Science and technology ecosystem should be impactful as well as inspiring: PM Modi
Scientific Temper wipes out superstition: PM Modi
There are no failures in science; there are only efforts, experiments and success: PM

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଡକ୍ଟର ହର୍ଷବର୍ଦ୍ଧନ ମହାଶୟ, ସାରା ବିଶ୍ୱର ବୈଜ୍ଞାନିକ ସମୁଦାୟଙ୍କ ସହିତ ଜଡ଼ିତ ସାଥୀଗଣ, ବିଜ୍ଞାନ ଭାରତୀର ପ୍ରତିନିଧିଗଣ, ଦେଶର ଭିନ୍ନ ଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀ, ଅଂଶଗ୍ରହଣକାରୀ, ଭଦ୍ରବ୍ୟକ୍ତି ଏବଂ ଭଦ୍ର ମହିଳାମାନେ!

ଆଜି ମୁଁ ଆପଣମାନଙ୍କ ସହିତ ଟେକ୍ନୋଲୋଜି ମାଧ୍ୟମରେ ଭେଟୁଛି ଠିକ୍‌ ଅଛି, କିନ୍ତୁ ଆପଣମାନଙ୍କର ଉତ୍ସାହ, ଆପଣମାନଙ୍କର ଉଦ୍ଦୀପନା, ମୁଁ ଏଠାରେ ଥାଇ ଅନୁଭବ କରି ପାରୁଛି। (ଆଜ ଆମି ଆପନାଦେର ସାଥେ ଟେକ୍ନୋଲୋଜିର ମାଧ୍ୟମେ ମିଲିତୋ ହୋଚ୍ଛି ଠିକ୍ ଇ, କିନ୍ତୁ ଆପନାଦେର ଉତ୍ସାହୋ, ଅପନାଦେର ଉଦ୍ଦୀପନା, ଆମି ଏଖାନ୍ ଥେକେଇ ଓନୁଭୋବ୍ କୋରତେ ପାରଛି ।)

ସାଥୀଗଣ,

ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବର 5ମ ସଂସ୍କରଣ ଏଭଳି ସ୍ଥାନରେ ହେଉଛି, ଯିଏକି ଜ୍ଞାନ ବିଜ୍ଞାନର ପ୍ରତ୍ୟେକ କ୍ଷେତ୍ରରେ ମାନବତାର ସେବା କରିବା ଭଳି ମହାନ ପ୍ରତିଭାଙ୍କୁ ଜନ୍ମ ଦେଇଛି । ଏହି ମହୋତ୍ସବ ଏଭଳି ସମୟରେ ହେଉଛି, ଯେତେବେଳେ ନଭେମ୍ବର 7 ତାରିଖରେ ସିଭି ରମଣ ଏବଂ ନଭେମ୍ବର 30 ତାରିଖରେ ଜଗଦିଶ ଚନ୍ଦ୍ର ବୋଷଙ୍କର ଜନ୍ମଜୟନ୍ତୀ ପାଳନ କରାଯିବ ।

ବିଜ୍ଞାନର ଏହି ମହାନ ଓସ୍ତାଦ ବା ବିଶେଷଜ୍ଞଙ୍କର ପରମ୍ପରାକୁ ପାଳନ କରିବା ଏବଂ ଏକବିଂଶ ଶତାବ୍ଦୀରେ ସେମାନଙ୍କଠାରୁ ପ୍ରେରଣା ପାଇବା ପାଇଁ ଏହାଠାରୁ ବଳି ଉନ୍ନତ ଧରଣର ସଂଯୋଗ ହୋଇ ନପାରେ । ଆଉ ଏଥିପାଇଁ, ଏହି ମହୋତ୍ସବର ବିଷୟବସ୍ତୁ ରାଇଜେନ୍ (RISEN): “Research, Innovation and Science Empowering the Nation” ଅର୍ଥାତ୍ ‘ଗବେଷଣା, ନବସୃଜନ ଏବଂ ଦେଶକୁ ସଶକ୍ତ କରୁଥିବା ବିଜ୍ଞାନ’ ସ୍ଥିର କରିବା ପାଇଁ ଆୟୋଜକମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା । ଏହି ବିଷୟବସ୍ତୁ ହେଉଛି ଏକବିଂଶ ଶତାବ୍ଦୀର ଭାରତ ଅନୁସାରେ ସଠିକ୍ ଏବଂ ଏଥିରେ ମଧ୍ୟ ଆମ ଭବିଷ୍ୟତର ସାରମର୍ମ ରହିଛି ।

ସାଥୀଗଣ,

ଦୁନିଆରେ ଏଭଳି କୌଣସି ଦେଶ ନାହିଁ ଯିଏ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟତିରେକ ପ୍ରଗତି କରି ପାରିଛନ୍ତି  । ଏ ସଂକ୍ରାନ୍ତରେ ଭାରତର ମଧ୍ୟ ଏକ ସମୃଦ୍ଧ ଅତୀତ ରହି ଆସିଛି, ଆମେ ଦୁନିଆକୁ ବହୁତ ବଡ଼ ବଡ଼ ଓ ପ୍ରସିଦ୍ଧ ବୈଜ୍ଞାନିକ ଦେଇଛୁ । ଆମର ଅତୀତ ହେଉଛି ଗୌରବଶାଳୀ । ଆମର ବର୍ତ୍ତମାନ ବିଜ୍ଞାନ ଏବଂ ଟେକ୍ନୋଲୋଜିର ପ୍ରଭାବରେ ଭରି ହୋଇଛି । ଏସବୁ ଭିତରେ ଭବିଷ୍ୟତ ପ୍ରତି ଆମର ଦାୟିତ୍ୱବୋଧ ଅନେକ ଗୁଣରେ ବଢ଼ି ଯାଇଛି । ଏହି ଦାୟିତ୍ୱଗୁଡ଼ିକ ହେଉଛି ମାନବତା ଗୁଣ ଧାରଣ କରୁଥିବା ଦାୟିତ୍ୱ ମଧ୍ୟ ଏବଂ ଏଥିରେ ବିଜ୍ଞାନ ଏବଂ ଟେକ୍ନୋଲୋଜିକୁ ସାଙ୍ଗରେ ନେଇ ଚାଲିବାର ଆଶା ମଧ୍ୟ ରଖା ଯାଇଛି । ଏହି ଦାୟିତ୍ୱବୋଧକୁ ବୁଝି ସରକାର ଉଦ୍ଭାବନ ଏବଂ ନବସୃଜନ.. ଇନଭେନସନ ଏବଂ ଇନୋଭେସନ୍, ଦୁଇଟି ଯାକ ପାଇଁ ଆନୁଷ୍ଠାନିକ ସମର୍ଥନ ଦେଉଛନ୍ତି ।

ସାଥୀଗଣ, ଦେଶରେ ବିଜ୍ଞାନ ଏବଂ ଟେକ୍ନୋଲୋଜିର ଇକୋ-ସିଷ୍ଟମ୍ ଖୁବ୍ ସୁଦୃଢ଼ ହେବା ଆବଶ୍ୟକ । ଏଭଳି ଏକ ଇକୋ-ସିଷ୍ଟମ ଯାହା ପ୍ରଭାବଶାଳୀ ମଧ୍ୟ ହୋଇଥିବ ଏବଂ ପିଢି ପରେ ପିଢି ପ୍ରେରଣାଦାୟୀ ମଧ୍ୟ ହୋଇଥିବ । ଆମେ ଏହି ଦିଗରେ ଆଗକୁ ବଢ଼ି ଚାଲିଛୁ ।

ଆମର ପ୍ରୟାସ ରହିଛି କି ଷଷ୍ଠ ଶ୍ରେଣୀରୁ ହିଁ ବିଦ୍ୟାର୍ଥୀ ଅଟଳ ଟିଙ୍କରିଂ ଲ୍ୟାବକୁ ଯାଆନ୍ତୁ ଆଉ ପୁଣି କଲେଜରୁ ପଢ଼ା ସରିବା କ୍ଷଣି ହିଁ ତାଙ୍କୁ ନବୋନ୍ମେଷ, ଷ୍ଟାର୍ଟ-ଅପର ଏକ ଇକୋ-ସିଷ୍ଟମ ପ୍ରସ୍ତୁତ ହୋଇ ରହିଥିବା ମିଳୁ । ଏହି ଚିନ୍ତାଧାରା ସହିତ ବହୁତ ହିଁ କମ୍ ସମୟ ମଧ୍ୟରେ ଦେଶରେ 5 ହଜାରରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ପ୍ରସ୍ତୁତ କରାଯାଇଛି । ଏହା ବ୍ୟତୀତ 200ରୁ ଅଧିକ ଅଟଳ ନବୋନ୍ମେଷ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି । ଆମର ବିଦ୍ୟାର୍ଥୀ, ଦେଶର ଆହ୍ୱାନଗୁଡ଼ିକୁ ନିଜ ନିଜ ଉପାୟରେ ସମାଧାନ କରନ୍ତୁ, ଏଥିପାଇଁ ଲକ୍ଷ-ଲକ୍ଷ ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ହେକାଥନ ଗୁଡ଼ିକରେ ସାମିଲ ହେବାର ସୁଯୋଗ ଦିଆଯାଇଛି । ଏହା ବ୍ୟତୀତ ନୀତିଗୁଡ଼ିକ ମାଧ୍ୟମରେ, ଆର୍ଥିକ ସହାୟତା ଜରିଆରେ ହଜାର ହଜାର ଷ୍ଟାର୍ଟ-ଅପ୍ସକୁ ସମର୍ଥନ କରା ଯାଇଛି ।

ସାଥୀଗଣ,

ଆମର ଏହିଭଳି ହିଁ ପ୍ରୟାସର ପରିଣାମ ହେଉଛି କି ବିଗତ 3 ବର୍ଷରେ ବିଶ୍ୱ ନବସୃଜନ ସୂଚକାଙ୍କରେ ଆମେ 81ତମରୁ ଆସି 52ତମ ରାଙ୍କରେ ପହଞ୍ଚିସାରିଛେ । ଆଜି ଭାରତ ଦୁନିଆର ତୃତୀୟ ସର୍ବବୃହତ ସଫଳ ଷ୍ଟାର୍ଟ-ଅପ୍ ଇକୋ ସିଷ୍ଟମ ଭାବେ ପରିଗଣିତ ହେଉଛି । କେବଳ ଏତିକି ହିଁ ନୁହେଁ ଉଚ୍ଚଶିକ୍ଷା ଏବଂ ଗବେଷଣା ପାଇଁ ମଧ୍ୟ ଅଦ୍ଭୁତପୂର୍ବ କାର୍ଯ୍ୟ କରାଯାଉଛି । ଆମେ ଉଚ୍ଚଶିକ୍ଷା ଜଡ଼ିତ ନୂତନ ସଂସ୍ଥାନ ପ୍ରତିଷ୍ଠା କରିବା ସହିତ ମଧ୍ୟ କାର୍ଯ୍ୟତ୍ମକ ସ୍ୱାୟତ୍ତତାକୁ ମଧ୍ୟ ପ୍ରୋତ୍ସାହନ ଦେଉଛୁ ।

ସାଥୀଗଣ, ଆଜି ଆମେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଆସି ଠିଆ ହୋଇଛେ । ଏ ବର୍ଷ ଆମ ସମ୍ବିଧାନକୁ 70 ବର୍ଷ ପୂରଣ ହେଉଛି । ଆମ ସମ୍ବିଧାନ ବୈଜ୍ଞାନିକ ସ୍ୱଭାବକୁ ବିକଶିତ କରିବା ଲକ୍ଷ୍ୟକୁ, ପ୍ରତ୍ୟେକ ଦେଶବାସୀଙ୍କ କର୍ତ୍ତବ୍ୟ ସହିତ ଯୋଡ଼ିଛି ।

ଅର୍ଥାତ ଏହା ହେଉଛି ଆମର ମୌଳିକ କର୍ତ୍ତବ୍ୟର ଏକ ଅଂଶ । ଏହି କର୍ତ୍ତବ୍ୟକୁ ପାଳନ କରିବା, ନିରନ୍ତର ସ୍ମରଣ କରିବା, ଆମର ଆଗାମୀ ପିଢିଙ୍କୁ ଏ ସମ୍ପର୍କରେ ସଚେତନ କରାଇବାର ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର ।

ଯେଉଁ ସମାଜରେ ବୈଜ୍ଞାନିକ ସ୍ୱଭାବର ଶକ୍ତି ବୃଦ୍ଧି ହୋଇଥାଏ, ତାହାର ବିକାଶ ମଧ୍ୟ ସେତିକି ହିଁ ଦ୍ରୁତ ଗତିରେ ହୋଇଥାଏ । ବୈଜ୍ଞାନିକ ସ୍ୱଭାବ ଭ୍ରମ ଧାରଣାକୁ ଲୋପ କରିଥାଏ, ଅନ୍ଧବିଶ୍ୱାସକୁ କମ୍ କରିଥାଏ । ବୈଜ୍ଞାନିକ ସ୍ୱଭାବ ସମାଜରେ କ୍ରିୟାଶୀଳତାକୁ ବୃଦ୍ଧି କରିଥାଏ । ବୈଜ୍ଞାନିକ ସ୍ୱଭାବ ପ୍ରୟୋଗଶୀଳତାକୁ ପ୍ରୋତ୍ସାହିତ କରିଥାଏ ।

ପ୍ରତ୍ୟେକ କାର୍ଯ୍ୟରେ କାରଣ ଖୋଜିଥାଏ, ତର୍କ ଏବଂ ତଥ୍ୟ ଆଧାରରେ ନିଜର ମତ ଦେବାର ବିଚାରଶକ୍ତି ସୃଷ୍ଟି କରିଥାଏ ଆଉ ସବୁଠାରୁ ବଡ଼ କଥା, ଏହା ଅଜ୍ଞତାର ଭୟକୁ ଆହ୍ୱାନ ଦେବାର ଶକ୍ତି ଦେଇଥାଏ । ଅନାଦି କାଳରୁ ଏହି ଅଜ୍ଞତାର ଭୟକୁ ଆହ୍ୱାନ ଦେବାର ଶକ୍ତି ହିଁ ଅନେକ ନୂତନ ତଥ୍ୟକୁ ସାମ୍ନାକୁ ଆଣିବାରେ ସହାୟତା କରିଛନ୍ତି ।

ସାଥୀଗଣ, ମୁଁ ଖୁସି ଯେ ଦେଶରେ ଆଜି ବୈଜ୍ଞାନିକ ସ୍ୱଭାବର ଭିନ୍ନ ଏକ ସ୍ତରରେ ରହିଛି । ମୁଁ ନିକଟରେ ଘଟିଥିବା ଏକ ଉଦାହରଣ ଆପଣଙ୍କୁ କହୁଛି । ଆମର ବୈଜ୍ଞାନିକମାନେ ଚନ୍ଦ୍ରଯାନ-2 ଉପରେ ବହୁତ ପରିଶ୍ରମ କରିଥିଲେ ଆଉ ଏହା ଉପରେ ବହୁତ ଆଶା ମଧ୍ୟ ଜାଗ୍ରତ ହୋଇଥିଲା । ସବୁକିଛି ଯୋଜନା ଅନୁସାରେ ହୋଇ ପାରିଲା ନାହିଁ, ପୁଣି ମଧ୍ୟ ଏହି ମିଶନ ସଫଳ ଥିଲା ।

ସାଥୀଗଣ,

ମିଶନରୁ ମଧ୍ୟ ଅଧିକ ଏହା ଭାରତର ବୈଜ୍ଞାନିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହୋଇପାରେ । କିପରି ? ମୁଁ ଆପଣଙ୍କୁ କହୁଛି । ମୁଁ ସାମାଜିକ ଗଣମାଧ୍ୟମରେ ବହୁତ ଛାତ୍ରଛାତ୍ରୀଙ୍କ ମାତାପିତାଙ୍କ ବହୁତଗୁଡ଼ିଏ ଟ୍ୱିଟ୍ ଦେଖିଛି । ସେମାନେ କହୁଥିଲେ କି ଖୁବ୍ କମ୍ ବୟସର ତାଙ୍କର ପିଲାମାନଙ୍କୁ ମଧ୍ୟ ସେମାନେ ଚନ୍ଦ୍ରଯାନ-2 ସହିତ ଜଡ଼ିତ ଘଟଣାଗୁଡ଼ିକ ଉପରେ ଚର୍ଚ୍ଚା କରୁଥିବାର ଲକ୍ଷ୍ୟ କରିଥିଲେ । କେହି ଚନ୍ଦ୍ରର ଟୋପୋଗ୍ରାଫି ବିଷୟରେ ଆଲୋଚନା କରୁଥିଲେ, ତ କିଛି ଉପଗ୍ରହ ରଣନୀତି ସମ୍ପର୍କରେ ଚର୍ଚ୍ଚା କରୁଥିଲେ । କେହି ଚନ୍ଦ୍ରର ଦକ୍ଷିଣ ମେରୁରେ ପାଣି ରହିଥିବାର ସମ୍ଭାବନା ଉପରେ ପ୍ରଶ୍ନ ପଚାରୁଥିଲେ, ତ ଆଉ କେହି ଲୁନାର ଅର୍ବିଟ ବିଷୟରେ କଥାବାର୍ତ୍ତା ହେଉଥିଲେ । ମାତାପିତା ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲେ କି ଏତେ କମ୍ ବୟସରେ ଏ ପିଲାମାନଙ୍କ ମଧ୍ୟରେ ଏଭଳି ପ୍ରେରଣା ଆସିଛି କେଉଁଠୁ । ଦେଶର ଏ ସମସ୍ତ ମାତାପିତାଙ୍କୁ ଲାଗୁଛି କି, ସେମାନଙ୍କର ପିଲାମାନଙ୍କଠାରେ ଆସିଥିବା ଏହି ଜିଜ୍ଞାସା ମଧ୍ୟ ଚନ୍ଦ୍ରଯାନ-2ର ହିଁ ଏକ ସଫଳତା ।

ଏଭଳି ଲାଗୁଛି କି ବିଜ୍ଞାନକୁ ନେଇ ଆମର ଯୁବ ଛାତ୍ରଙ୍କ ମଧ୍ୟରେ ରୁଚିର ଏକ ନୂତନ ସ୍ରୋତ ସୃଷ୍ଟି ହୋଇଛି ।

ଏହି ଶକ୍ତିକୁ, ଏହି ଏନର୍ଜିକୁ ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ପରିବେଶରେ ସଠିକ ଦିଗରେ ନେଇଯିବା, ସଠିକ ପ୍ଲାଟଫର୍ମ ଦେବା, ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ।

ସାଥୀଗଣ,

ଏକ ସମୟ ଥିଲା, ଯେତେବେଳେ କୁହାଯାଉଥିଲା କି ଆବଶ୍ୟକତା ହିଁ ଆବିଷ୍କାରର ଜନନୀ । ଏହା କେତେକାଂଶରେ ସଠିକ ମଧ୍ୟ । କିନ୍ତୁ ସମୟ ସହିତ ମନୁଷ୍ୟ, ଆବଶ୍ୟକତା ପାଇଁ ଆବିଷ୍କାରରୁ କିଛି ପାଦ ଆଗକୁ ଯାଇ, ଜ୍ଞାନ ବିଜ୍ଞାନକୁ ଶକ୍ତି ରୂପେ ପ୍ରୟୋଗ କରି, ସଂସାଧନ ଭାବେ କିପରି ଉପଯୋଗ କରି ହେବ, ଏହି ଦିଗରେ ଖୁବ ସାହସପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଧରି ନିଅନ୍ତୁ ଏବେ ଯେପରି ଆବିଷ୍କାର ଆବଶ୍ୟକତାଗୁଡ଼ିକୁ ବିସ୍ତାର କରିଦେଇଛି । ଯେପରି ଇଣ୍ଟରନେଟ ଆସିଯିବା ପରେ, ଏକ ନୂତନ ପ୍ରକାରର ଆବଶ୍ୟକତା ଜନ୍ମ ନେଇନେଲା । ଆଉ ଆଜି ଦେଖନ୍ତୁ । ଗବେଷଣା ଏବଂ ବିକାଶର ଏକ ବହୁତ ବଡ଼ ଅଂଶ ଇଣ୍ଟରନେଟ ଆସିଯିବା ପରେ ସୃଷ୍ଟି ହୋଇଥିବା ଆବଶ୍ୟକତାଗୁଡ଼ିକ ଉପରେ ଗୁରୁତ୍ୱ ଦେଉଛୁ । ଅନେକ କ୍ଷେତ୍ର ଯେଭଳି ସ୍ୱାସ୍ଥ୍ୟ ସୁରକ୍ଷା ହେଉ, ଆତିଥେୟତା କ୍ଷେତ୍ର ହେଉ କିମ୍ବା ମନୁଷ୍ୟର ସହାବସ୍ଥାନ ସୁଗମତା ସହିତ ଜଡ଼ିତ ସମସ୍ତ ଆବଶ୍ୟକତା ଗୁଡ଼ିକ, ଏବେ ଇଣ୍ଟରନେଟର ଆଧାର ହୋଇଯାଇଛି । ଆପଣ ନିଜ ମୋବାଇଲର କଳ୍ପନା ଇଣ୍ଟରନେଟ ବିନା କରି ଦେଖନ୍ତୁ, ତ ଆପଣ ଅନୁମାନ ଲଗାଇ ପାରିବେ କି ଏକ ଆବିଷ୍କାର କିଭଳି ଆମର ଆବଶ୍ୟକତାର ପରିସରକୁ ବୃଦ୍ଧି କରି ଦେଇଛି । ସେହିଭଳି ଭାବେ କୃତ୍ରିମ ବୁଦ୍ଧିମତା ମଧ୍ୟ ଆବଶ୍ୟକତାର ନୂତନ ଦ୍ୱାର ଖୋଲି ଦେଇଛି, ନୂତନ ଦିଗକୁ ସଂମ୍ପ୍ରସାରଣ କରିଦେଇଛି ।

ସାଥୀଗଣ,

ଆମର ଏଠି କୁହାଯାଇଛି

ତତ୍ ରୂପଂ ଯତ୍ ଗୁଣାଃ

ସାଇନ୍ସ ଫର ସୋସାଇଟି ବା ସମାଜ ପାଇଁ ବିଜ୍ଞାନର ଅର୍ଥ କ’ଣ, ଏହା ଜାଣିବା ପାଇଁ ଆମକୁ କିଛି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ପଡ଼ିବ । ସମସ୍ତେ ଜାଣନ୍ତି କି ପ୍ଲାଷ୍ଟିକ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ସ୍ଥିତି କ’ଣ ।

କ’ଣ ଆମର ବୈଜ୍ଞାନିକ ଏଭଳି ମାପକ ଏବଂ ମିତବ୍ୟୟୀ ବା କମ୍‌ ଖର୍ଚ୍ଚରେ ପ୍ରସ୍ତୁତ ହେଉଥିବା ଜିନିଷ ସୃଷ୍ଟି କରିବାର ଆହ୍ୱାନକୁ ଗ୍ରହଣ କରି ପାରିବେ ଯାହାକି ପ୍ଲାଷ୍ଟିକର ସ୍ଥାନ ନେଇ ପାରିବ ? କ’ଣ ଶକ୍ତିକୁ, ବିଦ୍ୟୁତଶକ୍ତିକୁ ସଂରକ୍ଷଣ କରି ରଖିପାରିବାର ଉନ୍ନତ ଧରଣର ଉପାୟ ଖୋଜି ପାରିବାର ଆହ୍ୱାନକୁ ଗ୍ରହଣ କରି ପାରିବା ? ଏଭଳି କୌଣସି ସମାଧାନ ଯାହା ଫଳରେ ସୌରଶକ୍ତିର ଉପଯୋଗରେ ବୃଦ୍ଧି ହୋଇପାରିବ ? ଇଲେକ୍ଟ୍ରିକ ମୋବିଲିଟିକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସହିତ ଜଡ଼ିତ ନବସୃଜନ ଆମେ କରି ପାରିବା କି ?

ସାଥୀଗଣ,

ଆମକୁ ଏହା ଚିନ୍ତା କରିବାକୁ ହେବ କି ଆମେ ଆମ ଗବେଷଣାଗାରରେ ଏଭଳି କ’ଣ କରିବା ଯାହା ଫଳରେ କୋଟି କୋଟି ଭାରତୀୟଙ୍କ ଜୀବନ ସହଜ ହୋଇ ପାରିବ । ଆମେ ସ୍ଥାନୀୟ ସ୍ତରରେ ଜଳ ସମସ୍ୟାର କ’ଣ କୌଣସି ସମାଧାନ ବାହାର କରିପାରିବା ? ଆମେ କିପରି ଲୋକମାନଙ୍କ ପାଖରେ ପରିଷ୍କାର ପାନୀୟ ଜଳ ପହଞ୍ଚାଇ ପାରିବା ?

ଆମେ କ’ଣ କୌଣସି ଏଭଳି ଆବିଷ୍କାର କରି ପାରିବା ଯାହାଦ୍ୱାରା ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ହେଉଥିବା ଖର୍ଚ୍ଚକୁ ଆମେ କମ୍ କରିପାରିବା ? କ’ଣ ଆମର କୌଣସି ଆବିଷ୍କାର କୃଷକଙ୍କୁ ଲାଭ ପ୍ରଦାନ କରିପାରିବ, ତାଙ୍କର ଆୟ ବୃଦ୍ଧି କରିପାରିବ, ସେମାନଙ୍କୁ ସେମାନଙ୍କର ଶ୍ରମରେ କିଛିଟା ସାହାଯ୍ୟ କରିପାରିବ ?

ସାଥୀଗଣ,

ଆମକୁ ଚିନ୍ତା କରିବାକୁ ହେବ କି କିଭଳି ଭାବେ ବିଜ୍ଞାନର ଉପଯୋଗ ଲୋକମାନଙ୍କର ଜୀବନକୁ ସୁଗମ କରିବାରେ ସାହାଯ୍ୟ କରିପାରିବ । ଆଉ ଏଥିପାଇଁ ସାଇନ୍ସ ଫର ସୋସାଇଟି ବା ସମାଜ ପାଇଁ ବିଜ୍ଞାନର ବହୁତ ଗୁରୁତ୍ୱ ରହିଛି ।

ଯେତେବେଳେ ସମସ୍ତ ବୈଜ୍ଞାନିକ, ସମସ୍ତ ଦେଶବାସୀ ଏହି ଚିନ୍ତାଧାରା ସହିତ ଆଗକୁ ବଢ଼ିବେ, ତାହାଦ୍ଵାରା ଦେଶ ଓ ମାନବ ସମାଜକୁ ମଧ୍ୟ ଲାଭ ହେବ ।

ସାଥୀଗଣ,

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆପଣମାନଙ୍କୁ ମନେ ରଖିବାକୁ ହେବ । ଆଜି ଆମେ ଫଟାଫଟ୍ ବା ତତ୍କାଳର ଯୁଗରେ ବସବାସ କରୁଛେ । ଆମେ ଦୁଇ ମିନିଟରେ ନୁଡଲ୍ସ ଆଉ 30 ମିନିଟରେ ପିଜ୍ଜା ପାଇବାକୁ ଚାହୁଁଛୁ । କିନ୍ତୁ ବୈଜ୍ଞାନିକ ଏବଂ ବିଜ୍ଞାନ ପ୍ରକ୍ରିୟାଗୁଡ଼ିକୁ ନେଇ ଆମେ ଫଟାଫଟ୍ ବାଲା ସଂସ୍କୃତିର ଚିନ୍ତାଧାରା ରଖି ପାରିବା ନାହିଁ ।

ହୋଇପାରେ କି କୌଣସି ଅନୁସନ୍ଧାନର ପ୍ରଭାବ ତୁରନ୍ତ ହେଉ ନଥିବ କିନ୍ତୁ ଆଗାମୀ କେତେ ଶତାବ୍ଦୀ ଧରି ଏହାର ଲାଭ ମିଳିପାରିବ । ପରମାଣୁର ଅନୁସନ୍ଧାନ ଠାରୁ ନେଇ ବିଜ୍ଞାନର ବର୍ତ୍ତମାନର ସ୍ୱରୂପ ଏବଂ ପରିସରକୁ ନେଇ ଆମର ଅନୁଭବ ଏହା ହିଁ କହିଥାଏ । ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଦୀର୍ଘସୂତ୍ରୀ ଲାଭ, ଦୀର୍ଘସୂତ୍ରୀ ସମାଧାନ ବିଷୟରେ ମଧ୍ୟ ବୈଜ୍ଞାନିକ ସ୍ୱଭାବ ନେଇ ଚିନ୍ତା କରିବା ବହୁତ ହିଁ ଜରୁରୀ ଅଟେ । ଆଉ ଏ ସମସ୍ତ ପ୍ରୟାସ ମଧ୍ୟରେ ଆପଣଙ୍କୁ ଅନ୍ତରାଷ୍ଟ୍ରୀୟ ନିୟମ, ସେଗୁଡ଼ିକର ମାନଦଣ୍ଡ ଗୁଡ଼ିକର ମଧ୍ୟ ସଦା ସର୍ବଦା ଧ୍ୟାନ ରଖିବାକୁ ହେବ । ଆପଣଙ୍କୁ ଆପଣଙ୍କର ଆବିଷ୍କାର, ନିଜର ନବସୃଜନ ସହିତ ଜଡ଼ିତ ଅଧିକାର, ସେମାନଙ୍କର ପେଟେଣ୍ଟକୁ ନେଇ ନିଜେ ଜାଗ୍ରତ ରହିବାର କଳାକୁ ମଧ୍ୟ ବୃଦ୍ଧି କରିବାକୁ ହେବ ଏବଂ ସକ୍ରିୟ ରହିବାକୁ ପଡ଼ିବ । ଏହିଭଳି ଭାବେ, ଆପଣଙ୍କର ଗବେଷଣା ଅଧିକରୁ ଅଧିକ ଅନ୍ତରାଷ୍ଟ୍ରୀୟ ପତ୍ରପତ୍ରିକାରେ, ବଡ଼ ବଡ଼ ମଞ୍ଚରେ ସ୍ଥାନ ପାଉ, ଏଥିପାଇଁ ମଧ୍ୟ ଆପଣଙ୍କୁ ନିରନ୍ତର ସଜାଗ ରହିବା ଓ ପ୍ରୟାସ କରିବା ଆବଶ୍ୟକ । ଆପଣଙ୍କର ଅଧ୍ୟୟନ ଏବଂ ସଫଳତାର କଥା ଅନ୍ତରାଷ୍ଟ୍ରୀୟ ଜଗତକୁ ଜଣାପଡ଼ୁ .. ଏହା ମଧ୍ୟ ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ ।

ସାଥୀଗଣ, ଆମେ ସମସ୍ତେ ଭଲ ଭାବେ ଜାଣିଛେ କି ବିଜ୍ଞାନ,  ଦୁଇଟି ଜିନିଷ ବିନା ସମ୍ଭବ ନୁହେଁ । ଏହି ଦୁଇଟି କଥା ହେଉଛି ସମସ୍ୟା ଏବଂ ସତତ ପ୍ରୟୋଗ । ଆଉ ଯଦି କୌଣସି ସମସ୍ୟା ରହିବ ନାହିଁ, ଯଦି ସବୁକିଛି ଉପଯୁକ୍ତ ଭାବେ ହୋଇ ଚାଲିବ ତ କୌଣସି ଉତ୍ସୁକତା ରହିବ ନାହିଁ । ଉତ୍ସୁକତା ବିନା କୌଣସି ନୂତନ ଉଦ୍ଭାବନାର ଆବଶ୍ୟକତା ହିଁ ଅନୁଭବ ହେବ ନାହିଁ ।

ସେହିପରି, ଯଦି ପ୍ରଥମ ଥର ପାଇଁ କୌଣସି କାର୍ଯ୍ୟ କରାଯାଏ ତ ତାହା ସଂପୂର୍ଣ୍ଣ ଭାବେ ଉତ୍ତମ ହେବ । ତେବେ ଏହାର ସମ୍ଭାବନା ବହୁତ ହିଁ କମ୍ ହୋଇଥାଏ । ବହୁବାର ଆମକୁ ଆମର ମନ ମୁତାବକ ପରିଣାମ ମିଳି ନଥାଏ । ବାସ୍ତବରେ ଏହା ବିଫଳତା ନୁହେଁ, ସଫଳ ଯାତ୍ରାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ । ଏଥିପାଇଁ ବିଜ୍ଞାନରେ ଅସଫଳତା ନଥାଏ, କେବଳ ମାତ୍ର ପରିଶ୍ରମ ରହିଥାଏ, ପରୀକ୍ଷଣ ଥାଏ, ଆଉ ଶେଷରେ ସଫଳତା ରହିଥାଏ । ଏହି କଥାଗୁଡ଼ିକୁ ଧ୍ୟାନରେ ରଖି ଆପଣ ଆଗକୁ ବଢ଼ିବେ ତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ଆଉ ଜୀବନରେ କେବେ ହେଲେ ମଧ୍ୟ ପ୍ରତିବନ୍ଧକ ଆସିବ ନାହିଁ । ଭବିଷ୍ୟତ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଇ, ଆଉ ଏହି ସମାରୋହ ସଫଳତାର ସହିତ ଆଗକୁ ଅଗ୍ରସର ହେଉ ଏହି କାମନା କରି, ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।

ବହୁତ-ବହୁତ ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.