ଆଜିକା ଦିନରେ ଭାରତ ପାଇଁ ଗ୍ୟାସଭିତ୍ତିକ ଅର୍ଥନୀତି ନିହାତି ଜରୁରି: ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗକୁ ଏକ ପ୍ରମୁଖ ବାଣିଜ୍ୟ ଓ ଶିଳ୍ପ କେନ୍ଦ୍ର ଭାବେ ବିକାଶ କରିବା ନିମନ୍ତେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ

ମଞ୍ଚରେ ଉପସ୍ଥିତ ପଶ୍ଚିମ ବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ଜୀ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଦେବଶ୍ରୀ ଚୌଧୁରୀ ଜୀ, ସାଂସଦ ଦିବ୍ୟେନ୍ଦୁ ଅଧିକାରୀ ଜୀ, ବିଧାୟକ ତାପସୀ ମଣ୍ଡଳ ଜୀ, ଭାଇ ଓ ଭଉଣୀମାନେ!

ଆଜି ପଶ୍ଚିମ ବଙ୍ଗ ସହିତ ସମଗ୍ର ପୂର୍ବ ଭାରତର ନିମନ୍ତ ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ଅବସର । ପୂର୍ବ ଭାରତର ସଂଯୋଗୀକରଣ ଏବଂ ସ୍ୱଚ୍ଛ ଇନ୍ଧନ ବିଷୟରେ ଆତ୍ମନିର୍ଭରତା ନିମନ୍ତେ ଆଜି ଏକ ବହୁତ ବଡ଼ ଶୁଭ ଦିନ । ବିଶେଷ କରି ଏହି ସମଗ୍ର କ୍ଷେତ୍ରର ବାଷ୍ପ ସଂଯୋଗୀକରଣକୁ ସଶକ୍ତ କରିବା ଭଳି ଏକ ବିରାଟ ପ୍ରକଳ୍ପ ଆଜି ରାଷ୍ଟ୍ରକୁ ସମର୍ପିତ କରାଯାଇଛି । ଆଜି ଦିନକରେ ୪ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ସେଥିରୁ ପଶ୍ଚିମ ବଙ୍ଗଳା ସହିତ ପୂର୍ବ ଭାରତର ଅନେକ ରାଜ୍ୟରେ ଇଜ୍‍ ଅଫ୍‍ ଲିଭିଂ ଏବଂ ଇଜ୍‍ ଅଫ୍‍ ଡୁଇଂ ବିଜିନେସ୍‍ ଉଭୟ ଉନ୍ନତ ହୋଇପାରିବ । ଏହି ପ୍ରକଳ୍ପ ହଳଦିଆ ଦେଶର ଆଧୁନିକ ଏବଂ ବ୍ୟାପକ ଆମଦାନୀ- ରପ୍ତାନୀ କେନ୍ଦ୍ର ରୂପେ ବିକଶିତ କରିବା ଦିଗରେ ସହାୟକ ହେବ ।

ସାଥୀଗଣ,

ବାଷ୍ପ ଆଧାରିତ ଅର୍ଥବ୍ୟବସ୍ଥା ଆଜି ଭାରତର ଆବଶ୍ୟକତା । ଏକ ରାଷ୍ଟ୍ର, ଏକ ବାଷ୍ପ ଗ୍ରୀଡ଼ ଏହି ଆବଶ୍ୟକତାକୁ ପୂରଣ କରିବ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଅଭିଯାନ । ଏଥିପାଇଁ ପାଇପଲାଇନ ନେଟୱାର୍କର ବିସ୍ତାର ସହିତ ପ୍ରାକୃତିକ ବାଷ୍ପର ମୂଲ୍ୟ ହ୍ରାସ କରିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଉଛି । ବିଗତ ବର୍ଷମାନଙ୍କରେ ତୈଳ ଓ ବାଷ୍ପ କ୍ଷେତ୍ରରେ ଅନେକ ଗୁଡ଼ିଏ ବଡ଼ ଧରଣର ସୁଧାର ମଧ୍ୟ କରାଯାଇଛି । ଆମର ଏହି ପ୍ରୟାସର ପରିଣାମ ସ୍ୱରୂପ ଏହା ଘଟିଛି ଯେ ଆଜି ଭାରତ ସମଗ୍ର ଏସିଆରେ ବାଷ୍ପ ଦିଗରେ ସବୁଠାରୁ ଅଧିକ ଉପଯୋଗ କରିବା ଭଳି ରାଷ୍ଟ୍ର ମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି । ଚଳିତ ବର୍ଷ ବଜେଟରେ ଦେଶରେ ସ୍ୱଚ୍ଛ ଏବଂ ଶସ୍ତା ମୂଲ୍ୟରେ ଶକ୍ତି ନିମନ୍ତେ ‘ହାଇଡ୍ରୋଜେନ୍‍ ମିଶନ୍‍’ର ମଧ୍ୟ ଘୋଷଣା କରାଯାଇଛି ଯାହା ସ୍ୱଚ୍ଛ ଇନ୍ଧନ ଅଭିଯାନକୁ ମଧ୍ୟ ସୁଦୃଢ଼ କରିବ ।

ସାଥୀଗଣ,

6 ବର୍ଷ ପୂର୍ବେ ଯେତେବେଳେ ଦେଶ ଆମକୁ ଅବସର ଦେଇଥିଲା ସେତେବେଳେ ବିକାଶ ଯାତ୍ରାରେ ପଛରେ ରହିଆସିଥିବା ପୂର୍ବ ଭାରତକୁ ବିକଶିତ କରିବାର ପଣ ନେଇ ଆମେ ଆଗକୁ ଅଗ୍ରସର ହୋଇଥିଲୁ । ପୂର୍ବ ଭାରତରେ ଜୀବନ ଏବଂ କାରବାର ନିମନ୍ତେ ଯେଉଁ ଆଧୁନିକ ସୁବିଧାସୁଯୋଗ ଆବଶ୍ୟକ, ତାହାର ନିର୍ମାଣ ନିମନ୍ତେ ଆମେ ଗୋଟିଏ ପରେ ଗୋଟିଏ କରି ଅନେକ ପଦକ୍ଷେପ ଗ୍ରହଣ କରିଥିଲୁ । ତାହା ରେଳବାଇ କ୍ଷେତ୍ରରେ ହୋଇଥାଉ, ସଡ଼କ ହୋଇଥାଉ, ବିମାନ ବନ୍ଦର ନିର୍ମାଣ ହୋଇଥାଉ, ଜଳମାର୍ଗ ହୋଇଥାଉ, ବନ୍ଦର ହୋଇଥାଉ ଏହିଭଳି ପ୍ରତ୍ୟେକ କ୍ଷେତ୍ରରେ ଆମେ କାର୍ଯ୍ୟ କରିବା ଆରମ୍ଭ କରିଥିଲୁ । ଏହି କ୍ଷେତ୍ରର ସବୁଠାରୁ ବଡ଼ ସମସ୍ୟା ଭାବେ ପାରମ୍ପରିକ ସଂଯୋଗୀକରଣର ଅଭାବ ତ ଥିଲା, ଗ୍ୟାସ କନେକ୍ଟିଭିଟି ମଧ୍ୟ ବହୁତ ବଡ଼ ସମସ୍ୟା ହୋଇ ରହିଥିଲା । ଗ୍ୟାର ଅଭାବ ପୂର୍ବ ଭାରତରେ ନୂତନ ଉଦ୍ଦ୍ୟୋଗ ତ ପଛର କଥା, ପୁରୁଣା ଉଦ୍ଦ୍ୟୋଗକୁ ସୁଦ୍ଧା ବନ୍ଦ୍‍ କରି ଦେଇଥିଲା । ଏହି ସମସ୍ୟାକୁ ଦୂର କରିବା ସକାଶେ ପୂର୍ବ ଭାରକୁ, ପୂର୍ବାଞ୍ଚଳ କ୍ଷେତ୍ରର ବନ୍ଦରମାନଙ୍କୁ ଏବଂ ପଶ୍ଚିମ କ୍ଷେତ୍ରର ବନ୍ଦରମାନଙ୍କ ସହିତ ଯୋଡ଼ିବା ନିମନ୍ତେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ।

ସାଥୀଗଣ,

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପାଇପଲାଇନ ଏହି ଲକ୍ଷ୍ୟର ସହିତ ଆଗକୁ ବଢ଼ିବାରେ ଲାଗିଛି । ଆଜି ଏହି ପାଇପଲାଇନର ଆଉ ଏକ ବଡ଼ ଅଂଶ ସାଧାରଣ ସଭାରେ ସମର୍ପିତ କରାଯାଇ ସାରିଛି । ହାରାହାରି 350 କିଲୋମିଟର ଡୋଭି- ଦୁର୍ଗାପୁର ପାଇପଲାଇନ ନିର୍ମିତ ହେବା ଦ୍ୱାରା ପଶ୍ଚିମ ବଙ୍ଗ ସହିତ ବିହାର ଏବଂ ଝାଡ଼ଖଣ୍ଡର ଦଶଟି ଜିଲ୍ଲାକୁ ମଧ୍ୟ ସିଧାସଳଖ ଲାଭ ପହଞ୍ôଚବ । ଏହି ପାଇପଲାଇନ ନିର୍ମିତ ହେବା ନିମନ୍ତେ ୧୧ ଲକ୍ଷ ମାନବ ଦିବସର ରୋଜଗାର ଏଠାକାର ସ୍ଥାନୀୟ ଲୋକମାନଙ୍କୁ ମିଳିପାରିଛି । ଏବେ ଯେତେବେଳେ ଏହା ସଂପୂର୍ଣ୍ଣ ହୋଇସାରିଛି, ସେତେବେଳେ ଏହି ସମସ୍ତ ଜିଲ୍ଲାଗୁଡ଼ିକର ହଜାର ହଜାର ପରିବାରଙ୍କ ରୋଷେଇଘରେ ପାଇପ ଯୋଗେ ଶସ୍ତାରେ ରନ୍ଧନ ବାଷ୍ପ ପହଞ୍ôଚପାରିବ । ସିଏନଜି ଆଧାରି କମ୍‍ ପ୍ରଦୂଷଣବାଲା ଯାନବାହନ ଚାଲିପାରିବ । ଏଥି ସହ ଏହା ଦ୍ୱାରା ଦୁର୍ଗାପୁର ଏବଂ ସିନ୍ଦ୍ରୀର ସାର କାରଖାନା ନିମନ୍ତେ ମଧ୍ୟ ବାଷ୍ପର ନିରନ୍ତର ଯୋଗାଣ ସମ୍ଭବପର ହୋଇପାରିବ । ଏହି ଦୁଇଟି କାରଖାନାର ଶକ୍ତି ବଢ଼ିବା ଦ୍ୱାରା ରୋଜଗାରର ନୂତନ ଅବସର ସୃଷ୍ଟି ହେବା ଏବଂ କୃଷକମାନଙ୍କୁ ପର୍ଯ୍ୟାପ୍ତ ଏବଂ ଶସ୍ତା ମୂଲ୍ୟରେ ସାର ଉପଲବ୍ଧ ହୋଇପାରିବ । ମୋର ଗେଲ୍‍ ଏବଂ ପଶ୍ଚିମ ବଙ୍ଗ ସରକାରଙ୍କୁ ଅନୁରୋଧ ରହିବ ଯେ ଜଗଦୀଶପୁର- ହଳଦିଆ ଏବଂ ବୋକାରୋ- ଧାମନା ପାଇପଲାଇନର ଦୁର୍ଗାପୁର – ହଳଦିଆ ସେକ୍ସନକୁ ମଧ୍ୟ ଯଥା ଶୀଘ୍ର ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରୟାସ ହେବା ଉଚିତ ।

ସାଥୀଗଣ,

ପ୍ରାକୃତିକ ବାଷ୍ପ ସହିତ ଏହି କ୍ଷେତ୍ରରେ ଏଲପିଜି ବାଷ୍ପର ଭିତ୍ତିଭୂମିକୁ ମଜଭୁଜ କରିବା ନିମନ୍ତେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରହିଛି । ଏହା ଏଇଥିପାଇଁ ଜରୁରି କାରଣ ପୂର୍ବ ଭାରତରେ ଉଜ୍ଜ୍ୱଳା ଯୋଜନା ପରେ ଏଲପିଜି ବାଷ୍ପର କଭରେଜ ବେଶ୍‍ ଅଧିକ ବୃଦ୍ଧି ହୋଇସାରିଛି ଯାହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଉଜ୍ଜ୍ୱଳା ଯୋଜନା ଅଧୀନରେ ପଶ୍ଚିମ ବଙ୍ଗର ପାଖାପାଖି 90 ଲକ୍ଷ ଭଉଣୀ- କନ୍ୟାମାନଙ୍କୁ ମାଗଣାରେ ବାଷ୍ପ ସଂଯୋଗ ମିଳିପାରିଛି । ସେମାନଙ୍କ ଭିତରୁ 36 ଲକ୍ଷର ଅଧିକ ତଫସିଲଭୁକ୍ତ ଜାତି/ ତଫସିଲଭୁକ୍ତ ଜନଜାତି ବର୍ଗର ମହିଳା । 2014ବର୍ଷରେ ପଶ୍ଚିମ ବଙ୍ଗରେ ଏଲପିଜି ବାଷ୍ପର କଭରେଜ୍‍ ମାତ୍ର 41 ପ୍ରତିଶତ ଥିଲା । ଆମ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଫଳରେ ଏବେ ବଙ୍ଗଳାରେ ଏଲପିଜି ବାଷ୍ପ ସଂଯୋଗ 99 ପ୍ରତିଶତରୁ ଅଧିକ ହୋଇପାରିଛି । କେଉଁଠି 41 ପ୍ରତିଶତ ଏବଂ କେଉଁଠି 99 ପ୍ରତିଶତରୁ ଅଧିକ । ଏ ବଜେଟରେ ତ ଦେଶରେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଆହୁରି 1 କୋଟି ମାଗଣା ବାଷ୍ପ ସଂଯୋଗ ଗରିବ ଲୋକମାନଙ୍କୁ ଯୋଗାଇ ଦିଆଯିବାର ପ୍ରାବଧାନ କରାଯାଇଛି । ଏହି କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ପୂରଣ କରିବା ନିମନ୍ତେ ହଳଦିଆରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପଶ୍ଚିମ ବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତର ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର କୋଟି କୋଟି ପରିବାରଙ୍କୁ ଏହି ସୁବିଧା ମିଳିପାରିବ । ଏହି କ୍ଷେତ୍ରରେ ଦୁଇ କୋଟିରୁ ଅଧିକ ଲୋକଙ୍କୁ ବାଷ୍ପ ଯୋଗାଣ ମିଳିବ, ସେଥିରୁ ପ୍ରାୟ 1 କୋଟି ଉଜ୍ଜ୍ୱଳା ଯୋଜନାର ହିଁ ଲାଭାର୍ଥୀ ହେବେ । ଏଥି ସହ ଏଥିରୁ ହଜାର ହଜାର ଯୁବକ ରୋଜଗାରର ସୁଯୋଗ ପାଇପାରିବେ ।

ସାଥୀଗଣ,

ସ୍ୱଚ୍ଛ ଇନ୍ଧନକୁ ନେଇ ନିଜର ପ୍ରତିବଦ୍ଧତାକୁ ପୂରଣ କରିବା ନିମନ୍ତେ ଆଜି ଏଠାରେ ବିଏସ- 6 ଇନ୍ଧନ ପ୍ରସ୍ତୁତକ୍ଷମ ପ୍ଲାଣ୍ଟର କ୍ଷମତାକୁ ବଢ଼ାିବା କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି । ହଳଦିଆ ତୈଳ ବିଶୋଧନାଗାରରେ ଏହା ଦ୍ୱିତୀୟ କାଟାଲିଟିକ୍‍ ଡିୱାକ୍ସିଂ ୟୁନିଟ ଯେତେବେଳେ ସଂପୂର୍ଣ୍ଣ ହୋଇଯିବ ସେତେବେଳେ ଲ୍ୟୁବ୍‍ ଆଧାରିତ ତୈଳ ନିମନ୍ତେ ଆମକୁ ବିଦେଶୀ ରାଷ୍ଟ୍ରଙ୍କ ଉପରେ କମ୍‍ ନିର୍ଭରଶୀଳ ହେବାକୁ ପଡ଼ିବ । ଏଥିରୁ ପ୍ରତିବର୍ଷ ଦେଶର କୋଟି କୋଟି ଟଙ୍କା ସଞ୍ଚୟ ହୋଇପାରିବ । ପୁଣି ଆଜି ଆମେ ଏଭଳି ସ୍ଥିତି ଦିଗରେ ଅଗ୍ରସର ହେଉଛେ ଯେତେବେଳେ ରପ୍ତାନୀର କ୍ଷମତା ଦେଶରେ ପ୍ରସ୍ତୁତ ହୋଇପାରିବ ।

ସାଥୀଗଣ,

ପଶ୍ଚିମ ବଙ୍ଗକୁ ପୁଣି ଦେଶର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଏବଂ ଶିଳ୍ପ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ଆମେ ନିରନ୍ତର ଭାବେ କାର୍ଯ୍ୟ କରିଚାଲିଛୁ । ଏଥିରେ ବନ୍ଦର ଭିତ୍ତିକ ବିକାଶ ଉତ୍ତମ ମଡେଲ । କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟ ଟ୍ରଷ୍ଟକୁ ଆଧୁନିକ କରିବା ନିମନ୍ତେ ବିଗତ ବର୍ଷମାନଙ୍କରେ ଅନେକ ପ୍ରକାର ପଦକ୍ଷେପ ଉଠାଯାଇଛି । ଏଠାକାର ଯେଉଁ ଡକ୍‍ କମ୍ପେ୍ଲକ୍ସ ରହିଛି, ତାହାର କ୍ଷମତାକୁ ଏବଂ ପ୍ରତିବେଶୀ ଦେଶମାନଙ୍କ ସହ ଏହାର ସଂଯୋଗୀକରଣକୁ ସଶକ୍ତ କରିବା ମଧ୍ୟ ଜରୁରି । ଏହି ଯେଉଁ ନୂତନ ଫ୍ଲାଇଓଭର ନିର୍ମିତ ହେଉଛି, ତାହାଦ୍ୱାରା ଏବେ ଏଠାକାର ସଂଯୋଗୀକରଣ ଉତ୍ତମ ହୋଇପାରିବ । ଏବେ ହଳଦିଆରୁ ବନ୍ଦର ପର୍ଯ୍ୟନ୍ତ ଯିବା ନିମନ୍ତେ କାର୍ଗୋ କମ୍‍ ସମୟ ଭିତରେ ପହଞ୍ôଚପାରିବ । ସେମାନଙ୍କୁ ଗହଳି କିମ୍ବା ବିଳମ୍ବରୁ ସଂପୂର୍ଣ୍ଣ ମୁକ୍ତି ମିଳିବ । ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ଏଠାରେ ମଲ୍ଟିମଡେଲ୍‍ ଟର୍ମିନାଲ ନିର୍ମାଣର ଯୋଜନା ଉପରେ କାର୍ଯ୍ୟ କରୁଛି । ଏଭଳି ବ୍ୟବସ୍ଥାଗୁଡ଼ିକ ଦ୍ୱାରା ହଳଦିଆ, ଆତ୍ମନିର୍ଭର ଭାରତକୁ ଶକ୍ତି ଦେବା ଭଳି ଏକ କେନ୍ଦ୍ର ଭାବେ ମୁଣ୍ଡ ଟେକିବ । ଏହି ସମସ୍ତ କାର୍ଯ୍ୟ ନିମନ୍ତେ ଆମର ସାଥୀ ମିତ୍ର ଧର୍ମେନ୍ଦ୍ର ପ୍ରଧାନ ଜୀ ଏବଂ ତାଙ୍କର ସଂପୂର୍ଣ୍ଣ ଟିମ୍‍କୁ ମୁଁ ମୋର ହୃଦୟରୁ ବହୁତ ବହୁତ ବଧେଇ ଜଣାଉଛି ଏବଂ ମୋର ବିଶ୍ୱାସ ଯେ ଦ୍ରୁତ ଗତିରେ କମ୍‍ ସମୟ ଭିତରେ ସାମାନ୍ୟରୁ ସାମାନ୍ୟତମ ମାନବୀୟ ଦୁଃଖକୁ ଦୂର କରିବା ନିମନ୍ତେ ଉଦ୍ଦିଷ୍ଟ ଏହି କାମକୁ ବେଶ୍‍ ଯଶସ୍ୱୀ ଢଙ୍ଗରେ ଏହି ଟିମ୍‍ ସଂପୂର୍ଣର୍ କରିପାରିବ । ଏଭଳି ବିଶ୍ୱାସ ମୋ ମନରେ ରହିଛି । ଶେଷରେ ମୁଁ ପୁଣି ଥରେ, ପଶ୍ଚିମ ବଙ୍ଗ ଏବଂ ପୂର୍ବ ଭାରତର ସମସ୍ତ ରାଜ୍ୟମାନଙ୍କୁ ଏହି ସୁବିଧାଗୁଡ଼ିକ ନିମନ୍ତେ ମୋ ତରଫରୁ ବହୁତ ବହୁତ ବଧେଇ, ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy