ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ ମହୋଦୟ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମହୋଦୟ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ପ୍ରହ୍ଲାଦ ପଟେଲ ମହୋଦୟ, ଅନୁରାଗ ଠାକୁର ମହୋଦୟ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମହୋଦୟ, ଭାରତରେ ଅବସ୍ଥାପିତ ୟୁଏଇ (ସଂଯୁକ୍ତ ଆରବ ଅମିରତନ୍ତ୍ର) ରାଷ୍ଟ୍ରଦୂତ ଡକ୍ଟର ଅହମ୍ମଦ ଅଲ୍ୱାନା, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିଗଣ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ଧର୍ମଶାଳାରେ ବିଶ୍ୱ ନିବେଶକ ସମ୍ମିଳନୀରେ ଉପସ୍ଥିତ ମୋର ପ୍ରିୟ ସାଥୀଗଣ!!!

ଏହା କଳ୍ପନା ନୁହେଁ, ସତ୍ୟ, ଅଦ୍ଭୁତପୂର୍ବ, ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସମଗ୍ର ଦେଶ ଓ ବିଶ୍ୱ ପାଇଁ ଏହା ହେଉଛି ହିମାଚଳ ପ୍ରଦେଶର ଏକ ବାର୍ତ୍ତା, କି ଏବେ ଆମେ ଅଣ୍ଟା ସଳଖି ନେଇଛୁ ।

ଆଜି ହିମାଚଳ କରୁଛି – ହଁ ଆମ୍ଭେମାନେ ପହଞ୍ଚିଗଲୁ !!! ଏଥିପାଇଁ ସର୍ବ ପ୍ରଥମେ ମୁଁ ହିମାଚଳ ପ୍ରଦେଶ ସରକାର ଜୟରାମ ମହୋଦୟ ଏବଂ ତାଙ୍କ ଦଳକୁ ମାଆ ଜ୍ଵାଳାଜୀଙ୍କ ସାନିଧ୍ୟରେ ଏହି ଆୟୋଜନ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ଆଜି ଆମେ ସମସ୍ତେ ଏଭଳି ଏକ ସ୍ଥାନରେ ଏକତ୍ର ହୋଇଛେ, ଯେଉଁଠାରେ କୋଣ ଅନୁକୋଣର ଶକ୍ତି ବିରାଜମାନ କରୁଛି ।

ଏଠାକୁ ଆସିଲେ ଏକ ନୂତନ ଶକ୍ତି ମିଳିଥାଏ । ଦେବୀମାନେ, ଦେବତାମାନେ, ଋଷିମାନେ, ତପସ୍ୱୀମାନେ, ଏହି ସ୍ଥାନକୁ ଦିବ୍ୟତା ମଧ୍ୟ ଦେଇଛନ୍ତି ଏବଂ ପ୍ରାକୃତିକ ସମ୍ପନ୍ନତାର ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଏହି ପରିବେଶରେ ଆପଣ ସମସ୍ତ ସମ୍ପଦ ସୃଷ୍ଟିକାରୀଙ୍କୁ ସ୍ୱାଗତ କରି ମୁଁ ଆଜି ଆନନ୍ଦିତ ।

ଭାଇ ଓ ଭଉଣୀମାନେ, ପ୍ରଥମେ ଏ ପ୍ରକାରର ନିବେଶକ ସମ୍ମିଳନୀ ଦେଶର କେତୋଟି ରାଜ୍ୟରେ ହିଁ ହେଉଥିଲା । ଏଠାରେ ଏଭଳି ଅନେକ ସାଥୀ ଉପସ୍ଥିତ ଅଛନ୍ତି, ଯେଉଁମାନେ ପୂର୍ବର ସ୍ଥିତି ଦେଖିଛନ୍ତି । କିନ୍ତୁ ଏବେ ସ୍ଥିତି ବଦଳୁଛି ଆଉ ଏହାର ଏକ ସାକ୍ଷୀ ହେଉଛି ଏଠାରେ ହିମାଚଳରେ ହେଉଥିବା ସମ୍ମିଳନୀ । ଏବେ ରାଜ୍ୟଗୁଡ଼ିକରେ ବ୍ୟବସାୟକୁ ଏବଂ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ନୂତନ ପ୍ରତିଯୋଗିତା ଚାଲିଛି ।

ସାଥୀଗଣ, କିଛି ଦଶକ ପୂର୍ବରୁ ଆମ ଦେଶରେ ଏଭଳି ବାତାବରଣ ଥିଲା କି କେଉଁ ରାଜ୍ୟ ଅଧିକ ଦାନ କରିବ, କିଏ ଅଧିକ ରିହାତି ପ୍ରଦାନ କରିବ, କିଏ ଟିକସ ଛାଡ଼ କରିବ, କିଏ ବିଜୁଳି ଛାଡ଼ କରିବ, କିଏ ଶସ୍ତାରେ ଜମି ବିକ୍ରି କରିବ, ଏହି ପ୍ରତିଦ୍ୱନ୍ଦିତା ଚାଲୁ ରହିଥିଲା । ଅନୁଭବ ଏହା କହୁଛି କି ଏହିଭଳି ପ୍ରତିଦ୍ୱନ୍ଦିତା ସେଭଳି ବିଶେଷ ଫଳପ୍ରଦ ହେଲା ନାହିଁ, ଯେଭଳି ଉପେକ୍ଷିତ ଥିଲେ ସେହିଭଳି ପରିସ୍ଥିତି ରହିଲା । ନିବେଶକ ମଧ୍ୟ ଏଭଳି ପ୍ରତୀକ୍ଷାରେ ଥିଲେ କି କେବେ କେଉଁ ରାଜ୍ୟ ଅଧିକରୁ ଅଧିକ ଛାଡ଼ କରିବ, ରିହାତି ପ୍ରଦାନ କରିବ । ଏହି କାରଣରୁ ନିବେଶକମାନେ କୌଣସି ରାଜ୍ୟରେ ନିବେଶର ନିଷ୍ପତ୍ତିକୁ ଏଡାଇ ଦେଉଥିଲେ । ସେମାନଙ୍କୁ ଲାଗୁଥିଲା କି ଭାଇ, 5 ପ୍ରତିଶତ ଛାଡ଼ କାହିଁକି ନେବା, ହୋଇପାରେ କି ଆଗକୁ 10 ପ୍ରତିଶତ ଅବା 15 ପ୍ରତିଶତର ଛାଡ଼ ମିଳିଯିବ।

କିନ୍ତୁ ସାଥୀଗଣ, ମୁଁ ଆତ୍ମସନ୍ତୋଷ ଲାଭ କରୁଛି କି ବିଗତ କିଛି ବର୍ଷରେ, ଏହି ସ୍ଥିତିରେ ମଧ୍ୟ ଆମୁଳଚୂଳ ପରିବର୍ତ୍ତନ ଆସିଛି । ଏବେ ରାଜ୍ୟ ସରକାର ବୁଝିବାରେ ଲାଗିଲେଣି କି ରିହାତି ଅବା ଛାଡ଼କୁ ନେଇ ଚାଲିଥିବା ପ୍ରତିଦ୍ୱନ୍ଦିତା ନା ରାଜ୍ୟର ଉନ୍ନତି କରିବ, ନା ଉଦ୍ୟୋଗର ।

ସାଥୀଗଣ, ନିବେଶକଙ୍କ ପାଇଁ ଏହା ଆବଶ୍ୟକ କି ସେମାନଙ୍କୁ ଉପଯୁକ୍ତ ଇକୋ-ସିଷ୍ଟମ ମିଳୁ, ଇନ୍ସପେକ୍ଟର ରାଜରୁ ମୁକ୍ତି ମିଳୁ, ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କ ଅନୁମତି (ପରମିଟ୍ ରାଜ୍)ର ଶିକାର ହେବାକୁ ନପଡ଼ୁ । ଏବେ ସରକାର ଇକୋ-ସିଷ୍ଟମ ତିଆରି କରିବାର ପ୍ରତିଯୋଗିତାରୁ ଆଗକୁ ଆସୁଛନ୍ତି, ବ୍ୟବସ୍ଥାକୁ ସରଳ କରୁଛନ୍ତି, ଆଇନରେ ପରିବର୍ତ୍ତନ କରୁଛନ୍ତି, ଆବଶ୍ୟକ ନଥିବା ନିୟମକୁ ଶେଷ କରି ଦେଉଛନ୍ତି । ରାଜ୍ୟଗୁଡ଼ିକ ମଧ୍ୟରେ ଏହି ପ୍ରତିଦ୍ୱନ୍ଦିତା ଯେତେ ବୃଦ୍ଧି ପାଇବ, ଆମର ଉଦ୍ୟୋଗ ମଧ୍ୟ ବିଶ୍ୱ ମଞ୍ଚରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ସାମର୍ଥ୍ୟବାନ ହେବ ।

ଅନ୍ୟ ଉଦ୍ୟୋଗ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସେମାନଙ୍କର କ୍ଷମତା ବୃଦ୍ଧି ପାଇବ । ଏହାର ଲାଭ ରାଜ୍ୟମାନଙ୍କୁ ମିଳିବ, ଦେଶବାସୀଙ୍କୁ ମିଳିବ ଆଉ ହିନ୍ଦୁସ୍ତାନ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେବ ।

ସାଥୀଗଣ, ଉଦ୍ୟୋଗ ଜଗତ ମଧ୍ୟ ପାରଦର୍ଶୀ ଏବଂ ସ୍ୱଚ୍ଛ ଓ ନିର୍ମଳ ବ୍ୟବସ୍ଥାକୁ ପସନ୍ଦ କରିଥାନ୍ତି । ଅନାବଶ୍ୟକ ନିୟମ ଓ କାଇଦା କଟକଣା, ଅଯଥା ସରକାରୀ ହସ୍ତକ୍ଷେପ କେଉଁଠି ନା କେଉଁଠି ଉଦ୍ୟୋଗଜଗତର ସମୃଦ୍ଧିରେ ପ୍ରତିବନ୍ଧକ ସାଜିଥାଏ । ମୁଁ ଖୁସି ଯେ ଏହି ଚିନ୍ତାଧାରା ସହିତ ହିମାଚଳ ପ୍ରଦେଶ ସରକାର ମଧ୍ୟ କେତେକ ନୂତନ ପଦକ୍ଷେପ ଗ୍ରହଣ କରୁଛନ୍ତି, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି, ସରକାର ମଧ୍ୟ ସଠିକ ଦିଗରେ କାର୍ଯ୍ୟ କରୁଛନ୍ତି । ଏଠାରେ ଏକକ ବାତାୟନ(ସିଙ୍ଗଲ ୱିଣ୍ଡୋ) କ୍ଲିୟରାନ୍ସ ବ୍ୟବସ୍ଥାର ନିର୍ମାଣ ହେଉ, ଭୂମି ଅଧିଗ୍ରହଣ ବ୍ୟବସ୍ଥାକୁ ସ୍ୱଚ୍ଛ କରାଯିବା କାର୍ଯ୍ୟ ହେଉ କିମ୍ବା ସ୍ୱତନ୍ତ୍ର ଉଦ୍ୟୋଗ ସେକ୍ଟର ନୀତି ହେଉ, ଏହି ପଦକ୍ଷେପଗୁଡ଼ିକ ଏଠାକାର ପର୍ଯ୍ୟାବରଣ ଅନୁକୂଳ ବାତାବରଣକୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବସାୟିକ ପରିବେଶ ସୃଷ୍ଟି କରିଛନ୍ତି ।

ସାଥୀଗଣ, ଏଠାରେ ଶିଳ୍ପଜଗତର ବଡ଼ ବଡ଼ ମହାନ ବ୍ୟକ୍ତି ଏକତ୍ରିତ ହୋଇଛନ୍ତି । ଆପଣ ସମସ୍ତେ ମଧ୍ୟ ଉଦ୍ୟୋଗ ଜଗତର ଅନ୍ୟାନ୍ୟ ସାଥୀ ଏହାକୁ ମଧ୍ୟ ଭଲ ଭାବେ ବୁଝିଛନ୍ତି କି ଯେତେବେଳେ କମ୍ପାନୀର ଭିନ୍ନ ଭିନ୍ନ ୟୁନିଟ ଭଲ ଫଳାଫଳ ବା ପରିଣାମ ଦେଇଥାଆନ୍ତି ତ କମ୍ପାନୀର ମଧ୍ୟ ଫଳାଫଳ ନିଜକୁ ନିଜେ ସୁଧୁରି ଯାଇଥାଏ । ତେଣୁ ରାଜ୍ୟରେ ଯେତେବେଳେ କିଛି ଭଲ ହୋଇଥାଏ, ତ ଏହାର ସିଧାସଳଖ ପ୍ରଭାବ ଦେଶର ଫଳାଫଳ ପ୍ରଦର୍ଶନ ଉପରେ ମଧ୍ୟ ପଡ଼ିଥାଏ। ହିମାଚଳ ଭଳି ଅନେକ ରାଜ୍ୟଗୁଡ଼ିକରେ ହେଉଥିବା ପରିବର୍ତ୍ତନ କାରଣରୁ ହିଁ ଆଜି ଭାରତର ପରିଚୟ, ପୂର୍ବାପେକ୍ଷା ଉନ୍ନତ ବ୍ୟବସାୟ ଅନୁକୂଳ ସ୍ଥାନ ଭାବେ ପରିଗଣିତ ହୋଇଛି ।

ସାଥୀଗଣ, ଆଜି ଭାରତରେ ବିକାଶର ରଥ ନୂତନ ଚିନ୍ତାଧାରା, ନୂତନ ଅଭିବ୍ୟକ୍ତ ସହିତ 4ଟି ଚକ ଉପରେ ଗତି କରୁଛି । ଗୋଟିଏ ଚକ ହେଉଛି ସମାଜର, ଯାହାକି ହେଉଛି ଆକାଂକ୍ଷୀ । ଗୋଟିଏ ଚକ ହେଉଛନ୍ତି ସରକାର, ଯିଏ ନୂତନ ଭାରତ ପାଇଁ ହେଉଛନ୍ତି ପ୍ରୋତ୍ସାହନ ପ୍ରଦାନକାରୀ, ଗୋଟିଏ ଚକ ହେଉଛି ଉଦ୍ୟୋଗ, ଯିଏ କି ହେଉଛି ସାହସୀ ଏବଂ ଆଉ ଏକ ଚକ ହେଉଛି ଜ୍ଞାନର, ଯାହା ସମସ୍ତଙ୍କ ଭାଗିଦାରୀରେ । ଏହିଭଳି ଭାବେ ଏହି 4ଟି ଚକ ଦେଇ ଆମେ ଦ୍ରୁତ ଗତିର ସହ ଆଗକୁ ବଢ଼ୁଛୁ ।

ଆଜି ସରକାର ଯାହା ମଧ୍ୟ ନିଷ୍ପତ୍ତି ନେଉଛନ୍ତି, ତାହା ଭାରତର ହିତ ଅନୁସାରେ, ଭାରତୀୟ ସମାଜର ଆକାଂକ୍ଷାଗୁଡ଼ିକ ଅନୁସାରେ ନେଉଛନ୍ତି । ଆଜି ସରକାର ଗରିବଙ୍କୁ ଘର, ସ୍ୱାସ୍ଥ୍ୟ, କୌଶଳ ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି, ଆଉ ପୁଣି ଏହା ସହିତ ନିବେଶ ଏବଂ ସ୍ୱ-ରୋଜଗାର ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛନ୍ତି ।

ଆଜି ଯେତିକି ଗୁରୁତ୍ୱ ସେବା ଯୋଗାଣ ଉପରେ ଦିଆଯାଉଛି, ସେତିକି ହିଁ ଗୁରୁତ୍ୱ ବ୍ୟବସାୟର ପରିବେଶର ସୁଧାର ଉପରେ ମଧ୍ୟ ଦିଆଯାଉଛି । ଏହାର ମଧ୍ୟ ପରିଣାମ ଆପଣମାନଙ୍କ ସମ୍ମୁଖରେ ରହିଛି । 2014ରୁ 2019 ମଧ୍ୟରେ ଭାରତ ବ୍ୟବସାୟୀକ ସୁଗମତା ମାନ୍ୟତାରେ 79 ଟି ସ୍ଥାନ ଉପରକୁ ଉଠିଛି । ଏଥର ମଧ୍ୟ ଆମେ ଦୁନିଆର ଶ୍ରେଷ୍ଠ 10ଟି ମଧ୍ୟରୁ 6ଟି ସୂଚକାଙ୍କରେ ସୁଧାର ଆଣିବାରେ ସଫଳତା ପାଇଛୁ । ଏଥର ଦେବାଳିଆ କ୍ଷେତ୍ରରେ ଭାରତ ବହୁତ ବଡ଼ ଲମ୍ଫ ପ୍ରଦାନ କରିଛି । ଏହି ସ୍ତରରେ ଆମେ 50ରୁ ଅଧିକ ମାନ୍ୟତାରୁ ଅଧିକ ସୁଧାର କରିଛୁ ।

ସାଥୀଗଣ, ଏହି ମାନ୍ୟତାରେ ସୁଧାର ହେବାର ଅର୍ଥ କେବଳ ପରିସଂଖ୍ୟାନରେ ଅଦଳବଦଳ ନୁହେଁ । ଏହି ମାନ୍ୟତାରେ ସୁଧାର ହେବାର ଅର୍ଥ ହେଉଛି ଯେ ଆମ ସରକାର ତୃଣମୂଳ ସ୍ତରକୁ ଯାଇ, ତୃଣମୂଳ ସ୍ତରରେ ରହିଥିବା ଆବଶ୍ୟକତା ଗୁଡ଼ିକୁ ଦୃଷ୍ଟିରେ ରଖି ବୁଝି ନିଷ୍ପତ୍ତି ନେଉଛନ୍ତି, ନୀତି ପ୍ରଣୟନ କରୁଛନ୍ତି । ଏଠାରେ ଯେଉଁ ଲୋକମାନେ ବସିଛନ୍ତି, ସେମାନଙ୍କୁ ଜଣାଅଛି କି ଆଗରୁ କିଭଳି ଗୋଟିଏ ଗୋଟିଏ ଅନୁମତି ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା, କେତେସବୁ ପ୍ରକ୍ରିୟାଗୁଡ଼ିକ ମଧ୍ୟଦେଇ ଗତି କରିବାକୁ ପଡ଼ୁଥିଲା ।

ସାଥୀଗଣ, ଏହା କେବଳ ମାନ୍ୟତାରେ ସୁଧାର ହେବା ନୁହେଁ, ବରଂ ଭାରତରେ ବ୍ୟବସାୟ କରିବାର ଉପାୟରେ ହେଉଛି ଏକ ବିପ୍ଳବ ଆଉ ଏହି ବିପ୍ଳବରେ ବର୍ଷ ପରେ ବର୍ଷ ନୂତନ ପଦକ୍ଷେପ ଯୋଡୁଛୁ, ନୂତନ ସଂସ୍କାର ଆଣୁଛୁ । ବର୍ତ୍ତମାନର ବିଶ୍ଵରେ, ଯଦି ଆଜି ଭାରତ ଦୃଢ଼ତାର ସହିତ ଠିଆ ହୋଇଛି, ତ ଏଥିପାଇଁ, କାରଣ ଆମେ ଆମର ଅର୍ଥବ୍ୟବସ୍ଥାର ମୂଳଦୁଆକୁ ଦୁର୍ବଳ ହେବାକୁ ଦେଇନାହୁଁ ।

ଆମେ ମାକ୍ରୋ-ଅର୍ଥନୀତିରେ ନିଜର ପ୍ରତିବଦ୍ଧତା ନିରନ୍ତର ବଜାୟ ରଖିଛୁ ଏବଂ ରାଜକୋଷୀୟ ଅନୁଶାସନ ବିଷୟକୁ କଡ଼ାକଡ଼ି ଭାବେ ପାଳନ କରିଛୁ । ଆଜି ଯେତେବେଳେ ବିଶ୍ୱ ଅର୍ଥନୀତିକ କାର୍ଯ୍ୟକଳାପ 3 ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଆସି ଯାଇଛି, ଭାରତ 5 ପ୍ରତିଶତରୁ ଅଧିକ ବେଗରେ ଆଗକୁ ବଢ଼ୁଛି । ନିକଟରେ ଯେଉଁ ସବୁ ରିପୋର୍ଟ ପ୍ରକାଶ ପାଇଛି, ସେଗୁଡ଼ିକ ଏହି ଆଶା ଜାଗ୍ରତ କରୁଛି କି ଭାରତ ଆଗାମୀ ମାସଗୁଡ଼ିକରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ।

ସାଥୀଗଣ, ଆମର ଉଦ୍ଦେଶ୍ୟ ହେଉଛି ଉତ୍ତମ ଏବଂ ସମ୍ବେଦନଶୀଳ ମଧ୍ୟ । ଆମର ନିଷ୍ପତ୍ତିଗୁଡ଼ିକରେ ଦୃଢ଼ତା ରହିଛି ଏବଂ ମନୋବୃତ୍ତିରେ ମଧ୍ୟ । କେହି ମଧ୍ୟ କଳ୍ପନା କରି ପାରି ନଥିଲେ କି କେବେ ହେଲେ ମଧ୍ୟ ଭାରତରେ ଜିଏସଟି ଲାଗୁ କରାଯାଇ ପାରିବ । ଆମେ ଏହା କରି ଦେଖାଇଛୁ । ଦେବାଳିଆ ହେବା ସ୍ଥିତିରେ ବାହାରିଯିବା ପାଇଁ ଦେଶର କମ୍ପାନୀଗୁଡ଼ିକ ନିକଟରେ କୌଣସି ସ୍ପଷ୍ଟ ରାସ୍ତା ନଥିଲା ।

ଆଜି ଦେବାଳିଆ ବ୍ୟାଙ୍କିଙ୍ଗ ସଂହିତା ଆଇବିସି ନା ହିଁ ହେଉଛି ଗୋଟିଏ ସତ୍ୟତା ବରଂ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କର ଫସି ରହିଥିବା ଧନରାଶି ଫେରସ୍ତ ମିଳିବାର ଏକ କାରଣ ଭାବେ ପ୍ରତୀୟମାନ ହୋଇଛି । ବ୍ୟାଙ୍କଗୁଡ଼ିକର ସଂସ୍କାର ମଧ୍ୟ ବର୍ଷ ବର୍ଷ ଧରି ଅଟକି ପଡ଼ି ରହିଥିଲା । ଏହି ଦିଗରେ ମଧ୍ୟ ଦ୍ରୁତ ଗତିରେ, ଦୃଢ଼ ସାହାସର ସହିତ ଆମ ସରକାର ହିଁ ଆଗକୁ ବଢ଼ିଲେ । ଦେଶର ମଧ୍ୟମ ବର୍ଗଙ୍କୁ ଧ୍ୟାନରେ ରଖି କାଲି ସନ୍ଧ୍ୟାରେ ଦେଶର ମଧ୍ୟମ ବର୍ଗର ପରିବାରଙ୍କ ହିତକୁ ଦୃଷ୍ଟିରେ ରଖି ଆମେ କ୍ୟାବିନେଟରେ ଏକ ବହୁତ ବଡ଼ ନିଷ୍ପତ୍ତି ନେଇଛୁ । ଏହି ନିଷ୍ପତ୍ତି ଦ୍ୱାରା ଦେଶର ସାଢ଼େ ଚାରି ଲକ୍ଷରୁ ଅଧିକ ପରିବାରଙ୍କୁ, ନିଜ ଘର ନିମନ୍ତେ ଥିବା ସ୍ୱପ୍ନକୁ, ବର୍ଷ ବର୍ଷ ଧରି ଅଧାରେ ପଡ଼ି ରହିଥିବା ସେମାନଙ୍କର ସ୍ୱପ୍ନ ପୂରଣ କରାଇବାରେ ସାହାଯ୍ୟ ମିଳିବ। ଆଉ ଏହି ଲକ୍ଷ୍ୟକୁ ନେଇ ଏବେ ଆମେ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନ ଡଲାରର କରିବାକୁ ଲକ୍ଷ୍ୟ ରଖିଛୁ ।

ଆମ ସରକାର ସରକାରୀ ପ୍ରକ୍ରିୟାଗୁଡ଼ିକରେ ଥିବା ଅସୁବିଧା ଓ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛନ୍ତି, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରୁଛନ୍ତି, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଷ୍ପତ୍ତି ନେଉଛନ୍ତି ।

ଆମର ପ୍ରୟାସ ରହିଛି ଟିକସ ବ୍ୟବସ୍ଥାକୁ ପ୍ରତିଯୋଗିତାମୂଳକ ଏବଂ ପାରଦର୍ଶୀ କରିବା । ଏହି ଧାରାରେ ହିଁ ଏହା ସହିତ କର୍ପୋରେଟ ଟିକସ ସହିତ ଜଡ଼ିତ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଆଜି ଭାରତ ହେଉଛି ଦୁନିଆର ସବୁଠାରୁ କମ୍ କର୍ପୋରେଟ ଟିକସ ବ୍ୟବସ୍ଥା ଥିବା ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ଏହି ବର୍ଷ 1 ଅକ୍ଟୋବର ପରେ ଯେଉଁମାନେ ମଧ୍ୟ ଘରୋଇ କମ୍ପାନୀ ଖୋଲିଛନ୍ତି, ସେମାନଙ୍କ ନିମନ୍ତେ କର୍ପୋରେଟ ଟିକସକୁ ହ୍ରାସ କରାଯାଇ କେବଳ 15 ପ୍ରତିଶତ କରି ଦିଆ ଯାଇଛି ।

ସାଥୀଗଣ, ଗତ ମାସରେ ହିଁ ଇ-ଆକଳନ ଯୋଜନା ଲାଗୁ କରାଯାଇ ସାରିଛି । ଅର୍ଥାତ ଟିକସ ବ୍ୟବସ୍ଥାରେ ଏବେ ମାନବୀୟ ହସ୍ତକ୍ଷେପକୁ କମରୁ ଅତି କମ୍ କରାଯାଉଛି । ଏହା ଫଳରେ ବ୍ୟବସ୍ଥାରେ ଅଧିକ ପାରଦର୍ଶୀତା ଆସିବ ଏବଂ ଟିକସ ସହିତ ଜଡ଼ିତ ମାମଲାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ସମାଧାନ ହୋଇ ପାରିବ ।

ସାଥୀଗଣ, 5 ଟ୍ରିଲିୟନ ଡଲାରର ଲକ୍ଷ୍ୟ ଯେ କେବଳ ସରକାରଙ୍କର ରହିଛି ତା ନୁହେଁ । ଏହି ଲକ୍ଷ୍ୟ ଦେଶର ପ୍ରତ୍ୟେକ ରାଜ୍ୟର ସହଯୋଗ ଦ୍ୱାରା ହିଁ ହାସଲ ହୋଇ ପାରିବ । ଆମର ଏଠି ସମସ୍ତ ରାଜ୍ୟଗୁଡ଼ିକରେ ଅପାର ସମ୍ଭାବନା ଭରି ରହିଛି, ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଗୁଡ଼ିକରେ ମଧ୍ୟ ଅପାର ସମ୍ଭାବନା ଭରି ରହିଛି, ବହୁତ କ୍ଷମତା ଭରି ରହିଛି । ଏହି ଶକ୍ତିର ଯେତେ ଅଧିକ ଲାଭ ସରକାର ଉଠାଇ ପାରିବେ, ଆମର ଉଦ୍ୟୋଗ ଜଗତ, ଆମର ଲଘୁ ଉଦ୍ୟୋଗ, ଆମର ସର୍ଭିସ ସେକ୍ଟର ସେତିକି ଲାଭ ଉଠାଇବ ଏବଂ ଆମେ ସେତିକି ହିଁ ଦ୍ରୁତ ଗତିରେ ଆଗକୁ ବଢ଼ି ପାରିବା ।

ଭାଇ ଓ ଭଉଣୀମାନେ, ଯେତେବେଳେ କ୍ଷମତା ବା ଦକ୍ଷତାକୁ ଯୋଜନାର ସୁଯୋଗ ମିଳିଥାଏ, ତ ପ୍ରଦର୍ଶନ ବୃଦ୍ଧି ପାଇଥାଏ । ଏହି ପ୍ରଦର୍ଶନ ହିଁ ପ୍ରଗତି ଆଣିଥାଏ । ଅର୍ଥାତ ଜିଲ୍ଲାର, ରାଜ୍ୟର, ଦେଶର ପ୍ରଗତି ହେଉଛି ପରସ୍ପର ସଂଯୋଜିତ । ମୁଁ ଆପଣମାନଙ୍କୁ ଏହାର ଏକ ଉଦାହରଣ ଦେଉଛି । ଏହି ଉଦାହରଣରେ ଅନ୍ତରାଷ୍ଟ୍ରୀୟ ମାନ୍ୟତା ମଧ୍ୟ ରହିଛି, କ୍ଷମତା ମଧ୍ୟ ରହିଛି । ଆଉ ହିମାଚଳ ପାଇଁ ତ ଏହା ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ । ହିମାଚଳ ପ୍ରଦେଶ ପାଇଁ ଆଜି ଆମେ ଯେଉଁ ପର୍ଯ୍ୟଟନ କ୍ଷେତ୍ରରେ ମାନ୍ୟତା କରିଛୁ ତାହାର ସିଧାସଳଖ ଲାଭ ଆଜି ହିମାଚଳକୁ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି ।

ସାଥୀଗଣ, ବର୍ଷ 2013ରେ ଭାରତ, ବିଶ୍ୱ ଅର୍ଥନୈତିକ ଫୋରମର ଯାତ୍ରା ଏବଂ ପର୍ଯ୍ୟଟନ ପ୍ରତିଦ୍ୱନ୍ଦିତା ସୂଚକାଙ୍କରେ 65 ତମ ସ୍ଥାନରେ ଥିଲା । ଆଜି କିନ୍ତୁ ଆମେ 34ତମ ସ୍ଥାନରେ ଅଛୁ । ପୁଣି ଏହି ପରିବର୍ତ୍ତନ କିପରି ଆସିଲା ? ପାଞ୍ଚ ବର୍ଷ ପୂର୍ବେ ଭାରତକୁ ବାର୍ଷିକ ପ୍ରାୟ 70-75 ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସୁଥିଲେ । ଗତ ବର୍ଷ ଏହି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏକ କୋଟିକୁ ଅତିକ୍ରମ କରି ସାରିଛି । ତେବେ ଏହି ବୃଦ୍ଧି କିପରି ହେଲା ?

ସାଥୀଗଣ, 2014ରେ ଭାରତର ଲୋକମାନଙ୍କୁ ପର୍ଯ୍ୟଟନ କ୍ଷେତ୍ରରୁ ବିଦେଶୀ ମୁଦ୍ରାରେ 1 ଲକ୍ଷ 20 ହଜାର କୋଟି ଟଙ୍କାର ରୋଜଗାର ହେଉଥିଲା । ମାତ୍ର ଗତ ବର୍ଷ ଏହି ବିଦେଶୀ ମୁଦ୍ରା ବୃଦ୍ଧି ପାଇ 2 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଗଲା । ଏ ପରିବର୍ତ୍ତନ ଆସିଲା କିପରି ?

ସାଥୀଗଣ, ଆମେ ପର୍ଯ୍ୟଟନ କ୍ଷେତ୍ରର କ୍ଷମତାକୁ ବୁଝିଲୁ, ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଯୋଜନାମାନ ଯୋଡ଼ିଲୁ, ଡଜନ ଡଜନ ନୂତନ ଦେଶଗୁଡ଼ିକୁ ଇ-ଭିସାର ସୁବିଧା ପ୍ରଦାନ କଲୁ ଆଉ ଏହାର ପରିଣାମ ହେଲା କି ପ୍ରଦର୍ଶନ ବଦଳିଗଲା, ମାନ୍ୟତା ବଦଳିଗଲା ।

ସାଥୀଗଣ, ଆଜି ଭାରତରେ ପର୍ଯ୍ୟଟନକୁ ଏକ ପ୍ୟାକେଜ ହିସାବରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ପ୍ରକୃତି ହେଉ, ଦୁଃସାହସିକ କ୍ରୀଡା ହେଉ, ଆଧ୍ୟାତ୍ମିକ ହେଉ, ଚିକିତ୍ସା କ୍ଷେତ୍ରରେ ହେଉ, ଇକୋ ହେଉ, ପ୍ରତ୍ୟେକ ପ୍ରକାରର ପର୍ଯ୍ୟଟନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଆଉ ହିମାଚଳ ଏସବୁ କ୍ଷେତ୍ରରେ ସମ୍ଭାବନାରେ ଭରପୂର ହୋଇ ରହିଛି । ଆଜି ଏଠାରେ ଏତେ ଉନ୍ନତ ମାନର ଆୟୋଜନ ହେଉଛି । ଏଥିପାଇଁ କନଫରେନ୍ସ ପର୍ଯ୍ୟଟନର ସମ୍ଭାବନା ସାକ୍ଷାତ ଭାବେ ଆମକୁ ଦେଖା ଯାଉଛି । ଆମେ ଏହି କ୍ଷମତାକୁ ବୁଝି ନେବା ତ ପ୍ରଗତି ଆଉ ବେଶୀ ଦୂରରେ ରହିଯିବ ନାହିଁ ।

ସାଥୀଗଣ, ଏବେ ଏଠାରେ ଯେଉଁ କଫି ଟେବୁଲ ପୁସ୍ତକ ଉନ୍ମୋଚନ ହୋଇଛି କିମ୍ବା ଯେଉଁ ଚଳଚ୍ଚିତ୍ର ପ୍ରଦର୍ଶନ ହୋଇଛି, ସେଥିରେ ହିମାଚଳର କ୍ଷମତାର ବିସ୍ତୃତ କଥା ବର୍ଣ୍ଣନା କରାଯାଇଛି । ମୋର ମନେ ଅଛି ମୁଁ ଯେତେବେଳେ ସୋଲନ ଯାଉଥିଲି, ତ ବହୁତ ବୋର୍ଡ ଲାଗିଥିବାର ଦେଖିଥିଲି କି – ମସରୁମ୍ ସହରକୁ ଆପଣମାନଙ୍କୁ ସ୍ୱାଗତ । ଏହିଭଳି ଭାବେ ଲାହୌଲ-ସ୍ପିତିର ଆଳୁ, କୁଲ୍ଲୁର ଶାଲ୍, କାଙ୍ଗଡ଼ାର ଚିତ୍ରକଳା ମଧ୍ୟ ତ ଖୁବ୍ ପ୍ରସିଦ୍ଧ । କିନ୍ତୁ ଅଧିକାଂଶ ସମୟରେ ଯେଉଁ ଲୋକମାନେ ବାହାରୁ ଆସନ୍ତି, ସେମାନଙ୍କୁ ଏସବୁ ବିଷୟରେ କମ୍ ହିଁ ଜଣାଥାଏ । ପ୍ରତ୍ୟେକ ଜିଲ୍ଲାକୁ ପରିଚୟ ପ୍ରଦାନ କରୁଥିବା ଏସବୁ ଜିନିଷଗୁଡ଼ିକୁ କିଭଳି ଭାବେ ପ୍ରୋତ୍ସାହନ ପ୍ରଦାନ କରାଯିବ, ଏହି ବିଷୟରେ ମଧ୍ୟ ନୂତନ ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଏଥିପାଇଁ ମୁଁ ମଧ୍ୟ କହିବି କି ହିମାଚଳର ସମ୍ଭାବନା ଏବେବି ସଂପୂର୍ଣ୍ଣ ଭାବେ ଉପଯୋଗ ହୋଇପାରିନାହିଁ ।

ଥରେ ଚିନ୍ତା କରନ୍ତୁ, ହିମାଚଳରେ ଆଇଆଇଟି ରହିଛି, ଟ୍ରିପଲ ଆଇଟି ରହିଛି, ଏନଆଇଟି ରହିଛି, ସିପେଟ୍ ରହିଛି, ଆଇଆଇଏଫଟି ଉପରେ କାର୍ଯ୍ୟ ଚାଲୁ ରହିଛି । ଏଭଳି ପରିସ୍ଥିତିରେ ଏଠାରେ ଟେକ୍ନୋଲଜିର ସଂପ୍ରସାରଣର କ୍ଷମତା ରହିଛି । ଏଠକାର ସେଓ, ନାସପାତି, ତାଳ ଭଳି ଫଳରୁ ନେଇ ଟମାଟୋ, ଗୁଚ୍ଛି, ଛତୁ, ଶିମଲା ଲଙ୍କା ଭଳି ପରିବା ପର୍ଯ୍ୟନ୍ତର ଚାହିଦା ରହିଛି । ଏଥିପାଇଁ ଏଠାକାର ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଏବଂ କୃଷିକ୍ଷେତ୍ରରେ ମଧ୍ୟ ଖୁବ ଅଧିକ କ୍ଷମତା ରହିଛି ।

ସାଥୀଗଣ, ଏଠାରେ ସବୁବେଳେ ଜୈବିକ କୃଷି କରାଯାଇଥାଏ । ବୋଧହୁଏ ଦେଶର ଏପରି କୌଣସି ଫାର୍ମା କମ୍ପାନୀ ଥିବ ଯିଏ କି ହିମାଚଳରେ ଔଷଧ ତିଆରି କରୁ ନଥିବେ । ଏହି କ୍ଷେତ୍ରର ବିସ୍ତାର ପାଇଁ ମଧ୍ୟ ଏଠାରେ ସମ୍ଭାବନା ଭରପୂର ହୋଇ ରହିଛି ।

ହଁ, ମୁଁ ମାନୁଛି କି ଏସବୁ ଅପାର ସମ୍ଭାବନା ମଧ୍ୟରେ, ଆଗରୁ ହିମାଚଳରେ ଏକ ବ୍ୟବଧାନ ଅନୁଭବ କରାଯାଉଥିଲା । ଏହି ବ୍ୟବଧାନ ଥିଲା ଗୁଣାତ୍ମକ ଭିତ୍ତିଭୂମି ଏବଂ ସରକାରୀ ପ୍ରକ୍ରିୟା ଗୁଡ଼ିକର ସରଳୀକରଣର । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଶି ଏହି ବ୍ୟବଧାନକୁ ସମାପ୍ତ କରିବାର ଖୁବ ଚେଷ୍ଟା କରିଛନ୍ତି । ଯେତେବେଳେ ଏଠାରେ ଜୟରାମ ମହୋଦୟଙ୍କ ଦଳକୁ ସୁଯୋଗ ମିଳିଲା, ସେବେଠାରୁ ଏହି ପ୍ରକ୍ରିୟା ଆହୁରି ଅଧିକ ଦ୍ରୁତତର ହୋଇଛି ।

ଆଜି ହିମାଚଳରେ ଭିତ୍ତିଭୂମି ଏବଂ ଯୋଗାଯୋଗ ସହିତ ଜଡ଼ିତ ଅନେକ ପ୍ରକଳ୍ପ ଆଗେଇ ଚାଲିଛି । ଜଳଶକ୍ତି ସମେତ ଅକ୍ଷୟ ଶକ୍ତି ଉତ୍ସ ହେଉ କିମ୍ବା ସଡ଼କ, ରେଳ ଅବା ଆକାଶ ପଥରେ ଯୋଗାଯୋଗ ବ୍ୟବସ୍ଥା ହେଉ ସମସ୍ତ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି । ମୋତେ ଅବଗତ କରାଯାଇଛି କି ଉଡାଣ ଯୋଜନା ମାଧ୍ୟମରେ ହିମାଚଳ ପ୍ରଦେଶ ହେଲି-ଟ୍ୟାକ୍ସି ସେବା ଆରମ୍ଭ କରିଛନ୍ତି । ଶିମଲା, ଧର୍ମଶାଳା, କୁଲ୍ଲୁ, ଚଣ୍ଡିଗଡ଼ ଏ ସୁବିଧା ସହିତ ଯୋଡ଼ି ହୋଇ ଯାଇଛନ୍ତି ।

ଏହା ବ୍ୟତୀତ ହଜାର ହଜାର କୋଟି ଟଙ୍କାର ନିବେଶ କରି ଜାତୀୟ ରାଜପଥର ମଧ୍ୟ ସଂପ୍ରସାରଣ କରାଯାଉଛି । ରୋହତାଙ୍ଗ ସୁଡଙ୍ଗ ସଂପୂର୍ଣ୍ଣ ହେବା ଦ୍ୱାରା ଏହାର ଲାଭ ଲାହୌଲ-ସ୍ପିତି ଏବଂ ଲଦ୍ଦାଖ ପର୍ଯ୍ୟନ୍ତ ମଧ୍ୟ ମିଳିବ । ପୁଣି ନଙ୍ଗଲ ନଦୀବନ୍ଧ-ତଲୱାଡ଼ା ରେଳଲାଇନ, ଚଣ୍ଡିଗଡ଼-ବଦ୍ଦୀ ରେଳଲାଇନ, ଉନ୍ନା-ହମୀରପୁର ରେଳପଥ ଏବଂ ଭାନୁପଲ୍ଲୀ-ବିଳାସପୁର-ବେରୀ’ ରେଳପଥ ସମଗ୍ର ଅଞ୍ଚଳର ଯୋଗାଯୋଗକୁ ନୂଆ ରୂପ ଦେବ । ଆଗାମୀ କିଛି ବର୍ଷ ମଧ୍ୟରେ ଦେଶର ଭିତ୍ତିଭୂମି ଉପରେ 100 ଲକ୍ଷ କୋଟି ଟଙ୍କା ନିବେଶର ଲାଭ ହିମାଚଳକୁ ମଧ୍ୟ ମିଳିବାକୁ ଯାଉଛି ।

ସାଥୀଗଣ, ହିମାଚଳକୁ ମୁଁ ଯେତିକି ବୁଝିଛି, ଆଜି ସଠିକ ଭାବେ ହିମାଚଳ, ଭାରତର ବିକାଶର କାହାଣୀକୁ ନୂତନ ଆଲୋକ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି ମୋର ଦୃଢ ବିଶ୍ଵାସ ।  ହିମାଚଳ ବ୍ୟବସାୟ ପାଇଁ ଆବଶ୍ୟକ ସମସ୍ତ ସର୍ତ୍ତକୁ ପୂରଣ କରୁଛି । ବ୍ୟବସାୟ ପାଇଁ ଶାନ୍ତି ଆବଶ୍ୟକ, ଯାହା ସଦା ସର୍ବଦା ହିମାଚଳର ଶକ୍ତି ରହି ଆସିଛି । ବିବିଧତାକୁ ସ୍ୱୀକାର କରୁଥିବା ସମାଜର ଆବଶ୍ୟକତା ରହିଛି, ଯାହା ହିମାଚଳରେ ଆଗରୁ ରହି ଆସିଛି । ଏଠାରେ ଭୌଗୋଳିକ ଏବଂ ଭାଷାର ବିବିଧତା ମଧ୍ୟ ଖୁବ ଅଧିକ ରହିଛି । ବହୁବାର ଜଣଙ୍କୁ ଅନ୍ୟଜଣଙ୍କ ଭାଷା ବୁଝା ପଡ଼ି ନଥାଏ, କିନ୍ତୁ ପରସ୍ପର ମଧ୍ୟରେ ଖୁବ ଆତ୍ମୀୟତା ଥାଏ ।

ଏହା ସହିତ ହିମାଚଳ ହେଉଛି ଦେଶର ସେହି ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଶିକ୍ଷିତଙ୍କ ସଂଖ୍ୟା ହେଉଛି ଅଧିକ । ହିମାଚଳର କୋଣ ଅନୁକୋଣରେ ଆପଣଙ୍କୁ ବ୍ୟବସାୟ, ବ୍ୟବସାୟରେ ଲାଗିଥିବା ଲୋକ ଦେଖିବାକୁ ମିଳିବେ । ସେମାନେ ସରକାରଙ୍କୁ ଅପେକ୍ଷା କରନ୍ତି ନାହଁ । ସେମାନଙ୍କ ପାଖରେ ଯାହା କିଛି ସମ୍ବଳ ରହିଥାଏ, ସେତିକିରୁ ସେମାନେ ଆରମ୍ଭ କରି ଦିଅନ୍ତି । ଏଠାକାର ଲୋକଙ୍କ ଭିତରେ ଏକ ସ୍ୱାଭାବିକ ଉଦ୍ୟମୀତା ଭାବନା ରହିଛି, ଯାହାର ଲାଭ ନିବେଶକମାନଙ୍କୁ ହୋଇଥାଏ ।

କେବଳ ଏତିକି ହିଁ ନୁହେଁ, ହିମାଚଳ ପ୍ରଦେଶ, ହେଉଛି ଦେଶର ପ୍ରତିରକ୍ଷା କ୍ଷେତ୍ରର ଏକ ବହୁତ ବଡ଼ ଶକ୍ତି । ଏଠାରେ ଏଭଳି କୌଣସି ପରିବାର ନାହାଁନ୍ତି ଯିଏକି ସୈନ୍ୟ ବଳ ସହିତ ଯୋଡ଼ି ହୋଇ ନଥିବେ । ଆଉ ଅନ୍ୟ ଏକ କଥା ହେଉଛି ଆପଣ ହିମାଚଳର କୌଣସି ଏକ ଗାଁରେ ଯାଇ ବସି ପଡ଼ିବେ.. କାହିଁକି ନା ମୋର ଏଠାକାର ପ୍ରଚୁର ଅନୁଭୂତି ରହିଛି..ଗାଁବାଲାଙ୍କ ସହିତ କଥାବାର୍ତ୍ତା ହେବେ ତ ଆପଣଙ୍କୁ ଗୋଟିଏ ପ୍ରକାରରେ ଲଘୁ ଭାରତ ଦେଖିବାକୁ ମିଳିବ । ଆମର ଅବସରପ୍ରାପ୍ତ ସୈନିକିଙ୍କ ଭାବେ ହିମାଚଳ ପ୍ରଦେଶ ପାଖରେ ସେମାନଙ୍କର ଅନୁଭବ, ଏକ ବହୁତ ବଡ଼ ସ୍କିଲ–ସେଟ୍ ରହିଛି । ଅନେକ କ୍ଷେତ୍ର ପାଇଁ ବିଶେଷ କରି ପ୍ରତିରକ୍ଷା ଉଦ୍ୟୋଗ ପାଇଁ ଏହି ମାନବ ଶକ୍ତି ବହୁତ କାମରେ ଆସି ପାରିବେ ।

ସାଥୀଗଣ, ହିମାଚଳର ସମୁଦାୟ ଏବଂ ଏଠାକାର କ୍ଷମତା, ଆପଣଙ୍କର ପୁଞ୍ଜି, ଆଉ ଏଠାକାର ଯୋଜନାରେ ସ୍ପଷ୍ଟତା, ବହୁତ ବଡ଼ ପରିବର୍ତ୍ତନର ମାଧ୍ୟମ ହେବ । ଆଉ ଆପଣମାନେ ଯେତେବେଳେ ଏଠାକାର ଯୁବକମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବେ, ତାଙ୍କର ପ୍ରତିଭାର ଉପଯୋଗ କରିବେ, ତ ଏହାର ଲାଭ ଅନେକ ଗୁଣ ବଢ଼ିଯିବ ।

ଶେଷରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆଉ ଥରେ ପୁଣି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ହେତୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି ଆଉ ମୁଁ ଆଜି ଏଠାରେ ଜଣେ ଅତିଥି ନୁହେଁ, ମୁଁ ମଧ୍ୟ ଗୋଟିଏ ପ୍ରକାରରେ ଆଜି ଏଠି ଜଣେ ହିମାଚଳୀ । ଆଉ ଏଥିପାଇଁ ଆପଣମାନେ ମୋ ପାଖକୁ ଆସିଛନ୍ତି, ଆପଣମାନେ ସମସ୍ତେ ହେଉଛନ୍ତି ମୋର ଅତିଥି ଆଉ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି କି ଆପଣ ହିମାଚଳର ମାଟିରେ ନିଜର ଭାଗ୍ୟ ପରୀକ୍ଷା କରନ୍ତୁ, ହିମାଚଳ ଆପଣମାନଙ୍କୁ ଆଶୀର୍ବାଦ ଦେଇ ଚାଲିବ ଆଉ ଆପଣ ପ୍ରସ୍ଫୁଟିତ ହେବେ, ସଫଳତା ପାଇ ଚାଲିବେ, ବହୁତ ଖୁବ ପ୍ରଗତୀ କରିବେ, ହିମାଚଳ ମଧ୍ୟ ଆଗକୁ ବଢ଼ିବ, ହିନ୍ଦୁସ୍ତାନ ମଧ୍ୟ ଆଗକୁ ବଢ଼ିବ ଆଉ ଆପଣ ମଧ୍ୟ ଆଗକୁ ବଢ଼ିବେ । ଏହି ଏକ ବିଶ୍ୱାସର ସହିତ ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ, ଜୟରାମ ମହୋଦୟ ଏବଂ ତାଙ୍କ ଦଳକୁ ବହୁତ ବହୁତ ଶୁଭକାମନା ଜ୍ଞାପନ କରୁଛି ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ! 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Queen Maxima praises India's digital public infrastructure during 3-day visit focused on country's financial health

Media Coverage

Queen Maxima praises India's digital public infrastructure during 3-day visit focused on country's financial health
NM on the go

Nm on the go

Always be the first to hear from the PM. Get the App Now!
...
PM chairs 52nd PRAGATI Meeting
June 24, 2026
PM reviews four key infrastructure projects worth around ₹30,000 crore spanning four states across Road, Power, Industrial Corridor and Metro Rail sectors
PM emphasises use of PM GatiShakti National Master Plan and timely updation of project, utility and infrastructure data on the portal for efficient planning
PM asks Ministries and State Governments to resolve pending issues in a mission-mode manner and ensure close monitoring
PM reviews TB Mukt Bharat Abhiyan and emphasizes need to leverage latest digital technologies including AI
PM reviews grievances related to Cyber Crime and Digital Arrest and stresses timely action, coordinated response and e-Zero FIR registration mechanism

Prime Minister Shri Narendra Modi chaired the 52nd meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State Governments, earlier today at Seva Teerth.

During the meeting, the Prime Minister reviewed four critical infrastructure projects across the Road, Power, Industrial Corridor and Metro Rail sectors, covering four States and costing around ₹30,000 crore. These projects, important for economic growth, regional connectivity, industrial development and public welfare, were reviewed with focus on timelines, inter-agency coordination, issue resolution and timely completion.

Prime Minister underlined that delays in infrastructure projects not only lead to cost escalation, but also deprive people and industries of timely benefits. He asked the concerned Ministries and State Governments to resolve pending issues in a mission-mode manner and ensure close monitoring at the highest level.

Prime Minister emphasised the use of PM GatiShakti National Master Plan for efficient planning and timely implementation of infrastructure projects. He also underlined the need for regular and timely updation of project details, utilities, infrastructure layers, clearances and other field-level information on the portal. He further emphasised that the platform must reflect the latest ground situation so that bottlenecks can be identified in advance, inter-agency coordination can be improved and decisions can be taken on the basis of reliable, real-time data.

Prime Minister reviewed TB Mukt Bharat Abhiyan and emphasised the need to leverage latest digital technologies including Artificial Intelligence. He suggested a team of NCC cadets and MY Bharat volunteers, for awareness, patient follow-up and community mobilisation.

Prime Minister also reviewed grievances related to Cyber Crime and Digital Arrest. He expressed concern over the rising misuse of digital platforms to defraud citizens and stressed that such matters require coordinated, sensitive and time-bound handling by all concerned agencies. He noted that citizens should not be made to run from one department or agency to another. He also emphasized the need for clear ownership, faster response, better coordination among law enforcement agencies, banks and digital platforms, and stronger public awareness campaigns.

Prime Minister observed that in cases involving cyber fraud, timely action is crucial to prevent financial loss and restore public confidence. He asked all stakeholders to work in close coordination to strengthen prevention, reporting, investigation and grievance redressal mechanisms. He also emphasised that States should work towards enabling e-Zero FIR mechanisms for faster registration and response in cyber fraud cases.