ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଖମ୍ମା ଘଣୀ, ନମସ୍କାର ।

ଦୁଇଦିନ ପୂର୍ବରୁ ହିଁ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ-ଅନୁକୋଣରେ ମକର ସଂକ୍ରାନ୍ତିର ପର୍ବ ପାଳନ କରାଗଲା ଆଉ ମକର ସଂକ୍ରାନ୍ତି ପରେ ଗୋଟିଏ ପ୍ରକାରରେ ଉତ୍ସକ୍ରାନ୍ତିର ସଙ୍କେତ ଯୋଡ଼ି ହୋଇଥାଏ । ସଂକ୍ରାନ୍ତି ପରେ ଉନ୍ନତି ହେଉଛି ଅନ୍ତର୍ନିହିତ । ମକର ସଂକ୍ରାନ୍ତିର ପର୍ବ ପରେ ରାଜସ୍ଥାନର ମାଟିରେ ସଂପୂର୍ଣ୍ଣ ହିନ୍ଦୁସ୍ଥାନକୁ ଉର୍ଜାବାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ, ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ; ଆଜି ତାହାର କାର୍ଯ୍ୟ ଆରମ୍ଭ ହେଉଛି ।

ମୁଁ ବସୁନ୍ଧରା ରାଜେ ମହାଶୟାଙ୍କୁ ଏବଂ ଧର୍ମେନ୍ଦ୍ର ପ୍ରଧାନ ମହାଶୟଙ୍କୁ ଏଥିପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି କି ସେମାନେ କାର୍ଯ୍ୟକୁ ଆରମ୍ଭ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ ଆଉ ସେହି କାରଣରୁ ଆଗାମୀ ଦିନମାନଙ୍କରେ କୌଣସି ମଧ୍ୟ ସରକାର ହୁଅନ୍ତୁ, କେହି ମଧ୍ୟ ନେତା ହୁଅନ୍ତୁ- ଯେତେବେଳେ ପଥର ଯୋଡ଼ା ହେବ ତ ଲୋକମାନେ ପଚାରିବେ କି ପଥର ତ ଯୋଡ଼ି ଦେଲେ କାର୍ଯ୍ୟ ଆରମ୍ଭର ତାରିଖ ତ ଜଣାନ୍ତୁ । ଆଉ ଏଥିପାଇଁ ଏହି କାର୍ଯ୍ୟକ୍ରମ ପରେ ସମଗ୍ର ଦେଶରେ ଏକ ଜାଗରଣ ଆସିବ କି ଶିଳାନ୍ୟାସ କରିବା ଦ୍ୱାରା ଲୋକମାନଙ୍କୁ ଭୁଆଁ ବୁଲାଯାଇ ପାରିବ ନାହିଁ । ଯେତେବେଳେ କାମ ଆରମ୍ଭ ହୁଏ, ସେତେବେଳେ ସାଧାରଣ ମନୁଷ୍ୟର ବିଶ୍ୱାସ ଜନ୍ମିଥାଏ ।

ମୋତେ ଖୁସି ଲାଗୁଛି କି ଏହି ସଂପୂର୍ଣ୍ଣ ଅଂଚଳର ବିକାଶ ଯାତ୍ରାରେ ସାମିଲ ହୋଇ ଏହି କାର୍ଯ୍ୟକୁ ଆରମ୍ଭ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି । ଆଉ ଯେତେବେଳେ ମୋତେ ଅଧିକାରୀ ସଂପୂର୍ଣ୍ଣ ପ୍ରକଳ୍ପର ଧାରଣା ଦେଉଥିଲେ, ସମସ୍ତ ଟିକିନିଖି କଥା ଏବେ କହୁଥିଲେ । ସେମାନେ ସବୁକିଛି କହିଦେଲେ, ତାଙ୍କୁ ଲାଗିଲା କି ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ଆମେ ସମସ୍ତ ସୂଚନା ଦେଇ ଦେଇଛୁ, ତ ମୁଁ ତାଙ୍କୁ ପଚାରିଲି କି ଉଦ୍ଘାଟନର ତାରିଖ କୁହନ୍ତୁ ଆଉ ମୋତେ ବିଶ୍ୱାସ ଦିଆଯାଇଛି କି ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଥିବ 2022ରେ । ଭାରତର ବୀରମାନେ, ସ୍ୱାଧୀନତାର ସଂଗ୍ରାମୀମାନେ; କେହି ନିଜର ଯୁବକ ଅବସ୍ଥା ଜେଲ୍ ରେ ବିତାଇ ଦେଲେ, କେହି ଫାଶି ଖୁଂଟରେ ଚଢ଼ି ବନ୍ଦେ ମାତରମ୍ ର ଧ୍ୱନିକୁ ଶକ୍ତିଶାଳୀ କଲେ, ସ୍ୱାଧୀନ ହିନ୍ଦୁସ୍ଥାନ, ଭବ୍ୟ ଭାରତ, ଦିବ୍ୟ ଭାରତ, ଏହାର ସ୍ୱପ୍ନ ଦେଖିଲେ-ଦେଶ ସ୍ୱାଧୀନ ହେଲା । 2022ରେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ହୋଇଯିବ । ଏହା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ, ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କ ଦାୟିତ୍ୱ, 125 କୋଟି ନାଗରିକଙ୍କର ହେଉଛି ଦାୟିତ୍ୱ କି ଆମେ 2022ରେ ଯେଉଁ ସ୍ୱପ୍ନ ସ୍ୱାଧୀନତା ପ୍ରେମୀ ପାଗଳମାନେ ଦେଖିଥିଲେ, ସେହି ଭଳିଆ ହିନ୍ଦୁସ୍ଥାନ ତିଆରି କରି ସେମାନଙ୍କ ପାଦତଳେ ସମର୍ପଣ କରିବା ।

ଏହି ସମୟ ହେଉଛି ସଂକଳ୍ପରୁ ସିଦ୍ଧିର । ଆଜି ଏହିଠାରେ ଆପଣମାନେ ସଂକଳ୍ପ ନେଇଛନ୍ତି କି 2022 ଭିତରେ ଏହି ବିଶୋଧନାଗାରର କାର୍ଯ୍ୟ ଆରମ୍ଭ କରିଦେବେ । ମୋର ବିଶ୍ୱାସ ରହିଛି ଏହି ସଂକଳ୍ପ ସିଦ୍ଧି ହୋଇ ରହିବ ଆଉ ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଥିବ ସେତେବେଳେ ଏଠାରୁ ଦେଶକୁ ନୂତନ ଉର୍ଜ୍ଜା ମିଳିବା ଆରମ୍ଭ ହୋଇ ଯାଇଥିବ । ଆଉ ଏଥିପାଇଁ ମୁଁ ରାଜସ୍ଥାନ ସରକାରଙ୍କୁ, ଶ୍ରୀମାନ ଧର୍ମେନ୍ଦ୍ର ମହୋଦୟଙ୍କ ବିଭାଗକୁ, ଭାରତ ସରକାରଙ୍କ ପ୍ରୟାସକୁ ଆଉ ଆପଣମାନେ ସମସ୍ତେ ମୋର ରାଜସ୍ଥାନର ଭାଇ ଓ ଭଉଣୀମାନଙ୍କୁ, ବହୁତ-ବହୁତ ଶୁଭକାମନା ଜଣାଉଛି ।

ବାର୍ମେରର ଏହି ମାଟି, ଏହା ହେଉଛି ସେହି ମାଟି ଯେଉଁଠି ରାୱଲ ମଲ୍ଲୀନାଥ, ମାତା ରାଣୀ ଫଟିୟାନୀ, ନାଗନେର ମାତା, ସନ୍ଥ ଈଶ୍ୱର ଦାସ, ସନ୍ଥ ଧାରୁଜୀ ମେଗ, ଜାଣିନାହୁଁ କେତେ ଯେ ଅଗଣିତ ସାତ୍ତ୍ୱିକ ସନ୍ଥ ଜଗତର ଆଶୀର୍ବାଦରୁ ଲାଳନ-ପାଳନ ହୋଇ ବଢ଼ିଥିବା ଏହି ବାର୍ମେରର ମାଟି । ମୁଁ ଆଜି ଏହି ମାଟିକୁ ପ୍ରଣାମ କରୁଛି ।

ପଚପଦ୍ରା ଏହି ମାଟି ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗୀୟ ଗୁଲାବଚନ୍ଦ ମହାଶୟ, ସାଲେଚାଙ୍କ କର୍ମଭୂମି, ଗାନ୍ଧିଜୀଙ୍କର ଲବଣ ସତ୍ୟାଗ୍ରହ ପୂର୍ବରୁ-ସେ ଏଠାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ ।

ଏହି ଅଂଚଳକୁ ପିଇବା ପାଣି ଆଣିବାରେ, ଟ୍ରେନ ଆଣିବାରେ, ପ୍ରଥମ କଲେଜ ଖୋଲିବାରେ ଗୁଲାବଚନ୍ଦ ମହାଶୟଙ୍କୁ ପ୍ରତ୍ୟେକ ମନେ ପକାନ୍ତି । ମୁଁ ପଚପଦ୍ରାର ଏହି ସୁପୁତ୍ରଙ୍କୁ ମଧ୍ୟ ପ୍ରଣାମ କରୁଛି ।

ଭାଇ ଓ ଭଉଣୀମାନେ, ମୁଁ ଆଜି ଏହି ମାଟିରେ ଭୈରୋସିଂହ ଶେଖାୱତ ମହାଶୟଙ୍କୁ ମଧ୍ୟ ମନେ ପକାଇବାକୁ ଚାହୁଁଛି । ଆଧୁନିକ ରାଜସ୍ଥାନ ତିଆରି କରିବା ପାଇଁ, ସଙ୍କଟରୁ ମୁକ୍ତ ରାଜସ୍ଥାନ ତିଆରି କରିବା ପାଇଁ ଆଉ ଏହି ବାର୍ମେରରେ ଏହି ବିଶୋଧନାଗାରର ସବୁଠାରୁ ପ୍ରଥମେ କଳ୍ପନା କରିବାବାଲା ଭୈରୋସିଂହ ଶେଖାୱତ ମହାଶୟଙ୍କୁ ମଧ୍ୟ ମୁଁ ଆଜି ସ୍ମରଣ କରୁଛି ।

ଆଜି ମୁଁ ଯେବେ ବାର୍ମେରର ମାଟିକୁ ଆସିଛି ତ ଏଠାରେ ଉପସ୍ଥିତ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି କି ଆମେ ସମସ୍ତେ ନିଜ-ନିଜ ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରିବା କି ଏହି ମାଟିର ସୁପୁତ୍ର ଶ୍ରୀମାନ ଯଶୱନ୍ତ ସିଂହ ମହାଶୟ, ତାଙ୍କର ସ୍ୱାସ୍ଥ୍ୟ ବହୁତ ଶୀଘ୍ର ଭଲ ହୋଇଯାଉ ଆଉ ତାଙ୍କର ଅନୁଭବର ଲାଭ ଦେଶକୁ ମିଳୁ । ଆମେ ସମସ୍ତେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଆଉ ଶୀଘ୍ର ସୁସ୍ଥ ହୋଇ ଆମ ଗହଣକୁ ଆସନ୍ତୁ, ଏହି ପ୍ରାର୍ଥନା ଆମେ କରିବା, ଆଉ ଈଶ୍ୱର ଆମର ପ୍ରାର୍ଥନା ଶୁଣିବେ ।

ଭାଇ ଓ ଭଉଣୀମାନେ, ଦୁର୍ଭାଗ୍ୟରୁ ଆମ ଦେଶରେ ଇତିହାସକୁ ଭୁଲାଇ ଦେବାର ପରମ୍ପରା ରହି ଆସିଛି । ବୀରମାନଙ୍କୁ, ତାଙ୍କର ତ୍ୟାଗ ଆଉ ବଳିଦାନକୁ ପ୍ରତ୍ୟେକ ପିଢିଙ୍କୁ ମାନ-ସମ୍ମାନର ସହିତ ସ୍ମରଣ କରି ନୂତନ ଇତିହାସ ତିଆରି କରିବାର ପ୍ରେରଣା ମିଳେ ଆଉ ତାହା ନେଇ ଚାଲିବା ଦରକାର ।

ଆପଣମାନେ ଦେଖିଥିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏହି ଦିନମାନଙ୍କରେ ଭାରତ ଯାତ୍ରାରେ ଆସିଛନ୍ତି । 14ବର୍ଷ ପରେ ସେ ଏଠାକୁ ଆସିଛନ୍ତି । ଆଉ ଦେଶ ସ୍ୱାଧୀନ ହେଲା ପରେ ମୁଁ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲି ଯିଏ ଇସ୍ରାଏଲର ମାଟିକୁ ଯାଇଥିଲି । ଆଉ ମୋର ଦେଶବାସୀ, ମୋର ରାଜସ୍ଥାନର ବୀରମାନେ, ଆପଣମାନଙ୍କୁ ଏହା ଜାଣି ଗର୍ବ ଅନୁଭବ ହେବ କି ମୁଁ ଇସ୍ରାଏଲକୁ ଗଲି, ସମୟର ଟଣାଓଟରା ପରେ ମଧ୍ୟ ମୁଁ ହାୟଫା ଗଲି ଆଉ ସେଠାକୁ ଯାଇ ପ୍ରଥମ ବିଶ୍ୱଯୁଦ୍ଧରେ ହାୟଫାକୁ ମୁକ୍ତ କରିବା ପାଇଁ ଆଜକୁ 100 ବର୍ଷ ପୂର୍ବେ ଯେଉଁ ବୀରମାନେ ବଳିଦାନ ଦେଇଥିଲେ ସେମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବାକୁ ଯାଇଥିଲି । ଆଉ ସେଥିରେ ନେତୃତ୍ୱ ନେଇଥିଲେ ଏହି ମାଟିର ବୀର ସନ୍ତାନ ମେଜର ଦଲପତ ସିଂହ ମହୋଦୟ । ମେଜର ଦଲପତ ସିଂହ ଶେଖାୱତ-100 ବର୍ଷ ପୂର୍ବେ ଇସ୍ରାଏଲର ମାଟିରେ ପ୍ରଥମ ବିଶ୍ୱଯୁଦ୍ଧର ନେତୃତ୍ୱ କରି ହାଇଫାକୁ ମୁକ୍ତ କରିଥିଲେ । ଦିଲ୍ଲୀରେ ଏକ ତିନ୍ ମୂର୍ତ୍ତି ଚୌକ ରହିଛି । ସେଠାରେ ତିନି ମହାପୁରୁଷଙ୍କର, ବୀରଙ୍କର ମୂର୍ତ୍ତି ରହିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ହିନ୍ଦୁସ୍ଥାନ ଆସିବା ପରେ ହିଁ, ଆମେ ଦୁଇ ଜଣ ଏହି ତିନ୍ ମୂର୍ତ୍ତି ଚୌକକୁ ଗଲୁ । ସେହି ତିନ୍ ମୂର୍ତ୍ତି ଚୌକ ସେହି ମେଜର ଦଲପତ ସିଂହଙ୍କ ବଳିଦାନ ସ୍ମରଣରେ ତିଆରି କରାଯାଇଛି ଆଉ ଏଥର ଇସ୍ରାଏଲର ପ୍ରଧାନମନ୍ତ୍ରୀ ମଧ୍ୟ ସେଠାକୁ ପ୍ରଣାମ କରିବାକୁ ଆସିଲେ । ଆମେ ଦୁଇ ଜଣ ସେଠାକୁ ଗଲୁ ଆଉ ସେହି ତିନି ମୂର୍ତ୍ତି ଚୌକର ନାମ ତିନି ମୂର୍ତ୍ତି ହାୟଫା ଚୌକ ରଖାଗଲା, କାରଣ ଇତିହାସ ମନେ ରହୁ, ମେଜର ଦଲପତ ସିଂହ ଶେଖାୱତ ମନେ ରୁହନ୍ତୁ । ମୋର ରାଜସ୍ଥାନର ବୀର ପରମ୍ପରା ମନେ ରହୁ । ଏହି କାମ ଏବେ ଦୁଇ ଦିନ ପୂର୍ବେ କରିବାର ମୋତେ ସୌଭାଗ୍ୟ ମିଳିଲା ।

ଭାଇ ଓ ଭଉଣୀମାନେ, ଏହା ହେଉଛି ବୀରଙ୍କର ମାଟି । ବଳିଦାନୀମାନଙ୍କର ହେଉଛି ମାଟି । ବୋଧହୁଏ ବଳିଦାନର କୌଣସି ଇତିହାସର ଘଟଣା ଏଭଳି ନଥିବ କି ଯେଉଁଥିରେ ମୋର ଏହି ବୀର ମାଟିର ମହାପୁରୁଷଙ୍କର ରକ୍ତରେ ତାହା ଅଭିସିକ୍ତ ନ ହୋଇଥିବ । ଆଉ ମୁଁ ଏଭଳି ସମସ୍ତ ବୀରମାନଙ୍କୁ ଆଜି ଏଠାରେ ପ୍ରଣାମ କରୁଛି ।

ଭାଇ ଓ ଭଉଣୀମାନେ-ରାଜସ୍ଥାନକୁ ତ ମୁଁ ଆଗରୁ ବହୁତ ଆସୁଥିଲି । ସଙ୍ଗଠନର କାମ କରିବା ପାଇଁ ଆସୁଥିଲି, ପଡୋଶୀ ମୁଖ୍ୟମନ୍ତ୍ରୀ ରହିଥିବା କାରଣରୁ ଆସୁଥିଲି । ଏହି ଅଂଚଳକୁ ମଧ୍ୟ ବହୁ ଥର ଆସିଛି । ଆଉ ପ୍ରତ୍ୟେକ ଥର ଗୋଟିଏ କଥା ସାଧାରଣ ମଣିଷଙ୍କ ମୁହଁରୁ ଶୁଣୁଥିଲି କି ରାଜସ୍ଥାନରେ କଂଗ୍ରେସ ଆଉ ଅକାଳ, ଏ ହେଉଛନ୍ତି ଯାଆଁଳା ଭାଇ । ଯେଉଁଠାକୁ କଂଗ୍ରେସ ଯିବ, ସେଠାକୁ ଅକାଳ ସାଥୀରେ ଯିବ । ଆଉ ବସୁନ୍ଧରା ମହାଶୟାଙ୍କ ଭାଗ୍ୟରେ ଲେଖା ଯାଇଛି କି ଯେତେବେଳେ ମଧ୍ୟ ତାଙ୍କୁ ସେବା କରିବାର ସୁଯୋଗ ମିଳିଲା, ଏହି ଶୁଖିଲା ମାଟିକୁ ପାଣି ମିଳି ଚାଲିଲା ।

ଭାଇ ଓ ଭଉଣୀମାନେ-କିନ୍ତୁ ଆମକୁ ଏହାଠାରୁ ଆଗକୁ ଯିବାର ଅଛି । ରାଜସ୍ଥାନକୁ ଆଗକୁ ନେଇ ଯିବାର ଅଛି । ରାଜସ୍ଥାନର ବିକାଶର ଯାତ୍ରାକୁ ଦେଶର ବିକାଶରେ ଏକ ନୂତନ ଶକ୍ତି ଦେଲାବାଲା ହେଉଛି ରାଜସ୍ଥାନ ଆଉ ତାହା ରାଜସ୍ଥାନର ମାଟିରେ କରି ଦେଖାଇବାର ଅଛି ।

ଭାଇ ଓ ଭଉଣୀମାନେ, ଆମର ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ଅଭିଯୋଗ କରୁଥିଲେ, ବସୁନ୍ଧରା ରାଜେ ମହୋଦୟା ଅଭିଯୋଗ କରୁଥିଲେ; ତାଙ୍କର ଅଭିଯୋଗ ସତ୍ୟ । କିନ୍ତୁ ଏହା କେବଳ ବାର୍ମେର ବିଶୋଧନାଗାରରେ ହୋଇଛି କି? କ’ଣ ପଥର କେବଳ ଏହିଠାରେ ପୋତିଦେଇ ଫଟୋ ନିଆଯାଇଛି କି? କ’ଣ ପଥର ଏହିଠାରେ ଲଗାଇ ଦେଇ ଲୋକଙ୍କ ଆଖିରେ ଧୂଳି ପକାଯାଇଛି କି? ଯେଉଁ ଲୋକମାନେ ଗବେଷଣା କରିବାରେ ଅଭ୍ୟସ୍ତ, ଜିରାରୁ ଶିରା କାଢ଼ିବାର ଶକ୍ତି ଯେଉଁମାନଙ୍କ ପାଖରେ ଅଛି; ମୁଁ ଏପରି ସମସ୍ତଙ୍କୁ ନିମନ୍ତ୍ରଣ ଦେଉଛି କି ଟିକେ ଠିକ ଭାବେ ଦେଖନ୍ତୁ ତ କଂଗ୍ରେସ ସରକାରଙ୍କର କାର୍ଯ୍ୟଶୈଳୀ କିପରି ରହିଥିଲା । ବଡ଼-ବଡ଼ କଥା କହିବା, ଜନତା-ଜନାର୍ଦ୍ଦନଙ୍କୁ ଭୁଆଁ ବୁଲାଉଥିବା, ଏହା କେବଳ ବାର୍ମେରର ବିଶୋଧନାଗାର ସହିତ ଯୋଡ଼ି ହୋଇଥିବା ବିଷୟ ନୁହେଁ; ଏହା ସେମାନଙ୍କର କାର୍ଯ୍ୟଶୈଳୀର ହେଉଛି ଏକ ଅଂଶ, ସେମାନଙ୍କର ସ୍ୱଭାବର ହେଉଛି ଏକ ଅଂଶ ।

ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେଲି, ବଜେଟ ଦେଖୁଥିଲି, ଆଉ ମୁଁ ରେଳ ବଜେଟ ଦେଖୁଥିଲି । ତ ମୋର ଟିକେ ସ୍ୱଭାବ ରହିଛି, ମୁଁ ପଚାରିଲି କି ଭାଇ ଏହି ରେଳ ବଜେଟରେ ଆମେ ଏତେ-ଏତେ ଘୋଷଣା କରୁଛୁ, ଟିକେ କୁହନ୍ତୁ ତ ଆଗରୁ କ’ଣ ହୋଇଛି । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଭାଇ-ଭଉଣୀମାନେ, ଆପଣମାନଙ୍କୁ ଆଘାତ ଲାଗିବ । ଭାରତର ସଂସଦ ହେଉଛି ଲୋକତନ୍ତ୍ରର ମନ୍ଦିର । ସେଠାରେ ଦେଶକୁ ଭୁଆଁ ବୁଲାଇବାର କୌଣସି ଅଧିକାର ନଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ, କେତେ ସରକାର ଆସିଲେ ଆଉ ଗଲେ-ରେଳ ବଜେଟରେ 1500ରୁ ଅଧିକ, 1500ରୁ ଅଧିକ ଏଭଳି-ଏଭଳି ଯୋଜନାଗୁଡ଼ିକର ଘୋଷଣା କରାଗଲା-ଯାହାର କି ଆଜି ଚିହ୍ନ ବର୍ଣ୍ଣ ନାହିଁ, ସେହିଭଳି ଭାବେ କାଗଜରେ ଝୁଲି ରହିଛି ।

ଆମେ ଆସିଲୁ, ଆମେ ନିଷ୍ପତ୍ତି ନେଲୁ କି କିଛି କ୍ଷଣ ସମୟର ତାଳି ପାଇବା ପାଇଁ ସଂସଦରେ ଯେଉଁ ସଦସ୍ୟ ବସିଛନ୍ତି, ସେମାନେ ନିଜ ଅଂଚଳରେ କୌଣସି ରେଳ ପ୍ରକଳ୍ପ ଆସିଯାଏ ତ ତାଳି ବଜାଇ ଦେବେ ଆଉ ରେଳମନ୍ତ୍ରୀ ଖୁସି ହୋଇଯିବେ, ପରେ କେହି ପଚାରିଲାବାଲା ନାହାଁନ୍ତି । ଏହି ଧାରା ଚାଲିଲା, ଆମେ ଆସି କହି ଦେଲୁ କି ରେଳ ବଜେଟରେ ଏହି ପ୍ରଶଂସା ସାଉଁଟିବା ଆଉ ମିଛ ତାଳି ମାରିବାର କାର୍ଯ୍ୟକ୍ରମ ବନ୍ଦ । ଯେତିକି ହେବା ପାଇଁ ସ୍ଥିର ହୋଇଛି ସେତିକି ହିଁ ଜଣାନ୍ତୁ । ଗୋଟିଏ ଦିନ ଆଲୋଚନା ହେବ କିନ୍ତୁ ଦେଶକୁ ଧୀରେ-ଧୀରେ ସଠିକ୍ କହିବାର, ସଠିକ୍ କରିବାର ଶକ୍ତି ଆସିବ, ଆଉ ଏହି କାମ ଆମେ କରିବାକୁ ଚାହୁଁଛୁ ।

ଏତିକି ହିଁ ନୁହେଁ, ଆପଣ ମୋତେ କୁହନ୍ତୁ “ଏକ ରେଙ୍କ ଏକ ପେନସନ୍” ମୋର ସେନାବାହିନୀର ଲୋକମାନେ ଏଠାରେ ବସିଛନ୍ତି । ସୈନିକମାନଙ୍କର ପରିବାରର ଲୋକ ଏଠାରେ ବସିଛନ୍ତି । 40 ବର୍ଷ “ଏକ ରେଙ୍କ ଏକ ପେନସନ୍” ଏହାର ଦାବି ଉଠିନଥିଲା । କ’ଣ ଫୌଜୀ ଲୋକମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇ ନଥିଲା? ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଏହାକୁ ଉଠାଇବାର ପ୍ରୟାସ ହୋଇ ନଥିଲା? ଏହା ହେଉଛି ସେମାନଙ୍କର ଅଭ୍ୟାସ । 2014ରେ ମଧ୍ୟ ଆପଣ ଦେଖିଥିବେ, 5-50 ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ବସାଇ ଫଟୋ ବାହାର କରିବା ଏବଂ “ଏକ ରେଙ୍କ ଏକ ପେନସନ୍”ର କଥା ଉଠାଇ, ଏମାନେ ଏହା କରି ଚାଲିଥିଲେ ।

ଆଉ ପରେ ଯେତେବେଳେ ଚାରିଆଡ଼ୁ ଚାପ ପଡ଼ିଲା, ଆଉ ଯେବେ ମୁଁ 15 ସେପ୍ଟେମ୍ବର, 2013, ରେୱାଡ଼ିରେ ପୂର୍ବତନ ସୈନିକଙ୍କ ସମ୍ମୁଖରେ ଘୋଷଣା କଲି କି ଆମର ସରକାର ଆସିଲେ, “ଏକ ରେଙ୍କ ଏକ ପେନସନ୍” ଲାଗୁ କରିବେ । ସେତେବେଳେ କେଉଁଠି ନା କେଉଁଠି, ତରବର ଭାବେ ଯେପରି ଏଠାରେ ବିଶୋଧନାଗାରର ପଥର ପୋତି ଦିଆଗଲା ସେମାନେ ମଧ୍ୟବର୍ତ୍ତୀକାଳୀନ ବଜେଟରେ 500କୋଟି ଟଙ୍କା “ଏକ ରେଙ୍କ ଏକ ପେନସନ୍” ନାମରେ ଲେଖିଦେଲେ ।

ଦେଖନ୍ତୁ, ଦେଶ ସହିତ ଏ ପ୍ରକାରର ଠକାମୀ କରିବା, ଆଉ ପୁଣି ଭୁଲାଇବାରେ ନିର୍ବାଚନରେ କି ଦେଖନ୍ତୁ “ଏକ ରେଙ୍କ ଏକ ପେନସନ୍” ପାଇଁ ବଜେଟରେ ଆମେ ପଇସା ଦେଇଦେଲୁ, ପଇସା ଦେଇଦେଲୁ । ଆମେ ଯେତେବେଳେ ସରକାରରେ ଆସିଲୁ ତ ଆମେ କହିଲୁ ଚାଲ ଭାଇ “ଏକ ରେଙ୍କ ଏକ ପେନସନ୍” ଲାଗୁ କରନ୍ତୁ, ଆମେ ପ୍ରତିଶୃତି ଦେଇଛୁ ତ ଅଫିସର ସମୟ ଗଡାଇ କରି ଚାଲିଥିଲେ । ମୁଁ କହିଲି, ହୋଇଛି କ’ଣ ଭାଇ, କାହିଁକି ହେଉନାହିଁ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବଜେଟରେ 500 କୋଟି ଲେଖା ହୋଇଥିଲା କିନ୍ତୁ କାର୍ଯ୍ୟାଳୟ ମଧ୍ୟରେ ଏହି “ଏକ ରେଙ୍କ ଏକ ପେନସନ୍”  ସିମୀତ ଅଛି କି? ଏହି “ଏକ ରେଙ୍କ ଏକ ପେନସନ୍”ର ପାତ୍ର କିଏ? ତାହାର ଆର୍ଥିକ  ବୋଝ କେତେ ଆସିବ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ-କେବଳ ବିଶୋଧନାଗାର କାଗଜ ଉପରେ ଥିଲା, ସେଠାରେ ତ “ଏକ ରେଙ୍କ ଏକ ପେନସନ୍”, କାଗଜ ଉପରେ ମଧ୍ୟ ନଥିଲା । ନା ସୂଚୀ ଥିଲା, ନା ଯୋଜନା ଥିଲା, କେବଳ ନିର୍ବାଚନୀ ପ୍ରତିଶୃତି ।

ଭାଇ ଓ ଭଉଣୀମାନେ, ସେହି କାମ ପ୍ରତି ମୋର ପ୍ରତିବଦ୍ଧତା ଥିଲା, କିନ୍ତୁ କାଗଜ ଉପରେ ଜିନିଷ ସବୁ ଏକାଠି କରୁ-କରୁ ମୋତେ ଦେଢ଼ ବର୍ଷ ଲାଗିଗଲା । ସବୁକିଛି ଖେଳେଇ ହୋଇ ପଡ଼ିଥିଲା । ପୂର୍ବ ସୈନିକମାନଙ୍କର ନାମ ଠିକଣା ମିଳୁ ନଥିଲା, ସଂଖ୍ୟା ଠିକ୍ ଭାବେ ମିଳୁ ନଥିଲା । ମୁଁ ଆଶ୍ଚର୍ଯ୍ୟ ଥିଲି ଦେଶ ପାଇଁ ଶହିଦ ହୋଇ ମାଟିରେ ମିଶି ଯାଉଥିବା ସୈନିକମାନଙ୍କ ପାଇଁ ସରକାରଙ୍କ ପାଖରେ ସବୁ ଖେଳେଇ ହୋଇ ପଡ଼ିଥିଲା । ଏକାଠି କରିଚାଲିଲୁ, ଏକାଠି କରିଚାଲିଲୁ, ପୁଣି ହିସାବ ଲଗାଇଲୁ କେତେ ପଇସା ଲାଗିବ ।

ଭାଇ ଓ ଭଉଣୀମାନେ, ଏହି 500 କୋଟି ଟଙ୍କା-ତ ମୁଁ ଭାବିଲି ବୋଧହୁଏ 1000 କୋଟି ଟଙ୍କା ହେବ, 1500 କୋଟି ଟଙ୍କା ହେବ, 2000 କୋଟି ଟଙ୍କା ହେବ । ଯେତେବେଳେ ହିସାବ ଯୋଡ଼ିବାକୁ ବସିଲି ତ ଭାଇ ଓ ଭଉଣୀମାନେ, ସେହି ମାମଲା 12 ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ହୋଇଗଲା । 12ହଜାର କୋଟି ଟଙ୍କା, ଏବେ କଂଗ୍ରେସ ଦଳ “ଏକ ରେଙ୍କ ଏକ ପେନସନ୍” 500 କୋଟି ଟଙ୍କାରେ କରୁଥିଲା, କ’ଣ ସେଥିରେ ସଚ୍ଚୋଟତା ଥିଲା କି? କ’ଣ ସତରେ ସୈନିକମାନଙ୍କୁ କିଛି ଦେବାକୁ ଚାହୁଁଥିଲେ କି? କ’ଣ ସେବାନିବୃତ ସୈନିକମାନଙ୍କ ପ୍ରତି ସଚ୍ଚୋଟତା ଥିଲା କି? ସେହି ସମୟର ଅର୍ଥମନ୍ତ୍ରୀ ଏତେ ତ ବୋକା ନଥିଲେ । କିନ୍ତୁ 500 କୋଟି ଟଙ୍କାର ଟୀକା ଲଗାଇ ଯେତେବେଳେ ଏଠାରେ ପଥର ପୋତି ଦେଲେ, ସେଠାରେ ବଜେଟରେ ଲେଖିଦେଲେ ଆଉ ହାତ ଉପରକୁ କରିଦେଲେ ।

ଭାଇ ଓ ଭଉଣୀମାନେ, ଆମକୁ ପାଖାପାଖି 12 ହଜାର କୋଟି ଟଙ୍କାରୁ ଅଧିକ ବୋଝ ଆସିଲା ତ ମୁଁ ସେନାବାହିନୀର ଲୋକମାନଙ୍କୁ ଡକାଇଲି । ମୁଁ କହିଲି କି ଭାଇ ମୁଁ ପ୍ରତିଶୃତି ଦେଇଛି, ମୁଁ ପ୍ରତିଶୃତି ପୂରଣ କରିବାକୁ ଚାହୁଁଛି କିନ୍ତୁ ସରକାରଙ୍କର ରାଜକୋଷରେ ଏତେ ଶକ୍ତି ନାହିଁ କି ଏକାଥରକେ 12 ହଜାର କୋଟି ଟଙ୍କା ବାହାର କରିଦେବେ । ଏ ଲୋକମାନେ ତ 500 କୋଟି ଟଙ୍କାର କଥା କହି ଚାଲିଗଲେ, ମୋ ପାଇଁ 12 ହଜାର କୋଟି ଟଙ୍କା ବାହାର କରିବା ସଚ୍ଚୋଟତାର ସହିତ ବାହାର କରିବାର ଅଛି, କିନ୍ତୁ ମୋତେ ଆପଣଙ୍କର ସାହାଯ୍ୟ ଦରକାର ।

ସେନାବାହିନୀର ଲୋକମାନେ ମୋତେ କହିଲେ-ପ୍ରଧାନମନ୍ତ୍ରୀ ମହାଶୟ ଆପଣ ଆମକୁ ଲଜ୍ଜିତ କରନ୍ତୁ ନାହିଁ । ଆପଣ କୁହନ୍ତୁ ଆପଣ ଆମଠାରୁ କ’ଣ ଚାହୁଁଛନ୍ତି? ମୁଁ କହିଲି ଆଉ କିଛି ଚାହୁଁ ନାହିଁ ଭାଇ-ଆପଣ ଦେଶ ପାଇଁ ବହୁତ କିଛି ଦେଇଛନ୍ତି । କିନ୍ତୁ ମୋତେ ସାହାଯ୍ୟ କରନ୍ତୁ । ମୁଁ ଏକାଥରକେ 12 ହଜାର କୋଟି ଟଙ୍କା ଦେଇ ପାରିବି ନାହିଁ । ଯଦି ମୋତେ ଦେବାକୁ ପଡ଼ିବ ତ ଦେଶର ଗରିବଙ୍କ କୌଣସି ଯୋଜନାରୁ ବାହାର କରିବାକୁ ହେବ । ଗରିବଙ୍କ ସହିତ ଅନ୍ୟାୟ ହୋଇଯିବ ।

ତ ମୁଁ କହିଲି କି ମୋର ଏକ ଅନୁରୋଧ ଅଛି-କ’ଣ ମୁଁ ଏହାକୁ ଚାରୋଟି ଭାଗରେ ଦେବି ତ ଚଳିବ? ମୋ ଦେଶର ବୀର ସୈନିକ 40 ବର୍ଷ ଧରି ଯେଉଁ “ଏକ ରେଙ୍କ ଏକ ପେନସନ୍” ପାଇବା ପାଇଁ ବ୍ୟାକୁଳ ଥିଲେ, ଲଢ଼ୁଥିଲେ; ଦେଶରେ ଏମିତି ପ୍ରଧାନମନ୍ତ୍ରୀ ଆସିଥିଲେ ଯିଏ କି ପ୍ରତିବଦ୍ଧ ଥିଲେ, ସେମାନେ ଚାହିଁଥିଲେ କହି ଦେଇଥା’ନ୍ତେ କି ମୋଦୀ ଆଜ୍ଞା ସବୁ ସରକାରମାନେ ଆମକୁ ଠକିଛନ୍ତି । ଆମେ ଏବେ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ନୁହେଁ । ଆପଣଙ୍କୁ ଦେବାର ଅଛି ତ ଏବେ ଦେଇ ଦିଅନ୍ତୁ ନହେଲେ ଆପଣଙ୍କର ରାସ୍ତା ଆପଣଙ୍କୁ ମଞ୍ଜୁର, ଆମ ରାସ୍ତା ଆମକୁ ମଞ୍ଜୁର-କହି ପାରିଥା’ନ୍ତେ । କିନ୍ତୁ ସେମାନେ ଏପରି କଲେ ନାହିଁ ।

ମୋ ଦେଶର ସୈନିକ ଦେହରୁ ପୋଷାକ ବାହାର କରିବା ପରେ ମଧ୍ୟ ଶରୀରରେ, ମନରେ, ହୃଦୟରେ ସୈନିକ ହୋଇ ରହିଥାଏ । ଦେଶର ହିତ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ତାହାର ଶିରା ପ୍ରଶିରାରେ ରହିଥାଏ । ଆଉ ଗୋଟିଏ କ୍ଷଣ ବିନା, ଗୋଟିଏ କ୍ଷଣ ନ ବିତାଇ ମୋର ଫୌଜି ଭାଇମାନେ କହିଦେଲେ -ପ୍ରଧାନମନ୍ତ୍ରୀ ଆଜ୍ଞା ଆପଣଙ୍କ କଥାରେ ଆମର ଭରସା ଅଛି । ହୁଏତ ଚାରୋଟି ଭାଗ କରିବାକୁ ପଡ଼ୁ, ଛଅ କରିବାକୁ ପଡ଼ୁ, ଆପଣ ଆପଣଙ୍କ ସୁବିଧାରେ କରନ୍ତୁ, ଖାଲି ଥରେ ନିର୍ଣ୍ଣୟ କରି ନିଅନ୍ତୁ । ଆମେ-ଯାହା ମଧ୍ୟ ନିର୍ଣ୍ଣୟ କରିବେ ମାନି ନେବୁ ।

ଭାଇ ଓ ଭଉଣୀମାନେ, ଏହା ହେଉଛି ସେବାନିବୃତ ଫୌଜିମାନଙ୍କର ଶକ୍ତି ଥିଲା କି ମୁଁ ନିର୍ଣ୍ଣୟ କରି ନେଲି ଆଉ ଏ ପର୍ଯ୍ୟନ୍ତ ଚାରୋଟି କିସ୍ତି ଦେଇ ସାରିଛି । 10 ହଜାର 700 କୋଟି ଟଙ୍କା ସେମାନଙ୍କ ଖାତାରେ ଜମା ହୋଇ ସାରିଛି ଆଉ ବଳକା କିସ୍ତି ମଧ୍ୟ ପହଂଚିବାକୁ ଯାଉଛି । ଆଉ ଏଥିପାଇଁ କେବଳ ପଥର ପୋତିବା ହିଁ ନୁହେଁ, ଏହି ଦେଶରେ ଏଭଳି ସରକାର ଚଲାଇବା, ଏହା ସେମାନଙ୍କର ଅଭ୍ୟାସ ହୋଇ ଯାଇଛି ।

ଆପଣ ମୋତେ କୁହନ୍ତୁ-ଗରିବୀ ହଟାଅ, ଗରିବୀ ହଟାଅ-ଚାରି ଦଶକ ଧରି ଶୁଣି ଆସିଛନ୍ତି କି ଶୁଣି ନାହାଁନ୍ତି? ଗରିବଙ୍କ ନାମରେ ନିର୍ବାଚନର ଖେଳ ଦେଖିଛନ୍ତି କି ଦେଖି ନାହାଁନ୍ତି? କିନ୍ତୁ କ’ଣ କୌଣସି ଗରିବଙ୍କ ଭଲ ପାଇଁ ଯୋଜନା ଦୃଷ୍ଟି ଗୋଚର ହେଉଛି? କେଉଁଠି ନଜର ଆସିବ ନାହିଁ । ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ସେମାନେ ଏହା କହିବେ, ଯାଅ ଗାତ ଖୋଳ ଆଉ ସନ୍ଧ୍ୟାରେ କିଛି ନେଇଯାଅ ଆଉ ଦାନା-ପାଣି ଯୋଗାଡ କରିନିଅ । ଯଦି ଭଲ ଭାବେ ଦେଶର ବିକାଶ ପାଇଁ ଚିନ୍ତା କରିଥାଅନ୍ତ ତ ମୋ ଦେଶର ଗରିବ ନିଜେ ଗରିବୀକୁ ପରାସ୍ତ କରିବା ପାଇଁ ପୂରା ଶକ୍ତିର ସହିତ ଠିଆ ହୋଇ ଯାଇଥା’ନ୍ତା ।

ଆମର ଚେଷ୍ଟା ରହିଛି-ଗରିବଙ୍କ ସଶକ୍ତିକରଣ, ଗରିବଙ୍କ ସଶକ୍ତିକରଣ ।  ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହେଲା କିନ୍ତୁ ଗରିବଙ୍କ ପାଇଁ ବ୍ୟାଙ୍କର କବାଟ ଖୋଲିଲା ନାହିଁ । ଏହି ଦେଶର 30 କୋଟିରୁ ଅଧିକ ଲୋକ, ବ୍ୟାଙ୍କଗୁଡ଼ିକର ଜାତୀୟକରଣ ଗରିବଙ୍କ ନାମରେ କରାଗଲା କିନ୍ତୁ ବ୍ୟାଙ୍କର କବାଟ ଯାଏଁ ଗରୀବ ପହଂଚିପାରିଲା ନାହିଁ ।

ସ୍ୱାଧୀନତାର 70 ବର୍ଷ ପରେ ଯେତେବେଳେ ଆମେ ଆସିଲୁ, ଆମେ ନିଷ୍ପତ୍ତି କଲୁ-ଆମ ଦେଶର ଗରିବ ମଧ୍ୟ ଆର୍ଥିକ ବିକାଶର ଯାତ୍ରାର ମୁଖ୍ୟ ଧାରାରେ ତାଙ୍କୁ ମଧ୍ୟ ସ୍ଥାନ ମିଳିବା ଦରକାର ଆଉ ଆମେ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାର ଶୁଭାରମ୍ଭ କଲୁ । ଆଜି ପାଖାପାଖି 32 କୋଟି ଏଭଳି ଲୋକ ଯାହାଙ୍କର ବ୍ୟାଙ୍କରେ ଖାତା ଖୋଲି ଦିଆଯାଇଛି । ଆଉ ଭାଇ, ଭଉଣୀମାନେ ଯେତେବେଳେ ବ୍ୟାଙ୍କର ଖାତା ଖୋଲିଲୁ ସେତେବେଳେ ଆମେ କହିଥିଲୁ କି ଗରିବଙ୍କୁ ଗୋଟିଏ ମଧ୍ୟ ଟଙ୍କା ନ ଦେଇ ଖାତା ଖୋଲିବେ, କୌଣସି ଜମା ନଥାଇ ଖୋଲିବେ । କିନ୍ତୁ ମୋ ଦେଶର ଗରିବ କହିବା ପାଇଁ ହୁଏତ ଗରିବ, ଜୀବନ ସାରା ଗରିବୀ ସହିତ ଯୁଦ୍ଧ କରିଚାଲେ, କିନ୍ତୁ ମୁଁ ଏଭଳି ମନର ଧନୀ କେବେ ହେଲେ ମଧ୍ୟ ଦେଖି ନାହିଁ, ଯେଉଁଭଳି ମନର ଧନୀ ହେଉଛନ୍ତି ମୋ ଗରିବମାନେ ।

ମୁଁ ଏଭଳି ଧନୀମାନଙ୍କୁ ଦେଖିଛି ଯେଉଁମାନେ ହେଉଛନ୍ତି ମନର ଗରିବ ଆଉ ମୁଁ ଏଭଳି ଗରିବଙ୍କୁ ଦେଖିଛି ଯେଉଁମାନେ ହେଉଛନ୍ତି ମନର ଧନୀ । ଆମେ କହିଲୁ କି Zero Balanceରେ ବ୍ୟାଙ୍କର ଖାତା ଖୋଲିବେ କିନ୍ତୁ ଗରିବଙ୍କୁ ଲାଗିଲା-ନାଇଁ, ନାଇଁ କିଛି ତ କରିବା ଦରକାର । ଆଉ ମୋର ପ୍ରିୟ ଭାଇ-ଭଉଣୀମାନେ, ଆଜି ମୋତେ ଖୁସିର ସହିତ ଆପଣମାନଙ୍କୁ କହିବାରେ ଗର୍ବ ଅନୁଭବ ହେଉଛି କି ଯେଉଁ ଗରିବମାନଙ୍କର ଜିରୋ ବାଲାନ୍ସ ଖାତା ହୋଇଥିଲା, ଆଜି ସେହି ଗରିବମାନେ 72ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଖାତାରେ ଜମା କରିଛନ୍ତି । ଧନୀ ବ୍ୟାଙ୍କରୁ ବାହାର କରିବାରେ ଲାଗିଛି, ମୋର ଗରିବ ସଚ୍ଚୋଟତାର ସହିତ ବ୍ୟାଙ୍କରେ ଜମା କରିବାରେ ଲାଗିଛି । ଗରିବୀ ସହିତ କିପରି ଲଢ଼ାଯାଏ ।

ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଜଣାଅଛି ଯଦି ଗ୍ୟାସର ଚୂଲି ଦରକାର ତ କେତେ ନେତାଙ୍କ ପଛରେ ବୁଲିବାକୁ ପଡ଼ୁଥିଲା ଛଅ-ଛଅ ମାସ ଯାଏଁ । ଜଣେ ସଂସଦର ସଦସ୍ୟଙ୍କୁ 25ଟି କୁପନ ମିଳୁଥିଲା କି ଆପଣ ଗୋଟିଏ ବର୍ଷରେ 25ଟି ପରିବାରକୁ ଗ୍ୟାସର ସଂଯୋଗ ଦେଇ କୃତଜ୍ଞ କରିପାରିବେ । ଆଉ କେତେକ ଏମିତି ମଧ୍ୟ ସାଂସଦଙ୍କର ଖବର ଆସୁଥିଲା କି ସେ କୁପନଗୁଡ଼ିକୁ ମଧ୍ୟ କଳାବଜାରୀ କରି ବିକ୍ରି କରି ଦେଉଥିଲେ ।

ଭାଇ ଓ ଭଉଣୀମାନେ, କ’ଣ ଆଜି ମଧ୍ୟ ମୋର ଗରିବ ମାଆ କାଠର ଚୂଲି ଜଳାଇ ଧୂଆଁରେ ଜୀବନ ଅତିବାହିତ କରିବ? କ’ଣ ଗରିବଙ୍କର କଲ୍ୟାଣ ଏହିପରି ହେବ? ଆମେ ନିଷ୍ପତ୍ତି ନେଲୁ କି ମୋର ଗରିବ ମାଆ ଭଉଣୀମାନେ ଯେଉଁ କାଠର ଚୂଲି ଜଳାଇ ଧୂଆଁରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ଗୋଟିଏ ଦିନରେ 400 ସିଗାରେଟର ଧୂଆଁ ତାଙ୍କ ଶରୀରକୁ ଯାଉଛି । ଆଉ ଘରେ ଯେଉଁ ପିଲା ଖେଳୁଛନ୍ତି ସେମାନେ ମଧ୍ୟ ଧୂଆଁର ମାଡ଼ରେ, ମରୁଛନ୍ତି ।

ଭାଇ ଓ ଭଉଣୀମାନେ, ଆମେ ଦାୟିତ୍ୱ ନେଇଛୁ । ଗରିବଙ୍କର ଭଲ କରିବାର ଅଛି ସ୍ଲୋଗାନ ଦେଇ ହେବ ନାହିଁ । ତାଙ୍କର ଜୀବନ ବଦଳାଇବାକୁ ହେବ ଆଉ ଆମେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ 3କୋଟି 30ଲକ୍ଷ ପରିବାରଙ୍କୁ ଗ୍ୟାସ ସଂଯୋଗ ପହଂଚାଇ ଦେଇଛୁ । କାଠର ଚୂଲି, ଧୂଆଁର ଅସୁବିଧା-ଏହି କୋଟି କୋଟି ମାଆମାନଙ୍କୁ ମୁକ୍ତ କରିଦେଲୁ । ଆପଣ ମୋତେ କୁହନ୍ତୁ ପ୍ରତ୍ୟେକ ଦିନ ଯେତେବେଳେ ଚୂଲି ଜଳାଉଥିବେ, ଗ୍ୟାସରେ ଖାଦ୍ୟ ରୋଷେଇ କରୁଥିବେ, ସେହି ମାଆ ନରେନ୍ଦ୍ର ମୋଦୀକୁ ଆଶୀର୍ବାଦ ଦେବେ କି ଦେବେ ନାହିଁ? ସେହି ମାଆ ଆମର ରକ୍ଷା କରିବା ପାଇଁ ପ୍ରଣ ନେଉଥିବେ କି ନେଉ ନଥିବେ? କାରଣ ତାଙ୍କୁ ଜଣାଅଛି କି ଗରିବୀ ସହିତ ଲଢ଼େଇ ଲଢ଼ିବାର ଏ ସଠିକ୍ ରାସ୍ତା ଦୃଷ୍ଟିକୁ ଆସୁଛି ।

ଭାଇ ଓ ଭଉଣୀମାନେ, ସ୍ୱାଧୀନତାର 70 ବର୍ଷ ପରେ 18ହଜାର ଗାଁ, ଯେଉଁଠାରେ ବିଜୁଳି ପହଂଚିନଥିଲା । ଆପଣ ମୋତେ କୁହନ୍ତୁ, ଆମେ ଏକବିଂଶ ଶତାବ୍ଦୀରେ ବଂଚୁଛୁ କିନ୍ତୁ ସେମାନେ ତ ଅଷ୍ଟାଦଶ ଶତାବ୍ଦୀରେ ବଂଚିବା ପାଇଁ ବାଧ୍ୟ । ତାଙ୍କ ମନରେ ପ୍ରଶ୍ନ ଉଠେ-ଏହା କ’ଣ ସ୍ୱାଧୀନତା? ଏହା କ’ଣ ଲୋକତନ୍ତ୍ର? ଏହା ଯେ ମୁଁ ବଟନ ଚିପି ସରକାର ଗଢ଼ୁଛି? କ’ଣ ଏ ହେଉଛନ୍ତି, ସରକାର ଯିଏ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ମୋ ଗାଁରେ ବିଜୁଳି ପହଂଚି ପାରିନି? ଆଉ ଭାଇ-ଭଉଣୀମାନେ, ଏହି 18ହଜାର ଗାଁକୁ ବିଜୁଳି ପହଂଚାଇବାର ଦାୟିତ୍ୱ ମୁଁ ଉଠାଇଛି । ଏବେ ପାଖାପାଖି 2000 ଗାଁ ବଳକା ଅଛି, କାମ ଚାଲୁଅଛି ଦ୍ରୁତ ଗତିରେ । ଏକବିଂଶ ଶତାବ୍ଦୀରେ ଜୀବନ ବଂଚିବାର ସୁଯୋଗ ସେମାନଙ୍କୁ ମିଳୁ ।

ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ଆଜି ଚାରି କୋଟିରୁ ଅଧିକ ପରିବାର ଏପରି ଅଛନ୍ତି ଯାହାଙ୍କର ଘରେ ବିଜୁଳି ସଂଯୋଗ ନାହିଁ । ଆମେ ଦାୟିତ୍ୱ ନେଇଛୁ କି ଯେତେବେଳେ ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ହେବ ସେ ପର୍ଯ୍ୟନ୍ତ ଏହି ଚାରି କୋଟିରୁ ଅଧିକ ପରିବାରଙ୍କୁ ମାଗଣାରେ ବିଜୁଳି ସଂଯୋଗ ଦେଇଦିଆଯିବ । ତାଙ୍କର ପିଲା ପଢ଼ିବେ । ଗରିବୀ ବିରୁଦ୍ଧରେ ଲଢ଼େଇ ଲଢ଼ିବାର ଅଛି ତ ଗରିବଙ୍କୁ ସଶକ୍ତ କରିବାକୁ ପଡ଼େ । ଏଭଳି ଅନେକ ଜିନିଷ ଆମେ ନେଇ ଆମେ ଚାଲିଛୁ ।

ଭାଇ ଓ ଭଉଣୀମାନେ, ଏହି ବିଶୋଧନାଗାରର ମଧ୍ୟ ଏଠାକାର ଭାଗ୍ୟ ବଦଳାଇଦେବ, ଏଠାକାର ଛବି ମଧ୍ୟ ବଦଳାଇବ । ଏହି ମରୁଭୂମିରେ ଯେତେବେଳେ ଏତେ ବଡ଼ ଉଦ୍ୟୋଗ ଚାଲୁଥିବ, ଆପଣ କଳ୍ପନା କରିପାରୁଥିବେ କି କେତେ ଲୋକଙ୍କର ଜୀବନ ଜୀବିକାର ପ୍ରବନ୍ଧନ ହେବ । ଆଉ ତାହା କେବଳ ଯେ କାରଖାନାର ଚୌହଦି ମଧ୍ୟରେ ଯେ ରୋଜଗାର ମଳିବ, ଏଭଳି ନୁହେଁ । ତାହାର ବାହାରେ ମଧ୍ୟ ଏକ ଶୃଙ୍ଖଳ ଚାଲିଥାଏ । ଅନେକ ଏହାକୁ ସହାୟତା କଲା ଭଳି ଛୋଟ ଛୋଟ ଉଦ୍ୟୋଗ ସ୍ଥାପନ କରିଥାନ୍ତି । ବଡ଼ ଉଦ୍ୟୋଗ ପାଇଁ ଭିତ୍ତିଭୂମି ସ୍ଥାପନ କରିଥାନ୍ତି । ପାଣି ପହଂଚିଥାଏ, ବିଜୁଳି ପହଂଚିଥାଏ, ଗ୍ୟାସ ପହଂଚିଥାଏ, ଅପ୍ଟିକାଲ ଫାଇବର, ନେଟୱାର୍କ ପହଂଚିଥାଏ । ଏହିପରି ଭାବେ ସମଗ୍ର ଅଂଚଳର ଆର୍ଥିକ, ତାହାର ମାନଦଣ୍ଡ ବଦଳିଯାଇଥାଏ ।

ଆଉ ଯେବେ ଏହି ପ୍ରକାର ଲୋକ ଆସିବେ, ବଡ଼-ବଡ଼ ବାବୁ ଏଠାରେ ରହିବାକୁ ଆସିବେ ତ ଭଲ ଶିକ୍ଷା ସଂସ୍ଥାନ ମଧ୍ୟ ନିଜକୁ ନିଜେ ଏଠାରେ ଖୋଲିବାରେ ଲାଗିବ । ଯେତେବେଳେ ଏତେ ବଡ଼ମାତ୍ରାରେ ସାରା ଦେଶରୁ ଲୋକ ଏଠାକୁ କାମ କରିବାକୁ ଆସିବେ, ରାଜସ୍ଥାନର ଯୁବକ କାମ କରିବାକୁ ଆସିବେ; କିଏ ଉଦୟପୁରରୁ ଆସିବ, କିଏ ବାଁଶୱ୍ୱାଡାରୁ ଆସିବ, କିଏ ଭରତପୁରରୁ ଆସିବ, କିଏ କୋଟାରୁ ଆସିବ, କିଏ ଆଲୱରରୁ ଆସିବ, କିଏ ଆଜମେରରୁ ଆସିବ; ତ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ଭଲ ଆରୋଗ୍ୟର ବ୍ୟବସ୍ଥା ତିଆରି ହେବ ଯାହା ସଂପୂର୍ଣ୍ଣ ଅଂଚଳକୁ ଲାଭ ପ୍ରଦାନ କରିବ ।

ଆଉ ଏଥି ପାଇଁ ଭାଇ ଓ ଭଉଣୀମାନେ, ପାଂଚ ବର୍ଷ ମଧ୍ୟରେ ଏଠାରେ କେତେ ବଡ଼ ପରିବର୍ତ୍ତନ ଆସିବାର ଅଛି, ଏହା ଆପଣ ଭଲଭାବେ ଅନୁମାନ କରି ପାରୁଥିବେ । ଭାଇ ଓ ଭଉଣୀମାନେ, ଆଜି ମୁଁ ଏଭଳି ଏକ କାର୍ଯ୍ୟକ୍ରମ ଏଠାରେ ଆରମ୍ଭ କରିବାକୁ ଆସିଛି, ଯାହା ହେଉଛି ମୋର କ୍ଷତିର ସଉଦା । ଭାରତ ସରକାରଙ୍କ  ପାଇଁ ହେଉଛି କ୍ଷତିର ସଉଦା । ଗତ ସରକାର ସମୟରେ କାମ ଆଗକୁ ବଢିଥାଆନ୍ତା ତ’ ଭାରତ ସରକାରଙ୍କ ରାଜକୋଷରେ ପାଖାପାଖି 40 ହଜାର କୋଟି ଟଙ୍କା ରହିଯାଇଥାନ୍ତା ।

କିନ୍ତୁ ଏହି ବସୁନ୍ଧରା ରାଜେ ମହୋଦୟା – ରାଜପରିବାରର ସଂସ୍କାର ତ ଅଛି, କିନ୍ତୁ ରାଜସ୍ଥାନର ପାଣି ପିଇବା କାରଣରୁ ସେ ମଧ୍ୟ ମାରୱାଡିଙ୍କ ଭଳି ସଂସ୍କାର ପାଇଛନ୍ତି । ସେ ଏଭଳି ଭାବେ ଭାରତ ସରକାରଙ୍କ ଯୋଜନାକୁ ଶୋଷି ପାରନ୍ତି, ଶୋଷିବାକୁ ପ୍ରୟାସ କରିଥାନ୍ତି । ଏହା ଭାରତୀୟ ଜନତା ପାର୍ଟିରେ ହିଁ ସମ୍ଭବ ହୋଇଥାଏ କି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ହିତ ପାଇଁ  ନିଜ ସରକାର ଦିଲ୍ଲୀରେ ଥାଆନ୍ତି ତେବେ ମଧ୍ୟ ଅଡି ବସନ୍ତି ଏବଂ ନିଜ ଇଚ୍ଛା ଚରିତାର୍ଥ କରି ରହିଥାନ୍ତି ।

ମୁଁ ଶୁଭେଚ୍ଛା ଜଣାଉଛି, ବସୁନ୍ଧରା ରାଜେ ମହୋଦୟାଙ୍କୁ କି ସେ ରାଜସ୍ଥାନର ପଇସା ସଂଚୟ କଲେ ଏବଂ ଭାରତ ସରକାରଙ୍କ ଯୋଜନା କିପରି ଠିକ୍ ଭାବେ ତିଆରି ହେବ, ତାହାକୁ କରିବା ପାଇଁ ସେ ପ୍ରେରଣା ଦେଲେ । ଆଉ ତାହାର ପରିଣାମ ହେଉଛି କି ଆଜି ବସୁନ୍ଧରା ରାଜେ ମହୋଦୟା ଏବଂ ଧର୍ମେନ୍ଦ୍ର ପ୍ରଧାନ ମହାଶୟ ମିଳିମିଶି କାଗଜ ଭିତରେ ଅଟକି ରହିଥିବା ଏହି ପ୍ରକଳ୍ପକୁ ଭୂମିକୁ ଆଣିବାର କାମ କରିଛନ୍ତି । ମୁଁ ଏହି ଦୁଇ ଜଣଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ରାଜସ୍ଥାନକୁ ଧନ୍ୟବାଦ ଦେଉଛି ଆଉ ଆପଣ  ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ଦେଉଛି ।

ମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ ଭାରତ ମାତା କି ଜୟ ।

ବାର୍ମେର ମାଟିରୁ ଏବେ ଦେଶକୁ ଉର୍ଜ୍ଜା ମିଳିବାର ଅଛି । ଏହି ବିଶୋଧନାଗାର ଦେଶର ଉର୍ଜ୍ଜାର ପ୍ରତିନିଧିତ୍ୱ କରିବାର ଅଛି । ସେହ ଉର୍ଜ୍ଜା ଏହିଠାରୁ ଚାଲିବା ଆରମ୍ଭ କରି, ଦେଶର ପ୍ରତ୍ୟେକ କୋଣରେ ପହଂଚୁ, ଏହି ଶୁଭକାମନା ସହିତ ଖମ୍ମା ଘଣି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs

Media Coverage

Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Katihar, Bihar
April 11, 2026
PM announces ex-gratia from PMNRF

Prime Minister Shri Narendra Modi today expressed profound grief over the tragic mishap in Katihar, Bihar, describing the incident as extremely painful.

The Prime Minister extended his heartfelt condolences to the families who have lost their loved ones and prayed for the earliest recovery of those who sustained injuries. Shri Modi further announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased, noting that Rs. 50,000 would be provided to those injured in the accident.

The Prime Minister wrote on X:

"The mishap in Katihar, Bihar, is extremely painful. Condolences to those who have lost their loved ones. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000."