ଭାରତ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ନିଯୁକ୍ତି ସମ୍ବନ୍ଧୀୟ ବିଶ୍ୱସନୀୟ ଓ ସଠିକ୍ ସମୟରେ ଡାଟାର ଅଭାବ କାରଣରୁ ଭାରତରେ ନୀତି ନିର୍ମାତା ଏବଂ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ବିଭିନ୍ନ ସମୟରେ ନିଯୁକ୍ତି ସୃଷ୍ଟିର ବିଭିନ୍ନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଶ୍ରମ ବ୍ୟୁରୋ ସମେତ କେତେକ ସଂସ୍ଥା ଦ୍ୱାରା କିଛି ଡାଟା ସଂଗ୍ରହ କରାଯାଉଛି ଏବଂ ପ୍ରକାଶିତ ହେଉଛି, କିନ୍ତୁ ସେମାନଙ୍କ ବିସ୍ତାର କମ୍ । କିନ୍ତୁ ଶ୍ରମ ବ୍ୟୁରୋ ଡାଟା କେବଳ କିଛି କ୍ଷେତ୍ରକୁ ବ୍ୟାପ୍ତ ଏବଂ ବ୍ୟବହୃତ ପଦ୍ଧତି ସର୍ବେକ୍ଷଣ ଉତରଦାତା ପ୍ୟାନେଲଙ୍କ ସଦ୍ୟତମ ତଥ୍ୟ ଉପରେ ଆଧାରିତ ନୁହେଁ । ଏହାର ସର୍ବଶେଷ ଫଳାଫଳ ଏହା ଯେ ଉଭୟ ନୀତି ନିର୍ଦ୍ଧାରଣ ଏବଂ ବିଶ୍ଳେଷଣ ଶୂନ୍ୟତା ଆଧାରରେ କରାଯାଉଛି ।

ନିଯୁକ୍ତି କ୍ଷେତ୍ରରେ ସମୟ ଅନୁସାରେ ବିଶ୍ୱସନୀୟ ଡାଟାର ଗୁରୁତ୍ୱ ଦୃଷ୍ଟିରୁ, ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ସମ୍ବନ୍ଧିତ ମନ୍ତ୍ରଣାଳୟକୁ ଦେଶର ପରିସଂଖ୍ୟାନ ଢାଂଚାରେ ଦୀର୍ଘ ସମୟ ଧରି ରହିଥିବା ବ୍ୟବଧାନକୁ ଦୂର କରିବାର ସମାଧାନ ପନ୍ଥା ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁସାରେ ନୀତି ଆୟୋଗର ଉପାଧ୍ୟକ୍ଷ ଡ଼କ୍ଟର ଅରବିନ୍ଦ ପାନାଗାରିଆଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି, ଯେଉଁଥିରେ ଶ୍ରମ ସଚିବ ସୁଶ୍ରୀ ସତ୍ୟାବତୀ, ପରିସଂଖ୍ୟାନ ସଚିବ ଡ଼କ୍ଟର ଟି.ସି.ଏ. ଅନନ୍ତ, ନୀତି ଆୟୋଗର ପ୍ରଫେସର ପୁଲକ ଘୋଷ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ବୋର୍ଡ଼ ସଭ୍ୟ ଶ୍ରୀ ମନିଷ ସଭର୍ୱାଲ ସଭ୍ୟ ଭାବରେ ରହିଛନ୍ତି । ଏହି କାର୍ଯ୍ୟଦଳ ଏଭଳି ସମାଧାନ ପନ୍ଥା ସୁପାରିଶ କରିବ ଯାହା ସମୟବଦ୍ଧ ଭାବେ ଲାଗୁ କରାଯିବ । ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ଏହି କାର୍ଯ୍ୟକୁ ଶୀଘ୍ର ଆଗେଇ ନିଆଯିବ ଫଳରେ ନିଯୁକ୍ତି ସମ୍ବନ୍ଧୀୟ ନୀତି ଗୁଡ଼ିକ ବିଶ୍ୱସନୀୟ ଡାଟା ଆଧାରରେ ପ୍ରଭାବୀ ଢଙ୍ଗରେ ପ୍ରସ୍ତୁତ କରାଯାଇପାରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026