ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠ ଏହାର ପ୍ରତିଷ୍ଠାର ୫୫୦ତମ ବାର୍ଷିକୀ ପାଳନ କରୁଛି, ଏହା ଏକ ପ୍ରକୃତ ଐତିହାସିକ ଅବସର। ଗତ ୫୫୦ ବର୍ଷ ମଧ୍ୟରେ, ଏହି ଅନୁଷ୍ଠାନ ସମୟର ଅଗଣିତ ଝଡ଼କୁ ସହ୍ୟ କରିଛି; ଯୁଗ ବଦଳିଛି, ସମୟ ବଦଳିଛି, ଦେଶ ଏବଂ ସମାଜ ଅନେକ ପରିବର୍ତ୍ତନର ସମ୍ମୁଖୀନ ହୋଇଛି ଏବଂ ତଥାପି, ପରିବର୍ତ୍ତନଶୀଳ ସମୟ ଏବଂ ଆହ୍ୱାନ ମଧ୍ୟରେ, ମଠ କେବେବି ତାର ଦିଗ ହରାଇ ନାହିଁ, ବରଂ ଏହା ଏକ ମାର୍ଗଦର୍ଶକ କେନ୍ଦ୍ର ଭାବରେ ଉଭା ହୋଇଛି, ଲୋକଙ୍କୁ ମାର୍ଗ ଦେଖାଉଛି: ପ୍ରଧାନମନ୍ତ୍ରୀ
ଏପରି ସମୟ ଥିଲା ଯେତେବେଳେ ଗୋଆର ମନ୍ଦିର ଏବଂ ସ୍ଥାନୀୟ ପରମ୍ପରା ଗୁରୁତର ଆହ୍ୱାନର ସମ୍ମୁଖୀନ ହୋଇଥିଲା, ଯେତେବେଳେ ଭାଷା ଏବଂ ସାଂସ୍କୃତିକ ପରିଚୟ ଚାପରେ ଆସିଥିଲା, ତଥାପି, ଏହି ପରିସ୍ଥିତି ସମାଜର ଆତ୍ମାକୁ ଦୁର୍ବଳ କରିପାରି ନଥିଲା; ବରଂ, ସେମାନେ ଏହାକୁ ଆହୁରି ଶକ୍ତିଶାଳୀ କରିଥିଲେ: ପ୍ରଧାନମନ୍ତ୍ରୀ
ଏହା ଗୋଆର ଅନନ୍ୟ ବୈଶିଷ୍ଟ୍ୟ - ଯେ ଏହାର ସଂସ୍କୃତି ପ୍ରତ୍ୟେକ ପରିବର୍ତ୍ତନ ମାଧ୍ୟମରେ ଏହାର ସାରକୁ ସଂରକ୍ଷଣ କରିଛି, ଏବଂ ସମୟ ସହିତ ନିଜକୁ ପୁନର୍ଜୀବିତ ମଧ୍ୟ କରିଛି; ଏହି ଯାତ୍ରାରେ ପର୍ତଗଲି ମଠ ଭଳି ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ
ଆଜି, ଭାରତରେ ଏକ ଉଲ୍ଲେଖନୀୟ ସାଂସ୍କୃତିକ ପୁନର୍ଜାଗରଣ ହୋଇଛି, ଅଯୋଧ୍ୟାରେ ରାମ ମନ୍ଦିରର ପୁନରୁଦ୍ଧାର, କାଶୀ ବିଶ୍ୱନାଥ ଧାମର ମହାନ ପୁନର୍ଜାଗରଣ ଏବଂ ଉଜ୍ଜୟିନୀରେ ମହାକାଳ ମହାଲୋକର ବିସ୍ତାର ଦେଖୁଛି - ଏସବୁ ଆମ ଜାତିର ଜାଗରଣକୁ ପ୍ରତିଫଳିତ କରେ, ଯାହା ନୂତନ ଶକ୍ତି ସହିତ ଏହାର ଆଧ୍ୟାତ୍ମିକ ଐତିହ୍ୟକୁ ଆଗକୁ ବଢ଼ାଉଛି: ପ୍ରଧାନମନ୍ତ୍ରୀ
ଆଜିର ଭାରତ ନୂତନ ସଂକଳ୍ପ ଏବଂ ନୂତନ ଆତ୍ମବିଶ୍ୱାସ ସହିତ ଏହାର ସାଂସ୍କୃତିକ ପରିଚୟକୁ ଆଗକୁ ବଢ଼ାଉଛି: ପ୍ରଧାନମନ୍ତ୍ରୀ

ପାର୍ତ୍ତଗଳି  ଜୀବୋତ୍ତମ ମଠର ସମସ୍ତ ଭକ୍ତ ଏବଂ ଅନୁଗାମୀମାନଙ୍କୁ ଶୁଭେଚ୍ଛା!

ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି  ଜୀବୋତ୍ତମ ମଠର ୨୪ ତମ ମହନ୍ତ, ଶ୍ରୀମଦ୍ ବିଦ୍ୟାଧୀଶ ତୀର୍ଥ ସ୍ୱାମୀଜୀ, ମାନ୍ୟବର ରାଜ୍ୟପାଳ  ଅଶୋକ ଗଜପତି ରାଜୁ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାଇ ପ୍ରମୋଦ ସାୱନ୍ତ, ମଠ କମିଟିର ଅଧ୍ୟକ୍ଷ  ଶ୍ରୀନିବାସ ଡେମ୍ପୋ , ଉପରାଷ୍ଟ୍ରପତି  ଆର.ଆର. କାମତ , କେନ୍ଦ୍ର ସରକାରଙ୍କ ମୋର ସହକର୍ମୀ  ଶ୍ରୀପଦ ନାୟକ ଏବଂ ଦିଗମ୍ବର କାମତ, ଏବଂ ଅନ୍ୟ ସମସ୍ତ ସମ୍ମାନିତ ଅତିଥି, ମହିଳା ଏବଂ ସଜ୍ଜନଗଣ,

 

ଆଜିର ଏହି ପବିତ୍ର ଅବସର  ମୋ ମନକୁ  ଅତି ଆନନ୍ଦିତ  କରିଛି। ସନ୍ଥ ଏବଂ ମୁନିମାନଙ୍କ ଗହଣରେ ବସିବା  ନିଜର  ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ସ୍ପନ୍ଦନଶୀଳ ଶକ୍ତିକୁ ଆହୁରି ମଜବୁତ କରେ। ଏହି ସମାରୋହରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏଠାକୁ ଆସିବା ପୂର୍ବରୁ, ମୁଁ ରାମ ମନ୍ଦିର ଏବଂ ବୀର ବିଟ୍ଠଲ ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଥିଲି। ସେଠାକାର ଶାନ୍ତ  ଏବଂ ଭକ୍ତିପୂର୍ଣ୍ଣ   ପରିବେଶ ଏହି ସମାରୋହର ଆଧ୍ୟାତ୍ମିକ ସାରକୁ ଆହୁରି ଗଭୀର କରିଥିଲା ।

 

ବନ୍ଧୁଗଣ,

 

ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠ ଏହାର ପ୍ରତିଷ୍ଠାର ୫୫୦ତମ ବାର୍ଷିକୀ ପାଳନ କରୁଛି। ଏହା ଏକ ଅତ୍ୟନ୍ତ ଐତିହାସିକ ମୁହୂର୍ତ୍ତ। ବିଗତ ୫୫୦ ବର୍ଷ ଧରି, ଏହି ଅନୁଷ୍ଠାନ ସମୟର ଅଗଣିତ ଝଡ଼କୁ ସାମ୍ନା କରିଛି। ଯୁଗ ବଦଳିଗଲା, ସମୟ ବଦଳିଗଲା, ଦେଶ ଏବଂ ସମାଜରେ ଅନେକ ପରିବର୍ତ୍ତନ ଘଟିଲା, ତଥାପି ପରିବର୍ତ୍ତନଶୀଳ ସମୟ ଏବଂ ସମସ୍ୟା  ମଧ୍ୟରେ ମଧ୍ୟ ଏହି ମଠ କେବେବି ତାର ଦିଗ ହରାଏ ନାହିଁ। ବରଂ, ଏହା ଲୋକଙ୍କ ପାଇଁ ଏକ ମାର୍ଗଦର୍ଶକ କେନ୍ଦ୍ର ଭାବରେ ଉଭା ହୋଇଛି ଏବଂ  ଏହାର ସର୍ବୋତ୍ତମ ପରିଚୟ ମଧ୍ୟ । ଇତିହାସରେ ମୂଳ ଥିବା ସତ୍ତ୍ୱେ, ଏହା ସମୟ ସହିତ ବିକଶିତ ହୋଇ ଚାଲିଛି। ଯେଉଁ ଆତ୍ମା ସହିତ ଏହି ମଠ ପ୍ରତିଷ୍ଠା ହୋଇଥିଲା ତାହା ଆଜି ମଧ୍ୟ ସମାନ ଭାବରେ ଜୀବିତ ଅଛି। ଏହି ଆତ୍ମା ତପସ୍ୟାକୁ ସେବା ସହିତ ଏବଂ ପରମ୍ପରାକୁ ଜନକଲ୍ୟାଣ ସହିତ ଯୋଡେ। ପିଢ଼ି ପରେ ପିଢ଼ି ଧରି, ଏହି ମଠ ସମାଜକୁ ଜଣାଇ ଆସିଛି ଯେ ଆଧ୍ୟାତ୍ମିକତାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜୀବନକୁ ସ୍ଥିରତା, ସନ୍ତୁଳନ ଏବଂ ମୂଲ୍ୟବୋଧ ପ୍ରଦାନ କରିବା। ଏହି ମଠର ୫୫୦ ବର୍ଷର ଯାତ୍ରା ସେହି ଶକ୍ତିର ପ୍ରମାଣ ଯାହା ସମାଜକୁ କଷ୍ଟକର ସମୟରେ ମଧ୍ୟ ବଜାୟ ରଖେ। ଏହି ଐତିହାସିକ ଅବସରରେ ମୁଁ ମଠର ମୁଖ୍ୟ ଶ୍ରୀମଦ୍ ବିଦ୍ୟାଧୀଶ ତୀର୍ଥ ସ୍ୱାମୀଜୀ, ସମସ୍ତ କମିଟି ସଦସ୍ୟ ଏବଂ ଏହି କାର୍ଯ୍ୟକ୍ରମ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

 

ଯେତେବେଳେ ଏକ ଅନୁଷ୍ଠାନ ସତ୍ୟ ଏବଂ ସେବା ଉପରେ ନିର୍ମିତ ହୁଏ, ଏହା ପରିବର୍ତ୍ତନଶୀଳ ସମୟରେ ମଧ୍ୟ ଦୁର୍ବଳ ହୁଏ ନାହିଁ; ବରଂ, ଏହା ସମାଜକୁ ସହ୍ୟ କରିବାର ଶକ୍ତି ପ୍ରଦାନ କରେ। ଆଜି, ସେହି ପରମ୍ପରାକୁ ଆଗକୁ ବଢ଼ାଇ , ଏହି ମଠ ଏକ ନୂତନ ଅଧ୍ୟାୟ ଲେଖୁଛି। ଏଠାରେ, ଭଗବାନ ଶ୍ରୀରାମଙ୍କ ଏକ ବିଶାଳ ୭୭ ଫୁଟ ବ୍ରୋଞ୍ଜ ପ୍ରତିମା ସ୍ଥାପନ କରାଯାଇଛି। ମାତ୍ର ତିନି ଦିନ ପୂର୍ବେ, ମୋତେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିର ଉପରେ ଧର୍ମଧ୍ୱଜ ଉତ୍ତୋଳନ କରିବାର ସୌଭାଗ୍ୟ ମିଳିଥିଲା।  ଆଜି, ମୁଁ ଏଠାରେ ପ୍ରଭୁ ଶ୍ରୀରାମଙ୍କ ଏହି ମହାନ ପ୍ରତିମାକୁ ଉନ୍ମୋଚନ କରିବାର ସୁଯୋଗ ପାଇଛି। ଆଜି, ରାମାୟଣ ଉପରେ ଆଧାରିତ ଏକ ଥିମ୍ ପାର୍କ ମଧ୍ୟ ଉଦଘାଟନ କରାଯାଇଛି।

 

ବନ୍ଧୁଗଣ,

 

ଆଜି ଏହି ମଠ ସହିତ ଜଡିତ ନୂତନ ଦିଗଗୁଡ଼ିକ ଭବିଷ୍ୟତ ପିଢ଼ି ପାଇଁ ଜ୍ଞାନ, ପ୍ରେରଣା ଏବଂ ଆଧ୍ୟାତ୍ମିକ ଅଭ୍ୟାସର ସ୍ଥାୟୀ କେନ୍ଦ୍ର ହେବାକୁ ଯାଉଛି। ଏଠାରେ ବିକଶିତ ହେଉଥିବା ସଂଗ୍ରହାଳୟ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ 3D ଥିଏଟର ମାଧ୍ୟମରେ, ମଠ ଏହାର ପରମ୍ପରାକୁ ସଂରକ୍ଷଣ କରୁଛି ଏବଂ ନୂତନ ପିଢ଼ିକୁ ଏହା ସହିତ ଯୋଡ଼ିଛି। ସେହିପରି, ସାରା ଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଅଂଶଗ୍ରହଣରେ ୫୫୦  ଦିନ ଧରି ଚାଲିଥିବା ଶ୍ରୀରାମ ନାମ ଜପ ଯଜ୍ଞ ଏବଂ ତା’ ସହିତ ଆସିଥିବା ରାମ ରଥଯାତ୍ରା ଆମ ସମାଜରେ ଭକ୍ତି ଏବଂ ଶୃଙ୍ଖଳାର ସାମୂହିକ ଶକ୍ତିର ପ୍ରତୀକ ପାଲଟିଛି। ଏହି ସାମୂହିକ ଶକ୍ତି ଆଜି ଦେଶର ପ୍ରତ୍ୟେକ କୋଣରେ ଏକ ନୂତନ ଚେତନା ଜାଗ୍ରତ କରୁଛି।

 

ବନ୍ଧୁଗଣ,

 

ଆଧ୍ୟାତ୍ମିକତାକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସଂଯୋଗ କରୁଥିବା ବ୍ୟବସ୍ଥା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ। ଏହି ଉଲ୍ଲେଖନୀୟ ସୃଷ୍ଟି ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ଆଜି ଏହି ମହାନ ଉତ୍ସବରେ, ଏବଂ  ବିଶେଷ ଅବସରର ପ୍ରତୀକ ଭାବରେ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ମଧ୍ୟ ଉନ୍ମୋଚନ  କରାଯାଇଛି। ଏହି ସମ୍ମାନ ସେହି ଆଧ୍ୟାତ୍ମିକ ଶକ୍ତି ପ୍ରତି ଉତ୍ସର୍ଗୀକୃତ ଯାହା ସମାଜକୁ ଶତାବ୍ଦୀ ଧରି ଏକତା ସୂତ୍ରରେ ବାନ୍ଧି ରଖିଛି ।

 

ବନ୍ଧୁଗଣ,

 

ଏହି ଶ୍ରୀ ମଠ ଦ୍ୱୈତ ବେଦାନ୍ତର ଦିବ୍ୟ ଭିତ୍ତିଭୂମି ସ୍ଥାପନ କରିଥିବା ମହାନ ଗୁରୁ ପରମ୍ପରାରୁ ନିରନ୍ତର ସ୍ପନ୍ଦନଶୀଳ ରହିବାର ଶକ୍ତି ପ୍ରାପ୍ତ କରେ। ୧୪୭୫  ମସିହାରେ ଶ୍ରୀମଦ୍ ନାରାୟଣ ତୀର୍ଥ ସ୍ୱାମୀଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମଠ, ଜ୍ଞାନର ସେହି ପରମ୍ପରାର  ବିସ୍ତାର ଅଟେ ।  ଏହାର ମୂଳ ଉତ୍ସ ଅନ୍ୟ କେହି ନୁହଁନ୍ତି ବରଂ ଅତୁଳନୀୟ ଜଗଦଗୁରୁ ଶ୍ରୀ ମାଧବାଚାର୍ଯ୍ୟ। ମୁଁ ଏହି ମହାନ ଆଚାର୍ଯ୍ୟଙ୍କ ପାଦ ତଳେ ଶ୍ରଦ୍ଧାରେ ନତମସ୍ତକ କରୁଛି। ଏହା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଉଡୁପି ଏବଂ ପାର୍ତ୍ତଗଳି ମଠ ଉଭୟ ଗୋଟିଏ ଆଧ୍ୟାତ୍ମିକ ନଦୀର ପ୍ରାଣବନ୍ତ ସ୍ରୋତ ପରି । ଭାରତର ପଶ୍ଚିମ ଉପକୂଳର ସାଂସ୍କୃତିକ ଧାରା ଗଠନ କରିଥିବା ମାର୍ଗଦର୍ଶକ ଗୁରୁ-ଶକ୍ତି  ସହ ସମାନ ଏବଂ ଏହା ମୋ ପାଇଁ ଏକ ବିଶେଷ ସଂଯୋଗ ଯେ ଆଜି ହିଁ ମୋତେ ଏହି ପବିତ୍ର ପରମ୍ପରା ସହିତ ଜଡିତ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହେବାର ସୌଭାଗ୍ୟ ମିଳିଛି।

ବନ୍ଧୁଗଣ,

 

ଆମେ ସମସ୍ତେ ଗର୍ବିତ ଯେ ଏହି ପରମ୍ପରା ସହିତ ଜଡିତ ପରିବାରଗୁଡ଼ିକ ପିଢ଼ି ପରେ ପିଢ଼ି ଶୃଙ୍ଖଳା, ଜ୍ଞାନ, କଠିନ ପରିଶ୍ରମ ଏବଂ ଉତ୍କର୍ଷତାକୁ ସେମାନଙ୍କ ଜୀବନର ମୂଳଦୁଆ କରିଛନ୍ତି। ବାଣିଜ୍ୟରୁ ଆର୍ଥିକ, ଶିକ୍ଷାରୁ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ସେମାନଙ୍କ ମଧ୍ୟରେ ଦୃଶ୍ୟମାନ ପ୍ରତିଭା, ନେତୃତ୍ୱ ଏବଂ କର୍ମ-ନୀତି ଏହି ଜୀବନ-ଦର୍ଶନର ଗଭୀର ପ୍ରଭାବକୁ ପ୍ରତିଫଳିତ କରେ। ଏହି ପରମ୍ପରା ସହିତ ଜଡିତ ବ୍ୟକ୍ତି ଏବଂ ପରିବାରର ସଫଳତାର ଅଗଣିତ ପ୍ରେରଣାଦାୟକ କାହାଣୀ ରହିଛି। ସେମାନଙ୍କର ସମସ୍ତ ସଫଳତା ମୂଳରେ ନମ୍ରତା, ମୂଲ୍ୟବୋଧ ଏବଂ ସେବାର ଭାବନା ରହିଛି। ଏହି ମଠ ଏହି ମୂଲ୍ୟବୋଧଗୁଡ଼ିକୁ ବଜାୟ ରଖିବାର ମୂଳଦୁଆ ହୋଇଛି, ଏବଂ ଆମେ ନିଶ୍ଚିତ ଯେ ଏହା ଭବିଷ୍ୟତ ପିଢ଼ିକୁ ଉର୍ଜ୍ଜିତ କରି ଚାଲିବ।

 

 

ବନ୍ଧୁଗଣ,

 

ଆଜି ଏହି ଐତିହାସିକ ମଠର ଆଉ ଏକ ବିଶେଷ ଦିଗ ଉଲ୍ଲେଖ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାର ସବୁଠାରୁ ବଡ଼ ପରିଚୟ ହେଉଛି ସେବା ଭାବନା ଯାହା ଶତାବ୍ଦୀ ଧରି ସମାଜର ପ୍ରତ୍ୟେକ ବର୍ଗକୁ ସମର୍ଥନ କରିଆସିଛି। ଶତାବ୍ଦୀ ପୂର୍ବରୁ, ଯେତେବେଳେ ଏହି ଅଞ୍ଚଳ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା, ଯେତେବେଳେ ଲୋକଙ୍କୁ ନିଜ ଘର ଛାଡି ନୂତନ ଦେଶରେ ଆଶ୍ରୟ ନେବାକୁ ପଡୁଥିଲା, ଏହି ମଠ ହିଁ ସେମାନଙ୍କର ସମର୍ଥନ ହୋଇଥିଲା। ଏହା ସମାଜକୁ ସଂଗଠିତ କରିଥିଲା ଏବଂ ନୂତନ ସ୍ଥାନରେ ମନ୍ଦିର, ମଠ ଏବଂ ଆଶ୍ରୟସ୍ଥଳ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା। ଏହି ମଠ କେବଳ ଧର୍ମକୁ ନୁହେଁ, ବରଂ ମାନବତା ଓ  ସଂସ୍କୃତିକୁ ମଧ୍ୟ ସୁରକ୍ଷା ଦେଇଥିଲା। ସମୟ ସହିତ, ଏହାର ସେବା ଧାରା ଆହୁରି ବିସ୍ତାରିତ ହୋଇଥିଲା। ଆଜି, ଶିକ୍ଷାଠାରୁ ଛାତ୍ରାବାସ ପର୍ଯ୍ୟନ୍ତ, ବୃଦ୍ଧାଶ୍ରମଠାରୁ ଆରମ୍ଭ କରି ଅଭାବୀ ପରିବାରକୁ ସମର୍ଥନ କରିବା ପର୍ଯ୍ୟନ୍ତ, ମଠ ସର୍ବଦା ଜନକଲ୍ୟାଣ ପାଇଁ ଏହାର ସମ୍ବଳ ଉତ୍ସର୍ଗ କରିଆସିଛି। ବିଭିନ୍ନ ରାଜ୍ୟରେ ନିର୍ମିତ ଛାତ୍ରାବାସ ହେଉ, ଆଧୁନିକ ବିଦ୍ୟାଳୟ ହେଉ, କିମ୍ବା କଷ୍ଟକର ସମୟରେ ରିଲିଫ୍ ବଣ୍ଟନରେ ପ୍ରୟାସ ହେଉ, ପ୍ରତ୍ୟେକ ପଦକ୍ଷେପ ଏହା  ସତ୍ୟର ପ୍ରମାଣ ସ୍ୱରୂପ ଠିଆ ହୋଇଛି ଯେ ଯେତେବେଳେ ଆଧ୍ୟାତ୍ମିକତା ଏବଂ ସେବା ଏକାଠି ଚାଲିଥାଏ, ସମାଜ ସ୍ଥିରତା ଏବଂ ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇଥାଏ ।

 

ବନ୍ଧୁଗଣ,

 

ଏପରି ସମୟ ମଧ୍ୟ ଆସିଥିଲା ଯେତେବେଳେ ଗୋଆର ମନ୍ଦିର ଏବଂ ସ୍ଥାନୀୟ ପରମ୍ପରା ବଡ଼ ସମସ୍ୟାର ସମ୍ମୁଖୀନ ହେଉଥିଲା, ଯେତେବେଳେ ଭାଷା ଏବଂ ସାଂସ୍କୃତିକ ପରିଚୟ ଉପରେ ଚାପ ସୃଷ୍ଟି ହେଉଥିଲା। କିନ୍ତୁ ଏହି ପରିସ୍ଥିତି ସମାଜର ଆତ୍ମାକୁ ଦୁର୍ବଳ କରିପାରି ନଥିଲା। ବରଂ, ସେମାନେ ଏହାକୁ ଆହୁରି ମଜବୁତ କରିଥିଲେ। ଏହା ଗୋଆର ଅନନ୍ୟ ଶକ୍ତି ଯେ ଏହାର ସଂସ୍କୃତି ପ୍ରତ୍ୟେକ ପରିବର୍ତ୍ତନ ମାଧ୍ୟମରେ ଏହାର ମୂଳ ପରିଚୟକୁ ସଂରକ୍ଷଣ କରିଛି, ଏବଂ ସମୟ ସହିତ ନିଜକୁ ପୁନର୍ଜୀବିତ ମଧ୍ୟ କରିଛି।ପାର୍ତ୍ତଗଳି ମଠ ଭଳି ଅନୁଷ୍ଠାନଗୁଡ଼ିକ ଏହି ପୁନର୍ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ବନ୍ଧୁଗଣ,

 

ଆଜି ଭାରତ ଏକ ଅସାଧାରଣ ସାଂସ୍କୃତିକ ପୁନର୍ଜାଗରଣର ସାକ୍ଷୀ ହେଉଛି। ଅଯୋଧ୍ୟାରେ ରାମ ମନ୍ଦିରର ପୁନଃନିର୍ମାଣ, କାଶୀ ବିଶ୍ୱନାଥ ଧାମର ମହାନ ପୁନଃବିକାଶ ଏବଂ ଉଜ୍ଜୟିନୀରେ ମହାକାଳ ମହାଲୋକର ବିସ୍ତାର ଆମ ଦେଶର ଜାଗରଣକୁ ପ୍ରତିଫଳିତ କରେ କାରଣ ଏହା ତାହାର ଆଧ୍ୟାତ୍ମିକ ଐତିହ୍ୟକୁ ନୂତନ ଶକ୍ତି ସହିତ ପୁନର୍ଜୀବିତ କରୁଛି। ରାମାୟଣ ସର୍କିଟ, କୃଷ୍ଣ ସର୍କିଟ, ଗୟା ଜିରେ ବିକାଶ କାର୍ଯ୍ୟ ଏବଂ କୁମ୍ଭମେଳାର ଅଭୂତପୂର୍ବ ପରିଚାଳନା ପରି  ଉଦାହରଣ ଦର୍ଶାଏ ଯେ ଆଜିର ଭାରତ ନୂତନ ସଂକଳ୍ପ ଏବଂ ଆତ୍ମବିଶ୍ୱାସ ସହିତ ଏହାର ସାଂସ୍କୃତିକ ପରିଚୟକୁ ଆଗକୁ ବଢ଼ାଉଛି। ଏହି ଜାଗରଣ ଭବିଷ୍ୟତ ପିଢ଼ିକୁ ସେମାନଙ୍କର ମୂଳ ସହିତ ଯୋଡ଼ି ରହିବାକୁ ପ୍ରେରଣା ଦିଏ।

 

ବନ୍ଧୁଗଣ,

 

ଗୋଆର ପବିତ୍ର ଭୂମିର ନିଜସ୍ୱ ଅନନ୍ୟ ଆଧ୍ୟାତ୍ମିକ ପରିଚୟ ଅଛି। ଶତାବ୍ଦୀ ଧରି, ଭକ୍ତି, ସନ୍ଥ ପରମ୍ପରା ଏବଂ ସାଂସ୍କୃତିକ ଅନୁଶାସନର ନିରନ୍ତର ପ୍ରବାହ ଏହି ଅଞ୍ଚଳକୁ ସମୃଦ୍ଧ କରିଛି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ, ଏହି ଭୂମି 'ଦକ୍ଷିଣ କାଶୀ' ହେବାର ପରିଚୟ ମଧ୍ୟ ବହନ କରେ। ପାର୍ତ୍ତଗଳି  ମଠ ଏହି ପରିଚୟକୁ ଆହୁରି ଗଭୀର କରିଛି। ଏହି ମଠର ପ୍ରଭାବ କେବଳ କୋଙ୍କଣ କିମ୍ବା ଗୋଆ ପର୍ଯ୍ୟନ୍ତ ସୀମିତ ନୁହେଁ; ବରଂ ଏହାର ପରମ୍ପରା ଦେଶର ବିଭିନ୍ନ ଅଂଶ ସହିତ ଜଡିତ, ପବିତ୍ର କାଶୀ ଭୂମି ସହିତ କାଶୀର ସାଂସଦ ଭାବରେ, ଏହା ମୋତେ ଆହୁରି ଗର୍ବିତ କରେ । ଉତ୍ତର ଭାରତରେ ତାଙ୍କର ଯାତ୍ରା ସମୟରେ, ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ନାରାୟଣ ତୀର୍ଥ ମଧ୍ୟ କାଶୀରେ ଏକ କେନ୍ଦ୍ର ପ୍ରତିଷ୍ଠା କରିଥିଲେ, ଯାହା ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଏହି ପାର୍ତ୍ତଗଳି ମଠର ଆଧ୍ୟାତ୍ମିକ ପ୍ରବାହକୁ ବିସ୍ତାର କରିଥିଲା। ଆଜି ମଧ୍ୟ, କାଶୀରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ର ସାମାଜିକ ସେବାର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରେ।

 

ବନ୍ଧୁଗଣ,

 

ଆଜି, ଏହି ପବିତ୍ର ମଠ ୫୫୦ ବର୍ଷ ପୂରଣ କରୁଥିବାରୁ, ଆମେ କେବଳ ଇତିହାସ ପାଳନ କରୁନାହୁଁ ବରଂ ଭବିଷ୍ୟତର ଦିଗକୁ ମଧ୍ୟ ଆକାର ଦେଉଛୁ।  ବିକଶିତ ଭାରତର ପଥ ଏକତା ମାଧ୍ୟମରେ ନିହିତ। ଯେତେବେଳେ ସମାଜ ଏକ  ହୋଇଯାଏ  ଏବଂ ଯେତେବେଳେ ପ୍ରତ୍ୟେକ ଅଞ୍ଚଳ ଏବଂ ପ୍ରତ୍ୟେକ ବର୍ଗ ଏକାଠି ଠିଆ ହୁଏ, ସେତେବେଳେ ହିଁ ରାଷ୍ଟ୍ର ବଡ଼ ସଫଳତା ପାଇଥାଏ । ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏକତ୍ରିତ  କରିବା, ମନକୁ ଏକତ୍ର କରିବା ଏବଂ ପରମ୍ପରା ଓ  ଆଧୁନିକତା ମଧ୍ୟରେ ଏକ ସେତୁ ନିର୍ମାଣ କରିବା। ତେଣୁ, ଏହି ମଠ ଏକ ବିକଶିତ ଦେଶ ଆଡକୁ ଭାରତର ଯାତ୍ରାରେ ଏକ ପ୍ରମୁଖ ପ୍ରେରଣା ଭାବରେ ମଧ୍ୟ କାର୍ଯ୍ୟ କରେ।

 

ବନ୍ଧୁଗଣ,

ମୁଁ ଯେଉଁମାନଙ୍କୁ ଭଲ ପାଏ ସେମାନଙ୍କୁ ମୁଁ ସମ୍ମାନର ସହିତ କିଛି ଜିନିଷ ଅନୁରୋଧ କରୁଛି। ଉଦାହରଣ ସ୍ୱରୂପ, ପୂଜ୍ୟ ସ୍ୱାମୀଜୀ ମୋତେ ଏକାଦଶୀ ସମ୍ପର୍କରେ ଏକ କାର୍ଯ୍ୟ ଦେଇଥିଲେ। ସେ ଜଣେ ସନ୍ଥ, ତେଣୁ ସେ ଗୋଟିଏ କଥାରେ ବିଶ୍ୱାସ କରନ୍ତି, କିନ୍ତୁ ମୁଁ ଗୋଟିଏ କଥାରେ ବିଶ୍ୱାସ କରୁଥିବା ଲୋକ ନୁହେଁ। ତେଣୁ, ଆଜି ମୁଁ ଆପଣଙ୍କ ମଧ୍ୟରେ ଆସିଥିବାରୁ, କିଛି କଥା ସ୍ୱାଭାବିକ ଭାବରେ ମୋ ମନରେ ଆସେ ଏବଂ ମୁଁ ସେଗୁଡ଼ିକୁ ଆପଣଙ୍କ ସହିତ ବାଣ୍ଟିବାକୁ ଚାହୁଁଛି। ମୁଁ ଆପଣଙ୍କୁ ନଅଟି ଅନୁରୋଧ କରିବାକୁ ଚାହୁଁଛି, ଯାହାକୁ ଆପଣଙ୍କ ସଂଗଠନ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିବ। ଏହି ଅନୁରୋଧଗୁଡ଼ିକ ନଅଟି ସଂକଳ୍ପ ଭଳି। ଏକ ବିକଶିତ ଭାରତର ସ୍ୱପ୍ନ କେବଳ ସେତେବେଳେ ପୂରଣ ହେବ ଯେତେବେଳେ ଆମେ ପରିବେଶ ସୁରକ୍ଷାକୁ ଆମର ଧର୍ମ ବୋଲି ବିଚାର କରିବା। ପୃଥିବୀ ହେଉଛି ଆମର ମା, ଏବଂ ମଠଗୁଡ଼ିକରୁ  ଶିକ୍ଷା ଆମକୁ ପ୍ରକୃତିକୁ ସମ୍ମାନ କରିବାକୁ ଶିଖାଏ। ତେଣୁ, ଆମର ପ୍ରଥମ ସଂକଳ୍ପ ହେବା ଉଚିତ ଜଳ ସଂରକ୍ଷଣ ଏବଂ ନଦୀ ସଂରକ୍ଷଣ। ଆମର ଦ୍ୱିତୀୟ ସଂକଳ୍ପ ହେବା ଉଚିତ ଗଛ ଲଗାଇବା। "ଏକ ପେଡ ମା କେ ନାମ" ଅଭିଯାନ ସାରା ଦେଶରେ ଗତି କରୁଛି। ଯଦି ଏହି ସଂଗଠନର ସମର୍ଥନ ଏହି ଅଭିଯାନରେ ଯୋଡାଯାଏ, ତେବେ ଏହାର ପ୍ରଭାବ ଆହୁରି ଅଧିକ ହେବ। ଆମର ତୃତୀୟ ସଂକଳ୍ପ ହେବା ଉଚିତ  ସ୍ୱଚ୍ଛତାର ମିଶନ। ଆଜି, ଯେତେବେଳେ ମୁଁ ମନ୍ଦିର ପରିସର ପରିଦର୍ଶନ କଲି, ବ୍ୟବସ୍ଥା, ସ୍ଥାପତ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ମୋତେ ପ୍ରଭାବିତ କଲା। ମୁଁ ସ୍ୱାମୀଜୀଙ୍କୁ ମଧ୍ୟ କହିଲି, "ଆପଣ ଏହାକୁ  ଅତିସୁନ୍ଦର ଭାବରେ ପରିଚାଳନା କରିଛନ୍ତି। ପ୍ରତ୍ୟେକ ରାସ୍ତା, ଗାଁ  ଏବଂ ସହର ପରିଷ୍କାର ପରିଚ୍ଛନ୍ନତା ହେବା ଉଚିତ।" ଆମର ଚତୁର୍ଥ ସଂକଳ୍ପ ଭାବରେ, ଆମକୁ ସ୍ୱଦେଶୀକୁ ଗ୍ରହଣ କରିବାକୁ ପଡିବ। ଆଜି, ଭାରତ ଆତ୍ମନିର୍ଭରଶୀଳ ଭାରତ ଏବଂ ସ୍ୱଦେଶୀର ମନ୍ତ୍ର ଉପରେ ଆଗକୁ ବଢ଼ୁଛି। ଆଜି, ଦେଶ କହୁଛି, " ଭୋକାଲ  ଫର ଲୋକାଲ , ଭୋକାଲ  ଫର ଲୋକାଲ, ଭୋକାଲ  ଫର ଲୋକାଲ, ଭୋକାଲ  ଫର  ଲୋକାଲ।" ଏହି ସଂକଳ୍ପ ସହିତ ଆମକୁ  ଆଗକୁ ବଢ଼ିବାକୁ ପଡିବ।

 

ବନ୍ଧୁଗଣ,

 

ଆମର ପଞ୍ଚମ ସଂକଳ୍ପ "ଦେଶ ଦର୍ଶନ" ହେବା ଉଚିତ। ଆମେ ଦେଶର ବିଭିନ୍ନ ଅଂଶକୁ ବୁଝିବା ଏବଂ ବୁଝିବାକୁ ଚେଷ୍ଟା କରିବା ଉଚିତ। ଆମର ଷଷ୍ଠ ସଂକଳ୍ପ ଭାବରେ, ଆମେ ପ୍ରାକୃତିକ କୃଷିକୁ ଆମ ଜୀବନର ଏକ ଅଂଶ କରିବା ଉଚିତ। ଆମର ସପ୍ତମ ସଂକଳ୍ପ ହେଉଛି ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା। ଆମେ ଶ୍ରୀଅର୍ଣ୍ଣ-ବାଜରା ଗ୍ରହଣ କରିବା ଏବଂ ଆମ ଖାଦ୍ୟରେ ତେଲର ପରିମାଣ ୧୦ ପ୍ରତିଶତ ହ୍ରାସ କରିବା। ଆମର ଅଷ୍ଟମ ସଂକଳ୍ପ ଭାବରେ, ଆମକୁ ଯୋଗ ଏବଂ କ୍ରୀଡାକୁ ଗ୍ରହଣ କରିବା ଉଚିତ। ଏବଂ ଆମର ନବମ ସଂକଳ୍ପ ଭାବରେ, ଆମେ ଗରିବମାନଙ୍କୁ କୌଣସି ନା କୌଣସି ଭାବରେ ସାହାଯ୍ୟ କରିବା। ଯଦି ଆମେ ଗୋଟିଏ ପରିବାରକୁ ସାହାର୍ଯ୍ୟ  କରୁ, ତେବେ ଭାରତର ରୂପରେଖ ଖୁବ କମ ସମୟରେ ପରିବର୍ତ୍ତନ ହୋଇଯିବ।

 

ବନ୍ଧୁଗଣ,

 

ଆମର ମଠ ଏହି ସଂକଳ୍ପକୁ ଏକ ସାର୍ବଜନୀନ ସଂକଳ୍ପରେ ପରିଣତ କରିପାରିବ। ମଠର ୫୫୦ ବର୍ଷର ଅଭିଜ୍ଞତା ଆମକୁ କହେ ଯେ ଯଦି ପରମ୍ପରା ବଞ୍ଚି ରହେ, ତେବେ ସମାଜ ପ୍ରଗତି କରେ, ଏବଂ ପରମ୍ପରା କେବଳ ସେତେବେଳେ ବଞ୍ଚି ରହେ ଯେତେବେଳେ ସେମାନେ ସମୟ ସହିତ ସେମାନଙ୍କର ଦାୟିତ୍ୱକୁ ସୁଚାରରୂପେ ପାଳନ କରନ୍ତି।  ୫୫୦  ବର୍ଷ ଧରି ଏହି ମଠ ସମାଜକୁ ଯାହା ଅବଦାନ ଦେଇଛି, ଏବେ ସେହି ଶକ୍ତିକୁ ଭବିଷ୍ୟତର ଭାରତ ନିର୍ମାଣ ପାଇଁ ଉତ୍ସର୍ଗ କରିବାକୁ ପଡିବ।।

ବନ୍ଧୁଗଣ,

 

ଗୋଆର ଏହି ଭୂମିର ଆଧ୍ୟାତ୍ମିକ ଗୌରବ ଏହାର ଆଧୁନିକ ବିକାଶ ପରି ସ୍ୱତନ୍ତ୍ର। ଗୋଆ ହେଉଛି ସର୍ବାଧିକ ମୁଣ୍ଡପିଛା ଆୟ ଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ଦେଶର ପର୍ଯ୍ୟଟନ, ଔଷଧ ଏବଂ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଅଛି । ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଗୋଆ ଶିକ୍ଷା ଏବଂ ସ୍ୱାସ୍ଥ୍ୟରେ ନୂତନ ମାଇଲଖୁଣ୍ଟ ହାସଲ କରିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାର ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଏକାଠି କାମ କରୁଛନ୍ତି। ରାଜପଥ, ବିମାନବନ୍ଦର ଏବଂ ରେଳ ସଂଯୋଗୀକରଣର ବିସ୍ତାର ତୀର୍ଥଯାତ୍ରୀ ଏବଂ ସମସ୍ତ ପର୍ଯ୍ୟଟକଙ୍କ  ପାଇଁ ଯାତ୍ରାକୁ ସହଜ କରିଛି। ପର୍ଯ୍ୟଟନ ହେଉଛି ୨୦୪୭  ମସିହା ପାଇଁ ଆମର ଏକ ବିକଶିତ ଭାରତ ପାଇଁ ଜାତୀୟ ଦୃଷ୍ଟିକୋଣର ଏକ ପ୍ରମୁଖ ଅଂଶ, ଏବଂ ଗୋଆ ଏହାର ଏକ ପ୍ରମୁଖ ଉଦାହରଣ।

 

ବନ୍ଧୁଗଣ,

 

ଭାରତ ଆଜି ଏକ ନିର୍ଣ୍ଣାୟକ ପର୍ଯ୍ୟାୟ ଦେଇ ଗତି କରୁଛି। ଦେଶର ଯୁବଶକ୍ତି, ଆମର ବର୍ଦ୍ଧିତ ଆତ୍ମବିଶ୍ୱାସ ଏବଂ ସାଂସ୍କୃତିକ ମୂଳ ପ୍ରତି ଥିବା ଆମର ଆଗ୍ରହ ଏକ ନୂତନ ଭାରତ ନିର୍ମାଣ କରିବାର ମୂଳଦୁଆ ସୃଷ୍ଟି କରୁଛି। ଏକ ବିକଶିତ ଭାରତ ପାଇଁ ଆମର ସଂକଳ୍ପ ସେତେବେଳେ ପୂରଣ ହେବ ଯେତେବେଳେ ଆଧ୍ୟାତ୍ମିକତା, ଜାତୀୟ ସେବା ଏବଂ ବିକାଶର ତିନୋଟି ଧାରା ଏକତ୍ର ପ୍ରବାହିତ ହେବ। ଗୋଆର ଏହି ଭୂମି ଏବଂ ମଠ ସେହି ଦିଗ ପାଇଁ  ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛି । ଆଜି, ପୂଜ୍ୟ ସ୍ୱାମୀଜୀ ମୋତେ ଅନେକ କଥା କହିଥିଲେ, ସେ ମୋତେ ଅନେକ କଥା ପାଇଁ ଶ୍ରେୟ ମଧ୍ୟ ଦେଇଥିଲେ । ସେ ଯେଉଁ ଭାବନା ପ୍ରକାଶ କରିଥିଲେ, ସେଥିପାଇଁ ମୁଁ ତାଙ୍କ ପ୍ରତି ମୋର  ଗଭୀର କୃତଜ୍ଞତା  ଜଣାଉଛି । କିନ୍ତୁ ସତ୍ୟ ହେଉଛି ଯେ ଆପଣ ଯେଉଁ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି   ତାହା ମୋଦିଙ୍କର କାର୍ଯ୍ୟ ନୁହେଁ, ବରଂ ୧.୪ କୋଟି ଦେଶବାସୀଙ୍କର ପରିଶ୍ରମର  ଫଳାଫଳ । ସେମାନଙ୍କର ଦୃଢ଼ ସଂକଳ୍ପ ଏବଂ ପ୍ରୟାସର  ପରିଣାମ। ଭବିଷ୍ୟତରେ ଭଲ ଫଳାଫଳ ନିଶ୍ଚିତ ଭାବରେ ଆସିବ। ମୋର ଏହି ୧.୪ କୋଟି ଦେଶବାସୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଯେପରି ଆପଣ କହିଥିଲେ, ମୋ ଜୀବନରେ ଅନେକ ପର୍ଯ୍ୟାୟ ଅଛି ଯେଉଁଥିରେ ଗୋଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ମୁଁ ଜାଣିନାହିଁ ଏହା କିପରି ହେଲା, କିନ୍ତୁ ଏହା ସତ୍ୟ ଯେ ପ୍ରତ୍ୟେକ ମୋଡ଼ରେ, ଗୋଆ ଭୂମି ମୋତେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଇଛି। କିନ୍ତୁ ପୂଜ୍ୟ ସନ୍ଥ ଶ୍ରୀଙ୍କ ଆଶୀର୍ବାଦ ପାଇଁ ମୁଁ ତାଙ୍କ ପ୍ରତି ଗଭୀର କୃତଜ୍ଞ। ପୁଣି ଥରେ, ଏହି ପବିତ୍ର ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭକାମନା ଜଣାଉଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi makes India stand tall

Media Coverage

PM Modi makes India stand tall
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits Dera Sachkhand Ballan
February 01, 2026

The Prime Minister, Shri Narendra Modi visited Dera Sachkhand Ballan, in Punjab, today. Shri Modi stated that it was a very special feeling to be at Dera Sachkhand Ballan on the Jayanti of Shri Guru Ravidass Maharaj Ji.

Shri Modi posted on X:

"It was a very special feeling to be at Dera Sachkhand Ballan on the Jayanti of Shri Guru Ravidass Maharaj Ji.”

“ਸ੍ਰੀ ਗੁਰੂ ਰਵਿਦਾਸ ਮਹਾਰਾਜ ਜੀ ਦੀ ਜਯੰਤੀ 'ਤੇ ਡੇਰਾ ਸੱਚਖੰਡ ਬੱਲਾਂ ਵਿਖੇ ਆਉਣਾ ਬਹੁਤ ਹੀ ਖ਼ਾਸ ਅਹਿਸਾਸ ਸੀ।”