ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ର ଜାଞ୍ଜଗୀରରେ ବିଭିନ୍ନ ବିକାଶ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପେଣ୍ଡ୍ରା-ଅନୁପ୍ପୁର ତୃତୀୟ ରେଳଲାଇନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
ଆମେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ କୃଷକ କଲ୍ୟାଣ ସୁନିଶ୍ଚିତ କରୁଛୁ :ପ୍ରଧାନମନ୍ତ୍ରୀ ମୋଦୀ
ଆମେ 2022 ସୁଦ୍ଧା ପ୍ରତ୍ୟେକ ବ୍ୟକ୍ତିର ମୁଣ୍ଡ ଉପରେ ଛାତ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି :ପ୍ରଧାନମନ୍ତ୍ରୀ
ଆମେ ବିକାଶ ପ୍ରତି ସମର୍ପିତ ଏବଂ ଲୋକମାନଙ୍କ ଆଶା ପୂରଣ କରିବାକୁ ଚାହୁଁଛନ୍ତି :ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ

ମଞ୍ଚରେ ଉପସ୍ଥିତ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହାଶୟ, ରାଜ୍ୟର ମୁଖ୍ୟମନ୍ତ୍ରୀ,ମୋର ବନ୍ଧୁ ଶ୍ରୀମାନ ନବୀନ ପଟ୍ଟନାୟକ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀମାନ ଜୁଏଲ ଓରାମ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀ ସତପଥୀ ମହାଶୟ,ଏଠାକାର ବିଧାୟକ ବ୍ରଜକିଶୋର ପ୍ରଧାନ ମହାଶୟ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ  ।

ଏହା ପରେ ମୋତେ ଏକ ବିଶାଳ ଜନସଭାରେ ଉଦବୋଧନ ଦେବାର ଅଛି ଏବଂ ସେଥିପାଇଁ ମୁଁ ଏହାର ବିସ୍ତାର ପୂର୍ବକ ଚର୍ଚ୍ଚା ଏଠାରେ ନକରି ଖୁବ କମ ଶବ୍ଦରେ ଏହି ଶୁଭ ଅବସରର, ଏହା ପ୍ରତି ମୋର ପ୍ରସନ୍ନତା ବ୍ୟକ୍ତ କରୁଛି ଏବଂ ଧାର୍ଯ୍ୟ ସମୟସୀମାରେ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାର ସଂକଳ୍ପ ସହିତ ମୁଁ ଏହା ସହ ସମ୍ପୃକ୍ତ ସମସ୍ତଙ୍କ ଅନେକ ଅନେକ ଶୁଭକାମନା ଜଣାଉଛି  ।

ଏକ ପ୍ରକାରରେ ଏହି ପୁନରୁଦ୍ଧାରର କାର୍ଯ୍ୟ କରିବାର ମୋତେ ସୌଭାଗ୍ୟ ମିଳିଛି  । ଅନେକ ଦଶନ୍ଧି ପୂର୍ବରୁ ଯେଉଁ ସ୍ୱପ୍ନ ଦେଖାଯାଇଥିଲା, କିନ୍ତୁ କୌଣସି ନା କୌଣସି ଅଭାବ କାରଣରୁ ସେସବୁ ସ୍ୱପ୍ନ ଧ୍ୱସ୍ତ ହୋଇସାରିଥିଲା । ଏବଂ ଏଠାକାର ଲୋକମାନେ ମଧ୍ୟ ଆଶା ଛାଡ଼ି ଦେଇଥିଲେ ଯେ କ’ଣ ଏହି ପ୍ରକଳ୍ପକୁ, ଏହି କ୍ଷେତ୍ରକୁ ପୁନର୍ଜୀବନ ପ୍ରାପ୍ତ ହେବ କି?

କିନ୍ତୁ ଆମେ ସଂକଳ୍ପ ନେଲୁ ଯେ ଦେଶରେ ନୂତନ ଉତ୍ସାହର ସହିତ, ନୂଆ ଗତିର ସହିତ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବାର ଅଛି, ଏବଂ ଏହି ସଂକଳ୍ପକୁ ପୂରଣ କରିବା ଲାଗି ଏପରି ଅନେକ ବୃହତ ପ୍ରକଳ୍ପ,ଅନେକ ବୃହତ ଯୋଜନା, ଅନେକ ବୃହତ କାର୍ଯ୍ୟକ୍ରମ, ସେଥିରେ ମଧ୍ୟ ଶକ୍ତିର ଆବଶ୍ୟକତା ରହିଛି,ସେଥିରେ ମଧ୍ୟ ଗତିର ଆବଶ୍ୟକତା ରହିଛି, ସେଥିରେ ମଧ୍ୟ ସଂକଳ୍ପ ଶକ୍ତିର ଆବଶ୍ୟକତା ରହିଛି ଏବଂ ଏହାର ଫଳସ୍ୱରୂପ ପାଖାପାଖି 13 ହଜାର କୋଟି ଟଙ୍କା ବ୍ୟୟରେ ଆଜି ଏହି ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଏଠାରେ ଆରମ୍ଭ ହେଉଛି  ।

ସମ୍ପୂର୍ଣ୍ଣ ଭାବେ ହିନ୍ଦୁସ୍ତାନ ଲାଗି ଏହା ନୂଆ ପ୍ରଯୁକ୍ତି କୌଶଳର କାରଖାନା । କୋଇଲା ବାଷ୍ପୀକରଣ ଦ୍ୱାରା ଏଠାକାର କଳା ହୀରାକୁ ଏକ ନୂଆ ପ୍ରଯୁକ୍ତି ଦ୍ୱାରା ପ୍ରକୃତିକ ବାଷ୍ପ ଉତ୍ପାଦନ ହେବ । ଏହା କେବଳ ଏହି କ୍ଷେତ୍ରକୁ ନୁହେଁ ବରଂ ଦେଶକୁ ମଧ୍ୟ ନୂଆ ରାସ୍ତା ମିଳିବାକୁ ଯାଉଛି । ଦେଶକୁ ବାହାରୁ ଯେଉଁ ଗ୍ୟାସ ଆଣିବାକୁ ପଡ଼ୁଛି, ବାହାରୁ ଯେଉଁ ୟୁରିଆ ଆଣିବାକୁ ପଡ଼ୁଛି, ସେଥିରୁ ମଧ୍ୟ ମୁକ୍ତି ମିଳିବ ଏବଂ ଅର୍ଥ ସଂଚୟ ହୋଇପାରିବ ।

ଏହି ଅଞ୍ଚଳର ନବଯୁବକମାନଙ୍କ ପାଇଁ ନିଯୁକ୍ତିର ମଧ୍ୟ ବଡ଼ ସୁଯୋଗ ରହିଛି । ପାଖାପାଖି ସାଢ଼େ ଚାରି ହଜାର ଲୋକ ଏହି ପ୍ରକଳ୍ପ ସହିତ ଯୋଡ଼ି ହେବେ ଏବଂ ଏହି କାରଣରୁ ଏହାର ଆଖପାଖରେ ଅନେକ ବ୍ୟବସ୍ଥା ବିକଶିତ ହେବ, ଯାହାର ଲାଭ ଏଠାରେ ମିଳିବ ।

ବିକାଶର ଦିଗକୁ କିପରି ବଦଳାଯାଇପାରିବ-ନୀତି ସ୍ୱଚ୍ଛ ହୋଇଥିଲେ, ଉଦ୍ଦେଶ୍ୟ ଦେଶକୁ ସମର୍ପିତ ହୋଇଥିଲେ, ନିଷ୍ପତ୍ତି ମଧ୍ୟ ଉତ୍ତମ ହୋଇଥାଏ । ଆମ ଦେଶରେ ନବରତ୍ନ, ମହାରତ୍ନ, ରତ୍ନ-ଏପରି ଅନେକ ସରକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଉପରେ ଚର୍ଚ୍ଚା ଆମେ ଶୁଣି ଆସିଛୁ । କେତେବେଳେ ଭଲ ଖବର, କେତେବେଳେ ଖରାପ ଖବର ଆସିଥାଏ । କିନ୍ତୁ ସେସବୁକୁ ମିଶାଇ, ଏକ ନବଶକ୍ତି ହୋଇ କିପରି ଏହି ପ୍ରକଳ୍ପକୁ ଆଗକୁ ନିଆଯାଇପାରିବ, ଏହି ଗୋଟିଏ ନୂଆ ଉଦାହରଣ ଦେଶ ସମ୍ମୁଖରେ ରହିବା ଯେ ଯେତେବେଳେ ଦେଶର ଏପରି ରତ୍ନ ଏକତ୍ର ହୋଇ, ମହାରତ୍ନ ଏକତ୍ର ହୋଇ ଏହି ପ୍ରକଳ୍ପର ଉତ୍ତରଦାୟିତ୍ୱ ନେବେ ଏବଂ ସେ ସମସ୍ତଙ୍କ ବିଶେଷଜ୍ଞତା, ସେ ସମସ୍ତଙ୍କ ଅର୍ଥ ଏହି କାର୍ଯ୍ୟରେ ଲାଗିବ ଏବଂ ଓଡ଼ିଶାର ଜୀବନକୁ ଏବଂ ଦେଶର କୃଷକମାନଙ୍କ ଆବଶ୍ୟକତାକୁ ପୂରଣ କରିବାର କାରଣ ସାଜିବ  ।

ମୁଁ ଜାଣିବାକୁ ପାଇଛି ଯେ,  ଯେହେତୁ ମୁଁ ଏପରି ପ୍ରକଳ୍ପ ଦେଖିଛି ତ’ ମୁଁ ପଚାରିଛି ଯେ ଉତ୍ପାଦନ ତାରିଖ କହନ୍ତୁ । ସେମାନେ ମୋତେ 36 ମାସ ବୋଲି କହିଛନ୍ତି  । ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି, 36 ମାସର ପରେ ମୁଁ ପୁଣିଥରେ ଏଠାରେ ଆପଣମାନଙ୍କ ଗହଣକୁ ଆସିବି ଏବଂ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ମଧ୍ୟରେ କରିବି  । ଏହି ବିଶ୍ୱାସ ସହିତ ମୁଁ ପୁଣିଥରେ ମୁଖ୍ୟମନ୍ତ୍ରୀ ମହାଶୟଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରି ମୋର ବକ୍ତବ୍ୟକୁ ଏଠାରେ ବିରାମ ଦେବାକୁ ଚାହୁଁଛି  ।

ବହୁତ ବହୁତ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”