Germany is among India’s most important partners both bilaterally and in the global context: PM
There is tremendous potential in India-Germany economic collaboration, says PM Modi
Through our ‘Make in India’ initiative, we are committed to transform India as a major player in the global value chain: PM Modi
India has emerged as the fastest growing major economy the last three years with GDP growth rate of over 7%: PM
Our emphasis has been on reducing Government and enhancing Governance: PM Narendra Modi
India has one of the most liberal FDI Policy regimes in the world: Prime Minister

ମହାମହିମ ଡଃ ଆଞ୍ଜେଲା ମର୍କେଲ

ବିଶ୍ୱ ବାଣିଜ୍ୟ ସମୁଦାୟର ନେତୃମଣ୍ଡଳୀ

ଦେବୀ ଓ ସଜ୍ଜନମଣ୍ଡଳୀ

ଆପଣ ସମସ୍ତଙ୍କୁ ଭେଟି ଅତ୍ୟନ୍ତ ଖୁସି ଲାଗୁଛି । ଚାନ୍ସେଲର ମେର୍କେଲଙ୍କ ଭଳି ସୁଜ୍ଞାନୀ ନେତାଙ୍କ ଉପସ୍ଥିତିରେ ଆପଣ ସମସ୍ତଙ୍କ ସହ କଥା ହେବା ଅଧିକ ଆନନ୍ଦର କଥା । ବାସ୍ତବରେ ତାଙ୍କ ସହ ଭେଟିବାର କୌଣସି ସୁଯୋଗକୁ ମୁଁ ହାତଛଡ଼ା କରେ ନାହିଁ । 2015 ଏପ୍ରିଲରେ ହାନୋଭର ମେଳାକୁ ମୋର ଗସ୍ତ ସମୟରେ ତାଙ୍କ ସହ କଥାବାର୍ତ୍ତା ମୁଁ ନିର୍ଦ୍ଦିଷ୍ଟ ଭାବେ ସ୍ମରଣ କରୁଛି । ଭାରତ ସେହି ମେଳାର ଭାଗିଦାରୀ ରାଷ୍ଟ୍ର ଥିଲା । ଏହାପରେ ଚାନ୍ସେଲର ମର୍କେଲ 2015 ଅକ୍ଟୋବର ମାସରେ ଭାରତ ଗସ୍ତ କରିଥିଲେ । ଏକାଠି ଆମେ ଅନେକ ଥର ଜର୍ମାନୀ ଓ ଭାରତୀୟ ସିଇଓଙ୍କ ସହ ଆଲୋଚନା କରିଛୁ । ଆଜି ପୁଣି ଏହି ହଲ୍ ରେ ବହୁତ ଉର୍ଜା ଓ ଉତ୍ସାହ ଦେଖିବାକୁ ପାଉଛି । ମୁଁ ଏଠାରେ ଉପସ୍ଥିତ କେତେକ ଭାରତୀୟ ସିଇଓଙ୍କୁ ମଧ୍ୟ ଦେଖିପାରୁଛି ।

ବନ୍ଧୁଗଣ,

ଉଭୟ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପରିଦୃଶ୍ୟରେ ଭାରତର ପ୍ରମୁଖ ଭାଗିଦାର ରାଷ୍ଟ୍ର ତାଲିକାରେ ଜର୍ମାନୀ ରହିଛି । ଭାରତର ଅଭିବୃଦ୍ଧି କାହାଣୀରେ ଜର୍ମାନୀ କମ୍ପାନୀଗୁଡ଼ିକର ଭଗିଦାରୀରେ ମୁଁ ଅତ୍ୟନ୍ତ ଖୁସି । ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଜର୍ମାନୀରେ ନିଜର ଉପସ୍ଥିତି ବଜାୟ ରଖିଥିବା ଦେଖି ମଧ୍ୟ ସେତିକି ଉତ୍ସାହିତ । ଭାରତରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଜର୍ମାନୀର ମାନ୍ୟତା ସପ୍ତମ ସ୍ଥାନରେ ରହିଛି । ଜର୍ମାନୀରୁ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପ୍ରବାହକୁ ଆକର୍ଷିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଇଞ୍ଜିନିୟରିଂ, କେମିକାଲସ୍ ଓ ସେବା । ପ୍ରାୟ 600 ଇଣ୍ଡୋ-ଜର୍ମାନୀ ମିଳିତ ଉଦ୍ୟୋଗ ଏବେ ଭାରତରେ କାର୍ଯ୍ୟ କରୁଛନ୍ତି । ସେମାନେ ପ୍ରାୟ 2ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ତେବେ ଭାରତ-ର୍ଜମାନୀ ଆର୍ଥିକ ସହଯୋଗରେ ଆହୁରି ଅନେକ ସମ୍ଭାବନା ରହିଛି । ଆମର ଆର୍ଥିକ ଭାଗିଦାରୀ ଏବେ ବି ତା’ର ପୂର୍ଣ୍ଣ କ୍ଷମତାଠୁ ନିମ୍ନରେ ରହିଛି । ଏହାର ବୃଦ୍ଧି ପାଇଁ ଆମେ ଭାରତରେ ଜର୍ମାନୀ କମ୍ପାନୀଗୁଡ଼ିକୁ ଖୋଲା ହୃଦୟରେ ସ୍ୱାଗତ କରିବାକୁ ପ୍ରସ୍ତୁତ । ଜର୍ମାନୀ କମ୍ପାନୀଗୁଡ଼ିକୁ ସହାୟତା ପାଇଁ ଆମେ ଏକ ଫାଷ୍ଟ ଟ୍ରାକ୍ ବ୍ୟବସ୍ଥା କରିଛୁ । ଏହି ବ୍ୟବସ୍ଥା ମାଧ୍ୟମରେ ଅନେକ ପ୍ରସଙ୍ଗର ସମାଧାନ ହୋଇପାରିଛି । ଆମେ ଏହାକୁ ଗୁରୁତ୍ୱର ସହ ନେଉଛୁ କାରଣ ଜର୍ମାନୀ ଭାଗିଦାରୀକୁ ଅତ୍ୟନ୍ତ ମହତ୍ୱ ପ୍ରଦାନ କରୁଛୁ ।

ବନ୍ଧୁଗଣ,

 ଆମେ ଭାରତକୁ ଆନ୍ତର୍ଜାତିକ ନିର୍ମାଣ ହବ୍ ଭାବେ ବିକଶିତ କରିବା ମାର୍ଗରେ ଚାଲିଛୁ । ଉତ୍ପାଦନ ପାଇଁ ଭାରତରେ ପୂର୍ବରୁ ଏକ ଭଲ ଇକୋ-ସିଷ୍ଟମ ରହିଛି । ଭାରତ ମଧ୍ୟ ପୂର୍ବରୁ ଦେଉଛି..

- ବିଶ୍ୱସ୍ତରୀୟ ମୂଲ୍ୟର ପ୍ରତିଯୋଗିତାମୂଳକ ନିର୍ମାଣ ପାଇଁ ଇକୋ-ସିଷ୍ଟମ

- ଜ୍ଞାନ ଓ ଦକ୍ଷତା ସହ କୁଶଳୀ ପେଷାଦାରଙ୍କ ଏକ ବିଶାଳ ସଂଖ୍ୟା

- ବିଶ୍ୱସ୍ତରର ଇଞ୍ଜିନିୟରିଂ ଶିକ୍ଷାର ଭିତ୍ତିଭୂମି ଓ ସୁଦୃଢ଼ R&D ସୁବିଧା

- ଜିଡିପିରେ ବୃଦ୍ଧି ଓ ଘରୋଇ ବଜାରରେ କ୍ରୟ ଶକ୍ତିକୁ ଅଧିକ ବୃଦ୍ଧି କିରବା ପାଇଁ,

- ବିଶ୍ୱରେ ସବୁଠାରୁ ଉଦାର ଏଫଡିଆଇ ନୀତି ବ୍ୟବସ୍ଥା ମଧ୍ୟରୁ ଏକ

- ବ୍ୟବସାୟିକ ପରିବେଶକୁ ସରଳ କରିବା ପାଇଁ ସରକାରଙ୍କ ଗୁରୁତ୍ୱ

ଏସବୁ ସାମର୍ଥ୍ୟ ଯୋଗୁ ୟୁଏନ୍ଆଇଡିଓ ପୂର୍ବରୁ କହିସାରିଛି ଯେ ଭାରତ ହେଉଛି ବିଶ୍ୱର ଷଷ୍ଠ ସର୍ବବୃହତ୍ ନିର୍ମାଣକାରୀ ରାଷ୍ଟ୍ର । ଏହାକୁ ଅଧିକ ଭଲ କରିବା ପାଇଁ ଆମେ ବିଭିନ୍ନ ମାଧ୍ୟମରେ କଠିନ ପରିଶ୍ରମ କରିଛୁ ।

ଆମର ମେକ୍ ଇନ୍ ଇଣ୍ଡିଆ ପ୍ରୟାସ ମାଧ୍ୟମରେ ଆମେ ଗ୍ଲୋବାଲ୍ ଭେଲୁ ଚେନ୍ ରେ ଭାରତକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି  ଚାକିରି ସୃଷ୍ଟି ଓ ସମାଜର ସମୃଦ୍ଧ ଓ ନିମ୍ନ ବର୍ଗ ମଧ୍ୟରେ ପାର୍ଥକ୍ୟକୁ ହ୍ରାସ କରିବା । ମେକ୍ ଇନ୍ ଇଣ୍ଡିଆ ପୂର୍ବରୁ ଏକ ସୁଦୃଢ଼ ପ୍ରଭାବ ସୃଷ୍ଟି କରିସାରିଛି ।

ମେକ୍ ଇନ୍ ଇଣ୍ଡିଆକୁ ସଫଳତାରେ ଜର୍ମାନୀର ବହୁତ ବଡ଼ ଯୋଗଦାନ ରହିଛି । ବିଶେଷକରି ହାନୋଭର ମେଳାରେ ଭାଗିଦାରୀ ରାଷ୍ଟ୍ର ଭାବେ ଭାରତ ସାମିଲ ହେବା ଦ୍ୱାରା ଭାରତ-ର୍ଜମାନୀର ଭାଗିଦାରୀକୁ ଅଧିକ ପ୍ରୋତ୍ସାହନ ମିଳିଛି । ହାନୋଭର ମେଳା ସମୟରେ ସହଯୋଗ କରିବା ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ପାରସ୍ପରିକ ଚିହ୍ନଟ କରାଯାଇଛି । ଏଥିରେ ନିର୍ମାଣ, ଦକ୍ଷତା ବିକାଶ, ରେଳବାଇ, ନଦୀ ପରିଚ୍ଛନ୍ନତା, ଅକ୍ଷୟ ଶକ୍ତି, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରହିଛି । ଏହା ସହିତ ଆମେ 2015 ସେପ୍ଟେମ୍ବରରୁ ରଣନୀତିକ ବଜାରରେ ପ୍ରବେଶ ସହାୟତା କାର୍ଯ୍ୟକ୍ରମକୁ ମଧ୍ୟ କାର୍ଯ୍ୟକାରୀ କରିଛୁ । ଏହାକୁ ଏମ୍ଆଇଆଇଏମ୍(Make in India Mittelstand) କୁହାଯାଉଛି । ଏହା ମୁଖ୍ୟତଃ ଭାରତୀୟ ବଜାରରେ ଜର୍ମାନୀ Mittelstand କମ୍ପାନୀଗୁଡ଼ିକର ପ୍ରବେଶ ପାଇଁ ସହାୟତା ଯୋଗାଇଥାଏ ।

ଏମ୍ଆଇଆଇଏମ୍ କାର୍ଯ୍ୟକ୍ରମ ବ୍ୟବସାୟିକ ସହାୟତା ସେବାର ଏକ ବ୍ୟାପକ ଦିଗକୁ ଉପସ୍ଥାପିତ କରୁଛି । ଏହି ପଦକ୍ଷେପର ପରିଣାମସ୍ୱରୂପ ଭାରତରେ ଜର୍ମାନୀ କମ୍ପାନୀଗୁଡ଼ିକର ଆଗ୍ରହ ବୃଦ୍ଧି ପାଉଛି ।

ସ୍ୱଳ୍ପ ଅବଧିରେ ମିଳିଥିବା ପରିମାଣ

- 83ଟି କମ୍ପାନୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ।

-73ଟି କମ୍ପାନୀ ଆନୁଷ୍ଠାନିକ ସଦସ୍ୟ ହେବାକୁ ପଞ୍ଜିକରଣ କରିଛନ୍ତି ।

-47ଟି କମ୍ପାନୀ ଏବେ ନିବେଶ କାର୍ଯ୍ୟକାରିତା ପାଇଁ ଅଗ୍ରୀମ ପର୍ଯ୍ୟାୟରେ ରହିଛନ୍ତି । ଭାରତ ଓ ଜର୍ମାନୀ ମଧ୍ୟରେ ଅନ୍ୟ ଏକ ସଫଳ କାର୍ଯ୍ୟକ୍ରମ ହେଉଛି ଇଣ୍ଡୋ-ଜର୍ମାନ ମ୍ୟାନେଜରସ୍ ଟ୍ରେନିଂ ପ୍ରୋଗ୍ରାମ । ଏହା ବିଶେଷକରି ଭାରତର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବ୍ୟବସାୟିକ ଅଧିକାରୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା ପାଇଁ ଉଦ୍ଦିଷ୍ଟ । ଏହି କାର୍ଯ୍ୟକ୍ରମ ପରିଣାମସ୍ୱରୂପ :

- ଦୁଇ ଦେଶ ମଧ୍ୟରେ ନିବେଶ ବୃଦ୍ଧି, ନୂଆ ଯୌଥ ଉଦ୍ୟୋଗର ସୃଷ୍ଟି ଓ B2B ସମ୍ପର୍କ ବୃଦ୍ଧି

- ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ 500ରୁ ଅଧିକ ଭାରତୀୟ ମ୍ୟାନେଜର୍ ଲାଭାନ୍ୱିତ ହୋଇଛନ୍ତି ।

ଏହା ବ୍ୟତୀତ ପୂର୍ବରୁ ପ୍ରଚଳିତ ଭଲ ବ୍ୟବସ୍ଥା ମଧ୍ୟ ରହିଛି । ଏହାର ଉଦାହରଣ ହେଲା :

- ବୋସ୍, ସିମେନ୍ସ, ବିଏଏସ୍ଏଫ୍ ଓ ଏସ୍ଏପି ଭାରତରେ ସ୍ୱତନ୍ତ୍ର ଭାବେ ଆରଏଣ୍ଡଡି (ଗବେଷଣା ଓ ବିକାଶ) କାର୍ଯ୍ୟ ଆରମ୍ଭ କରିସାରିଲେଣି

- ମର୍ସିଡିଜ୍ ବେଞ୍ଜ ଇଣ୍ଡିଆ 2015 ଜୁଲାଇରେ ଚାକନ୍ ରେ ନିଜର ଦ୍ୱିତୀୟ ନିର୍ମାଣ କେନ୍ଦ୍ରର ଉଦ୍ଘାଟନ କରିଛି । ଏହି ପ୍ଲାଂଟ୍ ରେ କ୍ଷମତା ପ୍ରତିବର୍ଷ 20ହଜାର ୟୁନିଟ୍ କୁ ଦ୍ୱିଗୁଣ କରିବ । ଆମର ପ୍ରୟାସ ଯୋଗୁ ଆମକୁ ଭଲ ଆନ୍ତର୍ଜାତିକ ସ୍ୱୀକୃତି ମିଳିଛି । ମୁଁ ସେଥିରୁ କିଛି ଉଲ୍ଲେଖ କରିବାକୁ ଚାହୁଁଛି ।

- ଭାରତ ସମଗ୍ର ବିଶ୍ୱର ଆର୍ଥିକ ପରିଦୃଶ୍ୟରେ ଏକ ଉଜ୍ୱଳ ସ୍ଥାନ ହୋଇ ରହିଛି ।

- ଭାରତ ପ୍ରଥମ 3ବର୍ଷ ମଧ୍ୟରେ 7%ରୁ ଅଧିକ ଜିଡିପି ବିକାଶ ଦର ସହ ସବୁଠୁ ଦ୍ରୁତ ଓ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ।

ଆମେ ଗତ ଦୁଇବର୍ଷ ମଧ୍ୟରେ 32ଟି ରାଷ୍ଟ୍ରକୁ ବିଶ୍ୱ ଆର୍ଥିକ ମଂଚରେ ଆନ୍ତର୍ଜାତିକ ପ୍ରତିଯୋଗିତାମୂଳକ ସୂଚକାଙ୍କରେ ସ୍ଥାନାନ୍ତର କରିଛୁ । ଏହା କୌଣସି ରାଷ୍ଟ୍ର ପାଇଁ ସବୁଠାରୁ ଅଧିକ ।

- ଭାରତ ବିଶ୍ୱବ୍ୟାଙ୍କର 2016 ଲଜିଷ୍ଟିକ ପ୍ରଦର୍ଶନ ସୂଚକାଙ୍କରେ 19ତମ ସ୍ଥାନକୁ ମଧ୍ୟ ସ୍ଥାନାନ୍ତର ହୋଇଛି ।

-2016ରେ WIPOର ବିଶ୍ଵ ନବସୃଜନ ସୂଚକାଙ୍କରେ ଆମେ 16ତମ ସ୍ଥାନକୁ ବୃଦ୍ଧି ପାଇଛୁ ।

- ଆମେ UNCTAD ଦ୍ୱାରା ତାଲିକାବଦ୍ଧ ଶୀର୍ଷ 10 ଏଫଡିଆଇ ସ୍ଥଳୀ ମଧ୍ୟରେ ତୃତୀୟ ସ୍ଥାନରେ ରହିଛୁ ।

ଏହା ତ କିଛି ମାତ୍ର ଉଦାହରଣ । ଆମର ଗୁରୁତ୍ୱ ସରକାରଙ୍କ କାମକୁ ହ୍ରାସ କରିବା ଓ ଶାସନକୁ ଆଗେଇ ନେବା । ମୁଁ କେତେକ ଉଦାହରଣ ଦେଉଛି :

- ଆମେ ଗୋଟିଏ ଡିଜିଟାଲ ଅର୍ଥବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ଯାଉଛୁ

- ଜିଏସଟି ଭାରତର ସବୁଠାରୁ ଐତିହାସିକ ଟିକସ ସଂସ୍କାର ମଧ୍ୟରୁ ଗୋଟଏ ଓ ଏହା ଆସନ୍ତା ମାସରେ ଲାଗୁ ହେବାକୁ ଯାଉଛି ।

- ଗତ ଦୁଇବର୍ଷ ମଧ୍ୟରେ ଆମେ ବ୍ୟକ୍ତିଗତ ଓ କର୍ପୋରେଟ କ୍ଷେତ୍ରରେ କମ୍ ଟିକସ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି ।

- ଆମେ କର୍ପୋରେଟ୍ ଟିକସକୁ 30%ରୁ 25%କୁ ହ୍ରାସ କରିଛୁ । ବିଶେଷକରି ନୂଆ ନିବେଶ ଓ ଛୋଟ ଉଦ୍ୟୋଗ ପାଇଁ ।

- ଦେବାଳିଆପଣ ଓ ଅମୀମାଂସା ସହ ଆଇପିଆର ଓ ମଧ୍ୟସ୍ଥତା ପାଇଁ ନୂଆ ଆଇନ ଓ ସଂସ୍ଥାନ କାର୍ଯ୍ୟ କରିବ ।

-ଇଜ ଅଫ୍ ଡୁଇଙ୍ଗ୍ ବିଜିନେସ ପାଇଁ ପ୍ରାୟ 7ହଜାରରୁ ଉର୍ଦ୍ଧ୍ଵ ସଂସ୍କାର ଲାଗୁ କରାଯାଇଛି ।

- ପରିବେଶ ମଞ୍ଜୁରିର ଆବଶ୍ୟକତାରୁ 36ଟି ପ୍ରମୁଖ ଉଦ୍ୟୋଗକୁ ବାହାରେ ରଖାଯାଇଛି ।

- ସେହିପରି 50 ରୁ ଅଧିକ ସାମଗ୍ରୀକୁ ପ୍ରତିରକ୍ଷା ତାଲିକାରୁ ବାହାରେ ରଖାଯାଇଛି ।

- ଔଦ୍ୟୋଗିକ ଲାଇସେନ୍ସର ବୈଧତା ଅବଧି 15ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

- 19ଟି ବନ୍ଦର ଓ 17ଟି ବାୟୁ ପରିବହନ କମ୍ପ୍ଲେକ୍ସରେ 24ଘଂଟିଆ କଷ୍ଟମ କ୍ଲିଅରାନ୍ସ ବ୍ୟବସ୍ଥା ହୋଇଛି ।

- ଡିଆଇଏନ୍, ପିଏଏନ୍, ଟିଏଏନ୍ ଓ ସିଆଇଏନ୍ ଆଦି ନମ୍ବର ଆବଂଟନ ସହ ଗୋଟିଏ କମ୍ପାନୀକୁ ସାମିଲ କରିବା ଏବେ କେବଳ ଗୋଟିଏ ଦିନର କଥା ହୋଇଛି ।

- 15ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯାଉଛି ।

- ଭାରତର ମାନ୍ୟତା ଏବେ ବିଶ୍ୱ ବ୍ୟାଙ୍କର ‘ବିଦ୍ୟୁତ୍ ଉପଲବ୍ଧି’ରେ 111 ତମ ସ୍ଥାନରେ ରହିଛି ।

 

ଉପରୋକ୍ତ ଉଦାହରଣ ବ୍ୟତୀତ ରାଜ୍ୟଗୁଡ଼ିକ ଦ୍ୱାରା ଅତିରିକ୍ତ ଭାବେ ହଜାର ହଜାର ସୁଧାର ହୋଇଛି । ସଂଘୀୟ ସରକାର ସହ ରାଜ୍ୟଗୁଡ଼ିକ ମଧ୍ୟ ଏଭଳି ସୁଧାର ଲାଗୁ କରିବା ପାଇଁ ଗଭୀର ଆଗ୍ରହ ଦେଖାଇଛନ୍ତି । ମୁଁ ସେଥିରୁ କେତେକ ଉଦାହରଣ ହେଉଛି :

- ଏଠି, ମୁଁ କିଛି ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରୁଛି । କିନ୍ତୁ ପ୍ରତିଯୋଗିତାମୂଳକ ଭାବନା ଯୋଗୁ ସୁଧାରର ମାନସିକତା ରାଜ୍ୟଗୁଡ଼ିକ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

- ସୁଧାରରେ ସାମିଲ ଅଛି :

-16ଟି ରାଜ୍ୟରେ ପୈଠ ଓ ଅନୁମୋଦନ ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମର 100 ପ୍ରତିଶତ କାର୍ଯ୍ୟକାରିତା

- 13ଟି ରାଜ୍ୟରେ ଟିକସ ରିଟର୍ଣ୍ଣର ଇ-ଫାଇଲିଂ 100% କାର୍ଯ୍ୟକାରୀ ହୋଇଛି

- 13ଟି ରାଜ୍ୟରେ ସ୍ୱୟଂଚାଳିତ ଅନ୍-ଲାଇନ୍ ବିଲଡିଙ୍ଗ ପ୍ଲାନକୁ ଅନୁମୋଦନ

-11ଟି ରାଜ୍ୟରେ ବାଣିଜ୍ୟିକ ବିବାଦ ପାଇଁ ଇ-ଫାଇଲ୍ ବ୍ୟବସ୍ଥା ଲାଗୁ କରାଯାଇଛି

-13ଟି ରାଜ୍ୟରେ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ବାଣିଜ୍ୟିକ ନ୍ୟାୟାଳୟ ସ୍ଥାପିତ କରାଯାଇଛି ।

ବନ୍ଧୁଗଣ

ଏବେ ଭାରତ ବିଶ୍ୱର ସବୁଠାରୁ ଉଦାର FDI ନୀତି ବ୍ୟବସ୍ଥା ମଧ୍ୟରୁ ଏକ । 90 ପ୍ରତିଶତରୁ ଅଧିକ ବିଦେଶୀ ପୁଞ୍ଜିନିବେଶ ପ୍ରବାହ ସ୍ୱୟଂଚାଳିତ ମାର୍ଗ ଆଧାରରେ ଆସୁଛି । FDI ପ୍ରସ୍ତାବର ଯାଞ୍ଚ ପାଇଁ 1990ରେ କରାଯାଇଥିବା ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡକୁ ଗତ ସପ୍ତାହରେ ଆମେ ଆନୁଷ୍ଠାନିକ ଭାବେ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଭାରତୀୟ ଅର୍ଥବ୍ୟବସ୍ଥାରେ ବିଦେଶୀ ନିବେଶକଙ୍କ ଗତିବିଧିକୁ ବ୍ୟାପକ କରିବା ପାଇଁ ଏଭଳି ଚିନ୍ତାଧାରା ନିଆଯାଇଛି । ଏହି ଦୃଷ୍ଟିକୋଣ ଯୋଗୁ ବିଭିନ୍ନ ଆନ୍ତର୍ଜାତିକ ଏଜେନ୍ସୀ  ଦ୍ୱାରା ଆମର FDI ପ୍ରବେଶକୁ ଅତ୍ୟଧିକ ସକରାତ୍ମକ ସ୍ଥାନ ଦିଆଯାଇଛି । ଗତ 3 ବର୍ଷ ମଧ୍ୟରେ ଏଫଡ଼ିଆଇ ପ୍ରବାହରେ ମଧ୍ୟ ଅତ୍ୟଧିକ ଅଭିବୃଦ୍ଧି ହୋଇଛି । 2016-17ରେ ଏହା 60 ବିଲିୟନ ଆମେରିକୀୟ ଡଲାରରେ ପହଂଚିଛି ।

ବନ୍ଧୁଗଣ

ଭାରତ ହେଉଛି ବୃହତ୍ ରାଷ୍ଟ୍ର । ତେଣୁ ବିକାଶ କଥା ଆସିଲେ, କିଛି ବି ପର୍ଯ୍ୟାପ୍ତ ନୁହେଁ । ଆମ ପାଖରେ ଅନେକ ସ୍ୱପ୍ନ ଅଛି ଓ ଏସବୁ ସ୍ୱପ୍ନ ବହୁତ ବଡ଼ । ମାତ୍ର ସମୟ ସ୍ୱଳ୍ପ ଓ ଏହା ଆପଣମାନଙ୍କ ପାଇଁ ସୁଯୋଗ ।

ଏହି ସୁଯୋଗ ଲକ୍ଷ ଲକ୍ଷ ଘର ନିର୍ମାଣଠାରୁ ଆରମ୍ଭ କରି ଶତାଧିକ ସ୍ମାର୍ଟ ସିଟିର ସ୍ଥାପନ ପାଇଁ । ରେଳବାଇ ନେଟୱାର୍କ ଓ ଷ୍ଟେସନର ଆଧୁନିକୀକରଣ, ହାଇସ୍ପିଡ୍ ରେଲ୍ କରିଡରର ନିର୍ମାଣ, ଅକ୍ଷୟ ଶକ୍ତିର ଉତ୍ପାଦନ ସହ ଏହାର ଯୋଗାଣ ନେଟୱାର୍କ ରହିଛି । ଏହା ବ୍ୟତୀତ ଜାତୀୟ ରାଜପଥ, ବ୍ରିଜ୍ ଓ ସାମଗ୍ରିକ ସହରାଂଚଳ ପରିବହନ ବ୍ୟବସ୍ଥା, ସ୍କୁଲ, ହସ୍ପିଟାଲ ଓ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧିକ ଆବଶ୍ୟକତା ରହିଛି ।

ଆମେ ଆମର ଲୋକଙ୍କୁ ଡିଜିଟାଲ ଭାରତ ଓ ଦକ୍ଷତା ଭାରତ ଭଳି ଅଭିଯାନ ମାଧ୍ୟମରେ  ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ କରୁଛୁ । ଯୁବ ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିବା ପାଇଁ ଆମେ ଷ୍ଟାର୍ଟଅପ୍ ଇଣ୍ଡିଆଷ୍ଟାଣ୍ଡଅପ୍ ଇଣ୍ଡିଆ ଅଭିଯାନ ଚଳାଇଛୁ ।

ଚାନ୍ସେଲର ମର୍କେଲ ଓ ବନ୍ଧୁଗଣ

2015 ଏପ୍ରିଲରେ ମୁଁ ଯେତେବେଳେ କହିଥିଲି, ସେତେବେଳେ ଆମର ସୁଧାର ପ୍ରକ୍ରିୟା ମାତ୍ର ଆରମ୍ଭ ହୋଇଥିଲା । ଏବେ ମୁଁ କହିପାରିବି ଯେ ଆମେ ଏହାର ଏକ ବୃହତ୍ ଅଂଶବିଶେଷକୁ ପୂରଣ କରିସାରିଛୁ । ଅବଶ୍ୟ ଦ୍ରୁତ ଓ ଉନ୍ନତ ଶୈଳୀରେ ଆମେ ଅଧିକରୁ ଅଧିକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ମୋର ଦୃଢ଼ ବିଶ୍ୱାସ କରେ ଯେ ଆମେ ଏଭଳି ପ୍ରକାରର ସୁଧାରକୁ ବୁଝିବା ପାଇଁ ଆମକୁ ସଂସ୍ଥାଗତ ନେଟୱାର୍କ ସ୍ଥାପନ କରିବା ଉଚିତ୍ । ଆମର ଦୁଇ ଦେଶର ଅନ୍ତର୍ନିହିତ ଆର୍ଥିକ କ୍ଷମତାର ଲାଭ ଉଠାଇବାର ଆବଶ୍ୟକତା ରହିଛି । ଶେଷରେ ମୁଁ ଅଧିକରୁ ଅଧିକ ଜର୍ମାନ ସହଯୋଗୀ ଓ କମ୍ପାନୀକୁ ଭାରତକୁ ଆମନ୍ତ୍ରିତ କରୁଛି ।

ଆମର ଗତି, ଇଚ୍ଛା ଓ ସ୍ୱପ୍ନ ଯୋଗୁ ଉଲ୍ଲେଖନୀୟ ବ୍ୟବସାୟିକ ସୁଯୋଗ ସୃଷ୍ଟି ହୋଇଛି । ପୂର୍ବରୁ କେବେ ଭାରତ ଏଭଳି ବ୍ୟବସାୟ ପାଇଁ ପ୍ରସ୍ତୁତ ନଥିଲା । ଆମେ ଏବେ ଉଡ଼ିବା ସ୍ଥିତିରେ ରହିଛୁ । ତେଣୁ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସଚେତ ନ୍ୟାୟପାଳିକା ବ୍ୟବସ୍ଥା ଆପଣଙ୍କ ନିବେଶର ସୁରକ୍ଷାକୁ ସୁନିଶ୍ଚିତ କରାଇବ ।

ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି ଯେ ଆମେ ଆପଣମାନଙ୍କ ପ୍ରୟାସକୁ ସଫଳ କରିବା ପାଇଁ ଆପଣଙ୍କ ସହ ହାତରେ ହାତ ମିଳାଇ କାମ କରିବୁ ।

 

ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ILO: 100 crore covered under social security

Media Coverage

ILO: 100 crore covered under social security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam underlining the importance of dedication and determined effort in accomplishing every goal
July 17, 2026
Prime Minister expresses happiness on the launch of India's first hydrogen train

The Prime Minister, Shri Narendra Modi, shared a Sanskrit Subhashitam underlining the importance of dedication and determined effort in accomplishing every goal:

"प्रभूतं कार्यमल्पं वा यन्नरः कर्तुमिच्छति।

सर्वारम्भेण तत् कार्यं सिंहादेकं प्रचक्षते।।"

The Prime Minister also said that the dream of India receiving its first hydrogen train has become a reality, marking a significant milestone in the nation's efforts to build a clean, green and future-ready transport system. He congratulated everyone associated with this remarkable achievement.

The Prime Minister posted on X:

आज भारत को पहली हाइड्रोजन ट्रेन मिलने का सपना साकार होने जा रहा है। यह आत्मनिर्भर भारत और सतत विकास की दिशा में एक बहुत बड़ा दिन है। मैं इससे जुड़े सभी लोगों को बहुत बधाई देता हूं।

प्रभूतं कार्यमल्पं वा यन्नरः कर्तुमिच्छति।

सर्वारम्भेण तत् कार्यं सिंहादेकं प्रचक्षते।।