ଭାରତୀୟ ସ୍ୱସ୍ଥ ଓ ନିରାମୟ ବିଚାର ରୋଗର କେବଳ ଚିକିତ୍ସା ମଧ୍ୟରେ ସୀମିତ ନୁହେଁ: ଶ୍ରୀ ମୋଦୀ
ଯୋଗ ଓ ଆୟୁର୍ବେଦ ସମଗ୍ର ବିଶ୍ୱକୁ ସେମାନେ ବୁଝୁଥିବା ଭାଷାରେ ଉପସ୍ଥାପିତ କରାଯିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
ଭାରତକୁ ଆଧ୍ୟାତ୍ମିକ ଓ ସ୍ୱସ୍ଥ ପର୍ଯ୍ୟଟନ ହବରେ ପରିଣତ କରିବା ପାଇଁ ଆହ୍ୱାନ

ନମସ୍କାର,

ଶ୍ରୀରାମଚନ୍ଦ୍ର ମିଶନର 75ତମ ବର୍ଷ ସଂପୂର୍ଣ୍ଣ ହେବା ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ବହୁତ ବହୁତ ବଧେଇ । ଅନେକ ଅନେକ ଶୁଭକାମନା । ରାଷ୍ଟ୍ର ନିର୍ମାଣରେ, ସମାଜକୁ ସୁଦୃଢ଼ କରି ଆଗକୁ ଆଗେଇ ନେବା ଦିଗରେ, 75ବର୍ଷର ଏହି କାଳଖଣ୍ଡ ବେଶ୍‍ ମହତ୍ତ୍ୱପୂର୍ଣ୍ଣ । ଲକ୍ଷ୍ୟ ସାଧନ କରିବା ପ୍ରତି ଆପଣମାନଙ୍କ ସମର୍ପଣ ଭାବର ପରିଣାମ ଦ୍ୱାରା ହିଁ ଆଜି ଏହି ଯାଦ୍ରା 150ରୁ ଅଧିକ ଦେଶରେ ପ୍ରସାରିତ ହୋଇପାରିଛି । ବସନ୍ତ ପଞ୍ଚମୀର ଏହି ପୁଣ୍ୟ ତିଥିରେ ଆଜି ଆମେମାନେ ଗୁରୁ ରାମଚନ୍ଦ୍ର ଜୀଙ୍କ ଜନ୍ମ ଜୟନ୍ତୀର ଉତ୍ସବ ପାଳନ କରୁଛୁ । ଆପଣମାନଙ୍କୁ ସମସ୍ତଙ୍କୁ ବଧେଇ ଦେବା ସହିତ ମୁଁ ବାବୁଜୀଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଚଳି ଅର୍ପଣ କରୁଛି । ମୁଁ ଆପଣମାନଙ୍କ ଅଦ୍ଭୁତ ଯାଦ୍ରା ସହିତ ହିଁ ଆପଣମାନଙ୍କ ମୁଖ୍ୟାଳୟ କାହ୍ନା ଶାନ୍ତିବନ ନିମନ୍ତେ ଅନେକ ଅନେକ ଶୁଭାକାମନା ପ୍ରଦାନ କରୁଛି । ମୋତେ ସୂଚୀତ କରାଯାଇଛି ଯେ ଯେଉଁଠାରେ କାହ୍ନା ଶାନ୍ତିବନମ୍‍ ପ୍ରତିଷ୍ଠା କରାଯାଇଛି ପୂର୍ବରୁ ତାହା ଏକ ପତିତ ଭୂମି ଥିଲା । ଆପଣମାନଙ୍କ ଉଦ୍ୟମ ଓ ସମର୍ପଣ ଦ୍ୱାରା ସେହି ପତିତ ଜମିକୁ କାହ୍ନା ଶାନ୍ତିବନମ୍‍ରେ ପରିବର୍ତ୍ତିତ କରାଯାଇପାରିଛି । ଏହି ଶାନ୍ତିବନମ୍‍ ବାବୁଜୀଙ୍କ ଠାରୁ ଆପଣମାନେ ଲାଭ କରିଥିବା ଶିକ୍ଷାରେ ଜୀବନ୍ତ ଉଦାହରଣ ।

ସାଥୀଗଣ,

ଆପଣମାନେ ସଭିଏଁ ବାବୁଜୀଙ୍କ ଠାରୁ ପ୍ରାପ୍ତ ପ୍ରେରଣାକୁ ପାଖାପାଖି ଅନୁଭବ କରିଛନ୍ତି । ଜୀବନର ସାର୍ଥକତା ପ୍ରାପ୍ତ କରିବା ନିମନ୍ତେ ତାହାକୁ ପ୍ରୟୋଗ, ମନକୁ ଶାନ୍ତି ମିଳିବା ଲାଭି ଏହାର ପ୍ରୟାସ, ଆମ ସମସ୍ତଙ୍କ ନିମନ୍ତେ ବେଶ୍‍ ପ୍ରେରଣାଦାୟୀ । ଆଜିର ଏହି 20-20 ବାଲା ଦୁନିଆରେ ଗତି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି । ଲୋକମାନଙ୍କ ନିକଟରେ ସମୟ ଖୁବ୍‍ କମ୍‍ । ଏଭଳି ସ୍ଥିତିରେ ସହଜ ମାର୍ଗ ଜରିଆରେ ଆପଣମାନଙ୍କୁ ସ୍ଫୁର୍ତ୍ତ ଓ ଆଧ୍ୟାତ୍ମିକତା ଢଙ୍ଗରେ ସୁସ୍ଥ ରଖିବା ଦିଗରେ ବହୁତ ବଡ଼ ଯୋଗଦାନ ଦେଇଆସୁଛି ଏହି ପ୍ରେରଣା । ଆପଣମାନଙ୍କ ହଜାର ହଜାର ସ୍ୱେଚ୍ଛାସେବୀ ଏବଂ ଟ୍ରେନର୍‍ ସମଗ୍ର ବିଶ୍ୱରେ ଯୋଗ ଓ ଧ୍ୟାନର କୌଶଳକୁ ପରିଚିତ କରାଉଛନ୍ତି । ଏହା ମାନବତା ନିମନ୍ତେ ବହୁତ ବଡ଼ ସେବା କାର୍ଯ୍ୟ । ଆପଣମାନଙ୍କ ଟ୍ରେନର ଓ ସ୍ୱେଚ୍ଛାସେବୀଗଣ ବିଦ୍ୟାର ପ୍ରକୃତ ଅର୍ଥକୁ ସାକାର କରିଛନ୍ତି । ଆମର କମଳେଶ ଜୀ ତ ଧ୍ୟାନ ଓ ଆଧ୍ୟାତ୍ମ୍ୟ ଦୁନିଆରେ ‘ଦା’ ଜୀ’ଙ୍କ ନାମକୁ ବିଖ୍ୟାତ କରିଦେଇଛନ୍ତି । ଭାଇ କମଳେଶ ଜୀଙ୍କ ସଂପର୍କରେ ମୁଁ କେବଳ ଏତିକି କହିବାକୁ ଚାହିଁବି ଯେ ସେ ହେଉଛନ୍ତି ପାଶ୍ଚାଜ୍ୟ ଓ ଭାରତର ସକଳ ପ୍ରକାଶ ଉତ୍ତମ ଗୁଣର ଅପୂର୍ବ ସମାହାର । ଆପଣମାନଙ୍କ ଆଧ୍ୟାତ୍ମିକ ନେତୃତ୍ୱରେ ଶ୍ରୀରାମ ଚନ୍ଦ୍ର ମିଶନ, ସମଗ୍ର ବିଶ୍ୱ ଓ ବିଶେଷ କରି ଯୁବଗୋଷ୍ଠୀଙ୍କୁ ସୁସ୍ଥ ଶରୀର ଓ ସୁସ୍ଥ ମନ ଦିଗରେ ପ୍ରେରିତ କରିପାରିଛି । 

ସାଥୀଗଣ,

ଆଜି ବିଶ୍ୱ, ଧାଁଦଉଡ଼ ବାଲା ଜୀବନଶୈଳୀ ଦ୍ୱାରା ଉତ୍ପନ୍ନ ରୋଗବୈରାଗ ଠାରୁ ନେଇ ମହାମାରୀ ଓ ଅବସାଦରୁ ନେଇ ଆତଙ୍କବାଦ ପର୍ଯ୍ୟନ୍ତ ନାନା ପ୍ରକାର ସଂକଟ ସହିତ ଜୁଝିଚାଲିଛି । ଏଭଳି ସ୍ଥିତିରେ ସହଜମାର୍ଗ, ହାର୍ଟଫୁଲନେସ୍‍ କାର୍ଯ୍ୟକ୍ରମ ଏବଂ ଯୋଗ ବିଶ୍ୱ ପାଇଁ ଆଶାର ନୂତନ କିରଣ ଭଳି କାର୍ଯ୍ୟ କରୁଛି । ସାମ୍ପ୍ରତିକ କାଳରେ ସାଧାରଣ ଜୀବନର ଛୋଟ ଛୋଟ ସତର୍କତା ସହିତ କିଭଳି ଭାବେ ବଡ଼ ବଡ଼ ସଂକଟରୁ ମଧ୍ୟ ରକ୍ଷା ମିଳିପାରିବ ଏହାର ଉଦାହରଣ ପୁରା ଦୁନିଆ ଦେଖିପାରୁଛି । ଆମେ ସଭିଏଁ ଏହି କଥାର ସାକ୍ଷୀ ଯେ କିଭଳି ଭାଳବ 130କୋଟି ଭାରତୀୟଙ୍କୁ ସତର୍କତା ଅବଲମ୍ବନ ଦ୍ୱାରା କରୋନା ମହାମାରୀ ଭଳି ବୈଶ୍ୱିକ ସଂକଟ ସହିତ ଲଢ଼େଇ କରିବାକୁ ପ୍ରେରଣା ମିଳିଥିଲା । ଏହା ସଂପୂର୍ଣ୍ଣ ବିଶ୍ୱ ନିମନ୍ତେ ଏକ ଆଲୋକବର୍ତ୍ତିକା ପାଲଟିଗଲା । ଏହି ସଂଗ୍ରାମରେ ଆମ ଘରେ ଶିଖା ଯାଇଥିବା କଥା, ଅଭ୍ୟାସ ଓ ଯୋଗ ଆୟୁର୍ବେଦ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲା । ଏହି ମହାମାରୀର ଆରମ୍ଭ ବେଳେ ଭାରତର ସ୍ଥିତିକୁ ନେଇ ସମଗ୍ର ବିଶ୍ୱ ଖୁବ୍‍ ଚିନ୍ତିତ ଥିଲା । କିନ୍ତୁ ଆଜି କରୋନା ବିରୋଧରେ ଭାରତର ସଂଗ୍ରାମ ସାରା ବିଶ୍ୱକୁ ପ୍ରେରଣା ଦେଉଛି ।

ବନ୍ଧୁଗଣ,

ଭାରତ ଏହି ସଂଗ୍ରାମରେ ମାନବ କେନ୍ଦ୍ରୀକ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ବୈଶ୍ୱିକ ହିତକୁ ଆଗକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରୁଛି । ଏହି ମାନବକେନ୍ଦ୍ରିକ ଆଭିମୁଖ୍ୟରେ ଏକ ସୁସ୍ଥ ସନ୍ତୁଳନ ରକ୍ଷା କରାଯାଇଛି: କଲ୍ୟାଣ ନିରାମୟ ଓ ସଂପଦ । ଗତ ଛଅ ବର୍ଷ ଭିତରେ, ଭାରତ ବିଶ୍ୱର ସର୍ବବୃହତ୍‍ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ସେହିସବୁ ପ୍ରୟାସ ଗରିବ ଲୋକମାନଙ୍କୁ ସମ୍ମାନର ସହ ଏବଂ ସକଳ ପ୍ରକାର ସୁଯୋଗ ପ୍ରାପ୍ତ ମାଧ୍ୟମରେ ଜୀବନ ବଞ୍ଚିବାର ଅବସର ପ୍ରଦାନ କରିଛି । ସାର୍ବଜନୀନ ପରିମଳ କାର୍ଯ୍ୟକ୍ରମକୁ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଧୂମମୁକ୍ତ ରୋଷେଇଘର ଠାରୁ ବ୍ୟାଙ୍କ ସୁବିଧା ଅପହଞ୍ଚ ଥିବା ଲୋକମାନଙ୍କୁ ବ୍ୟାଙ୍କ ସହ ସାମିଲ କରାଯାଇଛି । ପ୍ରଯୁକ୍ତି ଉପଲବ୍ଧ ଠାରୁ ନେଇ ସମସ୍ତଙ୍କ ପାଇଁ ବାସଗୃହ କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି । ଭାରତର ଜନ କଲ୍ୟାଣ ଯୋଜନା ଅସଂଖ୍ୟ ଲୋକଙ୍କ ଜୀବନକୁ ଛୁଇଁ ପାଇଛି । ଏହି ବୈଶ୍ୱିକ ମହାମାରୀ ଆରମ୍ଭ ହେବା ପୂର୍ବରୁ, ଆମ ଦେଶ ନିରାମୟତା ଉପରେର ଗୁରୁତ୍ୱ ଆରୋପ କରିଥିଲା ।

ବନ୍ଧୁଗଣ,

ଆମର ନିରାମୟତା କାର୍ଯ୍ୟକ୍ରମ କେବଳ ରୋଗରୁ ରକ୍ଷା ପାଇବା ସକାଶେ ଉଦ୍ଦିଷ୍ଟ ନୁହେଁ, ତାହା ଠାରୁ ବଳି ଅଧିକ । ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ସେବା ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭାରତର ଫ୍ଲାଗସିପ୍‍ ସ୍ୱାସ୍ଥ୍ୟସେବା ଯୋଜନା, ଆୟୁଷ୍ମାନ ଭାରତରେ ଯେତିକି ଲୋକ ଉପକୃତ ହେଉଛନ୍ତି ତାହା ଆମେରିକା ଓ ଅନେକ ୟୁରୋପୀୟ ରାଷ୍ଟ୍ରଙ୍କ ମୋଟ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ଏହା ହେଉଛି ବିଶ୍ୱର ସର୍ବବୃହତ୍‍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ଦେଶରେ ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣର ମୂଲ୍ୟରେ ହ୍ରାସ ଘଟାଯାଇଛି । ଏବେ ଯୋଗର ଲୋକପ୍ରିୟତା ସମସ୍ତଙ୍କ ନିକଟରେ ପହଞ୍ôଚଛି । ନିରାମୟତାର ଗୁରୁତ୍ୱ ଏଇଥିପାଇଁ ଗ୍ରହଣ କରାଯାଇଛି ଯଦ୍ୱାରା ଆମର ଯୁବଗୋଷ୍ଠୀ ସଦାବେଳେ ନିଜକୁ ସୁସ୍ଥ, ସକ୍ରିୟ ଓ ପ୍ରପୁଲ୍ଲ ଚିତ୍ତ ରଖିପାରିବେ । ଏବଂ ସେମାନଙ୍କୁ ଯେପରି ଜୀବନଶୈଳୀର ବେମାରୀର ମୁକାବିଲା କରିବାକୁ ପଡ଼ିବନାହିଁ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଯେତେବେଳେ କୋଭିଡ଼ 19 ମହାମାରୀ ପାଇଁ ସମଗ୍ର ବିଶ୍ୱ ଔଷଧ ସନ୍ଧାନରେ ଥିଲା ଭାରତ ସେମାନଙ୍କୁ ଏହି ଔଷଧ ଯୋଗାଇବା ଗର୍ବ ଓ ଗୌରବର କଥା । ଅଧୁନା, ଭାରତ ବିଶ୍ୱ ପ୍ରତିଷେଧକ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ନିରାମୟତା ନିମନ୍ତେ ଆମର ପରିକଳ୍ପନା ଯେତିକି ମାତ୍ରାରେ ଘରୋଇ ସେତିକି ପରିମାଣରେ ବୈଶ୍ୱିକ ।

ବନ୍ଧୁଗଣ,

ସମଗ୍ର ବିଶ୍ୱ ଏବେ ସ୍ୱାସ୍ଥ୍ୟ ଏବଂ ନିରାମୟତାକୁ ଅତି ଗୁରୁତ୍ୱର ସହ ଦେଖୁଛି, ବିଶେଷ କରି କୋଭିଡ଼ 19 ମହାମାରୀ ପରେ । ଏ ଦିଗରେ ବିଶ୍ୱକୁ ଭାରତର ଢ଼େର୍‍ କିଛି ପ୍ରଦାନ କରିବାର ଅଛି । ତେଣୁ ଆସନ୍ତୁ, ଭାରତକୁ ଆଧ୍ୟାତ୍ମିକତା ଓ ନିରାମୟ ପର୍ଯ୍ୟଟନର ଏକ ପ୍ରାଣକେନ୍ଦ୍ରରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବା । ଆମର ଯୋଗ ଓ ଆୟୁର୍ବେଦ ବିଶ୍ୱକୁ ଏକ ସୁସ୍ଥ ଗ୍ରହରେ ପରିଣତ ପରିବା ଦିଗରେ ତାହାର ଅବଦାନ ପ୍ରଦାନ କରିପାରିବ । ବିଶ୍ୱକୁ ଏହି ଉପହାର ଦେବା ହେଉଛି ଆମର ଲକ୍ଷ୍ୟ ଏବଂ ତାହା ଏପରି ଏକ ଭାଷାରେ ଯାହାକୁ ସଭିଏଁ ବୁଝିପାରିବେ । ଏହାର ଉପକାରୀତା ସଂପର୍କରେ ଆମକୁ ବୈଜ୍ଞାନିକ ପଦ୍ଧତିରେ ସେମାନଙ୍କୁ ବୁଝାଇବାକୁ ପଡ଼ିବ ଏବଂ ସେମାନଙ୍କୁ ଆମନ୍ତ୍ରଣ କରିବାକୁ ହେବ ଯେ ସେମାନେ ଭାରତ ଭ୍ରମଣରେ ଆସି ନିଜକୁ ପୁନର୍ଜାଗରିତ ହେବାର ସୁଯୋଗ ଲାଭ କରନ୍ତୁ । ଆପଣମାନଙ୍କ ନିଜର ହାର୍ଟଫୁଲନେସ୍‍ ମେଡିଟେସନ୍‍ ଅଭ୍ୟାସ ଏହି ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇପାରେ ।

ବନ୍ଧୁଗଣ,

ଉତ୍ତର କରୋନା ବିଶ୍ୱରେ ଏବେ ଯୋଗ ଓ ଧ୍ୟାନକୁ ନେଇ ସମଗ୍ର ବିଶ୍ୱରେ ଗମ୍ଭୀରତା ଆହୁରି ବଢ଼ିବାରେ ଲାଗିଛି। ଶ୍ରୀମଦଭଗବଦ୍‍ ଗୀତାରେ ଉଲ୍ଲେଖ ରହିଛି – ସିଦ୍ଧ୍ୟ ସିଦ୍ଧ୍ୟୋଃ ସମୋ ଭୁତ୍ୱା ସମତ୍ୱ ଯୋଗ ଉଚ୍ୟତେ । ଅର୍ଥାତ୍‍, ସିଦ୍ଧି ଓ ଅସିଦ୍ଧିରେ ସମଭାବ ହୋଇ ଯୋଗରେ ରମଣ କରି କେବଳ କର୍ମ କରି ଚାଲ । ଏହି ସମଭାବକୁ ହିଁ ଯୋଗ ବୋଲି କୁହାଯାଇଥାଏ । ଯୋଗ ସହିତ ଧ୍ୟାନର ମଧ୍ୟ ଆଜିକାଲି ବିଶ୍ୱରେ ଅଧିକ ଆବଶ୍ୟକତା ରହିଛି । ବିଶ୍ୱର ଅନେକ ବଡ଼ ବଡ଼ ସଂସ୍ଥା ଦାବି କରନ୍ତି ଯେ ଅବସାଦ ଅବା ଡିପ୍ରେସନ୍‍ ମାନବ ଜୀବନ ଲାଗି କେତେବଡ଼ ଚାଲେଞ୍ଜ ପ୍ରଦାନ କରୁଛି । ଏଭଳି ସ୍ଥିତିରେ ମୋର ବିଶ୍ୱାସ ଯେ ଆପଣ ନିଜର ହାର୍ଟଫୁଲନେସ୍‍ କାର୍ଯ୍ୟକ୍ରମରେ ଯୋଗ ଏବଂ ଧ୍ୟାନ ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ମାନବତା ଦିଗରେ ସହଯୋଗ କରନ୍ତୁ ।

 

ସାଥୀଗଣ,

ଆମର ବେଦରେ କୁହାଯାଇଛି- ଯତା ଦୟୋଶ୍‍ ଚ, ପୃଥିବୀ ଚ, ନି ବିଭୀତୋ, ନ ରିଷ୍ଟତଃ । ଏବଂ ମେ ପ୍ରାଣ ମା ବିଭେଃ । ଅର୍ଥାତ୍‍, ଯେଉଁ ପ୍ରକାର ଆକାଶ ଏବଂ ଭୂମି କଦାପି ଭୟଗ୍ରସ୍ତ ହୋଇନଥାଏ ଏବଂ ଏହା କଦାପି ନାଶ ନାହିଁ, ସେହି ଭଳି ହେ ମୋର ପ୍ରାଣ! ତୁ ନିଜକୁ ଭୟମୁକ୍ତ ରଖ । ଭୟମୁକ୍ତ କେବଳ ସେହି ବ୍ୟକ୍ତି ହୋଇପାରିବ ଯାହାର ମନ ସ୍ୱତନ୍ତ୍ର । ମୋର ପୂର୍ଣ୍ଣ ବିଶ୍ୱାସ ଯେ ସହଜମାର୍ଗରେ ଚାଲି ଆପଣମାନଙ୍କୁ ଶାରୀରିକ ଓ ମାନସିକ ରୂପରୁ ଭୟମୁକ୍ତି ପ୍ରାପ୍ତ ହେଉ । ରୋଗରୁ ମୁକ୍ତ ନାଗରିକ, ମାନସିକ ରୂପରେ ସଶକ୍ତ ନାଗରିକ, ଭାରତକୁ ନୂତନ ଶୀର୍ଷରେ ପହଞ୍ଚାଇପାରିବେ । ଚଳିତ ବର୍ଷ ଆମେ ସ୍ୱତନ୍ତ୍ରତାର 75 ବର୍ଷରେ ମଧ୍ୟ ପ୍ରବେଶ କରିବାକୁ ଯାଉଛୁ । ଆପଣମାନଙ୍କ ପ୍ରୟାସ ଦ୍ୱାରା, ଦେଶକୁ ଆଗକୁ ବଢ଼ିବାରେ ସହାୟତା ମିଳିବ । ଏହି କାମନାର ସହିତ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Northeast gets first MEMU electric train, linking Tripura to Assam

Media Coverage

Northeast gets first MEMU electric train, linking Tripura to Assam
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Shri Ram Vilas Paswan ji
July 05, 2026

The Prime Minister, Shri Narendra Modi, paid tributes to former Union Minister Shri Ram Vilas Paswan ji on his birth anniversary today."He made significant contributions to the upliftment of society's deprived and weaker sections. He will always be remembered for his dedication to public service and national service", Shri Modi remarked.

The Prime Minister posted on X:

पूर्व केंद्रीय मंत्री रामविलास पासवान जी की जयंती पर उन्हें मेरी भावभीनी श्रद्धांजलि। समाज के वंचित और कमजोर वर्गों के उत्थान के लिए उन्होंने अहम योगदान दिया। जनसेवा और राष्ट्रसेवा के प्रति अपने समर्पण भाव के लिए वे हमेशा याद किए जाएंगे।