Press Council was ceased to exit during Emergency. Things normalised after Morarji Desai became PM: Shri Modi
Press is responsible for upholding free speech: PM Modi
Media has played pivotal role in furthering message of cleanliness across the country: PM Modi

ଆଜି ଯେଉଁ ମହାନୁଭବମାନଙ୍କୁ ସମ୍ମାନିତ କରାଯାଇଛି, ସତ୍କାର କରାଯାଇଛି, ସେମାନଙ୍କୁ ସମସ୍ତଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଅନେକ ଅନେକ ଶୁଭକାମନା ଦେଉଛି । ପ୍ରେସ କାଉନସିଲ ଗଠିତ ହେବାର ୫୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ଏକଥା ବି ସତେ ଯେ ଏହା ମଧ୍ୟରେ ଏପରି ଏକ କାଳଖଣ୍ଡ ବି ଆସିଥିଲା । ଯେତେବେଳେ ପ୍ରେସ କାଉନସିଲକୁ ନିଃଶେଷ କରିଦିଆଯାଇଥିଲା । ତେଣୁ ହୋଇପାରେ ଏହି କାଳଖଣ୍ଡକୁ ଯୋଡି ହିସାବ କରିବା ତାହେଲେ ଆପଣଙ୍କୁ ପୁଣି ଦୁଇ ବର୍ଷ ପରେ ୫୦ ବର୍ଷ ପାଳନ କରିବା ସମ୍ପର୍କରେ ଚିନ୍ତା କରବାକୁ ପଡିପାରେ । ୧୯୧୬ ମସିହାରେ ସମ୍ଭବତଃ, ସ୍ଵୀଡେନରେ ଏଇ ଦିନରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେତେବେଳେ ଏହାର ନାମ ସମ୍ଭବତଃ ଥିଲା Court of honour for the Press ଏବଂ ପରେ ଏହାର ନାମ ବଦଳି ବଦଳି Press Council ଆଡକୁ ଆସିଲା । ଏବଂ ସମ୍ଭବତଃ, ପୃଥିବୀରେ ଆଜିକାଲି ଏହା ପ୍ରେସ କାଉନସିଲ ନାମରେ ପରିଚିତ ହୋଇଛି । ଏହା ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଏବଂ ସେ ବ୍ୟବସ୍ଥା ଅଧିକତର ହେଉଛି ଏହାର ସ୍ଵତନ୍ତ୍ରତା କାଏମ ରଖିବା, ଅଭିବ୍ୟକ୍ତିର ସ୍ଵାଧୀନତାକୁ ବଜାୟ ରଖିବା । ଏବଂ କେତେବେଳେ ଯଦି କିଛି ଅସୁବିଧା ଆସିବ ତା ହେଲେ ନିଜେ ଆଗକୁ ବଢ଼ି ଏହାର ସମଧାନ କରିବା । ନିଜେ ଏଥିରେ ପରିବର୍ତ୍ତନ ଘଟାଇ ଚାଲିବା । ଏଇଭଳି ଭାବେ ଅତୀତରେ ଏତେ ପ୍ରତିରୋଧ ନଥିଲା ଯେତେ ସମସ୍ୟା ଆଜି ଯୁଗରେ ସମ୍ମୁଖୀନ ହେବାକୁ ପଡୁଛି ।

ସାମ୍ବାଦିକତା ସହିତ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ଯୋଡି ହୋଇ ରହିଛନ୍ତି । ସେମାନଙ୍କ ନିକଟରେ ଚିନ୍ତା କରିବାର ଅନେକ ଅବସର ରହିଛି । ଯେତେବେଳେ ସେମାନେ ରିପୋର୍ଟ ଫାଇଲ କରି ସନ୍ଧ୍ୟାବେଳେ ଘରକୁ ଫେରନ୍ତି, ସେତେବେଳେ ବି ସେମାନଙ୍କ ମନରେ ଚିନ୍ତାଥାଏ ଯେ ମୁଁ ଆଜି ଏ ରିପୋର୍ଟ ଫାଇଲ କରିଛି । କାଲି ସକାଳେ ପ୍ରକାଶ ପାଇବ। ସମ୍ଭବତଃ ଏ ଶଦ୍ଦଟି ଠିକ ଭାବେ ମୁଁ ଲେଖିନି । ସେତେବେଳେ ଘରକୁ ଯାଇ ପୁଣି ଚିନ୍ତା କରନ୍ତି । ଡେସ୍କ ଚିଫଙ୍କ ସହ ଯୋଗାଯୋଗ କରନ୍ତି, କିମ୍ବା ସମ୍ପାଦକଙ୍କ ସହିତ କଥାବାର୍ତ୍ତା କରନ୍ତି । ଏବେ ମୁଁ ଏଇ ରିପୋର୍ଟ ଫାଇଲ କରିଆସିଛି । କିନ୍ତୁ ମୁଁ ଭାବୁଛି ମୁଁ ଯେଉଁ ଶଦ୍ଦ ଲେଖିଛି, ତାହା ଠିକ ହେବନି । ପରେ ଭାବୁଛି ତା ସ୍ଥାନରେ ଏ ଶଦ୍ଦଟି ଭଲ ରହିବ । ଯେତେବେଳେ ଟେଲିଫୋନ ଯୋଗାଯୋଗ ନଥିଲା, ସେତେବେଳେ ଘରକୁ ଫେରିବା ପରେ, ରାତିରେ ସେ ପୃଷ୍ଟା ଛାପିବା ବେଳକୁ ପୁଣି ଅଫିସକୁ ଫେରି ବୁଝିବାକୁ ପଡେ – ଆରେ ଭାଇ ଦେଖତ, ଏ ଶଦ୍ଦ ବଦଳରେ ସେ ଶଦ୍ଦ ଯୋଡିଲେ କେମିତି ରହିବ ? ତା ସ୍ଥାନରେ ଅନ୍ୟ ଶଦ୍ଦଟିଏ ଲେଖିଲେ ସୁଦ୍ଧା ସକାଳେ ଛାପିବା ପର୍ଯ୍ୟନ୍ତ ତାଙ୍କ ମନରେ ଆଶଙ୍କା ଥାଏ, ଚିନ୍ତା ଥାଏ, ଯେ ମୁଁ ଯେଉଁ ରିପୋର୍ଟ ଲେଖିଆସିଲି କାଲି ସକାଳେ ତାହା ଛାପିବାରେ ତାର କି ପ୍ରକାର ପ୍ରଭାବ ହେବ ?  ମୋ ଶଦ୍ଦ ଠିକ ଅଛି ନା ଭୁଲ ? ମୁ ତ ହେଡଲାଇନକୁ ଏମିତି ଲେଖିବାକୁ ଚାହୁଁଥିଲି, ତାହା ଉଚିତ ତ ? ପୁଣି ସେଥିରେ ସୁଧାର ଆଣିବାକୁ ବି ମନେ ମନେ ଉଦ୍ୟମ କରନ୍ତି ।

କିନ୍ତୁ ଆଜିକାଲିର ଲୋକଙ୍କ ନିକଟରେ ଆଉ ସେ ଅବସର ନାହିଁ । ଆଜି ତାକୁ ଦ୍ରୁତଗତିରେ ଦୌଡିବାକୁ ପଡୁଛି । ଖବର ସଂଗ୍ରହର ଦୌଡ, ଉଦ୍ୟୋଗ ଗୃହର ବି ଦୌଡ । ଏଥିରେ ତା ସାମ୍ନାରେ ଏକ ବିରାଟ ସଂକଟ ଠିଆ ହୋଇଯାଇଛି । ଭାଇ ଯାହାର ଯାହା କହିବାର ଥିଲା ସିଏ କହିଦେଲା, ଦେଖେଇବା ବାଲାର ଯାହା ଥିଲା ସେ ଦେଖେଇ ଦେଲା । ଏବଂ ଛପେଇବାର ଯାହା ଥିଲା ଛାପିଦେଲା । କିନ୍ତୁ ତା ପୂର୍ବରୁ, ସେମାନଙ୍କୁ ଆଜି ଅନଲାଇନ ମିଡିଆ ବି ଚଲେଇବାକୁ ପଡୁଛି । ଅର୍ଥାତ, ଏତେ ଦ୍ରୁତଗତିରେ ପରିବର୍ତ୍ତନ ଘଟିବାରେ ଲାଗିଛି ।

ଏଭଳି ପରିବର୍ତ୍ତନର ସ୍ଥିତିର ଏଭଳି ଅନୁଷ୍ଠାନ, କିପରି ଏ ସମସ୍ତଙ୍କୁ ସାହାଯ୍ୟ କରିପାରିହେବ, ସେମାନଙ୍କ ସମସ୍ୟାଗୁଡିକୁ ଦୂର କରି ହେବ ? ବରିଷ୍ଠ ଲୋକମାନେ ଏକତ୍ର ବସି ନୂଆ ପିଢ଼ିର ଲୋକଙ୍କୁ ଉପଯୋଗୀ ହେବା ଲାଗି ଏକ ମେକାନିଜମ ପ୍ରସ୍ତୁତ କରିବେ, ତାହା ଦେଖିବା ଜରୁରୀ । କାରଣ ଏହା ଏପରି ଏକ କ୍ଷେତ୍ର ଯେଉଁ କ୍ଷେତ୍ରକୁ ମହାତ୍ମା ଗାନ୍ଧୀ କହିଥିଲେ ଯେ ଏହା ଅନିୟନ୍ତ୍ରିତ ଲେଖନୀ ବିରାଟ ସଂକଟ ସୃଷ୍ଟି କରିପାରେ । ପୁଣି ମହାତ୍ମା ଗାନ୍ଧୀ ଏକଥା ବି କହିଥିଲେ ଯେ ଗୋଟିଏ ବାହ୍ୟ ନିୟନ୍ତ୍ରଣ ପ୍ରଳୟ ସୃଷ୍ଟି କରିପାରେ । ତେଣୁ ବାହ୍ୟ ନିୟନ୍ତ୍ରଣର କଳ୍ପନା ସେଇ ସମାଜକୁ ଆଗକୁ ଆଗେଇ ନେବା ଭଳି କଳ୍ପନା କଦାପି ହୋଇନପାରେ ।

ସ୍ଵତନ୍ତ୍ରତା ଏହାର ଅଭିବ୍ୟକ୍ତ, ଏହାର ସ୍ଵାଧୀନତା ଏଭଳି ନୀତିକୁ ଧରି ରଖଇବା, କିନ୍ତୁ ଏହା ସହ ଅନିୟନ୍ତ୍ରିତ ଅବସ୍ଥା, ଆମେ ଯେତେ ସୁସ୍ଥ ଥାଉ ନା କାହିଁକି, ତଥାପି ମା’ କହେ ଯେ ଆରେ ବାପ, ଟିକେ କମ ଖାଆ, କିମ୍ବା ସେଇଟା ଖା’ନା । କୌଣସି ମା’ ଶତ୍ରୁ ନୁହେଁ, କିନ୍ତୁ ସେ ମା’ ଘରେ ଅଛି, ସେଇଥି ପାଇଁ କହୁଛି । ଯଦି ବାହାର ବାଲା କହିବ ? ସଙ୍ଗେ ସଙ୍ଗେ ଜବାବ ଦେବ ତୁମେ କିଏ ମୋ ପୁଅ ବିଷୟରେ ଚିନ୍ତା କରିବାକୁ ? ମୁ ଅଛି । ତେଣୁ ଏ ବ୍ୟବସ୍ଥା ଏପରି ଯେ ଯେଉଁକଥା ପରିବାର ଭିତରେ ସମ୍ଭାଳିଯିବା  ଦରକାର, ସେଥିରେ ସରକାର ଆଦୌ ମୁଣ୍ଡ ଖେଳେଇବା ଉଚିତ ନୁହେଁ । ଆପଣମାନେ ଏକତ୍ର ବସି ଏଇଭଳି କାଉନସିଲ ଭଳି ବ୍ୟବସ୍ଥା ମାଧ୍ୟମରେ, ବରିଷ୍ଠ ଲୋକଙ୍କ ଅନୁଭବ ମାଧ୍ୟମରେ, ସମାଜର ସର୍ବଗ୍ରାହ୍ୟ ହିତକୁ ଦୃଷ୍ଟିରେ ରଖି, ଆମେ ଏପରି ଅବସ୍ଥାକୁ ବ୍ୟବସ୍ଥିତ କରିପାରିବା । ଏହା ଖୁବ କଠିନ କାମ, କାରଣ ନିଜ ଲୋକଙ୍କ ଭିତରେ କାହାର ଆଲୋଚନା କିପରି କରିପାରିବା ? କୌଣସି ବାହାରବାଲା ଯଦି ଏକଥା କରନ୍ତି ତା’ହେଲେ ଆମେ ସେ ସମ୍ପର୍କରେ ରିପୋର୍ଟ କରିବାକୁ ଆଗଭର ହୋଇପଡୁ । କିନ୍ତୁ ଆମେ ଏକତ୍ର ବସି କଣ କରିବା ? ସେଇଥିପାଇଁ ଏହା ଏକ କଠିନ କାର୍ଯ୍ୟ ।

ଆତ୍ମ ଅବଲୋକନ (ଆତ୍ମସମୀକ୍ଷା) ବଡ କଠିନ କାର୍ଯ୍ୟ । ମୋର ସ୍ପଷ୍ଟ ମନେ ଅଛି, ମୁଁ ଯେତେବେଳେ ଦିଲ୍ଲୀରେ ରହୁଥିଲି, ମୋ ପାର୍ଟିର ସଂଗଠନର କାମ କରୁଥିଲି, ସେତେବେଳେ କାନ୍ଦାହର ବିମାନ ଅପହରଣ ଘଟଣା ଘଟିଥିଲା । ବିମାନ ଅପହରଣ ହେଲା ଏବଂ ସେତେବେଳେ ଆମ ଦେଶର ବୈଦ୍ୟୁତିକ ଗଣମାଧ୍ୟମ ପ୍ରାରମ୍ଭିକ ଅବସ୍ଥାରେ ଥିଲା । ତେଣୁ ସେମାନଙ୍କୁ ବି ଦୋଷ ଦେଇ ହେବନାହିଁ ଯେ କେମିତି ଏସବୁ ଘଟିଲା । କିନ୍ତୁ ସେଭଳି ପ୍ରାରମ୍ଭିକ ଅବସ୍ଥା ଏଇ ପ୍ରକାରର ଥିଲା । କିନ୍ତୁ ସେତେବେଳେ ଯେଉଁ ସବୁ ପରିବାରର ଲୋକ ସେ ବିମାନରେ ଫସି ରହିଥିଲେ, ସେମାନଙ୍କ ଖବର, ସେସବୁ ପରିବାରର ଲୋକମାନେ ବିକ୍ଷୋଭ ପଟୁଆର ବାହାର କରୁଥିଲେ । ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଉଥିଲେ । ଏବଂ କେବଳ ସେମାନଙ୍କୁ ମୁକ୍ତ କର । ଏବଂ ଯେମିତି ସେ କ୍ରୋଧ ଏଠାରେ ବଢ଼ିଚାଲିଲା, ସେପଟେ ଆତଙ୍କବାଦୀମାନଙ୍କ ଦମ୍ଭ ବଢ଼ିଚାଲିଲା । ଆଚ୍ଛା, ଆଚ୍ଛା, ହିନ୍ଦୁସ୍ତାନ ଅବସ୍ଥା ଏମିତି ହେଲାଣି । ତା ହେଲେ ଆମେ ଯାହା ଚାହିଁବୁ ତାହା କରିପାରିବୁ । ଏ ଘଟଣା ଚାଲିଥିଲା ଏବଂ ମୁଁ ଜାଣିଛି, ପରେ ଗଣମାଧ୍ୟମର ସବୁ ନେତୃସ୍ଥାନୀୟ ଲୋକ ଏକତ୍ର ବସିଥିଲେ । ସେଥିରେ ସବୁ ପୁରୁଣା ଲୋକଥିଲେ । ଇନ-ହାଉସ ବସିଥିଲେ । ସମ୍ଭବତଃ ପ୍ରେସ କାଉନସିଲ ସେଥିରେ ନଥିଲା । ନିଜେ ନିଜେ ଏକତ୍ର ବସି ନିଜ ମୁଣ୍ଡବାଳ ଝିଙ୍କି ବିଚାର ଆଲୋଚନା କରିଥିଲେ । ମୁଁ ସ୍ଵୀକାର କରୁଛି, ଏହା କିଛି ଛୋଟମୋଟ ଘଟଣା ନୁହେଁ । ଅନେକ ଲୋକଙ୍କର ଏହା ସ୍ମରଣ ଥିବ ଯେ ଏମିତି ଏମିତି ରିପୋର୍ଟିଂ ହୋଇଥିଲା । କିନ୍ତୁ କ୍ୱଚିତ ଲୋକ ଜାଣନ୍ତି ଯେ ସ୍ଵୟଂ ଗଣମାଧ୍ୟମର ଲୋକମାନେ ଏକତ୍ର ହୋଇ ନିଜ ସମାଲୋଚନା କରିଥିଲେ । ଏବଂ ଆମେ କି ଭୁଲ କରିଥିଲୁ । କାହିଁକି କରିଥିଲୁ, ଏହାଦ୍ୱାରା କି ପ୍ରକାର କ୍ଷତି ହେଲା, ଆମେ କେମିତି ଏ ଘଟଣାରେ ଭାବବେଗରେ ବହିଗଲୁ, ଇତ୍ୟାଦି । ଏବଂ ସମସ୍ତେ ମିଶି କେତେକ ନିୟମ ପାଳନ କରିବା ଉଚିତ । ଏହା ଉପରେ ବ୍ୟାପକ ଚର୍ଚ୍ଚା ହୋଇଥିଲା । ଅରୁଣ ଜୀ ଏଠାରେ ଉପସ୍ଥିତ ଅଛନ୍ତି, ସମ୍ଭବତଃ ତାଙ୍କୁ ଜଣାଥିବ, ପ୍ରାୟତଃ ସେମାନଙ୍କ ଭିତରେ ଏହା ଲାଗୁ ହୋଇଥିବ ଏବଂ ସେମାନେ କେତେକ ନିୟମାବଳୀ ସ୍ଥିର କରିଥିଲେ – ମୁଁ ଭାବୁଛି, ସେବାର ଏହା ଏକ ବିରାଟ ସୁଯୋଗ ଥିଲା ।

ଦ୍ଵିତୀୟ ଅବସର ଆସିଥିଲା ୨୬/୧୧କୁ । ଏହାପରେ ଯେତେବେଳେ ମୁମ୍ବାଇ ଘଟଣା ଘଟିଥିଲା ସେଥିରେ ବସି ତାର ମତାମତ ଏତେ ଭିନ୍ନ ଭିନ୍ନ ହୋଇଗଲା ଯେ ସେମାନେ ଆତ୍ମନିରୀକ୍ଷଣ କରିପାରିଲେ ନାହିଁ । ଏଇଥିପାଇଁ ନୁହେଁ ଯେ ସେମାନେ ତାହା କରିବାକୁ ଚାହୁଁନଥିଲେ, ବସିଥିଲେ ତ କରିବା ପାଇଁ, ନିଜେ ବସିଥିଲେ । କିନ୍ତୁ କଥା ଅଧାରେ ରହିଗଲା । କିନ୍ତୁ ଯେ ପର୍ଯ୍ୟନ୍ତ ଏଇ ପ୍ରକାର ନେତୃତ୍ଵ, ପ୍ରେସ ଜଗତରେ ଥିବ,  ମିଡିଆ ଜଗତରେ ରହିଥିବ, ମୁଁ ମାନୁଛି ଯେ ଆମର ବି ଦୋଷତ୍ରୁଟି ହୋଇଥାଏ, ଭୁଲ ନିଜର ବି ହୁଏ, ଭୁଲ ଅନ୍ୟମାନଙ୍କର ବି ହୁଏ । ଦୋଷତ୍ରୁଟି ଆଧାରରେ ମିଡିଆରେ ମୂଲ୍ୟାଙ୍କନ କରାଯିବା ଉଚିତ ନୁହେଁ । କିନ୍ତୁ ଗୋଟିଏ ଖୁସିର କଥା, ସେଥିରେ ଏକ ଖୁବ ପରିପକ୍ଵ ଓ ଦାୟିତ୍ଵସଂପନ୍ନ ବର୍ଗ ବି ଅଛନ୍ତି ଯେଉଁମାନେ ଚାହାନ୍ତି ଯେ ସେମାନେ ବସି କେମିତି ଦୋଷତ୍ରୁଟିକୁ ମିଡିଆକୁ ରକ୍ଷା କରିପାରିବେ, ଦୁର୍ବଳତାରୁ କିପରି ବଂଚାଇବେ ଏବଂ କିପରି ଅଧିକ ଦୃଢ଼ ଓ ମଜଭୁତ କରିପାରିବେ । ନିଜେ ନିଜେ ସାରା ସଂସାର ଲାଗି ଏକ ବଳିଷ୍ଠ ପୟାସ କରିବେ । ମୁଁ ସ୍ଵୀକାର କରୁଛି ଯେ ଏଭଳି ପ୍ରୟାସ ସଦାବେଳେ ଜାରି ରହିବା ଦରକାର । କିନ୍ତୁ ତାହା ବାହ୍ୟ ନିୟନ୍ତ୍ରଣମୁକ୍ତ ହେବା ଜରୁରୀ । ବାହାର ନିୟମ ଦ୍ୱାରା ଏହାର ସ୍ଥିତି କଦାପି ବଦଳିବ ନାହିଁ ।

ଯେତେବେଳେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା ହେଲା, ପ୍ରେସ କାଉନସିଲକୁ ଖତମ କରିଦିଆଯାଇଥିଲା । ଅର୍ଥାତ, ମୂଳ ଆଧାର କଥାଟିକୁ ହିଁ ମାରି ଦିଆଯାଇଥିଲା । ଏବଂ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏହା ବନ୍ଦ ରହିଲା । ପରେ ୧୯୭୮ରେ ଯେତେବେଳେ ମୋରାରଜୀ ଭାଇଙ୍କ ସରକାର ଆସିଲା, ସେତେବେଳେ ଏଇ ବ୍ୟବସ୍ଥାର ପୁନର୍ଜନ୍ମ ହେଲା ଏବଂ ସେତେବେଳେ ଗଣମାଧ୍ୟମ ପ୍ରତି ଖୁବ ଉଦାର ପରିବେଶ ଥିଲା । ପୁଣିଥରେ ୧୯୭୮ରୁ କାମ ଚାଲିଲା। ଏହାର ରୂପ ସେଇଥିରୁ ନିର୍ମାଣ ହେଲା । କିନ୍ତୁ ଆଜି ତାହା ସେହି ରୂପରେ ଚାଲିଆସୁଛି ।

ପ୍ରେସ କାଉନସିଲ ସହିତ ସଂଶ୍ଳିଷ୍ଟ ଥିବା, ପ୍ରେସ ସହ ସଂଶ୍ଳିଷ୍ଟ ଥିବା ଲୋକମାନଙ୍କର ଏହା ବି ଦାୟିତ୍ଵ ଯେ ଆମେ ଏଥର ସମୟାନୁକୂଳ ପରିବର୍ତ୍ତନ ଘଟାଇବା ଆବଶ୍ୟକ । ଏଥିପାଇଁ ଆମେ କଣ କଣ କରିପାରିବା, ସରକାରଙ୍କୁ ବି ପ୍ରଥମତଃ, ଆମର ଯେଉଁ ଦୈନିକ କ୍ଷେତ୍ର ସେଥିରେ ସରକାରଙ୍କୁ ଯାହା କହିବାର ଅଛି ତାହା ସରକାର କହିଚାଲନ୍ତୁ । କିନ୍ତ ଏହା ବ୍ୟତୀତ ସୁଦ୍ଧା ଆଉ ଏକ ବ୍ୟବସ୍ଥା ହୋଇପାରେ । ତାହା କଣ ? ଯେଉଁଥିରେ ସରକାରଙ୍କ ଜ୍ଞାତସାରରେ, ଏହି କାରଣରୁ କିପରି ସମସ୍ୟା ସୃଷ୍ଟି ହେଉଛି । ସରକାରଙ୍କର ସୂଚନା ଦେବାର ଉପାୟ ଯଦି ୩୦ ବର୍ଷର ପୁରୁଣା ହେବ, ତା ହେଲେ କେମିତି ଚାଲିବ ? କିନ୍ତୁ ସରକାରରେ ଏପରି ପରିବର୍ତ୍ତନ ଆଣିବା ସକାଶେ ବି, ସରକାରଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ନିମନ୍ତେ ମଧ୍ୟ ପ୍ରେସ କାଉନସିଲର ବରିଷ୍ଠ ଲୋକମାନେ ସହାୟତା କରିପାରିବେ । ସୂଚନା ଦେବାର ଉପାୟକୁ ଆମେମାନେ କିପରି ବଦଳାଇ ପାରିବା ?  ସେସବୁ ହେଲା ସରକାରଙ୍କ ଦାୟିତ୍ଵ ।

ଏକଥା ଠିକ ଯେ ସାମ୍ବାଦିକତାର ଆଉ ଏକ ଅନିବାର୍ଯ୍ୟ ଦିଗ ଏଇ ଆମେ ଯାହା ଦେଖାଯାଏ, ଯାହା ଶୁଣା ଯାଏ, ତା’ଠାରୁ ଅଧିକ କିଛି ଖୋଜିବାକୁ ପଡିଥାଏ । ଏହା ଏକ ମହତ୍ଵପୂର୍ଣ୍ଣ ଅଙ୍ଗ । ଏହାକୁ କଦାପି ଅସ୍ଵୀକାର କରାଯାଇପାରିବନାହିଁ । କିନ୍ତୁ ଅନ୍ୟୁନ ଯାହା ଶୁଣିବାକୁ ମିଳେ ତାହା ଦେଖିବାକୁ କିଛି ଢ଼ଙ୍ଗରେ ଦୃଶ୍ୟହେବା, ଉଚିତ ସମୟରେ ଶୁଣିବାକୁ ମିଳିବା ଓ ଦୃଶ୍ୟ ହେବା, ଏ ଦାୟିତ୍ଵ ମୁଖ୍ୟତଃ ସରକାରରେ ବସିଥିବା ଲୋକମାନଙ୍କର । କିନ୍ତୁ ମୁଁ ଲକ୍ଷ୍ୟ କରୁଛି, ଏହି କମ୍ୟୁନିକେସନ ବ୍ୟବଧାନକୁ, କାରଣ ପ୍ରତିଥର, ଯେହେତୁ ସାମ୍ବାଦିକତା ଜଗତର ଲୋକମାନଙ୍କ ସହ ମୋର ମିତ୍ରତା ବେଶ ପୁରୁଣା, ସେମାନଙ୍କ ନିକଟରୁ ଅଧିକାଂଶ ସମୟରେ ଶୁଣିବାକୁ ମିଳେ ଯେ – ଆରେ ଭାଇ, କଣ ସବୁ ଘଟିଚାଲିଛି ତାର କିଛି ଟେର ମିଳୁନି । ଏକଥା ଠିକ ଯେ ତାଙ୍କୁ ମାତ୍ର ୧୦% ସୂଚନା ଦରକାର । ଅବଶିଷ୍ଟ ୯୦ ପ୍ରତିଶତ ଲାଗି ସେ ଠିକଣା ସ୍ଥାନରେ ଯାଇ ପହଂଚିଯିବ । ନିଜେ ନିଜେ ସଂଗ୍ରହ କରିନେବ । ତାଙ୍କୁ କେବଳ ଜାଣିବା ଦରକାର ଯେ ଆଚ୍ଛା, ଏଇଆ ତା ହେଲେ ଚାଲିଛି । ତା ପରେ ସେ ସବୁ ସ୍ଥାନରେ ପହଂଚିଯାଇ ପାରିବେ । ତାଙ୍କର ଅଭିଯୋଗ କେବଳ ପ୍ରଥମ ୧୦ ପ୍ରତିଶତ ଲାଗି । କିନ୍ତୁ ଏହା ବି ଦୁର୍ଭାଗ୍ୟ ଯେ ସରକାରଙ୍କ ଭିତରେ ବି Selective leakage ହୋଇଯିବାର ସଉକ ରହିଛି । ଯିଏ ଭଲ ଓ ପ୍ରିୟ, ଯିଏ ସରକାରଙ୍କର ବାହାବା କରେ, ସେମାନଙ୍କୁ ଖବର ଦେଇଦିଅ । ସରକାରଙ୍କର ଇଏ ବି ଦୋଷ, ଦୁର୍ବଳତା, ପୁଣି ବେଳେବେଳେ ଗୁରୁତ୍ୱହୀନ ମନୋଭାବ, ଏଥିରେ ବି ପରିବର୍ତ୍ତନ ଆବଶ୍ୟକ ।

ପ୍ରେସ କାଉନସିଲରେ ଯଦି ଏଭଳି ଚର୍ଚ୍ଚା ହେଉଥାଆନ୍ତା, ଏବଂ ସେସବୁ ସରକାରଙ୍କ ଆଗରେ ରଖାଯାଆନ୍ତା, ସରକାର ଏ ଦିଗରେ କିଛି କରିପାରନ୍ତେ, ଅବା ନ କରନ୍ତେ ସେ କଥା ମୁଁ କହିପାରିବିନି । କିନ୍ତୁ କମ ସେ କମ ଏକଥା ତ ହେବା ଜରୁରୀ ଯେ ଭାଇ ଆମେ ମିଡିଆବାଲାଙ୍କୁ, ସକାଳୁ ସକାଳୁ ଉଠୁଉଠୁ ଅଭିଯୋଗ ରହିଥାଏ । ଆମ ଅଭିଯୋଗକୁ ତ ସରକାର ଶୁଣିବା ଦରକାର । ଏହା ଏକ ଟୁ-ୱେ ଚ୍ୟାନେଲ । ଯଦି ଏହି ଟୁ-ୱେ ଚ୍ୟାନେଲକୁ ଯଦି ଜୀବନ୍ତ, ସକିୟ ରଖାଯିବ ତେବେ ପରିବର୍ତ୍ତନର ଯେଉଁ ପ୍ରତୀକ୍ଷା ରହିଛି । ଉଭୟ ପକ୍ଷଙ୍କ ପ୍ରତୀକ୍ଷା ଏବଂ ତାର ସୁଫଳ ଜନତାଙ୍କୁ ବି ମିଳିବା ଦରକାର । ଏଭଳି ଲାଭ କୌଣସି କ୍ଷମତାସୀନ ଦଳ ଅଥବା କ୍ଷମତାଧାରୀ ରାଜନେତାଙ୍କୁ ନମିଳିବା ଦରକାର । ଯାହା ବି ସୁଫଳ ମିଳିବ ତାହା ଜନତାଙ୍କୁ ପ୍ରାପ୍ତ ହେବା ଜରୁରୀ ।  ଭବିଷ୍ୟତକୁ ଯିବା ବାଂଛନୀୟ । ଉଜ୍ଵଳ ଭବିଷ୍ୟତ ଲାଗି, ଯଦି ଆମେ ତାହା କରିପାରିବା ତେବେ ଏଭଳି ଅନୁଷ୍ଠାନ, ଏଭଳି ଅବସର କ୍ଵଚିତ ଆସିଥାଏ ଓ ଏପରି ସ୍ଵର୍ଣ୍ଣିମ ଅବସରକୁ ଆମେ ଉପଯୋଗ କରିବା ଦରକାର ।

ଆଜିକାଲି ପ୍ରେସ କି ମିଡିଆ ସହ ସଂଶ୍ଳିଷ୍ଟ ଲୋକ ଅନେକ ଅଛନ୍ତି । ନିକଟ ଅତୀତରେ  ଯେଉଁସବୁ ହତ୍ୟା ଖବର ଆସିଥିଲା, କେତେ ଭୟଙ୍କର ଥିଲା । ଯେ କୌଣସ ବ୍ୟକ୍ତିଙ୍କର ହତ୍ୟା ଖବର ଖୁବ ଦୁଃଖଦାୟକ । କିନ୍ତୁ ମିଡିଆବାଲାଙ୍କ ହତ୍ୟା ଏଇ କାରଣରୁ ହୋଇଥାଏ ଯେ ସେମାନେ ସତ୍ୟ ଉପରେ ଆଲୋକପାତ କରିବାର ଉଦ୍ୟମ କରିଥାନ୍ତି । ଏଭଳି ଘଟଣା ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥାଏ । ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଥାଏ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକରେ ଏକତ୍ର ହୋଇଥିଲି । ଖୁବ ଗୁରୁତ୍ଵର ସହ ଏହି ପ୍ରସଙ୍ଗକୁ ମୁଁ ସେମାନଙ୍କ ନିକଟରେ ରଖିଥିଲି । ଆମେ କେବଳ ସ୍ଵାଧୀନତାର ପକ୍ଷ ଗ୍ରହଣ କରୁଛେ । କେବଳ ଆମ ବିଚାରଧାରା ଦୃଷ୍ଟିରୁ ଏତିକି କହିଦେଲେ ଯଥେଷ୍ଟ ହେବନାହିଁ ।

ଆମ ସରକାରମାନଙ୍କର ଦାୟିତ୍ଵ ହେବା ଉଚିତ ଯେ ଏପରି କୌଣସି ଲୋକଙ୍କ ସହ ଯେତେବେଳେ କିଛି ଭୁଲ ଆଚରଣ ହେଉଛି ତାଙ୍କୁ ନ୍ୟାୟ ମିଳିବା ଜରୁରୀ । ସେମାନଙ୍କ ସୁରକ୍ଷା ଚିନ୍ତା ଆମେ କରିବା ଦରକାର । ଏବଂ ସରକାରଙ୍କ Priority ତାଲିକାରେ ଏହା ସ୍ଥାନ ପାଇବା ବାଂଛନୀୟ । ଅନ୍ୟଥା ସତ୍ୟକୁ ଚାପିଦେବାର ଏହା ଏକ ଭୟଙ୍କର ଉପାୟ ହୋଇ ଆମ ଆଗରେ ଉଭା ହେବ । ବେଳେବେଳେ କେହି ଯଦି ରାଗରେ କୌଣସି ମିଡିଆର ସମାଲୋଚନା କରିଦିଏ, ତେବେ ସେ କଥା ସ୍ଵତନ୍ତ୍ରତା ଅବଶ୍ୟ, ନକାରାତ୍ମକ ଅଂଶ । ତାଙ୍କୁ ସଭିଏଁ କ୍ଷମା କରିଦିଅନ୍ତି । କିନ୍ତୁ ଯଦି କେହି ହାତ ଉଠାଇ ଦିଏ, ଶରୀର ଉପରେ ପ୍ରହାର କରେ, ଏହା ତ ସବୁଠୁ ବଡ କ୍ରୁର ଜୁଲୁମ ଗଣମାଧ୍ୟମ ସ୍ଵାଧୀନତା ଉପରେ । ତେଣୁ ଏଥିପାଇଁ ସରକାରଙ୍କୁ ବି ଏହି ବିଷୟରେ ଏତେ ସମ୍ବେଦନଶୀଳ ହେବା, ଏହାକୁ ଗୁରୁତ୍ଵର ସହ ନେବା ବି ଏକାନ୍ତ ଆବଶ୍ୟକ । ଏହା ଖୁସିର କଥା ଯେ ଆଜି ଆମ ପ୍ରତିବେଶୀ ରାଷ୍ଟ୍ରର ମହାନୁଭବମାନେ ସୁଦ୍ଧା ଆମ ଗହଣରେ ଉପସ୍ଥିତ ଅଛନ୍ତି । କାରଣ ଗୋଟିଏ ଦୃଷ୍ଟିରୁ ବିଚାର କରି ଦେଖିଲେ ଆମେ ଆଜି ଏକ ବୃହତ ଜଗତରେ ଅବସ୍ଥାନ କରୁଛୁ । ଏହାର ପ୍ରଭାବର କୌଣସି ସୀମା ନାହିଁ । ଏହା ଦ୍ରୁତ ଗତିରେ ଆଗକୁ ଆଗେଇ ଚାଲିଛି । ଆମ ଭିତରେ ଯେତେ ଅଧିକ ସମନ୍ଵୟ ରହିବ ସେତେ ଭଲ ।

ନେପାଳରେ ସଂଘଟିତ ଭୂକମ୍ପ ଖବର ସମଗ୍ର ଭାରତକୁ ନେପାଳ ଆଡକୁ ଦୌଡିଯିବାକୁ ପ୍ରେରିତ କରିଥିଲା । କିନ୍ତୁ ଯଦି ଅନ୍ୟ କୌଣସ ଦେଶର ଏ ଖବର ହୋଇଥାନ୍ତା, ହଁ ଭାଇ, ଦୁଃଖଦ ଖବର, ଏମିତି ଘଟୁଛି । ଭାରତ ଯେତେଶୀଘ୍ର ନେପାଳରେ ସହାୟତା ପହଂଚାଇଲା ତାହା ସମ୍ଭବତଃ ହୋଇନଥାନ୍ତା । ପୁରା ସମାଜ ଏତେ ବ୍ୟଗ୍ରତାର ସହ ତାହା କରିନଥାନ୍ତା । କାରଣ ଲୋକଙ୍କୁ ଏ ଖବର ଜଣା ପଡିନଥାନ୍ତା । କିନ୍ତୁ ଯେମିତି ନେପାଳର ଭୂକମ୍ପ ଖବର ଆସିଲା, ଭାରତର ଗଣମାଧ୍ୟମ ନେପାଳ ଲୋକଙ୍କ ଦୁଃଖଦୁର୍ଦ୍ଦଶା କଥା ଦେଶର ପ୍ରତି ଲୋକଙ୍କ ନିକଟରେ ପହଂଚାଇଲେ । ସମେସ୍ତ ଭାବିଲେ, ନେପାଳ ପାଇଁ କିଛି କରିବାକୁ ହେବ । ଏହାର ଏକ ପରିବେଶ ସୃଷ୍ଟି ହେଲା । ମାନବତାର ଏକ ବିରାଟ କାର୍ଯ୍ୟ ସାଧିତ ହୋଇପାରିଲା । ତେଣୁ ଆଜିକାଲି ଆମ ଭିତରେ ଆଉ ସୀମା ହୋଇ ରହିନାହିଁ । ଗୋଟିଏ ଦୃଷ୍ଟିରୁ କହିବାକୁ ଗଲେ ଆମେ ପରସ୍ପରର ପରିପୂରକ ହୋଇସାରିଛୁ । ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା ଦରକାର । ଏହା ଦ୍ୱାରା ଏହି ଭୂଖଣ୍ଡରେ ପାରସ୍ପରିକ ସହଯୋଗର ଏକ ବାତାବରଣ ସୃଷ୍ଟି ହୋଇପାରିବ । ଏଭଳି ମିଳନରେ ଯଦି କିଛି କଥା ପରଖିବାର ଥାଏ, ତେବେ ପରଖାଯାଇପାରିବ ।

 

ବେଳେବେଳେ ପ୍ରତି ଦେଶରେ ତ ସବୁ ପ୍ରକାର ପ୍ରତିନିଧି ମହଜୁଦ ଥାଇନପାରନ୍ତି । କିନ୍ତୁ ପରସ୍ପର ମଧ୍ୟରେ ଯୋଗାଯୋଗ ହୋଇଥାଏ ସେମାନେ ପରସ୍ପର ସହ ଭାବ ବିନିମୟ କରନ୍ତି, ପଚାରନ୍ତି, ଆରେ ଭାଇ, ଏ କଥା ମୁଁ ଶୁଣିଥିଲି, କଣ ସତ୍ୟାସତ୍ୟ ମତେ କହିବକି । ଉତ୍ତର ମିଳେ ହଁ ଭାଇ, ଘଣ୍ଟେ ଅଧ ଘଣ୍ଟେ ଭିତରେ ଅନୁସନ୍ଧାନ ବା ଯାଞ୍ଚ କରି କହୁଛି । ଦେଖୁଛି, ମୋର ଦି-ତିନୋଟି ଉତ୍ସ(Source) ରହିଛି । ମୁଁ ଚେଷ୍ଟା କରୁଛି, ଆବଶ୍ୟକ ଯେ, ଆମ ମାନଙ୍କ ଭିତରେ ଏ ପ୍ରକାର ସମନ୍ଵୟ ଯେତିକି ବଢ଼ିବ, ବିଶେଷ କରି  ଆମ ପଡୋଶୀ ରାଷ୍ଟ୍ରମାନଙ୍କ ସହ ଯେଉଁଠି ଆମ ମିତ୍ରତାର ବ୍ୟବହାର ସର୍ବାଧିକ, ଯେଉଁମାନେ ଆମ ସୁଖ-ଦୁଃଖର ସାଥୀ, ସେମାନଙ୍କ ସହ ଆମେ ଯେତେ ଯୋଡି ହୋଇ ଚାଲିବା, ହୋଇପାରେ ଏହାଦ୍ୱାରା ଏହି ଭୂଖଣ୍ଡ ଲାଗି ଏବଂ ସମଗ୍ର ବିଶ୍ଵ ନିମନ୍ତେ ଏକ ସକାରାତ୍ମକ ଛବି ପ୍ରସ୍ତୁତ କରିପାରିବା ଏବଂ ଏହା ଆମ କାମରେ ଆସିବ ।

ସାମାଜିକ ଜୀବନରେ ଏକ ସୁସ୍ଥ ବାତାବରଣ ଏକାନ୍ତ ଆବଶ୍ୟକ ହୋଇ ପଡିଛି । ଏବଂ ସକାରାତ୍ମକ ପ୍ରତିଯୋଗିତାକୁ ଏ ପରିବର୍ତ୍ତନର କାରକ ଭାବେ ଗଣମାଧ୍ୟମ ବହୁତ ବଡ ସେବା କରିପାରିବ । ଆଜିକାଲି ଆପଣମାନେ ଲକ୍ଷ୍ୟ କରିପାରୁଥିବେ, India Todayତ ଅନେକ ପୂର୍ବରୁ ଆରମ୍ଭ କରିଥିଲା । ରାଜ୍ୟମାନଙ୍କ ମଧ୍ୟରେ ସେମାନଙ୍କ rating କରୁଥିଲେ ଯେ କେଉଁ ରାଜ୍ୟ କେଉଁ କେଉଁ କ୍ଷେତ୍ରରେ କି କି କାର୍ଯ୍ୟ ଓ ଅଗ୍ରଗତି କରୁଛି । ଏହା ଧୀରେ ଧୀରେ ରାଜ୍ୟମାନଙ୍କ ମଧ୍ୟରେ ଏକ benchmark ହେବାରେ ଲାଗିଛି ଯେ ଚାଲ ଭାଇ ଏଇ ଏଇ ଚାରିଟି କାର୍ଯ୍ୟରେ ଅନ୍ୟମାନଙ୍କ ଠାରୁ ପଛରେ ପଡିଛେ, ଆମେ ବି କିଛି କରିବା, ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବା ।

ଏହାର ଏକ ସକାରାତ୍ମକ ଅବଦାନ ରହିଛି । ଏଥିରେ ଏକ Healthy competition ର ବାତାବରଣ ସୃଷ୍ଟି କରାଯାଇପାରିଛି । ଆଜିକାଲି ମିଡିଆ ଦ୍ୱାରା ଯାହାକି ଅନେକ କ୍ଷେତ୍ରର ପ୍ରସଙ୍ଗ ନୁହେଁ, ସଫେଇକୁ ନେଇ ପୁରସ୍କାର ପ୍ରଦାନ କରିବା, ସଫେଇକୁ ନେଇ ଲୋକଙ୍କୁ ସମ୍ମାନିତ କରିବା, ସଫେଇକୁ ନେଇ ଜୁରୀ ବନେଇ କୌଣସି ସ୍ଥାନକୁ ଯିବା, ମିଡିଆ ଦ୍ୱାରା ଏସବୁ କାର୍ଯ୍ୟ କରାଯାଉଛି । ଏହା ସରକାରଙ୍କ ଦ୍ୱାରା ହେଉନାହିଁ । ମୁଁ ଭାବୁଛି ଏ ଯେଉଁ ବାତାବରଣ ସୃଷ୍ଟି ହୋଇଛି ଏହା ଭାରତକୁ ଏକ ନୂଆ ସାମର୍ଥ୍ୟ ଯୋଗାଇବ । ଏହା ଦ୍ଵାରା ଏକ ପ୍ରତିଯୋଗିତାମୂଳକ ଭାବନା ଉଦ୍ରେକ ହୋଇପାରିବ । ଏଭଳି ସୁସ୍ଥ ପ୍ରତିଯୋଗିତାର ସ୍ଵଭାବ ସୃଷ୍ଟି ଦ୍ଵାରା ରାଜ୍ୟମାନେ ପରସ୍ପର ମଧ୍ୟରେ ବିକାଶ ପାଇଁ ପ୍ରତିଦ୍ଵନ୍ଦ୍ୱିତା କରିବେ । ଆଚ୍ଛା, ଏ ରାଜ୍ୟ ଏପରି କଲା, ଆମେ ବି କରିବା । ସେ ସହର ସେପରି କଲା, ଆମେ ବି କରିବା । ଏହା ହିଁ ସକାରାତ୍ମକ ପରିବେଶ ।

ସ୍ଵଚ୍ଛତା ଅଭିଯାନରେ ତ ମିଡିଆର ଅବଦାନ(Contribution) ନିଶ୍ଚିତ ଭାବେ  ବଡ । କିନ୍ତୁ ଆମ ସାମାଜିକ ଜୀବନରେ ଉତ୍ତମ ଗୁଣର କୌଣସି କମି ନାହିଁ । ଏବଂ ଏକଥା ମୁଁ ପୂର୍ବରୁ ବି କହିଛି କେବଳ ଆଲୋଚନା ପ୍ରସଙ୍ଗରେ ନୁହେଁ, ଜୀବନର ବାସ୍ତବ ସତ୍ୟ ଆଧାରରେ କହିଛି, ଯେ ଯାହା ଟେଲିଭିଜନ ପର୍ଦ୍ଦା ଉପରେ ଦୃଶ୍ୟ ହେଉଛି, ଏ ଦେଶ ସେଭଳି ନୁହେଁ । ତାଠାରୁ ଏ ଦେଶ ଆହୁରି ବଡ । ଖବର କାଗଜ ପୃଷ୍ଠାରୁ ଚମକୁଥିବା ଲୋକ ଯେ ନେତା ସେକଥା ନୁହେଁ । ଯାହାଙ୍କ ନାମ ଖବରକାଗଜ ପୃଷ୍ଠାରେ କେବେ ବି ଛାପିନାହିଁ, ସେମାନେ ବି ସାମାଜିକ ଜୀବନରେ ଉତ୍ତମ ନେତୃତ୍ଵ ନେବାକୁ ସକ୍ଷମ । ତେଣୁ ସେଇଭଳି ଶକ୍ତି ଓ ସାମର୍ଥ୍ୟ ଥିବା ଲୋକମାନଙ୍କୁ ସମାଜର ଦୃଷ୍ଟିରୁ ଆଣିବା ଆବଶ୍ୟକ । ଭାରତ ଭଳି ଏକ ରାଷ୍ଟ୍ରରେ ଏଭଳି ଏକ ପ୍ରତିଯୋଗୀତାମୂଳକ ସକାରାତ୍ମକ ବାତାବରଣ ସୃଷ୍ଟି ହେବା ବାଂଛନୀୟ । ଏହାକୁ ଯଦି ଆମେ ବଳପ୍ରଦାନ କରିବା, ତା ହେଲେ ସମାଜକୁ ବି ଲାଗିବ, ଆରେ ଭାଇ, ଆମେ କିଛି ଭଲ କାମ କରିଦେଖାଇବା ।

ମୋର ବିଶ୍ଵାସ ଯେ ଆଜିର ଏ ଦିବସ ଆମ ସମସ୍ତଙ୍କୁ ଆତ୍ମ-ଚିନ୍ତନ ପାଇଁ ସୁଯୋଗ ଦେବ, ଅଧିକ ସଶକ୍ତ କରିବାରେ ସହାୟକ ହେବ, ମାନବୀୟ ମୂଲ୍ୟବୋଧର ସୁରକ୍ଷା ଦିଗରେ ସାହାଯ୍ୟ କରିବ, ଭାରତ ଭବିଷ୍ୟ ପିଢୀ ପାଇଁ ଆମେ ଏପରି ଏକ ବାତାବରଣ ପ୍ରସ୍ତୁତ କରି ରଖିବା ଯା’ଦ୍ଵାରା ମାନବୀୟ ମୂଲ୍ୟବୋଧର ସୁରକ୍ଷା ଲାଗି  ସେମାନଙ୍କ ସୁବିଧା ହେବ । ଆଜିର ଏହି ଅବସରରେ ମିଡିଆ ଜଗତର ସବୁ ସମର୍ପିତ ମହାନୁଭବମାନଙ୍କୁ ଏହି ଶବ୍ଦ ସହ ଅଭିନନ୍ଦନ ପୂର୍ବକ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.