ମହାମହିମ ପ୍ରଧାନମନ୍ତ୍ରୀ ଷ୍ଟେଫାନ ଲୱେନ,

ଗଣମାଧ୍ୟମର ବନ୍ଧୁଗଣ,

ଏହା ମୋର ପ୍ରଥମ ସ୍ୱିଡେନ ଗସ୍ତ ଅଟେ । ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱିଡେନ ଯାତ୍ରା ପାଖାପାଖି ତିନି ଦଶକ ପରେ ହେଉଛି । ସ୍ୱିଡେନରେ ଆମକୁ ଉଦାରତାପୂର୍ଣ୍ଣ ସ୍ୱାଗତ ଏବଂ ସମ୍ମାନ ଲାଗି ମୁଁ ପ୍ରଧାନମନ୍ତ୍ରୀ ଲୱେନ ଏବଂ ସ୍ୱିଡେନ ସରକାରଙ୍କୁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି । ମୋର ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଲୱେନ ଅନ୍ୟ ନୋର୍ଡିକ ଦେଶଗୁଡ଼ିକ ସହିତ ଭାରତର ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରୁଛନ୍ତି । ସେଥିପାଇଁ ମୁଁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି ।

ଭାରତର ମେକ ଇନ ଇଣ୍ଡିଆ ମିଶନରେ ସ୍ୱିଡେନ ଆରମ୍ଭରୁ ହିଁ ସୁଦୃଢ଼ ଭାଗୀଦାର ହୋଇ ରହିଆସିଛି । 2016ରେ ମୁମ୍ବାଇରେ ଆମର ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲୱେନ ନିଜେ ବହୁତ ବଡ଼ ବ୍ୟବସାୟ ପ୍ରତିନିଧିବୃନ୍ଦଙ୍କ ସହିତ ସାମିଲ ହୋଇଥିଲେ । ଭାରତ ବାହାରେ ମେକ ଇନ ଇଣ୍ଡିଆର ସବୁଠୁ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟ ଗତ ବର୍ଷ ଅକ୍ଟୋବରରେ ସ୍ୱିଡେନରେ ଆୟୋଜିତ ହୋଇଥିଲା । ଆମ ପାଇଁ ଏହା ବହୁତ ହର୍ଷ ଏବଂ ଗର୍ବର ବିଷୟ ଯେ ନିଜେ ପ୍ରଧାନମନ୍ତ୍ରୀ ଶ୍ରୀ ଲୱେନ ଏଥିରେ ସାମିଲ ହୋଇଥିଲେ । ମୁଁ ମାନୁଛି ଯେ ଆଜି ଆମର ଆଲୋଚନାରେ ସବୁଠୁ ପ୍ରମୁଖ ବିଷୟ ଏହା ଥିଲା ଯେ ଭାରତର ବିକାଶ ଦ୍ୱାରା ସୃଷ୍ଟି ହେଉଥିବା ସୁଯୋଗରେ ସ୍ୱୀଡେନରେ କିପରି ଭାରତ ସହିତ ୱିନ-ୱିନ ଭାଗିଦାରୀ କରିପାରିବ । ଯାହାର ପରିଣାମସ୍ୱରୂପ ଆଜି ଆମେ ଏକ ନବସୃଜନ ଭାଗିଦାରୀ ଏବଂ ଯୁଗ୍ମ କାର୍ଯ୍ୟ ଯୋଜନାରେ ସହମତ ହୋଇଛୁ ।

ଉଦ୍ଭାବନ, ନିବେଶ, ଷ୍ଟାର୍ଟ-ଅପ, ଉତ୍ପାଦନ ଆଦି ଆମର ଭାଗିଦାରୀର ପ୍ରମୁଖ ଦିଗ ଅଟେ । ଏଥିସହିତ ଆମେ ନବୀକରଣଯୋଗ୍ୟ ଶକ୍ତି, ସହରାଂଚଳ ପରିବହନ, ବର୍ଜବସ୍ତୁ ପରିଚାଳନା ଭଳି ଅନେକ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେଉଛୁ, ଯାହା ଭାରତର ଲୋକମାନଙ୍କ ଜୀବନର ମାନ ସହ ଜଡ଼ିତ ବିଷୟ ଅଟେ । ବାଣିଜ୍ୟ ଏବଂ ଉଦ୍ଭାବନ ସହ ଜଡ଼ିତ ବିଷୟ ଉପରେ ଆଜି ପ୍ରଧାନମନ୍ତ୍ରୀ ଲୱେନ ଏବଂ ସ୍ୱିଡେନର ପ୍ରମୁଖ ସିଇଓମାନଙ୍କ ସହିତ ମିଳିମିଶି ଚର୍ଚ୍ଚା କରିବୁ ।

ଆମର ଦ୍ୱିପାକ୍ଷିକ ସମ୍ପର୍କର ଏକ ଏବଂ ପ୍ରମୁଖ ସ୍ତମ୍ଭ ହେଉଛି ଆମର ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ । ପ୍ରତିରକ୍ଷା କ୍ଷେତ୍ରରେ ସ୍ୱିଡେନ ଦୀର୍ଘ ସମୟ ଧରି ଭାରତର ଭାଗିଦାର ରହିଛି । ମୋର ବିଶ୍ୱାସ ଯେ ଭବିଷ୍ୟତରେ ମୁଁ ମଧ୍ୟ ଏହି କ୍ଷେତ୍ରରେ, ବିଶେଷ କରି ପ୍ରତିରକ୍ଷା ଉତ୍ପାଦନରେ, ଆମର ସହଯୋଗ ଲାଗି ଅନେକ ନୂଆ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଆମେ ନିଜ ସୁରକ୍ଷା ସହଯୋଗ, ବିଶେଷ କରି ସାଇବର ନିରାପତ୍ତା ସହଯୋଗ, ତାହାକୁ ଆହୁରି ସୁଦୃଢ଼ କରିବା ଲାଗି ନିଷ୍ପତ୍ତି ନେଇଛୁ । ଆହୁରି ଏକ ପ୍ରସଙ୍ଗ ଯାହା ଉପରେ ଆମେ ସହମତ ହୋଇଛୁ, ତାହା ହେଉଛି ଆମ ସମ୍ପର୍କର ମହତ୍ୱ କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରରେ ମଧ୍ୟ ରହୁ । ଅନ୍ତର୍ଜାତୀୟ ମଂଚରେ ଆମର ଖୁବ ନିବିଡ଼ ସହଯୋଗ ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ।

ଆଜି ଆମେ ୟୁରୋପ ଏବଂ ଏସିଆରେ ହେଉଥିବା ବିକାଶ ବିଷୟରେ ବିସ୍ତାର ପୂର୍ବକ ବିଚାର ଆଲୋଚନା କରିଛୁ । ଶେଷରେ ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀ ଲୱେନଙ୍କୁ ହୃଦୟରୁ କୃତଜ୍ଞତା ପ୍ରକଟ କରିବା ଲାଗି ଚାହୁଁଛି ।

ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2026
March 31, 2026

 Building a Resilient Bharat: Record Progress in Banking, Infrastructure, EVs, and Conservation Under PM Modi