ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (09.09.2020) ମହାମହିମ ରାଜା ସଲମାନ ବିନ୍ ଅବଦୁଲାଜିଜ ଅଲ ସଉଦଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

ବିଶ୍ଵ ସମ୍ମୁଖରେ ମୁଣ୍ଡ ଟେକିଥିବା କୋଭିଡ-19 ମହାମାରୀ ଆହ୍ଵାନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଥିଲେ ।

ଜି-20ର କାର୍ଯ୍ୟକାରୀ ସଭାପତି ଥିବା ସମୟରେ ସାଉଦି ଆରବ ଦେଇଥିବା ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି । ଜି-20 ଦ୍ଵାରା ନିଆଯାଇଥିବା ସମନ୍ଵିତ ପଦକ୍ଷେପ ମହାମାରୀକୁ ପ୍ରତିରୋଧ କରିବାରେ ବିଶେଷ ଭାବେ ସହାୟକ ହୋଇଛି । ବର୍ତ୍ତମାନ ଜି-20ର ମୁଖ୍ୟ ଏଜେଣ୍ଡା ଉପରେ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ ।

ଦୁଇ ନେତା ଭାରତ ଏବଂ ସାଉଦି ଆରବ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସମସ୍ତ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କୋଭିଡ-19 ମହାମାରୀ ସମୟରେ ସାଉଦି କର୍ତ୍ତୃପକ୍ଷଙ୍କ ଦ୍ୱାରା ଭାରତୀୟ ବିଦେଶୀମାନଙ୍କୁ ଯୋଗାଇ ଦିଆଯାଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମହାମହିକ ରାଜା ସଲମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ରାଜା ସଲମାନ ବିନ୍ ଅବଦୁଲାଜିଜ ଅଲ ସଉଦ, ସାଉଦି ଆରବର ରୟାଲ ପରିବାରର ଅନ୍ୟ ସଦସ୍ୟ ତଥା ରାଜ୍ୟର ସମସ୍ତ ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2026
August 11, 2026

Champions on the Podium, Capital Unlocked, Digital Seas Opened: New India’s Winning Streak Under PM Modi