ଜାମ୍ମୁ, କାଶ୍ମୀର ଓ ଲଦାଖବାସୀଙ୍କୁ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଐତିହାସିକ ଏବଂ ଏହା ୫ ଅଗଷ୍ଟ ୨୦୧୯ରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ବଜାୟ ରଖିଛି ।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟାଳୟ ତାଙ୍କ ଗଭୀର ଜ୍ଞାନରେ ଏକତାର ସାରତତ୍ତ୍ୱକୁ ସୁଦୃଢ଼ କରିଛନ୍ତି, ଯାହାକୁ ଆମେ ଭାରତୀୟ ଭାବରେ ସବୁଠାରୁ ଅଧିକ ପ୍ରିୟ ବୋଲି ମାନିଥାଉ ଏବଂ ସମ୍ମାନ ଦେଇଥାଉ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ଆଜିର ରାୟ ଐତିହାସିକ ଏବଂ ଏହା ୨୦୧୯ ଅଗଷ୍ଟ ୫ ତାରିଖରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ବଜାୟ ରଖିଛି । ଏହା ଜାମ୍ମୁ, କାଶ୍ମୀର ଏବଂ ଲଦାଖର ଆମର ଭଉଣୀ ଓ ଭାଇମାନଙ୍କ ପାଇଁ ଆଶା, ପ୍ରଗତି ଏବଂ ଏକତାର ଏକ ଚମତ୍କାର ଘୋଷଣା । ନ୍ୟାୟାଳୟ ନିଜର ଗଭୀର ଜ୍ଞାନରେ ଏକତାର ସାରତତ୍ତ୍ୱକୁ ସୁଦୃଢ଼ କରିଛନ୍ତି, ଯାହାକୁ ଭାରତୀୟ ଭାବରେ ଆମେ ସବୁଠାରୁ ଅଧିକ ପ୍ରିୟ ବୋଲି ମାନିଥାଉ ଏବଂ ସମ୍ମାନ ଦେଇଥାଉ ।

ମୁଁ ଜାମ୍ମୁ, କାଶ୍ମୀର ଏବଂ ଲଦାଖର ଦୃଢ଼ମନା ଲୋକଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆମର ପ୍ରତିବଦ୍ଧତା ଅତୁଟ ରହିଛି । ପ୍ରଗତିର ସୁଫଳ ଯେପରି କେବଳ ଆପଣଙ୍କ ପାଖରେ ପହଂଚିବ , ତାହା ନୁହେଁ ବରଂ ଧାରା ୩୭୦ ଯୋଗୁଁ କ୍ଷତିଗ୍ରସ୍ତ ଆମ ସମାଜର ସବୁଠାରୁ ଦୁର୍ବଳ ଏବଂ ଅବହେଳିତ ବର୍ଗଙ୍କୁ ମଧ୍ୟ ଏହାର ଲାଭ ପହଞ୍ଚାଇବାକୁ ଆମେ ସଂକଳ୍ପବଦ୍ଧ ।

ଆଜିର ରାୟ କେବଳ ଏକ ଆଇନଗତ ରାୟ ନୁହେଁ; ଏହା ଏକ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ଏବଂ ଏକ ଶକ୍ତିଶାଳୀ, ଅଧିକ ଅଖଣ୍ଡ ଭାରତ ଗଠନ ପାଇଁ ଆମର ସାମୂହିକ ସଂକଳ୍ପର ପ୍ରମାଣ ।

#NayaJammuKashmir”

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 4, 2026
March 04, 2026

Citizens Celebrate Colours of Confidence: PM Modi's Vision Powers Holi Joy, Jobs, Security, and Global Trust