । ଏଠାରେ ଆସିବାକୁ ଥିବା ସ୍ଥାଣୁତାକୁ ଦୂର କରିବା ପାଇଁ ମଧ୍ୟ ଆମେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରୁଛୁ ।

ସାଧାରଣ ନିଲାମୀ ପାଇଁ ସରକାର କରିଥିବା ଇ-ବଜାର ସ୍ଥାନ ଅର୍ଥାତ ଜିଇଏମ(ଜେମ୍) ବିଷୟରେ ଆପଣମାନେ ଜାଣିଛନ୍ତି । ଏହା ସରକାରଙ୍କ ଚାହିଦା ଏବଂ ଏମଏସଏମଇର ଯୋଗାଣ ଇକୋ ବ୍ୟବସ୍ଥା ମଧ୍ୟରେ ଏହା ସେତୁ ପାଲଟିଛି ।

ଏହି ବ୍ୟବସ୍ଥାର ସଫଳତାର ଅନୁମାନ ଏହି କଥାରୁ କରାଯାଇ ପାରିବ ଯେ, ଚଳିତ ବର୍ଷ ଏହା ମାଧ୍ୟମରେ ପ୍ରାୟ 50 ହଜାର କୋଟି ଟଙ୍କାର କିଣାବିକାର ଲକ୍ଷ୍ୟ ରଖାଯାଇଛି ।

ସାଥୀଗଣ,

ସେହିପରି ଷ୍ଟାର୍ଟ ଅପ୍ ଇଣ୍ଡିଆ, ସ୍ଥାନୀୟ ଚାହିଦା ଏବଂ ଯୋଗାଣ ପାଇଁ, ତ ମେକ୍ ଇନ୍ ଇଣ୍ଡିଆ ସ୍ଥାନୀୟ ଯୋଗାଣ ଏବଂ ବିଶ୍ୱ ଚାହିଦା ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଛି ।

ଆପଣ ଏହି ପୁସ୍ତକରେ ଚାହିଦା ଏବଂ ଯୋଗାଣ ସମସ୍ୟା ଉପରେ ବହୁତ ନିଖୁଣ ଭାବେ ବୁଝାଇଛନ୍ତି । ଷ୍ଟାର୍ଟ ଅପ୍ ଇଣ୍ଡିଆ ମଧ୍ୟ ଏହି ସମସ୍ୟା ଗୁଡିକ ଉପରେ କାର୍ଯ୍ୟ କରୁଛି ।

ଭାରତ ପାଇଁ ଯେଉଁ ସବୁ ଆହ୍ୱାନ ଗୁଡିକ ରହିଛି ସେଗୁଡିକୁ ସାମ୍ନାରେ ରଖି, ଚିନ୍ତାଧାରାର ଉନ୍ମେଷ କରି ଉଦ୍ୟୋଗରେ ପରିବର୍ତ୍ତନ କରିବାର ଏହା ହେଉଛି ଏକ ପ୍ରୟାସ । ଏହା ହେଉଛି କାରଣ ଯେ ଆଜି ଅଧିକ ଷ୍ଟାର୍ଟ ଅପ୍ ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରମାନଙ୍କରେ ପ୍ରସ୍ତୁତ ହେଉଛି ।

ସାଥୀଗଣ,

ଏହି ସମସ୍ତ କଥା ମଧ୍ୟରେ ଏହା ମଧ୍ୟ ଠିକ୍ ଯେ, କେବଳ ଟେକ୍ନୋଲୋଜି ସମାଧାନର କାରଣ ନୁହେଁ, ମାନବର ଲକ୍ଷ୍ୟ ଏବଂ ସଠିକ ଉଦ୍ଦେଶ୍ୟର ବହୁତ ଆବଶ୍ୟକତା ରହିଛି । ଏହି କଥା କୃତ୍ରିମ ବୌଦ୍ଧିକତା ଉପରେ ମଧ୍ୟ ଲାଗୁ ହୋଇଥାଏ । ଏହାକୁ ନେଇ ବିତର୍କର ଆବଶ୍ୟକତା ନାହିଁ ଯେ, କୃତ୍ରିମ ବୌଦ୍ଧିକତାକୁ ନେଇ ବିପଦ ଅଛି ? ରୋବର୍ଟ ମଣିଷ ଭଳି କେବେ ସ୍ମାର୍ଟ ହେବ ?

ବରଂ ଏହାକୁ ନେଇ ବିତର୍କ ହେବା ଦରକାର ଯେ, କୃତ୍ରିମ ବୌଦ୍ଧିକତା ଏବଂ ମାନବର ଉଦ୍ଦେଶ୍ୟ ମଧ୍ୟରେ ଆମେ କିଭଳି ସେତୁ ପ୍ରସ୍ତୁତ କରିବା ? ନିଜ ଦକ୍ଷତାକୁ ନୂତନ ଚାହିଦା ଅନୁସାରେ କିଭଳି ଉନ୍ନତ କରିବା ?

ଆସନ୍ତୁ କୃତ୍ରିମ ବୌଦ୍ଧିକତା ଆଉ ଏକ ସହାୟତା ପାଲଟୁ ଯାହା ଟିକେ ଅଧିକ ଜଟିଳ ହେବ ।

କହିବାକୁ ତ ବହୁତ କିଛି ଅଛି, କିନ୍ତୁ ଅନ୍ୟ ଲୋକଙ୍କୁ ପୁସ୍ତକ ପଢିବା ପାଇଁ ମୋତେ ସମୟ ଦେବାର ଅଛି । ଆଉ ଥରେ ପୁଣି ଏହି ବହୁତ ଭଲ ପୁସ୍ତକ ପାଇଁ, ବହୁତ ଭଲ ପ୍ରୟାସ ପାଇଁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭ କାମନା ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!