ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମିଷ୍ଟର ସ୍କଟ ମୋରିସନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

ଆଷ୍ଟ୍ରେଲିଆରେ ଭୀଷଣ ଓ ବ୍ୟାପକ ବନାଗ୍ନି ଜନିତ ଦୁର୍ଘଟଣାରେ ଧନ ଓ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଭାରତବାସୀ ତଥା ନିଜ ତରଫରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଭୟାବହ ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହୋଇଥିବା ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲିଆବାସୀଙ୍କ ଲାଗି ଭାରତର ପୂର୍ଣ୍ଣ ସହଯୋଗ ଲାଗି ପ୍ରସ୍ତାବ ଦେଇଥିଲେ ।  

ବିଗତ ବର୍ଷଗୁଡିକରେ ଦ୍ଵିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ସନ୍ତୋଷବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ ସହିତ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ସ୍ଵାଗତ କରିବା ଲାଗି ସେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋରିସନ ଏବଂ ଅଷ୍ଟ୍ରେଲିଆବାସୀଙ୍କୁ 2020 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ନିଜର ଶୁଭକାମନା ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India