ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ ମୋରିସନଙ୍କ ସହ କଥା ହୋଇଛନ୍ତି ।

କୋଭିଡ-19ର ଦ୍ୱିତୀୟ ଲହରୀ ବିରୋଧରେ ଭାରତର ଲଢେଇ ପାଇଁ ଅଷ୍ଟ୍ରେଲିଆ ସରକାର ଏବଂ ଅଷ୍ଟ୍ରେଲିଆବାସୀଙ୍କ ଦ୍ୱାରା ଦିଆଯାଇଥିବା ତ୍ୱରିତ ତଥା ଉଦାର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ ।

ବିଶ୍ଵ ସ୍ତରରେ କୋଭିଡକୁ ରୋକିବା ପାଇଁ ଟିକା ଏବଂ ଔଷଧ ସମସ୍ତଙ୍କୁ ସୁବିଧାରେ ମିଳିବାକୁ ସୁନିଶ୍ଚିତ କରିବା ଉପରେ ଦୁଇ ନେତା ସହମତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଟ୍ରିପ୍ସ ଅଧୀନରେ ଅସ୍ଥାୟୀ ଛାଡ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ଡବ୍ଲୁଟିଓରେ ନିଆଯାଇଥିବା ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ସମର୍ଥନ ଲୋଡିଥିଲେ ।

ଜୁନ 04, 2020ରେ ଅନୁଷ୍ଠିତ ହୋଇଥିବା ଭର୍ଚୁଆଲ ସମ୍ମିଳନୀ ପରଠାରୁ ଭାରତ-ଅଷ୍ଟ୍ରେଲିଆ ବିସ୍ତୃତ ରଣନୈତିକ ଭାଗିଦାରୀର ଅଗ୍ରଗତି ଉପରେ ନେତାମାନେ ଧ୍ୟାନ ଦେଇଥିଲେ ଏବଂ ସହଯୋଗକୁ ଆହୁରି ମଜବୁତ କରିବା ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆଲୋଚନା କରିଥିଲେ ।

ଉଭୟ ନେତା ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏକ ନିୟମ ଭିତ୍ତିକ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାର ଗୁରୁତ୍ୱକୁ ଉଭୟେ ଦୋହରାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Political Stability Has Powered India’s Growth’: PM Modi At Vibrant Gujarat Conference

Media Coverage

‘Political Stability Has Powered India’s Growth’: PM Modi At Vibrant Gujarat Conference
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 11, 2026
January 11, 2026

Dharma-Driven Development: Celebrating PM Modi's Legacy in Tradition and Transformation