ଶ୍ରୀ ଭେଙ୍କେୟା ନାଇଡୁଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି, ସେ ତାକୁ ଅତ୍ୟନ୍ତ ଦାୟିତ୍ୱର ସହ ନିର୍ବାହ କରିଛନ୍ତି ଏବଂ ସେହି ଦାୟିତ୍ୱ ସହିତ ନିଜକୁ ଅତି ସହଜରେ ସାମିଲ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
ସମସ୍ତ ବର୍ଗର ଲୋକମାନଙ୍କର ଆତ୍ମୀୟ ହୋଇପାରିବାର ଶକ୍ତି ଶ୍ରୀ ନାଇଡୁଙ୍କ ପାଖରେ ରହିଛି ଏବଂ ଏଥିସହିତ ସେ ଅନୁଶାସନବାଦୀ ମଧ୍ୟ :ପ୍ରଧାନମନ୍ତ୍ରୀ ମୋଦୀ
ଶ୍ରୀ ନାଇଡୁଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ସେ ନିଜ ଦାୟିତ୍ୱକୁ ଦୁରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ପ୍ରଦାନ କରିଥାନ୍ତି । ତାଙ୍କୁ ପ୍ରଦାନ କରାଯାଇଥିବା କାର୍ଯ୍ୟରେ ସେ ସର୍ବଶ୍ରେଷ୍ଠ ବିଶେଷଜ୍ଞମାନଙ୍କ ସହଯୋଗରେ ତାକୁ ନ୍ୟାୟସଙ୍ଗତ କରିବାକୁ ସୁନିଶ୍ଚିତ କରିଥାନ୍ତି :ପ୍ରଧାନମନ୍ତ୍ରୀ
ନାଇଡୁ ଜୀ ହୃଦୟରେ ଜଣେ କୃଷକ ଏବଂ କୃଷକ ତଥା କୃଷି କଲ୍ୟାଣ ପାଇଁ ସେ ସର୍ବଦା ଆତୁର :ପ୍ରଧାନମନ୍ତ୍ରୀ ମୋଦୀ
କେବଳ ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ପ୍ରଚେଷ୍ଟାର ପରିଣାମ ହେଉଛି ଆଜିର ସଫଳ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା :ପ୍ରଧାନମନ୍ତ୍ରୀ ମୋଦୀ

କିଛି ଲୋକ ଭେଙ୍କେୟା ନାଇଡୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି, ଅଭ୍ୟାସଠାରୁ ବାହାରକୁ ଆସି ନୂତନ କାର୍ଯ୍ୟ କରିବା ପାଇଁ ମୁଁ ଶୁଭେଚ୍ଛା ଜଣାଉଛି, କାରଣ ଭେଙ୍କେୟାଜୀଙ୍କୁ ମୁଁ ଯେତେବେଳେ ସଂସଦରେ ଦେଖେ ସେତେବେଳେ ସେ ନିଜକୁ ରୋକିବା ପାଇଁ ବହୁତ ପ୍ରଚେଷ୍ଟା କରନ୍ତି । ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ତାଙ୍କୁ ଯେଉଁ ପ୍ରଚେଷ୍ଟା କରିବାକୁ ପଡିଥାଏ ଏବଂ ସେଥିରେ ସଫଳତା ପ୍ରାପ୍ତ କରିବା, ମୁଁ ଭାବୁଛି ଯେ ଏହା ବହୁତ ବଡ କାମ । ସଂସଦ ଯଦି ଠିକ୍ ଭାବେ ଚାଲେ ତେବେ ଚେୟାରରେ କିଏ ବସିଛନ୍ତି,ତାହା କାହାର ଦୃଷ୍ଟିଗୋଚର ହୁଏନାହିଁ  । ତାଙ୍କ ପାଖରେ କଣ କ୍ଷମତା ରହିଛି, କଣ ବିଶେଷତ୍ୱ ରହିଛି,ତାହା ଉପରେ କାହାର ନଜର ନଥାଏ, ଏବଂ ସଦସ୍ୟମାନଙ୍କର ସାମର୍ଥ୍ୟ କଣ ରହିଛି,ସଦସ୍ୟମାନଙ୍କର ବିଚାରଧାରା ସମସ୍ତଙ୍କ ସମ୍ମୁଖରେ ଥାଏ  । କିନ୍ତୁ ଯେତେବେଳେ ସଂସଦ ଚାଲିବାରେ ବ୍ୟାଘାତ ଘଟେ ସେତେବେଳେ କେବଳ ଚେୟାରରେ ବସିଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ ଆକର୍ଷିତ ହୋଇଥାଏ । ସେ କେଉଁଭଳି ଭାବେ ଶାନ୍ତି ଶୃଙ୍ଖଳା ଆଣିବାରେ ସଫଳ ହୋଇଥାନ୍ତି, କିଭଳି ଭାବେ ସମସ୍ତଙ୍କୁ ନିୟନ୍ତ୍ରଣ କରିଥାନ୍ତି ଏବଂ ସେଥିପାଇଁ ଦେଶକୁ ମଧ୍ୟ ପୂର୍ବ ବର୍ଷ ଭେଙ୍କେୟାଜୀଙ୍କୁ ଅତି ନିକଟରୁ ଦେଖିବାର ସୌଭାଗ୍ୟ ମିଳିଲା  । ଯଦି ସଂସଦ ଠିକ ଭାବେ ଚାଲିଥାନ୍ତା ତେବେ ବୋଧହୁଏ ସେହି ସୌଭାଗ୍ୟ ମିଳିନଥାନ୍ତା  । ଭେଙ୍କେୟାଜୀଙ୍କ ସହିତ ଅନେକ ବର୍ଷ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ଏବଂ ଆମେ ଏଭଳି ଏକ ରାଜନୈତିକ ସଂସ୍କୃତିରେ ଲାଳନ ପାଳନ ହୋଇଛୁ ଯେତେବେଳେ ମୁଁ ରାଷ୍ଟ୍ରୀୟ ସଚିବ ଥିଲି, ସେ ଆନ୍ଧ୍ରର ମହାସଚିବ ଥିଲେ ଏବଂ ଯେତେବେଳେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ସେତେବେଳେ ମୁଁ ତାଙ୍କ ସହଯୋଗରେ ଜଣେ ମହାସଚିବ ଭାବେ କାର୍ଯ୍ୟ କରିଥିଲି  । ଏକ ପ୍ରକାରର ଗୋଟିଏ ଟିମ ହୋଇ କିଭଳି ଭାବେ କାର୍ଯ୍ୟ କରିବାକୁ ହୁଏ, ଯେ କୌଣସି ଦାୟିତ୍ୱ ହେଉ ନା କାହିଁକି, ଦାୟିତ୍ୱ କେବେ କମ ହୁଏନାହିଁ  । ପଦପଦବୀ ଦାୟିତ୍ୱଠାରୁ ଅଧିକ ଗୁରୁତ୍ୱ ହେଉଛି କାର୍ଯ୍ୟଭାରର ଏବଂ ତାହାକୁ ନେଇ ଭେଙ୍କେୟାଜୀ କାର୍ଯ୍ୟ କରିଆସୁଛନ୍ତି  ।

ଏବେ କୁହାଯାଇଛି ଯେ ଭେଙ୍କେୟାଜୀ ଗୋଟିଏ ବର୍ଷରେ ସମସ୍ତ ରାଜ୍ୟ ଭ୍ରମଣ କରିଥିଲେ, ଗୋଟିଏ ଛାଡି ଦେଇଥିଲେ, କିନ୍ତୁ ତାହା ସେଥିପାଇଁ ଛାଡି ନଥିଲେ ଯେ ସେଠାରେ କିଛି କାର୍ଯ୍ୟକ୍ରମ ହୋଇପାରିନଥିଲା  । ହେଲିକପ୍ଟର ଯାଇପାରିଲା ନାହିଁ, ପାଣିପାଗ ଅନୁକୂଳ ନଥିଲା । ନ’ହେଲେ ତାହା ମଧ୍ୟ ହୋଇଯାଇଥାଆନ୍ତା  । ଆମେ ସଂସଦରେ କାର୍ଯ୍ୟ କରୁଥିଲୁ, ଯେତେବେଳେ ବୈଠକ କରିବା ପାଇଁ ବାହାରୁଥିଲୁ, ସେତେବେଳେ ଭାବୁଥିଲୁ ଯେ ତାଙ୍କୁ ଟିକେ ଯୋଗାଯୋଗ କରିଦେବା,କଥା ହୋଇଯିବା, ସେତେବେଳେ ଜଣାପଡୁଥିଲା ଯେ ସେ ବାହାରିସାରିଲେଣି, କେରଳ ପହଂଚି ସାରିଛନ୍ତି, ତାମିଲନାଡୁ ପହଂଚିସାରିଛନ୍ତି, ଆନ୍ଧ୍ର ପହଂଚି ସାରିଛନ୍ତି, ଲଗାତାର ଭାବେ ଯେଉଁ ଦାୟିତ୍ୱ ମିଳିଲା, ସେଥିପାଇଁ, ସେହି ଦାୟିତ୍ୱ ନିର୍ବାହ କରିବା ପାଇଁ ନିଜକୁ ଯୋଗ୍ୟ କରାଇବା, ସେଥିପାଇଁ ଆବଶ୍ୟକ ପରିଶ୍ରମ କରିବା ଏବଂ ନିଜକୁ ସେହି ଦାୟିତ୍ୱ ଅନୁରୂପ ପ୍ରସ୍ତୁତ କରିବା ଏବଂ ତାହାର ପରିଣାମ, ସେ ସଫଳତା ପ୍ରାପ୍ତ କରିଚାଲିଛନ୍ତି ଏବଂ ସେହି କ୍ଷେତ୍ରକୁ ମଧ୍ୟ ସଫଳ କରିଚାଲିଛନ୍ତି  । 50 ବର୍ଷର ସାର୍ବଜନୀନ ଜୀବନ କିଛି କମ ସମୟ ନୁହେଁ । ବିଦ୍ୟାର୍ଥୀ ଜୀବନରେ 10 ବର୍ଷ ସାର୍ବଜନୀନ ଜୀବନ, ତାହା ମଧ୍ୟ ସକ୍ରୀୟ ରାଜନୀତି କରିବା କ୍ଷେତ୍ରରେ ଏବଂ ସିଧାସଳଖ ଭାବେ 40 ବର୍ଷର ରାଜନୈତିକ ଜୀବନ  । କେବେ କେବେ କାହା ସହିତ ଅତି ନିକଟତର ହୋଇ କାର୍ଯ୍ୟ କରିଥାନ୍ତି, ଏତେ ନିକଟତର ହୋଇ କାମ କରିଥାନ୍ତି ତାଙ୍କୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇପଡେ, ଜାଣିବା କଷ୍ଟସାଧ୍ୟ ହୋଇପଡେ  । ଯଦି ଆପଣ କାହାଠାରୁ 10 ଫୁଟ ଦୂରରେ ଛିଡା ହୋଇଥାନ୍ତି ତାହା ଜଣାପଡେ, କିନ୍ତୁ ଯେତେବେଳେ ସମସ୍ତଙ୍କଠାରୁ ଶୁଣନ୍ତି ଯେ ଆମ ସାଥୀଙ୍କ ପାଖରେ ସାମର୍ଥ୍ୟ ରହିଛି, ଏହି ଗୁଣ ରହିଛି,ସେତେବେଳେ ଏତେ ଗର୍ବ ଅନୁଭବ ହୁଏ, ଏତେ ଆନନ୍ଦ ଅନୁଭବ ହୁଏ ଯେ ଆମକୁ ଏଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଜଣେ କର୍ମକର୍ତ୍ତା ଭାବେ କାର୍ଯ୍ୟ କରିବାର ଏକ ସୁଯୋଗ ମିଳିଛି  । ଏହା ସ୍ୱତଃ ଗର୍ବର କଥା  ।

ଭେଙ୍କେୟାଜୀ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ପ୍ରଦାନ କରନ୍ତି ଏବଂ ଆମ ଦେଶର ସ୍ଥିତି ଏଭଳି ରହିଛି ଯେ ଶୃଙ୍ଖଳାକୁ ଅଗଣତାନ୍ତ୍ରିକ କହିବା ସହଜ ହୋଇଗଲାଣି  । କେହି ଟିକେ ହେଲେ ମଧ୍ୟ ଶୃଙ୍ଖଳା ପ୍ରତି ଆଗ୍ରହ ଦେଖାନ୍ତୁ, ତାହାର ମୃତ୍ୟୁ ହୋଇସାରିଲାଣି  । ନିରଙ୍କୁଶ ଶାସକ ଜଣାପଡନ୍ତି ନାହିଁ, ସବୁ ଡିକ୍ସିନାରୀ ଖୋଲିଦିଅନ୍ତି  । କିନ୍ତୁ ଭେଙ୍କେୟାଜୀ ଯେଉଁ ଶୃଙ୍ଖଳାର ଆଗ୍ରହୀ, ସେହି ଶୃଙ୍ଖଳାର ସେ ନିଜେ ରକ୍ଷା କରିଥାନ୍ତି  । ଭେଙ୍କେୟାଜୀଙ୍କ ସହିତ କେବେ ଗସ୍ତ କରିବାର ଥିଲେ ସତର୍କ ରହିବାକୁ ପଡେ  । ପ୍ରଥମତଃ ସେ କେବେ ଘଣ୍ଟା ରଖନ୍ତି ନାହିଁ, କଲମ ନ ଥାଏ, ତାଙ୍କ ପାଖରେ ପେନ ନ ଥାଏ ଏବଂ ପଇସା ମଧ୍ୟ ନଥାଏ  । କେବେ, ତାଙ୍କ ସହିତ ଯିବେ ତେବେ ଭାବିନିଅନ୍ତୁ ଆପଣଙ୍କ ପାଖରେ ଥିବାର ଆବଶ୍ୟକତା ରହିଛି  । ମଜା କଥା ହେଉଛି ଯେ କେବେ ଘଣ୍ଟା ରଖନ୍ତି ନାହିଁ, କିନ୍ତୁ କାର୍ଯ୍ୟକ୍ରମରେ ନିର୍ଦ୍ଧାରୀତ ସମୟରେ ପହଂଚିବାର ଶୃଙ୍ଖଳା ନିଶ୍ଚିତ ରୂପେ ପ୍ରଶଂସନୀୟ । ଅନେକ ସମୟରେ କାର୍ଯ୍ୟକ୍ରମରେ ଯୋଗଦେବା, ଏବଂ ଯଦି ନିର୍ଦ୍ଧାରୀତ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ ନହେଲା ସେତେବେଳେ ତାଙ୍କୁ ଆପଣ ମଂଚରେ ଦେଖିବେ ସେ କେତେ ଅସ୍ତବ୍ୟସ୍ତ ହୋଇପଡିବେ ଯେ ଆପଣଙ୍କୁ ଲାଗିବ ଯେ ବାସ୍ ଏବେ ଶୀଘ୍ର କରନ୍ତୁ  । ଶୃଙ୍ଖଳା ତାଙ୍କ ସ୍ୱଭାବରେ ରହିଛି ଏବଂ ଏହି କାରଣରୁ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ସେଥିରେ ସେ ସର୍ବଦା ଏକ ଲକ୍ଷ୍ୟ ରଖି କାର୍ଯ୍ୟ କରିବା, ସେଥିପାଇଁ ଏକ ରୋଡମେପ ପ୍ରସ୍ତୁତ କରିବା, କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା,ରଣନୀତି ପ୍ରସ୍ତୁତ କରିବା ଏବଂ ସେଥିପାଇଁ ସମ୍ବଳ ଯୋଗାଡ କରି ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏକତ୍ର କରି ତାହାକୁ ସଫଳ କରିବା । ଏହା ତାଙ୍କର ସଂପୂର୍ଣ୍ଣ ଦୃଷ୍ଟିକୋଣ ହୋଇଥାଏ ।

ଯେତେବେଳେ ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଥିଲେ ସେତେବେଳେ ଅଟଳଜୀଙ୍କ ମନରେ କୌଣସି ଏକ ବଡ ବିଶେଷ ବିଭାଗ ପ୍ରଦାନ କରିବାର ମନ ଥିଲା  । ଇଂରାଜୀ ମଧ୍ୟ ତାଙ୍କର ଭଲ ଥିଲା,ଦକ୍ଷିଣକୁ ସେ ପ୍ରତିନିଧିତ୍ଵ କରୁଥିଲେ ସେଥିପାଇଁ ଅଟଳଜୀଙ୍କ ମନରେ ଥିଲା ଯେ ତାଙ୍କୁ ମନ୍ତ୍ରୀ ପରିଷଦରେ ରଖିବା ପାଇଁ  । ତାଙ୍କୁ ଏହା ଶୁଣିବାକୁ ମିଳିଥିଲା, ମୁଁ ସେହି ସମୟରେ ମହାସଚିବ ଭାବେ କାର୍ଯ୍ୟ କରୁଥିଲି, ସେ କହିଥିଲେ ଯେ ଭାଇ ମୋତେ ଏମିତି କାହିଁକି ହଇରାଣ କରୁଛ । ମୁଁ ପଚାରିଥିଲି କଣ ହେଲା, ସେ କହିଥିଲେ ଯେ ଏହା ମୋର କାମ ନୁହେଁ  । ମୁଁ କହିଥିଲି ଯେ ଆପଣ କଣ କରିବେ?ସେ କହିଥିଲେ ଯେ ମୁଁ ଯାଇ ଅଟଳଜୀଙ୍କୁ କହିଦେବି  । ମୁଁ କହିଥିଲି ଯେ ନିଶ୍ଚିତ ଯାଆନ୍ତୁ, କହନ୍ତୁ  । ଏବଂ ଆପଣମାନେ ଆଶ୍ଚର୍ଯ୍ୟ ହେବେ, ସେ ଅଟଳଜୀଙ୍କୁ କହିଥିଲେ ଯେ ତାଙ୍କୁ କୌଣସି ବଡ ବଡ ବିଭାଗ ନ ଦିଆଯାଉ, ତାଙ୍କୁ ଗ୍ରାମୀଣ ବିକାଶ ବିଭାଗ ଦେବା ପାଇଁ କହିଥିଲେ ଏବଂ ସେ କହିଥିଲେ ଯେ ସେହି ବିଭାଗରେ ମୋର ଜୀବନ ବିତାଇବାକୁ ଚାହୁଁଛି । ସେ ସ୍ୱଭାବରେ କୃଷକ, ବୃତ୍ତି ଏବଂ ପ୍ରବୃତ୍ତିରେ କୃଷକ । କୃଷକମାନଙ୍କ ପାଇଁ କିଛି କରିବାକୁ, କୃଷକମାନଙ୍କ ପାଇଁ କିଛି କରିବାକୁ ତାଙ୍କର ଥିଲା ଅସୀମ ଆଗ୍ରହ ଏବଂ ସେ ସର୍ବଦା ଗ୍ରାମୀଣ ବିକାଶରେ ନିଜର ରୁଚି ପ୍ରଦର୍ଶୀତ କରିଥିଲେ । ଯେପରି ଅରୁଣଜୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସବୁଠାରୁ ପ୍ରଭାବଶାଳୀ କାର୍ଯ୍ୟକ୍ରମ ରହିଆସିଛି,ଯାହା ସବୁ ସରକାରଙ୍କ ସମୟରେ ଚାଲିଆସିଛି । ଏବଂ ସମସ୍ତ ସାଂସଦଙ୍କ ମନରେ ଯଦି କୌଣସି ଦାବି ଥାଏ, ତେବେ ନିଜ ଅଂଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଆବଶ୍ୟକତା ଉପରେ ସେମାନେ ଦାବି କରିଥାନ୍ତି । ତାହାର ମଂଜୁରି ଦାବି କରିଥାନ୍ତି । ଏଭଳି ଏକ ସମୟ ଥିଲା ଯେତେବେଳେ ରେଳ ଦରକାର, ରେଳ ଷ୍ଟପେଜ ଦରକାର, ସର୍ବୋପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ଆବଶ୍ୟକତା ରହିଛି, ଏହା ସମସ୍ତ ସାଂସଦମାନଙ୍କ ମାନସିକ ଚିନ୍ତନରେ ଭରିଦେବାର ଶ୍ରେୟ ଯଦି କାହାକୁ ଦିଆଯାଏ ତେବେ ସେ ହେଉଛନ୍ତି ଶ୍ରୀ ଭେଙ୍କେୟା ନାଇଡୁଜୀ । ସେହିଭଳି ଜଳ, ଗ୍ରାମୀଣ ଜୀବନରେ ଜଳ, ପାନୀୟଜଳ, ଏହା ତାଙ୍କ ବଡ ପ୍ରତିଶୃତିବଦ୍ଧ କାର୍ଯ୍ୟ । ସେଥିପାଇଁ ସେ ନିଜ ସମୟ,ଶ୍ରମ ଏକଜୁଟ କିରିଦେଇଥିଲେ । ଆଜି ମଧ୍ୟ ସଂସଦରେ ଏଭଳି ବିଷୟଗୁଡିକର ଆଲୋଚନା ଯେତେବେଳେ ନ ହୋଇପାରେ, ସେତେବେଳେ ସେ ସବୁଠାରୁ ଅଧିକ ବ୍ୟସ୍ତ ବିବ୍ରତ ହୋଇପଡନ୍ତି,ତାଙ୍କୁ ଲାଗେ ଯେ ବିଦେଶୀ ନୀତି ବିଷୟରେ ଗୋଟିଏ ଦିନ ଆଲୋଚନା ନ ହେଲେ ଦେଖାଯିବ, କିନ୍ତୁ ଯେତେବେଳେ ଗ୍ରାମାଂଚଳ ପ୍ରସଙ୍ଗ ଉଠିଥାଏ, କୃଷକମାନଙ୍କ କଥା ଉଠିଥାଏ, ସଂସଦରେ ଆଲୋଚନା ତ କରନ୍ତୁ – କଣ ଚାଲିଛି ? ଏଥିରୁ ଜଣାପଡେ ଯେ ସେ ଦେଶର ସାଧାରଣ ମନୁଷ୍ୟର କଲ୍ୟାଣ ପାଇଁ,ତାଙ୍କର ଆକାଂକ୍ଷା ପାଇଁ ଆଲୋଚନା କରାଯାଉ ବୋଲି ସେ କେତେ ବିବ୍ରତ ହୋଇଯାଆନ୍ତି  ।

ବକ୍ତା ଭାବେ ଯେଉଁମାନେ ତାଙ୍କର ତେଲୁଗୁ ଭାଷଣ ଶୁଣିଥିବେ, ତାଙ୍କର କହିବାର ତୀବ୍ରତାରେ ନିଜକୁମେଳ କିମ୍ବା ସମତାଳ କରିପାରିବେ ନାହିଁ  । ଆପଣମାନଙ୍କୁ ଏପରି ଲାଗୁଥିବ ଯେପରି ଲୋକାଲ ଟ୍ରେନରେ ବସିଛନ୍ତି ଏବଂ ସେ ସୁପରଫାଷ୍ଟ ଏକ୍ସପ୍ରେସ ଭଳି ଯାଉଛି  । ଏତେ ଶୀଘ୍ର କୁହନ୍ତି ଏବଂ ବିଚାରଧାରା କେଉଁଠୁ ଆସିଥାଏ ତାହା କେବଳ ଦେଖିବାର କଥା  । ଏବଂ ତାଙ୍କର କହିବାର ଶୈଳୀ ଅତି ସହଜ ହୋଇଥାଏ  । ଏବଂ ସେ ସର୍ବସାଧାରଣ ଭାଷଣ ଭଳି ହୋଇନଥାଏ.. ଏବେ ସେ ପାଖାପାଖି ହୋଇ ବସୁଛନ୍ତି, ସେଠାରେ ମଧ୍ୟ ଆଳଙ୍କାରିକ ଭାଷାରେ  କଥୋପକଥନ କରିଥାନ୍ତି  । ଶବ୍ଦଗୁଡିକ ସଂଯୋଜନା ତୁରନ୍ତ ହୋଇଯାଏ  । ଏବଂ ସଂସଦରେ ମଧ୍ୟ ଏହାର ଲାଭ ସମସ୍ତଙ୍କୁ ମିଳିଥାଏ  । ଏକ ବର୍ଷର ହିସାବ ଦେଶକୁ ପ୍ରଦାନ କରିବାର ଏହି ଛୋଟ ପ୍ରୟାସ ପାଇଁ ପୂରା ଟିମକୁ  ମୁଁ ଶୁଭେଚ୍ଛା ଜଣାଉଛି । ଏବଂ ମୁଁ ମାନୁଛି ଯେ ଏଥିରୁ ଜଣାପଡୁଛି ଯେ ଏହି ପଦବୀରେ, ଏହି ସଂଗଠନକୁ ମଧ୍ୟ ସମାଜ କଲ୍ୟାଣ ପାଇଁ କେଉଁଭଳି ଭାବେ ବ୍ୟବହାରରେ ଲଗାଯାଇପାରିବ, କେଉଁଭଳି ଭାବେ ସେଥିରେ ନୂତନତ୍ୱ ଅଣାଯାଏ, କେଉଁଭଳି ଭାବେ ତୀବ୍ରତା ଅଣାଯାଇପାରିବ  । ଏବଂ ଏହି ସଂଗଠନ ନିଜ ଭିତରେ ମଧ୍ୟ, ଦେଶର ଆହୁରୀ ଅନେକ କାର୍ଯ୍ୟଗୁଡିକ ସହିତ କେଉଁଭଳି ଭାବେ ସହଯୋଗ କରି ଆଗକୁ ଅଗ୍ରସର ହେବ ଏହାର ଏକ ଯୋଜନା ଏହି ପୁସ୍ତକରେ ରହିଛି  ।

ଏକ ପ୍ରକାରର ଏହା ଲାଗୁଛି ଯେ ଉପରାଷ୍ଟ୍ରପତିଜୀଙ୍କ ଏକ ବର୍ଷର କାର୍ଯ୍ୟକାଳର ସଂପୂର୍ଣ୍ଣ ବିବରଣୀ,କିନ୍ତୁ ଯେତେବେଳେ ଦେଖିବେ ଲାଗିବ ଯେ ଏହି ପରିବାର ଆଲବମରେ ଆମେ ମଧ୍ୟ କେଉଁଠି ନା କେଉଁଠି ରହିଛୁ  । ତାଙ୍କ ସହିତ କେହି ସାଂସଦ ଦେଖିବାକୁ ମିଳୁଛନ୍ତି, କେହି ଭାଇସ-ଚାନସେଲର ଦେଖିବାକୁ ମିଳୁଛନ୍ତି, କେହି ମୁଖ୍ୟମନ୍ତ୍ରୀ ଦେଖିବାକୁ ମିଳୁଛନ୍ତି, କେହି ରାଜ୍ୟପାଳ ଦେଖିବାକୁ ମିଳୁଛନ୍ତି । ସେହି ରାଜ୍ୟ ସହିତ ମଧ୍ୟ, ଦୂର ଦୂରାନ୍ତ କ୍ଷେତ୍ରରେ ମଧ୍ୟ କେଉଁଭଳି ଭାବେ କାର୍ଯ୍ୟ ସମ୍ବନ୍ଧୀତ ପ୍ରଚେଷ୍ଟାଗୁଡିକ ଦେଖିବାକୁ ମିଳୁଛି । ମୁଁ ଭେଙ୍କେୟାଜୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।ଏବଂ ଯାହା ତାଙ୍କର ଇଚ୍ଛା ରହିଛି ଯେ ସଂସଦ ବହୁତ ଭଲ ଭାବରେ ଚାଲୁ, ସଂସଦରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉ, ସଂସଦରୁ ଏଭଳି କଥା ବାହାରକୁ ଆସୁ ଯାହା ଦେଶ ପାଇଁ ଅତି ଆବଶ୍ୟକ  । ତାଙ୍କର ଏହି ସ୍ୱପ୍ନକୁ ମୋର ବିଶ୍ୱାସ ଯେ ତାଙ୍କର ଲଗାତାର ପ୍ରଚେଷ୍ଟା ଦ୍ୱାରା ଏହି ସ୍ୱପ୍ନ ମଧ୍ୟ ସାକାର ହେବ । ମୋର ଭେଙ୍କେୟା ନାଇଡୁ ମହୋଦୟଙ୍କୁ ଅଶେଷ ଶୁଭକାମନା, ବହୁତ ବହୁତ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”