India has a long tradition of handicrafts and Varanasi has played a key role in this regard: PM Modi
We want our weavers and artisans belonging to the carpet industry to prosper and get global recognition: PM Modi
For the carpet sector, our mantra is Farm to Fibre, Fibre to Fabric, Fabric to Fashion and Fashion to Foreign: PM Modi

ନମସ୍କାର ।

ବାରାଣସୀରେ ଉପସ୍ଥିତ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ସ୍ମୃତି ଇରାନୀ ମହାଶୟା, କାର୍ପେଟ କ୍ଷେତ୍ର ସହ ଜଡ଼ିତ ସମସ୍ତ ଉଦ୍ୟୋଗୀଗଣ, ମୋର ବୁଣାକାର ଭାଇ ଓ ଭଉଣୀମାନେ ଏବଂ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ । କାଶୀ ପବିତ୍ର ମାଟିରେ ସାରା ଦେଶରୁ ଏକତ୍ରିତ ହୋଇଥିବା,ବିଦେଶରୁ ଆସିଥିବା ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି । ମୁଁ ଜାଣିବାକୁ ପାଇଛି ଯେ ବିଶ୍ୱର ପାଖାପାଖି 38ଟି ଦେଶର ଅଢ଼େଇ ଶହରୁ ଅଧିକ ଅତିଥି ଏହି ଏକ୍ସପୋର ଅଂଶବିଶେଷ ଅଟନ୍ତି । ଏହାବ୍ୟତୀତ ଜାମ୍ମୁ-କଶ୍ମୀର, ପଶ୍ଚିମବଙ୍ଗ ଏବଂ ଦେଶର ଅନ୍ୟ ରାଜ୍ୟରୁ ମଧ୍ୟ କାର୍ପେଟ କ୍ଷେତ୍ର ସହ ଜଡ଼ିତ ଲୋକମାନେ ମଧ୍ୟ ଏଠାରେ ପହଁଚିଛନ୍ତି । ଆପଣମାନଙ୍କୁ ସମସ୍ତଙ୍କୁ ବନାରସରେ ବନାରସର ସାଂସଦ ହୋଇଥିବା ଦୃଷ୍ଟିରୁ ମୁଁ ଅନେକ ଅନେକ ସ୍ୱାଗତ ଜଣାଉଛି ।

ସାଥୀଗଣ, ଦେଶରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି । ଦଶହରା, ଦୁର୍ଗାପୂଜା ପରେ ମୋତେ ପ୍ରଥମ ଥର ଲାଗି ପ୍ରଯୁକ୍ତି ମାଧ୍ୟମରେ ବନାରସ ସହ ଯୋଡ଼ିହେବାର ସୁଯୋଗ ମିଳିଛି । ଏବେ ଆପଣମାନେ ସମସ୍ତେ ଧନତେରସ ଏବଂ ଦୀପାବଳୀର ପ୍ରସ୍ତୁତିରେ ମଗ୍ନ ରହିଥିବେ । ଏହା ବର୍ଷର ସେହି ସମୟ ହୋଇଥାଏ ଯେତେବେଳେ ଆପଣମାନେ ସମସ୍ତ ଅଧିକ ବ୍ୟସ୍ତ ଥାଆନ୍ତି । ଏଥିରେ ସାଧାରଣ ଦିନଗୁଡ଼ିକ ତୁଳନାରେ କାମ ଟିକିଏ ଅଧିକ ରହିଥାଏ, କାରଣ ଚାହିଦା ଅଧିକ ରହିଥାଏ । ଆପଣମାନଙ୍କ ଶ୍ରମର, କଳାର ପୁରସ୍କାର ଆପଣଙ୍କୁ ମିଳୁ; ସେଥିପାଇଁ ମଧ୍ୟ ଏହା ସବୁଠୁ ଉତ୍ତମ ସମୟ ହୋଇଥାଏ ।

ସାଥୀଗଣ, ବାରାଣସୀରେ ଏବଂ ୟୁପିର ବୁଣାକାର ଏବଂ ବ୍ୟବସାୟୀ ଭାଇ-ଭଉଣୀଙ୍କ ପାଇଁ ତ ଏଥର ପାର୍ବଣ ଦୁଇଗୁଣା ଖୁସି ନେଇ ଆସିଛି । ଦୀନଦୟାଲ ହସ୍ତକଳା ସଂକୁଳରେ ପ୍ରଥମ ଥର ପାଇଁ ଇଣ୍ଡିଆ କାର୍ପେଟ ଏକ୍ସପୋ ଆୟୋଜନ କରାଯାଉଛି । ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ଏବେ ଦିଲ୍ଲୀ ସହିତ ବାରାଣସୀରେ ମଧ୍ୟ ଭାରତର କାର୍ପେଟ ଉଦ୍ୟୋଗକୁ,ଆମର ବୁଣାକାରମାନଙ୍କୁ, ଡିଜାଇନରମାନଙ୍କୁ, ବ୍ୟବସାୟୀମାନଙ୍କୁ, ନିଜର କୌଶଳ, ନିଜର ଉତ୍ପାଦନ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବାର ସୁଯୋଗ ମିଳୁଛି ।

ସାଥୀଗଣ, ମୁଁ ଆନନ୍ଦିତ ଯେ ଯେଉଁ ଲକ୍ଷ୍ୟକୁ ନେଇ ଦୀନଦୟାଲ ହସ୍ତକଳା ସଂକୁଳର ନିର୍ମାଣ କରାଯାଇଥିଲା, ସେହି ଲକ୍ଷ୍ୟ ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ଏହା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଏହି କ୍ଷେତ୍ର ବୁଣାକାରମାନଙ୍କ, କେର୍ପେଟ ଉଦ୍ୟୋଗର କେନ୍ଦ୍ରସ୍ଥଳୀ ଅଟେ । ଏଠାରେ ଦେଶର ହସ୍ତଶିଳ୍ପ ସହ ଜଡ଼ିତ ପାଖାପାଖି ଏକ ଚତୁର୍ଥାଂଶ ବୁଣାକାର, ଶ୍ରମିକ ଏବଂ ବ୍ୟବସାୟୀ ଭାଇ-ଭଉଣୀ ରହୁଛନ୍ତି । ବାରାଣସୀ ହେଉ, ଭଦୋଇ ହେଉ, ମିର୍ଜାପୁର ହେଉ; ଏସବୁ କାର୍ପେଟ ଉଦ୍ୟୋଗର କେନ୍ଦ୍ର ହୋଇ ରହିଆସିଛି, ଏବଂ ଏବେ ପୂର୍ବ ଭାରତ, ଏ ସାରା କ୍ଷେତ୍ର ଦେଶର ବୟନ ରପ୍ତାନୀର ମଧ୍ୟ ବିଶ୍ୱସ୍ତରୀୟ କେନ୍ଦ୍ରସ୍ଥଳୀ ହୋଇ ଉଭା ହେଉଛି । କେବଳ ସେତିକି ନୁହେଁ, ଦୀନଦୟାଲ ହସ୍ତକଳା ସଂକୁଳ ମଧ୍ୟ ହସ୍ତଶିଳ୍ପ ବ୍ୟାପାରରେ ମଧ୍ୟ ଏହା ଅନ୍ତର୍ଜାତୀୟ ପରିଚୟକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି ।

ସାଥୀଗଣ, ସରକାରଙ୍କ ନିରନ୍ତର ଏହି ପ୍ରୟାସ ରହିଛି ଯେ ହସ୍ତଶିଳ୍ପର ଛୋଟ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଯୁକ୍ତିଠାରୁ ଆରମ୍ଭ କରି ପ୍ରଚାର ଏବଂ ପ୍ରସାର ଉପରେ କିପରି ଗୁରୁତ୍ୱ ଦିଆଯିବ, ସୁବିଧାଗୁଡ଼ିକୁ ସେଠାରେ ପହଁଚାଯିବ ଯେଉଁ ଉତ୍ପାଦ ନିର୍ମିତ ହେଉଛି । ଏଥର ବାରାଣସୀରେ ହେଉଥିବା ଏହି ଏହି ଇଣ୍ଡିଆ କାର୍ପେଟ ଏକ୍ସପୋ ମଧ୍ୟ ଏ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ଏଥିସହିତ ବୟନ ଶିଳ୍ପ କ୍ଷେତ୍ର ଲାଗି ମଧ୍ୟ ଆରମ ଫାଇଭ ଆପ ଲକ୍ଷ୍ୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ । ଆହୁରି ଯେତେବେଳେ ମୁଁ ଫାଇଭ ଆପ୍ କଥା କହୁଛି ତ' ଫାଇଭ୍ ଆପର ଅର୍ଥ ହେଉଛି ଫାର୍ମ ଟୁ ଫାଇଭର, ଫାଇଭର ଟୁ ଫେକ୍ଟ୍ରି, ଫେକ୍ଟ୍ରି ଟୁ ଫେଶନ, ଫେଶନ ଟୁ ଫରେନ୍ ଏହା କୃଷକ ଏବଂ ବୁଣାକାରମାନଙ୍କୁ ସିଧାସଳଖ ବିଶ୍ୱ ବଜାର ସହ ଯୋଡ଼ିବା ଦିଗରେ ଏକ ବହୁତ ବଡ଼ ପ୍ରୟାସ ।

ଆଗାମୀ ଚାରି ଦିନ ଅବସରରେ ଏହି ଏକ୍ସପୋରେ ଏକକୁ ଆରେକ ବଳି ଉତ୍କୃଷ୍ଟ ଡିଜାଇନର ପ୍ରଦର୍ଶନ ହେବ, କୋଟି କୋଟି ଟଙ୍କାର ବ୍ୟବସାୟ ହେବ, ଚୁକ୍ତି ହେବ, ବ୍ୟବସାୟର ନୂତନ ଅବସର ଖୋଲିବ, ବୁଣାକାରମାନଙ୍କୁ ନୂଆ ଅର୍ଡର ମିଳିବ । ମୋର ବିଶ୍ୱାସ ଯେ ବିଦେଶରୁ ଯେଉଁ ବ୍ୟବସାୟୀ ବନ୍ଧୁମାନେ ଆସିଛନ୍ତି, ସେମାନେ ମଧ୍ୟ ଆମ ସଂସ୍କୃତି, କାଶୀ ଏବଂ ଭାରତର ବଦଳୁଥିବା ବ୍ୟବସାୟୀକ ବାତାବରଣର ଅଭିଜ୍ଞତା ହାସଲ କରିପାରିବେ ।

ସାଥୀଗଣ, ଭାରତରେ ହସ୍ତଶିଳ୍ପର ସୁଦୀର୍ଘ ପରମ୍ପରା ରହିଛି । ଭାରତର ଗ୍ରାମାଂଚଳରେ ଆଜି ମଧ୍ୟ ସୂତା କାଟିବାରେ ହାତ ଚରଖାର ବ୍ୟାପକ ପ୍ରଚଳନ ରହିଛି । ବନାରସ ମାଟିର ତ ଏଥିରେ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବନାରସର ଯେତିକି ପରିଚୟ ସନ୍ତ କବୀରଙ୍କ ସହିତ ଯୋଡ଼ି ହୋଇ ରହିଛି, ସେତିକି ହସ୍ତଶିଳ୍ପ ସହ ମଧ୍ୟ ଯୋଡ଼ି ହୋଇ ରହିଛି । ସନ୍ତ କବୀର ସୂତା ମଧ୍ୟ କାଟୁଥିଲେ ଏବଂ ଏହା ଜରିଆରେ ଜୀବନର ସନ୍ଦେଶ ମଧ୍ୟ ଦେଉଥିଲେ । କବୀରଦାସ ମହାଶୟ କହିଛନ୍ତି-

କହି କବୀର ସୁନୋ ହୋ ସନ୍ତୋଲଖେ ଜୋ କୋୟ ।

ଜୋ ୟହ ଚରଖା ଲାଖି ଭଏତାକୋ ଅବାଗମନ ହୋୟ ।

ଅର୍ଥାତ ଚରଖା ଜୀବନର ସାର ଅଟେ ଏବଂ ଯିଏ ଏହାକୁ ବୁଝିପାରିଛି, ସେ ଜୀବନର ମର୍ମକୁ ମଧ୍ୟ ବୁଝି ନେଇଛି । ଯେଉଁଠି ହସ୍ତଶିଳ୍ପକୁ ଜୀବନର ଏତେ ବଡ଼ ଦର୍ଶନ ସହିତ ଯୋଡ଼ାଯାଇଛି ସେଠାରେ ବୁଣାକାରମାନଙ୍କ ଜୀବନକୁ ସରଳ କରିବା ଲାଗି ଏ ପ୍ରକାର ବ୍ୟବସ୍ଥା ଯେତେବେଳେ ନିର୍ମିତ ହେଉଛି ସେତେବେଳେ ସନ୍ତୋଷର ଏକ ଭାବନା ଆସୁଛି ।

ସାଥୀଗଣ, ଆମ ଦେଶରେ ହସ୍ତଶିଳ୍ପ, ବ୍ୟବସାୟ, କାରବାରଠାରୁ ମଧ୍ୟ ଅଧିକ ପ୍ରେରଣାର, ସ୍ୱାଧୀନତା ଲାଗି ସଂଘର୍ଷର, ସ୍ୱାବଲମ୍ବନର ମାଧ୍ୟମ ହୋଇଆସିଛି । ଗାନ୍ଧୀଜୀ, ସତ୍ୟାଗ୍ରହ ଏବଂ ଚରଖାର ଆମ ସ୍ୱାଧୀନତା ଆନ୍ଦୋଳନରେ କେତେ ମହତ୍ୱ ରହିଛି, ତାହା ଆମେ ଭଲ ଭାବେ ଜାଣିଛୁ ।

ହସ୍ତଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବନର ଏହି ବାର୍ତ୍ତାକୁ ସୁଦୃଢ଼ କରିବା ଲାଗି ଆପଣମାନଙ୍କ ସମସ୍ତଙ୍କ ସହଯୋଗ ବଳରେ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏହି କାରଣରୁ ଭାରତ ଆଜି ବିଶ୍ୱର ସବୁଠୁ ବଡ଼ କାର୍ପେଟ ଉତ୍ପାଦକ ଦେଶ ହୋଇପାରିଛି । ଗତ ସାଢ଼େ ଚାରି ବର୍ଷ ହେବ ତ' ହାତରେ ନିର୍ମିତ ଗାଲିଚା ମାମଲାରେ ଆମେ ବିଶ୍ୱର ଶୀର୍ଷରେ ରହିଛୁ । ଏହା ଲକ୍ଷାଧିକ ବୁଣାକାର, ଡିଜାଇନର,ବ୍ୟବସାୟୀମାନଙ୍କ ପରିଶ୍ରମ ଏବଂ ସରକାରଙ୍କ ନୀତି କାରଣରୁ ସମ୍ଭବ ହୋଇଛି ।

ସାଥୀଗଣ, ଆଜି ସାରା ବିଶ୍ୱର କାର୍ପେଟ ବଜାରର ଏକ ତୃତୀୟାଂଶରୁ ଅଧିକ ଭାଗ ଅର୍ଥାତ୍ 35 ପ୍ରତିଶତ ଭାରତ ପାଖରେ ଏବଂ ଆଗାମୀ ଦୁଇ-ତିନି ବର୍ଷରେ ଏହା ବୃଦ୍ଧି ପାଇ 50 ପ୍ରତିଶତ ପର୍ଯ୍ୟନ୍ତ ପହଁଚିଯିବ ବୋଲି ଅନୁମାନ କରାଯାଉଛି । ଅର୍ଥାତ୍ ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱରେ କାର୍ପେଟର ଯେତେ ବ୍ୟବସାୟ ହେବ, ତାର ଅଧା ଭାଗ ଭାରତ ପାଖରେ ରହିବ, ଆପଣମାନଙ୍କ ସମସ୍ତଙ୍କ ପାଖରେ ରହିବ ।

ଗତ ବର୍ଷ ଆମେ 9 ହଜାର କୋଟି ଟଙ୍କାର ଗାଲିଚା ରପ୍ତାନୀ କରିଛୁ । ଚଳିତ ବର୍ଷ ପାଖାପାଖି 100ଟି ଦେଶକୁ ଆମେ କାର୍ପେଟ ରପ୍ତାନି କରିଛୁ । ଏହି ପ୍ରଶଂସନୀୟ କାର୍ଯ୍ୟ ଅଟେ କିନ୍ତୁ ଆମକୁ ଏହାକୁ ଆହୁରି ଆଗକୁ ନେବାର ଅଛି । ଆମକୁ ପ୍ରୟାସ କରିବାର ଅଛି ଯେ 2022 ସୁଦ୍ଧା ଯେତେବେଳେ ଆମ ସ୍ୱାଧୀନତାର 75 ବର୍ଷ ପୂରଣ ହେବ, ତ' ଆମେ ରପ୍ତାନୀର ଏହି ପରିମାଣକୁ ଅଢ଼େଇ ଗୁଣରୁ ମଧ୍ୟ ଅଧିକ, 25 ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ନେଇଯିବୁ ।

କେବଳ ରପ୍ତାନି ନୁହେଁ ବରଂ ଦେଶରେ ମଧ୍ୟ ଗାଲିଚାର କାରବାରରେ ଗତ ଚାରି ବର୍ଷ ମଧ୍ୟରେ ତିନି ଗୁଣାରୁ ମଧ୍ୟ ଅଧିକ ବୃଦ୍ଧି ହୋଇଛି । ଚାରି ବର୍ଷ ପୂର୍ବେ ଯେଉଁ ବଜାର 500 କୋଟି ଟଙ୍କା ଥିଲା, ତାହା ଆଜି 1600 କୋଟି ହୋଇପାରିଛି ।

ଦେଶରେ ଗାଲିଚା ମାର୍କେଟର ପରିଧି ଯଦି ବୃଦ୍ଧି ପାଇଛି ତ ସେଥିପାଇଁ ଏହା ପଛରେ ଦୁଇଟି ସ୍ପଷ୍ଟ କାରଣ ରହିଛି । ପ୍ରଥମତଃ ଦେଶରେ ମଧ୍ୟମବର୍ଗଙ୍କର ଲଗାତାର ବୃଦ୍ଧି ହେଉଛି ଏବଂ ଦ୍ୱିତୀୟରେ  ଗାଲିଚା ଉଦ୍ୟୋଗ ଲାଗି, ଏହାର ପ୍ରଚାର ପ୍ରସାର ଲାଗି ଅଭୂତପୂର୍ବ ସୁବିଧା ଦିଆଯାଉଛି ।

ସାଥୀଗଣ, ଏହି ଟ୍ରେଣ୍ଡକୁ ନେଇ ଆମେ ଚାଲିବା ତ' ଗାଲିଚା ଉଦ୍ୟୋଗର, ସମ୍ପୂର୍ଣ୍ଣ ବୟନଶିଳ୍ପ କ୍ଷେତ୍ରର ଭବିଷୟ ଭବିଷ୍ୟତ ଦେଶରେ ଉଜ୍ଜ୍ୱଳ ଅଟେ । ଆଜି ଭାରତ ବିଶ୍ୱର ଏକମାତ୍ର ଦେଶ ଯାହା ଛୋଟରୁ ଛୋଟ ଏବଂ ବଡ଼ରୁ ବଡ଼ କାର୍ପେଟ ତିଆରି କରୁଛି । କେବଳ ସେତିକି ନୁହେଁ, ଭାରତର କାର୍ପେଟ, କଳା ଏବଂ ଶିଳ୍ପ ବ୍ୟାପାରରେ ଉତ୍କୃଷ୍ଟ ହେବା ସହିତ ପରିବେଶ ଅନୁକୂଳ ମଧ୍ୟ ଅଟେ । ଆପଣମାନଙ୍କ ପ୍ରତିଭା, ଆପଣମାନଙ୍କ ଦକ୍ଷତାର ଏପରି ଚମତ୍କାର ଅଟେ ଯେ ବିଶ୍ୱବ୍ୟାପୀ ଭାରତ ନିର୍ମିତ କାର୍ପେଟ,ମେଡ ଇନ ଇଣ୍ଡିଆ କାର୍ପେଟ ଏକ ବଡ଼ ବ୍ରାଣ୍ଡ ହୋଇ ଉଭା ହୋଇଛି ।

ସାଥୀଗଣ, ଏହି ବ୍ରାଣ୍ଡକୁ ଆହୁରି ସୁଦୃଢ଼ କରିବା ଲାଗି ସରକାର ପ୍ରତ୍ୟେକ ପ୍ରକାରର ପ୍ରୟାସ ପାଇଁ ପ୍ରତିବଦ୍ଧ ଅଟନ୍ତି । କାର୍ପେଟ ରପ୍ତାନିକାରୀମାନଙ୍କୁ ଯେମିତି ଅସୁବିଧା ନହେବ, ସେଥିପାଇଁ ଲଜିଷ୍ଟିକ ସହଯୋଗକୁ ଆହୁରି ସୁଦୃଢ଼ କରାଯାଉଛି । ଦେଶବ୍ୟାପୀ ଗୋଦାମ ଏବଂ ଶୋ'ରୁମର ସୁବିଧା ଦେବାର ଯୋଜନା ଉପରେ ଦ୍ରୁତ ଗତିରେ କାମ ଚାଲିଛି । ଏହାଦ୍ୱାରା ଏକ ବଡ଼ ମାର୍କେଟ ପର୍ଯ୍ୟନ୍ତ ନିଜ ସାମଗ୍ରୀକୁ ସହଜରେ ପହଁଚାଇବା ସମ୍ଭବ ହୋଇପାରିବ ।

କେବଳ ସେତିକି ନୁହେଁ, ପ୍ରଯୁକ୍ତି ଏବଂ କ୍ୱାଲିଟିକୁ ନେଇ ମଧ୍ୟ ସୁବିଧାର ନିର୍ମାଣ କରାଯାଉଛି । ଭଦୋଇ ଏବଂ ଶ୍ରୀନଗରରେ ଗାଲିଚା ପରୀକ୍ଷଣ ସୁବିଧାର ପାଇଁ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ କାର୍ପେଟ ଟେକନୋଲଜି ଅର୍ଥାତ୍ ଆଇଆଇସିଟି; ଏଥିରେ ବିଶ୍ୱସ୍ତରୀୟ ଗବେଷଣାଗାର ପ୍ରତିଷ୍ଠା କରାଯାଇଛି । ପ୍ରୟାସ କରାଯାଉଛି ଯେ  ଆମ ଉତ୍ପାଦ, ତ୍ରୁଟିଶୂନ୍ୟ, ପ୍ରତିକ୍ରିୟାବିହୀନ ହେଉ, ଯେଉଁଥିରେ ତ୍ରୁଟି ଆଦୌ ନଥିବ ଏବଂ ପରିବେଶର ଚିନ୍ତା ଉତ୍ପାଦରେ ପ୍ରତିଫଳିତ ହେଉଥିବ ।

ଏହାବ୍ୟତୀତ ଗାଲିଚା ସହିତ ହସ୍ତଶିଳ୍ପର ଅନ୍ୟ ସାମଗ୍ରୀର ମାର୍କେଟିଂ ଏବଂ ବୁଣାକାରମାନଙ୍କୁ ଅନ୍ୟାନ୍ୟ ସହାୟତା ଲାଗି ମଧ୍ୟ ଅନେକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ସେଠାରେ ବାରଣାସୀରେ ମଧ୍ୟ 9ଟି ଜନ ସୁବିଧା କେନ୍ଦ୍ର, ଜନସେବା କେନ୍ଦ୍ର ନିର୍ମାଣ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକର ଲାଭ ହଜାର ହଜାର ବୁଣାକାରମାନଙ୍କୁ ମିଳୁଛି ।

ସାଥୀଗଣ, ଗୁଣବତ୍ତା ବ୍ୟତୀତ ବୁଣାକାରମାନଙ୍କୁ, ଛୋଟ ବ୍ୟବସାୟୀମାନଙ୍କୁ ଟଙ୍କାର ଅସୁବିଧା ନହେଉ, ସେଥିପାଇଁ ମଧ୍ୟ ଅନେକ ପ୍ରୟାସ କରାଯାଉଛି । ମୁଦ୍ରା ଯୋଜନା ଅନ୍ତର୍ଗତ 50 ହଜାର ଟଙ୍କା ଠାରୁ ଆରମ୍ଭ କରି 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଂଟି ମୁକ୍ତ ଋଣରେ ମଧ୍ୟ ବହୁତ ବଡ଼ ସହାୟତା ମିଳିପାରୁଛି । ବୁଣାକାରମାନଙ୍କ ପାଇଁ ତ' ମୁଦ୍ରା ଯୋଜନାରେ 10 ହଜାର ଟଙ୍କାର ମାର୍ଜିନ ମନିର ମଧ୍ୟ ବ୍ୟବସ୍ଥା କରାଯାଇଛି ।

କେବଳ ସେତିକି ନୁହେଁ ବର୍ତ୍ତମାନ ଯେଉଁ ସହାୟତା କିମ୍ବା ଋଣ, ବୁଣାକାରମାନଙ୍କୁ ଦିଆଯାଉଛି, ତାହା ଖୁବ କମ ସମୟରେ ସୀଥା ସେମାନଙ୍କ ଏକାଉଣ୍ଟରେ ପହଁଚୁଛି । "ପହଚାନ' ନାମକ ଯେଉଁ ପରିଚୟପତ୍ର ବୁଣାକାରମାନଙ୍କୁ ଦିଆଯାଉଛି, ତାହାଦ୍ୱାରା ମଧ୍ୟସ୍ଥାମାନଙ୍କୁ ହଟାଇବାରେ ବହୁତ ବଡ଼ ସହାୟତା ମିଳିପାରୁଛି ।

ଏହାବ୍ୟତୀତ ଭଦୋଇ, ମିର୍ଜାପୁର ମେଗା କାର୍ପେଟ କ୍ଲଷ୍ଟର ଏବଂ ଶ୍ରୀନଗର କାର୍ପେଟ କ୍ଲଷ୍ଟର ବୁଣାକାରମାନଙ୍କୁ ଆଧୁନିକ ତନ୍ତ ମଧ୍ୟ ଦିଆଯାଉଛି । ତନ୍ତ ଚଲାଇବାର କୌଶଳ ସୃଷ୍ଟି ହେଉ,ସେଥିପାଇଁ ତାଲିମ ମଧ୍ୟ ଦିଆଯାଉଛି । ବୁଣାକାରମାନଙ୍କୁ ଦକ୍ଷତାରେ ବୃଦ୍ଧି ହେଉ ସେଥିପାଇଁ ଦକ୍ଷତା ବିକାଶର ଅନେକ କାର୍ଯ୍ୟକ୍ରମ ଚାଲିଛି ।

ସାଥୀଗଣ, ପୂର୍ବରୁ ମୁଁ ଯେତେବେଳେ ବୁଣାକାର ଭାଇ ଭଉଣୀଙ୍କ ସହିତ କଥା ହେଉଥିଲି ତ' ଗୋଟିଏ କଥା ନିଶ୍ଚିତ ଭାବେ ଶୁଣିବାକୁ ମିଳୁଥିଲା, ସେମାନେ କହୁଥିଲେ ଯେ ଆମର ପିଲାମାନେ ଏବେ ଏହି କାମ ସହ ଯୋଡ଼ି ହେବାକୁ ଚାହୁଁନାହାନ୍ତି । ଏହାଠାରୁ ଗୁରୁତର କଥା ଆଉ କ'ଣ ହୋଇପାରେ? ଆଜି ଯେତେବେଳେ ଆମେ କାର୍ପେଟ କ୍ଷେତ୍ରରେ ବିଶ୍ୱର ଶୀର୍ଷ ସ୍ଥାନରେ ରହିଛୁ, ସେତେବେଳେ ଆଗାମୀ ପିଢ଼ିକୁ ଅନୁପ୍ରାଣିତ ଏବଂ ପ୍ରୋତ୍ସାହିତ କରିବା ମଧ୍ୟ ସେତିକି ଆବଶ୍ୟକ ଅଟେ ।

ଏହି ଲକ୍ଷ୍ୟ ଅନ୍ତର୍ଗତ ଆଇଆଇସିଟି ଭଦୋଇରେ ଗାଲିଚା ପ୍ରଯୁକ୍ତିରେ ବିଟେକ କାର୍ଯ୍ୟକ୍ରମ ପ୍ରଚଳନ କରାଯାଉଛି । ଦେଶର ଅନ୍ୟ ଭାଗରେ ମଧ୍ୟ ପ୍ରଶିକ୍ଷଣ ସଂସ୍ଥାରେ ଏହିପରି କାର୍ଯ୍ୟକ୍ରମ ଚଳାଇବାର ଯୋଜନା ରହିଛି । ବୁଣାକାରମାନଙ୍କ କୌଶଳ ସହିତ ସେମାନଙ୍କ ଏବଂ ସେମାନଙ୍କ ପିଲାମାନଙ୍କ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଗରିବ ବୁଣାକାରମାନଙ୍କ ପରିବାରର ପିଲାମାନଙ୍କ ଫି'ର 75 ପ୍ରତିଶତ ସରକାରଙ୍କ ଦ୍ୱାରା ବହନ କରାଯାଉଛି ।

ସାଥୀଗଣ, ଆପଣମାନଙ୍କ କଳା ଏବଂ ପରିଶ୍ରମକୁ ରାଷ୍ଟ୍ରର ଶକ୍ତିରେ ପରିଣତ କରିବା ଲାଗି ଏହି ସରକାର ପ୍ରତିବଦ୍ଧ ଅଟେ । ଆଗାମୀ ଦିନରେ ଦେଶ ପାଇଁ, ବନାରସ ପାଇଁ ଏହି କଳାର ପ୍ରଦର୍ଶନ କରିବାର ବହୁତ ବଡ଼ ସୁଯୋଗ ଆସିବାକୁ ଅଛି ।

ଆସନ୍ତାବର୍ଷ ଜାନୁଆରୀରେ ଯେଉଁ ପ୍ରବାସୀ ଭାରତୀୟ ସମ୍ମିଳନୀ କାଶୀରେ ହେବାକୁ ଯାଉଛି, ତାହା ମଧ୍ୟ ପ୍ରଚାରର ଏକ ବହୁତ ବଡ଼ ମାଧ୍ୟମ ସାବ୍ୟସ୍ତ ହେବ । ମୋର ବିଶ୍ୱାସ ଯେ ସାରା ବିଶ୍ୱର ଆସୁଥିବା ବ୍ୟବସାୟୀ ସାଥୀଗଣ ଆମର ହସ୍ତଶିଳ୍ପ ସହିତ ଆମର ସାଂସ୍କୃତିକ ସ୍ମୃତି ଏବଂ ବଦଳୁଥିବା କାଶୀର ମଧ୍ୟ ଆନନ୍ଦ ଉଠାଇପାରିବେ ।

ପୁଣିଥରେ ଆପଣମାନଙ୍କୁ ଧନତେରସ, ଦୀପାବଳୀ ଏବଂ ଛଟ ପୂଜାର ଆଗୁଆ ଅଭିନନ୍ଦନ ଜଣାଉଛି ଏବଂ ଏହି ସଫଳ ଆୟୋଜନ ପାଇଁ କାଶୀକୁ ଅନ୍ତର୍ଜାତୀୟ ପ୍ରତିଷ୍ଠା ଦେବା ଲାଗି ମୁଁ ମନ୍ତ୍ରଣାଳୟକୁ,ମୋର ବୁଣାକାର ଭାଇ-ଭଉଣୀମାନଙ୍କୁ, ରପ୍ତାନୀ ଏବଂ ଆମଦାନୀ ସହ ଜଡ଼ିତ ସମସ୍ତ ମହାନୁଭବମାନଙ୍କୁ କାଶୀ ଆସିବା ଲାଗି, କାଶୀକୁ ପ୍ରତିଷ୍ଠାର କେନ୍ଦ୍ରକୁ ଆଣିବା ଲାଗି ମୁଁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”