ମିଷ୍ଟର ମାଇକେଲ ବ୍ଲୁମ୍‌ବର୍ଗ, ବ୍ଲୁମ୍‌ବର୍ଗ ନୂଆ ଆର୍ଥିକ ଫୋରମରେ ଭାଗ ନେଇଥିବା ଅଗ୍ରଚିନ୍ତକଗଣ, ଉଦ୍ୟୋଗପତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିବୃନ୍ଦ ।

ମାଇକେଲ ଏବଂ ତାଙ୍କ ବ୍ଲୁମ୍‌ବର୍ଗ ଫିଲାନଥ୍ରୋପିଜ (ଲୋକହିତୈଷୀ ସଂସ୍ଥା) ଦ୍ୱାରା ଅନୁଷ୍ଠିତ ହେଉଥିବା ଏଭଳି ଏକ ମହାନ କାର୍ଯ୍ୟକୁ ପ୍ରଶଂସା କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ଏହି ଟିମ୍‌ଦ୍ୱାରା ଭାରତର ସ୍ମାର୍ଟସିଟି ମିଶନର ଡିଜାଇନ ପ୍ରସ୍ତୁତି ଅତ୍ୟନ୍ତ ସୁନ୍ଦର ହୋଇଛି ।

ବନ୍ଧୁଗଣ, ଆମେ ଇତିହାସର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁରେ ଉପନୀତ । ବିଶ୍ୱର ଅର୍ଦ୍ଧାଧିକ ନାଗରିକ ଏବେ ସହରାଞ୍ଚଳରେ ବସବାସ କରୁଛନ୍ତି । ଆଉ ଦୁଇ ଦଶନ୍ଧି ପରେ ଭାରତ ଏବଂ କେତେକ ଆଫ୍ରିକୀୟ ରାଷ୍ଟ୍ର ଏକ ବଡ଼ ଧରଣର ସହରାୟନ ଢେଉ ଦେଖିବେ; କିନ୍ତୁ କରୋନା ମହାମାରୀ ଏବେ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଏହା ଆମକୁ ଦେଖାଇ ଦେଇଛି ଯେ ନଗର ସମୂହ ଯାହା ଅଭିବୃଦ୍ଧିର ଇଂଜିନ ଭାବେ କାର୍ଯ୍ୟ କରୁଥିଲେ, ସେସବୁ ମଧ୍ୟ ଏବେ ବିପଦପ୍ରବଣ ହୋଇପଡିଛି । କରୋନା ଯୋଗୁଁ ବିଶ୍ୱର ଅନେକ ସହର ଓ ନଗର ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଛି ଯେ ତାହା କଳ୍ପନା କରିବା କଷ୍ଟ । ଗ୍ରେଟ ଡିପ୍ରେସନ ବା ପ୍ରଚଣ୍ଡ ମାନ୍ଦାବସ୍ଥା ପରେ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଏଭଳି ଅବସ୍ଥା କେବେ ସୃଷ୍ଟି ହୋଇ ନ ଥିଲା । ସହରରେ ରହିବାର ସମସ୍ତ ସୁଖସୁବିଧା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଷ୍ଠୀ ସମାବେଶ, ଖେଳକୁଦର ଆୟୋଜନ, ଶିକ୍ଷା ଏବଂ ମନୋରଂଜନ ଆଦି ବିଷୟ ପୂର୍ବରୁ ଯାହା ଥିଲା ଏବେ ତାହା ସେଇଆ ହୋଇନାହିଁ ।  ସମଗ୍ର ବିଶ୍ୱ ଆଗରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହାର ପୁନରାରମ୍ଭ କିପରି ହେବ ? ଏହି ପୁନରାରମ୍ଭ ଆମ ମାନସିକତା ଓ ଦୃଷ୍ଟିକୋଣର ପୁନଃ ସଂଯୋଜନ ବିନା ସମ୍ଭବ ନୁହେଁ । ମାନସିକତା ସହିତ ଆମ ପ୍ରକ୍ରିୟା ଏବଂ ଅଭ୍ୟାସକୁ ମଧ୍ୟ ପୁନଃ ସଂଯୋଜିତ କରିବାକୁ ହେବ ।

ବନ୍ଧୁଗଣ, ମୋ ବିଚାରରେ ଦୁଇଟି ବିଶ୍ୱଯୁଦ୍ଧ ପରେ ଯେଉଁ ଐତିହାସିକ ପୁନନିର୍ମାଣ ଆରମ୍ଭ ହୋଇଥିଲା ସେଥିରୁ ଆମକୁ ଅନେକ ଶିକ୍ଷା ମିଳିପାରିବ । ବିଶ୍ୱଯୁଦ୍ଧ ପରେ ସମଗ୍ର ପୃଥିବୀ ଏକ ନୂଆ ବିଶ୍ୱ ବ୍ୟବସ୍ଥାରେ କାର୍ଯ୍ୟ କରିଥିଲା । ନୂଆ ନୀତିନିୟମ ବିକଶିତ ହେବା ସହ ବିଶ୍ୱ ନିଜକୁ ବଦଳାଇ ଦେଇଥିଲା । କୋଭିଡ୍‌-19 ମଧ୍ୟ ଆମକୁ ସେହିଭଳି ଏକ ସୁଯୋଗ ଦେଇଛି । ଆମକୁ ନୂଆ ନୀତିନିୟମ ପ୍ରତ୍ୟେକ କ୍ଷେତ୍ରରେ ତିଆରି କରିବାକୁ ସୁଯୋଗ ସୃଷ୍ଟି କରିଛି । ଭବିଷ୍ୟତ ପାଇଁ ସମଗ୍ର ବିଶ୍ୱ ଏକ ପ୍ରତିରୋଧୀ ଓ ସ୍ଥିତିସ୍ଥାପକ ବ୍ୟବସ୍ଥା ନିର୍ମାଣ କରିବାକୁ ଯଦି ଚାହେଁ, ତେବେ ଏହି ସୁଯୋଗକୁ ହାତଛଡା କରିବା ଅନୁଚିତ । ଆମକୁ କୋଭିଡ୍‌ ପରବର୍ତ୍ତୀ ବିଶ୍ୱର ଆବଶ୍ୟକତା କଥା ଚିନ୍ତା କରିବାକୁ ପଡିବ । ସେଥିପାଇଁ ଅର୍ବାନ ସେଣ୍ଟରଗୁଡିକର ନବକଳେବର ଏକ ପ୍ରାରମ୍ଭବିନ୍ଦୁ ହେବ ।

ବନ୍ଧୁଗଣ, ଏଠାରେ ମୁଁ ଭାରତୀୟ ନଗରୀଗୁଡିକର ଏକ ଅସ୍ଥିବାଚକ ଦିଗ ଆପଣଙ୍କୁ ଜଣାଇବାକୁ ଚାହୁଁଛି । ଏହି କଠୋର ସମୟରେ ଭାରତୀୟ ନଗରୀଗୁଡିକ ଏକ ଅସାଧାରଣ ଉଦାହରଣ ଉପସ୍ଥାପନ କରିଥିଲେ । ଲକ୍‌ଡାଉନ ବିରୋଧରେ ବିଶ୍ୱବ୍ୟାପୀ ବିରୋଧ ସୃଷ୍ଟି ହୋଇଥିଲା । ଭାରତୀୟ ସହରଗୁଡିକ କିନ୍ତୁ ଏହି ନିବାରଣମୂଳକ ପଦକ୍ଷେପକୁ ନିଷ୍ଠାର ସହ ପାଳନ କରିଥିଲେ । କାରଣ ଆମ ପାଇଁ ଆମ ସହରଗୁଡିକର ସବୁଠୁ ବୃହତ୍‌ ଅଟ୍ଟାଳିକା, କଂକ୍ରିଟ ନୁହେଁ, ଏହା କମ୍ୟୁନିଟି  ବା ସଂପ୍ରଦାୟ । ଏହି ମହାମାରୀ ପୁନଃ ପ୍ରମାଣିତ କରିଛି ଯେ ସମାଜ ଓ ବ୍ୟବସାୟ ନିର୍ବିଶେଷରେ ଆମର ସବୁଠୁ ବଡ଼ ସମ୍ବଳ ହେଉଛି ଆମର ଜନତା । କରୋନା ପରବର୍ତ୍ତୀ ବିଶ୍ୱର ପୁନଃନିର୍ମାଣ ପ୍ରକ୍ରିୟା ଏହି ମୌଳିକ ସମ୍ବଳ ବିନିଯୋଗ ଦ୍ୱାରା ହିଁ ସମ୍ଭବ ହେବ । ନଗରୀଗୁଡିକ ଅଭିବୃଦ୍ଧିର ଇଂଜିନ । ଏହି ଅତ୍ୟାବଶ୍ୟକ ପରିବର୍ତ୍ତନ ପାଇଁ ଏହି ସହର ସବୁରେ ଚାଳକର ଶକ୍ତି ନିହିତ ।

ସହରରେ କାମ ମିଳୁଥିବାରୁ ଲୋକେ ଘରଛାଡି ସହରମୁହାଁ ହୁଅନ୍ତି ; କିନ୍ତୁ ଏହା ସେହି ସମୟ ନୁହେଁ । ଆମେ ଏପରି ସହର ଗଠନ କରିବା, ଯାହା ଲୋକଙ୍କ ପାଇଁ କାମ କରିବ ? ସହରଗୁଡିକୁ ଅଧିକ ବସବାସ ଉପଯୋଗୀ କରିବା ନିମନ୍ତେ କରୋନା ଆମକୁ ସୁଯୋଗ ଦେଇଛି । ସେଥିପାଇଁ ଉତ୍ତମ ଆବାସ ସୁବିଧା, ଉତ୍ତମ କାର୍ଯ୍ୟ ପରିବେଶ, ସ୍ୱଳ୍ପକାଳୀନ ଏବଂ ଦକ୍ଷ ଯାତ୍ରା ବ୍ୟବସ୍ଥା ଆବଶ୍ୟକ । ଲକ୍‌ଡାଉନ କାଳରେ ଅନେକ ସହରର ନଦନଦୀ, ହ୍ରଦ ପ୍ରଦୂଷଣମୁକ୍ତ ହେବା ସହିତ ବାୟୁ ମଧ୍ୟ ନିର୍ମଳ ଥିଲା । ସେତେବେଳେ ସହରାଞ୍ଚଳରେ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଥିଲା, ଯାହା ସାଧାରଣତଃ ସହରରେ କ୍ୱଚିତ ଶୁଣାଯାଏ । ଆମେ କ’ଣ ସେଭଳି ସହର ନିର୍ମାଣ କରିପାରିବା ନାହିଁ, ଯେଉଁଠି ଏହି ପ୍ରାକୃତିକ ପରିବେଶ ରହିପାରିବ ? ଆମେ ଭାରତରେ ଅର୍ବାନ ସେଣ୍ଟରମାନ ନିର୍ମାଣ କରିବାକୁ କାର୍ଯ୍ୟ କରୁଛୁ । ଆମେ ଯେଉଁ ଅର୍ବାନ ସେଣ୍ଟରମାନ ନିର୍ମାଣ କରିବାକୁ ଚେଷ୍ଟା କରୁଛୁ ସେଥିରେ ସହରର ସୁଖସୁବିଧା ସହିତ ଗ୍ରାମର ପ୍ରାକୃତିକତା ଓ ଚେତନା ରହିବ ।

ବନ୍ଧୁଗଣ, କରୋନା ମହାମାରୀ ସମୟରେ ଆମର କାମକୁ ଅବ୍ୟାହତ ରଖିବା ପାଇଁ ଟେକ୍ନୋଲଜି ଆମକୁ ବେଶ୍‌ ସହାୟକ ହୋଇଛି । ଭିଡିଓ କନ୍‌ଫରେନ୍ସ ଭଳି ସାଧନ ସେଥି ମଧ୍ୟରୁ ଅନ୍ୟତମ । ଏହା ମାଧ୍ୟମରେ ମୁଁ ଅନେକ ବୈଠକରେ ଭାଗ ନେଇପାରିବି । ଏହା ମଧ୍ୟ ମୋତେ ବହୁ ଦୂର ଯାତ୍ରା କରି ଆପଣମାନଙ୍କ ସହ କଥାବର୍ତ୍ତା ହେବା ଜଞ୍ଜାଳରୁ ମୁକ୍ତ କରିଛି । ଏହା ଦୂରତ୍ୱ ହ୍ରାସରେ ସହାୟକ ହୋଇଛି । ତେବେ କୋଭିଡ୍‌ ପରବର୍ତ୍ତୀ ବିଶ୍ୱ ପାଇଁ ଏହା ମଧ୍ୟ ଏକ ମଜାଦାର ପ୍ରଶ୍ନବାଚୀ ସୃଷ୍ଟି କରିପାରେ । ଆପଣ କ’ଣ ଚାହିଁବେ କୋଭିଡ୍‌ ସମୟର ଏହି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ଜାରି ରହୁ ? ଆପଣ କ’ଣ ଚାହିଁବେ ଗୋଟିଏ ମହାଦେଶରୁ ଆଉ ଗୋଟିଏ ମହାଦେଶକୁ ଯାଇ ଏକ ସମ୍ମିଳନୀରେ ଆପଣ ସଶରୀରେ ଯୋଗଦେବେ ? ଅତଏବ ସହରାଞ୍ଚଳ ବ୍ୟବସ୍ଥାରେ ଚାପ ହ୍ରାସ ଆମ ରୁଚି ଉପରେ ନିର୍ଭର କରେ । ଏହି ରୁଚି ମଧ୍ୟ ଆମକୁ ଉତ୍ତମ କାର୍ଯ୍ୟ ଓ ଜୀବନ ଭାରସାମ୍ୟ ରକ୍ଷାରେ ସହାୟକ ହେବ । ଆଜିର ଯୁଗରେ ଯେକୌଣସି ସ୍ଥାନରେ ରହି କାର୍ଯ୍ୟ କରିବାକୁ ଲୋକଙ୍କୁ ସକ୍ଷମ କରିବା, ଯେକୌଣସି ସ୍ଥାନରେ ବସବାସ କରିବା, ବୈଶ୍ୱିକ ଯୋଗାଣ ପ୍ରକ୍ରିୟାରେ ସାମିଲ ହେବା ଏକ ଚରମ ଆବଶ୍ୟକତା ପାଲଟିଛି । ସେଥିପାଇଁ ଆମେ ଟେକ୍ନୋଲଜି ଓ ଜ୍ଞାନଭିତ୍ତିକ କ୍ଷେତ୍ର ପାଇଁ ସରଳ ନିର୍ଦ୍ଦେଶାବଳୀ ଘୋଷଣା କରିଛୁ । ଏହାଦ୍ୱାରା ୱାର୍କ ଫ୍ରମ୍‌ ହୋମ୍‌ ଏବଂ ୱାର୍କ ଫ୍ରମ ଏନିହେୟାର ସୁବିଧା ସହଜରେ କାର୍ଯ୍ୟକାରୀ ହୋଇପାରିବ ।

ବନ୍ଧୁଗଣ, ସୁଲଭ ମୂଲ୍ୟର ଗୃହ ବିନା ଆମ ନଗରୀଗୁଡିକ ସମୃଦ୍ଧ ହୋଇପାରିବେ ନାହିଁ । ଏହା ଅନୁଭବ କରି ଆମେ 2015ରୁ ସମସ୍ତଙ୍କ ପାଇଁ ଘର ଯୋଜନା ଆରମ୍ଭ କରିଥିଲୁ । ମୁଁ ଆନନ୍ଦର ସହିତ ଜଣାଇବାକୁ ଚାହେଁ ଯେ ଏ କ୍ଷେତ୍ରରେ ଆମର ପ୍ରଗତି ସନ୍ତୋଷଜନକ ରହିଛି । 2022ର ଧାର୍ଯ୍ୟଲକ୍ଷ୍ୟ ସମୟ ପୂର୍ବରୁ ଆମେ 1 କୋଟିରୁ  ଅଧିକ ଘର ସହରାଞ୍ଚଳରେ ଘରଖଣ୍ଡିଏ ପାଇଁ ଆଶାୟୀ ଥିବା ଲୋକଙ୍କୁ ଯୋଗାଇଦେବୁ । ମହାମାରୀ ଦ୍ୱାରା ସୃଷ୍ଟ ସ୍ଥିତିକୁ  ନଜରରେ ରଖି ଆମେ ମଧ୍ୟ ସୁଲଭ ଭଡାଘର ଯୋଜନା ଆରମ୍ଭ କରିଛୁ । ଆମେ ମଧ୍ୟ ରିଏଲ ଇଷ୍ଟେଟ ନିୟନ୍ତ୍ରଣ ଆଇନକୁ କାର୍ଯ୍ୟକାରୀ କରିଛୁ ।  ଏହା ଫଳରେ ରିଏଲ ଇଷ୍ଟେଟ କ୍ଷେତ୍ରର ଗତିଶୀଳତାରେ ପରିବର୍ତ୍ତନ ଆସିଛି । ଏହାଦ୍ୱାରା ଏହି କ୍ଷେତ୍ର ଅଧିକ ଖାଉଟି କୈନ୍ଦ୍ରିକ ଓ ସ୍ୱଚ୍ଛ ହୋଇପାରିଛି ।

ବନ୍ଧୁଗଣ, ନିରନ୍ତର ଆତଯାତ ସ୍ଥିତିସ୍ଥାପକ ନଗରୀଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏଥିପାଇଁ ଯାନବାହନ ଓ ଯିବା ଆସିବାର ବ୍ୟବସ୍ଥା ବିଶେଷ ଗୁରୁତ୍ୱ ରଖେ । ଭାରତରେ 27ଟି ନଗରୀରେ ମେଟ୍ରୋ ରେଳ କାର୍ଯ୍ୟ ଚାଲିଛି । 2022 ସୁଦ୍ଧା ଭାରତରେ ପ୍ରାୟ 1000 କିମି ମେଟ୍ରୋରେଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇପାରିବ । ଆମର ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ, ଦେଶୀ ପରିବହନ ବ୍ୟବସ୍ଥାରେ ଉନ୍ନତି  ଆଣିବାରେ ସହାୟକ ହୋଇଛି । ଦେଶ ଭିତରେ ନୂଆ ନୂଆ ଯାନବାହନ ନିର୍ମାଣ ଓ ବ୍ୟବସ୍ଥା ତିଆରି ହେଉଛି ।  ପରିବହନ କ୍ଷେତ୍ରରେ ଆମର ଯେଉଁ ନିରନ୍ତର ବିକାଶ ଯୋଜନା ରହିଛି ମେକ ଇନ୍‌ ଇଣ୍ଡିଆ ତାହାକୁ ବେଶ୍‌ ସହାୟକ ହେଉଛି ।

ବନ୍ଧୁଗଣ, ଏକ ସ୍ମାର୍ଟ, ସମୃଦ୍ଧ ଓ ସ୍ଥିତିସ୍ଥାପକ ନଗରୀ ପାଇଁ ଟେକ୍ନୋଲଜିର ଗୁରୁତ୍ୱ ବହୁ ଅଧିକ । ଏଥିରେ ଟେକ୍ନୋଲଜି ହିଁ ଚାଳକର ଭୂମିକା ନିର୍ବାହ କରିଥାଏ ଏବଂ ସହରର ଦକ୍ଷ ପରିଚାଳନା ଓ ସଂପ୍ରଦାୟକୁ ଯୋଡିବାରେ ବିଶେଷ ଭୂମିକା ନିର୍ବାହ କରେ । ଆମେ ଏଭଳି ଏକ ଭବିଷ୍ୟତକୁ ନଜରରେ ରଖିଛୁ ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟସେବା, ସପିଂ, ଖାଦ୍ୟପେୟ ଆଦି ସମସ୍ତ କଥା ଅନ୍‌ଲାଇନରେ ମିଳିବ । ଭୌତିକ ଓ ଡିଜିଟାଲ ବିଶ୍ୱର ସମ୍ମିଶ୍ରଣରେ ଆମେ ଆମ ନଗରୀଗୁଡିକୁ ପ୍ରସ୍ତୁତ କରିବାକୁ ଉଦ୍ୟମ ଚଳାଇଛୁ । ଆମର ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍‌ ଇଣ୍ଡିଆ ମିଶନ ଏ  ଦିଗରେ ଆବଶ୍ୟକ ଦକ୍ଷତା ନିର୍ମାଣରେ ସହାୟକ ହେଉଛି । ଦୁଇ ପର୍ଯ୍ୟାୟ ପ୍ରକ୍ରିୟାରେ ଆମେ ଦେଶରେ 100ଟି ସ୍ମାର୍ଟସିଟି ବାଛିଛୁ । ରାଷ୍ଟ୍ରବ୍ୟାପୀ ପ୍ରତିଯୋଗିତା  ମାଧ୍ୟମରେ ଏହା କରାଯାଇଛି । ଏଥିରେ ସହଯୋଗ ଓ ପ୍ରତିଯୋଗିତାମୂଳକ ସଂଘବାଦର ଦର୍ଶନ ପ୍ରତିଫଳିତ ହୋଇଛି ।

ଏହିସବୁ ନଗରୀ 30 ବିଲିୟନ ଡଲାର ବା 2 ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରୁ 1 ଲକ୍ଷ 40 ହଜାର କୋଟି ଟଙ୍କା ବା 20 ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କିମ୍ବା ସଂପୂର୍ଣ୍ଣ ହେବା ଉପରେ । ଟେକ୍ନୋଲଜିର ସଂପୂର୍ଣ୍ଣ କ୍ଷମତାକୁ ଉପଯୋଗ କରିବା ପାଇଁ ଅନେକ ନଗରୀରେ ଇଣ୍ଟିଗ୍ରେଟେଡ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରାଯାଇଛି । ବିଭିନ୍ନ ନଗରୀରେ ଏବେ ଏହିସବୁ କେନ୍ଦ୍ରକୁ କରୋନା ସ୍ଥିତିର ମୁକାବିଲା ପାଇଁ ୱାରରୁମ୍‌ ଭାବେ ବ୍ୟବହାର କରାଯାଉଛି । ଶେଷରେ ମୁଁ ଆପଣମାନଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଆପଣମାନେ ଯଦି ସହରାୟନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥାନ୍ତି ତାହାହେଲେ ଭାରତରେ ସେଥିପାଇଁ ଅତି ଉତ୍ତମ ସୁଯୋଗ ଆପଣଙ୍କ ପାଇଁ ରହିଛି । ଆପଣ ଯଦି ପରିବହନ ବା ମବଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥାନ୍ତି ତାହାହେଲେ ଭାରତ ସେଥିପାଇଁ ଆପଣଙ୍କୁ ଆକର୍ଷୀଣୟ ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ । ଇନୋଭେସନ କ୍ଷେତ୍ରରେ ଯଦି ଆପଣ ପୁଞ୍ଜି ଲଗାଇବାକୁ ଚାହୁଁଛନ୍ତି ଭାରତରେ ମଧ୍ୟ ସେଥିପାଇଁ ଆପଣଙ୍କ ନିମନ୍ତେ ଚମତ୍କାର ସୁଯୋଗ ରହିଛି । ସଷ୍ଟେନେବୁଲ ସଲୁସନ୍ସ କ୍ଷେତ୍ରରେ ଆପଣ ଯଦି ପୁଞ୍ଜି ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଭାରତ ସେଥିପାଇଁ ଉତ୍ତମ ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ । ଏହିସବୁ ସୁଯୋଗ ସହିତ ଭାରତରେ ଏକ ଦୃଢ ଗଣତନ୍ତ୍ର ରହିଛି । ଏଠାରେ ଏକ ବ୍ୟବସାୟ ଅନୁକୂଳ ପରିବେଶ, ଏକ ବିରାଟ ବଜାର ଉପଲବ୍‌ଧ । ସର୍ବୋପରି ଏକ ସରକାର ରହିଛି, ଯାହା ଭାରତକୁ ବିଶ୍ୱର ଏକ ପସନ୍ଦଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳୀରେ ପରିଣତ କରିବାକୁ କୌଣସି କାମ ବାକି ରଖିବ ନାହିଁ ।

ବନ୍ଧୁଗଣ, ଭାରତ ସହରାଞ୍ଚଳ ପରିବର୍ତ୍ତନ ପଥରେ ବେଶ୍‌ ଅଗ୍ରଗାମୀ । ସମସ୍ତ ସଂପୃକ୍ତ ପକ୍ଷ, ନାଗରିକ ସମାଜ, ଶିକ୍ଷାନୁଷ୍ଠାନ, ଉଦ୍ୟୋଗ ଏବଂ ସର୍ବୋପରି ନାଗରିକ ଓ ସଂପ୍ରଦାୟ ସମୂହର ସହଯୋଗରେ ଆମେ ସ୍ଥିତିସ୍ଥାପକ ଏବଂ ସମୃଦ୍ଧ ବୈଶ୍ୱିକ ନଗରୀ ସମୂହର ସ୍ୱପ୍ନ ସାକାର କରିବାରେ ସମର୍ଥ ହେବୁ । ମୋର ଏ ଦୃଢ ବିଶ୍ୱାସ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”