ମଞ୍ଚରେ ବିରାଜିତ ଆମ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଦେଶର ପ୍ରଥମ ମହିଳା ବୈଦେଶିକ ମନ୍ତ୍ରୀ ଭଉଣୀ ସୁଷମା ସ୍ୱରାଜ ମହୋଦୟା, ଜେନେରାଲ ଭିକେ ସିଂ ଜୀ, ବିନୟ ସହସ୍ରବୁଦ୍ଧେ ଜୀ ଏବଂ ସାରା ବିଶ୍ୱର ଅନେକ ଦେଶରୁ ଆସିଥିବା ସମସ୍ତ ମହାନୁଭବ ମୁଁ ଆପଣମାନଙ୍କୁ ହୃଦୟରୁ ଅତ୍ୟନ୍ତ ସ୍ୱାଗତ କରୁଛି । ଭାରତର ପ୍ରଧାନମନ୍ତ୍ରୀ ଭାବେ ତ’ ମୁଁ ସ୍ୱାଗତ କରିବି । କିନ୍ତୁ ଗତକାଲି ଆପଣମାନେ ଯେଉଁଠିକୁ ଯାଇ ଆସିଛନ୍ତି, ସେହି ଉତ୍ତର ପ୍ରଦେଶରୁ ମୁଁ ଲୋକସଭାର ପ୍ରତିନିଧି । ତେଣୁ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଆପଣମାନଙ୍କୁ ଆଦର ପୂର୍ବକ ସ୍ୱାଗତ କରୁଛି ।

ଆମ ଦେଶରେ ହିନ୍ଦୁ ପରମ୍ପରାରେ ଏକ ମାନ୍ୟତା ରହିଛି । ଯେତେବେଳେ କେହି ତୀର୍ଥଯାତ୍ରା ଶେଷ କରି ଫେରିଥାନ୍ତି, ଯଦି ଆପଣ ତାଙ୍କୁ ନମସ୍କାର କରନ୍ତି ତା’ହେଲେ ତୀର୍ଥଯାତ୍ରାରେ ସେ ଯେଉଁ ପୂଣ୍ୟ ଅର୍ଜନ କରିଥାନ୍ତି । ତାହାର କିଛି ଅଂଶ ନମସ୍କାର କରୁଥିବା ଲୋକମାନଙ୍କୁ ମଧ୍ୟ ମିଳିଥାଏ । ତେଣୁ ମୋ ପାଇଁ ଏହା ଖୁସିର କଥା ଯେ ଆପଣ ସମସ୍ତେ ଏକ ଅମୂଲ୍ୟ ସାଂସ୍କୃତିକ ପରମ୍ପରାର ତୀର୍ଥଯାତ୍ରା ସମ୍ପନ୍ନ କରି ଆସିଛନ୍ତି ଏବଂ ଆଜି ଆପଣମାନଙ୍କ ଦର୍ଶନ କରିବା ଲାଗି ମୋତେ ସୌଭାଗ୍ୟ ପ୍ରାପ୍ତ ହୋଇଛି,ତେଣୁ ଯେଉଁ ପୂଣ୍ୟ ଆପଣମାନେ ଅର୍ଜନ କରିଛନ୍ତି ତା’ର କିଛି ଅଂଶ ମୋତେ ମଧ୍ୟ ମିଳିଛି ।

ଆପଣମାନେ ମୋ ଠାରୁ ଅଧିକ ଭାଗ୍ୟବାନ କାରଣ ମୁଁ ଏଥର କୁମ୍ଭ ଦେଖିବାକୁ ବର୍ତ୍ତମାନ ସୁଦ୍ଧା ଯାଇପାରିନାହିଁ ଆପଣମାନେ ଯାଇ ଫେରିଛନ୍ତି କିନ୍ତୁ ମୁଁ ଆସନ୍ତାକାଲି ଯିବି । ବୋଧହୁଏ ଏମିତି କୌଣସି କୁମ୍ଭ ନଥିବ ଯେବେ ଠାରୁ ମୁଁ ସବୁକିଛି ବୁଝିବା ଆରମ୍ଭ କରିଛି ମୋତେ ଯିବାର ସୌଭାଗ୍ୟ ମିଳିନଥିବ, ଆସନ୍ତା କାଲି ମଧ୍ୟ ମୁଁ ଯିବି ।

କୁମ୍ଭ ମେଳା ଯେ ପର୍ଯ୍ୟନ୍ତ ସେଠାକୁ ଆପଣ ନଯିବେ ସେ ପର୍ଯ୍ୟନ୍ତ ଆପଣ ଅନୁମାନ କରିପାରିବେ ନାହିଁ ଯେ କେତେବଡ଼ ଏହି ପରମ୍ପରା ଏବଂ ହଜାର ହଜାର ବର୍ଷ ଧରି ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁସାରେ, ନିର୍ଘଣ୍ଟ ଅନୁସାରେ ଏହା ଚାଲିଆସିଛି । କୌଣସି ନିମନ୍ତ୍ରଣ ନଥାଏ । ନା କେହି ଅତିଥି ଥାଆନ୍ତି, ନା କେହି ଆୟୋଜକ । ତଥାପି ମା’ ଗଙ୍ଗାଙ୍କ ଚରଣରେ ଏବଂ ଯେଉଁଠି ମଧ୍ୟ କୁମ୍ଭ ଆୟୋଜନ କରାଯାଏ ସେଠାରେ ସାରା ଦେଶ ଏବଂ ବିଶ୍ୱରୁ ତୀର୍ଥଯାତ୍ରୀ ସେଠାରେ ପହଞ୍ଚିଥା’ନ୍ତି । ଏହା ଅସାଧାରଣ କଥା, ଯେ କୌଣସି ପ୍ରକାର କାଗଜ, ଚିଠିପତ୍ର ବିନା ହଜାର ହଜାର ବର୍ଷ ଧରି ଲୋକମାନେ ଏଠାରେ ଆସି ପହଞ୍ଚୁଛନ୍ତି । ଏବଂ ଆପଣମାନେ ଯେଉଁ କୁମ୍ଭ ଦର୍ଶନ କରି ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି, ଆପଣମାନଙ୍କ ମନକୁ ତାହା ଛୁଇଁଯାଇଛି ଏହା ମଧ୍ୟ ଆପଣମାନେ ଜାଣିଛନ୍ତି ଯେ ଏହା ପୂର୍ଣ୍ଣ କୁମ୍ଭ ନୁହେଁ, ଅର୍ଦ୍ଧକୁମ୍ଭର ଯଦି ଏପରି ଶକ୍ତି ତା’ହେଲେ ଯେତେବେଳେ ପୂର୍ଣ୍ଣ କୁମ୍ଭ ହେବ ତ’କେମିତି ହେବ ତାହା ଆପଣମାନେ ଅନୁମାନ କରିପାରୁଥିବେ ।

ସାଂସ୍କୃତିକ ଭାବେ ଭାରତରେ ଏକତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି ସମାଗମ ଏବେ ଏକ ପ୍ରକାରରେ ଆଧ୍ୟାତ୍ମିକ ପ୍ରେରଣା ଲାଗି ଉଦ୍ଦିଷ୍ଟ । ଏଥିସହିତ ଏହା ସାମାଜିକ ସମ୍ମେଳନ ଆନ୍ଦୋଳନର ଏକ ଅଂଶ ବିଶେଷ ମଧ୍ୟ । ଏକ ପ୍ରକାରରେ ଏହା ସେ ସମୟର ପଞ୍ଚାୟତ, ସେ ସମୟରେ ଯେପରି ଗଣତାନ୍ତ୍ରିକ ଢାଞ୍ଚା ରହିଥିଲା କାରଣ ସାମାଜିକ ଜୀବନରେ କାମ କରୁଥିବା ଆଧ୍ୟାତ୍ମିକ ନେତୃତ୍ୱ ହୁଅନ୍ତୁ,ସାମାଜିକ ନେତୃତ୍ୱ ହୁଅନ୍ତୁ, ଶିକ୍ଷାବିତ ହୁଅନ୍ତୁ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ନିଜ ନିଜ କ୍ଷେତ୍ରରେ ଭ୍ରମଣ କରୁଥିଲେ, ଲୋକମାନଙ୍କୁ ଭେଟୁଥିଲେ, ଆଲୋଚନା କରୁଥିଲେ ଏବଂ ତିନି ବର୍ଷରେ ଥରେ ଛୋଟ କୁମ୍ଭ ଆୟୋଜନ କରାଯାଉଥିଲା ସେଠାରେ ସମସ୍ତେ ବସି 40-45 ଦିନ ପର୍ଯ୍ୟନ୍ତ ବିଚାର ବିମର୍ଶ କରୁଥିଲେ, ହିନ୍ଦୁସ୍ଥାନର କୋଣ ଅନୁକୋଣରେ କ’ଣ ଚାଲିଛି ସେ ବିଷୟରେ । ଆହୁରି ସେଥିମଧ୍ୟରୁ କୌଣସି ନା କୌଣସି କଥା ନିର୍ଦ୍ଧାରଣ କରାଯାଉଥିଲା । ଆହୁରି 12 ବର୍ଷରେ ଥରେ 12 ବର୍ଷର ଅବଧିର ସମ୍ପୂର୍ଣ୍ଣ ସମୀକ୍ଷା କରି 12 ବର୍ଷ ପରେ ସମାଜକୁ କିପରି ମାର୍ଗଦର୍ଶନର ଆବଶ୍ୟକତା ରହିଛି,ସମାଜରେ କିପରି ପରିବର୍ତ୍ତନର ଆବଶ୍ୟକତା ରହିଛି ଏକପ୍ରକାରରେ ଉପଯୁକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ଥିଲା, ତଳୁ ଉପର ସୂଚନା ଯାଉଥିଲା ଏବଂ ସାମାଜିକ, ରାଜନୈତିକ, ଧାର୍ମି ନେତାଙ୍କ ସମେତ ରାଜା ମହାରାଜା ମଧ୍ୟ ସେଥିରେ ସାମିଲ ରହୁଥିଲେ ଏବଂ ଏହି ବିଚାର ବିମର୍ଶରୁ ପରବର୍ତ୍ତୀ 12 ବର୍ଷର ରୋଡମ୍ୟାପ ପ୍ରସ୍ତୁତ କରାଯାଉଥିଲା ଏବଂ ପ୍ରତ୍ୟେକ 3 ବର୍ଷରେ ଏହାର ସମୀକ୍ଷା କରାଯାଉଥିଲା ।

ଏହା ଏତେ ବଡ଼ କଥା, ଯାହା କେବେ ବି ବିଶ୍ୱ ସମ୍ମୁଖକୁ ଆସି ମଧ୍ୟ ପାରିନାହିଁ । ଆପଣମାନେ ଏଥର ମଧ୍ୟ ଦେଖିଥିବେ, ଏହି କୁମ୍ଭ ମେଳାରେ ମଧ୍ୟ କିଛି ନା କିଛି ସଠିକ୍ ସାମାଜିକ ବାର୍ତ୍ତା ଥିଲା । ଜନସାଧାରଣଙ୍କ କଲ୍ୟାଣ ପାଇଁ ବାର୍ତ୍ତା ଥିଲା । ଏବଂ ସେଠାରେ ଆପଣମାନେ କୌଣସି ଭେଦଭାବ ଦେଖିନଥିବେ । ସମସ୍ତେ ଗଙ୍ଗାର ଅଧିକାରୀ, ଗଙ୍ଗାରେ ବୁଡ଼ ପକାଉଥିବେ । ନିଜର ବିଶ୍ୱାସ ଅନୁଯାୟୀ ନିଜର କାର୍ଯ୍ୟକଳାପ କରୁଥିବେ ।

ଭାରତ ପର୍ଯ୍ୟଟନର ଏକ ଲକ୍ଷ୍ୟସ୍ଥଳୀ ଏଥିପାଇଁ ହେବାକୁ ଯାଉଛି, କାରଣ ବିଶ୍ୱ ଏକ ଶାନ୍ତିର ସନ୍ଧାନରେ ରହିଛି । ବ୍ୟକ୍ତିଗତ ଜୀବନର ଧାଁ ଦୌଡ଼ା ଠାରୁ ମଧ୍ୟ କିଛି ସମୟ ନିଜ ପାଇଁ, ନିଜ ଅନ୍ତର ପାଇଁ ବିତାଇବାକୁ ଚାହୁଁଛି । ଧନ, ବୈଭବ, ସମୃଦ୍ଧି, ବଢ଼ିଆ ହୋଟେଲ ଏ ସବୁ କଥା ତା’କୁ ପ୍ରଭାବିତ ତ’କରିଥାଏ, କିନ୍ତୁ ପ୍ରେରଣା ଯୋଗାଇ ପାରେ ନାହିଁ ତା’କୁ, ଇମ୍ପ୍ରେସିଭ ବିଶ୍ୱ ଠାରୁ ସେ ବିରକ୍ତ ହୋଇସାରିଛି, ସେ ଇନସ୍ପାଇରିଙ୍ଗ ବିଶ୍ୱର ସନ୍ଧାନରେ ରହିଛି ।

ଆହୁରି ଆପଣମାନେ କୁମ୍ଭରେ ଅନୁଭବ କରିଥିବେ ଯେ ଭୌତିକ ସମ୍ପତ୍ତି ଅଭାବ ସତ୍ତ୍ଵେ ଏକ ଅନ୍ତର୍ମନର ଆନନ୍ଦକୁ କିପରି ସନ୍ଧାନ କରାଯାଇପାରିବ, ସଜାଇ ରଖାଯାଇପାରିବ ଏବଂ ସେଥିରୁ ଜୀବନର ମାର୍ଗ ପ୍ରସ୍ତୁତି କରାଯାଇପାରିବ । ତାହା ଆପଣ ଭଲ ଭାବେ ନିଜ ଆଖିରେ ଦେଖିଥିବେ ।

ଆହୁରି ମୋର ବିଶ୍ୱାସ ଯେ ଆପଣମାନେ ଯେତେବେଳେ ନିଜ ଦେଶକୁ ଫେରିବେ ତ’ ସେଠାରେ ଭିନ୍ନ ଭିନ୍ନ ଲୋକ ଆପଣମାନଙ୍କୁ ପଚାରିବେ କ’ଣ ଥିଲା ସେଠି… କ’ଣ ଏକ ନଦୀରେ ବୁଡ଼ ପକାଇବା ଲାଗି ଆପଣମାନେ ଏତେ ଟଙ୍କା ଖର୍ଚ୍ଚ କରି ସେଠାକୁ ଚାଲିଗଲେ, ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ହୋଇଥାଏ ଯେ ଏଥିରେ କ’ଣ ଅଛି ? କିନ୍ତୁ ଯେତେବେଳେ ଆପଣ ସେଠାକାର ଦୃଶ୍ୟ ଦେଖିବେ ଏବଂ ସେଠାକାର ବ୍ୟବସ୍ଥା ଦେଖିବେ ତ’ ଭାରତର ଆୟୋଜନ କ୍ଷମତାର ସ୍ତର କିପରି ତାହା ଆପଣ ନିଜେ ଅନୁଭବ କରିପାରିଥିବେ ।

ମୁଁ ଜାଣିବାକୁ ପାଇଛି ଯେ ପ୍ରତିଦିନ ସେଠାରୁ ହଜାର ହଜାର ସଂଖ୍ୟାରେ ନିଖୋଜ ଲୋକ କିମ୍ବା ନିଖୋଜ ଶିଶୁଙ୍କ ସୂଚନା ସୂଚନା କେନ୍ଦ୍ରକୁ ଆସିଥାଏ । କାରଣ ଏତେ କୋଟି କୋଟି ଲୋକ ଥା’ନ୍ତି ସେଠାରେ ବେଳେ ବେଳେ ଜଣେ ଦି’ଜଣ ଶିଶୁ ହାତ ଛାଡ଼ି ଦିଅନ୍ତି ଭିଡ଼ରେ କିମ୍ବା କେହି ବୟସ୍କ ରହିଯାଆନ୍ତି । ତା’ପରେ ଏତେ ଭିଡ଼ରେ ଜଣାପଡ଼ିନଥାଏ । ସେଠାରେ ଏତେ ସଠିକ ବ୍ୟବସ୍ଥା ରହିଛି ଯେ ଗୋଟିଏରୁ ଦୁଇ ଘଣ୍ଟା ମଧ୍ୟରେ ନିଖୋଜର ଖବର ଆସିବା କ୍ଷଣି ତା’କୁ ଖୋଜି ପରିବାର ସହିତ ଭେଟ କରିଦିଆଯାଇଥାଏ । କେହି କଳ୍ପନା କରିପାରିବ ?

ପ୍ରତ୍ୟେକ ଦିନ ଗଙ୍ଗା ନଦୀକୂଳରେ ଏକ ପ୍ରକାରରେ ୟୁରୋପ ଭଳି ଦେଶର ଜନସଂଖ୍ୟା ସହ ସମାନ ଲୋକ ଏକାଠି ହୋଇଥାନ୍ତି ପ୍ରତିଦିନ ଏବଂ ସମସ୍ତ ବ୍ୟବସ୍ଥା ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ ହେଉଛି ଅର୍ଥାତ ଯେଉଁମାନ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ରହିଛନ୍ତି, ବିଶ୍ୱ ବିଦ୍ୟାଳୟ ଅଛି, ସେମାନଙ୍କ ପାଇଁ ଏହା କେସ ଷ୍ଟଡିର ବିଷୟ । ଯେ ଏତେ ବଡ଼ ସଂଖ୍ୟାରେ ଲୋକ ନିଜ ନିଜ ବ୍ୟବସ୍ଥାରେ ଆସିଛନ୍ତି, ନିଜ ଅଭ୍ୟାସକୁ ନେଇ ଆସିଛନ୍ତି, ନିଜ ଭାଷାକୁ ନେଇ ଆସିଛନ୍ତି । କିନ୍ତୁ ଏପରି ଏକ ବ୍ୟବସ୍ଥା ଯାହା ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରୁଛି, ସମସ୍ତଙ୍କୁ ସମ୍ଭାଳି ପାରୁଛି ଏବଂ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପୂରଣ କରୁଛି । ଏହା ମ୍ୟାନେଜମେଣ୍ଟ କ୍ଷେତ୍ରରେ ବିଶ୍ୱର ସବୁଠୁ ବଡ଼ ଘଟଣା ।

ଆହୁରି ବିଶ୍ୱ ଏଥିପ୍ରତି ମଧ୍ୟ ଧ୍ୟାନ ଦେବ ଏବଂ ମୁଁ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ଭାବେ ସୁଷମା ଜୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଯାଉଛି । ଯେ ଯେଉଁ କୁମ୍ଭ ମେଳା ଅର୍ଥାତ ଏକ କାମ ଯାହା ଲାଗୁ ଥିଲା ଯେ ହଁ… ହଁ ଭାଇ ଠିକ ଅଛି, ଲୋକମାନେ ଆସୁଛନ୍ତି, ଯାଉଛନ୍ତି କିନ୍ତୁ ଏହାର ଏକ ସାମାଜିକ ସ୍ୱରୂପ ଥାଏ । ଏହାର ଏକ ପରିଚାଳନାଗତ ଦିଗ ଥାଏ, ସେଥିରେ ଆଧୁନିକତା ଥାଏ, ପ୍ରଯୁକ୍ତି ଥାଏ, ବ୍ୟବସ୍ଥା ଥାଏ ଏବଂ ଶ୍ରଦ୍ଧା ମଧ୍ୟ ଥାଏ, ସାଂସ୍କୃତିକ ଚେତନା ମଧ୍ୟ ଥାଏ ।

ଏହି ଅଦ୍ଭୂତ ମିଳନର କାର୍ଯ୍ୟକ୍ରମ ବିଶ୍ୱର ଲୋକମାନେ ଯେତେବେଳେ ଆଜି ଦେଖିଛନ୍ତି ଏବଂ ଭାରତ ଏକ ପ୍ରକାରରେ ଏପରି ପ୍ରଥମ ପ୍ରୟାସ କରିଛି । ଆପଣମାନେ ଆସି ଆମର ଏହି ପ୍ରୟାସକୁ ସଫଳ କରିବାରେ ବହୁତ ବଡ଼ ଯୋଗଦାନ ଦେଇଛନ୍ତି । ସେଥିପାଇଁ ଆପଣମାନେ ମଧ୍ୟ ଅଭିନନ୍ଦନର ଅଧିକାରୀ ଅଟନ୍ତି । ଆପଣମାନଙ୍କୁ ମଧ୍ୟ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ଭାରତରେ ଯେପରି ଭାରତର ଯେଉଁ ସାଂସ୍କୃତିକ ପରମ୍ପରା ରହିଛି, ଏଥିରେ ବିଶ୍ୱକୁ ଆକର୍ଷିତ କରିବାରେ ଅଭୂତ ସାମର୍ଥ୍ୟ ରହିଛି ଏବଂ ଆମେ ଏଥିପାଇଁ ପ୍ରତିବଦ୍ଧ । ଏପରି ଯୋଜନାଗୁଡ଼ିକ ଦ୍ୱାରା ଆମେ ବିଶ୍ୱର ଭାରତର ଏହି ମହାନ ପରମ୍ପରା ସହିତ ମଧ୍ୟ ଯୋଡ଼ିବାକୁ ଚାହୁଁଛୁ ।

ଆହୁରି ମୋର ବିଶ୍ୱାସ ରହିଛି ଯେ ବିଶ୍ୱ ଭାରତକୁ ଆଧୁନିକ ଭାରତକୁ ମଧ୍ୟ ଚିହ୍ନିପାରିବ ଏବଂ ଅମୂଲ୍ୟ ପରମ୍ପରା ଜରିଆରେ ମଧ୍ୟ ଭାରତ ସହ ବିଶ୍ୱ ପରିଚିତ ହେବା ଲାଗି ପ୍ରୟାସ କରିବ । ଆଗାମୀ ଦିନରେ ଆମର ଏକ ସଂସଦୀୟ ନିର୍ବାଚନ ହେବାକୁ ଯାଉଛି । ଯେପରି କୁମ୍ଭ ମେଳା ତାହାର ପରିଚାଳନା,ନିର୍ଦ୍ଧାରିତ ବ୍ୟବସ୍ଥା, ସେଠାକାର ସମ୍ପୂର୍ଣ୍ଣ ପ୍ରଯୁକ୍ତି ମାଧ୍ୟମରେ ବ୍ୟବସ୍ଥା, ତାହା ନିଜ ଭିତରେ ଏକ ଆକର୍ଷଣର କେନ୍ଦ୍ର । ସେହିପରି 800 ମିଲିୟନରୁ ଅଧିକ ଲୋକ ଭୋଟ ଦେବେ, ନିରପେକ୍ଷତାରେ ଭୋଟ ଦେବେ । ଏହାର ସମ୍ପୂର୍ଣ୍ଣ ଯେଉଁ ବ୍ୟବସ୍ଥା ବିଶ୍ୱର ସବୁଠୁ ବଡ଼ ନିର୍ବାଚନ । ବିଶ୍ୱର ସବୁଠୁ ବଡ଼… ଏବଂ ମୁଁ ତ’ ଏହି ପ୍ରୟାସ କରିବି… ମୁଁ ତ’ ନିର୍ବାଚନ ଆୟୋଗଙ୍କୁ ମଧ୍ୟ କହିଛି ଯେ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଭାରତକୁ ନିର୍ବାଚନ ପର୍ଯ୍ୟଟନ ଲାଗି ଆସୁ… ହିନ୍ଦୁସ୍ତାନର ପର୍ଯ୍ୟଟନକୁ ଦେଖିଲେ ଏବଂ କେବଳ ଭୋଟଦାନ ଦିନ ନୁହେଁ କେହି ମାର୍ଚ୍ଚ ମାସରେ ଆସୁ, କେହି ମାର୍ଚ୍ଚର ଦ୍ୱିତୀୟ ସପ୍ତାହରେ ଆସୁ, କେହି ମାର୍ଚ୍ଚର ତୃତୀୟ ସପ୍ତାହରେ ଆସୁ, କେହି ଏପ୍ରିଲରେ ଆସୁ, କେହି ମେ’ରେ ଆସୁ ଲଗାତାର ବିଶ୍ୱର ପ୍ରତ୍ୟେକ ଦେଶର ଜଣେ ଜଣେ ପ୍ରତିନିଧି ପ୍ରତ୍ୟେକ ସପ୍ତାହରେ ଏଠାରେ ଥିବେ, ହଜାର ହଜାର ସଂଖ୍ୟାରେ ବିଶ୍ୱର ଲୋକମାନେ ଆସନ୍ତୁ ଯେ ଭାରତରେ ଗଣତନ୍ତ୍ର କେତେ ଲୋକଙ୍କ ରକ୍ତରେ ରହିଛି ।

ଭାରତର ଗାଁରେ ବସିଥିବା ବ୍ୟକ୍ତି ମଧ୍ୟ କିପରି ଦେଶର କଥାଗୁଡ଼ିକୁ ବୁଝିପାରୁଛି, କିପରି ଦେଶ ସମ୍ପର୍କରେ ନିଷ୍ପତ୍ତି ନେଉଛି । ବିଶ୍ୱ ପାଇଁ ଭାରତର ନିର୍ବାଚନ ଏକ ଆଶ୍ଚର୍ଯ୍ୟ । ଯଦି ମୋ କୁମ୍ଭର ଏତେ ଶକ୍ତି ରହିଛି ଯେ ପରିଚାଳନାଗତ ଦକ୍ଷତାକୁ ପ୍ରଦର୍ଶିତ କରିପାରୁଛି ତ’ ମୋ ଦେଶର ନିର୍ବାଚନର ଢାଞ୍ଚା,ନିର୍ବାଚନର ଆୟୋଜନ ଏବଂ ଏତେ ବଡ଼ ଗଣତାନ୍ତ୍ରିକ ସମ୍ପୃକ୍ତି । ବିଶ୍ୱରେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ମଧ୍ୟ ଏହା ପ୍ରେରଣା ଦେଇଥାଏ । ଗଣତନ୍ତ୍ର ଆଡ଼କୁ ଆହୁରି ଯେଉଁମାନେ ଏବେପହଞ୍ଚିପାରିନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ପ୍ରେରଣାର କାରଣ ହୋଇପାରେ । ତେଣୁ ମୁଁ ଚାହିଁବି ଯେ ମୋ ଦେଶର ନିର୍ବାଚନ ଆୟୋଗ ପ୍ରୟାସ କରନ୍ତୁ, ଆମର ବୈଦେଶିକ ମନ୍ତ୍ରଣାଳୟ ସେମାନଙ୍କ ସମ୍ପୂର୍ଣ୍ଣ ସହାୟତା କରୁ । ସାରା ବିଶ୍ୱର ବିଶ୍ୱବିଦ୍ୟାଳୟ, ବିଶ୍ୱର ଛାତ୍ରଛାତ୍ରୀ, ବିଶ୍ୱର ଗଣତନ୍ତ୍ରପ୍ରେମୀ ସମସ୍ତେ ଯେଉଁମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ସେମାନେ ଆଗାମୀ ଦିନରେ ଗଣତନ୍ତ୍ରର ଯେଉଁ କୁମ୍ଭ ଆୟୋଜିତ ହେବାକୁ ଯାଉଛି ତା’କୁ ମଧ୍ୟ ଏଠାକୁ ଆସି ଦେଖନ୍ତୁ । ଆହୁରି ଭାରତର ଜନସାଧାରଣଙ୍କ ଗଣତନ୍ତ୍ର ପ୍ରତି ଯେଉଁ ପ୍ରତିବଦ୍ଧତା ଥାଏ, ଭାରତର ସାଧାରଣଜନତାଙ୍କ ମାନବୀୟ ମୂଲ୍ୟବୋଧ ପ୍ରତି ଯେଉଁ  ପ୍ରତିବଦ୍ଧତା ଥାଏ ତା’କୁ ନିଜ ଆଖିରେ ଦେଖନ୍ତୁ ଏବଂ ବିଶ୍ୱର ବାର୍ତ୍ତା ଦିଅନ୍ତୁ ଯେ ଭାରତ ଆମେ ଯାହା ଭାବୁଛୁ, ଶୁଣିଛୁ କାହାର ଦୃଷ୍ଟିରେ ଯାହା ଦେଖିଛୁ କିନ୍ତୁ ଆମେ ନିଜ ଦୃଷ୍ଟିରେ ଏକ ଭିନ୍ନ ହିନ୍ଦୁସ୍ତାନ ଦେଖିପାରୁଛୁ, ପ୍ରକୃତ ହିନ୍ଦୁସ୍ତାନ ଦେଖିପାରୁଛୁ, ସାମର୍ଥ୍ୟଶାଳୀ ହିନ୍ଦୁସ୍ତାନ ଦେଖିଛୁ ଏବଂ ବିଶ୍ୱକୁ କିଛି ଦେବାର ସାମର୍ଥ୍ୟ ରଖୁଥିବା ହିନ୍ଦୁସ୍ତାନ ଦେଖୁଛୁ ।

ଆପଣମାନେ ଯେତେବେଳେ ଅକ୍ଷୟବଟ ଦେଖିଥିବେ, ଭାରତର ଲୋକମାନଙ୍କ ପାଇଁ ଅକ୍ଷୟବଟ ଏକ ଶ୍ରଦ୍ଧାର କାରଣ, କିନ୍ତୁ ଧରିନିଅନ୍ତୁ ସେହି ଶ୍ରଦ୍ଧା ସହ ଆପଣଙ୍କ ପରିଚୟ ନଥିଲେ ମଧ୍ୟ ତ’ ଆପଣମାନଙ୍କୁ ଏତିକି ତ’ ଜଣାପଡ଼ିବ ଯେ ଦେଶ କେତେ ପ୍ରକୃତିପ୍ରେମୀ । ହଜାର ହଜାର ବର୍ଷ ଧରି ଏକ ବୃକ୍ଷ ପ୍ରତି ବିଶ୍ୱାସ ରଖୁଥିବା ସେହି ସମାଜ ବୃକ୍ଷ ଏବଂ ଲତାରେ ମଧ୍ୟ ପରମାତ୍ମାଙ୍କ ଦର୍ଶନ କରିଥାଏ ଯଦି ସେହି ସମାଜକୁ କେହି ବୁଝିପାରିବ ତ’ ବିଶ୍ୱକୁ କେବେହେଲେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପନର ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ । ପୂର୍ବରୁ ଆମେ ଏହା ବୁଝିଥିଲେ ମଧ୍ୟ ଆମକୁ ଏହି ସମସ୍ୟା ଭୋଗିବାକୁ ପଡ଼ିନଥାନ୍ତା । ତାହା କେବଳ ଏକ ବୃକ୍ଷର ଦର୍ଶନ ନଥିଲା । ସେହି ଭାରତର ଲୋକମାନେ ବୋଧହୁଏ ତା’ର ପୁରାଣକୁ ଜାଣିଥିଲେ, ଭାରତର ଲୋକମାନଙ୍କ ପାଇଁ ତାହା ହୋଇଥିବ କିନ୍ତୁ ଯେଉଁମାନେ ପୁରାଣକୁ ଜାଣନ୍ତି ନାହିଁ ସେମାନଙ୍କ ପାଇଁ ଏହି ସାମର୍ଥ୍ୟ ଅଛି ଯେ ଆମେ ବୃକ୍ଷଲତାରେ ମଧ୍ୟ ପରମାତ୍ମାକୁ ଦେଖିଥାଉ । ଆହୁରି ଆମେ ପ୍ରକୃତି ପ୍ରତି ସହାବସ୍ଥାନରେ ଅଭ୍ୟସ୍ତ । ସହାବସ୍ଥାନ ସହିତ ସଂଘର୍ଷ କାରଣରୁ ମାନବଜାତି ଯେଉଁ ସଂକଟରେ ଫସିଛି ସେଥିରୁ ବାହାରିବାର ରାସ୍ତା ମଧ୍ୟ ଏହି ପରମ୍ପରା ଦେଇଛି । ତାହା ଅକ୍ଷୟବଟର ଦର୍ଶନ ହେଉ, ନଦୀ ପ୍ରତି ଶ୍ରଦ୍ଧା କଥା ହେଉ, ସଦ୍ୟତମ ପରିଚାଳନା କଥା ହେଉ, ଯେକୌଣସି ଦୃଷ୍ଟିରୁ ଦେଖିଲେ ବିଶ୍ୱ ପାଇଁ ଏହା କେସ ଷ୍ଟଡି, ବିଶ୍ୱ ବିଦ୍ୟାଳୟ ପାଇଁ କେସ ଷ୍ଟଡି ଏବଂ ଭାରତ ପ୍ରତି ଆକର୍ଷଣ ବଢ଼ାଇବା ଲାଗି, ଭାରତର ମହାନ ପରମ୍ପରା, ମାନବ ଜାତିର କଲ୍ୟାଣର ମାର୍ଗ ଦେଖାଉଥିବା ପରମ୍ପରା ଏହି ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କ ଆଗମନ ମୋ ପାଇଁ ଗର୍ବର ବିଷୟ, ଆନନ୍ଦର ବିଷୟ ।

ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଯେତେ ସମୟ ଆପଣମାନଙ୍କୁ ଏଠାରେ ବିତାଇବାର ସୁଯୋଗ ମିଳିବ, ଆପଣମାନେ ନିଶ୍ଚିତ ଭାବେ ଭାରତକୁ ଜାଣିବା ବୁଝିବା ଲାଗି ସେହି ସମୟର ଉପଯୋଗ କରିବେ ଏବଂ ନିଜ ଦେଶକୁ ଯାଇ ବିଶ୍ୱକୁ କହିବେ ଯେ ଆପଣମାନେ ଯାହା ଶୁଣିଥିଲେ ତା’ଠାରୁ ହିନ୍ଦୁସ୍ତାନ ଆହୁରି ଅନେକ । ହିନ୍ଦୁସ୍ତାନ କିଛି ଅଧିକ, ଆପଣ ଯେଉଁ ହିନ୍ଦୁସ୍ତାନକୁ ଜାଣିଛନ୍ତି, ପୁରାତନକୁ ଜାଣିଛନ୍ତି । ଏହା ହିଁ ହିନ୍ଦୁସ୍ତାନ ଯାହା ଆଗାମୀ ଦିନରେ ମଧ୍ୟ ମାନବ ଜାତିକୁ ମାର୍ଗ ଦେଖାଇବାର ସାମର୍ଥ୍ୟ ରଖିଥାଏ । ଆପଣମାନେ ସଠିକ ଅର୍ଥରେ ଭାରତର ଏହି ମହାନ ପରମ୍ପରାର ସଦଭାବନା ଦୂତ ହୋଇ ଫେରିବେ ଏହା ହିଁ ମୋର ଆପଣମାନଙ୍କୁ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘A New Example...’: Indian Railways Builds Pedestrian Subway Under Ahmedabad Track In Just 8 Hours

Media Coverage

‘A New Example...’: Indian Railways Builds Pedestrian Subway Under Ahmedabad Track In Just 8 Hours
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”