‘‘ଗୁରୁବାଣୀରୁ ଆମକୁ ମିଳୁଥିବା ନିଦେ୍ର୍ଦଶ ହେଉଛି ପରମ୍ପରା, ବିଶ୍ୱାସ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ’’
‘‘ପ୍ରତ୍ୟେକ ପ୍ରକାଶ ପର୍ବର ଆଲୋକ ଦେଶର ମାର୍ଗଦର୍ଶନ କରାଉଛି’’
‘‘ଗୁରୁ ନାନକ ଦେବ ଜୀଙ୍କ ବିଚାର ଦ୍ୱାରା ପ୍ରେରିତ ହୋଇ, ଦେଶ ୧୩୦ କୋଟି ଭାରତୀୟଙ୍କ ମଙ୍ଗଳ ପାଇଁ ଉତ୍ସାହର ସହ ଆଗକୁ ବଢୁଛି’’
‘‘ଆଜାଦୀ କା ଅମୃତ କାଳରେ ଦେଶର ମହିମା ଓ ଆଧ୍ୟାତ୍ମିକ ପରିଚୟରେ ଗର୍ବର ଭାବନାକୁ ପୁନଃ ଜାଗ୍ରତ କରୁଛି ରାଷ୍ଟ୍ର’’
‘‘କର୍ତ୍ତବ୍ୟର ସର୍ବୋଚ୍ଚ ଭାବନାକୁ ଉତ୍ସାହିତ କରିବା ପାଇଁ ଦେଶ ଏହି ପର୍ଯ୍ୟାୟକୁ କର୍ତ୍ତବ୍ୟ କାଳ ଭାବେ ପାଳନ ଲାଗି ନିଷ୍ପତ୍ତି ନେଇଛି’’

ଗୁରୁପୂରବର ପବିତ୍ର ପର୍ବର ଏହି ଆୟୋଜନରେ ଆମ ସହିତ ଉପସ୍ଥିତ ସରକାରରେ ମୋର ସହଯୋଗୀ ଶ୍ରୀ ହହଦୀପ ସିଂହ ପୁରୀ ମହାଶୟ, ଶ୍ରୀ ଜନ୍ ବରଲା ମହାଶୟ, ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ଶ୍ରୀ ଲାଲପୁରା ଜୀ ସିଂହ ସାହିବ, ଭାଇ ରଣଜିତ ମହାଶୟ, ଶ୍ରୀ ହରମିତ ସିଂହ କାଲକା ମହାଶୟ,  ଏବଂ ସମସ୍ତ ଭାଇ ଓ ଭଉଣୀମାନେ!

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଆଉ ସମସ୍ତ ଦେଶବାସୀଙ୍କୁ ଗୁରୁପୂରବର, ପ୍ରକାଶ ପର୍ବର ଅନେକ- ଅନେକ ଶୁଭକାମନା ଜଣାଉଛି । ଆଜି ହିଁ ଦେଶରେ ଦେବ- ଦୀପାବଳୀ ମଧ୍ୟ ପାଳନ କରାଯାଉଛି। ବିଶେଷ କରି କାଶୀରେ ବହୁତ ହିଁ ଭବ୍ୟ ଭାବେ ଆୟୋଜନ ହେଉଛି, ଲକ୍ଷ- ଲକ୍ଷ ଦୀପ ଦ୍ୱାରା ଦେବୀ-ଦେବତାଙ୍କର ସ୍ୱାଗତ କରାଯାଉଛି । ମୁଁ ଦେବ- ଦୀପାବଳୀ ପାଇଁ ମଧ୍ୟ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ସାଥୀଗଣ,

ଆପଣମାନଙ୍କୁ ସମସ୍ତଙ୍କୁ ଜଣାଅଛି ଯେ କାର୍ଯ୍ୟକର୍ତା ଭାବରେ ମୁଁ ଦୀର୍ଘ ସମୟ ପଞ୍ଜାବର ଧରଣୀରେ ସମୟ ଅତିବାହିତ କରିଛି ଆଉ ସେହି ସମୟ ମଧ୍ୟରେ ମୋତେ ଅନେକ ଥର ଗୁରୁପୂରବରେ ଅମୃତସରରେ ହରମନ୍ଦିର ସାହିବଙ୍କ ସାମ୍ନାରେ ମଥାନତ ହୋଇ ପ୍ରଣାମ କରିବାର ସୌଭାଗ୍ୟ ମିଳିଛି । ଏବେ ମୁଁ ସରକାରରେ ଅଛି ତେବେ ଏହାକୁ ମଧ୍ୟ ମୁଁ ମୋର ଓ ମୋ ସରକାରଙ୍କର ବହୁତ ବଡ଼ ସୌଭାଗ୍ୟ ବୋଲି ଭାବୁଛି ଯେ ଗୁରୁମାନଙ୍କର ଏତେ ପ୍ରମୁଖ ପ୍ରକାଶ ପର୍ବ ଆମର ହିଁ ଆମ ସରକାରଙ୍କ ସମୟରେ ଆସିଲା । ଆମକୁ ଗୁରୁ ଗୋବିନ୍ଦ ସିଂହଙ୍କର 350 ତମ ପ୍ରକାଶ ପର୍ବ ପାଳନ କରିବାର ସୌଭାଗ୍ୟ ମିଳିଲା । ଆମକୁ ଗୁରୁ ତେଗବାହାଦୂର ଜୀଙ୍କର 400 ତମ ପ୍ରକାଶ ପର୍ବ ପାଳନ କରିବାର ସୌଭାଗ୍ୟ ମିଳିଲା ଆଉ ଏବେ ଯେମିତି ସୂଚନା ଦିଆଗଲା ଲାଲକିଲ୍ଲାରେ ସେତେବେଳେ ବହୁତ ଐତିହାସିକ ଏବଂ ସମଗ୍ର ବିଶ୍ୱକୁ ଏକ ସନ୍ଦେଶ ଦେବା ଭଳି କାର୍ଯ୍ୟକ୍ରମ ଥିଲା । ତିନି ବର୍ଷ ପୂର୍ବେ ଆମେ ଗୁରୁ ନାନକ ଦେବ ଜୀଙ୍କର 550ତମ ପ୍ରକାଶୋତ୍ସବ ମଧ୍ୟ ସମ୍ପୂର୍ଣ୍ଣ ଉଲ୍ଲାସର ସହିତ ଦେଶ ଏବଂ ବିଦେଶରେ ପାଳନ କରାଯାଇଛି ।

ସାଥୀଗଣ,

ଏହିସବୁ ବିଶେଷ ଅବସରରେ ଦେଶକୁ ଆମର ଗୁରୁମାନଙ୍କର ଯେଉଁ ଆଶୀର୍ବାଦ ମିଳିଲା, ସେମାନଙ୍କର ଯେଉଁ ପ୍ରେରଣା ମିଳିଲା, ତାହା ନୂତନ ଭାରତର ନିର୍ମାଣର ଉର୍ଜ୍ଜା ବଢ଼ାଉଛି । ଆଜି ଆମେ ଯେତେବେଳେ ଗୁରୁ ନାନକ ଦେବ ଜୀଙ୍କର ‘ପାଂଚ ଶହ ତେପନତମ’ ପ୍ରକାଶ ପର୍ବ ପାଳନ କରୁଛେ, ସେତେବେଳେ ଏହା ମଧ୍ୟ ଲକ୍ଷ୍ୟ କରୁଛେ ଯେ ଏହି ବର୍ଷମାନଙ୍କରେ ଗୁରୁଙ୍କ ଆଶୀର୍ବାଦ ଦ୍ୱାରା ଦେଶ କେତେ ସବୁ ଐତିହାସିକ ଉପଲବ୍ଧିମାନ ହାସଲ କରିଛି ।

ସାଥୀଗଣ,

ପ୍ରକାଶ ପର୍ବର ଯେଉଁ ବୋଧ ଶିଖ ପରମ୍ପରାରେ ରହିଛି, ଯେଉଁ ମହତ୍ୱ ବା ଗୁରୁତ୍ୱ ରହିଛି, ଆଜି ଦେଶ ମଧ୍ୟ ସେହି ତନ୍ମୟତା ସହିତ କର୍ତବ୍ୟ ଏବଂ ସେବା ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି । ପ୍ରତ୍ୟେକ ପ୍ରକାଶ ପର୍ବର ପ୍ରକାଶ ଦେଶ ପାଇଁ ପ୍ରେରଣା ପୁଞ୍ଜ ଭଳି କାର୍ଯ୍ୟ କରୁଛି । ଏହା ହେଉଛି ମୋର ସୌଭାଗ୍ୟ ଯେ ମୋତେ କ୍ରମାଗତ ଭାବେ ଏହିସବୁ ଅଲୌକିକ ଆୟୋଜନଗୁଡ଼ିକର ଅଂଶୀଦାର ହେବାର, ସେବାରେ ସହଭାଗୀ ହେବାର ସୁଯୋଗ ମିଳି ମିଳୁଛି । ଗୁରୁଗ୍ରନ୍ଥ ସାହିବଙ୍କୁ ନତ ମସ୍ତକ ହେବାର ଏହି ସୁଖ ମିଳୁଥାଉ, ଗୁରୁବାଣୀର ଅମୃତ କାନରେ ପଡ଼ୁଥାଉ, ଆଉ ଲଙ୍ଗର ପ୍ରସାଦର ଆନନ୍ଦ ଆସୁଥାଉ, ଏହାଦ୍ୱାରା ଜୀବନରେ ସନ୍ତୋଷର ଅନୁଭୂତି ମଧ୍ୟ ମିଳି ଚାଲିଥାଉ, ଆଉ ଦେଶ ପାଇଁ, ସମାଜ ପାଇଁ ସମର୍ପିତ ଭାବ ନେଇ ନିରନ୍ତର କାର୍ଯ୍ୟ କରିବାର ଉର୍ଜ୍ଜା ମଧ୍ୟ ଅକ୍ଷୟ ହୋଇ ରହିଥାଉ । ଏହି କୃପା ପାଇଁ ଗୁରୁ ନାନକ ଦେବ ଜୀ ଆଉ ଆମର ସମସ୍ତ ଗୁରୁମାନଙ୍କ ଚରଣରେ ଯେତେ ଥର ମଧ୍ୟ ପ୍ରଣାମ କରିବି, ତାହା କମ୍ ହେବ ।

ସାଥୀଗଣ,

ଗୁରୁ ନାନକ ଦେବ ଜୀ ଆମକୁ ଜୀବନ ଜୀଇଁବାର ମାର୍ଗ ଦେଖାଇଥିଲେ । ସେ କହିଥିଲେ- ‘ନାମ ଜପୋ, କିରତ କରୋ, ବଣ୍ଡ ଛକୋ’। ଅର୍ଥାତ, ଈଶ୍ୱରଙ୍କର ନାମକୁ ଜପ କର, ନିଜର କର୍ତବ୍ୟ ପଥରେ ଗତି କରି ପରିଶ୍ରମ କରିଚାଲ ଆଉ ପରସ୍ପର ମଧ୍ୟରେ ମିଳିମିଶି ବାଂଟି କରି ଖାଅ । ଏହି ଗୋଟିଏ ବାକ୍ୟରେ, ଆଧ୍ୟାତ୍ମିକ ଚିନ୍ତନ ମଧ୍ୟ ରହିଛି, ଭୌତିକ ସମୃଦ୍ଧିର ସୂତ୍ର ମଧ୍ୟ ରହିଛି, ଆଉ ସାମାଜିକ ସମରସତାର ପ୍ରେରଣା ମଧ୍ୟ ରହିଛି । ଆଜି ସ୍ୱାଧୀନତାର ଅମୃତ କାଳରେ ଦେଶ ଏହି ଗୁରୁମନ୍ତ୍ରକୁ ନେଇ ଚାଲି 130 କୋଟି ଭାରତବାସୀଙ୍କ ଜୀବନ କଲ୍ୟାଣର ଭାବନା ସହିତ ଆଗକୁ ବଢ଼ୁଛି । ସ୍ୱାଧୀନତାର ଅମୃତ କାଳରେ ଦେଶ ନିଜର ସଂସ୍କୃତି, ନିଜର ପରମ୍ପରା ଆଉ ଆମର ଆଧ୍ୟାତ୍ମିକ ପରିଚୟ ଉପରେ ଗର୍ବ ଭାବ ଜାଗ୍ରତ କରିଛି । ସ୍ୱାଧୀନତାର ଅମୃତ କାଳକୁ ଦେଶ କର୍ତବ୍ୟର ପରାକାଷ୍ଠା ପର୍ଯ୍ୟନ୍ତ ପହଂଚିବା ପାଇଁ କର୍ତବ୍ୟକାଳ ଭାବେ ପାଳନ କରିଛି । ଆଉ, ସ୍ୱାଧୀନତାର ଏହି ଅମୃତ କାଳରେ ଦେଶ, ସମତା, ସମରସତା, ସାମାଜିକ ନ୍ୟାୟ ଏବଂ ଏକତା ପାଇଁ ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ଆଉ ସମସ୍ତଙ୍କର ପ୍ରୟାସ’ର ମନ୍ତ୍ରକୁ ନେଇ ଚାଲୁଛି । ଅର୍ଥାତ, ଯେଉଁ ମାର୍ଗଦର୍ଶନ ଦେଶକୁ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଗୁରୁବାଣୀରୁ ମିଳିଥିଲା, ତାହା ଆଜି ଆମ ପାଇଁ ହେଉଛି ପରମ୍ପରା ମଧ୍ୟ, ହେଉଛି ଆସ୍ଥା ମଧ୍ୟ, ଆଉ ହେଉଛି ବିକଶିତ ଭାରତର ଦୃଷ୍ଟିକୋଣ ମଧ୍ୟ ।

ସାଥୀଗଣ,

ଗୁରୁଗ୍ରନ୍ଥ ସାହିବଙ୍କ ରୂପରେ ଆମ ପାଖରେ ଯେଉଁ ଅମୃତବାଣୀ ରହିଛି, ତାହାର ମହିମା, ତାହାର ସାର୍ଥକତା, ହେଉଛି ସମୟ ଏବଂ ଭୂଗୋଳର ସୀମାରୁ ଉର୍ଦ୍ଧ୍ୱରେ । ଆମେ ଏହା ମଧ୍ୟ ଦେଖୁଛୁ ଯେ ଯେତେବେଳେ ସଙ୍କଟ ବଡ଼ ହୋଇଥାଏ, ସେତେବେଳେ ସମାଧାନର ପ୍ରସଙ୍ଗିକତା ଆହୁରି ମଧ୍ୟ ବଢ଼ି ଯାଇଥାଏ । ଆଜି ବିଶ୍ୱରେ ଯେଉଁ ଅଶାନ୍ତ ଲାଗି ରହିଛି, ଯେଉଁ ଅସ୍ଥିରତା ଲାଗି ରହିଛି, ଆଜି ବିଶ୍ୱ ଯେଉଁ କଠିନ ସମୟ ଦେଇ ଗତି କରୁଛି, ସେଥିରେ ଗୁରୁ ସାହିବମାନଙ୍କର ଶିକ୍ଷା ଏବଂ ଗୁରୁ ନାନକ ଦେବ ଜୀଙ୍କର ଜୀବନ, ଏକ ମଶାଲ ଭାବେ ବିଶ୍ୱକୁ ମାର୍ଗ ଦେଖାଉଛି । ଗୁରୁ ନାନକ ଜୀଙ୍କର ପ୍ରେମ ସନ୍ଦେଶ ବଡ଼ରୁ ଅତି ବଡ଼ ଖାଇକୁ ପାର କରି ପାରିବ, ଆଉ ଏହାର ପ୍ରମାଣ ଆମେ ଭାରତର ଏହି ଧରଣୀରୁ ହିଁ ଦେଉଛୁ । ଏତେ ସବୁ ଭାଷା, ଏତେ ସବୁ ଉପଭାଷା, ଏତେ ସବୁ ଖାଦ୍ୟ-ପେୟ, ରହଣୀ-ଚାଲିଚଳଣୀ ପରେ ମଧ୍ୟ ଆମେ ଏକ ହିନ୍ଦୁସ୍ତାନୀ ହୋଇ ରହୁଛେ, ଦେଶର ବିକାଶ ପାଇଁ ନିଜକୁ ନିୟୋଜିତ କରୁଛେ । ତେଣୁ ଆମେ ଯେତେ ପରିମାଣରେ ଆମର ଗୁରୁମାନଙ୍କର ଆଦର୍ଶଗୁଡ଼ିକୁ ନେଇ ବଂଚିବା, ଆମେ ଯେତେ ପରିମାଣରେ ଆମ ଭିତରେ ରହିଥିବା ବିଭେଦ ଗୁଡ଼ିକୁ ଦୂର କରିବା, ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିବା, ଆମେ ଯେତେ ପରିମାଣରେ ମାନବତାର ମୂଲ୍ୟବୋଧଗୁଡ଼ିକୁ ପ୍ରାଥମିକତା ଦେବା, ଆମର ଗୁରୁମାନଙ୍କର ବାଣୀ ସେତିକି ହିଁ ଜୀବନ୍ତ ଏବଂ ପ୍ରଖର ସ୍ୱର ଦ୍ୱାରା ବିଶ୍ୱର ଜନ- ଜନଙ୍କ ପର୍ଯ୍ୟନ୍ତ ପହଂଚିବ ।

ସାଥୀଗଣ,

ବିଗତ 8 ବର୍ଷରେ ଆମକୁ ଗୁରୁ ନାନକ ଦେବ ଜୀଙ୍କ ଆଶୀର୍ବାଦରୁ ଶିଖ ପରମ୍ପରାର ଗୌରବ ପାଇଁ ନିରନ୍ତର କାର୍ଯ୍ୟ କରିବାର ସୁଯୋଗ ମିଳିଛି । ଆଉ, ଏହା ନିରନ୍ତର କ୍ରମାଗତ ଭାବେ ହୋଇ ଚାଲିଛି । ଆପଣମାନଙ୍କୁ ଜଣାଥିବ, ଏବେ କିଛି ଦିନ ପୂର୍ବରୁ ହିଁ ମୁଁ ଉତରାଖଣ୍ଡର ମାଣା ଗାଁକୁ ଯାଇ ଥିଲି । ଏହି ଯାତ୍ରାରେ ମୋତେ ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ପାଇଁ ରୋପୱେ ପ୍ରକଳ୍ପର ଶିଳାନ୍ୟାସର ସୌଭାଗ୍ୟ ମିଳିଲା । ଏହିଭଳି ଭାବେ, ଏବେ ଦିଲ୍ଲୀ ଊନା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ମଧ୍ୟ ହୋଇଛି । ଏହାଦ୍ୱାରା ଆନନ୍ଦପୁର ସାହିବ ଯିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଆଧୁନିକ ସୁବିଧା ଆରମ୍ଭ ହୋଇଛି । ଏହା ପୂର୍ବରୁ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକରେ ରେଳ ସୁବିଧାଗୁଡ଼ିକର ଆଧୁନିକୀକରଣ ମଧ୍ୟ କରାଯାଇଛି । ଆମ ସରକାର ଦିଲ୍ଲୀ-କାଟରା-ଅମୃତସର ଏକ୍ସପ୍ରେସୱେର ନିର୍ମାଣରେ ଲାଗିଛନ୍ତି । ଏହାଦ୍ୱାରା ଦିଲ୍ଲୀ ଏବଂ ଅମୃତସର ମଧ୍ୟରେ ରହିଥିବା ଦୂରତା 3-4 ଘଂଟା କମ୍ ହୋଇଯିବ । ଏହା ଉପରେ ଆମ ସରକାର ୩୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ହରମନ୍ଦିର ସାହିବଙ୍କ ଦର୍ଶନଗୁଡ଼ିକୁ ସହଜ କରିବା ପାଇଁ ଏହା ମଧ୍ୟ ହେଉଛି ଆମ ସରକାରଙ୍କର ଏକ ପୁଣ୍ୟ ପ୍ରୟାସ ।

ଆଉ ସାଥୀଗଣ,

ଏହି କାର୍ଯ୍ୟ କେବଳ ସୁବିଧା ଏବଂ ପର୍ଯ୍ୟଟନର ସମ୍ଭାବନାର ବିଷୟ ନୁହେଁ । ଏଥିରେ ଆମର ତୀର୍ଥଗୁଡ଼ିକ ଉର୍ଜ୍ଜା, ଶିଖ୍ ପରମ୍ପରାର ଓ ସଂସ୍କୃତିର ଆଉ ଏକ ବ୍ୟାପକ ବୋଧ ମଧ୍ୟ ଯୋଡ଼ି ହୋଇଛି । ଏହି ବୋଧ ହେଉଛି ସେବାର, ଏହି ବୋଧ ହେଉଛି ସ୍ନେହର, ଏହି ବୋଧ ହେଉଛି ଆପଣାର ଭାବର, ଏହି ବୋଧ ହେଉଛି ଶ୍ରଦ୍ଧାର । ମୋ ପାଇଁ ଏହାକୁ ଶବ୍ଦରେ ବର୍ଣ୍ଣନା କରିବା ହେଉଛି କଠିନ ଯେତେବେଳେ ଦର୍ଶକମାନଙ୍କର ଅପେକ୍ଷା ପରେ କତରାପୁର ସାହିବ କରିଡର ଖୋଲା ଯାଇଥିଲା । ଆମର ଏହି ପ୍ରୟାସ ରହିଛି ଯେ ଶିଖ୍ ପରମ୍ପରାଗୁଡ଼ିକୁ ସଶକ୍ତ କରି ଚାଲିବୁ, ଶିଖ୍ ସଂସ୍କୃତିକୁ ସଶକ୍ତ କରି ଚାଲିବୁ । ଆପଣମାନେ ଭଲ ଭାବେ ଜାଣନ୍ତି ଯେ କିଛି ସମୟ ପୂର୍ବରୁ ଆଫଗାନିସ୍ତାନରେ କେଉଁଭଳି ଭାବେ ପରିସ୍ଥିତି ବିଗିଡ଼ି ଯାଇଥିଲା । ସେଠାରେ ହିନ୍ଦୁ-ଶିଖ୍ ପରିବାରଗୁଡ଼ିକୁ ଫେରାଇ ଆଣିବା ପାଇଁ ଆମେ ଅଭିଯାନ ଚଳାଇଲୁ । ଗୁରୁଗ୍ରନ୍ଥ ସାହିବଙ୍କ ସ୍ୱରୂପଗୁଡ଼ିକୁ ମଧ୍ୟ ଆମେ ସୁରକ୍ଷିତ କରି ନେଇକରି ଆସିଲୁ । 26 ଡିସେମ୍ବରକୁ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ସାହିବଜାଦାମାନଙ୍କର ମହାନ ବଳିଦାନର ସ୍ମୃତିରେ ‘ବୀର ବାଳିଦାନ ଦିବସ’ ପାଳନ କରିବାର ଶୁଭାରମ୍ଭ ମଧ୍ୟ ଦେଶ କରିଛି । ଦେଶର କୋଣ- ଅନୁକୋଣରେ, ଭାରତର ଆଜିକାର ପିଢ଼ୀ, ଭାରତର ଆଗାମୀ ପିଢ଼ୀମାନେ ଏହା ସଠିକ ଭାବେ ଜାଣନ୍ତୁ ଯେ ଏହି ମହାନ ଧରଣୀର କ’ଣ ପରମ୍ପରା ରହି ଆସିଛି । ଯେଉଁ ମାଟିରେ ଆମେ ଜନ୍ମ ନେଇଛେ, ଯିଏ ହେଉଛି ଆମର ମାତୃଭୂମି, ତାହା ପାଇଁ ସାହିବଜାଦେଁଙ୍କ ଭଳି ବଳିଦାନ ଦେବା, ହେଉଛି କର୍ତବ୍ୟର ସେହି ପରାକାଷ୍ଠା, ଯାହା ସମଗ୍ର ବିଶ୍ୱ ଇତିହାସରେ ମଧ୍ୟ କମ୍ ଦେଖିବାକୁ ମିଳିବ ।

ସାଥୀଗଣ,

ବିଭାଜନରେ ଆମର ପଞ୍ଜାବର ଲୋକମାନେ, ଦେଶର ଲୋକମାନେ ଯେଉଁ ବଳିଦାନ ଦେଇଛନ୍ତି, ତାହାର ସ୍ମୃତିରେ ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସର ଆରମ୍ଭ ମଧ୍ୟ କରିଛି । ବିଭାଜନ ଶୀକାର ହୋଇଥିବା ହିନ୍ଦୁ- ଶିଖ ପରିବାରଙ୍କ ପାଇଁ ଆମେ ସିଏଏ ଆଇନ ଆଣି ସେମାନଙ୍କୁ ନାଗରିକତା ପ୍ରଦାନ କରିବାର ମଧ୍ୟ ଏକ ମାର୍ଗ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରିଛୁ । ଏବେ ଆପଣମାନେ ଦେଖିଥିବେ, ଗୁଜରାଟ ବିଦେଶରେ ପୀଡ଼ିତ ଏବଂ ପ୍ରପୀଡ଼ିତ ଶିଖ୍ ପରିବାରଗୁଡ଼ିକୁ ନାଗରିକତା ପ୍ରଦାନ କରି ସେମାନଙ୍କୁ ଏହି ଅନୁଭବ କରାଇଛି ଯେ ବିଶ୍ୱରେ ଯେ କୌଣସି ସ୍ଥାନରେ ଶିଖ୍ ଥିଲେ ମଧ୍ୟ, ଭାରତ ହେଉଛି ସେମାନଙ୍କର ନିଜର ଘର । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମୋତେ ଗୁରୁଦ୍ୱାରା କୋଟ ଲଖପତ୍ ସାହିବଙ୍କର ପୁନରୁଦ୍ଧାର ଏବଂ କାୟାକଳ୍ପର ସୌଭାଗ୍ୟ ମିଳିଥିଲା ।

ସାଥୀଗଣ,

ଏହି ସମସ୍ତ କାର୍ଯ୍ୟଗୁଡ଼ିକର ନିରନ୍ତରତା ମୂଳରେ ଗୁରୁ ନାନକ ଦେବ ଜୀ ଦେଖାଇଥିବା ମାର୍ଗର ହେଉଛି କୃତଜ୍ଞତା । ଏହି ନିରନ୍ତରତାର ମୂଳରେ ଗୁରୁ ଅର୍ଜନଦେବ ଏବଂ ଗୁରୁ ଗୋବିନ୍ଦ ସିଂହଙ୍କ ଅସୀମ ବଳିଦାନର ଋଣ ରହିଛି, ଯାହାକୁ ପ୍ରତି କ୍ଷଣ ସୁଝିବାର କର୍ତବ୍ୟ ହେଉଛି ଦେଶର । ମୋର ବିଶ୍ୱାସ ରହିଛି, ଗୁରୁମାନଙ୍କର କୃପାରୁ ଭାରତ ନିଜର ଶିଖ୍ ପରମ୍ପରାର ଗୌରବକୁ ବଢ଼ାଇ ଚାଲିଥିବ, ଆଉ ପ୍ରଗତିର ପଥରେ ଆଗକୁ ବଢ଼ି ଚାଲିବ । ଏହି ଭାବନାର ସହିତ ମୁଁ ଆଉ ଥରେ ପୁଣି, ଗୁରୁଙ୍କ ଚରଣରେ ପ୍ରଣାମ କରୁଛି । ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ, ସମସ୍ତ ଦେଶବାସୀଙ୍କୁ ଗୁରୁ ପୂରବର ଶୁଭକାମନା ଦେଉଛି!

ବହୁତବହୁତ ଧନ୍ୟବାଦ!  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Securing the Silver Years Atal Pension Yojana and its Transformative Journey (2015–2026)

Media Coverage

Securing the Silver Years Atal Pension Yojana and its Transformative Journey (2015–2026)
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi