ସେୟାର
 
Comments
14 April is an important day for the 125 crore Indians, says PM Modi on Babasaheb’s birth anniversary
I salute the security personnel who are playing an important role in infrastructure development in Chhattisgarh: PM Modi in Bijapur
Our government is committed to the dreams and aspirations of people from all sections of the society: PM Modi
If a person from a backward society like me could become the PM, it is because of Babasaheb Ambedkar’s contributions: PM Modi in Bijapur
Central government is working for the poor, the needy, the downtrodden, the backward and the tribals, says PM Modi
The 1st phase of #AyushmanBharat scheme has been started, in which efforts will be made to make major changes in primary health related areas: PM

ଭାରତମାତା କି-ଜୟ

ଭାରତମାତା କି-ଜୟ

ମୁଁ କହିବି ବାବା ସାହେବ ଆମ୍ବେଦକର-ଆପଣ ସମସ୍ତେ କହିବେ ଦୁଇ ଥର-ଅମର ରହେ, ଅମର ରହେ ।

ବାବା ସାହେବ ଆମ୍ବେଦକର-ଅମର ରହେ, ଅମର ରହେ ।

ବାବା ସାହେବ ଆମ୍ବେଦକର-ଅମର ରହେ, ଅମର ରହେ ।

ବାବା ସାହେବ ଆମ୍ବେଦକର-ଅମର ରହେ, ଅମର ରହେ ।

ବସ୍ତର ଆଉର  ବିଜାପୁର ଜୋ ଆରାଧ୍ୟ ଦେବୀ ମା’ ଦନ୍ତେଶ୍ୱରୀ, ଭୈରମ ଗଡ଼ ଚୋ ବାବା ଭୈରମ ଦେବ, ବିଜାପୁରର ଚୋ ଚିକଟରାଜ ଆଉର କୋଦାଇ ମାତା, ଭୋପାଳ ପଟ୍ଟମ୍ ଛୋ ଭଦ୍ରକାଳୀ କେ  ଖୁବେ- ଖୁବେ ଜୁହାର ।

ସିଆନ, ସଜ୍ଜନ, ଦାଦା, ଦାଦି ମନକେ ଜୁହାର । ଲେକା-ଲେକି ପଢ଼ତୋ ଲିଖତୋ, ନୋନି ବାବୁ ମନ କେ ଖୁବେ-ଖୁବେ ମାୟା ।

ମଂଚରେ ଉପସ୍ଥିତ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଜେ.ପି.ନଡ୍ଡା ମହାଶୟ, ଛତିଶଗଡ଼ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଡ଼କ୍ଟର ରମଣ ସିଂହ ମହୋଦୟ, ରାଷ୍ଟ୍ରୀୟ ଏସଟି କମିଶନର ଅଧ୍ୟକ୍ଷ ଶ୍ରୀ ନନ୍ଦ କୁମାର ସାଇ ମହାଶୟ, ଛତିଶଗଡ଼ ସରକାରଙ୍କ  ଅନ୍ୟ ମନ୍ତ୍ରୀଗଣ ଏବଂ ବହୁତ ସଂଖ୍ୟାରେ ଏଠାକୁ ଆସିଥିବା ବିଜାପୁର ବସ୍ତରର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ମୁଁ ଏଠାକାର ଆଦି ଦେବୀ ଏବଂ ଦେବତାମାନଙ୍କୁ ସାଦର ପ୍ରଣାମ କରୁଛି ଯେଉଁମାନେ କେବଳ ବିଜାପୁର ନୁହେଁ ବରଂ ସମଗ୍ର ବସ୍ତରବାସୀଙ୍କୁ ପ୍ରକୃତି ସହିତ ରହିବା ଶିଖାଇଛନ୍ତି  । ମୁଁ ଆଜି ବିଜାପୁର ମାଟିରୁ ଅମର ଶହୀଦ ଗୌନ୍ସୀଙ୍କୁ ମଧ୍ୟ ମନେ ପକାଇବାକୁ ଚାହୁଛି, ଯିଏ ବସ୍ତର ଧରଣୀରୁ ଆଜିଠାରୁ ପ୍ରାୟ ଦୁଇ ଶହ ବର୍ଷ ପୂର୍ବରୁ  ଇଂରେଜମାନଙ୍କ ସହିତ ଲଢେଇ କରି ଶହୀଦ ହୋଇ ଯାଇଥିଲେ । ଏଭଳି ଏକ ନେତୃତ୍ୱ ଯାହା ପାଖାପାଖି ଶହେ ବର୍ଷ ପୂର୍ବେ ମହାନାୟକ ବୀର ଗୁନ୍ଦାଧୁର ଭାବେ ମଧ୍ୟ ଏଠାରେ ଅବତରିତ ହୋଇଥିଲେ । ଗୌନ୍ସୀ ହୁଅନ୍ତୁ ଅବା ଗୁନ୍ଦାଧୁର, ଏଭଳି ଅନେକ ଲୋକନାୟକଙ୍କ ଶୌର୍ଯ୍ୟ ଗାଥାଗୁଡିକ ଆପଣଙ୍କ ଲୋକଗୀତରେ ପିଢି ପରେ ପିଢି ବିସ୍ତାରିତ ହୋଇ ଚାଲିଛି ।

ମୁଁ ଏହି ମହାନ ଧରଣୀର ବୀର ପୁତ୍ର ଏବଂ ବୀରାଙ୍ଗନା ମାନଙ୍କୁ ମଧ୍ୟ ପ୍ରଣାମ କରୁଛି ।  ଏହି ଧରଣୀରେ ଆଜି ମଧ୍ୟ ଶୌର୍ଯ୍ୟ ଏବଂ ପରାକ୍ରମର ନୂତନ ଗାଥା ଲେଖାଯାଉଛି ।

ସାଥୀଗଣ, ଆହ୍ୱାନ ସହିତ ମୁକାବିଲା କରି ଏଠାକାର ବିକାଶ ପାଇଁ ପ୍ରଯତ୍ନଶୀଳ ଏଠାକାର ଲୋକଙ୍କ ସୁରକ୍ଷାରେ ନିଜର ଦିନ ରାତି ଲଗାଇ ଦେଇଥିବା ସୁରକ୍ଷାବଳର ଅନେକ ଜବାନ ନିଜ ଜୀବନକୁ ଖାତିର କରି ନାହାନ୍ତି । ଏହି ଜବାନମାନେ ସଡ଼କ ନିର୍ମାଣରେ, ମୋବାଇଲ ଟାୱାର ତିଆରି କରିବାରେ, ଗାଁରେ ଡାକ୍ତଖାନା ନିର୍ମାଣ କରିବାରେ, ସ୍କୁଲ ନିର୍ମାଣ କରିବାରେ, ଛତିଶଗଡ଼ର ଭିତ୍ତିଭୂମିକୁ ସୁଦୃଢ କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ଛତିଶଗଡ଼ର ବିକାଶରେ ଜଡିତ ଏଭଳି ଅନେକ ସୁରକ୍ଷାକର୍ମୀଙ୍କୁ ନିଜ ଜୀବନ ହରାଇବାକୁ ପଡିଛି । ନକ୍ସଲ ଓ ମାଓବାଦୀଙ୍କ ଆକ୍ରମଣରେ ଶହିଦ ସେହି ବୀର ଜବାନମାନଙ୍କ ପାଇଁ ସ୍ମାରକ ନିର୍ମାଣ କରାଯାଇଛି । ମୁଁ ସେମାନଙ୍କୁ ପ୍ରଣାମ କରୁଛି, ଆଦର ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ସାଥୀଗଣ, 14 ଅପ୍ରେଲ ଆଜିର ଦିନ ଦେଶର ଶହେ ପଚିଶ କୋଟି ଲୋକଙ୍କ ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଆଜି ଭାରତ ରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଆଜିର ଦିନରେ ଆପଣ ସମସ୍ତଙ୍କ ମଧ୍ୟକୁ ଆସି ଆଶୀର୍ବାଦ ନେବାର ସୁଯୋଗ ମିଳିବା, ମୋ ପାଇଁ ହେଉଛି ବହୁତ ବଡ଼ ସୌଭାଗ୍ୟ । ବାବା ସାହେବ ଆମ୍ବେଦକରଙ୍କର ଜୟନ୍ତୀ ଅବସରରେ ଆପଣମାନେ ଦୁଇ ହାତ ଉପରକୁ କରି ମୋ ସହିତ କହନ୍ତୁ –

ଜୟ ଭୀମ- ଜୟ ଭୀମ

ଜୟ ଭୀମ- ଜୟ ଭୀମ

ଜୟ ଭୀମ- ଜୟ ଭୀମ

ଆପଣଙ୍କ ବସ୍ତର ଏବଂ ବିଜାପୁରର ଆକାଶରେ ବାବା ସାହେବଙ୍କ ନାମର ଗୁଞ୍ଜନ ଆମକୁ, ଆପଣ ସମସ୍ତଙ୍କୁ ଧନ୍ୟ କରୁଛି । ବାବା ସାହେବଙ୍କ ନାମର ଗୁଞ୍ଜନରେ ଯେଉଁ ଆଶା ଯୋଡି ହୋଇ ହୋଇଛି, ଯେଉଁ ଆକାଂକ୍ଷା ଯୋଡି ହୋଇଛି, ତାକୁ ମଧ୍ୟ ମୁଁ ପ୍ରଣାମ କରୁଛି ।

ସାଥୀଗଣ, ଆମ ସରକାର ଶ୍ୟାମା ପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନର ଶୁଭାରମ୍ଭ ଛତିଶଗଡ଼ ମାଟିରୁ କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଶୁଭାରମ୍ଭ ମଧ୍ୟ ଏହି ଛତିଶଗଡ଼ ମାଟିରୁ କରିଥିଲୁ । ଏହି ଯୋଜନା ଗୁଡିକ ରାଷ୍ଟ୍ରୀୟ ସ୍ତରରେ ଦେଶର ପ୍ରଗତୀକୁ ଗତିଶୀଳ କରାଇବାର କାର୍ଯ୍ୟ କରୁଛି ।

ଆଜି ଯେତେବେଳେ ମୁଁ ପୁଣି ଥରେ ଛତିଶଗଡ଼ ଆସିଛି ତ, ଆୟୁଷ୍ମାନ ଭାରତ ଯୋଜନାର ପ୍ରଥମ ପର୍ଯ୍ୟାୟ ଏବଂ ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ କରିବା ପାଇଁ ଆସିଛି । କେନ୍ଦ୍ର ସରକାର ବିଗତ ଚାରି ବର୍ଷରେ ଯେ କୌଣସି ଯୋଜନାମାନ ଗରୀବ, ଦଳିତ, ପୀଡିତ, ବଂଚିତ, ପଛୁଆ, ମହିଳା ଏବଂ ଆଦିବାସୀମାନଙ୍କୁ ଶକ୍ତି ଦେବା ପାଇଁ ପ୍ରସ୍ତୁତ କରିଛନ୍ତି, ସେହି ଯୋଜନାଗୁଡିକ ଲାଭ ସେହି ଅଂଚଳ ପର୍ଯ୍ୟନ୍ତ ପହଁଚୁ, ଏହି ଅଭିଯାନରେ ତାହା ସୁନିଶ୍ଚିତ କରାଯାଉଛି, ଗ୍ରାମ ସ୍ୱରାଜ ଅଭିଯାନ ସମଗ୍ର ଦେଶରେ ଆଜି ଠାରୁ  5 ମଇ ପର୍ଯ୍ୟନ୍ତ ଚାଲିବ ।

ମୋର ବିଶ୍ୱାସ ଅଛି କି ବାବା ସାହେବଙ୍କ ଜୟନ୍ତୀ ଅବସରରେ ଆଜି ଏଠାରେ କେନ୍ଦ୍ର ସରକାରଙ୍କର ଯେଉଁ ଯୋଜନା ଗୁଡିକର ଶୁଭାରମ୍ଭ ହୋଇଛି ତାହା ମଧ୍ୟ ବିକାଶର ଜୀବନ ଧାରାରେ ପରିବର୍ତ୍ତନ ଆଣିବାରେ ଏକ ନୂତନ କୀର୍ତ୍ତିମାନ ସ୍ଥାପିତ କରିବାରେ ସଫଳ ହେବ ।

ଭାଇ ଓ ଭଉଣୀମାନେ, ବାବା ସାହେବ ବହୁତ ଲେଖାପଢା କରିଥିଲେ, ଉଚ୍ଚ ଶିକ୍ଷିତ ଥିଲେ । ଯଦି ସେ ଚାହିଁଥାଆନ୍ତେ ତ ଦୁନିଆର ସମୃଦ୍ଧ-ସମୃଦ୍ଧ ଦେଶରେ ବହୁତ ଭଲଭାବେ ଆରାମ ଦାୟକ ଜୀବନ, ସୁଖ ଶାନ୍ତିର ଜୀବନ ବିତାଇ ପାରି ଥାଆନ୍ତେ କିନ୍ତୁ ସେ ଏପରି କଲେ ନାହିଁ । ବିଦେଶ ମାଟିରେ ପାଠ ପଢି ସେ ଫେରିଆସିଲେ  ଆଉ ନିଜ ଜୀବନ ପଛୁଆ ସମାଜ ପାଇଁ, ବଂଚିତ ସମୁଦାୟ, ଦଳିତ ଏବଂ ଆଦିବାସୀମାନଙ୍କ ପାଇଁ ସମର୍ପିତ କରିଦେଲେ । ସେ ଦଳିତଙ୍କୁ ସେମାନଙ୍କର ଅଧିକାର ଦେବାକୁ ଚାହୁଁଥିଲେ । ଯେଉଁମାନେ ଶତାବ୍ଦୀ ଶତାବ୍ଦୀ ଧରି ବଂଚିତ ଥିଲେ, ସେମାନଙ୍କୁ ଏକ ସମ୍ମାନନୀୟ ନାଗରିକ ଭଳି ଜୀଇଁବାର ସୁଯୋଗ ଦେବା ପାଇଁ ସେ ନିଜ ଜିଦରେ ଅଟଳ ଥିଲେ । ବିକାଶର ଦୌଡରେ ଯେଉଁମାନେ ପଛରେ ରହିଯାଇଛନ୍ତି ଆଉ ଯେଉଁମାନଙ୍କୁ ପଛରେ ଛାଡି ଦିଆଯାଇଛି, ଏଭଳି ସମୁଦାୟ ମଧ୍ୟରେ ଆଜି ଚେତନା ଜାଗ୍ରତ ହୋଇଛି, ବିକାଶର କ୍ଷୁଧା ଜାଗ୍ରତ ହୋଇଛି, ଅଧିକାରର ଆକାଂକ୍ଷା ସୃଷ୍ଟି ହୋଇଛି । ଏହି ଚେତନା ହେଉଛି ବାବା ସାହେବ ଆମ୍ବେଦକରଙ୍କ ଦାନ ।

ପ୍ରିୟ ଭାଇ ଓ ଭଉଣୀମାନେ, ଜଣେ ଗରିବ ମାଆର ପୁଅ, ଅତି ପଛୁଆ ସମାଜରୁ ଆସିଥିବା ଏହି ଆପଣଙ୍କ ସାଥୀ ଯଦି ଆଜି ଦେଶର ପ୍ରଧାନମନ୍ତ୍ରୀ ହୋଇଛି ତ ଏହା ହେଉଛି ବାବା ସାହେବଙ୍କ ଦାନ । ସାଥୀଗଣ ମୋ ଭଳି ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କର ଆକାଂକ୍ଷାକୁ, ସେମାନଙ୍କର ଆଶାକୁ, ସେମାନଙ୍କୁ  ପ୍ରେରଣାକୁ, ଅଭିଳାଷକୁ ଜାଗ୍ରତ କରିବାରେ ବାବା ସାହେବଙ୍କର ବହୁତ ବଡ଼ ଯୋଗଦାନ ଥିଲା ।

ଭାଇ ଓ ଭଉଣୀମାନେ, ଆଜି ଏଠାରେ ମୋ ସାମ୍ନାରେ ବହୁତ କୃଷକ ଅଛନ୍ତି, କ୍ଷେତରେ କାମ କରୁଥିବା ଭଳି ଲୋକ ଅଛନ୍ତି, ଚାକିରୀ କରିଥିବା ଲୋକ ଅଛନ୍ତି, ଭିନ୍ନ ଭିନ୍ନ କାର୍ଯ୍ୟାଳୟକୁ ଯାଉଥିବା ଲୋକ ଅଛନ୍ତି । କିଛି ଲୋକ ସ୍ୱରୋଜଗାର କରିବା ଭଳି ଥିବେ, ହୋଇପାରେ କିଛି ବିଦ୍ୟାର୍ଥୀ ମଧ୍ୟ ଥିବେ । ଆପଣ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ – ଜୋରରେ ଉତ୍ତର ନ ଦେଲେ ମଧ୍ୟ ଚଳିବ, ମନରେ ନିଶ୍ଚୟ ଭାବନ୍ତୁ – ଯଦି କାହା ଜୀବନରେ କିଛି ଭଲ ହେବାର ଆଶା ଥାଏ, କିଛି ହେବାର, କିଛି ପାଇବାର ଲକ୍ଷ୍ୟ ଥାଏ ତ ସେ ଦୁଇଗୁଣ ପରିଶ୍ରମ କରିଥାଏ, ନା କରି ନ ଥାଏ? କରି ଥାଏ ନା କରି ନ ଥାଏ? ଆଉ ଯାହାକୁ କିଛି କରିବାର ନାହିଁ, ସେ କ’ଣ କରିଥାଏ, ପଡିକରି ଶୋଇ ରହିଥାଏ, ପଡି ରହିଥାଏ? ଯାହା ମନରେ କୌଣସି ସ୍ୱପ୍ନ ଥାଏ ସେ ଜାଗ୍ରତ ଥାଏ ନା ଜାଗ୍ରତ ନ ଥାଏ? ସେ ହିଁ ପରିଶ୍ରମ କରିଥାଏ କି କରି ନ ଥାଏ? ଏବେ ଆପଣ ନିଜକୁ ପ୍ରଶ୍ନ ପଚାରନ୍ତୁ ।

ଭାଇ ଓ ଭଉଣୀମାନେ, କୃଷକମାନଙ୍କର ଭରସା  ରହୁ କି ଏଥର ଭଲ ବର୍ଷା ହେବ ଏବଂ ବର୍ଷାର ଶୁଭାରମ୍ଭ ଭଲଭାବେ ହେଉ, ତ ଆପଣ ମୋତେ କହନ୍ତୁ କୃଷକ ଆହୁରି ଜୋରରେ ଶକ୍ତିର ସହିତ ପରିଶ୍ରମ କରିଥାଏ ନା କରି ନଥାଏ? ବର୍ଷା ଆସୁଛି, ବାଦଲ ଘେରି ଯାଇଛି, ସେ ପରିଶ୍ରମ କରିବା ଆରମ୍ଭ କରି ଦେଇଥାଏ ନା କରି ଦେଇ ନ ଥାଏ? କାରଣ ସେହି ବାଦଲ ସହିତ ତା’ର ଅନେକ ସ୍ୱପ୍ନ ଯୋଡି ହୋଇଥାଏ ।

ଭାଇ ଓ ଭଉଣୀମାନେ, ଆଜି ବାବା ସାହେବଙ୍କ ପ୍ରେରଣାରେ ବିଜାପୁରର ଲୋକମାନଙ୍କ ମଧ୍ୟରେ, ଏଠାକାର ପ୍ରଶାସନରେ ଏହି ଗୋଟିଏ ନୂତନ ଭରସା ଜଗଇବାକୁ ଆସିଛି, ଏକ ନୂତନ ବିଶ୍ୱାସ ଜନ୍ମାଇବାକୁ ଆସିଛି, ଏକ ନୂତନ ଅଭିଳାଷ ଜଗାଇବାକୁ ଆସିଛି । ମୁଁ ଏହା କହିବାକୁ ଆସିଛି କି କେନ୍ଦ୍ର ସରକାର ଆପଣଙ୍କ ଆଶା ଗୁଡିକୁ, ଆପଣଙ୍କ ଅଭିଳାଷ, ଆକାଂକ୍ଷାଗୁଡିକ ସହିତ ଠିଆ ହୋଇଛନ୍ତି ।

ଏବେ ମୁଁ ବିଜାପୁର ଜିଲ୍ଲାକୁ ହିଁ କାହିଁକି ବାଛିଲି, ଏହାର ମଧ୍ୟ ଏକ କାରଣ ଅଛି । ମୋର ତ ଠିକ୍ ରେ ମନେ ନାହିଁ କିନ୍ତୁ ଆପଣ ସମସ୍ତଙ୍କୁ ଏକ ପୁରୁଣା ଉପାଖ୍ୟାନ ଶୁଣାଉଛି । ଏମିତି ତ ମୁଁ ବଢିବା-ଲେଖିବାରେ ବହୁତ ଆଗୁଆ ନ ଥିଲି । ଯେତେବେଳେ ସ୍କୁଲରେ ପଢୁଥିଲି ସେମିତି ଜଣେ ମାମୁଲି ବିଦ୍ୟାର୍ଥୀ ଥିଲି । କିନ୍ତୁ କିଛି ପିଲା ମୋ ଠାରୁ ମଧ୍ୟ ଦୁର୍ବଳ ଥିଲେ । ଯେତେବେଳେ ସ୍କୁଲ ଶେଷ ହୋଇ ଯାଉଥିଲା, ସମୟ ଶେଷ ହୋଇଯାଉଥିଲା ତ କେତେ ଥର ଆମର ଯେଉଁ ଶିକ୍ଷକ ଥିଲେ, ତ ସେହି ପିଲାମାନଙ୍କୁ   ଅଟକାଇ ଦେଉଥିଲେ । ସେ ବହୁତ ଧୈର୍ଯ୍ୟର ସହିତ ପୁଣି ଥରେ ପଢାଉ ଥିଲେ, ଜଣେ–ଜଣେ ପିଲାଙ୍କ ଉପରେ ଧ୍ୟାନ ଦେଉଥିଲେ । ସେମାନଙ୍କୁ ଭରସା ଦେଉଥିଲେ କି ତୁମେ ପାଠ ପଢାରେ ଦୁର୍ବଳ ନୁହଁ । ମୁଁ ଦେଖିଥିଲି କି ଏଭଳି ପିଲା, ଯଦି ଶିକ୍ଷକ  ସେମାନଙ୍କ କାନ୍ଧରେ ହାତ ରଖୁଛନ୍ତି, ଟିକେ ପୁରସ୍କୃତ କରି ଦିଅନ୍ତି, ଟିକେ ସାହସ ଦେଇ ଦିଅନ୍ତି: କିଛି ଦିନରେ ହିଁ ବାକି ବିଦ୍ୟାର୍ଥୀମାନଙ୍କ ସମକକ୍ଷ ହୋଇଯାଉଥିଲେ ଏବଂ କିଛି ତ  ସେମାନଙ୍କୁ ପଛରେ ଛାଡି ଆଗକୁ ବଢି ଯାଇ ନମ୍ବର ନେଇ ଆସୁଥିଲେ ।

ମୁଁ ଭାବୁଛି କି ଏଠାରେ ବହୁତ ଲୋକ ଏପରି ଥିବେ ଯେଉଁମାନେ ନିଜ ଜୀବନରେ ଏପରି ହୋଇଥିବା ଦେଖିଥିବେ । ଭିନ୍ନ-ଭିନ୍ନ କ୍ଷେତରେ   ଆପଣ ଦେଖିଥିବେ କି ଯିଏ ଦୁର୍ବଳ ହୋଇଥାଏ, ଯିଏ ପଛରେ ଥାଏ, ଯଦି ତାକୁ ଟିକେ ପ୍ରୋତ୍ସାହନ ଦିଆଯାଏ ତ, ସେ ଅନ୍ୟମାନଙ୍କଠାରୁ ଆଗକୁ ଯିବାକୁ ଅଧିକ ଶକ୍ତି ରଖିଥାଏ ଆଉ ତୀବ୍ର ଗତିରେ ଆଗକୁ ବାହାରି ଯାଇଥାଏ । ଆଜି ମୋର ବିଜାପୁର ଆସିବାର କାରଣ ହେଉଛି ଏହା କି ତା ଉପରେ ମଧ୍ୟ ଦୁର୍ବଳ ହେବାର, ପଛୁଆ ଜିଲ୍ଲା ହେବାର ଲେବୁଲ ଯାହା ଲଗାଇ ଦିଆ ଯାଇଛି, ଆଉ ଦେଶରେ ବିଜାପୁର ଏଭଳି ଏକୁଟିଆ ଜିଲ୍ଲା ନୁହେଁ । ଶହେରୁ ଅଧିକ ଜିଲ୍ଲାରେ ହେଉଛି ଏହି ସ୍ଥିତି । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ଜିଲ୍ଲା ପଛୁଆ ହୋଇ ରହିଛନ୍ତି । ଏଥିରେ ଏମାନଙ୍କର କୌଣସି ଭୁଲ ନାହିଁ । ବାବା ସାହେବଙ୍କ ସମ୍ବିଧାନ ଏତେ ସୁଯୋଗ ଦେଲା, ଆଗକୁ ବଢିବା ପାଇଁ ପ୍ରେରଣା ଦେଲା କିନ୍ତୁ ପୁଣି ମଧ୍ୟ ଶହେରୁ ଅଧିକ ଜିଲ୍ଲା କାହିଁକି ବିକାଶ ଦୌଡ଼ରେ ପଛରେ ରହିଗଲେ?

ଭାଇ ଓ ଭଉଣୀମାନେ, କ’ଣ ଏହି ଜିଲ୍ଲାରେ ରହୁଥିବା ମାଆମାନଙ୍କର ଏହି ଅଧୀକାର ନ ଥିଲା କି ସେମାନଙ୍କର ପିଲା ମଧ୍ୟ ସୁସ୍ଥ ରହନ୍ତୁ? ସେମାନଙ୍କଠାରେ ରକ୍ତହୀନତା ନ ରହୁ? ସେମାନଙ୍କ ଉଚ୍ଚତା ମଧ୍ୟ ଠିକ୍ ଭାବେ ବଢୁ? କ’ଣ ଏହି ଜିଲ୍ଲାର ଲୋକମାନେ ନିଜ ଦେଶରୁ ଏହି ଆଶା କରି ନ ଥିଲେ ସେମାନଙ୍କୁ ମଧ୍ୟ ବିକାଶରେ ଭାଗିଦାରୀ କରାଯାଉ? କ’ଣ ସେହି କ୍ଷେତ୍ରର ପିଲାମାନଙ୍କୁ, ଝିଅମାନଙ୍କୁ ପାଠ ପଢିବାର, ନିଜ ଦକ୍ଷତା ବିକାଶର ଅଧୀକାର ନ ଥିଲା କି? କ’ଣ ସେମାନଙ୍କର ଆଶା ନ ଥିଲା କି? ଡାକ୍ତରଖାନା, ସ୍କୁଲ, ସଡ଼କ, ପିଇବା ପାଇଁ ବିଶୁଦ୍ଧ ପାଣି, ସ୍ୱାଧୀନତାର ପରେ ମଧ୍ୟ ଦେଶରେ ବହୁତ କିଛି ହେବା ପରେ ମଧ୍ୟ ଯଦି କୌଣସି ଅଭାବ ରହି ଗଲା କି ଦେଶର ଶହେରୁ ଅଧିକ ଜିଲ୍ଲା ଆଜି ମଧ୍ୟ ସାମାନ୍ୟ ଠାରୁ ପଛରେ ଅଛି । ଏହା ମଧ୍ୟ ବହୁତ ଆଶ୍ଚର୍ଯ୍ୟର କଥା କି ଏହି ଯେଉଁ ଏହି ଯେଉଁ ପଛୁଆ ଜିଲ୍ଲା କୁହାଯାଉଛି ସେଥିରେ ପ୍ରଚୁର ମାତ୍ରାରେ ପ୍ରାକୃତିକ ସଂଶାଧନ ଅଛି । ଆପଣଙ୍କର ବିଜାପୁର ଜିଲ୍ଲା ପାଖରେ କ’ଣ ନାହି? ସବୁକିଛି ଅଛି ।

ଭାଇ ଓ ଭଉଣୀମାନେ, ମୁଁ ଆଜି ଏଥିପାଇଁ ବିଜାପୁର ଆସିଛି ଫଳରେ  ଆପଣଙ୍କୁ କହିପାରିବି, ଭରସା ଦେଇ ପାରିବି କି ଆପଣମାନେ ଯେଉଁମାନେ ପଛରେ ଥିଲେ, ଯେଉଁମାନଙ୍କର ନାମ ସହିତ ପଛୁଆ ଜିଲ୍ଲା ହେବାର ଲେବୁଲ ଲଗାଇ ଦିଆଯାଇଛି, ସେମାନଙ୍କୁ ଏବେ ନୂତନ ପ୍ରକାରରେ, ନୂତନ ଚିନ୍ତଧାରା ସତିତ, ବହୁତ ବଡ଼ମାତ୍ରାରେ କାର୍ଯ୍ୟ ହେବାକୁ ଯାଉଛି । ଏବଂ ମୁଁ ବିଜାପୁରକୁ ଆଉ ଏକ ଶୁଭେଚ୍ଛା ଦେବାକୁ ଚାହୁଁଛି କି ମୁଁ ଜାନୁଆରୀରେ ଏହି ଶହେ-ଶହେ ପଚିଶ ଜିଲ୍ଲାର ଲୋକଙ୍କୁ ଡକାଇଥିଲି ଏବଂ ସେମାନଙ୍କୁ କହିଥିଲି ଆଜି ଯେଉଁଠାରେ ଅଛେ, ଯଦି ତିନିମାସ ମଧ୍ୟରେ ଦ୍ରୁତ ଗତିରେ ଆଗକୁ ବଢିବା, ମୁଁ 14 ଅପ୍ରେଲକୁ ସେହି ଜିଲ୍ଲାକୁ ଯିବି । ମୁଁ ବିଜାପୁର ଜିଲ୍ଲାର ଅଧିକାରୀମାନଙ୍କର ସଂପୂର୍ଣ୍ଣ ଟିମକୁ ହୃଦୟର ସହିତ ଶଭେଚ୍ଛା ଜଣାଉଛି, ସେମାନେ ତିନି ମାସରେ ଏହି ଯେଉଁ ଶହେରୁ ଅଧିକ ପଛରେ ଥିଲେ, ସେଥିରୁ ବାହାରିବାରେ ଏକ ନମ୍ବର ହୋଇଛନ୍ତି ଆଉ ଗୋଟିଏ ପ୍ରକାରରେ ସେମାନେ ଯାହା କରି ଦେଖାଇଛନ୍ତି ସେମାନଙ୍କୁ ସଲାମ୍ କରିବାକୁ ଆସିଛି, ସେମାନଙ୍କୁ ପ୍ରଣାମ କରିବାକୁ ଆସିଛି ଆଉ ଏଠାରୁ ଦେଖି ପ୍ରେରଣା ମଧ୍ୟ ନେବାକୁ ଆସିଛି, ଫଳରେ ଦେଶର ସେହି 115 ଜିଲ୍ଲାକୁ ଜଣାପଡୁ କି ଯଦି ବିଜାପୁର 100ଦିନରେ ଏତେ ପ୍ରଗତି କରିପାରିଛି ତ 115 ଜିଲ୍ଲା ମଧ୍ୟ ଆଗାମୀ ମାସରେ ବହୁତ ଦ୍ରୁତ ଗତିରେ ପ୍ରଗତି କରି ପରିବେ ।

ମୁଁ ଏହି 115 ଆକାଂକ୍ଷିତ ଜିଲ୍ଲାକୁ କେବଳ ଅଭିଳାଷୀ ନୁହେଁ, କେବଳ ଆକାଂକ୍ଷିତ ନୁହେଁ, ମହତ୍ୱାକାଂକ୍ଷୀ ଜିଲ୍ଲା କହିବାକୁ ଚାହୁଁଛି । ଏବେ ଏହି ଜିଲ୍ଲା ଆଶ୍ରିତ ନୁହେଁ, ପଛୁଆ ଜିଲ୍ଲା ହୋଇ ରହିବେ ନାହିଁ । ଏମାନେ ପରିଣାମ, ପରାକ୍ରମ ଏବଂ ପରିବର୍ତ୍ତନର ନୂଆ ମଡେଲ ହୋଇ ବାହାରିବେ, ଏହି ବିଶ୍ୱାସର ସହିତ ଆମେ ଆଗକୁ ବଢୁଛୁ ।

ଭାଇ ଓ ଭଉଣୀମାନେ, ଆପଣମାନେ ଭାବୁଥିବେ କି ମୁଁ ଏହି କଥା ଏତେ ଦୃଢତାର ସହିତ କିପରି କହି ପାରୁଛି? ଏଠାକୁ ଆସିବା ପୂର୍ବରୁ ଆମ ସରକାର ବିଜାପୁର ସମେତ 100ରୁ ଅଧିକ ଜିଲ୍ଲାର ଅଧ୍ୟୟନ କରିଛନ୍ତି ଆଉ କିଛି କାର୍ଯ୍ୟ ଆରମ୍ଭ କରି ତାହାର ପରିଣାମକୁ ତଉଲିଛନ୍ତି । ଆମର ତିନିମାସର ଅନୁଭବ କହୁଛି ଯଦି ଜିଲ୍ଲାର ସମସ୍ତ ଲୋକ ଜିଲ୍ଲାର ପ୍ରଶାସନ, ଜିଲ୍ଲାର ଜନ ପ୍ରତିନିଧି, ସମସ୍ତ ଗଳି କନ୍ଦି, ଗାଁ ଯଦି ଏହି ଅଭିଯାନରେ ସାଙ୍ଗରେ ଆଦି ଯାଆନ୍ତି, ଏକ ଜନ ଆନ୍ଦୋଳନ ଭଳି ସମସ୍ତେ ଏଥିରେ ଯୋଗଦାନ କରନ୍ତି ତ ସେହି କାମ ହୋଇ ପାରିବ ଯାହା ବିଗତ 70 ବର୍ଷରେ ମଧ୍ୟ ସ୍ୱାଧୀନତାର ପରେ ହୋଇ ନ ଥିଲା, ତାହା ଆଜି ହୋଇପାରିବ ।

ସାଥୀଗଣ, ପୁରୁଣା ରାସ୍ତାରେ ଚାଲି ଚାଲି ଆପଣ କେବେ ନୂତନ ଲକ୍ଷ୍ୟ ପର୍ଯ୍ୟନ୍ତ ପହଂଚି ପାରିବେ ନାହିଁ । ପୁରୁଣା ରୀତନୀତିରେ ଦୁନିଆ ବଦଳି ପାରିବ ନାହିଁ । ସମୟ ଅନୁକୂଳ ରୀତିନୀତିକୁ ମଧ୍ୟ ବଦଳାଇବାକୁ ପଡିଥାଏ । ଯଦି ନୂତନ ଲକ୍ଷ୍ୟକୁ ପ୍ରାପ୍ତ କରିବାର ଅଛି ତ ନୂତନ କୌଶଳରେ କାମ କରିବାକୁ ହୋଇଥାଏ । ବିଜାପୁର ସମେତ ଦେଶର 115 ଜିଲ୍ଲା ଅଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଆମ ସରକାର ନୂତନ ଅଭିବ୍ୟକ୍ତିର ସହିତ କାର୍ଯ୍ୟ କରୁଚନ୍ତି । ଏହି ଅଭିବ୍ୟକ୍ତି ହେଉଛି କ’ଣ, ଏହାର ଗୋଟିଏ ଉଦାହରଣ ଦେଉଛି । ଏଠାରେ ବହୁ ସଂଖ୍ୟାରେ କୃଷକ ଭାଇ ବସିଛନ୍ତି, ବଡ଼ ସରଳତାର ସହିତ ସେମାନେ ଏହାକୁ ବୁଝି ପାରିବେ । ଆମ କୃଷକ ଭାଇମାନେ ଧାନ ଚାଷ କରନ୍ତି, ମକା ଚାଷ କରନ୍ତି, ଡାଲି ଉତ୍ପାଦନ କରନ୍ତି । ମୁଁ ଟିକେ ସେହି କୃଷକ ଭାଇମାନଙ୍କୁ ପଚାରିବାକୁ ଚାହୁଁଛି କି କ’ଣ ଆପଣ ସମସ୍ତେ ଫସଲରେ ଗୋଟିଏ ସମାନ ପ୍ରକାରରେ ପାଣି ଦେଉଛନ୍ତି କି? କ’ଣ ଧାନ ପାଇଁ ଯେତିକି ପାଣି ଦେଇଛନ୍ତି, ସେତିକି ପାଣି ମକା ପାଇଁ ଦେଉଛନ୍ତି? ସେତିକି ପାଣି ପନିପରିବା ଫସଲ ପାଇଁ ଦେଉଛନ୍ତି? ସେତିକି ହିଁ ପାଣି ଧାନ ଚାଷ ପାଇଁ ଦେଉଛନ୍ତି? ଆପଣଙ୍କ ଉତ୍ତର ହେବ ନା, ଦେଉ ନାହୁଁ । ଧାନପାଇଁ ଅଧିକ ଦେଉଛୁ, ଏହି ଫସଲ ପାଇଁ ଏତିକି ଦେଉଛୁ, ସେହି ଫସଲ ପାଇଁ ସେତିକି ଦେଇଛୁ । ଭିନ୍ନ-ଭିନ୍ନ ଫସଲ ପାଇଁ ଆପଣ ଭିନ୍ନ-ଭିନ୍ନ ପ୍ରକାରର କାମ କରୁଛୁ କି କରୁ ନାହୁଁ? ସାଧାରଣ କୃଷକ ମଧ୍ୟ ଏପରି କରିଥାଏ । ସେହିପରି ଯେତେବେଳେ ଭିନ୍ନ ଭିନ୍ନ ଆବଶ୍ୟକତାମାନ ରହିଛି, ତ ସେମାନଙ୍କର ଅସୁବିଧା ମଧ୍ୟ, ସେମାନଙ୍କର ଦୁର୍ବଳତା ମଧ୍ୟ, ସେମାନଙ୍କର ଆହ୍ୱାନ ମଧ୍ୟ ଭିନ୍ନ ଭିନ୍ନ ହେବ । ତାହାକୁ ଧ୍ୟାନରେ ରଖି ପ୍ରତ୍ୟେକ ଜିଲ୍ଲାକୁ ନିଜ ହିସାବରେ ଆଗର ରଣନୀତି ପ୍ରସ୍ତୁତ କରିବାକୁ ହେବ, ବିକାଶର ନିଜର ଏକ ଯୋଜନା ପ୍ରସ୍ତୁତ କରିବାକୁ ପଡିବ । ସ୍ଥାନୀୟ ସଂସାଧନର ଆଧାରରେ କରିବାକୁ ହେବ ।

ଆପଣମାନଙ୍କ ସହିତ କଥା ହୋଇ ଏଠାକାର ପ୍ରଶାସନ ଆପଣମାନଙ୍କର ଗୋଟିଏ ଗୋଟିଏ ଆବଶ୍ୟକତାଗୁଡିକ ବିଷୟରେ, ସେଗୁଡିକ କିପରି ପୂରଣ କରି ହେବ,ଏହି ବିଷୟରେ ଯୋଜନା ପ୍ରସ୍ତୁତ କରିବ । ବହୁତ ଛୋଟ ଛୋଟ ପଦକ୍ଷେପ ଆପଣଙ୍କୁ  ବିକାଶର ବଡ଼ ଦୌଡରେ ଏକ ନମ୍ବରକୁ ନେଇ ଯିବ । ଏହି ସମଗ୍ର ପ୍ରକ୍ରିୟାରେ କେନ୍ଦ୍ର ଏବଂ ରାଜ୍ୟର ଟିମ୍ ଗାଁ, ବ୍ଲକର ଲୋକ କାନ୍ଧକୁ କାନ୍ଧ ମିଶାଇ ଚାଲିବେ ।

ସାଥୀଗଣ, ଆଜି ଏଠାରେ ଏହି ମଂଚରେ ଦେଶରେ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ଭଳି, ଦେଶରେ ସାମାଜିକ ଅସନ୍ତୁଳନ ଶେଷ କରିବା ଭଳି ଏକ ବହୁତ ବଡ଼ ଯୋଜନାର ଶୁଭାରମ୍ଭ ହୋଇଛି । ଆୟୁଷ୍ମାନ ଭାରତ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟକୁ ଆଜି 14 ଅପ୍ରେଲ, ଆମ୍ବେଦକରଙ୍କର ଜୟନ୍ତୀ ଦିନରେ ଏହି ମାଟିରୁ, ଛତିଶଗଡ଼ ମାଟିରୁ, ବିଜାପୁରର ଜିଲ୍ଲାର ମାଟିରୁ ଆଜି ଆରମ୍ଭ କରା ଯାଉଛି । ଏହାର ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରାଥମିକ ସ୍ୱାସ୍ଥ୍ୟ ସହିତ ଜଡିତ ବିଷୟଗୁଡିକରେ ପରିବର୍ତ୍ତନ ଆଣିବାର ପ୍ରୟାସ କରାଯିବ । ଏହା ଅଧୀନରେ ଦେଶର ପ୍ରତ୍ୟେକ ବଡ଼ ପଞ୍ଚାୟତରେ ଅର୍ଥାତ ପାଖାପାଖି ଦେଢ ଲକ୍ଷ ସ୍ଥାନରେ, ହିନ୍ଦୁସ୍ଥାନର ଦେଢ ଲକ୍ଷ ଗାଁରେ ଉପ-କେନ୍ଦ୍ରରେ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ, ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଭାବେ ବିକଶିତ କରାଯିବ । ଆଉ ମୁଁ ତ ଯୁବକମାନଙ୍କୁ କହୁଛି କି mygov.in  ରେ ଯାଇ ଏହି ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଅଛି, ସେଥିରେ ଆମ ସାଧାରଣ ଭାଷାରେ କ’ଣ ଶବ୍ଦ ପ୍ରୟୋଗ କରିବା ଦରକାର, ମୋତେ ମତାମତ ଦିଅନ୍ତୁ, ମୁଁ ନିଶ୍ଚୟ ତାହାର ଅଧ୍ୟୟନ କରିବି । ଆଜି ଏବେ ତ, ନାମ ଲୋକପ୍ରିୟ ହୋଇଛି ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର କିନ୍ତୁ ଆଗକୁ ଯାଇ ଗାଁର ଗରିବ ଏବଂ ଅଶିକ୍ଷିତ ବ୍ୟକ୍ତି ମଧ୍ୟ କହିପାରିବେ, ଚିହ୍ନି ପାରିବେ, ଏଭଳି ଶବ୍ଦ ଏହି ଯୋଜନାକୁ ମୁଁ ଦେବାକୁ ଚାହୁଁଛି, କିନ୍ତୁ ତାହା ମଧ୍ୟ ଆପଣମାନଙ୍କ ମତାମତ ଦ୍ୱାରା ଦେବାକୁ ଚାହୁଁଛି । ଗାଁର ଲୋକଙ୍କ ମତାମତ ଅନୁସାରେ ଦେବାକୁ ଚାହୁଁଛି ।

ସରକାରଙ୍କ ଲକ୍ଷ୍ୟ ଏହି କାମକୁ 2022 ପର୍ଯ୍ୟନ୍ତ ଶେଷ କରିବାର ଅଛି । ଆପଣ କଳ୍ପନା କରିପାରିବେ କି କେତେ ବଡ଼ କାର୍ଯ୍ୟ ମୁଣ୍ଡକୁ ନିଆଯାଇଛି । ଅର୍ଥାତ ଯେତେବେଳେ ଦେଶ 75 ବର୍ଷର ପର୍ବ ପାଳନ କରୁଥିବ, ସେ ପର୍ଯ୍ୟନ୍ତ ସାରା ଦେଶରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଏକ ନେଟୱାର୍କ ବିଛାଇ ହୋଇ ଯାଇଥିବ । ସେଥିରେ ମଧ୍ୟ ସେହି 115 ଜିଲ୍ଲାକୁ ପ୍ରାଥମିକତା ଦିଆଯିବ ଯେଉଁମାନେ ଏବେ ବିକାଶର ଦୌଡ଼ରେ ଅନ୍ୟମାନଙ୍କ ଠାରୁ ଟିକେ ପଛରେ ଅଛନ୍ତି ।

ଭାଇ ଓ ଭଉଣୀମାନେ, ଏହି କଲ୍ୟାଣ କେନ୍ଦ୍ରର କ’ଣ ଆବଶ୍ୟକତା ରହିଛି? ଏହା ମୁଁ ବିସ୍ତାର କରି ଆପଣମାନଙ୍କୁ ବୁଝାଉଛି । ଯେତେବେଳେ ଆମେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର କଥା କହିଥାଉ  ସେତେବେଳେ ଆମର ପ୍ରୟାସ କେବଳ ରୋଗର ଚିକିତ୍ସା କରିବା ନୁହେଁ, ବରଂ ରୋଗ ହେବାକୁ ରୋକିବା ମଧ୍ୟ ହେଉଛି ଆମର ସଂକଳ୍ପ ।  ଆମ ଦେଶରେ ରକ୍ତଚାପ ହେଉ, ମଧୁମେହର ରୋଗୀ ବହୁତ ସଂଖ୍ୟାରେ ମିଳିଥାନ୍ତି । ହୃଦରୋଗ ସହିତ ଜଡିତ ସମସ୍ୟା, ମଧୁମେହ, ଡାଏବେଟିସ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉ, କର୍କଟ; ଏହା ହେଉଛି ଏଭଳି ରୋଗ ଯାହା ଦ୍ୱାରା 60 ପ୍ରତିଶତ ଲୋକଙ୍କର ଦୁଃଖଦ ମୃତ୍ୟୁ ଏହି ଚାରୋଟି ରୋଗ ଯୋଗୁଁ ହୋଇଥାଏ । କିନ୍ତୁ ଏହି ରୋଗଗୁଡିକୁ ସମୟ ଥାଉ ଥାଉ ଯଦି ଚିହ୍ନଟ କରାଯାଏ ତେବେ ତାହାର ବ୍ୟାପକତାକୁ ରୋକାଯାଇ ପାରିବ ।

ଏବେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରକୁ ମଧ୍ୟ ଏହି ନୂତନ ବ୍ୟବସ୍ଥାରେ ଠିଆ କରାଯାଉଛି । ତାହା ମାଧ୍ୟମରେ ଅନେକ ପ୍ରକାରର ମାଗଣା ଯାଞ୍ଚ ମଧ୍ୟ କରିବା ପାଇଁ ଭରପୂର ପ୍ରୟାସ କରାଯିବ ।

ସାଥୀଗଣ, ଉପଯୁକ୍ତ ସମୟରେ ହେଉଥିବା ଯାଞ୍ଚ କିପରି ଲାଭଜନକ ହୋଇଥାଏ, ଏହାର ମଧ୍ୟ ଉଦାହରଣ ମୁଁ ଆପଣଙ୍କୁ ଦେବି । ଧରି ନିଅନ୍ତୁ 35 ବର୍ଷର କୌଣସି ଯୁବକ ଯାଞ୍ଚ କଲେ ଆଉ ତାଙ୍କୁ ରକ୍ତଚାପ ର ସମସ୍ୟା ଥିବା ଜଣା ପଡିଲା  ତ ଭବିଷ୍ୟତରେ ହେବାକୁ ଥିବା କେତେକ ଜଟିଳ ରୋଗ ହେବା ପୂର୍ବରୁ ହିଁ ସେ ବଂଚିଯାଇ ପାରିବ । ଯଦି ପ୍ରଥମରୁ ଯାଞ୍ଚ କରି, ସଠିକ ସମୟରେ ଔଷଧ ଖାଏ, ଯୋଗ, ବ୍ୟାୟାମ ଅବା ପୁଣି ଆବଶ୍ୟକ ପରାମର୍ଶ; ବଡ଼ ଖର୍ଚ୍ଚ ଆଉ ସଂକଟରୁ, ଦୁଇଟି ଯାକରୁ ବଂଚି ଯାଇଥାଏ ।

ମୁଁ ଆଜି କଲ୍ୟାଣ କେନ୍ଦ୍ରର ଉଦଘାଟନ କରୁଥିଲି ତ 30-35ବର୍ଷ ବୟସର ଜଣେ ଭଉଣୀ ସେଠାରେ ଭେଟ ହେଲେ, ତାଙ୍କୁ ଜଣା ନ ଥିଲା କି ତାଙ୍କର ମଧୁମେହ ଅଛି । ଡ଼ାକ୍ତରଙ୍କୁ ଆସି କହିଲେ କି ମତେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, ମୋ ମୁଣ୍ଡ ଘୁରେଇ ଦେଉଛି, ମୋତେ ହାଲିଆ ଲାଗୁଛି; ଯେତେବେଳେ ଡ଼ାକ୍ତର ଯାଞ୍ଚ କଲେ ତ ଜଣା ପଡିଲା କି ତାଙ୍କର ମଧୁମେହ ବହୁତ ଖରାପ ସ୍ଥିତରେ ଅଛି । 20-32 ବର୍ଷର ଭଉଣୀ ତାଙ୍କୁ ହିଁ ଜଣା ନଥିଲା କି କ’ଣ ରୋଗ ହୋଇଛି । କିନ୍ତୁ ଆଜି କଲ୍ୟାଣ କେନ୍ଦ୍ରକୁ ଆସିଲେ ତ ତାଙ୍କୁ ଜଣା ପଡି ଗଲା ଆଉ ଏବେ ତାଙ୍କୁ ଜଣାପଡିଯିବ, କ’ଣ ଖାଇବେ, କିପରି ଖାଇବେ, କିପରି ରହିବେ । ସେ ତାହାକୁ ନିୟନ୍ତ୍ରଣ କରି ଅନ୍ୟ ରୋଗ ଦାଉରୁ ନିଜେ ନିଜକୁ ବଂଚାଇ ପାରିବ । ଚିକିତ୍ସା ଅପେକ୍ଷା ପରାମର୍ଶକୁ ଅଧିକ ଅଧିକ ଗୁରୁତ୍ୱ ଦେଉଥିବା ଏହି ଚିନ୍ତଧାରାକୁ କଲ୍ୟାଣ କେନ୍ଦ୍ର ଗାଁ ଗାଁରେ ପହଁଚାଇବ ।

ଏହି ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଗୋଟିଏ ପ୍ରକାରରେ ଗରିବ ପରିବାର ପାଇଁ ଡ଼ାକ୍ତର ଭଳି କାର୍ଯ୍ୟ କରିବ । ପୁରୁଣା ଦିନମାନଙ୍କରେ ମଧ୍ୟମବର୍ଗୀୟ ଏବଂ ବଡ଼ ପରିବାରରେ ପାରିବାରକ ଡାକ୍ତର  ରହୁଥିଲେ । ଏବେ ଏହି କଲ୍ୟାଣ କେନ୍ଦ୍ର ତାହା ହୋଇଯିବ ଯେପରି କି ତାହା ହେଉଛି ପରିବାରର ସଂପ୍ରସାରଣ, ତାହା ଆପଣଙ୍କର ନିତି ଦିନିଆ ଜୀବନ ସହିତ ଯୋଡି ହୋଇଯିବ ।

ସାଥୀଗଣ, ଆୟୁଷ୍ମାନ ଭାରତର ଚିନ୍ତାଧାରା କେବଳ ସେବା ମଧ୍ୟରେ ସିମୀତ ନୁହେଁ ବରଂ ଏହା ହେଉଛି ଜନ ଭାଗିଦାରୀର ଏକ ଆହ୍ୱାନ ମଧ୍ୟ । ଫଳରେ ଆମେ ସୁସ୍ଥ, ସମର୍ଥ ଏବଂ ସନ୍ତୁଷ୍ଟ ନିଉ ଇଣ୍ଡିଆର ନିର୍ମାଣ କରି ପାରିବା । ଆଜି ତ ଆୟୁଷ୍ମାନ ଭାରତ ଯେଜନାର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ  ହୋଇଛି । ଏବେ ଆଗାମୀ ଲକ୍ଷ୍ୟ ପ୍ରାୟ 50 କୋଟି ଗରିବ ଲୋକଙ୍କୁ ଜଟିଳ ରୋଗ ସମୟରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ଗୋଟିଏ ବର୍ଷରେ 5 ଲକ୍ଷ ଆର୍ଥିକ ସୁରକ୍ଷା ଦେବାର ଅଛି । ଏହା ଉପରେ ବହୁତ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି ।

ଭାଇ ଓ ଭଉଣୀମାନେ, ପରିବର୍ତ୍ତନ ସେତେବେଳେ ଆସିଥାଏ ଯେତେବେଳେ  ପ୍ରେରଣାର ସହି ସଂସାଧନର ମଧ୍ୟ ଉପଯୋଗ କରାଯାଏ । ଆଜି ଏଠାରେ ମଂଚ ଉପରେ ଆମେ ଅଭିଳାଷୀ ବିଜାପୁର ସହିତ ଅଭିଳାଷୀ ଛତିଶଗଡ଼ କଥା ମଧ୍ୟ କହିଛୁ । ଅଟଳଜୀଙ୍କ ପ୍ରଦର୍ଶୀତ ମାର୍ଗରେ ଚାଲି ଆମେ ବିଗତ 14ବର୍ଷ ହେବ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ରମଣ ସିଂହ ମହାଶୟ ବିକାଶ ସହିତ ଜଡିତ ଯୋଜନାଗୁଡିକୁ ପୂରା ପରିଶ୍ରମ ସହିତ, ଆପଣମାନଙ୍କ କଲ୍ୟାଣ ପାଇଁ ଆଗକୁ ବଢାଉଛନ୍ତି । ଚାରି ବର୍ଷ ପୂର୍ବେ କେନ୍ଦ୍ରରେ ଏନଡିଏ ସରକାର ପ୍ରତିଷ୍ଠା ହେବା ପରେ ଏହି ଭଳି ଅନେକ ପ୍ରୟାସକୁ, ଛତିଶଗଡ଼ର ବିକାଶ ସଂକଳ୍ପକୁ ଆହୁରି ଶକ୍ତି ମିଳିଛି । ଏଠାରେ ଶାସନ-ପ୍ରଶାସନ, ଜନତାଙ୍କ ନିକଟରେ ପହଂଚୁଛି । ଆଦିବାସୀ ଅଂଚଳରେ ଦ୍ରୁତ ଗତିରେ ବିକାଶ କରିବା ଏବଂ ଅନେକ ଜନହିତକର ଯୋଜନାଗୁଡିକୁ ସଫଳତାର ସହିତ କାର୍ଯ୍ୟକାରୀ କରି ଛତିଶଗଡ଼ ଦରକାର  ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବସ୍ତର ଏବଂ ସରଗୁଜାରେ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ, ଇଂଜିନୟରିଂ କଲେଜ, ସହିଧର ଜିଲ୍ଲାରେ ସ୍କୁଲ, କଲେଜ, ତଥା ଦକ୍ଷତାର ଉନ୍ନତମାନର ସଂସ୍ଥାମାନ ସଂଚାଳିତ ହେବା ଏହି ଅଂଚଳ ପାଇଁ ନୂତନ ବିପ୍ଳବର ମାଧ୍ୟମ ପାଲଟି ଯାଇଛି ।

ମୋତେ ଏଠାରେ ଲକ୍ଷ୍ମୀ ନାମରେ ଗୋଟିଏ ଝିଅ ଭେଟିଲା, ସେ କହିଲା ଦ୍ରୋନ ତିଆରି କରିଛି । କେହି କଳ୍ପନା କରି ପାରିବେ କି ଛତିଶଗଡ ରୀବାର ଆଦିବାସୀ ଅଂଚଳର ଲକ୍ଷ୍ମୀ ନାମରେ ଦଶମ ଶ୍ରେଣୀରେ ପଢୁଥିବା ଝିଅ ଦ୍ରୋନ ତିଆରି କରିବ । ସେ ମୋତେ କହୁଥିଲା 50 ମିଟର ପର୍ଯ୍ୟନ୍ତ ଉଡାଉଛି ଆଉ ଆଗ ପଛକୁ ମଧ୍ୟ ତାହାକୁ ନେଇ ଯାଉଛି । ମୋତେ ଖୁସି ଲାଗିଲା ।

ଆପଣମାନେ ଶୁଣିଥିବେ, ଆମେ ଜାଣିଛେ କି ନଗରନାରର ଇସ୍ପାତ କାରଖାନାର କାର୍ଯ୍ୟ ଶେଷ ହେବାକୁ ଯାଉଛି, ଆଉ ଇସ୍ପାତ କାରଖାନାର କାମ, ଶୀଘ୍ର ହିଁ ଏହି ପ୍ଲାଂଟ ମଧ୍ୟ ଆରମ୍ଭ ହୋଇଯିବ । ଆଜି ଯେତେବେଳେ ବସ୍ତରର ଯୁବକମାନଙ୍କୁ   ଇଂଜିନିୟରିଙ୍ଗ, ମେଡିକାଲ କଲେଜ ହିଁ ନୁହେଁ, ୟୁପିଏସସି ଆଉ ପିଏସସି ରେ ସଫଳ ହେଉଥିବା ଦେଖୁଛି ତ ମୋର ବିଶ୍ୱାସ ଆହୁରି ସୁଦୃଢ ହୋଇ ଯାଉଛି କି ଆପଣଙ୍କ ରାଜ୍ୟ ସଠିକ ଦିଗରେ  ପ୍ରଗତି କରୁଛି । ଯେବେଠାରୁ ଛତିଶଗଡ଼ରେ ବିଜେପିର ସରକାର ପ୍ରତିଷ୍ଠା ହୋଇଛି ସେବେଠାରୁ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆସିଛି । କେତେବେଳେ ରାଜ୍ୟରେ ଦୁଇଟି ମେଡିକାଲ କଳେଜ ଥିଲା, ଆଜି ମୋତେ କୁହାଯାଇଛି କି ଦଶଟି ମେଡିକାଲ କଲେଜ ଏଠାରେ ହୋଇସାରିଛି । ଏହାଦ୍ୱାରା ମେଡିକାଲ ସିଟ ସଂଖ୍ୟା ମଧ୍ୟ ଅନେକ ଗୁଣ ବଢିଯାଇଛି । ମେତେ ଏହା ଦେଖି ଲାଗିଲା କି ବିଜାପୁର ଏବଂ ଆଖପାଖ ଅଂଚଳରେ ଏବେ ସ୍ୱାସ୍ଥ୍ୟ ସୁବିଧାରେ ନିରନ୍ତର ସୁଧାର ହେଉଛି । ଜିଲ୍ଲା ହସ୍ପିଟାଲ ଠାରୁ ନେଇ ହାଟ-ବଜାର ପର୍ଯ୍ୟନ୍ତ ଏବେ ବଡ଼ ବଡ଼ ବିଶେଷଜ୍ଞ ନିଜ ସେବା ଦେଇଛନ୍ତି । ସେମାନଙ୍କର ସେବା ଭାବକୁ ହୃଦୟର ସହିତ ପ୍ରଶଂସା କରୁଛି । ଆଉ ମୋତେ ଏଠାରେ କେତେ ଡାକ୍ତର ଭେଟିଲେ; କିଏ ତାମିଲନାଡୁରୁ ଆସିଛନ୍ତି; କିଏ ଉତ୍ତର ପ୍ରଦେଶରୁ ଆସିଛନ୍ତି, ଆଉ ନିଜର ସମ୍ପୂର୍ଣ୍ଣ ସମୟ ଏହି ଜଙ୍ଗଲରେ ନିୟୋଜିତ କରିଛନ୍ତି । ଯେଉଁ ଦେଶ ପାଖରେ ଏଭଳି ଯୁବ ଡାକ୍ତରଙ୍କର ଫୌଜ ଅଛି, ସେଠାରେ ଏବେ ଗରିବ ରୋଗରେ ପଡି କଷ୍ଟ ଭୋଗିବାକୁ ବାଧ୍ୟ ହେବ ନାହିଁ, ମୋର ଏହି ବିଶ୍ୱାସ ସୁଦୃଢ ହେଉଛି ।

ଏବେଠାରୁ କିଛି ସମୟ ପୂର୍ବରୁ ମୋତେ ଏଠାକାରେ ଜିଲ୍ଲା ହସ୍ପିଟାଲରେ ଡାଏଲିସିସ ୟୁନିଟ ଶୁଭାରମ୍ଭ କରିବାର ମଧ୍ୟ ସୁଯୋଗ ମିଳିଛି । ମୁଁ ଏହା କହିବାକୁ ଚାହୁଁଛି କି ପ୍ରଧାନମନ୍ତ୍ରୀ ଡାଏଲିସିସ ଯୋଜନା ଅଧିନରେ ଏବେ ଦେଶରେ 500ରୁ ଅଧିକ ଡାକ୍ତରଖାନାରେ ମାଗଣା ଡାଏଲିସିସର ସୁବିଧା ଉପଲବ୍ଧ କରାଯାଉଛି । ଏହାର ଲାଭ ପ୍ରାୟ ଅଢେଇ ଲକ୍ଷ ରୋଗୀ ନେଇ ସାରିଛନ୍ତି, ଯେଉଁମାନେ ପାଖାପାଖି 25 ଲକ୍ଷ ଡାଏଲିସିସ ଅଧିବେଶନ କରିଛନ୍ତି । ଛତିଶଗଡର ନକ୍ସାରେ ସବୁଠାରୁ ତଳେ ଦେଖାଯାଉଥିବା ସୁକମା, ଦନ୍ତେୱାଡା ଏବଂ ବିଜାପୁର ଜିଲ୍ଲାରେ ବିକାଶର ଯେଉଁ ବୀଜ ବପନ କରାଯାଇଛି, ତାହା ପ୍ରକୃତରେ ହେଉଛି ପ୍ରଶଂସାର ପାତ୍ର, ମୁଁ ଏଥିପାଇଁ ଏଠାକାର ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ।

ଛତିଶଗଡ଼କୁ ବିକାଶର ରାସ୍ତାରେ ଏବଂ ଦ୍ରୁତ ଗତିରେ ଆଗକୁ ନେଇ ଯିବା ପାଇଁ କେନ୍ଦ୍ର ସରକାର ଦୁଇପାକ୍ଷିକ ରଣନୀତିରେ କାମକରୁଛନ୍ତି । ପ୍ରଥମ ପ୍ରୟାସ ଏହି କ୍ଷେତ୍ରରେ ଅଧିକରୁ ଅଧିକ ବିକାଶର ଆଉ ଅନ୍ୟଟି ହେଉଛି ଯେଉଁ ଯୁବକମାନେ ପଥଭ୍ରଷ୍ଟ ହୋଇଛନ୍ତି, ସେମାନଙ୍କୁ  ଯଥା ସମ୍ଭବ ସଠିକ ଭାବେ ବିକାଶର ମୁଖ୍ୟଧାରାରେ ପୁଣି ଯୋଡିବା । ବିଗତ ଚାରି ବର୍ଷରେ ଛତିଶଗଡ଼ ଏବଂ ବିଶେଷ କରି ବସ୍ତରରେ ବିକାଶର ଅଭୂତପୂର୍ବ ଯୋଜନାଗୁଡିକ ଆରମ୍ଭ କରାଯାଇଛି ।

ବସ୍ତରର ନକ୍ସଲ ପ୍ରଭାବିତ ଅଂଚଳରେ ଚାରଶହ କିଲୋମିଟରରୁ ଅଧିକ ଦୀର୍ଘ ସଡ଼କ ନେଟୱାର୍କ ବିଛାଯାଇଛି । ଯେଉଁ ଗାଁ ପର୍ଯ୍ୟନ୍ତ ପ୍ରଥମେ ଜିପ୍ ପହଂଚି ପାରୁ ନ ଥିଲା, ତାହା ଏବେ ନିୟମିତ ଚାଲୁଥିବା ବସ୍ ସହିତ ଯୋଡି ହୋଇ ଯାଇଛି ।

ସୌଭାଗ୍ୟ ଯେଜନା ଅଧିନରେ ବସ୍ତରର ପ୍ରତ୍ୟେକ ଗାଁ’ରେ ବିଜୁଳି ସଂଯୋଗ ସୁନିଶ୍ଚିତ କରାଯାଉଛି । ଘରେ ପହଂଚିଥିବା ଉଜାଲାଯୋଜନା କିସାନ, ଛାତ୍ର, ଦୋକାନୀ, ଛୋଟ ଉଦ୍ୟମୀ ପ୍ରତ୍ୟେକଙ୍କର ଜୀବନରେ ଆଲୋକ ନେଇକରି ଆସିବ । ବସ୍ତର ରେ ହଜାର ହଜାର ସଂଖ୍ୟାରେ ସୌର ପମ୍ପର ବିତରଣ କରାଯାଇଛି । ଏହି ସୌର ପମ୍ପ କୃଷକମାନଙ୍କୁ ବହୁତ ସହାୟତା କରୁଛି । ଆଜି ଏହି କ୍ଷେତ୍ରରେ ବଡ଼ ମାତ୍ରାରେ ସ୍କୁଲ, ଡାକ୍ତରଖାନା, ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ଖୁଚୁରା ଦୋକାନ, ବ୍ୟାଙ୍କ ଶାଖା,ଏଟିଏମ୍ ଏହି ସମସ୍ତ ବ୍ୟବସ୍ଥାମାନ ଉପଲବ୍ଧ କରାଯାଉଛି । ମୋବାଇଲ ଟାୱାର ତିଆରି କରାଯାଉଛି । ବସ୍ତର, ଏବେ ରେଳ ସେବା ମାଧ୍ୟମରେ ରାୟପୁର ସହିତ ଯୋଡି ହେଉଛି ।

ଆଜି ଏକ ରେଳ ସେକ୍ସନର କାମ ଆରମ୍ଭ କରାଯାଇଛି । ଦୁଇ ବର୍ଷ ମଧ୍ୟରେ ଏହା ଜଗଦଳପୁର ପର୍ଯ୍ୟନ୍ତ ପଂହଚିବ । ଏହି ବର୍ଷ ଶେଷ ସୁଦ୍ଧା ଜଗଦଳପୁରରେ ଏକ ନୂଆ ଷ୍ଟିଲ ପ୍ଲାଂଟ ମଧ୍ୟ କାର୍ଯ୍ୟାରମ୍ଭ କରିବ । ଏଥିରୁ ବସ୍ତରର ଯୁବକମାନଙ୍କୁ ମଧ୍ୟ  ବଡ଼ ସଂଖ୍ୟାରେ ରୋଜଗାରର ନୂତନ ସୁଯୋଗ ଉପଲବ୍ଧ ହେବ ।

ଜଗଦଳପୁରରେ ନୂତନ ବିମାନବନ୍ଦର ମଧ୍ୟ ପ୍ରସ୍ତୁତ ହେଉଛି ଆଉ ଏହା ଆଗାମୀ କିଛି ମାସରେ କାମ ମଧ୍ୟ ଆରମ୍ଭ କରିଦେବ । ବିମାନ ଚଳାଚଳ ସେବା ଏହି ଅଂଚଳର ଅର୍ଥ ବ୍ୟବସ୍ଥାକୁ ନୂତନ ଶିଖରକୁ ନେଇଯିବ ।

ସାଥୀଗଣ ବସ୍ତର ବଦଳୁଛି । ବିଗତ ଦଶକରେ ବସ୍ତର ସହିତ ଯେଉଁ ପ୍ରକାରର ପରିଚୟ ଯୋଡି ଦିଆଯାଇଥିଲା, ତାହା ମଧ୍ୟ ବଦଳୁଛି । ଭବିଷ୍ୟତରେ ବସ୍ତରର ନୂତନ ପରିଚୟ ଏକ ଅର୍ଥନୈତିକ ହବ୍ ଭାବେ ପରିଗଣିତ ହେବାକୁ ଯାଉଛି, ପର୍ଯ୍ୟଟନର ବଡ଼ କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି । ପରିବହନର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି । ଏଠାରୁ ରାୟପୁର ହିଁ ନୁହେଁ, ହାଇଦ୍ରାବାଦ, ନାଗପୁର, ଏବଂ ବିଶାଖାପାଟଣାମ୍ ପର୍ଯ୍ୟନ୍ତ ସଂଯୋଗ ହୋଇଯିବ ।

ନିଉ ଇଣ୍ଡିଆ ସହିତ ନିଉ ବସ୍ତର ଏଠାକାର ଲକ୍ଷ ଲକ୍ଷ ଲୋକଙ୍କର ଜୀବନକୁ ସହଜ କରିଦେବ । ଦଶକ ଦଶକ ଧରି ସେମାନଙ୍କ ଜୀବନରେ ଯେଉଁ ଅନ୍ଧକାର ଥିଲା, ସେହି ଅନ୍ଧକାରରୁ ସେମାନଙ୍କୁ ବାହାର କରିଦେବ । ନୂତନ ବସ୍ତର, ନୂତନ ଆଶାର ବସ୍ତର ହେବ, ନୂତନ ଆକାଂକ୍ଷାର ବସ୍ତର ହେବ, ନୂତନ ଅଭିଳାଷାର ବସ୍ତର ହେବ, ଏବେ ଏହା କୁହାଯାଇ ପାରିବକି ସୂର୍ଯ୍ୟ ଯଦିଓ ପୂର୍ବରେ ଉଦୟ ହୋଇ ଥାଆନ୍ତି କିନ୍ତୁ ଆଉ ସେହି ଦିନ ଦୂର ନୁହେଁ ଯେତେବେଳେ ଛିତଶଗଡରେ ବିକାଶର ସୂର୍ଯ୍ୟ ଦକ୍ଷିଣରେ ଉଦୟ ହେବ, ବସ୍ତରରେ ଉଦୟ ହେବ । ଏହି ଅଂଚଳ ଆଲୋକିତ ହେବ ସମ୍ପୂର୍ଣ୍ଣ ପ୍ରଦେଶ ଆଲୋକିତ ହେବ । ଏଠାରେ ସୁଖ ଶାନ୍ତି ଫେରିଆସିବ ତ ସମ୍ପୂର୍ଣ୍ଣ ପ୍ରଦେଶରେ ସୁଖ ଶାନ୍ତି ଫେରିଆସିବ ।

ଭାଇ ଓ ଭଉଣୀମାନେ, ସରକାରୀ  ଯୋଜନା ଏବଂ ସେବାକୁ ସେମାନଙ୍କ ପାଖରେ ପହଂଚାଇବା, ଯେଉଁମାନଙ୍କ ପାଇଁ ପ୍ରକୃତରେ ଏହାର ଆବଶ୍ୟକତା ଅଛି; ଏହା ସବୁବେଳେ ବହୁତ ବଡ଼ ଆହ୍ୱାନ ହୋଇ ରହିଛି । ଆଂଚଳିକ ଅସନ୍ତୁଳନ ପଛରେ ଯେଉଁ ବଡ଼ କାରଣ ରହିଛି, ତାହା ମଧ୍ୟରୁ ଏହା ହେଉଛି ଗୋଟିଏ । ଆଉ ମୁଁ ଖୁସି ଯେ ରମଣ ସିଂହଙ୍କ ସରକାର ଏହି ମାମଲାରେ ସମ୍ବେଦନଶୀଳ ଅଟନ୍ତି, ଭଲ ପଦକ୍ଷେପ ନେଉଛନ୍ତି ।

କିଛି ସମୟ ପୂର୍ବେ ମୋତେ ଜଙ୍ଗଲା ବିକାଶ କେନ୍ଦ୍ର ଯିବାର ସୁଯୋଗ ମିଳିଲା । ଏହି କେନ୍ଦ୍ର ପଛରେ ଥିବା ଭାବନା ଏହା ଯେ ଏହି କ୍ଷେତ୍ରର ଲୋକଙ୍କ ପାଇଁ ଗୋଟିଏ ସ୍ଥାନରେ ସମସ୍ତ ସରକାରୀ ସେବା ମିଳିବ, ଫଳରେ ଏଠାକୁ ସେଠାକୁ ଦୌଡିବାରେ ଲୋକଙ୍କର ସମୟ ଏବଂ ଶକ୍ତି ନଷ୍ଟ ହେବନାହିଁ । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହେଉ, ସରକାରୀ ଖୁଚୁରା ଦୋକାନ ହେଉ, ପଟୱାରୀ ହେଉ, ଡାକ୍ତରଖାନା ହେଉ, ସ୍କୁଲ ହେଉ; ଏହି ସମସ୍ତ ସୁବିଧାଗୁଡିକ ଗୋଟିଏ ସ୍ଥାନରୁ ପ୍ରଦାନ କରାଯିବା – ଏକ ବହୁତ ବଡ଼ ସେବା ହେବ ।

ମୋତେ ଅବଗତ କରାଯାଇଛି କି ସମଗ୍ର ପ୍ରଦେଶରେ ଏଭଳି 14 କେନ୍ଦ୍ର ତିଆରି କରିବାର ଯୋଜନା ସରକାର କରିଛନ୍ତି । ଏହି ବିକାଶ କେନ୍ଦ୍ର ଦେଶର ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ/ଆଦର୍ଶ ଭଳି କାର୍ଯ୍ୟ କରିପାରିବ ।

ସାଥୀଗଣ, ଦେଶରେ ଆଂଚଳିକ ଅସନ୍ତୁଳନ ଶେଷ କରିବାର ଏକ କୌଶଳ ହେଉଛି ଯୋଗାଯୋଗ ବ୍ୟବସ୍ଥାକୁ ବଢାଇବା । ଏଥିପାଇଁ ରାଜପଥ ହେଉ, ରେଳପଥ ହେଉ, ଆକାଶ ପଥ ହେଉ, ଅବା ପୁଣି ଆଇୱେ ହେଉ- ସୂଚନା ପଥ, ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁ ସମୟରେ ଫୋନ ଏବଂ ଇଣ୍ଟରନେଟ ସବୁଠାରୁ ବଡ଼ ଆବଶ୍ୟକତା ହେବାକୁ ଯାଉଛି, ସେହି ସମୟରେ ଯଦି କୌଣସି ଅଂଚଳରେ ଭଲ ସଂଚାର ବ୍ୟବସ୍ଥା ନ ଥିବ ତ ଆଗକୁ ଆଗେଇବା କଷ୍ଟକର ହେବ । ଏହି କାରଣ ହେଉଛି ବସ୍ତରକୁ ସଂଯୋଗ କରିବା ପାଇଁ ସ୍ତର ନେଟ ପରିଯୋଜନା ପ୍ରଥମ ପର୍ଯ୍ୟାୟର ଲୋକାର୍ପଣ କରାଯାଛି । ଏହି ଯୋଜନା ମାଧ୍ୟମରେ 6 ଜିଲ୍ଲାରେ ପ୍ରାୟ ଚାରି ଶହ କିଲୋମିଟର ଲମ୍ବ ଅପ୍ଟିକାଲ ପାଇବର ନେଟୱାର୍କ ବିଛାଯାଇଛି ।

ମତେ ଏବେ ଜଙ୍ଗଲାର ଗ୍ରାମୀଣ ବିପିଓରେ ମଧ୍ୟ ଦେଖାଇ ଦିଆଗଲା ଯେ କିପରି ତାହାର ବ୍ୟବହାର ଲୋକଙ୍କ ଆୟକୁ ତ ବଢାଇବ ସେମାନଙ୍କ  ଜୀବନକୁ ମଧ୍ୟ ସହଜ କରିବାରେ କାମରେ ଆସିବ । ଛତିଶଗଡରେ ଭାରତ ନେଟ ପରିଯୋଜନା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ମେତେ ଅବଗତ କରାଯାଇଛି କି ଦଶ ହଜାର ଗ୍ରାମ ପଞ୍ଚାୟତ ଭାରତ ନେଟ୍ ସହିତ ଯୋଡି ଦିଆଯାଇଛି ଏବଂ ବାକି କାର୍ଯ୍ୟ  ଆସନ୍ତାବର୍ଷ ସୁଦ୍ଧା ଶେଷ କରିବାର ଯୋଜନା ହୋଇଛି ।

ସାଥୀଗଣ, ସଂଯୋଗ ଅବା ଯୋଗାଯୋଗର ଆଉ ଏକ ମାଧ୍ୟମ ହେଉଛି ରେଳବାଇ । ଆଜି ଦଲ୍ଲୀରାଜହରା-ଭାନୁପ୍ରତାପ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଆପଣମାନେ ଏହା ଜାଣି ଖୁସି ହେବେ କି ଚାଳକ ଠାରୁ ନେଇ ଗାର୍ଡ ପର୍ଯ୍ୟନ୍ତ,ଏହି ଯେଉଁ ଟ୍ରେନକୁ ଆମେ ଏବେ ସବୁଜ ପତାକା ଦେଖାଇଲୁ; ଏହାର ସମସ୍ତ ସଂଚାଳନ ଡ୍ରାଇଭର ମଧ୍ୟ, ଗାର୍ଡ  ମଧ୍ୟ, ସବୁକିଛି ମହିଳାମାନେ ଚଳାଉଛନ୍ତି, ଆମ ଝିଅମାନେ । ଦଲ୍ଲୀରାଜହରାରୁ ରାୱଗଡ ଏବଂ ରାୱଗଡରୁ ଜଗଦଳପୁର ରେଳ ଲାଇନ, ପାଖାପାଖି 23 ବର୍ଷ ପୂର୍ବେ ଏହାର ପ୍ରସ୍ତାବ ହୋଇଥିଲା, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ । କୌଣସି ପ୍ରକାରରେ ଦଲ୍ଲୀରାଜହରାରୁ ରାୱଗଡ ମଧ୍ୟରେ କାମ ଆରମ୍ଭ ତ ହେଲା କିନ୍ତୁ ତାହାର ପ୍ରଗତି ନହେଲା ଭଳି ଥିଲା ।

ଆମେ ଏହି ପ୍ରକଳ୍ପର ଚିନ୍ତା କଲୁ, ଯେଉଁଥି ପାଇଁ ବସ୍ତରର ଉତ୍ତର ଅଂଚଳକୁ ରେଳ ଲାଇନ ପହଂଚି ଯାଇଛି ।

ଆଜି ପ୍ରାୟ 1700 କୋଟି ଟଙ୍କାର ସଡ଼କ ପକଳ୍ପର ଶିଳାନ୍ୟାସ କରାଯାଇଛି, 1700 କୋଟି ଟଙ୍କା । ଏହି ସଡ଼କ ବିଜାପୁର ବ୍ୟତୀତ କାଙ୍କେର, କାଣ୍ଡାଗାଓଁ, ସୁକମା, ଦାନ୍ତେୱାଡା, ବସ୍ତର, ନାରାୟଣପୁର ଏବଂ ରାଜନାନ୍ଦ ଗାଁକୁ ସଡ଼କର ଆଧୁନିକ ନେଟୱାର୍କ ପ୍ରସ୍ତୁତ କରିବ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅଧୀନରେ ମଧ୍ୟ 2700 କିଲୋମିଟର, ଦୁଇ ହଜାର ସାତ ଶହ କିଲୋମିଟରରୁ ଅଧିକ ସଡ଼କର ନିର୍ମାଣ କରାଯିବ । ବସ୍ତର ଏବଂ ସରଗୁଝା ଭଳି ବିଶାଳ ଆଦିବାସୀ ଅଂଚଳକୁ ବିମାନ ସୁବିଧା ସହିତ ଯୋଡିବା ପାଇଁ ବିମାନ ବନ୍ଦରର ମଧ୍ୟ ବିକାଶ କରାଯାଉଛି । ଭବିଷ୍ୟତରେ ଏହି ଅଂଚଳକୁ ମଧ୍ୟ ଉହାଣ ଯୋଜନାରେ ଯୋଡିବାକୁ ପ୍ରୟାସ କରାଯିବ ।

ଭାଇ ଓ ଭଉଣୀମାନେ, ବିଜାପୁରରେ ପାଣିର ସମସ୍ୟା ଦୂର କରିବା ପାଇଁ ପାନୀୟ ଜଳ ଯୋଜନାଗୁଡିକର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି । ଏହା ଅତିରିକ୍ତ ଇନ୍ଦ୍ରାବତୀ ଏବଂ ମିଘାଳଚଳ ନଦୀ ଉପରେ ଦୁଇଟି ସେତୁ ନିର୍ମାଣ କରିବାର କାର୍ଯ୍ୟ ଆଜି ଆରମ୍ଭ ହୋଇଛି ।

ଭାଇ ଓ ଭଉଣୀମାନେ, ଏହି ସରକାର ହେଉଛି ଗରୀବ, ଦଳିତ, ପିଡୀତ, ଶୋଷିତ, ବଂଚିତ ଆଦିବାସୀମାନଙ୍କର ସରକାର । ବିଗତ ଚାରି ବର୍ଷରେ ମଧ୍ୟରେ ଗରୀବ ଏବଂ ଆଦିବାସୀଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ନିଷ୍ପତ୍ତି ଓ ନୂତନ ଆଇନ ହେଉଛି ଏହି କଥାର ପ୍ରମାଣ । ଏହି ଶୃଙ୍ଖଳାରେ ଆଜି ବନ-ଧନ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହା ଅଧିନରେ ବନ-ଧନ ବିକାଶ କେନ୍ଦ୍ର ଖୋଲା ଯାଉଛି । ସରକାର ଏହା ସୁନିଶ୍ଚିତ କରୁଛନ୍ତି ଯେ ଲଘୁ ବନଜାତ ଉତ୍ପାଦର, ସେଠାକର ଉତ୍ପାଦ ବଜାରକୁ ଯାଇ ସଠିକ ଦର ମିଳିବା ଦରକାର । ଏହି କେନ୍ଦ୍ର ମାଧ୍ୟମରେ ବଣରୁ ମିଳୁଥିବା ଦ୍ରବ୍ୟର ପ୍ରଚାର ପ୍ରସାର କରାଯିବ, ସେଗୁଡିକର ମୂଲ୍ୟଯୁକ୍ତ କରାଯିବ, ଆଉ ପୁଣି ଏଗୁଡିକ ପାଇଁ ବଜାର ପ୍ରତିଷ୍ଠା କରାଯିବ ।

ସାଥୀଗଣ, ମୂଲ୍ୟସମ୍ବର୍ଦ୍ଧନ, କେତେ ଲାଭ ଦାୟକ ହୋଇଥାଏ, ଏହା ମୁଁ ଆଜି ଏଠାରେ ଦେଖିଲି । କଞ୍ଚା ତେନ୍ତୁଳି ଯାହା ଆଜି ବିକ୍ରି କରୁଛନ୍ତି ତାହା 17-18 ଟଙ୍କା କିଲୋଗ୍ରାମ ପ୍ରତି ପାଖାପାଖି ବିକ୍ରି ହେଉଛି । କିନ୍ତୁ ଯେତେବେଳେ ଆପଣ ସେଥିରୁ ମଞ୍ଜି ବାହାର କରି ଦେଉଛନ୍ତି ଆଉ ତାହାକୁ ଭଲ ଭାବେ ପ୍ୟାକିଂ କରି ବିକ୍ରି କରୁଛନ୍ତି ସେହି ତେନ୍ତୁଳି, 17-18ଟଙ୍କା ବାଲା ତେନ୍ତୁଳି କେଜି ପ୍ରତି ଏବେ 50-60 ଟଙ୍କା ପର୍ଯ୍ୟନ୍ତ ପହଂଚି ଯାଉଛି, ଅର୍ଥାତ ତିନି ଗୁଣା ମୂଲ୍ୟ ବଢି ଯାଉଛି ।

ଭାଇ ଓ ଭଉଣୀମାନେ, ଆଜି ଆମେ ଏଠାରେ ବନ-ଧନ ଯୋଜନା ଆରମ୍ଭ କରିଛୁ । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା, ବନ-ଧନ ଯୋଜନା ଏବଂ ତୃତୀୟଟି ଆପଣ ଶୁଣିଥିବେ, ଆମେ ବଜେଟରେ କହିଥିଲୁ ଗୋବର-ଧନ ଯୋଜନା । ଯଦି ଗାଁରେ ଗରିବରୁ ଗରିବକୁ ବନ-ଧନ,  ଜନ-ଧନ ଏବଂ ଗୋବର-ଧନ, ଏହି ତିନୋଟି ଯୋଜନା ଯୋଗାଇ ଦିଆଯିବ, ଗାଁର ଆର୍ଥିକ ଜୀବନ ବଦଳି ଯିବ, ଏହା ମୁଁ ଆପଣମାନଙ୍କୁ ବିଶ୍ୱାସର ସହିତ କହୁଛି ।

ଆଦିବାସୀମାନଙ୍କ ହିତକୁ ଦେଖି ବନ ଅଧିକାର ଆଇନକୁ ଆହୁରି କଠୋର ଭାବେ ଲାଗୁ କରାଯାଉଛି । ନିକଟରେ ଆଉ ଏକ ବଡ଼ ନିଷ୍ପତ୍ତି ଏହି ସରକାର ନେଇଛନ୍ତି, ଏହା ହେଉଛି ବାଉଁଶ ସହିତ ଜଡିତ ପୁରୁଣା ଆଇନରେ ପରିବର୍ତ୍ତନ । ସାଥୀଗଣ, ବର୍ଷ ବର୍ଷ ଧରି ଏହି ପୁରୁଣା ଆଇନ ଥିଲା, ଯାହା ଅଧିନରେ ବାଉଁଶକୁ ଗଛ ଶ୍ରେଣୀରେ ରଖାଯାଇଥିଲା । ଆଉ ଗଛ ଶ୍ରେଣୀରେ ରଖିବା କାରଣରୁ ବାଉଁଶ କାଟିବା, ବାଉଁଶକୁ କେଉଁଠାକୁ ନେବା-ଆଣିବାରେ ଅନେକ ଆଇନଗତ ବାଧା ଆସୁଥିଲା, ଅସୁବିଧା ହେଉଥିଲା ।

 କିନ୍ତୁ ଏବେ କେନ୍ଦ୍ର ସରକାର ଜଙ୍ଗଲ ଆଇନରେ ପରିବର୍ତ୍ତନ କରି ବାଉଁଶ, ଯାହାକୁ ଏପର୍ଯ୍ୟନ୍ତ ଗଛର ତାଲିକାରେ ରଖା ଯାଇଥିଲ, ଆମେ ତାହାକୁ ହଟାଇ ଦେଇଛୁ ଆଉ ଏବେ ଆପଣ ବାଉଁଶକୁ ବିନା ପ୍ରତିବନ୍ଧକରେ ତାହାର କାରବାର କରିପାରିବେ, ବାଉଁଶ ଚାଷ କରିପାରିବେ, ବାଉଁଶକୁ ବିକ୍ରି କରି ପାରିବେ ।

ଭାଇ ଓ ଭଉଣୀମାନେ, ଏହି ଜଳ, ଏହି ଜମି, ଏହି ଜଙ୍ଗଲ ହେଉଛି ଆପଣଙ୍କର । ଏହା ଉପରେ ଆପଣଙ୍କର ଅଧିକାର ଅଛି । ଏହି ଭାବନାକୁ ସରକାର ବୁଝି ଏବଂ 60 ବର୍ଷ ପର୍ଯ୍ୟନ୍ତ ଯେଉଁ ବ୍ୟବସ୍ଥା ଚାଲୁ ରହି ଥିଲା, ସେଥିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସରକାରଙ୍କ ଦ୍ୱାରା ଖଣି ସଂଲଗ୍ନ ପୁରୁଣା ଆଇନରେ ପରିବର୍ତ୍ତନ କରାଯାଇଛି । ଆମେ ନିୟମ ତିଆରି କରିଛୁ କି ଏବେ ଯେଉଁ ଖଣିଜ ହେଉ ଉତ୍ତୋଳନ ହେବ ତାହାର ଗୋଟିଏ ଭାଗ ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ଖର୍ଚ୍ଚ କରିବା ଆବଶ୍ୟକ । ଏଥିପାଇଁ ଆମେ ପ୍ରତ୍ୟେକ ଖଣିଜ ଜିଲ୍ଲାରେ ଏବେ ଜିଲ୍ଲା ଖଣିଜ ଫାଉଣ୍ଡେସନର ସ୍ଥାପନା କରୁଛୁ ।

ଆଇନରେ ପରିବର୍ତ୍ତନ ପରେ ଛତିଶଗଡ଼ରେ ପ୍ରାୟ 3000 କୋଟି ଟଙ୍କାରୁ ଅଧିକ ରାଶି ଏହି ନୂତନ ବ୍ୟବସ୍ଥା କାରଣରୁ ମିଳିଛି । ସରକାର ମଧ୍ୟ ନୂତନ ନିୟମ ତିଆରି କରିଛନ୍ତି ଯାହା ହେଉଛି ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା, ଏହା ଅଧିନରେ 60 ପ୍ରତିଶତ ଧନରାଶି ପର୍ଯ୍ୟାବରଣ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ମହିଳା ଏବଂ ଶିଶୁ କଲ୍ୟାଣ ଉପରେ ହିଁ  ଖର୍ଚ୍ଚ କରାଯିବ ।

ଭାଇ ଓ ଭଉଣୀମାନେ, ଆଦିବାସୀମାନଙ୍କର ରୋଜଗାର ସହିତ ପାଠ ପଢା ଉପରେ ସରକାର ପ୍ରାଥମିକତା ଆଧାରରେ କାମ କରୁଛନ୍ତି । ଏହି ବର୍ଷ ବଜେଟରେ ଆମେ କେତେ  ବଡ଼ ଯୋଜନା ବିଷୟରେ ଘୋଷଣା କରିଛୁ । ସରକାର ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି କି 2022 ସୁଦ୍ଧା ଦେଶର ସେହି ସବୁ ବ୍ଲକ ଯେଉଁଠାରେ ଆଦିବାସୀମାନଙ୍କ ସଂଖ୍ୟା 50 ପ୍ରତିଶତରୁ ଅଧିକ କିମ୍ବା ଅତି କମ୍ ରେ ଏହି ବର୍ଗର 20 ହଜାର ଲୋକ ବସବାସ କରୁଛନ୍ତି, ସେଠାରେ ଗୋଟିଏ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯିବ ।

ଏହା ବ୍ୟତୀତ ସରକାରଙ୍କର ଏକ ବଡ଼ କାର୍ଯ୍ୟ ହେଉଛି ଆଦିବାସୀଙ୍କର ସମ୍ମାନ, ଆଦିବାସୀଙ୍କର ଗର୍ବ ସହିତ ଯୋଡି ହୋଇ ରହିଛି । ଦେଶର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କର ଯୋଗଦାନ, ପ୍ରଥମେ କୌଣସି ସରକାରଙ୍କ ଦ୍ୱାରା ଏଭଳି ଭାବେ ସମ୍ମାନିତ କରାଯାଉଛି । ସରକାର ସ୍ଥିର କରିଛନ୍ତି କି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନରେ ଭିନ୍ନ ଭିନ୍ନ ରାଜ୍ୟରେ ଯେଉଁଠାରେ ଆଦିବାସୀମାନେ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଛନ୍ତି, ସ୍ୱାଧୀନତା ସଂଗ୍ରାମର ଇତିହାସ ସହିତ ଜଡିତ, ସେହି ସ୍ଥାନରେ ଏକ ଉତ୍ତମ ପ୍ରକାରର ସଂଗ୍ରହାଳୟ ନିର୍ମାଣ କରାଯିବ, ଫଳରେ ଆଗାମୀ ପିଢିଙ୍କୁ ଜଣାପଡିବ କି ସ୍ୱାଧୀନତା ପାଇଁ ମୋର ଆଦିବାସୀ ଭାଇମାନେ ଓ ଭଉଣୀମାନେ କେତେ ବଳିଦାନ ଦେଇଛନ୍ତି, କେତେ ସ୍ୱାଭିମାନର ଲଢେଇ ଦେଶ ପାଇଁ ଲଢିଛନ୍ତି ।

ସାଥୀଗଣ, ଆର୍ଥିକ ସଶକ୍ତିକରଣ ଏବଂ ଅସନ୍ତୁଳନ ହଟାଇବାର ଏକ ବଡ଼ ମାଧ୍ୟମ ହେଉଛି ବ୍ୟାଙ୍କ । ଆଜି ବ୍ୟାଙ୍କର କାରବାର ଜୀବନ ସହିତ ଅନିବାର୍ଯ୍ୟ ଭାବେ ଯୋଡି ହୋଇ ଯାଇଛି । ଆଜି ମତେ ଏଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ଉଦଘାଟନ କରିବାର ସୌଭାଗ୍ୟ ମିଳିଲା । ମୋତେ ଅବଗତ କରାଯାଇଛି କି ଲୋକଙ୍କର ଯଦି ବ୍ୟାଙ୍କରେ କାର୍ଯ୍ୟ ଥାଏ ତ 20 କିଲୋମିଟର, 25 କିଲୋମିଟର ଦୂର ପର୍ଯ୍ୟନ୍ତ ଯିବାକୁ ପଡୁଥିଲା । ପୁଣି ବ୍ୟାଙ୍କରେ କର୍ମଚାରୀଙ୍କର ଅଭାବ କାରଣରୁ ଅସୁବିଧା ଆହୁରି ବଢିଯାଉଥିଲା । ଏବେ ଏହି ଶଖା ଖେଲିବା ଦ୍ୱାରା ଏକ ବଡ଼ ସୁବିଧା ଆପଣମାନଙ୍କୁ ମିଳିବ ।

ଆମେ ପୋଷ୍ଟ ଅଫିସକୁ ମଧ୍ୟ ଏବେ ବ୍ୟାଙ୍କର କାମ ପାଇଁ ଖୋଲି ଦେଇଛୁ । ତ ଯେଉଁଠାରେ ପୋଷ୍ଟ ଅଫିସ ଥିବ, ସେଠାରେ ମଧ୍ୟ ବ୍ୟାଙ୍କିଙ୍ଗ କାମ ହେବ । ଆମେ ଗାଁରେ ବ୍ୟାଙ୍କ ମିତ୍ର ମାନଙ୍କୁ ଲଗାଇ ଦେଇଛୁ, ସେମାନେ ମଧ୍ୟ ବ୍ୟାଙ୍କର କାରବାର କରୁଛନ୍ତି । ଆମେ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ପରେ ବ୍ୟାଙ୍କିଙ୍ଗ ଅର୍ଥ ବ୍ୟବସ୍ଥାକୁ  ବିସ୍ତାରିତ କରିବା ପାଇଁ ଗାଁ ଗାଁ ପର୍ଯ୍ୟନ୍ତ ନେଇ  ଯିବା ପାଇଁ  ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛୁ । ଭୀମ ଆପ୍ ଦ୍ୱାରା ନିଜ ମୋବାଇଲ ଫୋନରୁ  ବ୍ୟାଙ୍କିଙ୍ଗ ନେଣଦେଣର କାମ ପ୍ରତ୍ୟେକ ନାଗରିକ କରିପାରିବେ । ତାକୁ ମଧ୍ୟ ଆମେ ଆଗକୁ ବଢାଇଛୁ ।

ଭାଇ ଓ ଭଉଣୀମାନେ ବ୍ୟାଙ୍କରେ ଖାତା ଥିବାରୁ କେତେ ଲାଭ ହୋଇଥାଏ, ଏହା ସେହି ଲୋକ ଭଲମାବେ ଜାଣନ୍ତି ଯେଉଁ ମାନଙ୍କର ଜନ ଧନ ଖାତା ଖୋଲା ହୋଇଛି । ସରକାରଙ୍କ କ୍ରମାଗତ ପ୍ରୟାସ କାରଣରୁ ଆଜି ଦେଶରେ 31 କୋଟିରୁ ଅଧିକ ଖାତା ଖୋଲିଛି । ଛତିଶଗଡ଼ରେ ମଧ୍ୟ ଏକ କୋଟି 30 ଲକ୍ଷରୁ ଅଧିକ ଖାତା ଖୋଲାଯାଇଛି । ସେମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ଗରିବ, ଦଳିତ, ଆଦିବାସୀ ପଛୁଆବର୍ଗ, ଯେଉଁମାନଙ୍କୁ କେବେ କେହି ପଚାରୁ ନ ଥିଲେ ।

ଆଜି ମୋତେ ଛତିଶଗଡ଼ର ଜଣେ ଝିଅ ସବିତା ସାହୁଙ୍କର ଇ-ରିକ୍ସାରେ ଯାତ୍ରା କରିବାର ସୁଯୋଗ ମିଳିଲା । ସବିତା ମହୋଦୟାଙ୍କ ବିଷୟରେ ମୋତେ କୁହାଯାଇଛି କି ପରିବାରରେ ତାଙ୍କର କିଛି ଅସୁବିଧା ରହିଛି, କିନ୍ତୁ ସେ ହାର ମାନିଲେ ନାହିଁ ଆଉ ଇ-ରିକ୍ସା ଚଳାଇ ନିଜର ଗୁଜରାଣ ମେଂଟାଉଛନ୍ତି । ସେ ସହଯୋଗ ସମିତିର ରାସ୍ତା ବାଛିଲେ । ସରକାର ମଧ୍ୟ ତାଙ୍କର ସହାୟତା କଲେ ଆଉ ଏବେ ସେ ସମ୍ମାନର ସହିତ ଜୀବନ ଜୀଉଁଛନ୍ତି ।

ସ୍ୱଚ୍ଛ ଭାରତ ମିଶନ ହେଉ, ବେଟି ବଚାଓ-ବେଟି ପଢାଓ ଯୋଜନାର ବିସ୍ତାର ହେଉ, ସୁକନ୍ୟା ସମୃଦ୍ଧି ଯୋଜନା ହେଉ, ଏଭଳି ଅନେକ ଯୋଜନା ମାଧ୍ୟମରେ ଝିଅ- ଭଉଣୀମାନଙ୍କ ସଶକ୍ତିକରଣ କାର୍ଯ୍ୟ ଏହି ସରକାର କରୁଛନ୍ତି ।

ଉଜ୍ଜ୍ୱଳା ଯୋଜନାରେ ମଧ୍ୟ ଛତିଶଗଡର ମହିଳାମାନଙ୍କୁ ବହୁତ ଲାଭ ମିଳୁଛି । ଏ ପର୍ଯ୍ୟନ୍ତ ରାଜ୍ୟରେ 18 ଲକ୍ଷ ମହିଳାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି । ସ୍ୱରୋଜଗାରକୁ ପ୍ରୋତ୍ସାହନ ଦେବା ଭଳି ଏହି ଯୋଜନା ମାଧ୍ୟମରେ ସରକାର ପଥଭ୍ରଷ୍ଟ ଯୁବକମାନଙ୍କୁ ମୁଖ୍ୟ ଧାରାରେ ମଧ୍ୟ ଯୋଡିବାର ଅଛି । ଏଥିପାଇଁ ମୁଦ୍ରା ଯେଜନା ଅଧିନରେ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଋଣ ଦିଆ ଯାଉଛି । ମୋର ଏହି ଅଂଚଳର ଯୁବକମାନଙ୍କୁ ଅନୁରୋଧ କି ଅଧିକରୁ ଅଧିକ ସଂଖ୍ୟାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକର ଲାଭ ଉଠାନ୍ତୁ ।

ମୁଁ ଆଜି ଶାସନ-ପ୍ରଶାସନ ସହିତ ଜଡିତ  ଅଧିକାରୀ, କର୍ମଚାରୀମାନଙ୍କୁ, ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ନିଜ ଜିଲ୍ଳାକୁ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢାଇବାର ସଂକଳ୍ପ ନିଅନ୍ତୁ ଆଉ ତାହାକୁ ସିଦ୍ଧ କରି ଦେଖାନ୍ତୁ ।

ଭାଇ ଓ ଭଉଣୀମାନେ, ସରକାର କେବଳ ଯୋଜନା ପ୍ରଣୟନ କରିବାରେ ଧ୍ୟାନ ଦେଉ ନାହାନ୍ତି ବରଂ ଏହା ମଧ୍ୟ ସୁନିଶ୍ଚିତ କରାଯାଉଚି କି ସେମାନଙ୍କ ପର୍ଯ୍ୟନ୍ତ ଏହି ଯୋଜନାକୁ କିପରି ପହଂଚାଯାଇ ପାରିବ, ଶେଷରେ ଥିବା ବ୍ୟକ୍ତିକୁ କିପରି ଳାଭ ମିଳିବ । ମୋର ଆପଣମାନଙ୍କୁ ଅନୁରୋଧ କି, ଦେଶର ଶେଷ ବ୍ୟକ୍ତିର ସଶକ୍ତିକରଣ ପାଇଁ ଯାହା ଏହି ସରକାର କାମ କରୁଛନ୍ତି, ତାହାକୁ ଆଗକୁ ବଢାଇବାରେ ସକ୍ରିୟତାର ସହିତ ଭାଗ ନିଅନ୍ତୁ । ଆପଣଙ୍କ ଭାଗିଦାରୀ ହିଁ ଏହି ସରକାରଙ୍କର ଶକ୍ତି ଆଉ ଏହି ଶକ୍ତିକୁ 2022, ଯେତେବେଳେ ସ୍ୱାଧୀନତାର 75 ବର୍ଷ ହେବ, ସେତେବେଳେ ନିଉ ଇଣ୍ଡିଆ ନିର୍ମାଣର ସଂକଳ୍ପ ସିଦ୍ଧ କରିବ । ବାବାସାହେବ ଆମ୍ବେଦକର ଆଉ ମହାତ୍ମା ଗାନ୍ଧୀଙ୍କ ଭଳି ମହାପୁରୁଷଙ୍କ ସ୍ୱପ୍ନକୁ ସାକାର କରିବ ।

ଆସନ୍ତୁ ଏଥିପାଇଁ ଆପଣ ସମସ୍ତଙ୍କୁ ପୁଣି ଥରେ ମୁଁ ଶୁଭେଚ୍ଛା ଜଣାଉଛି ଆଉ ମୁଁ ହିଂସାର ରାସ୍ତାରେ ଯାଇଥିବା ଯୁବକମାନଙ୍କୁ ଆଜି ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କହିବାକୁ ଚାହୁଛି – ବାବାସାହେବ ଆମ୍ବେଦକରଙ୍କର ସମ୍ବିଧାନରେ ଅଛି । ଆପଣଙ୍କ ଅଧିକାର ସୁରକ୍ଷାର ପୂରା ଧ୍ୟାନ ସରକାରଙ୍କ ଦାୟିତ୍ୱ । ଆପଣମାନଙ୍କ ଅସ୍ତ୍ର ଉଠାଇବାର ଆବଶ୍ୟକତା ନାହିଁ, ଜୀବନ ନଷ୍ଟ କରିବାର ଆବଶ୍ୟକତା ନାହିଁ । ଆଉ ମୁଁ  ସେହି ମାତା-ପିତାଙ୍କୁ କହିବାକୁ ଚାହୁଁଛି କି ଆପଣଙ୍କ ପିଲା, ଆପଣଙ୍କ କିଛି ସନ୍ତାନ ଏହି ରାସ୍ତାରେ ଚାଲିଛନ୍ତି । କିନ୍ତୁ ଟିକେ ଚିନ୍ତା କରନ୍ତୁ ସେମାନଙ୍କ ମୁଖିଆ ହେଉଛନ୍ତି କିଏ । ସେମାନଙ୍କର ଜଣେ ମଧ୍ୟ ମୁଖିଆ ଆପଣଙ୍କ ଅଂଚଳର ନୁହେଁ, ଆପଣଙ୍କ ମଧ୍ୟରେ ଜନ୍ମ ହୋଇନାହାନ୍ତି, ସେ ବାହାରୁ କେଉଁଠାରୁ ଆସିଛନ୍ତି । ଆରେ ସେମାନେ ମରୁ ନାହାନ୍ତି, ସେମାନେ ଜଙ୍ଗଲରେ ଲୁଚି ରହି ସୁରକ୍ଷିତ ହୋଇ ରହିଥାଆନ୍ତି ଆଉ ଆପଣ ପିଲାଙ୍କୁ ଆଗକୁ ନେଇ ସେମାନଙ୍କୁ ମାରୁଛନ୍ତି । କ’ଣ ଏପରି ଲୋକଙ୍କ ପଛରେ ଆପଣ ନିଜ ପିଲାଙ୍କୁ ନଷ୍ଟ କରିବେ? ଏମାନେ ମଧ୍ୟ ଆପଣଙ୍କ ରାଜ୍ୟରୁ ଆସୁ ନାହାନ୍ତି, ସେମାନେ ବାହାରୁ ଆସୁଛନ୍ତି । ସେମାନଙ୍କ ସାଙ୍ଗିଆ(Surname) ଦେଖିବେ, ସେମାନଙ୍କର ନାମ ପଢିବେ ତ ଜଣା ପଡିବ କି ସେମାନେ କିଏ ଏବଂ କେଉଁଠାରୁ ଆସିଛନ୍ତି । କାହିଁକି ନିଜ ପିଲାମାନଙ୍କୁ ମାରିବାର ଅଧିକାର ସେମାନଙ୍କ ହାତରେ ଟେକି ଦିଆଯାଉଛି?

ଆଉ ସେଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ସରକାର ଆପଣଙ୍କ ହିତର ରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି । ଆମକୁ ବିକାଶର ରାସ୍ତାରେ ଯିବାର ଅଛି । ଆପଣଙ୍କ ପିଲାମାନଙ୍କୁ ସ୍କୁଲ ଶିକ୍ଷା ମିଳୁ, ଆପଣଙ୍କ ଫସଲର ଉଚିତ ମୂଲ୍ୟ ମିଳୁ, ଆପଣଙ୍କୁ ସମ୍ମାନର ଜୀବନ ମିଳୁ । ଔଷଧ ହେଉ, ପାଠପଢା ହେଉ, ରାଜଗାର ହେଉ, ଏହି ସମସ୍ତ ଆପଣମାନଙ୍କର ଆବଶ୍ୟକତା ପୂରଣ ହେଉ, ଆଉ ଏଥିପାଇଁ ଏହି କାମକୁ କରିବାରେ ସୁରକ୍ଷା ବଳର ଜବାନ, ଆପଣଙ୍କ ଏଠାରେ ସ୍କୁଲ ଚାଲୁ ରହୁ, ଶିକ୍ଷକ ଆସନ୍ତୁ, ଏଥିପାଇଁ ସେମାନେ ନିଜ ଜୀବନକୁ ନିୟୋଜିତ କରି ଦେଇଥାଆନ୍ତି । ଆପଣଙ୍କର ଏଠାରେ ରାସ୍ତା ତିଆରି ହେଉ, ସଡ଼କ ନିର୍ମାଣ ହେଉ, ଏଥିପାଇଁ ସେମାନେ ବଳିଦାନକୁ ଗ୍ରହଣ କରି ନେଉଛନ୍ତି । ଆପଣଙ୍କର ଏଠାରେ ଟେଲିଫୋନ ଟାୱାର ଲାଗୁ, ଏଥିପାଇଁ ସେମାନେ ସେହି ଗୁଳି ଖାଆନ୍ତି । ବିକାଶ ପାଇଁ ସେମାନେ ହାତ ମୁଠାରେ ଜୀବନକୁ ନେଇ ଆପଣଙ୍କ ସେବା କରିବା ପାଇଁ ଆସିଛନ୍ତି ।

ଆସନ୍ତୁ ମୋର ଭାଇ ଓ ଭଉଣୀମାନେ ବିକାଶର ରାସ୍ତାରେ ଚାଲିବା । ଦେଶକୁ ନୁତନ ଶିଖରକୁ ନେଇ ଯିବା । 115 ଅଭିଳାଷୀ ଜିଲ୍ଲା ଅଛନ୍ତି, ମହତ୍ୱକାଂକ୍ଷୀ ଜିଲ୍ଲା ଅଛନ୍ତି, ଅନେକ ଆଶା ଆକାଂକ୍ଷା ରଖିଥିବା ଜିଲ୍ଲା ଅଛନ୍ତି, ସେମାନଙ୍କ ମଧ୍ୟରେ ଏକ ପରିବର୍ତ୍ତନ ଆଣିବାର ସଂକଳ୍ପ କରିବା । ଆୟୁଷ୍ମାନ ଭାରତର ସ୍ୱପ୍ନ ସମ୍ପୂର୍ଣ୍ଣ ପରିଶ୍ରମର ସହିତ ଆମେ ପୂରଣ କରିବା ।

 ଏହି ଗୋଟିଏ ଅନୁରୋଧ ସହିତ ମୁଁ ପୁଣି  ଥରେ ଆପଣ ସମସ୍ତଙ୍କୁ ଏତେ ବଡ଼ ସଂଖ୍ୟାରେ ଆସିଥିବା ପାଇଁ, ଏହିଭଳି ସୁନ୍ଦର ଜଙ୍ଗଲରେ ଏତେ ବଡ଼ ସୁନ୍ଦର-ଜୀବନ୍ତ କାର୍ଯ୍ୟକ୍ରମ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । 

ଜୟ ଭୀମ- ଜୟ ଭାରତ, ଜୟ ହିନ୍ଦ  ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

ଲୋକପ୍ରିୟ ଅଭିଭାଷଣ

ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
India exports Rs 27,575 cr worth of marine products in Apr-Sept: Centre

Media Coverage

India exports Rs 27,575 cr worth of marine products in Apr-Sept: Centre
...

Nm on the go

Always be the first to hear from the PM. Get the App Now!
...
Gen Bipin Rawat was an outstanding soldier: PM Modi
December 08, 2021
ସେୟାର
 
Comments

Prime Minister Narendra Modi condoled passing away of Gen Bipin Rawat. He said, "I am deeply anguished by the helicopter crash in Tamil Nadu in which we have lost Gen Bipin Rawat, his wife and other personnel of the Armed Forces. They served India with utmost diligence. My thoughts are with the bereaved families."

PM Modi said that Gen Bipin Rawat was an outstanding soldier. "A true patriot, he greatly contributed to modernising our armed forces and security apparatus. His insights and perspectives on strategic matters were exceptional. His passing away has saddened me deeply. Om Shanti," PM Modi remarked.

Further PM Modi said, "As India’s first CDS, Gen Rawat worked on diverse aspects relating to our armed forces including defence reforms. He brought with him a rich experience of serving in the Army. India will never forget his exceptional service."