ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ସାଧାରଣତନ୍ତ୍ର (ଜୁଲାଇ 23-24), ଉଗାଣ୍ଡା ସାଧାରଣତନ୍ତ୍ର (ଜୁଲାଇ 24-25) ଏବଂ ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ର (ଜୁଲାଇ 25-27)କୁ ଏକ ସରକାରୀ ଗସ୍ତରେ ଯିବେ । ଏହା ହେବ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ରୱାଣ୍ଡା ଗସ୍ତ ଏବଂ 20 ବର୍ଷରୁ ଉର୍ଦ୍ଧ୍ଵ ସମୟ ପରେ ଆମର ଜଣେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଉଗାଣ୍ଡା ଗସ୍ତ । ସେହିଭଳି ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ ରହିଛି ।

ରୱାଣ୍ଡା ଏବଂ ଉଗାଣ୍ଡାରେ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ କାର୍ଯ୍ୟକ୍ରମ ମଧ୍ୟରେ ସାମିଲ ରହିଛି – ଏହି ଦେଶର ରାଷ୍ଟ୍ରପତିମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ, ପ୍ରତିନିଧିସ୍ତରୀୟ ଆଲୋଚନା ଏବଂ ବ୍ୟବସାୟିକ ଓ ଭାରତୀୟ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କ ସହ ବୈଠକ । ରୱାଣ୍ଡାରେ ପ୍ରଧାନମନ୍ତ୍ରୀ ଗଣସଂହାର(ଜେନୋସାଇଡ) ସ୍ମାରକୀ ଗସ୍ତ କରିବେ ଏବଂ “ଗିରିଙ୍କା” (ପରିବାର ପିଛା ଗୋଟିଏ ଗାଈ)ଠାରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯେଉଁ କାର୍ଯ୍ୟକ୍ରମ ହେଉଛି ରାଷ୍ଟ୍ରପତି ପଲ କାଗାମେଙ୍କ ଦ୍ୱାରା ବ୍ୟକ୍ତିଗତ ଭାବେ ରୱାଣ୍ଡାରେ ପ୍ରଚଳନ କରାଯାଇଥିବା ଏକ ଜାତୀୟ ସାମାଜିକ ସୁରକ୍ଷା ଯୋଜନା । ଉଗାଣ୍ଡା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ସେଠାରେ ଉଗାଣ୍ଡା ସଂସଦକୁ ସମ୍ବୋଧନ କରିବେ । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଉଗାଣ୍ଡା ସଂସଦକୁ ସମ୍ବୋଧିତ କରିବେ ।

ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଏହି ଦେଶର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ ଏବଂ ସେ ବ୍ରିକ୍ସ ଶିଖର ସମ୍ମିଳନୀ ଏବଂ ବ୍ରିକ୍ସ ସମ୍ବନ୍ଧିତ ଅନ୍ୟାନ୍ୟ ବୈଠକରେ ଯୋଗଦାନ କରିବେ । ବ୍ରିକ୍ସ ବୈଠକ ବାଦ ଅଂଶଗ୍ରହଣକାରୀ ରାଷ୍ଟ୍ରମାନଙ୍କ ସହ ଦ୍ୱିପାକ୍ଷିକ ବୈଠକର ମଧ୍ୟ ଆୟୋଜନ କରାଯାଇଛି ।

ଆଫ୍ରିକା ସହ ଭାରତର ନିବିଡ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଯାହାକି ଦୃଢ଼ ଭାଗିଦାରୀତାରେ ଉନ୍ନତି ଏବଂ ଭାରତୀୟ ବଂଶୋଦ୍ଭବମାନଙ୍କ ବହୁଳ ଉପସ୍ଥିତି ଫଳରେ ଆହୁରି ବଳିଷ୍ଠ ହୋଇପାରିଛି । ଏହି ଗସ୍ତ ସମୟରେ ପ୍ରତିରକ୍ଷା, ବାଣିଜ୍ୟ, କୃଷି ଏବଂ ଗୋପାଳନ କ୍ଷେତ୍ରରେ ସହଯୋଗ ପାଇଁ ଅନେକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଗତ କିଛି ବର୍ଷ ଧରି ଆଫ୍ରିକୀୟ ଦେଶମାନଙ୍କୁ ନେଇ ବିଭିନ୍ନ କ୍ଷେତ୍ରରେ ଆମର ଅଂଶୀଦାରମୂଳକ କାର୍ଯ୍ୟକ୍ରମ ବୃଦ୍ଧି ପାଇଛି ଏବଂ ଗତ 4 ବର୍ଷ ମଧ୍ୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ସ୍ତରରେ 23ଟି ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତର ବୈଦେଶିକ ନୀତିରେ ଆଫ୍ରିକାକୁ ପ୍ରମୁଖତା ପ୍ରଦାନ କରାଯାଇଛି । ରୱାଣ୍ଡା, ଉଗାଣ୍ଡା ଏବଂ ଦକ୍ଷିଣ ଆଫ୍ରିକାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଫଳରେ ଆଫ୍ରିକା ମହାଦେଶ ସହ ଆମର ସମ୍ପର୍କ ଆହୁରି ସୁଦୃଢ଼ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026