At every level of education, gross enrolment ratio of girls are higher than boys across the country: PM Modi
Lauding the University of Mysore, PM Modi says several Indian greats such as Bharat Ratna Dr. Sarvapalli Radhakrisnan has been provided new inspiration by this esteemed University
PM Modi says, today, in higher education, and in relation to innovation and technology, the participation of girls has increased
In last 5-6 years, we've continuously tried to help our students to go forward in the 21st century by changing our education system: PM Modi on NEP

ନମସ୍କାର!

କର୍ଣ୍ଣାଟକର ରାଜ୍ୟପାଳ ଏବଂ ମହୀଶୂର ବିଶ୍ୱବିଦ୍ୟାଳୟର କୁଳାଧିପତି, ଶ୍ରୀ ଭଜୁ ଭାଇ ବାଲାଜୀ, କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ଡକ୍ଟର ସି ଏନ ଅଶ୍ୱଥ ନାରାୟଣ ଜୀ, ମହୀଶୂର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜି ହେମନ୍ତ କୁମାର ଜୀ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟାପକଗଣ, ଛାତ୍ରଛାତ୍ରୀଗଣ, ଅଭିଭାବକଗଣ, ଦେବୀ ଏବଂ ସଜ୍ଜନଗଣ!  ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ “ମହୀଶୂର ଦଶହରା, “ନାଇ ହବ୍ୱାର ଅନନ୍ତ ଅନନ୍ତ ଶୁଭକାମନା ଜ୍ଞାପନ କରୁଛି!

କିଛି ସମୟ ପୂର୍ବରୁ ମୁଁ ଫଟୋଚିତ୍ରମାନ ଦେଖୁଥିଲି । ଏଥର କରୋନା ବିପଦ କାରଣରୁ ନିଶ୍ଚିତ ରୂପେ ଅନେକ କଟକଣା ଲାଗିଥାଉ ପଛେ, କିନ୍ତୁ ଉତ୍ସବ ମନାଇବା ସକାଶେ ଆପଣମାନଙ୍କ ମନରେ ଉତ୍ସାହ ପୂର୍ବବତ ସତେଜ ରହିଛି । ଅବଶ୍ୟ ଏଭଳି ମାନସିକତାରେ, କିଛି ଦିନ ପୂର୍ବେ ହୋଇଥିବା ପ୍ରବଳ ବର୍ଷା କିଛି ମାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିବାର ପ୍ରୟାସ କରିଥିଲା । ଏଥିରେ ପ୍ରଭାବିତ ସମସ୍ତ ପରିବାରଙ୍କ ପ୍ରତି ମୋର ସମ୍ବେଦନା ଜ୍ଞାପନ କରୁଛି । କେନ୍ଦ୍ର ସରକାର ଏବଂ କର୍ଣ୍ଣାଟକ ସରକାର ମିଳିତ ଭାବେ ଉଦ୍ଧାର କାର୍ଯ୍ୟକୁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି ।

ସାଥୀଗଣ, ଆଜି ଆପଣମାନଙ୍କ ନିମନ୍ତେ ଏକ ବହୁତ ବଡ଼ ଦିନ । ଏମିତି ତ ମୋର ସଦାବେଳେ ପ୍ରୟାସ ରହିଥାଏ ଯେ ଏଭଳି ଅବସରରେ ମୁଁ ଯୁବ ବନ୍ଧୁମାନଙ୍କ ସହିତ ସାମ୍ନାସାମ୍ନି ହେବି, ସେମାନଙ୍କୁ ଭେଟିପାରିବି ଏବଂ ମହୀଶୂର ଆସିବା, ମହୀଶୂର ବିଶ୍ୱବିଦ୍ୟାଳୟର ଗୌରବଶାଳୀ ପରମ୍ପରା, ଶତାବ୍ଦୀ ଦୀକ୍ଷାନ୍ତ ସମାରୋହରେ ଅଂଶ ଗ୍ରହଣ କରିବାର ଗୌରବର କିଛି ବିଶେଷ ଆକର୍ଷଣ ରହିଛି । କିନ୍ତୁ ଏଥର କରୋନ ମହାମାରୀ କାରଣ ଯୋଗୁ ଆମେ ବାସ୍ତବରେ ନୁହେଁ, ଭର୍ଚୁଆଲ୍‌ ମୋଡ଼ରେ ହିଁ ପରସ୍ପରକୁ ଭେଟି ପାରୁଛେ । ଘଟି–କୋତ୍ସବଦା ଇ ସ୍ମରଣୀୟା ସମାରଂ–ଭଦା ସନ୍ଦର୍ଭ–ଦଲ୍ଲୀ ନିମନେଲ୍ଲରିଗୁ ଅଭିନନ୍ଦନେ–ଗଡ଼ୁ ଇଂଦୁ ପଦବୀ ପ୍ରମାଣପତ୍ରା ପଡ଼େୟୁତ୍ତିରୁବ ଏଲ୍ଲରିଗୁ ଶୁଭାଶ୍ୟଗଡ଼ୁ ବୋଧକା ସିବ୍ୱଂଦିଗୁ ଶୁଭାଶ୍ୟ–ଗଡ଼ନ୍ନୁ କୋରୁତ୍ତେନେ ।

ସାଥୀଗଣ, ମହୀଶୂ ର ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତର ସମୃଦ୍ଧ ଶିକ୍ଷା ବ୍ୟବସ୍ଥା ଏବଂ ଭବିଷ୍ୟତର ଭାରତର ଆଶା ଆକାଂକ୍ଷା ଏବଂ ସାମର୍ଥ୍ୟର ଏକ ପ୍ରମୁଖ କେନ୍ଦ୍ର । ଏହି ବିଶ୍ୱବିଦ୍ୟାଳୟ ରାଜର୍ଷି ନାଲବାଡ଼ୀ କୃଷ୍ଣରାଜ ୱାଡ଼େୟାର ଏବଂ ଏମ ବିଶ୍ୱେଶ୍ୱରାୟା ଜୀ ଙ୍କ ପରିକଳ୍ପନା ଏବଂ ସଂକଳ୍ପକୁ ସାକାର କରିଛି । ମୋ ପାଇଁ ଏହା ଏକ ସୁଖଦ ସଂଯୋଗ ଯେ ଆଜିଠାରୁ ଠିକ୍‌ 102 ବର୍ଷ ପୂର୍ବେ, ହାଜିର ଦିନର ରାଜଶ୍ରୀ ନାଲବାଡ଼ୀ କୃଷ୍ଣରାଜ ୱାଡ଼େୟାର ମହୀଶୂର ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନକୁ ସମ୍ବୋଧିତ କରିଥିଲେ । ସେହି ଦିନ ଠାରୁ ନେଇ ଆଜି ପର୍ଯ୍ୟନ୍ତ ଏହି “ରତ୍ନଗର୍ଭା ପ୍ରାଙ୍ଗଣ”ଏହିଭଳି ଅନେକ ସାଥୀଙ୍କୁ ଏଭଳି କାର୍ଯ୍ୟକ୍ରମରେ ଦୀକ୍ଷା ନେବାର ଦେଖିଛି ଯାହାଙ୍କର ରାଷ୍ଟ୍ରନିର୍ମାଣରେ ବିଶେଷ ଯୋଗଦାନ ରହିଆସିଛି । ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ଜୀଙ୍କ ଭଳି ଅନେକ ମହାନ ବ୍ୟକ୍ତିତ୍ୱ ଏହି ଶିକ୍ଷା ସଂସ୍ଥାନରେ ଅନେକ ବିଦ୍ୟାର୍ଥୀଙ୍କୁ ଅନେକ ନୂତନ ପ୍ରେରଣା ପ୍ରଦାନ କରିଛନ୍ତି । ଏମିତିରେ ତ ଆପଣମାନଙ୍କ ସମସ୍ତଙ୍କ ଉପରେ ଆପଣମାନଙ୍କ ପରିବାର ସହିତ ଆମ ସମସ୍ତଙ୍କର ବିଶ୍ୱାସ ଅଧିକ ରହିଛି ଏବଂ ଏଥି ସହ ଢେର୍‌ ଭରସା ମଧ୍ୟ ରହିଛି । ଆଜି ଆପଣମାନଙ୍କ ବିଶ୍ୱବିଦ୍ୟାଳୟ, ଆପଣମାନଙ୍କ ପ୍ରଫେସରଗଣ, ଆପଣଙ୍କୁ ଡିଗ୍ରୀ ସହିତ ଦେଶ ଏବଂ ସମାଜ ପ୍ରତି ଆପଣମାନଙ୍କ ଦାୟିତ୍ୱବୋଧ ସମର୍ପଣ କରୁଛି ।

ସାଥୀଗଣ, ଆମମାନଙ୍କ ପାଇଁ ଏଠାରେ ଶିକ୍ଷା ଏବଂ ଦୀକ୍ଷା, ଯୁବ ଜୀବନର ଦୁଇଟି ବିଶେଷ ଲକ୍ଷ୍ୟ ବୋଲି ବିବେଚନା କରାଯାଇଥାଏ । ଏହା ଆମମାନଙ୍କ ପାଇଁ ଏଠାରେ ହଜାର ହଜାର ବର୍ଷ ଧରି ଏକ ପରମ୍ପରା ଭାବେ ପରିଗଣିତ ହୋଇଆସୁଛି । ଯେତେବେଳେ ଆମେ ଦୀକ୍ଷାର କଥା କହୁ, ସେତେବେଳେ କେବଳ ଡିଗ୍ରୀ ହାସଲ କରିବାର ଅବସର ଏହା ନୁହେଁ ବୋଲି ଆମେମାନେ ଜାଣୁ । ଆଜିର ଏହି ଦିନ ଜୀବନର ଆଗାମୀ ଉତ୍ଥାନ ପତନ ସକାଶେ ନୂତନ ସଂକଳ୍ପ ନେବାଲାଗି ମଧ୍ୟ ପ୍ରେରଣା ଯୋଗାଇଥାଏ । ଏବେ ଆପଣମାନେ ଏକ ଆନୁଷ୍ଠାନିକ ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ବାସ୍ତବ ଜୀବନର ବିଶ୍ୱବିଦ୍ୟାଳୟର ବିସ୍ତୀର୍ଣ୍ଣ ପରିସରରେ ପାଦ ଥାପିବାକୁ ଯାଉଛନ୍ତି । ତାହା ଏଭଳି ଏକ ପରିସର ହେବ ଯେଉଁଠି ଆପଣମାନେ ଯେଉଁ ଜ୍ଞାନ ହାସଲ କରିଥିବେ ସେସବୁକୁ ପ୍ରୟୋଗ କରିବାର ସୁଯୋଗ ଆସିବ, ସେସବୁ ଜ୍ଞାନ କାମରେ ଆସିବ ।

ସାଥୀଗଣ, ମହାନ କନ୍ନଡ଼ ଲେଖକ, ବିଚାରକ ଗୋରୁରୁ ରାମସ୍ୱାମୀ ଆୟାଙ୍ଗାରଜୀ କହିଛନ୍ତି– ଶିକ୍ଷଣେବ ଜୀବନଦ ବେଲକୁ । ଅର୍ଥାତ୍‌, ଶିକ୍ଷା ଜୀବନକୁ ଜଟିଳ ମାର୍ଗରେ ହିଁ ଆଲୋକ ଦେଖାଇବାର ମାଧ୍ୟମ ଅଟେ । ଆଜି ଆମ ଦେଶ ଯେତେବେଳେ ପରିବର୍ତ୍ତନର ଏକ ବିରାଟ କାଳଖଣ୍ଡ ଭିତର ଦେଇ ଆଗକୁ ଗତି କରୁଛି, ସେତେବେଳେ ତାଙ୍କର ଏହି ଉକ୍ତି ଖୁବ୍‌ ପ୍ରାସଙ୍ଗିକ ମନେହୁଏ । ବିଗତ 5-6 ବର୍ଷ ମଧ୍ୟରେ ଏହା ନିରନ୍ତର ପ୍ରୟାସ କରାଯାଇଛି ଯେ ଆମର ଶିକ୍ଷା, ଭାରତର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କୁ ଏକବିଂଶ ଶତାବ୍ଦୀର ଆବଶ୍ୟକତାଗୁଡ଼ିକ ମଧ୍ୟରେ ଆଗକୁ ବଢ଼ିବାରେ ଯେଭଳି ସହାୟକ ହୋଇପାରିବ । ବିଶେଷ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସାଧନର ନିର୍ମାଣ ଠାରୁ ନେଇ ଢ଼ାଂଚାଗତ ସଂସ୍କାର ଉପରେ ଅଧିକ ଫୋକସ୍‌ କରାଯାଇଛି । ଭାରତକୁ ଉଚ୍ଚଶିକ୍ଷା କ୍ଷେତ୍ରରେ କିଭଳି ଭାବେ ଏକ ବୈଶ୍ୱିକ ହବ୍‌ରେ ପରିଣତ କରାଯାଇପାରିବ, ଆମର ଯୁବବର୍ଗଙ୍କୁ କିଭଳି ଭାବେ ପ୍ରତିଯୋଗୀତାଧର୍ମୀ କରାଯାଇପାରିବ, ଗୁଣାତ୍ମକ ତଥା ପରିମାଣାତ୍ମକ, ପ୍ରତ୍ୟେକ ସ୍ତରରେ ଏଥିପାଇଁ ପ୍ରୟାସ ଜାରି ରହିଛି ।

ସାଥୀଗଣ, ଦେଶ ସ୍ୱାଧୀନତା ହାସଣ କରିବାର ଏତେ ବର୍ଷ ପରେ ସୁଦ୍ଧା 2014 ମସିହା ପୂର୍ବରୁ ଦେଶରେ ମାତ୍ର 16ଟି ଆଇଆଇଟି ଥିଲା । ବିଗତ 6 ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ଭାବେ ଗୋଟିଏ ଲେଖାଏଁ ନୂଆ ଆଇଆଇଟି ଖୋଲାଯାଇଛି । ସେଥି ମଧ୍ୟରୁ ଗୋଟିଏ କର୍ଣ୍ଣାଟକର ଧରୱାଡ଼ରେ ମଧ୍ୟ ଖୋଲିଛି । 2014 ପର୍ଯ୍ୟନ୍ତ ଭାରତରେ 9ଟି ଟ୍ରିପଲ ଆଇଟି ଥିଲା । ଏହା ପରେ 5 ବର୍ଷ ଭିତରେ 16ଟି ଟ୍ରିପଲ ଆଇଟ ପ୍ରତିଷ୍ଠା କରାଯାଇଛି । ବିଗତ 5-6 ବର୍ଷରେ 7ଟି ନୂତନ ଆଇଆଇଏମ ସ୍ଥାପନ କରାଯାଇଛି । ଯେତେବେଳେକି ଏହା ପୂର୍ବରୁ ଦେଶରେ 13ଟି ଆଇଆଇଏମ ହିଁ ରହିଥିଲା । ଏହିଭଳି ଭାବେ ପାଖାପାଖି 6 ଦଶକ ପର୍ଯ୍ୟନ୍ତ ଦେଶରେ ମାତ୍ର 7ଟି ଏମ୍ସ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ନିୟୋଜିତ ଥିଲା । 2014 ପରେ ଏଥିରେ ଦୁଇଗୁଣ ଅର୍ଥାତ୍‌ 15ଟି ଏମ୍ସ ସ୍ଥାପିତ ହୋଇସାରିଛି ଅବା ଏହା ଆରମ୍ଭ ହେବା ପ୍ରକ୍ରିୟାରେ ରହିଛି ।

ସାଥୀଗଣ, ବିଗତ 5-6 ବର୍ଷ ଭିତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ହେଉଥିବା ପ୍ରୟାସ କେବଳ ନୂତନ ଅନୁଷ୍ଠାନ ଖୋଲିବ ଭିତରେ ସୀମିତ ରହିନାହିଁ । ଏହିସବୁ ସଂସ୍ଥାମାନଙ୍କର ପରିଚାଳନାରେ ମଧ୍ୟ ସଂସ୍କାର ଠାରୁ ନେଇ ଲିଙ୍ଗଗତ ଏବଂ ସାମାଜିକ ସହଭାଗୀତାକୁ ସୁନିଶ୍ଚିତ କରିବା ନିମନ୍ତେ କାର୍ଯ୍ୟ କରାଯାଇଛି । ଏଭଳି ସଂସ୍ଥାନଗୁଡ଼ିକୁ ଅଧିକ ସ୍ୱାୟତ୍ତତା ପ୍ରଦାନ କରାଯାଉଛି ଯଦ୍ୱାରା ସେମାନେ ନିଜର ଆବଶ୍ୟକତା ଅନୁସାରେ ନିଜସ୍ୱ ନିଷ୍ପତ୍ତି ଗ୍ରହଣ କରିପାରିବେ । ପୂର୍ବର ଆଇଆଇଏମ ଆଇନ ଭଳି ଆଇଆଇଏମମାନଙ୍କୁ ଅଧିକ ଅଧିକାର ପ୍ରଦାନ କରାଯାଇଛି । ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛତା ବହୁତ କମ୍‌ ଥିଲା । ଏହାକୁ ଦୂର କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଆଜି ଦେଶର ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଆଣିବା ନିମନ୍ତେ ଏକ ଜାତୀୟ ମେଡ଼ିକାଲ କମିଶନ ଗଠନ କରାଯାଇ ସାରିଛି । ହୋମିଓପାଥି ଏବଂ ଅନ୍ୟ ଭାରତୀୟ ଚିକିତ୍ସା ପଦ୍ଧତିମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ସଂସ୍କାର ଆଣିବା ନିମନ୍ତେ ନୂତନ ଆଇନ ପ୍ରସ୍ତୁତ କରାଯାଉଛି । ମେଡ଼ିକାଲ ଶିକ୍ଷାରେ ହେଉଥିବା ସଂସ୍କାର ଦ୍ୱାରା ଦେଶର ଯୁବଗୋଷ୍ଠୀଙ୍କୁ ମେଡ଼ିକାଲ ଶିକ୍ଷା ନିମନ୍ତେ ଅଧିକ ସିଟ୍‌ ମିଳିବା ସୁନିଶ୍ଚିତ କରାଯାଇଛି ।

ସାଥୀଗଣ, ରାଜଶ୍ରୀ ନାଲବାଡ଼ୀ କୃଷ୍ଣରାଜ ୱାଡ଼େୟାରଜୀ ତାଙ୍କର ପ୍ରଥମ ସମାବର୍ତ୍ତନ ସମ୍ବୋଧନରେ କହିଥିଲେ ଯେ “ଭଲ ହୋଇଥାନ୍ତା ଯଦି ମୁଁ ମୋ ସାମ୍ନାରେ ଜଣେ ନୁହେଁ, ଦଶଜଣ ମହିଳା ଗ୍ରାଜୁଏଟଙ୍କୁ ଦେଖି ପାରିଥାନ୍ତି ।”ମୁଁ ଆଜି ନିଜ ସମ୍ମୁଖରେ ଅନେକ କନ୍ୟାଙ୍କୁ ଦେଖିପାରୁଛି ଯେଉଁମାନଙ୍କୁ ଆଜି ଏଠାରୁ ଡିଗ୍ରୀ ମିଳିଛି । ମୋତେ ସୂଚୀତ କରାଯାଇଛି ଯେ ଆଜି ଏଠାରେ ଡିଗ୍ରୀ ନେଉଥିବା ବିଦ୍ୟାର୍ଥୀଙ୍କ ଭିତରେ ବାଳିକାଙ୍କ ସଂଖ୍ୟା ବାଳକଙ୍କ ଠାରୁ ଅଧିକ । ପରିବର୍ତ୍ତନଶୀଳ ଭାରତର ଏହା ଆଉ ଏକ ପରିଚୟ । ଆଜି ଶିକ୍ଷାର ପ୍ରତ୍ୟେକ ସ୍ତରରେ ଦେଶରେ କନ୍ୟାମାନଙ୍କ ମୋଟ ନାମଲେଖା ଅନୁପାତ ଅଧିକ ହୋଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ, ଅଭିନବତ୍ୱ ଏବଂ ପ୍ରଯୁକ୍ତି ସହିତ ସଂଶ୍ଳିଷ୍ଟ ଶିକ୍ଷାକ୍ଷେତ୍ରରେ ମଧ୍ୟ ବାଳିକାମାନଙ୍କ ଭାଗିଦାରୀ ବୃଦ୍ଧି ପାଇଛି । 4 ବର୍ଷ ପୂର୍ବେ ଦେଶର ଆଇଆଇଟିରେ ବାଳିକା ବିଦ୍ୟାର୍ଥୀଙ୍କ ନାମଲେଖା ମାତ୍ରା ଯେଉଁଠି ମାତ୍ର 8 ପ୍ରତିଶତ ଥିଲା, ତାହା ଚଳିତ ବର୍ଷ ବୃଦ୍ଧି ପାଇ ଦୁଇଗୁଣ ଠାରୁ ମଧ୍ୟ ଅଧିକ ହୋଇଛି । ଅର୍ଥାତ୍‌, 20 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚô ସାରିଛି ।

ସାଥୀଗଣ, ଶିକ୍ଷା କ୍ଷେତ୍ରରେ ଏଭଳି ଯେତେ ଯେତେ ସଂସ୍କାର ଅଣାଯାଇଛି, ସେସବୁକୁ ନୂତନ ଶିକ୍ଷା ନୀତି ନୂତନ ଦିଶା, ନୂତନ ଶକ୍ତି ପ୍ରଦାନ କରିବ । ଜାତୀୟ ଶିକ୍ଷା ନୀତି, ପ୍ରି ନର୍ସରୀ ଠାରୁ ନେଇ ପିଏଚଡ଼ି ପର୍ଯ୍ୟନ୍ତ ଦେଶର ସଂପୂର୍ଣ୍ଣ ଶିକ୍ଷା ଢ଼ାଂଚାରେ ମୌଳିକ ପରିବର୍ତ୍ତନ ଆଣିବାର ଏକ ବହୁତ ବଡ଼ ଅଭିଯାନ ଅଟେ । ଆମ ଦେଶର ସାମର୍ଥ୍ୟବାନ ଯୁବଗୋଷ୍ଠୀଙ୍କୁ ଆହୁରି ଅଧିକ ପ୍ରତିଯୋଗୀତାମୂଳକ ଭାବେ ଗଢ଼ି ତୋଳିବା ନିମନ୍ତେ ବିବିଧ–ଦିଗକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଫୋକସ୍‌ କରାଯାଇଛି । ପ୍ରୟାସ କରାଯାଇଛି ଯେ ଆମର ଯୁବଗୋଷ୍ଠୀ କିଭଳି ଭାବେ ଦ୍ରୁତ ବେଗରେ ପରିବର୍ତ୍ତନଶୀଳ କର୍ମସଂସ୍ଥାନର ପ୍ରକୃତି ନିମନ୍ତେ ଅଧିକ ନମନୀୟ ହୋଇପାରିବେ, ଏହାକୁ ଗ୍ରହଣ କରିପାରିବେ । କୁଶଳୀ, ପୁନଃ କୁଶଳୀ ଏବଂ କୌଶଳର ଉନ୍ନତିକରଣ ହେଉଛି ଆଜିର ସବୁଠାରୁ ବଡ଼ ଆବଶ୍ୟକତା । ଜାତୀୟ ଶିକ୍ଷା ନୀତିରେ ଏହା ଉପରେ ଅଧିକ ଧ୍ୟାନ ପ୍ରଦାନ କରାଯାଇଛି ।

ସାଥୀଗଣ, ମୁଁ ଏକଥା ଜାଣି ଅତ୍ୟନ୍ତ ଆନନ୍ଦିତ ଯେ ମହୀଶୂର ବିଶ୍ୱବିଦ୍ୟାଳୟ ଏହି ନୀତିକୁ ଲାଗୁ କରିବା ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିଛି, ବ୍ୟଗ୍ରତା ପ୍ରକଟ କରିଛି । ମୋତେ ଲାଗୁଛି ଯେ ଏନଇପି ଆଧାରରେ ଆପଣମାନେ ବିବିଧ ଶୃଙ୍ଖଳା କର୍ଯ୍ୟକ୍ରମମାନ ଆରମ୍ଭ କରୁଛନ୍ତି । ଏବେ ଆପଣମାନଙ୍କ ସ୍ୱପ୍ନ ଏବଂ ସାମର୍ଥ୍ୟ ଯେତିକି ବିସ୍ତାରିତ ହେଉଛି, ତଦନୁସାରେ ଆପଣମାନେ ନିଜେ ନିଜ ଋଚିର ବିଷୟମାନ ଚୟନ କରିପାରିବେ । ସେଥିରେ ଆପଣମାନେ ବୈଶ୍ୱିକ ପ୍ରଯୁକ୍ତି ଏବଂ ସ୍ଥାନୀୟ ସଂସ୍କୃତି ସହିତ ପାଠ ପଢ଼ି ପାରିବେ । ସେହିସବୁ ପ୍ରଯୁକ୍ତିର ଉପଯୋଗ କରି ଆପଣମାନେ ସ୍ଥାନୀୟ ସାମଗ୍ରୀକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିପାରିବେ ।

ସାଥୀଗଣ, ଆମ ଦେଶରେ ଯେଉଁ ଚତୁର୍ମୁଖୀ ସଂସ୍କାର କାର୍ଯ୍ୟକାରୀ ହେଉଛି, ତାହା ପୂର୍ବରୁ କେବେ ହୋଇନଥିଲା ।  ପୂର୍ବରୁ କିଛି ସିଦ୍ଧାନ୍ତ ନିଆଯିବାକୁ ଥିଲେ ତାହା କେବଳ ଗୋଟିଏ ସେକ୍ଟର ପାଇଁ ଉଦ୍ଦିଷ୍ଟ ଥିଲା । ଅନ୍ୟ ସେକ୍ଟରମାନ ସେଥିରୁ ବାଦ୍‌ ପଡ଼ୁଥିଲା । ବିଗତ 6 ବର୍ଷ ଭିତରେ ବିବିଧସ୍ତରୀୟ ସଂସ୍କାର କାର୍ଯ୍ୟକାରୀ ହୋଇଛି । ବିବିଧ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରାଯାଇଛି । ଯଦି ଜାତୀୟ ଶିକ୍ଷା ନୀତି ଦେଶର ଶିକ୍ଷା କ୍ଷେତ୍ରର ଭବିଷ୍ୟତକୁ ସୁନିଶ୍ଚିତ କରୁଛି, ତ ଏହା ଆପଣମାନଙ୍କ ଭଳି ଯୁବ ସାଥୀମାନଙ୍କୁ ମଧ୍ୟ ସଶକ୍ତ କରୁଛି । ଯଦି କୃଷିକ୍ଷେତ୍ର ସହିତ ସଂଶ୍ଳିଷ୍ଟ ସଂସ୍କାର କୃଷକମାନଙ୍କୁ ସଶକ୍ତ କରୁଛି, ତ ଶ୍ରମ ସଂସ୍କାର ଶ୍ରମିକ ଏବଂ ଶିଳ୍କସଂସ୍ଥା ଦୁହିଁଙ୍କ ବିକାଶ, ନିରାପତ୍ତାକୁ ପ୍ରୋତ୍ସାହନ ଯୋଗାଉଛି । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ଦ୍ୱାରା ଯେଉଁଠି ଆମର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆସିଛି ତ ସେଠାରେ ରେରା ଦ୍ୱାରା ଆମର ଘରୋଇ କ୍ରେତାମାନଙ୍କୁ ସୁରକ୍ଷା ମିଳିପାରିଛି । ଦେଶର ଟିକସ ଜାଲରୁ ମୁକ୍ତି ଦେବା ନିମନ୍ତେ ଯଦି ଜିଏସଟି ଅଣାଯାଇଛି ତ ଟିକସଦାତାଙ୍କୁ ଜଂଜାଳରୁ ମୁକ୍ତି ପ୍ରଦାନ ନିମନ୍ତେ ଫେସ୍‌ଲେସ୍‌ ଆସେସମେଣ୍ଟ୍‌ ଭଳି ସୁବିଧା ନିକଟରେ ଆରମ୍ଭ କରାଯାଇଛି । ଇନସଲଭେନ୍ସି ବ୍ୟାଙ୍କରପ୍ସି କୋଡ଼ ଦ୍ୱାର ଯେଉଁଠି ପୂର୍ବରୁ ଦେବାଳିଆମାନଙ୍କ ପାଇଁ ଏକ ଆଇନଗତ ଫ୍ରେମୱାର୍କ ବନାଯାଇଛି, ଏଫଡ଼ିଆଇ ସଂସ୍କାର ଦ୍ୱାରା ଆମର ଏଠାରେ ନିବେଶ ବୃଦ୍ଧି ପାଇଛି ।

ସୀଥୀଗଣ, ଆପଣମାନେ ବିଗତ 6-7 ମାସ ଭିତରେ ଏକଥା ଦେଖିଥିବେ ଯେ ସଂସ୍କାର ଦ୍ୱାରା ଏହାର ଗତି ଏବଂ ଆଭିମୁଖ୍ୟ ଉଭୟ ବୃଦ୍ଧି ପାଇଛି । ତାହା କ୍ଷେତରେ ହେଉ, ପ୍ରତିରକ୍ଷା କ୍ଷେତ୍ରରେ ହେଉ, ବିମାନ ଚଳାଚଳ କ୍ଷେତ୍ରରେ ହେଉ, ଶ୍ରମ କ୍ଷେତ୍ରରେ ହେଉ, ଏହିଭଳି ପ୍ରତ୍ୟେକ କ୍ଷେତ୍ରରେ ବିକାଶ ନିମନ୍ତେ ଆବଶ୍ୟକ ପରିବର୍ତ୍ତନ ଘଟାଯାଉଛି । ଏବେ ପ୍ରଶ୍ନ ହେଉଛି ଯେ ଏହା କାହିଁକି କାର୍ଯ୍ୟକାରୀ କରାଯାଉଛି? ଏହାର କାରଣ କଣ? ଏହା ଆପଣମାନଙ୍କ ଭଳି କୋଟି କୋଟି ଯୁବକଯୁବତୀଙ୍କ ପାଇଁ ହିଁ କରାଯାଉଛି । ଏହି ଦଶକକୁ ଭାରତର ଦଶକ ଭାବେ ଗଢ଼ିତୋଳିବା ସକାଶେ ଏ ସବୁ କରାଯାଉଛି । ଏହି ଦଶକ ଭାରତର ସେତିକିବେଳେ ହୋଇପାରିବ ଯେତେବେଳେ ଆମେ ଆଜି ନିଜର ଭିତ୍ତିଭୂମିକୁ ଆହୁରି ମଜଭୁତ କରିପାରିବା । ରଖିପାରିବା । ଯୁବ ଭାରତର ଜୀବନ ପାଇଁ ଏହି ଦଶକଟି ବହୁତ ବଡ଼ ସୁଯୋଗ ନେଇ ଆସିଛି ।

ସୀଥୀଗଣ, ଦେଶର ଉତ୍ତମ ଶିକ୍ଷା ସଂସ୍ଥାନ ଭିତରୁ ଗୋଟିଏ ହୋଇଥିବା ଦୃଷ୍ଟିରୁ ମହୀଶୂର ବିଶ୍ୱବିଦ୍ୟାଳୟକୁ ମଧ୍ୟ ପ୍ରତ୍ୟେକ ନୂତନ ସ୍ଥିତି ହିସାବରେ ନିଜକୁ ଅଭିନବତ୍ୱକୁ ସାମ୍ନା କରିବାକୁ ପଡ଼ିବ । ପୂର୍ବ କୁଳପତି, ମହାନ କବି– ସାହିତ୍ୟିକ “କୁବେମ୍ପୁ”ଜୀ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସକୁ “ମାନ– ସାଂଗଗୋତ୍ରୀ ଅର୍ଥାତ୍‌ ମନର ଶାଶ୍ୱତ ପ୍ରବାହ”ବୋଲି ଯେଉଁ ନାମକରଣ କରିଥିଲେ ସେଥିରୁ ଆପଣମାନଙ୍କୁ ନିରନ୍ତର ପ୍ରେରଣା ପ୍ରାପ୍ତ ହେବ । ଆପଣମାନଙ୍କୁ ଇନକୁବେସନ୍‌ ସେଣ୍ଟର, ପ୍ରଯୁକ୍ତି ବିକାଶ କେନ୍ଦ୍ର, ଶିଳ୍ପ– ଶୈକ୍ଷିକ ସଂଯୋଗ ଏବଂ ଇଣ୍ଟର– ଡିସିପ୍ଲିନାରୀ ଗବେଷଣା ଭଳି ବିଷୟମାନଙ୍କ ଉପରେ ଅଧିକ ଫୋକସ୍‌ କରିବାକୁ ପଡ଼ିବ । ବିଶ୍ୱବିଦ୍ୟାଳୟମାନଙ୍କ ଠାରୁ ଏକଥା ମଧ୍ୟ ଅପେକ୍ଷା ରହିଛି ଯେ ସେମାନେ ସମସାମୟିକ ଏବଂ ବୈଶ୍ୱିକ ପ୍ରସଙ୍ଗ ସହିତ ସ୍ଥାନୀୟ ସଂସ୍କୃତି, ସ୍ଥାନୀୟ କଳା ଏବଂ ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗ ସହିତ ସଂଶ୍ଳିଷ୍ଟ ଗବେଷଣାକୁ ଆଗକୁ ଆଗେଇ ନେବା ନିମନ୍ତେ ନିଜର ପରମ୍ପରାକୁ ଆହୁରି ବିସ୍ତାରଣ କରନ୍ତୁ ।

ସାଥୀଗଣ, ଆଜି ଯେତେବେଳେ ଏହି ମହାନ କ୍ୟାମ୍ପସ୍‌ରୁ ଆପଣମାନେ ବାହାରୁଛନ୍ତି, ମୋର ଆପଣମାନଙ୍କୁ ଆଉ ଗୋଟିଏ କଥା କହିବାର ଅଛି । ଆପଣମାନଙ୍କ ସମସ୍ତଙ୍କ ପାଖରେ ଯେଉଁ ଶକ୍ତି ରହିଛି, ନିଜର ସାମର୍ଥ୍ୟ ରହିଛି, ତାହାରି ଆଧାର ଉପରେ ସର୍ବଶ୍ରେଷ୍ଠ ହାସଲ କରିବା ଲାଗି ସଦାସର୍ବଦା ଚେଷ୍ଟା କରିଚାଲ । ଆପଣମାନଙ୍କୁ ଏକ ସୀମିତ ପରିସରରେ, ଗୋଟିଏ ବାକ୍ସ ଭିତରେ ଆବଦ୍ଧ ହୋଇ ରହିବାର କୌଣସି ଆବଶ୍ୟକତା ନାହିଁ । ହୋଇପାରେ ଯେ ଯେଉଁ ବାକ୍ସରେ ଆପଣମାନେ ଫିଟ୍‌ ହେବାକୁ ଆପଣମାନେ ପ୍ରୟାସ କରୁଛନ୍ତି, ସେଭଳି ବାକ୍ସ ହୁଏତ ତିଆରି ହୋଇନାହିଁ । ନିଜ ପାଇଁ କିଛି ସମୟ ବାହାରକରନ୍ତୁ, ଆତ୍ମଚିନ୍ତନ କରନ୍ତୁ ଏବଂ ବାସ୍ତବତା ସହିତ ସଂଶ୍ଳିଷ୍ଟ ପ୍ରତ୍ୟେକ କଥାକୁ ଅନୁଭବ କରନ୍ତୁ, ଯାହା ଜୀବନ ଆଣି ଆପଣମାନଙ୍କ ସମ୍ମୁଖରେ ରଖୁଛି । ଏହା ଦ୍ୱାରା ଆପଣମାନଙ୍କୁ ନିଜ ପାଇଁ ଆଗକୁ ଅଗ୍ରସର ହେବାର ମାର୍ଗ ଚୟନ କରିବାରେ ସହାୟତା ମିଳିପାରିବ । ନୂତନ ଭାରତ, ହେଉଛି ସୁଯୋଗର ଭୂମି । କରୋନାର ଏହି ସଂକଟ କାଳରେ ସୁଦ୍ଧା ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଆମ ଦେଶରେ କେତେ କେତେ ନୂଆ ଷ୍ଟାର୍ଟ ଅପ୍‌ମାନ ଆମର ବିଦ୍ୟାର୍ଥୀମାନେ ଖୋଲିଛନ୍ତି । ସେହିସବୁ ଷ୍ଟାର୍ଟ ଅପ୍‌ମାନ କେବଳ କର୍ଣ୍ଣାଟକ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ମଧ୍ୟ ବହୁତ ବଡ଼ ଶକ୍ତି । ମୋର ବିଶ୍ୱାସ ଯେ ଅସୀମ ଅବସର ଓ ସୁଯୋଗର ଏହି ଭୂମି ଉପରେ ନିଜର ସାମର୍ଥ୍ୟ ଦ୍ୱାରା, ନିଜର ପ୍ରତିଭା ଦ୍ୱାରା ଦେଶ ପାଇଁ ଆପଣମାନେ ଢ଼େର୍‌ କିଛି କରିପାରିବେ । ଆପଣମାନଙ୍କ ବିକାଶ କେବଳ ଆପଣଙ୍କ ପାଇଁ ହେବନାହିଁ, ଦେଶ ସମୃଦ୍ଧି ପାଇଁ ମଧ୍ୟ ହେବ । ଆପଣମାନେ ଆତ୍ମନିର୍ଭର ହୁଅନ୍ତୁ , ତା’ହେଲେ ଦେଶ ମଧ୍ୟ ଆତ୍ମନିର୍ଭର ହୋଇପାରିବ । ପୁଣି ଥରେ ସମସ୍ତ ସାଥୀଙ୍କୁ ଉତ୍ତମ ଭବିଷ୍ୟତ ପାଇଁ ମୁଁ ଅନେକ ଅନେକ ଶୁଭକାମନା ଦେଉଛି ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India became the world's most prolific IPO market

Media Coverage

How India became the world's most prolific IPO market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."