ସେୟାର
 
Comments
India is home to a unique heritage, where the overriding thought has always been the benefit of mankind: PM Modi 
Lord Buddha’s message of love and compassion can be of immense benefit to the world today: PM Modi 
Government is working with compassion to serve people, in line with the path shown by Lord Buddha: PM Modi

ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ଡ଼କ୍ଟର ମହେଶ ଶର୍ମା ମହାଶୟ, ଶ୍ରୀମାନ କିରଣ ରିଜିଜୁ ମହାଶୟ, ଆନ୍ତର୍ଜାତିକ ବୁଦ୍ଧିଷ୍ଟ ଫାଉଣ୍ଡେଶନର ମହାସଚିବ ଡ଼କ୍ଟର ଧମ୍ମପିୟେ ମହାଶୟ, ସମଗ୍ର ଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଓ ସୁଧିମଣ୍ଡଳୀ ।

ଆମର ଏଠି ମନ୍ତ୍ର ଶକ୍ତିର ଏକ ମାନ୍ୟତା ରହିଛି ଯେ ଯେତେବେଳେ ଏକା ସହିତ, ଗୋଟିଏ ହିଁ ସ୍ଥାନରେ ହଜାର ହଜାର ମନ ମସ୍ତିଷ୍କ ଗୋଟିଏ ହିଁ ମନ୍ତ୍ରକୁ ଜପ କରୁଥିବେ ତ ଗୋଟିଏ ଉର୍ଜ୍ଜା ମଣ୍ଡଳ ଗଠିତ ହୋଇଥାଏ ଆଉ ଆମେ ସମସ୍ତେ ଏଠାରେ ସେହି ଉର୍ଜ୍ଜା ମଣ୍ଡଳକୁ ଅନୁଭବ କରିଛୁ । ଆଖି ଖୋଲା ଅଛି ତ ଆମେ ଜଣେ ଅନ୍ୟ ଜଣଙ୍କୁ ଦେଖୁଛୁ କିନ୍ତୁ ମସ୍ତିଷ୍କର ତନ୍ତ୍ରିକାଗୁଡିକ ଭିତରେ ପ୍ରତିକ୍ଷଣ ଭଗବାନ ବୁଦ୍ଧଙ୍କ ନାମର ଯେଉଁ ଉଚ୍ଚାରଣ ହେଉଛି ତାହା ଆପଣମାନଙ୍କ ମଧ୍ୟରେ, ମୋ ଭିତରେ, ଆମ ସମସ୍ତଙ୍କ ଭିତରେ ଆମେ ଅନୁଭବ କରି ପାରୁଛେ ।

ଭଗବାନ ବୁଦ୍ଧଙ୍କ ପ୍ରତି ଯେଉଁ ପ୍ରକାରର ଭାବନା ଏବଂ ଭକ୍ତି ଆମେ ସମସ୍ତେ ରଖୁ, ବୋଧହୁଏ ସେହି ଭାବନାକୁ ବ୍ୟକ୍ତ କରିବାରେ ଶବ୍ଦ ମଧ୍ୟ କମ୍ ହୋଇଯିବ । ଯେପରି ଲୋକମାନେ ମନ୍ତ୍ର ଦ୍ୱାରା ମୁଗ୍ଧ ହୋଇ ପଡ଼ନ୍ତି, ସେହିପରି ଆମେ ଭଗବାନ ବୁଦ୍ଧଙ୍କ ଦ୍ୱାରା ମୁଗ୍ଧ ହୋଇ ପଡ଼ୁ । ଏହା ହେଉଛି ମୋର ସୌଭାଗ୍ୟ ଯେ ଆଜି ବୁଦ୍ଧ ପୂର୍ଣ୍ଣିମାର ପବିତ୍ର ଅବସରରେ ମୋତେ ଆପଣ ସମସ୍ତଙ୍କ ମଧ୍ୟକୁ ଆସିବାର, ସମସ୍ତଙ୍କର; ବିଶେଷ କରି ସମସ୍ତ ଧର୍ମଗୁରୁଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।

ଏବେ ଆମର ମହେଶ ଶର୍ମା ମହାଶୟ ଏବଂ କିରଣ ରିଜିଜୁ ମହାଶୟ କହୁଥିଲେ କି ମୁଁ ଏଠାକୁ ଦ୍ୱିତୀୟ ଥର ପାଇଁ ଆସିଛି । ଗତ ବର୍ଷ ମଧ୍ୟ ଆସି ଥାଆନ୍ତି କିନ୍ତୁ ଗତ ବର୍ଷ ମୁଁ ଏପରି ଏକ ସମାରୋହ ପାଇଁ, ବୈଶାଖ ପାଇଁ ଶ୍ରୀଲଙ୍କାକୁ ମୁଖ୍ୟ ଅତିଥି ଭାବେ ଯାଇଥିଲି । ଆଉ ମୁଁ ଶ୍ରୀଲଙ୍କାରେ ବୁଦ୍ଧ ପୂର୍ଣ୍ଣିମା ସେଠାକାର ଲୋକମାନଙ୍କ ସହିତ, ସେଠାକାର ସରକାରଙ୍କ ସହିତ ଆଉ ସମଗ୍ର ବିଶ୍ୱରୁ ଆସିଥିବା ବୌଦ୍ଧ ଧର୍ମଗୁରୁମାନଙ୍କ ସହିତ ପାଳନ କରିବାର ସୌଭାଗ୍ୟ ମୋତେ ମିଳିଥିଲା ।

ଆମେ ସମସ୍ତେ ତ ବହୁତ ବ୍ୟସ୍ତ ରହୁ, ନିଜ ନିଜର ଦାୟିତ୍ୱ ସବୁ ରହିଛି । କିନ୍ତୁ ଏହି ବ୍ୟସ୍ତତା ଭିତରେ ମଧ୍ୟ ଜୀବନରେ କିଛି କ୍ଷଣ ଆମେ ବୋଧହୁଏ ଭଗବାନ ବୁଦ୍ଧଙ୍କର ନାମକୁ ସ୍ମରଣ କରି ଧନ୍ୟ ହୋଇଯାଉ । କିନ୍ତୁ ଏଠାରେ ମୁଁ ଯେଉଁ ଧର୍ମଗୁରୁମାନଙ୍କୁ ଦେଖୁଛି, ଭିକ୍ଷୁକଗଣଙ୍କୁ ଦେଖୁଛି, ସେମାନେ ତ ନିଜର ସମଗ୍ର ଜୀବନ ବୁଦ୍ଧଙ୍କର କରୁଣାର ସନ୍ଦେଶକୁ ପହଂଚାଇବା ପାଇଁ ନିଜକୁ ଆହୁତି ଦେଇଛନ୍ତି । ସେମାନେ ସ୍ୱୟଂ ବୁଦ୍ଧଙ୍କ ମାର୍ଗରେ ଚାଲି ପଡ଼ିଛନ୍ତି । ଆଉ ମୁଁ ଆଜି ଏହି ଅବସରରେ ସମଗ୍ର ବିଶ୍ୱରେ ଭଗବାନ ବୁଦ୍ଧଙ୍କର ସନ୍ଦେଶକୁ ପହଂଚାଇଲା ଭଳି ସେହି ସମସ୍ତ ମହାମାନବ ମାନଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି, ନମସ୍କାର କରୁଛି ।

ଆପଣ ସମସ୍ତେ ଦେଶର ଭିନ୍ନ-ଭିନ୍ନ ଅଂଚଳରୁ ଏଠାକୁ ଆସିଛନ୍ତି, ଆପଣଙ୍କୁ ମଧ୍ୟ ମୁଁ ହୃଦୟର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି । ମୋତେ ମଧ୍ୟ ଏଠାରେ ଆଜି ଏକ ଅବସର ମିଳିଲା କି ଯେଉଁମାନେ ଏହି କାର୍ଯ୍ୟ ପାଇଁ ହୁଏତ ସଂସ୍ଥାନ ହେଉ, ବ୍ୟକ୍ତି ହୁଅନ୍ତୁ, ଯେଉଁମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି-ମୋତେ ସେମାନଙ୍କୁ ମଧ୍ୟ ସମ୍ମାନିତ କରିବାର ଅବସର ମିଳିଛି । ମୁଁ ସେହି ସମସ୍ତ ପ୍ରୟାସକୁ, ସେମାନଙ୍କର ସେହି ଯୋଗଦାନକୁ ଆଦର ପୂର୍ବକ ଶୁଭେଚ୍ଛା ଜଣାଉଛି ଆଉ ଭବିଷ୍ୟତ ପାଇଁ ସେମାନଙ୍କୁ ବହୁତ-ବହୁତ ଶୁଭ କାମନା ଜଣାଉଛି । ବିଶେଷ କରି ସାରନାଥର କେନ୍ଦ୍ରୀୟ ଉଚ୍ଚତର ତିବ୍ଦତୀୟ ପାଠ୍ୟକ୍ରମ ସଂସ୍ଥାନ(Central Institute of Higher Tibetan  Studies) ଏବଂ ବୁଦ୍ଧଗୟାର ସର୍ବଭାରତୀୟ ଭିକ୍ଷୁକ ସଂଘକୁ ମୁଁ ବୈଶାଖ ସମ୍ମାନ ପ୍ରାପ୍ତ କରିବା ପାଇଁ ଆଦର ପୂର୍ବକ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ସମଗ୍ର ଧରଣୀର ଏହି ଭୂଭାଗ, ଆମ ଭାରତ ଯେଉଁ ଅମୂଲ୍ୟ ଐତିହ୍ୟର ହେଉଛି ବଂଶଧର, ତାହା ହେଉଛି ଅତୁଳନୀୟ । ଦୁନିଆର ଅନ୍ୟାନ୍ୟ ଅଂଚଳରେ ପରମ୍ପରାର ଏଭଳି ସମୃଦ୍ଧି ଦେଖିବାକୁ ବୋଧହୁଏ ମିଳିପାରି ନଥାଏ ।

ଗୌତମ ବୁଦ୍ଧଙ୍କ ଜନ୍ମ, ତାଙ୍କ ଶିକ୍ଷା, ତାଙ୍କ ମହା-ପରିନିର୍ବାଣ ଉପରେ ଶହ-ଶହ ବର୍ଷ ଧରି ବହୁତ କିଛି କୁହା ଯାଇଛି, ବହୁତ କିଛି ଲେଖାଯାଇଛି, ଆଉ ଏହା ଆଜିକାର ପିଢିର ହେଉଛି ସୌଭାଗ୍ୟ କି ଅନେକ ବିପଦ ପରେ ମଧ୍ୟ, ଅସୁବିଧା ପରେ ମଧ୍ୟ ସେଥିରୁ ବହୁତ କିଛି କଥା ବଂଚି ରହିଛି, ସୁରକ୍ଷିତ ରହିଛି ।

ଆଜି ଆମକୁ ଏହି କଥା ପାଇଁ ଗର୍ବ ଲାଗୁଛି କି ଭାରତର ଏହି ଧରଣୀରୁ ଯେତେ କିଛି ବିଚାର ପ୍ରକଟ ହୋଇଛି, ସେଇ ସମସ୍ତ ବିଚାରରେ ସର୍ବୋଚ୍ଚ ଭାବ କେବଳ, ଆଉ କେବଳ ମାନବର କଲ୍ୟାଣ, ସୃଷ୍ଟିର କଲ୍ୟାଣ, ଏହି କେନ୍ଦ୍ରୀୟ ତତ୍ତ୍ଵ ଏହି ଧରଣୀରୁ ବାହାରି ସମସ୍ତ ବିଚାରର କେନ୍ଦ୍ରରେ ରହିଛି । ଆଉ ଆମକୁ ଏହି କଥା ପାଇଁ ଗର୍ବ ହେଉଛି କି ନୂଆ-ନୂଆ ବିଚାରର ଏହି ସମୟରେ କେବେ ମଧ୍ୟ ଅନ୍ୟର ଅଧିକାର କିମ୍ବା ତାଙ୍କର ଭାବନା ଗୁଡ଼ିକ କେବେ ମଧ୍ୟ ଅତିକ୍ରମଣ କରାଯାଇ ନାହିଁ । ନା ପର-ଆପଣାର ଭେଦଭାବ, ନା ମୋର ବିଚାର ଧାରା-ତୁମର ବିଚାର ଧାରାର ଭେଦଭାବ, ନା ମୋର ଈଶ୍ୱର-ନା ତୁମର ଈଶ୍ୱରଙ୍କର ଭେଦଭାବ ।

ଆମେ ଗର୍ବିତ ଯେ ଭାରତର ଯେଉଁ ବିଚାର ଧାରା ପ୍ରକଟ ହୋଇଛି, ତାହା ସମଗ୍ର ମାନବ ଜାତିର ହିତକୁ ଧ୍ୟାନରେ ରଖି ଆଗକୁ ବଢ଼ି ବଢ଼ି ଚାଲି ଯାଇଛି । କାହାକୁ ଏହା କହି ନାହଁନ୍ତି, ଆଉ କେବେ ମଧ୍ୟ କହି ନାହିଁ କି ତୁମେ ଆମ ସାଙ୍ଗରେ ଆସିବ, ତେବେ ତୁମର ମଙ୍ଗଳ ହେବ; ଏପରି କେବେ କହି ନାହିଁ । ବୁଦ୍ଧଙ୍କ ବିଚାର ନା କେବଳ ପଥ ପ୍ରଦର୍ଶକ ଭାବରେ ଏକ ନବ ଚେତନା ଜାଗ୍ରତ କଲା ବରଂ ଆଜି ମଧ୍ୟ ଏସିଆର ଅନେକ ଦେଶର ରାଷ୍ଟ୍ରୀୟ ଚରିତ୍ରକୁ ବୁଦ୍ଧଙ୍କର ବିଚାର, ବୁଦ୍ଧଙ୍କର ପରମ୍ପରା; ଏହା ହିଁ ତ ପରିଭାଷିତ କରୁଛି ।

ସାଥୀଗଣ, ଆମର ଏହି ମାଟି, ଏହି ଧରଣୀର ସ୍ୱତନ୍ତ୍ରତା ରହିଛି ଆଉ ଏହା ମଧ୍ୟ ଏକ ବଡ଼ କାରଣ କି ଆମ ଦେଶ; ଆଉ ଏହି କଥା ପ୍ରତ୍ୟେକ ହିନ୍ଦୁସ୍ଥାନୀ ବଡ଼ ଗର୍ବର ସହିତ କହିପାରନ୍ତି, ଛାତି ଫୁଲାଇ କହିପାରନ୍ତି, ଦୁନିଆ ସହିତ ଆଖିରେ ଆଖି ମିଶାଇ କହିପାରନ୍ତି କି ଆମର ସଂସ୍କୃତି, ଆମର ଇତିହାସ, ଆମର ପରମ୍ପରା ହେଉଛି ଏହି କଥାର ସାକ୍ଷୀ କି ହିନ୍ଦୁସ୍ଥାନ କେବେ ମଧ୍ୟ ଆକ୍ରମଣାତ୍ମକ ମନୋବୃତି ରଖି ନାହିଁ । କେବେ ମଧ୍ୟ ସେ କୌଣସି ଦେଶ ଉପରେ ଅତିକ୍ରମଣ କରି ନାହିଁ । ହଜାର-ହଜାର ବର୍ଷ ଧରି ଆମର ସଂସ୍କୃତିର ମୌଳିକ ଚିନ୍ତନ ଏହି ପଥରେ ଚାଲିଆସିଛି ।

ସାଥୀଗଣ, ସିଦ୍ଧାର୍ଥ-ସିଦ୍ଧାର୍ଥରୁ ଗୌତମ ବୁଦ୍ଧ ହେବାର ଯାତ୍ରା, ସେ ସମସ୍ତ କଥା, ତାହା କେବଳ ନିର୍ବାଣ ପ୍ରାପ୍ତି ପଥର କଥା ନୁହେଁ । ଏହି କଥା ହେଉଛି ସେହି ସତ୍ୟର, କି ଯେଉଁ ବ୍ୟକ୍ତି ନିଜ ଜ୍ଞାନ, ଧନ, ସମ୍ପଦ ମାଧ୍ୟମରେ ଅନ୍ୟର କଷ୍ଟ ଆଉ ଦୁଃଖ ଦୂର କରିବାର ପ୍ରୟାସ କରିଥାଏ, ସେହି ସମସ୍ତ ବ୍ୟକ୍ତି ସିଦ୍ଧାର୍ଥରୁ ବୁଦ୍ଧଙ୍କ ଚଲାପଥରେ ଆଗେଇ ଚାଲିଥାଏ, ଚାଲି ପାରିବ, ବୁଦ୍ଧତ୍ୱକୁ ପ୍ରାପ୍ତ କରି ପାରିବ ।

ବୁଦ୍ଧ ପୂର୍ଣ୍ଣିମାରେ ପ୍ରତି କ୍ଷଣରେ ଆମକୁ କରୁଣା ଆଉ ମୈତ୍ରୀର ସ୍ମରଣ ହୋଇଥାଏ । ଏକ ଏପରି ସମୟରେ ଯେତେବେଳେ ହିଂସା, ଆତଙ୍କବାଦ, ଜାତିବାଦ, ବଂଶବାଦ, ଏହାର କାଳିମା ବୁଦ୍ଧଙ୍କର ସନ୍ଦେଶକୁ ଯେପରି କଳା ବାଦଲ ଭଳି ଢାଂକି ରହିଥିବାର ଦେଖା ଯାଉଛି ତ, କରୁଣା ଆଉ ମୈତ୍ରୀର କଥା ଆହୁରି ଅଧିକ ପ୍ରାସଙ୍ଗିକ ହୋଇ ଯାଇଥାଏ, ଆହୁରି ଅଧିକ ଆବଶ୍ୟକ ହୋଇ ଯାଇଥାଏ, ଆହୁରି ଅଧିକ ମହତ୍ୱପୂର୍ଣ୍ଣ ହୋଇ ଯାଇଥାଏ । ତାହା ଜୀବିତ ନୁହେଁ, ଯାହା ଧ୍ୱଂସ, ହିଂସା ଆଉ ଘୃଣା ଦ୍ୱାରା ନିଜ ବିରୋଧୀଙ୍କ ଉପରେ ଆକ୍ରମଣ କରେ । ଜୀବନ ତ ହେଉଛି ତାହାର ଯିଏ ଘୃଣା, ହିଂସା ଆଉ ଅନ୍ୟାୟ ଭଳି ତତ୍ତ୍ଵକୁ ସାର୍ଥକ ମୈତ୍ରୀ, କରୁଣା ଦ୍ୱାରା ଜିତି କରି ବିଶ୍ୱର ଏହି ସବୁଠାରୁ ବଡ଼ ବିଜୟ ହାସଲ କରେ ।

ଏହି ତଥ୍ୟ ଅଛି କି ଯେଉଁମାନେ କ୍ରୋଧ ମନକୁ ଶାନ୍ତ ବୁଦ୍ଧଙ୍କ ଧ୍ୟାନ ଦ୍ୱାରା ଜିଣି ପାରିଲେ, ସେ ହିଁ ସଫଳ ହେଲେ, ସେ ହିଁ ଅମର ହେଲେ । ସତ୍ୟ ଏବଂ କରୁଣାର ସଂଯୋଗ, ଏବଂ ସତ୍ୟ ଏବଂ କରୁଣାର ସଂଯୋଗ ହିଁ ହେଉଛି ସେହି ଯୋଗ ବୁଦ୍ଧ ହୋଇଥାଏ, ଆମ ଭିତରେ ବୁଦ୍ଧଙ୍କୁ ପଲ୍ଲବିତ କରିଥାଏ ।

ବୁଦ୍ଧର ଅର୍ଥ ହିଂସା ପାଇଁ ପ୍ରେରିତ ମନକୁ କ୍ରୋଧ ସ୍ଥିତିରୁ ଶୁଦ୍ଧ ଅନ୍ତଃକରଣ ସ୍ଥିତିକୁ ଆସିବା-ଯିବା, ମନୁଷ୍ୟ ଏବଂ ମନୁଷ୍ୟ ମଧ୍ୟରେ କୌଣସି ସମାଜ ତାହାର ଜାତି, ବର୍ଣ୍ଣ, ଭାଷାର ଅଧିକାର ଆଧାରରେ ଭେଦଭାବକୁ କମ୍ କରାଯାଉ, ଏହି ସନ୍ଦେଶ ନା ଭାରତର ହୋଇପାରେ, ଏହି ସନ୍ଦେଶ ନା ବୁଦ୍ଧଙ୍କର ହୋଇ ପାରେ, ଏହି ଧରଣୀର ଏହି ବିଚାର ପାଇଁ ହୋଇପାରେ । ଏଠାରେ କେହି, କୌଣସି ମଧ୍ୟ ଜାତି, ବର୍ଣ୍ଣ, ବର୍ଗ, ଆସ୍ଥାର ହେଉ; ତାହାକୁ ସର୍ବଦା ନିଜସ୍ୱ ଭାବ, ଆତ୍ମୀୟତାର ସହିତ ସ୍ୱୀକାର କରାଯାଇଛି । ଇହୁଦୀ ସମାଜ ହେଉ, ପାର୍ସି ସମାଜ ହେଉ, ହଜାର-ହଜାର ବର୍ଷ ଧରି ଗୋଟିଏ ରୂପ ହୋଇ କରି, ଗୋଟିଏ ରସ ହୋଇ କରି, ପୁଣି ଯାହା ସର୍ବଦା ଆମର ରକ୍ତ, ଆମର ମାନସ, ଆମର ଅସ୍ଥିର ହେଉଛି ଅବିଭାଜ୍ୟ ଅଙ୍ଗ, ସେମାନଙ୍କ ସହିତ ଭେଦଭାବର କଳ୍ପନା ଆମେ କେବେ କରି ନାହୁଁ । ସମତାର ଭାବ, ସମାନତାର ଭାବ ନିଜ ଜୀବନରେ ବଂଚିବା ହିଁ ହେଉଛି, ବୁଦ୍ଧଙ୍କୁ ଜୀଇଁବାର ଏହା ହେଉଛି ଅର୍ଥ । ସେହି ସମତା, ସମରସତା, ସମଦୃଷ୍ଟି, ଆଉ ସଙ୍ଘ ଭାବ କାରଣରୁ ବୁଦ୍ଧ ସମଗ୍ର ବିଶ୍ୱର ସର୍ବାଧିକ ସ୍ୱୀକାର୍ଯ୍ୟ ମହାପୁରୁଷ ହୋଇଗଲେ । ଏହି ଭାବନାକୁ ନେଇ ବାବାସାହେବ ଆମ୍ବେଦକର ବଂଚିଲେ ତ ସେ ମଧ୍ୟ ବୁଦ୍ଧଙ୍କ ପଥ ଅନୁସରଣ କରି ଆଗକୁ ଚାଲିଲେ ।

ଆଜି ବିଶ୍ୱରେ ଭାରତର ସର୍ବଶ୍ରେଷ୍ଠ ପରିଚୟ ଆମର ଭୌତିକ କ୍ଷେତ୍ରରେ ଉନ୍ନତି ସହିତ ଆମେ ବୁଦ୍ଧଙ୍କ ଦେଶ ହେବା, ଏହା ମଧ୍ୟ ସମଗ୍ର ଦୁନିଆରେ ଭାରତର ମହାତ୍ମ୍ୟକୁ ବଢ଼ାଏ । ଧର୍ମମ୍ ଶରଣମ୍ ଗଚ୍ଛାମିବୁଦ୍ଧମ୍ ଶରଣମ୍ ଗଚ୍ଛାମିସଙ୍ଘମ୍ ଶରଣମ୍ ଗଚ୍ଛାମି, ଏହା ଆମ ଦେଶର ପବିତ୍ର ଭୂମିରୁ ବାହାରି ସଂପୂର୍ଣ୍ଣ ବିଶ୍ୱକୁ ମାନବତାର ପାଠ ପଢ଼ାଇଥିବା ଭଳି ଜନ-ଜନର ମନ୍ତ୍ର ହୋଇ ଯାଇଛି । ଏଥିପାଇଁ ବୁଦ୍ଧ ପୂର୍ଣ୍ଣିମାର ସବୁଠାରୁ ବଡ଼ ସନ୍ଦେଶ ହେଉଛି, ତୁମେ ଅନ୍ୟକୁ ପରିବର୍ତ୍ତନ କରିବା ପୂର୍ବରୁ ଆଗେ ନିଜକୁ ପରିବର୍ତ୍ତନ କରିବା ଆରମ୍ଭ କରତୁମେ ମଧ୍ୟ ବୁଦ୍ଧ ହୋଇଯିବତୁମେ ବାହାରେ ସମସ୍ତଙ୍କୁ ଦେଖିବା ପୂର୍ବରୁ ନିଜ ଭିତରର ଯୁଦ୍ଧକୁ ଜୟ ଲାଭ କରତା ହେଲେ ତୁମେ-ତୁମେ ମଧ୍ୟ ବୁଦ୍ଧ ହୋଇ ଯିବ । ଅପୋ ଦୀପଃ ଆପ ଭବଃ– ସ୍ୱୟଂ ନିଜର ପ୍ରକାଶ ନିଜ ଭିତରେ ଖୋଜିବେ ତ ଆପଣ ମଧ୍ୟ ବୁଦ୍ଧ ହୋଇଯିବେ ।

ଭଗବାନ ବୁଦ୍ଧ ମଧ୍ୟ ସବୁବେଳେ ଚିତ୍ତର ଶାନ୍ତି ଏବଂ ହୃଦୟରେ କରୁଣାର ପ୍ରେରଣା ଦେଇ ଚାଲିଥିଲେ । ସମାନତା, ନ୍ୟାୟ, ସ୍ୱତନ୍ତ୍ରତା ଏବଂ ମାନବ ଅଧିକାର, ହେଉଛି ଆଜିର ଲୋକତାନ୍ତ୍ରିକ ବିଶ୍ୱର ପ୍ରମୁଖ ମୂଲ୍ୟ । କିନ୍ତୁ ଏହା ଉପରେ ବହୁତ ସ୍ପଷ୍ଟ ସନ୍ଦେଶ ଗୌତମ ବୁଦ୍ଧ ଆଜିଠାରୁ ଅଢ଼େଇ ହଜାର ବର୍ଷ ପୂର୍ବେ ଦେଇଥିଲେ । ଭାରତରେ ତ ଏ ସମସ୍ତ ବିଷୟ ଭିନ୍ନ ଭାବେ ବିଚାରଣୀୟ ନ ହୋଇ ସମଗ୍ର ବିଶ୍ୱ-ଦୃଷ୍ଟିର ଅଙ୍ଗ ଥିଲା ।

ଭଗବାନ ବୁଦ୍ଧଙ୍କର ନିଜସ୍ୱ ଦର୍ଶନରେ ସମାନତାର ଅର୍ଥ ଏହା ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ଏହି ଧରଣୀରେ ହେଉଛି ଗରିମାପୂର୍ଣ୍ଣ ଉପସ୍ଥିତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂସାଧନର ଅବସର, ଅଧିକାରର ଉପଲବ୍ଧତା ବିନା କୌଣସି ଭେଦଭାବ ସୁନିଶ୍ଚିତ କରାଯିବା ଆବଶ୍ୟକ ।

ସାଥୀଗଣ, ଦୁନିଆର ଯେ କୌଣସି ଦେଶ ହେଉ, ଜାତିବାଦରୁ ନେଇ ଆତଙ୍କବାଦ ପର୍ଯ୍ୟନ୍ତ ସାମାଜିକ ନ୍ୟାୟକୁ ଆହ୍ୱାନ ଦେଲାଭଳି ପ୍ରତ୍ୟେକ ବିଷମତା ମଣିଷ ନିଜେ ହିଁ ସୃଷ୍ଟି କରିଛି । ଏହି ବିଷମତାଗୁଡ଼ିକ ହିଁ ଅନ୍ୟାୟ, ଶୋଷଣ, ଅତ୍ୟାଚାର, ହିଂସା, ସାମାଜିକ ବ୍ୟସ୍ତତା ଏବଂ ସୌହାର୍ଦ୍ଦ୍ୟ ହେଉଛି ଅହିଂସାର ମୂଳ ସ୍ରୋତ । ଯେତେବେଳେ କି ଅନ୍ୟ ପଟରେ କହିବାକୁ ଗଲେ ନ୍ୟାୟ, ସ୍ୱତନ୍ତ୍ରତା ଏବଂ ମାନବ ଅଧିକାରର ସିଦ୍ଧାନ୍ତ ସମାନତାର ସିଦ୍ଧାନ୍ତର ହେଉଛି ଗୋଟିଏ ପ୍ରକାରର ବିସ୍ତାର । ଏହାର ଅର୍ଥ ହେଉଛି ଏହା କି ସମାନତା ହେଉଛି ଏହି ସିଦ୍ଧାନ୍ତ ଗୁଡ଼ିକର ଆଧାର ତତ୍ୱ ।

ଯଦି ଆମ ସମାଜରେ ସମାନତାର ଭାବନା ସୁଦୃଢ଼ ହେବ ତ ସାମାଜିକ ନ୍ୟାୟ, ସ୍ୱତନ୍ତ୍ରତା, ମାନବ ଅଧିକାର, ସାମାଜିକ ପରିବର୍ତ୍ତନ, ବ୍ୟକ୍ତିଗତ ଅଧିକାର, ଶାନ୍ତି, ସୌହାର୍ଦ୍ଦ୍ୟ, ସମୃଦ୍ଧି, ଏ ସମସ୍ତ ମାର୍ଗ ଆମ ପାଇଁ ଖୋଲି ଯିବ ଆଉ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ି ପାରିବା ।

ଭଗବାନ ବୁଦ୍ଧ ନିଜର ଉପଦେଶରେ ଅଷ୍ଟାଙ୍ଗର ଚର୍ଚ୍ଚା କରିଛନ୍ତି । ଭଗବାନ ବୁଦ୍ଧଙ୍କ ସନ୍ଦେଶରେ ଅଷ୍ଟାଙ୍ଗର କଥା ଆସିଥାଏ । ଆଉ ମୁଁ ମାନୁଛି କି ‘ଅଷ୍ଟାଙ୍ଗ’ ମାର୍ଗକୁ ନ ଜାଣି, ନ ପାଇ ବୁଦ୍ଧଙ୍କୁ ପାଇବା ହେଉଛି ବହୁତ କଷ୍ଟ । ‘ଅଷ୍ଟାଙ୍ଗ’ମାର୍ଗରେ ଭଗବାନ ବୁଦ୍ଧ କହିଛନ୍ତି କି- ଏକ ସମ୍ୟକ ଦୃଷ୍ଟି, ଦ୍ୱିତୀୟ ସମ୍ୟକ ସମକଳ୍ପ, ତୃତୀୟ ସମ୍ୟକ ବାଣୀ, ଚତୁର୍ଥ ସମ୍ୟକ ଆଚରଣ, ପଞ୍ଚମ ସମ୍ୟକ ଆଜୀବିକା, ସମ୍ୟକ ଚେଷ୍ଟା, ସମ୍ୟକ ଚେତନା ଏବଂ ସମ୍ୟକ ଧ୍ୟାନ ଅର୍ଥାତ (right view, right thought,  right speech,  right conduct,  right livelihood, right efforts, right consciousness, right consultation) ଭଗବାନ ବୁଦ୍ଧ ଏହି ‘ଅଷ୍ଟମାର୍ଗ’ ଆମମାନଙ୍କ ପାଇଁ ସୂଚୀତ କରିଛନ୍ତି ।

ଆଜିର ଯୁଗରେ ଯେଉଁ ସଙ୍କଟ ସହିତ ଆମେ ସଂଘର୍ଷ କରୁଛେ, ଯେଉଁ ସମସ୍ୟାଗୁଡ଼ିକ ସହିତ ଆମେ ସଂଘର୍ଷ କରୁଛେ, ସେହି ସମସ୍ୟାଗୁଡ଼ିକର ସମାଧାନ ଭଗବାନ ବୁଦ୍ଧଙ୍କର ଦେଖାଇଥିବା ମାର୍ଗରେ ଚାଲି କରି ହିଁ ସମ୍ଭବପର । ସମୟର ଆହ୍ୱାନ ହେଉଛି କି ସଂକଟରୁ ଯଦି ବିଶ୍ୱକୁ ବଂଚାଇବାର ଅଛି; ବୁଦ୍ଧଙ୍କର କରୁଣା, ପ୍ରେମର ସନ୍ଦେଶ ହେଉଛି ସବୁଠାରୁ ଉପଯୁକ୍ତ ମାର୍ଗ । ତ ବୁଦ୍ଧଙ୍କୁ ମାନୁଥିବା ସମସ୍ତ ଶକ୍ତି ସକ୍ରିୟ ହେବା ଆବଶ୍ୟକ । ଭଗବାନ ବୁଦ୍ଧ ମଧ୍ୟ କହିଥିଲେ ଯେ ଏହି ରାସ୍ତାରେ ସଙ୍କଳିତ ହୋଇ ଚାଲିବା ଦ୍ୱାରା ହିଁ ସାମର୍ଥ୍ୟ ପ୍ରାପ୍ତ ହେବ ।

ସାଥୀଗଣ, ଭଗବାନ ବୁଦ୍ଧ ସେହି ଦାର୍ଶନିକମାନଙ୍କ ମଧ୍ୟରୁ ଜଣେ ଥିଲେ ଯାହାଙ୍କୁ ତର୍କବୁଦ୍ଧି ଏବଂ ଭାବନାର ସଙ୍କଳ୍ପ ଆବଶ୍ୟକ ଲାଗୁଥିଲା । ସେ ନିଜର ‘ଧମ୍ମ’ ର ସିଦ୍ଧାନ୍ତର ତର୍କ ସଙ୍ଗତ ପରୀକ୍ଷଣ ପାଇଁ ବହୁତ ଆଗ୍ରହୀ ଥିଲେ । ସେ ନିଜର ଶିଷ୍ୟମାନଙ୍କଠାରୁ ବିନା କୌଣସି ବିଶେଷ ଆଦର କିମ୍ବା ଅନୁରାଗରେ ସେମାନଙ୍କର ନିଜର ବିଚାରଗୁଡ଼ିକୁ ମଧ୍ୟ ତର୍କର କସଟି ପଥରରେ କସିବା ପାଇଁ ସବୁବେଳେ ଆଗ୍ରହ ପ୍ରକାଶ କରୁଥିଲେ । ଭଗବାନ ବୁଦ୍ଧଙ୍କର ସନ୍ଦେଶଗୁଡ଼ିକୁ ନିର୍ଦ୍ଦିଷ୍ଟ, ଦାର୍ଶନିକ ସ୍ୱରୂପ ଦେବା ଭଳି ମହାନ ବୌଦ୍ଧ ଚିନ୍ତାନାୟକ ନାଗାର୍ଜୁନ, ଦ୍ୱିତୀୟ ଶତାବ୍ଦୀରେ ସମ୍ରାଟ ଉଦୟଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ସେହି ପରାମର୍ଶ ଆଜି ମଧ୍ୟ ବହୁତ ପ୍ରାସଙ୍ଗିକ ।

ସେ କହିଥିଲେ- ‘ନେତ୍ରହୀନ, ରୋଗୀଣା, ବଂଚିତ, ଅସହାୟ ଏବଂ ଦରିଦ୍ରମାନଙ୍କୁ ବିନା କୌଣସି ଅବରୋଧରେ ଭୋଜନ ଏବଂ ପାଣି ମିଳିବାର ବ୍ୟବସ୍ଥା ଏବଂ ସେମାନଙ୍କ ପ୍ରତି କରୁଣାର ଭାବନା ରଖିବା ଦରକାର; ପିଡ଼ୀତ ଏବଂ ରୋଗୀଣା ଲୋକମାନଙ୍କର ଉପଯୁକ୍ତ ଦେଖାଶୁଣା ଏବଂ ବିବ୍ରତ କୃଷକମାନଙ୍କୁ ବିହନ ଏବଂ ଅନ୍ୟ ଆବଶ୍ୟକ ସହଯୋଗ ଦିଆଯିବା ଆବଶ୍ୟକ ।’

ଭଗବାନ ବୁଦ୍ଧଙ୍କର ବିଶ୍ୱସ୍ତରୀୟ ଚିନ୍ତାଧାରା ଏହି କଥା ଉପରେ କେନ୍ଦ୍ରିତ ହୋଇ ରହିଲା ଯେ ସମଗ୍ର ସଂସାରରେ ସମସ୍ତଙ୍କର ଦୁଃଖ କିପରି ସଦା-ସର୍ବଦା ପାଇଁ ଦୂର ହୋଇଯିବ? ଏହା କୁହାଯାଏ କି କୌଣସି ଦୁଃଖୀର ଦୁଃଖକୁ ଦେଖି ଦୁଃଖୀ ହେବା ଅପେକ୍ଷା ଅଧିକ ଉପଯୁକ୍ତ ହେଉଛି କି ସେହି ବ୍ୟକ୍ତିଙ୍କୁ ତାହାଙ୍କର ଦୁଃଖ ଦୂର କରିବା ପାଇଁ ସକ୍ଷମ କରାଯାଉ, ପ୍ରସ୍ତୁତ କରାଯାଉ ଆଉ ତାହାଙ୍କୁ ସଶକ୍ତ କରାଯାଉ ।

ମୁଁ ଆନନ୍ଦିତ ଯେ ଆମ ସରକାର କରୁଣା ଏବଂ ସେବା ଭାବନାର ସେହି ରାସ୍ତାରେ ଚାଲୁଛନ୍ତି ଯେଉଁ ରାସ୍ତା ଭଗବାନ ବୁଦ୍ଧ ଆମକୁ ଦେଖାଇଛନ୍ତି । ଜୀବନରେ କିପରି ଦୁଃଖ କମ୍ ହେବ, ଅସୁବିଧା କିପରି କମ୍ ହେବ, ଜଣେ ସାଧାରଣ ମନୁଷ୍ୟଙ୍କର ଜୀବନ କିପରି ସହଜ ହେବ, ଏହାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ ।

ଜନଧନ ଯୋଜନା ଅଧୀନରେ 31 କୋଟିରୁ ଅଧିକ ଗରିବଙ୍କର ବ୍ୟାଙ୍କରେ ଖାତା ଖୋଲାଯିବା, ପ୍ରତିଦିନ କେବଳ 90 ପଇସା ଏବଂ ମାସକୁ ଏକ ଟଙ୍କା ପ୍ରିମିୟମରେ ପାଖାପାଖି 19 କୋଟି ଗରିବଙ୍କୁ ବୀମାର କବଚ ଦେବା, 3 କୋଟି 70 ଲକ୍ଷରୁ ଅଧିକ ଗରିବ ମହିଳାମାନଙ୍କୁ ମାଗଣାରେ ଗ୍ୟାସର ଚୂଲି ଦେବା, ସଂଯୋଗ ଦେବା; ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ 3 କୋଟିରୁ ଅଧିକ ଶିଶୁମାନଙ୍କୁ ଏବଂ 80 ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ମାନଙ୍କର ଟୀକାକରଣ କରିବା; ମୁଦ୍ରା ଯୋଜନା ମାଧ୍ୟମରେ ବ୍ୟାଙ୍କ ଗ୍ୟାରେଂଟି ବିନା 12 କୋଟିରୁ ଅଧିକ ଋଣ ଦେବା, ଏଭଳି ଅନେକ କାର୍ଯ୍ୟ ଏହି ସରକାରରେ ଗରିବଙ୍କୁ ସଶକ୍ତ କରିବା ପାଇଁ କରାଯାଇଛି । ଆଉ ଏବେ, ଏବେ ତ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସରକାର ପାଖାପାଖି 50 କୋଟି ଗରିବଙ୍କୁ ବର୍ଷକ ମଧ୍ୟରେ 5 ଲକ୍ଷ ଟଙ୍କାର ଚିକିତ୍ସା ପାଇଁ ସୁବିଧା ମଧ୍ୟ ସୁନିଶ୍ଚିତ କରିବା ପାଇଁ ଆଗକୁ ବଢ଼ୁଛନ୍ତି ।

ସାଥୀଗଣ, ଅନ୍ତର୍ଭୁକ୍ତିକରଣର ଏହି ବିଚାର, ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ହିଁ ବିଚାର ଥିଲା ଯେଉଁମାନେ, ଗୌତମ ବୁଦ୍ଧଙ୍କ ଜୀବନକୁ ଏକାଥରକେ ବଦଳାଇ ଦେଇଥିଲେ । ଜଣେ ରାଜାର ପୁଅ ଥିଲେ ଯାହାଙ୍କ ପାଖରେ ସମସ୍ତ ସୁଖ ସୁବିଧା ରହିଥିଲା, ସେ ଯେତେବେଳେ ଗରିବଙ୍କୁ ଦେଖନ୍ତି, ତାଙ୍କର କଷ୍ଟ, ତାଙ୍କର ଅସୁବିଧା ଦେଖନ୍ତି, ସେତେବେଳେ ତାଙ୍କ ଭିତରେ ଏହି ଭାବନା ମଧ୍ୟ ଆସୁଥିଲା କି ‘ମୁଁ ଏମାନଙ୍କଠାରୁ ଅଲଗା ନୁହେଁ, ମୁଁ ହେଉଛି ଏମାନଙ୍କ ସହିତ ସମାନ’ ।

ଏହି ସତ୍ୟତା ହିଁ ତାଙ୍କୁ ଏକ ଦୃଷ୍ଟିଭଙ୍ଗୀ ଦେଲା-ଜ୍ଞାନ, ତର୍କ କ୍ଷମତା, ଚୈତନ୍ୟ, ନୈତିକତା, ମୂଲ୍ୟ ଧର୍ମିତାର ଭାବନା ତାଙ୍କ ଭିତରେ ମନକୁ ମନ ଏକ ଶକ୍ତି ହୋଇ ବାହାରିବାରେ ଲାଗିଲା । ଆଜି ସେହି ଭାବକୁ ଆମେ ଯେତେ ଅଭ୍ୟସ୍ତ କରିବା, ସେତିକି ହିଁ ଆମେ ସର୍ବ ପ୍ରଥମେ ମନୁଷ୍ୟ ହେବା ପାଇଁ ଯୋଗ୍ୟ ହୋଇ ପାରିବା । ମନୁଷ୍ୟ ପାଇଁ, ମାନବତା ପାଇଁ, ଏକବିଂଶ ଶତାବ୍ଦୀରେ ସବୁଠାରୁ ମହତ୍ୱପୂର୍ଣ୍ଣ ଶତାବ୍ଦୀ କରି ଗଢ଼ି ତୋଳିବା ପାଇଁ କରାଯିବା ହେଉଛି ବହୁତ ଆବଶ୍ୟକ ।

ଭାଇ ଓ ଭଉଣୀମାନେ, ପରାଧୀନତାର ଦୀର୍ଘ ସମୟ ପରେ ଅନେକ କାରଣରୁ ଆମର ଏଠି ମଧ୍ୟ ନିଜର ସାଂସ୍କୃତିକ ପରମ୍ପରାକୁ ସଜାଡିବାର କାର୍ଯ୍ୟ ସେହିଭଳି ଭାବେ ହୋଇପାରି ନାହିଁ, ଯେପରି ହେବାର କଥା । ଯେଉଁ ଦେଶ ନିଜର ଇତିହାସକୁ ସଂରକ୍ଷଣ କରିଥାଏ, ସେହି ପରମ୍ପରାକୁ ସେହି ଭବ୍ୟତାର ସହିତ ଭବିଷ୍ୟତ ପିଢିକୁ ସମର୍ପଣ କରି ନ ଥାଏ, ସେହି ଦେଶ କେବେ ପୂର୍ଣ୍ଣତା ପ୍ରାପ୍ତ କରିପାରେ ନାହିଁ । ଏହାକୁ ଧ୍ୟାନରେ ରଖି ଆମ ସରକାର ନିଜର ସାଂସ୍କୃତିକ ଐତିହ୍ୟ ଏବଂ ବିଶେଷ କରି ଭଗବାନ ବୁଦ୍ଧଙ୍କ ଜଡିତ ସ୍ମୃତିଗୁଡିକ ପାଇଁ ଏକ ବୃହତ ଦୃଷ୍ଟିକୋଣ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ଆମ ଦେଶରେ ପାଖାପାଖି 18 ଟି ଏଭଳି ରାଜ୍ୟ ରହିଛି ଯେଉଁଠାରେ ଭଗବାନ ବୁଦ୍ଧଙ୍କ ସହିତ ଜଡିତ କୌଣସି ନା କୌଣସି ତୀର୍ଥ ସ୍ଥଳ ଅଛି । ସେଗୁଡିକ ମଧ୍ୟରୁ କେତେକ ହେଉଛି 2 ହଜାର ବର୍ଷରୁ ଅଧିକ ପୁରୁଣା ଆଉ ସାରା ବିଶ୍ୱର ଲୋକଙ୍କୁ ଆକର୍ଷିତ କରୁଛି । ଏଭଳି କ୍ଷେତ୍ରରେ ଏହା ବହୁତ ଆବଶ୍ୟକ କି ଯେଉଁ ଲୋକ ଏହି ସ୍ଥଳକୁ ଦେଖିବାକୁ ଆସୁଛନ୍ତି, ସେମାନଙ୍କ ସୁବିଧା ଅନୁସାରେ ମଧ୍ୟ ଏହି ସ୍ଥାନକୁ  ବିକଶିତ କରାଯିବ । ଏହି ଚିନ୍ତାଧାରା ସହିତ ଚାଲି ଦେଶରେ ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ଏକ ବୌଦ୍ଧ ପର୍ଯ୍ୟଟନ ବଳୟ (Buddhist circuit) ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ବୌଦ୍ଧ ପର୍ଯ୍ୟଟନ ବଳୟ ପାଇଁ ସରକାର 360 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରି ସାରିଛନ୍ତି । ଏଥିରେ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଏବଂ ଗୁଜରାଟ ଆଦିରେ ରାଜ୍ୟରେ ଥିବା ଏଭଳି ସ୍ଥାନରେ ବୌଦ୍ଧ ସ୍ଥଳଗୁଡିକର ଆହୁରି ବିକାଶ କରାଯାଉଛି ।

ଏହା ବ୍ୟତୀତ ସଡ଼କ ପରିବହନ ମନ୍ତ୍ରଣାଳୟ ଗୟା-ବାରଣାସୀ, କୁଶୀନଗର, ଏହି ସମଗ୍ର ରାସ୍ତାରେ, ପଥ ପାର୍ଶ୍ଵରେ ଆବଶ୍ୟକ ସୁବିଧାଗୁଡିକୁ ବିକଶିତ କରୁଛି । ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରତି ଦୁଇ ବର୍ଷରେ ଥରେ ବୁଦ୍ଧ ଧର୍ମ ଉପରେ ଅନ୍ତର୍ଜାତୀୟ ସମ୍ମେଳନ, ତାହା ମଧ୍ୟ ଆୟୋଜନ କରାଯାଉଛି । ଚଳିତ ବର୍ଷ ଯେତେବେଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠତ ହେବ ତ ସେଥିରେ ସାରା ଦୁନିଆର ଭିନ୍ନ ଭିନ୍ନ କ୍ଷେତ୍ରର ବିଦ୍ୱାନ ଏକାଠି ହେବେ । ଏହି ଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏହା ଯେ, ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ଆମର ସାଂସ୍କୃତିକ ଐତିହ୍ୟ  ସଂପର୍କରେ ସୂଚନା ପହଂଚୁ, ସ୍ଥାନୀୟ ଅଂଚଳରୁ ଏବଂ ଏବଂ ଅନ୍ୟ ଦେଶରୁ ମଧ୍ୟ ପର୍ଯ୍ୟଟକ ବୌଦ୍ଧ ସ୍ଥଳଗୁଡିକୁ ଦେଖିବାକୁ ଯାଆନ୍ତୁ, ସେଗୁଡିକ ବିଷୟରେ ତଥ୍ୟ ହାସଲ କରନ୍ତୁ ।

ଏହା ବ୍ୟତୀତ କେନ୍ଦ୍ର ସରକାର, ଭାରତର ପଡ଼ୋଶୀ ଦେଶରେ ମଧ୍ୟ ବୌଦ୍ଧ ପରମ୍ପରାର ସଂରକ୍ଷଣରେ ସେହି ଦେଶକୁ ସହାୟତା କରୁଛି । ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା (ଏଏସଆଇ), ଦ୍ୱାରା ମିଆଁମାରର ବାଗାନରେ, ଆନନ୍ଦ ମନ୍ଦିରର ପୁନରୁଦ୍ଧାର ଏବଂ ରାସାୟନିକ ସଂରକ୍ଷଣର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଦୁଇ ବର୍ଷ ପୂର୍ବେ ଆସିଥିବା ଭୁକମ୍ପରେ ଏହି ମନ୍ଦିର ବହୁତ କ୍ଷତିଗ୍ରସ୍ତ ହୋଇଯାଇଥିଲା ।

ଏଏସ୍ଆଇ ଆଫଗାନିସ୍ଥାନର ବାମିୟାନରେ, କାମ୍ବୋଡିଆର ଓଁକାର-ବଟ ଏବଂ ‘ତୋପ୍ରୋହମ’ ମନ୍ଦିରରେ, ଲାଓସର ବତପୋହୁ ମନ୍ଦିରରେ, ଭିଏତନାମରେ ମାଇଁ ସନ୍ ମନ୍ଦିରର ସଂରକ୍ଷଣ କାର୍ଯ୍ୟରେ ମଧ୍ୟ ଭାରତ ସରକାର ଯୋଡି ହୋଇଛନ୍ତି । ବିଶେଷକରି ମଙ୍ଗୋଲିଆର କଥା କହିବା ତ ଭାରତ ସରକାର ଗାର୍ଡେନ ବୌଦ୍ଧ ମନ୍ଦିରର ସମସ୍ତ ପାଣ୍ଡୁଲିପିର ସଂରକ୍ଷଣ ଆଉ ତାହାର ଡିଜିଟାଇଜେସନ କାର୍ଯ୍ୟ ମଧ୍ୟ କରୁଛନ୍ତି ।

ଆଜି ଏହି ମଞ୍ଚରୁ ମୋର ଭାରତ ସରକାରଙ୍କର କିଛି ମହତ୍ୱପୂର୍ଣ୍ଣ ମନ୍ତ୍ରଣାଳୟକୁ ଗୋଟିଏ ଅନୁରୋଧ । ବୌଦ୍ଧ ଦର୍ଶନ ସହିତ ଜଡିତ ଦେଶର ଭିନ୍ନ-ଭିନ୍ନ ଭାଗରେ ଯେଉଁ ସଂସ୍ଥାନ ଚାଲୁ ରହିଛି, ସେଥିରେ ଭଗବାନ ବୁଦ୍ଧଙ୍କ ଶିକ୍ଷା ସଂଗ୍ରହତ୍ରିପିଟକ ସଂରକ୍ଷଣ ଏବଂ ଅନୁବାଦର ଯେଉଁ କାର୍ଯ୍ୟ କରାଯାଉଛି, ତାହାକୁ କିପରି ଗୋଟିଏ ମଞ୍ଚକୁ ଅଣାଯାଇ ପାରିବ । କ’ଣ ଏକ ବିସ୍ତୃତ ପୋର୍ଟାଲ କରାଯାଇ ପାରିବ ଯେଉଁଥିରେ ସହଜ ଓ ସରଳ ଶବ୍ଦରେ  ଭଗବାନ ବୁଦ୍ଧଙ୍କ ବିଚାର ଏବଂ ତାହା ଉପରେ ଯେଉଁ କାର୍ଯ୍ୟ ଏହି ସଂସ୍ଥାନଗୁଡିକରେ କରାଯାଇଛି, ତାହାର ସଂକଳନ ହୋଇ ପାରିବ?

ମୁଁ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମା ମହାଶୟଙ୍କୁ ଅନୁରୋଧ କରିବି କି ସେ ଏହି ପ୍ରକଳ୍ପର ନେତୃତ୍ୱ ନିଜ ହାତକୁ ନିଅନ୍ତୁ  ଆଉ ଏହାକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାର ପ୍ରୟାସ କରନ୍ତୁ ।

ସାଥୀଗଣ, ଏହା ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଅଢ଼େଇ ହଜାର ବର୍ଷ ପରେ ମଧ୍ୟ ଭଗବାନ ବୁଦ୍ଧଙ୍କ ଶିକ୍ଷାଗୁଡିକ ଆମମାନଙ୍କ ମଧ୍ୟରେ ରହିଛି । ଆଉ ଯେତେବେଳେ ମୁଁ ସୌଭାଗ୍ୟ ବୋଲି କହୁଛି ତ ଆପଣ ତା’ପଛରେ ରହିଥିବା ପରିସ୍ଥିତିଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ କି ମୁଁ ଏପରି କାହିଁକି କହୁଛି?

ନିଶ୍ଚିତ ଭାବେ ଆଗରୁ ଆମର ଯେଉଁ ଲୋକମାନେ ଥିଲେ, ଏଥିରେ ସେମାନଙ୍କର ବହୁତ ବଡ଼ ଭୂମିକା ରହିଛି । ଏହା ଥିଲା ଆମର ପୂର୍ବ ପିଢିଙ୍କର ଯୋଗଦାନ, ସେମାନଙ୍କର ସଂରକ୍ଷଣ ଥିଲା କି ଆଜି ଆମେ ବୁଦ୍ଧ ପୂର୍ଣ୍ଣିମାରେ ଏ ପ୍ରକାରର କାର୍ଯ୍ୟକ୍ରମ କରି ପାରୁଛେ । ଅଢ଼େଇ ହଜାର ବର୍ଷ ପର୍ଯ୍ୟନ୍ତ ଆମ ପୂର୍ବ ପୁରୁଷମାନେ ଏହି ପରମ୍ପରାକୁ ସଜାଡି କରି ସଂଯୋଜନା କରି ରଖିବା ପାଇଁ ଆଉ ପ୍ରତ୍ୟେକ ପିଢିଙ୍କୁ ଦେବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି । ଏବେ ଆଗାମୀ ମାନବ ଇତିହାସ ଆପଣଙ୍କର ସକ୍ରିୟ ଭୂମିକାର ଅପେକ୍ଷା କରି ରହିଛି, ଆପଣଙ୍କ ସଂକଳ୍ପର ଅପେକ୍ଷା କରି ରହିଛି ।

ମୁଁ ଚାହୁଁଛି ଯେ ଆଜି ଯେତେବେଳେ ଆପଣମାନେ ଏଠାରୁ ଯିବେ ତ ମନରେ ଏହି ବିଚାର ରଖି ଯାଆନ୍ତୁ କି 2022ରେ, ଯେତେବେଳେ ଆମ ଦେଶ ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରୁଥିବ, ସେ ପର୍ଯ୍ୟନ୍ତ ଏଭଳି କେଉଁ 5 ଟି କିମ୍ବା 10 ଟି ସଂକଳ୍ପ ଥିବ, ଯେଉଁଗୁଡ଼ିକୁ ଆପଣ ପୂରଣ କରିବାକୁ ଚାହିଁବେ ।

ଏହି ସଂକଳ୍ପ ନିଜର ପରମ୍ପରାର ରକ୍ଷା, ଗୌତମ ବୁଦ୍ଧଙ୍କର ବିଚାରଧାରା ଗୁଡ଼ିକର ପ୍ରସାର, କାହା ସହିତ ମଧ୍ୟ ଯୋଡ଼ି ହୋଇପାରନ୍ତି । କିନ୍ତୁ ମୋର ଏହା ହେଉଛି ପ୍ରାର୍ଥନା କି ଏଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ସଂଗଠନ, 2022ର ଲକ୍ଷ୍ୟ ସ୍ଥିର କରି କିଛି ନା କିଛି ସଂକଳ୍ପ ନିଶ୍ଚିତ ଭାବେ ନିଅନ୍ତୁ ।

ଆପଣଙ୍କର ଏହି ପ୍ରୟାସ ନିଉ ଇଣ୍ଡିଆର ସଂକଳ୍ପକୁ ପୂରଣ କରିବାରେ ବହୁତ ବଡ଼ ଭୂମିକା ତୁଲାଇବ । ଆମକୁ ଆହ୍ୱାନଗୁଡ଼ିକ ବିଷୟରେ ଜଣାଅଛି, ଆମ ସମସ୍ତଙ୍କ ଉପରେ ଭଗବାନ ବୁଦ୍ଧଙ୍କର ଆଶୀର୍ବାଦ ରହିଛି, ଏଥିପାଇଁ ମୋର ସଂପୂର୍ଣ୍ଣ ଭରସା ରହିଛି କି ଯାହା ମଧ୍ୟ ସଂକଳ୍ପ ନେବେ, ତାହାକୁ ଅବଶ୍ୟ ପ୍ରାପ୍ତ କରି ରହିବେ ।

ମୋତେ ଆଜି ବୁଦ୍ଧ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ଭଗବାନ ବୁଦ୍ଧଙ୍କର ପାଦତଳେ ଆସି ବସିବାର ସୁଯୋଗ ମିଳିଲା, ତାଙ୍କୁ ପ୍ରଣାମ କରିବାର ସୁଯୋଗ ମିଳିଲା, ଆପଣ ମାନଙ୍କୁ ସମସ୍ତଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଲା, ଏଥିପାଇଁ ମୁଁ ନିଜକୁ-ନିଜେ ଧନ୍ୟ ମନେ କରୁଛି ।

ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବୁଦ୍ଧ ପୂର୍ଣ୍ଣିମା ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି ଆଉ ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।

ବହୁତ-ବହୁତ ଧନ୍ୟବାଦ!!!

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
'ପରିକ୍ଷା ପେ ଚର୍ଚ୍ଚା 2022' ରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
Explore More
ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଲୋକପ୍ରିୟ ଅଭିଭାଷଣ

ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
PM Modi is the world's most popular leader, the result of his vision and dedication to resolve has made him known globally

Media Coverage

PM Modi is the world's most popular leader, the result of his vision and dedication to resolve has made him known globally
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 28, 2022
January 28, 2022
ସେୟାର
 
Comments

Indians feel encouraged and motivated as PM Modi addresses NCC and millions of citizens.

The Indian economy is growing stronger and greener under the governance of PM Modi.