ରାଷ୍ଟ୍ର ପ୍ରେରଣା ସ୍ଥଳ ଏକ ଦୃଷ୍ଟିକୋଣର ପ୍ରତୀକ ଯାହା ଭାରତକୁ ସ୍ୱାଭିମାନ, ଏକତା ଏବଂ ସେବା ଦିଗରେ ମାର୍ଗଦର୍ଶନ କରିବ : ପ୍ରଧାନମନ୍ତ୍ରୀ
ସବକା ପ୍ରୟାସ ଏକ ବିକଶିତ ଭାରତର ସଂକଳ୍ପକୁ ସାକାର କରିବ: ପ୍ରଧାନମନ୍ତ୍ରୀ
ଆମେ ଅନ୍ତ୍ୟୋଦୟକୁ ପୂର୍ଣ୍ଣ ସଂତୃପ୍ତିର ଆକାର ଦେଇଛୁ : ପ୍ରଧାନମନ୍ତ୍ରୀ

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଲକ୍ଷ୍ନୌର ସାଂସଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୀ, ବିଜେପିର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଓ କେନ୍ଦ୍ର ପରିଷଦରେ ମୋର ସହଯୋଗୀ ଶ୍ରୀମାନ ପଙ୍କଜ ଚୌଧୁରୀ, ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଜୀ, ଉପସ୍ଥିତ ଅନ୍ୟ ମନ୍ତ୍ରୀଗଣ, ଜନପ୍ରତିନିଧିମାନେ, ମହିଳା ଏବଂ ସଜ୍ଜନମାନେ,

ଆଜି ଲକ୍ଷ୍ନୌର ଏହି ମାଟି, ଏକ ନୂଆ ପ୍ରେରଣାର ସାକ୍ଷୀ ହେବାକୁ ଯାଉଛି । ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ପୂର୍ବରୁ, ମୁଁ ଦେଶ ଏବଂ ସମଗ୍ର ବିଶ୍ୱକୁ ଖ୍ରୀଷ୍ଟମାସର ଶୁଭକାମନା ଜଣାଉଛି । ଭାରତରେ କୋଟି କୋଟି ଖ୍ରୀଷ୍ଟିଆନ ପରିବାର ଆଜି ଉତ୍ସବ ପାଳନ କରୁଛନ୍ତି । ଖ୍ରୀଷ୍ଟମାସର ଉତ୍ସବ, ସମସ୍ତଙ୍କ ଜୀବନରେ ଖୁସି ଭରିଦେଉ, ଏହା ଆମ ସମସ୍ତଙ୍କର କାମନା ।

ବନ୍ଧୁଗଣ,

ଏହି ଦିନ ୨୫ ଡିସେମ୍ବର, ଦେଶର ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମବାର୍ଷିକୀ ମଧ୍ୟ ପାଳନ କରାଯାଏ । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏବଂ ଭାରତ ରତ୍ନ ମହାମନା ମଦନ ମୋହନ ମାଲବୀୟ ଜୀ । ଏହି ଦୁଇ ମହାପୁରୁଷ ଭାରତର ପରିଚୟ, ଏକତା ଏବଂ ଗୌରବର ରକ୍ଷା କରିବା ସହ ରାଷ୍ଟ୍ର ନିର୍ମାଣରେ ନିଜର ଅମିଟ ଛାପ ଛାଡି ଯାଇଛନ୍ତି ।

 

ବନ୍ଧୁଗଣ,

ଆଜି ଡିସେମ୍ବର ୨୫ ତାରିଖରେ ମହାରାଜା ବିଜଲି ପାସୀଙ୍କ ଜନ୍ମବାର୍ଷିକୀ ମଧ୍ୟ । ଲକ୍ଷ୍ନୌର ପ୍ରସିଦ୍ଧ ବିଜଲି ପାସୀ ଦୁର୍ଗ ଏଠାରୁ ଅଧିକ ଦୂର ନୁହେଁ । ମହାରାଜା ବିଜଲି ପାସି ବୀରତା, ସୁଶାସନ ଏବଂ ସମାବେଶର ଯେଉଁ ଐତିହ୍ୟ ଛାଡି ଯାଇଛନ୍ତି, ତାହାକୁ ଆମର ପାସୀ ସମାଜ ଗର୍ବର ସହିତ ଆଗକୁ ବଢ଼ାଉଛନ୍ତି । ଏହା ମଧ୍ୟ ଏକ ସଂଯୋଗ ଯେ, ଅଟଳ ବିହାରୀ ବାଜପେୟୀ ଜୀ ୨୦୦୦ ମସିହାରେ ମହାରାଜା ବିଜଲି ପାସୀଙ୍କ ସମ୍ମାନରେ ଡାକ ଟିକଟ ଜାରୀ କରିଥିଲେ ।

ବନ୍ଧୁଗଣ,

ଆଜି ଏହି ପବିତ୍ର ଦିନରେ, ମୁଁ ମହାମନା ମାଲବୀୟ ଜୀ, ଅଟଳ ଜୀ ଏବଂ ମହାରାଜା ବିଜଲି ପାସୀଙ୍କୁ ସମ୍ମାନର ସହିତ ପ୍ରଣାମ କରୁଛି ।

ବନ୍ଧୁଗଣ,

କିଛି ସମୟ ପୂର୍ବରୁ ମୋତେ, ଏଠାରେ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦ୍‌ଘାଟନ କରିବାର ସୌଭାଗ୍ୟ ମିଳିଛି । ଏହି ରାଷ୍ଟ୍ର ପ୍ରେରଣା ସ୍ଥଳ ହେଉଛି ଭାରତକୁ ଆତ୍ମସମ୍ମାନ, ଏକତା ଏବଂ ସେବା ମାର୍ଗ ଦେଖାଇଥିବା ଏକ ଚିନ୍ତାଧାରାର ପ୍ରତୀକ । ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜୀ ଏବଂ ଅଟଳ ବିହାରୀ ବାଜପେୟୀ ଜୀ, ସେମାନଙ୍କର ବିଶାଳ ପ୍ରତିମା ଯେତକି ଉଚ୍ଚ ସେମାନଙ୍କଠାରୁ ମିଳୁଥିବା ପ୍ରେରଣା ମଧ୍ୟ ତାଠାରୁ ଅଧିକ ଉଚ୍ଚ । ଅଟଳ ଜୀ ଲେଖିଥିଲେ, ନୀରବତାରେ ମୁଖରିତ ମଧୁବନ, ପର ହିତରେ ଅର୍ପିତ ନିଜର ମନ, ଜୀବନକୁ ଅନେକ ଆହୁତିରେ ଜଳିବାକୁ ପଡିବ ଏବଂ ତରଳିବାକୁ ପଡିବ । ଆମକୁ ଏକାଠି ଚାଲିବାକୁ ପଡିବ । ଏହି ରାଷ୍ଟ୍ର ପ୍ରେରଣା ସ୍ଥଳ, ଆମକୁ ଏହି ବାର୍ତ୍ତା ଦେଉଛି ଯେ, ଆମର ପ୍ରତ୍ୟେକ ପଦକ୍ଷେପ, ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ପ୍ରୟାସ ରାଷ୍ଟ୍ର ନିର୍ମାଣ ପାଇଁ ସମର୍ପିତ ହେବା ଉଚିତ । ସମସ୍ତଙ୍କର ଉଦମ୍ୟମ ହିଁ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବ । ମୁଁ ଲକ୍ଷ୍ନୌକୁ, ଉତ୍ତର ପ୍ରଦେଶକୁ, ସମଗ୍ର ଦେଶକୁ ଏହି ଆଧୁନିକ ପ୍ରେରଣା-ସ୍ଥଳ ପାଇଁ ଅଭିନନ୍ଦନ ଜଣାଉଛି । ଏବେ ଯେପରି କୁହାଯାଇଛି ଏବଂ ଭିଡିଓରେ ମଧ୍ୟ ଦେଖାଯାଇଛି, ଯେ ଯେଉଁ ଜମିରେ ଏହି ପ୍ରେରଣା ସ୍ଥଳ ନିର୍ମିତ ହୋଇଛି, ସେଥିରୁ ୩୦ ଏକରରୁ ଅଧିକ ଜମିରେ ଅନେକ ଦଶନ୍ଧି ଧରି ଅଳିଆ-ଆବର୍ଜନାର ପାହାଡ ଜମା ହୋଇ ରହିଥିଲା । ଗତ ତିନି ବର୍ଷରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯାଇଛି । ଏହି ପ୍ରକଳ୍ପ ସହିତ ଜଡିତ ଥିବା ସମସ୍ତ ଶ୍ରମିକ, କାରିଗର, ଯୋଜନାକାରୀ, ଯୋଗୀ ଜୀ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ମୁଁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶକୁ ନୂତନ ଦିଗଦର୍ଶନ ଦେବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ଡକ୍ଟର ମୁଖାର୍ଜୀ ହିଁ ଭାରତରେ ଦୁଇଟି ସମ୍ବିଧାନ, ଦୁଇଟି ପତାକା ଏବଂ ଦୁଇଟି ରାଷ୍ଟ୍ରମୁଖ୍ୟଙ୍କ ଧାରଣାକୁ ପ୍ରତ୍ୟାଖାନ କରିଥିଲେ । ସ୍ୱାଧୀନତା ପରେ ମଧ୍ୟ, ଜମ୍ମୁ-କାଶ୍ମୀରରେ ଏହି ବ୍ୟବସ୍ଥା, ଭାରତର ଅଖଣ୍ଡତା ପାଇଁ ଏକ ବଡ ଆହ୍ୱାନ ଥିଲା । ବିଜେପି ଗର୍ବିତ ଯେ, ଆମ ସରକାରକୁ ଧାରା ୩୭୦ ରୂପକ ପ୍ରାଚୀର ଭାଙ୍ଗିବାର ସୁଯୋଗ ମିଳିଥିଲା । ଆଜି ଭାରତର ସମ୍ବିଧାନ ଜମ୍ମୁ-କାଶ୍ମୀରରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଲାଗୁ ହେଉଛି ।

 

ବନ୍ଧୁଗଣ,

ସ୍ୱାଧୀନ ଭାରତର ପ୍ରଥମ ଶିଳ୍ପ ମନ୍ତ୍ରୀ ଭାବରେ ଡକ୍ଟର ମୁଖାର୍ଜୀ ଭାରତରେ ଆର୍ଥିକ ଆତ୍ମନିର୍ଭରତାର ମୂଳଦୁଆ ସ୍ଥାପନ କରିଥିଲେ । ସେ ଦେଶକୁ ପ୍ରଥମ ଶିଳ୍ପ ନୀତି ଦେଇଥିଲେ । ଅର୍ଥାତ ଭାରତରେ ଶିଳ୍ପାୟନର ମୂଳଦୁଆ ସ୍ଥାପନ କରିଥିଲେ । ଆଜି ଆତ୍ମନିର୍ଭରତାର ସେହି ମନ୍ତ୍ରକୁ ଆମେ ଆଜି ନୂଆ ଉଚ୍ଚତାରେ ପହଞ୍ଚାଉଛୁ । ମେଡ୍ ଇନ୍ ଇଣ୍ଡିଆ (ଭାରତରେ ନିର୍ମିତ) ସାମଗ୍ରୀ ଆଜି ସମଗ୍ର ବିଶ୍ୱରେ ପହଞ୍ଚୁଛି । ଏଠାରେ ଉତ୍ତର ପ୍ରଦେଶରେ ହିଁ ଦେଖନ୍ତୁ, ଗୋଟିଏ ପଟେ, ‘ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ’ର ଏକ ବିଶାଳ ଅଭିଯାନ ଚାଲିଛି, ଯାହା କ୍ଷୁଦ୍ର ଶିଳ୍ପ ଏବଂ କ୍ଷୁଦ୍ର ୟୁନିଟ ଗୁଡିକୁ ସମର୍ଥନ କରୁଛି । ଅନ୍ୟ ପଟେ, ଉତ୍ତର ପ୍ରଦେଶରେ ଏକ ବିଶାଳ ପ୍ରତିରକ୍ଷା କରିଡର ନିର୍ମାଣ କରାଯାଉଛି । ଅପରେସନ ସିନ୍ଦୁରରେ ସମଗ୍ର ବିଶ୍ୱ ଯେଉଁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରାକ୍ରମ ଦେଖିଥିଲା, ତାହା ଏବେ ଲକ୍ଷ୍ନୌରେ ତିଆରି ହେଉଛି । ସେହି ଦିନ ଦୂର ନାହିଁ, ଯେତେବେଳେ ଉତ୍ତର ପ୍ରଦେଶର ପ୍ରତିରକ୍ଷା କରିଡର୍‌, ସମଗ୍ର ବିଶ୍ୱରେ ପ୍ରତିରକ୍ଷା ନିର୍ମାଣ ପାଇଁ ପରିଚିତ ହେବ ।

ବନ୍ଧୁଗଣ,

ଅନେକ ଦଶନ୍ଧି ପୂର୍ବରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଅନ୍ତ୍ୟୋଦୟର କଳ୍ପନା କରିଥିଲେ । ସେ ବିଶ୍ୱାସ କରୁଥିଲେ ଯେ, ଭାରତର ପ୍ରଗତି ଶେଷ ଧାଡିରେ ଠିଆ ହୋଇଥିବା ‘ଶେଷ ବ୍ୟକ୍ତି’ଙ୍କ ମୁହଁର ହସ ଦ୍ୱାରା ମପାଯିବା ଉଚିତ । ଦୀନଦୟାଲ ଜୀ ‘ଅଖଣ୍ଡ ମାନବବାଦ’ ଦର୍ଶନ ମଧ୍ୟ ପ୍ରବର୍ତ୍ତନ କରିଥିଲେ, ଯେଉଁଠାରେ ଶରୀର, ମନ, ବୁଦ୍ଧି ଏବଂ ଆତ୍ମାର ବିକାଶ ହେଉ । ଦୀନଦୟାଲ ଜୀଙ୍କ ସ୍ୱପ୍ନକୁ ମୁଁ ନିଜର ସଂକଳ୍ପରେ ପରିଣତ କରିଛି । ଆମେ ଅନ୍ତ୍ୟୋଦୟକୁ ତୃପ୍ତତାର ଏକ ନୂତନ ପରିମାଣ ଦେଇଛୁ । ସ୍ୟାଚୁରେସନ ଅର୍ଥ ହେଉଛି, ପ୍ରତ୍ୟେକ ଅଭାବୀ ବ୍ୟକ୍ତିକୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ପରିସରଭୁକ୍ତ କରିବାର ପ୍ରୟାସ । ଯେତେବେଳେ ସ୍ୟାଚୁରେସନର ଭାବନା ଥାଏ, ସେତେବେଳେ ଭେଦଭାବ ବନ୍ଦ ହୁଏ ଏବଂ ଏହା ହିଁ ସୁଶାସନ । ଏହା ପ୍ରକୃତ ସାମାଜିକ ନ୍ୟାୟ ଏବଂ ପ୍ରକୃତ ଧର୍ମନିରପେକ୍ଷତା । ଆଜି ଦେଶର କୋଟି କୋଟି ନାଗରିକଙ୍କୁ କୌଣସି ଭେଦଭାବ ବିନା, ପ୍ରଥମ ଥର ସ୍ଥାୟୀ ଘର, ଶୌଚାଳୟ, ନଳକୂପ ପାଣି, ବିଦ୍ୟୁତ ଏବଂ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଉଛି, କୋଟି କୋଟି ଲୋକଙ୍କୁ ପ୍ରଥମ ଥର ମାଗଣାରେ ଖାଦ୍ୟ ଶସ୍ୟ ତଥା ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଧାଡିରେ ଠିଆ ହୋଇଥିବା ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବାର ଉଦ୍ୟମ କରାଯାଉଛି, ପଣ୍ଡିତ ଦୀନ ଦୟାଲ ଜୀଙ୍କ ସ୍ୱପ୍ନ ସହିତ ନ୍ୟାୟ କରାଯାଉଛି ।

ବନ୍ଧୁଗଣ,

ଗତ ଦଶନ୍ଧିରେ କୋଟି ଭାରତୀୟ ଦାରିଦ୍ର‌୍ୟକୁ ପରାସ୍ତ କରିଥିଲେ, ହରାଇଥିଲେ । ଏହା ସେଥିପାଇ ସମ୍ଭବ ହୋଇପାରିଥିଲା, କାରଣ ବିଜେପି ସରକାର ଯାହା ପଛରେ ରହିଯାଇଥିଲା, ତାହାକୁ ପ୍ରାଥମିକତା ଦେଇଛନ୍ତି, ଯିଏ ଶେଷ ଧାଡିରେ ଥିଲେ, ତାଙ୍କୁ ପ୍ରାଥମିକତା ଦେଇଛନ୍ତି ।

ବନ୍ଧୁଗଣ,

୨୦୧୪ ପୂର୍ବରୁ ପ୍ରାୟ ୨୫ କୋଟି ଦେଶବାସୀ ସରକାରଙ୍କ ସାମାଜିକ ସୁରକ୍ଷା ପରିସରଭୁକ୍ତ ଥିଲେ । ଆଜି ପ୍ର୍ରାୟ ୯୫ କୋଟି ଭାରତୀୟ ଏହି ସୁରକ୍ଷା କବଚ ପରିସରଭୁକ୍ତ ହୋଇଛନ୍ତି । ଉତ୍ତର ପ୍ରଦେଶରେ ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କୁ ଏହାର ଲାଭ ମିଳିଛି । ମୁଁ ଆପଣମାନଙ୍କୁ ଆଉ ଏକ ଉଦାହରଣ ଦେଉଛି । ଯେପରି ମାତ୍ର କିଛି ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟରହିଥିଲା, ସେହିପରି ବୀମା ମଧ୍ୟ କିଛି ଆର୍ôଥକ ସ୍ୱଚ୍ଛଳ ଲୋକଙ୍କ ମଧ୍ୟରେ ସୀମିତ ଥିଲା । ଆମ ସରକାର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବୀମା  ସୁରକ୍ଷା ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ସେଥିପାଇଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଆରମ୍ଭ କରାଯାଇଛି, ଯାହା ଦ୍ୱାରା ଅତି କମ୍ ପିମିୟମରେ ମଧ୍ୟ ଦୁଇ ଲକ୍ଷ ଟଙ୍କାର ବୀମା ସୁନିଶ୍ଚିତ ମିଳିପାରିବ । ଆଜି ୨୫ କୋଟିରୁ ଅଧିକ ଗରିବ ଏହି ଯୋଜନା ପରିସରଭୁକ୍ତ ହୋଇଛନ୍ତି । ସେହିପରି ଦୁର୍ଘଟଣା ବୀମା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ରହିଛି । ପ୍ରାୟ ୫୫ କୋଟି ଗରିବ ଲୋକ ଏହି ଯୋଜନାଭୁକ୍ତ ହୋଇଛନ୍ତି । ଏମାନେ ହେଉଛନ୍ତି ସେହି ଗରିବ ଦେଶବାସୀ, ଯେଉଁମାନେ ପୂର୍ବରୁ ବୀମା ସମ୍ପର୍କରେ ଚିନ୍ତା ମଧ୍ୟ କରିପାରୁନଥିଲେ ।

 

ବନ୍ଧୁଗଣ,

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଯୋଜନାଗୁଡିକ ଦ୍ୱାରା ପ୍ରାୟ ୨୫ ହଜାର କୋଟି ଟଙ୍କାର ଦାବି ମିଳିଛି । ଏହି ଛୋଟ ଛୋଟ ପରିବାରରେ ସାଧାରଣ ଜୀବନ ଯାପନ କରୁଥିବା ଗରିବ ପରିବାରମାନଙ୍କ ନିକଟରେ ୨୫ ହଜାର କୋଟି ଟଙ୍କାର ଲାଭ ପହଞ୍ଚିଛି । ଅର୍ଥାତ ସଂକଟ ସମୟରେ ଏହି ଅର୍ଥ ଗରିବ ପରିବାରଗୁଡିକର ସହାୟକ ହୋଇପାରିବ ।

ବନ୍ଧୁଗଣ,

ଆଜି ଅଟଳ ଜୀଙ୍କ ଜୟନ୍ତୀର ଏହି ଦିନ ସୁଶାସନର ଉତ୍ସବର ଦିନ ମଧ୍ୟ । ଦୀର୍ଘ ସମୟ ଧରି, ଗରିବୀ ହଟାଓ ଭଳି ସ୍ଲୋଗାନ ଦେଶର ମାନଦଣ୍ଡ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଅଟଳ ଜୀ ପ୍ରକୃତରେ ସୁଶାସନ କାର୍ଯ୍ୟକାରୀ କରିଥିଲେ । ଆଜି ଡିଜିଟାଲ ପରିଚୟ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି, ଅଟଳ ଜୀଙ୍କ ସରକାର ଏହାର ମୂଳଦୁଆ ରଖିଥିଲେ । ସେହି ସମୟରେ ଯେଉଁ ସ୍ୱତସ୍ତ୍ର କାର୍ଡ ପାଇଁ କାମ ଆରମ୍ଭ ହୋଇଥିଲା, ତାହା ଆଜି ଆଧାର କାର୍ଡ ରୂପରେ ସମଗ୍ର ବିଶ୍ୱରେ ବିଖ୍ୟାତ ହୋଇଛି । ଭାରତରେ ଟେଲିକମ ବିପ୍ଳବକୁ ତ୍ୱରାନ୍ୱିତ କରିବାର ଶ୍ରେୟ ମଧ୍ୟ ଅଟଳ ଜୀଙ୍କୁ ଦିଆଯାଏ। ତାଙ୍କ ସରକାର ଦ୍ୱାରା ପ୍ରଣୟନ କରାଯାଇଥିବା ଟେଲିକମ ନୀତି ଯୋଗୁଁ ଘରେ ଘରେ  ଫୋନ ଏବଂ ଇଣ୍ଟରନେଟ୍ ସଂଯୋଗ କରିବା ସହଜ ହୋଇଥିଲା ଏବଂ ଭାରତ ଆଜି ବିଶ୍ୱରେ ସବୁଠାରୁ ଅଧିକ ମୋବାଇଲ ତଥା ଇଣ୍ଟରନେଟ୍ ବ୍ୟବହାରକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇପାରିଛି ।

ବନ୍ଧୁଗଣ,

ଆଜି ଅଟଳ ଜୀ ଯେଉଁଠାରେ ବି ଥାଆନ୍ତୁ, ସେ ଜାଣି ଖୁସି ହେବେ ଯେ, ଭାରତ ଗତ୧୧ ବର୍ଷ ମଧ୍ୟରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ହୋଇପାରିଛି । ଆହୁରିମଧ୍ୟ ଯେଉଁ ଉତ୍ତର ପ୍ରଦେଶରୁ ସେ ସଂସଦରେ ସଦସ୍ୟ ଥିଲେ, ଆଜି ତାହା ଭାରତର ଏକ ନମ୍ବର ମୋବାଇଲ ନିର୍ମାଣକାରୀ ରାଜ୍ୟରେ ପରିଣତ ହୋଇଛି ।

ବନ୍ଧୁଗଣ,

ଯୋଗାଯୋଗ ଉପରେ ଅଟଳ ଜୀଙ୍କ ଦୃଷ୍ଟିକୋଣ ୨୧ ଶତାବ୍ଦୀର ଭାରତକୁ ପ୍ରାରମ୍ଭିକ ଶକ୍ତି ପ୍ରଦାନ କରିଥିଲା । ତାଙ୍କ ସରକାର ସମୟରେ ଗାଁ ଗୁଡିକୁ ରାସ୍ତା ସହିତ ସଂଯୋଗ କରିବାର ଅଭିଯାନ ଆରମ୍ଭ ହୋଇଥିଲା । ସେହି ସମୟରେ ସ୍ୱର୍ଣ୍ଣ ଚର୍ତୁଭୁଜ, ଅର୍ଥାତ ରାଜପଥର ବିସ୍ତାର ଉପରେ ମଧ୍ୟ କାମ ଆରମ୍ଭ ହୋଇଥିଲା ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ୨୦୦୦ ମସିହାରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗାଁ ରେ ପ୍ରାୟ ୮ ଲକ୍ଷ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ସେଥି ମଧ୍ୟରୁ ପ୍ରାୟ ୪ ଲକ୍ଷ କିଲୋମିଟର ଗ୍ରାମୀଣ ରାସ୍ତା କେବଳ ଗତ ୧୦-୧୧ ବର୍ଷ ମଧ୍ୟରେ ନିର୍ମାଣ କରାଯାଇଛି ।

ଆହୁରିମଧ୍ୟ ବନ୍ଧୁଗଣ,

ଆଜି ଆପଣମାନେ ନିଜେ ଦେଖିପାରୁଛନ୍ତି ଯେ, ସାରା ଦେଶରେ ଅଭୂତପୂର୍ବ ଗତିରେ ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଉତ୍ତର ପ୍ରଦେଶ ମଧ୍ୟ ଏକ ଏକ୍ସପ୍ରେସୱେ ରାଜ୍ୟ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରୁଛି । ଅଟଳ ଜୀ ହିଁ ଦିଲ୍ଲୀ ମେଟ୍ରୋର ଶୁଭାରମ୍ଭ କରିଥିଲେ । ଆଜି ଦେଶର ୨୦ରୁ ଅଧିକ ସହରରେ ମେଟ୍ରୋ ନେଟୱାର୍କ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସହଜ କରୁଛି । ବିଜେପି-ଏନ୍‌ଡିଏ ସରକାର ଦ୍ୱାରା ସୃଷ୍ଟି ହୋଇଥିବା ସୁଶାସନର ଐତିହ୍ୟକୁ ଏବେ କେନ୍ଦ୍ର ଏବଂ ରାଜ୍ୟର ବିଜେପି ସରକାରଗୁଡିକ ନୂତନ ଉଚ୍ଚତା ଏବଂ ବିସ୍ତୃତି ପ୍ରଦାନ କରିଛନ୍ତି ।

ଏହି ତିନି ମହାପୁରୁଷ – ଡକ୍ଟର ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଜୀ ଏବଂ ଅଟଳ ଜୀ- ଙ୍କ ପ୍ରେରଣା, ସେମାନଙ୍କର ଦୂରଦୃଷ୍ଟିପୂର୍ଣ୍ଣ କାର୍ଯ୍ୟ ଏବଂ ଏହି ସୁଉଚ୍ଚ ପ୍ରତିମାଗୁଡିକ ଏକତ୍ର ‘ବିକଶିତ ଭାରତ’ ପାଇଁ ଏକ ଦୃଢ଼ ଭିତ୍ତଭୂମି ଗଠନ କରନ୍ତି । ଆଜି, ଏହି ପ୍ରତିମାଗୁଡିକ ଆମକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରୁଛନ୍ତି । କିନ୍ତୁ ଆମେ ଭୂଲିବା ଉଚିତ ନୁହେଁ ଯେ, ସ୍ୱାଧୀନତା ପରେ ଭାରତରେ ପ୍ରତ୍ୟେକ ଭଲ କାମକୁ ଗୋଟିଏ ପରିବାର ସହ ଜୋଡିବାର ଏକ ପରିବୃତ୍ତି କିପରି ବିକଶିତ ହୋଇଥିଲା । ତାହା ପୁସ୍ତକ ହେଉ, ସରକାରୀ ଯୋଜନା ହେଉ, ସରକାରୀ ପ୍ରତିଷ୍ଠାନ ହେଉ, ରାସ୍ତା କିମ୍ବା ଛକ ହେଉ, ସବୁକିଛି ଗୋଟିଏ ପରିବାରକୁ ଗୌରବାନ୍ୱିତ କରିବାର ଏକ ଅଭ୍ୟାସ ହୋଇଥିଲା । ନାମ, ପ୍ରତିମା, ସବୁକିଛି ସେମାନଙ୍କ ଚାରିପାଖରେ ଘୁରି ବୁଲୁଥିଲା । ଗୋଟିଏ ପରିବାର ଦ୍ୱାରା ବନ୍ଦୀ ହେବାର ଏହି ପୁରୁଣା ପ୍ରବୃତ୍ତିରୁ ବିଜେପି ଦେଶକୁ ମୁକ୍ତ କରିଛି । ଆମର ସରକାର ମାଆ ଭାରତୀଙ୍କ ସେବା କରିଥିବା ପ୍ରତ୍ୟେକ ଅମର ସନ୍ତାନର ଅବଦାନକୁ ସମ୍ମାନିତ କରୁଛି । ମୁଁ ଆପଣଙ୍କୁ କିଛି ଉଦାହରଣ ଦେଉଛି । ଦିଲ୍ଲୀର କର୍ତ୍ତବ୍ୟ ପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମା ରହିଛି । ଆଣ୍ଡାମାନର ଯେଉଁ ଦୀପରେ ନେତାଜୀ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ, ତାହା ଏବେ ତାଙ୍କ ନାମରେ ନାମିତ ହୋଇଛି ।

 

ବନ୍ଧୁଗଣ,

ବାବାସାହେବ ଆମ୍ବେଦକରଙ୍କ ଐତିହ୍ୟକୁ କିପରି ଲିଭାଇ ଦେବାକୁ ଚେଷ୍ଟା କରାଯାଇଥିଲା, ତାହା କେହି ଭୁଲିପାରିବେ ନାହିଁ । ଦିଲ୍ଲୀରେ, କଂଗ୍ରେସର ଶାସକ ପରିବାର ଏହି ଗୁରୁତର ଭୂଲ କରିଥିଲେ, ଏବଂ ଏଠାରେ ଉତ୍ତର ପ୍ରଦେଶରେ, ସମାଜବାଦୀ ପାର୍ଟି ମଧ୍ୟ ସେହିପରି କରିବାକୁ ସାହସ କରିଥିଲା । କିନ୍ତୁ ବିଜେପି ବାବା ସାହେବଙ୍କ ଐତିହ୍ୟକୁ ଲିଭେଇବାକୁ ଦେଇନଥିଲା । ଆଜି, ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ, ବାବାସାହେବ ଆମ୍ବେଦକରଙ୍କ ପଞ୍ଚ ତୀର୍ଥ ତାଙ୍କ ଐତିହ୍ୟ ଘୋଷଣା ଏବଂ ପାଳନ କରୁଛନ୍ତି ।

ବନ୍ଧୁଗଣ,

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆମ ଦେଶକୁ ଏକତା ସୂତ୍ରରେ ବାନ୍ଧିଥିଲେ, ଯାହା ଶହ ଶହ ଗଡଜାତ ରାଜ୍ୟରେ ବିଭକ୍ତ ଥିଲା । ତଥାପି ସ୍ୱାଧୀନତା ପରେ, ତାଙ୍କ କାର୍ଯ୍ୟ ଏବଂ ତାଙ୍କ ପ୍ରତିଷ୍ଠା ଉଭୟକୁ ହ୍ର୍ରାସ କରିବାକୁ ଚେଷ୍ଟା କରାଯାଇଥିଲା । ବିଜେପି ହିଁ ସର୍ଦ୍ଦାର ସାହେବଙ୍କୁ ପ୍ରକୃତରେ ଯୋଗ୍ୟ ସମ୍ମାନ ଦେଇଥିଲା, ଯାହାର ସେ ହକଦାର ଥିଲେ । ବିଜେପି ତାଙ୍କ ସମ୍ମାନରେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲା ଏବଂ ଏକତା ନଗର ନାମରେ ଏକ ପ୍ରେରଣା ସ୍ଥଳ ନିର୍ମାଣ କରିଥିଲା । ବର୍ତ୍ତମାନ ପ୍ରତି ବର୍ଷ ୩୧ ଅକ୍ଟୋବରରେ ସେଠାରେ ଜାତୀୟ ଏକତା ଦିବସର ଉତ୍ସବ ପାଳନ କରାଯାଉଛି ।

ବନ୍ଧୁଗଣ,

ଦଶନ୍ଧି ଧରି, ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ସେମାନଙ୍କର ଉପଯୁକ୍ତ ସ୍ଥାନ ଦିଆଯାଇନଥିଲା । ଆମ ସରକାର ହିଁ ଭଗବାନ ବିର୍ସା ମୁଣ୍ଡାଙ୍କ ପାଇଁ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିଛି । କିଛି ସପ୍ତାହ ପୂର୍ବରୁ, ଛତିଶଗଡରେ ସହିଦ ବୀର ନାରାୟଣ ସିଂହ ଆଦିବାସୀ ସଂଗ୍ରହାଳୟ ଉଦ୍‌ଘାଟନ କରାଯାଇଛି ।

ବନ୍ଧୁଗଣ,

ସମଗ୍ର ଦେଶରେ ଏପରି ଅନେକ ଉଦାହରଣ ଅଛି । ଏଠାରେ ଉତ୍ତର ପ୍ରଦେଶରେ ମଧ୍ୟ, ମହାରାଜା ସୁହେଲଦେବଙ୍କ କଥା ନିଆଯାଉ । ତାଙ୍କ ପ୍ରତି ସମର୍ପିତ ସ୍ମାରକୀ କେବଳ ବିଜେପି ସରକାର କ୍ଷମତାକୁ ଆସିବା ପରେ ନିର୍ମିତ ହୋଇଥିଲା । ଏଠ।ରେ, ନିଷାଦରାଜ ଏବଂ ପ୍ରଭୁ ଶ୍ରୀ ରାମଙ୍କ ସାକ୍ଷାତ ସ୍ଥାନକୁ ଶେଷରେ ସମ୍ମାନ ଏବଂ ସ୍ୱୀକୃତି ମିଳିଛି । ରାଜା ମହେନ୍ଦ୍ର ପ୍ରତାପ ସିଂହଙ୍କଠାରୁ ଆରମ୍ଭ କରି ଚୌରୀ ଚୌରାର ଶହୀଦଙ୍କ ପର୍ଯ୍ୟନ୍ତ, ବିଜେପି ସରକାର ହିଁ ମାଆ ଭାରତୀର ଏହି ପୁତ୍ରମାନଙ୍କ ଅବଦାନକୁ ପୂର୍ଣ୍ଣ ଶ୍ରଦ୍ଧା ଏବଂ ବିନମ୍ରତାର ସହିତ ମନେ ରଖିଛି ।

ବଂଶବାଦ ଦ୍ୱାରା ପରିଚାଳିତ ରାଜନୀତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଯାହା ଅସୁରକ୍ଷାରେ ଭରି ରହିଥାଏ । ସେଥିପାଇଁ, ବଂଶବାଦ ରାଜନେତାମାନଙ୍କ ପାଇଁ, ଅନ୍ୟମାନଙ୍କର କାର୍ଯ୍ୟକାଳ ହ୍ରାସ କରିବା ବାଧ୍ୟବାଧକତା ହୋଇଯାଇଥାଏ । ଯାହା ଦ୍ୱାରା ସେମାନଙ୍କ ପରିବାରର ଖ୍ୟାତି ରହିଥିବ ଏବଂ ସେମାନଙ୍କର ବ୍ୟାପାର ଚାଲିଥିବ । ଏହି ମାନସିକତା ଭାରତରେ ରାଜନୈତିକ ଅସ୍ପୃଶ୍ୟତାକୁ ଜନ୍ମ ଦେଇଥିଲା । ଆପଣମାନେ ଭାବନ୍ତୁ, ସ୍ୱାଧୀନ ଭାରତରେ ଅନେକ ପ୍ରଧାନମନ୍ତ୍ରୀ ଅଛନ୍ତି, କିନ୍ତୁ ରାଜଧାନୀ ଦିଲ୍ଲୀରେ ଯେଉଁ ସଂଗ୍ରହାଳୟ ଥିଲା, ତାହା ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କରିଥିଲା । ବିଜେପି ଏବଂ ଏନ୍‌ଡିଏ ଏହି ପରିସ୍ଥିତିକୁ ବଦଳାଇ ଦେଇଛି । ଆଜି, ଆପଣ ଦିଲ୍ଲୀ ଯାଆନ୍ତୁ, ଭବ୍ୟ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଆପଣଙ୍କୁ ସ୍ୱାଗତ କରୁଛି, ଯେଉଁଠାରେ ସ୍ୱାଧୀନ ଭାରତର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ, ସେମାନଙ୍କର କାର୍ଯ୍ୟକାଳ ଯେତେ କମ ହେଉ ନା କାହିଁକି, ସେମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସ୍ଥାନ ଦିଆଯାଇଥିବାର ଦେଖିବେ ।

ବନ୍ଧୁଗଣ,

କଂଗ୍ରେସ ଏବଂ ତାର ସହଯୋଗୀମାନେ ରାଜନୈତିକ ରୂପରେ ବିଜେପିକୁ ସର୍ବଦା ଅଛୁଆଁ କରି ରଖିଥିଲେ । କିନ୍ତୁ ବିଜେପିର ସଂସ୍କାର ଆମକୁ ସମସ୍ତଙ୍କୁ ସମ୍ମାନ କରିବା ଶିଖାଇଛି । ବିଗତ ୧୧ ବର୍ଷରେ ବିଜେପି ସରକାର ଅମଳରେ, ଏନଡିଏ ସରକାରଙ୍କ ଅମଳରେ, ନରସିଂହା ରାଓ ଏବଂ ପ୍ରଣବ ବାବୁଙ୍କୁ ଭାରତ ରତ୍ନ ଦିଆଯାଇଛି । ଏହା ଆମ ସରକାର ଯିଏକି ମୁଲାୟମ ସିଂହ ଯାଦବଜୀ ଏବଂ ତରୁଣ ଗୋଗୋଇ ଜୀ ଙ୍କ ଭଳି ଅନେକ ନେତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରିଛି । କଂଗ୍ରେସ ରୁ, କିମ୍ବା ସମାଜବାଦୀ ପାର୍ଟିରୁ କେହି ବି ଏହା ଆଶା କରିପାରିବେ ନାହିଁ । ଏହି ଲୋକମାନଙ୍କ ଶାସନରେ ତ ବିଜେପିର ନେତାମାନଙ୍କୁ କେବଳ ଅପମାନ ମିଳୁଥିଲା ।

ବନ୍ଧୁଗଣ,

ବିଜେପିର ଡବଲ ଇଞ୍ଜିନ ସରକାରର ବହୁତ ଅଧିକ ଫାଇଦା ଉତ୍ତର ପ୍ରଦେଶକୁ ହେଉଛି । ଉତ୍ତର ପ୍ରଦେଶ ଏକବିଂଶ ଶତାବ୍ଦୀର ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରୁଛି । ଏବଂ ଏହାର ମୋର ସୌଭାଗ୍ୟ କି ମୁଁ ଉତ୍ତର ପ୍ରଦେଶରୁ ସାଂସଦ ରହିଛି । ଆଜି ମୁଁ ବହୁତ ଗର୍ବର ସହ କହିପାରିବି ଉତ୍ତର ପ୍ରଦେଶର ପରିଶ୍ରମୀ ଜନସାଧାରଣ ଏକ ନୂଆ ଭବିଷ୍ୟ ଲେଖୁଛନ୍ତି । କେବେ ଉତ୍ତର ପ୍ରଦେଶର ଆଲୋଚନା ଖରାପ ଆଇନ ବ୍ୟବସ୍ଥା ପାଇଁ ହେଉଥିଲା, ଆଜି ଉତ୍ତର ପ୍ରଦେଶର ଚର୍ଚ୍ଚା ବିକାଶ ପାଇଁ ହେଉଛି । ଆଜି ଉତ୍ତର ପ୍ରଦେଶ ପର୍ଯ୍ୟଟନ ମାନଚିତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର ଏହା ଦୁନିଆରେ ଉତ୍ତର ପ୍ରଦେଶର ନୂତନ ପରିଚୟର ପ୍ରତୀକ ବନିଛି । ଏବଂ ରାଷ୍ଟ୍ର ପ୍ରେରଣାସ୍ଥଳ ଭଳି ଆଧୁନିକ ନିର୍ମାଣ, ଉତ୍ତର ପ୍ରଦେଶର ନୂତନ ଛବିକୁ ଆହୁରି ଅଧିକ ଆଲୋକିତ କରୁଛି ।

ବନ୍ଧୁଗଣ,

ଆମ ଉତ୍ତର ପ୍ରଦେଶ, ସୁଶାସନ, ସମୃଦ୍ଧି, ସଚ୍ଚା ସାମାଜିକ ନ୍ୟାୟର ମଡେଲ ଭାବେ ଆହୁରି ଉନ୍ନତି ହାସଲ କରୁ, ଏହି କାମନାର ସହିତ ଆପଣ ସମସ୍ତଙ୍କୁ ପୁଣିଥରେ ରାଷଟ୍ର ପ୍ରେରଣା ସ୍ଥଳର ଅଭିନନ୍ଦନ । ମୁଁ କହିବି ଡାକ୍ତର ଶ୍ୟାମା ପ୍ରସାଦ ମୁଖାର୍ଜୀ, ଆପଣମାନେ କହିବେ ଅମର ରହେ, ଅମର ରହେ । ମୁଁ କହିବି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀ, ଆପଣମାନେ କହିବେ, ଅମର ରହେ, ଅମର ରହେ । ମୁଁ କହିବି ଅଟଳ ବିହାରୀ ବାଜପେୟୀ ଜୀ, ଆପଣମାନେ କହିବେ ଅମର ରହେ, ଅମର ରହେ ।

ଶ୍ୟାମା ପ୍ରସାଦ ମୁଖାର୍ଜୀ, - ଅମର ରହେ, ଅମର ରହେ । 

ଶ୍ୟାମା ପ୍ରସାଦ ମୁଖାର୍ଜୀ, - ଅମର ରହେ, ଅମର ରହେ । 

ଶ୍ୟାମା ପ୍ରସାଦ ମୁଖାର୍ଜୀ, - ଅମର ରହେ, ଅମର ରହେ । 

ପଣ୍ଡିତ ଦୀନଦୟାଲ ଜୀ, ଅମର ରହେ, ଅମର ରହେ ।

ପଣ୍ଡିତ ଦୀନଦୟାଲ ଜୀ, ଅମର ରହେ, ଅମର ରହେ ।

ପଣ୍ଡିତ ଦୀନଦୟାଲ ଜୀ, ଅମର ରହେ, ଅମର ରହେ ।

ଅଟଳ ବିହାରୀ ବାଜପେୟୀ ଜୀ, ଅମର ରହେ, ଅମର ରହେ ।

ଅଟଳ ବିହାରୀ ବାଜପେୟୀ ଜୀ, ଅମର ରହେ, ଅମର ରହେ ।

ଅଟଳ ବିହାରୀ ବାଜପେୟୀ ଜୀ, ଅମର ରହେ, ଅମର ରହେ ।

ଭାରତ ମାତା କୀ ଜୟ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବହୁତ - ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Successfully Tests Advanced Agni Missile With Multiple Payloads

Media Coverage

India Successfully Tests Advanced Agni Missile With Multiple Payloads
NM on the go

Nm on the go

Always be the first to hear from the PM. Get the App Now!
...
Today, a saffron sun has risen from the land of Bengaluru, says PM Modi on witnessing the massive crowd at the Bengaluru rally
PM Modi says women in Karnataka and across the country will never forgive Congress for obstructing greater political participation of women
People repeatedly bring BJP governments back because they trust our governance and development agenda: PM Modi in Bengaluru
NDA forming the government in Assam for the third consecutive time, the BJP receiving such a massive blessing in Bengal for the first time: PM

Prime Minister Narendra Modi today addressed a massive public meeting in Bengaluru, Karnataka and hailed the BJP’s growing support across southern India, asserting that the people of the country are choosing ‘stability, speed and solutions’ over instability and scams. He said that today, a saffron sun has risen from the land of Bengaluru.

Addressing party karyakartas and supporters, PM Modi said, “As a BJP karyakarta myself, I know that only BJP workers can gather in such large numbers, in such an organized manner, this early in the morning. I am deeply grateful to all of you for coming here in such huge numbers.”

Recalling the historic significance of May 10, PM Modi said the day marked the beginning of the First War of Independence in 1857, which later transformed into a nationwide movement against colonial rule.

The PM said that inspired by this spirit, the nation had recently marked the first anniversary of Operation Sindoor. He also informed the gathering that he would be visiting Somnath in Gujarat tomorrow to participate in the celebrations marking 75 years of the reconstruction of the Somnath Temple.

Calling Karnataka a major pillar of BJP’s southern expansion, PM Modi highlighted the NDA’s electoral successes in multiple states and Union Territories. “Puducherry has voted for an NDA government for the second consecutive time, Assam has chosen NDA for the third straight term, BJP has received historic blessings in Bengal, and in Gujarat, BJP has broken all previous records in panchayat and civic polls,” he added.

“These results carry a very strong message, in a world surrounded by instability, the people of India are giving the mantra of stability. The people are saying they want speed, not scams; solutions, not excuses; and politics driven by national interest,” he said.

“When BJP was not as big a party as it is today, Karnataka gave BJP tremendous strength. Today, NDA is in power in Andhra Pradesh, BJP is number one in Karnataka in terms of Lok Sabha representation, BJP is the second-largest force in Telangana, NDA has formed government again in Puducherry and BJP has also opened its account in Tamil Nadu,” he said. Referring to Kerala, the PM expressed confidence about the BJP-NDA’s future prospects in the state.

“There was a time when BJP had only three MLAs in Bengal and today we have a government there with over 200 MLAs. In Kerala too, we have moved from one to three MLAs. The day is not far when BJP-NDA will cross the majority mark there as well,” he remarked.

Launching a sharp attack on the Congress party, PM Modi contrasted BJP’s ‘pro-incumbency’ with what he termed Congress’ growing anti-incumbency. “We have been in power at the Centre for 12 years and BJP-NDA governments are serving in more than 21 states. People repeatedly bring BJP governments back because they trust our governance and development agenda,” he said.

The Prime Minister alleged that Congress governments fail to retain public confidence because of poor governance and internal conflicts. “Congress has no chapter on governance in its political book. In Karnataka, instead of solving people’s problems, the government spends most of its time resolving internal fights. In Himachal Pradesh, government employees are struggling to receive salaries and in Telangana, farmers are being pushed towards distress,” he said.

Accusing Congress of betraying women on the issue of women’s reservation, PM Modi iterated, “For decades, Congress misled the women of this country. BJP ended that politics and enacted the law for 33 percent reservation for women. But Congress remains the biggest anti-women party and opposed the Nari Shakti Vandan legislation.”

He asserted that women in Karnataka and across the country would never forgive Congress for obstructing greater political participation of women.

Referring to Tamil Nadu politics, the PM said Congress had repeatedly depended on its allies for survival but later turned against them for political gains. “Look at Tamil Nadu. For nearly 25-30 years, Congress had a close relationship with the DMK. Time and again, the alliance with DMK rescued Congress from political crises and strengthened it at the Centre. But a power-hungry Congress stabbed DMK in the back at the first available opportunity,” he said.

“The world is facing multiple crises today. The continuing instability in West Asia has impacted the entire world, and India too is affected. At such a time, we must strengthen our sense of restraint and responsibility. We must make every effort to reduce unnecessary expenditure of foreign exchange and protect national resources,” PM Modi said.

Drawing parallels with the collective response during the COVID-19 pandemic, PM Modi called upon citizens to stand united once again in the national interest.