ୟୁରୋପିଆନ କମିଶନର ରାଷ୍ଟ୍ରପତି ଶ୍ରୀମତି ଉର୍ସୁଲା ଭନ ଡେର ଲିୟେନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ।

ୟୁରୋପିଆନ କମିଶନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀମତି ଉର୍ସୁଲା ଭନ ଡେର ଲିୟେନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆନନ୍ଦ ପ୍ରକାଶ କରିଥିଲେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେମାନେ ଖୁବ ଶୀଘ୍ର ପରସ୍ପର ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରିପାରିଛନ୍ତି। ଉର୍ସୁଲା କମିଶନର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିବାରୁ ତାଙ୍କ ନେତୃତ୍ୱର ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି । ପ୍ରଧାନମନ୍ତ୍ରୀ ସୂଚାଇ ଥିଲେ ଯେ ଭାରତ-ୟୁରୋପୀୟ ସଂଘ ସମ୍ପର୍କ ଗଣତନ୍ତ୍ର, ଆଇନ ପ୍ରତି ସମ୍ମାନ, ବିବିଧତା, ନିୟମ ଭିତ୍ତିକ ବାଣିଜ୍ୟ ଏବଂ ନିୟମ ଭିତ୍ତିକ ଆନ୍ତର୍ଜାତିକ ବ୍ୟବସ୍ଥା ଆଦି ମୂଲ୍ୟବୋଧ ଆଧାରରେ ପ୍ରତିଷ୍ଠିତ । ଜଳବାୟୁ ପରିବର୍ତ୍ତନ, ଯୋଗାଯୋଗ, ଅକ୍ଷୟ ଶକ୍ତି, ସାମୁଦ୍ରିକ ସୁରକ୍ଷା, ଉଗ୍ରବାଦ ଏବଂ ସନ୍ତ୍ରାସବାଦର ମୁକାବିଲା ଆଦି ବିଷୟରେ ଉର୍ସୁଲାଙ୍କ ଆଗ୍ରହ ଥିବାରୁ ସେ ଏହାର ପ୍ରଶଂସା କରିଥିଲେ । ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରିତାକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଗଭୀର ଆଗ୍ରହ ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ଆଗାମୀ ଭାରତ-ଇୟୁ ସମ୍ମିଳନୀ ପାଇଁ ବ୍ରୁସେଲ୍ସ ଗସ୍ତ କରିବା ଲାଗି ଶ୍ରୀମତି ଉର୍ସୁଲା ଭନ ଡେର ଲିୟେନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Spirituality remains key driver for travel in Asia, India ranks top: Report

Media Coverage

Spirituality remains key driver for travel in Asia, India ranks top: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 26, 2026
March 26, 2026

India’s Economy, Innovative Spirit and Global Standing Continue to Thrive with the Modi Government