I am always eager to interact with youth, understand their hopes and aspirations and work accordingly: PM Modi 
Between the 19th and 20th century, there was a collective resolve among people to defeat the forces of colonialism: PM Modi 
Election results of Northeastern states have given the entire a nation a reason to rejoice: PM Modi 
There was a sense of alienation among the people of Northeast earlier, but it has changed in the last four years. There is now an emotional integration: PM 
Only integration can counter radicalization, says PM Modi
India is a youthful nation, 65% of its population is under the age of 35. The youth has the potential to transform the nation: PM Modi 
Since forming government in 2014, we have initiated steps that are youth-centric: PM Narendra Modi 
Innovation is the bedrock to build a better future: PM Modi

ପରମ ଶ୍ରଦ୍ଧେୟ ସ୍ୱାମୀ ଗୌତମାନନ୍ଦ ମହାରାଜ, ସ୍ୱାମୀ ଜୀତକାମାନନ୍ଦ ମହାରାଜ, ସ୍ୱାମୀ ନିର୍ଭୟାନନ୍ଦ ସରସ୍ୱତୀ, ସ୍ୱାମୀ ବୀରେଶାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ପରମାନନ୍ଦନ ମହାରାଜ, ଦେଶର କୋଣ ଅନୁକୋଣରୁ ଉପସ୍ଥିତ ଋଷି-ମୁନୀ-ସନ୍ଥଗଣ ଏବଂ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ମୋର ଯୁବ ବନ୍ଧୁଗଣ ।

ଶତାୟୁଷି ପରମପୂଜ୍ୟ ସିଦ୍ଧଗଙ୍ଗା ମହାସ୍ୱାମୀ ମହୋଦୟ

ସମସ୍ତଙ୍କୁ ପ୍ରଣାମ କରୁଛି

ଟୁମକୁରୁ ରାମକୃଷ୍ଣ ଆଶ୍ରମର ପଚିଶ ବର୍ଷ

ସ୍ୱାମୀ ବବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର ଶହେ ପଚିଶ ବର୍ଷ

ଭଉଣୀ ନିବେଦିତାଙ୍କ ଶହେ ପଚାଶତମ ଜନ୍ମ ବର୍ଷ

ଏହି ଯୁବ ସମାବେଶ – ତ୍ରୀବେଣୀ ସଙ୍ଗମ

ଶ୍ରୀ ରାମକୃଷ୍ଣ, ଶ୍ରୀ ସାରଦା ମାତେ

ସ୍ୱାମୀ ବବେକାନନ୍ଦଙ୍କ ସନ୍ଦେଶ ବାହକ ଆପଣ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭକାମନା

ଟୁମକୁରୁର ଏହି ଷ୍ଟାଡିୟମ ଏହି ସମୟରେ ହଜାର ହଜାର ବିବେକାନନ୍ଦ, ହଜାର ହଜାର ଭଉଣୀ ନିବେଦିତାଙ୍କ ଉର୍ଜ୍ଜାରେ ଚମକି ଉଠୁଛି । ଚାରିଆଡେ କେଶରୀ ରଙ୍ଗ ଏହି ଉର୍ଜ୍ଜାକୁ ଆହୁରି ବୃଦ୍ଧି କରୁଛି । ଅପଣଙ୍କର ଏହି ଉର୍ଜ୍ଜାର ଆଶୀର୍ବାଦ ମୁଁ ମଧ୍ୟ ପ୍ରତ୍ୟେକ୍ଷ ଭାବେ ପ୍ରାପ୍ତ କରିବାକୁ ଚାହୁଁଥିଲି, ଏଥିପାଇଁ ଯେତେବେଳେ ତିନି ଦିନ ତଳେ ସ୍ୱାମୀ ବିରେଶାନନ୍ଦ ସରସ୍ୱତୀ ମହୋଦୟଙ୍କର ପତ୍ର ଆସିଥିଲା, ତ ମୁଁ ଆପଣମାନଙ୍କ ମଧ୍ୟକୁ ଆସିବା ପାଇଁ ସହର୍ଷ ଉତ୍କଣ୍ଠିତ ଥିଲି, କିନ୍ତୁ ସମୟ, ସମୟର କିଛି ମର୍ଯ୍ୟାଦା ରହିଥାଏ । ଆଉ ଆପଣମାନେ ଜାଣିଛନ୍ତି କାଲିଠାରୁ ସଂସଦର ଅଧିବେଶନ ମଧ୍ୟ ଆରମ୍ଭ ହେଉଛି, ଆଉ ଏଥିପାଇଁ ମୋ ପାଇଁ ଏଠାରୁ ବାହାରିବା ବହୁତ କଷ୍ଟକର ଥିଲା । ସାକ୍ଷାତରେ ମୁଁ ଆପଣମାନଙ୍କ ମଧ୍ୟକୁ ଆସି ପରି ନାହିଁ । କିନ୍ତୁ ଆଧୁନିକ ବିଜ୍ଞାନ, ଆଧୁନିକ ଟେକ୍ନୋଲଜି ମାଧ୍ୟମରେ ଆପଣଙ୍କ ସହ ଯୋଡି ହେବାର ସୌଭାଗ୍ୟ ମୋତେ ମିଳିଛି ।

ଯୁବପିଢିଙ୍କ ସହିତ କୌଣସି ପ୍ରକାରର କଥାବାର୍ତ୍ତା  ଅବା ଆଲୋଚନା ହେଉ, ସେମାନଙ୍କଠାରୁ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଥାଏ, ଆଉ ଏଥିପାଇଁ ମୁଁ ଯଥା ସମ୍ଭବ ପ୍ରୟାସ କରିଥାଏ କି ଯୁବକମାନଙ୍କ ସହିତ ଅଧିକରୁ ଅଧିକ ମିଶେ, ସେମାନଙ୍କ ସହିତ କଥା ହୁଏ, ସେମାନଙ୍କ ଅନୁଭବ ଶୁଣେ । ସେମାନଙ୍କର ଆଶା, ସେମାନଙ୍କର ଆକାଂକ୍ଷା ଗୁଡ଼ିକୁ ଜାଣି, ସେହି ଅନୁସାରେ କିଛି କାମ କରି ପାରିବି, ଆଉ ଏଥିପାଇଁ ମୁଁ ନିରନ୍ତର ପ୍ରୟାସ କରି ଚାଲିଥାଏ ।

ଏହା ମୋର ସୌଭାଗ୍ୟ କି ମୋତେ ଏହି ବିଶାଳ ଯୁବ ମହୋତ୍ସବ ଏବଂ ସାଧୁ-ଭକ୍ତ ସମ୍ମେଳନ ଶୁଭାରମ୍ଭ କରିବାର ଆଜି ସୁଯୋଗ ମିଳିଛି । ତିନି ବର୍ଷ ପୂର୍ବେ ଯେତେବେଳେ ମୁଁ ପୂଜ୍ୟ ଶିବ କୁମାର ସ୍ୱାମୀଜୀଙ୍କ ଆଶୀର୍ବାଦ ନେବା ପାଇଁ ଟୁମକୁରୁ ଆସିଥିଲି ତ ଏଠାକାର ଲୋକମାନଙ୍କ ସହିତ ବିଶେଷ କରି ଯୁବକ ମାନଙ୍କଠାରୁ ଯେଉଁ ସ୍ନେହ ମିଳିଥିଲା, ତାହା ମୁଁ କେବେ ଭୁଲି ପାରିବି ନାହିଁ । ଭଗବାନ ବସବେଶ୍ୱର ଆଉ ସ୍ୱାମୀ ବିବେକାନନ୍ଦଜୀଙ୍କ ଆଶୀର୍ବାଦରେ ପୂଜ୍ୟ ଶିବକୁମାର ସ୍ୱାମୀଜୀ ରାଷ୍ଟ୍ର ନିର୍ମାଣର ଯଜ୍ଞରେ ସମର୍ପିତ ହୋଇଛନ୍ତି । ନିଜ ଶରୀରର ପ୍ରତି ମୁହୂର୍ତ୍ତ, ପ୍ରତ୍ୟେକ କ୍ଷଣ, ଅର୍ଥାତ ସେ ଦେଶ ପାଇଁ ସମର୍ପଣ କରି ଦେଇଛନ୍ତି । ମୁଁ ତାଙ୍କର  ଉନ୍ନତ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ସର୍ବଦା ପରମାତ୍ମାଙ୍କୁ ପ୍ରାର୍ଥନା କରୁଛି ।

ସାଥୀଗଣ, ଏଭଳି ବହୁତ କମ୍ ହୋଇଥାଏ, ଯେତେବେଳେ ତିନୋଟି ମହାନ ଅବସରର ଉତ୍ସବ ଏକା ସଙ୍ଗେ ପାଳନ କରାଯାଏ କିନ୍ତୁ ଟୁମକୁରୁରେ ଉତ୍ସବର ଏହି ତ୍ରିବେଣୀରେ ମଧ୍ୟ ନିଜସ୍ୱ ଦିବ୍ୟ ସଂଯୋଗ ସୃଷ୍ଟି ହୋଇଛି । ଟୁମକୁରୁରେ ରାମକୃଷ୍ଣ ଆଶ୍ରମ ପ୍ରତିଷ୍ଠାର 25 ବର୍ଷ, ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ସମ୍ବୋଧନର 125 ବର୍ଷ ଆଉ ଭଗିନୀ ନିବେଦିତାଙ୍କ ଜନ୍ମର 150 ବର୍ଷ ଅବସରରେ ହୋଇଥିବା ଏହି ଆୟୋଜନ ନିଜକୁ ନିଜେ ହେଉଛି ବହୁତ ସ୍ୱତନ୍ତ୍ର, ମୁଁ ଏହା ଅନୁଭବ କରୁଛି । ଏହି ତିନୋଟି ଅବସରର ତ୍ରିବେଣୀରେ ବୁଡ଼ ପକାଇବା ପାଇଁ କର୍ଣ୍ଣାଟକର ହଜାର-ହଜାର ଯୁବକ ଏହି ଯୁବ ମହୋତ୍ସବରେ ଏକତ୍ରିତ ହେବା, ଏହା ନିଜକୁ ନିଜ ମଧ୍ୟରେ ହେଉଛି ଏକ ବହୁତ ବଡ଼ ଉପଲବ୍ଧୀ । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଏହି ମହୋତ୍ସବ ପାଇଁ ପୂଜ୍ୟ ସ୍ୱାମୀଜୀଙ୍କୁ, ରାମକୃଷ୍ଣ ମିଶନକୁ ହୃଦୟ ପୂର୍ବକ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି, ଆଉ ବରିଷ୍ଠମାନଙ୍କୁ ପ୍ରଣାମ କରୁଛି ।

ଆଜିର ତିନୋଟି ଆୟୋଜନର କେନ୍ଦ୍ରବିନ୍ଦୁ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ । ଆଉ ଆମେ ସମସ୍ତେ ଭଲ ଭାବରେ ଜାଣିଛୁ କି କର୍ଣ୍ଣାଟକ ଉପରେ ସ୍ୱାମୀ ବିବେକାନନ୍ଦଙ୍କର ବିଶେଷ ଭାବେ ସ୍ନେହ ରହିଛି । ଆମେରିକା ଯିବା ପୂର୍ବରୁ, କନ୍ୟାକୁମାରୀ ଯିବା ପୂର୍ବରୁ ସେ କର୍ଣ୍ଣାଟକରେ କିଛି ଦିନ ରହିଥିଲେ । ଆଉ ସ୍ୱାମୀ ବିବେକାନନ୍ଦ ଆମ ଆଧ୍ୟାତ୍ମିକ ବ୍ୟାପକତାକୁ ସମୟର ଆବଶ୍ୟକତା ସହିତ ଯୋଡ଼ିଥିଲେ । ସେ ଆମର ଗୌରବମୟ ଇତିହାସକୁ ଆମର ବର୍ତ୍ତମାନ ସହିତ ଯୋଡ଼ିଥିଲେ । ମୁଁ ବହୁତ ଖୁସି ଅଛି କି ଆଜିର ଏହି କାର୍ଯ୍ୟକ୍ରମ ସାଧୁ-ଭକ୍ତ ସମ୍ମେଳନ ଭାବେ ଆମର ଆଧ୍ୟାତ୍ମିକ ବ୍ୟାପକତା ଏବଂ ଯୁବ ମହୋତ୍ସବ ଭାବେ ଆମର ବର୍ତ୍ତମାନ ସହିତ ଏକଜୁଟ ହୋଇ, କାନ୍ଧରେ କାନ୍ଧ ମିଶାଇ ରେଳ ଧାରଣା ଭଳି ଆଜି ଦେଶକୁ ଆଗକୁ ବଢ଼ାଇ ନେବା ପାଇଁ ଚିନ୍ତା କରୁଛି ।

ସମଗ୍ର ଦେଶରୁ ସନ୍ଥ ସମାଜ ମଧ୍ୟ ଯୋଡ଼ି ହୋଇଛନ୍ତି ଏବଂ ଯୁବ ସମାଜ ମଧ୍ୟ । ଆଉ ଏଠାରେ ତୀର୍ଥର କଥା ଆଲୋଚନା ହେଉଛି, ତ ଟେକ୍ନୋଲଜିର ମଧ୍ୟ ଚର୍ଚ୍ଚା ହେଉଛି । ଏଠାରେ ଈଶ୍ୱରଙ୍କର କଥା ମଧ୍ୟ ଆଲୋଚନା ହେଉଛି ଆଉ ନୂତନ ନବସୃଜନର ମଧ୍ୟ ଚର୍ଚ୍ଚା ହେଉଛି । କର୍ଣ୍ଣାଟକରେ ଆଧ୍ୟାତ୍ମିକ ମହୋତ୍ସବ ଏବଂ ଯୁବ ମହୋତ୍ସବର ଏକ ମଡେଲ ବିକଶିତ ହେଉଛି । ମୋର ଆଶା କି ଏହି ଆୟୋଜନ ସାରା ଦେଶରେ ଅନ୍ୟମାନଙ୍କୁ ପ୍ରେରଣା ଦେବ, ଭବିଷ୍ୟତର ପ୍ରସ୍ତୁତି ପାଇଁ ଆମର ଐତିହାସିକ ପରମ୍ପରାଗୁଡ଼ିକ ଆଉ ବର୍ତ୍ତମାନର ଯୁବ ଶକ୍ତିର ଏହି ସମାଗମ ହେଉଛି ବଡ ଅଦ୍ଭୁତ ।

ଯଦି ଆମେ ନିଜ ଦେଶର ସ୍ୱାଧୀନତା ଆନ୍ଦୋଳନ ଉପରେ ଧ୍ୟାନ ଦେବା, ଊନବିଂଶ ଆଉ ବିଂଶ ଶତାବ୍ଦୀର ସେହି ସମୟକୁ ଅନୁଧ୍ୟାନ କରିବା, ତ ପାଇବା କି ସେହି ସମୟରେ ମଧ୍ୟ ଭିନ୍ନ ଭିନ୍ନ ସମୟରେ ଏକ ସଂଯୁକ୍ତ ସଂକଳ୍ପ ଦେଖିବାକୁ ମିଳିଥିଲା । ଏହି ମିଳିତ ସଂକଳ୍ପ ଥିଲା ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ । ସେତେବେଳେ ସନ୍ଥ ହୁଅନ୍ତୁ ଅବା ଭକ୍ତ ହୁଅନ୍ତୁ, ଆସ୍ତିକ ହୁଅନ୍ତୁ ଅବା ନାସ୍ତିକ ହୁଅନ୍ତୁ, ଗୁରୁ ହୁଅନ୍ତୁ ଅବା ଶିଷ୍ୟ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ ଅବା ବୃତ୍ତିଧାରୀ ହୁଅନ୍ତୁ, ସମାଜର ସମସ୍ତ ଅଙ୍ଗ ଗୋଟିଏ ହିଁ ସଙ୍କଳ୍ପ ସହିତ ଯୋଡ଼ି ହେଲେ, ସେହି ସଙ୍କଳ୍ପ ସହିତ ଯୋଡ଼ି ହୋଇ ଯାଇଥିଲେ ।

ସେହି ସମୟରେ ଆମର ସନ୍ଥ ସମାଜ ସ୍ପଷ୍ଟ ଦେଖିଥିଲେ କି ଭିନ୍ନ-ଭିନ୍ନ ଜାତିଗୁଡ଼ିକରେ ସମାଜ ଭାଗ-ଭାଗ ହୋଇଥିଲା, ଅଲଗା ଅଲଗା ବର୍ଗରେ ବିଭାଜିତ ସମାଜ ଇଂରେଜମାନଙ୍କର ମୁକାବିଲା କରି ପାରିବ ନାହିଁ । ଏହି ଦୁର୍ବଳତାକୁ ଦୂର କରିବା ପାଇଁ ସେହି ସମୟରେ ଦେଶରେ ଭିନ୍ନ ଭିନ୍ନ ଭାଗରେ ଭକ୍ତି ଆନ୍ଦୋଳନ ଚାଲିଲା, ସାମାଜିକ ଆନ୍ଦୋଳନ ଚାଲିଲା । ଏହି ଆନ୍ଦୋଳନ ମାଧ୍ୟମରେ ଦେଶକୁ ଏକାଠି କରାଗଲା । ଦେଶକୁ ନିଜର ଆଭ୍ୟନ୍ତରୀଣ କୁ-ପ୍ରଥାରୁ ମୁକ୍ତ କରିବାର ଏକ ଅଭିଯାନ ଚାଲିଲା । ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଦେଶର ସାଧାରଣ ଜନତାଙ୍କୁ ଏକାଠି କରି, ସମସ୍ତଙ୍କୁ ସମାନ କରିଦେଲେ, ପ୍ରତ୍ୟେକଙ୍କୁ ସମାନ ଭାବେ ସମ୍ମାନ ଦେଲେ । ସେମାନେ ଦେଶର ଆବଶ୍ୟକତାକୁ ବୁଝି ନିଜର ଆଧ୍ୟାତ୍ମିକ ଯାତ୍ରାକୁ ରାଷ୍ଟ୍ର ନିର୍ମାଣର ଯାତ୍ରା ମଧ୍ୟରେ ସାମିଲ କରିଦେଲେ, ଯୋଡ଼ିଦେଲେ, ସମର୍ପିତ କରିଦେଲେ, ଜନ ସେବାକୁ ହିଁ ସେମାନେ ପ୍ରଭୁ ସେବାର ମାଧ୍ୟମ କଲେ ।

ସାଥୀଗଣ, ପାଖାପାଖି ତାହା ସେହି ସମୟ ଥିଲା, ଯେତେବେଳେ ଭିନ୍ନ-ଭିନ୍ନ କ୍ଷେତ୍ରରୁ ବହୁତ ସଂଖ୍ୟାରେ ଛାତ୍ର ଏବଂ ବୃତ୍ତିଧାରୀ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେଲେ, ଓକିଲ ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ, ବୈଜ୍ଞାନିକ ହୁଅନ୍ତୁ, ଡାକ୍ତର ହୁଅନ୍ତୁ, ଇଂଜିନିୟର ହୁଅନ୍ତୁ । ସେହି ବୃତ୍ତିଧାରୀମାନେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଦିଗ ଦେଲେ ଆଉ ସ୍ୱାଧୀନତା ପରେ ମଧ୍ୟ ରାଷ୍ଟ୍ର ନିର୍ମାଣର ମୂଳଦୂଆ ମଜବୁତ କଲେ ।

ଏହି ଦୁଇ ପ୍ରକାର ପ୍ରୟାସ ଯେତେବେଳେ ଏକ ସଙ୍ଗରେ ଚାଲିଲା ତ ଦେଶ ବୌଦ୍ଧିକ ଆଉ ସାମାଜିକ ରୂପରେ ଉଠି ଠିଆ ହେଲା ଆଉ ଭାରତର ଏକାଠି ହୋଇଥିବା ଲୋକମାନେ ଇଂରେଜମାନଙ୍କୁ ବିଦା କରି ହିଁ ନିଃଶ୍ୱାସ ନେଲେ, ସ୍ୱାଧୀନତାର ସଂଯୁକ୍ତ ସଂକଳ୍ପକୁ ସିଦ୍ଧ କରି ଦେଖାଇଲେ ।

ସ୍ୱାଧୀନତାର ଅନେକ ଦଶକ ପରେ ଏବେ ଦେଶରେ ପୁଣି ଥରେ ସେହିଭଳି ସଂକଳ୍ପ ଶକ୍ତି ଜାଗ୍ରତ ହେଉ, ସେହି ଭଳି ସଂକଳ୍ପ ଶକ୍ତି ଦୃଷ୍ଟି ଗୋଚର ହେଉ, ଆଉ ଦୃଷ୍ଟିଗୋଚର ହେଉଛି । ଆଉ ସେହି ସଂକଳ୍ପ ଶକ୍ତିର କେବେ-କେବେ ଦର୍ଶନ ମଧ୍ୟ ହେଉଛି । ଏବେ-ଏବେ ଆପଣ ଦେଖିଲେ, କାଲି ହିଁ ଉତ୍ତର-ପୂର୍ବାଂଚଳ ରାଜ୍ୟରେ ଆମେ ଦେଖିଲୁ ଆଉ ଆପଣମାନେ ଦେଖିଲେ କି ପଅରଦିନ ସମଗ୍ର ଦେଶ ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିଲା । କିନ୍ତୁ କାଲି ଉତ୍ତର-ପୂର୍ବାଂଚଳର ନିର୍ବାଚନର ପରିଣାମ ସମଗ୍ର ଦେଶରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିଦେଇଛି ।

ଆପଣମାନଙ୍କୁ ଲାଗୁଥିବ କି ଏହି କାର୍ଯ୍ୟକ୍ରମରେ ଏହି କଥାକୁ କାହିଁକି ଉଲ୍ଲେଖ କରୁଛି? ମୋତେ ଲାଗୁଛି କି ଆପଣମାନଙ୍କ ମଧ୍ୟରେ ମୋ ମନର ଭାବକୁ ମୋତେ ନିଶ୍ଚିତ କହିବାର ଅଛି । ଦେଖନ୍ତୁ ଉତ୍ତର-ପୂର୍ବାଂଚଳ ରାଜ୍ୟରେ ଯେଉଁ ନିର୍ବାଚନ ହୋଇଥିଲା ଆଉ କାଲି ଯେଉଁ ପରିଣାମ ଆସିଲା; ମୁଁ ଏଥିରେ କିଏ ଜିତିଲା, କିଏ ହାରିଲା, କେଉଁ ପାର୍ଟିର ବିଜୟ ଥିଲା, ଗୋଟିଏ ଦଳର ପରାଜୟ ଥିଲା ଅବା ଅନ୍ୟ ଦଳର ବିଜୟ ଥିଲା; ମୁଁ ଏହି ରାଜନୈତିକ ଦଳର ଜୟ-ପରାଜୟକୁ ତରାଜୁରେ ଦେଖୁ ନାହିଁ ।

ମହତ୍ୱପୂର୍ଣ୍ଣ ଏହା କି ଉତ୍ତର-ପୂର୍ବର ଲୋକଙ୍କ ଖୁସିରେ ସାରା ଦେଶ ସାମିଲ ହୋଇଛି । ଏଭଳି ଅବସର ବହୁତ କମ୍ ଆସିଥାଏ କି ଉତ୍ତର-ପୂର୍ବାଂଚଳର କୌଣସି ସିଦ୍ଧି ଦେଶର ସିଦ୍ଧି ହୋଇଯାଏ । ଆଉ ଆଜିକାଲି ଯେତେବେଳେ ଆମେ ଦେଖୁଛୁ କି ସମଗ୍ର ଦେଶ ଉତ୍ତର-ପୂର୍ବାଂଚଳର ଲୋକଙ୍କ ସ୍ୱପ୍ନ ଅନୁରୂପ, ସେମାନଙ୍କ ଭାବନାର ଅନୁରୂପ ସକାଳ ଠାରୁ ଟିଭି ଆଗରେ ବସି ଯାଇଥିଲେ । ଯେପରି ସେ ନିଜେ ସେଠାରେ ନିର୍ବାଚନ ଲଢ଼େଇରେ ଅଛନ୍ତି, ଏଭଳି ପ୍ରତ୍ୟେକ ହିନ୍ଦୁସ୍ଥାନୀ ଅନୁଭବ କରିବାରେ ଲାଗିଲେ ।

ମୁଁ ବୁଝି ପାରୁଛି କି ମୋର ଉତ୍ତର-ପୂର୍ବ ଭାଇ ଭଉଣୀମାନଙ୍କ ପାଇଁ, ଆଉ ସେମାନେ ଯେଉଁ ଜନାଦେଶ ଦେଇଛନ୍ତି, ତାହା ନିଜକୁ ନିଜେ ହେଉଛି ଏକ ବହୁତ ବଡ଼ ପରିବର୍ତ୍ତନ । ରାମକୃଷ୍ଣ ମିଶନ ହେଉ, ବିବେକାନନ୍ଦ କେନ୍ଦ୍ର ହେଉ, ହଜାର ହଜାର କାର୍ଯ୍ୟକର୍ତ୍ତା, ଜୀବନ ସମର୍ପଣ କରିଥିବା ଯୁବକ, ସାଧୁ-ସନ୍ଥ, ଉତ୍ତର-ପୂର୍ବାଂଚଳର ଜନ କଲ୍ୟାଣ କାର୍ଯ୍ୟରେ ଲାଗିଛନ୍ତି, ଆଉ ସେମାନଙ୍କ ଯୋଗୁଁ ଏଠାରେ ଯେଉଁମାନେ ବସିଛନ୍ତି ଆପଣମାନଙ୍କୁ ସେଠାକାର ବାସ୍ତବିକତା କ’ଣ ଅଛି, ଆପଣମାନଙ୍କୁ ମଧ୍ୟ ଭଲ ଭାବରେ ଜଣା ଅଛି । ଆଉ ଏଥିପାଇଁ ମୁଁ କହୁଛି କି ଉତ୍ତର-ପୂର୍ବାଂଚଳର ନିର୍ବାଚନର ପରିଣାମ ପରେ ଦେଶ ଯେଉଁ ମନୋଭାବ ଦେଖାଇଛି, ତାହା ପ୍ରତ୍ୟେକ ଉତ୍ତର-ପୂର୍ବାଂଚଳର ବ୍ୟକ୍ତିଙ୍କ ହୃଦୟରେ ସମଗ୍ର ଭାରତ ସେମାନଙ୍କର ଭାବନା ସହିତ ଯୋଡ଼ି ହୋଇଛି, ତାହାର ଏକ ଶକ୍ତିଶାଳୀ ସନ୍ଦେଶ ଦେଇଛି । ଦେଶର ଏକତା ପାଇଁ, ଏକ ଭାରତ-ଶ୍ରେଷ୍ଠ ଭାରତ ପାଇଁ, ଏହି ଭାବନାଗୁଡ଼ିକର ଶକ୍ତି ହେଉଛି ବହୁତ ବଡ଼ ।

ସାଥୀଗଣ, ପ୍ରଥମେ ଆମର ଏଠାରେ ନୀତି ଏବଂ ନିଷ୍ପତ୍ତି ଏପରି ହୋଇଥିଲା କି ଉତ୍ତର-ପୂର୍ବାଂଚଳର ଲୋକଙ୍କ ମଧ୍ୟରେ ସମ୍ମିଳିତ ହେବାର ଭାବନା ଘର କରି ଯାଇଥିଲା । ଲୋକ ବିକାଶର ନୁହେଁ, ବିଶ୍ୱାସ ଆଉ ନିଜତ୍ୱର ମୁଖ୍ୟ ଧାରାରୁ ମଧ୍ୟ ନିଜକୁ ଅଲଗା ହୋଇ ଯାଇଥିବା ଭଳି ଅନୁଭବ କରିବାକୁ ଲାଗିଥିଲେ । କେତେ ସମସ୍ୟା ଗୁଡ଼ିକ ଯୋଗୁଁ ଏହି ଭାବନା ମଧ୍ୟ ଥିଲା । ବିଗତ ଚାରି ବର୍ଷରେ ଆମ ସରକାରଙ୍କର ନୀତି ଏବଂ ନିଷ୍ପତ୍ତିଗୁଡ଼ିକ ଏହି ଜହି ଯାଇଥିବା ବିଶ୍ୱାସକୁ ଜାଗ୍ରତ କରିବାର ପ୍ରୟାସ କଲେ, ଏହି ବିଛିନ୍ନତାବାଦ ଭାବକୁ ଭରିବାର ପ୍ରୟାସ କଲେ ଆଉ ଏହାକୁ ସିଦ୍ଧ କରି ଦେଖାଇଛନ୍ତି ।

ମୁଁ ଅପଣମାନଙ୍କୁ ତ୍ରିପୁରାର ଆଦିବାସୀ ଅଂଚଳରୁ  ଯେଉଁ ଫଳାଫଳ ଆସିଛି, ତାହା ମଧ୍ୟ ମତେ ବହୁତ ବଡ଼ ସନ୍ତୋଷ ଦେଇଛି ଆଉ ମୁଁ ଟିକେ ଏହି ବିଷୟରେ ଆପଣମାନଙ୍କୁ ବିଶେଷ ଭାବେ କହିବାକୁ ଚାହୁଁଛି । ସାଥୀଗଣ, ତ୍ରିପୁରା ଭଳି ଏତେ ଛୋଟ ରାଜ୍ୟରେ ଆଦିବାସୀ ବହୁଳ ଅଂଚଳରେ 20 ବିଧାନସଭା ଆସନ ଅଛି । ଆଉ ଆମର ସେଠାରେ ଏକ ଭ୍ରମ ସୃଷ୍ଟି କରାଯାଇଥିଲା କି ଯେଉଁଠାରେ  ଆଦିବାସୀ ଅଛନ୍ତି, ସେଠାରେ ମାଓବାଦୀ ଅଛନ୍ତି, ସେଠାରେ ନକ୍ସଲପନ୍ଥୀ ଅଛନ୍ତି, ବାମପନ୍ଥୀ ଅଛନ୍ତି, ବହୁତ କଥା ହୋଇଥାନ୍ତି । ଆଉ ଏହି ଭ୍ରମ ସୃଷ୍ଟି କରି ସେମାନଙ୍କୁ ଅଲଗା ଅଲଗା କରିବାର ଲଗାତାର ଏକ ପ୍ରୟାସ ହୋଇଛି । ଫଳରେ ଦେଶକୁ ଭାଗଭାଗ କରିଲାବାଲାଙ୍କର ସେଠାରେ ଭଲ କ୍ଷେତ୍ର ପ୍ରସ୍ତୁତି ହୋଇଯିବ । କିନ୍ତୁ କାଲି ତ୍ରିପୁରାର ପରିଣାମର ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି । ଉତ୍ତର-ପୂର୍ବର ଆଦିବାସୀ ଭାଇ ଭଉଣୀମାନେ ଭାରତୀୟ ଜନତା ପାର୍ଟି ସପକ୍ଷରେ ସକାରାତ୍ମକ ମତଦାନ କରି ଘୃଣାର ରାଜନୀତିକୁ ଏଡାଇ ଦେଇଛନ୍ତି ।

ସାଥୀଗଣ, ମୌଳବାଦର ଜବାବ ସମନ୍ୱୟ ମାଧ୍ୟମରେ ହିଁ ଦିଆଯାଇ ପାରେ । ଦେଶର କୌଣସି ମଧ୍ୟ ବିଭାଗ, କୌଣସି ମଧ୍ୟ ବର୍ଗ, ନିଜକୁ ମୁଖ୍ୟଧାରାରୁ ଅଲଗା ନ ଭାବୁ, ଏଥିପାଇଁ ଆମ ସରକାରଙ୍କ ଦ୍ୱାରା ସଂକଳ୍ପବଦ୍ଧ ହୋଇ କ୍ରମାଗତ ପ୍ରୟାସ କରାଯାଉଛି, କିନ୍ତୁ ସମଗ୍ର ଦେଶ ମଧ୍ୟ ଏକତାର ମନ୍ତ୍ରକୁ ପ୍ରତିକ୍ଷଣରେ ଶକ୍ତିଶାଳୀ କରିବାର ଅଛି । ସଂକଳ୍ପଶକ୍ତିର ଏହି ପ୍ରବାହ ଏହି ସମୟରେ କର୍ଣ୍ଣାଟକର ଷ୍ଟାଡିୟମରେ ଅନୁଭବ କରାଯାଇ ପାରୁଛି । ଯେଉଁ  ଶ୍ରଦ୍ଧେୟଗଣ ମଂଚ ଉପରେ ଅଛନ୍ତି, ସେ ଏହାକୁ ଆହୁରି ଅଧିକ ଅନୁଭବ କରିପାରୁଥିବେ ।

ସାଥୀଗଣ, ରାଷ୍ଟ୍ର ନିର୍ମାଣ ପାଇଁ ସମର୍ପିତ ଏହି ସଂକଳ୍ପକୁ ସ୍ୱାମୀ ବିବେକାନନ୍ଦ ଏକ ସନ୍ଦେଶ ମାଧ୍ୟମରେ ଆହୁରି ଭଲ ଭାବରେ ବୁଝାଯାଇ ପାରିବ । ସ୍ୱାମିଜୀ କହିଥିଲେ –

“Life is short, but the soul is immortal and eternal, and one thing being certain, death, let us therefore take up a great idea and give up our whole life to it.”

ଜୀବନ ହେଉଛି ବହୁତ ଛୋଟ, ଜୀବନ ଅନିଶ୍ଚିତ ହୋଇଥାଏ,ମୃତ୍ୟୁ ହେଉଛି ନିଶ୍ଚିତ । ଆଉ ଏଥିପାଇଁ ଆମେ ସଂକଳ୍ପ ସ୍ଥିର କରି ତାହା ଉପରେ ନିଜ ଜୀବନକୁ ସମର୍ପିତ କରି ଦେବା ଆବଶ୍ୟକ ।

ଆଜି ହଜାର ହଜାର ଯୁବକଙ୍କ ମଧ୍ୟରେ, ମୁଁ ଆପଣ ସମସ୍ତଙ୍କୁ ଏହି ପ୍ରଶ୍ନ  କରିବାକୁ ଚାହୁଁଛି କି ଏହି ଗୋଟିଏ ସଂକଳ୍ପ କ’ଣ ହେବା ଦରକାର? କେତେ ଥର ମୁଁ ଦେଖୁଛି କି କୌଣସି ଯୁବକଙ୍କୁ ଅଚାନକ ପଚରା ଯାଉ କି ତାଙ୍କ ଜୀବନର ଲକ୍ଷ୍ୟ କ’ଣ? ତ ସିଧା ସଳଖ ଉତ୍ତର ଦେଇପାରେ ନାହିଁ । ସେ ନିଜ ଜୀବନର ଉଦ୍ଦେଶ୍ୟକୁ ନେଇ ଦ୍ୱନ୍ଦ୍ୱ ଭିତରେ ଅଛି । ସାଥୀଗଣ, ଆମ ଜୀବନରେ ଯେତେବେଳେ ସଂକଳ୍ପ ଆଉ ଲକ୍ଷ୍ୟ ସ୍ପଷ୍ଟ ହେବ, ସେତେବେଳେ ଆମେ କିଛି ସିଦ୍ଧି ମଧ୍ୟ କରି ପାରିବା, ଦେଶର ମାନବତାକୁ କିଛି ଦେଇ ପାରିବା । ଯେତେବେଳେ ସଂକଳ୍ପ ଭ୍ରମିତ ହୋଇଥିବ, ଦ୍ୱନ୍ଦ୍ୱ ହୋଇଥିବ, ତ ଲକ୍ଷ୍ୟକୁ ପ୍ରାପ୍ତ କରିବା ମଧ୍ୟ ସମ୍ଭବ ହେବ ନାହିଁ । ରେଳ ପ୍ଲାଟଫର୍ମରେ ପହଂଚିବା ପରେ ଅନେକଗୁଡିଏ ଗାଡି ଛିଡା ହୋଇଥିବ, ଆଉ ଜଣା ନଥିବ କି କେଉଁ ଟ୍ରେନରେ ବସିବାର ଅଛି ତ ନା, ଆପଣ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ, ନା ଆପଣ ଯାତ୍ରାର ରାସ୍ତା ସ୍ଥିର କରି ପାରିବେ ।

ସ୍ୱାମୀ ବିବେକାନନ୍ଦ ମହୋଦୟ ମଧ୍ୟ, ତାଙ୍କର ଏକ ବହୁତ ପ୍ରସିଦ୍ଧ ବାଣୀ ଅଛି, ସେ କହୁଥିଲେ ‘ଗୋଟିଏ ଚିନ୍ତଧାରା ବାଛି ନିଅନ୍ତୁ, ତାହାକୁ ନିଜ ଜୀବନରେ ଚିନ୍ତାଧାରା ବୋଲି ଧରି ନିଅନ୍ତୁ, ତାହାକୁ ନେଇ ସ୍ୱପ୍ନ ଦେଖନ୍ତୁ, ସେହି ଚିନ୍ତାଧାରାକୁ ନେଇ ବଂଚନ୍ତୁ, ନିଜର ମନ, ମସ୍ତିଷ୍କ, ମାଂସପେଶୀ, ଶରୀର ତନ୍ତ୍ରର ସମସ୍ତ ଅଂଶରେ ସେହି ଚିନ୍ତାଧାରାକୁ ଭରି ଦିଅନ୍ତୁ, ବାକି ଅନ୍ୟ ସମସ୍ତ ଚିନ୍ତାକୁ ଛାଡି ଦିଅନ୍ତୁ । ଏହା ହେଉଛି ସଫଳତାର ମାର୍ଗ ।’

ମୁଁ ଆଜି ଏହି ଯୁବ ମହୋତ୍ସବକୁ ଆସିଥିବା ପ୍ରତ୍ୟେକ ଯୁବକମାନଙ୍କୁ ଅନୁରୋଧ କରୁଛି କି ନିଜ ସଂକଳ୍ପକୁ ନେଇ ସ୍ପଷ୍ଟ ରହନ୍ତୁ, ତାଙ୍କୁ ଜୀବନରେ କ’ଣ କରିବାର ଅଛି, ତାହାକୁ ନେଇ ସର୍ବଦା ସ୍ପଷ୍ଟ ରହିବା ଦରକାର ।

ଭାଇ ଓ ଭଉଣୀମାନେ, ଆଜି ଆମ ଭାରତ ସମଗ୍ର ଦୁନିଆରେ ସବୁଠାରୁ ଅଧିକ ଯୁବକ ଥିବା ଦେଶ । 65 ପ୍ରତିଶତରୁ ଅଧିକ ଲୋକଙ୍କର ବୟସ ହେଉଛି 35ରୁ କମ୍ । ଯୁବ ଶକ୍ତିଙ୍କର ଏହି ଅପାର ଉର୍ଜ୍ଜା ଦେଶର ଭାଗ୍ୟ ବଦଳାଇ ପାରିବ, ସାରା ଦେଶକୁ ଉର୍ଜ୍ଜାବାନ କରିପାରିବ । 2014ରେ ସରକାର ଗଠନ ହେବା ପରେ ଆଉ ଏଥିପାଇଁ ଆମ ସରକାର ଯୁବ ଶକ୍ତିକୁ ଧ୍ୟାନରେ ରଖି, ସେହି ଉର୍ଜ୍ଜାକୁ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛୁ ଆଉ ଏହି ପ୍ରକ୍ରିୟା ନିରନ୍ତର ଜାରି ରହିଛି ।

ଆପଣମାନଙ୍କ ଧ୍ୟାନରେ ଥିବ କି ଆମେମାନେ ସରକାରରେ ଆସିଲୁ ଆଉ ଆସିବାର କିଛି ସମୟ ପରେ ହିଁ ଦେଶର ଭବିଷ୍ୟତ ପାଇଁ ଦେଶର ଯୁବକମାନଙ୍କର ଦକ୍ଷତା ବିକାଶ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ପ୍ରତିଷ୍ଠା କରାଗଲା । ପ୍ରଥମେ ମଧ୍ୟ ଦକ୍ଷତା ବିକାଶ ଥିଲା କିନ୍ତୁ ସରକାରରେ ଥିବା 40-50 ମନ୍ତ୍ରଣାଳୟରେ ଖେଳାଇ ହୋଇ ପଡି ରହିଥିଲା, ଅଲଗା ହୋଇ ପଡିଥିଲା । ପ୍ରତ୍ୟେକଙ୍କ ଦିଗ ମଧ୍ୟ ଅଲଗା ହୋଇଥିଲା । କେବେ-କେବେ ମଧ୍ୟ ଗୋଟିଏ ଗୋଟିଏ ଦିଗ ଅନ୍ୟ ସହିତ ସାମନା ସାମ୍ନି ହୋଇ ଯାଉଥିଲେ । ଏବେ ଗୋଟିଏ ମନ୍ତ୍ରଣାଳୟ ସାରା ଦେଶରେ ଦକ୍ଷତା ବିକାଶର କାମ ଦେଖୁଛନ୍ତି । ଏହି ମନ୍ତ୍ରଣାଳୟର ଅଧୀନରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲା ଯାଉଛି । ଯୁବକମାନଙ୍କୁ ଉଦ୍ୟୋଗର ଆବଶ୍ୟକତାକୁ ଦେଖି ସ୍ୱଳ୍ପ କାଳୀନ ଏବଂ ଦୀର୍ଘ କାଳୀନ ପ୍ରଶିକ୍ଷଣ ଦିଆଯାଉଛି । ଯୁବକମାନେ ନିଜ ବଳରେ ନିଜର ବ୍ୟବସାୟ ଆରମ୍ଭ କରିପାରୁଛନ୍ତି, ତାଙ୍କୁ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଋଣ ମଳି ପାରୁଛି, ଏଥି ପାଇଁ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଚାଲୁ ରହିଛି । ମୁଦ୍ରା ଯୋଜନା ଅଧିନରେ ଏ ପର୍ଯ୍ୟନ୍ତ ଦେଶରେ ପାଖାପାଖି 11କୋଟି ଋଣ ଦିଆଯାଇଛି । କର୍ଣ୍ଣାଟକର ଯୁବକମାନଙ୍କୁ ମଧ୍ୟ ଏକ କୋଟି 14 ଲକ୍ଷରୁ ଅଧିକ ଋଣ ମଂଜୁର କରାଯାଇଛି । ଏହି ଯୋଜନା ଅଧିନରେ ଦେଶରେ ପାଖାପାଖି ତିନି କୋଟି ନୂତନ ଉଦ୍ୟମୀ ଦେଶର ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢାଇବା ପାଇଁ ଯୋଗଦାନ ଦେଇଛନ୍ତି ।

ଦକ୍ଷତା ବିକାଶ ଏବଂ ଆତ୍ମ ନିଯୁକ୍ତିକୁ ପ୍ରେତ୍ସାହନ ଦେବା ସହିତ ଆମ ସରକାର ଯୁବକମାନଙ୍କ ଉତ୍ପାଦ ପାଇଁ ବଜାର ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛି । ସରକାର ନୀତିଗତ ପରିବର୍ତ୍ତନ କଲେ, ଫଳରେ ସରକାରଙ୍କ  ସରକାରୀ କିଣାକିଣିରେ ସ୍ଥାନୀୟ ଉତ୍ପାଦକୁ ହିଁ ପ୍ରାଥମିକତା ଦିଆଯାଉ । ଏହା ବ୍ୟତୀତ ଆଉ ଏକ ବ୍ୟବସ୍ଥା ବିକଶିତ କରାଯାଇଛି ଜିଇଏମ୍ ଅର୍ଥାତ ସରକାରୀ ଇ-ବଜାର, ସରକାରୀ-ବଜାର ନାମରେ ଅନଲାଇନ ମଂଚ ମାଧ୍ୟମରେ ଏବେ କୌଣସି ଯୁବକ ମଧ୍ୟ, କୌଣସି ମହିଳା ମଧ୍ୟ, କୌଣସି ଗାଁର ବ୍ୟକ୍ତି ମଧ୍ୟ ନିଜ କଂପାନୀ ଅବା ନିଜ ଘରେ ପ୍ରସ୍ତୁତ ହୋଇଥିବା ଉତ୍ପାଦ ଅଥବା କୌଣସି ସେବା ଦେବାକୁ ଚାହୁଁଛନ୍ତି, ଯଦି ତାହା ସରକାରଙ୍କର ଆବଶ୍ୟକ, ତ ସରକାରଙ୍କୁ କୌଣସି ମଧ୍ୟସ୍ଥିର ଆବଶ୍ୟକତା ନାହିଁ, ବଡ଼ ବଡ଼ କଂପାନୀର ଆବଶ୍ୟକତା ନାହିଁ, ସାଧାରଣ ମଣିଷ ଠାରୁ ସେହି ଜିନିଷ କିଣି ପାରିବେ । ଆମେ ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ କି ସେମାନେ ମଧ୍ୟ ନିଜ ରାଜ୍ୟରେ ଯୁବ ଉଦ୍ୟମୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି ପୋର୍ଟାଲ ସହିତ ଯୋଡ଼ି ହୁଅନ୍ତୁ । ଦେଶର 20ଟି ରାଜ୍ୟ ସରକାର ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ସହିତ ସାମିଲ ହୋଇଛନ୍ତି ।

ସାଥୀଗଣ, ଆମ ସରକାରଙ୍କର ନିରନ୍ତର ପ୍ରୟାସ ଯୋଗୁଁ ଏବେ ଏକ ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁଠାରେ ଯୁବକ ଆଜି ଔଦ୍ୟୋଗିକ ଆବଶ୍ୟକତା ହିସାବରେ ତାଲିମ ନେଇ ନିଜ ବଳରେ କିଛି କରି ପାରୁଛି । ଆଉ ନିଜ ଉତ୍ପାଦକୁ ବଜାରରେ ମଧ୍ୟ ବିକ୍ରି କରି ପାରୁଛି । ଏହି ପରିସ୍ଥିତି କେତେ ଅଧିକ ଆବଶ୍ୟକ ଅଛି ଏହା କର୍ଣ୍ଣାଟକର ଯୁବକମାନେ ଆହୁରି ଭଲ ଭାବରେ ବୁଝି ପାରୁଥିବେ । ଆପଣଙ୍କ ଭଳି କୋଟି-କୋଟି ଯୁବକମାନଙ୍କର ଆଶା ଆକାଂକ୍ଷାକୁ ବୁଝି ସରକାର ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଚଲାଉଛନ୍ତି ।

ପ୍ରଥମ ଥର ଲାଗି ଆମ ସରକାର ନିଯୁକ୍ତିକୁ ଟିକସ ରିହାତି ସହ ଯୋଡ଼ିଛନ୍ତି । ଯେଉଁ କମ୍ପାନୀ  ଯୁବକମାନଙ୍କୁ ନିଜ ସଂସ୍ଥାରେ ଆପ୍ରେଂଟିସିପ ତାଲମ ଦେଉଛନ୍ତି, ସେମାନଙ୍କ ସରକାରଙ୍କ ଦ୍ୱାରା ଟିକସ ରିହାତି ଦିଆଯାଉଛି । ନବଯୁବକମାନଙ୍କର ଯେଉଁ ପ୍ରୋଭିଡେଂଟ ଫଣ୍ଡ କଟୁଛି, ସେଥିରେ ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ଦିଆଯାଉଛି । ଯେଉଁ ଯୁବକମାନଙ୍କ କମ୍ପାନୀର ବ୍ୟବସାୟ 2 କୋଟି ଟଙ୍କା ମଧ୍ୟରେ ସୀମିତ ଏବଂ ଯେଉଁମାନଙ୍କ ସଂସ୍ଥାରେ ଡିଜିଟାଲ ପଦ୍ଧତିରେ ଅର୍ଥ ପଇଠ କରାଯାଉଛି, ସେମାନଙ୍କୁ ମଧ୍ୟ ଟିକସରେ ଛାଡ଼ ଦିଆଯାଉଛି ।

ମୁଁ ମାନୁଛି ଯେ ଆମ ଦେଶରେ ଯୁବକମାନଙ୍କ ଠାରେ ସଂକଳ୍ପ ଭାବନାର ଅଭାବ ନାହିଁ  । ସେମାନେ ନିଜର ବିଚାରକୁ, ଅଭିନବ ସମାଧାନକୁ ଏପରି ଭାବେ ତୃଣମୂଳସ୍ତରରେ ପ୍ରୟୋଗ କରିବାକୁ ଚାହୁଁଛନ୍ତି ଯାହାଦ୍ୱାରା ଅନେକ ପଦକ୍ଷେପ ଆହୁରି ଦକ୍ଷ ଏବଂ ଅର୍ଥନୈତିକ ହୋଇପାରିବ । ସେଥିପାଇଁ ଏହାକୁ ଯେପରି ଭାବେ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି, ସେପରି କାର୍ଯ୍ୟ ଆମ ସରକାର କରୁଛି ।

ବନ୍ଧୁଗଣ, ନବସୃଜନ ହିଁ ଉତ୍ତମ ଭବିଷ୍ୟତର ଆଧାର । ଆମର ଶିକ୍ଷା ବ୍ୟବସ୍ଥାରେ ଏହି ଚିନ୍ତାଧାର ସହିତ ହିଁ ନବସୃଜନକୁ ସ୍କୁଲ ସଂସ୍କୃତିର ଅଂଶବିଶେଷ କରିବା ଲାଗି ପ୍ରୟାସ କରାଯାଉଛି । ସ୍କୁଲରେ ଅଳ୍ପ ବୟସର ପିଲାମାନଙ୍କ ବିଚାରକୁ ନବସୃଜନରେ ବଦଳାଇବା ଲାଗି ସରକାର ଅଟଳ ନବସୃଜନ ମିଶନ ଆରମ୍ଭ କରିଛନ୍ତି । ଏଆଇଏମ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଦୁଇ ହଜାର ଚାରିଶହରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବକୁ ସ୍ୱୀକୃତି ଦେଇସାରିଛି ।

କେନ୍ଦ୍ର ସରକାର ଆଉ ଏକ ବଡ଼ ମିଶନ ଉପରେ କାର୍ଯ୍ୟ କରୁଛନ୍ତି ଏବଂ ତାହା  ହେଉଛି ଦେଶରେ 20 ଟି ବିଶ୍ୱସ୍ତରୀୟ ଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ କରିବା । ଦେଶରେ 20ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରତିଷ୍ଠାନ ନିର୍ମାଣ କରିବାର କାର୍ଯ୍ୟ । ଏହି ମିଶନ ଅନ୍ତର୍ଗତ ସରକାରୀ କର୍ତ୍ତୃତ୍ଵାଧୀନ ବଛାବଛା 10ଟି ପ୍ରତିଷ୍ଠାନକୁ ଏକ ନିର୍ଦ୍ଧାରିତ ଅବଧିରେ ମୋଟ 10 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଇନଷ୍ଟିଟ୍ୟୁଟ ଅଫ ଏମିନେନ୍ସ ଆଧୁନିକ ଶିକ୍ଷା କ୍ଷେତ୍ରରେ ଭାରତକୁ ନିଜ ସ୍ଥାନ ପୁଣିଥରେ ପ୍ରଦାନ କରିବ ।

ଏହି ବଜେଟରେ ଆମେ ରାଇଜ(RISE) ନାମକ ଏକ ନୂଆ ଯୋଜନା ମଧ୍ୟ ଆରମ୍ଭ କରିଛୁ । ଏହାର ଅନ୍ତର୍ଗତ ଆମ ସରକାର ଆସନ୍ତା 4 ବର୍ଷରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଲାଗି 1ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ବଜେଟରେ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋଜ୍ ଯୋଜନା ମଧ୍ୟ ଘୋଷଣା କରାଯାଇଛି । ଏହା ଅଧୀନରେ ଦେଶର 1ହଜାର ପ୍ରତିଭାବାନ ଇଞ୍ଜିନିୟରିଂ ଛାତ୍ରଙ୍କୁ ପିଏଚଡି ପାଠ୍ୟକ୍ରମ ଲାଗି 5 ବର୍ଷ ପର୍ଯ୍ୟନ୍ତ 70ରୁ 80 ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ ।

ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଆମ ମାନବ ସମ୍ବଳର ଶକ୍ତିକୁ ଦୃଷ୍ଟିରେ ରଖି, କେନ୍ଦ୍ର ଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ଯୋଜନାର ଲାଭ କର୍ଣ୍ଣାଟକ ଯୁବକମାନଙ୍କୁ ମିଳିବା ମଧ୍ୟ ଯେତିକି ସହଜ ଅଟେ, ସେତିକି ସମ୍ଭବ ମଧ୍ୟ । କେନ୍ଦ୍ର ସରକାରଙ୍କ ଦ୍ୱାରା ନବସୃଜନ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟ, କୃତ୍ରିମ ଧୀଶକ୍ତି (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଇଂଟରନେଟ ଅଫ ଥିଙ୍ଗସ(IoT), ସେଥିପାଇଁ କରାଯାଉଥିବା କାର୍ଯ୍ୟ ସମଗ୍ର କର୍ଣ୍ଣାଟକର ଯୁବକମାନଙ୍କ ପାଇଁ ନୂତନ ସମ୍ଭାବନାର ଦ୍ୱାରା ଖୋଲୁଛି । ବିଶେଷ କରି ସ୍ମାର୍ଟ ସିଟି ମିଶନ ଦ୍ୱାରା ସାରା ଦେଶରେ କର୍ଣ୍ଣାଟକର ପ୍ରତିଭାଶାଳୀ ଯୁବକମାନଙ୍କ ପହଁଚକୁ ସହଜ କରିଛି, ସେମାନଙ୍କ ପ୍ରତିଭାର ଉନ୍ନତ ବ୍ୟବହାରକୁ ସୁନିଶ୍ଚିତ କରିଛି ।

ସାଥୀଗଣ, ଭଗିନୀ ନିବେଦିତା ଥରେ ମନ୍ତବ୍ୟ ଦେଇଥିଲେ ଯେ ଏମିତି କ’ଣ କରାଯିବା ଉଚିତ ଯାହାଦ୍ୱାରା ଭାରତ ବର୍ଷର ଛାତ୍ର ଅନ୍ୟ କୌଣସି ଦେଶର କପି ନକରନ୍ତୁ, ନକଲ ନକରି ନିଜେ ସ୍ଵୟଂ ସଂପୂର୍ଣ୍ଣ ହୁଅନ୍ତୁ । ଏହାକୁ ଆଗକୁ ବଢ଼ାଇ ସେ କହିଥିଲେ- “ତୁମର ଶିକ୍ଷା ଏପରି ଏକ ଶିକ୍ଷା ହେବା ଉଚିତ ଯାହା ହୃଦୟ ଏବଂ ଆତ୍ମାକୁ ଛୁଉଁଥିବ ଏବଂ ଆତ୍ମାକୁ ଯେତିକି ମସ୍ତିଷ୍କକୁ ମଧ୍ୟ ସେତିକି ଛୁଇଁଥିବ; ଏହା ତୁମ ସହିତ ତୁମ ଅତୀତ ଏବଂ ଆଧୁନିକ ବିଶ୍ୱ ମଧ୍ୟରେ ଏକ ଜୀବନ୍ତ ସଂଯୋଗ ମଧ୍ୟ ଛାଡ଼ିଥିବ” ।

ଅର୍ଥାତ ନିଜ ଇତିହାସ, ନିଜ ବର୍ତ୍ତମାନ ଏବଂ ନିଜ ଭବିଷ୍ୟତ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରିବା ଅତ୍ୟନ୍ତ ଆବଶ୍ୟକ । ନିଜ ପରମ୍ପରା ସହ ଯେତିକି ଏହି ସମ୍ପର୍କ ସୁଦୃଢ଼ ହେବ, ସେତିକି ଦେଶର ଯୁବସମାଜ ନିଜକୁ ମଜବୁତ ଅନୁଭବ କରିବ ।

ଭାଇ ଓ ଭଉଣୀମାନେ, ନିଜ ପରମ୍ପରାକୁ ସମ୍ମାନ ଦେବାର ଏହି ଭାବନା କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ଆରମ୍ଭ କରାଯାଇଥିବା ଖେଲୋ ଇଣ୍ଡିଆ ଯୋଜନାରେ ମଧ୍ୟ ପ୍ରତିଫଳିତ ହେଉଚି । ଏବଂ ମୁଁ ତ’ କହୁଛି-ଯାହା ଖେଳୁଛନ୍ତି ତାହା ହିଁ ଖେଳନ୍ତୁ । ସେଥିପାଇଁ ଆମେ ନୀତିରେ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିଛୁ । କ୍ରୀଡ଼ାରେ ଗୁରୁ-ଶିଷ୍ୟ ପରମ୍ପରାକୁ ପ୍ରୋତ୍ସାହନ ଦେବା ଲାଗି ସରକାର କେବଳ ବର୍ତ୍ତମାନ କୋଚଙ୍କୁ ନୁହେଁ, ବରଂ ପ୍ରତ୍ୟେକ ସେହି ଗୁରୁଙ୍କୁ ସମ୍ମାନିତ କରିବେ ଯେଉଁମାନେ ଖେଳାଳିଙ୍କୁ ହାତ ଧରି ଚାଲିବାକୁ ଶିଖାଇଛନ୍ତି । ଅନ୍ତର୍ଜାତୀୟ ମେଡାଲ ଜିତିବା ସ୍ଥିତିରେ ଏବେ ପ୍ରଥମ ଗୁରୁଙ୍କୁ ମଧ୍ୟ ପୁରସ୍କାର ରାଶିର କିଛି ଭାଗ ଦିଆଯିବ ।

ପରମ୍ପରା ସହ ଏହି ସଂଯୋଗକୁ ଧ୍ୟାନରେ ରଖି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ କବାଡି ଏବଂ ଖୋ ଖୋ ଭଳି ସ୍ୱଦେଶୀ ଖେଳ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ଦେଶର କୋଣ ଅନୁକୋଣରୁ ପ୍ରତିଭାଙ୍କୁ ଚିହ୍ନଟ କରି ସରକାର ତାଙ୍କୁ କ୍ରୀଡ଼ାର ଅତ୍ୟାଧୁନିକ ମଂଚ ଦେବା ଲାଗି ପ୍ରୟାସ କରୁଛନ୍ତି । ଏବଂ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ ପ୍ରତ୍ୟେକ ବର୍ଷ 1 ହଜାର ଯୁବ ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ମଧ୍ୟରେ ପ୍ରଶିକ୍ଷଣ ଦେବା ଲାଗି 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରତ୍ୟେକ ବର୍ଷ ଦିଆଯିବ ।

ସାଥୀଗଣ, “ବିଦ୍ୟାର୍ଥୀ ଦେବୋ ଭବଃ” କେବଳ ଆପଣଙ୍କ ସ୍ଲୋଗାନର ନୁହେଁ, ଆମର ମଧ୍ୟ ମନ୍ତ୍ର । ବରଂ ମୁଁ ଆପଣଙ୍କ ସ୍ୱୀକୃତିରେ ଏଥିରେ ଏହା ମଧ୍ୟ ଯୋଡ଼ିବାକୁ ଚାହୁଁଛି ଯେ- “ୟୁବା ଦେବୋ ଭବଃ-ଯୁବାଶକ୍ତି ଦେବୋ ଭବଃ” ।

ଯୁବପିଢ଼ିଙ୍କୁ ମୁଁ ଦୈବୀ ଶକ୍ତିର ତୂଲ୍ୟ ଏଥିପାଇଁ ବିବେଚନା କରିଥାଏ କାରଣ ଯୁବବର୍ଗଙ୍କୁ ମୁଁ କେବଳ ଏକ ପରିସ୍ଥିତି ନୁହେଁ, ଆୟୁର ଗୋଟିଏ ଅବସ୍ଥା ନୁହେଁ ବରଂ ଏକ ମାନସିକ ଅବସ୍ଥା ବୋଲି ମାନିଥାଏ, ମାନସିକ ସ୍ଥିତି ବୋଲି ମାନିଥାଏ । ଯୁବକ କେବଳ ଏହା ଭାବିନଥାଏ ଯେ ପୂର୍ବରୁ ଯାହା ଥିଲା ଭଲଥିଲା, ଏବଂ ଉନ୍ନତ ଥିଲା । ଯୁବକ ଏହା ଭାବିଥାଏ ଯେ ପୁରୁଣା ଦିନର ଶିକ୍ଷା ନେଇ ବର୍ତ୍ତମାନ ଏବଂ ଭବିଷ୍ୟତକୁ ଆହୁରି ଉନ୍ନତ କିପରି କରାଯାଇପାରିବ । ସେଥିପାଇଁ ସେ ଦେଶକୁ ବଦଳାଇବା ଲାଗି କାର୍ଯ୍ୟ କରିଥାଏ, ଦୁନିଆକୁ ବଦଳାଇବା ଲାଗି ପ୍ରୟାସ କରିଥାଏ । ଯୁବକ ଚାହିଁଥାଏ ଯେ ଭବିଷ୍ୟତ- ବର୍ତ୍ତମାନ ଏବଂ ଅତୀତ ଉଭୟ ଠାରୁ ଅଧିକ ଉନ୍ନତ ଏବଂ ମଜବୁତ ହେଉ ।

ସେଥିପାଇଁ ମୁଁ ଦେଶର ନବଯୁବକମାନଙ୍କ ଶକ୍ତିକୁ ପୁଣିଥରେ ପ୍ରଣାମ କରୁଛି । ଏକ ଭାରତ-ଶ୍ରେଷ୍ଠ ଭାରତ – ଆପଣ ଶବ୍ଦ ଶୁଣିଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ-ଦେଶକୁ ଏକତ୍ର କରିବା ଲାଗି ଭଗୀରଥଙ୍କ ପରି କାର୍ଯ୍ୟ କରିଥିଲେ । ଏକ ଭାରତକୁ ଶ୍ରେଷ୍ଠ ଭାରତରେ ପରିଣତ କରିବା, ଏହା ଆମ ଲୋକମାନଙ୍କର ଉତ୍ତରଦାୟିତ୍ୱ ଅଟେ । ଏବଂ ସେଥିପାଇଁ ମୁଁ ତ’ ଚାହିଁବି ଏଠାରେ ଏତେ ନବଯୁବକ ବସିଛନ୍ତି-ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଥିବେ ଯେଉଁମାନଙ୍କର ମନ କରୁଥିବ ଫରାସୀ ଭାଷା ଶିଖିବାକୁ, ଆପଣମାନଙ୍କ ମଧ୍ୟରୁ ଅନେକ ଥିବେ ଯେଉଁମାନେ ସ୍ପେନୀୟ ଭାଷା ଶିଖିବାକୁ ଚାହୁଁଥିବେ; ଶିଖନ୍ତୁ ଭଲ କଥା । ବିଶ୍ୱର କୌଣସି ଭାଷା ଶିଖିବା ଭଲ କଥା । କିନ୍ତୁ କେବେ ଆମ ମନରେ ଏପରି ଭାବନା ସୃଷ୍ଟି ହୋଇଛି ଯେ ଯେଉଁ ଦେଶ, ଏତେ ବଡ଼ ଦେଶ, 100 ଭାଷା, 177 ଉପଭାଷା, 10-12ଟି ଭାଷା ତ’ ଆମେ ବି ଶିଖିପାରିବା, 5-50ଟି ବାକ୍ୟ ଏହି ଆମ ଦେଶର ଭାଷା କହିବା ତ’ ଶିଖିବା ଉଚିତ । ଦୁଇ ଚାରି ଗୋଟି କୌଣସି ଅନ୍ୟ ରାଜ୍ୟର ଭାଷାରେ ଗୀତ ଗାଇବା ଶିଖିବା ତ’ ଉଚିତ । ମୁଁ ଭାବୁଛି ଯେ ଦେଶକୁ ଏକ କରିବା ଲାଗି ଏହି ସାମର୍ଥ୍ୟ ଅଧିକ ଜରୁରୀ ଅଟେ ଏବଂ ଏହାକୁ ଆମେ ଏକ ସହଜ ସ୍ୱଭାବ ରୂପରେ ବିକଶିତ କରିପାରିବା । ମୁଁ ମଧ୍ୟ ଏବେ ତ୍ରୁଟିପୂର୍ଣ୍ଣ ଭାଷାରେ କହିଲି – କିନ୍ତୁ ଯେମିତି ମୁଁ କନ୍ନଡ଼ରେ କଥା ହେଲି, ଆପଣମାନଙ୍କ ହୃଦୟକୁ ଛୁଇଁଗଲା । ଆପଣମାନେ ସେଥିରେ ଦେଖିଲେ ନାହିଁ ଯେ ମୋଦୀଙ୍କ ଉଚ୍ଚାରଣ ଠିକ ଥିଲା କି ନଥିଲା, ବ୍ୟାକରଣ ଠିକ ଥିଲା କି ନଥିଲା, ଆପଣଙ୍କୁ ଏହା ଲାଗୁଥିଲା ଯେ ଆମ ସହିତ ଯୋଡ଼ିହେବା ଲାଗି କେତେ ଆପଣାପଣ ସହିତ ସେ ପରିଶ୍ରମ କରୁଛନ୍ତି । ଏହା ଦେଶକୁ ଏକ କରିବାର ଶକ୍ତି ରଖିଥାଏ । ଏହା ଦେଶକୁ ଯୋଡ଼ିଥାଏ ।

ସଂକଳ୍ପରୁ ସିଦ୍ଧିର ଯେଉଁ ଯାତ୍ରାରେ ଦେଶ ଚାଲିଛି, ନିଉ ଇଣ୍ଡିଆର ଯେଉଁ ସ୍ୱପ୍ନକୁ ପୂରଣ କରିବା ଲାଗି ଆଗକୁ ବଢ଼ୁଛି, ତା’ର ବଡ଼ ଦାୟିତ୍ୱ ମୋ ଦେଶର ଯୁବପିଢ଼ି ଉପରେ ରହିଛି । ସେମାନଙ୍କୁ ଭବିଷ୍ୟତର ଅନେକ ଅନେକ ଶୁଭକାମନା ସହିତ ମୁଁ ପୁଣି ଥରେ ନବଯୁବକମାନଙ୍କୁ କହୁଛି, ଆମେ ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ କରିବା । ଆମେ ଭଗିନୀ ନିବେଦିତାଙ୍କୁ ସ୍ମରଣ କରିବା । ଜନସେବା ହିଁ ପ୍ରଭୁ ସେବା-ଜୀବଙ୍କ ଠାରେ ଶିବକୁ ଦେଖିବା, ଏହା ହିଁ ଏକ ତତ୍ତ୍ଵ ଜ୍ଞାନ ଆମ ଦେଶର ପରିବର୍ତ୍ତନରେ- ତାହା ସ୍ୱଚ୍ଛ ଭାରତ ହେଉ, ତାହା ବେଟୀ ବଚାଓ-ବେଟୀ ପଢ଼ାଓ ହେଉ, ତାହା ବୟସ୍କଙ୍କ ପାଇଁ ଆରୋଗ୍ୟ ସେବାର କାର୍ଯ୍ୟ ହେଉ, କୃଷକମାନଙ୍କୁ ଆଧୁନିକ ପ୍ରଯୁକ୍ତିର ସହାୟତା ପହଁଚାଇବାର କାର୍ଯ୍ୟ ହେଉ-ଗୋଟିଏ କାମ ନେଇ ଆମେ ମଧ୍ୟ ନିଜକୁ ଯୋଡ଼ିବା । ଆହୁରି ମୋର ବିଶ୍ୱାସ ରହିଛି ଯେ ଆପଣମାନେ ସମସ୍ତେ ନବଯୁବକ ଏହି ସନ୍ଥ-ମହାସନ୍ଥ ଏବଂ ଟୁମକୁରୁଙ୍କ ପବିତ୍ର ଭୂମିରୁ ଏକ ନୂତନ ପ୍ରେରଣା ନେଇ ଆଗେଇ ଯିବେ ।

ଆପଣମାନେ ସମସ୍ତେ ନରେନ୍ଦ୍ର ମୋଦୀ ଆପ ସହ ଯୋଡ଼ି ହୋଇଥିବେ, ଏବଂ ମୋର ମଧ୍ୟ ମନ କରୁଛି ଯେ ମୁଁ ଆପଣଙ୍କ ସହିତ ଯୋଡ଼ି ହୁଏ । ନରେନ୍ଦ୍ର ମୋଦୀ ଆପ ଜରିଆରେ ଆପଣ ମୋ ସହିତ ଯୋଗାଯୋଗ କରନ୍ତୁ, ମୋ ସହିତ କଥା ହୁଅନ୍ତୁ, ନିଜ ଭାବନା ମୋ ନିକଟକୁ ପଠାନ୍ତୁ । ଏବଂ ମୁଁ ଆଜି ଆପଣମାନଙ୍କୁ କହୁଛି-ଏହା ଠିକ ଯେ ମୁଁ କନ୍ନଡ଼ ଭାଷା କହିପାରିବି ନାହିଁ, ମୋତେ ହିନ୍ଦୀରେ କହିବାକୁ ପଡ଼ିଲା । କିନ୍ତୁ ଆପଣଙ୍କ ମନ କରୁଥିବା ଯେ ଏହି କଥା କନ୍ନଡ଼ରେ ଦେଖିବାକୁ, ଶୁଣିବାକୁ-ତା’ହେଲେ ମୁଁ ମୋ ଟିମକୁ କହୁଛି ଯେ ନରେନ୍ଦ୍ର ମୋଦୀ ଆପରେ ଏବେ ମୁଁ ଆପଣମାନଙ୍କ ସହ ଯେଉଁ କଥା ହେଲି, ତାହାର ଯେଉଁ ମୁଖ୍ୟ ଅଂଶ, ତା’କୁ କନ୍ନଡ଼ ଭାଷାରେ ମଧ୍ୟ ଉପସ୍ଥାପନ କରିଦେବେ । ଯାହାଦ୍ୱାରା ଆପଣମାନେ କନ୍ନଡ଼ ଭାଷାରେ, ନିଜ ଭାଷାରେ ମୋର ଏହି ଭାବନାକୁ ଧରିପାରିବେ ଏବଂ ଏହି କଥାକୁ ଆଗକୁ ବଢ଼ାଇପାରିବେ ।

ମୁଁ ଆଜି ଦଶଟି ତ୍ରିବେଣୀ ସଂଗମ ଲାଗି, ଏହି ଆୟୋଜନ ଲାଗି, ରାମକୃଷ୍ଣ-ବିବେକାନନ୍ଦ ଆଶ୍ରମକୁ ପୁଣିଥରେ ଅନେକ ଅନେକ ଧନ୍ୟବାଦ ଜଣାଉଛି ଏବଂ ମୁଁ ମଧ୍ୟ ସନ୍ଥଗଣଙ୍କୁ ଏଠାରୁ ପ୍ରଣାମ କରୁଛି । ଶିବଗିରି ମଠକୁ ପ୍ରଣାମ କରୁଛି ଏବଂ ଆପଣମାନଙ୍କୁ ସମସ୍ତ ନବଯୁବକମାନଙ୍କୁ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.