ସେୟାର
 
Comments
ପ୍ରଧାନମନ୍ତ୍ରୀ ମୋଦୀ #AyushmanBharat ଯୋଜନା ଶୁଭାରମ୍ଭ କରିଛନ୍ତି ,ଯାହା 10 କୋଟିରୁ ଅଧିକ ଗରିବ ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ
ଧର୍ମ ,ଜାତି ଅବା ବର୍ଗ ନୁହେଁ ବରଂ #AyushmanBharat ସ୍ୱାସ୍ଥ୍ୟ ଯୋଜନାର ଲାଭ ସମସ୍ତଙ୍କ ପାଇଁ ହେବ :ପ୍ରଧାନମାନୀଟରୀ ମୋଦୀ
#AyushmanBharat ହେଉଛି ବିଶ୍ୱର ସବୁଠୁ ବଡ଼ ରାଷ୍ଟ୍ର-ବିତ୍ତ ପୋଷିତ ସ୍ୱାସ୍ଥ୍ୟ ଯୋଜନା :ପ୍ରଧାନମନ୍ତ୍ରୀ ମୋଦୀ
#AyushmanBharat ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆନୁମାନିକ ୟୁରୋପୀୟ ସଂଘ ରାଷ୍ଟ୍ର କିମ୍ବା ଆମେରିକା, କାନାଡା ଏବଂ ମେକ୍ସିକୋର ସମୁଦାୟ ଜନସଂଖ୍ୟା ସହିତ ସମାନ ହେବ : ପ୍ରଧାନମନ୍ତ୍ରୀ ମୋଦୀ
ଆୟୁଷ୍ମାନ ଭାରତର ପ୍ରଥମ ଭାଗ-ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶୁଭାରମ୍ଭ କରାଯାଇଥିଲା ଏବଂ ଦ୍ୱିତୀୟ ଭାଗ-ସ୍ୱାସ୍ଥ୍ୟ ବୀମା ଯୋଜନା, ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଆରମ୍ଭ କରାଯାଉଛି :ପ୍ରଧାନମନ୍ତ୍ରୀ ମୋଦୀ
#AyushManBharat ଯୋଜନା ମାଧ୍ୟମରେ ଗରିବଙ୍କୁ କ୍ୟାନସର ଏବଂ ମଧୁମେହ ଭଳି ରୋଗ ଲାଗି ସର୍ବଶ୍ରେଷ୍ଠ ଚିକିତ୍ସା ସୁବିଧା ମିଳିବ :ପ୍ରଧାନମନ୍ତ୍ରୀ
#AyushmanBharat ମାଧ୍ୟମରେ 5 ଲକ୍ଷ ଟଙ୍କାରେ ସମସ୍ତ ଯାଂଚ, ମେଡ଼ିସିନ, ହସପିଟାଲ ପୂର୍ବବର୍ତ୍ତି ଖର୍ଚ୍ଚ ଆଦି ସାମିଲ ;ଆଗରୁ ଥିବା ରୋଗକୁ ମଧ୍ୟ ଏହା କଭର କରିବ:ପ୍ରଧାନମନ୍ତ୍ରୀ ମୋଦୀ
ବର୍ତ୍ତମାନସୁଦ୍ଧା ଦେଶର 13,000 ଡାକ୍ତରଖାନା #AyushmanBharat ଯୋଜନାର ଅଂଶବିଶେଷ ହୋଇସାରିଲେଣି :ପ୍ରଧାନମନ୍ତ୍ରୀ ମୋଦୀ
ଦେଶରେ 2,300 ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଚାଲିଛି ,ଭାରତରେ ଏପରି 1.5 ଲକ୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ :ପ୍ରଧାନମନ୍ତ୍ରୀ ମୋଦୀ
ସରକାର ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ଲାଗି ସାମୂହିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି । ଉଭୟ “ସୁଲଭ ସ୍ୱାସ୍ଥ୍ୟସେବା” ଏବଂ “ପ୍ରତିଷେଧକ ସ୍ୱାସ୍ଥ୍ୟସେବା” ଉପରେ ଗୁରୁତ୍ୱ ଦିଆଯାଉଛି :ପ୍ରଧାନମନ୍ତ୍ରୀ ମୋଦୀ
ପିଏମଜେଏୱାଇ ସହିତ ସମ୍ପୃକ୍ତ ସମସ୍ତଙ୍କ ପ୍ରୟାସ ଏବଂ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା, ଆଶା, ଏଏନଏମ ଆଦିଙ୍କ ସମର୍ପଣ ଭାବ ଦ୍ୱାରା #AyushmanBharat ଯୋଜନା ସଫଳ ହୋଇପାରିବ :ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଞ୍ଚିରୁ ଦେଶବ୍ୟାପୀ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ବିଶାଳ ଜନସମାଗମ ମଧ୍ୟରେ ପିଏମଜେୱାଇର ଶୁଭାରମ୍ଭ କରିବା ଲାଗି ମଂଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଯୋଜନା ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ଚାଇବାସା ଏବଂ କୋଦେର୍ମାଠାରେ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ମଧ୍ୟ 10ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର ଦରିଦ୍ରରୁ ଦରିଦ୍ରତମ ଏବଂ ବଞ୍ଚିତବର୍ଗର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ସେ କହିଥିଲେ, ଏହି ଯୋଜନାରେ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ ଯାଦ୍ୱାରା 50 କୋଟି ଲୋକ ଉପକୃତ ହେବେ ଏବଂ ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ହେବ । ସେ କହିଥିଲେ ଯେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆନୁମାନିକ ୟୁରୋପୀୟ ସଂଘ ରାଷ୍ଟ୍ର କିମ୍ବା ଆମେରିକା, କାନାଡା ଏବଂ ମେକ୍ସିକୋର ସମୁଦାୟ ଜନସଂଖ୍ୟା ସହିତ ସମାନ ହେବ ।

ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀମତି ଦ୍ରୌପଦୀ ମୁର୍ମୁ, ରାଜ୍ୟର ଉତ୍ସାହୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ରଘୁବର ଦାସ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀମାନ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଏବଂ ଏ ମାଟିର ସନ୍ତାନ ଶ୍ରୀମାନ ସୁଦର୍ଶନ ଭଗତ, କେନ୍ଦ୍ରରେ ମୋର ସାଥୀ ଜୟନ୍ତ ସିହ୍ନା, ନୀତି ଆୟୋଗର ସଦସ୍ୟ ଡକ୍ଟର ବି.କେ.ପଲ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରମୁନଶୀ, ସଂସଦରେ ମୋର ସାଥୀ ଶ୍ରୀମାନ ରାମଟହଲ ଚୌଧୁରୀ, ବିଧାୟକ ଶ୍ରୀମାନ ରାମକୁମାର ପାହାଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ବିଶାଳ ସଂଖ୍ୟାରେ ଉପସ୍ଥିତ ଝାଡ଼ଖଣ୍ଡର ମୋର ପ୍ରିୟ  ଭାଇ ଓ ଭଉଣୀମାନେ ।

ସାଥୀଗଣ, ଆଜି ଆମେ ସମସ୍ତେ ଆଜି ସେ ବିଶେଷ ମୁହୂର୍ତ୍ତର ସାକ୍ଷୀ ହେଉଛୁ ଯାହାର ଆକଳନ ଭବିଷ୍ୟତରେ ମାନବତାର ବହୁତ ବଡ଼ ସେବା ରୂପରେ ହେବା ନିଶ୍ଚିତ । ଆଜି ମୁଁ ଏଠାରେ କେବଳ ଝାଡ଼ଖଣ୍ଡର ବିକାଶକୁ ଗତି ଦେବା ଲାଗି ନୁହେଁ, ବରଂ ସାରା ଭାରତରେ ଯେଉଁ ସ୍ୱପ୍ନ ଆମର ଋଷି-ମୁନିମାନେ ଦେଖିଥିଲେ, ଯେଉଁ ସ୍ୱପ୍ନ ପ୍ରତିଟି ପରିବାରର ହୋଇଥାଏ ଏବଂ ଆମର ଋଷି-ମୁନି ସ୍ୱପ୍ନ ଦେଖିଥିଲେ, ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ’ । ଆମର ଏହି ଶହ ଶହ ବର୍ଷ ପୁରୁଣା ସଂକଳ୍ପକୁ ଚଳିତ ଶତାବ୍ଦୀରେ ଆମକୁ ପୂରଣ କରିବାର ଅଛି ଏବଂ ଏହାର ଆଜି ଏକ ବ୍ୟାପକ ଶୁଭାରମ୍ଭ ହେଉଛି ।

ସମାଜର ଶେଷ ଧାଡ଼ିରେ ଯେଉଁ ମଣିଷ ବସିଛି । ଗରିବରୁ ଗରିବତମକୁ ଚିକିତ୍ସା ମିଳୁ, ସ୍ୱାସ୍ଥ୍ୟର ଉନ୍ନତ ସୁବିଧା ମିଳୁ । ଆଜି ଏହି ସ୍ୱପ୍ନକୁ ସାକାର କରିବାର ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏହି ବିର୍ସା ମୁଣ୍ଡାଙ୍କ ମାଟିରୁ ଉଠାଯାଉଛି ।

ଆଜି ସାରା ହିନ୍ଦୁସ୍ତାନର ଦୃଷ୍ଟି ରାଂଚିର ମାଟି ଉପରେ ରହିଛି । ଦେଶର 400ରୁ ଅଧିକ ଜିଲ୍ଲାରେ ଏପରି ବଡ଼ ସମାରୋହ ଜାରି ରହୁଛି ଏବଂ ସେଠାରୁ ସବୁ ଲୋକମାନେ ଏହି ରାଂଚିର ଭବ୍ୟ ସମାରୋହକୁ ଦେଖୁଛନ୍ତି ଏବଂ ସେମାନେ ମଧ୍ୟ ଏହାପରେ ସେଠାରେ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି ।

 

ଆଜି ଏଠାରେ ମୋତେ ଦୁଇଟି ମେଡ଼ିକାଲ କଲେଜ ଆରମ୍ଭ କରିବା ଲାଗି ସୁଯୋଗ ମିଳିଛି । ଆମର ମୁଖ୍ୟମନ୍ତ୍ରୀ କହୁଥିଲେ ଯେ ସ୍ୱାଧୀନତାର 70 ବର୍ଷ ମଧ୍ୟରେ ତିନୋଟି ମେଡ଼ିକାଲ କଲେଜ, ସାଢ଼େ ତିନି ଶହ ଛାତ୍ରଛାତ୍ରୀ ଏବଂ ଚାରି ବର୍ଷରେ ଆଠଟି ମେଡ଼ିକାଲ କଲେଜ, 1200 ଛାତ୍ରଛାତ୍ରୀ । କାମ କିପରି ହୁଏ, କେତେ ବ୍ୟାପକ ପରିମାଣରେ ହୋଇଥାଏ, କେତେ ଦ୍ରୁତ ଗତିରେ ହୋଇଥାଏ, ଏହାକୁ ମୁଁ ଗ୍ରହଣ କରେ ନାହିଁ ଏହାର ବଡ଼ ଉଦାହରଣ ଏବେ ଆଉ କେହି ଖୋଜିବା ଲାଗି କୁଆଡେ ଯିବାର ଆବଶ୍ୟକତା ନାହିଁ ।

ଭାଇ ଓ ଭଉଣୀମାନେ ଆୟୁଷ୍ମାନ ଭାରତର ସଂକଳ୍ପ ସହିତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ) ଆଜିଠାରୁ ଲାଗୁ ହେଉଛି । ଏହି ଯୋଜନାକୁ ପ୍ରତ୍ୟେକ ନିଜ ନିଜ କଳ୍ପନା ଅନୁସାରେ ନାଁ ଦେଉଛନ୍ତି । କେହି ଏହାକୁ ମୋଦୀ କେୟାର ବୋଲି କହୁଛି, କେହି କହୁଛି ଗରିବଙ୍କ ପାଇଁ ଯୋଜନା । ଭିନ୍ନ ଭିନ୍ନ ନାମରେ ଲୋକମାନେ ସମ୍ବୋଧନ କରୁଛନ୍ତି, କିନ୍ତୁ ମୋ ପାଇଁ ଏହା ଆମ ଦେଶର ଦରିଦ୍ରନାରାୟଣଙ୍କ ସେବାର ଏକ ମହାନତମ ସୁଯୋଗ । ଗରିବଙ୍କ ସେବା କରିବା ଲାଗି ମୁଁ ଭାବୁଛି ଏହାଠାରୁ ବଡ଼ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ, ଅଭିଯାନ ହୋଇପାରିବ ନାହିଁ,ଯୋଜନା ହୋଇପାରିବ ନାହିଁ ।

ଦେଶର 50 କୋଟିରୁ ଅଧିକ ଭାଇ-ଭଉଣୀଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦେବାର ଏହି ସୁବିଧା ବିଶ୍ୱରେ ଏପରି ସବୁଠୁ ବଡ଼ ଯୋଜନା ଅଟେ । ସାରା ବିଶ୍ୱରେ ସରକାରୀ ଅର୍ଥରେ ଏତେ ବଡ଼ ଯୋଜନା କୌଣସି ଦେଶ କିମ୍ବା ଦୁନିଆରେ ଚାଲୁନାହିଁ ।

ଏହି ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା, ଯେତେବେଳେ ଆମେ ଏଠାରେ ବସୁଛୁ ତ’ କଳ୍ପନା କରିପାରିବା ସମ୍ଭବ ନୁହେଁ । ସାରା ୟୁରୋପୀୟ ସଂଘ, 27 -28ଟି ଦେଶ, ଏଗୁଡ଼ିକର ଯେତିକି ଜନସଂଖ୍ୟା, ସେତିକି ଲୋକଙ୍କୁ ଭାରତରେ ଏହି ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳିବାକୁ ଯାଉଛି ।

ସାରା ଆମେରିକାର ଜନସଂଖ୍ୟା, ସାରା କାନାଡାର ଜନସଂଖ୍ୟା, ସାରା ମେକ୍ସିକୋର ଜନସଂଖ୍ୟା, ଏହି ତିନି ଦେଶର ଜନସଂଖ୍ୟାକୁ ମିଶାଇ ଦେଲେ ଏବଂ ଯେତିକି ଜନସଂଖ୍ୟା ହେଉଛି ତା’ଠାରୁ ମଧ୍ୟ ଅଧିକ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଦେଶର ଲୋକମାନଙ୍କ ଆରୋଗ୍ୟର ଚିନ୍ତା ଦୂର ହେବ ।

ଏବଂ ଏଥିପାଇଁ ଏବେ ଆମ ସ୍ୱାସ୍ଥ୍ୟ ମନ୍ତ୍ରୀ ନଡ୍ଡାଜୀ କହୁଥିଲେ ଯେ ସ୍ୱାସ୍ଥ୍ୟ ଜଗତରେ ଯେଉଁ ସବୁଠୁ ବଡ଼ ମାନ୍ୟତାପ୍ରାପ୍ତ ପତ୍ରିକା ଅଛି, ସେଥିରେ ମଧ୍ୟ ଖୁବ ବଡ଼ କରି ଭାରତର ଏହି ପରିବର୍ତ୍ତନକାରୀ, ଏକ ବହୁତ ବଡ଼ ମହତ୍ୱକାଂକ୍ଷୀ ଯୋଜନା ଆଗକୁ ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ ପାଇଛି ।

ଆହୁରି ମୋର ବିଶ୍ୱାସ ଅଛି ଏବଂ ଭରସା ରହିଛି ଯେ ଆଗାମୀ ଦିନରେ ବିଶ୍ୱରେ ମେଡ଼ିକାଲ କ୍ଷେତ୍ରରେ କାମ କରୁଥିବା ଲୋକମାନେ ସ୍ୱାସ୍ଥ୍ୟ ସମ୍ପର୍କରେ ଭିନ୍ନ ଭିନ୍ନ ଯୋଜନା ବିଷୟରେ ଚିନ୍ତା କରୁଥିବା ଲୋକମାନେ, ସ୍ୱାସ୍ଥ୍ୟ ଏବଂ ସାଧାରଣ ଜନତାଙ୍କ ଜୀବନରେ ପରିବର୍ତ୍ତନ ଦ୍ୱାରା ସାମାଜିକ ଜୀବନରେ ହେଉଥିବା ପ୍ରଭାବର ଚର୍ଚ୍ଚା କରୁଥିବା ଲୋକମାନେ, ସେମାନେ ସମାଜବିଜ୍ଞାନୀ ହୁଅନ୍ତୁ,ସେମାନେ ମେଡ଼ିକାଲ ସାଇନ୍ସ କ୍ଷେତ୍ରର ଲୋକ ହୁଅନ୍ତୁ, ସେମାନେ ଅର୍ଥଶାସ୍ତ୍ରର ଲୋକମାନେ ହୁଅନ୍ତୁ,ବିଶ୍ୱର ପ୍ରତ୍ୟେକଙ୍କୁ ଭାରତର ଏହି ଆୟୁଷ୍ମାନ ଭାରତ ଯୋଜନାର ଅଧ୍ୟୟନ କରିବାକୁ ହେବ, ଚିନ୍ତା କରିବାକୁ ହେବ ଏବଂ ଏହାର ଆଧାରରେ ବିଶ୍ୱର ପାଇଁ କିପରି ମଡେଲ ପ୍ରସ୍ତୁତ କରାଯାଇପାରିବ । ସେଥିପାଇଁ କେବେ କେବେ ଚିନ୍ତା କରି ଯୋଜନା ତିଆରି କରିବାକୁ ପଡ଼ିବ ।

ମୁଁ ଏହି ଯୋଜନାକୁ ବାସ୍ତବ ରୂପ ଦେବା ଲାଗି ଯେଉଁ ଟିମ କାମ କରିଛନ୍ତି, ମୋର ସମସ୍ତ ସାଥୀଗଣ ଯେଉଁମାନେ କାମ କରିଛନ୍ତି, ଏହି କାମ ଛୋଟ ନୁହେଁ । 6 ମାସ ଭିତରେ ବିଶ୍ୱର ଏତେବଡ଼ ଯୋଜନା,ଯାହାର ପରିକଳ୍ପନା ଠାରୁ ଆରମ୍ଭ କରି ଚମତ୍କାର କରି ଦେଖାଇବା ପର୍ଯ୍ୟନ୍ତ ଯାତ୍ରା କେବଳ 6 ମାସରେ । ଯେତେବେଳେ ଉତ୍ତମ ପ୍ରଶାସନ ବିଷୟରେ ଯେଉଁ ଲେକମାନେ ଚର୍ଚ୍ଚା କରୁଥିବେ, ଗୋଟିଏ ଟିମ ହୋଇ, ଗୋଟିଏ ଦୂରଦୃଷ୍ଟିର ସହିତ, ଗୋଟିଏ ରୋଡମ୍ୟାପ ନେଇ, ସମୟସୀମା ମଧ୍ୟରେ ଏହାକୁ ପୂରଣ କରି ଏବଂ 50 କୋଟି ଲୋକମାନଙ୍କୁ ଯୋଡ଼ି, 13 ହଜାର ଡାକ୍ତରଖାନାକୁ ଯୋଡ଼ି, 6 ମାସ ଭିତରେ ଏତେ ବଡ଼ ଯୋଜନା ଆଜି ପୃଥିବୀକୁ ଆଣିବା, ଏହା ଏକ ବହୁତ ବଡ଼ ଚମତ୍କାର ଅଟେ ।

ଏବଂ ମୁଁ ଏଥିପାଇଁ ମୋର ସମସ୍ତ ଟିମକୁ ଆଜି ସାଧାରଣ ଭାବେ 125 କୋଟି ଦେଶବାସୀଙ୍କ ସମ୍ମୁଖରେ ମନଭରି ଅଭିନନ୍ଦନ କରିବାକୁ ଚାହୁଁଛି, ସମ୍ପୂର୍ଣ୍ଣ ଭାବେ ଅଭିନନ୍ଦନ କରିବାକୁ ଚାହୁଁଛି । ଏବଂ ମୋର ବିଶ୍ୱାସ ଅଛି ଯେ ଏହି ଟିମ ଏବେ ଆହୁରି ଉତ୍ସାହ ନେଇ ଆହୁରି ଅଧିକ ସମର୍ପଣରେ କାମ କରିବ କାରଣ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ସେମାନଙ୍କ ପଛରେ ଲାଗିଥିଲେ, କିନ୍ତୁ ଏବେ 50 କୋଟି ଗରିବଙ୍କ ଆଶୀର୍ବାଦ ସେମାନଙ୍କ ସହିତ ରହିଛି । ଏବଂ ଯେତେବେଳେ 50 କୋଟି ଗରିବଙ୍କ ଆଶୀର୍ବାଦ ଏହି ଟିମ ସହିତ ରହିଛି, ଗାଁରେ ବସିଥିବା ଆଶା କର୍ମୀ ମଧ୍ୟ ପ୍ରାଣପଣେ ଏହି କାମକୁ ସମ୍ପୂର୍ଣ୍ଣ କରିବାରେ ଲାଗିଯିବ, ଏହାକୁ ଯଶସ୍ୱୀ  କରି ରହିବା, ଏହାର ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।

ସାଥୀଗଣ, ଗରିବମାନଙ୍କୁ ସ୍ୱାସ୍ଥ୍ୟର ଏହି ଯେଉଁ ସୁରକ୍ଷା କବଚ ମିଳିଛି, ଏହାକୁ ସମର୍ପିତ କରି ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି, ଯୋଜନା ତ’ ଭଲ ଅଟେ, ପ୍ରତ୍ୟେକଙ୍କ ପାଇଁ, କିନ୍ତୁ କ’ଣ କେହି ଡାକ୍ତରଖାନାର ଉଦଘାଟନ କରିବାକୁ ଗଲେ ଏବଂ ଏପରି କହିପାରିବ କି ଆପଣଙ୍କ ଡାକ୍ତରଖାନା ତ’ ପୂରଣ ହୋଇଯାଉ ବୋଲି? କେହି କହିପାରିବ ନାହିଁ । ମୁଁ ତ’ ହସପିଟାଲର ଉଦଘାଟନ କରିବାକୁ ଯିବି ତ’କହିବି ଆପଣଙ୍କ ଡାକ୍ତରଖାନା ସବୁବେଳେ ଖାଲି ରହୁ ।

ଆଜି ଆୟୁଷ୍ମାନ ଭାରତ ଯୋଜନାର ଆରମ୍ଭ କରୁଥିବା ସମୟରେ ମଧ୍ୟ ମୁଁ ଭଗବାନଙ୍କୁ ଏହି ପ୍ରାର୍ଥନା କରିବି ଯେ ମୋ ଦେଶର କୌଣସି ଗରିବକୁ ତା’ ପରିବାର ଉପରକୁ ଏପରି କୌଣସି ବିପଦ ନଆସୁ ଯାହାଦ୍ୱାରା ତା’କୁ ଏହି ଯୋଜନା ଲାଗି ଡାକ୍ତରଖାନାର ଦ୍ୱାରକୁ ବାଧ୍ୟ ହୋଇ ଯିବାକୁ ପଡ଼େ । କାହାର ଜୀବନରେ ଏପରି ଖରାପ ଅବସ୍ଥା ଆସିବା ଉଚିତ ନୁହେଁ । ଏବଂ ଏଥିପାଇଁ ମଧ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଲାଗି ମଧ୍ୟ ଆମେ ପରମାତ୍ମାଙ୍କୁ ପ୍ରାର୍ଥନା କରୁଛୁ । ଏବଂ ଯଦି କୌଣସି ବିପଦ ଆସିଲା ତ’ ଆୟୁଷ୍ମାନ ଭାରତ ଆପଣଙ୍କ ଚରଣରେ ହାଜର ହେଉ ।

ଯଦି ଦୁର୍ଭାଗ୍ୟବଶତଃ ଆପଣଙ୍କ ଜୀବନରେ ରୋଗର ଦୁଶ୍ଚକ୍ର ଆସିଲା ତ’ ଆପଣଙ୍କୁ ମଧ୍ୟ ଦେଶର ଧନୀ ଲୋକମାନେ ଯେପରି ଚିକିତ୍ସା ସେବା ପାଉଛନ୍ତି, ଏବେ ମୋ ଦେଶର ଗରିବମାନଙ୍କୁ ମଧ୍ୟ ସେପରି ସେବା ଉପଲବ୍ଧ ହେବା ଉଚିତ । ମୋ ଦେଶର ଗରିବମାନଙ୍କୁ ମଧ୍ୟ ସେ ସମସ୍ତ ସୁବିଧା ଉପଲବ୍ଧ ହେବା ଉଚିତ ଯାହା ଦେଶର କୌଣସି ଧନୀ ବ୍ୟକ୍ତିଙ୍କୁ ମିଳୁଛି ।

ଭାଇ ଓ ଭଉଣୀମାନେ, ଏହି ଯୋଜନା ଆଜି ଠାରୁ ଲାଗୁ ହେଉଛି କିନ୍ତୁ ଏହା ଏତେ ବଡ଼ ଯୋଜନା ହୋଇଥିବାରୁ ଟ୍ରାଏଲ କରିବା ମଧ୍ୟ ଜରୁରୀ ଥିଲା । ଟେକ୍ନୋଲଜି କାମ କରିବ କିମ୍ବା କରିବ ନାହିଁ,ଯେଉଁମାନେ ଆରୋଗ୍ୟ ମିତ୍ର ହୋଇଛନ୍ତି, ସେମାନେ ଠିକ ଭାବେ କାମ କରିପାରିବେ କି କରିପାରିବେ ନାହିଁ, ଡାକ୍ତରଖାନା ଯେଉଁଗୁଡ଼ିକ ପୂର୍ବରୁ କାର୍ଯ୍ୟକ୍ଷମ ଥିଲା, ସେଗୁଡ଼ିକୁ ବଦଳାଇ ଠିକ କରିବା କି ନାହିଁ । ଏବଂ ଏଥିପାଇଁ ଗତ କିଛି ଦିନ ଧରି ଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ଏହାର ଟ୍ରାଏଲ ଚାଲିଥିଲା । ଏବଂ ମୋର ବିଶ୍ୱାସ ଅଛି ଯେ ଦେଶକୁ ସଠିକ ଭାବେ ସ୍ୱାସ୍ଥ୍ୟର ଅଧିକାର ଦେବାର ଏହି ଅଭିଯାନ ନିଜର ପ୍ରତ୍ୟେକ ଉଦ୍ଦେଶ୍ୟରେ ସଫଳ ରହିବ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ।

ସାଥୀଗଣ, ଆୟୁଷ୍ମାନ ଭାରତ ଯୋଜନା ସହିତ ଏକ ସ୍ୱତନ୍ତ୍ର ଅବସର ମଧ୍ୟ ଯୋଡ଼ି ହୋଇଛି । ଯେତେବେଳେ 14 ଏପ୍ରିଲରେ ଛତିଶଗଡ଼ର ବସ୍ତରର ଜଙ୍ଗଲରେ ମୁଁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲି, କଲ୍ୟାଣ କେନ୍ଦ୍ର କାମ ଆରମ୍ଭ କରିଥିଲି, ତାହା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିଲା । ଆଜି ଯେତେବେଳେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଗକୁ ବଢ଼ୁଛି ତ’ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜନ୍ମ-ଜୟନ୍ତୀ 25 ସେପ୍ଟେମ୍ବରକୁ ଦୃଷ୍ଟି ରଖି ଦୁଇ ଦିନ ପୂର୍ବରୁ ଆଜି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଉଛି । ଆଜି ରବିବାର ଥିଲା, ମୋତେ ବି ସୁବିଧା ମିଳିଥିଲା ଏବଂ ସେଥିପାଇଁ ମୁଁ ଦୁଇ ଦିନ ପୂର୍ବରୁ ଏହାକୁ ପ୍ରଥମେ ଶୁଭାରମ୍ଭ କରିଛି । କିନ୍ତୁ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ମଧ୍ୟ । ଆଜି ଯେଉଁ ମାଟି, ଯେଉଁ ନାମକୁ ନେଇ ଉତ୍ସାହର ଅନୁଭବ ହେଉଛି, ଚେତନାମୟ ହୋଇଯାଉଛି, ଯାହାର ପ୍ରତ୍ୟେକ ଶବ୍ଦରେ ଜଗାଇବାର ସାମର୍ଥ୍ୟ ରହିଛି, ସେହି ରାଷ୍ଟ୍ରକବି ଦିନକରଙ୍କ ଜୟନ୍ତୀ ମଧ୍ୟ ।

ଏବଂ ସେଥିପାଇଁ ସେହି ମହାପୁରୁଷମାନଙ୍କ ଆଶୀର୍ବାଦ ସହିତ ସମାଜର ପ୍ରତ୍ୟେକ ପ୍ରକାରର ଭେଦଭାବକୁ ଦୂର କରିବା ଲାଗି ଏବଂ ଯେଉଁମାନେ ସାରା ଜୀବନ ଗରିବଙ୍କ ପାଇଁ ଚିନ୍ତା କରିଛନ୍ତି,ଗରିବଙ୍କ ପାଇଁ, ଗରିବଙ୍କ ଗରିମା ଲାଗି ନିଜକୁ ସମର୍ପି ଦେଇଥିଲେ, ସେପରି ମହାପୁରୁଷମାନଙ୍କୁ ସ୍ମରଣ କରି ଆଜି ଦେଶକୁ ଏହି ଯୋଜନା ଆମେ ଦେଉଛୁ ।

 

ଦେଶରେ ଉନ୍ନତ ଚିକିତ୍ସା କିଛି ଲୋକମାନଙ୍କ ମଧ୍ୟରେ ସୀମିତ ନରହୁ । ସମସ୍ତଙ୍କୁ ଉତ୍ତମ ଚିକିତ୍ସା ମିଳୁ । ଏହି ଭାବନା ସହିତ ଆଜି ଏହି ଯୋଜନା ଦେଶକୁ ସମର୍ପିତ କରିବାକୁ ଯାଉଛୁ ।

ଭାଇ ଓ ଭଉଣୀମାନେ, ଆମ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର କଥା ଯେତେବେଳେ ଆଲୋଚନା ହୁଏ ତ’କୁହାଯାଏ ଯେ ଭାରତରେ ଯଦି କାହାର ଚିକିତ୍ସାହରେ 100 ଟଙ୍କା ଖର୍ଚ୍ଚ ହେଉଛି ତ’ ସେଥିରେ 60 ଟଙ୍କାରୁ ଅଧିକ ବୋଝ ସେହି ପରିବାର ଏବଂ ସେହି ବ୍ୟକ୍ତି ଉପରେ ପଡ଼ିଥାଏ । ସେ ଯାହା ସଂଚୟ କରିଥାଏ, ସେସବୁ ରୋଗର ଚିକିତ୍ସାରେ ଚାଲିଯାଇଥାଏ । ଆୟର ଅଧିକାଂଶ ଭାଗ ଏପରି ଖର୍ଚ୍ଚ ହେବା କାରଣରୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟରୁ ବାହାରକୁ ବାହାରିବାର ଦ୍ୱାର ଦେଶରେ ଛିଡ଼ା ହୋଇଥାନ୍ତି କିନ୍ତୁ ଆଉ ଏକ ରୋଗ ପୁଣି ସେମାନଙ୍କୁ ଦାରିଦ୍ର୍ୟ ମଧ୍ୟକୁ ନେଇଯାଇଥାଏ । ଏପରି ପରିସ୍ଥିତିକୁ ବଦଳାଇବା ଲାଗି ଆମେ ଏହି ବୋଝ ଉଠାଇଛୁ ।

ଭାଇ-ଭଉଣୀମାନେ, ଦାରିଦ୍ର୍ୟ ହଟାଓର ସ୍ଲୋଗାନ, ଦେଶ ସ୍ୱାଧୀନ ହେଲାଠାରୁ ଆମେ ଶୁଣି ଆସୁଛୁ । ଗରିବଙ୍କ ଆଖିରେ ଧୂଳି ପକାଉଥିବା, ଗରିବଙ୍କ ନାମର ମାଳା ଜପୁଥିବା ଲୋକମାନେ ଯଦି ଆଜିଠାରୁ 30-40-50 ବର୍ଷ ପୂର୍ବରୁ ଗରିବଙ୍କ ନାମରେ ରାଜନୀତି କରିବା ବଦଳରେ ଗରିବଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥା’ନ୍ତେ, ଆଜି ଯେଉଁ ହିନ୍ଦୁସ୍ତାନ ଅଛି, ସେପରି ହୋଇନଥାନ୍ତା । ସେମାନେ ଗରିବଙ୍କ ସମ୍ପର୍କରେ ଚିନ୍ତା କରିବାରେ ଭୁଲ କଲେ । ଏହି ମୌଳିକ ଭୁଲ ଦେଶକୁ ଆଜି ଭୋଗିବାକୁ ପଡ଼ୁଛି । ସେମାନେ ଏହା ଭାବିଲେ ନାହିଁ ଯେ ଗରିବ କିଛି ନା କିଛି ମାଗିଥାଏ । ଗରିବକୁ କିଛି ମାଗଣାରେ ଦେଇଦେବା, ତା’କୁ ଏହା ଦରକାର, ଏହା ସେମାନଙ୍କ ସବୁଠୁ ବଡ଼ ଭୁଲ ଭାବନା ଥିଲା । ଗରିବ ଯେତିକି ସ୍ୱାଭିମାନୀ ହୋଇଥାଏ, ବୋଧହୁଏ ସେହି ସ୍ୱାଭିମାନୀକୁ ମାପିବା ଲାଗି ଆପଣମାନଙ୍କ ପାଖରେ କୌଣସି ନିକିତି ନାହିଁ ।

ମୁଁ ଦାରିଦ୍ର୍ୟରେ ବଂଚିଛି, ମୁଁ ଦାରିଦ୍ର୍ୟ ମଧ୍ୟରେ ବଢ଼ିଛି । ମୁଁ ଦାରିଦ୍ର୍ୟ ମଧ୍ୟରେ ସ୍ୱାଭିମାନକୁ ମନଭରି ଉପଭୋଗ କରିଛି । ତାହା ହିଁ ସ୍ୱାଭିମାନ ଅଟେ ଯାହା ଦାରିଦ୍ର୍ୟ ସହ ଯୋଡ଼ିବାର ଶକ୍ତି ମଧ୍ୟ ଦେଇଥାଏ । ଦାରିଦ୍ର୍ୟର ସ୍ଥିତିରେ ମଧ୍ୟ ବଂଚିବାର ଶକ୍ତି ମଧ୍ୟ ଦେଇଥାଏ । କିନ୍ତୁ ନା କେବେ ଗରିବର ସ୍ୱାଭିମାନକୁ ବୁଝିବାର ପ୍ରୟାସ କରାଗଲା, ନା ଗରିବର ସ୍ୱପ୍ନକୁ ସାକାର କରିବା ଲାଗି ତା’ର ଉଦ୍ଦେଶ୍ୟକୁ ବୁଝିବାର ପ୍ରୟାସ କରାଗଲା । ଏବଂ ସେଥିପାଇଁ ପ୍ରତ୍ୟେକ ନିର୍ବାଚନରେ ଅଳ୍ପ କିଛି ଦେଇ ନିଜ ରାଜନୈତିକ ଉଦ୍ଦେଶ୍ୟକୁ ପୂରଣ କରିବାର ଖେଳ ଚାଲିଲା ।

ଆମେ ରୋଗର ମୂଳକୁ ଧରିଛୁ । ଦେଶ ଦାରିଦ୍ର୍ୟରୁ ମୁକ୍ତି ଆଡ଼କୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କିଛି ଦିନ ପୂର୍ବେ ଏକ ଅନ୍ତର୍ଜାତୀୟ ସଂସ୍ଥା କହିଥିଲା- ଦୁଇ ତିନି ବର୍ଷ ମଧ୍ୟରେ ଦେଶରେ ପାଂଚ କୋଟି ପରିବାର ଅତି ଦାରିଦ୍ର୍ୟାରୁ ବାହାରକୁ ବାହାରି ଆସିଛନ୍ତି ।

ଭାଇ-ଭଉଣୀମାନେ, ଏହା ଏଥିପାଇଁ ସମ୍ଭ ହୋଇଛି କାରଣ ଆମେ ଗରିବମାନଙ୍କ ସଶକ୍ତିରକରଣ ଉପରେ ଗୁରୁତ୍ୱ ଦେଇଛୁ । ଏବଂ ସେଥିପାଇଁ ଗରିବକୁ ଯଦି ଘର ମିଳିଥାଏ ତ’ ତାର ଜୀବନର ଚିନ୍ତାଧାରା ବଦଳିଥାଏ । ଯଦି ଗରିବ ମା’କୁ ଗ୍ୟାସ ସଂଯୋଗ ମିଳୁଛି ତ ସେହି ମା’ ଜୀବନରେ ଆତ୍ମବିଶ୍ୱାସର ସହିତ ଅନ୍ୟମାନଙ୍କ ସହ ତୁଳନୀୟ ହୋଇ ଛିଡ଼ା ହୋଇଥାଏ ।

ଯେତେବେଳେ ଗରିବ ଲୋକଙ୍କ ବ୍ୟାଙ୍କରେ ଏକାଉଣ୍ଟ ଖୋଲିଥାଏ ତ’ ସେ ମଧ୍ୟ ଆତ୍ମସମ୍ମାନର ଅନୁଭବ କରିଥାଏ । ଟଙ୍କା ସଂଚୟ କରିବାର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିନେଇଥାଏ । ଯେତେବେଳେ ଗରିବର ଟିକାକରଣ ହୋଇଥାଏ, ପୁଷ୍ଟିସାଧନ ମିଶନର ଲାଭ ମିଳିଥାଏ ତ ଗରିବ ମଧ୍ୟ ସଶକ୍ତିକରଣ ଦିଗରେ ଆହୁରି ଆଗକୁ ବଢ଼ିଥାଏ ।

ଆପଣମାନେ ଦେଖିଥିବେ, ଏବେ ଏସିଆନ ଗେମ୍ସ ଅନୁଷ୍ଠିତ ହୋଇଥିଲା, ଏସିଆନ ଗେମ୍ସରେ ପୁରସ୍କାର ଆଣିବା ଲୋକ କେଉଁମାନେ ଥିଲେ? ସ୍ୱର୍ଣ୍ଣ ପଦକ ଆଣିବା ଲୋକ କେଉଁମାନେ ଥିଲେ?ଭାରତକୁ ନୂଆ ନୂଆ ସମ୍ମାନଜନକ ସ୍ଥିତି ଦେବା ଲୋକ କେଉଁମାନେ ଥିଲେ? ଅଧିକାଂଶ ଶିଶୁ, ପୁଅ ହେଉ ଅବା ଝିଅ, ଛୋଟ ଗାଁରେ ଜନ୍ମ ନେଇଥିବା, ଗରିବ ଘରେ ଜନ୍ମ ନେଇଥିବା, ଅପପୁଷ୍ଟିର ଜୀବନ ବିତାଇ ବଢ଼ିଥିବା, କିନ୍ତୁ ସୁଯୋଗ ମିଳିଲେ ତ’ ଭାରତର ନାମ ଉଜ୍ଜ୍ୱଳ କରି ଆସିଲେ ।

ଗରିବ ନିକଟରେ ମଧ୍ୟ ସେହି ଶକ୍ତି ରହିଛି, ତା’କୁ ଚିହ୍ନିବା ଜରୁରୀ ଅଟେ । ଏବଂ ସେଥିପାଇଁ ଆମର ସବୁ ଯୋଜନା ଗରିବମାନଙ୍କ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ । ଦେଶରେ ଏକ ବହୁତ ବଡ଼ ଅନ୍ୟ ପରିବର୍ତ୍ତନ ଆସିଛି । ଦେଶରେ ସମସ୍ତ ନୀତି କେବଳ ଏବଂ କେବଳ ଭୋଟ ବ୍ୟାଙ୍କର ରାଜନୀତି ଆଧାରରେ କରାଯାଇଛି । କେଉଁ ଜାତିକୁ ଫାଇଦା ମିଳିବ, ଯେଉଁ ଜାତିରୁ ନିର୍ବାଚନ ଜିତିବାର ଗ୍ୟାରେଂଟି ମିଳବ । କେଉଁ ସମ୍ପ୍ରଦାୟର ଲୋକମାନଙ୍କୁ ଫାଇଦା ମିଳିବ, ଯେଉଁ ସମ୍ପ୍ରଦାୟର ଲୋକମାନଙ୍କ ଠାରୁ ଭୋଟ ଗୋଟାଇବାର ସମ୍ଭାବନା ବଢ଼ିବ । କେଉଁ ଅଂଚଳକୁ ଲାଭ ମିଳିବ, ଯେଉଁ ଇଲାକାରୁ ନିର୍ବାଚନ ଜିତିବାର ସମ୍ଭାବନା ଥିବ । ତାହା ଆଂଚଳିକ ବିକାଶର ମାନଦଣ୍ଡ ହେଉ, ତାହା ସାମାଜିକ ପରିବର୍ତ୍ତନର ମାନଦଣ୍ଡ ହେଉ, ତାହା ସାମ୍ପ୍ରଦାୟିକ ଉତ୍ତେଜନାରୁ ମୁକ୍ତ ମାର୍ଗ ହେଉ, ପୂର୍ବରୁ ସରକାରମାନେ କେବଳ ଏବଂ କେବଳ ଭୋଟ ବ୍ୟାଙ୍କର ରାଜନୀତି ଅନ୍ତର୍ଗତ ସମାଜର ଶକ୍ତିକୁ ବଢ଼ାଇବା ବଦଳରେ ରାଜନୈତିକ ଦଳଗୁଡ଼ିକର ଶକ୍ତି ବଢ଼ାଇବା ଲାଗି ସରକାର ରାଜସ୍ୱର ଉପଯୋଗ କରିଛନ୍ତି । ସରକାରୀ ରାଜସ୍ୱ ବ୍ୟାପକ ଭାବେ ଲୁଟ ହେଲା ।

ଆମେ ସେହି ରାସ୍ତା ଛାଡ଼ି ଦେଇଛୁ । ଆମେ ଚାହୁଁଛୁ ଦେଶ କେବେ ହେଲେ ସେହି ରାସ୍ତାରେ ନଫେରୁ । ଆମର ମନ୍ତ୍ର ରହିଆସିଛି- ‘ସବକା ସାଥ-ସବକା ବିକାଶ ।’ ସମ୍ପ୍ରଦାୟର ଆଧାରରେ ଆୟୁଷ୍ମାନ ଭାରତ ଯୋଜନା ହେବ ନାହିଁ । ଜାତି ଆଧାରରେ ଆୟୁଷ୍ମାନ ଭାରତ ହେବ ନାହିଁ । ଉଚ୍ଚ-ନୀଚର ଭେଦଭାବର ଆଧାରରେ ଆୟୁଷ୍ମାନ ଭାରତ ହେବ ନାହିଁ । ‘ସବକା ସାଥ- ସବକା ବିକାଶ’ଯେକୌଣସି ଜାତିର ହୋଇଥାଉ, ଯେକୌଣସି ବଂଶର ହେଉ, ଯେକୌଣସି ଅଂଚଳରୁ ଆସିଥାଉ,ଯେକୌଣସି ସମ୍ପ୍ରଦାୟର ହୋଇଥାଉ, ଈଶ୍ୱରଙ୍କୁ ମାନୁଥାଉ-ନମାନୁଥାଉ, ମନ୍ଦିରକୁ ଯାଉଥାଉ,ମସଜିଦକୁ ଯାଉଥାଉ, ଗୁରୁଦ୍ୱାରକୁ ଯାଉଥାଉ, ଚର୍ଚ୍ଚକୁ ଯାଉଥାଉ, କୌଣସି ଭେଦଭାବ ନାହିଁ,ପ୍ରତ୍ୟେକଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳିବ- ‘ସବକା ସାଥ ସବକା ବିକାଶ’ ।

ସାଥୀଗଣ, ଏହି ଯୋଜନା କେତେ ବ୍ୟାପକ ଅଟେ- ଏହାର ଅନୁମାନ ଏ କଥାରୁ ଲଗାଯାଇପାରିବ ଯେ କ୍ୟାନସର, ହୃଦରୋଗ, କିଡନୀ ଏବଂ ଲିଭର ରୋଗ, ଡାଇବେଟିସ ସମେତ 13ଶହରୁ ଅଧିକ ରୋଗକୁ, ଏହାର ଚିକିତ୍ସାକୁ ଏହି ଯୋଜନାରେ ସାମିଲ କରାଯାଇଛି । ଏକ ହଜାର 3ଶହ – ଏତେ ସବୁ ଗୁରୁତର ରୋଗର ଚିକିତ୍ସା ସରକାରୀ ନୁହେଁ, ବରଂ ଦେଶର ଘରୋଇ ଡାକ୍ତରଖାନାରେ ମଧ୍ୟ ସୁଲଭ ହେବ ।

5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେଉଁ ଖର୍ଚ୍ଚ ଅଛି, ସେଥିରେ ଡାକ୍ତରଖାନାରେ ଭର୍ତ୍ତି ହେବା ବ୍ୟତୀତ ଜରୁରୀରୋଗ ନିରୂପଣ ପରୀକ୍ଷା, ଔଷଧ, ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବର ଖର୍ଚ୍ଚ ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଖର୍ଚ୍ଚ, ଏଥିରେ ସାମିଲ ରହିଛି । ଯଦି କାହାକୁ ପୂର୍ବରୁ କୌଣସି ରୋଗ ଅଛି ସେହି ରୋଗର ଖର୍ଚ୍ଚ ମଧ୍ୟ ଏହି ଯୋଜନା ଦ୍ୱାରା ଉଠାଯିବ ।

କେବଳ ସେତିକି ନୁହେଁ, ସାରା ଦେଶର ପ୍ରତ୍ୟେକ ହିତାଧିକାରୀଙ୍କୁ ସଠିକ ଭାବେ ଏହାର ଲାଭ ପହଁଚିପାରିବ, ଏହାର ମଧ୍ୟ ପ୍ରଭାବୀ ବ୍ୟବସ୍ଥା କରାଯାଇଛି । ଆପଣମାନଙ୍କୁ ଚିକିତ୍ସା ଲାଗି ଯେପରି ବୁଲିବାକୁ ପଡ଼ିବ ନାହିଁ, ଏହାକୁ ଧ୍ୟାନରେ ରଖି ବ୍ୟବସ୍ଥା ନିର୍ମାଣ କରାଯାଇଛି । ସବୁକିଛି ପ୍ରଯୁକ୍ତି ମାଧ୍ୟମରେ ସୁନିଶ୍ଚିତ କରିବାର ପ୍ରୟାସ କରାଯାଉଛି । ଚିକିତ୍ସା ଆବଶ୍ୟକ କରୁଥିବା କେହି ଯେପରି ବଂଚିତ ନହୁଅନ୍ତି, ଏହାର ସମୀକ୍ଷା ନିରନ୍ତର ଚାଲୁଛି ।

ଆପଣଙ୍କୁ ଏହି ଯୋଜନାରେ କୌଣସି ପ୍ରକାରର ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ । ଆପଣମାନଙ୍କୁ ଯେଉଁ ଇ-କାର୍ଡ ମିଳୁଛି, ତାହା ହିଁ ଆପଣଙ୍କ ପାଇଁ ଯଥେଷ୍ଟ ଅଟେ । ଇ-କାର୍ଡରେ ଆପଣଙ୍କ ସହ ଜଡ଼ିତ ସମସ୍ତ ସୂଚନା ରହିବ । ଏଥିପାଇଁ ଆପଣଙ୍କୁ ବ୍ୟାପକ କାଗଜପତ୍ର କାମର ଜଞ୍ଜାଳରେ ମଧ୍ୟ ପଡ଼ିବାର ଆବଶ୍ୟକତା ନାହିଁ ।

ଏହା ବ୍ୟତୀତ ଗୋଟିଏ ଟେଲିଫୋନ ନମ୍ବର ଏବଂ ମୁଁ ମାନୁଛି ଯେ ଏହାକୁ ମନେ ରଖିବାକୁ ହେବ ଆପଣମାନଙ୍କୁ । ମୋର ସମସ୍ତ ଗରିବପରିବାରକୁ ମୁଁ ଅନୁରୋଧ କରୁଛି, ଏହି ନମ୍ବରକୁ ମନେ ରଖନ୍ତୁ-14555, ଏକ ଚାରି ଟ୍ରିପଲ ଫାଇଭ, ଏହି ନମ୍ବରରେ ଆପଣମାନେ ସୂଚନା ପାଇପାରିବେ ଯେ ଆପଣଙ୍କ ନାମ ଅଛି ନା ନାହିଁ । ଆପଣଙ୍କ ପରିବାରର ନାମ ଅଛି ନା ନାହିଁ । ଆପଣଙ୍କୁ କ’ଣ କଷ୍ଟ ଅଛି,କ’ଣ ଲାଭ ମିଳିପାରିବ, ଏ ସମସ୍ତ କଥା, କିମ୍ବା ପୁଣି ଆପଣଙ୍କ ପାଖରେ ଯେଉଁ ଜନ ସେବା କେନ୍ଦ୍ର ଅଛି,ଆଜି ଦେଶରେ ତିନି ଲକ୍ଷ ଜନ ସେବା କେନ୍ଦ୍ର ଅଛି, ସେହି ତିନି ଲକ୍ଷ କେନ୍ଦ୍ର କାହାକୁ ମଧ୍ୟ ଦୁଇ ତିନି କିମି ଦୂରକୁ ଯିବାକୁ ପଡ଼ିବ ନାହିଁ । ସେ ଯାଇ ମଧ୍ୟ ସେଠାରେ ନିଜ ସୂଚନା ପାଇପାରିବେ ।

ସାଥୀଗଣ, ଏହି ବ୍ୟବସ୍ଥାଗୁଡ଼ିକ ସହିତ ଆହୁରି ଦୁଇ ଜଣ ବଡ଼ ସହାୟକ  ଆପଣଙ୍କ ଆଖପାଖରେ ରହିଥିବେ । ଜଣେ- ଆପଣଙ୍କ ଗ୍ରାମର ଆଶା ଏବଂ ଏଏନଏମ ଭଉଣୀ, ଏବଂ ଆଉ ଜଣେ- ପ୍ରତ୍ୟେକ ଡାକ୍ତରଖାନାରେ ଆପଣଙ୍କ ସହାୟତା ଲାଗି ଉପସ୍ଥିତ ପ୍ରଧାନମନ୍ତ୍ରୀ ଆରୋଗ୍ୟ ମିତ୍ର । ଏହି ପ୍ରଧାନମନ୍ତ୍ରୀ ଆରୋଗ୍ୟ ମିତ୍ର ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବ ଠାରୁ ଆରମ୍ଭ କରି ଚିକିତ୍ସା ପରବର୍ତ୍ତି ସମୟ ପର୍ଯ୍ୟନ୍ତ ଆପଣମାନଙ୍କୁ ଯୋଜନାର ଲାଭ ଦେବା ଲାଗି ଆପଣମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବେ । ଦେଶକୁ ଆୟୁଷ୍ମାନ କରିବାରେ ଲାଗିଥିବା ଆମର ଏହି ସମର୍ପିତ ସାଥୀ ପ୍ରତ୍ୟେକ ସଠିକ ସୂଚନା ଆପଣଙ୍କ ନିକଟରେ ପହଁଚାଇବେ ।

ସାଥୀଗଣ, ଆୟୁଷ୍ମାନ ଭାରତର ଏହି ମିଶନ ସଠିକ ଭାବେ ଏକ ଭାରତ, ସମସ୍ତଙ୍କୁ ଗୋଟିଏ ପ୍ରକାରର ଚିକିତ୍ସାର ଭାବନାକୁ ମଜବୁତ କରୁଛି । ଯେଉଁ ରାଜ୍ୟ ଏହି ଯୋଜନା ସହିତ ଯୋଡ଼ି ହୋଇଛନ୍ତି,ସେଠାରେ ରହୁଥିବା ବ୍ୟକ୍ତି ଯଦି ସେହି ରାଜ୍ୟ ବାହାରକୁ କେଉଁଠିକି ଯାଉଛନ୍ତି ଏବଂ ସେଠାରେ ଅଚାନକ ଆବଶ୍ୟକତା ପଡ଼ୁଛି ତ ସେମାନେ ମଧ୍ୟ ଏହି ଯୋଜନାର ଲାଭ ଅନ୍ୟ ରାଜ୍ୟରେ ମଧ୍ୟ ନେଇପାରିବେ ।

ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଦ୍ୱାରା ସାରା ଦେଶରେ 13 ହଜାରରୁ ଅଧିକ ଡାକ୍ତରଖାନା ମଧ୍ୟ ଏହି ଯୋଜନାରେ ଆମର ସାଥୀ ହୋଇସାରିଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ଡାକ୍ତରଖାନା ଏହି ମିଶନର ଅଂଶବିଶେଷ ହେବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ, ଯେଉଁ ଡାକ୍ତରଖାନା ଭଲ ସେବା ଦେବେ, ବିଶେଷ କରି ଗ୍ରାମୀଣ ଡାକ୍ତରଖାନା, ତ’ ସେଗୁଡ଼ିକୁ ସରକାରଙ୍କ ଦ୍ୱାରା ସହାୟତା ମଧ୍ୟ ଦିଆଯିବ ।

ଭାଇ ଓ ଭଉଣୀମାନେ, ଆୟୁଷ୍ମାନ ଭାରତ ଯୋଜନାର ଲକ୍ଷ୍ୟ ଆର୍ଥିକ ସୁବିଧା ଦେବା ସହିତ ଏପରି ବ୍ୟବସ୍ଥା ମଧ୍ୟ ଛିଡ଼ା କରାଯିବା ଯାହା ଦ୍ୱାରା ଆପଣମାନଙ୍କୁ ଆପଣଙ୍କ ଘର ପାଖରେ ହିଁ ଚିକିତ୍ସାର ଉତ୍ତମ ସୁବିଧା ମିଳିଯିବ ।

ସାଥୀଗଣ, ଆଜି ଏଠାରେ 10ଟି କଲ୍ୟାଣ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏବେ ଝାଡ଼ଖଣ୍ଡରେ ପାଖାପାଖି 40ଟି ଏପରି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ଏବଂ ସାରା ଦେଶରେ ଏହା ପାଖାପାଖି ଦୁଇ ଅଢ଼େଇ ହଜାର ପର୍ଯ୍ୟନ୍ତ ପହଁଚିଯାଇଛି । ଆଗାମୀ ଚାରି ବର୍ଷ ମଧ୍ୟରେ ସାରା ଦେଶରେ ଏପରି ଦେଢ଼ ଲକ୍ଷ କଲ୍ୟାଣ କେନ୍ଦ୍ର ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରହିଛି ।

 

ଭାଇ ଓ ଭଉଣୀମାନେ ଏହି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଆୟୁଷ୍ମାନ ଭାରତର ଅତି ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଅଟେ । ଏହି କେନ୍ଦ୍ରରେ ଛୋଟ ରୋଗର ଚିକିତ୍ସା, ସେଗୁଡ଼ିକର ଚିକିତ୍ସା ପାଇଁ ଔଷଧ ଉପଲବ୍ଧ କରାଇବା ସହିତ ଏଠାରେ ମାଗଣାରେ ଅନେକ ଟେଷ୍ଟ ମଧ୍ୟ କରାଯିବାର ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ଗୁରୁତର ରୋଗର ଲକ୍ଷଣକୁ ଚିହ୍ନଟ ପୂର୍ବରୁ କରିବାରେ ସହାୟତା ମିଳିପାରିବ ।

ସାଥୀଗଣ, ସରକାର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଧାରିବା ଲାଗି ଖଣ୍ଡିତ ଭାବେ ନୁହେଁ ବରଂ ସମ୍ପୂର୍ଣ୍ଣ ଭାବେ ସାମଗ୍ରୀକ ଢଙ୍ଗରେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ନୀତି ପରସ୍ପରର ସହ ଯୋଡ଼ି ହୋଇଛି । ଗୋଟିଏ ପଟେ ସରକାର ସୁଲଭ ଚିକିତ୍ସା ସୁବିଧା ଉପରେ ଧ୍ୟାନ ଦେଉଛନ୍ତି ତ’ଏଥିସହିତ ନିରାକରଣ ଯୋଗ୍ୟ ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ଯୋଗ ହେଉ, ସ୍ୱଚ୍ଛ ଭାରତ ଅଭିଯାନ ହେଉ, ଖୋଲା ମଳମୁକ୍ତ ଗ୍ରାମ ନିର୍ମାଣ କରିବାର ଅଭିଯାନ ହେଉ, ଏ ସମସ୍ତ ଜରିଆରେ ସେହି କାରଣଗୁଡ଼ଇକୁ ଦୂର କରିବା ଲାଗି ପ୍ରୟାସ କରାଯାଉଛି ଯାହାଦ୍ୱାରା ଗୁରୁତର ରୋଗ ହେଉଛି । ଆପଣମାନେ ନିକଟରେ ପଢ଼ିଥିବେ ଯେ ସ୍ୱଚ୍ଛ ଭାରତ ମିଶନ କାରଣରୁ ତିନି ଲକ୍ଷ ଶିଶୁଙ୍କ ଜୀବନ ବଂଚିବାର ସମ୍ଭାବନା ସୃଷ୍ଟି ହୋଇଛି । ନବଜାତ ଶିଶୁଙ୍କ ଜୀବନ ବଂଚାଇବା ସହିତ ଜଡ଼ିତ ତଥ୍ୟ ହେଉ କିମ୍ବା ପୁଣି ପ୍ରସୂତୀ ମାତାମାନଙ୍କର, ଦେଶ ଅତି ଦ୍ରୁତ ଗତିରେ ଆଜି ସୁସ୍ଥ ଭାରତ ହେବା ଦିଗରେ ପାଦ ଆଗକୁ ବଢ଼ାଉଛି ।

ସରକାର ଜାତୀୟ ପୁଷ୍ଟିସାଧନ ମିଶନ ଭଳି ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି ଯାହାଦ୍ୱାରା ପ୍ରାରମ୍ଭିକ ଦିନ ଠାରୁ ହିଁ ଶରୀରକୁ ଅପପୁଷ୍ଟି ହେବାରୁ ଅଟକା ଯାଇପାରିବ । ସେହିପରି ମେଡ଼ିକାଲ ଫିଲ୍ଡର ମାନବ ସମ୍ବଳକୁ ବଢ଼ାଇବା ଉପରେ ମଧ୍ୟ ନିରନ୍ତର କାର୍ଯ୍ୟ କରାଯାଉଛି । ଅନୁମାନ କରାଯାଉଛି ଯେ ଆୟୁଷ୍ମାନ ଭାରତ କାରଣରୁ ଆଗାମୀ ତିନି ବର୍ଷ ମଧ୍ୟରେ ଦେଶରେ ପାଖାପାଖି ଅଢ଼େ ହଜାର ନୂଆ ଭଲ କ୍ୱାଲିଟିର ଆଧୁନିକ ଡାକ୍ତରଖାନା ନିର୍ମାଣ କରାଯିବ । ଏହା ମଧ୍ୟରୁ ଅଧିକାଂଶ ଟାୟର-2,ଟାୟର-3, ଛୋଟ ଛୋଟ ସହରରେ ନିର୍ମାଣ କରାଯିବ । ଏବଂ ଏହି କାରଣରୁ ମଧ୍ୟବିତ୍ତପରିବାରଗୁଡ଼ିକ ପାଇଁ ଏକ ନୂଆ ବ୍ୟବସାୟର କ୍ଷେତ୍ର ଖୋଲିବ । ରୋଜଗାରର ଏକ ନୂଆ ସୁଯୋଗ ସୃଷ୍ଟି ହେବ ।

କେବଳ ସେତିକି ନୁହେଁ, ଏ ସମସ୍ତ ପ୍ରକ୍ରିୟାରେ ମେଡ଼ିକାଲ ସେବାର ସହିତ ବୀମା, ବୈଷୟିକ କୌଶଳ,କଲ ସେଂଟର, ପରିଚାଳନା, ଔଷଧ ଉତ୍ପାଦନ, ଉପକରଣ ନିର୍ମାଣ ଭଳି ଅନେକ କ୍ଷେତ୍ରରେ ଲକ୍ଷାଧିକ-କୋଟି କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଆରମ୍ଭ କରି ତାଲିମପ୍ରାପ୍ତ ଡାକ୍ତରଙ୍କର ବହୁତ ବଡ଼ ଚାହିଦା ଦେଶରେ ସୃଷ୍ଟି ହେବାକୁ ଯାଉଛି । ଏଥିସହିତ ମେଡ଼ିକାଲ କ୍ଷେତ୍ର ସହିତ ଜଡ଼ିତ ଷ୍ଟାର୍ଟ ଅପ ଲାଗି ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ । ଲକ୍ଷାଧିକ ସଂଖ୍ୟାରେ ଡାକ୍ତର, ନର୍ସ,ହସପିଟାଲ ମ୍ୟାନେଜମେଂଟ ସହ ଜଡ଼ିତ ଲୋକମାନଙ୍କୁ ଏହି ବ୍ୟବସ୍ଥାଗୁଡ଼ିକୁ ଚଳାଇବାର, ଏହାସହିତ ଯୋଡ଼ିହେବାର ସୁଯୋଗ ମିଳିବ, ଅର୍ଥାତ ଏକ ବହୁତ ବଡ଼ ସୁଯୋଗ ଦେଶର ନିମ୍ନମଧ୍ୟବିତ୍ତ ବର୍ଗ, ମଧ୍ୟମ ବର୍ଗ ପାଇଁ ମଧ୍ୟ ରହିଛି ।

ଦେଶର ଗ୍ରାମ, ନଗର, ଟାୟର-1, ଟାୟର-2 ସହରରେ ମଧ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି,ଏଗୁଡ଼ିକୁ ଆଧୁନିକ କରିବା ଲାଗି ସରକାର ନିରନ୍ତର କାମ କରୁଛନ୍ତି । ବିଗତ ଚାରି ବର୍ଷ ମଧ୍ୟରେ ଦେଶରେ 14ଟି ନୂଆ ଏମ୍ସକୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ରାଜ୍ୟରେ ଅତି କମରେ ଗୋଟିଏ ଏମ୍ସ ନିର୍ମାଣ କରିବାର କାମ କରାଯାଉଛି । ଏହା ସହିତ ଦେଶରେ ବର୍ତ୍ତମାନ 82ଟି ନୂଆ ସରକାରୀ ମେଡ଼ିକାଲ କଲେଜ ଆଜି ନିର୍ମାଣ କରାଯାଉଛି । ସରକାର ଗୁରୁତ୍ୱ ଦେଉଛନ୍ତି ଯେ ଦେଶର ତିନୋଟି ସଂସଦୀୟ କ୍ଷେତ୍ର କିମ୍ବା ଚାରିଟି ସଂସଦୀୟ କ୍ଷେତ୍ର ମଧ୍ୟରେ ଅତିକମରେ ଗୋଟିଏ ମେଡ଼ିକାଲ କଲେଜ ନିଶ୍ଚିତ ଭାବେ ନିର୍ମାଣ କରାଯିବ ।

ଏପରି ପ୍ରୟାସର ଅନ୍ତର୍ଗତ ଆଜି ଏଠାରେ ମଧ୍ୟ 600 କୋଟିରୁ ଅଧିକ ବ୍ୟୟରେ ନିର୍ମାଣ କରାଯାଉଥିବା ଦୁଇଟି ମେଡ଼ିକାଲ କଲେଜର ଶିଳାନ୍ୟାସ କରାଯାଇଛି । କୋଦେର୍ମା ଏବଂ ଚାଇବସାରେ ନିର୍ମାଣ କରାଯିବାକୁ ଥିବା ଏହି ମେଡ଼ିକାଲ କଲେଜରେ ପାଖାପାଖି 400 ଶଯ୍ୟାର ନୂତନ ସୁବିଧା ଯୋଡ଼ି ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ, ଗତ ଚାରି ବର୍ଷ ମଧ୍ୟରେ ସାରା ଦେଶରେ ମେଡ଼ିକାଲର ପାଖାପାଖି 25 ହଜାର ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟର ନୂଆ ସିଟ ଯୋଡ଼ାଯାଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଯେ ଆଗାମୀ ଚାରି-ପାଂଚ ବର୍ଷ ମଧ୍ୟରେ ଦେଶରେ ଏକ ଲକ୍ଷ ନୂଆ ଡାକ୍ତରଙ୍କୁ ପ୍ରସ୍ତୁତ କରିବାର କ୍ଷମତା ବିକଶିତ ହେବ । ଅର୍ଥାତ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ଏବଂ ମାନବ ସମ୍ବଳ, ଉଭୟ ଉପରେ ଧ୍ୟାନ ଦିଆଯାଉଛି ।

ସାଥୀଗଣ, ଦୀନଦୟାଲ ଉପାଧ୍ୟାୟଜୀ କହିଥିଲେ ଶିକ୍ଷା ଭଳି ସ୍ୱାସ୍ଥ୍ୟ ଉପରେ ହେଉଥିବା ଖର୍ଚ୍ଚ, ଖର୍ଚ୍ଚ ନୁହେଁ ତାହା ନିବେଶ ହୋଇଥାଏ । ଭଲ ଶିକ୍ଷା ଏବଂ କୌଶଳର ଅଭାବ କାରଣରୁ ସମାଜ ଏବଂ ଦେଶର ବିକାଶ ସମ୍ଭବ ନୁହେଁ । ସେହିପରି ନାଗିରକ ଅସୁସ୍ଥ ଥିଲେ, ସଶକ୍ତ ରାଷ୍ଟ୍ରର ନିର୍ମାଣ ହୋଇପାରିବ ନାହିଁ ।

ସାଥୀଗଣ, ମୁଁ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ଅଟେ ଯେ ଏହି ଯୋଜନା ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟାସ ଦ୍ୱାରା, ଆରୋଗ୍ୟ ମିତ୍ର ଏବଂ ଆଶା, ଏଏନଏମ ଭଉଣୀଙ୍କ ସହଯୋଗରେ, ପ୍ରତ୍ୟେକ ଡାକ୍ତର,ପ୍ରତ୍ୟେକ ନର୍ସ, ପ୍ରତ୍ୟେକ କର୍ମଚାରୀ, ପ୍ରତ୍ୟେକ ସେବା ପ୍ରଦାନକାରୀଙ୍କର ସମର୍ପିତ ଭାବନା ରହିଲେ ଆମେ ଏହି ଯୋଜନାକୁ ସଫଳ କରିପାରିବା, ଏକ ସୁସ୍ଥ ରାଷ୍ଟ୍ରର ନିର୍ମାଣ କରିପାରିବା । ନୂତନ ଭାରତ ସୁସ୍ଥ ହେଉ, ନୂତନ ଭାରତ ସଶକ୍ତ ହେଉ, ଆୟୁଷ୍ମାନ ରହୁ ।

ଏହି କାମନା ସହିତ ମୁଁ ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଯୋଜନା ଆଜି ରାଂଚିର ମାଟିରୁ, ଭଗବାନ ବିର୍ସାମୁଣ୍ଡାଙ୍କ ମାଟିରୁ 125 କୋଟି ଦେଶବାସୀଙ୍କ ଚରଣରେ ସମର୍ପିତ କରୁଛି ।

ଆପଣମାନଙ୍କୁ ସମସ୍ତୁଙ୍କୁ ବହୁତ ବହୁତ ଧନ୍ୟବାଦ ।

ଭାରତ ମାତା କି- ଜୟ

ଭାରତ ମାତା କି- ଜୟ

ଭାରତ ମାତା କି- ଜୟ

ମୁଁ କହିବି ଆୟୁଷ୍ମାନ, ଆପଣମାନେ କହିବେ ଭାରତ

ଆୟୁଷ୍ମାନ- ଭାରତ

ଆୟୁଷ୍ମାନ- ଭାରତ

ଆୟୁଷ୍ମାନ- ଭାରତ

ଆୟୁଷ୍ମାନ- ଭାରତ

ଆୟୁଷ୍ମାନ- ଭାରତ

ଆୟୁଷ୍ମାନ- ଭାରତ

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Forex reserves surge by $58.38 bn in first half of FY22: RBI report

Media Coverage

Forex reserves surge by $58.38 bn in first half of FY22: RBI report
...

Nm on the go

Always be the first to hear from the PM. Get the App Now!
...
Prime Minister’s Departure Statement ahead of his visit to Rome and Glasgow
October 28, 2021
ସେୟାର
 
Comments

I will be visiting Rome, Italy and the Vatican City, at the invitation of H.E. Prime Minister Mario Draghi, following which I will travel to Glasgow, United Kingdom from 1-2 November 2021 at the invitation of H.E. Prime Minister Boris Johnson.

In Rome, I will attend the 16th G20 Leaders’ Summit, where I will join other G20 Leaders in discussions on global economic and health recovery from the pandemic, sustainable development, and climate change. This will be the first in-person Summit of the G20 since the outbreak of the pandemic in 2020 and will allow us to take stock of the current global situation and exchange ideas on how the G20 can be an engine for strengthening economic resilience and building back inclusively and sustainably from the pandemic.

During my visit to Italy, I will also visit the Vatican City, to call on His Holiness Pope Francis and meet Secretary of State, His Eminence Cardinal Pietro Parolin.

On the sidelines of the G20 Summit, I will also meet with leaders of other partner countries and review the progress in India’s bilateral relations with them.

Following the conclusion of the G20 Summit on 31 October, I will depart for Glasgow to attend the 26th Conference of Parties (COP-26) to the United Nations Framework Convention on Climate Change (UNFCCC). I will be participating in the high-level segment of COP-26 titled ‘World Leaders’ Summit’ (WLS) on 1-2 November, 2021 along with 120 Heads of States/Governments from around the world.

In line with our tradition of living in harmony with nature and culture of deep respect for the planet, we are taking ambitious action on expanding clean & renewable energy, energy efficiency, afforestation and bio-diversity. Today, India is creating new records in collective effort for climate adaptation, mitigation and resilience and forging multilateral alliances. India is among the top countries in the world in terms of installed renewable energy, wind and solar energy capacity.At the WLS, I will share India’s excellent track record on climate action and our achievements.

I will also highlight the need to comprehensively address climate change issues including equitable distribution of carbon space, support for mitigation and adaptation and resilience building measures, mobilization of finance, technology transfer and importance of sustainable lifestylesfor green and inclusive growth.

COP26 Summit will also provide an opportunity to meet with all the stakeholders including leaders of partner countries, innovators and Inter-Governmental Organization and explore the possibilities for further accelerating our clean growth.