'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ : ପ୍ରଧାନମନ୍ତ୍ରୀ ମୋଦୀ
ଆଜି ,ଭାରତ ହେଉଛି ବିଶ୍ୱର ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ : ପ୍ରଧାନମନ୍ତ୍ରୀ ମୋଦୀ
ଆମେ ଟିକସ ପ୍ରଣାଳୀରେ ପାରଦର୍ଶିତା ,ଦକ୍ଷତା ଏବଂ ଦାୟିତ୍ୱାଧୀନତା ଆଣିବା ପାଇଁ 'ଫେସଲେସ ଟ୍ୟାକ୍ସ ଆଡ୍ମିନିଷ୍ଟ୍ରେସନ' ଆଡକୁ ଅଗ୍ରସର ହେଉଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

ଆସୋଚାମର ଅଧ୍ୟକ୍ଷ ବାଳକୃଷ୍ଣ ଗୋଏଙ୍କା ଜୀ, ମହା ନିର୍ଦ୍ଦେଶକ ଦୀପକ ସୁଦଜୀ, ଆସୋଚାମର ଲକ୍ଷ ଲକ୍ଷ ସଦସ୍ୟଗଣ, ଭାରତୀୟ ଉଦ୍ୟୋଗ ଜଗତର ମହାନ ବ୍ୟକ୍ତିତ୍ୱଗଣ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମହାନୁଭବଗଣ, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଗଣ,

ଆସୋଚାମ ଆଜି ଏକ ବିଶେଷ ମାଇଲଖୁଣ୍ଟ ଅତିକ୍ରମ କରିଛି । ଶହେ ବର୍ଷର ଅନୁଭବ, ତାହା ଜଣେ ବ୍ୟକ୍ତି ହେଉ କିମ୍ବା ସଂସ୍ଥା, ତାଙ୍କ ପାଇଁ ବହୁତ ବଡ଼ ପୁଞ୍ଜି । ମୁଁ ଆସୋଚାମର ସମସ୍ତ ସଦସ୍ୟଙ୍କୁ ଏହି ଅବସରରେ ମୋର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି ।

ମୁଁ ଜାଣିବାକୁ ପାଇଛି ଯେ ପାଖାପାଖି ଏକ ଶହ ସ୍ଥାନରେ ଆୟୋଜିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶିତ ହେଉଛି ।

ଏହି କାର୍ଯ୍ୟକ୍ରମରେ ସାମିଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ, ଉଦ୍ୟୋଗୀଙ୍କୁ ଏବଂ ବିଶେଷ କରି ଏମଏସଏମଇ ସେକ୍ଟର ସହ ଯୋଡ଼ିହୋଇ ରହିଥିବା ବ୍ୟକ୍ତିବିଶେଷଙ୍କୁ ମୁଁ ବଧେଇ ଜଣାଉଛି ।

ବନ୍ଧୁଗଣ, 2019 ପୂରଣ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । 2020 ନୂଆ ବର୍ଷ ଏବଂ ନୂଆ ଦଶକ, ଆପଣମାନଙ୍କ ଲାଗି ସୁଖ, ସମୃଦ୍ଧି ଓ ସଫଳତା ନେଇ ଆସୁ, ଆପଣମାନେ ସମସ୍ତେ ନିଜ ନିଜର ଲକ୍ଷ୍ୟ ହାସଲ କରନ୍ତୁ, ଏହି ଶୁଭକାମନାର ସହ ମୁଁ ମୋର ବକ୍ତବ୍ୟ ଆରମ୍ଭ କରିବାକୁ ଚାହେଁ ।

ସାଥୀଗଣ,

ଆପଣମାନେ ନିଜର ଶତବାର୍ଷିକୀ ଉତ୍ସବ ଲାଗି ଯେଉଁ ଶୀର୍ଷକ ରଖିଛନ୍ତି, ତାହା ଦେଶ ପାଇଁ, ଦେଶବାସୀଙ୍କ ଲକ୍ଷ୍ୟ ଓ ସ୍ୱପ୍ନ ସହ ଯୋଡ଼ିହୋଇ ରହିଛି । ଏବଂ ଆମମାନଙ୍କ ମନରେ 5 ଟ୍ରିଲିଅନ୍‌ ଡ଼ଲାର ଅର୍ଥବ୍ୟବସ୍ଥା କଥା ଅଚାନକ ଆସିଛି, ସେକଥା ନୁହେଁ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶ ନିଜକୁ ନିଜେ ଏତେ ମାତ୍ରାରେ ମଜଭୁତ କରିଛି ଯେ ଏଭଳି ଲକ୍ଷ୍ୟ ଯଦି ରଖାଯାଇ ପାରିଛି ଏବଂ ଏହାକୁ ହାସଲ ମଧ୍ୟ କରାଯାଇପାରିବ । ଆପଣମାନେ ଏକଥା ଭଲଭାବେ ଜାଣନ୍ତି ଯେ 5-6 ବର୍ଷ ପୂର୍ବେ ଆମର ଅର୍ଥବ୍ୟବସ୍ଥା କିଭଳି ବିପର୍ଯ୍ୟସ୍ତ ହୋଇଥିଲା । ଆମ ସରକାର କେବଳ ଏହାକୁ ରୋକିନାହିଁ ବରଂ ଅର୍ଥ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବାକୁ ମଧ୍ୟ ପ୍ରୟାସ କରିଛି ।

ଭାରତର ଅର୍ଥବ୍ୟବସ୍ଥା ନିର୍ଦ୍ଧାରିତ ନିୟମ ଅନୁସାରେ ଚାଲୁ, ନିର୍ଦ୍ଧାରିତ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉ, ସେଥିପାଇଁ ଆମେ ଏହି ବ୍ୟବସ୍ଥାରେ ଆଧାରଭୂତ ପରିବର୍ତ୍ତନ କରିଛୁ । ଏଥିରେ ଚତୁର୍ଦ୍ଦିଗରୁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଗ୍ରହଣ କରାଯାଇଛି, ଉଦ୍ୟୋଗ ଜଗତ ପାଇଁ ଦଶନ୍ଧି ଦଶନ୍ଧି ଧରି ରହିଥିବା ପୁରୁଣା ଦାବିକୁ ପୂରଣ କରିବା ଦିଗରେ ଧ୍ୟାନ ଦେଇଛୁ । ଏବଂ ସେଥିପାଇଁ ଆଜି 5 ଟ୍ରିଲିଅନ୍‌ ଡ଼ଲାର ଅର୍ଥ ବ୍ୟବସ୍ଥା ପାଇଁ ଏକ ମଜଭୁତ ଭିତ୍ତିଭୂମି ସୃଷ୍ଟି ହୋଇପାରିଛି । ଆମେ ଭାରତର ଅର୍ଥ ବ୍ୟବସ୍ଥାକୁ ଫର୍ମାଲାଇଜେସନ୍‌ ଏବଂ ଆଧୁନିକୀକରଣର ଦୁଇଟି ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଅବସ୍ଥାପିତ କରିପାରିଛୁ । ଡ଼ିଜିଟାଲ କାରବାର ବୃଦ୍ଧି କରିବା ସକାଶେ ସବୁ ପ୍ରକାର ଉପାୟ ଠାରୁ ନେଇ ଜିଏସଟି ପର୍ଯ୍ୟନ୍ତ, ଆଧାରଯୁକ୍ତ ଦେଣନେଣ ଠାରୁ ନେଇ ଡ଼ିବିଟି ପର୍ଯ୍ୟନ୍ତ, ଆମେ ଅର୍ଥ ବ୍ୟବସ୍ଥାର ଅଧିକାଂଶ କାର୍ଯ୍ୟରେ ଫର୍ମାଲ ବ୍ୟବସ୍ଥା ଆଣିବା ସକାଶେ ପ୍ରୟାସ କରିଛୁ । ଏଥି ସହିତ ଆମେ ଅର୍ଥ ବ୍ୟବସ୍ଥାରେ ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ଏହାକୁ ଆଧୁନିକ ଓ ଗତିଶୀଳ କରିବା ଦିଗରେ ମଧ୍ୟ ଆଗକୁ ଆଗେଇଛୁ ।

ଏବେ ମାତ୍ର କିଛି ସପ୍ତାହ ପୂର୍ବରୁ ମାତ୍ର କିଛି ଘଣ୍ଟା ଭିତରେ କମ୍ପାନୀ ପଞ୍ଜୀକରଣ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବା, ସୀମାରେ ବାଣିଜ୍ୟ କାରବାର ବ୍ୟବସ୍ଥାକୁ ଅଟୋମେସନ୍‌ କରାଯିବା ଦ୍ୱାରା ଏଥିପାଇଁ ପୂର୍ବରୁ ଲାଗୁଥିବା ସମୟ କମ୍‌ କରାଯିବା, ଭିତ୍ତିଭୂମିକୁ ଉତ୍ତମ ଲିଙ୍କେଜ୍‌ ମାଧ୍ୟମରେ ବନ୍ଦର, ବିମାନ ବନ୍ଦରରେ ଟର୍ଣ୍ଣ ଆରାଉଣ୍ଡ୍‌ ଟାଇମ୍‌ରେ ହ୍ରାସ ଘଟିବା, ଏ ସମସ୍ତ କାର୍ଯ୍ୟ ଅର୍ଥବ୍ୟବସ୍ଥାର ଆଧୁନିକୀକରଣର ଗୋଟିଏ ଗୋଟିଏ ଉଦାହରଣ ।

ସାଥୀଗଣ,

ଆଜି ଦେଶରେ ଏଭଳି ଏକ ସରକାର ରହିଛି ଯାହା ଉଦ୍ୟୋଗ ଜଗତର କଥା ଶୁଣୁଛି, ସେମାନଙ୍କର ଆବଶ୍ୟକତାକୁ ବୁଝୁଛି ଏବଂ ସେମାନଙ୍କର ପରାମର୍ଶଗୁଡ଼ିକୁ ସଂପୂର୍ଣ୍ଣ ସମ୍ବେଦନଶୀଳତାର ସହ ଗ୍ରହଣ କରି କାର୍ଯ୍ୟ କରୁଛି । ଉଦ୍ୟୋଗ ଜଗତ କ’ଣ ଚାହୁଁନଥିଲା ଯେ ଦେଶରେ ଟିକସର ଜାଲ କମ୍‌ ହେବା ଦରକାର ? ପ୍ରତ୍ୟେକ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଟିକସ ଦରର ଯେଉଁ ସମସ୍ୟା ଥିଲା ସେଥିରୁ ମୁକ୍ତି ମିଳିବା ଦରକାର ? ଆମ ସରକାର ଦିନ ରାତି ଏକାକାର କରି ଆପଣମାନଙ୍କ ଏହି ଦାବିକୁ ପୂରଣ କରିଛି । ଆମେ ଜିଏସଟି ବ୍ୟବସ୍ଥା ଲାଗୁ କରିଛୁ । କେବଳ ସେତିକି ନୁହେଁ, ବ୍ୟବସାୟ ଜଗତର ଯେଉଁ ଯେଉଁ ପରାମର୍ଶ ଆମକୁ ମିଳିଛି, ସେହି ଅନୁସାରେ ଆମେ ଜିଏସଟି ବ୍ୟବସ୍ଥାରେ ଅନୁରୂପ ସଂସ୍କାର ଆଣି ଚାଲିଛୁ ।

ସାଥୀଗଣ,

ଅନେକ ବର୍ଷ ଧରି ଭାରତର ଉଦ୍ୟୋଗ ଜଗତ ବ୍ୟବସାୟକୁ ସହଜସାଧ୍ୟ କରିବା ଲାଗି ଦାବି କରି ଆସୁଥିଲା । ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ସରଳ କରିବା ଲାଗି ଦାବି କରି ଆସୁଥିଲା । ଆପଣମାନଙ୍କ ଏହି ଦାବି ଉପରେ ବି ଆମ ସରକାର କାର୍ଯ୍ୟ କରିଛି ଆଜି ଭାରତ ବିଶ୍ୱର ସେହି ଶ୍ରେଷ୍ଠ ଦେଶମାନଙ୍କ ତାଲିକାରେ ସାମିଲ ହୋଇପାରିଛି ଯେଉଁମାନେ ଇଜ୍‌ ଅଫ୍‌ ଡୁଇଂ ବିଜିନେସ ରାଙ୍କିଙ୍ଗର ମର୍ଯ୍ୟାଦାଜନକ ସ୍ଥାନ ଅଧିକାର କରିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ଲଗାତାର ଭାବେ ସବୁଠାରୁ ଅଧିକ ଓ ଉତ୍ତମ ସୁଧାର ଅଣାଯାଇଛି । 190ଟି ରାଷ୍ଟ୍ରର ରାଙ୍କିଙ୍ଗରେ ଆମେ 142ରୁ ଆସି 63ରେ ପହଞ୍ଚିପାରିଛୁ । ଏହା କ’ଣ ସହଜ କଥା ?

ଇଜ୍‌ ଅଫ୍‌ ଡୁଇଂ ବିଜିନେସ ଉଚ୍ଚାରଣ କରିବାକୁ ମାତ୍ର ଚାରିଟି ଶବ୍ଦ ପରି ମନେହୁଏ । କିନ୍ତୁ ଏହି ରାଙ୍କିଙ୍ଗରେ ପରିବର୍ତ୍ତନ ସେତିକିବେଳେ ଆସିପାରିବ ଯେତେବେଳେ ଦିନରାତି ଏକାକାର କରି କାର୍ଯ୍ୟ କରାଯିବ, ତଳ ସ୍ତରକୁ ଯାଇ ନୀତିରେ ନିୟମରେ ପରିବର୍ତ୍ତନ ଅଣାଯାଇପାରିବ ।
ତାହା ବିଜୁଳି ସଂଯୋଗ ଦେବା କଥା ହୋଇଥାଉ, ନିର୍ମାଣ ଲାଗି ପରମିଟ୍‌ କଥା ହୋଇଥାଉ, ରପ୍ତାନୀ- ଆମଦାନି ଉପରେ ମଞ୍ଜୁରି ପ୍ରଦାନ କଥା ହୋଇଥାଉ । ଶହ ଶହ ପ୍ରକ୍ରିୟାକୁ ସରଳ କରିବା ପରେ, ଏହି ମାର୍ଗରେ ଥିବା ଅନେକ ପ୍ରତିବନ୍ଧକକୁ ଦୂର କରିବା ପରେ ଏହି ରାଙ୍କିଙ୍ଗର ସୁଧାର ଆସିପାରିଛି । ଆମେ ଏହି ରାଙ୍କିଙ୍ଗକୁ ଆଗାମୀ ଦିନରେ ମଧ୍ୟ ଆହୁରି ଉନ୍ନତ କରିବା ଦିଗରେ କାର୍ଯ୍ୟ କରିଚାଲିଛୁ ।

ବନ୍ଧୁଗଣ,

ଆପଣମାନେ ଏକଥା ଭଲଭାବେ ଜାଣନ୍ତି ଯେ କମ୍ପାନୀ ଆଇନରେ ଶହ ଶହ ଏଭଳି ପ୍ରାବଧାନ ଥିଲା, ଯେଉଁଥିରେ ଛୋଟ ଛୋଟ ତ୍ରୁଟିସବୁ ରହିଥିଲା । ଏଥିପାଇଁ ଅପରାଧିକ ଦଣ୍ଡବିଧାନର ବ୍ୟବସ୍ଥା ରଖାଯାଇଥିଲା । ଆମ ସରକାର ସେଥିରୁ ଅନେକ ପ୍ରାବଧାନକୁ ଏକ ଡ଼ି-କ୍ରିମିନାଲାଇଜ୍‌ କରିଦେଇଛି । ଆଉ କେତେକ ପ୍ରାବଧାନକୁ ଅପରାଧିକ ଶ୍ରେଣୀରୁ ବାହାର କରିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ଏହିଭଳି ଭାବେ ଆମ ସରକାର ଇନଭର୍ଟେଡ଼ ଟିକସ ବ୍ୟବସ୍ଥାର ଉଚ୍ଛେଦ କରିବା ଦିଗରେ ଲଗାତାର କାର୍ଯ୍ୟ କରିଆସୁଛି । ଗତ ବର୍ଷମାନଙ୍କରେ ଆଗତ ବଜେଟରେ ଏଥିପ୍ରତି ଧ୍ୟାନ ଦିଆଯାଇଛି । ସେହି କାରଣରୁ ଭାରତରେ ଉତ୍ପାଦନ ଉପରେ ହେଉଥିବା କେତେକ ଖର୍ଚ୍ଚକୁ ବି କମ୍‌ କରାଯାଇପାରିଛି ।

ବନ୍ଧୁଗଣ,

ଚଳିତ ବର୍ଷ ଅକ୍ଟୋବର ମାସରେ ଦେଶରେ ଟିକସ ବ୍ୟବସ୍ଥା ସହ ସଂଶ୍ଳିଷ୍ଟ ଆଉ ଗୋଟିଏ ଐତିହାସିକ ନିଷ୍ପତ୍ତି ଆରମ୍ଭ କରାଯାଇଛି । ଆମେ ଏହି ଦିଗରେ ଆଗକୁ ପାଦ ବଢ଼ାଇଚାଲିଛୁ । ଟିକସଦାତା ଏବଂ ଆୟକର ବିଭାଗ ଭିତରେ କୌଣସି ପ୍ରକାର ହ୍ୟୁମାନ ଇଣ୍ଟରଫେସ୍‌ ଆଉ ହେବନାହିଁ । ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା, ସକ୍ରିୟତା ଏବଂ ଉତ୍ତରଦାୟିତ୍ୱ ଆଣିବା ସକାଶେ ଆମେ ଫେସଲେସ୍‌ ଟିକସ ପ୍ରଶାସନ ଦିଗରେ ଆଗକୁ ଅଗ୍ରସର ହେଉଛୁ ।

ବନ୍ଧୁଗଣ,

କର୍ପୋରେଟ ଟିକସ ହାର କମାଇବା, ଏହାର ପ୍ରକ୍ରିୟାକୁ ସରଳ କରିବା ଦିଗରେ ବି ବର୍ଷ ବର୍ଷ ଧରି ଦେଶସାରା ଚର୍ଚ୍ଚା ଜାରି ରହିଥିଲା । ଏହାକୁ ନେଇ କିଏ ବଡ଼ ପଦକ୍ଷେପ ଉଠାଇଛି ? ଆମ ସରକାର । ଆଜି ଦେଶରେ ଯେତେ ମାତ୍ରାର କର୍ପୋରେଟ୍‌ ଟିକସ ରହିଛି, ପୂର୍ବରୁ ସେଥିରେ ଏତେ କମ୍‌ କେବେ ବି ନଥିଲା । ମୋର କହିବା ଉଦ୍ଦେଶ୍ୟ ହେଲା, ଉଦ୍ୟୋଗ ଜଗତ ଠାରୁ ସବୁଠାରୁ କମ୍‌ କର୍ପୋରେଟ୍‌ ଟିକସ ନେବାବାଲା ସରକାର ଯଦି କେହି ଥାଏ ତାହା ଆମ ସରକାର ବୋଲି ଦୃଢ଼ତାର ସହ କୁହାଯାଇପାରେ ।

ସାଥୀଗଣ,

ଶ୍ରମ ଆଇନରେ ସଂସ୍କାର ଦିଗରେ ମଧ୍ୟ ଆମ ସରକାର ଅନେକ ବର୍ଷ ଧରି ଦେଶରେ ପ୍ରଚଳିତ ଥିବା ଆଇନରେ ସଂସ୍କାର ଆଣିଛି । କିଛି ଲୋକ ଏକଥା ଭାବୁଥିଲେ ଯେ ଏହି କ୍ଷେତ୍ରରେ କିଛି ନକରିବା ହିଁ ଶ୍ରମିକବର୍ଗଙ୍କ ହିତ ସାଧନ କରିବ । ଅର୍ଥାତ୍‌ ସେମାନଙ୍କୁ ନିଜ ଭାଗ୍ୟ ଉପରେ ଛାଡ଼ି ଦିଆଯିବା ଉଚିତ । ଯେମିତି ଚାଲିଛି, ସେମିତି ଚାଲିଥାଉ । କିନ୍ତୁ ଆମ ସରକାର ଏଭଳି କଥାକୁ ଗ୍ରହଣ କରିନଥିଲା, ମାନି ନଥିଲା ।

ଆମେ ଭାବୁଛୁ ଯେ ଶ୍ରମ ଶକ୍ତିର ମଧ୍ୟ ପ୍ରତି ଦିଗରୁ ସୁଖ ସମୃଦ୍ଧି କଥା ଚିନ୍ତା କରାଯିବା ଆବଶ୍ୟକ । ସେମାନଙ୍କର ଜୀବନ କିଭଳି ସୁଖମୟ ହେବ, ସେମାନଙ୍କୁ କିଭଳି ଉପଯୁକ୍ତ ସମୟରେ ପ୍ରୋଭିଡ଼େଣ୍ଟ୍‌ ଫଣ୍ଡ୍‌ ଟଙ୍କା ମିଳିପାରିବ, ସ୍ୱାସ୍ଥ୍ୟ ସେବାର ଲାଭ କିଭଳି ସେମାନଙ୍କୁ ପ୍ରାପ୍ତ ହେବ ।, ଏହିସବୁ କ୍ଷେତ୍ରରେ ସରକାର କାର୍ଯ୍ୟ କରି ଆସୁଛନ୍ତି ।

ସେଥିପାଇଁ ଶ୍ରମିକ ସଂଗଠନମାନଙ୍କର ପରାମର୍ଶକୁ ଧ୍ୟନରେ ରଖି, ଶିଳ୍ପସଂସ୍ଥାମାନଙ୍କର ପରାମର୍ଶକୁ ଧ୍ୟାନରେ ରଖି, ଆମେ ଶ୍ରମ ଆଇନରେ ଅନେକ ପରିବର୍ତ୍ତନ ଆଣିଛୁ ଯାହା ସମୟର ଆବଶ୍ୟକତା ବୋଲି ଦୃଢ଼ତାର ସହ କୁହାଯାଇପାରେ । କିନ୍ତୁ ବନ୍ଧୁଗଣ, ଅର୍ଥବ୍ୟବସ୍ଥାକୁ ପାରଦର୍ଶୀ କରିବା ସକାଶେ, ଏହାକୁ ମଜଭୁତ କରିବା ସକାଶେ ଉଦ୍ୟୋଗ ଜଗତର ହିତକୁ ଧ୍ୟାନରେ ରଖି ଆମେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛୁ । ତେବେ ପ୍ରତିଟି ପଦକ୍ଷେପ ଉପରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦାୟିତ୍ୱ ଭଲ ଭାବେ ବୁଝିପାରିଛନ୍ତି ।

ଯେତେବେଳେ 2014 ପୂର୍ବରୁ ବହୁ ବର୍ଷ ଧରି ଅର୍ଥବ୍ୟବସ୍ଥା ଅବ୍ୟବସ୍ଥିତ ଅବସ୍ଥାରେ ରହିଆସିଥିଲା, ସେତେବେଳେ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ଦାୟିତ୍ୱରେ ଥିବା ଲୋକମାନେ କେମିତି ତାମସା ଦେଖୁଥିଲେ, ସେକଥା ଦେଶବାସୀଙ୍କୁ ଭଲଭାବେ ଜଣା ।

ଆମକୁ ଶାସନତନ୍ତ୍ର ଭିତରେ ଅର୍ଥ ବ୍ୟବସ୍ଥା କିଭଳି ଅବସ୍ଥାରେ ମିଳିଥିଲା, ସେତେବେଳେ ଖବରକାଗଜମାନଙ୍କରେ କିପ୍ରକାର ଆଲୋଚନା ହେଉଥିଲା, ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଶର ସ୍ଥିତି କେଉଁଠି ଥିଲା, ମୁଁ ସେକଥା ବିସ୍ତୃତ ଭାବେ ଏଠାରେ ଆଲୋଚନା କରିବାକୁ ଯାଉନାହିଁ । କିନ୍ତୁ ସେତେବେଳେ ଯେଉଁ ସ୍ଥିତି ଥିଲା, ତାହାର ପ୍ରଭାବକୁ କମ୍‌ କରିବା ସକାଶେ ଯେଉଁ ସ୍ଥାୟୀ ଉପାୟ ଆମେ କରିଛୁ, ତାହା 5 ଟ୍ରିଲିଅନ୍‌ ଡ଼ଲାର ଅର୍ଥ ବ୍ୟବସ୍ଥା ପାଇଁ ବହୁତ ବଡ଼ ଆଧାର ସୃଷ୍ଟି କରିଛି ।

ବନ୍ଧୁଗଣ,

ଆପଣ ଏକଥା ଭଲଭାବେ ଜାଣନ୍ତି ଯେ 2014 ପୂର୍ବରୁ ଦେଶରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କିଭଳି ସଂକଟ ଅବସ୍ଥାରେ ଥିଲା । ସେତେବେଳେ ଅବସ୍ଥା ଏପରି ଥିଲା ଯେ ବ୍ୟାଙ୍କମାନଙ୍କରେ ହୋଇଥିବା କ୍ଷତିକୁ ଭରଣା କରିବା ସକାଶେ ପାଖାପାଖି 6 ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବାକୁ ପଡ଼ିଥିଲା । ସେଥିରୁ ସରକାରଙ୍କ ଦ୍ୱାରା ଇନ୍ଦ୍ରଧନୁଷ ପ୍ଲାନ ମାଧ୍ୟମରେ 70 ହଜାର କୋଟି ଟଙ୍କା ଓ ପୁଣି ରିକ୍ୟାପ୍‌ ମାଧ୍ୟମରେ 2 ଲକ୍ଷ 36 ହଜାର କୋଟି ଟଙ୍କା ଉପଲବ୍ଧ କରାଯାଇଥିଲା ।

ସାଥୀଗଣ,

ସରକାରଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପ ଦ୍ୱାରା ଏବେ 13ଟି ବ୍ୟାଙ୍କରେ ଲାଭ ଆସିବା ଆରମ୍ଭ କରିଛି । ବ୍ୟାଙ୍କ୍‌ ପିସିଏ ଭିତରୁ ମଧ୍ୟ ବାହାରକୁ ଆସିପାରିଛି । ଆମେ ବ୍ୟାଙ୍କଗୁଡ଼ିକର ଏକତ୍ରୀକରଣ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଛୁ । ବ୍ୟାଙ୍କଗୁଡ଼ିକ ଏବେ ଦେଶବ୍ୟାପୀ ସେମାନଙ୍କର ନେଟୱାର୍କ ବଢ଼ାଇ ଚାଲିଛନ୍ତି ଏବଂ ନିଜ ବୈଶ୍ୱିକ ପହଞ୍ଚ କାଏମ ରଖିବା ଦିଗରେ ଅଗ୍ରସର ହେଉଛନ୍ତି । ଆମ ସରକାର ବ୍ୟାଙ୍କଗୁଡ଼ିକର କାର୍ଯ୍ୟକ୍ରମ ନିଷ୍ପତ୍ତିରେ କୌଣସି ପ୍ରକାର ଦଖଲ ଦେବା ବ୍ୟବସ୍ଥାକୁ ସମାପ୍ତ କରିଛୁ ।

ସରାକାରଙ୍କ ଦଖଲ ବିନା ଦକ୍ଷ ଲୋକଙ୍କୁ କିଭଳି ପାରଦର୍ଶୀ ଭାବେ ନିଯୁକ୍ତି ଦିଆଯାଇପାରିବ, ସେଥିପାଇଁ ବ୍ୟାଙ୍କ୍‌ ବୋର୍ଡ଼ ବ୍ୟୁରୋର ଗଠନ କରାଯାଇଛି । ସେଥିରେ ଆରବିଆଇ ଓ ବାହାରର ଏକ୍ସପାର୍ଟ ରଖାଯାଇଛି ଓ ସେମାନଙ୍କୁ ସଂପୂର୍ଣ୍ଣ ସ୍ୱାୟତ୍ତତା ପ୍ରଦାନ କରାଯାଇଛି । ଏବେ ଆପଣମାନଙ୍କୁ ବ୍ୟାଙ୍କମାନଙ୍କରେ ହେଉଥିବା ବରିଷ୍ଠ ପଦାଧିକାରୀ ନିଯୁକ୍ତିରେ ଆଉ କୌଣସି ଗୁଞ୍ଜରଣ ଶୁଣିବାକୁ ମିଳିବ ନାହିଁ ।

ବନ୍ଧୁଗଣ,

ଆମ ସରକାର ଏକଥା ସ୍ୱୀକାର କରେ ଯେ କ୍ରମବର୍ଦ୍ଧିଷ୍ଣୁ ଅର୍ଥ ବ୍ୟବସ୍ଥାରେ କେତେ ଥର ଆମେ କମ୍ପାନୀଗୁଡ଼ିକର ଅସଫଳତାକୁ , ସେମାନଙ୍କର ବିଫଳତାକୁ ବି ସ୍ୱୀକାର କରିବାକୁ ପଡ଼େ । ସମସ୍ତ ଅସଫଳତା କୌଣସି ପ୍ରକାର ଆର୍ଥିକ ଅପରାଧ ଦ୍ୱାରା ହୋଇନଥାଏ । ଏକଥା ଆଦୌ ନୁହେଁ । ସେଥିପାଇଁ କମ୍ପାନୀଗୁଡ଼ିକୁ, କମ୍ପାନୀ ଚଳାଉଥିବା ଲୋକମାନଙ୍କୁ ଏକ ଉତ୍ତର ଏକଜିଟ୍‌ ରୁଟ୍‌ କିଭଳି ମିଳିପାରିବ, ସେଇ ଦିଗରେ ସରକାର ମଧ୍ୟ ଧ୍ୟାନ ଦେଇଛନ୍ତି ।

ଆଇବିସି- ଇନସଲଭେନ୍ସି ଓ ବ୍ୟାଙ୍କରପ୍ସି କୋଡ଼ ଆଜି ଏଭଳି ଅନେକ କମ୍ପାନୀମାନଙ୍କୁ ସହାୟତା ଯୋଗାଇ ଦେଉଛି । ଏହା ଦ୍ୱାରା ସେମାନେ ନିଜ ନିଜର ବିଫଳତାକୁ ସାହସର ସହ ସମ୍ମୁଖୀନ ହେଇପାରୁଛନ୍ତି ଓ ସେସବୁର ମୁକାବିଲା କରୁଛନ୍ତି ।

ଏହା ସରକାରଙ୍କ ତରଫରୁ ଉଦ୍ୟୋଗ ଜଗତ ସକାଶେ ଏକ ପ୍ରକାର ହ୍ୟାଣ୍ଡ ହୋଲ୍ଡିଂ ବା ହାତ ଧରି ଚାଲିବା ଭଳି ପ୍ରୟାସ । ତଦ୍ୱାରା ଏଭଳି କମ୍ପାନୀମାନେ ନିଜର ଅନୁଭବରୁ ଶିକ୍ଷାଲାଭ କରିପାରିବେ, ଭବିଷ୍ୟତରେ ସେମାନଙ୍କ ସ୍ଥିତିରେ ଉନ୍ନତି ଘଟାଇ ପାରିବେ ।

ସାଥୀଗଣ,
ମୁଁ ଯେଉଁସବୁ ନିଷ୍ପତ୍ତି କଥା ଆପଣମାନଙ୍କୁ ଅବଗତ କଲି, ସେସବୁ ଉଦ୍ୟୋଗ ଜଗତ ସହ ଜଡ଼ିତ। ଏହାର ପୁଞ୍ଜିକୁ ସୁରକ୍ଷିତ ରଖିବା ସକାଶେ ଉଦ୍ଦିଷ୍ଟ ।

ମୁଁ ଆଜି ଆସୋଚାମ୍‌ର ଏହି ମଞ୍ଚରୁ, ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ ଲୋକଙ୍କୁ , କର୍ପୋରେଟ ଜଗତ ସହିତ ସଂଶ୍ଳିଷ୍ଟ ଲୋକମାନଙ୍କୁ ବିଶ୍ୱାସ ଦେବାକୁ ଚାହେଁ ଯେ ଏପର୍ଯ୍ୟନ୍ତ ଯେଉଁସବୁ ଦୋଷ ଦୁର୍ବଳତା ରହିଥିଲା, ସେସବୁ ଉପରେ ଯଥେଷ୍ଟ ମାତ୍ରାରେ ନିୟନ୍ତ୍ରଣ ଅଣାଯାଇ ସାରିଛି । ସେଥିପାଇଁ ଏବେ ମୁକ୍ତ ଭାବେ ନିଷ୍ପତ୍ତି ଗ୍ରହଣ କରନ୍ତୁ, ନିର୍ଭୟରେ ନିବେଶ କରନ୍ତୁ, ଅବାଧରେ ଖର୍ଚ୍ଚ କରନ୍ତୁ । ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଉଚିତ ନିଷ୍ପତ୍ତି ଉପରେ ଓ ଉଚିତ ବ୍ୟବସାୟିକ ନିଷ୍ପତ୍ତି ଉପରେ କୌଣସି ପ୍ରକାର ଅନୁଚିତ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିବେନାହିଁ ।

ବନ୍ଧୁଗଣ,

ଆଜି ଆମେ ଏକଥା ନିର୍ଭୟରେ କହିପାରିବା ଯେ ଦେଶର ବ୍ୟାଙ୍କିଙ୍ଗ୍‌ ପ୍ରଣାଳୀର ଭିତ୍ତିଭୂମି ଏବେ ଏତେ ପାରଦର୍ଶୀ ଏବଂ ମଜଭୁତ ହୋଇସାରିଛି ଯେ ତାହା 5 ଟ୍ରିଲିଅନ୍‌ ଡ଼ଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟକୁ ହାସଲ କରିବା ଦିଗରେ ନିଜର କ୍ଷମତା ଧାରଣ କରିଛି । ଏହାକୁ ଶକ୍ତି ପ୍ରଦାନ କରିପାରିବ। ଆଜି ସୁଦ୍ଧା ଆମେ ବିଶ୍ୱର 10 ସର୍ବଶ୍ରେଷ୍ଠ ଏଫଡ଼ିଆଇ ଲକ୍ଷ୍ୟସ୍ଥଳ ମଧ୍ୟରୁ ଅନ୍ୟତମ ହୋଇ ରହିଛେ । ଗତ କିଛି ବର୍ଷ ଭିତରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଗତି ପ୍ରଖରିତ ହୋଇଛି ।

ମୋର ବିଶ୍ୱାସ ଯେ ଏଫଡ଼ିଆଇର ଦୁଇଟି ଅର୍ଥ । ସୁଯୋଗ ହିସାବରେ ଯଦି ଚିନ୍ତା କରାଯାଏ, ତେବେ ମୁଁ ଦୁଇଟିଯାକ ଅବସରକୁ ଉପଯୋଗ କରୁଛି । ଏହାର ଗୋଟିଏ ଅର୍ଥ ହେଲା ବିଦେଶୀ ପ୍ରତ୍ୟକ୍ଷ ନିବେଶ ଯାହାକୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜାଣିଛନ୍ତି । ଏବଂ ଅନ୍ୟ ଅର୍ଥଟି ମୋ ପାଇଁ ହେଲା ‘ପ୍ରଥମେ ବିକଶିତ ଭାରତ’ । ବିଗତ 20 ବର୍ଷ ଭିତରେ ଯେତିକି ପରିମାଣର ଏଫଡ଼ିଆଇ ଭାରତକୁ ଆସିଛି, ସେଥିରୁ ପାଖାପାଖି 50 ପ୍ରତିଶତ ଗତ ପାଞ୍ଚ ବର୍ଷରେ ଦେଶକୁ ଆସିଛି । ଆମେ ଗତବର୍ଷ ଗ୍ଲୋବାଲ କମ୍ପିଟିଟିଭ୍‌ନେସ୍‌ରେ ମଧ୍ୟ ବ୍ୟାପକ ସୁଧାର କରିଛୁ । ଏବେ ବିଶ୍ୱର ତୃତୀୟ ସର୍ବବୃହତ୍‌ ଷ୍ଟାର୍ଟ- ଅପ୍‌ ଇକୋସିଷ୍ଟମ୍‌ ଆମ ଦେଶ ପାଖରେ ରହିଛି । ଦେଶରେ ଅଭିନବତ୍ୱ ଓ ଓ ଉଦ୍ୟବିତାର ଏକ ନୂତନ ବାତାବରଣ ସୃଷ୍ଟି ହୋଇଛି । ଆଜି ବିଶ୍ୱର ଅଧିକାଂଶ ନିବେଶକ ଭାରତ ଆଡ଼କୁ ସଂପୂର୍ଣ୍ଣ ବିଶ୍ୱାସ ଓ ଆଶାର ସହ ଦେଖୁଛନ୍ତି । ଭାରତର କ୍ଷମତାକୁ ନେଇ ବିଶ୍ୱରେ ଅଭୂତପୂର୍ବ ଭରସା ସୃଷ୍ଟି ହୋଇଛି ।

ବନ୍ଧୁଗଣ,

ଏଭଳି ସକାରାତ୍ମକ ବାତାବରଣ ଆଧାରରେ ଆମେ 5 ଟ୍ରିଲିଅନ୍‌ ଅର୍ଥବ୍ୟବସ୍ଥା ଦିଗରେ ଆଗକୁ ବଢ଼ିବାକୁ ଯାଉଛେ । ଆଗାମୀ ବର୍ଷମାନଙ୍କରେ ଭିତ୍ତିଭୂମି କ୍ଷେତ୍ରରେ ସରକାର 100 ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯାଉଛନ୍ତି । ଏହା ଦେଶର ଭିତ୍ତିଭୂମିକୁ ଅଧିକ କ୍ଷମତାଶାଳୀ କରିବ । ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାରେ 25 ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଏହା ତାକୁ ସାହାଯ୍ୟ କରିବ । ଦେଶର ପ୍ରତି ଘରକୁ ପାନୀୟ ଜଳ ପହଞ୍ଚାଇବା ସକାଶେ କାର୍ଯ୍ୟକାରୀ ହେଉଥିବା ସାଢ଼େ 3 ଲକ୍ଷ କୋଟି ଟଙ୍କାର ନିବେଶ ଏହାକୁ ନୂତନ ଶକ୍ତି ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ 2 କୋଟି ନୂତନ ଘର ନିର୍ମାଣ କରାଯାଉଛି । ପ୍ରତ୍ୟେକ ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାର ସଂକଳ୍ପ, କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରୟାସ କିମ୍ବା ଦେଶରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଏମଏସଏମଇ, କୋଟି କୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଲାଗି ସହଜରେ ପୁଞ୍ଜି ଉପଲବ୍ଧ କରାଇବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା 5 ଟ୍ରିଲିଅନ୍‌ ଡ଼ଲାର ଅର୍ଥ ବ୍ୟବସ୍ଥା ପ୍ରାପ୍ତ କରିବା ପାଇଁ ଶକ୍ତି ପ୍ରଦାନ କରିବ, ନୂତନ ବିଶ୍ୱାସ ସୃଷ୍ଟି କରିବ ।

ବନ୍ଧୁଗଣ,

ଭାରତର ଅର୍ଥ ବ୍ୟବସ୍ଥାକୁ ହାରାହାରି ଦୁଇଗୁଣା କରିବା ସକାଶେ ଆମର ପ୍ରୟାସ କେବଳ ଦିଲ୍ଲୀ ପର୍ଯ୍ୟନ୍ତ ସୀମିତ ରହିନାହିଁ । ସେଥିପାଇଁ ରାଜ୍ୟଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ନିମନ୍ତେ, ମେକ୍‌ ଇନ୍‌ ଇଣ୍ଡିଆକୁ ବିସ୍ତାରିତ କରିବା ଲାଗି, ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଯୁକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନକୁ ଆମେ ସଦାସର୍ବଦା ପ୍ରାଥମିକତା ପ୍ରଦାନ କରିଆସିଛୁ । ଇଲେକ୍ଟ୍ରୋନିକ୍‌ ମାନୁଫାକ୍‌ଚରିଂକୁ ନେଇ ଆମେ ଦ୍ରତ ବେଗରେ ଆଗକୁ ଅଗ୍ରସର ହେଉଛୁ ।

ବନ୍ଧୁଗଣ,

ଏହିସବୁ କଥା ଭିତରେ ଅର୍ଥ ବ୍ୟବସ୍ଥାକୁ ନେଇ ଆଜି ଯେଉଁ ଚର୍ଚ୍ଚା ହେଉଛି, ମୁଁ ସେ ସଂପର୍କରେ ଭଲଭାବେ ପରିଚିତ ଅଛି । କିନ୍ତୁ ସେଭଳି ଚର୍ଚ୍ଚା ଭିତରେ ଆମକୁ ଏକଥା ମଧ୍ୟ ସ୍ମରଣ ରଖିବାକୁ ପଡ଼ିବ ଯେ ପୂର୍ବର ସରକାରଙ୍କ ସମୟରେ ଗୋଟିଏ ତ୍ରୈମାସିକ ଅବଧିରେ ଜିଡ଼ିପି 3.5 ପ୍ରତିଶତ ପର୍ଯ୍ୟନ୍ତ ଖସି ଯାଇଥିଲା ।

ସ୍ମରଣ କରନ୍ତୁ, ସେତେବେଳେ ସିପିଆଇ ହେଡ଼ଲାଇନ୍‌ ମୁଦ୍ରାସ୍ଫୀତି କେଉଁଠାରେ ପହଞ୍ଚିଥିଲା ? 9.4 ପ୍ରତିଶତ ପର୍ଯ୍ୟନ୍ତ । ସିପିଆଇ କୋର୍‌ ମୁଦ୍ରାସ୍ଫୀତି କେଉଁଠି ଥିଲା ? 7.3 ପ୍ରତିଶତ !!! ଡ଼ବ୍ଳୁପିଆଇ ମୁଦ୍ରାସ୍ଫୀତି କେଉଁ ପର୍ଯ୍ୟନ୍ତ ପହଞ୍ଚିଥିଲା ? 5.2 ପ୍ରତିଶତ ଯାଏ । ଫିସକାଲ୍‌ ଡେଫିସିଟ୍‌ କେଉଁଠି ଥିଲା ? ଜିଡ଼ିପିର 5.6 ପ୍ରତିଶତ ପର୍ଯ୍ୟନ୍ତ । ସେ ସମୟରେ ଜିଡ଼ିପିର ଅନେକ ତ୍ରୈମାସିକ ଅବଧି ଏଭଳି ଯାଇଥିଲା ଯାହା ଅର୍ଥ ବ୍ୟବସ୍ଥା ସକାଶେ ଖୁବ୍‌ ନିରାଶାଜନକ ଥିଲା । ମୁଁ ସେସବୁ ବିବାଦରେ ପଡ଼ିବାକୁ ଚାହେଁନାହିଁ ଯେ ସେ ସମୟରେ କିଛି ଲୋକ କାହିଁକି ଚୁପ୍‌ ବସି ରହିଥିଲେ ।

ବନ୍ଧୁଗଣ,

ଦେଶର ଅର୍ଥ ବ୍ୟବସ୍ଥାରେ ଏଭଳି ଆରୋହଣ-ଅବରୋହଣ ଆସେ । କିନ୍ତୁ ଦେଶର ସେହି ସାମର୍ଥ୍ୟ ରହିଛି ଯେ ପ୍ରତ୍ୟେକ ଥର ଏଭଳି ସ୍ଥିତିରୁ ବାହାରକୁ ଆସିବା ସକାଶେ ଏବଂ ପୂର୍ବଠାରୁ ଅଧିକ ମଜଭୁତ ହୋଇ ତାହା ପୁଣି ବାହାରକୁ ବାହାରିଥାଏ । ସେଥିପାଇଁ, ଆଜିକାର ସ୍ଥିତିରୁ ମଧ୍ୟ ଭାରତ ଅବଶ୍ୟ ବାହାରିପାରିବ ।

ସାଥୀଗଣ,

ଭବିଷ୍ୟତ ପାଇଁ ଆମର ମନୋଭାବ ସଂପୂର୍ଣ୍ଣ ସ୍ୱଚ୍ଛ ଏବଂ ଆମର ଆତ୍ମବିଶ୍ୱାସ ଅତୁଟ ରହିଛି । ସରକାରଙ୍କ ଏହା ପରିଚୟ ଯେ ଆମେ ଯାହା କହୁ ତାହା କରି ଦେଖାଉ । 5 ଟ୍ରିଲିଅନ୍‌ ଡ଼ଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ସେଇଥିପାଇଁ ସମ୍ଭବପର କାରଣ ଏଭଳି ଅନେକ କଥା ଯାହା ପୂର୍ବରୁ ମଧ୍ୟ ଅସମ୍ଭବ ବୋଲି ଲାଗୁଥିଲା, ସେସବୁକୁ ଆମେ ସମ୍ଭବ କରି ଦେଖାଇସାରିଛୁ । 60 ମାସ ଭିତରେ 60 କୋଟି ଲୋକଙ୍କୁ ମୁକ୍ତାକାଶ ଶୌଚକାର୍ଯ୍ୟରୁ ମୁକ୍ତି ପ୍ରଦାନ ଭଳି ଅସମ୍ଭବକୁ ସମ୍ଭବ କରିଛୁ । ଆଜି ତାହା ବାସ୍ତବତାରେ ପରିଣତ ହୋଇଛି । 3 ବର୍ଷରୁ କମ୍‌ ସମୟ ଭିତରେ 8 କୋଟି ଘରକୁ ଗ୍ୟାସ ସଂଯୋଗ ପହଞ୍ଚାଇଛୁ । 10 ଲକ୍ଷରୁ ଅଧିକ ଗ୍ୟାସ ବିତରଣ ସେଣ୍ଟର ଠିଆ କରାଇପାରିବା, ଅସମ୍ଭବ ଲାଗୁଥିଲା କିନ୍ତୁ ତାହା ସମ୍ଭବ ହୋଇପାରିଛି ।

ପ୍ରତ୍ୟେକ ପରିବାରକୁ ଏତେ କମ୍‌ ସମୟ ଭିତରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହ ଯୋଡ଼ିବା ପୂର୍ବରୁ ଅସମ୍ଭବ ଲାଗୁଥିଲା । କିନ୍ତୁ ତାହା ବି ସମ୍ଭବପର ହୋଇପାରିଛି । ଦେଶର ଏକ ବଡ଼ ଜନସଂଖ୍ୟା ପର୍ଯ୍ୟନ୍ତ ଡ଼ିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ପହଞ୍ଚାଇବା ବି ପ୍ରଥମେ ଅସମ୍ଭବ ପରି ପ୍ରତୀୟମାନ ହେଉଥିଲା । ଆଜି ଦେଶର ପ୍ରତିଦିନ କୋଟି କୋଟି ଡ଼ିଜିଟାଲ କାରବାର ହେଉଛି । ଭୀମ୍‌ ଆପ୍‌ ଏବଂ ରୁପେ କାର୍ଡ଼ ବି ଏଇ ଦେଶରେ ଏତେ ମାତ୍ରାରେ ପ୍ରଚଳିତ ହେବ, କେହି କେବେ ଚିନ୍ତା କରିଥିଲେ କି ? କିନ୍ତୁ ଆଜି ତାହା ବାସ୍ତବତାର ରୂପ ଧାରଣ କରିଛି । ପ୍ରତ୍ୟେକ ବାସହୀନକୁ ନିଜର ପକ୍କାଘର ଦେବା ଅସମ୍ଭବ ଲାଗୁଥିଲା, କିନ୍ତୁ ଏହା ମଧ୍ୟ ସମ୍ଭବ ହୋଇଚାଲିଛି । ଏବେ ସେଥିରେ ଗତ 6 ମାସ ଭିତରେ ହାସଲ କରାଯାଇଥିବା ଉଦାହରଣ ଯଦି ଦେବି, ତା’ହେଲେ ଲଞ୍ଚ୍‌ ବ୍ରେକ୍‌ ଗଲା ବୋଲି ଭାବି ନେବାକୁ ପଡ଼ିବ ।

ସାଥୀଗଣ,

ସଂକଳ୍ପରୁ ସିଦ୍ଧି ପାଇଁ ଏଭଳି ସକାରାତ୍ମକ ଏବଂ ପାରଦର୍ଶୀ ବାତାବରଣ ଭିତରେ, ଆପଣମାନଙ୍କ ସକାଶେ ଅବସରର ବିସ୍ତାରଣ ଘଟିଚାଲିଛି ।
ଆପଣମାନଙ୍କ ଆତ୍ମବିଶ୍ୱାସ ପୂର୍ବାପେକ୍ଷା ବେଶ୍‌ ସୁଦୃଢ଼ ହୋଇଛି, କୃଷି ଠାରୁ ନେଇ କମ୍ପାନୀମାନଙ୍କ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଉତ୍ପାଦନରେ ବୃଦ୍ଧି ଘଟିଛି । ଏବଂ ଆପଣମାନଙ୍କ ଦ୍ୱାରା ଦେଶରେ ସଂପଦ ସୃଷ୍ଟି ହୋଇପାରିଛି ଓ କର୍ମନିଯୁକ୍ତି ସୃଷ୍ଟି ହୋଇଛି । ପୂର୍ବାପେକ୍ଷା ଏଭଳି ସ୍ଥିତି ଉତ୍ତମ ରହିଛି । ସେଥିପାଇଁ ସରକାର ପ୍ରତ୍ୟେକ ସ୍ତରରେ ଉଦ୍ୟୋଗ ଜଗତ ସହିତ ସରକାର ଠିଆ ହୋଇଛନ୍ତି । ମୁଁ ଏହି ମଞ୍ଚ ମାଧ୍ୟମରେ ଦେଶର ଉଦ୍ୟୋଗୀମାନଙ୍କୁ ଏହା କହିବାକୁ ଚାହେଁ ଯେ ଆପଣମାନେ ଆଗକୁ ବଢ଼ନ୍ତୁ, ଆପଣମାନେ ସମର୍ଥ ହୁଅନ୍ତୁ, ସକ୍ଷମ ହୁଅନ୍ତୁ । ପୁରା ଦୁନିଆର ବଜାର ଆମ ସାମ୍ନାରେ ରହିଛି । ସାରା ଦୁନିଆକୁ ଟକ୍କର ଦେବାର ସାହସ ଆମ ଭିତରେ ନିହିତ ଅଛି । ଆପଣମାନଙ୍କ ସଂକଳ୍ପ, ଆପଣମାନଙ୍କ ସାମର୍ଥ୍ୟ 5 ଟ୍ରିଲିଅନ୍‌ ଡ଼ଲାର ଛୁଇଁବା ସକାଶେ ଭାରତ ଯେଉଁ ସ୍ୱପ୍ନ ଦେଖିଛି ତାହାକୁ ସାକରା କରିବା ଦିଗରେ ବିରାଟ ଭୂମିକା ଗ୍ରହଣ କରିପାରିବ ।

ଆପଣମାନଙ୍କ ସମୃଦ୍ଧ ପରମ୍ପରା, ଏକବିଂଶ ଶତାବ୍ଦୀରେ ନୂତନ ଭାରତକୁ ବିସ୍ତାରିତ କରିବାକୁ ଯାଉଛି, ମଜଭୁତ କରିବାକୁ ଯାଉଛି । ଆପଣମାନେ ସଭିଏଁ ନିଜ ନିଜର ପ୍ରୟାସରେ ସଫଳ ହୁଅନ୍ତୁ, ଏହି କାମନାର ସହ ମୁଁ ଆଜି ମୋର ବକ୍ତବ୍ୟ ଶେଷ କରୁଛି ।

ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ବଧେଇ ଓ ଶୁଭକାମନା

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.