Dadi Janki is a true Karma Yogi, who continues to serve society even at the age of 100 years: PM
PM Modi appreciates the work done by the Brahma Kumaris institution in many fields, including in solar energy
Brahma Kumar and Kumaris have spread the message of India's rich culture throughout the world: PM
By 2030, India aims to generate 40% energy from non-fossil fuels. By 2022, our aim is to ensure 175 GW of clean energy: PM
Let us further the use of digital transactions and make the system more transparent: PM Modi
We have amended the Maternity Bill. This will benefit working women as leaves have been enhanced from 12 to 26 weeks: PM

ବ୍ରହ୍ମାକୁମାରୀ ସଂସ୍ଥାର ସମସ୍ତ ସଦସ୍ୟଗଣ, ଅନ୍ତରାଷ୍ଟ୍ରୀୟ ସମ୍ମେଳନ ଏବଂ ସାଂସ୍କୃତିକ ମହୋତ୍ସବରେ ଭାଗନେବା ପାଇଁ ଦେଶ ବିଦେଶରୁ ଆସିଥିବା ସବୁ ଲୋକଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ଆଉ ଆପଣ ସମସ୍ତଙ୍କୁ  ଓମ୍ ଶାନ୍ତି କହି ଅଭିନନ୍ଦନ କରୁଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଦାଦା ଲେଖରାଜ, ଆଜି ନିଶ୍ଚୟ ତାଙ୍କ ଆତ୍ମାକୁ ଶାନ୍ତି ମିଳୁଥିବ କି ଯେଉଁ ଚିନ୍ତାଧାରାକୁ ସେ ସଂସ୍ଥାଗତ ରୂପ ଦେଇଥିଲେ, ଆଉ ସ୍ତ୍ରୀ ଶକ୍ତି ମାଧ୍ୟମରେ ତାକୁ ଆଗକୁ ବଢାଉଥିଲେ; ସେହି ଆନ୍ଦୋଳନକୁ ଆଜି 80 ବର୍ଷ ହେଉଛି । ଆମ ଦେଶରେ 80 ବର୍ଷକୁ ଏକ ବିଶେଷ ମହତ୍ୱ ଦିଆଯାଏ । ଦୁନିଆରେ 25 ବର୍ଷ, 50 ବର୍ଷ, 75 ବର୍ଷ, 100 ବର୍ଷ; ଏହାତ ପାଳନ କରାଯାଏ, କିନ୍ତୁ ଭାରତରେ 80 ବର୍ଷର ଏକ ବିଶେଷ ମହତ୍ୱ ରହିଛି । ଆଉ ଯେତେବେଳେ କୌଣସି ଲୋକର ଜୀବନରେ 80 ବର୍ଷ ହୋଇଥାଏ, ଅର୍ଥାତ ସହସ୍ର ଚନ୍ଦ୍ର-ଦର୍ଶନର ପର୍ବ ହୋଇଥାଏ । 80 ବର୍ଷର  ଯାତ୍ରାରେ ବ୍ୟକ୍ତି ଅଥବା ସଂସ୍ଥା ଏକ ହଜାର ଥର ପୂର୍ଣ୍ଣ  ଚନ୍ଦ୍ର ଦର୍ଶନ କରିଥାଏ ।

ଆଜି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଦାଦା ଲେଖରାଜଙ୍କ ପ୍ରଚେଷ୍ଟାରୁ ଆରମ୍ଭ ହୋଇଥିବା ବ୍ରହ୍ମାକୁମାରୀ ଆନ୍ଦୋଳନ ସେହି ସହସ୍ର ଚନ୍ଦ୍ର ଦର୍ଶନ ସମୟରେ ଉପଗତ, ସେତେବେଳେ ବିଶ୍ୱର ମାନବ ଜାତିକୁ ଶୀତଳତା ପ୍ରଦାନ କରିବାରେ ତାଙ୍କର ପ୍ରୟାସ ଏହି ଅବସରରେ ନୂତନ ଉର୍ଜ୍ଜା ପାଇ ଆଗକୁ ବଢିବ ।

ଗତ ବର୍ଷ ଦାଦୀ ଜାନକୀ ଶତାବ୍ଦୀ ପୂରଣ କଲେ, ଏକ ଶହ ବର୍ଷରେ ପଦାର୍ପଣ କଲେ; ଆଉ ଆଜି ମଧ୍ୟ ଏକ କର୍ମଯୋଗୀ ଭାବେ ସମୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି । ମୁଁ ଏଠାରୁ ଦାଦୀ ଜୀଙ୍କୁ ପ୍ରଣାମ କରୁଛି । ଦୁଇ ଦିନ ପରେ ‘ଚେଟି ଚନ୍ନ’ର ପର୍ବ ପାଳନ କରାଯିବ । ପୁରା ହିନ୍ଦୁସ୍ଥାନରେ ସମ୍ବତ୍ସରର ଅବସର ହୋଇଥାଏ । ଆପଣ ସମସ୍ତଙ୍କୁ ନବ-ସମ୍ବତ୍ସରର, ଚେଟି ଚାନ୍ଦର ବହୁତ ବହୁତ ଶୁଭକାମନା ଜଣାଉଛି ।

ଆପଣ ସମସ୍ତଙ୍କ ପାଖକୁ ଆସିବା ପାଇଁ ମତେ ଅନେକ ଥର ସୁଯୋଗ ମିଳିଛି । ଆପଣ ସମସ୍ତଙ୍କର ମୋ ପ୍ରତି ଅପାର ସ୍ନେହ ରହିଛି । ଏକ ଉଚ୍ଚ ଚିନ୍ତାଧାରା ସହିତ ସଂସ୍ଥାର ଜୀବନରେ 80ବର୍ଷ କମ୍ ସମୟ ନୁହେଁ । ଆଜି ବିଶ୍ୱର ଯାହା ସ୍ଥିତି ହୋଇଛି, ମଣିଷର ଯାହା ସ୍ୱଭାବ ହେବାରେ ଲାଗିଛି, ସେଥିରେ କୌଣସି ବି ସଂଗଠନ ଅବା ବ୍ୟବସ୍ଥାରେ; 10 ବର୍ଷ, 15ବର୍ଷ, 20 ବର୍ଷ ପରେ ବିଭାଜନ ଆରମ୍ଭ ହୋଇ ଯାଇଥାଏ । ଗୋଷ୍ଠୀ ହୋଇଯାଇଥାଏ, ଗ୍ରୁପ ହୋଇଯାଇଥାଏ, ଗୋଟିଏରୁ ଦଶଟି ସଂସ୍ଥା ଜନ୍ମ ନେଇ ଯାଇଥାଏ । ଦାଦା ଲେଖରାଜଙ୍କ ଚମତ୍କାରୀତା ରହିଛି କି 80 ବର୍ଷ ପରେ ମଧ୍ୟ, ଯେଉଁ ଆଦର୍ଶ, ମୂଲ୍ୟବୋଧକୁ ନେଇ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବ୍ରହ୍ମାକୁମାରୀ ଆନ୍ଦୋଳନକୁ ଚଲାଇଲେ, ନାରୀ ଶକ୍ତିକୁ ପ୍ରାଧାନ୍ୟ ଦେଇ ଚଲାଇଲେ; ଆଉ ତାହା, ଆଉ ତାହା ଆଜି ମଧ୍ୟ ସେତିକି ମନଯୋଗ ସହିତ, ସେତିକି କର୍ମଠତାର ସହିତ, ସେତିକି ଏକାଠି ହେବା ସହିତ ସାରା ବିଶ୍ୱରେ ନିଜର ସନ୍ଦେଶ ଦେଉଛନ୍ତି; ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କର ଶୃଙ୍ଖଳା ପ୍ରସ୍ତୁତ କରିଛନ୍ତି । ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀ, ଭାରତର ଆଧ୍ୟାତ୍ମର ସନ୍ଦେଶକୁ ବିଶ୍ୱରେ ପହଂଚାଉଛନ୍ତି । ଆପଣ ସମସ୍ତେ ହେଉଛନ୍ତି ଅଭିନନ୍ଦନର ପାତ୍ର, ଆପଣ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ମୋର ଏହା ସୌଭାଗ୍ୟ ଯେ ଆପଣ ସମସ୍ତଙ୍କ ପାଖକୁ ଆସିବା ପାଇଁ ମତେ ଅନେକ ଥର ସୁଯୋଗ ମିଳିଛି । ଆପଣ ସମସ୍ତଙ୍କ ପ୍ରବୃଦ୍ଧିକୁ ମୁଁ ଖୁବ୍ ନିକଟରୁ ମଧ୍ୟ ଦେଖିଛି । ଆପଣଙ୍କ ଚିନ୍ତାଧାରାକୁ ମୁଁ ବୁଝିବା ପାଇଁ ପ୍ରୟାସ ମଧ୍ୟ କରିଛି, ଆଉ ଆପଣମାନଙ୍କର ଏକ ଭଲ ସାନିଧ୍ୟ ମଧ୍ୟ ମତେ ମିଳିଛି ।

ଏଇ ଦିନମାନଙ୍କରେ ଟିକେ ଅଧିକ ବ୍ୟବସ୍ଥା ହୋଇ ପାରିଛି, ସମୟର ଅସୁବିଧା ହେଉଛି, ସେଥିପାଇଁ ମୁଁ ସ୍ୱୟଂ ତ ଆପଣ ସମସ୍ତଙ୍କ ପାଖକୁ ଯାଇ ପାରି ନାହିଁ, କିନ୍ତୁ ମତେ ଭିଡିଓ କନଫେରେନ୍ସ ଜରିଆରେ ଆପଣ ସମସ୍ତଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ଆଉ ବ୍ରହ୍ମାକୁମାରୀ କାର୍ଯ୍ୟ ଯୋଜନାର ବିଶେଷତା ଥାଏ, ଆଜି ଏକ ନୂଆ ବିଶେଷତା ଆପଣମାନେ ଦେଖାଇଲେ । ଆଲୋକ ମାଧ୍ୟମରେ ଆପଣ ସମସ୍ତେ ଅଭିନନ୍ଦନ ଜଣାଇଲେ, ଆଉ ମତେ ଏଠି, ମୋ ସାମ୍ନାରେ ଆପଣ ସମସ୍ତଙ୍କୁ ଟିଭିରେ ମୁଁ ଦେଖି ପାରୁଛି । ଯେଉଁଭଳି ଭାବରେ ଆପଣ ଟର୍ଚ୍ଚ ଜଳାଇ ଆଲୋକ ଦେଖାଇବାର ପ୍ରୟାସ କରିଛନ୍ତି, ବାସ୍ତବରେ ତ ଦାଦା ଲେଖରାଜଙ୍କ ଏବଂ ଆଜି ଦାଦୀଜୀଙ୍କ ନେତୃତ୍ୱରେ ଜ୍ଞାନର ଆଲୋକକୁ ପୁରା ବିଶ୍ୱରେ ଦେଖାଇବାର ପ୍ରୟାସ କରୁଛନ୍ତି ।

ଆମେ ହେଉଛୁ ଏମିତି ଏକ ଦେଶର ପ୍ରତିନିଧି, ଏମିତି ଏକ ଦେଶର ସନ୍ତାନ, ଯିଏ କେବେ ବି ନିଜ ବିଚାର ବା ଚିନ୍ତାଧାରାକୁ ଲଦି ଦେବାରେ ବିଶ୍ୱାସ କରନ୍ତି ନାହିଁ । ଆମେ ହେଉଛୁ ସେହି ଲୋକ, ସେହି କଥାକୁ ମାନିଥାଉ କି ଜ୍ଞାନର କୌଣସି ସୀମା ନ ଥାଏ, ଜ୍ଞାନର କୌଣସି ସମୟ ବନ୍ଧନ ମଧ୍ୟ ନ ଥାଏ, ଜ୍ଞାନ ପାଇଁ କୌଣସି ପାସପୋର୍ଟର ଆବଶ୍ୟକତା ହୋଇ ନ ଥାଏ, ଜ୍ଞାନ ପାଇଁ ମଧ୍ୟ କୌଣସି ଭିସାର ଆବଶ୍ୟକତା ହୋଇ ନ ଥାଏ, ଜ୍ଞାନ ଏହା ଯୁଗ ଯୁଗ ପାଇଁ ମାନବ ସଂପଦ ହୋଇଥାଏ; ତାହା କାଳାତୀତ ହୋଇଥାଏ; ତାହା ନିତ୍ୟ ନୂତନ ହୋଇଥାଏ, ଆଉ ସେହି ଜ୍ଞାନ ମାର୍ଗରେ ହିଁ ଆମେ ଜୀବନର ସତ୍ୟକୁ ଜାଣି ପାରିଥାଉ ।

ବ୍ରହ୍ମାକୁମାରୀ ମାଧ୍ୟମରେ ଏହି ଯେଉଁ ନିରନ୍ତର ପ୍ରୟାସ ଚାଲିଛି ଆଉ ଭାରତର ବିଶେଷତା ରହିଛି । ଏହି ଦେଶ ଯିଏ ବିଶ୍ୱକୁ ହାତ ଦେଖାଇ କହିଛି ଈଶ୍ୱର ଏକ । ବିବିଧ ରୂପରେ ଲୋକ ତାଙ୍କୁ ଜାଣନ୍ତି, ହିନ୍ଦୁର ଭଗବାନ ଅଲଗା, ମୁସଲମାନର ଭଗବାନ ଅଲଗା, ଖ୍ରୀଷ୍ଟିୟାନଙ୍କ ଭଗବାନ ଅଲଗା, ପାର୍ସୀର ଭଗବାନ ଅଲଗା, ଏହା ଆମର ଚିନ୍ତାଧାରା ନୁହେଁ । ଆଉ ଏଥିପାଇଁ ଜ୍ଞାନ ସମୟରେ ମଧ୍ୟ ଆମ ମହାପୁରୁଷମାନେ ଆମକୁ, ଆମ ଶାସ୍ତ୍ରକାରମାନେ ବେଦକାଳରୁ ଆମକୁ ଏହା ଶିଖାଇଛନ୍ତି –

 

ଏକମ ସତ, ବିପ୍ରାଃ : ବହୁଧା ବଦନ୍ତି

ସତ୍ୟ ହେଉଛି ଏକ, ସାଧୁମାନେ ଏହାକୁ ଅଲଗା ଅଲଗା ଭାବରେ ବ୍ୟାଖ୍ୟାନ କରନ୍ତି

 

 

ଭିନ୍ନ ଭିନ୍ନ ଲୋକ ଏହାକୁ ଭିନ୍ନ ଭିନ୍ନ ଭାବରେ ବ୍ୟାଖ୍ୟା କରନ୍ତି । କିନ୍ତୁ  ସତ୍ୟ ସମ୍ବନ୍ଧରେ ଆମର ଯେଉଁ ଦୃଷ୍ଟିକୋଣ ଅଛି ସେହି ଦୃଷ୍ଟିକୋଣ ସେହି  ଭାବନାରେ ଭରି ରହିଛି ।

ମୁଁ ଶୁଣିଛି କି ଆଜି ଶାନ୍ତିବନରେ ଆପଣ ଏକ ସୌର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଆପଣଙ୍କ ଶାନ୍ତିବନରେ ଥିବା ହସପିଟାଲକୁ ବିଗତ ଦିନରେ ଯିବାର ସୁଯୋଗ ମତେ ମିଳିଥିଲା । ଗରିବମାନଙ୍କର କିପରି ସେବା ହୁଏ ତାହା ମୁଁ ନିଜ ଆଖିରେ ଦେଖିଥିଲି । ଆପଣ ଯେତେବେଳେ ସୌର ଶକ୍ତି ପାଇଁ ଏତେ କିଛି କରୁଛନ୍ତି, ଆଉ ମୋର ମନେ ଅଛି ସେଠାରେ ଆବୁ ରୋଡରେ ଆପଣଙ୍କର ଯେଉଁ ଯୋଗାଯୋଗ କେନ୍ଦ୍ର ଅଛି, ତାକୁ ତ କେତେ ବର୍ଷ ପୂର୍ବରୁ ଆପଣ ସୌର ଶକ୍ତିରେ ଚଳାଇବା ପାଇଁ ସେ ସମୟରେ ନିର୍ଣ୍ଣୟ ନେଇଥିଲେ; ଯେତେବେଳେ ବିଶ୍ୱ ତାପନର ସେତେ ଚର୍ଚ୍ଚା ହେଉ ନ ଥିଲା, ସେତେବେଳ ଠାରୁ ଆପଣ କରିଥିଲେ । ଏଥି ପାଇଁ ଆପଣ କେତେ ଦୂରଦୃଷ୍ଟିର ସହ କାର୍ଯ୍ୟ କରୁଛନ୍ତି ଏହା ତାହାର ଉଦାହରଣ । ଆଉ ମୋର ବିଶ୍ୱାସ ରହିଛି ଯେ ଆପଣମାନଙ୍କ ମାର୍ଗ ଦର୍ଶନରେ ଏମିତି ଏକ ଉର୍ଜ୍ଜା କ୍ରାନ୍ତି ଆସୁଛି; ଆମେ ସ୍ପଷ୍ଟ ଦେଖୁଛୁ ଯେ ପ୍ରକୃତିରେ ସମସ୍ତ ଉର୍ଜ୍ଜାର ଯେତେ ମହତ୍ୱ ଅଛି, ବ୍ୟକ୍ତିତ୍ୱରେ ସୌର ଶକ୍ତିର ସେତିକି ମହତ୍ୱ ଅଛି । ଆଉ ଯେତେବେଳେ ଔଜ ଅଛି, ତେଜ ଅଛି, ସାମର୍ଥ୍ୟ ଅଛି, ସଂକଳ୍ପ ଅଛି, ତ ବ୍ୟକ୍ତିତ୍ୱ ନୂତନ ଶିଖରକୁ ଅତିକ୍ରମ କରିପାରିବ । ଆଜି ଆପଣଙ୍କ ପାଖରେ 3 ମେଗାୱାଟ ସୌର ଶକ୍ତି, ଆବୁ ଭଳି ସ୍ଥାନରେ ଏହି ପ୍ରୟାସ ବହୁତ ପ୍ରେରଣା ଦେବ, ଏହା ହେଉଛି ମୋର ବିଶ୍ୱାସ ।

 

ପଡୋଶୀ ଗୁଜରାଟରେ ସୌର ଶକ୍ତି କ୍ଷେତ୍ରରେ ବହୁତ ବଡ ଶୁଭାରମ୍ଭ କରିଥିଲି । ଭାରତ ମଧ୍ୟରେ ସୌର ଶକ୍ତି ସମ୍ବନ୍ଧରେ ଅଲଗା ପ୍ରକାରରେ ଭାବିବା ପାଇଁ ଦେଶର ସମସ୍ତ ସରକାରଙ୍କୁ ଅନୁରୋଧ କରିଥିଲି । ଗୁଜରାଟ ସରକାରଙ୍କର ଉପଯୋଗ ବଡ଼ ସଫଳ ଥିଲା । ଆଉ ଆଜି ଶାନ୍ତିବନ ମଧ୍ୟ ଏହି ସୌର ଶକ୍ତି ସହିତ ଯୋଡି ହେଉଛି, ଏହା ହେଉଛି ପ୍ରକୃତି ରକ୍ଷାର କାର୍ଯ୍ୟ । ଆଉ ଆପଣ ତ ଶାନ୍ତିବନ ସୌର ପ୍ରକଳ୍ପରୁ ଗୋଟିଏ ଦିନରେ 38 ହଜାରରୁ ଅଧିକ ଲୋକଙ୍କର ଭୋଜନ ପ୍ରସ୍ତୁତ କରିବା ସମ୍ଭବ ହେଉଛି, ଏହା ସ୍ୱୟଂ ପ୍ରକୃତି ରକ୍ଷା ଦିଗରେ କେତେବଡ଼ କାମ ହେଉଛି । ଆପଣଙ୍କ ଦ୍ୱାରା ସୌର ଲଣ୍ଠନ, ଘରୋଇ ଆଲୋକ ବ୍ୟବସ୍ଥା, ସୌର ରୋଷେଇ ବାକ୍ସ, ଏହାକୁ ମଧ୍ୟ ଘରେ ଘରେ ପହଂଚାଇବା ଦିଗରେ ଏକ ବଡ଼ ଆନ୍ଦୋଳନ ଚାଲିଛି । ସମାଜରେ ଏକ ବଡ଼ ପରିବର୍ତ୍ତନ ଆଣିବାର ପ୍ରୟାସ ଆପଣମାନଙ୍କ ଦ୍ୱାରା ହେଉଛି । କେବଳ ଆଧ୍ୟାତ୍ମିକ କଥା ନୁହେଁ, କିନ୍ତୁ ପ୍ରକୃତି ସହିତ ବଞ୍ଚି ଗରିବରୁ ଗରିବ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇ ପାରିବ, ସେହି ଦିଗରେ ପ୍ରୟାସ କରିଛନ୍ତି ।

ଭାରତ ମଧ୍ୟ ଦୁନିଆ ଯେଉଁ ସଙ୍କଟ ସହିତ ଲଢେଇ କରୁଛି, ବିଶ୍ୱ ତାପନ ସହିତ, ସେଥିରେ ଦୁନିଆ ପାଇଁ ଭାରତ କେଉଁ ପ୍ରକାରେ କାମରେ ଆସିପାରିବ, ଭାରତ ସଂକଳ୍ପ ନେଇଛି 2030 ସୁଦ୍ଧା ଅର୍ଥାତ ଆଜିଠାରୁ 13 ବର୍ଷ ଭିତରେ ଭାରତର ଯେଉଁ ମୋଟ ଉର୍ଜ୍ଜାର ଆବଶ୍ୟକତା ଅଛି, ସେଥିରୁ 40 ପ୍ରତିଶତ, 40 %, ଅଣ-ଜୀବାଷ୍ମ ଇନ୍ଧନ ଆଧାରିତ, ଅଣପାରମ୍ପରିକ ଶକ୍ତିରୁ ଉତ୍ପାଦନ କରିବା ହେଉଛି ଆମର ଲକ୍ଷ୍ୟ ।

2022, ଭାରତର ସ୍ୱାଧୀନତା ଲାଭ କରିବାର 75 ବର୍ଷ ହେଉଛି, ଆଉ ଯେତେବେଳେ ଭାରତର ସ୍ୱାଧୀନତାର 75 ବର୍ଷ ହେବ ସେତେବେଳେ 2022ରେ ଆମେ ସୌର ଶକ୍ତି କ୍ଷେତ୍ରରେ ଆମେ କ’ଣ ପଦକ୍ଷେପ ନେଇ ପାରିବା, ଭାରତ ସଂକଳ୍ପ କରିଛି କି 175 ଗିଗାୱାଟ ଅଣପାରମ୍ପରିକ ଶକ୍ତିରୁ ପାଇବ । ବହୁତ ବଡ଼ ଲକ୍ଷ୍ୟ ଅଟେ । ସରକାର, ସମାଜ, ସଂସ୍ଥାମାନେ, ଯେଉଁଭଳି ଭାବରେ ଆଜି 3 ମେଗାୱାଟ ନେଇ ଆସିଛନ୍ତି, ଯେତେ ଅଧିକ ଆମେ ଉପଯୋଗ କରିବା, ମାନବ ଜାତିର, ପ୍ରକୃତିର, ପରମାତ୍ମାର ବହୁତ ବଡ଼ ସେବା ହୋଇ ପାରିବ । ସେହି କାମରେ ଆପଣ ମଧ୍ୟ ଯୋଡି ହୋଇଛନ୍ତି, ମୁଁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ଆଉ ଏମିତିରେ ଆପଣ ପ୍ରକୃତିର ରକ୍ଷା ପାଇଁ ଅନେକ କାମ ମଧ୍ୟ କରୁଛନ୍ତି, ସେଥିରୁ ମଧ୍ୟ ବହୁତ ଲାଭ ମିଳିବ । ସେଥିରୁ ମଧ୍ୟ ଫାଇଦା ମିଳିବ ।

ସେହି ପ୍ରକାରରେ ବୃକ୍ଷମାନଙ୍କ ଦିଗରେ ଆପଣଙ୍କ କାମ, ଆମର ଏଠାରେ ଗଛକୁ ମଧ୍ୟ ପରମାତ୍ମା ବୋଲି ଗ୍ରହଣ କରାଯାଏ । ନୀଳ ବିପ୍ଳବ, ଦୁଗ୍ଧ ବିପ୍ଳବ, ଉର୍ଜ୍ଜା ବିପ୍ଳବ, ଏପରି କେତେ କାମ ଅଛି ଯାହା ପ୍ରକୃତିକୁ ରକ୍ଷା କରିବ, ମଣିଷକୁ ମଧ୍ୟ ଏକ ନୂଆ ଦିଗ ଦେବ, ସେ ଦିଗରେ ଆପଣ କାମ କରୁଛନ୍ତି । ମୁଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ଦ୍ୱାରା, ଏହା ଜଣାଥିବ କି ଭାରତ ସରକାର ଏକ ନୂଆ ଶୁଭାରମ୍ଭ କରିଛନ୍ତି ଶକ୍ତି ସଂରକ୍ଷଣ ପାଇଁ ଏଲ୍ଇଡି ବଲ୍ବ । ଏହି ଏଲ୍ଇଡି ବଲ୍ବ କୋଟି କୋଟି ସଂଖ୍ୟାରେ ପାଖାପାଖି 22 କୋଟି ଏଲ୍ଇଡି ବଲ୍ବ, ନଗର ପାଳିକାମାନେ, ମହାନଗର ପାଳିକାମାନେ, ଲୋକମାନେ ଘରେ ଘରେ ଲଗାଇଛନ୍ତି ଏବଂ ଏଥିରେ ପାଖାପାଖି 11 ହଜାର କୋଟି ଟଙ୍କାର ସଞ୍ଚୟ ସାଧାରଣ ମଣିଷ ପାଇଁ ହୋଇ ପାରିଛି ।    

ଆପଣଙ୍କ 8500 ବ୍ରହ୍ମାକୁମାରୀ କେନ୍ଦ୍ର ଅଛି, ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଅଛନ୍ତି । ଯେମିତି ଆପଣ ସୌର ଶକ୍ତି ମାଧ୍ୟମରେ ଏକ ଦିଗ ଦେଖାଇଛନ୍ତି, ଘରେ ଘରେ ଏଲ୍ଇଡି ବଲ୍ବ ପାଇଁ ମଧ୍ୟ ଆପଣଙ୍କ ସମସ୍ତ, ବ୍ରହ୍ମାକୁମାର ଏବଂ   ବ୍ରହ୍ମାକୁମାରୀ ଦେଶରେ ଏକ ସଚେତନତା ଆଣି ପାରିବେ । ସେହି କାରଣରୁ ଶକ୍ତି ସଂଚୟ ହେବ, ଗରିବ ଲୋକର ପକେଟରେ ପଇସା ସଂଚୟ ହେବ, ସାଧାରଣ ଲୋକର ପକେଟରେ ପଇସା ସଂଚୟ ହେବ, ପୌରପାଳିକା, କର୍ପୋରେସନର ପଇସା ବଞ୍ଚିବ; ତାକୁ ଅନ୍ୟ କାମରେ ଲଗାଯାଇ ପାରିବ । ଆଉ ଏକ ସମୟରେ 400-500 ଟଙ୍କାରେ ଏଲ୍ଇଡି ବଲ୍ବ ବିକ୍ରି କରୁଥିଲେ, ଆଜି 50, 60, 70ଟଙ୍କାରେ ଏଲ୍ଇଡି ବଲ୍ବ ମିଳୁଛି । ଏକ ବଡ଼ କାମ ବ୍ରହ୍ମାକୁମାରୀଙ୍କ ଦ୍ୱାରା ସମାଜରେ ଯାହା ଚାଲିଛି ସେଥିରେ ଏହି କାମକୁ ମଧ୍ୟ ଯୋଡି ଦିଆଯାଇ ପାରିବ ।

ଆଜି ଆମେ ଆମଦାନୀ ହେଉଥିବା ଡିଜେଲ, ପେଟ୍ରୋଲ ଉପରେ ନିର୍ଭର କରୁଛୁ, ଯଦି ଆମେ ପବନ ଶକ୍ତି, ଜଳରୁ ଶକ୍ତି, ସୂର୍ଯ୍ୟ ଶକ୍ତିରୁ ଉର୍ଜ୍ଜା, ଏହା ଉପରେ ଆମେ ଗୁରୁତ୍ୱ ଦେଲେ ଭାରତକୁ ବାହାରୁ ପେଟ୍ରୋଲିୟମ୍ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି; କୋଟି କୋଟି-ଶହ ଶହ କୋଟି ଟଙ୍କା ଯାଉଛି, ତାହା ବଞ୍ଚିଯିବ ଯାହା ହିନ୍ଦୁସ୍ଥାନର ଗରିବଙ୍କ କାମରେ ଆସିବ । ସେହି ଦିଗରେ ଆପଣଙ୍କ ଏହି ଯୋଗଦାନ ନିଜକୁ-ନିଜେ ଏକ ସଠିକ୍ ଦିଗରେ କାର୍ଯ୍ୟ ହେଉଛି । ଆଉ ଏଥିପାଇଁ ଆପଣ ହେଉଛନ୍ତି ଅଭିନନ୍ଦନର ଅଧିକାରୀ ।

ଆମ ଶାସ୍ତ୍ରଗୁଡିକ ଆମକୁ ପ୍ରକୃତିକୁ ଶୋଷଣ କରିବାର ଅଧିକାର ଦେଇ ନାହିଁ । ପ୍ରକୃତିର ଶୋଷଣ ଏହାକୁ ଆମର ଏଠି ଅପରାଧ ବୋଲି ଧରାଯାଏ । ଆମର ପ୍ରକୃତିକୁ ଦୋହନ କରିବାର, ପ୍ରକୃତିକୁ ଦୁହିଁବାର ଅଧିକାର ଅଛି ଆଉ ସେହି କାମ, ଆପଣଙ୍କ ପ୍ରୟାସ ନିଶ୍ଚିତ କାମରେ ଆସିବ ।

ବ୍ରହ୍ମାକୁମାରୀ ସଂସ୍ଥାର ମନ୍ତ୍ର ଏକ ଈଶ୍ୱର, ଏକ ବିଶ୍ୱ ପରିବାର ଏହା ମୂଳତଃ ଆମ ଦେଶର ଚିନ୍ତାଧାରା । ବସୁଧୈବ କୁଟୁମ୍ବକମ୍ ବୋଧହୁଏ ଦୁନିଆରେ ଏତେ ବିଶାଳ, ବ୍ୟାପକ ଆଉ ଚିରନ୍ତନ ବିଚାର ଏହି ଧରଣୀରୁ ଜନ୍ମ ନେଇଛି । ସମୟ ସମୟରେ ତାହାର ବାକ୍ୟ ରଚନା ଅଲଗା ହେବ, ଅଭିବ୍ୟକ୍ତି ଅଲଗା ରହିଥିବ, ଆଉ ଏଥିପାଇଁ ଭାରତ ବିଶ୍ୱରେ ନ୍ୟାୟ, ଗାରିମା, ସୁଯୋଗ, ଏବଂ ସମୃଦ୍ଧି ପାଇଁ ଯତ୍ନଶୀଳ ରହିଥାଏ । ଭାରତର ପ୍ରୟାସ ଦ୍ୱାରା ହିଁ ଆଜି ବିଶ୍ୱରେ ଆନ୍ତର୍ଜାତୀୟ ସୌର ସହଯୋଗ ମାଧ୍ୟମରେ ପ୍ରକୃତିର ସୁରକ୍ଷା ପାଇଁ ଏକ ଆନ୍ଦୋଳନ ଚାଲୁଅଛି ଆଉ ଦୁନିଆର ଦେଶ ଆମ ସହିତ ଯୋଡି ହେଉଛନ୍ତି । ଆଜି ଯେତେବେଳେ ସବୁଲୋକ ସେଠାରେ ଏକାଠି ହେଉଛନ୍ତି ସେତେବେଳେ, ଆପଣ 80ବର୍ଷ ପାଳନ କରୁଛନ୍ତି, ତେବେ ମୁଁ ଆପଣମାନଙ୍କୁ ଏକ ଅନୁରୋଧ କରିବି, ଆଉ ଆଜି ଏଠାରୁ ଯିବା ପୂର୍ବରୁ, ଏତେ ବଡ଼ ସମାରୋହ ହେଉଛି, ସାରା ଦେଶର ଲୋକ ଏଠାକୁ ଆସିଛନ୍ତି, ସେତେବେଳେ ଆପଣ ମଧ୍ୟ କିଛି ଭାବନ୍ତୁ କି 2022, ଭାରତ ସ୍ୱାଧୀନତାର 75 ବର୍ଷ ହେଉଛି । ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇ ଶହିଦ ହୋଇଥିବା ମହାମାନବ ଯେଉଁ ସ୍ୱପ୍ନ ଦେଖିଥିଲେ, କ’ଣ ଆମ ସମସ୍ତଙ୍କ ଦାୟିତ୍ୱ ନୁହେଁ କି ସେହି ସ୍ୱପ୍ନକୁ ପୂରା କରିବା ପାଇଁ କିଛି କରିବା? ସାମୁହିକ ଭାବେ କରିବା? ସଂକଳ୍ପ ନେଇ କରିବା? ସଠିକ୍ ଦିଗରେ ପ୍ରୟାସ କରିବା? ଆଉ ଦୁନିଆର ଏତେ ବଡ଼ ଜନସଂଖ୍ୟାରେ ଯଦି ଆମେ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବା ତ ବିଶ୍ୱର କଲ୍ୟାଣ କରିବାରେ ମଧ୍ୟ ଏକ ବହୁତ ବଡ଼ ଆଧାର ହୋଇ ପାରିବ । ଆଜି ଯେତେବେଳେ ଆପଣ ଏତେ ବଡ଼ ସଂଖ୍ୟାରେ ଏଠାରେ ଏକାଠି ହୋଇଛନ୍ତି, 2022 ପର୍ଯ୍ୟନ୍ତ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ମାଧ୍ୟମରେ, ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀମାନଙ୍କ ମାଧ୍ୟମରେ, ବିଶ୍ୱରେ ପରିବ୍ୟାପ୍ତ ହୋଇଥିବା ବ୍ରହ୍ମାକୁମାରୀ ସଂଗଠନ ମାଧ୍ୟମରେ, ଭାରତରେ ଆଠ ହଜାରରୁ ଅଧିକ ଶାଖା ମାଧ୍ୟମରେ; ଦୁଇ, ତିନ, ପାଞ୍ଚ, ସାତ; ଯାହା ଆପଣଙ୍କୁ ଠିକ୍ ଲାଗିବ, ଆପଣ ସଂକଳ୍ପ ନିଅନ୍ତୁ । 2022 ପର୍ଯ୍ୟନ୍ତ ତାକୁ ନିଶ୍ଚୟ ସଂପୂର୍ଣ୍ଣ କରିବେ, ତାହା ଆପଣ ନିର୍ଣ୍ଣୟ କରନ୍ତୁ । ଦେଖନ୍ତୁ ଆପଣଙ୍କର କେତେ ବଡ଼ ଯୋଗଦାନ ହେବ । ଯେଉଁ ଭାରତ ଏହି ପ୍ରକାରରେ….ହେଉଛି ସେଥିରେ ଆପଣ ମଧ୍ୟ ଉର୍ଜ୍ଜା ଭରି ଦେବେ, ଏହା ମୋର ବିଶ୍ୱାସ ଅଛି ।     

ଏବେ ବିଗତ ଦିନରେ ଆପଣମାନେ ଦେଖିଛନ୍ତି, ବିମୁଦ୍ରୀକରଣ ପରେ ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ ଏକ  ନିର୍ଣ୍ଣାୟକ ଲଢାଇ କଲେ ଆଉ ଆମେ ଆଗକୁ ବଢିଲେ । ଦେଶକୁ ପୁଣି ଥରେ ଏକ କଳାଧନ ଆଡକୁ ଯିବାକୁ ରୋକିବା ଦିଗରେ ଡିଜିଟାଲ କୌଶଳ ବହୁତ ବଡ଼ କାମ କରି ପାରିବ । ନଗଦ କାରବାର ଯେତେ କମ୍ ହେବ, ଯେତେ ଅଧିକ ଡିଜିଟାଲ ମୁଦ୍ରାର ଉପଯୋଗ ହେବ, ଆମେ ଦେଶରେ ଏକ ଶୁଦ୍ଧ ବ୍ୟବସ୍ଥାକୁ ବିକଶିତ କରିପାରିବା । କ’ଣ ସମସ୍ତ ବ୍ରହ୍ମାକୁମାର, ବ୍ରହ୍ମାକୁମାରୀ ଯେଉଁଠି ଯେଉଁଠି ସେମାନଙ୍କର ପ୍ରଭାବ ଅଛି; ନିଜ ମୋବାଇଲ ଫୋନରେ ଭୀମ୍ ଆପ୍ ଡାଉନଲୋଡ କରି ଛୋଟ ଛୋଟ ବ୍ୟାପାରୀ ମାନଙ୍କୁ ଡିଜିଟାଲ କାରବାର ପାଇଁ, ନଗଦରୁ ମୁକ୍ତି ଦିଗରେ ଯିବା ପାଇଁ ପ୍ରୟାସ କରିପାରିବେ କି? ମୁଁ ଆଜି ଯେତେବେଳେ ଆପଣମାନଙ୍କ ପାଖକୁ ଆସିଛି, ହୋଇପାରେ ଟେକ୍ନୋଲଜି ମାଧ୍ୟମରେ ଆସିଛି, କିନ୍ତୁ ମୋର ଆପଣଙ୍କ ସହିତ ଏତେ ବଡ଼ ସଂପର୍କ ରହିଛି କି ମୁଁ ଆପଣମାନଙ୍କୁ ଅଧିକାରର ସହ ମଧ୍ୟ କହିପାରିବି କି ବ୍ରହ୍ମାକୁମାରୀଙ୍କ ଦ୍ୱାରା ଏହି କାମକୁ ଶକ୍ତି ଦିଆଯିବ ଆଉ ଦେଶରେ ପରିବର୍ତ୍ତନର ସୂତ୍ରଧର ଭାବେ ଆପଣଙ୍କ ଏତେ ବଡ଼ ସଂସ୍କାରିତ ଯେଉଁ ମାନବ ଶକ୍ତି ଅଛି ତାହା କାମରେ ଆସିବ ।

ବ୍ରହ୍ମାକୁମାରୀ ଆନ୍ଦୋଳନରେ ବ୍ରହ୍ମାକୁମାରମାନେ ତ ଅଛନ୍ତି, କିନ୍ତୁ  ବ୍ରହ୍ମାକୁମାରୀମାନେ ବହୁତ ସକ୍ରିୟ ଅଛନ୍ତି । ଆମ ଦେଶରେ ଆଜି ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ  ଏମିତି ପିଲା ଅଛନ୍ତି ଯେଉଁମାନେ ଟୀକାକରଣରୁ ବଂଚିତ ହୋଇଛନ୍ତି । ଆଉ ଟୀକାକରଣରୁ ବଂଚିତ ହୋଇଥିବାରୁ ସେମାନେ କୌଣସି ନା କୌଣସି ଗମ୍ଭୀର ରୋଗର ଶିକାର ହୋଇଯାଇଥାନ୍ତି । ମାତୃ ମୃତ୍ୟୁ ହାର ଶିଶୁ  ମୃତ୍ୟୁ ହାର, ଏହା ଚିନ୍ତାର ବିଷୟ ହୋଇଥାଏ । କୁପୋଷଣ ଚିନ୍ତାର ବିଷୟ ହୋଇଥାଏ । ଏକ ଇନ୍ଦ୍ରଧନୁଷ ଯୋଜନା ଅଧୀନରେ ଭାରତ ସରକାର ଟୀକାକରଣକୁ ଏକ ବହୁତ ବଡ଼, ଘର ଘରକୁ ଏକ ପ୍ରତିବଦ୍ଧତାର ସହିତ ଏକ ଦାୟିତ୍ୱ ସ୍ଥିର କରିବାର ଆବଶ୍ୟକତା  ରହିଛି । ଯେତେବେଳେ ଟୀକାକରଣ କାର୍ଯ୍ୟକ୍ରମ ହେଉ ଆମର ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀ ଏକ ସ୍ୱେଚ୍ଛାସେବୀ ଭାବେ ସେଥିରେ ଯୋଡି ହୋଇ ଯାଆନ୍ତୁ, ଛୋଟ ଛୋଟ ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ କାମରେ ଆସନ୍ତୁ, କେତେ ବଡ଼ ସେବା ହେବ ଆଉ ଆପଣ ତ ଏହି ସେବା ଧର୍ମରେ ଯୋଡି ହୋଇଛନ୍ତି । ଯଦି ଆପଣ ଏହାକୁ ନେଇ ଯାଆନ୍ତି, ବହୁତ ବଡ଼ କାମ କରିପାରିବେ ।

ମୁଁ ଆଉ ଏକ କାମ ପାଇଁ  ଆଜି ଆପଣଙ୍କୁ ଅନୁରୋଧ କରୁଛି । ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ, ଯଦି ହେଉଛି ଏମିତି ବିଶ୍ୱବିଦ୍ୟାଳୟ; ଆପଣ ଏମିତି ଏକ ଅନଲାଇନ ପାଠ୍ୟକ୍ରମ କରିପାରିବେ କି? ଆଉ ଯେଉଁଥିରେ ହିନ୍ଦୁସ୍ଥାନର ଲୋକଙ୍କୁ ଅନଲାଇନ ପରୀକ୍ଷା ଦେବାକୁ ପ୍ରେରଣା ଦିଅନ୍ତୁ, ସାର୍ଟିଫିକେଟ ପାଠ୍ୟକ୍ରମ କରନ୍ତୁ, ଶିକ୍ଷିତ କରନ୍ତୁ, ପରୀକ୍ଷା କରନ୍ତୁ, ଆଉ ମୋ ମନରେ ଥିବା ସେହି ବିଷୟ ହେଉଛି ପୁଷ୍ଟିସାଧନ । ପୁଷ୍ଟିସାଧନ ବା ପୋଷଣ ବିଷୟରେ ଆମର ଏଠି ଅଜ୍ଞାନତା ହେଉଛି ଏକ ବହୁତ ବଡ଼ ଦୁର୍ଭାଗ୍ୟ । ଏଇ ବୟସରେ କ’ଣ ଖାଇବା ଦରକାର, ଶରୀର ପାଇଁ କେଉଁ ଜିନିଷର ଆବଶ୍ୟକତା ଅଛି, ସେହି ଜ୍ଞାନର ମଧ୍ୟ ଅଭାବ ରହିଛି । ଦୁଇ ଟାଇମ୍ ପେଟ ପୁରା ଖାଇଲା ତ କାମ ହୋଇଗଲା, ବହୁତଙ୍କର ଗୋଟିଏ ଚିନ୍ତାଧାରା । ଯାହାର ଆର୍ଥିକ ସ୍ଥିତି ଠିକ୍ ଅଛି, ଦୁଇ ଟାଇମ୍ ଭଲ ଖାଦ୍ୟ ଖାଇ ପାରିବ କିନ୍ତୁ ତାକୁ ମଧ୍ୟ ଜଣା ନାହିଁ ଯେ କ’ଣ ଖାଇବ, କ’ଣ ଖାଇବ ନାହିଁ ଆଉ କେତେବେଳେ ଖାଇବ, କେମିତି ଖାଇବ । ଯଦି ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ, ଶରୀର ପୁଷ୍ଟି ସାଧନ ପାଇଁ କେଉଁ-କେଉଁ ଜିନିଷର ଆବଶ୍ୟକତା ରହିଛି, ଶରୀରରେ କୌଣସି ଜିନିଷର କମ୍ ରହିଥାଏ ତ କ’ଣ ଅସୁବିଧା ହୋଇଥାଏ । ଯଦି ଗୋଟିଏ ସାର୍ଟିଫିକେଟ ପାଠ୍ୟକ୍ରମ, ଅନଲାଇନ୍ ଟ୍ରେନିଂ, ଅନଲାଇନ ପରୀକ୍ଷା ଏହି ପୂରା ଆନ୍ଦୋଳନ ଛିଡା କରି ପାରିବେ କି? ହିନ୍ଦୁସ୍ଥାନର ସମସ୍ତ ବିଶ୍ୱବିଦ୍ୟାଳୟକୁ ଆପଣଙ୍କ ସହିତ ଯୋଡି ପାରିବେ କି? ଆପଣଙ୍କର ଏମିତି ଏକ ସଂଗଠନ ଯେଉଁଠି ମହିଳାଙ୍କ ସଂଖ୍ୟା ହେଉଛି ଅଧିକ । ସକ୍ରିୟ ଭୂମିକା ମଧ୍ୟ ମହିଳାମାନଙ୍କର ଅଛି । ଆଉ ପୁଷ୍ଟି ସାଧନ ସମସ୍ୟାର ଯଦି ସମାଧାନ କରିବାର ଅଛି, ଆମର ବାଳକମାନଙ୍କୁ କୁପୋଷଣରୁ ମୁକ୍ତ କରିବାର ଅଛି, ତ ଆପଣ ବହୁତ ବଡ଼ ଯୋଗଦାନ ଦେଇ ପାରିବେ । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଆପଣ ଏ ଦିଗରେ ଭାବନ୍ତୁ । ମୁଁ ଭାରତ ସରକାରଙ୍କୁ ମଧ୍ୟ କହିବି, ରାଜ୍ୟ ସରକାରମାନଙ୍କୁ ମଧ୍ୟ କହିବି କି ଯଦି ଆପଣ ଏହି କାମକୁ ନେଇ ଆଗକୁ ଆସନ୍ତି ତ ନିଶ୍ଚିତ ସେମାନେ ଆପଣଙ୍କୁ ଉଚିତ ମାର୍ଗ ଦର୍ଶନ କରିବେ; ଯେଉଁଭଳି ସହାୟତା କରିବା ଦରକାର, ସେମାନେ କରିବେ । କିନ୍ତୁ ଏକ ଆନ୍ଦୋଳନ ଆମେ ଠିଆ କରି ପରିବା ।

ଆମର ନବମ, ଦଶମ, ଏକାଦଶ, ଦ୍ୱାଦଶ – ଏହି ଶ୍ରେଣୀରେ ପଢୁଥିବା ଝିଅମାନେ, ଯଦି ପୁଷ୍ଟିସାଧନ ସମ୍ବନ୍ଧରେ ଶିକ୍ଷିତ ହେବେ; ତ ଯେତେବେଳେ ପରିବାରର ସମ୍ଭାଳିବାର ହେବ, ରୋଷେଇରେ ତାହାର ପ୍ରଭାବ ନିଶ୍ଚୟ ପଡିବ । ସେମାନେ କିଛି ବୃତ୍ତିରେ ଯିବେ ତ ରୋଷେଇରେ ମଧ୍ୟ ସେହି କଥା ଅଲୋଚନା ହେବ । ଏହାର ପ୍ରଭାବ ପଡିବ । ଆପଣ ଭାବି ପାରୁଥିବେ କେତେ ବଡ଼ ପରିବର୍ତ୍ତନ ଆସି ପାରିବ । ଆଉ ଏହି କାମ ଆପଣଙ୍କ ମାଧ୍ୟମରେ ବହୁତ ଭଲ ଭାବେ ହୋଇ ପାରିବ । ଆଉ ଏଥି ପାଇଁ 2022 ଏକ ସଙ୍କଳ୍ପ ନେବା ପାଇଁ ଆପଣଙ୍କୁ ନିମନ୍ତ୍ରିତ କରୁଛି ।

ଭାରତ ସରକାର ମହିଳା ସଶକ୍ତି କରଣ ପାଇଁ କେତେ ପଦକ୍ଷେପ ନେଇଛନ୍ତି । ଏବେ ଆପଣ ଦେଖିଥିବେ କିଛି ଦିନ ପୂର୍ବରୁ ଯେଉଁମାନେ ପୁରା କର୍ମଜୀବୀ ମହିଳା ବର୍ଗ, ସନ୍ତାନ ପ୍ରସବ ପରେ, ପ୍ରସୂତି ପରେ ସେମାନଙ୍କୁ ମାତ୍ର 12 ସପ୍ତାହର ଛୁଟି ମିଳୁଥିଲା । ଆମେ ତାକୁ 12 ସପ୍ତାହରୁ 26 ସପ୍ତାହ କରି ଦେଇଛୁ ଫଳରେ ସେ ନିଜ ବାଳକର ଦେଖାଚାଁହା କରିବାରେ ଯେତେବେଳେ ସବୁଠାରୁ ଅଧିକ ଆବଶ୍ୟକତା ହୋଇଥାଏ, ତ ମାଆ ନିଜ ପିଲା ସହିତ ରହି ପାରିବେ, ପୂରା ସମୟ ଦେଇ ପାରିବ, ଆଉ ସେହି ସମୟ ପ୍ରାରମ୍ଭର ଯେଉଁ କେତେମାସ ହୋଇଥାଏ; ଯାହା ବାଳକର ଜୀବନରେ ବଡ଼ ମହତ୍ୱପୂର୍ଣ୍ଣ ହୋଇଥାଏ, ସନ୍ତାନର ଜୀବନରେ ବଡ଼ ମହତ୍ୱପୂର୍ଣ୍ଣ ହୋଇଥାଏ । ମାଆର ଉପସ୍ଥିତି ବହୁତ ବଡ଼ ଭୂମିକା ତୁଲାଇଥାଏ । ଆଉ ଦୁନିଆରେ ବୋଧହୁଏ ଦୁଇଟି ଅବା ତିନୋଟି ଦେଶ ଅଛନ୍ତି ଯେଉଁମାନେ 26 ସପ୍ତାହର ଛୁଟି ଦେଉଛନ୍ତି । ଦୁନିଆର ସମୃଦ୍ଧ ଏବଂ ପ୍ରଗତିଶୀଳ ଦେଶ ମଧ୍ୟ 26 ସପ୍ତାହର ଛୁଟି ଦେଉ ନାହାନ୍ତି, ଭାରତ ଏତେ ବଡ଼ ନିଷ୍ପତ୍ତି ନେଇଛି! କାରଣ ଆମ ମାଆ-ଭଉଣୀମାନଙ୍କ ସଶକ୍ତିକରଣ ଦେଶର ସଶକ୍ତିକରଣରେ ଏକ ନୂଆ ଉର୍ଜ୍ଜା ଭରିଦେଇ ପାରିବ, ନୂଆ ଗତି ଭରିଦେଇ ପାରିବ ଆଉ ପରିଣାମ ଦୃଷ୍ଟିରୁ ଭଲ ସଫଳ ଯାତ୍ରା ପଥରେ ଆମକୁ ନେଇ ଯିବ ।

ସୁକନ୍ୟା ସମୃଦ୍ଧି ଯୋଜନା ହେଉ, ଗର୍ଭବତୀ ମହିଳାମାନଙ୍କ ପାଇଁ ବ୍ୟାଙ୍କ ଖାତାରେ ତିନି ଥରରେ 6,000 ଟଙ୍କା ଦେବାର ଯୋଜନା ହେଉ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ହେଉ । ଏବେ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଏକ ବଡ଼ ଅଭିଯାନ ଚାଲିଛି । ଆମ ଗରିବ ମାଆ-ଭଉଣୀ କାଠ ଚୁଲି ଜଳାଇ ଖାଦ୍ୟ ରୋଷେଇ କରୁଥିଲେ ଆଉ ଡାକ୍ତରଖାନା ସହିତ ସଂପୃକ୍ତ ଲୋକଙ୍କ କହିବା କଥା ହେଲା ଯେତେବେଳେ ଜଣେ ମାଆ, ଗରିବ ମାଆ, କାଠ ଚୁଲି ଜଳାଇ ଖାଦ୍ୟ ରୋଷେଇ କରେ ତ ଗୋଟିଏ ଦିନରେ ତା’ ଶରୀର ମଧ୍ୟକୁ 400 ସିଗାରେଟର ଧୂଆଁ ଯାଇଥାଏ । ପିଲାମାନେ ଖେଳୁଥାନ୍ତି ତ ତାଙ୍କ ଶରୀରକୁ ମଧ୍ୟ ଧୂଆଁ ଯାଇଥାଏ । ଆମ ମାଆ-ଭଉଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ’ଣ ହୋଇଥିବ? ଭାରତ ସରକାର ଏକ ବହୁତ ବଡ଼ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି କି ଆମେ ଏହି ଗରିବ ମାଆମାନଙ୍କୁ ଖାଦ୍ୟ ତିଆରି କରିବା ପାଇଁ କାଠ ଚୁଲିରୁ ମୁକ୍ତି ଦେବାର ଅଛି । ଆଉ କାଠ ଚୁଲିରୁ ମୁକ୍ତି ଦେବା ପାଇଁ ଏଲପିଜି ଗ୍ୟାସ୍ ସିଲିଣ୍ଡରର ସଂଯୋଗ ଦେବା ଏକ ବହୁତ ବଡ଼ ଆନ୍ଦୋଳନ ଚାଲିଛି । ବିଗତ ଦଶ ମାସ ହେବ ଏହି ଆନ୍ଦୋଳନ ଚାଲିଛି, ଏ ପର୍ଯ୍ୟନ୍ତ ପାଖାପାଖି ଦୁଇ କୋଟି ଗରିବ ପରିବାରରେ ଗ୍ୟାସ୍ ସିଲିଣ୍ଡର ପହଂଚି ଯାଇଛି, ଗ୍ୟାସ ଚୁଲା ଜଳୁଛି; କାଠ ଚୁଲାରୁ, ଧୂଆଁରୁ ତାଙ୍କୁ ମୁକ୍ତି ମିଳିଛି । ଆଉ ଏହି ତିନି ବର୍ଷରେ 5 କୋଟି ପରିବାରରେ ପହଂଚାଇବାର ସଂକଳ୍ପ ଅଛି ।

ଆମ ମାତୃ ଶକ୍ତି, ଆମ ମହିଳା ଶକ୍ତି, ତାଙ୍କୁ କିପରି ସହାୟତା ମିଳିବ, ତାହା ଉପରେ ଆମେ ଗୁରୁତ୍ୱ ଦେଇଛୁ । ବ୍ରହ୍ମାକୁମାରୀଙ୍କ ଦ୍ୱାରା ଏଥିରେ ବହୁତ ବଡ଼ ଯୋଗଦାନ ହୋଇ ପାରିବ । ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ମଧ୍ୟ ସକ୍ରିୟତାର ସହ ଏହି କାମ; କାରଣ ଆପଣ ମଧ୍ୟ କରୁଛନ୍ତି, ଅନେକ ପ୍ରକାରର କାମ ଆପଣ କରୁଛନ୍ତି । ସକ୍ରିୟତାର ସହ ଏହି କାମକୁ ଯଦି ଆପଣ ଗୁରୁତ୍ୱ ଦେବେ,ଏକ ବହୁତ ବଡ଼ ପରିଣାମ ଆଣିବାରେ ଆପଣଙ୍କ ଯୋଗଦାନ ହେବ ।

ଆଜି ମତେ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳିଛି । ପ୍ରକୃତିର ରକ୍ଷା, ମାତୃ ଶକ୍ତିର ରକ୍ଷା, ବାଳକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ପ୍ରୟାସ, ଏହି ସମସ୍ତ କଥା ସ୍ୱୟଂ ଏକ ବହୁତ ବଡ଼ ଅମାନତ ଭାବେ ଅଛି । ଆଉ ମୁଁ ଆପଣମାନଙ୍କୁ, ଆପଣମାନଙ୍କ ପାଖକୁ ଆସି, ଆପଣଙ୍କର ଏହି ସମାଗମ ଦୁନିଆର ସମସ୍ତ ଦେଶର ଲୋକ ଯେତେବେଳେ ଆସିଛନ୍ତି ସେତେବେଳେ, ଭାରତର ଏହି ମହାନ ଆଲୋଚନାର ଚିନ୍ତାଧାରା ନେଇକରି ଯିବେ, ଜ୍ଞାନର ଆଲୋକ ସବୁ ଦୂରରେ ପହଂଚିବ, ମାନବର କଲ୍ୟାଣ ପାଇଁ କାମରେ ଆସିବ; ଆଉ ଦାଦା ଲେଖରାଜ ଯେଉଁ କାମ ଆରମ୍ଭ କରିଥିଲେ, ଆପଣଙ୍କ ପ୍ରଚେଷ୍ଟାରେ ତାକୁ ଏକ ନୂଆ ଉର୍ଜ୍ଜା ମିଳିବ । 100 ବର୍ଷ ପରେ ମଧ୍ୟ ଏତେ କଠୋର ପରିଶ୍ରମ, ଦାଦୀଙ୍କ ଜୀବନ ନୂଆ ପିଢିଙ୍କୁ ପ୍ରେରଣା ଦେଇ ଚାଲିବ, ଏକ ନୂଆ ଉର୍ଜ୍ଜାର ସହିତ ଲୋକଙ୍କୁ କାମ କରିବାର ଶକ୍ତି ମିଳି ଚାଲିବ ।

ଆଉ ଯେବେ ସ୍ୱଚ୍ଛ ଭାରତ ଅଭିଯାନ ମୁଁ ଚଲାଉଥିଲି, ତ ଦାଦୀଜୀ ଆମର ଆମ୍ବାସଡର ରହିଥିଲେ । ଦାଦୀଜୀ ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନକୁ ଗୁରୁତ୍ୱ ଦେଇଥିଲେ । ଆଉ ମୋର ବିଶ୍ୱାସ ଅଛି ଯେ, ଧଳା ବସ୍ତ୍ରରେ ଆମର ଯେଉଁ  ବ୍ରହ୍ମାକୁମାର,  ବ୍ରହ୍ମାକୁମାରୀ  ଅଛନ୍ତି, ସେମାନେ ସ୍ୱଚ୍ଛତା ଆନ୍ଦୋଳନକୁ ବହୁତ ଶକ୍ତି ଦେଇ ପାରିବେ ।

2022 ପର୍ଯ୍ୟନ୍ତ ଏମିତି କିଛି ସଂକଳ୍ପ ନେଇ କରି ଚାଲିବା । 2019ରେ ମହାତ୍ମା ଗାନ୍ଧୀଙ୍କୁ 150 ବର୍ଷ ହେଉଛି । ଯେତେବେଳେ ଗାନ୍ଧୀଙ୍କୁ 150 ବର୍ଷ ହେଉଛି ତ ଭାରତରେ ସ୍ୱଚ୍ଛତା ବିଷୟରେ ଜନ-ଜନଙ୍କ ଅଭ୍ୟାସ କେମିତି ତାକୁ ବଦଳାଇବା, ଏହି ଆନ୍ଦୋଳନ ଅଭ୍ୟାସରେ କେମିତି ପରିବର୍ତ୍ତୀତ ହେବ, ତାକୁ ଆମେ ପରିଣାମ କରି ନେଇ ଯିବାକୁ ହେବ ।

ମୁଁ ଆଜି ଆପଣ ସମସସ୍ତଙ୍କ ପାଖକୁ ଆସିଛି ତ ମୁଁ ଆପଣଙ୍କୁ କିଛି କଥା ପାଇଁ ଅନୁରୋଧ କରୁଛି । ଆଉ ମୋର ବିଶ୍ୱାସ ଅଛି କି ଆପଣ ଏହାକୁ କରି ଦେଖାଇବେ । ଆପଣଙ୍କ ପାଖରେ ସାମର୍ଥ୍ୟ ଅଛି, ସଂଗଠନ ଅଛି, ସଂକଳ୍ପ ଅଛି । ଆପଣମାନେ ପବିତ୍ର କାର୍ଯ୍ୟ ପାଇଁ ପ୍ରେରିତ ହୋଇଛନ୍ତି । ଆପଣମାନଙ୍କଠାରୁ ପରିଣାମ ମିଳିବାର ସମ୍ଭାବନା ଅଛି । ମୁ ପୁଣି ଥରେ ସାରା ବିଶ୍ୱରୁ ଆସିଥିବା ସମସ୍ତ ମହାନୁଭବଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି ଆଉ ଏହି ଜ୍ଞାନର ଆଲୋକ ସବୁ ଦୂରକୁ ବିସ୍ତାରିତ କରିବାରେ ଆପଣଙ୍କର ମଧ୍ୟ ଯୋଗଦାନ ମିଳୁଥିବ ।

ଆପଣ ସମସ୍ତଙ୍କ ପାଖକୁ ଆସିବାର ମତେ ସୁଯୋଗ ମିଳିଲା, ମୁଁ ଆପଣଙ୍କ ନିକଟରେ ବହୁତ ବହୁତ କୃତଜ୍ଞ, ଆପଣ ମସସ୍ତଙ୍କୁ ମୋ ତରଫରୁ ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି

 आप सबको मेरी तरफ से ओम शांति, ओम शांति, ओम शांति।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s Indonesia’s Prambanan Temple Visit Part Of His Mission To Revive Civilisational Heritage

Media Coverage

PM Modi’s Indonesia’s Prambanan Temple Visit Part Of His Mission To Revive Civilisational Heritage
NM on the go

Nm on the go

Always be the first to hear from the PM. Get the App Now!
...
India-Australia Joint Declaration on Defence and Security Cooperation
July 09, 2026

We, the Prime Ministers of India and Australia, drawn together by our ever closer bilateral ties, united in our determination to strengthen our nations’ strategic partnership and motivated by a common ambition for an open, peaceful, stable and prosperous Indo-Pacific, hereby commit to this Joint Declaration on Defence and Security Cooperation.

We reaffirm the vitality of our Comprehensive Strategic Partnership (CSP), established in 2020. Since the launch of our CSP, our strategic convergence has accelerated, our economic ties have deepened and the connections between our peoples – the living bridge between our nations – have grown stronger. We note our close engagement, both bilaterally and multilaterally, including with other partners through regional forums such as the Quad and other multilateral institutions, benefits both nations, and contributes to the security and prosperity of our shared region.

We also reflect on the great strides in our partnership fostered by the India-Australia Joint Declaration on Security Cooperation of 2009. We appreciate the enriching contributions to the partnership through various bilateral mechanisms including the Foreign Ministers’ Framework Dialogue (FMFD), the 2+2 Foreign and Defence Ministerial Dialogue and the Defence Ministers’ Dialogue.

We note with concern geostrategic uncertainty, and threats to regional peace and stability. We encourage all parties to work together peacefully and call for the resolution of disputes without the threat or use of force or coercion and in accordance with international law.

We reaffirm our unwavering commitment to an open, peaceful, stable and prosperous Indo-Pacific region underpinned by: a rules-based architecture based on adherence to international law; respect for sovereignty and territorial integrity; an open, stable and secure maritime domain underpinned by adherence to the 1982 United Nations Convention on the Law of the Sea (UNCLOS) including freedom of navigation and overflight; and effective, inclusive and transparent institutions.

We reaffirm our support for the Indian Ocean Rim Association (IORA), ASEAN and ASEAN-centred regional architecture, and the Pacific Islands Forum (PIF) as the premier forums for addressing challenges in these regions.

We recognise that our partnership must evolve to meet changing strategic circumstances, and commit to an acceleration in our advanced, integrated, and top-tier defence and security partnership. We will continue to strengthen strategic exchanges and conduct regular ministerial engagement that reflects the convergence of our strategic interests. We recognise a long-term vision of defence and security collaboration to enhance collective strength. This collaboration will contribute to both countries’ security and make an important contribution to regional peace and security.

We commit to strengthening our comprehensive defence cooperation, deepening strategic dialogue and intensifying cooperation, including by:

a. undertaking to consult on defence-related developments in the Indo-Pacific that affect shared interests;

b. increasing the complexity of our defence exercises, including with partners;

c. accelerating efforts to build interoperability and information sharing between defence forces;

d. expanding aircraft deployments from each other’s territories;

e. deepening connections between defence force personnel, including through exchanges, education and training, and liaison roles; and

f. exploring opportunities to cooperate in recruiting for skilled defence workforces.

We recognise the centrality of the maritime domain to our defence, security and economic interests, and will increase the depth, sophistication and regularity of maritime security cooperation. We will strengthen maritime cooperation through a India-Australia Maritime Security Collaboration Roadmap.

We will embrace the growing potential of defence industries on both sides through encouraging integration, industry engagement, and building supply chain resilience. We will deepen collaboration between our defence innovation ecosystems and develop arrangements for advanced defence science and technology collaboration.

We will work to promote the meaningful participation and leadership of women in the prevention of conflicts, the delivery of relief and recovery efforts, and the forging of lasting peace, affirming our commitment to uphold gender equality in peacekeeping operations and to advance the Women, Peace and Security agenda.

We commit to cooperating bilaterally, and with partners, to support regional economic prosperity and resilience. We will develop more diverse and resilient supply chains, critical infrastructure and connectivity, including for critical minerals and clean energy technologies.

We will work together to help shape a technology environment that meets our shared vision for a secure and resilient Indo-Pacific. We will work together to harness the potential of our cyber security and critical and emerging technology cooperation and information sharing mechanisms under the Australia-India Partnership on Cyber, Critical Technologies and Supply Chains (Australia-India PACTS), and bolster cooperation on strategic technologies.

We commit to increase information sharing on terrorist threats in our region, including entities and individuals, and explore opportunities for enhanced collaboration to counter violent extremism and terrorism in sectors, including in:

a. new and emerging technology;

b. financing of terrorism;

c. critical infrastructure and crowded spaces;

d. the maritime domain; and

e. online radicalisation.

We will continue our cooperation under the Migration and Mobility Partnership Arrangement, signed in 2023, which outlines ways to cooperate on the prevention of irregular migration, people smuggling, and trafficking in human beings. We will also continue our cooperation to combat transnational organised crime.

We seek a peaceful world free of nuclear weapons, and to this end reiterate our commitment to non-proliferation and global, complete, non-discriminatory and verifiable nuclear disarmament.

We commit to continued cooperation with other Indo-Pacific partners, including trilateral cooperation mechanisms and deeper engagement with partners through the Indo-Pacific Oceans Initiative. We will expand our cooperation with the United States of America and Japan, to build capability and cooperation towards our positive vision for an open, stable, peaceful and prosperous Indo-Pacific region.

We commit to deepen collaboration in Humanitarian Assistance and Disaster Relief (HADR) to offer rapid, coordinated and sustainable disaster response recognising our shared commitment to regional peace, security, prosperity and resilience. We will strengthen cooperation including through:

a. information sharing and expert exchanges; and

b. joint HADR exercises, including the Quad Indo-Pacific Logistics Network, which supports civilian response to large-scale natural disasters.

We commit to exploring opportunities for sharing of contingency planning, joint response and coordination during disasters and crises, including to support regional and global evacuation operations in third countries.

In the spirit of our Comprehensive Strategic Partnership, we commit fully to implementing this ambitious agenda to support a peaceful and stable Indo-Pacific region.