ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକ ଉଦଘାଟିତ; ଏଗୁଡ଼ିକ ଭାରତର ଅଭିବୃଦ୍ଧି ଧାରାକୁ ତ୍ୱରାନ୍ୱିତ କରିବ : ପ୍ରଧାନମନ୍ତ୍ରୀ
କେରଳର ପର୍ଯ୍ୟଟନ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଭାରତ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି
ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ପ୍ରତି ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଛି : ପ୍ରଧାନମନ୍ତ୍ରୀ
ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟ ସମୁଦାୟଙ୍କର ବିଶେଷ ଧ୍ୟାନ ଦେବା ଲାଗି ତାଙ୍କର ଅନୁରୋଧ ରକ୍ଷା କରିଥିବାରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ


କେରଳର ରାଜ୍ୟପାଳ ଶ୍ରୀ ଅରିଫ ମହମ୍ମଦ ଖାନ୍‍, କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟି ବିଜୟନ୍‍, ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ ଜୀ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧରନ ଜୀ,

ମଞ୍ଚାସୀନ ସମସ୍ତ ପ୍ରତିନିଧିଗଣ,

ବନ୍ଧୁଗଣ,

ନମସ୍କାରମ୍‍ କୋଚି, ନମସ୍କାରମ୍‍ କେରଳ । ଆରବ ସାଗରର ରାଣୀ ସଦାବେଳେ ବିସ୍ମୟକର । ଆପଣମାନଙ୍କ ସମସ୍ତଙ୍କ ଗହଣରେ ଆଜି ଉପସ୍ଥିତ ହୋଇ ବାସ୍ତବିକ ମୁଁ ଅତ୍ୟନ୍ତ ଖୁସି । ଆଜି ଆମେ ସଭିଏଁ ଏଠାରେ ବିକାଶକୁ ଉତ୍ସବ ରୂପେ ମନାଇବା ସକାଶେ ଏଠାରେ ଏକତ୍ରିତ ହୋଇଛେ । କେରଳରବିକାଶ ଏବଂ ଭାରତର ବିକାଶ । ଆଜି ଯେଉଁ କାର୍ଯ୍ୟର ଉଦ୍ଘାଟନ ହେଉଛି ସେଥିରେ ବ୍ୟାପକ କ୍ଷେତ୍ର ସାମିଲ ରହିଛି । ସେହସିବୁ କ୍ଷେତ୍ର ଭାରତର ବିକାଶର ମାତ୍ରାକୁ ଶକ୍ତି ପ୍ରଦାନ କରିବ ।

ବନ୍ଧୁଗଣ,

ଦୁଇବର୍ଷ ପୂର୍ବେ ମୁଁ କୋଚି ତୈଳ ବିଶୋଧନାଗାରକୁ ଯାଇଥିଲି । ଏହା ଭାରତର ଏକ ଅତ୍ୟାଧୁନିକ ତୈଳ ବିଶୋଧନାଗାର । ଆଜି ପୁଣି ଥରେ କୋଚି ଠାରୁ ଆମେ ଏହି ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରୁଛେ: କୋଚି ତୈଳ ବିଶୋଧାନାଗାରର ଏହି ପ୍ରପିଲିନ୍‍ ଡେରିଭେଟିଭ୍‍ଓ ପେଟ୍ରୋକେମିକାଲ୍ସ ପରିସରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଉଛି । ଏହି ପ୍ରକଳ୍ପ ଆମର ଆତ୍ମନିର୍ଭର ଯାତ୍ରାକୁ ସୁଦୃଢ଼ କରିବାରେ ସହାୟକ ହେବ । ଏହି କମ୍ପେ୍ଲକ୍ସକୁ ଧନ୍ୟବାଦ ଯେ ଏହା କାର୍ଯ୍ୟକ୍ଷମ ହେବା ଦ୍ୱାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିବ । ପୁଣି ଥରେ ବ୍ୟାପକ ମାତ୍ରାର ଶିଳ୍ପ କାରଖାନା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ବନ୍ଧୁଗଣ,

କୋଚି ହେଉଛି ବାଣିଜ୍ୟ ଓ ବ୍ୟବସାୟର ନଗରୀ । ଏହି ନଗରୀରର ଲୋକମାନେ ଭଲଭାବେ ହୃଦୟଙ୍ଗମ କରନ୍ତି ଯେ ସମୟ ହେଉଛି ସବୁଠାରୁ ମୂଲ୍ୟବାନ । ସେମାନେ ଉପଯୁକ୍ତ ସଂଯୋଗୀକରଣ ଉପରେ ସଦାବେଳେ ଗୁରୁତ୍ୱାରୋପ କରିଆସିଛନ୍ତି । ସେଇଥିପାଇଁ, ରୋ ରୋ ତରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବା ବିଶେଶ ମହତ୍ତ୍ୱ ବହନ କରେ । ସଡ଼କ ପଥରେ ତିରିଶ କିଲୋମିଟର ବାଟ ଏବେ ଜଳପଥରେ ମାତ୍ର ତିନି ଦଶମିକ ପାଞ୍ଚ କିଲୋମିଟରକୁ ପରିବର୍ତ୍ତି ହୋଇଯିବ । ଏହାର ଅର୍ଥ ହେଲା: ଯାତାୟାତର ଅଧିକ ସୁବିଧା ଉପଲବ୍ଧ ହେବ, ବାଣିଜ୍ୟ କାରବାର ବୃଦ୍ଧି ପାଇବ । କ୍ଷମତା ବୃଦ୍ଧି ପାଇବ । ଟ୍ରାଫିକ୍‍ ଭିଡ଼ କମିବ । ପ୍ରଦୂଷଣ ହ୍ରାସ ପାଇବ । ପରିବହନ ଖର୍ଚ୍ଚ ମଧ୍ୟ କମିବ ।

ବନ୍ଧୁଗଣ,

ପର୍ଯ୍ୟଟକମାନେ କୋଚିକୁ କେବଳ କେରଳ ଗସ୍ତ ବେଳେ ଅନ୍ୟ ସ୍ଥାନକୁ ଯିବା ଲାଗିଜ ଏକ ଟ୍ରାନଜିଟନ ପଏଣ୍ଟ ଭାବେ ଆସିନଥାନ୍ତି । ଏଠାକାର ସଂସ୍କୃତି, ଖାଦ୍ୟ, ବେଳାଭୂମି, ବିପଣନ କେନ୍ଦ୍ର, ଐତିହାସିକ ସ୍ଥାନ ଓ ଆଧ୍ୟାତ୍ମିକ ସ୍ଥଳୀ ବେଶ୍‍ ସୁଖ୍ୟାତ । ଭାରତ ସରକାର ଏଠାକାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଘଟାଇବା ନିମନ୍ତେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଠାରେ ସାଗରିକାର ଉଦ୍ଘାଟନ ସହିତ, ଅନ୍ତରାଷ୍ଟ୍ରୀୟ କ୍ରୁଜ୍‍ ଟର୍ମିନାଲ ସ୍ଥାପିତ ହେବା ସେହିଭଳି ଗୋଟିଏ ଉପକ୍ରମ । ସାଗରିକା କ୍ରୁଜ ଟର୍ମିଲାନ ପର୍ଯ୍ୟଟକମାନଙ୍କୁ ଉଭୟ ଆରାମ ଓ ସୁବିଧା ଯୋଗାଇଥାଏ । ଏହା ଲକ୍ଷ ଲକ୍ଷ କ୍ରୁଜ୍‍ ଅତିଥିଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ।

ବନ୍ଧୁଗଣ,

ଗତ କିଛି ମାସ ଭିତରେ ମୁଁ ଗୋଟିଏ କଥା ଲକ୍ଷ୍ୟ କରିଆସୁଛି । ଅନେକ ଲୋକ ମୋ ନିକଟକୁ ପତ୍ର ଲେଖୁଛନ୍ତି ଏବଂ କିଛି ଲୋକ ସାମାଜିକ ଗଣମାଧ୍ୟମରେ ସେମାନଙ୍କର ସ୍ଥାନୀୟ ପର୍ଯ୍ୟଟନ ସଂପର୍କରେ ଫଟୋମାନ ସେୟାର କରୁଛନ୍ତି । ଯେହେତୁ ବୈଶ୍ୱିକ ମହାମାରୀ କରୋନା ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ ମାତ୍ରାରେ ବ୍ୟାହତ କରିଛି, ଲୋକମାନେ ନିକଟବର୍ତ୍ତୀ ସ୍ଥାନମାନଙ୍କୁ ଭ୍ରମଣରେ ଯାଉଛନ୍ତି । ଏହା ଆମମାନଙ୍କ ପାଇଁ ଏକ ଅପୂର୍ବ ସୁଯୋଗ । ଗୋଟିଏ ପଟେ, ଏହା ଯେଉଁମାନେ ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପ ସହିତ ଜଡ଼ିତ ଅଛନ୍ତି ସେମାନଙ୍କ ଜୀବନଜୀବିକା ସକାଶେ ଏହା ଏକ ବିରାଟ ସୁଯୋଗ । ଅନ୍ୟ ପକ୍ଷରେ ଏହା ଆମର ଯୁବଗୋଷ୍ଠୀ ଏବଂ ଆମର ସଂସ୍କୃତି ମଧ୍ୟରେ ସଂଯୋଗକୁ ଆହୁରି ସୁଦୃଢ଼ କରିପାରିବ । ଆମର ଅନେକ କିଛି ଦେଖିବାର ଅଛି, ଶିଖିବାର ଅଛି, ଆବିଷ୍କାର କରିବାର ଅଛି । ମୁଁ ଦେଶର ଯୁବ ଷ୍ଟାର୍ଟ ଅପ୍‍ ବନ୍ଧୁମାନଙ୍କୁ ନିବେଦନ କରିବି ଯେ ସେମାନେ ଅଭିନବ ପର୍ଯ୍ୟଟନ ସଂପର୍କୀତ ଉତ୍ପାଦ କଥା ଚିନ୍ତା କରନ୍ତୁ । ମୁଁ ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରିବି ଯେ ଆପଣମାନେ ଏହି ସମୟର ଉପଯୋଗ କରନ୍ତୁ ଏବଂ ନିକଟବର୍ତ୍ତି ସ୍ଥାନମାନଙ୍କୁ ଯେତେଥର ସମ୍ଭବ ଭ୍ରମଣରେ ଯାଆନ୍ତୁ । ଆପଣମାନେ ଏକଥା ଜାଣି ଖୁସି ହେବେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ପର୍ଯ୍ୟଟନ କ୍ଷେତ୍ର ଅଭିବୃଦ୍ଧି କରିଚାଲିଛି । ବିଶ୍ୱ ପର୍ଯ୍ୟଟନ ସୂଚୀ ମାନ୍ୟତା ତାଲିକାରେ ଭାରତ 65ତମ ସ୍ଥାନରୁ 34ତମ ସ୍ଥାନକୁ ଉନ୍ନୀତ ହୋଇଛି । କିନ୍ତୁ, ଏ କ୍ଷେତ୍ରରେ ଆହୁରି ଢେର୍‍ କିଛି କରିବାର ଅଛି ଏବଂ ମୋର ଦୃଢ଼ ବିଶ୍ୱାସ ଯେ ଆମେ ଏହି ଦିଗରେ ଆହୁରି ଉନ୍ନତି ହାସଲ କରିପାରିବା ।

ବନ୍ଧୁଗଣ,

ଆଉ ଦୁଇଟି କାରଣ ଯାହା ଆମର ଆର୍ଥିକ ବିକାଶକୁ ରୂପ ପ୍ରଦାନ କରେ । ସେଗୁଡ଼ିକ ହେଲା: ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତର ଆବଶ୍ୟକତାକୁ ଚାହିଁ ଭିତ୍ତିଭୂମିର ଆଧୁନିକୀକରଣ । ପରବର୍ତ୍ତୀ ଦୁଇଟି ବିକାଶମୂଳକ କାର୍ଯ୍ୟ ହେଲା ଏହି ପ୍ରସଙ୍ଗ ସଂପର୍କୀତ: ‘ବିଜ୍ଞାନ ସାଗର’ ହେଉଛି କୋଚିନ ସିପୟାର୍ଡ଼ର ନୂତନ ଜ୍ଞାନ ପରିସର । ଏହା ମାଧ୍ୟମରେ ଆମେ ଆମର ମାନବ ସମ୍ବଳ ବିକାଶ ପୁଞ୍ଜିର ସମ୍ପ୍ରସାରଣ କରୁଛୁ । ଏହି କ୍ୟାମ୍ପସ କୌଶଳ ବିକାଶର ଗୁରୁତ୍ୱକୁ ପ୍ରତିପାଦିତ କରୁଛି । ସାମୁଦ୍ରିକ ଇଞ୍ଜନିୟରିଂ କ୍ଷେତ୍ରରେ ଅଧ୍ୟୟନ ପାଇଁ ଯେଉଁମାନେ ଆଗ୍ରହୀ ସେମାନଙ୍କ ଲାଗି ଏହା ବିଶେଷ ସହାୟକ ହେବ । ଆଗାମୀ ଦିନରେ, ମୁଁ ଏହି କ୍ଷେତ୍ରର ଏକ ଉଜ୍ଜ୍ୱଳ ଭବିଷ୍ୟତ ଥିବାର ଲକ୍ଷ୍ୟ କରିପାରୁଛି । ଏହି କ୍ଷେତ୍ରରେ ଯେଉଁ ଯୁବକଯୁବତୀମାନଙ୍କର ଜ୍ଞାନରହିଛି, ସେମାନଙ୍କ ପାଇଁ ଅନେକ ସୁଯୋଗର ଦ୍ୱାରା ଖୋଲିବ । ମୁଁ ଯାହା ପୂର୍ବରୁ କହିଛି, ଆର୍ଥିକ ବିକାଶ ପାଇଁ ବର୍ତ୍ତମାନର କ୍ଷମତାର ଅଭିବୃଦ୍ଧି ଘଟାଇବା ଏକାନ୍ତ ଜରୁରି । ଏଠାରେ, ଆମେ ସାଉଥ୍‍ କୋଲ ବର୍ଥର ପୁନଃନିର୍ମାଣ ନିମନ୍ତେ ଆଧାରଶିଳା ସ୍ଥାପନ କରୁଛୁ । ଏହା ଲଜିଷ୍ଟିକ୍ସ ମୂଲ୍ୟ ହ୍ରାସ ଘଟାଇବ ଲବଂ କାର୍ଗୋ କ୍ଷମତା ବୃଦ୍ଧି କରିବ । ଉଭୟ କାର୍ଯ୍ୟ ବ୍ୟବସାୟିକ ସମୃଦ୍ଧି ନିମନ୍ତେ ଅତୀବ ଗୁରୁତ୍ୱପୂର୍ଣ୍ଣ ।

 

ବନ୍ଧୁଗଣ,

ଆଜି ଭିତ୍ତିଭୂମିର ସଂଜ୍ଞା ଓ ଏହାର ପରିସରରେ ପରିବର୍ତ୍ତନ ଘଟିସାରିଛି । ଏହା କେବଳ ଉତ୍ତମ ସଡ଼କ, ବିକାଶ କାର୍ଯ୍ୟ ଓ କେତେକ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ଉତ୍ତମ ସଂଯୋଗକୁ ବୁଝାଏନାହିଁ । ଏହା ତାହା ଠାରୁ ବଳି ଅଧିକ । ଆମେ ଏବେ ବିପୁଳ ପରିମାଣର ଏବଂ ଉଚ୍ଚ କୋଟୀର ଗୁଣାତ୍ମକ ଭିତ୍ତିଭୂମି ସନ୍ଧାନରେ ଅଛୁ ଯାହା ଆଗାମୀ ପିଢ଼ି ପାଇଁ ଜରୁରି । ଜାତୀୟ ଭିତ୍ତିଭୂମି ପାଇପଲାଇନ ମାଧ୍ୟମରେ ଏକଶହ ଦଶ ଲକ୍ଷ କୋଟି ଟଙ୍କ ମୂଲ୍ୟର ଇନଫ୍ରା ସୃଷ୍ଟି ନିମନ୍ତେ ପୁଂଜି ନିବେଶ କରାଯାଉଛି । ସେଥି ପାଇଁ ତଟୀୟ ଭାଗ, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ପାର୍ବତ୍ୟ କ୍ଷେତ୍ରଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଆଜି ଭାରତ ପ୍ରତି ଗାଁରେ ବ୍ରଡ ବ୍ୟାଣ୍ଡ ସଂଯୋଗ ଯୋଗାଣ ନିମନ୍ତେ ଏକ ମହତ୍ତ୍ୱକାକ୍ଷୀ କାର୍ଯ୍ୟକ୍ରମ ହାତକୁ ଆରମ୍ଭ କରିଛି । ସେହିଭଳ. ଭାରତ ନୀଳ ଅର୍ଥନୀତିର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛି । ଏହି କ୍ଷେତ୍ରରେ ଆମର ପରିକଳ୍ପନା ଓ କାର୍ଯ୍ୟ ମଧ୍ୟରେ ସାମିଲ ରହିଛି ଅଧିକ ବନ୍ଦର ନିର୍ମାଣ, ବର୍ତ୍ତମାନର ବନ୍ଦର ବ୍ୟବସ୍ଥାର ଭିତ୍ତିଭୂମିର ବିକାଶ, ଅଫ୍‍ ସୋର୍‍ ଶକ୍ତି ଉତ୍ପାଦନ, ପୋଷଣୀୟ ତଟୀୟ କ୍ଷେତ୍ର ବିକାଶ, ତଟୀୟ କ୍ଷେତ୍ର ସଂଯୋଗୀକରଣ ଇତ୍ୟାଦି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦା ଯୋଜନା ଏହିସବୁ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ଯୋଜନା ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ବିବିଧ ଆବଶ୍ୟକତା ପୂରଣ କରିବା ନିମନ୍ତେ ଉଦ୍ଦିଷ୍ଟ । ସେମାନଙ୍କୁ ଅଧିକ ଋଣ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ଏଥିରେ ବ୍ୟାପକ ପ୍ରାବଧାନ ରହିଛି । ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡ଼ିଟ୍‍ କାର୍ଟ ସହ ସଂଯୋଗ କରାଯାଇଛି । ଅନୁରୂପ ଭାବେ ଭାରତକୁ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ଏକ ପେଣ୍ଠସ୍ଥଳୀ ଭାବେ ଉଭା କରିବା ସକାଶେ କାର୍ଯ୍ୟ ଜାରି ରହିଛି । ମୁଁ ଅତ୍ୟନ୍ତ ଖୁସିଯେ ଦିନକୁ ଦିନ ସାମୁଦ୍ରିକ ଗୁଳ୍ମ କୃଷି ଲୋକପ୍ରିୟତା ଅର୍ଜନ କରିଚାଲିଛି । ମୁଁ ଗବେଷକ ଓ ଅଭିନବତ୍ୱ ସୃଷ୍ଟିକାରୀମାନଙ୍କୁ ଆହ୍ୱାନ ଜଣାଉଛି ଯେ ସେମାନେ ନିଜ ନିଜର ଚିନ୍ତାଧାରାକୁ ଉପଯୋଗ କରି ମତ୍ସ୍ୟଚାଷ କ୍ଷେତ୍ରକୁ ଅଧିକ ସକ୍ରିୟ କରନ୍ତୁ । ଏହା ଆମର ମତ୍ସ୍ୟଜୀବୀମାନଙ୍କ କଠିନ ଶ୍ରମ ପାଇଁ ବିରାଟ ଅବଦାନ ହେବ ।

 

ବନ୍ଧୁଗଣ,

ଚଳିତ ବର୍ଷ ବଜେଟରେ ବିପୁଳ ସମ୍ବଳର ବ୍ୟବସ୍ଥା କରାଯାଇଛି ଏବଂ ବିଭିନ୍ନ ଯୋଜନାମାନ କରାଯାଇଛି ଯାହାକି କେରଳ ପାଇଁ ଉପକାରସିଦ୍ଧ ହେବ । ସେଥି ମଧ୍ୟରେ କୋଚି ମେଟ୍ରୋ ପ୍ରକଳ୍ପର ପରବର୍ତ୍ତୀ ପର୍ଯ୍ୟାୟ ସାମିଲ । ଏହି ମେଟ୍ରୋ ନେଟୱାର୍କ ସଫଳତାର ସହିତ ଆରମ୍ଭ ହୋଇଛି ଏବଂ ତାହା ପ୍ରଗତିଶୀଳ କାର୍ଯ୍ୟ ବ୍ୟବସ୍ଥା ଏବଂ ପେଶାଦାରୀ ମନୋଭାବର ଏହା ଏକ ଉତ୍ତମ ଉଦାହରଣ ।

ବନ୍ଧୁଗଣ,

ବିଗତ ବର୍ଷ ସମଗ୍ର ମାନବ ସମାଜ ଏଭଳି ବିପଦର ସାମ୍ନା କରିଛି ଯାହା ପୂର୍ବରୁ କେବେ କେହି ସାମ୍ନା କରିନଥିଲେ । 130 କୋଟି ନାଗରିକଙ୍କ ପ୍ରୟାସରେ ସମୃଦ୍ଧ ହୋଇ ଆମର ରାଷ୍ଟ୍ର କୋଭିଡ଼ 19 ସହିତ ବେଶ୍‍ ମନୋବଳର ସହ ଲଢ଼େଇ କରୁଛନ୍ତି । ସରକାର ସଦାବେଳେ ଉପସାଗରୀୟ କ୍ଷେତ୍ରରେ ବସବାସ କରୁଥିବା ଭାରତୀୟ ଡାୟାସ୍ପୋରାଙ୍କ ଆବଶ୍ୟକତା ପ୍ରତି ବିଶେଷ ସମ୍ବେଦନଶୀଳ ରହିଆସିଛି । ଉପସାଗରୀୟ କ୍ଷେତ୍ରର ଡାୟାସ୍ପୋରାଙ୍କ ପାଇଁ ଭାରତ ସଦାସର୍ବଦା ଗର୍ବ ଅନୁଭବ କରେ । ସାଉଦୀ ଆରବ, କତାର, ସଂଯୁକ୍ତ ଆରବ ଏମିରେଟ୍ସ ଓ ବାହାରିନ ଗସ୍ତବେଳେ ସେମାନଙ୍କ ସହ କିଛି ସମୟ ବିତାଇଥିବା ମୋ ପାଇଁ ବେଶ୍‍ ଗୌରବର କଥା ଥିଲା । ମୁଁ ସେମାନଙ୍କ ସହ ମିଶି ଖାଦ୍ୟ ମଧ୍ୟ ଖାଇଥିଲି । ବନ୍ଦେ ମାତରମ୍‍ ମିଶନର ଅଂଶବିଶେଷ ସ୍ୱରୂପ, ପ୍ରାୟ ପଚାଶ ଲକ୍ଷରର ଅଧିକ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କେରଳ ରାଜ୍ୟର । ସେମାନଙ୍କ ସେବାରେ ଆସିବା ଆମ ସରକାରଙ୍କ ପାଇଁ ଗୌରବର କଥା ତାହା ପୁଣି ଏଭଳି ଏକ ସଂବେଦନପୂର୍ଣ୍ଣ ସମୟରେ । ଗତ କିଛି ବର୍ଷ ମଧ୍ୟରେ, ଉପସାଗରୀୟ କ୍ଷେତ୍ରର ବିଭିନ୍ନ ରାଷ୍ଟ୍ରମାନେ ଅନେକ ଭାରତୀୟଙ୍କୁ ମୁକ୍ତ କରିଛନ୍ତି ଯେଉଁମାନେ କି ସେ ଦେଶର ଜେଲରେ ଅତି ଦୟନୀୟ ଭାବେ ଦୁଃଖରେ ଜୀବନ ବିତାଉଥିଲେ । ସେଭଳି ଲୋକଙ୍କ ପାଇଁ ସରକାର ସଦାସର୍ବଦା ସ୍ୱର ଉତ୍ତୋଳନ କରିବେ । ସେଥିପାଇଁ ମୁଁ ଉପସାଗରୀୟ କ୍ଷେତ୍ରର ବିଭିନ୍ନ ସରକାରଙ୍କ ସମ୍ବେଦନପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ନିମନ୍ତେ ଧନ୍ୟବାଦ ଜଣାଉଛି । ସେହିସବୁ ଖାଡ଼ି ରାଷ୍ଟ୍ରମାନେ ମୋର ବ୍ୟକ୍ତିଗତ ନିବେଦନକୁ ଶୁଣିଥିଲେ ଓ ଆମ ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି ବିଶେଷ ଯତ୍ନଶୀଳ ହୋଇଥିଲେ । ଭାରତୀୟମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନିମନ୍ତେ ସେମାନେ ଅଧିକ ଗୁରୁତ୍ୱର ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ । ଏହି ପ୍ରକ୍ରିୟାକୁ କାର୍ଯ୍ୟାନ୍ୱୟନ କରିବା ସକାଶେ ଆମେ ଏୟାର ବବଲ୍‍ ଗଠନ କରିଥିଲୁ । ଉପସାଗରୀୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତୀୟମାନେ ଜାଣନ୍ତି ଯେ ମୋ ସରକାରଙ୍କ ତରଫରୁ ସେମାନଙ୍କ କଲ୍ୟାଣ ନିମନ୍ତେ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯାଇଥିଲା ।

ବନ୍ଧୁଗଣ,

ଆଜି ଆମେ ଏକ ଐତିହାସିକ ବିନ୍ଦୁରେ ପହଞ୍ôଚଛେ । ଆଜି ଆମର କାର୍ଯ୍ୟାବଳୀ ଆଗାମୀ ଦିନର ବିକାଶ ସୂଚକାଂକକୁ ଦିଶା ନିର୍ଦ୍ଦେଶ କରିବ । ଭାରତ ଏହି ପରିସ୍ଥିତିର ମୁକାବିଲା କରିବା ସକାଶେ ସଂପୂର୍ଣ୍ଣ ସକ୍ଷମ ଏବଂ ବିଶ୍ୱର କଲ୍ୟାଣ ନିମନ୍ତେ ମଧ୍ୟ ନିଜର ଅବଦାନ ପାଇଁ ସମର୍ଥ । ଆମର ଲୋକମାନେ ଏହାକୁ ଉପଯୁକ୍ତ ସୁଯୋଗ ଭାବେ ଗ୍ରହଣ କରିଛନ୍ତି ଏବଂ ସେମାନେ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟର ଅଧିକାରୀ । ସେହିଭଳି ସୁଯୋଗ ସୃଷ୍ଟି କରିବା ଦିଗରେ ଆମେ କାର୍ଯ୍ୟ କରିବା ଆବଶ୍ୟକ । ମିଳିତ ଭାବେ ଆମେ ଏକ ଆତ୍ମନିର୍ଭର ଭାରତ ଗଠନ କରିପାରିବା । ପୁଣି ଥରେ ମୁଁ କେରଳର ଜନସାଧାରଣଙ୍କୁ ଆଜି ଯେଉଁ ବିକାଶମୂଳକ କାର୍ଯ୍ୟକ୍ରମମାନ ଉଦ୍ଘାଟିତ ହେଲା ସେଥିପାଇଁ ଅଭିନନ୍ଦନ ଜଣାଉଛି ।

ଆପଣମାନଙ୍କୁ ଧନ୍ୟବାଦ । ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।

ଓରାୟିରାମ ନାନ୍ଦି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI could contribute over $500 bn to India's economy by 2030: IBM-IndiaAI study

Media Coverage

AI could contribute over $500 bn to India's economy by 2030: IBM-IndiaAI study
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, emphasising that India’s growing strength driven by the resolve and dedication of its people
May 15, 2026

The Prime Minister, Shri Narendra Modi today shared Sanskrit Subhashitam emphasising that India’s continuous rise on the global stage is powered by the determination, hard work and collective spirit of its people.

The Prime Minister shared a Sanskrit verse-

“यथाशक्ति चिकीर्षन्ति यथाशक्ति च कुर्वते।

न किञ्चिदवमन्यन्ते नराः पण्डितबुद्धयः॥”

The Prime Minister wrote on X;

“देशवासियों के इन्हीं गुणों से भारत आज अपने सामर्थ्य को निरंतर बढ़ा रहा है…

यथाशक्ति चिकीर्षन्ति यथाशक्ति च कुर्वते।

न किञ्चिदवमन्यन्ते नराः पण्डितबुद्धयः॥”