Once the people of India decide to do something, nothing is impossible: PM Modi
Banks were nationalised but that did not give the poor access to these banks. We changed that through Jan Dhan Yojana: PM
All round and inclusive development is essential. Even in the states with strong development indicators there would be areas which would need greater push for development: PM
Serving in less developed districts may not be glamorous but it will give an important platform to make a positive difference: PM Modi

ସାଥୀଗଣ, ଏହା ହେଉଛି 2018ର ପ୍ରାରମ୍ଭିକ ସମୟ । ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଏହି ଭବନରେ ଏହା ବିଧିବଦ୍ଧ ଭାବେ ହେଉଛି ପ୍ରଥମ କାର୍ଯ୍ୟକ୍ରମ । 7 ଡିସେମ୍ବରରେ ଏହାକୁ ଲୋକାର୍ପଣ କରିଥିଲି, କିନ୍ତୁ ବିଧିବଦ୍ଧ ଭାବେ ଆଜି ହେଉଛି ପ୍ରଥମ କାର୍ଯ୍ୟକ୍ରମ । କିନ୍ତୁ ମୁଁ ଏହି କଥା ପାଇଁ ଖୁସି ଯେ ଯେଉଁ ମହାପୁରୁଷଙ୍କ ନା’ରେ ଏହି ଭବନ ଯୋଡି ହୋଇଛି, ଆଉ ଯାହାଙ୍କ ବିଚାରକୁ ନେଇ ସାରା ବିଶ୍ୱରେ ବିଚାର ବ୍ୟକ୍ତ କରିବାର ଆଶା ଆକାଂକ୍ଷା ରହିଥାଏ; ସେହି ଭବନରେ ଯେଉଁ କାର୍ଯ୍ୟକ୍ରମ ହେଉଛି ତାହାର ମହତ୍ୱ ଆହୁରି ବଢି ଯାଇଥାଏ, କାରଣ ବାବା ସାହେବ ସାରା ଜୀବନ ସାମାଜିକ ନ୍ୟାୟ ପାଇଁ ଲଢେଇ ଲଢିଥିଲେ ।

ଆମର ସମ୍ବିଧାନ ମଧ୍ୟ ସେହି ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଗୋଟିଏ ରୂପରେଖ ପ୍ରଦାନ କରିଥାଏ । ଏବେ ସାମାଜିକ ନ୍ୟାୟ କେବଳ ଏକ ସାମାଜିକ ବ୍ୟବସ୍ଥା ଭିତରେ ସୀମିତ ରହିବାରେ ହିଁ ହୋଇ ନଥାଏ । ସ୍ଥଳ ବିଶେଷରେ ପଛୁଆ ରହିଯିବା, ଏକ ଅନ୍ୟାୟର କାରଣ ହୋଇଥାଏ । କୌଣସି ଗାଁ ପଛରେ ପଡ଼ିଯାଏ ତ କେବଳ ଗୋଟିଏ ଗାଁ ଏହି ଅନଗ୍ରସର ଶ୍ରେଣୀରେ ପଛରେ ରହିଯାଏ, ଏପରି ନୁହେଁ । ସେଠାରେ ରହୁଥିବା ଲୋକ, ସେମାନଙ୍କୁ ମିଳୁଥିବା ସୁବିଧାଗୁଡ଼ିକ, ସେମାନଙ୍କର ଅଧିକାର, ସେମାନଙ୍କ ପାଇଁ ଥିବା ସୁଯୋଗ, ଏହି ସବୁଠାରୁ ସମସ୍ତେ ସେହି ଅନ୍ୟାୟର ଶିକାର ହୋଇଥାନ୍ତି ଆଉ ଏଥିପାଇଁ 115 ଜିଲ୍ଲା, ତା’ର ବିକାଶ, ସେହି ବାବା ସାହେବ ଆମ୍ବେଦକରଙ୍କ ସାମାଜିକ ନ୍ୟାୟର ପ୍ରତିବଦ୍ଧତାର ମଧ୍ୟ ଏକ ବହୁତ ବଡ଼, ସୁବ୍ୟବସ୍ଥିତ ସମାଧାନ ପ୍ରଦାନ କରିବାର ପ୍ରୟାସର ଅଂଶ ହେବ । ଆଉ ସେହି ଅର୍ଥରେ ଏହି ଭବନରେ ଏହି ପ୍ରଥମ କାର୍ଯ୍ୟକ୍ରମ ଆଉ ଏହି ବିଷୟରେ କାର୍ଯ୍ୟକ୍ରମ ମୁଁ ବୁଝିପାରୁଛି କି ଏହା ନିଜକୁ ନିଜେ ହେଉଛି ଏକ ଶୁଭ ସଂକେତ ।

 

ଆପଣମାନେ ଦୁଇ ଦିନ ଧରି ବିଚାର ବିମର୍ଶ କରୁଛନ୍ତି । ଅନୁଭବ ଆଧାରରେ ମୁଁ କହି ପାରିବି କି ଆମ ଦେଶରେ ଯଦି ଆମେ ଥରେ ସ୍ଥିର କରି ନେବା ତ କିଛି ମଧ୍ୟ ଅସମ୍ଭବ ନୁହେଁ । ବ୍ୟାଙ୍କ ଜାତୀୟକରଣ ହେବା ପରେ ମଧ୍ୟ 30 କୋଟି ଲୋକ ଏହି ବ୍ୟବସ୍ଥାଠାରୁ ଅଛୁଆଁ ହୋଇ ରହିଯିବେ । କିନ୍ତୁ ଥରେ ଏହି ଦେଶ ସ୍ଥିର କରେ, ଠିକ ଅଛି ଚାଲୁ, ଚାଲୁ, ଯାହା ଗଲା, ଗଲା; ହୋଇଗଲା, ହୋଇଗଲା, ଏବେ ଚାଲିବ ନାହିଁ ଆଉ ଜନ-ଧନ ଖାତା ଏକ ଜନ ଆନ୍ଦୋଳନ ହୋଇଯାଏ ଆଉ ଦେଶର ଶେଷ ଧାଡ଼ିରେ ବସିଥିବା ବ୍ୟକ୍ତି ମଧ୍ୟ ନିଜକୁ ନିଜେ ଅର୍ଥ ବ୍ୟବସ୍ଥାର ମୁଖ୍ୟ ଧାରାର ଅଂଶ ଭାବେ ଅନୁଭବ କରିବାରେ ଲାଗିଲେ; ଏହା ଏଇ ଦେଶରେ, ଏହି ସରକାରଙ୍କ କର୍ମଚାରୀମାନେ, ଏହି ବ୍ୟାଙ୍କର ଲୋକମାନେ ସିଦ୍ଧ କରି ଦେଖାଇଛନ୍ତି ଆଉ ସମୟ ସୀମା ମଧ୍ୟରେ କରି ଦେଖାଇଛନ୍ତି ।

ଆମେ କହୁଥିଲେ କି ଶୌଚାଳୟ ହେବା ଦରକାର, କାର୍ଯ୍ୟକ୍ରମ ଚାଲୁଥିଲା, ବଜେଟ ହେଉଥିଲା, ରିପୋର୍ଟ ମଧ୍ୟ ପ୍ରସ୍ତୁତ ହେଉଥିଲା, ପ୍ରଗତି ମଧ୍ୟ ହେଉଥିଲା । ଯଦି ଆପଣ କହି ଦେଉଥିଲେ କି କାଲି ଏତେ ଥିଲା, ଆଜି ଏତେରେ ପହଂଚିଲା, ତ ସନ୍ତୋଷ ମିଳୁଥିଲା କି ପ୍ରଥମ ବର୍ଷ ଆମେ ପାଞ୍ଚ ପାଦ ଆଗକୁ ବଢ଼ିଥିଲୁ, ଏବେ ଏଇ ବର୍ଷରେ ଛଅ ପାଦ ବଢ଼ିବା, ସାତ ପାଦ ବଢ଼ିବା । ବୋଧହୁଏ ଆତ୍ମସନ୍ତୋଷ ପ୍ରାପ୍ତ କରିବାର କୌଶଳ ମଧ୍ୟ ନିର୍ଦ୍ଧାରିତ ହୋଇଥିଲା । ଆମେ ସମାଧାନ ଖୋଜିବାର ରାସ୍ତା ମଧ୍ୟ ବଡ଼ ସାଧାରଣ ଉପାୟରେ ଖୋଜି ନେଉଥିଲୁ । ଆଉ ସମସ୍ୟା ପ୍ରତିଥର ଆସି ସାମ୍ନାରେ ଠିଆ ହେଉଥିଲା । ଝିଅ ପିଲାମାନଙ୍କର ଅଧାରୁ ପାଠ ପଢ଼ା ଛାଡ଼ିବା କାହିଁକି ହେଉଛି, ତ ଶୌଚାଳୟ ନାହିଁ, ପରିମଳ ବ୍ୟବସ୍ଥାର ସମସ୍ୟା କାହିଁକି ହେଉଛି, ତ ଶୌଚାଳୟ ନାହିଁ । କିନ୍ତୁ ଥରେ ଦୃଢ଼ ନିଶ୍ଚୟ କରିନେଲେ କି ଭାଇ ଏହି ସମସ୍ୟାରୁ ବାହାରକୁ ବାହାରିବାର ଅଛି, ସମସ୍ତଙ୍କୁ ପରିମଳ ବ୍ୟବସ୍ଥା କରିବାର ଅଛି ଆଉ ସାଧାରଣ ଭାବେ ବର୍ଷକରେ ହାରାହାରି ଯେତିକି କାମ କରୁଛନ୍ତି, ତା’ଠାରୁ ଅନେକ ଗୁଣା କାମ ଏହି ଦଳ, ଏହି ବ୍ୟବସ୍ଥା, ଏହି ନିୟମ ମାଧ୍ୟମରେ କରି ଦେଖାଇଲେ ଆଉ ଚାରି ଲକ୍ଷରୁ ଅଧିକ ସ୍କୁଲରେ ଶୌଚାଳୟ ତିଆରି କରି କାମ ପୂରା କଲେ ଏବଂ ସମୟବଦ୍ଧ ଭାବେ ଅନୁଧ୍ୟାନ କରିବାର ବ୍ୟବସ୍ଥା ହେଲା । ସମସ୍ତେ ଫଟୋ ଉଠାଇ ଅପଲୋଡ଼ କଲେ ଏବଂ ଯେ କେହି ମଧ୍ୟ ତାକୁ ଦେଖିପାରୁଥିଲେ । ଏଇ ଦେଶରେ, ମଧ୍ୟ ଏହି ସରକାରୀ ବ୍ୟବସ୍ଥା ଏହା କରି ଦେଖାଇଲା ।

18 ହଜାର ଗାଁକୁ ଏକ ହଜାର ଦିନରେ ବିଜୁଳି ପହଂଚାଇବା । ଯଦି ସାଧାରଣ ସ୍ତରରେ ପଚରାଉଚୁରା କରିବା ତ ସାଧାରଣରେ ଉତ୍ତର ଆସିଥାଏ କି ସାହେବ ଏତିକି କାମ କରିବାର ଅଛି ତ 5-7 ବର୍ଷ ଲାଗିବ । କିନ୍ତୁ ଯେତେବେଳେ ଆହ୍ୱାନ ଭାବେ ତାଙ୍କ ସାମନାକୁ ଆସିଲା କି 1000 ଦିନରେ 18 ହଜାର ଗାଁକୁ ଯିବାର ଅଛି, ବିଜୁଳି ପହଂଚାଇବାର ଅଛି; ଏହି ବ୍ୟବସ୍ଥା, ଏହି ନିୟମ, ଏହି ଫାଇଲ, ଏହି ପରମ୍ପରା, ଏହି କୌଶଳ, ଏହି ଉପାୟ, ଏହି ଟିମ୍ 18 ହଜାର ଗାଁକୁ ସମୟସୀମା ମଧ୍ୟରେ ବିଜୁଳି ପଂହଚାଇବାର କାମ ସଫଳତା ପୂର୍ବକ କରିଦେଲା ।

ଏମିତି ମଧ୍ୟ ସିଧାସଳଖ ଭାବେ ତାକୁ କିଛି ଜଣା ନଥିଲା କି ଏଥିରୁ କିଛି ଲାଭ ମିଳିଥାଏ । କିନ୍ତୁ ଥରେ କୁହାଗଲା କି ଭାଇ ମାଟି ପରୀକ୍ଷା କରିବାର ଅଛି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରସ୍ତୁତ କରିବାର ଅଛି, ତା’ର ଏକ ସମୀକ୍ଷା କରିବାର ଅଛି । ଏହି ବ୍ୟବସ୍ଥା, ଏହି ଟିମ୍, ଏହି ଲୋକ, ମନରେ ସ୍ଥିର କରିନେଲେ । ବୋଧହୁଏ ଯେଉଁ ଲକ୍ଷ୍ୟ କରିଥିଲେ, ତାକୁ ପ୍ରଥମେ ସଂପୂର୍ଣ୍ଣ କରିଲେ ଏଭଳି ରିପୋର୍ଟ ହୋଇଛି ବୋଲି ମୋତେ ଅବଗତ କରାଯାଇଛି ।

ମୁଁ ଏହି କଥାଗୁଡ଼ିକର ଉଦାହାରଣ ଏଇଥିପାଇଁ ଦେଉଛି କି ଆମେ ହେଉଛୁ ଅସାଧାରଣ କ୍ଷମତାର ଧନୀ । ଆମେ ଅପାର ସମ୍ଭାବନାର ଏହି ଯୁଗରେ ଏହି ବ୍ୟବସ୍ଥାର ନେତୃତ୍ୱ ନେଉଛୁ ଆଉ ଆମେ ଅପାର ଅବସରର ଏକ ଜନ୍ମଦାତା ହୋଇ ଅପ୍ରତିମ ସିଦ୍ଧିଗୁଡ଼ିକର ଜନ୍ମଦାତା ମଧ୍ୟ ହୋଇ ପାରିବା । ଏହା ମୁଁ ନିଜେ ଆପଣମାନଙ୍କ ମଧ୍ୟରେ ରହି ଅନୁଭବ କରି ପାରୁଛି, ଶିଖି ପାରୁଛି ଆଉ ମୋର ବିଶ୍ୱାସ ମଜବୁତ ହୋଇ ଚାଲୁ ରହିଛି । ଆଉ ସେହିଥିରୁ କଥା ଆସିଲା କି ଆମେ ସେହି ପଡ଼ି ରହିଥିବା କଥାରୁ ଚିନ୍ତା କରି ନେଉଛେ, ଆଉ କେବେ କେବେ ଲାଗୁଛି କି ଚାଲନ୍ତୁ ହୋଇଯିବ । ମୁଁ ସ୍ୱୀକାର କରୁ ନାହିଁ କୌଣସି ସରକାର କୌଣସି ସମୟରେ ସହଜରେ ବ୍ୟବସାୟ କରିବାରେ ଭାରତ ଏତେ ପଛରେ ଅଛି, ଏହା ପଢ଼ି, ଶୁଣି କଷ୍ଟ ହୋଇ ନଥାଏ; ପ୍ରତ୍ୟେକଙ୍କୁ ହୋଇଥିବ । ଯେ କେହି ଭାବିଥିବେ କି ଭାଇ ଏହା କେବେ ପର୍ଯ୍ୟନ୍ତ ଚାଲିବ? ବିଶ୍ୱର ଦୃଷ୍ଟିକୋଣରେ ଆମେ କେତେବେଳ ପର୍ଯ୍ୟନ୍ତ ପଛରେ ରହିବା । ଆଉ ଥରେ ଯେଉଁ ସିଦ୍ଧି ଆସିଛି, ବିଶ୍ୱ ପରିବେଶରେ ଆମେ ଭାରତର ସ୍ଥିତିକୁ ମଧ୍ୟ ସେହିଭଳି ଭାବରେ ରଖିବାକୁ ପଡ଼ିବ । ସେତେବେଳେ ଯାଇ ବିଶ୍ୱରେ ଯେଉଁ ପରିବେଶ ସୃଷ୍ଟି ହୋଇଛି, ଭାରତ ପ୍ରତି ଯେଉଁ ଆକର୍ଷଣ ସୃଷ୍ଟି ହୋଇଛି, ସେହି ଆକର୍ଷଣ ଭାରତର ଲାଭରେ ପରିବର୍ତ୍ତିତ ହୋଇପାରିବ, ସୁଯୋଗରେ ପରିବର୍ତ୍ତିତ ହୋଇ ପାରିବ ।

ଆଉ ସେହି ଗୋଟିଏ ବିଶ୍ୱାସ ସହଜରେ ବ୍ୟବସାୟ କରିବାର ପରିବେଶ ପାଇଁ କ’ଣ ଅଭାବ ରହିଛି, ଚିହ୍ନଟ କରାଯାଇଛି । କ’ଣ ରାସ୍ତା ଖୋଲା ଯାଇ ପାରିବ, ଛୋଟ କର୍ମଶାଳାଟିଏର ଆୟୋଜନ କରାଗଲା । ଗୋଟିଏ ବ୍ୟବସ୍ଥିତ ପଦକ୍ଷେପ, ଦୁଇଟି ପଦକ୍ଷେପ, ତିନୋଟି ପଦକ୍ଷେପ । ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଡାକିଲୁ, ସେମାନଙ୍କୁ ଚୈତନ୍ୟ ଉଦୟ ପାଇଁ ବୁଝାଇଲୁ । ସମସ୍ତ ମୁଖ୍ୟ ନିର୍ବାହୀ ମାନଙ୍କୁ ଡାକିଲୁ, ସେମାନଙ୍କୁ ବିସ୍ତୃତ ଭାବେ ବୁଝାଇଲୁ, ବିଭାଗଗୁଡ଼ିକୁ ସକ୍ରିୟ କରିବା ପାଇଁ ରାସ୍ତା ଖୋଜିଲୁ । ବହୁତଗୁଡ଼ିଏ ଅଭ୍ୟାସ ଓ ଅନୁଧ୍ୟାନ କଲୁ ଆଉ ପୁଣି ତାକୁ କାର୍ଯ୍ୟକାରୀ କଲୁ । ଆଉ ତାହାର ପରିଣାମ ଏହା ଆସିଲା କି ଦୁନିଆରେ କୌଣସି ଦେଶକୁ ଗୋଟିଏ ବର୍ଷରେ ଏତେ ବଡ଼ ଲମ୍ଫ ପ୍ରଦାନ କରିବାର ସୁଯୋଗ ମିଳି ନଥିଲା ଯାହା ଆମ୍ଭମାନଙ୍କୁ ମିଳିଲା, ହିନ୍ଦୁସ୍ଥାନକୁ ମିଳିଲା ଆଉ ଆମେ 2014ରେ 142ତମ ସ୍ଥାନ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଥିଲୁ: 2017ରେ 100ରେ ପହଂଚିଲୁ । 42ଟି ସ୍ଥାନ ଆଗକୁ ବଢ଼ିବା, ଏହା କିଏ କଲା? କୌଣସି ସମ୍ବାଦପତ୍ରର ସମ୍ପାଦକୀୟରୁ ହୋଇ ନାହିଁ; କୌଣସି ନେତା ଟିଭିରେ ଫଟୋ ଦେଖାଇଥିଲେ ଏଥିପାଇଁ ହୋଇ ନାହିଁ, କୌଣସି ନେତା ବହୁତ ଭଲ ଭାଷଣ ଦେଲେ ଏଥି ପାଇଁ ହୋଇ ନାହିଁ । ଏହା ହୋଇଛି କେବଳ ଆପଣଙ୍କ ପ୍ରୟାସରୁ, ଆପଣଙ୍କ ପୁରୁଷାର୍ଥରୁ, ଆପଣଙ୍କ ପରିଶ୍ରମରୁ, ଆପଣଙ୍କ ନିଷ୍ଠାରୁ ହୋଇଛି; ଆପଣ ଅର୍ଥାତ ମୋ ଦେଶର ଗୋଟିଏ ଟିମ୍ ଆଉ ଏହି କାରଣରୁ ଗୋଟିଏ ବିଶ୍ୱାସ ଦୃଢ଼ ହୋଇଛି କି ଆମେ ଯଦି ସମସ୍ୟାର ମୂଳକୁ ଧରି ପାରିବା ଆଉ ରାସ୍ତା ଖୋଜିବା, ଆଉ ଏ କଥା ମଧ୍ୟ ଠିକ କି ଉପରୁ ତଳ ପର୍ଯ୍ୟନ୍ତ ଲଦା ହୋଇଥିବା ଜିନିଷଗୁଡ଼ିକ ବଞ୍ଚି ରହିଥାଏ, କିନ୍ତୁ ସେଥିରେ ଜୀବନ ନଥାଏ, ଏବଂ ଜୀବନ ନାହିଁ ତ ନା ପୁଣି ତାହାର କୌଣସି ପରିଚୟ ଅଛି, ନା ସେଥିରୁ କୌଣସି ପରିଣାମ ମିଳିଥାଏ ।

ଆଜି ଏହି ପ୍ରୟାସ ହେଉଛି କି ଆପଣମାନେ ହେଉଛନ୍ତି ସେହି ଲୋକ, ଏଠାରେ ନିଷ୍ପତ୍ତି ନେଲାବାଲା ସେ ସମସ୍ତ ଲୋକ ଏଠାରୁ ଯାଆନ୍ତି, ଯେଉଁଠାରେ ଆପଣମାନେ ଅଛନ୍ତି, ସେଠାରୁ ଯାଆନ୍ତି, କିନ୍ତୁ ତା’ମଧ୍ୟରେ 15-20 ବର୍ଷ, 25 ବର୍ଷର ବ୍ୟବଧାନ ହୋଇଯାଇଛି । ଆଉ ଏବେ ତ ଦୁନିଆ ବହୁତ ବଦଳି ଯାଇଛି । ଆଜି ଆକାଂକ୍ଷା ବଦଳି ଯାଇଛି, ଚିନ୍ତାଧାରା ବଦଳି ଯାଇଛି, ବ୍ୟବସ୍ଥା ବଦଳି ଯାଇଛି । ତାହା ସବୁ ଆପଣମାନେ ଭଲ ଭାବେ ଜାଣନ୍ତି କାରଣ ଆପଣ ସେହି ପରିସ୍ଥିତିଗୁଡ଼ିକ ସହିତ ଜୀଉଁଛନ୍ତି, ଛଟପଟ ହେଉଛନ୍ତି, କ’ଣ କରିବେ? ଯେଉଁ ସ୍ୱପ୍ନ ନେଇ ମସୁରୀ ଯାଇଥିଲି ସେହି ସ୍ୱପ୍ନ କ’ଣ ମୁଁ ଏହି ସମୟରେ ପୂରା କରି ପାରିବି ନାହିଁ? ଆଉ ପରେ ବୋଧହୁଏ 5-7 ବର୍ଷ ପରେ ଏଭଳି ଦାୟିତ୍ୱ ବଦଳି ଯିବ ଯାହାକୁ କରିବାର ଶକ୍ତି ମଧ୍ୟ ନଥିବ ।

ଆଜି ଏହା ହେଉଛି ସବୁଠାରୁ ବଡ଼ ସୁଯୋଗ ଆପଣ କ’ଣ ଚିନ୍ତା କରନ୍ତି? ଆପଣଙ୍କ ଅନୁଭବ କ’ଣ କହେ? ରୋଡମ୍ୟାପ୍ ତିଆରି କରିବା ସମୟରେ ଆପଣଙ୍କର ନିଜର ଅନୁଭବ, ଏହା କିପରି ପ୍ରାଥମିକ ହେବ?  ଆଉ ଆପଣଙ୍କର ଯେଉଁ ଉପସ୍ଥାପନା ମୁଁ ଦେଖିଲି ସେଥିରେ ମୋତେ ସେହି ସବୁ ଜିନିଷ ଦେଖାଗଲା । ମୁଁ ଅନୁଭବ କରୁଛି କି ହଁ ସାଙ୍ଗ ଏହାକୁ ଭଲ ଭାବରେ ଜଣା ଅଛି କି ଅନ୍ୟ ସବୁ ଠିକ ଅଛି, ବଜେଟ୍ ଅଛି, ଅମୁକ ଅଛି, ସମୁକ ଅଛି, କିନ୍ତୁ ସମସ୍ୟା ଏଇଠି ଅଛି । ଏହି ସମସ୍ୟାର ସମାଧାନ କେହି କରିବେ ତ ରାସ୍ତା ଖୋଲିଯିବ ।

ଆଜି ମୁଁ ଦେଖୁଥିଲି କି ଆପଣଙ୍କର ଉପସ୍ଥାପନାରେ ଚିନ୍ତାଧାରାର ସ୍ପଷ୍ଟତା ଯାହାକୁ କହନ୍ତି, ତାହା ଅନୁଭବ କରୁଥିଲି । ମୁଁ ଏହା ମଧ୍ୟ ଅନୁଭବ କରୁଥିଲି କି ଆପଣଙ୍କର ଉପସ୍ଥାପନାରେ ଦୃଢ ବିଶ୍ୱାସ ଯାହା ଆପଣ ଯେଉଁ ଦୃଢ଼ ବିଶ୍ୱାସର ସହିତ କହୁଥିଲେ ସେଥିରେ ଆପଣଙ୍କର ଏକ ଅପାର ଆତ୍ମବିଶ୍ୱାସ ଦୃଷ୍ଟିଗୋଚର ହେଉଥିଲା । ଆଉ ଯେଉଁମାନେ କହୁଥିଲେ ମୁଁ ତାଙ୍କୁ ହିଁ ଦେଖୁଥିଲି, ଏଭଳି ନୁହେଁ । ମୁଁ ପାର୍ଶ୍ଵକୁ ମଧ୍ୟ ଦେଖୁଥିଲି ଆଉ ପାର୍ଶ୍ଵରେ ଠିଆ ହୋଇଥିବା ଲୋକଙ୍କୁ ମଧ୍ୟ ଦେଖୁଥିଲି । ପ୍ରତ୍ୟେକଙ୍କ ଆଖିରେ ମୁଁ ଚମକ ଅନୁଭବ କରୁଥିଲି । ମୋତେ ସେଥିରେ ନ୍ୟୁ ଇଣ୍ଡିଆ ଦେଖା ଯାଉଥିଲା ।

ଆଉ ଏଥିପାଇଁ ଯେଉଁ ଏକ ସାମୁହିକତାର ଭାବ ରହିଛି, ଏବେ ସମସ୍ତେ ମିଶି ଆଗକୁ ବଢ଼ାଇବା ତ ପରିସ୍ଥିତି ପ୍ରକ୍ରିୟା ଦ୍ୱାରା । ଏବେ ମନୁଷ୍ୟଙ୍କର ସ୍ୱଭାବ ରହିଛି, ମୁଁ ସାର୍ବଜନୀକ ଜୀବନରେ କାମ କରି ଆସିଛି । ମୁଁ ଅନୁଷ୍ଠାନ,ଏହା ମୋର ଜୀବନର ବହୁତ ସମୟ ମୁଁ ଏଥିରେ ବିତାଇଛି । ତ ମନୁଷ୍ୟର ହେଉଛି ତାହା ସ୍ୱଭାବ ଯାହା ହେଉଛି ସରଳ ତାକୁ ସେ ସର୍ବାଗ୍ରେ କରିଥାଏ ।

ଯେତେବେଳେ ଆମେ ସ୍କୁଲରେ ପଢ଼ୁଥିଲୁ ତ ଆମକୁ ଶିକ୍ଷକ ମହାଶୟ ମଧ୍ୟ କହୁଥିଲେ କି ସାହେବ ପରୀକ୍ଷାରେ ତିନି ଘଣ୍ଟାର କାଗଜ ଲେଖିବାର ଅଛି ତ ଯେଉଁସବୁ ସହଜ ପ୍ରଶ୍ନ ରହିଥିବ ତାକୁ ଆଗ ହାତ ଲଗାଇବ, ତାକୁ ଆଗ ପୂରଣ କର, କଠିନ, ତାକୁ ପରେ ଦେଖିବ । ଆଉ ସେଥିପାଇଁ ଆମର ବିକାଶ ଏହିଭଳି ଭାବେ ହୋଇଛି କି ଆଗ ସରଳରୁ ଚାଲ, ଆଉ ସରଳରୁ ଚାଲି ଚାଲି ଚାଲି ଆମେ ଆହ୍ୱାନ ପର୍ଯ୍ୟନ୍ତ କେବେ ପହଂଚି ପାରୁନାହୁଁ । ଆଉ ସେହିଠାରୁ ଆମେ ଦୁର୍ବଳ ହୋଇ ଯାଉ । ଆଉ ସେଥିପାଇଁ ତ ସବୁଲୋକ ସରଳ ସରଳ ସରଳ ଦୁନିଆରେ ରହନ୍ତି । ଆବଶ୍ୟକତା ରହିଛି, ଆଉ କେବେ କେବେ ବିଭାଗକୁ ଲାଗେ । ଏଠାରେ ଯେଉଁ ବଡ଼ ବଡ଼ ଅଫିସର ବସିଥିବେ ଯେ ଭାଇ କୃଷିରେ ସର୍ବ ଭାରତୀୟ ସ୍ତରରେ ଏହା ହାସଲ କରିବାର ଅଛି, ଏମଏସଏମଇରେ ଏହା ହାସଲ କରିବାର ଅଛି, ଶିଳ୍ପରେ ଏହା ହାସଲ କରିବାର ଅଛି, ତ ଭାଇ ଚାଲନ୍ତୁ କିଏ କରି ପାରିବ, ତାଙ୍କୁ ଟିକେ ତେଲ ମାର, ସିଏ କରିନେବେ । ତ ତାଙ୍କର ଭଲ ପ୍ରତିଶତ ବାହାରି ଆସେ । ତ ଆମର କାର୍ଯ୍ୟପନ୍ଥା କ’ଣ ହେଲା, ଯିଏ କରୁଛନ୍ତି ତାଙ୍କ ଉପରେ ବୋଝ ପକାଇ ଚାଲ, ତାଙ୍କ ଦ୍ୱାରା କରାଇ ନେଇ ଚାଲ । ଆଉ ଆମେ ଆମର ଯେଉଁ ଜାତୀୟ ସ୍ତରର ଲକ୍ଷ୍ୟ ରହିଛି, ଛବି ରହିଛି ତାହାକୁ ଅତୁଟ ବଜାୟ ରଖ ସେଥିରେ ବଜେଟ୍ ସେଟ୍ ହେଉ ନାହିଁ, ସାଙ୍ଗ, ମୋତେ ଜଣାଅଛି ।

ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ମୋତେ ପ୍ରଥମରୁ ଆଗ ଲାଭ ମିଳୁ ନଥିଲା । ଯୋଜନା କମିଶନ୍ ଥିଲା ତ ଆମର ନମ୍ବର ବହୁତ ଶେଷରେ ରହୁଥିଲା । କିନ୍ତୁ ମୁଁ ଏହି କୌଶଳକୁ ଶିଖି ଆସିଥିଲି, ତ ମୁଁ ଜାନୁଆରୀ ମାସରୁ ବରାବର ଏହାକୁ ଧ୍ୟାନରେ ରଖୁଥିଲି କି ଦେଖ କେଉଁ ତାରିଖରେ ବଜେଟ ଖର୍ଚ୍ଚ ହେଲା ନାହିଁ, ତାଙ୍କର ଅସୁବିଧା କେଉଁଠି ରହିଛି ଖର୍ଚ୍ଚ କରିବାରେ । ମୁଁ ଖୋଜି ବାହାର କରୁଥିଲି କିଏ କିଏ ଖର୍ଚ୍ଚ କରିବାରେ ଚିନ୍ତା କରୁଛନ୍ତି । ଆଉ ପୁଣି ମୁଁ ଅଫିସରଙ୍କୁ ପଠାଉଥିଲି କି ଭାଇ ଦେଖ ଏଇ ଏଇ ଜାଗା ଖାଲି ଅଛି । ମୁଁ ଦେଖୁଥିଲି ଯାହା ମୋତେ ଆରମ୍ଭରେ ମିଳୁ ନଥିଲା ତାହା ଶେଷରେ ବହୁତ ବଡ଼ ମାତ୍ରରେ ମିଳି ଯାଉଥିଲା । କାରଣ ପ୍ରଦର୍ଶନ କରିଲାବାଲା ଯେଉଁଠି ସୁଶାସନ ରହିଥାଏ ସେଠାରେ କିଛି କରିବା ପାଇଁ ଅଭ୍ୟାସ ମଧ୍ୟ ରହିଥାଏ ।

ମୁଁ ବୁଝି ପାରୁଛି ଚିନ୍ତାଧାରାରୁ ବାହାରକୁ ଆସିବାକୁ ପଡିବ । ଚା’ ମିଠା ହେଉ, ଆଉ ଦୁଇ ଚାମଚ ଚିନି ପକାଇ ଦେବେ, ଅଧିକ ଫରକ୍ ପଡିବ ନାହିଁ । ଚିନି ଖିଆ ହେଲା, ହେଲା; ହିସାବ କିତାବ ଠିକ୍ ଅଛି । କିନ୍ତୁ ଯେଉଁ ଚା’ରେ ଚିନି ନାହିଁ, ଯଦି ସେଠାରେ ପହଂଚାଇବେ ତ’ହୋଇପାରେ ସେମାନଙ୍କର ସକାଳ ମଧ୍ୟ ମଧୁର ହୋଇ ପାରିବ ।

ଆଉ ଏଥି ପାଇଁ ଏ ଯେଉଁ 115 ଜିଲ୍ଲା ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଉଛି, ସେଥିରେ ମଧ୍ୟ ପ୍ରୟାସ ହେଉଛି, କି ସବୁ ରାଜ୍ୟରୁ ଅତି କମରେ ଗୋଟିଏ, ଗୋଟିଏ ଜିଲାକୁ ଧ୍ୟାନ ଦିଆଯାଉ । କେତେ ଆଗୁଆ ଜିଲ୍ଲା ହେଉ ନା କାହିଁକି, ବହୁତ ବିକାଶଶୀଳ ଜିଲ୍ଲା ହେଉ, ସେଠାରେ ମଧ୍ୟ ଅନେକ ଅଂଚଳ ପଛରେ ରହି ଯାଇଥାଏ । ଆଉ ତାହା ମଧ୍ୟ ମାନସିକ ସ୍ତରରେ ଏତେ ପଛରେ ରହି ଯାଇଥାଏ କି କୌଣସି ଅଫିସରଙ୍କୁ ସେଠାରେ ନିଯୁକ୍ତି ଦିଆଯାଏ, ଆଚ୍ଛା ତୁମକୁ ଏହା ମିଳିଲା, ଏହି ଜିଲ୍ଲା, ବାସ୍ ସେହିଠାରେ ହିଁ ବିଚରାର ଚିନ୍ତାଧାରା ବଦଳି ଯାଇଥାଏ । ଆଉ ତା’ର ମନର ସ୍ଥିତି ତାହା ହୋଇ ଯାଇଥାଏ । ସେହିଭଳି ଜିଲ୍ଲାକୁ କେବେ ସୁଯୋଗ ଆସି ହିଁ ନ ଥାଏ । ଅଫିସର ମଧ୍ୟ ଯିବେ, ସ୍ତ୍ରୀ ଲୋକ ଯିବେ । ଶିକ୍ଷକ ମଧ୍ୟ ହୋଇଥିବେ ତ ରହିଯିବେ ନାହିଁ, ଚାଲି ଆସିବେ । ସରକାର ମଧ୍ୟ କିଛି କହିବେ ନାହିଁ ବନ୍ଧୁ, ଏଥିରେ କେହି ନାହାଁନ୍ତି, ଚାଲନ୍ତୁ ନାମକୁ ମାତ୍ର ଅଛନ୍ତି ତ ଠିକ୍ ଅଛି । ଏହାକୁ କେଉଁଠି ଦଣ୍ଡ ଦେବା, କେଉଁଠାରେ କାର୍ଯ୍ୟାନୁଷ୍ଠାନ ନେବା? ଏଥିପାଇଁ ପୁଣି ଏକ ମାନସିକତା ହୋଇ ଯାଇଥାଏ କି ଆପଣ ଚାଲନ୍ତୁ, ସମୟ ବାହାର କରନ୍ତୁ । ଆଉ ସେହି କାରଣରୁ ସେ ସେଠାରେ ରହିଯାଆନ୍ତି ।

ଦ୍ୱିତୀୟରେ, ଯିଏ ବିକାଶର ବିଜ୍ଞାନକୁ ଜାଣନ୍ତି, ଏହା ତ ଭଲ ଲାଗେ କି ସେ ବିକାଶ କରୁଛି, ଆଗକୁ ବଢ଼ୁଛି । କିନ୍ତୁ ଗୋଟିଏ ସୀମା ପରେ ଯେଉଁ ବିକାଶ ହୋଇ ନାହିଁ ସେମାନେ ତାହାକୁ ତଳକୁ ଆଣିବା ପାଇଁ ଟାଣନ୍ତି । ଆଉ ସେତେବେଳେ ସ୍ଥିତି ସମ୍ଭାଳିବା ପାଇଁ ପାଞ୍ଚ-ପାଞ୍ଚ, ସାତ-ସାତ ବର୍ଷର ବ୍ୟବସ୍ଥା ଚାଲି ଯାଇଥାଏ । ଏହି ସନ୍ତୁଷ୍ଟ ହେବାର ବିନ୍ଦୁ କେବେ ଆସିବାକୁ ଦେବା ଉଚିତ ନୁହେଁ କି ଯେଉଁଠାରେ ପଛରେ ରହୁଥିବା ଲୋକ ଏତେ ପଛକୁ ଚାଲି ଯାଆନ୍ତୁ କି ଆଗକୁ ବଢ଼ୁଥିବା ଲୋକ ପଛକୁ ଆସୁଥିବା କାମକୁ ହିଁ ସେମାନଙ୍କ ଶକ୍ତି ଉପରେ ଛାଡ଼ି ଦିଅନ୍ତି ଆଉ ଉଭୟଙ୍କ  ମଧ୍ୟରେ ସମାନତା ଆସି ନଥାଏ । ପୁଣି ସେହି ରାଜ୍ୟ ସେଥିରୁ ବାହାରି ଆସି ପାରିନଥାଏ ।

ଏହି ସ୍ଥିତିକୁ ପରିବର୍ତ୍ତନ କରିବାର କୌଶଳ ଏହା ଥିଲା କି କ’ଣ ଆମେ ସମସ୍ୟା ଗୁଡ଼ିକରୁ କିଛି ମୁକ୍ତି ଦେଇ ପାରିବା କି? ଏବେ ଆପଣମାନେ ଅନେକ ପ୍ରକାରର କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି । ପ୍ରତ୍ୟେକ ଜିଲ୍ଲାର ସମସ୍ୟା ଗୋଟିଏ ପ୍ରକାରର ନୁହେଁ । ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ । କିନ୍ତୁ ଯେଉଁଠାରେ ଏହି ପାଞ୍ଚ କିମ୍ବା ଛଅ ମାନଦଣ୍ଡକୁ ନେଇ ଯିବା ତ ଫଳାଫଳ ନିଶ୍ଚିତ ନିମ୍ନରେ ରହୁଥିବା ଲୋକଙ୍କୁ ମିଳିପାରିବ, ସମସ୍ତଙ୍କୁ ତା’ରି ଉପରେ ଦୃଷ୍ଟି ଦେଇ ଗୋଟିଏ ଥର ସେହି ଉପଲବ୍ଧ ହାସଲ କରାଯାଇ ପାରିବ କି?

ଏହା ଏଇଥିପାଇଁ ଜରୁରି କି ଛୋଟ-ବଡ଼ ସମସ୍ତ କ୍ଷେତ୍ରରେ ଆପଣମାନଙ୍କର ଅନୁଭବ ଥିବ । ଆପଣ କେତେ ଉତ୍ସାହୀ ହୁଅନ୍ତୁ ନା କାହିଁକି, କେତେ ନିଷ୍ଠାବାନ ହୁଅନ୍ତୁ ନା କାହିଁକି, କେତେ କର୍ମତତ୍ପର ହୁଅନ୍ତୁ ନା କାହିଁକି, କିନ୍ତୁ ଆପଣଙ୍କୁ ଅଫିସରେ ପାଞ୍ଚ-ଦଶ ଜଣ ଲୋକ ତ ନିଶ୍ଚୟ ମିଳିଯିବେ ଆଉ କହିବେ, ଆଜ୍ଞା ସାହେବ, ଏଠାରେ କିଛି ହେବାର ନାହିଁ, ଆପଣ ଅଯଥାରେ ଆସିଛନ୍ତି, ଆପଣ ନୂଆ ତେଣୁ ଆପଣଙ୍କୁ ଜଣା ହିଁ ନାହିଁ । ସେ ଆପଣଙ୍କୁ ଏତେ ଜ୍ଞାନ ବାଣ୍ଟିବେ । ଆଉ ଏଥିପାଇଁ ଏହି ମାନସିକତାକୁ ବଦଳାଇବା ପାଇଁ ସଫଳତାର କାହାଣୀ ହେବା ବହୁତ ଜରୁରୀ । ଏହି ସଫଳତାର କାହାଣୀ ସେମାନଙ୍କର ଆତ୍ମ ବିଶ୍ୱାସର ସ୍ତରକୁ ମଜବୁତ କରିଥାଏ, ଚାଲନ୍ତୁ ଏହା କରିନେବା ।

ଆଉ ଏକ କଥା ଏଠାରେ ଆସୁଛି କି ତାହା ଏତେ ସରଳ ନୁହେଁ । ଗୋଟିଏ ହୋଇଥାଏ ଯାହା ଜନ ଆନ୍ଦୋଳନର ଚର୍ଚ୍ଚା ହୋଇଥାଏ । ଜନ ଆନ୍ଦୋଳନ କହିଦେଲେ ଜନଆନ୍ଦୋଳନ ଠିଆ ହୋଇ ନଥାଏ । ଛୋଟରୁ ବଡ଼ ଯାଏ ନକାରାତ୍ମକତାରେ ଜନ ଆନ୍ଦୋଳନର ସମ୍ଭାବନା ବହୁତ ସ୍ଫୁଲିଙ୍ଗ ରଖିଥାଏ । କିନ୍ତୁ ସକାରାତ୍ମକତା ପାଇଁ ଆପଣଙ୍କୁ ପ୍ରଥମେ ପ୍ରମୁଖ ଦଳକୁ ଶିକ୍ଷିତ କରିବାକୁ ପଡ଼ିଥାଏ । ସେମାନଙ୍କର ଚିନ୍ତାଧାରାକୁ ବୁଝିବାର ବହୁତ ଆବଶ୍ୟକତା ଥାଏ । ଧୀରେ-ଧୀରେ ଗୋଟିଏ ସ୍ତର, ଦୁଇଟି ସ୍ତର, ପାଞ୍ଚଟି ସ୍ତର, ସାତଟି ସ୍ତର ଯାହା ଆପଣ ଭାବନ୍ତି ତାହା ସେମାନେ ଚିନ୍ତା କରନ୍ତି ଏହିଭଳି ଏକ ବ୍ୟବସ୍ଥା ଅନୁସାରେ ଟିମ୍ ଠିଆ କରିବା; ଶେଷରେ ଏହି ଦୁଇ ଦିନ କର୍ମଶାଳା କ’ଣ ଥିଲା ତାହା ଏହା ଥିଲା କି ଯାହା ଭାରତ ସରକାରରେ ବସିଥିବା ଲୋକଙ୍କର ଟିମର ମନରେ ବିଚାର ଆସିଛି, ସେହି ବିଚାର ଆଉ ଆପଣଙ୍କ ବିଚାର ମଧ୍ୟରେ ମେଳ ହେଉ । ଦୁଇଟି ପଦକ୍ଷେପରେ ଏହାକୁ ହଟାଇବାକୁ ପଡ଼ିବ, ଦୁଇ ପାଦ ଆପଣଙ୍କୁ ବଢ଼ିବାକୁ ପଡ଼ିବ ଆଉ କେଉଁଠି ନା କେଉଁଠି ମେଳକ ବିନ୍ଦୁ ସ୍ଥିର କରିବାକୁ ପଡ଼ିବ । ଚିନ୍ତାଧାରାକୁ ସମାନ କରିବାକୁ ପଡ଼ିବ, ତେବେ ଯାଇ ତାହା ସଂପୂର୍ଣ୍ଣ ଭାବେ ଫଳପ୍ରସୂ ହେବ ।

ଏହି ଦୁଇ ଦିନର କସରତ ଆପଣ ମାନଙ୍କୁ ଜ୍ଞାନ ବାଣ୍ଟିବା ପାଇଁ ନଥିଲା । ଆପଣ  କିଛି ଜାଣି ନାହାଁନ୍ତି ଆଉ ଯେଉଁମାନେ ଏଠାରେ ବସିଛନ୍ତି ସେମାନଙ୍କୁ ସମସ୍ତ ଜ୍ଞାନ ଅଛି, ସେଇମାନେ ହିଁ ଆପଣଙ୍କୁ ସବୁକିଛି ଶିଖାଇଦେବେ, ଏହା ନୁହେଁ । ଆପଣଙ୍କ ପାଖରେ ଯେଉଁ ଅନୁଭବ ଅଛି, ତାଜା ସ୍ଥିତି ଅଛି ତା’ଉପରର ଲୋକମାନେ ମଧ୍ୟ ବୁଝିବେ ଆଉ ନୀତି ପ୍ରସ୍ତୁତ କରିବା ସମୟର ବ୍ୟୁହ ରଚନା କରିବା ସମୟରେ ଏହାକୁ ସେଥିରେ ସ୍ଥାନିତ କରିବେ ।

ଆଉ ଏଥିପାଇଁ ଯେପରି ଏହି କର୍ମଶାଳାର ନିଜସ୍ୱ ମହାତ୍ମ୍ୟ ରହିଛି, କ’ଣ ଆପଣ ଏଠାରେ ଜିଲ୍ଲାରେ, ତହସିଲ ସ୍ତରରେ କରି ପାରିବେ, ଜିଲ୍ଲା ସ୍ତରରେ କରି ପାରିବେ । ଏଭଳି ଏକ ଚିନ୍ତନର କାର୍ଯ୍ୟକ୍ରମ ଆଉ ସେହି ସ୍ଥାନୀୟ ଲୋକ ଭାବରେ କହନ୍ତୁ, କ’ଣ ହୋଇ ପାରିବ? ଆମର କ୍ଷମତା କ’ଣ ରହିଛି? ଆମର କ’ଣ ମର୍ଯ୍ୟାଦା ରହିଛି? ଠିକ୍ ଅଛି ଚାଲିବାର ଅଛି ବନ୍ଧୁ କିପରି ଚାଲିବେ । ଏହା ଯଦି ଆପଣ ପ୍ରଥମେ କରିଦେବେ ତ ହୋଇ ପାରେ କି ପରେ ଏହି ଜିନିଷକୁ, କାରଣ ଯେ ପର୍ଯ୍ୟନ୍ତ ଆପଣ କ’ଣ କରିବାକୁ ଚାହୁଁଛନ୍ତି, ତା’ଠାରୁ ଅଧିକ ଲୋକମାନଙ୍କୁ ପରିଚିତ କରାଇ ପାରିବେ ନାହିଁ ସେଥିରେ କୌଣସି ଆନନ୍ଦ ଆସିବ ନାହିଁ, ସେ ଯୋଡ଼ି ହେବ ନାହିଁ ।

ଧରିନିଅନ୍ତୁ ଗୋଟିଏ କୋଠରୀ ଭିତରେ କୌଣସି ଭଦ୍ର ବ୍ୟକ୍ତି ଅଛନ୍ତି । ସେହି ଘରର କବାଟରେ ଏକ ଛୋଟ କଣା କରିଦେବା ଆଉ ତାଙ୍କ ହାତ ବାହାରକୁ ଆସିଯିବ । ଆଉ ଲୋକଙ୍କୁ କହିବେ କି ଆସନ୍ତୁ ହାତ ମିଳାନ୍ତୁ । ହାତ ମିଳାଇବା ପାଇଁ ଧାଡ଼ିରେ ଲୋକ ଠିଆ ହୋଇ ରହିବେ । କ’ଣ ହେବ, ଆପଣ କଳ୍ପନା କରି ପାରୁଥିବେ । କିନ୍ତୁ ଆପଣଙ୍କୁ କୁହାଯିବ ଭିତରେ ସଚ୍ଚିନ ତେନ୍ଦୁଲକର ଅଛନ୍ତି, ଏହା ହେଉଛି ତାଙ୍କରି ହାତ । ହଠାତ୍ କିଭଳି ପ୍ରଭେଦ ଆସିଯିବ । ହାତ ମିଳାଇବାର ଉପାୟ, ବେଶ୍ ଉଷ୍ମତା ଆସିଯିବ । ଦେଖିନାହାଁନ୍ତି ଆପଣ, ଆପଣମାନଙ୍କୁ କୁହାଯାଇଛି ସୂଚନାର ଶକ୍ତି ରହିଥାଏ ଆଜ୍ଞା । ଯଦି ଆପଣ ଯାହାଙ୍କୁ କାମରେ ଆଣିବାକୁ ଚାହୁଁଛନ୍ତି ତାଙ୍କୁ ଜଣାଅଛି କି ଭାଇ ଏହା ହେଉଛି ଆଉ ସେଠାରେ ପହଂଚିବାର ଅଛି । ତୁମେ କଳ୍ପନା କର ତୁମ ପୁଅର ପୁଅ ଯେବେ ଦେଖିବେ ତ କେତେ ଗର୍ବ କରିବେ । ସେମାନେ ଯୋଡ଼ି ହେବା ଆରମ୍ଭ କରିଦେବେ ।

ଜନଭାଗିଦାରୀ- ଜନଭାଗିଦାରୀରେ ହୁଏ ନାହିଁ । ଆପଣ ଯେପର୍ଯ୍ୟନ୍ତ ଲୋକଙ୍କୁ ଯୋଡ଼ିବା ପାଇଁ ବ୍ୟବସ୍ଥିତ ଯୋଜନା କରିବେ ନାହିଁ । ସ୍ୱଚ୍ଛ ଭାରତ ଅଭିଯାନ-ଗଣମାଧ୍ୟମ ବହୁତ ବଡ଼ ସକାରାତ୍ମକ ଭୂମିକା ତୁଲାଇଛି, ତାହାର ଏକ ପ୍ରଭାବ ରହିଛି । ଉପରୁ ତଳ ପର୍ଯ୍ୟନ୍ତ ଟିମ୍ ବ୍ୟକ୍ତଗତ ଭାବେ ସେଥିରେ ନିଜକୁ ସପୃକ୍ତ କରିବାର ପ୍ରୟାସ କରିଛନ୍ତି । ତାହାର ଏକ ପ୍ରାକୃତିକ ପ୍ରଭାବ ଆସିଲା । ଆଉ ଯେ କେହି ସ୍ୱଚ୍ଛତା ଭିତରେ କିଛି ନା କିଛି ଯୋଗଦାନ କରୁଛନ୍ତି ଆଉ ବଡ଼ ଗର୍ବ ଅନୁଭବ କରୁଛନ୍ତି ଏବଂ ଆପଣମାନେ ଦେଖିଥିବେ ସ୍ୱଚ୍ଛତାର ଅଭିଯାନର ସଫଳତାର ମୂଳରେ ସବୁଠାରୁ ବଡ଼ ଶକ୍ତି ଦେଖୁଛି କି ତାହା ହେଉଛି ଛୋଟ-ଛୋଟ ପିଲାମାନେ । ସେମାନେ ଗୋଟିଏ ପ୍ରକାରରେ ଏହାର ଆମ୍ବାସଡର ପାଲଟି ଯାଇଛନ୍ତି ।

ଘରେ ମଧ୍ୟ, ଜେଜେ ବାପା ଥିବେ, କିଛି କରନ୍ତି ତ ଜେଜେ ଏହା କର ନାହିଁ, ମୋଦୀ ମହାଶୟ ମନା କରିଛନ୍ତି । ଏହି ଯେଉଁ ଶକ୍ତି ଅଛି ସନ୍ଦେଶ ଦେବା ପାଇଁ, ସେମାନେ ପରିବର୍ତ୍ତନ ଆଣି ଥାଆନ୍ତି । ଆମେ ସମାଜରେ, ଯେପରି ଧରି ନିଅନ୍ତୁ ଆମେ ଅପପୁଷ୍ଟିର ଚର୍ଚ୍ଚା କରୁଛୁ କିମ୍ବା ସୁପୋଷଣର ଚର୍ଚ୍ଚା କରୁ? ଆମେ ପଛୁଆ ଜିଲ୍ଲା କହିବା କି ପୁଣି ଆକାଂକ୍ଷିତ ଜିଲ୍ଲା କହିବା? କାରଣ ମାନସିକତା ବହୁତ ପ୍ରଭାବ ପକାଇଥାଏ ଆଜ୍ଞା ।

ଆମକୁ ଆମର ଶବ୍ଦମାଳାକୁ ସକାରାତ୍ମକ କରିବା ବହୁତ ଜରୁରୀ । ତା’ମଧ୍ୟ ସଂପୂର୍ଣ୍ଣ ଭାବେ ଏକ ସକାରାତ୍ମକ ଚିନ୍ତାଧାରାର କାରଣ ହେଉ । ଯଦି ଆମେ ଯାହା କହୁଛୁ ତ ଆପଣ ଦେଖନ୍ତୁ, ଆପଣ ନିଜ ଆଖ ପାଖରେ ମଧ୍ୟ ତାହାର ପ୍ରଭାବ ଦେଖି ପାରିବେ । ମୋର ଠିକ୍ ଭାବେ ମନେ ଅଛି ଯେ ଆମର ମୁମ୍ବାଇରେ ଜଣେ ବନ୍ଧୁ ଥିଲେ । ତାଙ୍କର ଏକ ସ୍ୱଭାବ ଥିଲା, ଆମ ଠାରୁ ବୟସରେ ବଡ଼ ଥିଲେ, ଏବେ ଗୁଜରାଟର ଲୋକଙ୍କୁ ଆଉ ବୋଧହୁଏ ଦେଶରେ ମଧ୍ୟ ମିଶୁଥିବେ ତ କିପରି ହୋଇଥିବେ, ଦେହ ପା’ କିପରି ଅଛି, ପଚାରିବାର ସ୍ୱଭାବ ଥାଏ । ଯଦି ତାଙ୍କୁ ପଚାରିଦେଲେ ଦେହ କିପରି ଅଛି ତ ପ୍ରଥମେ ଦଶ ମିନିଟ-ନିଦ ଆସୁ ନାହିଁ-ଅର୍ଥାତ ତାଙ୍କ କହିବାରେ ମଜା ଆସେ ତ ଆମେ ଯେଉଁମାନେ ସେମାନଙ୍କର ପରିଚିତ ଲୋକ ଥିଲୁ, ସେମାନେ ସମସ୍ତେ ଗୋଟିଏ ଦିନ ସ୍ଥିର କଲୁ ସେ ଯେତେବେଳେ ଭେଟ ହେବେ ତ ଦେହ ପା’ କଥା କେଉଁଠାରୁ ଆରମ୍ଭ କରିବେ? ଆମେ ସ୍ଥିର କଲୁ, ବାସ୍ତବିକତାର ସହ ସ୍ଥିର କଲୁ ଆଉ ଭେଟିବା ମାତ୍ରେ ହିଁ ବାଃ! ସାହେବ, ବହୁତ ବଢ଼ିଆ ଦିଶୁଛନ୍ତି, ସ୍ୱାସ୍ଥ୍ୟ ବହୁତ ଭଲ ଲାଗୁଛି । ଚେହେରାରେ ମଧ୍ୟ ଚମକ ଦେଖିବାକୁ ମିଳୁଛି । ଏପରି ପରିବେଶ ବଦଳି ଗଲା, ସେ କାନ୍ଦି-କୁନ୍ଥେଇ, ତାଙ୍କର କଥା କହିବାର ସ୍ୱଭାବ ପ୍ରାୟ ବଦଳି ଗଲା ।

ଆମେ ସକାରାତ୍ମକ ଭାବେ ଆମ କଥାକୁ ବର୍ଣ୍ଣନା କରି ଅପପୁଷ୍ଟିର ଚର୍ଚ୍ଚା କାମରେ ଆସିବ, ପୁଣି ସୁପୋଷଣର ଚର୍ଚ୍ଚା କାମରେ ଆସିବ? ଆପଣ ନିଜେ ଅନୁଭବ କରୁଥିବେ କି ଆମେ କେଉଁ ଦିଗରେ ଯିବା? ଦେଖନ୍ତୁ ଆଶା କର୍ମୀ, ସେ ଶବ୍ଦକୁ ନିଜର ଶକ୍ତି କରିଛନ୍ତି, ସେହି ମହିଳା କେଉଁଠାରେ କାମ କରୁଛନ୍ତି କ’ଣ କରୁଛନ୍ତି ଇତ୍ୟାଦି ଇତ୍ୟାଦି; କିନ୍ତୁ ଶବ୍ଦ ଏଭଳି କି ଲୋକଙ୍କୁ ଲାଗିଥାଏ, ହଁ ବନ୍ଧୁ, କିଛି ମୋ ପାଇଁ ଅଛି ।

ଆମେ ସାମାନ୍ୟ ଭାଷା ସହିତ ଯୋଡ଼ି ହୋଇ ଏପରି ବର୍ଣ୍ଣନା କରିବା, ପ୍ରତ୍ୟେକ ଭାଷା ଅଲଗା ହୋଇଥାଏ । ଗୋଟିଏ ଶବ୍ଦ ଆମ ଦେଶର ସବୁ ଅଂଚଳରେ ଚଳେନାହିଁ । କିନ୍ତୁ ଆମେ ସ୍ଥାନୀୟ ଭାଷାରେ ଏହାକୁ ଏପରି ଭାବରେ ବିକାଶ କରିବା ଦରକାର ।

ଦ୍ୱିତୀୟରେ, ଧରିନିଅନ୍ତୁ ଆମେ କୁପୋଷଣର ଚର୍ଚ୍ଚା କରୁଛେ । କ’ଣ କେବେ କୁପୋଷଣର ପ୍ରବନ୍ଧ ପ୍ରତିଯୋଗିତା ହୋଇ ପାରିବ? ଏବେ ଆପଣଙ୍କୁ ଲାଗିବ କି ପେଟକୁ ଯାଇଥିବା ସୁପୋଷଣ ଏବେ କେଉଁଠିକୁ ଯାଉଛି, ଏହି ମୋଦୀ ମହାଶୟ କବିତା ପାଠ କରାଉଛନ୍ତି । କିନ୍ତୁ ଆପଣ ଦେଖନ୍ତୁ ସ୍କୁଲରେ, ଶିକ୍ଷକଙ୍କ ଇଚ୍ଛା  ହେବ ଯେ, ସୁପୋଷଣକୁ ନେଇ କିପରି କବିତା ଲେଖାଇବେ । କୁପୋଷଣର କୌଣସି ନାଟ୍ୟ କାର୍ଯ୍ୟକ୍ରମ ହୋଇପାରେ କି? ମୋର ଠିକ୍ ଭାବରେ ମନେ ଅଛି ଯେ ମୁଁ ଥରେ ଗୋଟିଏ ଅଙ୍ଗନବାଡିକୁ ଯାଇଥିଲି ତ ସେହିଠାରେ ସେହି ପିଲାମାନେ 15 ମିନିଟର ଏକ ନାଟକ ସେଠାରେ କରିଥିଲେ । କିଏ ଟମାଟୋ ହୋଇ ଆସିଲା, କିଏ ଗାଜର ହୋଇ ଆସିଲା, କୋବି ଆସିଲା: ଆଉ ପୁଣି ସେ ଆସି ସଂଳାପ କହୁଥିଲା କି ମୁଁ ହେଉଛି ଗାଜର, ଗାଜର ଖାଇବା ଦ୍ୱାରା ଏହା ହୋଇଥାଏ । ସମସ୍ତ ପିଲାମାନଙ୍କୁ ଜଣାପଡିଗଲା କି ହିଁ ଗାଜର ଖାଇବା ଦରକାର । ଏବେ ମାଆ କେତେ କରି କହିଲେ ମଧ୍ୟ ସେ ହାତ ଲଗାଉ ନଥିଲା । କିନ୍ତୁ ସ୍କୁଲରେ ପିଲା କହିବା ପରେ ଘରକୁ ଯାଇ ମାଗିବାକୁ ଲାଗିଲା କି ମାଆ ଗାଜର ଖାଇବି । ମୋର କହିବାର  ତାତ୍ପର୍ଯ୍ୟ ଏହା କି ଯେଉଁ ଜନଆନ୍ଦୋଳନ ଠିଆ ହୋଇଥାଏ ଭଲ ସ୍ଳୋଗାନ ପ୍ରତିଯୋଗିତା ମାଧ୍ୟମରେ, ଆମେ ଲୋକଙ୍କୁ ଯୋଡ଼ି ପାରିବା କି? ଆରମ୍ଭରେ ସେ ସୁପୋଷଣ କରାନ୍ତି ନାହିଁ କିନ୍ତୁ ଧୀରେ-ଧୀରେ ଗତିଶୀଳ ହୋଇଥାଏ ଆଉ ପୁଣି ଆମେ ସେଭଳି ଭୋଜନ କରିବା ।

ଆମେ ସେହି କ୍ଷେତ୍ରର ପ୍ରମୁଖ ଲୋକଙ୍କୁ ଭେଟିବା, ସେମାନଙ୍କୁ କହିବା କି ଆପଣଙ୍କ ପରିବାରରେ କାହାର ଜନ୍ମଦିନ ଆସୁଛି, କାହାର ବିବାହ ବାର୍ଷିକୀ ଆସୁଛି, କାହାର ଶ୍ରାଦ୍ଧ ଦିବସ ଆସୁଛି, ଆପଣ ସେହିଦିନ ରୋଷେଇ କରି ନିଜେ ଆସନ୍ତୁ, ଅଙ୍ଗନୱାଡ଼ିର ପିଲାଙ୍କ ସହିତ ବସନ୍ତୁ, ନିଜେ ପରଶନ୍ତୁ । ଆପଣ ଦେଖିବେ ବର୍ଷରେ ଏଭଳି ଭାବରେ ଆପଣଙ୍କୁ 70-80 ଦିନ ତ ମିଳିଯିବ ଆଉ ତାଙ୍କୁ ମଧ୍ୟ ସନ୍ତୋଷ ମିଳିବ କି ଭାଇ ଅଙ୍ଗନୱାଡ଼ିର 40 ପିଲାଙ୍କୁ ମୁଁ ଆଜି ଯାଇ ପାଖରୁ ଦେଖିଛି । ଏକ ଏଭଳି ପରିବେଶ ସୃଷ୍ଟି ହେବ, ଆପଣ ପରିବର୍ତ୍ତନ ଦେଖିପାରିବେ । ଏବେ ଆମେ ସ୍କୁଲ ଛାଡ଼ୁଥିବା ପିଲାଙ୍କ କଥା ଦେଖିବା । କେବେ ଅଙ୍ଗନୱାଡ଼ିର ପିଲାମାନଙ୍କର ଭ୍ରମଣ କାର୍ଯ୍ୟକ୍ରମ ହେଉଥିବ, କୌଣସି ଜାଗା ହୋଇଥାଏ ଯେଉଁଠାରେ ଏହି ପ୍ରକାରର କାର୍ଯ୍ୟକ୍ରମ ଅଛି ସେଠାରେ? ତ କ’ଣ କରିଥା’ନ୍ତି ନା ଦିନରେ ମନ୍ଦିରକୁ ପିଲାଙ୍କୁ ନେଇଯିବା, ନଦୀ ଥିବ ତ ନଦୀ କୂଳରେ ଯାଇ ଠିଆ ହେବା, କୌଣସି ବଗିଚା ଥିବ ତ ସେଠାକୁ ନେଇ ଯିବେ, କ’ଣ କେବେ ଏପରି ସ୍ଥିର କରି ପାରିବା କି ମାସରେ ଗୋଟିଏ ଦିନ ଅଙ୍ଗନୱାଡ଼ିର ପିଲାମାନଙ୍କୁ ନେଇ କରି ସେଠାକାର ପ୍ରାଥମିକ ବିଦ୍ୟାଳୟକୁ ଯିବା । ସେହି ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ଖେଳୁଥିବାର ଦେଖିବେ । ସେମାନଙ୍କ ସାଙ୍ଗରେ ଖେଳିବାକୁ ପଡ଼ିବ ଆଉ ହୋଇପାରେ ସେହିଦିନ ଅଙ୍ଗନୱାଡ଼ିର ପିଲାମାନେ ସେମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ ଖାଇବେ । ସେହି ଅଙ୍ଗନୱାଡ଼ିର ପିଲାମାନଙ୍କ ମନରେ ଭାବ ସୃଷ୍ଟି ହେବ କି ମୋତେ ଆଗକୁ ଏହି ସ୍କୁଲକୁ ଆସିବାର ଅଛି । ମୋତେ ଏବେ ତ ଏଠାକୁ ଆସିବାର ଅଛି । ଏହା ହେଉଛି ଭଲ ସ୍କୁଲ, ହେଉଛି ବଡ଼ ସ୍କୁଲ, ଭଲ ପଡ଼ିଆ ଅଛି, ଭଲ ଖେଳ ଶିଖାଉଛନ୍ତି । ଜିନିଷ ଛୋଟ ହୋଇଥାଏ କିନ୍ତୁ ପରିବର୍ତ୍ତନ ଆରମ୍ଭ ହୋଇଥାଏ ।

ମୁଁ ଏକ ଛୋଟ କାମ ଟିଏ ଆରମ୍ଭ କରିଥିଲି ବୋଧହୁଏ ଆପଣମାନଙ୍କୁ ଜଣାଥିବ । ମୁଁ କୌଣସି ବିଶ୍ୱ ବିଦ୍ୟାଳୟର ସମାବର୍ତନ ଉତ୍ସବ ପାଇଁ ଯେତେବେଳେ ମୋତେ ଡାକନ୍ତି ତ ମୁଁ ସେମାନଙ୍କୁ ଅନୁରୋଧ କରିଥାଏ କି ମୁଁ ସମାବର୍ତ୍ତନକୁ ଆସିବି କିନ୍ତୁ ମୋର 50 ସ୍ୱତନ୍ତ୍ର ଅତିଥି ହେବେ । ସେମାନଙ୍କୁ ଆଗ ଧାଡ଼ିରେ ବସାଇବାକୁ ହେବ । ସେ ଯାହା ହେଉ, ପ୍ରଧାନମନ୍ତ୍ରୀ କହିବେ ତ କିଏ ମନା କରିବେ ଆଉ ସେମାନଙ୍କୁ ମଧ୍ୟ ଲାଗିଥାଏ କି ହୋଇପାରେ ବିଜେପିର ଲୋକଙ୍କୁ ଡାକିବେ । ଏଭଳି ଭାବିଥା’ନ୍ତି, ମର୍ଯ୍ୟାଦା ତ ତାହା ହିଁ ହୋଇଥାଏ । ପୁଣି ମୁଁ କହୁଛି କି ସରକାରୀ ସ୍କୁଲ, ଯେଉଁଠାରେ ଗରିବ ପିଲା ପଢ଼ନ୍ତି ଏଭଳି 50 ପିଲାଙ୍କୁ ଆପଣ ସମାବର୍ତ୍ତନ ଉତ୍ସବରେ ଆଣି ବସାନ୍ତୁ ଆଉ ପୁଣି ମୁଁ ସମାବର୍ତ୍ତନ ପରେ ସେହି ପିଲାଙ୍କ ସହିତ କଥା ହୁଏ । ମୁଁ ଦେଖେ କି ସେହି ପିଲାମାନଙ୍କୁ ମଧ୍ୟ ଯେତେବେଳେ କୌଣସି ଗାଉନ୍ ପିନ୍ଧି ଆସିବାକୁ ପଡ଼ିଥାଏ, ଟୋପି ପିନ୍ଧି କରି ଆସନ୍ତି, ପ୍ରମାଣ ପତ୍ର ନିଅନ୍ତି ତ ସେହି ପିଲାଙ୍କ ମନରେ ମଧ୍ୟ ସଂସ୍କାର ରହିଥାଏ, ମୁଁ ମଧ୍ୟ କେବେ ସେଠାରେ ହୋଇ ପାରେ । ଗୋଟିଏ କାମ ଯାହା ବହୁତ ବଡ଼ ଭାଷଣ କରିପାରି ନଥାଏ, ତାହାପିଲାଙ୍କ ମନରେ ଏକ ଆକାଂକ୍ଷା ସୃଷ୍ଟି ହୋଇଥାଏ । ଆକାଂକ୍ଷିତ ଜିଲ୍ଲାଗୁଡ଼ିକ ପାଇଁ ଏହା ବହୁତ ଆବଶ୍ୟକ କି ସେଠାକାର ଜନ ସାଧାରଣଙ୍କ ମଧ୍ୟରେ ଆକାଂକ୍ଷା ଅଛି, ସେ ଆକାଂକ୍ଷାକୁ ଆମେ ଚିହ୍ନଟ କରିବା । ନୂତନ ଆଶା ଜାଗ୍ରତ କରିବା ପାଇଁ ମୁଁ କହୁନାହିଁ, ପଡ଼ି ରହିଛି ତାକୁ ସଠିକ୍ ଧାରାରେ ଚଲାଇବା । ଆମେ ଏହି ପ୍ରକାରରେ ଜନ ଭାଗିଦାରୀ ସହିତ କିଛି କରି ପାରିବା ।

ଆମର ଯେତେ ଯୋଜନା ରହିଛି । କ’ଣ ସ୍କୁଲରେ ସକାଳେ ଯେତେବେଳେ ପ୍ରାର୍ଥନା ସଭା ହୋଇଥାଏ, ପ୍ରତ୍ୟେକ ସ୍କୁଲରେ ହୁଏ । କୁହନ୍ତୁ ଆମର 2022ର ଲକ୍ଷ୍ୟ ଉପରେ ଆଜି କିଏ କହିବ, ସ୍ୱାସ୍ଥ୍ୟ ଉପରେ କିଏ କହିବ, ପୁଷ୍ଟିସାଧନ ଉପରେ କିଏ କହିବ । ପ୍ରତ୍ୟେକ ଦିନ 10 ମିନିଟ୍ କେହି ନା କେହି ପିଲା କୌଣସି ନା କୌଣସି ଗୋଟିଏ ପ୍ରକଳ୍ପ ଉପରେ କହିବେ । ପବନରେ ଏହି ସବୁ ସ୍ୱୟଂ ସଂଚାଳିତ ହୋଇଯିବ । ମୋର କହିବାର ଏହା ତାତ୍ପର୍ଯ୍ୟ କି ଯେ ପର୍ଯ୍ୟନ୍ତ ଆମେ ଏହି ଜିନିଷକୁ ଜନ ସାଧାରଣଙ୍କ ସହିତ ଯୋଡ଼ିବା ନାହିଁ, ଆମେ ପରିଣାମ ପାଇ ପାରିବା ନାହିଁ ।

ଦ୍ୱିତୀୟତଃ, କେଉଁଠି ନା କେଉଁଠି ଆମେ, ଧରି ନିଅନ୍ତୁ ଛଅଟି ଲକ୍ଷ୍ୟ ସ୍ଥିର କରିଛୁ, ଗୋଟିଏ ଜାଗାରେ ଏକ ଭଲ ଭାବରେ ହୋଇଯିବ, ଦ୍ୱିତୀୟଟି ଭଲ ହେବ । ଏହି 6-10-15 ଯାହା ମଧ୍ୟ ସ୍ଥର କରିବା, କେଉଁଠି ନା କେଉଁଠି 3-4 ମାସରେ ମଡେଲ ଭାବରେ ବିକଶିତ କରି ପାରିବା କି? ଆଉ ଲୋକଙ୍କୁ ପୁଣି ନେଇ ଯିବା, ଆସନ୍ତୁ ଭାଇ ଦେଖନ୍ତୁ, ଏହା ଦେଖନ୍ତୁ କିପରି ହୋଇଥାଏ, ଆପଣଙ୍କ ଏଠାରେ ହୋଇ ପାରିବ ପୁଣି ସେମାନଙ୍କୁ ଲାଗିବ କି ସେମାନଙ୍କର ନିଜ ଜିଲ୍ଲାରେ ଅମୁକ ଗାଁରେ ହୋଇଗଲା, ଚାଲନ୍ତୁ ଆମ ଗାଁରେ ମଧ୍ୟ କରି ପାରିବା । ଏହାକୁ ଯଦି ଆମେ ପରମ୍ପରା କରିନେବା ତ ମୋର ବିଶ୍ୱାସ ଅଛି କି ଏ ଯେଉଁ 115 ଜିଲ୍ଲା ଆମେ ଲକ୍ଷ୍ୟ ରଖିଛୁ ତାହା ପୂରଣ ହେବ ।

ଏବେ ଗୋଟିଏ ବିଷୟ ହେଉଛି କି ଭିତ୍ତିଭୂମିର । ଏହା ସମସ୍ତଙ୍କର ଦାବି ରହିଥାଏ କି ରାସ୍ତା ତିଆରି କର, ରାସ୍ତା ତିଆରି କର । କେବେ ବଜେଟ କମ୍ ହୋଇଥାଏ କିନ୍ତୁ ଯଦି ଆପଣ ତାହାକୁ ଦାୟିତ୍ୱର ସହିତ କରିବେ ତ ରାସ୍ତା ତିଆରି ହୋଇଯିବ, କିନ୍ତୁ ଆମେ ତାହା ଉପରେ ଆଜି ଏକ ପାଖିଆ ରାସ୍ତା କରିଦେବା କି ରାସ୍ତା ତିଆରି ହେବ ତ ଏହିଭଳି ଭାବେ ହେବ କିନ୍ତୁ ରାସ୍ତା ସେତେବେଳେ ତିଆରି ହେବ, ଯେତେବେଳେ ଆପଣ ରାସ୍ତାର ଦୁଇ ପାଖରେ ଗଛ ଲଗାଇବେ ଆଉ ଗଛ ଯେତେବେଳେ ପାଞ୍ଚ ଫୁଟର ହେବ ଆପଣଙ୍କ ରାସ୍ତା ସଂପୂର୍ଣ୍ଣ ହୋଇଯିବ । ଆପଣ ଦେଖିବେ ସେହି ଗାଁ ଲୋକ ଦାୟିତ୍ୱ ନେବେ । ରାସ୍ତା କଡ଼ରେ ଏବେଠାରୁ ଗଛ ଲଗାଇବା ଆରମ୍ଭ କରିଦେବେ ଆଉ ପରେ ରାସ୍ତା କାମ କରିବାର ଅଛି ତ ମନରେଗା ଅଧୀନରେ କାମ ଆରମ୍ଭ ହୋଇଯିବ, ଠିକାଦାର ଆସିଯିବେ । ସେମାନଙ୍କର ଆଶା ଆମ ସରକାରଙ୍କର ଯୋଜନା, ଏହି ଦୁଇଟିର ମେଳକ ବିନ୍ଦୁ ସେମାନଙ୍କର ଭାଗିଦାରୀ ହେବା ଦରକାର । ଯେତେ ଅଧିକ ଭାଗିଦାରୀ ବଢ଼ିଥାଏ, ସେତେ ସରଳତା ବଢ଼ିଥାଏ । ଆଉ ଏକ ସମସ୍ୟା ରହିଥାଏ ଆମର ଜଣେ ଅଧେ ଅଫିସର ବହୁତ ସୃଜନଶୀଳ ହୋଇଥାଆନ୍ତି, ବହୁତ ଦକ୍ଷ ହୋଇଥାଆନ୍ତି ଆଉ ଅନେକ ନୂଆ-ନୂଆ ଜିନିଷ କରିଥାଆନ୍ତି କିନ୍ତୁ ସେମାନେ ଚାହିଁ ଥାଆନ୍ତି କି ସେହି ଜିନିଷ ସେମାନଙ୍କ ସହିତ ଚାଲିଯାଏ ଆଉ ଅଧିକାଂଶ ରାଜ୍ୟରେ ଦୁର୍ଭାଗ୍ୟ କ୍ରମେ ହୋଇଥାଏ । ଗୋଟିଏ ପ୍ରକାରରେ ସ୍ଥିରତା ଦରକାର ତାହା କମ୍ ହୋଇଥାଏ କେବେ ଗୋଟିଏ ବର୍ଷରେ କେବେ ଦେଢ଼ ବର୍ଷରେ ବଦଳି ହୋଇ ଯାଇଥାଏ ତ ଏହା ଏକ ଚିନ୍ତାର ବିଷୟ ହୋଇଥାଏ । ସେ ଯାହା ହେଉ, ଯେଭଳି ପରିଣାମ ମିଳିବ ତ ତାହାର ମଧ୍ୟ କିଛି ନା କିଛି ରାସ୍ତା ଖୋଜାଯିବ କିନ୍ତୁ ଯଦି ଆମେ ଟିମ୍ ଗଠନ କରିବା । ଆମେ ନେତୃତ୍ୱ ଆମ ପାଖରେ ଥାଉ ବା ନଥାଉ, ଯିଏ ମଧ୍ୟ ଆସିବ ଏହି ଟିମ୍ ଭଲ ହେବ, କାମର ବିଭକ୍ତୀକରଣ ହେବ, ରୂପରେଖ ସ୍ୱଚ୍ଛ ହେବ, ବ୍ୟବସ୍ଥିତ ଭାବେ ଅନୁଧ୍ୟାନ ହେବ, ସମୟବଦ୍ଧ ଭାବେ କାର୍ଯ୍ୟାନ୍ୱୟନ ହେବ, ଆପଣ ନିଜକୁ ନିଜେ ପରିଣାମ ପ୍ରାପ୍ତ କରି ପାରିବେ ଆଉ ଏହି ପରିଣାମ ପ୍ରାପ୍ତ କରିବା ଦିଗରେ, ମୁଁ ମାନୁଛି କି ଆମମାନଙ୍କ ପ୍ରୟାସ କରିବା ଦରକାର । ଯେଉଁ ଆଗ୍ରହ ଏବଂ ଉତ୍ସାହ ମୁଁ ଦେଖୁଥିଲି ଆପଣ ତାହାକୁ ବହୁତ ଭଲ ଭାବେ କରି ପାରିବେ । ଆପଣମାନଙ୍କୁ ଅନୁମାନ ନାହିଁ କି ଯେଉଁ ସମାଜରେ 115 ଜିଲ୍ଲାଗୁଡ଼ିକ ଗୋଟିଏ ସ୍ତରରେ ଯେଉଁମାନେ ସେମାନଙ୍କ ଉପରେ ବୋଝ ହୋଇ ସାରିଛନ୍ତି, ସେଥିରୁ ମୁଣ୍ଡ ଉଠାଇ ବାହାରି ଆସିବା ତ ପୁଣି ସେମାନେ କେବେ ଅଟକି ଯିବେ ନାହିଁ ।

ଆପଣମାନେ ମଧ୍ୟ ଦେଖିଥିବେ କି ହିନ୍ଦୁସ୍ଥାନରେ ଏପରି ଅନେକ ଜାଗା ଅଛି ଯେଉଁଠାରେ ଗୋଟିଏ ଅଧେ କାରଣ ହୋଇଗଲା ଆଉ ପରେ ସେଠାରେ ଏପରି ସମୟର ପରିବର୍ତ୍ତନ ଆସିଲା କି ସଂପୂର୍ଣ୍ଣ ଅଂଚଳ ବିକଶିତ ହୋଇଗଲା । ଦେଖିଥିବେ ଆପଣମାନେ, ହିନ୍ଦୁସ୍ଥାନରେ 50-100 ଜାଗା ଏପରି ମିଳିଯିବ କି ହଠାତ୍ ବିକାଶ ହୋଇଗଲା । ଆପଣ ଥରେ ଏହି ପ୍ରକାରରେ ବାହାରି ଆସିବେ ଆପଣ ଦେଖିବେ ଜିନିଷ ବାହାରିବା ଆରମ୍ଭ ହୋଇଯିବ । ଥରେ 115 ଜିଲ୍ଲାଗୁଡ଼ିକରେ ଯଦି 10-10 ପାଦ ମଧ୍ୟ ଆଗକୁ ବଢ଼ିଯିବେ, ଆପଣ କଳ୍ପନା କରି ପାରିବେ କି ଦେଶର ମଧ୍ୟ ହିସାବକିତାବ କେତେ ବଦଳିଯିବ । ପୁଣି ସରକାରଙ୍କୁ ମଧ୍ୟ ଲାଗିବ କି ବଜେଟ ଦେବାର ଅଛି ତ ଏଠାକୁ ଦିଅନ୍ତୁ, ଏଠାକୁ ଅଗ୍ରାଧିକାର ଦିଅନ୍ତୁ ।

କେବେ-କେବେ ମନୁଷ୍ୟର ସ୍ୱଭାବ ହୋଇଥାଏ କି ଆମେ ଟ୍ରେନରେ ଯିବା, ସଂରକ୍ଷଣ ହୋଇଥାଉ କିନ୍ତୁ ମନ ହୋଇଥାଏ କି ଝରକା ପାଖ ସିଟ୍ ମିଳିଯାଏ ତ ଭଲ ହେବ । ଉଡ଼ାଜାହାଜ ହେବ ତ ଗୋଡ଼ ଖୋଲା ରଖିବାର ଜାଗା ନଥିବ ତ ମନ ହୋଇଥାଏ କି ହେଲ୍ଥ ସିଟ୍ ମିଳିବ ତ ବହୁତ ଭଲ ହେବ, ଟିକେ ଗୋଡ଼ ଲମ୍ବାଇ ବସିହେବ । ମନୁଷ୍ୟର ସ୍ୱଭାବ ହୋଇଥାଏ ଆଉ ତାହା ହେଉଛି ଖରାପ, ମୁଁ ଏହା ମାନେ ନାହିଁ । ଯେବେ ଆପଣଙ୍କ ନିଯୁକ୍ତି ହେବ ତ ପ୍ରତ୍ୟେକ ରାଜ୍ୟରେ 3-4 ଟି ବହୁତ ଭଳ ଜିଲ୍ଲା ଥିବ, 3-4 ଟି ବହୁତ ଖରାପ ଜିଲ୍ଲା ଥିବ ଆଉ ଯେଉଁ ଦିନ ନିଯୁକ୍ତି ମିଳିବ ତ ଆପଣଙ୍କ ବନ୍ଧୁ ହିଁ କହିବେ ଆରେ ସାଙ୍ଗ ମରିଗଲା । ଚାଲ ବନ୍ଧୁ ଚିନ୍ତା କରିବାର ନାହିଁ ଛଅ ଆଠ ମାସ ବିତାଇ ଦିଅ । ଅର୍ଥାତ ସେହିଠାରୁ ହିଁ ଆରମ୍ଭ ହୋଇ ଯାଇଥାଏ । ମୁଁ ଏହା ଭାବୁଛି କି ଯେଉଁ ସବୁ ଜିଲ୍ଲା ବିକଶିତ ହୋଇଥାଏ ଯେକୌଣସି ଉପାୟରେ ସେମାନଙ୍କ ଗାଡ଼ି ଚଲାଇନେବା । ସେଠାରେ ଏହି ଯୁବ ଅଫିସରମାନେ ସେମାନଙ୍କର ଭାଗ୍ୟ ଉଜ୍ୱଳ କରି ପାରିବେ ନାହିଁ । ପୁଣି ସେ ଗୋଟିଏ ଧାରାରେ ପଡ଼ିଯାଆନ୍ତି ଆଉ ଆଗକୁ ସେମାନଙ୍କର ଜୀବନ ସେହି ଭଳି ଭାବେ ଚାଲିଥାଏ କିନ୍ତୁ ଏକ କଷ୍ଟକର ସମୟରେ ଯିଏ ପହଂଚିଛି, ଯିଏ କଷ୍ଟ ଅନୁଭବ କରିଥାଏ, ତାଙ୍କର ଯେଉଁ ବିକାଶ ହୋଇଥାଏ ମୁଁ ବୁଝି ପାରୁଛି ବୋଧ ହୁଏ କିଛି ବର୍ଷ ପାଇଁ ନିଜ ସାଙ୍ଗ ମାନଙ୍କ ଦୃଷ୍ଟିରେ ଖରାପ ଜାଗାରେ ନିଯୁକ୍ତି ହୋଇଥାଏ, ପଦବୀ ତଳକୁ ଗଲା ଭଳି ଲାଗିଥାଏ, କିନ୍ତୁ ଯେତେବେଳେ ଜୀବନର ହିସାବ ଲଗାଇବେ ତ ତାଙ୍କୁ ମିଳିବ କି ମୋ ଜୀବନରେ ଏହି ଯେଉଁ କଷ୍ଟକର ସମୟ ଥିଲା ସେ ମୋତେ ଆହୁରି ଉଜ୍ଜ୍ୱଳ କଲା, ତାହା ମୋତେ ତିଆରି କଲା, ତାହା ମୋତେ ଜୀବନ ଜୀଇଁବାର ଶକ୍ତି ଦେଲା ।

ଆପଣ ଦେଖି ନିଅନ୍ତୁ ଯେତେ ବଡ଼ ଅଫିସର ଥିବେ, କେବେ ସେ କଥା କହିବେ ତ ଆପଣଙ୍କୁ ସେଥିରୁ ଜଣା ପଡ଼ିବ କି ଠିକ୍ ଅଛି ଆପଣ ପରିଶ୍ରମ କଲେ, ପରୀକ୍ଷା ପାସ୍ କରିନେଲେ, ମସୁରୀ ଯାଇ ଆସିଲେ, ପ୍ରଶିକ୍ଷଣ ହୋଇଗଲା, କାମରେ ଲାଗି ଗଲେ । କିନ୍ତୁ ଜୀବନରେ ଆପଣ ଯେଉଁ ପର୍ଯ୍ୟନ୍ତ ପହଂଚିଲେ, ସେହି ଏକା ଭଳି ମନପ୍ରାଣ ଦେଇ କାମ କରୁଛନ୍ତି, କାରଣ ଦେଖନ୍ତୁ, ସେ ଜଣାଇବେ କି ମୁଁ ନୂଆ-ନୂଆ ଉପ ନିର୍ଦ୍ଦେଶକ ଥିଲି ତ ସେଠାକୁ ଯାଇଥିଲି । ସେଠାରେ ରହି ଏପରି ହେଲା, ସେ ମୋ ଜୀବନ ବଦଳାଇ ଦେଲା । ସେଠାରେ ରହି ଏପରି ହୋଇ ଆସିଲି ଯାହା ମୋ ଜୀବନକୁ ବଦଳାଇ ଦେଲା । ଯେତେ ମଧ୍ୟ ବଡ଼ ଲୋକ ହୁଅନ୍ତୁ ସେମାନଙ୍କ ଜୀବନରେ ମଧ୍ୟ ଏଭଳି କଥା ସବୁବେଳେ ଦେଖିବାକୁ ମିଳିଥାଏ । ଆଉ ସେହି ଲୋକ ଯେଉଁମାନେ ଜୀବନର ପ୍ରାରମ୍ଭିକ ସମୟରେ ଏକ ପ୍ରକାରରେ ସୁନା ଚାମଚ ନେଇ କରି ଜନ୍ମ ହୋଇଥାଆନ୍ତି, ସେମାନଙ୍କୁ ଭଲ ନିଯୁକ୍ତି ମିଳିଥାଏ, ଭଲ ବଙ୍ଗଳା ମିଳିଯାଇଥାଏ । ଦୁଇ ଏକର ଜମି ପରିମିତ ବଙ୍ଗଳାଟି ଥାଏ । ତା’ପରେ କଷ୍ଟ ସହିବା କଷ୍ଟକର ହୋଇ ପଡ଼ିଥାଏ । ପୁଣି ସେ ସହଜରେ ଯିବାକୁ ଚେଷ୍ଟା କରିଥାଏ, ନିଜେ ନିଜର ଗୁଜରାଣ ମେଣ୍ଟାଇଥାଏ ।

ମୁଁ ବୁଝି ପାରୁଛି ଯେଉଁମାନଙ୍କ ଦାୟିତ୍ୱରେ 115 କଷ୍ଟକର ଜିଲ୍ଲା ଅଛି, ମୁଁ ସେମାନଙ୍କୁ ଭାଗ୍ୟବାନ ମାନୁଛି କି ସେମାନଙ୍କୁ ଜୀବନରେ ସନ୍ତୋଷ ପାଇବାର ଅବସର ମିଳିଛି । ଯେଉଁଠାରେ ଭଲ ଅଛି ସେଠାରେ ଅଧିକ ଭଲକୁ କେହି ଧ୍ୟାନ ଦିଅନ୍ତି ନାହିଁ । ଭଲ ହେଉ, ସେଠାରେ ଅଧିକ ଭଲ, ଆପଣଙ୍କୁ ମଧ୍ୟ ରାତିରେ ଭଲ ନିଦ ଦେଇ ନଥାଏ । ଆରେ ବନ୍ଧୁ ଚାଲୁଥିଲା, ତାହା’ତ ପ୍ରଥମେ ମଧ୍ୟ ଥିଲା । କିନ୍ତୁ ଯେଉଁଠାରେ କିଛି ନାହିଁ, ଯେଉଁଠାରେ ମରୁଭୂମିରେ ଯଦି କିଏ ଗୋଟିଏ ଗଛ ଉତ୍ପନ୍ନ କରି ଦେଇଥାଏ ତ ତାକୁ ଜୀବନରେ ଏକ ଆତ୍ମ ସନ୍ତୋଷ ମିଳିଥାଏ । ଆପଣ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କୁ ସେହି ଆହ୍ୱାନ ମିଳିଛି ଯେଉଁମାନଙ୍କ ପାଖରେ ସାମର୍ଥ୍ୟ ପଡ଼ି ରହିଛି, ଯେଉଁ ସାମର୍ଥ୍ୟରେ ଆପଣ ଏକ ନୂଆ ପରିସ୍ଥିତିକୁ ପ୍ରାପ୍ତ କରି ପାରିବେ । ଆଉ ଆପଣ ନିଜେ ନିଜର ମୂଲ୍ୟାଙ୍କନ କରି ପାରିବେ । ମୁଁ ଏଠାରୁ ଆରମ୍ଭ କରିଥିଲି, ମୁଁ ଏଠାରେ ପହଂଚାଇଥିଲି । ଆହ୍ୱାନଗୁଡ଼ିକର ନିଜର ଏକ ଶକ୍ତି ହୋଇଥାଏ ଆଉ ମୁଁ ସେହି ଲୋକଙ୍କୁ ଭାଗ୍ୟବାନ ମାନୁ ନାହିଁ କି ଯେଉଁମାନଙ୍କ ଜୀବନରେ କେବେ ଆହ୍ୱାନ ଆସି ନାହିଁ । ଜୀବନ ସେହିମାନଙ୍କର ଗଢ଼ି ଉଠିଥାଏ ଯେଉଁମାନେ ଆହ୍ୱାନ ଦ୍ୱାରା ଶକ୍ତି ପାଇବାର ସାମର୍ଥ୍ୟ ରଖିଥାଆନ୍ତି । ବ୍ୟକ୍ତି ଜୀବନରେ ମଧ୍ୟ କସଟି ମଧ୍ୟ ଦେଇ ଯିବାକୁ ପଡ଼ିଥାଏ, ଜୀବନକୁ ସଜାଡ଼ିବା ପାଇଁ ବହୁତ କାମ ଆସିଥାଏ ଆଉ ମୋର ବିଶ୍ୱାସ ଅଛି କି ଆପଣମାନେ ସ୍ୱୟଂ ଏହି ପଥ ଦେଇ ଯେଉଁ ପ୍ରକାରରେ ମନୋନୟନରୁ, ମୁଁ ଅନୁଭବ କରି ପାରୁଛି କି ଏକ ସକାରାତ୍ମକ ଭାବକୁ ଏହି କୋଠରୀରେ ପ୍ରବେଶ କରିବା ଦ୍ୱାରା ଅନୁଭବ କରୁଛି । ମୁଁ ବୁଝି ପାରୁଛି କି ଏହା ନିଜକୁ ନିଜେ ବହୁତ ବଡ଼ ଶକ୍ତି ଆଉ ଏହି ଶକ୍ତିର ଭରସାରେ ଆମେ ଆଗକୁ ବଢ଼ିବା ପାଇଁ ଚାହୁଁଛୁ ।

ଆଜି ଆମେ ଜାନୁଆରୀରେ କଥା ହେଉଛୁ । ବାବା ସାହେବ ଆମ୍ବେଦକରଙ୍କ ଏହି ଭବନରେ ଚର୍ଚ୍ଚା କରୁଛୁ । 14 ଅପ୍ରେଲ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀର ପର୍ବ । କ’ଣ ଆମେ ଏକ କାର୍ଯ୍ୟସୂଚୀ 14 ଅପ୍ରେଲ ପର୍ଯ୍ୟନ୍ତ ତିଆରି କରି ପାରିବା କି? 14 ଅପ୍ରେଲ ପର୍ଯ୍ୟନ୍ତ 3 ମାସର ଅନୁଧ୍ୟାନ ଆଉ ଆମେ ଦେଖିବା କି 115ଟି ଜିଲ୍ଲାରୁ କେଉଁ ଜିଲ୍ଲା କେଉଁଠାରେ ପହଂଚିଛି ଆଉ ମୋର ମନ ହେଉଛି କି ସେହି ପରିଣାମର ଆଧାରରେ ଯେଉଁ 115 ଜିଲ୍ଲା ଅଛନ୍ତି, ସେଥିରୁ ଗୋଟିଏ ଜିଲ୍ଲାକୁ ଯାଇ କରି, ଯେଉଁମାନେ ଭଲ କରି ଯାଇଛନ୍ତି; ଭଲ ଥିବ ଆଉ କିଛି ଭଲ କରି ଯାଇଥିବ, ତାହା ନୁହେଁ । ତ ମୁଁ ଚାହିଁବି କି ଅପ୍ରେଲ ମାସରେ ସେହି ଜିଲ୍ଲାକୁ ଯାଇ ସେହି ଟିମ୍ ସହିତ କିଛି ଘଣ୍ଟା ବିତାଇବି । ସେମାନେ କିପରି ଉପଲବ୍ଧୀ ହାସଲ କରିଛନ୍ତି, ତାହାକୁ ମୁଁ ନିଜେ ବୁଝିବି । ମୁଁ ନିଜେ ତାହା ଶିଖିବାର ପ୍ରୟାସ କରିବି ଆଉ ମୁଁ ଚାହିଁବି କି ଆମେ ଏକ ତିନି ମାସର ଯେଉଁଥିରେ ବ୍ୟବସ୍ଥା ତ ରହିଛି, ଏପରି ନୁହେଁ କି କିଛି ନୂଆ ଜିନିଷ ଆମେ ଆଣୁଛୁ । ତାକୁ ଏକ ନୂଆ ଶକ୍ତି ଦେବାର ଅଛି । ନୂତନ ଉର୍ଜ୍ଜା ଦେବାର ଅଛି, ଜନ ଭାଗିଦାରୀ ଆଣିବାର ଅଛି, ନୂତନ ପ୍ରୟୋଗ କରିବାର ଅଛି ଆଉ ମୁଁ ଚାହିଁବି କି ତାହା ପରେ ଏହାକୁ ଏକ ଦୈନନ୍ଦିନ କାର୍ଯ୍ୟ ଶୈଳୀର ଅଂଶ ମଧ୍ୟ କରି ପାରିବି ।

ମୋର ବିଶ୍ୱାସ ଅଛି କି ଦେଶ ଆଗକୁ ବଢ଼ୁ, ଦେଶ ପ୍ରଗତି କରୁ, ଦେଶ ବଦଳୁ, ଦେଶର ସାଧାରଣ ମଣିଷଙ୍କ ଜୀବନ ବଦଳୁ କିନ୍ତୁ ତାହାର ଶୁଭାରମ୍ଭ କେଉଁଠି ନା କେଉଁଠି ଛୋଟ ଛୋଟ ପରିବର୍ତ୍ତନ ଦ୍ୱାରା ହୋଇଥାଏ । ସେ ସବୁର ସାମଗ୍ରିକ ପ୍ରଭାବ ହୋଇଥାଏ କି ଦେଶ ପରିବର୍ତ୍ତିତ ହୋଇଥିବାର ଦେଖାଯାଏ । ଏହା ହେଉଛି ଆମ ଦେଶର ସେହି ଉତପ୍ରେରକ, ଆଉ ଆପଣମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ପରିବର୍ତ୍ତନର ଦୂତ ଭାବେ ଏହାର ନେତୃତ୍ୱ ନେବେ । ମୋର ବିଶ୍ୱାସ ଅଛି କି ଏହି ଦୃଷ୍ଟି ଭଙ୍ଗୀ, ଏହି ସାମର୍ଥ୍ୟ, ଏହି ସମ୍ଭାବନାଗୁଡ଼ିକ ନୂତନ ସିଦ୍ଧି ପ୍ରାପ୍ତ କରିବା ପାଇଁ ଆଉ 2022 ଭାରତର ସ୍ୱାଧୀନତାର 75 ବର୍ଷ, ଦେଶକୁ ନୂତନ ଶୀଖର ପର୍ଯ୍ୟନ୍ତ ନେଇ ଯିବାର ସଂକଳ୍ପ, ଦେଶ ପାଇଁ କିଛି କରି ଚାଲିଯିବାର ସଂକଳ୍ପ ଏହାକୁ ନେଇ କରି ଚାଲିବା । ଆମେ ଅମଲାତାନ୍ତ୍ରିକ ଜଗତରେ ବଡ଼-ବଡ଼ ଅଫିସରଙ୍କ କଥା ଶୁଣିବାକୁ ପାଉ କି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହିତ ଅମୁକ ଅଫିସର ଥିଲେ, ତାଙ୍କ ସମୟରେ ଏହା ସବୁ ହୋଇଥିଲା, ଦେଶକୁ ଏହା ମିଳିଲା । ପଣ୍ଡିତ ନେହେରୁଙ୍କ ସମୟରେ ଏହି ଅଫିସର ଥିଲେ, ସେ ଏହି କାମ କରିଥିଲେ, ଏହା ମିଳିଲା, ଅମୁକ ସମୟରେ ଏହି ଅଫିସର ଥିଲେ ଏହି କାମ କରି ଯାଇଛନ୍ତି । ବଡ଼-ବଡ଼ ଅଫିସରଙ୍କ ଚର୍ଚ୍ଚା ଆମେ ସବୁବେଳେ ଶୁଣିଥାଉ, ସେମାନଙ୍କଠାରୁ ଆମେ ପ୍ରେରଣା ନେଇଥାଉ କି ସେ ନୂତନ ନିୟମ କିପରି ଦେଶରେ ଲାଗୁ କଲେ, କିପରି ନୂତନ ମାର୍ଗ ଦେଖାଇଲେ, ସେ କିପରି ଯୋଗଦାନ କଲେ, ତାଙ୍କର କୌଣସି ନା କୌଣସି ଯୋଗଦାନ ଆଜି ଇତିହାସର ସାକ୍ଷୀ ହୋଇ ଆମ ସାମ୍ନାରେ ଅଛି । କିନ୍ତୁ ବହୁତ କମ୍ ଜିଲ୍ଲା ସ୍ତରର କଥା ଅଛି ଯାହା ଉଜାଗର ହୋଇଥାଏ । ସେଠାରେ ମଧ୍ୟ କୌଣସି ଅଫିସର ଅଛନ୍ତି ସେ ନିଜର ଯୌବନ ବିତାଇ ଦେଲେ, ଯାହା ଦ୍ୱାରା ପରିବର୍ତ୍ତନ ଆସିଛି ଆଉ ଏହି ହେଉଛି ମୌଳିକ ପରିବର୍ତ୍ତନ, ସେଇଥିପାଇଁ ତ ଦୁନିଆ ବଦଳିଥାଏ । ମୁଁ ଚାହୁଁଛି କି ଆମକୁ 70 ବର୍ଷ ପର୍ଯ୍ୟନ୍ତ ବଡ଼-ବଡ଼ ଅଫିସରଙ୍କ, ବଡ଼-ବଡ଼ ଯୋଗଦାନର ବହୁତ କଥା ଶୁଣିଛେ, ବହୁତ ପ୍ରେରଣା ମିଳିଛି, ଆଗକୁ ମଧ୍ୟ ମିଳୁଥିବ, ଏହା ମଧ୍ୟ ଜରୁରୀ କିନ୍ତୁ ସମୟର ଆହ୍ୱାନ ଅଛି କି ଜିଲ୍ଲାରୁ ସ୍ୱର ଉଠୁ, ସଫଳତାର କାହାଣୀ ଏଠାରୁ ଲେଖାଯାଉ, ଅଫିସରମାନଙ୍କ କଥା ଶୁଣିବାକୁ ମିଳୁ, ସେମାନଙ୍କର ଜୀବନର କଥା ଶୁଣିବାକୁ ମିଳୁ ।

ମୁଁ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛି, ଆରମ୍ଭରୁ, ଏବେ ତ ମୋତେ ସମୟ ମିଳୁ ନାହିଁ କିନ୍ତୁ ଯେଉଁ ସମୟରେ ଏହି ଦୁନିଆ ଚାଲିଲା ମୁଁ ବହୁତ ଜଡ଼ିତ ହୋଇଥିଲି । ମୁଁ ଏବେ ଦୁଇ ଦିନ ପୂର୍ବରୁ ଏମିତି ହିଁ ସର୍ଫିଂ କରୁଥିଲି, ମୁଁ ଜଣେ ମହିଳା ଅଫିସରଙ୍କ ଟ୍ୱିଟ୍ ଦେଖିଲି, ଆଇଏଏସ୍ ଅଫିସରଙ୍କର, ବଡ଼ ଉତ୍ସାହଜନକ ଥିଲା । ଏବେ ତ ସେ ବରିଷ୍ଠ ଅଫିସର ହୋଇ ଯାଇଛନ୍ତି, ତାଙ୍କର ଫଟୋ ମଧ୍ୟ ଅଛି, ମୁଁ ନତାଙ୍କ ନାମ  ଭୁଲି ଯାଇଛି । ସେ ଲେଖିଥିଲେ କି ମୋ ଜୀବନରେ ଏକ ବଡ଼ ଆତ୍ମ ସନ୍ତୋଷର କ୍ଷଣ ଥିଲା । କାହିଁକି? ତ ସେ ଲେଖିଥିଲେ କି ମୁଁ କନିଷ୍ଠ ଅଫିସର ଥିଲି, ତ ଗୋଟିଏ ସ୍କୁଲ ବାହାରେ ଗୋଟିଏ ପିଲା ଛେଳି ମେଣ୍ଢା ଚରାଉଥିଲା, ମୁଁ ଗାଡ଼ି ଅଟକାଇଲି ସ୍କୁଲର ଶିକ୍ଷକଙ୍କୁ ଡାକିଲି ଆଉ କହିଲି କି ସ୍କୁଲରେ ଏହି ପିଲାର ନାମ ଲେଖାଇ ଦିଅ । ଆଉ ମୁଁ ସେହି ପିଲାକୁ ମଧ୍ୟ ବୁଝାଇଲି-ପାଟି କଲି, ଯାହା ମଧ୍ୟ କଲି ସେହି ପିଲା ସ୍କୁଲ ଗଲା । ପୂରା 27 ବର୍ଷ ପରେ ଆଜି ମୁଁ ବୁଲିବାକୁ ଯିବାବେଳେ ଜଣେ ହେଡ଼୍ କନେଷ୍ଟବଲ ମୋତେ ସାଲ୍ୟୁଟ୍ କଲେ ଆଉ ପରେ କହିଲେ କି ମାଡାମ୍ ଚିହ୍ନି ପାରୁଛନ୍ତି, ମୁଁ ହେଉଛି ସେହି ପିଲା ଯିଏ ଛେଳି ମେଣ୍ଢା ଚରାଉଥିଲା ଆଉ ଆପଣ ମୋତେ ସ୍କୁଲରେ ପହଂଚାଇଥିଲେ । ମୁଁ ଆଜି ଆପଣଙ୍କ ଯୋଗୁଁ ଏଠାରେ ପହଂଚିଯାଇଛି । ସେହି ଅଫିସର ଟ୍ୱିଟରରେ ଲେଖିଥିଲେ କି ଏକ ଛୋଟ କଥା କେତେ ବଡ଼ ପରିବର୍ତ୍ତନ କରିଥାଏ । ଆମମାନଙ୍କ ଜୀବନରେ ସୁଯୋଗ ମିଳିବ ତ ଏହି ଅଧିକାରୀଙ୍କୁ ଆମେ ଖୋଜିବା ।

ଏହି ଦେଶ ଆମଠାରୁ ବହୁତ ଆଶା କରୁଛି । ଏହି ଦେଶ କିଛି ବି ଖରାପ ହୋଇ ଯାଏ ତ ଆଜି ମଧ୍ୟ କହିଥାଏ କି ବୋଧ ହୁଏ ଏହା ଈଶ୍ୱରଙ୍କ ଇଚ୍ଛା ଥିଲା । ଏଭଳି ସୌଭାଗ୍ୟ ଦୁନିଆରେ କୌଣସି ମଧ୍ୟ ସରକାରଙ୍କୁ ସେଠାକାର ଜନତାଙ୍କଠାରୁ ମିଳି ନଥାଏ ଯାହା ଆମ୍ଭମାନଙ୍କୁ ମିଳୁଛି କି ଆଜି ମଧ୍ୟ ସେମାନେ ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି, ଈଶ୍ୱରଙ୍କୁ ଦୋଷ ଦେଉଛନ୍ତି, ଆମ ଆଡ଼କୁ କେବେ ଆଙ୍ଗୁଠି ଉଠାନ୍ତି ନାହିଁ । ଏହାଠାରୁ ବଡ଼ ଜନ ସମର୍ଥନ କ’ଣ ହୋଇ ପାରେ, ଏହାଠାରୁ ବଡ଼ ଜନ ସହଯୋଗ କ’ଣ ହୋଇ ପାରେ, ଏହା ଠାରୁ ବଡ଼ ଜନ ଆସ୍ଥା କ’ଣ ହୋଇ ପାରେ? ଯଦି ଏହାକୁ ଆମେ ଚିହ୍ନି ପାରିବା ନାହିଁ, ଏହାକୁ ଆମେ ଶୁଣି ପାରିବା ନାହିଁ ଆଉ ନା ଆମେ ନିଜ ଜୀବନ ସେମାନଙ୍କ ପାଇଁ ନିୟୋଜିତ କରି ପାରିବା ତ ବୋଧହୁଏ ଜୀବନରେ ଏକ ବଡ଼ ସେହି ସମୟ ଆସିବ ଯେତେବେଳେ ଆମେ ନିଜକୁ ନିଜେ ଉତ୍ତର ଦେଇ ପାରିବା ନାହିଁ ଆଉ ଏଥିପାଇଁ ବନ୍ଧୁଗଣ 115  ଜିଲ୍ଲା ଦେଶର ଭାଗ୍ୟ ବଦଳାଇବାରେ ମାଧ୍ୟମ ହୋଇ ପାରିବ । ନୂତନ ଭାରତର ସ୍ୱପ୍ନ ପାଇଁ ଏକ ମଜବୁତ ମୂଳଦୂଆ ସେଠାରୁ ତିଆରି ହୋଇ ପାରିବ ଆଉ ସେହି କାମ ଆପଣ ସମସ୍ତ ବନ୍ଧୁଙ୍କ ପାଖରେ ଅଛି । ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା ।

ବହୁତ-ବହୁତ ଧନ୍ୟବାଦ ! ! !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
CDS Gen Anil Chauhan releases doctrine on joint air defence

Media Coverage

CDS Gen Anil Chauhan releases doctrine on joint air defence
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”