“ଅମୃତକାଳର ପରବର୍ତୀ ୨୫ବର୍ଷରେ ରାଷ୍ଟ୍ରର ବିକାଶରେ ଏହି ବ୍ୟାଚ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ”
“ମହାମାରୀ ପରବର୍ତ୍ତୀ ନୂଆ ବିଶ୍ୱ ବ୍ୟବସ୍ଥାରେ ଭାରତକୁ ତାହାର ଭୂମିକା ବଢାଇବାକୁ ପଡିବ ଏବଂ ନିଜର ବିକାଶଧାରାକୁ ଦ୍ରୁତତର କରିବାକୁ ହେବ”
“ଆତ୍ମନିର୍ଭର ଭାରତ ଓ ଆଧୁନିକ ଭାରତ ନିର୍ମାଣ ଏକବିଂଶ ଶତାଦ୍ଦୀରେ ଆମ ପାଇଁ ସର୍ବବୃହତ ଲକ୍ଷ୍ୟ, ଆପଣମାନେ ସର୍ବଦା ଏକଥା ସ୍ମରଣ ରଖିବା ଉଚିତ”
“ଆପଣମାନଙ୍କର ସମୁଦାୟ ଚାକିରିକାଳରେ ନିଜର ବ୍ୟକ୍ତିଗତ ଓ ପେସାଦାରୀ ଉତ୍କର୍ଷରେ କାର୍ଯ୍ୟଦକ୍ଷତା, ସଫଳତା ଓ କର୍ତ୍ତବ୍ୟ ପରାୟଣତା ମାନଦଣ୍ଡ ହେବା ଉଚିତ”
“ଆପଣମାନଙ୍କୁ ସଂଖ୍ୟା ପାଇଁ ନୁହେଁ, ଲୋକଙ୍କ ଜୀବନ ପାଇଁ କାମ କରିବାକୁ ପଡିବ”
“ଅମୃତକାଳର ଏହି ସମୟରେ ଆମକୁ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନ (ରିଫର୍ମ, ପର୍ଫର୍ମ, ଟ୍ରାନ୍ସଫର୍ମ)କୁ ପରବର୍ତ୍ତୀ ସ୍ତରକୁ ନେବାକୁ ପଡିବ । ସେଥିପାଇଁ ଆଜିର ଭାରତ ‘ସବ୍‌କା ପ୍ରୟାସ’ର ଉତ୍ସାହରେ ଆଗକୁ ବଢୁଛି”
ଆପଣ ଆରାମଦାୟକ ଜୀବନ କଥା ଯେତେ ଅଧିକ ଚିନ୍ତା କରିବେ ତାହା ଆପଣଙ୍କ ପ୍ରଗତି ସହିତ ଦେଶର ବିକାଶକୁ ସେତେ ପ୍ରତିହତ କରିବ”
ଏହି ଅବସରରେ ସେ ମଧ୍ୟ ଏକ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବା ସହ ପୁନଃନିର୍ମିତ ହାଫି ଭ୍ୟାଲି କମ୍ପେ୍ଲକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏଲବିଏସଏନଏଏଠାରେ ୯୬ତମ କମନ ଫାଉଣ୍ଡେସନ ପାଠ୍ୟକ୍ରମର ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

୧୭ ମାର୍ଚ୍ଚ ୨୦୨୨, ୫:୪୦ ପିଏମ, ପିଆଇବି ଦିଲ୍ଲୀ

ଫାଉଣ୍ଡେସନ୍ ପାଠ୍ୟକ୍ରମ ଶେଷ ହୋଇଥିବାରୁ ଆପଣ ସମସ୍ତ ଯୁବା ବନ୍ଧୁମାନଙ୍କୁ ଅନେକ ଅନେକ ଅଭିନନ୍ଦନ! ଆଜି ହେଉଛି ହୋଲିର ପର୍ବ । ମୁଁ ସମସ୍ତ ଦେଶବାସୀଙ୍କୁ, ଆପଣମାନଙ୍କୁ, ଏକାଡେମୀର ଲୋକମାନଙ୍କୁ ଏବଂ ଆପଣମାନଙ୍କ ପରିବାରକୁ ହୋଲିର ଅନେକ ଅନେକ ଶୁଭକାମନା ଜଣାଉଛି । ମୁଁ ଖୁସି ଯେ ଆଜି ଆପଣମାନଙ୍କ ଏକାଡେମୀ ଦ୍ୱାରା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହୋଦୟ, ଲାଲ ବାହାଦୁର ଶାସ୍ତ୍ରୀ ମହୋଦୟଙ୍କୁ ଉତ୍ସର୍ଗୀକୃତ ଡାକ ପ୍ରମାଣପତ୍ର ମଧ୍ୟ ଜାରି କରାଯାଇଛି । ଆଜି ନୂତନ ସ୍ପୋର୍ଟସ କମ୍ପେ୍ଲକ୍ସର ଉଦଘାଟନ ଏବଂ ହାପି ଭ୍ୟାଲି କମ୍ପେ୍ଲକ୍ସର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ସୁବିଧାଗୁଡିକ ଦଳଗତ ମନୋଭାବକୁ, ସ୍ୱାସ୍ଥ୍ୟ ଓ ସୁସ୍ଥତାର ଭାବନାକୁ ସଶକ୍ତ କରିବ, ନାଗରିକ ସେବାକୁ ଆହୁରି ସ୍ମାର୍ଟ ଏବଂ ଦକ୍ଷ କରିବାରେ ସାହାଯ୍ୟ ହେବ ।

ବନ୍ଧୁଗଣ,

ବିଗତ ବର୍ଷମାନଙ୍କରେ ମୁଁ ଅନେକ ବ୍ୟାଚର ଲୋକ ସେବା ଅଧିକାରୀମାନଙ୍କ ସହିତ କଥା ହୋଇଛି, ଭେଟିଛି, ଏବଂ ସେମାନଙ୍କ ସହିତ ମୁଁ ଦୀର୍ଘ ସମୟ ମଧ୍ୟ ଅତିବାହିତ କରିିଛି । କିନ୍ତୁ ଆପଣମାନଙ୍କର ଯେଉଁ ବ୍ୟାଚ୍ ରହିଛି, ମୋ ଦୃଷ୍ଟିରେ ତାହା ସ୍ୱତନ୍ତ୍ର ଅଟେ । ଆପଣମାନେ ଭାରତର ସ୍ୱାଧୀନତାର ୭୫ ବର୍ଷରେ ଏହି ଅମୃତ ମହୋତ୍ସବ ସମୟରେ ନିଜର କାମ ଆରମ୍ଭ କରୁଛନ୍ତି । ଆମମାନଙ୍କ ମଧ୍ୟରୁ ଅନେକ ଲୋକ ସେତେବେଳେ ନଥିବେ ଯେତେବେଳେ ଭାରତ ତାର ସ୍ୱାଧୀନତାର ୧୦୦ ବର୍ଷରେ ପଦାର୍ପଣ କରିବ । କିନ୍ତୁ ଆପଣମାନଙ୍କର ଏହି ବ୍ୟାଚ୍‌, ସେହି ସମୟରେ ମଧ୍ୟ ରହିବ, ଆପଣମାନେ ମଧ୍ୟ ରହିବେ । ସ୍ୱାଧୀନତାର ଏହି ଅମୃତ କାଳରେ, ଆଗାମୀ ୨୫ ବର୍ଷରେ ଦେଶ ଯେତେ ବିକାଶ କରିବ, ସେ ସବୁରେ ଆପଣମାନଙ୍କ ଏହି କାହାଣୀର, ଆପଣମାନଙ୍କ ଏହି ଟିମର ବହୁତ ବଡ ଭୂମିକା ରହିବ ।

ବନ୍ଧୁଗଣ,

ଏକବିଂଶ ଶତାଦ୍ଦୀର ଯେଉଁ ସ୍ଥାନରେ ଆଜି ଭାରତ ପହଂଚିଛି, ସମଗ୍ର ବିଶ୍ୱର ଦୃଷ୍ଟି ଆଜି ଭାରତ ଉପରେ ନିବଦ୍ଧ ରହିଛି । କରୋନା ଯେଉଁ ପରିସ୍ଥିତି ସବୁ ସୃଷ୍ଟି କରିଛି, ସେଥିରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଉଭା ହେବାରେ ଲାଗିଛି । ଏହି ନୂତନ ବିଶ୍ୱ ବ୍ୟବସ୍ଥାରେ ଭାରତକୁ ନିଜର ଭୂମିକା ବୃଦ୍ଧି କରିବାକୁ ହେବ ଏବଂ ଦୃତ ଗତିରେ ନିଜର ବିକାଶ ମଧ୍ୟ କରିବାକୁ ହେବ । ଗତ ୭୫ ବର୍ଷ ମଧ୍ୟରେ ଆମେ ଯେଉଁ ଗତିରେ ପ୍ରଗତି କରିଛେ, ଏବେ ତା ଠାରୁ ଅନେକ ଗୁଣା ଦୃତ ଗତିରେ ଆଗକୁ ବଢିବାର ସମୟ ଆସିଛି । ଆଗାମୀ ବର୍ଷଗୁଡିକରେ ଆପଣ କେଉଁ ସ୍ଥାନରେ କେଉଁ ଜିଲ୍ଲାର ଦାୟିତ୍ୱ ସମ୍ଭାଳୁଥିବେ, କେଉଁ ବିଭାଗକୁ ସମ୍ଭାଳୁ ଥିବେ । କେଉଁଠାରେ ଭିତିଭୂମୀର ବହୁତ ବଡ ପ୍ରକଳ୍ପ ଆପଣଙ୍କ ତତ୍ୱାବଧାନରେ ଚାଲୁଥିବ, କେଉଁଠାରେ ଆପଣମାନେ ନୀତି ନିର୍ଦ୍ଧାରଣ ସ୍ତରରେ ନିଜର ମତାମତ ଦେଉଥିବେ । ଏହି ସମସ୍ତ କାର୍ଯ୍ୟରେ ଆପଣମାନଙ୍କୁ ସବୁବେଳେ ଗୋଟିଏ ଜିନିଷ ଧ୍ୟାନରେ ରଖିବାକୁ ହେବ ଏବଂ ତାହା ହେଉଛି ଏକବିଂଶ ଶତାଦ୍ଦୀର ଭାରତର ସବୁଠାରୁ ବଡ ଲକ୍ଷ୍ୟ । ଏହି ଲକ୍ଷ୍ୟ ହେଉଛି - ଆତ୍ମନିର୍ଭର ଭାରତର, ଆଧୁନିକ ଭାରତର । ଏହି ସମୟକୁ ଆମକୁ ହରାଇବାର ନାହିଁ ଏବଂ ଏଥିପାଇଁ ଆଜି ମୁଁ ଆପଣମାନଙ୍କ ନିକଟକୁ ଅନେକ ଆଶା ନେଇ ଆସିଛି । ଏହି ଆଶା ଆପଣମାନଙ୍କ ବ୍ୟକ୍ତିତ୍ୱ ସହ ମଧ୍ୟ ଯୋଡି ହୋଇ ରହିଛି ଏବଂ ଆପଣମାନଙ୍କ କୃତୀତ୍ୱ ସହ ମଧ୍ୟ ସଂଶ୍ଳିଷ୍ଟ ଅଟେ । ଆପଣମାନଙ୍କ କାର୍ଯ୍ୟ କରିବାର ଶୈଳୀ ସହ ମଧ୍ୟ, କାର୍ଯ୍ୟ ସଂସ୍କୃତି ସହ ମଧ୍ୟ ଜଡିତ ଅଟେ । ଏବଂ ଏଥିପାଇଁ ମୁଁ ଆରମ୍ଭ କରୁଛି କିଛି ଛୋଟ ଛୋଟ କଥାରୁ ଯାହା ଆପଣମାନଙ୍କ ବ୍ୟକ୍ତିତ୍ୱ ପାଇଁ  ହୁଏତ କିଛି କାର୍ଯ୍ୟରେ ଲାଗିପାରେ ।

ବନ୍ଧୁଗଣ,

ପ୍ରଶିକ୍ଷଣ ସମୟରେ ଆପଣମାନଙ୍କୁ ସର୍ଦ୍ଦାର ପଟେଲ ଜୀଙ୍କ ଲକ୍ଷ୍ୟ, ତାଙ୍କର ବିଚାରଧାରା ସହ ଅବଗତ କରାଯାଇଛି । ସେବା ଭାବ ଏବଂ କର୍ତବ୍ୟ ଭାବ, ଏହି ଦୁଇଟିର ମହତ୍ୱ ଆପଣମାନଙ୍କ ପ୍ରଶିକ୍ଷଣର ଅଭିନ୍ନ ଅଙ୍ଗ ହୋଇ ରହି ଆସିଛି । ଆପଣମାନେ ଯେତେ ବି ବର୍ଷ ଏହି ସେବାରେ ରହିବେ, ଆପଣମାନଙ୍କ ବ୍ୟକ୍ତିଗତ ଏବଂ ବୃତିଗତ ସଫଳତାର ମାପଦଣ୍ଡର ଏହା ଉପାଦାନ ରହିବା ଉଚିତ୍ । କାଳେ ଏମିତି ନୁହେଁ ତ ଯେ ସେବା ଭାବ ହ୍ରାସ ପାଉଛି, କର୍ତବ୍ୟ ଭାବ କମି କମି ଆସୁଛି, ଏହି କଥା, ଏହି ପ୍ରଶ୍ନ ପ୍ରତି ଥର ନିଜକୁ, ନିଜକୁ ପଚାରିବା ଆବଶ୍ୟକ । ମୂଲ୍ୟାୟନ କରିବାକୁ ହେବ, ଏବଂ କାଳେ ଆମେ ଏହି ଲକ୍ଷ୍ୟକୁ ଅସ୍ପଷ୍ଟ ହେଉଥିବାର ଦେଖୁ ନାହୁଁ ତ, ସର୍ବଦା ଏହି ଲକ୍ଷ୍ୟକୁ ସମ୍ମୁଖରେ ରଖିବେ । ଏଥିରେ ନାଁ କୌଣସି ବାଧା ଆସିବା ଉଚିତ ନାଁ କୌଣସି ବିଲୟନ ଆସିବା ଉଚିିତ୍ । ଏହା ଆମେ ସମସ୍ତେ ଦେଖିଛୁ ଯେ, ଯେଉଁ ଥିରେ  ବି ସେବା ଭାବ କମ୍ ହୋଇଛି, ଯାହା ଉପରେ ବି କ୍ଷମତାର ଭାବନା ସବାର ହୋଇଛି, ସେ ବ୍ୟକ୍ତି ହେଉ ବା ବ୍ୟବସ୍ଥା, ତାହାର ଅନେକ କ୍ଷତି ହୋଇଥାଏ । କାହାର ଜଲଦି ହୋଇଥାଏ, କାହାର ଡେରିରେ ହୋଇଥାଏ, କିନ୍ତୁ କ୍ଷତି ହେବା ନିଶ୍ଚିତ ।

ବନ୍ଧୁଗଣ,

ଆପଣମାନଙ୍କୁ ଆଉ ଗୋଟିଏ କଥା ମୁଁ ବୁଝାଉଛି, ବୋଧହୁଏ ଏହା କାମରେ ଆସିପାରେ । ଯେତେବେଳେ ଆମେ କର୍ତବ୍ୟବୋଧ ଏବଂ ଲକ୍ଷ୍ୟବଦ୍ଧତାର ସହ କାର୍ଯ୍ୟ କରୁ, ତାହାହେଲେ କେତେବେଳେ ବି କୌଣସି କାର୍ଯ୍ୟ ଆମକୁ ବୋଝ ଭଳି ଲାଗେ ନାହିଁ । ଆପଣମାନେ ମଧ୍ୟ ଏଠାକୁ ଲକ୍ଷ୍ୟବଦ୍ଧତାର ସହ ଆସିଛନ୍ତି । ଆପଣମାନେ ସମାଜ ପାଇଁ, ଦେଶ ପାଇଁ, ଏକ ସକରାତ୍ମକ ପରିବର୍ତନର ଅଂଶ ହେବା ପାଇଁ ଆସିଛନ୍ତି । ଆଦେଶ ଦେଇ କାମ କରାଇବା ଏବଂ ଅନ୍ୟକୁ କର୍ତବ୍ୟବୋଧର ଭାବନା ଦ୍ୱାରା ଉତ୍ସାହିତ କରି କାମ କରାଇବା ଏହି ଦୁଇଟି ଶୈଳୀ ମଧ୍ୟରେ ଆକାଶ ପାତାଳର ପ୍ରଭେଦ ରହିଥାଏ, ଖୁବ ବିରାଟ ପାର୍ଥକ୍ୟ ହୋଇଥାଏ । ଏହା ଏକ ନେତୃତ୍ୱ ନେବାର ଗୁଣ ଅଟେ, ମୁଁ ଭାବୁଛି, ଏହା ଆପଣମାନଙ୍କୁ ନିଜ ମଧ୍ୟରେ ବିକଶିତ କରାଇବାକୁ ହେବ । ଦଳଗତ ମନୋଭାବ ପାଇଁ ଏହା ଅନିବାର୍ଯ୍ୟ ଅଟେ । ସେଥିରେ କୌଣସି ସାଲିସ୍ କରିବା ସମ୍ଭବ ନୁହେଁ । ଏହା କରିବା ନିହାତି ଜରୁରୀ ଅଟେ ।

ବନ୍ଧୁଗଣ,

 ବର୍ତମାନଠାରୁ କିଛି ମାସ ପରେ ହିଁ ଆପଣମାନେ କ୍ଷେତ୍ର ଉପରେ କାର୍ଯ୍ୟ କରିବାକୁ ଯିବେ । ନିଜର ଭବିଷ୍ୟତ ଜୀବନକୁ, ଏବେ ସେଥିରେ ଆପଣମାନଙ୍କୁ ଫାଇଲ ଏବଂ ଫିଲ୍ଡ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝି ହିଁ କାର୍ଯ୍ୟ କରିବାକୁ ପଡିବ । ଫାଇଲଗୁଡିକରେ ଆପଣମାନଙ୍କୁ ପ୍ରକୃତ ଅନୁଭବ ମିଳିବ ନାହିଁ । ଅନୁଭବ ପାଇଁ  ଆପଣମାନଙ୍କୁ କ୍ଷେତ୍ର ସହ ଯୋଡି ହୋଇ ରହିବାକୁ ପଡିବ । ଏବଂ ମୋର ଏହି କଥା ଆପଣମାନେ ସାରା ଜୀବନ ମନେ ରଖିବେ ଯେ ଫାଇଲଗୁଡିକରେ ଯେଉଁ ହିସାବ ଥାଏ, ତାହା କେବଳ ସଂଖ୍ୟା ହୋଇ ନ ଥାଏ । ପ୍ରତିଟି ହିସାବ, ପ୍ରତିଟି ସଂଖ୍ୟା, ଗୋଟିଏ ଗୋଟିଏ ଜୀବନ ହୋଇଥାଏ । ସେହି ଜୀବନର କିଛି ସ୍ୱପ୍ନ ରହିଥାଏ, ସେହି ଜୀବନର କିଛି ଆକାଂକ୍ଷା ରହିଥାଏ, ସେହି ଜୀବନ ସାମନାରେ କିଛି ଅସୁବିଧା ରହିଥାଏ, ଆହ୍ୱାନ ରହିଥାଏ । ଏବଂ ଏଥିପାଇଁ, ଆପଣମାନଙ୍କୁ ସଂଖ୍ୟା ପାଇଁ ନୁହେଁ, ପ୍ରତିଟି ଜୀବନ ପାଇଁ କାମ କରିବାକୁ ହେବ । ମୁଁ ଆପଣମାନଙ୍କ ସମ୍ମୁଖରେ ମୋ ମନର ଆଉ ଏକ ଭାବନା କହିବାକୁ ଚାହେଁ । ଏବଂ ଏହି ମନ୍ତ୍ର ଆପଣମାନଙ୍କୁ ନିଷ୍ପତି ନେବାର ସାହସ ମଧ୍ୟ ଦେବ ଏବଂ ଏହାକୁ ଅନୁସରଣ କରିବେ ତ ଆପଣମାନଙ୍କ ଦ୍ୱାରା ଭୁଲ ହେବାର ସମ୍ଭାବନା ମଧ୍ୟ କମ୍ ହେବ ।

ବନ୍ଧୁଗଣ,

 ଆପଣମାନେ ଯେଉଁଠାକୁ ବି ଯିବେ, ଆପଣମାନଙ୍କ ମଧ୍ୟରେ ଏକ ଉତ୍ସାହ ଥିବ, ଉଦ୍ଦୀପନା ଥିବ, କିଛି ନୂଆ କରିବାର ଆଗ୍ରହ ଥିବ, ବହୁତ କିଛି ଥିବ । ମୁଁ ଏହା କରି ଦେବି, ତାହା କରିଦେବି, ମୁଁ ୟାକୁ ବଦଳାଇ ଦେବି, ତାକୁ ଉଠାଇ ଫୋପାଡି ଦେବି, ସବୁ କିିଛି ଥିବ ମନରେ । କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଯେତେବେଳେ ଆପଣଙ୍କ ମନରେ ଏପରି ବିଚାର ଆସିବ ଯେ ହଁ ଏହା ଠିକ୍ ନୁହେଁ, ଏକ ପରିବର୍ତନ ହେବା ଉଚିତ୍‌, ତାହାହେଲେ ଆପଣଙ୍କୁ ବର୍ଷ ବର୍ଷ ପୂର୍ବର ଅନେକ ଏଭଳି ବ୍ୟବସ୍ଥା ନଜରକୁ ଆସିବ, ଅନେକ ନିୟମ କାନୁନ ମିଳିଯିବ ଯେଉଁଗୁଡିକ ଆପଣଙ୍କୁ ହୁଏତ ଅପ୍ରାସଙ୍ଗିକ ଲାଗିବ, ପସନ୍ଦ ଆସୁ ନଥିବ । ଆପଣମାନଙ୍କୁ ଲାଗୁଥିବ ସେ ସବୁ ବୋଝ ଅଟେ । ଏବଂ ସେସବୁ ଭୁଲ ହେବ, ତାହା ମୁଁ କହୁ ନାହିଁ, ହୋଇଥିବ । ଆପଣଙ୍କ ନିକଟରେ ଶକ୍ତି ଥିବ ତ ମନ କରିବ, ଏହା ନୁହେଁ ଏହା କର, ତାହା ନୁହେଁ ସେଇଟା କର, ଅମକ ନୁହେଁ ସମକଟା କର, ଏହା ହୋଇଯିବ । କିନ୍ତୁ ଟିକେ ଧୈର୍ଯ୍ୟର ସହ କିଛି ଚିନ୍ତା କରି ମୁଁ ଯେଉଁ ରାସ୍ତା ଦେଖାଉଛି ସେଇ ପଥରେ ଆପଣମାନେ କ’ଣ ଚାଲି ପାରିବେ ।

ଗୋଟିଏ ପରାମର୍ଶ ମୁଁ ଦେବାକୁ ଚାହେଁ, ସେହି ବ୍ୟବସ୍ଥା କାହିଁକି ତିଆରି ହେଲା, ବା ସେହି ନିୟମ କାହିଁକି ତିଆରି ହେଲା, କେଉଁ ଭଳି ପରିସ୍ଥିତିରେ ତିଆରି ହେଲା, କେଉଁ ବର୍ଷ ତିଆରି ହେଲା, ସେତେବେଳର ପରିସ୍ଥିତି କିପରି ଥିଲା, ଫାଇଲର ଗୋଟିଏ ଗୋଟିଏ ଶଦ୍ଦକୁ, ପରିସ୍ଥିତିକୁ ଆପଣ ପରିକଳ୍ପନା କରନ୍ତୁ ଯେ ୨୦ ବର୍ଷ, ୫୦ ବର୍ଷ, ୧୦୦ ବର୍ଷ ପୂର୍ବେ କାହିଁକି ଏହା ତିଆରି ହୋଇଥିଲା, ଏହାର ମୂଳ କାରଣକୁ ନିଶ୍ଚିତ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ । ଏବଂ ପୁଣି ଭାବନ୍ତୁ, ତାହାର ଅର୍ଥାତ ସମ୍ପୁର୍ଣ୍ଣ ରୂପେ ଅଧ୍ୟୟନ କରିବେ ଯେ ଯେଉଁ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି, ତାହା ପଛରେ କିଛି ତ କାରଣ ଥିବ, କିଛି ଚିନ୍ତାଧାରା ଥିବ, କିଛି ଆବଶ୍ୟକତା ଥିବ । ଏହି କଥାର ଗଭୀରତାକୁ ଯିବେ ଯେ ଯେତେବେଳେ ଏହି ନିୟମ ପ୍ରସ୍ତୁତ କରାଯାଇଥିଲା, ତ ତା ପଛରେ କାରଣ କ’ଣ ଥିଲା । ଯେତେବେଳେ ଆପଣ ଅଧ୍ୟୟନ କରିବେ, କୌଣସି ସମସ୍ୟାର ମୂଳ କାରଣ ପର୍ଯ୍ୟନ୍ତ ଯିବେ, ତାହାହେଲେ ଯାଇ ଆପଣ ତା’ର ସ୍ଥାୟୀ ସମାଧାନ ମଧ୍ୟ ପ୍ରଦାନ କରିପାରିବେ । ତରବରରେ ହୋଇଥିବା କଥାଗୁଡିକ ସେହି ସମୟ ପାଇଁ ତ ଠିକ୍ ଲାଗିବ କିନ୍ତୁ ସ୍ଥାୟୀ ସମାଧାନ ବାହାର କରିପାରିବ ନାହିଁ । ଏବଂ ଏହି ସବୁ କଥାର ଗଭୀରତାକୁ ଗଲେ ହିଁ ଆପଣମାନଙ୍କର ସେହି କ୍ଷେତ୍ରର ପ୍ରଶାସନ ଉପରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ ଆସିଯିବ । ଏବଂ ଏତେ ସବୁ କରିବା ପରେ ଯେତେବେଳେ ଆପଣଙ୍କୁ ନିଷ୍ପତି ନେବାକୁ ପଡିବ, ତ ପୁଣି ଆଉ ଗୋଟିଏ କଥା ମନେ ରଖିବେ ।

ମହାତ୍ମାଗାନ୍ଧୀ ସର୍ବଦା କହୁଥିଲେ ଯେ ଯଦି ଆପଣଙ୍କ ନିର୍ଣ୍ଣୟ ଦ୍ୱାରା ସମାଜର ସର୍ବଶେଷ ବ୍ୟକ୍ତିର ଲାଭ ହେବ, ତାହାହେଲେ ପୁଣି ଆପଣ ସେହି ନିର୍ଣ୍ଣୟ ନେବାରେ କେବେ ବି ସଙ୍କୋଚ କରିବେ ନାହିଁ । ମୁଁ ସେଥିରେ ଆଉ ଗୋଟିଏ କଥା ଯୋଡିବାକୁ ଚାହୁଁଛି ଯେ, ଆପଣମାନେ ଯାହା ବି ନିର୍ଣ୍ଣୟ ନେବେ, ଯାହା ବି ବ୍ୟବସ୍ଥାରେ ପରିବର୍ତନ କରିବାକୁ ଯିବେ, ସେତେବେଳେ ସମଗ୍ର ଭାରତର ପରିପ୍ରେକ୍ଷୀରେ ଅବଶ୍ୟ ବିଚାର କରିବେ, କାରଣ ଆମେ ସର୍ବଭାରତୀୟ ଲୋକ ସେବାର ପ୍ରତିନିଧିତ୍ୱ କରୁଛେ । ଆମ ମନର ନିର୍ଣ୍ଣୟ ହୁଏତ ସ୍ଥାନୀୟ ହେବ କିନ୍ତୁ ସ୍ୱପ୍ନ ସମଗ୍ର ଦେଶର ହିଁ ହେବ ।

ବନ୍ଧୁଗଣ,

ସ୍ୱାଧୀନତାର ଏହି ଅମୃତ କାଳରେ ଆମକୁ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣକୁ ପରବର୍ତୀ ସ୍ତର ପର୍ଯ୍ୟନ୍ତ ନେଇ ଯିବାକୁ ହେବ । ଏଥିପାଇଁ ହିଁ ଆଜି ଭାରତ ସମସ୍ତଙ୍କ ପ୍ରୟାସର ଭାବନା ସହ ଅଗ୍ରସର ହେଉଛି । ଆପଣମାନଙ୍କୁ ମଧ୍ୟ ନିଜର ପ୍ରୟାସ ମଧ୍ୟରେ ଏହା ବୁଝିବାକୁ ହେବ ଯେ ସମସ୍ତଙ୍କ ପ୍ରୟାସ, ସମସ୍ତଙ୍କ ଅଂଶଗ୍ରହଣର ଶକ୍ତି କ’ଣ ହେଇଥାଏ । ନିଜ ନିଜର କାର୍ଯ୍ୟରେ ଆପଣମାନେ ଯେତେ ଅଧିକ ବ୍ୟବସ୍ଥାରେ ଯେତେ ବି ବିଭାଗ ରହିଛି, ସବୁକୁ ଏକାଠି କରି ପ୍ରୟାସ କରିବେ, ପ୍ରତ୍ୟେକ ଅଧସ୍ତନ କର୍ମଚାରୀଙ୍କୁ ସାଙ୍ଗରେ ନେଇ ପ୍ରୟାସ କରିବେ,  ତାହା ତ ଏକ ପ୍ରଥମ ପରିସର ହୋଇଯିବ, ପ୍ରଥମ ସର୍କଲ ହୋଇଯିବ । କିନ୍ତୁ ବଡ ସର୍କଲ ସାମାଜିକ ସଂଗଠନଗୁଡିକୁ ଯୋଡନ୍ତୁ, ତା ପରେ ସାଧାରଣ ଜନତାଙ୍କୁ ଯୋଡନ୍ତୁ ଏକ ପ୍ରକାର ସମସ୍ତଙ୍କ ପ୍ରୟାସ, ସମାଜର ଶେଷ ବ୍ୟକ୍ତି ମଧ୍ୟ ଆପଣଙ୍କ ପ୍ରୟାସର ଅଂଶ ହେବା ଉଚିତ୍‌, ତାର ମଧ୍ୟ ସ୍ୱାମୀତ୍ୱ ରହିବା ଉଚିତ୍ । ଏବଂ ଯଦି ଆପଣ ଏହି କାମ କରୁଛନ୍ତି ତ ଆପଣମାନେ କଳ୍ପନା କରିପାରିବେ ନାହିଁ, ଆପଣଙ୍କ ଶକ୍ତି କେତେ ମାତ୍ରାରେ ବୃଦ୍ଧି ପାଇଯିବ ।

ଏବେ ଉଦାହରଣ ସ୍ୱରୂପ ଧରିନିଅନ୍ତୁ କୌଣସି ଏକ ବଡ ସହରର ଆମର ଏଠି କୌଣସି ନଗର ନିଗମ ରହିଛି, ସେଥିରେ ଅନେକ ସଫେଇ କର୍ମଚାରୀ ଅଛନ୍ତି ଏବଂ ସେମାନେ ଏତେ ପରିଶ୍ରମ କରୁଛନ୍ତି, ତା ପୁଣି ସହରକୁ ସ୍ୱଚ୍ଛ ରଖିବା ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରୁଛନ୍ତି । କିନ୍ତୁ ଯଦି ସେମାନଙ୍କ ପ୍ରୟାସ ସହ ପ୍ରତ୍ୟେକ ପରିବାର ଯୋଡି ହୋଇଯିବେ, ପ୍ରତ୍ୟେକ ନାଗରିକ ଯୋଡି ହୋଇଯିବେ, ଅପରିଷ୍କାର ନ କରିବାର ସଙ୍କଳ୍ପ ଜନ ଆନ୍ଦୋଳନ ହୋଇଯିବ, ତ ମତେ କୁହନ୍ତୁ, ସେହି ସଫାଇ କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଏହା ପ୍ରତିଦିନ ଏକ ଉତ୍ସବ ପାଲଟିଯିବ କି ନାହିଁ । ଯେଉଁ ଫଳ ମିଳୁଛି ତାହା ଅନେକ ଗୁଣ ବଢିଯିବ କି ବଢିବ ନାହିଁ । କାରଣ ସମସ୍ତଙ୍କର ପ୍ରୟାସ ଏକ ସକରାତ୍ମକ ପରିବର୍ତନ ଆଣିଥାଏ । ଯେତେବେଳେ ଜନସାଧାରଣଙ୍କ ଅଂଶଗ୍ରହଣ ହୋଇଥାଏ ସେତେବେଳେ ଏକ ଆଉ ଏକ ମିଶି ଦୁଇ ହୋଇ ନ ଥାଏ, ବରଂ ଏକ ଆଉ ଏକ ମିଶି ଏଗାର ହୋଇ ଯାଇଥାଏ ।

ବନ୍ଧୁଗଣ,

ଆଜି ମୁଁ ଆପଣମାନଙ୍କୁ ଆଉ ଏକ କାର୍ଯ୍ୟ ଦେବାକୁ ଚାହୁଁଛି । ଏହି କାର୍ଯ୍ୟ ଆପଣମାନଙ୍କୁ ନିଜର ସମ୍ପୁର୍ଣ୍ଣ ବୃତିଗତ ଜୀବନ ଶେଷ ହେବା ପର୍ଯ୍ୟନ୍ତ କରି ଚାଲିବା ଦରକାର, ଏକ ପ୍ରକାର ତାହାକୁ ଆପଣଙ୍କ ଜୀବନର ଏକ ଅଂଶ କରିଦେବା ଉଚିତ୍‌, ଏକ ଅଭ୍ୟାସ କରିଦେବା ଉଚିତ୍ । ଏବଂ ସଂସ୍କାରକୁ ନେଇ ମୋର ସିଧାସଳଖ ପରିଭାଷା ଏହି ଯେ ସଯତ୍ନରେ ବିକଶିତ କରାଯାଇଥିବା ଉତମ ଅଭ୍ୟାସ, ତାହାର ଅର୍ଥ ହେଉଛି ସଂସ୍କାର ।

ଆପଣ ଯେଉଁଠାରେ ବି କାର୍ଯ୍ୟ କରନ୍ତୁ, ଯେଉଁ ଜିଲ୍ଲାରେ ବି କାମ କରନ୍ତୁ, ଆପଣ ମନରେ ସ୍ଥିର କରନ୍ତୁ ଯେ ଏହି ଜିଲ୍ଲାରେ ଏତେଗୁଡିଏ ସମସ୍ୟା ରହିଛି, ଏତେ ଅସୁବିଧା ରହିଛି, ଯେଉଁଠାରେ ପହଂଚିବା କଥା ସେଠାରେ ପହଂଚି ପାରୁ ନାହିଁ ତ ତାହା ଆପଣମାନଙ୍କ ପାଇଁ ଏକ ବିଶ୍ଲେଷଣ ହେବ । ଆପଣଙ୍କ ମନରେ ଏହା ମଧ୍ୟ ଆସିବ, ପୁରୁଣା ଲୋକମାନେ କେଜାଣି କାହିଁକି ଏହା କଲେ ନାହିଁ, ଏହା କଲେ ନାହିଁ, ସବୁ ହେବ । ଆପଣ ନିଜେ ସେହି କ୍ଷେତ୍ରରେ ଯେଉଁ କାର୍ଯ୍ୟକ୍ଷେତ୍ର ଆପଣଙ୍କୁ ମିଳୁ, ଛୋଟ ହେଉ ବା ବଡ, ଆପଣ ଏହା ନିଷ୍ପତି ନେଇ ପାରିବେ ଯେ ଯେଉଁ ୫ଟି ଆହ୍ୱାନ ରହିଛି, ମୁଁ ତାକୁ ଚିହ୍ନଟ କରିବି । ଏବଂ ଏହି ଆହ୍ୱାନସବୁ ଯାହା ସେହି କ୍ଷେତ୍ରରେ ଲୋକମାନଙ୍କ ଜୀବନ କଷ୍ଟସାଧ୍ୟ କରୁଛି, ସେମାନଙ୍କ ବିକାଶରେ ବାଧା ହୋଇ ଛିଡାହୋଇଛି । ସ୍ଥାନୀୟ ସ୍ତରରେ ଆପଣଙ୍କ ଦ୍ୱାରା ସେସବୁର ଚିହ୍ନଟ ଅତ୍ୟନ୍ତ ଜରୁରୀ ଅଟେ । ଏବଂ ଏହା କାହିଁକି ଜରୁରୀ ତାହା ମଧ୍ୟ ମୁଁ ଆପଣମାନଙ୍କୁ ଜଣାଉଛି । ଯେମିତି ଆମେ ସରକାର ଗଠନ କଲୁ ତ ଆମେ ମଧ୍ୟ ଏଭଳି ଅନେକ ଆହ୍ୱାନ ଚିହ୍ନଟ କରିଥିଲୁ । ଥରେ ଆହ୍ୱାନ ଚିହ୍ନଟ ହୋଇଗଲେ ଯାଇ ଆମେ ସମାଧାନ ଆଡକୁ ବଢିବା । ଏବେ ଯେମିତି ସ୍ୱାଧୀନତାର ଏତେ ବର୍ଷ ହୋଇଗଲାଣି କ’ଣ ଗରିବମାନଙ୍କର ପକ୍କା ଘର ହେବା ଆବଶ୍ୟକ, ନା ନୁହେଁ, ଏହା ଆହ୍ୱାନ ଥିିଲା । ଆମେ ସେହି ଆହ୍ୱାନକୁ ଗ୍ରହଣ କଲୁ । ଆମେ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବାକୁ ନିଷ୍ପତି ନେଲୁ ଏବଂ ପିଏମ ଆବାସ ଯୋଜନାକୁ ଦୃତ ଗତିରେ ବିସ୍ତାରିତ କରିଦେଲୁ ।

ଦେଶର ଏଭଳି ଅନେକ ଜିଲ୍ଲାରେ ଏଭଳି ବହୁତ ବଡ ବଡ ଆହ୍ୱାନ ଥିଲା ଯାହା ବିକାଶର ଦୌଡରେ ଅନେକ ଦଶନ୍ଧି ଧରି ପଛରେ ଥିଲା । ଗୋଟିଏ ରାଜ୍ୟ ବହୁତ ଆଗରେ ଅଛି, କିନ୍ତୁ ଦୁଇଟି ଜିଲ୍ଲା ବହୁତ ପଛରେ ରହିଛି । ପୁଣି ଗୋଟିଏ ଜିଲ୍ଲା ବହୁତ ଆଗରେ ରହିଛି ତ ଦୁଇଟି ବ୍ଲକ୍ ବହୁତ ପଛରେ ରହିଛି ।  ଏକ ରାଷ୍ଟ୍ର ରୂପରେ, ଭାରତ ରୂପରେ ଏକ  ବିଚାର ପ୍ରସ୍ତୁତ କରାଗଲା ଯେ, ଏଭଳି ଜିଲ୍ଲାଗୁଡିକୁ ମଧ୍ୟ ଚିହ୍ନଟ କରାଯାଉ ଏବଂ ଆକାଂକ୍ଷୀ ଜିଲ୍ଲାର ଏକ ଅଭିଯାନ ଆରମ୍ଭ କରାଯାଉ ଏବଂ ସେଗୁଡିକୁ ମଧ୍ୟ ରାଜ୍ୟର ହାରାହାରି ସହ ସମାନ ସ୍ତରକୁ ଅଣାଯାଉ । ଯଦି ସମ୍ଭବ ଜାତୀୟ ହାରାହାରି ଅନୁପାତ ପର୍ଯ୍ୟନ୍ତ ଆଣିବାକୁ ଚେଷ୍ଟା କରାଯାଉ ।

ଏହିଭଳି ଭାବରେ ଆଉ ଏକ ଆହ୍ୱାନ ଥିଲା ଗରିବମାନଙ୍କୁ ବିଦ୍ୟୁତ୍ ସଂଯୋଗ ଦେବାର, ଗ୍ୟାସ ସଂଯୋଗ ଦେବାର । ଆମେ ସୌଭାଗ୍ୟ ଯୋଜନା ଆରମ୍ଭ କଲୁ, ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରି ସେମାନଙ୍କୁ ମାଗଣା ଗ୍ୟାସ କନେକ୍ସନ ଦେଲୁ ।

ସ୍ୱାଧୀନତା ପରେ ଭାରତରେ ପ୍ରଥମ ଥର ପାଇଁ ଏଭଳି ଘଟୁଛି ଯେତେବେଳେ କୌଣସି ସରକାର ଯୋଜନାଗୁଡିକର ସଫଳ କାର୍ଯ୍ୟାନ୍ୱୟନ ଆଡକୁ ନେଇଯିବା ପାଇଁ କାର୍ଯ୍ୟ କରିଛନ୍ତି ଅର୍ଥାତ୍ ଏକ ପ୍ରକାର ଯାହା କହିଛନ୍ତି ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏବେ ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କୁ ଏକ ଉଦାହରଣ ଦେବାକୁ ଚାହୁଁଛି । ଆମର ଏଠାରେ ଭିନ୍ନ ଭିନ୍ନ ବିଭାଗରେ ସମନ୍ୱୟ ଅଭାବରୁ ପ୍ରକଳ୍ପଗୁଡିକ ବର୍ଷ ବର୍ଷ ଧରି ଅଟକି ରହୁଥିଲା । ଆମେ ଏହା ମଧ୍ୟ ଦେଖିଛୁ ଯେ ଆଜି ସଡକ ତିଆରି ହୋଇଗଲା ତ କାଲି ଟେଲିଫୋନ୍ କର୍ମଚାରୀମାନେ ଆସି ଖୋଳି ଦେଲେ, ତା ପରଦିନ ନଳା ତିଆରି କରିବା ଲୋକମାନେ ଆସି ତାକୁ ଖୋଳି ଦେଲେ । ସମନ୍ୱୟରେ ଅଭାବ କାରଣରୁ ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛୁ । ସମସ୍ତ ସରକାରୀ ବିଭାଗଗୁଡିକୁ, ସମସ୍ତ ରାଜ୍ୟଗୁଡିକୁ, ସମସ୍ତ ସ୍ଥାନୀୟ ସ୍ୱାୟତ ସଂସ୍ଥାଗୁଡିକୁ, ପ୍ରତି ହିତଧାରକଙ୍କୁ ଆଗୁଆ ସୂଚନା ମିଳୁ, ଏହା ସୁନିଶ୍ଚିତ କରାଯାଉଛି । ଅର୍ଥାତ୍ ଯେତେବେଳେ ଆପଣ ଆହ୍ୱାନକୁ ଚିହ୍ନଟ କରି ନିଅନ୍ତି ସେତେବେଳେ ସମାଧାନ ଖୋଜି ତା ଉପରେ କାର୍ଯ୍ୟ କରିବା ସହଜ ହୋଇ ଯାଇଥାଏ ।

ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଆପଣମାନେ ମଧ୍ୟ ଏଭଳି ୫, ୭, ୧୦ ଯାହା ବି ଆପଣଙ୍କୁ ଠିକ୍ ଲାଗୁଛି, ଏମିତି ଯେଉଁ ଆହ୍ୱାନଗୁଡିକ କ୍ଷେତ୍ରର ଲୋକମାନଙ୍କ ପାଇଁ ରହିଛି, ଯଦି ସେହି ଅସୁବିଧାଗୁଡିକରୁ ମୁକ୍ତି ମିଳିଯାଏ ତାହାହେଲେ ଏକ ଆନନ୍ଦର ଲହରୀ ଖେଳିଯିବ । ସରକାରଙ୍କ ପ୍ରତି ବିଶ୍ୱାସ ବଢିଯିବ । ଆପଣମାନଙ୍କ ପ୍ରତି ସ୍ନେହ ବୃଦ୍ଧି ପାଇବ । ଏବଂ ମନରେ ନିଷ୍ପତି ନିଅନ୍ତୁ, ମୋ କାର୍ଯ୍ୟକାଳ ମଧ୍ୟରେ ମୁଁ ଏହି କ୍ଷେତ୍ରକୁ  ନିଶ୍ଚିତ ଭାବରେ ଏହି ସମସ୍ୟାରୁ ମୁକ୍ତ କରିକି ରହିବି ।

ଏବଂ ଆପଣମାନେ ଶୁଣିଥିବେ, ଆମର ଏଠି ଶାସ୍ତ୍ରରେ ସ୍ୱାନ୍ତ ସୁଖାୟର କଥା କୁହାଯାଇଛି । ବେଳେ ବେଳେ ଜୀବନରେ ଅନେକ କାର୍ଯ୍ୟ କଲା ପରେ ମଧ୍ୟ ଯେତେ ଆନନ୍ଦ ମିଳି ନଥାଏ କିନ୍ତୁ ଗୋଟିଏ ଦୁଇଟି କାର୍ଯ୍ୟ ନିଜେ କରିବା ପାଇଁ ନିଷ୍ପତି ନେଇଛନ୍ତି ଏବଂ ସମ୍ପାଦନ କରିଛନ୍ତି ଯେଉଁଥିରେ ସ୍ୱତଃପ୍ରବୃତ ଭାବେ ନିଜକୁ ସୁଖ ମିଳିଥାଏ, ଆନନ୍ଦ ମିଳିଥାଏ, ମନରେ ଉଲ୍ଲାସ ଭରି ଯାଇଥାଏ । କେତେବେଳେ ବି କ୍ଳାନ୍ତି ଅନୁଭବ ହୋଇ ନଥାଏ । ଏହିଭଳି ସମୁଦାୟର ସୁଖ ପାଇଁ, ଏହାର ଅନୁଭୂତି ପାଇଁ ଯଦି ଆପଣ ଗୋଟିଏ ଆହ୍ୱାନ, ୨ଟି ଆହ୍ୱାନ, ୫ଟି ଆହ୍ୱାନ ଉଠାଇ ଆପଣ ସମଗ୍ର ସମ୍ବଳ ଉପଯୋଗ କରି, ଆପଣଙ୍କ ଅଭିଜ୍ଞତା ବ୍ୟବହାର କରି, ଆପଣଙ୍କ ବୁଦ୍ଧି ପ୍ରୟୋଗ କରି ସମ୍ପୁର୍ଣ୍ଣ ଭାବରେ ଏହାର ମୂଳୋତ୍ପଟନ କରିଦିଅନ୍ତି, ତାହାହେଲେ ଆପଣଙ୍କୁ ଏହିଭଳି ଖୁସି ମିଶିବ । ଆପଣମାନେ ଦେଖନ୍ତୁ ଜୀବନ ସନ୍ତୋଷ ନେଇ ଯିଏ ଆଗକୁ ବଢିଥାଏ ସେହି ଆହ୍ୱାନ ଆସିବା ପରେ ସମାଧାନ ଦ୍ୱାରା ସନ୍ତୁଷ୍ଟିର ଯେଉଁ ତୀବ୍ରତା ଉପଲବଧ ହୋଇଥାଏ ତାହା ଅନେକ ଗୁଣ ସାମର୍ଥ୍ୟବାନ ହୋଇଥାଏ ।

ଆପଣଙ୍କ କାର୍ଯ୍ୟ ମଧ୍ୟ ସେଭଳି ହେବା ଆବଶ୍ୟକ, ଯାହା ମନକୁ ଶାନ୍ତି ପ୍ରଦାନ କରିବ ଏବଂ ଯେତେବେଳେ ତାର ହିତାଧିକାରୀ ସହ ଆପଣଙ୍କର ଭେଟ ହେବ, ସେତେବେଳେ ଅନୁଭବ ହେବ ଯେ, ଏହି ସାହେବ ଥିଲେ ନା, ତେଣୁ ମୋର ଭଲ କାମ ହୋଇଗଲା । ଆପଣଙ୍କୁ ଏହି ସ୍ଥାନ ଛାଡିବାର ୨୦ ବର୍ଷ ପରେ ମଧ୍ୟ ସେଠାକାର ଲୋକ ମନେ ପକାନ୍ତୁ, ଆରେ ଭାଇ ଜଣେ ସାହେବ ଆସିଥିଲେ ନା ଆମ ଅଂଚଳକୁ, ଗୋଟିଏ ବହୁତ ପୁରୁଣା ସମସ୍ୟାର ସମାଧାନ କରି ଗଲେ । ବହୁତ ଭଲ କାମ କରି ଗଲେ ।

ମୁଁ ଚାହିଁବି ଆପଣମାନେ ମଧ୍ୟ ଏଭଳି ବିଷୟ ଖୋଜନ୍ତୁ ଯେଉଁଥିରେ ଆପଣ ଗୁଣାତ୍ମକ ପରିବର୍ତନ ଆଣିପାରିବେ । ଏଥିପାଇଁ ଆପଣମାନଙ୍କୁ ଯାହା ଅନ୍ତର୍ଜାତୀୟ ଅଧ୍ୟୟନ ରହିଛି ତାହା ଅନ୍ୱେଷଣ କରିବାକୁ ପଡେ ତ ତାହା ମଧ୍ୟ କରନ୍ତୁ, ଆଇନ୍ ଅଧ୍ୟୟନ କରିବାକୁ ପଡେ ତ ତାହା ମଧ୍ୟ କରନ୍ତୁ, ପ୍ରଯୁକ୍ତି ବିଦ୍ୟାର ସହାୟତା ନେବାକୁ ପଡେ ତ ତାହା ମଧ୍ୟ ନିଅନ୍ତୁ, ସେଥିରେ ମଧ୍ୟ ପଛରେ ରୁହନ୍ତୁ ନାହିଁ । ଆପଣମାନେ ଚିନ୍ତା କରନ୍ତୁ, ଶହ ଶହ କୋଟି କୋଟି ଲୋକଙ୍କ ଶକ୍ତି ଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ଏକ ସାଥିରେ କାର୍ଯ୍ୟ କରିବ । ଆପଣମାନେ ୩୦୦-୪୦୦ ଜଣ ଲୋକ ଅଛନ୍ତି । ଅର୍ଥାତ୍ ଦେଶର ଅଧା ଜିଲ୍ଲାରେ କେଉଁଠି ନାଁ କେଉଁଠି ଆପଣଙ୍କ ପାଦ ପଡିବାକୁ ଯାଉଛି । ଅର୍ଥାତ୍ ଆପଣମାନେ ସମସ୍ତେ ମିଶି ଅଧା ଭରତରେ ଏକ ନୂତନ ଆଶା ଜନ୍ମାଇ ପାରିବେ । ତାହା ହେଲେ କେତେ ବଡ ପରିବର୍ତନ ଆସିବ । ଆପଣ ଏକା ନୁହନ୍ତି, ୪୦୦ ଜିଲ୍ଲାରେ ଆପଣଙ୍କର ଏହି ଚିନ୍ତାଧାରା, ଆପଣଙ୍କର ଏହି ପ୍ରୟାସ, ଆପଣଙ୍କର ଏହି ଯାତ୍ରା, ଆପଣଙ୍କର ଏହି ପଦକ୍ଷେପ, ଅଧା ଭାରତବର୍ଷକୁ ପ୍ରଭାବିତ କରିପାରେ ।

ବନ୍ଧୁଗଣ,

ଲୋକ ସେବାର ରୂପାନ୍ତରଣର ଏହି ପର୍ଯ୍ୟାୟରେ ଆମ ସରକାର ସଂସ୍କାରକୁ ସମର୍ଥନ କରୁଛି । ମିଶନ କର୍ମଯୋଗୀ ଏବଂ ଆରମ୍ଭ କାର୍ଯ୍ୟକ୍ରମ ଏହାର ଏକ ଅଂଶ ଅଟେ । ମତେ କୁହାଯାଇଛି ଯେ ଆପଣମାନଙ୍କ ଏକାଡେମୀରେ ମଧ୍ୟ ପ୍ରଶିକ୍ଷଣର ସ୍ୱରୂପ ଏବେ ମିଶନ୍ କର୍ମଯୋଗୀ ଉପରେ ଆଧାରିତ କରି ଦିଆଯାଇଛି । ମୁଁ ବିଶ୍ୱାସ କରେ, ଆପଣ ସମସ୍ତଙ୍କୁ ଏହାର ମଧ୍ୟ ବହୁତ ଲାଭ ମିଳିବ । ଆଉ ଗୋଟିଏ କଥା ଆପଣମାନଙ୍କ ଦୃଷ୍ଟିକୁ ଆଣିବାକୁ ଚାହୁଁଛି । ଆପଣ ଏହି ପ୍ରାର୍ଥନା ନିଶ୍ଚିତ କରିବେ ଯେ ଭବିଷ୍ୟତରେ ଯେପରି ଆପଣମାନଙ୍କୁ କୌଣସି ସହଜ କାମ ନ ମିଳୁ । ମୁଁ ଦେଖୁଛି ମୁଁ ଏହା କହିଲା ପରେ ଆପଣମାନଙ୍କ ମୁହଁ ସାମାନ୍ୟ ସୁଖି ଯାଇଛି ।

ଆପଣମାନେ ଏଭଳି ପ୍ରାର୍ଥନା କରନ୍ତୁ ଯେ ଆପଣମାନଙ୍କୁ କୌଣସି ସହଜ କାମ ନ ମିଳୁ । ଆପଣମାନଙ୍କୁ ଲାଗିବ ଇଏ ଏମିତି କେମିତି ପ୍ରଧାନମନ୍ତ୍ରୀ ଅଟନ୍ତି, ଯିଏ ଆମକୁ ଏପରି ପରାମର୍ଶ ଦେଉଛନ୍ତି । ଆପଣ ସବୁବେଳେ ଖୋଜି ଖାଜି ଆହ୍ୱାନଭରା କାର୍ଯ୍ୟର ଅପେକ୍ଷା କରନ୍ତୁ । ଆପଣମାନେ ପ୍ରଚେଷ୍ଟା କରନ୍ତୁ ଯେ ଆପଣମାନଙ୍କୁ ଆହ୍ୱାନଭରା କାର୍ଯ୍ୟ ମିଳୁ । ଆହ୍ୱାନଭରା କାର୍ଯ୍ୟର ଆନନ୍ଦ କିଛି ଅଲଗା ପ୍ରକାର ହୋଇଥାଏ । ଆପଣମାନେ ଯେତେ ଆରାମଦାୟକ ସ୍ଥିତିରେ କାର୍ଯ୍ୟ କରିବାକୁ ଚିନ୍ତା କରିବେ, ସେତିକି ହିଁ ନିଜର ପ୍ରଗତି ଓ ଦେଶର ପ୍ରଗତିରେ ପ୍ରତିବନ୍ଧକ ଆଣିବେ । ଆପଣଙ୍କ ଜୀବନ ସ୍ଥାଣୁତା ଆସିଯିବ । କିଛି ବର୍ଷ ପରେ ଆପଣଙ୍କ ଜୀବନ ହିଁ ଆପଣଙ୍କ ପାଇଁ ବୋଝ ପାଲଟିଯିବ । ଏବେ ଆପଣ ବୟସର ସେହି ପର୍ଯ୍ୟାୟରେ ଅଛନ୍ତି ଯେଉଁଠି ବୟସ ଆପଣଙ୍କ ସାଥିରେ ରହିଛି । ଏବେ ଏହି ବୟସରେ ରିସ୍କ ନେବାର କ୍ଷମତା ସର୍ବାଧିକ । ଆପଣମାନେ ଗତ ୨୦ ବର୍ଷ ମଧ୍ୟରେ ଯାହା ଶିଖିଛନ୍ତି, ଯଦି ଆପଣ ଆହ୍ୱାନମୂଳକ କାର୍ଯ୍ୟ ସହ ଜଡିତ ହେବେ ତେବେ ଆସନ୍ତା ୨-୩ ବର୍ଷ ମଧ୍ୟରେ ତାହାଠାରୁ ଅଧିକ  ଶିଖିବେ । ଏବଂ ଏହି ଯେଉଁ ଶିକ୍ଷା ଆପଣମାନଙ୍କୁ ମିଳିବ, ତାହା ଆସନ୍ତା ୨୦-୨୫ ବର୍ଷ ପର୍ଯ୍ୟନ୍ତ ଆପଣମାନଙ୍କ କାମରେ ଆସିବ ।

ବନ୍ଧୁଗଣ,

ଆପଣମାନେ ହୁଏତ ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି, ଭିନ୍ନ ଭିନ୍ନ ସାମାଜିକ ପରିବେଶରୁ ଆସିଛନ୍ତି, କିନ୍ତୁ ଆପଣ ଏକ ଭାରତ ଶ୍ରେଷ୍ଠ ଭାରତକୁ ସଶକ୍ତ କରୁଥିବା ଏକ ଶୃଙ୍ଖଳ ମଧ୍ୟ ଅଟନ୍ତି । ମୁଁ ବିଶ୍ୱାସ କରେ ଯେ, ଆପଣମାନଙ୍କ ସେବା ମନୋଭାବ, ଆପଣମାନଙ୍କ ବ୍ୟକ୍ତିତ୍ୱର ବିନମ୍ରତା, ଆପଣମାନଙ୍କ ସଚ୍ଚୋଟତା, ଆଗାମୀ ବର୍ଷଗୁଡିକରେ ଆପଣମାନଙ୍କର ଏକ ଭିନ୍ନ ପରିଚୟ ତିଆରି କରିବ । ଏବଂ ବନ୍ଧୁଗଣ, ଆପଣମାନଙ୍କର କ୍ଷେତ୍ର ଆଡକୁ ଯିବାର ଅଛି, ମୁଁ ବହୁତ ପୂର୍ବରୁ ହିଁ ପରାମର୍ଶ ଦେଇଥିଲି, ଜଣାନାହିଁ ଏଥର ଏହା କରାଯାଇଛି କି ନାହିଁ ଯେ ଯେତେବେଳେ ଏକାଡେମୀକୁ ଆସନ୍ତି ଆପଣମାନଙ୍କୁ ଏକ ଦୀର୍ଘ ପ୍ରବନ୍ଧ ଲେଖିବାକୁ କୁହାଯାଏ ଯେ ଏହି କ୍ଷେତ୍ରକୁ ଆସିବା ପଛରେ ଆପଣଙ୍କର କି ଚିନ୍ତାଧାରା ଥିଲା, କି ସ୍ୱପ୍ନ ଥିଲା, କି ସଙ୍କଳ୍ପ ଥିଲା । ଆପଣ ପରିଶେଷରେ ଏହି ଧାରାକୁ କାହିଁକି ଆସିଛନ୍ତି । ଆପଣ କ’ଣ କରିବାକୁ ଚାହାନ୍ତି । ଜୀବନକୁ ଏହି ସେବା ମାଧ୍ୟମରେ ଆପଣ କେଉଁଠାରେ ପହଂଚାଇବାକୁ ଚାହାନ୍ତି । ଆପଣଙ୍କ ଯେଉଁ ସେବା କ୍ଷେତ୍ର ରହିଛି ତାହା ତାକୁ କେଉଁଠାରେ ପହଂଚାଇବ । ତାହାର ଏକ ଦୀର୍ଘ ପ୍ରବନ୍ଧ ଲେଖି ଆପଣମାନେ ଏକାଡେମୀକୁ ଯାଆନ୍ତୁ । ଏହାକୁ କ୍ଲାଉଡରେ ରଖି ଦିଆଯାଉ ଏବଂ ଯେତେବେଳେ ଆପଣ ୨୫ ବର୍ଷ ପୂରଣ କରିବା ପରେ, ୫୦ ବର୍ଷ ପୂରଣ କରିବା ପରେ, ଆପଣମାନଙ୍କର ଏଠାରେ ୫୦ ବର୍ଷ ପୂରଣ କରିବା ପରେ ବୋଧହୁଏ ଗୋଟିଏ କାର୍ଯ୍ୟକ୍ରମ ହୋଇଥାଏ ।

ପ୍ରତି ବର୍ଷ ଯେଉଁମାନେ ମସୌରୀ ଛାଡିବାର ୫୦ ବର୍ଷ ଅତିକ୍ରାନ୍ତ କରିଥାଆନ୍ତି, ସେମାନଙ୍କୁ ୫୦ ବର୍ଷ ପରେ ପୁଣି ଥରେ ଆସିବାକୁ ପଡିଥାଏ । ଆପଣ ଯେଉଁ ପ୍ରଥମ ପ୍ରବନ୍ଧ ଲେଖିଥିବେ ତାକୁ ୫୦ ବର୍ଷ ପରେ, ୨୫ ବର୍ଷ ପରେ ପଢିନେବେ । ଯେଉଁ ସ୍ୱପ୍ନ ସବୁ ନେଇ ଆସିଥିଲେ, ଯେଉଁ ଲକ୍ଷ୍ୟ ନେଇ ଆସିଥିଲେ, ୨୫ ବର୍ଷ ପରେ ସେହି ପ୍ରବନ୍ଧକୁ ପୁଣି ଥରେ ପଢି ଟିକେ ହିସାବ କରିବେ ଯେ ଆପଣ ସତରେ ଯେଉଁ କାର୍ଯ୍ୟ ସହିତ ଆଗକୁ ବଢିଥିଲେ, ସେହି ଦିଗରେ ଅଛନ୍ତି ନାଁ ଦିଗଭ୍ରଷ୍ଟ ହୋଇ ଯାଇଛନ୍ତି । ହୋଇପାରେ ଆପଣଙ୍କ ଆଜିର ବିଚାର ୨୦ ବର୍ଷ ପରେ ଆପଣଙ୍କର ଗୁରୁ ହୋଇ ଯାଇପାରେ । ଏବଂ ଏଥିପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଯେ ଯଦି ଆପଣ ଲେଖି ନାହାନ୍ତି ତେବେ ଏହା ଲେଖି ସାରି ହିଁ ଏହି କ୍ୟାମ୍ପସ୍ ଛାଡି କରି ଯିବେ ।

ଦ୍ୱିତୀୟତଃ ଏହି କ୍ୟାମ୍ପସରେ ଏବଂ ଏଠାକର ଡାଇରେକ୍ଟରମାନଙ୍କୁ ମୁଁ ଏହି ଅନୁରୋଧ କରିବି ଯେ ଆପଣମାନଙ୍କର ପ୍ରଶିକ୍ଷଣର ଅନେକ କ୍ଷେତ୍ର ରହିଛି, ଆପଣମାନଙ୍କର ଏଠାରେ ଲାଇବ୍ରେରୀ ରହିଛି, ସବୁ ରହିଛି, କିନ୍ତୁ ଦୁଇଟି ଜିନିଷ ଆପଣମାନଙ୍କ ପ୍ରଶିକ୍ଷଣରେ ଯୋଡାଯିବା ଉଚିତ, ପ୍ରଥମ ଆର୍ଟିଫିସିଆଲ ଇଂଟେଲିଜେନ୍ସର ଏକ ଉନ୍ନତ ପରୀକ୍ଷାଗାର ଏଠାରେ ହେବା ଆବଶ୍ୟକ ଏବଂ ଆମର ସବୁ ଅଧିକାରୀମାନଙ୍କୁ ପ୍ରଶିକ୍ଷଣର ଅଂଶ କରିବାକୁ ପଡିବ । ସେହିଭଳି ଗୋଟିଏ ଡାଟା ଗଭର୍ଣ୍ଣାନସକୁ ଏକ ଥିମ ରୂପରେ ଆମର ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣର ଅଂଶ କରିବାକୁ ପଡିବ । ଆଗାମୀ ସମୟ ପାଇଁ ଡାଟା ଏକ ବହୁତ ବଡ ଶକ୍ତି ଭାବେ ଉଭା ହୋଇସାରିଛି । ଆମକୁ ଡାଟା ଗଭର୍ଣ୍ଣାନସର ପ୍ରତ୍ୟେକ ଜିନିଷ ଶିଖିବାକୁ ହେବ, ବୁଝିବାକୁ ହେବ ଏବଂ ଯେଉଁ ଯେଉଁଠାକୁ ଯିବା ତାହାକୁ ସେଠାରେ କାର୍ଯ୍ୟକାରୀ କରିବାକୁ ହେବ । ଏହି ଦୁଇଟି ଜିନିଷକୁ ମଧ୍ୟ ଯଦି ଆପଣ ସଂଯୋଗ କରନ୍ତି... ଠିକ ଅଛି ଏମାନେ ତ ଚାଲି ଯାଉଛନ୍ତି, ଏମାନଙ୍କ ଭାଗ୍ୟରେ ବୋଧେ ନାହିଁ, କିନ୍ତୁ ଯେଉଁମାନଙ୍କର ଆଗକୁ ଆସିବାର ଅଛି ଏହା ସେମାନଙ୍କ ପାଇଁ ହେବ ।

ଏବଂ ଦ୍ୱିତୀୟତଃ, ଯଦି ସମ୍ଭବ ଆପଣଙ୍କର ଯେଉଁ କର୍ମଯୋଗୀ ମିଶନ୍ କାର୍ଯ୍ୟ କରୁଛି ସେଥିରେ ଡାଟା ଗଭର୍ଣ୍ଣାନସର ଏକ ସାର୍ଟିଫିକେଟ କୋର୍ସ ଆରମ୍ଭ ହେଉ, ଲୋକମାନେ ଅନଲାଇନ୍ ପରୀକ୍ଷା ଦିଅନ୍ତୁ, ସାର୍ଟିଫିକେଟ ପାଆନ୍ତୁ । ଆର୍ଟିଫିସିଆଲ ଇଂଟେଲିଜେନସର ଏକ ସାର୍ଟର୍ିଫିକେଟ କୋର୍ସ ଆରମ୍ଭ ହେଉ, ତାର ଅନଲାଇନ୍ ପରୀକ୍ଷା ହେଉ, ଅମଲାତନ୍ତ୍ରର ଲୋକମାନେ ହିଁ ପରୀକ୍ଷା ଦିଅନ୍ତୁ, ସାର୍ଟିଫିକେଟ ହାସଲ କରନ୍ତୁ । ତାହେଲେ ଯାଇ ଧିରେ ଧିରେ ଏକ ସଂସ୍କୃତି ଆଧୁନିକ ଭାରତର ଯେଉଁ ସ୍ୱପ୍ନ ରହିଛି ତାକୁ ପୂରଣ କରିବାରେ ବହୁତ ବଡ କାମରେ ଆସିବ ।

ବନ୍ଧୁଗଣ,

ମତେ ଭଲ ଲାଗିଥାଆନ୍ତା, ଯଦି ମୁଁ ସାକ୍ଷାତରେ ଆପଣମାନଙ୍କ ଗହଣକୁ ଆସିଥାଆନ୍ତି, କିଛି ସମୟ ଆପଣମାନଙ୍କ ସହ ବିତାଇ ଥାଆନ୍ତି ଏବଂ ପୁଣି କିଛି କଥା ବାର୍ତା ହୋଇଥାଆନ୍ତି ତ ଆହୁରି ଅଧିକ ଆନନ୍ଦ ମିଳିପାରିଥାଆନ୍ତା । କିନ୍ତୁ ସମୟର ଅଭାବ ରହିଛି, ସଂସଦ ମଧ୍ୟ ଚାଲିଛି । ତେଣୁ କିଛି ଅସୁବିଧା କାରଣରୁ ମୁଁ ଆସିପାରିଲି ନାହିଁ । କିନ୍ତୁ ତଥାପି ପ୍ରଯୁକ୍ତି ବିଦ୍ୟା ସାହାଯ୍ୟ କରୁଛି, ମୁଁ ଆପଣ ସମସ୍ତଙ୍କୁ ଦେଖି ମଧ୍ୟ ପାରୁଛି । ଆପଣମାନଙ୍କ ମୁଖର ଅଭିବ୍ୟକ୍ତି ପଢି ପାରୁଛି । ଏବଂ ମୋ ମନରେ ଯେଉଁ ଚିନ୍ତାଧାରା ରହିଛି ତାହା ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି ।

ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଅନେକ ଅନେକ ଅଭିନନ୍ଦନ ।

ଧନ୍ୟବାଦ!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.