Guru Gobind Singh ji has inspired several people: PM Modi
Guru Gobind Singh ji put knowledge at the core of his teachings and inspired so many people through his thoughts and ideals: PM
Guru Gobind Singh ji did not believe in any form of social discrimination and he treated everyone equally: PM Modi
Bihar will play a major role in the development of the nation: PM Modi

ଶ୍ରୀ ପାଟନା ସାହିବ, ଗୁରୁ ଦୀ ନଗରୀ ବିଖେ ଦଶମେଶ ପିତା ସାହିବ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜ ଦେ ଜନ୍ମ ଦିହାଡ଼େ ତେ ଗୁରୁ ସାହିବାନ ଦି ବଖ୍ଶିଶ ଲେନ୍ ଆଇ ସାଧ-ସଙ୍ଗତ, ତୁହାଣୁ ମୈ ଜୀ ଆଇୟା ଆଖଦାଁ ହାଁ । ଇସ୍ ପବିତ୍ର ଦିହାଡେ ତେ ମୈ ତୁହାଣୁ ସାରିୟା ନୁ ନୱେ ସାଲ ଦୀ ଲଖ-ଲଖ ବଧାଇୟା ଭି ଦିନ୍ଦା ହାଁ ।

ଆଜି ମୋତେ ପାଟନା ସାହିବର ପବିତ୍ର ମାଟିରେ ଏହି ଆଲୋକର ପର୍ବକୁ ପାଳନ କରି ଭାଗ୍ୟଶାଳୀ ମଣୁଛି । ସମଗ୍ର ବିଶ୍ୱରେ ଯେଉଁଠି ବି ଭାରତୀୟମାନେ ରହୁଛନ୍ତି, ଶିଖ୍ ସମୁଦାୟ ରହୁଛନ୍ତି, ବିଶ୍ୱର ସମସ୍ତ ଦେଶରେ ଭାରତ ସରକାର ଆମର ଦୂତାବାସ ମାଧ୍ୟମରେ ଆଜି ଏହି ପ୍ରକାଶ ପର୍ବକୁ ପାଳନ କରିବାକୁ ଯୋଜନା କରିଛନ୍ତି । ଯାହାଫଳରେ ନା କେବଳ ହିନ୍ଦୁସ୍ତାନରେ ବରଂ ସମଗ୍ର ବିଶ୍ୱ ମଧ୍ୟ ଅନୁଭବ କରିବ ଯେ ଗୁରୁ ଗୋବିନ୍ଦ ସିଂହ ମହାରାଜ ସାଢ଼େ ତିନି ଶହ ବର୍ଷ ପୂର୍ବରୁ ଏଭଳି ଜଣେ ଦିବ୍ୟାତ୍ମା ଜନ୍ମ ଗ୍ରହଣ କରିଥିଲେ, ଯିଏ ମାନବତାକୁ କେତେ ବଡ଼ ପ୍ରେରଣା ଦେଇଛନ୍ତି । ଏହା ବିଶ୍ୱ ମଧ୍ୟ ଜାଣୁ, ଏହି ଦିଗରେ ଭାରତ ସରକାର ଭରପୂର ପ୍ରୟାସ କରିଛନ୍ତି ।

ମୁଁ ଶ୍ରୀମାନ ନୀତିଶ ଜୀଙ୍କୁ, ସରକାରଙ୍କୁ, ତାଙ୍କର ସମସ୍ତ ସାଥୀଙ୍କୁ ଆଉ ବିହାରର ଲୋକଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି । କାରଣ ପାଟନା ସାହିବରେ ଏହି ପ୍ରକାଶ ପର୍ବ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି । ହିନ୍ଦୁସ୍ତାନର ଏକତା, ଅଖଣ୍ଡତା, ଭ୍ରାତୃଭାବ, ସାମାଜିକ ସୌହାର୍ଦ୍ଦ୍ୟ, ସମସ୍ତଙ୍କ ମଧ୍ୟରେ ସମଭାବର ଖୁବ୍ ସୁଦୃଢ଼ ସନ୍ଦେଶ ଦେବାର ସାମର୍ଥ୍ୟ ଏହି ପାଟନା ସାହିବରେ ପ୍ରକାଶ ପର୍ବକୁ ପାଳନ କରିବାରେ ଅଛି । ତେଣୁ ନୀତିଶ ଜୀ ଯେଉଁ ପରିଶ୍ରମର ସହ, ମୋତେ କୁହାଯାଇଥିଲା କି ସେ ଖୋଦ୍ ଗାନ୍ଧି ମୈଦାନ ଆସି ପ୍ରତ୍ୟେକ କାର୍ଯ୍ୟକୁ ଟିକିନିଖି ଚିନ୍ତା କରି ଏତେ ବଡ଼ ଭବ୍ୟ ସମାରୋହର ଯୋଜନା କରିଛନ୍ତି ।

କାର୍ଯ୍ୟକ୍ରମର ସ୍ଥଳ ଅବଶ୍ୟ ପାଟନା ସାହିବ, କିନ୍ତୁ ପ୍ରେରଣା ସମଗ୍ର ହିନ୍ଦୁସ୍ତାନକୁ ମିଳିଛି, ସମଗ୍ର ବିଶ୍ୱକୁ ମିଳିଛି । ଆଉ ଏଇଥିପାଇଁ ପ୍ରକାଶ ପର୍ବ ଆମକୁ ମାନବତା ପାଇଁ କେଉଁ ମାର୍ଗରେ ଚାଲିବାର ଅଛି, ଆମର ସଂସ୍କାର କ’ଣ, ଆମର ମୂଲ୍ୟବୋଧ କ’ଣ, ଆମେ ମାନବ ଜାତିକୁ କ’ଣ ଦେଇପାରିବା, ସେଥିପାଇଁ ଏକ ପୁନଃ ସ୍ମରଣ କରି ନୂଆ ଆଗ୍ରହ, ଉତ୍ସାହ ଓ ଶକ୍ତି ସହ ଆଗକୁ ବଢ଼ିବାର ଏହା ହେଉଛି ସୁଯୋଗ ।

ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ଆମେ କଳ୍ପନା କରିପାରିବା କି ଆଖି ସାମ୍ନାରେ ନିଜର ପୂଜ୍ୟ ପିତାଙ୍କ ବଳିଦାନ ଦେଖିଥିଲେ ଓ ନିଜର ଉପସ୍ଥିତିରେ ହିଁ ନିଜ ସନ୍ତାନମାନଙ୍କୁ ମଧ୍ୟ ଆଦର୍ଶ ପାଇଁ, ମୂଲ୍ୟବୋଧ ପାଇଁ, ମାନବତା ପାଇଁ ବଳି ଚଢ଼ିବାର ଦେଖିଛନ୍ତି । ଆଉ ଏହାପରେ ତ୍ୟାଗର ପରାକାଷ୍ଠା ଦେଖନ୍ତୁ, ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜ ମଧ୍ୟ ଏହି ଗୁରୁ ପରମ୍ପରାକୁ ଆଗକୁ ବଢ଼ାଇ ପାରିଥାନ୍ତେ, କିନ୍ତୁ ତାଙ୍କର ଦୂରଦୃଷ୍ଟି ଥିଲା କି ସେ ଜ୍ଞାନକୁ କେନ୍ଦ୍ରରେ ରଖି ଗୁରୁ ଗ୍ରନ୍ଥ ସାହିବର ପ୍ରତ୍ୟେକ ଶବ୍ଦକୁ ଜୀବନ-ମନ୍ତ୍ର ଭାବେ ଗ୍ରହଣ କରି ଆମ ସମସ୍ତଙ୍କ ପାଇଁ ଶେଷରେ କହିଥିଲେ ଯେ- ଏବେ ଗୁରୁ ଗ୍ରନ୍ଥ ସାହିବ ଅଛି, ଏହାର ପ୍ରତ୍ୟେକ ଶବ୍ଦ, ଏହାର ପ୍ରତ୍ୟେକ ପୃଷ୍ଠା ଆଗାମୀ ଯୁଗ ଯୁଗ ଧରି ଆମକୁ ପ୍ରେରଣା ଦେଇ ଚାଲିବ । ଏହା ବି ତାଙ୍କର ତ୍ୟାଗର ଉଦାହରଣର ଅଂଶ ଥିଲା । ଏହା ପୂର୍ବରୁ ଯେତେବେଳେ ପଞ୍ଚ ପ୍ୟାରେ ଓ ଖାଲ୍ସା ପନ୍ଥର ରଚନା ହୋଇଥିଲା, ସେଥିରେ ମଧ୍ୟ ଭାରତକୁ ଯୋଡ଼ିବାରେ ତାଙ୍କର ପ୍ରୟାସ ଥିଲା ।

ଲୋକମାନେ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଚର୍ଚ୍ଚା କରିବାବେଳେ କହନ୍ତି କି ଆଦିଶଙ୍କର ହିନ୍ଦୁସ୍ତାନର ଚାରି କୋଣରେ ମଠ ନିର୍ମାଣ କରି ଭାରତର ଏକତା ଉପରେ ଗୁରୁତ୍ୱ ଦେବାକୁ ପ୍ରୟାସ କରିଥିଲେ । ଗୁରୁ ଗୋବିନ୍ଦ ସିଂହ ମହାରାଜ ସାହିବ ମଧ୍ୟ ହିନ୍ଦୁସ୍ତାନର ବିଭିନ୍ନ କୋଣରୁ ଏହି ପଞ୍ଚ ପ୍ୟାରେଙ୍କ ପସନ୍ଦ କରି ସମଗ୍ର ହିନ୍ଦୁସ୍ତାନକୁ ଖାଲ୍ସା ପରମ୍ପରାର ଦ୍ୱାରା ଏକତାର ସୂତ୍ରରେ ବାନ୍ଧିବାର ଏହି ଯୁଗରେ ଅଦ୍ଭୂତ ପ୍ରୟାସ କରିଥିଲେ । ଯାହା ଆଜି ବି ଆମର ପରମ୍ପରା ହୋଇ ରହିଛି । ମୁଁ ସର୍ବଦା ହୃଦୟରୁ ଅନୁଭବ କରୁଛି କି ମୋର କିଛି ରକ୍ତର ସମ୍ପର୍କ ରହିଛି । କାରଣ ଯେଉଁ ପଞ୍ଚ ପ୍ୟାରେ ଥିଲେ ସେମାନଙ୍କୁ ଆଗରୁ କୁହାଯାଇନଥିଲା କି ଆପଣମାନଙ୍କୁ ଏଇଟା ମିଳିବ, ଆପଣମାନେ ଏ ପଦ ପାଇବେ, ଆପଣମାନେ ଆଗକୁ ଆସନ୍ତୁ । ଗୁରୁ ଗୋବିନ୍ଦ ସିଂହ ମହାରାଜ ସାହିବଙ୍କ ପରୀକ୍ଷାର ମାନଦଣ୍ଡ ବି ବହୁତ ଉଚ୍ଚମାନର ରହୁଥିଲା । ସେ ମୁଣ୍ଡ କାଟ କରିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଆସନ୍ତୁ, ଆପଣମାନଙ୍କ ମୁଣ୍ଡକାଟ କରାଯିବ ଓ ଏହି ତ୍ୟାଗର ଆଧାରରେ ନିର୍ଦ୍ଧାରିତ ହେବ, କେମିତି ଆଗକୁ ବଢ଼ିବାର ଅଛି । ନିଜର ମୁଣ୍ଡ ଦେବା ପାଇଁ ଦେଶର ବିଭିନ୍ନ ଭାଗରୁ ଲୋକମାନେ ଆସିଥିଲେ । ସେଥିରେ ଜଣେ ଗୁଜୁରାଟର ଦ୍ୱାରିକାରୁ ଦର୍ଜି ସମାଜର ଲୋକ ବି ଆଗକୁ ଆସିଥିଲେ । ସିଏ ପଞ୍ଚ ପ୍ୟାରେଙ୍କ ମଧ୍ୟରେ ତାଙ୍କୁ ମଧ୍ୟ ସ୍ଥାନ ମିଳିଥିଲା । ଗୁରୁ ଗୋବିନ୍ଦ ସିଂହ ମହାରାଜ ସାହିବ ସେମାନଙ୍କୁ ଆଲିଙ୍ଗନ କରି ପଞ୍ଚ ପ୍ୟାରେ ଖାଲ୍ସା ପରମ୍ପରା ସ୍ଥାପନ କରିଥିଲେ । କିନ୍ତୁ ତାଙ୍କର ତ୍ୟାଗ, ତାଙ୍କର ଉଚ୍ଚମାନର ଥିଲା କି ଗୁରୁ ଗୋବିନ୍ଦ ସିଂହ ମହାରାଜ ସାହିବ ସ୍ୱୟଂ ମଧ୍ୟ ନିଜକୁ ଏହି ବନ୍ଧନରେ ଆବଦ୍ଧ କରିଥିଲେ । ସେ କହିଥିଲେ କି ଏହି ଯେଉଁ ପଞ୍ଚ ପ୍ୟାରେ ଅଛନ୍ତି, ଯେଉଁ ଖାଲ୍ସା ପରମ୍ପରା ହୋଇଛି, ମୋ’ ପାଇଁ କ’ଣ କରିବାକୁ ହେବ, କ’ଣ କରିବି ନାହିଁ, କେତେବେଳେ କରିବି, କେମିତି କରିବି,  ଯେଉଁ ନିଷ୍ପତ୍ତି ସେମାନେ ନେବେ ତାହା ପାଳନ କରିବି ।

ମୁଁ ଭାବୁଛି ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜ ସାହିବଙ୍କଠୁ ଏହାଠାରୁ ବଡ଼ ତ୍ୟାଗର କଳ୍ପନା କେହି କରିପାରିବେ ନାହିଁ । ଯେଉଁ ବ୍ୟବସ୍ଥାକୁ ସେ ନିଜେ ଛିଡ଼ା କରିଥିଲେ, ନିଜର ପ୍ରେରଣାରେ ଯେଉଁ ବ୍ୟବସ୍ଥା ଗଢ଼ା ହୋଇଥିଲା, ସେହି ବ୍ୟବସ୍ଥାକୁ ସେ ନିଜ ମୁଣ୍ଡରେ ବସାଇଥିଲେ ଓ ସ୍ୱୟଂକୁ ଏହି ବ୍ୟବସ୍ଥା ପ୍ରତି ସମର୍ପିତ କରିଥିଲେ । ଏହି ମହାନତାର ପରିଣାମ ହେଉଛି ଆଜି ଆମେ  ସାଢ଼େ ତିନି ଶହ ବର୍ଷର ପ୍ରକାଶ ପର୍ବ ପାଳନ କରୁଛୁ ।  ବିଶ୍ୱର ଯେକୌଣସି ଭାଗକୁ ଯାଆନ୍ତୁ ସେଠାରେ ଶିଖ୍ ପରମ୍ପରା ସହ ଜଡ଼ିତ କେହି ନା କେହି ବ୍ୟକ୍ତି ଥିବ ଏବଂ ସେଠାରେ ମଥାନତ କରିଥିବ । ନିଜକୁ ସମର୍ପିତ କରିଥିବ । ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜ ସାହିବ ଯେଉଁ ପରମ୍ପରା ତିଆରି କରିଥିଲେ ଉକ୍ତ ପରମ୍ପରାର ପାଳନ କରୁଥିବ ।

ତେଣୁ ଏଭଳି ଏକ ମହାନ ପ୍ରେରଣା ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜଙ୍କୁ ଯେତେବେଳେ ସ୍ମରଣ କରାଯାଏ, ସେତେବେଳେ କିଛି ଐତିହାସିକ ମଧ୍ୟ ତାଙ୍କର ଶୌର୍ଯ୍ୟ ଓ ବୀରତ୍ୱର ଦିଗକୁ ଉଜାଗର କରିଥାନ୍ତି । କିନ୍ତୁ  ବୀରତ୍ୱ ସହ ତାଙ୍କର ଯେଉଁ ଧୈର୍ଯ୍ୟ ଥିଲା, ତାହା ଅଦ୍ଭୂତ ଥିଲା । ସେ ସଂଘର୍ଷ କରୁଥିଲେ କିନ୍ତୁ ତାଙ୍କର ତ୍ୟାଗର ପରାକାଷ୍ଠା ଅଭୂତପୂର୍ବ ଥିଲା । ସେ ସମାଜର କୁସଂସ୍କାର ବିରୋଧରେ ଲଢ଼େଇ କରୁଥିଲେ । ଛୋଟବଡ଼ର ଭାବ, ଜାତିବାଦର ବିଷ ବିରୋଧରେ ସଂଘର୍ଷ କରି ସମାଜକୁ ଏକତା ସୂତ୍ରରେ ବାନ୍ଧିବା, ସମସ୍ତେ ସମାନ, କାହାରି ଭିତରେ ଛୋଟବଡ଼ର ଭେଦଭାବ ନ କରିବା ପାଇଁ ଜୀବନତମାମ ନିଜର ଲୋକଙ୍କୁ ଆଗ୍ରହ ସହକାରେ ମନାଇବାର କାର୍ଯ୍ୟ କରିଥିଲେ ।

ସମାଜ ସଂସ୍କାରକ ହେଉ, ବୀରତ୍ୱର ପ୍ରେରଣା ହେଉ, ତ୍ୟାଗ ଓ ତପସ୍ୟାର ତପୋଭୂମିରେ ନିଜକୁ ସମର୍ପିତ କରିବାର ବ୍ୟକ୍ତିତ୍ୱ ହେଉଛନ୍ତି ସିଏ । ସର୍ବଗୁଣ ସମ୍ପନ୍ନ ଏଭଳି ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜ ସାହେବଙ୍କ ଜୀବନ ଆଗାମୀ ପୀଢ଼ିକୁ ପ୍ରେରଣା ଦେବ । ଆମେ ବି ସମସ୍ତେ ସମର୍ପିତ ଭାବନାର ସହ ସମାଜର ପ୍ରତ୍ୟେକ ବର୍ଗ ସମାନ, କେହି ବଡ଼ କି ସାନ ନୁହେଁ, କେହି ପର କି ଆପଣାର ନୁହେଁ, ଏହି ମହାନ ମନ୍ତ୍ରକୁ ନେଇ ଆମେମାନେ ମଧ୍ୟ ଦେଶରେ ଏହି ଆଦର୍ଶକୁ ସ୍ଥାପନ କରିବା ।

ଦେଶର ଏକତା ସୁଦୃଢ଼ ହେବ, ଦେଶର ଶକ୍ତି ବଢ଼ିବ, ଦେଶ ପ୍ରଗତିର ଏକ ନୂଆ ଶିଖରକୁ ପ୍ରାପ୍ତ କରିବ । ଆମକୁ ବୀରତ୍ୱ ବି ଆବଶ୍ୟକ, ଆମକୁ ଧେର୍ଯ୍ୟ ମଧ୍ୟ ଦରକାର । ଆମକୁ ଶୌର୍ଯ୍ୟ ଦରକାର, ଆମକୁ ପରାକ୍ରମ, ତ୍ୟାଗ ଓ ତପସ୍ୟା ବି ଦରକାର । ଏହି ସନ୍ତୁଳିତ ସମାଜ ବ୍ୟବସ୍ଥା, ଏହି ଗୁରୁ ଗୋବିନ୍ଦ ସିଂ ଜୀ ମହାରାଜ ସାହିବଙ୍କ ପ୍ରତ୍ୟେକ ଶବ୍ଦ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ଆମ ପାଇଁ ପ୍ରେରଣାଦାୟୀ ହୋଇଛି । ତେଣୁ ଆଜି ଏହି ମହାନ ପବିତ୍ର ଆତ୍ମାର ପାଦତଳେ ମୁଣ୍ଡ ନୁଆଁଇବାର ସୌଭାଗ୍ୟ ମିଳିଛି । ଆଜି ଗୁରୁ ଗୋବିନ୍ଦ ଜୀ ମହାରାଜ ସାହିବଙ୍କ ଉକ୍ତ ସ୍ଥାନକୁ ଆସି ଗୁରୁ ଗ୍ରନ୍ଥ ସାହିବଙ୍କୁ ବି ମୁଣ୍ଡ ନୁଆଁଇବାର ସୌଭାଗ୍ୟ ମିଳିଛି । ମୋର ବିଶ୍ୱାସ କି ଏହା ମୋତେ ପ୍ରେରଣା ଦେଉଥିବ । ଏଠି ନୀତିଶ ଜୀ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି । ମହାତ୍ମା ଗାନ୍ଧି ଚମ୍ପାରଣ ସତ୍ୟାଗ୍ରହର ଶତାବ୍ଦୀ, କିନ୍ତୁ ମୁଁ ନୀତିଶ ଜୀ ଙ୍କୁ ହୃଦୟର ସହ ଗୋଟିଏ କଥା ପାଇଁ ଅଭିନନ୍ଦନ ଜଣାଉଛି । ସମାଜ ପରିବର୍ତ୍ତନର କାମ ବହୁତ କଠିନ । ବହୁତ କଷ୍ଟକର କାମ । ତାକୁ କରିବାକୁ କେହି ସାହାସ କରିବା ବି ବଡ଼ କଠିନ । କିନ୍ତୁ ଏହା ସତ୍ତ୍ୱେ ବି ନିଶାମୁକ୍ତି ପାଇଁ ଯେଉଁଭଳି ଅଭିଯାନ ସେ କରିଛନ୍ତି, ଆଗାମୀ ପୀଢ଼ିକୁ ବଂଚାଇବା ପାଇଁ ସେ ଯେଉଁ ପଦକ୍ଷେପ ନେଇଛନ୍ତି, ମୁଁ ସେଥିପାଇଁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଆଉ ସମଗ୍ର ବିହାରବାସୀଙ୍କୁ, ସମସ୍ତ ରାଜନୀତିକ ଦଳକୁ, ସାମାଜିକ ଜୀବନରେ କାମ କରୁଥିବା ସମସ୍ତଙ୍କୁ ଅନୁରୋଧ କରିବି କି ଏହି କାମ କେବଳ ସରକାରଙ୍କ ନୁହେଁ, ଏହି କାମ କେବଳ ନୀତିଶ କୁମାରଙ୍କ ନୁହେଁ । ଏହି କାମ କେବଳ କୌଣସି ରାଜନୀତିକ ଦଳର ନୁହେଁ ଏହା ପ୍ରତ୍ୟେକ ଜନତାଙ୍କ କାମ । ଏହାକୁ ସଫଳ କଲେ ବିହାର ଆମ ଦେଶ ପାଇଁ ପ୍ରେରଣାର ଉତ୍ସ ପାଲଟିଯିବ । ଆଉ ମୋର ବିଶ୍ୱାସ ଯେଉଁ ପଦକ୍ଷେପ ନୀତିଶ ଜୀ ନେଇଛନ୍ତି, ସେ ନିଶ୍ଚିତ ସଫଳ ହେବେ । ଆମର ଆଗାମୀ ପୀଢ଼ିକୁ ବଂଚାଇବା କାମରେ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜଙ୍କ ପ୍ରକାଶ ପର୍ବ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେବ । ତାଙ୍କୁ ନୂଆ ଶକ୍ତି ମିଳିବ । ମୋର ବିଶ୍ୱାସ ଅଛି ବିହାର ଦେଶର ଏକ ବହୁତ ବଡ଼ ଅମୂଲ୍ୟ ଶକ୍ତି ପାଲଟିବ, ଦେଶକୁ ଆଗେଇ ନେବାରେ ବିହାର ବହୁତ ବଡ଼ ଯୋଗଦାନ କରିବ । କାରଣ ଏହି ବିହାରର ମାଟି, ଆମକୁ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜ ସାହିବଙ୍କଠୁ ଏପର୍ଯ୍ୟନ୍ତ ଅନେକ ମହାପୁରୁଷ ଦେଇଛି । ରାଜେନ୍ଦ୍ର ବାବୁଙ୍କୁ ମନେ ପକାନ୍ତୁ । ଚମ୍ପାରଣ ସତ୍ୟାଗ୍ରହ । ସତ୍ୟାଗ୍ରହର କଳ୍ପନାର ଭୂମି ହେଉଛି ଏ ମାଟି । ଏହି ମାଟି ଜୟପ୍ରକାଶ ନାରାୟଣ, କର୍ପୁରୀ ଠାକୁରଙ୍କ ଭାଳି ଅଗଣିତ ମାନବରତ୍ନଙ୍କୁ ଭାରତ ମା’ର ସେବା ପାଇଁ ଦେଇଛି । ଏଭଳି ଭୂମିରେ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜଙ୍କ ପ୍ରେରଣା ଆମ ସମସ୍ତଙ୍କୁ ଏକ ନୂଆ ଆଦର୍ଶ, ନୂଆ ଉତ୍ସାହ, ନୂଆ ଶକ୍ତି ଦେଉଛି । ଏଭଳି ଏକ ସୁଯୋଗକୁ, ପ୍ରକାଶ ପର୍ବକୁ, ଜ୍ଞାନର ଆଲୋକକୁ, ଜୀବନତମାମ ନିଜ ଭିତରେ ନେବାର ସଂକଳ୍ପ ସହ ଆମେ ଏହି ପ୍ରକାଶ ପର୍ବ ପାଳନ କରିବା ।

ବିଶ୍ୱ ତମାମ୍ ଭାରତ ସରକାରଙ୍କ ଭିନ୍ନ ଭିନ୍ନ ଦୂତାବାସ ଦ୍ୱାରା, ମିଶନଗୁଡ଼ିକ ଦ୍ୱାରା ଏହି ପ୍ରକାଶ ପର୍ବ ପାଳନ କରାଯାଉଛି । ମୁଁ ସମଗ୍ର ବିଶ୍ୱରେ ଥିବା ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜ ସାହିବଙ୍କ ସ୍ମରଣ କରୁଥିବା ସମସ୍ତ ଲୋକଙ୍କୁ ଅନ୍ତଃକରଣପୂର୍ବକ ବହୁତ ବହୁତ ଶୁଭକାମନା ଜଣାଉଛି । ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ଭାରତ ସରକାର ଏହି ପ୍ରକାଶ ପର୍ବକୁ ବ୍ୟାପକ ଭାବେ ହିନ୍ଦୁସ୍ତାନ ଓ ହିନ୍ଦୁସ୍ତାନ ବାହାରେ ପାଳନ କରିବାର ଯୋଜନା କରିଛନ୍ତି, ସମିତି ଗଠନ କରିଛନ୍ତି । ଶହେ କୋଟି ଟଙ୍କା ଏଥିପାଇଁ ଆବଣ୍ଟିତ ହୋଇଛି । ରେଳବାଇ ମଧ୍ୟ ସ୍ୱତନ୍ତ୍ର ଭାବେ 40 କୋଟି ଟଙ୍କା ଖର୍ଚ୍ଚ କରି ଏହି ପ୍ରକାଶ ପର୍ବ ପାଇଁ ସ୍ଥାୟୀ ବ୍ୟବସ୍ଥା କରିଛି । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପ୍ରାୟ 40 କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନାକୁ ସାକାର କରିବା ଦିଗରେ କାର୍ଯ୍ୟ କରିଛି । ଯାହାଫଳରେ ସର୍ବଦା ଆଗାମୀ ପୀଢ଼ିକୁ ପ୍ରେରଣା ଦେବାର କାର୍ଯ୍ୟ ହୋଇପାରିବ । ଏ ଦିଗରେ ଆମେ କାମ କରୁଛୁ ଓ ଆଗକୁ ମଧ୍ୟ ଏହି କାମ ଆଗେଇ ନେବୁ । ପୁଣିଥରେ ଏହି ପବିତ୍ର ଅବସରରେ ସହଭାଗୀ ହେବାର ସୌଭାଗ୍ୟ ମୋତେ ମିଳିଛି, ସେଥିପାଇଁ ଜୀବନକୁ ଧନ୍ୟ ମନେ କରୁଛି ।

ଆପଣମାନଙ୍କୁ ସମସ୍ତଙ୍କୁ ପ୍ରମାଣ କରି ଜୋ ବୋଲେ ସୋ ନିହାଲ, ସତ୍ ଶ୍ରୀ ଅକାଲ୍ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Energy security, Make In India, AI push: PM's big talking points in I-Day speech

Media Coverage

Energy security, Make In India, AI push: PM's big talking points in I-Day speech
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to former Prime Minister, Shri Atal Bihari Vajpayee at Sadaiv Atal
August 16, 2026

Prime Minister Shri Narendra Modi earlier this morning paid homage to former Prime Minister, Shri Atal Bihari Vajpayee at his memorial, Sadaiv Atal. He emphasized that the former Prime Minister's role in India’s progress remains unparalleled.

In a post on X, the Prime Minister wrote:

"Earlier this morning, paid homage to Atal Ji at Sadaiv Atal. His role in India’s progress is unparalleled!"