ମହାମହିମ

ରାଷ୍ଟ୍ରପତି ଜୋକୋ ିଡୋଡୋ

ସମ୍ମାନନୀୟ ପ୍ରତିନିଧିଗଣ

ଗଣମାଧ୍ୟମ ସଦସ୍ୟ

ସେଲାମତ ସିୟାଙ୍ଗ

ନମସ୍କାର,

ଏହି ମହାନ ଏବଂ ସୁନ୍ଦର ଦେଶକୁ ଏହା ମୋର ପ୍ରଥମ ଯାତ୍ରା । ମୁଁ ସର୍ବପ୍ରଥମେ ଏହି ଯାତ୍ରାର ଚମତ୍କାର ବ୍ୟବସ୍ଥା କରିବା ଏବଂ ଉଦାରତାର ସହିତ ମୋର ଆତିଥ୍ୟ ସତ୍କାର କରିବା ଲାଗି ରାଷ୍ଟ୍ରପତି ୱିଡୋଡୋଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଇଣ୍ଡୋନେସିଆର ବିବିଧତାକୁ ପ୍ରଦର୍ଶନ କରି, ନାଗରିକ ଏବଂ ଛୋଟ ଛୋଟ ଶିଶୁମାନେ ଯେପରି ଜାତୀୟ ପୋଷାକରେ ମୋର ସ୍ୱାଗତ କଲେ, ତାହା ବିଶେଷ କରି ମୋର ମନକୁ ଛୁଇଁଗଲା, ରାଷ୍ଟ୍ରପତି ମହୋଦୟଙ୍କ ଦୂରଦର୍ଶିତା ଲାଗି ତାଙ୍କର ଦୂରଦର୍ଶୀ ନେତୃତ୍ୱ ଲାଗି ଏବଂ ଆମ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ସେମାନଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତା ପ୍ରତି ମୋ ମନରେ ଗଭୀର ଆଦର ରହିଛି ।

ବନ୍ଧୁଗଣ,

ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଇଣ୍ଡୋନେସିଆର ନିର୍ଦ୍ଦୋଷ ଲୋକମାନଙ୍କ ମୃତ୍ୟୁରେ ମୁଁ ଦୁଃଖିତ । ଭାରତ ଏପରି ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରୁଛି । ଏହି ସଂକଟମୟ ପରିସ୍ଥିତିରେ ଭାରତ ଇଣ୍ଡୋନେସିଆ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛି । ଏପରି ଭୟାବହ ଘଟଣା ଏହି ବାର୍ତ୍ତା ଦେଉଛି ଯେ ଆତଙ୍କବାଦ ସହ ଲଡ଼ିବା ଲାଗି ବିଶ୍ୱସ୍ତରରେ ମିଳିମିଶି କରାଯାଉଥିବା ପ୍ରୟାସରେ ଆହୁରି ଅଧିକ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ,

ଇଣ୍ଡୋନେସିଆର ପଞ୍ଚଶୀଳ ଦର୍ଶନ, ଇଣ୍ଡୋନେସିଆର ଲୋକମାନଙ୍କର ବିବେକ ଏବଂ ଦୂରଦର୍ଶୀତାର ଜୀବନ୍ତ ପ୍ରମାଣ ଅଟେ । ଏଥିରେ ଧାର୍ମିକ ବିଶ୍ୱାସ ସହିତ ସାଂସ୍କୃତିକ ପରମ୍ପରାର ମଧ୍ୟ ନିର୍ବାଧ ଏକୀକରଣ ହୋଇଛି । ସାମୁଦ୍ରିକ ପଡ଼ୋଶୀ ଏବଂ ସାମରିକ ଭାଗିଦାରୀ ଭାବେ ଆମର ଚିନ୍ତା ପ୍ରାୟ ଏକପ୍ରକାରର । ସାମୁଦ୍ରିକ ମାର୍ଗର ସୁରକ୍ଷା ଏବଂ ସଂରକ୍ଷଣ ସୁନିଶ୍ଚିତ କରିବା ଆମର କର୍ତ୍ତବ୍ୟ ଅଟେ । ଏହା ଆମର ଆର୍ଥିକ ସ୍ୱାର୍ଥ ରକ୍ଷା ଲାଗି ମଧ୍ୟ ଆବଶ୍ୟକ । ଆଜି ବଦଳୁଥିବା ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଆମର ସ୍ୱତନ୍ତ୍ର ଭୂ-ରଣନୈତିକ କ୍ଷେତ୍ର ଅଟେ । ଆମେ ଏକପ୍ରକାର ବିକାଶ ଏବଂ ପରିବେଶ ଆହ୍ୱାନର ସମ୍ମୁଖୀନ ହେଉଛୁ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଲାଗି ସହଭାଗୀ ଦୂରଦୃଷ୍ଟି ଏବଂ ସିଦ୍ଧାନ୍ତରେ ସହମତ ହୋଇଛୁ । ବନ୍ଧୁଗଣ, ଭାରତର ଏକ୍ଟ ଇଷ୍ଟ ପଲିସି ସହିତ ‘ସାଗର’-କ୍ଷେତ୍ରରେ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ଅଭିବୃଦ୍ଧି- ପାଇଁ ଆମର ଦୂରଦୃଷ୍ଟି, ରାଷ୍ଟ୍ରପତି ୱିଡୋଡୋଙ୍କ ସାମୁଦ୍ରିକ ଫଲକ୍ରମ ନୀତି ସହିତ ମେଳ ଖାଉଛି । ଡିସେମ୍ବର 2016ରେ ରାଷ୍ଟ୍ରପତି ୱିଡୋଡୋ ଭାରତ ଯାତ୍ରା କରିବା ସମୟରେ ଆମେ ଏକ ମାର୍ଗଚିତ୍ର ପ୍ରସ୍ତୁତ କରିଥିଲୁ । ଆଜି ଆମ ଚର୍ଚ୍ଚାରେ ଆମେ ତାହାର କାର୍ଯ୍ୟାନ୍ୱୟନ ଉପରେ ହୋଇଥିବା ଅଗ୍ରଗତିର ଆକଳନ କରିଛୁ । ଆଜି ଆମ ଭିତରେ ହୋଇଥିବା ବୁଝାମଣାରୁ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଉନ୍ନତ କରିବାରେ ସହାୟତା ମିଳିବ । ମୁଁ ପ୍ରସନ୍ନ ହେଲେ ଆମେ ନିଜ ଭାଗିଦାରୀକୁ ବିସ୍ତୃତ ରଣନୈତିକ ସହଭାଗୀତା ରୂପରେ ଅପଗ୍ରେଡ କରିବା ଲାଗି ନିଷ୍ପତ୍ତି ନେଇଛୁ । ଆମେ 2025 ସୁଦ୍ଧା ଦ୍ୱିପାକ୍ଷିକ ବ୍ୟବସାୟକୁ 50 ବିଲିୟନ ଡଲାର ସ୍ତର ପର୍ଯ୍ୟନ୍ତ ନେଇଯିବା ଲାଗି ନିଜର ପ୍ରୟାସକୁ ଦ୍ୱିଗୁଣିତ କରିବୁ । ଏବଂ ଏହି ପ୍ରୟାସରେ ସହାୟତା କରିବା ଲାଗି ମୁଁ ଆମର ସିଇଓ ମଞ୍ଚର ସକାରାତ୍ମକ ଯୋଗଦାନକୁ ମଧ୍ୟ ଅଭିବାଦନ ଜଣାଉଛି ।

ବନ୍ଧୁଗଣ,

ଆମେ ଦୁଇ ଦେଶ ମଧ୍ୟରେ ହଜାର ହଜାର ବର୍ଷର ଦୃଢ଼ ସାଂସ୍କୃତିକ ସମ୍ପର୍କ ରହିଛି । ଏହାର ଗୋଟିଏ ଝଲକ ଚଳିତ ବର୍ଷ ଆମର ସାଧାରଣତନ୍ତ୍ର ଦିବସରେ ଆୟୋଜିତ ପରେଡରେ ମଧ୍ୟ ଦେଖିବାକୁ ମିଳିଥିଲା । ଚଳିତ ବର୍ଷର ପରେଡରେ ଆସିଆନ-ଭାରତ ସମ୍ପର୍କର ଦୃଶ୍ୟରେ ଭାରତର ଓଡ଼ିଶା ରାଜ୍ୟର ପର୍ବ “ବାଲିଯାତ୍ରା”କୁ ଦର୍ଶାଯାଇଥିଲା । ପ୍ରତିବର୍ଷ ପାଳନ କରାଯାଉଥିବା ଏହି ପର୍ବ ଆମର ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ସମ୍ପର୍କର ଆଜି ମଧ୍ୟ ଜୀବନ୍ତ ଉଦାହରଣ ଦେଉଛି । ଆସନ୍ତା ବର୍ଷ 2019ରେ ଆମେ ନିଜ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର 70ତମ ବର୍ଷପୂର୍ତ୍ତି ପାଳନ କରିବୁ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ସମାରୋହ ଆୟୋଜନ କରାଯିବ । ବହୁ ସଂଖ୍ୟାରେ ଭାରତୀୟ ପର୍ଯ୍ୟଟକ ଇଣ୍ଡୋନେସିଆ ଆସୁଛନ୍ତି, ବିଶେଷ କରି ବାଲିକୁ ଆସୁଛନ୍ତି । ଉତ୍ତରାଖଣ୍ଡ ଏବଂ ବାଲିକୁ ଦ୍ୱୈତ କରିବା ଲାଗି ଏହି ଆଦାନ-ପ୍ରଦାନରେ ଆହୁରି ଅଗ୍ରଗତି ହେବ । ଦୁଇ ଦେଶର ଅଧିକାଂଶ ଜନସଂଖ୍ୟା ଯୁବକ ଅଟନ୍ତି । ଏହି ଯୁବକାମାନଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଏବଂ ସେମାନଙ୍କ ଲାଗି ରୋଜଗାର ସୁଯୋଗୁ ଉତ୍ପନ୍ନ କରିବା ନିମନ୍ତେ ଆମେ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରସ୍ପରଠାରୁ ଶିକ୍ଷା ଲାଭ କରିପାରିବା । ଆମେ ଶିକ୍ଷା ଏବଂ ବିଜ୍ଞାନ ପ୍ରଯୁକ୍ତିରେ ସହଯୋଗ ବୃଦ୍ଧି ଲାଗି ସହମତ ହୋଇଛୁ । ଆମେ ଭାରତର ଆଇଟି ସେବା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ ଏହାକୁ ସମ୍ପ୍ରସାରିତ କରିବା ଲାଗି ଇଣ୍ଡୋନେସିଆର ନେତୃତ୍ୱ ବିଚାରକୁ ସ୍ୱାଗତ କରୁଛୁ । ଏହା ଦୁଇ ଦେଶ ଲାଗି ଲାଭଦାୟକ ଭାଗିଦାରୀ ହେବ ।

ବନ୍ଧୁଗଣ,

ଭାରତ-ଆସିଆନ ଭାଗିଦାରୀ ଏପରି ଏକ ଶକ୍ତି ଯାହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଏଠାରୁ ଉର୍ଦ୍ଧ୍ଵରେ ଶାନ୍ତି ଏବଂ ସହଭାଗୀ ଉନ୍ନତି ଲାଗି ଉଦ୍ଦିଷ୍ଟ । ଆମେ ଆସିଆନରେ ଇଣ୍ଡୋନେସିଆର ସକାରାତ୍ମକ ଭୂମିକାକୁ ଗୁରୁତ୍ୱ ଦେଉଛୁ । ଏଥିସହିତ ବ୍ୟାପକ ଆଂଚଳିକ ସହଯୋଗ ଏବଂ ଏକୀକରଣ ଲାଗି ଏହି ସଂଘର ପ୍ରୟାସ ମଧ୍ୟ ଏହି ଉଦାହରଣ ଏବଂ ପ୍ରେରଣା ଅଟେ । ମୁଁ ଆସିଆନରେ ଭାରତର ରଣନୈତିକ ଭାଗିଦାରୀକୁ ବିକଶିତ କରିବାରେ ଇଣ୍ଡୋନେସିଆର ଦୃଢ଼ ସମର୍ଥନ ଲାଗି ରାଷ୍ଟ୍ରପତି ୱିଡୋଡୋଙ୍କ ସମ୍ମୁଖରେ କୃତଜ୍ଞତା ବ୍ୟକ୍ତ କରିଛି । ମୁଁ ଅଗଷ୍ଟରେ 18ତମ ଏସୀୟ କ୍ରୀଡ଼ାର ଆୟୋଜନ ଲାଗି ଇଣ୍ଡୋନେସିଆକୁ ଶୁଭକାମନା ଜଣାଉଛି । ମୋର ବିଶ୍ୱାସ ଯେ ଏହା ଅତ୍ୟନ୍ତ ଚମତ୍କାର ଏବଂ ଐତିହାସିକ ଆୟୋଜନ ହେବ । ଆହୁରି ମୁଁ ରମଜାନର ଏହି ପବିତ୍ର ମାସରେ, ଭାରତର 125 କୋଟି ଲୋକଙ୍କ ତରଫରୁ ଇଣ୍ଡୋନେସିଆର ସବୁ ଲୋକମାନଙ୍କୁ ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତା କାମନା କରୁଛି ଏବଂ ସେମାନଙ୍କୁ ଆସନ୍ତା ଇଦ-ଉଲ-ଫିତର ପର୍ବ ପାଇଁ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ

ତରୀମା କାସି ବନ୍ୟାକ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two defence industrial corridors have attracted investment commitments of about Rs 70,000 crore: Defence secretary

Media Coverage

Two defence industrial corridors have attracted investment commitments of about Rs 70,000 crore: Defence secretary
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of teachers on Guru Purnima
July 29, 2026

The Prime Minister, Shri Narendra Modi, extended his heartfelt greetings to the people of the country on the occasion of Guru Purnima. He said that, along with imparting knowledge, teachers infuse their students with positive energy and shape them through noble thoughts and values. The Prime Minister called upon everyone to make the ideals of their gurus a guiding force in their lives.

The Prime Minister shared a Sanskrit Subhashitam-

“प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”

The Subhashitam conveys that one who provides the right direction, imparts knowledge and truth, shows the righteous path, offers education and awakens an understanding of truth in life, paving the way for self-development. These are regarded as the six forms of a Guru.

The Prime Minister wrote on X;

“गुरु पूर्णिमा की सभी देशवासियों को बहुत-बहुत बधाई। गुरु ज्ञान के साथ ही अपने शिष्यों में सकारात्मक ऊर्जा का संचार कर उन्हें सुविचार और सुसंस्कारों से सुशिक्षित करते हैं। आइए, उनके आदर्शों को अपने जीवन का संबल बनाएं।

प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”