ହର ହର ମହାଦେବ! ହର ହର ମହାଦେବ! ହର ହର ମହାଦେବ!

କାଶୀ କୋତୱାଲ କୀ ଜୟ, ମାତା ଅନ୍ନପୂର୍ଣ୍ଣା କୀ ଜୟ! ମା ଗଙ୍ଗା କୀ ଜୟ!

ଜୋ ବୋଲେ ସୋ ନିହାଲ, ସତ ଶ୍ରୀ ଅକାଲ! ନମୋ ବୁଦ୍ଧାୟ!

ସମସ୍ତ କାଶୀବାସୀଙ୍କୁ ଓ ଦେଶବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା, ଦେବ ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ସମସ୍ତଙ୍କୁ ଗୁରୁନାନକ ଦେବଜୀଙ୍କ ପ୍ରକାଶ ପର୍ବର ମଧ୍ୟ ବହୁତ–ବହୁତ ଶୁଭେଚ୍ଛା ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀମାନ ରାଧାମୋହନ ସିଂହ ମହାଶୟ, ୟୁପି ସରକାରରେ ମନ୍ତ୍ରୀ ଭାଇ ଆଶୁତୋଷ ମହାଶୟ, ରବିନ୍ଦ୍ର ଜୈସ୍ୱାଲ ମହାଶୟ, ନୀଳକଣ୍ଠ ତିୱାରୀ ମହାଶୟ, ପ୍ରଦେଶ ଭାଜପାର ଅଧ୍ୟକ୍ଷ ଭାଇ ସ୍ୱତନ୍ତ୍ର ଦେବ ସିଂହ ମହାଶୟ, ବିଧାୟକ ସୌରଭ ଶ୍ରୀବାସ୍ତବ ମହାଶୟ, ବିଧାନ ପରିଷଦର ସଦସ୍ୟ ଭାଇ ଅଶୋକ ଧୱନ ମହାଶୟ, ସ୍ଥାନୀୟ ଭାଜପାର ମହେଶଚନ୍ଦ୍ର ଶ୍ରୀବାସ୍ତବ ମହାଶୟ, ବିଦ୍ୟାସାଗର ରାୟ ମହାଶୟ, ଅନ୍ୟ ସମସ୍ତ ବରିଷ୍ଠ ମହାନୁଭବ ଏବଂ ମୋର କାଶୀର ପ୍ରିୟ ଭାଇ ଓ ଭଉଣୀମାନେ,

ନାରାୟଣଙ୍କ ବିଶେଷ ମାସ ଭାବେ ପାଳନ କରାଯାଉଥିବା ପୁଣ୍ୟ କାର୍ତ୍ତିକ ମାସରେ ଅନାଦି କାଳରୁ ଗଙ୍ଗାରେ ବୁଡ଼ ପକାଇବା ଓ ଦାନ– ପୁଣ୍ୟ କରିବାର ମହତ୍ୱ ରହିଛି । ବର୍ଷ ବର୍ଷ ଧରି ଶ୍ରଦ୍ଧାଳୁମାନେ କିଏ ପଞ୍ଚଗଙ୍ଗା ଘାଟ ପୁଣି କିଏ ଦଶାଶ୍ୱମେଧ, ଶୀତଳା ଘାଟ ଅବା ଅସ୍ସୀରେ ବୁଡ଼ ପକାଇ ଥାଆନ୍ତି । ସଂପୂର୍ଣ୍ଣ ଗଙ୍ଗାକୂଳ ଏବଂ ଗୋଦୌଲିୟାର ହରସୁନ୍ଦରୀ, ଜ୍ଞାନବାପୀ ଧର୍ମଶାଳା ଭରି ଯାଇଥାଏ । ପଣ୍ଡିତ ରାମକିଙ୍କର ମହାରାଜ ସଂପୂର୍ଣ୍ଣ କାର୍ତ୍ତିକ ମାସରେ ବାବା ବିଶ୍ୱନାଥଙ୍କର ରାମକଥା ଶୁଣାଇ ଥାଆନ୍ତି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଲୋକ ତାଙ୍କର କଥା ଶୁଣି ଥାଆନ୍ତି ।

କରୋନା ସମୟରେ ଯଦିଓ ବହୁତ କିଛି ବଦଳିଯାଇଛି, କିନ୍ତୁ କାଶୀର ଏହି ଉର୍ଜ୍ଜା କାଶୀର ଏହି ଶକ୍ତିକୁ କେହି କୌଣସି ମତେ ପ୍ରତିରୋଧ କରି ପାରିବେ କି ? ସକାଳ ଠାରୁ ହିଁ କାଶୀବାସୀ ସ୍ନାନ, ଧ୍ୟାନ ଏବଂ ଦାନରେ ହିଁ ଲାଗିଥାଆନ୍ତି । କାଶୀ ହେଉଛି ଜୀବନ୍ତ । କାଶୀର ଗଳିକନ୍ଦିରେ ଉର୍ଜ୍ଜା ଭରି ରହିଛି । କାଶୀର ଘାଟ ସେହିଭଳି ଭାବେ ବିଦ୍ୟମାନ ରହିଛି । ଏହା ହେଉଛି ମୋର ଅବିନାଶୀ କାଶୀ ।

ସାଥୀଗଣ,

ମାଆ ଗଙ୍ଗାଙ୍କ ସାନ୍ନିଧ୍ୟରେ କାଶୀ ପ୍ରକାଶର ଉତ୍ସବ ପାଳନ କରୁଛି ଆଉ ମୋତେ ମଧ୍ୟ ମହାଦେବଙ୍କ ଆଶୀର୍ବାଦରୁ ଏହି ପ୍ରକାଶ ଗଙ୍ଗାରେ ବୁଡ଼ ପକାଇବାର ସୌଭାଗ୍ୟ ମିଳିଛି । ଆଜି ଦିନରେ କାଶୀରେ ଛଅ ଲେନ୍ ରାଜପଥର ଲୋକାର୍ପଣ କାର୍ଯ୍ୟରେ ଉପସ୍ଥିତ ରହିବାର ସୁଯୋଗ ମିଳିଲା । ସନ୍ଧ୍ୟାରେ ଦେବ ଦୀପାବଳିର ଦର୍ଶନ କରୁଛି । ଏଠାକୁ ଆସିବା ପୂର୍ବରୁ କାଶୀ ବିଶ୍ୱନାଥ କରିଡର ମଧ୍ୟ ଯିବାର ସୁଯୋଗ ମୋତେ ମିଳିଲା ଆଉ ଏବେ ରାତିରେ ସାରନାଥରେ ଲେଜର ଶୋ’ର ମଧ୍ୟ ସାକ୍ଷୀ ପାଲଟିବାକୁ ଯାଉଛି । ମୁଁ ଏହାକୁ ମହାଦେବଙ୍କ ଆଶୀର୍ବାଦ ଏବଂ ଆପଣ ସମସ୍ତ କାଶୀବାସୀଙ୍କର ବିଶେଷ ସ୍ନେହ ବୋଲି ଭାବୁଛି ।

ସାଥୀଗଣ,

କାଶୀ ପାଇଁ ମଧ୍ୟ ଆଜି ହେଉଛି ଆଉ ଏକ ବିଶେଷ ଅବସର! ଆପଣମାନେ ଶୁଣିଥିବେ, କାଲି ମନ୍ କୀ ବାତରେ ମଧ୍ୟ ମୁଁ ଏହାର ଆଲୋଚନା କରିଥିଲି ଆଉ ଏବେ ଯୋଗୀ ମହାଶୟ ବଡ଼ ଉଚ୍ଚ ସ୍ୱରରେ ସେହି କଥାକୁ ଦୋହରାଇଛନ୍ତି । 100 ବର୍ଷ ପୂର୍ବରୁ ମାତା ଅନ୍ନପୂର୍ଣ୍ଣାଙ୍କ ଯେଉଁ ମୂର୍ତ୍ତି କାଶୀରୁ ଚୋରି ହୋଇ ଯାଇଥିଲା, ତାହା ଏବେ ପୁଣି ଫେରି ଆସୁଛି । ମାତା ଅନ୍ନପୂର୍ଣ୍ଣା ପୁଣିଥରେ ନିଜ ଘରକୁ ଫେରି ଆସୁଛନ୍ତି । କାଶୀ ପାଇଁ ଏହା ହେଉଛି ବଡ଼ ସୌଭାଗ୍ୟର କଥା । ଆମର ଦେବୀ ଦେବତାମାନଙ୍କର ଏହି ପ୍ରାଚୀନ ମୂର୍ତ୍ତିଗୁଡ଼ିକ ଆମର ଆସ୍ଥାର ପ୍ରତୀକ ସହିତ ହେଉଛି ଆମର ଅତୁଲ୍ୟ ପରମ୍ପରା । ଏକଥା ମଧ୍ୟ ସତ୍ୟ ଯେ ଯଦି ଏତିକି ପ୍ରୟାସ ପୂର୍ବରୁ କରାଯାଇ ଥାଆନ୍ତା, ତେବେ ଏହିଭଳି କେତେ ମୂର୍ତ୍ତି ଦେଶକୁ କେତେ ଦିନ ପୂର୍ବରୁ ଫେରି ଆସିଥାଆନ୍ତା । କିନ୍ତୁ କିଛି ଲୋକଙ୍କର ଚିନ୍ତାଧାରା ଭିନ୍ନ ରହିଛି । ଆମପାଇଁ ପରମ୍ପରାର ଅର୍ଥ ହେଉଛି ଦେଶର ଐତିହ୍ୟ । ଯେତେବେଳେ କି କିଛି ଲୋକଙ୍କ ପାଇଁ ପରମ୍ପରାର ଅର୍ଥ ହେଉଛି ନିଜ ପରିବାରର ନାମ । ଆମପାଇଁ ପରମ୍ପରାର ଅର୍ଥ ହେଉଛି ଆମର ସଂସ୍କୃତି, ଆମର ଆସ୍ଥା, ଆମର ମୂଲ୍ୟବୋଧ! ସେମାନଙ୍କ ପାଇଁ ପରମ୍ପରାର ଅର୍ଥ ହେଉଛି ନିଜର ପ୍ରତିମୂର୍ତ୍ତି, ନିଜ ପରିବାରର ପ୍ରତିଛବି । ଏଥିପାଇଁ ସେମାନଙ୍କର ଧ୍ୟାନ ପରିବାରର ପରମ୍ପରାକୁ ବଂଚାଇବା ପାଇଁ ରହିଥିଲା, ଆମର ଧ୍ୟାନ ଦେଶର ପରମ୍ପରାକୁ ବଂଚାଇ ରଖିବା, ତାକୁ ସଂରକ୍ଷିତ କରି ରଖିବା ଉପରେ ଅଛି । ମୋର କାଶୀବାସୀମାନେ କୁହନ୍ତୁ, ମୁଁ ସଠିକ ପଥରେ ଅଛି ନା? ମୁଁ ଠିକ୍ କରୁଛି ନା? ଦେଖନ୍ତୁ ଆପଣଙ୍କ ଆଶୀର୍ବାଦରେ ହିଁ ସବୁକିଛି ହେଉଛି । ଆଜି ଯେତେବେଳେ କାଶୀର ପରମ୍ପରା ଫେରି ଆସିଛି, ତେବେ ଏପରି ଲାଗୁଛି ଯେପରି କାଶୀ, ମାତା ଅନ୍ନପୂର୍ଣ୍ଣାଙ୍କ ଆଗମନ ଖବର ଶୁଣି ସଜେଇ ହୋଇଯାଇଛି ।

ସାଥୀଗଣ,

ଲକ୍ଷ–ଲକ୍ଷ ଦୀପରେ କାଶୀର ଚୌରାସୀ ଘାଟ ପ୍ରଜ୍ୱଳିତ ହେବାର ଦୃଶ୍ୟ ହେଉଛି ଅଦ୍ଭୁତ । ଗଙ୍ଗାର ଲହରୀରେ ଏହି ଆଲୋକ ଏହି ଆଭାକୁ ଆହୁରି ମଧ୍ୟ ଅଲୌକିକ କରି ଦେଉଛି ଏବଂ କିଏ ସାକ୍ଷୀ ହୋଇ ରହିଛି ଦେଖନ୍ତୁ ନା । ଏପରି ଲାଗୁଛି ଯେପରି ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେବ ଦୀପାବଳି ପାଳନ କରୁଥିବା କାଶୀ ମହାଦେବଙ୍କ ମସ୍ତକରେ ଶୋଭା ପାଉଥିବା ଚନ୍ଦ୍ରମାଙ୍କ ଭଳି ଚମକି ଉଠିଛି । କାଶୀର ମହିମା ହେଉଛି ଏହିଭଳି । ଆମର ଶାସ୍ତ୍ରରେ କୁହାଯାଇଛି – ‘କାଶ୍ୟାଂ ହି କାଶତେ କାଶୀ ସର୍ବପ୍ରକାଶିକା’ । ଅର୍ଥାତ କାଶୀ ଆତ୍ମଜ୍ଞାନ ଦ୍ୱାରା ପ୍ରକାଶିତ ହୋଇଥାଏ, ଏଥିପାଇଁ କାଶୀ ସମସ୍ତଙ୍କୁ ସମଗ୍ର ବିଶ୍ୱକୁ ଆଲୋକ ପ୍ରଦାନ କରିବାକୁ ଯାଉଛି, ପଥ ପ୍ରଦର୍ଶକ ହେବାକୁ ଯାଉଛି । ପ୍ରତ୍ୟେକ ଯୁଗରେ କାଶୀର ଏହି ଆଲୋକ ଦ୍ୱାରା କୌଣସି ନା କୌଣସି ମହାପୁରୁଷଙ୍କର ତପସ୍ୟା ଯୋଡ଼ି ହୋଇଥାଏ ଆଉ କାଶୀ ସାରା ବିଶ୍ୱକୁ ପଥ ଦେଖାଇ ଆସିଛି । ଆଜି ଆମେ ସମସ୍ତେ ଯେଉଁ ଦେବ ଦୀପାବଳିର ଦର୍ଶନ କରୁଛୁ, ଏହାର ପ୍ରେରଣା ପ୍ରଥମେ ପଞ୍ଚଗଙ୍ଗା ଘାଟରେ ସ୍ୱୟଂ ଆଦି ଶଙ୍କରାଚାର୍ଯ୍ୟ ଜୀ ଦେଇଥିଲେ । ପରେ ଅହଲ୍ୟାବାଈ ହୋଲକର ମହାଶୟା ଏହି ପରମ୍ପରାକୁ ଆଗକୁ ବଢ଼ାଇଥିଲେ । ପଞ୍ଚଗଙ୍ଗା ଘାଟରେ ଅହଲ୍ୟାବାଈ ହୋଲକର ମହାଶୟାଙ୍କ ଦ୍ୱାରା, ତାଙ୍କ ଦ୍ୱାରା ସ୍ଥାପିତ 1000 ଦୀପର ପ୍ରକାଶ ସ୍ତମ୍ଭ ଆଜି ମଧ୍ୟ ଏହି ପରମ୍ପରାର ସାକ୍ଷୀ ରହିଛି ।

ସାଥୀଗଣ,

କୁହାଯାଏ କି ଯେତେବେଳେ ତ୍ରିପୁରାସୁର ନାମକ ଦୈତ୍ୟ ସାରା ସଂସାରକୁ ଆତଙ୍କିତ କରି ଦେଇଥିଲା, ଭଗବାନ ଶିବ କାର୍ତ୍ତିକ ପୂର୍ଣ୍ଣିମା ଦିନରେ ତାହାର ବିନାଶ କରିଥିଲେ । ଆତଙ୍କ, ଅତ୍ୟାଚାର ଏବଂ ଅନ୍ଧକାରର ସେହି ଅନ୍ତରେ ଦେବତାମାନେ ମହାଦେବଙ୍କ ନଗରୀକୁ ଆସି ଦୀପ ଜଳାଇଥିଲେ, ଦୀୱାଲୀ ପାଳନ କରିଥିଲେ, ଦେବତାମାନଙ୍କର ସେହି ଦୀପାବଳି ହିଁ ହେଉଛି ଦେବ ଦୀପାବଳି । କିନ୍ତୁ କେଉଁମାନେ ଏହି ଦେବତା ଥିଲେ? ଏହି ଦେବତାମାନେ ଆଜି ଅଛନ୍ତି, ଆଜି ମଧ୍ୟ ବନାରସରେ ଦୀପାବଳି ପାଳନ କରୁଛନ୍ତି । ଆମର ମହାପୁରୁଷମାନେ, ସନ୍ଥମାନେ ଲେଖିଛନ୍ତି– ‘ଲୋକ ବେହତ୍ ବିଦିତ ବନାରସୀ କୀ ବଡ଼ାଇ, ବାସୀ ନର–ନାରୀ ଇସ୍ ଅମ୍ବିକା–ସ୍ୱରୂପ ହୈ ।’ ଅର୍ଥାତ କାଶୀର ଲୋକ ହିଁ ହେଉଛନ୍ତି ଦେବ ସ୍ୱରୂପ । କାଶୀର ନରନାରୀ ହେଉଛନ୍ତି ଦେବୀ ଏବଂ ଶିବଙ୍କ ସ୍ୱରୂପ, ଏଥିପାଇଁ ସେହି ଚୌରାଶୀ ଘାଟରେ, ଏହି ଲକ୍ଷ–ଲକ୍ଷ ଦୀପକୁ ଆଜି ମଧ୍ୟ ଦେବତାମନେ ହିଁ ପ୍ରଜ୍ଜ୍ୱଳିତ କରୁଛନ୍ତି, ଦେବତାମାନେ ହିଁ ଏହି ଆଲୋକ ବିଚ୍ଛୁରିତ କରୁଛନ୍ତି । ଆଜିର ଏହି ଦୀପକ ସେହି ଆରାଧ୍ୟଙ୍କ ପାଇଁ ମଧ୍ୟ ଜଳୁଛି, ଯେଉଁମାନେ ଦେଶପାଇଁ ନିଜର ପ୍ରାଣ ଉତ୍ସର୍ଗ କରିଥିଲେ, ଯେଉଁମାନେ ଜନ୍ମଭୂମି ପାଇଁ ବଳିଦାନ ଦେଲେ, କାଶୀର ଏହି ଭାବନା ଦେବ ଦୀପାବଳିର ଏହି ପରମ୍ପରାକୁ ଏହି ପକ୍ଷ ଭାବୁକ କରି ଦେଉଛି । ଏହି ଅବସରରେ ମୁଁ ଦେଶର ସୁରକ୍ଷାରେ ନିଜର ବଳୀଦାନ ଦେଉଥିବା, ନିଜର ଯୌବନକୁ ସମର୍ପଣ କରୁଥିବା ନିଜ ସ୍ୱପ୍ନକୁ ମାଆ ଭାରତୀର ଚରଣରେ ସମର୍ପଣ କରି ଦେଇଥିବା ଆମର ସନ୍ତାନମାନଙ୍କୁ ପ୍ରଣାମ କରୁଛି ।

ସାଥୀଗଣ,

ହୁଏତ ସେ ସୀମାରେ ଅନୁପ୍ରବେଶ ଉଦ୍ୟମ ହେଉ, ବିସ୍ତରବାଦୀ ଶକ୍ତିମାନଙ୍କ ଦଃସାହସ ହେଉ ଅବା ପୁଣି ଦେଶ ଭିତରେ ଦେଶକୁ ଭାଗ ଭାଗ କରିବାର ପ୍ରୟାସ ଭଳି ଷଡଯନ୍ତ୍ରର ଉଚିତ ଜବାବ ଦେଉଛି । କିନ୍ତୁ ଏହା ସହିତ ହିଁ ଦେଶ ଗରିବୀ, ଅନ୍ୟାୟ ଏବଂ ଭେଦଭାବର ଅନ୍ଧକାର ବିରୁଦ୍ଧରେ ମଧ୍ୟ ପରିବର୍ତ୍ତନ ପାଇଁ ପରିବର୍ତ୍ତନର ଦୀପ ଜଳାଉଛି । ଆଜି ଗରିବଙ୍କୁ ସେମାନଙ୍କର ଜିଲ୍ଲାରେ, ସେମାନଙ୍କ ଗାଁରେ ରୋଜଗାର ଦେବା ପାଇଁ  ପ୍ରଧାନମନ୍ତ୍ରୀ ରୋଜଗାର ଅଭିଯାନ ଚାଲୁ ରହିଛି । ଆଜି ଗାଁରେ ସ୍ୱାମିତ୍ୱ ଯୋଜନା ଅଧୀନରେ ସାଧାରଣ ମଣିଷଙ୍କୁ ସେମାନଙ୍କୁ ଘର–ଜମିବାଡିର ଆଇନଗତ ଅଧିକାର ଦିଆଯାଉଛି । ଆଜି କୃଷକମାନଙ୍କୁ ମଧ୍ୟସ୍ଥି ବା ଦଲାଲ ଏବଂ ଶୋଷଣ କରୁଥିବା ଲୋକଙ୍କଠାରୁ ସ୍ୱାଧୀନତା ମିଳୁଛି । ଆଜି ରାସ୍ତାକଡ଼ର ବୁଲା ବିକାଳୀ, ଠେଲା ଲଗାଇ ବିକୁଥିବା ଲୋକଙ୍କୁ ମଧ୍ୟ ସହାୟତା ଏବଂ ପୁଞ୍ଜି ଦେବା ପାଇଁ ବ୍ୟାଙ୍କ, ଆଗକୁ ଆସି ସହାୟତା ଦେଉଛି । ଏବେ କିଛି ଦିନ ପୂର୍ବେ ହିଁ ମୁଁ ‘ସ୍ୱନିଧି ଯୋଜନା’ର ହିତାଧିକାରୀଙ୍କ ମଧ୍ୟରୁ କାଶୀର କେତେଜଣଙ୍କ ସହ କଥା ହୋଇଥିଲି । ଏହା ସହିତ ହିଁ, ଆଜି ଆତ୍ମନିର୍ଭର ଭାରତ ଅଭିଯାନ ସହିତ ଅଗ୍ରସର ହୋଇ ଦେଶ ଲୋକାଲ ପାଇଁ ଭୋକାଲ ମଧ୍ୟ ହେଉଛି, ହେଉଛି କି ହେଉ ନାହିଁ? ବାରମ୍ବାର ମନେ ରଖୁଛ ନା ଭୁଲି ଯାଉଛ ମୋ ଯିବା ପରେ? ମୁଁ କହିବି ଭୋକାଲ ଫର ଆପଣମାନେ କହିବେ ଲୋକାଲ, କହିବେ ନା? ଭୋକାଲ ଫର ଲୋକାଲେ । ଚଳିତ ଥରର ପର୍ବ, ଚଳିତ ଥରର ଦୀପାବଳି ଯେପରି ପାଳନ କରାଗଲା, ଯେପରି ଦେଶର ଲୋକମାନେ ସ୍ଥାନୀୟ ଉତ୍ପାଦ, ସ୍ଥାନୀୟ ଉପହାର ସହିତ ନିଜର ଉତ୍ସବ ପାଳନ କଲେ ତାହା ବାସ୍ତବରେ ହେଉଛି ପ୍ରେରଣାଦାୟୀ । କନ୍ତୁ ଏହା କେବଳ ଉତ୍ସବ ପାଇଁ ନୁହେଁ, ଏହା ଆମର ଜୀବନର ଅଂଶ ହେବା ଉଚିତ । ଆମର ପ୍ରୟାସ ସହିତ ଆମର ପର୍ବ ମଧ୍ୟ ପୁଣି ଥରେ ଗରିବଙ୍କ ସେବାର ମାଧ୍ୟମ ପାଲଟି ଯାଉଛି ।

ସାଥୀଗଣ,

ଗୁରୁନାନକ ଦେବଜୀ ନିଜର ସମ୍ପୂର୍ଣ୍ଣ ଜୀବନ ହିଁ ଗରିବ, ଶୋଷିତ, ବଂଚିତଙ୍କ ସେବାରେ ସମର୍ପିତ କରିଥିଲେ । କାଶୀର ଗୁରୁ ନାନକ ଦେବ ଜୀଙ୍କ ସହିତ ଆତ୍ମୀୟ ସମ୍ବନ୍ଧ ମଧ୍ୟ ଥିଲା । କାଶୀର ଗୁରୁୱାଗ ଗୁରୁଦ୍ୱାରା ହେଉଛି ସେହି ଐତିହାସିକ ସମୟର ସାକ୍ଷୀ ଯେତେବେଳେ ଗୁରୁନାନକ ଦେବ ଜୀ ଏଠାକୁ ଆସିଥିଲେ ଏବଂ କାଶୀବାସୀଙ୍କୁ ନୂତନ ପଥ ଦେଖାଇଥିଲେ । ଆଜି ଆମେ ସଂସ୍କାରର କଥା କହୁଛେ, କିନ୍ତୁ ସମାଜ ଏବଂ ବ୍ୟବସ୍ଥାରେ ସଂସ୍କାରର ବହୁତ ବଡ଼ ପ୍ରତୀକ ହିଁ ସ୍ୱୟଂ ଗୁରୁ ନାନକ ଦେବ ଜୀ ଥିଲେ । ଆଉ ଆମେ ଏହା ମଧ୍ୟ ଦେଖିଛୁ କି ଯେତେବେଳେ ସମାଜର ହିତରେ, ରାଷ୍ଟ୍ର ହିତରେ ପରିବର୍ତ୍ତନ ହୋଇଥାଏ, ସେତେବେଳେ ଜଣାତରେ–ଅଜଣାତରେ ବିରୋଧର ସ୍ୱର ନିଶ୍ଚୟ ଉଠିଥାଏ । କିନ୍ତୁ ଯେତେବେଳେ ସେହି ସଂସ୍କାରର ସାର୍ଥକତା  ସାମ୍ନାକୁ ଆସିଥାଏ, ସେତେବେଳେ ସବୁକିଛି ଠିକ୍ ହୋଇଯାଇଥାଏ । ଏହି ଶିକ୍ଷା ଆମକୁ ଗୁରୁନାନକ ଦେବ ଜୀଙ୍କ ଜୀବନରୁ ମିଳିଛି ।

ସାଥୀଗଣ,

କାଶୀ ପାଇଁ ଯେତେବେଳେ ବିକାଶର କାର୍ଯ୍ୟ ଆରମ୍ଭ ହୋଇଥିଲା, ବିରୋଧ କରିବା ବାଲା ନା କେବଳ ବିରୋଧ କରିବା ପାଇଁ, କରିଥିଲେ ନା କରି ନ ଥିଲେ? କରି ଥିଲେ ନା? ଆପଣମାନଙ୍କର ମନେ ଥିବ, ଯେତେବେଳେ କାଶୀ ସ୍ଥିର କରି ଥିଲା ଯେ, ବାବାଙ୍କ ଦରବାର ପର୍ଯ୍ୟନ୍ତ ବିଶ୍ୱନାଥ କରିଡର ନିର୍ମାଣ ହେବ, ଭବ୍ୟତା, ଦିବ୍ୟତା, ସହିତ ଶ୍ରଦ୍ଧାଳୁମାନଙ୍କର ସୁବିଧାକୁ ମଧ୍ୟ ବୃଦ୍ଧି କରାଯିବ, ବିରୋଧ କରିବା ବାଲା ସେତେବେଳେ ଏହାକୁ ନେଇ ମଧ୍ୟ ବହୁତ କିଛି କହିଥିଲେ । ବହୁତ କିଛି ମଧ୍ୟ କରିଥିଲେ । କିନ୍ତୁ ଆଜି ବାବାଙ୍କ କୃପାରୁ କାଶୀର ଗୌରବ ପୁନର୍ଜୀବିତ  ହେଉଛି । ଶତାବ୍ଦି ଶତାବ୍ଦି ପୂର୍ବେ,  ବାବାଙ୍କ ଦରବାରର ମା ଗଙ୍ଗାଙ୍କ ପର୍ଯ୍ୟନ୍ତ ଯେଉଁ ସିଧା ସମ୍ବନ୍ଧ ଥିଲା, ତାହା ପୁଣି ଥରେ ସ୍ଥାପିତ ହେଉଛି ।

ସାଥୀଗଣ,

ଭଲ ଉଦ୍ଦେଶ୍ୟରେ ଯେତେବେଳେ ଭଲ କାର୍ଯ୍ୟ କରାଯାଇଥାଏ, ସେତେବେଳେ ବିରୋଧ ସତ୍ୱେ  ତାହାର ମଧ୍ୟ ସିଦ୍ଧି ହୋଇଥାଏ । ଅଯୋଧ୍ୟାରେ ଶ୍ରାରାମ ମନ୍ଦିରଠାରୁ ବଡ଼ ଏହାର ଅନ୍ୟ କୌଣସି ଉଦାହରଣ କ’ଣ ହୋଇପାରେ? ଦଶକ ଦଶକ ଧରି ଏହି ପବିତ୍ର କାର୍ଯ୍ୟକୁ ଅଟକାଇ ରଖିବା, ଲୋକଙ୍କୁ ଭ୍ରମିତ କରିବା ପାଇଁ କ’ଣ କିଛି କରାଗଲା ନାହିଁ? କିଭଳି କିଭଳି ଭୟ ସୃଷ୍ଟି କରିବାର ପ୍ରୟାସ କରାଗଲା! କିନ୍ତୁ ଯେତେବେଳ ଶ୍ରୀରାମ ଚନ୍ଦ୍ର ଇଚ୍ଛା କଲେ, ସେତେବେଳେ ମନ୍ଦିର ନିର୍ମାଣ ହେଉଛି ।

ସାଥୀଗଣ,

ଅଯୋଧ୍ୟା, କାଶୀ ଏବଂ ପ୍ରୟାଗର ଏହି କ୍ଷେତ୍ରରେ ଆଜି ଆଧ୍ୟାତ୍ମିକତାର ସହିତ ପର୍ଯ୍ୟଟନର ଅପାର ସମ୍ଭାବନାଗୁଡିକ ସହିତ ପ୍ରସ୍ତୁତ ହେଉଛି । ଅଯୋଧ୍ୟାରେ ଯେଉଁ ଦ୍ରୁତ ଗତିରେ ବିକାଶ ହେଉଛି, ପ୍ରୟାଗରାଜରେ ଯେଉଁଭଳି ଭାବେ କୁମ୍ଭମେଳାର ଆୟୋଜନ ଦେଖିଛନ୍ତି, ଏବଂ କାଶୀ ଆଜି ଯେଉଁଭଳି ଭାବେ ବିକାଶ ପଥରେ ଅଗ୍ରସର ହେଉଛି, ତାହାଦ୍ୱାରା ସାରା ବିଶ୍ୱର ପର୍ଯ୍ୟଟକ ଆଜି ଏହି କ୍ଷେତ୍ର ଆଡକୁ ଦେଖୁଛନ୍ତି । ବନାରସରେ କାଶୀ ବିଶ୍ୱନାଥ ମନ୍ଦିର ଅଂଚଳ ସହିତ ଦୁର୍ଗାକୁଣ୍ଡ ଭଳି ସନାତନ ମହତ୍ୱର ସ୍ଥଳଗୁଡିକର ମଧ୍ୟ ବିକାଶ କରାଯାଇଛି । ଅନ୍ୟାନ୍ୟ ମନ୍ଦିରଗୁଡିକ ଏବଂ ପରିକ୍ରମା ପଥ ଗୁଡିକୁ ମଧ୍ୟ ସଜଡା ଯାଉଛି । ଘାଟ ଗୁଡିକର ପ୍ରତିଛବି ଦ୍ରୁତ ଗତିରେ ହିଁ ବଦଳି ଯାଇଛି, ସେଥିରେ ସୁବହ–ଏ–ବନାରସକୁ ମଧ୍ୟ ଅଲୌକିକ ଆଭା ଦିଆଯାଇଛି । ମା ଗଙ୍ଗାଙ୍କ ଜଳ ମଧ୍ୟ ନିର୍ମଳ ହେଉଛି । ଏହା ହିଁ ହେଉଛି ପ୍ରାଚୀନ କାଶୀର ସନାନତ ଅବତାର, ଏହା ହିଁ ହେଉଛି ବନାରସର ସଦାସର୍ବଦା ଅତୁଟ ରହିବା ଭଳି ରସ ।

ସାଥୀଗଣ,

ଏବେ ଏଠାରୁ ଭଗବାନ ବୁଦ୍ଧଙ୍କ ସ୍ଥଳୀ ସାରନାଥ ଯିବି । ସାରନାଥରେ ସନ୍ଧ୍ୟା ସମୟରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଲୋକ ଶିକ୍ଷା ପାଇଁ ମଧ୍ୟ ଆପଣମାନଙ୍କର ଦୀର୍ଘ ସମୟର ଯେଉଁ ଦାବି ଥିଲା ତାହା ଏବେ ପୂରଣ ହୋଇ ଯାଇଛି । ଲେଜର ଶୋ’ରେ ଏବେ  ଭଗବାନ ବୁଦ୍ଧଙ୍କ କରୁଣା, ଦୟା ଏବଂ ଅହିଂସାର ସନ୍ଦେଶ ସାକାର ହେବ । ଏହି ସନ୍ଦେଶ ଆଜି ଆହୁରି ମଧ୍ୟ ପ୍ରାସଙ୍ଗିକ ହୋଇ ଯାଇଛି, ଯେତେବେଳେ ବିଶ୍ୱ ହିଂସା, ଅଶାନ୍ତି ଏବଂ ଆତଙ୍କର ବିପଦ ଦେଖି ଚିନ୍ତିତ ଅଛି । ଭଗବାନ ବୁଦ୍ଧ କହୁଥିଲେ– ନ ହି ବେରେନ ବେରାନି ସମ୍ମନ୍ତି ଧ କୁଦାଚନ ଅବେରେନ ହି ସମ୍ମନ୍ତି ଏସ ଧମ୍ମୋ ସମନନ୍ତନୋ ଅର୍ଥାତ ଶତ୍ରୁ ସହିତ ଶତ୍ରୁତା କେବେ ଶାନ୍ତ ହୋଇ ନ ଥାଏ । ମିତ୍ର ସହିତ ଶତ୍ରୁ ଶାନ୍ତ ହୋଇଯାଇଥାଏ । ଦେବ ଦୀପାବଳି ଦେବତ୍ୱ ସହିତ ପରିଚୟ କରାଇଥାଏ, କାଶୀରୁ ମଧ୍ୟ ଏହି ସନ୍ଦେଶ ଅଛି ଯେ ଆମର ମନ ଏହି ଦୀପଗୁଡିକ ଭଳି ପ୍ରଜ୍ଜ୍ୱଳିତ ହୋଇ ଉଠୁ । ସମସ୍ତଙ୍କ ମଧ୍ୟରେ ସକରାତ୍ମକତାର ଭାବ ସୃଷ୍ଟି ହେଉ । ବିକାଶର ପଥ ପ୍ରଶସ୍ଥ ହେଉ । ସମଗ୍ର ଦୁନିଆ କରୁଣା, ଦୟାର ଭାବକୁ ସ୍ୱୟଂ ମଧ୍ୟ ସମାହିତ କରୁ । ମୋର ବିଶ୍ୱାସ ରହିଛି ଯେ କାଶୀରୁ ଯାଉଥିବା ଏହି ସନ୍ଦେଶ, ଆଲୋକର ଏହି ଉର୍ଜ୍ଜା ସାରା ଦେଶର ସଂକଳ୍ପକୁ ସିଦ୍ଧ କରିବ । ଦେଶ ଆତ୍ମନିର୍ଭର ଭାରତର ଯେଉଁ ଯାତ୍ରା ଆରମ୍ଭ କରିଛି, 130 କୋଟି ଦେଶବାସୀଙ୍କ ଶକ୍ତିରେ ଆମେ ତାହାକୁ ପୂରଣ କରିବା ।

ମୋର ପ୍ରିୟ କାଶୀବାସୀଗଣ, ଏହି ଶୁଭକାମନାଗୁଡିକ ସହିତ, ଆପଣ ସମସ୍ତଙ୍କୁ ପୁଣି ଥରେ ଦେବ ଦୀପାବଳି ଏବଂ ପ୍ରକାଶ ପର୍ବର ବହୁତ ବହୁତ ଶୁଭକାମନା ଜଣାଉଛି । କରୋନା ଯୋଗୁଁ, ସମସ୍ତଙ୍କ ପାଇଁ ଯେଉଁ ନିୟମ ନିର୍ଦ୍ଧାରିତ ହୋଇ ଥିଲା ସେହି କାରଣରୁ, ମୁଁ ପୂର୍ବରୁ ବାରମ୍ବାର ଆପଣମାନଙ୍କ ଗହଣକୁ ଆସୁଥିଲି । କିନ୍ତୁ ଚଳିତ ଥର ମୋତେ ଆସିବାରେ ବିଳମ୍ବ ହେଇଗଲା । ଯେତେବେଳେ ମଝିରେ ଏତେ ସମୟ ବିତିଗଲା, ସେତେବେଳେ ମୁଁ କିଛି ଅନୁଭବ କରୁଥିଲି ଯେ, ମୁଁ କିଛି ହଜାଇ ଦେଇଛି । ଏପରି ଲାଗୁଥିଲା ଯେ ଆପଣମାନଙ୍କୁ ଦେଖି ନାହିଁ, ଆପଣମାନଙ୍କର ଦର୍ଶନ ହୋଇ ନାହିଁ । ଆଜି ଯେତେବେଳେ ଆସିଛି, ସେତେବେଳେ ମନ ଏତେ ପ୍ରଫୁଲ୍ଲତି ହୋଇ ଗଲା । ଆପଣମାନଙ୍କର ଦର୍ଶନ କଲି, ମନ ଏତେ ଉର୍ଜ୍ଜାବାନ ହୋଇଗଲା । କିନ୍ତୁ ଏହି କରୋନା ସମୟରେ ଗୋଟିଏ ଦିନ ମଧ୍ୟ ଆପଣମାନଙ୍କ ଠାରୁ ଦୂରରେ ନ ଥିଲି, ମୁଁ ଆପଣମାନଙ୍କୁ କହୁଛି । କରୋନର ମାମଲା କିଭଳି କିପରି ବଢୁଥିଲା, ହସ୍ପିଟାଲର କ’ଣ ବ୍ୟବସ୍ଥା ଅଛି, ସାମାଜିକ ସଂସ୍ଥା ଗୁଡିକ କିଭଳି ଭାବରେ କାର୍ଯ୍ୟ କରୁଛନ୍ତି, କେହି ଗରିବ ଯେପରି ଭୋକିଲା ନ  ରୁହନ୍ତୁ । ପ୍ରତ୍ୟେକ କଥା ଓ କାର୍ଯ୍ୟ ସହିତ ସିଧା ସଳଖ ଯୋଡି ହୋଇ ରହୁଥିଲି । ସାଥୀଗଣ ଆଉ ମାଆ ଅନ୍ନପୂର୍ଣ୍ଣାଙ୍କ ଏହି ମାଟିରୁ ଆପଣମାନେ ଯେଉଁ ସେବା ଭାବ ସହିତ କାର୍ଯ୍ୟ କରିଛନ୍ତି, କାହାକୁ ଭୋକିଲା ରହିବାକୁ ଦେଇ ନାହାନ୍ତି, କାହାକୁ ଔଷଧ ବିନା ରହିବାକୁ ଦେଇ ନାହାନ୍ତି । ଏଥିପାଇଁ ମୁଁ ଏହି ସେବା ଭାବ ପାଇଁ, ଏହି ସମ୍ପୂର୍ଣ୍ଣ ଆଉ ସମୟ ବହୁତ ଦୀର୍ଘ ଚାରି–ଚାରି, ଛଅ–ଛଅ, ଆଠ–ଆଠ ମାସ ପର୍ଯ୍ୟନ୍ତ ନିରନ୍ତର ଏହି କାର୍ଯ୍ୟ କରି ଚାଲନ୍ତୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ହୋଇଛି, ମୋ କାଶୀରେ ମଧ୍ୟ ହୋଇଛି ଆଉ ଏହାକୁ ନେଇ ମୋ ମନରେ ଏତେ ଆନନ୍ଦ ଅଛି, ମୁଁ ଆଜି ଆପଣମାନଙ୍କର ଏହି ସେବା ପାଇଁ ଆପଣମାନଙ୍କର ଏହି ସମର୍ପଣ ପାଇଁ ମୁଁ ଆଜି ପୁଣି ମା ଗଙ୍ଗାଙ୍କ କୂଳରେ ଆପଣ ସମସ୍ତ କାଶୀବାସୀଙ୍କୁ ପ୍ରଣାମ କରୁଛି ଏବଂ ଆପଣ ଗରିବରୁ ଗରିବଙ୍କର ଯେଉଁ ଚିନ୍ତା କରିଛନ୍ତି ତାହା ମୋ ମନକୁ ଛୁଇଁ ନେଇଛି । ମୁଁ ଆପଣମାନଙ୍କର ଆହୁରି ଯେତେ ସେବା କରିବି, ସେତିକି କମ୍ ହେବ । ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ମୋ ତରଫରୁ ଆପଣମାନଙ୍କର ସେବାରେ କୌଣସି ଅଭାବ ରହିବ ନାହିଁ ।

ମୋ ପାଇଁ ଆଜି ଗୌରବର ପର୍ବ ହେଉଛି ଯେ ଆଜି ମୋତେ ଏଭଳି ଚମକୁଥିବା ବାତାବରଣରେ ଆପଣଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି । କରୋନାକୁ ପରାସ୍ତ କରି ଆମେ ବିକାଶର ପଥରେ ଦ୍ରୁତ ଗତିରେ ଅଗ୍ରସର ହେବା, ମା ଗଙ୍ଗାଙ୍କ ଧାରା ଯେଭଳି ପ୍ରବାହିତ ହେଉଛି । ଅବରୋଧ, ସଂକଟ ପରେ ମଧ୍ୟ ପ୍ରବାହିତ ହେଉଛି, ଶତାବ୍ଦି ଶତାବ୍ଦି ଧରି ପ୍ରବାହିତ ହେଉଛି । ବିକାଶର ଧାରା ମଧ୍ୟ ସେହିଭଳି ବହି ଚାଲୁ । ଏହି ବିଶ୍ୱାସକୁ ନେଇ ମୁଁ ମଧ୍ୟ ଏଠାରୁ ଦିଲ୍ଲୀ ଯିବି । ମୁଁ ପୁଣି ଆଉ ଥରେ ଆପଣ ସମସ୍ତଙ୍କୁ ହୃଦୟର ସହିତ କୃତଜ୍ଞତା ବ୍ୟକ୍ତ କରୁଛି ।

ଜୟ କାଶୀ । ଜୟ ମା ଭାରତୀ ।

ହର ହର ମହାଦେବ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities

Media Coverage

‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”