PM Modi hands over keys to mark the Grihapravesh of Prime Minister Awas Yojana- Grameen (PMAY-G) beneficiaries in Maharashtra
Being amongst people during the auspicious occasion of Dussehra gives me energy and renewed vigour to work for the betterment of the country: PM Modi
Shri Saibaba's teachings gives usthe mantra to build a strong unified society and toserve humanity with love: PM Modi
People getting their own homes is a big step towards the fight against poverty: PM Modi
In the last four years, our Government has built over 1.25 crore houses: PM Modi
PM Modi appreciates people of Maharashtra for making the state Open Defecation Free
Under Ayushman Bharat (PMJAY), modern medical infrastructure is getting readied: PM Modi
PM Modi underlines the efforts taken by the Government to deal with drought faced by Maharashtra

ମଞ୍ଚରେ ବିରାଜମାନ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଜୀ, ବିଧାନସଭାର ବାଚସ୍ପତି ହରିବାବୁ ଜୀ, ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀ ସୁଭାଷ ଭାମ୍ରେ ଜୀ, ସାଇବାବା ସଂସ୍ଥାନ ଟ୍ରଷ୍ଟର ଅଧ୍ୟକ୍ଷ ସୁରେଶ ହାବରେ ଜୀ, ମହାରାଷ୍ଟ୍ର ରାଜ୍ୟର ସମସ୍ତ ମନ୍ତ୍ରୀଗଣ, ମୋର ସାଂସଦ ସାଥୀଗଣ, ମହାରାଷ୍ଟ୍ରର ବିଧାୟକଗଣ ଏବଂ ଏଠାରେ ବିଶାଳ ସଂଖ୍ୟାରେ ଉପସ୍ଥିତ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ, ପୁରା ମହାରାଷ୍ଟ୍ରକୁ, ପୁରା ଭାରତବର୍ଷକୁ, ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦଶହରାର ବିଜୟା ଦଶମୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ।

ଆମ ସମସ୍ତଙ୍କ ଏହି ପ୍ରୟାସ ସଦାବେଳେ ରହିଥାଏ ଯେ ପ୍ରତି ବର୍ଷ ପ୍ରତ୍ୟେକ ପର୍ବକୁ ଆପଣାର ଲୋକମାନଙ୍କ ଗହଣରେ ପାଳନ କରିବା । ମୋର ମଧ୍ୟ ଏହି ପ୍ରୟାସ ରହିଛି ଯେ ପ୍ରତ୍ୟେକ ଉତ୍ସବକୁ ମୁଁ ଦେଶବାସୀଙ୍କ ଗହଣକୁ ଯାଇ ପାଳନ କରିବି । ଏହି ଭାବନାର ସହ ମୁଁ ଆଜି ଆପଣମାନଙ୍କ ସମସ୍ତଙ୍କ ଗହଣରେ ଉପସ୍ଥିତ ହେବାର ସୌଭାଗ୍ୟ ମୋତେ ମିଳିଛି । ଆପଣମାନେ ଯେଉଁଭଳି ଭାବେ ଦଶହରା ମହୋତ୍ସବ ଅବସରରେ ଏତେ ସଂଖ୍ୟାରେ ଏଠାରେ ମୋତେ ଆଶୀର୍ବାଦ ଦେବା ସକାଶେ ଉପସ୍ଥିତ ହୋଇଛନ୍ତି ଏବଂ ମୁଁ ଲକ୍ଷ୍ୟ କରିପାରୁଛି ଯେ ଏଠାରେ କୌଣସି ସ୍ଥାନ ଆଉ ଖାଲି ଦିଶୁନାହିଁ, ଅଧା ଲୋକ ତ ଉଦୁଉଦିଆ ଖରାରେ ଠିଆ ହୋଇ ରହିଛନ୍ତି, ଏହା ଦେଖି ମୋ ମନ ଆନନ୍ଦରେ ଭରିଉଠୁଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏହି ପବିତ୍ର ପର୍ବ ଅବସରରେ ଆପଣମାନଙ୍କ ଆପଣାପଣକୁ ଦେଖି, ଆପଣମାନଙ୍କ ମନର ସ୍ନେହକୁ ଲକ୍ଷ୍ୟକରି ମୋ ମନରେ ଆଶାର ଏକ ନୂତନ କିରଣ ସଂଚାର ହେଉଛି । ମୋତେ ଏକ ଅପୂର୍ବ ଶକ୍ତି ମିଳୁଛି ।

ସାଥୀଗଣ, ଦଶହରା ସହ ଆମେମାନେ ଆଜି ଏଠାରେ ଶିରିଡ଼ିର ଏହି ପବିତ୍ର ଭୂମିରେ ଆଉ ଗୋଟିଏ ପବିତ୍ର ଅବସରରେ ସାକ୍ଷୀ ଭାବେ ଉଭା ହୋଇଛେ । ସାଇବାବାଙ୍କ ସମାଧିର ଶତାବ୍ଦୀ ସମାରୋହର ଆଜି ସଂପୂର୍ଣ୍ଣ ହେଉଛି । ଏହା ଏକ ପବିତ୍ର ଅବସର । କିଛି ସମୟ ପୂର୍ବରୁ ମୋତେ ସାଇବାବାଙ୍କ ଦର୍ଶନ ବେଳେ, ତାଙ୍କ ଆଶୀର୍ବାଦ ଲାଭ କରିବାର ଅବସର ମିଳିଥିଲା । ମୁଁ ଯେତେବେଳେ ବି ପୂଜ୍ୟ ସାଇବାବାଙ୍କ ଦର୍ଶନ ଲାଭ କରେ, ତାଙ୍କର ସ୍ମରଣ କରେ, ସେତେବେଳେ କୋଟି କୋଟି ଶ୍ରଦ୍ଧାଳୁମାନଙ୍କ ଭଳି ଯେମିତି ଆପଣମାନଙ୍କ ମନରେ ଭାବନା ଉଦ୍ରେକ ହୁଏ, ଏବଂ ଜନସେବା ସକାଶେ ନିଜକୁ ସମର୍ପିତ କରିବା ପାଇଁ ପ୍ରେରଣାର ଏକ ନୂତନ ଉତ୍ସାହ ଏହି ଭୂମିରେ ସମସ୍ତଙ୍କୁ ମିଳିଥାଏ, ସେହିଭଳି ଅନୁଭବ ମୋ ମନକୁ ଆସୁଛି ।

ଭାଇ ଓ ଭଉଣୀମାନେ, ଶିରିଡ଼ିର କୋଣ ଅନୁକୋଣରେ ସାଇଙ୍କ ମନ୍ତ୍ର ଓ ତାଙ୍କର ପ୍ରେରଣାରେ ଭରପୂର । ଜନସେବା, ତ୍ୟାଗ ଏବଂ ତପସ୍ୟାର କଥା ଯେତେବେଳେ ଉଠେ, ସେତେବେଳେ ଶିରିଡ଼ିର ଉଦାହରଣ ଯେକୌଣସି ବ୍ୟକ୍ତି ଉପସ୍ଥାପନ କରିଥାନ୍ତି । ଏହି ଆମର ଶିରିଡ଼ି ତାତ୍ୟା ପାଟିଲଜୀଙ୍କ ନଗରୀ, ଏହି ଆମର ଦାଦା କୋଟେ ପାଟିଲଜୀଙ୍କ ନଗରୀ । ଏହି ମାଧବରାଓ ଦେଶପାଣ୍ଡେ, ମାଲସାପତିଙ୍କ ଭଳି ମହାପୁରୁଷଙ୍କ ଭୂମି ଯେଉଁଠି ଦିନେ ସେମାନେ ବିଚରଣ କରୁଥିଲେ ଓ ଜନସେବା ପାଇଁ ନିଜର ସମଗ୍ର ଜୀବନ ସମର୍ପିତ କରିଥିଲେ । କାଶୀରାମ ଶିପି ଏବଂ ଅପ୍ପା ଜାଗଲେ ସାଇବାବାଙ୍କ ଅନ୍ତିମ ସମୟ ପର୍ଯ୍ୟନ୍ତ ତାଙ୍କର ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ । କୋଣ୍ଡା ଜୀ, ଗବା ଜୀ ଏବଂ ତୁକା ରାମଙ୍କୁ ଭଲା କିଏ ଭୁଲି ପାରିବ? ଏହି ପବିତ୍ର ଧରଣୀର ମହାନ୍‌ ସୁପୁତ୍ରମାନଙ୍କୁ ମୁଁ ହୃଦୟର ସହ ନମସ୍କାର କରୁଛି ।

ଭାଇ ଓ ଭଉଣୀମାନେ, ସାଇଙ୍କ ମନ୍ତ୍ର ହେଲା ସବ୍‌ କା ମାଲିକ ଏକ ହୈ । ଅର୍ଥାତ, ସମସ୍ତଙ୍କର ପ୍ରଭୁ ହେଲେ ଏକ । ସାଇଙ୍କର ଏହି ଚାରି ଶବ୍ଦ ଯେଭଳି ସମାଜକୁ ଏକଜୁଟ କରିବା ସକାଶେ ସୂତ୍ରବାକ୍ୟ ପାଲଟି ଯାଇଛି । ସାଇ ସଦାବେଳେ ସମାଜର ସହ ଯୋଡ଼ି ହୋଇ ରହିଥିଲେ । ଏବଂ ସମାଜ ସାଇଙ୍କ ସହ ସଂଶ୍ଳିଷ୍ଟ ହୋଇଥିଲା । ସମାଜ ସେବା ପାଇଁ ଶ୍ରୀସାଇ କିଛି ମାର୍ଗ ପ୍ରଦର୍ଶନ କରିଥିଲେ ଏବଂ ମୋତେ ଏକଥା କହିବାରେ ଖୁସି ଲାଗୁଛି ଯେ ସାଇବାବା ପ୍ରଦର୍ଶନ କରିଥିବା ମାର୍ଗରେ ଶ୍ରୀ ସାଇବାବା ସଂସ୍ଥାନ, ଟ୍ରଷ୍ଟ ନିରନ୍ତର ସମାଜ ସେବାରେ ନିଜକୁ ନିୟୋଜିତ କରି ଆସିଛି ।

ଶିକ୍ଷା ମାଧ୍ୟମରେ ସମାଜକୁ ସଶକ୍ତ କରିବା ହୋଇଥାଉ, ଅଧ୍ୟାତ୍ମ୍ୟ ମାଧ୍ୟମରେ ହେଉ କିମ୍ବା ଚିନ୍ତାଧାରାରେ ପରିବର୍ତ୍ତନ ଘଟାଇ ହେଉ । ସମାଜରେ ସମାନତା ଏବଂ ସହାବସ୍ଥାନର ଭାବନା ସଂଚାର କରିବା କାର୍ଯ୍ୟ ହୋଇଥାଏ ସେଥିପାଇଁ ଆପଣମାନଙ୍କ ପ୍ରୟାସ ବେଶ୍‌ ବନ୍ଦନୀୟ ବୋଲି ମୁଁ କହିବି ।

ଆଜି ସୁଦ୍ଧା ଏହି ଧରଣୀ ଉପରେ ଆସ୍ଥା, ଆଧ୍ୟାତ୍ମିକତା ଏବଂ ବିକାଶ ସହ ସଂଯୁକ୍ତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏବଂ ମୁଁ ମହାରାଷ୍ଟ୍ର ସରକାରଙ୍କୁ ସେଥିପାଇଁ ଅଭିନନ୍ଦନ ଜଣାଉଛି ଯେ ଗରିବ ଲୋକମାନଙ୍କ କଲ୍ୟାଣ ସକାଶେ ଏତେ ବଡ଼ ଯୋଜନା ପାଇଁ ଏହାଠାରୁ ଅନ୍ୟ କୌଣସି ବଡ଼ ଜାଗା ଥାଇ ନପାରେ । ସାଇଙ୍କ ପାଦତଳେ ବସି ଗରିବ ଲୋକମାନଙ୍କ ସକାଶେ କାର୍ଯ୍ୟ କରିବା, ଏହାଠାରୁ ବଳି ଧନ୍ୟତା ଆଉ କ’ଣ ହୋଇପାରେ? ସେଥିପାଇଁ ସୁଦ୍ଧା ମହାରାଷ୍ଟ୍ର ସରକାର ଧନ୍ୟବାଦର ପାତ୍ର । ଦର୍ଶନାର୍ଥୀମାନଙ୍କ ସକାଶେ ନିର୍ମାଣ କରାଯାଉଥିବା ନୂତନ ପରିସରର ଭୂମିପୂଜନ ଅବସରରେ ଉପସ୍ଥିତ ହୋଇଥିବାରୁ ମୋତେ ବି ଖୁବ୍‌ ପ୍ରସନ୍ନ ଲାଗୁଛି । ଆଜି ଦିନରେ ସାଇବାବା ଇଂଲିଶ ମାଧ୍ୟମ ସ୍କୁଲ – ବାଳିକା ବିଦ୍ୟାଳୟ ଏବଂ କଲେଜର ଆଧାରଶିଳା ରଖାଯାଉଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ସାଇଙ୍କ ଜୀବନ ଏବଂ ଦର୍ଶନକୁ ନେଇ ଆରମ୍ଭ ହେବାକୁ ଥିବା ସାଇ ନଲେଜ ପାର୍କ ଲୋକମାନଙ୍କୁ ସାଇଙ୍କ ଶିକ୍ଷାକୁ ବୁଝିବାରେ ଆହୁରି ସରଳ ହେବ ।

ସାଥୀଗଣ, ଆଜି ଏଠାରେ ଦଶ ମେଗାୱାଟର ଏକ ସୌରଶକ୍ତି ୟୁନିଟର ବି କାର୍ଯ୍ୟ କରିବା ଆରମ୍ଭ କରିଛି । ଏହା ଦ୍ୱାରା ସଂସ୍ଥାନର ସଂସାଧନ ବୃଦ୍ଧି ପାଇବ । ଏବଂ ସ୍ୱଚ୍ଛ ଶକ୍ତି ଦ୍ୱାରା ସଂସ୍ଥାନର ଢ଼େର ଭାଗୀଦାରୀ ରହିବ । ଏକ ପ୍ରକାର କହିବାକୁ ଗଲେ ସାଇ ଟ୍ରଷ୍ଟ ପକ୍ଷରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସକାଶେ ଏହି ଦଶହରାର ବିଜୟାଦଶମୀ ଏକ ବଡ଼ ଉପହାର କହିଲେ ଅତ୍ୟୁକ୍ତି ହେବନାହିଁ ।

ସାଥୀଗଣ, ନବରାତ୍ର ଠାରୁ ନେଇ ଦିପାବଳୀ ପର୍ଯ୍ୟନ୍ତ ବର୍ଷର ଏହା ଏପରି ଏକ ସମୟ ଯେତେବେଳେ ଦେଶବାସୀ ଘର, ଗାଡ଼ି, ଗହଣାଗାଣ୍ଠି ଭଳି ଅନେକ ସାମଗ୍ରୀ କ୍ରୟ କରିଥାନ୍ତି । ଯାହାର ସାମର୍ଥ୍ୟ ଯେତିକି ସେ ସେହି ଅନୁସାରେ ପଇସା ବଞ୍ଚାଇ ରଖିଥାଏ ଏବଂ ନିଜ ପରିବାରକୁ ଏହି ସମୟରେ ଉପହାର ଦେଇଥାଏ । ମୋତେ ଖୁବ୍‌ ଖୁସି ଲାଗୁଛି ଯେ ଦଶହରାର ଏହି ପବିତ୍ର ପର୍ବ ଅବସରରେ ମୋତେ ମହାରାଷ୍ଟ୍ରର ଅଢ଼େଇ ଲକ୍ଷ ଭାଇ ଓ ଭଉଣୀମାନଙ୍କୁ ନିଜର ଘର ସ୍ୱପ୍ନକୁ ସାକାର କରିବାର ଅବସର ମିଳିପାରିଛି ।

ମୋର ସେହି ଭାଇ ଓ ଭଉଣୀମାନେ ଯେଉଁମାନଙ୍କ ସକାଶେ ନିଜର ଘର ସଦାବେଳେ ଏକ ସ୍ୱପ୍ନ ହୋଇ ରହି ଆସିଥିଲା, ସେମାନଙ୍କୁ ନିଜର ଏହି ବିଶାଳ ପରିବାରର ସଦସ୍ୟମାନଙ୍କୁ ଏକା ସାଙ୍ଗରେ ଗୃହ ପ୍ରବେଶ କରାଇବା ଭଳି ବଡ଼ ସୌଭାଗ୍ୟ ଆଉ କଣ ଥାଇପାରେ? ଏହାକୁ ମୁଁ ଗରିବ ଭାଇ ଓ ଭଉଣୀମାନଙ୍କୁ ସେବା କରିବାର ଅବସର ବୋଲି ଭାବୁଛି । ଦଶହରା ପୂଜା ଭଲା ମୋ ପାଇଁ ଏହାଠାରୁ ବଳି ବଡ଼ ସେବା ଆଉ କଣ ଅଛି? ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଥିବା ଏହି ନୂତନ ଘର, ଆପଣଙ୍କ ଜୀବନରେ ଆସିଥିବା ଏହି ଶୁଭ ଅବସରରେ, ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଜ୍ଞାପନ କରୁଛି । ଏହି ନୂତନ ଗୃହ ଆପଣମାନଙ୍କ ସ୍ୱପ୍ନର ପ୍ରତୀକ ତ ନିଶ୍ଚୟ । ଆପଣମାନଙ୍କ ଆକାଂକ୍ଷାକୁ ନୂତନ ରୂପ ଦେବାର ମାଧ୍ୟମ ମଧ୍ୟ । ଏଣିକି ଆପଣମାନଙ୍କ ଜୀବନ, ଆପଣମାନଙ୍କ ସନ୍ତାନମାନଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ପଥରେ ଅଗ୍ରସର ହେବ । ଏହା ଦାରିଦ୍ର୍ୟ ଉପରେ ବିଜୟ ହାସଲ କରିବା ଦିଗରେ ଏକ ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହେବ ।

ସାଥୀଗଣ, ନିଜର ଗୋଟିଏ ଘର ଥିଲେ ଜୀବନ କେତେ ସରଳ ହୋଇଯାଏ! ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼ିବାର ନୂତନ ଉତ୍ସାହ ମଧ୍ୟ ସୃଷ୍ଟି ହୋଇଥାଏ । ମନରେ ଏକ ସାଧାରଣ ଭାବ ଜନ୍ମ ନିଏ । ଏହାକୁ ଧ୍ୟାନରେ ରଖି ଆମେ 2022 ମସିହା ସୁଦ୍ଧା ଭାରତର ସ୍ୱାଧୀନତା ପ୍ରାପ୍ତିର 75ତମ ବର୍ଷରେ ଚିନ୍ତା କରିଛୁ ଯେ ଦେଶର ପ୍ରତ୍ୟେକ ବାସହୀନ ପରିବାରଙ୍କୁ ସେମାନଙ୍କୁ ନିଜର ଗୋଟିଏ ଘର ଦେବୁ । ଏହି ଲକ୍ଷ୍ୟ ରଖି ଆମେ ଆମର କାର୍ଯ୍ୟ ଜାରି ରଖିଛୁ ।

ମୋତେ ଖୁସି ଲାଗୁଛି ଯେ ପାଖାପାଖି ଏତେ କମ୍‌ ସମୟ ଭିତରେ ଆମେ ଅଧା ରାସ୍ତା ପାର କରିସାରିଛୁ । ଭାଇ ଓ ଭଉଣୀମାନେ, ଗରିବ ହୁଅନ୍ତୁ ଅବା ମଧ୍ୟମ ବର୍ଗର ପରିବାର, ବିଗତ ଚାରି ବର୍ଷ ଭିତରେ ସେମାନଙ୍କୁ ଝୁପୁଡ଼ି ଘରୁ, ଭଡ଼ା ଘରୁ ଆଣି ନିଜ ଘର ପ୍ରଦାନ କରିବା ସକାଶେ ସରକାର ଗମ୍ଭୀର ପ୍ରୟାସ କରି ଆସିଛନ୍ତି । ପୂର୍ବରୁ ମଧ୍ୟ ପ୍ରୟାସ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ଯେ ଏହାର ଲକ୍ଷ୍ୟ ଗରିବମାନଙ୍କୁ ଘର ଦେଇ ଗରିବମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ ଏକ ବିଶେଷ ପରିବାରର ନାମ ପ୍ରଚାର କରିବା କେବଳ ଉଦ୍ଦେଶ୍ୟ ହୋଇ ରହିଯାଇଥିଲା । କେବଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ଥିଲା । ଭଲ ଘର ହୋଇଥିବ, ସେଥିରେ ଶୌଚାଳୟ ଥିବ, ବିଜୁଳି ଥିବ, ପାଣି ଥିବ, ଗ୍ୟାସ ସଂଯୋଗ ଥିବ । ଏହା ଉପରେ ପୂର୍ବରୁ କେବେ ଚିନ୍ତା ସୁଦ୍ଧା କରାଯାଇନଥିଲା । କୌଣସି ଯୋଜନାର ମୂଳରେ କଦାପି ରାଜନୈତିକ ସ୍ୱାର୍ଥ ନିହିତ ହେବା ଅନୁଚିତ । ରାଜନୈତିକ ସ୍ୱାର୍ଥ ପରିବର୍ତ୍ତେ କେବଳ ଏବଂ କେବଳ ଗରିବମାନଙ୍କ କଲ୍ୟାଣ ହିଁ ଚିନ୍ତା କରାଯିବା ଆବଶ୍ୟକ । ତେବେ ଯାଇ ଜୀବନକୁ ସରଳ କରିବାର ପ୍ରେରଣା ପ୍ରାପ୍ତ ହୋଇପାରିବ । ତା’ହେଲେ ଯାଇ କାର୍ଯ୍ୟର ଗତି ପ୍ରଖର ହୋଇପାରିବ । ଏହା ଆଜି ଦେଶ ସମ୍ମୁଖରେ ସାକ୍ଷାତ ପ୍ରମାଣ ଓ ଉଦାହରଣ ହୋଇ ଉଭା ହୋଇଛି ।

ସାଥୀଗଣ, ପୂର୍ବରୁ ଯେଉଁ ସରକାର ଥିଲା, ତା’ ପୂର୍ବର ସରକାର ଏହାର ଶେଷ ଚାରିବର୍ଷ ସମଗ୍ର ଦେଶରେ କେବଳ 25 ଲକ୍ଷ ବାସଗୃହ ନିର୍ମାଣ କରିଥିଲେ । ଚାରି ବର୍ଷରେ ମାତ୍ର 25 ଲକ୍ଷ ବାସଗୃହ… କେତେ… ଟିକିଏ ଚିନ୍ତା କରି କହନ୍ତୁ ନା, କେତେ ଘର … ଚାରି ବର୍ଷ ଭିତରେ ମାତ୍ର ଏତିକି ଘର? ମାତ୍ର 25 ଲକ୍ଷ ଘର, ଯେତେବେଳେ କି ବିଗତ ଚାରି ବର୍ଷ ଭିତରେ ଆମ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ସରକାର ଗଠିତ ହେବାପରେ ଚାରି ବର୍ଷ ଭିତରେ 1 କୋଟି 25 ଲକ୍ଷ ବାସଗୃହ ନିର୍ମାଣ କରାଯାଇଛି । ସେମାନଙ୍କ ଚାରିବର୍ଷର ବାସଗୃହ ନିର୍ମାଣ ସଂଖ୍ୟା ଥିଲା ମାତ୍ର 25 ଲକ୍ଷ ।

ଯଦି ସେହି ସରକାର ଆଜି କ୍ଷମତାରେ ଥାଆନ୍ତା, ତେବେ ସେମାନଙ୍କୁ ଏତିକି ସଂଖ୍ୟକ ବାସଗୃହ ନିର୍ମାଣ କରିବା ସକାଶେ 20 ବର୍ଷ ସମୟ ଲାଗିଥାନ୍ତା… 20 ବର୍ଷ ଏବଂ ଆପଣମାନଙ୍କୁ ସେହି ଘର ପାଇବା ସକାଶେ 20 ବର୍ଷ କାଳ ଅପେକ୍ଷା କରିବାକୁ ପଡ଼ିଥାନ୍ତା । ଦ୍ରୁତ ଗତିରେ କାର୍ଯ୍ୟ କରୁଥିବା ସରକାର ଗରିବ ଲୋକମାନଙ୍କ ପାଇଁ ଦ୍ରୁତ ଗତିରେ କିଭଳି ଚିନ୍ତା କରିଥାଏ ଆମ ସରକାର ହେଉଛି ତାହାର ପ୍ରକୃଷ୍ଟ ଉଦାହରଣ । ଏବଂ ଆପଣମାନେ ଲକ୍ଷ୍ୟ କରିପାରିବେ, ସବୁକିଛି ତ ସେହି ଭଳି ରହିଛି । ସେହି ସାଧନ, ସେହି ସଂସାଧନ, ସେହି ଲୋକ, କିନ୍ତୁ ଆମର ଆଭିମୁଖ୍ୟ ସ୍ପଷ୍ଟ । ଗରିବ ଲୋକମାନଙ୍କ ସକାଶେ ସେବା କରିବାର ଭାବନାକୁ ନେଇ ଆମେ ଯେତେବେଳେ କାର୍ଯ୍ୟ କରୁଛୁ ସେତେବେଳେ ଏଭଳି କ୍ଷିପ୍ର ଗତିରେ ସଫଳତା ହାସଲ ହୋଇପାରିଛି ।

ଭାଇ ଓ ଭଉଣୀମାନେ, ପୂର୍ବ ସରକାର ଗୋଟିଏ କୋଠାଘର ନିର୍ମାଣ କରିବା ସକାଶେ ପାଖାପାଖି 18 ମାସ ଲଗାଉଥିଲେ । ଅର୍ଥାତ, ଦେଢ଼ ବର୍ଷ ଲାଗି ଯାଉଥିଲା । ବର୍ତ୍ତମାନର ସରକାର ଗୋଟିଏ ବର୍ଷ ଭିତରେ ଅର୍ଥାତ, 12 ମାସରୁ କମ୍‌ ସମୟ ଭିତରେ ସେହି ଘର ନିର୍ମାଣ କରିପାରୁଛି । ସମୟରେ ତ କମି ଆସିଛି କିନ୍ତୁ ଘରର ଆକାର ବଢ଼ିଛି । ଏଥି ସହ ଗୃହ ନିର୍ମାଣ କରିବା ପାଇଁ ସରକାରୀ ସହାୟତାକୁ ବି 70 ହଜାର ଟଙ୍କାରୁ ବଢ଼ାଇ ଏକ ଲକ୍ଷ 20 ହଜାର ଟଙ୍କା କରିଦିଆ ଯାଇଛି । ସବୁଠାରୁ ବଡ଼ କଥାଟି ହେଲାଯେ ଏବେ ଏହି ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ଜମା ଖାତରେ ଜମା ହୋଇପାରୁଛି । ଏବଂ ଲାଭାର୍ଥୀମାନଙ୍କୁ ଚୟନ କରିବା ପଦ୍ଧତି ବେଶ୍‌ ବୈଜ୍ଞାନିକ ଓ ପାରଦର୍ଶୀ ଢ଼ଙ୍ଗରେ ସଂପନ୍ନ ହୋଇପାରୁଛି । କେବଳ ସେତିକି ନୁହେଁ, ସେହି ଘର କିଭଳି ଅଧିକ ସଂପନ୍ନ ହେବ, ସେଥିରେ ଶୌଚାଳୟ ରହିବ, ସମସ୍ତ ପ୍ରକାର ମୂଳଭୂତ ସୁବିଧା ଉପଲବ୍ଧ ହୋଇପାରିବ ତାହାର ସୁବନ୍ଦୋବସ୍ତ କରାଯାଇଛି । ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଆଜି ନିଜର ଘର ପ୍ରାପ୍ତ କରିବାକୁ ଥିବା ହିତାଧିକାରୀମାନଙ୍କ ହୃଦୟରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଏବଂ ମୋତେ ଯେତେବେଳେ ଆଜି ଭିନ୍ନ ଭିନ୍ନ ଜିଲ୍ଲାର କିଛି ପରିବାରଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ମିଳିଲା, ସେମାନଙ୍କ ସହ ଭାବ ବିନିମୟ କରି ମୋତେ ଖୁବ୍‌ ଖୁସି ଲାଗିଲା । ସେକଥା ଆପଣ କଳ୍ପନା ସୁଦ୍ଧା କରିପାରିବେନି । ଯେତେବେଳେ ମୋ ଦେଶର କୌଣସି ଗରିବ ପରିବାରର ସଦସ୍ୟଙ୍କ ମୁହଁରେ ଖୁସି ଦୃଶ୍ୟମାନ ହୁଏ, ସେତେବେଳେ କାର୍ଯ୍ୟ କରୁଥିବା ଲୋକର ଜୀବନ ଧନ୍ୟ ହୋଇ ଯାଇଥାଏ । ଆହୁରି ନୂଆ ନୂଆ କାର୍ଯ୍ୟ କରିବା ସକାଶେ ସେଥିରୁ ଶକ୍ତି ଓ କିରଣ ମିଳିଥାଏ । ଆଜି ଏହି ସବୁ ଭାଇ ଓ ଭଉଣୀମାନେ ଯେଉଁ ଆଶୀର୍ବାଦ ଦେଇଛନ୍ତି ମୁଁ ପୁଣି ଥରେ ସେହି ସଂକଳ୍ପକୁ ଦୋହରାଇବାକୁ ଚାହେଁ ଯେ ଆପଣମାନଙ୍କ ସେବା କରିବା ସକାଶେ ଆମେ ଜୀବନର ପ୍ରତିଟି ମୁହୂର୍ତ୍ତ ବିନିଯୋଗ କରିବା ଲାଗି ସଂକଳ୍ପବଦ୍ଧ ଏବଂ ତାହା କରିଚାଲିବୁ ।

ଭାଇ ଓ ଭଉଣୀମାନେ, ଦେଶର ପ୍ରତ୍ୟେକ ପରିବାର ନିକଟରେ ନିଜର ଶୌଚାଳୟ ସୁବିଧା ଉପଲବ୍ଧ ହେଉ, ଏବଂ ସେମାନଙ୍କୁ ସେହି ସୁବିଧା ସହ ସଂଯୋଗ କରିବା ନିମନ୍ତେ ଆମେ ଚଳାଇ ଥିବା ଅଭିଯାନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ମହାରାଷ୍ଟ୍ର ସରକାର ତ ଏହି ପ୍ରସଙ୍ଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏବେ ସମଗ୍ର ମହାରାଷ୍ଟ୍ର ଖୋଲା ଶୌଚକାର୍ଯ୍ୟରୁ ନିଜକୁ ମୁକ୍ତ ଘୋଷଣା କରିଛି । ସେଥିପାଇଁ ରାଜ୍ୟ ସରକାର 11 କୋଟି ନାଗରିକଙ୍କୁ ବି ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଏହା ଦ୍ୱାରା ମହାରାଷ୍ଟ୍ରର ଗାଁ ଠାରୁ ଗଳିକନ୍ଦି ସବୁ ସଫାସୁତରା ତ ରହିବ, ସେଥି ସହ ଡ଼ାଇରିଆ ଭଳି ବେମାରୀ ଆଉ ଗରିବ କୃଷକ ପରିବାରର ସଦସ୍ୟମାନଙ୍କୁ, ସେମାନଙ୍କ ପିଲାମାନଙ୍କୁ ଆକ୍ରାନ୍ତ କରିବ ନାହିଁ, ସେମାନେ ସୁରକ୍ଷିତ ରହିପାରିବେ ।

ସାଥୀଗଣ, ଯେତେବେଳେ ଗରିବ ଲୋକମାନଙ୍କ ଜୀବନ ଓ ସ୍ୱାସ୍ଥ୍ୟରକ୍ଷା କଥା ଉଠେ, ଯାହା ଆଜିକାଲି ସମଗ୍ର ବିଶ୍ୱରେ ଆୟୁଷ୍ମାନ ଭାରତ ଅର୍ଥାତ ପିଏମଜେଏୱାଇ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ବିଶେଷ ଚର୍ଚ୍ଚା ହେଉଛି । ଏହା ମାଧ୍ୟମରେ ପ୍ରତି ବର୍ଷ ଦେଶର ପାଖାପାଖି 50 କୋଟି ନାଗରିକଙ୍କୁ ଗମ୍ଭୀର ବେମାରୀର ସ୍ଥିତିରୁ ମାଗଣାରେ ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯାଇ ପାରିଛି ।
ମହାରାଷ୍ଟ୍ରର ବି ଲକ୍ଷ ଲକ୍ଷ ପରିବାରଙ୍କ ପର୍ଯ୍ୟନ୍ତ ଏହି ଲାଭ ପହଞ୍ଚିବାରେ ଲାଗିଛି । ଏବେ ତ ଏହାର ଅୟମାରମ୍ଭ ମାତ୍ର ହୋଇଛି । ଏହାର ମାସଟିଏ ସୁଦ୍ଧା ପୂରଣ ହୋଇନାହିଁ । କିନ୍ତୁ ସାରା ଦେଶର ହସପିଟାଲମାନେ ପାଖାପାଖି ଏକ ଲକ୍ଷ ରୋଗୀ ଏଥିରୁ ଫାଇଦା ହାସଲ କରିସାରିଲେଣି । ଏହି ଯୋଜନା ଫଳରେ କୌଣସି ଗରିବ ଲୋକକୁ ମାଗଣାରେ ପେଟର ଷ୍ଟୋନ ଅସ୍ତ୍ରୋପଚାର ଚିକିତ୍ସା ସୁବିଧା ହାସଲ କରାଯାଇପାରୁଛି । କୌଣସି ଗରିବ ଲୋକର ଟ୍ୟୁମର ଅପରେସନ୍‌ କରାଯାଇ ପାରୁଛି । କାହାପାଇଁ 50 ହଜାର ଟଙ୍କାର ମେଡ଼ିକାଲ ବିଲ୍‌ ଭରାଯାଇଛି ତ ଆଉ କାହା ପାଇଁ 3 ଲକ୍ଷ ଟଙ୍କାର ମେଡ଼ିକାଲ ବିଲ୍‌ ଭରାଯାଇଛି ।

ସାଥୀଗଣ, ଏହି ଯୋଜନା ମାଧ୍ୟମରେ ଆଜିସୁଦ୍ଧା ଯେଉଁ ଦାବି/କ୍ଳେମ ଦିଆଯାଇଛି ସେଥିରେ ପ୍ରତି ରୋଗୀ ପିଛା ହାରାହାରି 20 ହଜାର ଟଙ୍କା ସୁବିଧା ପ୍ରଦାନ କରାଯାଇଛି । ଏବେ ଆପଣମାନେ ଚିନ୍ତା କରନ୍ତୁ । ହଜାର ହଜାର ସଂଖ୍ୟାର ଏହି ରାଶି ସେହି ଗରିବ ଲୋକଙ୍କୁ ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା । ସେମାନେ ହୁଏତ ସେହି ଖର୍ଚ୍ଚ ବହନ କରିବାକୁ ଅସମର୍ଥ ହୋଇଥାନ୍ତେ । ସେହି କାରଣରୁ ସେମାନେ ହସପିଟାଲ ସୁଦ୍ଧା ଯାଇନଥାନ୍ତେ । ଏବେ ସରକାର ସେହି ଗରିବ ଲୋକମାନଙ୍କ ପାଖରେ ଠିଆ ହୋଇଛନ୍ତି । ସରକାର ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନେ ପଇସା କଥା ଚିନ୍ତା ନକରନ୍ତୁ, ପ୍ରଥମେ ନିଜର ଚିକିତ୍ସା କରାନ୍ତୁ ।

ସାଥୀଗଣ, ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଦେଶରେ ଆଧୁନିକ ମେଡ଼ିକାଲ ଭିତ୍ତିଭୂମିର ନୂତନ ଢ଼ାଞ୍ଚା ପ୍ରସ୍ତୁତ କରାଯାଉଛି । ବିଶେଷ କରି ଟାୟାର- 2, ଟାୟାର- 3 ଭଳି ସହରମାନଙ୍କରେ ହଜାର ହଜାର ନୂଆ ହସପିଟାଲ ଖୋଲିବାର ସମ୍ଭାବନା ସୃଷ୍ଟି ହେଉଛି । ସେହିସବୁ ହସପିଟାଲ ଦେଶର ଯୁବପିଢ଼ିଙ୍କ ସକାଶେ ରୋଜଗାରର ଲକ୍ଷ ଲକ୍ଷ ନୂତନ ଅବସର ଆଣି ଆସୁଛି ।

ଭାଇ ଓ ଭଉଣୀମାନେ, ସମାଜର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ବ୍ୟକ୍ତି ସୁଖଶାନ୍ତିରେ ଜୀବନ ଅତିବାହିତ କରୁ, ସମସ୍ତଙ୍କ ଜୀବନ ସରଳ ଏବଂ ସୁଲଭ ହେଉ, ଏହି ଲକ୍ଷ୍ୟର ସହ ସରକାର କାର୍ଯ୍ୟ କରୁଛନ୍ତି । ମୁଁ ଜାଣିବାକୁ ପାଇଛି ଯେ ରାଜ୍ୟର ଅଂଶରୁ ଆମର ମହାରାଷ୍ଟ୍ରରେ ବରୁଣ ଦେବଙ୍କ କୃପା କିଛି କମ୍‌ ହୋଇଛି, ଅର୍ଥାତ, ରାଜ୍ୟରେ ସ୍ୱଳ୍ପବୃଷ୍ଟି ହୋଇଛି । ମୁଁ ଆପଣମାନଙ୍କୁ ନିର୍ଭର ଆଶ୍ୱାସନା ଦେଉଛି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଆପଣମାନଙ୍କୁ ଯଥା ଶୀଘ୍ର ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ଏହା ବ୍ୟତୀତ, ମହାରାଷ୍ଟ୍ର ସରକାର ଯେଉଁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ସେଥିରେ କେନ୍ଦ୍ର ବି କାନ୍ଧକୁ କାନ୍ଧ ମିଳାଇ ସଂପୂର୍ଣ୍ଣ ସହଯୋଗ କରିବ ।

ଭାଇ ଓ ଭଉଣୀମାନେ, ଜଳର ଏହି ସଂକଟରୁ ଦେଶର କୃଷକମାନଙ୍କୁ ଉଦ୍ଧାର କରିବା ସକାଶେ ସରକାର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ମାଧ୍ୟମରେ ବର୍ଷ ବର୍ଷ ଧରି ଅଟକି ରହିଥିବା ପରିଯୋଜନାଗୁଡିକୁ ସଂପୂର୍ଣ୍ଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏହା ମାଧ୍ୟମରେ ମହାରାଷ୍ଟ୍ରରେ ବି ଅନେକ ବଡ଼ ବଡ଼ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ମହାରାଷ୍ଟ୍ର ସରକାର ବି ନିଜର ଜଳଯୁକ୍ତ ଶିବିର ଅଭିଯାନ ମାଧ୍ୟମରେ ଜଳ ସଂକଟର ମୁକାବିଲା ଦିଗରେ ଅଭୂତପୂର୍ବ ପ୍ରୟାସ କରିଛନ୍ତି । ଏହା ଅତ୍ୟନ୍ତ ସନ୍ତୋଷ ଓ ଆଶ୍ୱସ୍ତିର କଥା ଯେ ଏହି ଅଭିଯାନ ଯୋଗୁ ରାଜ୍ୟର 16 ହଜାର ଗ୍ରାମକୁ ମରୁଡ଼ିମୁକ୍ତ କରାଯାଇ ପାରିଛି ଏବଂ ପାଖା ପାଖି 9 ହଜାର ଗ୍ରାମ ମରୁଡ଼ିମୁକ୍ତ କରିବା ଅଭିପ୍ରାୟରେ ଏବେ କାର୍ଯ୍ୟ ଜୋରସୋରରେ ଜାରି ରହିଛି ।

ମୁଁ ମହାରାଷ୍ଟ୍ରର ଲୋକମାନଙ୍କୁ ଏଥିପାଇଁ ମଧ୍ୟ ପ୍ରଶଂସା କରିବାକୁ ଚାହେଁ ଯେ ସେମାନେ ସିଞ୍ଚନ ଟ୍ୟାଙ୍କର ସଫାଇ ଏବଂ କ୍ଷାରମୁକ୍ତ ଅଭିଯାନକୁ ଢ଼େର୍‌ ସଫଳତା ପୂର୍ବକ ଚଳାଇ ଆସୁଛନ୍ତି । ସେଚ ଜଳାଶୟରୁ 9 କୋଟି ଘନମିଟର ପଙ୍କ ଉଦ୍ଧାର କାର୍ଯ୍ୟ କିଛି ସହଜ ଅବା ମାମୁଲି କଥା ନୁହେଁ । କିନ୍ତୁ ଆପଣମାନେ ଜନ ଭାଗୀଦାରୀ ମାଧ୍ୟମରେ ଏହି ଅଭୂତପୂର୍ବ କାର୍ଯ୍ୟ ହାସଲ କରି ସମଗ୍ର ଦେଶ ସମ୍ମୁଖରେ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି । ସେମାନଙ୍କୁ ଏକ ନୂତନ ମାର୍ଗ ପ୍ରଦର୍ଶନ କରିଛନ୍ତି । ମୁଁ ଜାଣିବାକୁ ପାଇଛି ଯେ ଏହି କାମ ଯଦି କୌଣସି କଣ୍ଟ୍ରାକ୍ଟର କରିଥାନ୍ତେ, ସେଥିପାଇଁ 6 ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡ଼ିଥାନ୍ତା । କିନ୍ତୁ ଆପଣମାନେ ନିଜସ୍ୱ ଶ୍ରମଦାନ ବଳରେ ତାହା ହାସଲ କରିପାରିଛନ୍ତି ।

ସାଥୀଗଣ, ଯଦି ଫସଲ ଅମଳ ଅଧିକ ହେଲା, ଏବଂ ତାହା ଉଚିତ ମୂଲ୍ୟରେ କିପରି ଉପଲବ୍ଧ ହେବ ସେଥିପାଇଁ ବି ନିରନ୍ତର ପ୍ରୟାସ କରାଯିବାର ଆବଶ୍ୟକତା ରହିଛି । ଆମ ସରକାରଙ୍କର ଏହା ସଦାବେଳେ ପ୍ରୟାସ ରହିଆସିଛି ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ନେଇ କୃଷକମାନେ ବର୍ଷ ବର୍ଷ ଧରି ଯେଉଁ ଦାବି କରି ଆସୁଥିଲେ ସେମାନଙ୍କର ପୁରୁଣା ଦାବି ଯେଭଳି ପୂରଣ କରାଯାଇ ପାରିବ । ଏବଂ ଆମେ ତାହା ପୂରଣ କରିବାରେ ସକ୍ଷମ ହୋଇଛୁ । ସରକାର ଆଖୁ ସମେତ ଖରିଫ ଏବଂ ରବି ଫସଲର 21 ପ୍ରକାର କୃଷି ଉତ୍ପାଦର ସମର୍ଥନ ମୂଲ୍ୟ ଉପରେ 50 ପ୍ରତିଶତ ବୃଦ୍ଧ କରିବାକୁ ସ୍ଥିର କରିଛନ୍ତି । ଏହା ଏକ ଐତିହାସିକ ନିଷ୍ପତ୍ତି ଏବଂ ଏହା ଦ୍ୱାରା ଏହି ଦେଶର କୋଟି କୋଟି କୃଷକଙ୍କ ହଜାର ହଜାର କୋଟି ଟଙ୍କାର ଫାଇଦା ମିଳିବ । ସେମାନଙ୍କର ଅତିରିକ୍ତ ଆୟ ସୁନିଶ୍ଚିତ ହୋଇପାରିବ ।

ସାଥୀଗଣ, କ୍ଷେତ ସହିତ ସରକାର ପର୍ଯ୍ୟଟନକୁ ବି ପ୍ରୋତ୍ସାହନ ପ୍ରଦାନ କରି ଆସୁଛନ୍ତି । ମହାରାଷ୍ଟ୍ରରେ ତ ଶିରିଡ଼ି ଭଳି ଆସ୍ଥା ସହ ଯୋଡ଼ି ହୋଇ ରହିଥିବା ବଡ଼ ବଡ଼ ସ୍ଥାନମାନ ରହିଛି । ପୁଣି ଅପର ପକ୍ଷରେ ଅଜନ୍ତା, ଏଲୋରା ଭଳି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀମାନ ରହିଛି । ସେଠାକୁ ସମଗ୍ର ବିଶ୍ୱରୁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସୁଛନ୍ତି । ଆସ୍ଥା, ଆଧ୍ୟାତ୍ମ୍ୟ ଏବଂ ଇତିହାସ ଦ୍ୱାରା ଯୁବକମାନଙ୍କୁ ରୋଜଗାରକ୍ଷମ କରାଯାଇପାରିବ ଏବଂ ସେମାନଙ୍କର ଉପାର୍ଜନ ବୃଦ୍ଧିପାଇବ । ଏହାକୁ ଯୋଡ଼ିବା ସକାଶେ ଆମେ ଏକ ବିରାଟ ଅଭିଯାନ ଆରମ୍ଭ କରିଛୁ ।
ଦେଶର ପର୍ଯ୍ୟଟନ ସର୍କିଟକୁ ପରସ୍ପର ସହ ଯୋଡ଼ାଯାଉଛି । ସେଠାରେ ସମସ୍ତ ପ୍ରକାର ସୁବିଧା ନିର୍ମାଣ କରାଯାଉଛି । ଏଠାରେ ଶିରିଡ଼ିରେ ବି ଗତ ଥର ଯେତେବେଳେ ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିବାକୁ ଆମର ମହାମହୀମ ରାଷ୍ଟ୍ରପତି ଜୀ ଆସିଥିଲେ ସେ ଏକ ବିମାନ ବନ୍ଦର ଉପହାର ଦେଇଥିଲେ । ମୋତେ ଅବଗତ କରାଯାଇଛି ଯେ ଏଠାରୁ ଯେଉଁ ଫ୍ଲାଇଟ ଏବେ ଚଳାଚଳ କରୁଛି ସେଥିରେ ଆଗାମୀ ଦିନରେ ଆହୁରି ବୃଦ୍ଧି ଘଟିବ । ତାହା ଫଳରେ ଦେଶ ଓ ଦୁନିଆର କୋଣ ଅନୁକୋଣରୁ ସାଇଭକ୍ତମାନେ ସହଜରେ ଏଠାକୁ ଆସି ଦର୍ଶନ ଲାଭ କରିପାରିବେ ।

ଭାଇ ଓ ଭଉଣୀମାନେ, ମହାରାଷ୍ଟ୍ରର ଧରଣୀ ସଦାବେଳେ ସାମାଜିକ ସମରସତ୍ତାର ପାଠ ଦେଶକୁ ପଢ଼ାଇ ଆସିଛି । ବୀର ଶିବାଜୀ ହୋଇଥାନ୍ତୁ, ବାବା ସାହେବ ଭୀମରାଓ ଆମ୍ବେଦକର ହୋଇଥାନ୍ତୁ ଅବା ପୂଜ୍ୟ ମହାତ୍ମା ଜ୍ୟୋତିବା ଫୁଲେ ହୋଇଥାନ୍ତୁ, ଏମାନେ ସମସ୍ତେ ସେହି ମୂଲ୍ୟର ସ୍ଥାପନା କରିଛନ୍ତି ଯାହା ସମତା ଓ ଏକତା ସହ ସଂଶ୍ଳିଷ୍ଟ । ଏହାକୁ ସାମାଜିକ ଶକ୍ତି ବୋଲି ସେମାନେ ମାନି ଯାଇଛନ୍ତି । ଆପଣମାନେ ସମସ୍ତେ ଏହିସବୁ ସନ୍ଥ, ମହାପୁରୁଷଙ୍କୁ ସଦାବେଳେ ସ୍ମରଣ ରଖିବା ଉଚିତ । ପୁଣି ସ୍ୱାର୍ଥ ସାଧନ ପାଇଁ ସମାଜରେ ଭେଦଭାବ ସୃଷ୍ଟି କରୁଥିବା ପ୍ରତ୍ୟେକ ଶକ୍ତି, ପ୍ରତ୍ୟେକ ଅସାଧୁଙ୍କୁ ଆମକୁ ପରାଜିତ କରିବାକୁ ପଡ଼ିବ । ଭାଙ୍ଗିବା ସହଜ କଥା କିନ୍ତୁ ଯୋଡ଼ିବା ବେଶ୍‌ କଷ୍ଟସାଧ୍ୟ । ଆମକୁ ଯୋଡ଼ିବାବାଲା ଶକ୍ତିକୁ ସଶକ୍ତ କରିବାକୁ ପଡିବ । ତଦ୍ୱାରା ଭାଙ୍ଗିବାକୁ ପ୍ରୟାସ କରୁଥିବା ତତ୍ତ୍ୱ ଆପେ ଆପେ ପରାସ୍ତ ହୋଇଯିବେ । ସବକା ସାଥ୍‌, ସବକା ବିକାଶ ଏବଂ ଏକ ଭାରତ, ଶ୍ରେଷ୍ଠ ଭାରତର ଏହି ସଂକଳ୍ପ ଏହି ବିଜୟା ଦଶମୀ ଠାରୁ ଆମେ ଗ୍ରହଣ କରିବାକୁ ପଡ଼ିବ । ଏବଂ ସେଇଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରିବ ଯେ ଆମେମାନେ ସମସ୍ତେ ଏହି ସଂଦେଶକୁ ନେଇ ଆଗକୁ ଅଗ୍ରସର ହେବା ଏବଂ ଏହି ସଂଦେଶର ମାର୍ଗରେ ନିଜକୁ ଓ ଅନ୍ୟମାନଙ୍କୁ ପରିଚାଳିତ ହେବାକୁ ପ୍ରେରିତ କରିବା । ସାଇବାବା ଯେଉଁ ମାର୍ଗ ପ୍ରଦର୍ଶନ କରି ଯାଇଛନ୍ତି ସେହି ମାର୍ଗରେ ଆମେମାନେ ଆଗକୁ ବଢ଼ିବା । ମୋତେ ଢ଼େର୍‌ ଖୁସି ଲାଗିବ ।

ସାଥୀଗଣ, ଆଜି ମୁଁ ଏହି ପବିତ୍ର ସ୍ଥାନରେ ଉପସ୍ଥିତ ହୋଇଛି ଓ ଶତାବ୍ଦୀ ସମାରୋହର ସମାପନ କରୁଛି । ଏହି ଅକ୍ଟୋବର 31 ତାରିଖ ଦିନ ରାଜ୍ୟରେ ଆପଣମାନଙ୍କ ସମସ୍ତଙ୍କ ସରକାର ଚାର ବର୍ଷ ପୂରଣ କରିବାକୁ ଯାଉଛି । ମୁଁ ଦେବେନ୍ଦ୍ର ଫଡ଼ନାଭିସ ଜୀ ଏବଂ ତାଙ୍କର ପୁରା ଟିମକୁ ଆଗୁଆ ଅଭିନନ୍ଦନ ଜ୍ଞାପନ କରୁଛି । ଆପଣମାନେ ପୁରା ଶକ୍ତି ଉପଯୋଗ କରି ମହାରାଷ୍ଟ୍ରବାସୀଙ୍କ ସେବା କରି ଆସୁଛନ୍ତି । ଏବଂ ଆପଣମାନଙ୍କୁ, ଏଠାକାର ପ୍ରତ୍ୟେକ ନାଗରିକଙ୍କୁ ଆଶୀର୍ବାଦ ମିଳି ଚାଲିଥାଉ । ମୋର ଏହି ଶୁଭ କାମନା ।

ଏହି ବିଶ୍ୱାସର ସହ ପୁଣି ଥରେ ସେହି ସବୁ ପରିବାରମାନଙ୍କୁ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଯେଉଁମାନେ ଆଜି ଦଶହରାରେ ନିଜକୁ, ନିଜର ମନକୁ, ନିଜର ସ୍ୱପ୍ନକୁ ସାକାର କରି ଗୋଟିଏ ଗୋଟିଏ ବାସଗୃହ ପାଇଛନ୍ତି । ଏହି ନୂତନ ବାସଗୃହ ଆପଣମାନଙ୍କ ସ୍ୱପ୍ନକୁ ପୂର କରିବାର ମାଧ୍ୟମ ହେଉ, ଏହି ଘରେ ରହି ଆପଣମାନେ ଏବଂ ଆପଣମାନଙ୍କ ପରିବାର ଜୀବନରେ ଆଗକୁ ବଢ଼ିଚାଲୁ, ଅନେକ ସଫଳତା ଅର୍ଜନ କରୁ, ଆପଣମାନଙ୍କ ସନ୍ତାନମାନେ ସଫଳତାର ନୂତନ ଶୀର୍ଷରେ ପହଞ୍ଚନ୍ତୁ । ଏତିକି କାମନା କରି ମୁଁ ନିଜର ବକ୍ତବ୍ୟ ସମାପ୍ତ କରୁଛି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଏହି ପବିତ୍ର ଅବସରରେ ଏଠାକୁ ମୋତେ ଆମନ୍ତ୍ରଣ କରିଥିବାରୁ, ଏଭଳି ସେବାର ଅବସର ଦେଇଥିବାରୁ ମୁଁ ଶ୍ରୀ ସାଇ ଟ୍ରଷ୍ଟଙ୍କ ନିକଟରେ ବି ମୋର କୃତଜ୍ଞତା ବ୍ୟକ୍ତ କରୁଛି । ଆଗକୁ ଆସୁଥିବା ପ୍ରତ୍ୟେକ ପର୍ବ ଆପଣମାନଙ୍କ ସମସ୍ତଙ୍କ ଜୀବନରେ ଖୁସି ଆଣି ଆସୁ । ଏତିକି ଶୁଭକାମନାର ସହ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.