ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନଙ୍କ ଏକ ଟେଲିଫୋନ୍ କଲ ପାଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରୁଷ ରାଷ୍ଟ୍ରପତି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଶୁଭେଚ୍ଛା ପାଇଁ ଗଭୀର କୃତଜ୍ଞତା ଜଣାଇଥିଲେ ।

ଭାରତ ଏବଂ ରୁଷ ମଧ୍ୟରେ ‘ସ୍ଵତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀ’କୁ ଆହୁରି ମଜବୁତ କରିବା ପାଇଁ ଉଭୟ ନେତା ସେମାନଙ୍କର ଦୃଢ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ କୋଭିଡ-19 ମହାମାରୀ ସତ୍ଵେ ଦ୍ୱିପାକ୍ଷିକ ପାରସ୍ପରିକ କାର୍ଯ୍ୟକଳାପରେ ଜାରି ରହିଥିବା ପ୍ରଗତି ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ରକ୍ଷା ମନ୍ତ୍ରୀ ଏବଂବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦ୍ଵାରା ଫଳପ୍ରଦ ମସ୍କୋ ଗସ୍ତକୁ ସେମାନେ ଦର୍ଶାଇଥିଲେ ।

ଚଳିତ ବର୍ଷ ଏସସିଓ ଏବଂ ବ୍ରିକ୍ସରେ ରୁଷିଆର ସଫଳ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁତିନଙ୍କୁ ଧନ୍ୟବାଦ ଜଣାଇଥିଲେ । ଚଳିତ ବର୍ଷ ଶେଷରେ ହେବାକୁ ଥିବା ଏସସିଓ ଏବଂ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ସେ ଆଗ୍ରହ ଥିବା ପ୍ରକାଶ କରିବା ସହିତ ଭାରତ ଦ୍ଵାରା ଆୟୋଜିତ ହେବାକୁ ଥିବା ଏସସିଓ ସରକାରଙ୍କ ମୁଖ୍ୟ ପରିଷଦ ମଧ୍ୟ ଯୋଗ ଦେଇଥିଲେ।

ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ବ୍ୟକ୍ତିଗତ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପାରସ୍ପରିକ ସୁବିଧାଜନକ ଦିନରେ ପରବର୍ତ୍ତୀ ଦ୍ୱିପାକ୍ଷିକ ସମ୍ମିଳନୀ ପାଇଁ ସେ ଭାରତରେ ରାଷ୍ଟ୍ରପତି ପୁତିନଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିବା କହିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari