ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଏକ ଫୋନ କଲ ଆସିଥିଲା ।

ଉଭୟ ନେତା ଭାରତ-ଯୁକ୍ତରାଜ୍ୟ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦଶକରେ କିପରି ଅଧିକ ମଜବୁତ ହେବ ତା ଉପରେ ଆଲୋଚନା କରିଥିଲେ । ଏହି ଲକ୍ଷ୍ୟ ହାସଲ ପାଇଁ ଏକ ବିସ୍ତୃତ ଯୋଜନା ବିଶେଷ ଫଳପ୍ରଦ ହେବ ବୋଲି ଉଭୟ ନେତା ସହମତି ପ୍ରକାଶ କରିଥିଲେ ।
ଜଳବାୟୁ ପରିବର୍ତ୍ତନ ଓ ବିଶେଷ କରି ବିପର୍ଯ୍ୟୟ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ନେଇ ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ଥିବା ସହଯୋଗ ଉପରେ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଚଳିତ ବର୍ଷ ଗ୍ଲାସଗୋଠାରେ ହେବାକୁ ଥିବା ସିଓପି-26 ବୈଠକ ପାଇଁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ କୋଭିଡ-19 ମହାମାରୀ ଉପରେ ମଧ୍ୟ ନିଜସ୍ୱ ମତ ବିନିମୟ କରିଥିଲେ । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀମତୀ ନାଡିନ ଡୋରିସଙ୍କ ପାଇଁ ଶ୍ରୀ ମୋଦୀ ଉଦବେଗ ପ୍ରକାଶ କରିବା ସହ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମୟ ସୁବିଧା ଦେଖି ଭାରତ ଆସିବା ପାଇଁ ଶ୍ରୀ ଜନସନଙ୍କୁ ସେ ଦେଇଥିବା ନିମନ୍ତ୍ରଣ ସମ୍ପର୍କରେ ସ୍ମରଣ ମଧ୍ୟ କରାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India